ପ୍ରତି ବର୍ଷ ବୈଶାଖ ମାସର ଶୁକ୍ଳ ପକ୍ଷର ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ରୂପରେ ପାଳନ କରାଯାଏ। ଏହି ପର୍ବ ଅଖା ତୀଜ ଓ ୟୁଗାଦି ନାମରେ ମଧ୍ୟ ଜଣାଶୁଣା। ଅକ୍ଷୟ ତୃତୀୟା ଦିନ କିଣାକିଣି ଓ ଦାନ-ପୂଣ୍ୟର ବିଶେଷ ମହତ୍ଵ ରହିଛି। ଧାର୍ମିକ ବିଶ୍ବାସ ଅନୁସାରେ, ଅକ୍ଷୟ ତୃତୀୟା ଦିନ କରାଯାଇଥିବା ଶୁଭ କାର୍ଯ୍ୟ ଓ ଦାନ-ପୂଣ୍ୟର ଫଳ ଜନ୍ମ-ପୂଣ୍ୟର ଫଳ ଜନ୍ମ-ଜନ୍ମାନ୍ତର ପର୍ଯ୍ୟନ୍ତ ପ୍ରାପ୍ତ ହୁଏ। ଏପରି କୁହାଯାଏ ଯେ ଅକ୍ଷୟ ତୃତୀୟାର ଶୁଭ ଫଳର ପ୍ରଭାବ ଦ୍ବାରା ଗୋଟିଏ ଗରିବ ବୈଶ୍ୟ ପରବର୍ତ୍ତୀ ଜନ୍ମରେ ରାଜା ଓ ତାହା ପରେ ଚନ୍ଦ୍ରଗୁପ୍ତ ବିକ୍ରମାଦିତ୍ୟ ରୂପରେ ଜନମ ଜନ୍ମ ନେଲା। ଆଷ୍ଟ୍ରୋସେଜ ଏଆଇର ଏହି ବିଶେଷ ଲେଖା ଆପଣଙ୍କୁ ଅକ୍ଷୟ ତୃତୀୟା 2025ର ବିସ୍ତୃତ ସୂଚନା ପ୍ରଦାନ କରିବ। ସାଙ୍ଗରେ ଜାଣିବେ ଏହି ପର୍ବର ତିଥି, ଶୁଭ ମୂହୁର୍ତ୍ତ ଓ ଏହି ଦିନର ପରମ୍ପରା ବିଷୟରେ। ତେବେ ଚାଲନ୍ତୁ ଏବେ ଆଗକୁ ବଢ଼ିବା ଓ ଜାଣିବା ଅକ୍ଷୟ ତୃତୀୟା ବିଷୟରେ।
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ଭବିଷ୍ୟ ସହିତ ଜଡ଼ିତ ଯେ କୌଣସି ସମସ୍ଯାର ସମାଧାନ କରନ୍ତୁ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ
ଅକ୍ଷୟ ତୃତୀୟାର ଶୁଭ ଅବସରରେ ଜଗତର ସଞ୍ଚାଳକ ଭଗବାନ ବିଷ୍ଣୁ ଓ ତାଙ୍କର ଅବତାରଙ୍କର ପୂଜା କରାଯାଏ। ଏହି ଦିନ ଜଳ ଓ ଲୁଣରେ ଭର୍ତି ହୋଇଥିବା ହାଣ୍ଡିର ଦାନ ଶୁଭ ହୋଇଥାଏ। ବର୍ଷ 2025 ରେ ଅକ୍ଷୟ ତୃତୀୟା କେବେ ପାଳନ ହେବ ଓ କ’ଣ ରହିବ ତା’ର ପୂଜା ମୂହୁର୍ତ୍ତ? ଏଠାରେ ଆମେ ଆପଣଙ୍କୁ ଅକ୍ଷୟ ତୃତୀୟାର ତିଥି ସହିତ ଶୁଭ ମୂହୁର୍ତ୍ତ ପ୍ରଦାନ କରୁଛୁ।
ହିନ୍ଦୁ ପାଞ୍ଜି ଅନୁସାରେ, ଅକ୍ଷୟ ତୃତୀୟାର ପର୍ବ ପ୍ରତ୍ଯେକ ବର୍ଷ ବୈଶାଖ ଶୁକ୍ଳ ପକ୍ଷର ତୃତୀୟା ତିଥିରେ ପାଳନ ହୁଏ। ଏହି ତିଥିରେ କୌଣସି ଜିନିଷ କିଣିବା, ବିଶେଷ ରୂପରେ ସୁନା କିଣିବା ସହିତ ମୁଣ୍ଡନ, ବିବାହ, ବ୍ରତଘର ଇତ୍ୟାଦି କାର୍ଯ୍ୟ କରିବା ସର୍ବଶ୍ରେଷ୍ଠ ଓ ଉତ୍ତମ ହୋଇଥାଏ। ଅକ୍ଷୟ ତୃତୀୟା ଦିନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କର ପୂଜା କରାଯାଏ। ଏହି ବର୍ଷ ଅକ୍ଷୟ ତୃତୀୟା 30 ଅପ୍ରିଲ 2025ରେ ପାଳନ ହେବ। କ’ଣ ରହିବ ଏହି ଦିନ ପୂଜାର ଶୁଭ ମୂହୁର୍ତ୍ତ ଓ କେବେ ଆରମ୍ଭ ହେବ ତୃତୀୟା ତିଥି, ଆସନ୍ତୁ ଜାଣିବା।
ଅକ୍ଷୟ ତୃତୀୟାର ତିଥି: 30 ଅପ୍ରିଲ 2025, ବୁଧବାର
ଅକ୍ଷୟ ତୃତୀୟା ଦିନ ପୂଜାର ଶୁଭ ମୂହୁର୍ତ୍ତ: ସକାଳ 05:41 ମିନିଟ ରୁ 12:18 ପର୍ଯ୍ୟନ୍ତ
ଅବଧି: 6 ଘଣ୍ଟା 36 ମିନିଟ
ଅକ୍ଷୟ ତୃତୀୟା ଦିନ ସୁନା କିଣିବାର ଶୁଭ ମୂହୁର୍ତ୍ତ: ସନ୍ଧ୍ୟା 05:31 ମିନିଟ (29 ଅପ୍ରିଲ) ରୁ 30 ଅପ୍ରିଲ ସକାଳ 06:07 ମିନିଟ ପର୍ଯ୍ୟନ୍ତ।
ଅବଧି- 12 ଘଣ୍ଟା 36 ମିନିଟ
ତୃତୀୟା ତିଥିର ଆରମ୍ଭ: ସନ୍ଧ୍ୟା 05:34 ମିନିଟ ରୁ,
ତୃତୀୟା ତିଥି ସମାପ୍ତ: ଦ୍ଵିପ୍ରହର 02 : 15 ମିନିଟ ପର୍ଯ୍ୟନ୍ତ
ନୋଟ: ହିନ୍ଦୁ ଧର୍ମରେ ସୂର୍ଯ୍ୟଦୟ ଉପରେ ଆଧାର କରି ତିଥି ଗଣନା କରଯାଏ ଓ ଏହି ପ୍ରକାର, ଉଦୟ ତିଥି ଅନୁସାରେ, ଅକ୍ଷୟ ତୃତୀୟା 30 ଅପ୍ରିଲ 2025 ରେ ପାଳନ ହେବ। ସାଙ୍ଗରେ, ସୁନା କିଣିବାର ଶୁଭ ମୂହୁର୍ତ୍ତ 29 ଅପ୍ରିଲ 2025 ରୁ ଆରମ୍ଭ ହେଉଛି, ତେବେ ଆପଣ ଏହି ଦିନ ସନ୍ଧ୍ୟା ରେ ମଧ୍ୟ ସୁନା କିଣି ପାରିବେ।
ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ
ଅକ୍ଷୟ ତୃତୀୟା 2025 ବହୁତ ବିଶେଷ ରହିବ କାରଣ ଏହି ଦିନ ଏକ ଦୁର୍ଲଭ ଶୋଭନ ଯୋଗ ନିର୍ମାଣ ହେଉଛି। ଶୋଭନ ଯୋଗ 30 ଅପ୍ରିଲ ଦ୍ଵିପ୍ରହର 12:01 ମିନିଟ ପର୍ଯ୍ୟନ୍ତ ରହିବ ଓ ସାଙ୍ଗରେ, ଏହି ଦିନ ସର୍ବାର୍ଥ ସିଦ୍ଧି ଯୋଗ ମଧ୍ୟ ତିଆରି ହେଉଛି। ଅକ୍ଷୟ ତୃତୀୟାରେ, ସର୍ବାର୍ଥ ସିଦ୍ଧି ଯୋଗ ସାରା ଦିନ ରହିବ ଏବଂ ଏହି ସମୟରେ କରାଯାଇଥିବା କିଣାକିଣି ଆପଣଙ୍କ ପାଇଁ ଶୁଭ ହେବ। ଏହା ବ୍ୟତୀତ, ଏହି ଯୋଗରେ କରାଯାଇଥିବା ଶୁଭ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ। ଆପଣଙ୍କୁ କହି ରଖୁଛୁ ଯେ ରାତିରେ ରବି ଯୋଗ ମଧ୍ୟ ସୃଷ୍ଟି ହେଉଛି ଏବଂ ଏଥିରୁ ମଧ୍ୟ ଲୋକଙ୍କୁ ଶୁଭ ଫଳ ମିଳିବ।
ହିନ୍ଦୁ ବର୍ଷ ଓ ସନାତନ ଧର୍ମରେ ଅକ୍ଷୟ ତୃତୀୟା ବର୍ଷର ସବୁଠାରୁ ଶୁଭ ଦିନ ହୋଇଥାଏ। ଅକ୍ଷୟ ତୃତୀୟାର ଅର୍ଥ ବିଷୟରେ କହିବାକୁ ଗଲେ, ଅକ୍ଷୟର ଅର୍ଥ ହେଉଛି ଯାହା କ୍ଷୟ ହୁଏ ନାହିଁ ଏବଂ ହିନ୍ଦୁ କ୍ୟାଲେଣ୍ଡରରେ ତୃତୀୟା ତିଥି ହେଉଛି ମାସର ତୃତୀୟ ଦିନ। ଏହି ତିଥିରେ କରାଯାଇଥିବା କାର୍ଯ୍ୟର ଶୁଭ ଫଳ ହ୍ରାସ ହୁଏ ନାହିଁ ବୋଲି ବିଶ୍ୱାସ କରାଯାଏ। ଧାର୍ମିକ ବିଶ୍ବାସ ଅନୁସାରେ ଅକ୍ଷୟ ତୃତୀୟାରୁ ସତ୍ୟଯୁଗ ଓ ତ୍ରେତାଯୁଗର ଆରମ୍ଭ ହୋଇଥିଲା ଓ ଏହି ଦିନ ଭଗବାନ ବିଷ୍ଣୁ ନର-ନାରାୟଣ ରୂପରେ ଅବତାର ଗ୍ରହଣ କରିଥିଲେ। ଅକ୍ଷୟ ତୃତୀୟା ଦିନ ଭାଗବାନ ପରଶୁରାମଙ୍କର ମଧ୍ୟ ଜନ୍ମ ହୋଇଥିଲା। କୁହାଯାଏ ଯେ ଏହି ଶୁଭ ଅବସରରେ ଭଗବାନ ଶ୍ରୀ ଗଣେଶ ମହାଭାରତ ଗ୍ରନ୍ଥକୁ ଲେଖିବା ଆରମ୍ଭ କରିଥିଲେ।
ଫ୍ରୀ ଅନଲାଇନ ଜନ୍ମ କୁଣ୍ଡଳୀ ସଫ୍ଟୱେୟାର୍ ରୁ ଜାଣନ୍ତୁ କୁଣ୍ଡଳୀର ସମ୍ପୂର୍ଣ ବିବରଣୀ
କୁହାଯାଏ ଯେ ଅକ୍ଷୟ ତୃତୀୟା ଦିନ କରାଯାଇଥିବା ଶୁଭ ଏବଂ ଧାର୍ମିକ କାର୍ଯ୍ୟ ଅକ୍ଷୟ ଫଳ ପ୍ରଦାନ କରେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ତିଥିରେ ସୂର୍ଯ୍ୟ ଏବଂ ଚନ୍ଦ୍ର ଉଭୟ ଗ୍ରହ ସେମାନଙ୍କର ଉଚ୍ଚ ରାଶି ବୃଷ ରାଶିରେ ଅବସ୍ଥିତ ହୁଅନ୍ତି, ତେଣୁ ଉଭୟଙ୍କ କୃପାରୁ ପ୍ରାପ୍ତ ଫଳ ଅକ୍ଷୟ ହୋଇଥାଏ। ବିଶ୍ୱାସ କରାଯାଏ ଯେ ଭଗବାନ ପର୍ଶୁରାମା, ନର-ନାରାୟଣ ଏବଂ ହୟଗ୍ରିବ ଅକ୍ଷୟ ତୃତୀୟାରେ ଅବତାର ଗ୍ରହଣ କରିଥିଲେ। ଏହା ବ୍ୟତୀତ, ଚାରିଧାମ ମଧ୍ୟରୁ ଗୋଟିଏ ବଦ୍ରିନାଥର ଦ୍ୱାର ଅକ୍ଷୟ ତୃତୀୟା ଦିନ ଖୋଲିଯାଏ ଏବଂ ଭକ୍ତମାନେ ବର୍ଷକୁ ଥରେ ମଥୁରାର ବୃନ୍ଦାବନରେ ଅବସ୍ଥିତ ବାଙ୍କେ-ବିହାରୀ ମନ୍ଦିରରେ ଭଗବାନ ବାଙ୍କେ ବିହାରୀ ଙ୍କ ପାଦ ଦର୍ଶନ କରିପାରନ୍ତି। ବୈଶାଖ ଶୁକ୍ଲ ପକ୍ଷର ତୃତୀୟ ଦିନ ମଧ୍ୟ ଆଖା ତୀଜ ଭାବରେ ପାଳନ କରାଯାଏ।
ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟାକୁ ଏକ ଶୁଭ ମୂହୁର୍ତ୍ତ ଭାବରେ ବିବେଚନା କରାଯାଏ। ସରଳ ଭାଷାରେ କହିବାକୁ ଗଲେ, ଅକ୍ଷୟ ତୃତୀୟାରେ କୌଣସି ଶୁଭ କିମ୍ବା ମାଙ୍ଗଳିକ କାର୍ଯ୍ୟ ପାଇଁ ଅଲଗା ମୁହୂର୍ତ୍ତ ଖୋଜିବାର ଆବଶ୍ୟକତା ନାହିଁ ଏବଂ ଆପଣ ମୁହୂର୍ତ୍ତ ବିନା ମଧ୍ୟ କାର୍ଯ୍ୟ କରିପାରିବେ। ଅକ୍ଷୟ ତୃତୀୟା ଦିନ ଆପଣ ବିବାହ, ନୂଆ ବ୍ୟବସାୟର ଆରମ୍ଭ, ଘର କିମ୍ବା ନୂଆ ଯାନ କିଣିବା, ମୁଣ୍ଡନ ସଂସ୍କାର କରିବା, ବିନିଯୋଗ କରିବା ଭଳି ସମସ୍ତ ଶୁଭ କାର୍ଯ୍ୟ କରି ପାରିବେ। ଯଦି ଆପଣଙ୍କ ପାଇଁ ସୁନା କିଣିବା ସମ୍ଭବ ନୁହେଁ, ତେବେ ଆପଣ ହଳଦିଆ ସୋରିଷ କିମ୍ବା ମାଟିର ହାଣ୍ଡି କିଣି ପାରିବେ କାରଣ ଏହା କିଣିବା ଭଲ ହୋଇଥାଏ।
ଅନଲାଇନ ସଫ୍ଟୱେୟାର୍ ରୁ ମାଗଣା ଜନ୍ମ କୁଣ୍ଡଳୀ ପ୍ରାପ୍ତ କରନ୍ତୁ।
ଅକ୍ଷୟ ତୃତୀୟା ବିଭିନ୍ନ ନାମରେ ଜଣାଶୁଣା ଏବଂ ଏହି ଦିନରେ ଅନେକ ପରମ୍ପରା ପାଳନ କରାଯାଏ, ଯେଉଁଥିରୁ ଗୋଟିଏ ହେଉଛି ବାଙ୍କେ ବିହାରୀଙ୍କ ପାଦ ଦର୍ଶନ। ପ୍ରତିବର୍ଷ ବୈଶାଖ ମାସର ଶୁକ୍ଳ ପକ୍ଷର ତୃତୀୟା ଦିନ, ଅର୍ଥାତ୍ ଅକ୍ଷୟ ତୃତୀୟାରେ, ଭକ୍ତମାନେ ସେମାନଙ୍କର ପ୍ରିୟ ବାଙ୍କେ ବିହାରୀ ଜୀଙ୍କ ପାଦ ଦର୍ଶନ ପାଆନ୍ତି, ଯାହା ବର୍ଷକୁ କେବଳ ଥରେ ହୋଇଥାଏ। ଆପଣଙ୍କୁ କହି ରଖୁଛୁ ଯେ ଠାକୁରଙ୍କ ପାଦ ବର୍ଷସାରା ପୋଷାକରେ ଲୁଚି ରହିଥାଏ ଏବଂ କେବଳ ଅକ୍ଷୟ ତୃତୀୟା ଅବସରରେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି। ତାଙ୍କର ଦର୍ଶନ କରିବା ପାଇଁ ଦୂର-ଦୁରନ୍ତରୁ ଭକ୍ତ ବୃନ୍ଦାବନ ଆସନ୍ତୀ।
ପୌରାଣିକ ବିଶ୍ୱାସ ଅନୁସାରେ, ଅକ୍ଷୟ ତୃତୀୟାରେ ସୁନା କିଣିବା ଶୁଭ ବୋଲି ବିବେଚନା କରାଯାଏ। କିନ୍ତୁ, ବର୍ତ୍ତମାନ ସମୟରେ, ଅକ୍ଷୟ ତୃତୀୟାରେ ସୁନା କିଣିବାର ପରମ୍ପରା ଦ୍ରୁତ ଗତିରେ ପ୍ରସାରିତ ହୋଇଛି। କହି ରଖୁଛୁ ଯେ ଅକ୍ଷୟ ତୃତୀୟା ଦିନ ସୁନା କିଣିବାର ପରମ୍ପାର ଦୃଢ଼ତ ଗତିରେ ପ୍ରଚାର-ପ୍ରସାର ହୋଇଛି। ଏହି ଦିନ ଲୋକ ଏହି ଧାରଣା ରଖି ଚାଲନ୍ତି ଯେ ସୁନା କିଣିବା ଦ୍ବାରା ଧନ-ସମ୍ପତି ବୃଦ୍ଧି ହେବ କାରଣ ଅକ୍ଷୟ ତୃତୀୟା ଦିନ ଧନ କିଣିବା ଦ୍ବାରା ଧନ କ୍ଷୟ ହୁଏ ନାହିଁ। ତଥାପି, ବହୁତ କମ୍ ଲୋକ ଜାଣନ୍ତି ଯେ ଏହି ତିଥିରେ ସୁନା କିଣିବା ଅପେକ୍ଷା ଦାନ କରିବା ଏବଂ ପିନ୍ଧିବା ଅଧିକ ଗୁରୁତ୍ୱପୂର୍ଣ୍ଣ। ଯେଉଁମାନେ ସୁନା କିଣି ପାରନ୍ତି ନାହିଁ, ସେମାନେ ଏହି ଦିନରେ ଗରିବଙ୍କୁ ସାହାଯ୍ୟ କରି ଅପାର ପୁଣ୍ୟ ଅର୍ଜନ କରିପାରିବେ। ଯଦି ଆପଣ ଏହି ଦିନ ସୁନା କିଣନ୍ତି, ତେବେ କୌଣସି ଅଭାବୀ ବ୍ୟକ୍ତିଙ୍କୁ କିଛି ଦାନ କରିବା ପରେ ଏବଂ ତା’ପରେ ଭଗବାନଙ୍କ ପାଦରେ ସୁନା ରଖିବା ପରେ ସେହି ସୁନା ବ୍ୟବହାର କରନ୍ତୁ।
ଶାସ୍ତ୍ରରେ ବର୍ଣନା ହୋଇଛି ଯେ ଅକ୍ଷୟ ତୃତୀୟା ଦିନ ମନୁଷ୍ୟ ନିଜର କ୍ଷମତା ଓ ସାମର୍ଥ୍ୟ ଅନୁସାରେ ଦାନ ପୂଣ୍ୟ କରିବାା ଉଚିତ। ଏହି ଶୁଭ ତିଥିରେ ସତ୍ତୁ, ଘଡ଼ି, ଜଳ, ଅନ୍ନ, ସ୍ଵର୍ଣ, ମିଠା, ଜୋତା, ଫଳ ଓ ବସ୍ତ୍ର ଇତ୍ୟାଦି ଦାନ କରିବା କଲ୍ୟାଣକାରୀ ହୋଇଥାଏ। ଏହା ବିଶ୍ୱାସ କରାଯାଏ ଯେ ଅକ୍ଷୟ ତୃତୀୟା 2025 ରେ ଆପଣଙ୍କ ଦ୍ୱାରା କରାଯାଇଥିବା ଦାନ, ଧର୍ମ, ସ୍ନାନ, ଜପ ଏବଂ ହୋମର ପୁଣ୍ୟ କେବେ ଶେଷ ହୁଏ ନାହିଁ ଏବଂ ବ୍ୟକ୍ତିକୁ ଏହି ପୁଣ୍ୟର ଶୁଭ ଫଳ ଇହଲୋକ ଏବଂ ପରଲୋକରେ ମିଳିଥାଏ।
ନୂଆ ବର୍ଷରେ କ୍ୟାରିଅରର ଯେ କୌଣସି ଅସୁବିଧା କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍ ଦ୍ବାରା ଦୂର କରନ୍ତୁ।
ଅକ୍ଷୟ ତୃତୀୟା 2025 ଦିନ ପ୍ରାତଃ କାଳରେ ସ୍ନାନ ସାରି ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧନ୍ତୁ।
ପୂଜା ସ୍ଥାନରେ ଭଗବାନ ବିଷ୍ଣୁଙ୍କର ମୂର୍ତ୍ତି ଉପରେ ଗଙ୍ଗାଜଳ ଛିଞ୍ଚି ଶୁଦ୍ଧ କରନ୍ତୁ।
ଏହା ପରେ ବିଷ୍ଣୁଙ୍କୁ ତୁଳସୀ, ହଳଦିଆ ଫୁଲ ଅର୍ପଣ କରନ୍ତୁ।
ଏବେ ଭାଗବାନ ବିଷ୍ଣୁଙ୍କ ସାମ୍ନାରେ ଦୀପ ଜାଳନ୍ତୁ ଓ ଧୂପ-ଦୀପ ବୁଲାନ୍ତୁ।
ଏହା ପରେ ବିଷ୍ଣୁ ସହସ୍ରନାମ କିମ୍ବା ବିଷ୍ଣୁ ଚାଳିସା ପାଠ କରନ୍ତୁ ଓ ଶେଷରେ ବିଷ୍ଣୁଙ୍କର ଆରତୀ କରନ୍ତୁ।
ଯଦି ସମ୍ଭବ ହୁଏ ତେବେ ଅକ୍ଷୟ ତୃତୀୟା ଦିନ ଭାଗବାନ ବିଷ୍ଣୁଙ୍କ ନାମ ନେଇ ଗରିବଙ୍କୁ ଭୋଜନ କରାନ୍ତୁ କିମ୍ବା ଦାନ ଦିଅନ୍ତୁ।
ମେଷ ରାଶି: ମେଷ ରାଶି ଲୋକ ଅକ୍ଷୟ ତୃତୀୟା ଦିନ ସତ୍ତୁ, ଗହମ କିମ୍ବା ଜୌ ରେ ତିଆରି ଜିନିଷ ଦାନ କରନ୍ତୁ।
ବୃଷ ରାଶି: ଏହି ଦିନ ବୃଷ ରାଶିର ଲୋକମାନେ ଗ୍ରୀଷ୍ମ ଋତୁରେ ମିଳୁଥିବା ଫଳ, ପାଣିରେ ଭର୍ତ୍ତି ତିନୋଟି ପାତ୍ର ଏବଂ କ୍ଷୀର ଦାନ କରିବା ଉଚିତ।
ମିଥୁନ ରାଶି: ମିଥୁନ ରାଶିର ବ୍ୟକ୍ତିମାନେ ଅକ୍ଷୟ ତୃତୀୟା ଦିନ ମନ୍ଦିରରେ କାକୁଡ଼ି, କଞ୍ଚା ଚଣା ଏବଂ ସତ୍ତୁ ଦାନ କରିବା ଉଚିତ।
କର୍କଟ ରାଶି: ଅକ୍ଷୟ ତୃତୀୟା ଦିନ ଶୁଭ ଅବସରରେ କର୍କଟ ରାଶିର ଲୋକ କୌଣସି ସାଧୁଙ୍କୁ ଜଳରେ ଭର୍ତ୍ତି ଗୋଟିଏ ହାଣ୍ଡି, କ୍ଷୀର ଓ ମିଶ୍ରି ଦାନ କରନ୍ତୁ।
ସିଂହ ରାଶି: ସିଂହ ରାଶିର ଲୋକମାନେ ଏହି ଦିନ ମନ୍ଦିରରେ ସତ୍ତୁ ଏବଂ ଜୌ ଦାନ କରିବା ଉଚିତ।
ଆପଣଙ୍କ କୁଣ୍ଡଳୀରେ ମଧ୍ୟ ଅଛି ରାଜଯୋଗ? ଜାଣନ୍ତୁ ନିଜର ରାଜଯୋଗ ରିପୋର୍ଟ୍
କନ୍ୟା ରାଶି: କନ୍ୟା ରାଶିର ଲୋକଙ୍କୁ ଅକ୍ଷୟ ତୃତୀୟା ଦିନ କ୍ଷୀରା, ତରଭୁଜ ଓ କାକୁଡ଼ି ଦାନ କରିବା ଉଚିତ।.
ତୁଳା ରାଶି : ତୁଳା ରାଶିର ଲୋକ ଏହି ଶୁଭ ତିଥି ରେ ଶ୍ରମିକଙ୍କୁ ପାଣି ପିଆନ୍ତୁ। ଆପଣ ଅଭାବି ଲୋକଙ୍କୁ ଜୋତା-ଚପଲ ଦାନ କରନ୍ତୁ।
ବିଛା ରାଶି: ଅକ୍ଷୟ ତୃତୀୟା 2025 ରେ ବିଛା ରାଶିର ଲୋକ ଅଭାବିଙ୍କୁ ଛତା, ପଙ୍ଖା କିମ୍ବା ଜଳରେ ଭର୍ତ୍ତି ପାତ୍ର ଦାନ କରନ୍ତୁ।
ଧନୁ ରାଶି: ଧନୁ ରାଶିର ଲୋକମାନେ ଏହି ଦିନ ଚଣା, ଋତୁକାଳୀନ ଫଳ, ସତ୍ତୁ ଏବଂ ଚଣାରୁ ତିଆରି ମିଠା ଦାନ କରିପାରିବେ।
ମକର ରାଶି: ମକର ରାଶିର ଲୋକମାନେ ଅକ୍ଷୟ ତୃତୀୟାରେ ଗରିବ ଲୋକଙ୍କୁ କ୍ଷୀର, ମିଠା କିମ୍ବା ପାଣିରେ ଭର୍ତ୍ତି ପାତ୍ର ଦାନ କରିବା ଉଚିତ।
କୁମ୍ଭ ରାଶି: 2025 ଅକ୍ଷୟ ତୃତୀୟାରେ କୁମ୍ଭ ରାଶିର ଲୋକମାନେ ଋତୁକାଳୀନ ଫଳ, ଗହମ ଏବଂ ପାଣିରେ ଭର୍ତ୍ତି ପାତ୍ରକୁ ଅସହାୟ ଲୋକଙ୍କୁ ଦାନ କରିବା ଉଚିତ।।
ମୀନ ରାଶି: ଅକ୍ଷୟ ତୃତୀୟାର ଶୁଭ ଅବସରରେ, ମୀନ ରାଶିର ଲୋକମାନେ ଜଣେ ବ୍ରାହ୍ମଣଙ୍କୁ ଚାରୋଟି ହଳଦୀ କାନ୍ଦି ଦାନ କରିବା ଉଚିତ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!
1. 2025 ମସିହାରେ ଅକ୍ଷୟ ତୃତୀୟା କେବେ?
ଏହି ବର୍ଷ ଅକ୍ଷୟ ତୃତୀୟା 30 ଏପ୍ରିଲ 2025, ବୁଧବାର ଦିନ ପାଳନ କରାଯିବ।
2. ଅକ୍ଷୟ ତୃତୀୟାରେ କ'ଣ କରିବା ଉଚିତ?
ଅକ୍ଷୟ ତୃତୀୟା ଦିନ ସୁନା କିଣିବା ଶୁଭ।
3. ଅକ୍ଷୟ ତୃତୀୟାରେ କାହାକୁ ପୂଜା କରାଯାଏ?
ଅକ୍ଷୟ ତୃତୀୟାରେ ଭଗବାନ ବିଷ୍ଣୁଙ୍କ ପୂଜା କରିବାର ପରମ୍ପରା ଅଛି।