ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ (12 ଜାନୁଆରୀରୁ 18 ଜାନୁଆରୀ)

Author: Monica Rajguru | Updated Thu, 26 Dec 2024 02:45 PM IST

ଜାନୁଆରୀ ମାସର ଏହି ସପ୍ତାହ ଅଲଗା-ଅଲଗା ମୂଳାଙ୍କର ଲୋକଙ୍କ ପାଇଁ ବହୁତ ଭଲ ସୁଯୋଗ ନେଇ ଆସିବ। ଯଦି ଆପଣ ନିଜର ମୂଳାଙ୍କ ଉପରେ ଆଧାରିତ ପ୍ରେମ ଜୀବନ, କ୍ୟାରୀଅର, ସ୍ବାସ୍ଥ୍ୟ କିମ୍ବା ଆର୍ଥିକ ସ୍ଥିତି ବିଷୟରେ ଜାଣିବାକୁ ଚାହାନ୍ତି, ତେବେ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଆର୍ଟିକଲ୍ କୁ ଶେଷ ଯାଏଁ ନିଶ୍ଚିତ ପଢ଼ନ୍ତୁ। ଏହି ଲେଖାରେ ଆମର ଅନୁଭବି ଜ୍ଯୋତିଷ ମୂଳାଙ୍କ ଉପରେ ଆଧାରିତ ଏହିରାଶିଫଳ 12 ଜାନୁଆରୀରୁ 18 ଜାନୁଆରୀ ପାଇଁ ସଠିକ ଭବିଷ୍ୟବାଣୀ ପ୍ରଦାନ କରିଛନ୍ତି।


କିପରି ଜାଣିବେ ନିଜର ମୂଳ ସଂଖ୍ୟା (ମୂଳାଙ୍କ)?

ରାଶିଫଳ ଜାଣିବା ପାଇଁ ମୂଳାଙ୍କର ମହତ୍ଵ ରହିଛି | ମୂଳାଙ୍କ ସଂଖ୍ୟା ବ୍ୟକ୍ତିଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟା ଭାବରେ ବିବେଚନା କରାଯାଏ | ଆପଣ ଜନ୍ମ ହୋଇଥିବା ମାସର ଯେକୌଣସି ତାରିଖକୁ ୟୁନିଟ୍ ଅଙ୍କରେ ପରିଣତ କରିବା ପରେ ପ୍ରାପ୍ତ ହୋଇଥିବା ସଂଖ୍ୟାକୁ ଆପଣଙ୍କର ମୂଳାଙ୍କ କୁହାଯାଏ | ମୂଳାଙ୍କ ସଂଖ୍ୟା 1 ରୁ 9 ମଧ୍ୟରେ ଯେକୌଣସି ସଂଖ୍ୟା ହୋଇପାରେ, ଉଦାହରଣ ସ୍ୱରୂପ, ଯଦି ଆପଣ କୌଣସି ମାସର 22 ରେ ଜନ୍ମ ହୋଇଛନ୍ତି, ତେବେ ଆପଣଙ୍କର ମୂଳାଙ୍କ ନମ୍ବର 1 + 0 ଅର୍ଥାତ୍ 1 ହେବ |

ଏହି ଉପାୟରେ ଆପଣ ଜାଣିପାରିବେ ନିଜର ମୂଳାଙ୍କ ଉପରେ ଆଧାରିତ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ। ଏହି ପ୍ରକାର କୌଣସି ମାସର 1 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଜନ୍ମ ହୋଇଥିବା ଲୋକଙ୍କ ପାଇଁ 1 ରୁ 9 ପର୍ଯ୍ୟନ୍ତର ମୂଳାଙ୍କର ଗଣନା କରାଯାଏ।

ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025

ବିଶ୍ବର ବିଦ୍ବାନ ଅଙ୍କ ଜ୍ଯୋତିଷଙ୍କ ସହିତ ହୁଅନ୍ତୁ ଫୋନରେ କଥା ଓ ଜାଣନ୍ତୁ କ୍ୟାରୀଅର ସମ୍ବନ୍ଧିତ ସମସ୍ତ ସୂଚନା

ଜାଣନ୍ତୁ ନିଜର ମୂଳାଙ୍କ ଉପରେ ଆଧାରିତ ସାପ୍ତାହିକ ରାଶିଫଳ ( 12 ଜାନୁଆରୀରୁ 18 ଜାନୁଆରୀ, 2025)

ଅଙ୍କଜ୍ଯୋତିଷ ଆମ ଜୀବନରେ ସିଧାସଳଖ ପ୍ରଭାବ ପକାଇଥାଏ କାରଣ ସମସ୍ତ ସଂଖ୍ୟା ଆମର ଜନ୍ମ ତାରିଖ ସହିତ ଜଡ଼ିତ | ନିମ୍ନରେ ଦିଆଯାଇଥିବା ଲେଖାରେ, ଆମେ କହିଛୁ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କର ମୂଳାଙ୍କ ସଂଖ୍ୟା ଅଛି ଯାହା ତାଙ୍କ ଜନ୍ମ ତାରିଖ ଅନୁଯାୟୀ ନିର୍ଣ୍ଣୟ କରାଯାଇଥାଏ ଏବଂ ଏହି ସମସ୍ତ ସଂଖ୍ୟା ବିଭିନ୍ନ ଗ୍ରହ ଦ୍ୱାରା ପରିଚାଳିତ ହୋଇଥାଏ |

ମୂଳାଙ୍କ 1 ଉପରେ ସୂର୍ଯ୍ୟ ଦେବଙ୍କର ଆଧିପତ୍ୟ ଅଛି। ଚନ୍ଦ୍ରମା ମୂଳାଙ୍କ 2 ର ସ୍ବାମୀ ଅଟନ୍ତି । ଅଙ୍କ 3 ଉପରେ ଦେବ ଗୁରୁ ବୃହସ୍ପତିଙ୍କର ସ୍ଵାମିତ୍ଵ ଅଛି ଓ ରାହୁ ଅଙ୍କ 4 ର ରାଜା ଅଟନ୍ତି । ଅଙ୍କ 5 ବୁଧ ଗ୍ରହ ଦ୍ବାରା ଶାସିତ । 6 ମୂଳାଙ୍କର ରାଜା ଶୁକ୍ର ଦେବ ଓ 7 ଅଙ୍କ କେତୁ ଗ୍ରହଙ୍କ ଦ୍ବାରା ଶାସିତ । ଶନି ଦେବଙ୍କୁ ଅଙ୍କ 8 ର ସ୍ବାମୀ ବିବେଚନା କରାଯାଏ। ଅଙ୍କ 9 ମଙ୍ଗଳ ଦେବଙ୍କର ଅଙ୍କ । ଏହି ଗ୍ରହମାନଙ୍କର ପରିବର୍ତ୍ତନ ଯୋଗୁଁ ମଣିଷ ଜୀବନରେ ପରିବର୍ତ୍ତନ ଆସେ।

ବୃହତ କୁଣ୍ଡଳୀ ରେ ଲୁଚି ରହିଛି,ଆପଣଙ୍କ ଜୀବନର ସମସ୍ତ ରହସ୍ୟ, ଜାଣନ୍ତୁ ଗ୍ରହମାନଙ୍କର ଚଳନ ବିଷୟରେ ସମସ୍ତ ସୂଚନା

ମୂଳାଙ୍କ 1

(ଯଦି ଆପଣଙ୍କ ଜନ୍ମ କୌଣସି ମାସର 1, 10, 19 କିମ୍ବା 28 ତାରିଖରେ ହୋଇଛି)

ଏହି ମୂଳାଙ୍କର ଲୋକ ସମୟକୁ ନେଇ ଅଧିକ ସଜାଗ ରୁହନ୍ତି ଓ ସମୟ ଅନୁସାରେ ଚଳିବାକୁ ପସନ୍ଦ କରନ୍ତି। ଏମାନେ ନିଜର ଲକ୍ଷକୁ ନେଇ ବହୁତ ସଚେତନ ରୁହନ୍ତି ଓ ତାହାକୁ ପ୍ରାପ୍ତ କରିବା ପାଇଁ ପ୍ରୟାସ କରନ୍ତି।

ପ୍ରେମ ଜିବନ: ଏହି ସପ୍ତାହରେ ଆପଣ ନିଜର ଜୀବନସାଥୀ ସହିତ ବୁଲେଇ ବଙ୍କେଇ କଥା ହେବା ପରିବର୍ତ୍ତେ ସିଧା କଥା ହେବାକୁ ପସନ୍ଦ କରିବେ। ଏହି ସମୟରେ ଆପଣ ନିଜର ପାର୍ଟନର ସହିତ ସବୁଠାରୁ ସକାରାତ୍ମକ ଦୃଷ୍ଟିକୋଣ ରଖି ପାରିବେ।

ଶିକ୍ଷା: ଛାତ୍ରମାନେ ଏହି ସପ୍ତାହରେ ପ୍ରଫେଶନାଲ ସ୍ଟଡିସରେ ଭଲ ପ୍ରଦର୍ଶନ କରିବେ। ମେରିନ ଇଞ୍ଜିନିୟରିଂ ଓ କେମିକ୍ଯାଲ ଇଞ୍ଜିନିୟରିଂ ଇତ୍ୟାଦିରେ ଉତ୍କୃଷ୍ଟତା ହାସଲ କରିବେ।

ବୃତ୍ତିଗତ ଜୀବନ: ଚାକିରି କରିଥିବା ଲୋକ ନିଜର କାମ ପୂରଣ କରିବା ପାଇଁ ସିଦ୍ଧାନ୍ତରେ ଚାଲିବା ପସନ୍ଦ କରିବେ ଓ ନିଜର କାର୍ଯ୍ୟକୁ ନିପୁଣତା ସହିତ ପୂରଣ କରିବେ। ବ୍ୟବସାୟୀକୁ ଅଧିକ ଲାଭ ମିଳିବାର ଆଶା ଅଛି। ଏମାନଙ୍କୁ ପାର୍ଟନର୍ଶିପରୁ ଲାଭ ହୋଇପାରେ।

ସ୍ବାସ୍ଥ୍ୟ: ଏହି ସପ୍ତାହରେ ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ। ଆପଣଙ୍କ ଭିତରେ ଉତ୍ସାହ ବଢ଼ିବା ଯୋଗୁଁ ଏହା ହେବ। ଏହା ବ୍ୟତୀତ ଆପଣଙ୍କୁ ଯୋଗ ଓ ଧ୍ୟାନ ରୁ ମଧ୍ୟ ଲାଭ ହେବାର ସଙ୍କେତ ଅଛି।

ଉପାୟ: ଆପଣ ପ୍ରତିଦିନ 19 ଥର ଓଁ ଭାସ୍କରାୟ ନମଃ ଜପ କରନ୍ତୁ।

ମୂଳାଙ୍କ 2

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 2, 11, 20 କିମ୍ବା 29 ତାରିଖରେ ହୋଇଛି)

ଏହି ମୂଳାଙ୍କର ଲୋକ ରିସର୍ଚ କରିବାକୁ ନେଇ ଉତ୍ସୁକ ରୁହନ୍ତି ଓ ଏହି ଦିଗରେ ନିଜର ମନ ଲଗାଇ ପାରନ୍ତି। ଏମାନଙ୍କୁ ଯାତ୍ରା କରିବା ପାଇଁ ମଧ୍ୟ ଉତ୍ସୁକତା ରହିଥାଏ ଓ ଏମାନେ ଏହାର ଆନନ୍ଦ ନିଅନ୍ତି।

ପ୍ରେମ ଜିବନ: ଏହି ସପ୍ତାହରେ ଆପଣ ନିଜର ପାର୍ଟନର ସାମ୍ନାରେ ନିଜର ଭାବନାକୁ ପ୍ରକାଶ କରିବେ ଓ ଏହାର ପରିଣାମସ୍ବରୂପ ଜୀବନସାଥୀ ସହିତ ନିଶ୍ଚିନ୍ତ ହୋଇ ଆଗକୁ ବଢ଼ି ପାରିବେ।

ଶିକ୍ଷା: ଏହି ସପ୍ତାହରେଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଛାତ୍ର ପ୍ରଫେଶନାଲ ସ୍ଟଡିସ ଯେପରି କେମିକ୍ଯାଲ ଇଞ୍ଜିନିୟରିଂ ଓ ମେରିନ ଇଞ୍ଜିନିୟରିଂ ପରି ବିଷୟରେ ଉତ୍କୃଷ୍ଟତା ହାସଲ କରିବେ। ଆପଣ ଏହି ସବୁକୁ ନିଜର ବୁଦ୍ଧି ବଳରେ ପ୍ରାପ୍ତ କରିବେ।

ବୃତ୍ତିଗତ ଜୀବନ: ଚାକିରି କରିଥିବା ଲୋକ ଏହି ସପ୍ତାହରେ ନିଜର ପ୍ରତିବଦ୍ଧତା ଓ ବୃତ୍ତିଗତ ଭାବରେ କାମ କରିବା ଯୋଗୁଁ କିଛି ଲାଭ ଓ ଇନସେନଟିଭ୍ ପାଇବେ। ବ୍ୟବସାୟୀମାନେ ନିଜର ବିରୋଧୀଙ୍କୁ କଠିନ ଟକ୍କର ଦେବାରେ ସକ୍ଷମ ହେବେ।

ସ୍ବାସ୍ଥ୍ୟ: ମୂଳାଙ୍କ 2ର ଲୋକ ଏହି ସପ୍ତାହରେ ଭଲ ରୋଗ ପ୍ରତିରୋଧକ ଶକ୍ତି ଯୋଗୁଁ ସୁସ୍ଥ ରହିବେ। ଆପଣଙ୍କ ଭିତରେ ଉତ୍ସାହ ଓ ସାହସ ରହିବ। ଆପଣ ଧ୍ୟାନ ଓ ଯୋଗ ବଳରେ ଉତ୍ତମ ସ୍ବାସ୍ଥ୍ୟ ପ୍ରାପ୍ତ କରିବାକୁ ସକ୍ଷମ ହେବେ।

ଉପାୟ: ସୋମବାର ଦିନ ଚନ୍ଦ୍ରଙ୍କ ପାଇଁ ପୂଜା କରନ୍ତୁ।

କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

ମୂଳାଙ୍କ 3

(ଯଦି ଆପଣଙ୍କ ଜନ୍ମ କୌଣସି ମାସର 3, 12, 21 କିମ୍ବା 30 ତାରିଖରେ ହୋଇଛି )

ଏହି ମୂଳାଙ୍କର ଲୋକ ଅଧିକ ଅଧ୍ୟାତମିକ ହୋଇଥାଆନ୍ତି ଓ ଏମାନେ ନିଜର ମନ ଅଧ୍ୟାତମିଳ ଜିନିଷରେ ଲଗାନ୍ତି। ଏମାନେ ଖୋଲା ବିଚାର ରଖନ୍ତି।

ପ୍ରେମ ଜିବନ: ଏହି ସମୟରେ ଆପଣ ନିଜର ପାର୍ଟନର ସହିତ ଅଧିକ ସଚ୍ଚୋଟ ରହିବେ ଓ ଏହି ପ୍ରକାର ଦୁହିଙ୍କ ମଧ୍ୟରେ ପ୍ରେମ ବଢ଼ିବ। ଆପଣ ନିଜର ଜୀବନସାଥୀ ସହିତ ଖୁସି ରହିବେ।

ଶିକ୍ଷା: ପ୍ରଫେଶନାଲ ସ୍ଟଡିସରେ ବିଜନେସ ମ୍ଯାନେଜମେନ୍ଟ, ଏଡଭାନ୍ସ ଷ୍ଟାଟିଷ୍ଟିକ୍ସ ପରି ବିଷୟ ଆପଣଙ୍କ ପାଇଁ ଭଲ ରହିବ। ଆପଣ ଉଚ୍ଚ ଅଙ୍କ ପ୍ରାପ୍ତ କରିବେ ଓ ନିଜର କୌଶଲକୁ ପ୍ରମାଣିତ କରିବାରେ ସକ୍ଷମ ହେବେ।

ବୃତ୍ତିଗତ ଜୀବନ: ଚାକିରି କରିଥିବା ଲୋକଙ୍କୁ ବିଦେଶ ଯିବାର ସୁଯୋଗ ମିଳିବ ଓ ଏହି ସୁଯୋଗ ଆପଣଙ୍କୁ ସଫଳତା ଆଣିବ। ବ୍ୟବସାୟୀଙ୍କୁ ନିଜର ବିଜନେସ ପାର୍ଟନରର ପୂର୍ଣ ସହଯୋଗ ପ୍ରାପ୍ତ ହେବ ଓ ତାଙ୍କ ସାହାଜ୍ୟରେ ଆପଣଙ୍କୁ ବ୍ୟବସାୟ କ୍ଷେତ୍ରରେ ଅଧିକ ସୁଯୋଗ ମିଳିବ ଏବଂ ଆପଣ ଅଧିକ ଲାଭ କରିବେ।

ସ୍ବାସ୍ଥ୍ୟ: ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୃଢ଼ ରହିବା ଯୋଗୁଁ ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ। ଏହା ବ୍ୟତୀତ ଆତ୍ମବିଶ୍ବାସରୁ ଭରପୁର ରହିବା ଯୋଗୁଁ ଆପଣଙ୍କୁ ଲାଭ ହେବ।

ଉପାୟ: ଆପଣ ପ୍ରତିଦିନ 21 ଥର ଓଁ ଗୁରବେ ନମଃ ମନ୍ତ୍ର ଜପ କରନ୍ତୁ।

ମୂଳାଙ୍କ 4

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 4, 13, 22 କିମ୍ବା 31 ତାରିଖରେ ହୋଇଛି)

ଏହି ମୂଳାଙ୍କର ଲୋକ ଅଧିକ ଭାବୁକ ହୋଇଥାନ୍ତି ଓ ଏହାକୁ ଆଧାର କରି ନିଷ୍ପତି ନେଇଥାଆନ୍ତି। ଏହି ଲୋକ ନିଜର କାର୍ଯ୍ୟକୁ ନେଇ ଅଧିକ ସଚେତନ ରୁହନ୍ତି।

ପ୍ରେମ ଜିବନ: ଏହି ସପ୍ତାହରେ ପାରସ୍ପରିକ ତାଳମେଳର ଅଭାବ ଯୋଗୁଁ ଆପଣଙ୍କୁ ନିଜର ପାର୍ଟନର ସହିତ ଆନନ୍ଦମୟ ସମୟ କଟାଇବାକୁ ସୁଯୋଗ ମିଳିବ ନାହିଁ। ଆପଣ ଦୁହିଙ୍କ ମଧ୍ୟରେ ଯୁକ୍ତିତର୍କ ହେବାର ଆଶଙ୍କା ଅଛି। ଏହି କାରଣରୁ ଆପଣଙ୍କର ସମ୍ପର୍କରେ ତିକ୍ତତା ଆସିପାରେ।

ଶିକ୍ଷା: ଛାତ୍ରଙ୍କର ପଢ଼ା ଉପରୁ ଧ୍ୟାନ ବିଚ୍ଛିନ୍ନ ହୋଇପାରେ ଓ ଏହି କାରଣରୁ ସେ ଉଚ୍ଚ ଅଙ୍କ ପ୍ରାପ୍ତ କରିବାରେ ଅସମର୍ଥ ହୋଇପାରନ୍ତି। ଏକାଗ୍ରତାର ଅଭାବ ଯୋଗୁଁ ଆପଣ ପଢ଼ାରେ ପଛେଇ ଯାଇପାରନ୍ତି।

ବୃତ୍ତିଗତ ଜୀବନ: ଚାକିରି କରୁଥିବା ଲୋକ କାର୍ଯ୍ୟକ୍ଷେତ୍ରରେ କାମର ଚାପ ବଢ଼ିବା ଯୋଗୁଁ ପଛେଇ ଯାଇ ପାରନ୍ତି। ଏହି କାରଣରୁ ସେ ଉତ୍କୃଷ୍ଟ ପ୍ରଦର୍ଶନ କରିବା ଓ ନାମ ଅର୍ଜନ କରିବାରେ ଅସଫଳ ରହି ପାରନ୍ତି। ଯଦିା ପଣ ବ୍ୟବସାୟ କରନ୍ତି, ତେବେ ପ୍ରତିସ୍ପର୍ଦ୍ଧା ଆପଣଙ୍କୁ ପଛରେ ପକାଇ ପାରନ୍ତି, ଯେଉଁଥିପାଇଁ ଆପଣଙ୍କୁ କମ ସୁଯୋଗ ପ୍ରାପ୍ତ ହେବ।

ସ୍ବାସ୍ଥ୍ୟ: ଆପଣଙ୍କ ଭିତରେ ସାହସର ଅଭାବ ହୋଇପାରେ ଓ ଏହାର ପ୍ରଭାବ ଆପଣଙ୍କର ସ୍ବାସ୍ଥ୍ୟ ଉପରେ ଦେଖିବାକୁ ମିଳିପାରେ। ଏହି ସପ୍ତାହରେ ଆପଣଙ୍କ ଭିତରେ ଊର୍ଜାର ହ୍ରାସ ଘଟିବ। ବଳର ଅଭାବ କାରଣରୁ ଆପଣ ଉଚ୍ଚ ଚାପର ଶିକାର ହୋଇପାରନ୍ତି।

ଉପାୟ: ଆପଣ ପ୍ରତିଦିନ 22 ଥର ଓଁ ଦୂର୍ଗାୟ ନମଃ ମନ୍ତ୍ର ଜପ କରନ୍ତୁ।

ଏବେ ଘରେ ବାସି ବିଶେଷଜ୍ଞ ପୁରୋହିତଙ୍କ ଦ୍ବାରା କରାନ୍ତୁ ଇଚ୍ଛାନୁସାରେ ଅନଲାଇନ ପୂଜା ଓ ପାଆନ୍ତୁ ଉତ୍ତମ ପରିଣାମ!

ମୂଳାଙ୍କ 5

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 5, 14 କିମ୍ବା 23 ତାରିଖରେ ହୋଇଛି)

ଏହି ମୂଳାଙ୍କର ଲୋକ ନିଜର ବୁଦ୍ଧିର ବ୍ୟବହାର କରି ପ୍ରଭାବି ନିଷ୍ପତି ନେବା ଉପରେ ଧ୍ୟାନ ଦିଅନ୍ତି। ଏହି ଲୋକଙ୍କୁ ନିଜର ସେନ୍ସ ଅଫ ହ୍ୟୁମର୍ ରୁ ବହୁତ ସାହାଜ୍ୟ ମାଇଲ।

ପ୍ରେମ ଜିବନ: ଏହି ସପ୍ତାହରେ ଆପଣ ଏବଂ ଆପଣଙ୍କ ସାଥୀ ମଧ୍ୟରେ ଥିବା ସମ୍ପର୍କରେ ଦୁଃଖ ଆସିବାର ସମ୍ଭାବନା ଅଛି। ଆପଣ ଦୁହିଁଙ୍କ ସମ୍ପର୍କ ଦୁର୍ବଳ ହୋଇପାରେ। ଆପଣ ନିଜ ଜୀବନସାଥୀଙ୍କଠାରୁ ନିଜକୁ ଦୂରେଇ ରଖିପାରନ୍ତି ଏବଂ ଏହା ଆପଣଙ୍କ ସମ୍ପର୍କ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ।

ଶିକ୍ଷା: ପଢ଼ା ଦୃଷ୍ଟିରୁ ଏହି ସପ୍ତାହଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀବହୁତ ଭଲ ହେବ ନାହିଁ। ଆପଣ ଶିକ୍ଷା କ୍ଷେତ୍ରରେ କରୁଥିବା ପ୍ରୟାସରେ ସହଜରେ ସଫଳତା ପାଇବାକୁ ସମର୍ଥ ହେବେ ନାହିଁ। ଏହା ବ୍ୟତୀତ, ଆପଣଙ୍କର ଧ୍ୟାନ ମଧ୍ୟ ଅଧ୍ୟୟନରୁ ବିଚ୍ଛିନ୍ନ ହୋଇପାରେ।

ବୃତ୍ତିଗତ ଜୀବନ: ଚାକିରୀ କରୁଥିବା ଲୋକଙ୍କୁ ହୁଏତ ସେମାନଙ୍କ ଉଚ୍ଚ ଅଧିକାରୀଙ୍କ ସହ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏହି କାରଣରୁ ଆପଣ ଟିକେ ଚିନ୍ତିତ ରହିପାରନ୍ତି। ଏହା ସମ୍ଭବ ଯେ ଆପଣ କଠିନ ପରିଶ୍ରମ କରିବେ କିନ୍ତୁ ଆପଣଙ୍କର ଉଦ୍ୟମ ଏବଂ କାର୍ଯ୍ୟ ଚିହ୍ନିତ ହେବ ନାହିଁ। ସେହି ସମୟରେ, ବ୍ୟବସାୟୀମାନେ ଲାଭ ଅର୍ଜନ କରିବାରେ ବିଫଳ ହୋଇପାରନ୍ତି ଏବଂ ସେମାନଙ୍କର ବିଦ୍ୟମାନ ଅଂଶୀଦାରମାନଙ୍କ ସହିତ ମଧ୍ୟ ସମସ୍ୟାର ସମ୍ମୁଖୀନ ହେବାର ସମ୍ଭାବନା ଅଛି।

ସ୍ବାସ୍ଥ୍ୟ: ଏହି ସପ୍ତାହରେ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ହେତୁ, ଆପଣଙ୍କର ସ୍ନାୟୁ ସମ୍ବନ୍ଧୀୟ ସମସ୍ୟା ହେବାର ସମ୍ଭାବନା ଅଛି। ବେଳେବେଳେ ଆପଣ ହଜମ ଜନିତ ସମସ୍ଯାର ମଧ୍ୟ ସମ୍ମୁଖୀନ ହୋଇପାରନ୍ତି।

ଉପାୟ: ଆପଣ ପ୍ରତିଦିନ 41 ଥର ଓଁ ନମୋ ନାରାୟଣ ମନ୍ତ୍ର ଜପ କରନ୍ତୁ।

ଆପଣଙ୍କର କୁଣ୍ଡଳୀରେ ମଧ୍ୟ ଅଛି ରାଜଯୋଗ? ଜାଣନ୍ତୁ ନିଜର ରାଜଯୋଗ ରିପୋର୍ଟ୍

ମୂଳାଙ୍କ 6

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 6, 15 କିମ୍ବା 24 ତାରିଖରେ ହୋଇଛି )

ଏହି ମୂଳାଙ୍କର ଲୋକଙ୍କର ହ୍ୟୁମର୍ ଓ ରଚନାତ୍ମକ କାର୍ଯ୍ୟ ଇତ୍ୟାଦିରେ ଅଧିକ ରୁଚି ହୋଇପାରେ। ଏହି ଲୋକଙ୍କୁ ବୁଲା ବୁଲି ଓ ମଜା ମସ୍ତି କରିବାରେ ଅଧିକ ରୁଚି ରହିପାରେ।

ପ୍ରେମ ଜିବନ: ଏହି ସପ୍ତାହରେ ଆପଣଙ୍କ ଆଡ଼ୁ ତାଳମେଳ କମ ହେବା କାରଣରୁ ଆପଣ ନିଜର ପାର୍ଟନର ସହିତ ସମ୍ପର୍କରେ ଖୁସି ରହିବେ ନାହିଁ। ଆପଣଙ୍କୁ ନିଜର ଜୀବନସାଥୀ ସହିତ ଧର୍ଯ୍ୟ ସହିତ ଆଚରଣ କରିବା ଆବଶ୍ୟକ ହେବ।

ଶିକ୍ଷା: ଏହି ସପ୍ତାହରେ ଆପଣଙ୍କର ଏକାଗ୍ରତାରେ ହ୍ରାସ ଘଟିବା ଯୋଗୁଁ ପଢ଼ାରେ ଧ୍ୟାନ ରହିବ ନାହିଁ। ଏହି କାରଣରୁ ଆପଣ ପଢ଼ାରେ ଠିକ ରେ ଫୋକସ କରି ପାରିବେ ନାହିଁ।

ବୃତ୍ତିଗତ ଜୀବନ: ସମ୍ଭାବନା ଅଛି ଯେ ଚାକିରି କରିଥିବା ଲୋକଙ୍କୁ ନିଜର ଚାକିରି ସମ୍ବନ୍ଧରେ ଭଲ ପରିଣାମ ନ ମିଳିପାରେ। ଏହି କାରଣରୁ ଆପଣ ଚିନ୍ତିତ ରହିବେ। ବ୍ୟବସାୟୀଙ୍କୁ ମଧ୍ୟ ଏହି ସପ୍ତାହରେ ଅଧିକ କ୍ଷତି ହେବାର ଆଶଙ୍କା ଅଛି।

ସ୍ବାସ୍ଥ୍ୟ: ଏହି ସପ୍ତାହରେ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବା ଯୋଗୁଁ ସ୍କିନ ସମ୍ବନ୍ଧିତ ସମସ୍ଯା ହେବାର ଆଶଙ୍କା ଅଛି। ଆପଣଙ୍କୁ ଏହି ସମୟରେ କୁଣ୍ଡିଆ ହେବାର ଆଶଙ୍କା ଅଛି।

ଉପାୟ: ପ୍ରତିଦିନ 33 ଥର ଓଁ ଶୁକ୍ରାୟ ନମଃ ମନ୍ତ୍ର ଜପ କରନ୍ତୁ।

ମୂଳାଙ୍କ 7

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 7, 16 କିମ୍ବା 25 ତାରିଖରେ ହୋଇଛି)

ଏହି ମୂଳାଙ୍କର ଲୋକ ଦାର୍ଶନିକ ହୋଇଥାଆନ୍ତି। କେବେ କେବେ ଏହି ଲୋକଙ୍କ ଭିତରେ ଧର୍ଯ୍ୟର ଅଭାବ ହୋଇପାରେ। ଏହା ଏମାନଙ୍କର ବିକାଶରେ ବାଧା ସୃଷ୍ଟି କରିପାରେ।

ପ୍ରେମ ଜିବନ: ଏହି ସପ୍ତାହରେ ଆପଣ ନିଜର ପାର୍ଟନର ସହିତ ସଚ୍ଚୋଟ ରହିବାରେ ଅସମର୍ଥ ରହିବେ। ଏହା ସହିତ ଆପଣ ନିଜର ଜୀବନସାଥୀ ସହିତ ସମ୍ପର୍କରେ ଖୁସି ରହିବେ ନାହିଁ। ଆପଣଙ୍କର ସମ୍ପର୍କରେ ସୁଖ ଶାନ୍ତି ଭଙ୍ଗ ହେବାର ଆଶଙ୍କା ଅଛି। ଏହି କାରଣରୁ ଦୁହିଙ୍କ ମଧ୍ୟରେ ଦୂରତା ବଢ଼ିପାରେ।

ଶିକ୍ଷା: ଉଚ୍ଚ ଅଙ୍କ ପାଇବାରେ ସଫଳ ନହେବା ହେତୁ ଛାତ୍ରମାନେ ଦିଗହୀନ ଅନୁଭବ କରିପାରନ୍ତି | ଛାତ୍ରମାନେ ଅଧ୍ୟୟନ ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ।

ବୃତ୍ତିଗତ ଜୀବନ: ନିଯୁକ୍ତ ବ୍ୟକ୍ତିମାନେ ସେମାନଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ଅନୁଭବ କରିପାରନ୍ତି ଏବଂ ଆପଣ ମଧ୍ୟ ଏହି ସମୟରେ ଆପଣଙ୍କ ଉଚ୍ଚ ଅଧିକାରୀଙ୍କ କ୍ରୋଧର ଶିକାର ହୋଇପାରନ୍ତି। ଏଥି ସହିତ ବ୍ୟବସାୟୀମାନେ ଅଧିକ କ୍ଷତି ସହିବାର ସମ୍ଭାବନା ରହିଛି। ଏହି ସପ୍ତାହରେ ଆପଣଙ୍କର ଅଧିକ ଲାଭ ହେବାର ଆଶା ଥିବା ପରି ମନେହୁଏ।

ସ୍ବାସ୍ଥ୍ୟ: ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଯୋଗୁଁ, ଏହି ସପ୍ତାହରେ ଆପଣଙ୍କର ହଜମ ସମ୍ବନ୍ଧୀୟ ସମସ୍ୟା ହୋଇପାରେ। ଏଗୁଡ଼ିକ ଆପଣଙ୍କ ପାଇଁ ବାଧା ହୋଇପାରେ। ତେଣୁ ଆପଣଙ୍କୁ ଏହି ସମୟରେ ଅଧିକ ଔଷଧ ଖାଇବା ଆବଶ୍ୟକ।

ଉପାୟ: ଆପଣ ପ୍ରତିଦିନ 43 ଥର ଓଁ ଗଣପତୟେ ନମଃ ମନ୍ତ୍ର ଜପ କରନ୍ତୁ।

କାଳସର୍ପ ଦୋଷ ରିପୋର୍ଟ୍ – କାଳ ସର୍ପ ଯୋଗ କ୍ଯାଲକୁଲେଟର

ମୂଳାଙ୍କ 8

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 8, 17 କିମ୍ବା 26 ତାରିଖରେ ହୋଇଛି))

ଏହି ମୂଳାଙ୍କର ଲୋକ କାମ ଉପରେ ଅଧିକ ଧ୍ୟାନ ଦିଅନ୍ତି। ଏହି ଲୋକ ନିଜର ଜୀବନରେ ଅଧିକ ପ୍ରତିବଦ୍ଧ ହୋଇଥାନ୍ତି ଓ ନିଜର ଦୈନଦିନ କାମକୁ ଯୋଜନା ଏବଂ ସିଡିଉଲ ପ୍ରସ୍ତୁତ କରି କରିବାକୁ ପସନ୍ଦ କରନ୍ତି।

ପ୍ରେମ ଜିବନ: ଆପଣ ନିଜ ଜୀବନସାଥୀଙ୍କ ପ୍ରତି ଅଧିକ ସୁଖ ଏବଂ ସକାରାତ୍ମକତାରେ ପରିପୂର୍ଣ୍ଣ ଏକ ମନୋଭାବ ଦେଖାଇପାରନ୍ତି, ଏବଂ ଏହାକୁ ପ୍ରକାଶ କରିବାର ଉପାୟ ଆହୁରି ସକରାତ୍ମକ ହୋଇପାରେ।

ଶିକ୍ଷା: ଯଦି ଆପଣ ବୃତ୍ତିଗତ ଅଧ୍ୟୟନ କରୁଛନ୍ତି, ତେବେ ଏହି ସପ୍ତାହରେ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ, ଧ୍ୟାନ ଦେବା ଏବଂ ଉତ୍କର୍ଷତା ହାସଲ କରିବାକୁ ସ୍ୱଚ୍ଛ ଚିନ୍ତାଧାରା ସହିତ ଆଗକୁ ବଢ଼ିବାକୁ ପଡ଼ିବ | ସଫଳତା ପାଇବା ପାଇଁ ଏହା ହେଉଛି ଏକମାତ୍ର ଉପାୟ | କିନ୍ତୁ ଯଦି ଆପଣ ନିଜର ଅଧ୍ୟୟନ ପାଇଁ ପ୍ରତିବଦ୍ଧ, ତଥାପି ଆପଣ ସଫଳତା ହାସଲ କରିପାରିବେ।

ବୃତ୍ତିଗତ ଜୀବନ: ନିଯୁକ୍ତ ବ୍ୟକ୍ତିମାନେ ନୂତନ ଚାକିରିର ସୁଯୋଗ ପାଇବାର ସମ୍ଭାବନା ଅଛି। ଏହି କାରଣରୁ ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ କିନ୍ତୁ ଏହି ସୁଯୋଗଗୁଡ଼ିକ ଆପଣଙ୍କ ପାଇଁ ଚ୍ୟାଲେଞ୍ଜିଂ ପ୍ରମାଣିତ ହୋଇପାରେ। ବ୍ୟବସାୟୀମାନେ ହାରାହାରି ଲାଭ ଆଶା କରିପାରିବେ।

ସ୍ବାସ୍ଥ୍ୟ: ଆପଣ ଏହି ସପ୍ତାହରେ ଗୋଡ଼, କାନ୍ଧ ଏବଂ ଜଙ୍ଘରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ହେତୁ ଏହା ହୋଇପାରେ

ଉପାୟ: ଆପଣ ପ୍ରତିଦିନ 11 ଥର ଓଁ ହନୁମତେ ନମଃ ମନ୍ତ୍ର ଜପ କରନ୍ତୁ।

ପାଆନ୍ତୁ ନିଜର କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍

ମୂଳାଙ୍କ 9

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 9, 18 କିମ୍ବା 27 ତାରିଖରେ ହୋଇଛି)

ମୂଳାଙ୍କ 9 ର ଲୋକ ନିଜର କାର୍ଯ୍ୟ ଶୀଘ୍ର ଓ ଅଧିକ କୌଶଳ ସହିତ କରନ୍ତି। ଏହି ଲୋକ କେବେ କେବେ ମୂଡି ହୋଇପାରନ୍ତି ଓ ଏହି କାରଣରୁ ହାତରୁ ଭଲ ସୁଯୋଗ ଖସି ଯାଇ ପାରେ।

ପ୍ରେମ ଜିବନ: ଏହି ସମୟରେ, ଆପଣ ଜୀବନସାଥୀ ସହିତ ବୁଲେଇ ବଙ୍କେଇ କଥାବାର୍ତ୍ତା କରିବା ପରିବର୍ତ୍ତେ ସିଧାସଳଖ କଥା ହେବାକୁ ପସନ୍ଦ କରିବେ | ଏହି ସପ୍ତାହରେ ଆପଣ ନିଜ ସାଥୀଙ୍କ ସହିତ ମନ କଥା ବାଣ୍ଟିବାରେ ଖୁସି ଦେଖାଇ ପାରିବେ | ଏହା ଉଭୟଙ୍କ ମଧ୍ୟରେ ସମ୍ପର୍କକୁ ମଜବୁତ କରିବ |

ଶିକ୍ଷା: ଏହି ସପ୍ତାହରେଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଛାତ୍ରମାନେ ଅଧିକ ବୃତ୍ତିଗତ ଢଙ୍ଗରେ ଅଧ୍ୟୟନ କରିବେ | ଆଓନ ଅଧ୍ୟୟନ ପାଇଁ ପ୍ରତିବଦ୍ଧ ରହିବେ ଏବଂ ଭଲ ଅଧ୍ୟୟନ କରିବେ।

ବୃତ୍ତିଗତ ଜୀବନ: ନିଯୁକ୍ତ ବ୍ୟକ୍ତିମାନେ କାର୍ଯ୍ୟଟିକୁ ଠିକ୍ ସମୟରେ ସଂପୂର୍ଣ୍ଣ କରିବାକୁ ଚେଷ୍ଟା କରିବେ ଯେଉଁଥିପାଇଁ ଲୋକମାନେ ଆପଣଙ୍କ ଉପରେ ଖୁସି ହେବେ | ବ୍ୟବସାୟୀମାନେ ଏହି ସପ୍ତାହରେ ସେମାନଙ୍କର ନେତୃତ୍ୱ ଗୁଣ ପ୍ରଦର୍ଶନ କରିପାରିବେ | ବ୍ୟବସାୟୀମାନେ ସେମାନଙ୍କର ବ୍ୟବସାୟ ଉପରେ ନିୟନ୍ତ୍ରଣ ରଖିବେ |

ସ୍ବାସ୍ଥ୍ୟ: ସାହସ ଏବଂ ଦୃଢ଼ ରୋଗ ପ୍ରତିରୋଧକ ଶକ୍ତି କାରଣରୁ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ହେବାକୁ ଯାଉଛି | ଏହା ଆପଣଙ୍କ ଭିତରେ ଥିବା ଉଚ୍ଚ ସ୍ତରର ଶକ୍ତି ହେତୁ ହୋଇପାରେ।

ଉପାୟ: ଆପଣ ପ୍ରତିଦିନ 27 ଥର ଓଁ ଭୌମାୟ ନମଃ ମନ୍ତ୍ର ଜପ କରନ୍ତୁ।

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ବ୍ଲଗ ନିଶ୍ଚିତ ପସନ୍ଦ ଆସିଥିବ। ଯଦି ଏପରି ହୋଇଥାଏ ତେବେ ଆପଣ ନିଜର ଅନ୍ୟ ଶୁଭଚିନ୍ତକଙ୍କ ସହିତ ନିଶ୍ଚିତ ଶେୟାର କରନ୍ତୁ । ଧନ୍ୟବାଦ !

ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ

1. ମୂଳାଙ୍କ 4 ଉପରେ କେଉଁ ଗ୍ରହର ଆଧିପତ୍ୟ ଅଛି?

ମୂଳାଙ୍କ 4 ର ସ୍ବାମୀ ରାହୁ ଗ୍ରହ ଅଟନ୍ତି।

2. ମୂଳାଙ୍କ 6 ର ସ୍ବାମୀ ଗ୍ରହ କିଏ?

6 ମୂଳାଙ୍କର ସ୍ବାମୀ ଗ୍ରହ ଶୁକ୍ର।

3. ମୂଳାଙ୍କ 2 ଲୋକ କିପରି ହୋଇଥାଆନ୍ତି?

ଏମାନେ କଳ୍ପନାଶୀଳ ଓ ଭାବୁକ ସ୍ଵଭାବର ହୋଇଥାନ୍ତି।

Talk to Astrologer Chat with Astrologer