ଅପ୍ରିଲ ମାସର ଏହି ସପ୍ତାହ ଅଲଗା-ଅଲଗା ମୂଳାଙ୍କର ଲୋକଙ୍କ ପାଇଁ ବହୁତ ଭଲ ସୁଯୋଗ ନେଇ ଆସିବ। ଯଦି ଆପଣ ନିଜର ମୂଳାଙ୍କ ଉପରେ ଆଧାରିତ ପ୍ରେମ ଜୀବନ, କ୍ୟାରୀଅର, ସ୍ବାସ୍ଥ୍ୟ କିମ୍ବା ଆର୍ଥିକ ସ୍ଥିତି ବିଷୟରେ ଜାଣିବାକୁ ଚାହାନ୍ତି, ତେବେ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଆର୍ଟିକଲ୍ କୁ ଶେଷ ଯାଏଁ ନିଶ୍ଚିତ ପଢ଼ନ୍ତୁ। ଏହି ଲେଖାରେ ଆମର ଅନୁଭବି ଜ୍ଯୋତିଷ ମୂଳାଙ୍କ ଉପରେ ଆଧାରିତ ଏହିରାଶିଫଳ 13 ଅପ୍ରିଲରୁ 19 ଅପ୍ରିଲ ପାଇଁ ସଠିକ ଭବିଷ୍ୟବାଣୀ ପ୍ରଦାନ କରିଛନ୍ତି।
ରାଶିଫଳ ଜାଣିବା ପାଇଁ ମୂଳାଙ୍କର ମହତ୍ଵ ରହିଛି | ମୂଳାଙ୍କ ସଂଖ୍ୟା ବ୍ୟକ୍ତିଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟା ଭାବରେ ବିବେଚନା କରାଯାଏ | ଆପଣ ଜନ୍ମ ହୋଇଥିବା ମାସର ଯେକୌଣସି ତାରିଖକୁ ୟୁନିଟ୍ ଅଙ୍କରେ ପରିଣତ କରିବା ପରେ ପ୍ରାପ୍ତ ହୋଇଥିବା ସଂଖ୍ୟାକୁ ଆପଣଙ୍କର ମୂଳାଙ୍କ କୁହାଯାଏ | ମୂଳାଙ୍କ ସଂଖ୍ୟା 1 ରୁ 9 ମଧ୍ୟରେ ଯେକୌଣସି ସଂଖ୍ୟା ହୋଇପାରେ, ଉଦାହରଣ ସ୍ୱରୂପ, ଯଦି ଆପଣ କୌଣସି ମାସର 22 ରେ ଜନ୍ମ ହୋଇଛନ୍ତି, ତେବେ ଆପଣଙ୍କର ମୂଳାଙ୍କ ନମ୍ବର 1 + 0 ଅର୍ଥାତ୍ 1 ହେବ |
ଏହି ଉପାୟରେ ଆପଣ ଜାଣିପାରିବେ ନିଜର ମୂଳାଙ୍କ ଉପରେ ଆଧାରିତ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ। ଏହି ପ୍ରକାର କୌଣସି ମାସର 1 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଜନ୍ମ ହୋଇଥିବା ଲୋକଙ୍କ ପାଇଁ 1 ରୁ 9 ପର୍ଯ୍ୟନ୍ତର ମୂଳାଙ୍କର ଗଣନା କରାଯାଏ।
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ବିଶ୍ବର ବିଦ୍ବାନ ଅଙ୍କ ଜ୍ଯୋତିଷଙ୍କ ସହିତ ହୁଅନ୍ତୁ ଫୋନରେ କଥା ଓ ଜାଣନ୍ତୁ କ୍ୟାରୀଅର ସମ୍ବନ୍ଧିତ ସମସ୍ତ ସୂଚନା
ଜାଣନ୍ତୁ ନିଜର ମୂଳାଙ୍କ ଉପରେ ଆଧାରିତ ସାପ୍ତାହିକ ରାଶିଫଳ ( 13 ଅପ୍ରିଲରୁ 19 ଅପ୍ରିଲ, 2025)
ଅଙ୍କଜ୍ଯୋତିଷ ଆମ ଜୀବନରେ ସିଧାସଳଖ ପ୍ରଭାବ ପକାଇଥାଏ କାରଣ ସମସ୍ତ ସଂଖ୍ୟା ଆମର ଜନ୍ମ ତାରିଖ ସହିତ ଜଡ଼ିତ | ନିମ୍ନରେ ଦିଆଯାଇଥିବା ଲେଖାରେ, ଆମେ କହିଛୁ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କର ମୂଳାଙ୍କ ସଂଖ୍ୟା ଅଛି ଯାହା ତାଙ୍କ ଜନ୍ମ ତାରିଖ ଅନୁଯାୟୀ ନିର୍ଣ୍ଣୟ କରାଯାଇଥାଏ ଏବଂ ଏହି ସମସ୍ତ ସଂଖ୍ୟା ବିଭିନ୍ନ ଗ୍ରହ ଦ୍ୱାରା ପରିଚାଳିତ ହୋଇଥାଏ |
ମୂଳାଙ୍କ 1 ଉପରେ ସୂର୍ଯ୍ୟ ଦେବଙ୍କର ଆଧିପତ୍ୟ ଅଛି। ଚନ୍ଦ୍ରମା ମୂଳାଙ୍କ 2 ର ସ୍ବାମୀ ଅଟନ୍ତି । ଅଙ୍କ 3 ଉପରେ ଦେବ ଗୁରୁବୃହସ୍ପତିଙ୍କର ସ୍ଵାମିତ୍ଵ ଅଛି ଓ ରାହୁ ଅଙ୍କ 4 ର ରାଜା ଅଟନ୍ତି । ଅଙ୍କ 5 ବୁଧ ଗ୍ରହ ଦ୍ବାରା ଶାସିତ । 6 ମୂଳାଙ୍କର ରାଜା ଶୁକ୍ର ଦେବ ଓ 7 ଅଙ୍କ କେତୁ ଗ୍ରହଙ୍କ ଦ୍ବାରା ଶାସିତ । ଶନି ଦେବଙ୍କୁ ଅଙ୍କ 8 ର ସ୍ବାମୀ ବିବେଚନା କରାଯାଏ। ଅଙ୍କ 9 ମଙ୍ଗଳ ଦେବଙ୍କର ଅଙ୍କ । ଏହି ଗ୍ରହମାନଙ୍କର ପରିବର୍ତ୍ତନ ଯୋଗୁଁ ମଣିଷ ଜୀବନରେ ପରିବର୍ତ୍ତନ ଆସେ।
ବୃହତ କୁଣ୍ଡଳୀ ରେ ଲୁଚି ରହିଛି,ଆପଣଙ୍କ ଜୀବନର ସମସ୍ତ ରହସ୍ୟ, ଜାଣନ୍ତୁ ଗ୍ରହମାନଙ୍କର ଚଳନ ବିଷୟରେ ସମସ୍ତ ସୂଚନା
ଯଦି ଆପଣଙ୍କର ଜନ୍ମ କୌଣସି ମାସର 1, 10, 19 କିମ୍ବା 28 ତାରିଖରେ ହୋଇଛି ତେବେ ଆପଣଙ୍କର ମୂଳାଙ୍କ 1 ହେବ। ଏହି ସପ୍ତାହ ଆପଣଙ୍କୁ ମିଶ୍ରିତ ପରିଣାମ ଦେବ। କେବେ କେବେ ଆପଣ ଅଯଥାରେ କ୍ରୋଧିତ ହୋଇ ପାରନ୍ତି। ଏହି କାରଣରୁ ଭାଇ ଓ ମିତ୍ରଙ୍କ ସହିତ ଆପଣଙ୍କର ସମ୍ପର୍କ ଦୁର୍ବଳ ହୋଇପାରେ। ପ୍ରପର୍ଟି ସହିତ ଜଡ଼ିତ ମାମଲାରେ ସାବଧାନ ହୋଇ କାମ କରିବା ଆପଣଙ୍କୁ ଅନୁକୂଳ ପରିଣାମ ଦେଇପାରେ।
ଏହି ସପ୍ତାହରେ ବାକି ଥିବା କାମ କରିବା ପାଇଁ ଭଲ ହେବ। ଯଦି ଆପଣ କୌଣସି କାମରୁ ଏବେ ଅଲଗା ହେବାକୁ ଚାହୁଁଛନ୍ତି, ମୁକ୍ତି ପାଇବାକୁ ଚାହୁଁଛନ୍ତି ସେହି ମାମଲାରେ ଏହି ସପ୍ତାହ ଆପଣଙ୍କ ପାଇଁ ଶୁଭ ହେବ। ହୃଦୟ ରୋଗ ଇତ୍ୟାଦି ସହିତ ସମ୍ବନ୍ଧିତ ମାମଲା ପାଇଁ ଏହି ସପ୍ତାହ ଟିକେ ଦୁର୍ବଳ ହୋଇପାରେ। ଯେଉଁ ଲୋକଙ୍କ ଏହି ପ୍ରକାର ରୋଗ ଅଛି ତାଙ୍କୁ ଏହି ସପ୍ତାହରେ ସାବଧାନ ରହିବାକୁ ପଡ଼ିବ। ଅର୍ଥାତ ସାବଧାନ ହୋଇ କାମ କରିବାର ସ୍ଥିତିରେ ଏହି ସପ୍ତାହ ବଡ଼ ସମସ୍ଯା ଆଣିବ ନାହିଁ।
ଉପାୟ: ନିୟମିତ ଭାବରେ ହନୁମାନ ଚାଳିସା ପାଠ କରିବା ଶୁଭ ହେବ।
ଯଦି ଆପଣଙ୍କର ଜନ୍ମ କୌଣସି ମାସର 2, 11, 20 କିମ୍ବା 29 ତାରିଖରେ ହୋଇଛି ତେବେ ଆପଣଙ୍କର ମୂଳାଙ୍କ 2 ହେବ। ଏହି ସପ୍ତାହର ବିଶେଷ କଥା ଏହା ଯେ ଆପଣଙ୍କୁ ମିଶ୍ରିତ ପରିଣାମ ମିଳିବ। ଯଦିଓ କୌଣସି ମାମଲାରେ ଚିନ୍ତା କରିବାକୁ ପଡ଼ିବ ନାହିଁ , କୌଣସି କାମରେ୩ ଅବହେଳା କରିବା ଉଚିତ ନୁହେଁ।ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଏହି ସପ୍ତାହରେ ବରିଷ୍ଠଙ୍କ ସହିତ ଭଲ ତାଳମେଳ ରଖିବା ଜରୁରୀ। ଯଦି ଆପଣଙ୍କର କୌଣସି କାମ ଅଛି ତେବେ ସେହି ମାମଲାରେ ନିଜେ ସଚେତନ ରହିବା ଆବଶ୍ୟକ। ଏହା ସହିତ, ଯାହାଙ୍କ ମାଧ୍ୟମରେ କାମ କରାଯିବ ତାଙ୍କୁ ମଧ୍ୟ ଉପଯୁକ୍ତ ସମୟରେ ମନେ ପକାଇବା ଉଚିତ ଏବଂ କାମ କରିବା ପାଇଁ ଅନୁରୋଧ କରିବା ଉଚିତ।
କୌଣସି ମାମଲାରେ ଆବଶ୍ୟକ ଠାରୁ ଅଧିକ ଭାବୁକ ହେବ ଉଚିତ ନୁହେଁ। ଆପଣ ନୂଆ କାମ ଆରମ୍ଭ କରିପାରିବେ ଓ ସାମାଜିକ ସାମଞ୍ଜସ୍ୟ ମଧ୍ୟ ରଖି ପାରିବେ। ଆପଣ ନିଜର ମାନ-ସମ୍ମାନର ଗ୍ରାଫ ମଧ୍ୟ ମେନଟେନ କରି ପାରିବେ। ଯଦି ପିତାଙ୍କର ସ୍ବାସ୍ଥ୍ୟ ଠିକ ନାହିଁ ତେବେ ତାଙ୍କର ସେବା ଇତ୍ୟାଦି ପାଇଁ ସମ୍ପୂର୍ଣ ସମୟ ବାହାର କରିବା ଆବଶ୍ୟକ ହେବ। ଅନ୍ୟ ଲୋକଙ୍କ ଠାରୁ ପିତାଙ୍କ ମାଧ୍ୟମରେ ଲାଭ ମିଳିବା ସମ୍ଭବ ହେବ।
ଉପାୟ: ସୂର୍ଯ୍ୟ ଭଗବାନଙ୍କୁ କୁକୁମ ମିଶ୍ରିତ ଜଳ ଚଢ଼ାଇବା ଶୁଭ ରହିବ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ଯଦି ଆପଣଙ୍କର ଜନ୍ମ କୌଣସି ମାସର 3, 12, 21 କିମ୍ବା 30 ତାରିଖରେ ହୋଇଛି ତେବେ ଆପଣଙ୍କର ମୂଳାଙ୍କ 3 ହେବ। ଏହି ସପ୍ତାହରେ ଏହି ମୂଳାଙ୍କର ଲୋକଙ୍କୁ ଅଧିକାଂଶ ମାମଲାରେ ବହୁ ମାତ୍ରାରେ ଅନୁକୂଳ ପରିଣାମ ମିଳିପାରେ। ଯଦି ଆପଣ ଚାକିରି କରିଛନ୍ତି ତେବେ ଭଲ ପ୍ରଦର୍ଶନ ପାଇଁ ବରିଷ୍ଠଙ୍କ ଦ୍ବାରା ଆପଣଙ୍କୁ ପ୍ରଶଂସା ମିଳିପାରେ। ଏହି ସପ୍ତାହ ସମ୍ପର୍କକୁ ଠିକ କରିବା ପାଇଁ ସାହାଜ୍ୟକାରି ହେବ। ଯଦି କାହାକୁ ନିଜର ମନ କଥା କହୁଛନ୍ତି ତେବେ ସପ୍ତାହର ଆରମ୍ଭ ଅଧିକ ଭଲ ରହିବ।
ଆରମ୍ଭରେ ଦିନ ଗୁଡ଼ିକ ସକାରାତ୍ମକ ରହିବ। ପାର୍ଟନର୍ଶିପରେ କାମ କରିବା ପାଇଁ ଏହି ସମୟ ଭଲ ରହିବ। ପାର୍ଟନର ସହିତ ସମ୍ବନ୍ଧ ଭଲ ରହିବ। ଭାବୁକ ହୋଇ ନିଷ୍ପତି ନିଅନ୍ତୁ ନାହିଁ। ଏହି ସପ୍ତାହରେଧର୍ଯ୍ୟ ରଖନ୍ତୁ। ଯଦିଓ ଆପଣ ଧର୍ଯ୍ୟବୟାନ ବ୍ୟକ୍ତି ତଥାପି ଏହି ସପ୍ତାହରେ ଆପଣ ବିଚଳିତ ହେବେ। ଧର୍ଯ୍ୟ ରଖିଲେ ପରିଣାମ ଭଲ ମିଳିବ।
ଉପାୟ: କୌଣସି ମା ସମାନ ସ୍ତ୍ରୀଙ୍କୁ ଖୀର ଓ ଚାଉଳ ଉପହାର ଦେଇ ତାଙ୍କର ଆଶୀର୍ବାଦ ନିଅନ୍ତୁ।
ଯଦି ଆପଣଙ୍କର ଜନ୍ମ କୌଣସି ମାସର 4, 14, 22 କିମ୍ବା 31 ତାରିଖରେ ହୋଇଛି ତେବେ ଆପଣଙ୍କର ମୂଳାଙ୍କ 4 ହେବ। ମୂଳାଙ୍କ 4ର ଲୋକ ଏହି ସପ୍ତାହରେ ହାରାହାରି ଲେଭେଲର ପରିଣାମ ପ୍ରାପ୍ତ କରିବେ। ଯଦି ଆପଣ କୌଣସି ମାମଲାରେ ଏପରି ଅନୁଭବ କରୁଛନ୍ତି କି ଏହି ବିଷୟରେ ପରାମର୍ଶ ନେବା ଉଚିତ ହେବ ତେବେ ଅନୁଭବି ବ୍ୟକ୍ତିଙ୍କ ଠାରୁ ପରାମର୍ଶ ନିଅନ୍ତୁ। କାରଣ ଏପରି କରିବା ଆପଣଙ୍କ ପାଇଁ ଲାଭଦାୟକ ହେବ। ଯଦି ଆପଣ ବିଦ୍ୟାର୍ଥୀ ଅଟନ୍ତି ତେବେ ବରିଷ୍ଠ ଓ ଗୁରୁଜନଙ୍କ ସମ୍ମାନ କରିବା ଆବଶ୍ୟକ। ସାଙ୍ଗରେ ନିଜର ବିଷୟ ବସ୍ତୁ ଉପରେ ଧ୍ୟାନ ଦେବା ଜରୁରୀ ହେବ। ତେବେ ଯାଇ ଭଲ ପରିଣାମ ମିଳିବ। ସାମାଜିକ କାମ ପାଇଁ ଏହି ସପ୍ତାହ ଭଲ ହେବ।
ଯଦି ପୂର୍ବରୁ କୌଣସି କାରଣରୁ ଆପଣଙ୍କ ପ୍ରତିଛବି ଖରାପ ହୋଇସାରିଛି, ତେବେ ଏହି ସମୟରେ ଆପଣ ଆପଣଙ୍କ ପ୍ରତିଛବିକୁ ଉନ୍ନତ କରିପାରିବେ। ସାମାଜିକ କାର୍ଯ୍ୟରେ ଆନ୍ତରିକ ଭାବରେ ଅଂଶଗ୍ରହଣ କରିବା ଗୁରୁତ୍ୱପୂର୍ଣ୍ଣ ହେବ। ଯଦି ଆପଣ କୌଣସି ପ୍ରକାରର ସୃଜନଶୀଳ କାର୍ଯ୍ୟରେ ଜଡ଼ିତ ବ୍ୟକ୍ତି, ତେବେ ଏହି ସପ୍ତାହ ଆପଣଙ୍କୁ ବହୁତ ଭଲ ଫଳାଫଳ ଦେଇପାରେ। ଯଦି କୌଣସି ମିତ୍ରକୁ ଆପଣଙ୍କର ସହଯୋଗ ଆବଶ୍ୟକ ହୁଏ ତେବେ ଆପଣ ସେହି ମିତ୍ରଙ୍କ ପାଇଁ ସମୟ ବାହାର କରିବା ଆବଶ୍ୟକ। କାର୍ଯ୍ୟକ୍ଷେତ୍ରରେ ମଧ୍ୟ ସନ୍ତୁଳନ ପରିଣାମ ପ୍ରାପ୍ତ କରି ପାରିବେ। ଏହି ସପ୍ତାହ କୌଣସି ବଡ଼ ସୁଯୋଗ ଦେଉଥିବା ପ୍ରତୀତ ହେଉ ନାହିଁ କିନ୍ତୁ କୌଣସି ବଡ଼ କ୍ଷତି ମଧ୍ୟ ହେବ ନାହିଁ।
ଉପାୟ: କେସର ମିଶ୍ରିତ ଜଳ ସହିତ ଶିବଙ୍କର ଅଭିଷେକ କରିବା ଶୁଭ ହେବ।
ଏବେ ଘରେ ବାସି ବିଶେଷଜ୍ଞ ପୁରୋହିତଙ୍କ ଦ୍ବାରା କରାନ୍ତୁ ଇଚ୍ଛାନୁସାରେ ଅନଲାଇନ ପୂଜା ଓ ପାଆନ୍ତୁ ଉତ୍ତମ ପରିଣାମ!
ଯଦି ଆପଣଙ୍କର ଜନମ କୌଣସି ମାସର 5, 14 କିମ୍ବା 23 ତାରିଖରେ ହୋଇଛି ତେବେ ଆପଣଙ୍କର ମୂଳାଙ୍କ 5 ହେବ। ଏହି ସପ୍ତାହରେ ଆପଣଙ୍କୁ ହାରାହାରି ପରିଣାମ ମିଳିପାରେ। ଏହି ସପ୍ତାହ ଆପଣଙ୍କୁ ବେଳେବେଳେ ବୈଚାରିକ ଦୃଷ୍ଟିରୁ ଦ୍ୱନ୍ଦ୍ୱରେ ପକାଇପାରେ କିନ୍ତୁ ଆପଣଙ୍କର ପୂର୍ବ ଅଭିଜ୍ଞତାକୁ ଆଧାର କରି, ଆପଣ ସେହି ଦ୍ୱନ୍ଦ୍ୱକୁ ଏଡ଼ାଇ ପାରିବେ ଏବଂ ଭଲ ନିଷ୍ପତ୍ତି ନେଇପାରିବେ। ଉଚିତ ନିଷ୍ପତି ନେବାର ସ୍ଥିତିରେ ଏହି ସପ୍ତାହ ଶୀଘ୍ର ଉନ୍ନତି ଦେବ। ଅର୍ଥାତ ଏହି ସପ୍ତାହର ଅଙ୍କର ପ୍ରଭାବରେ ଆପଣଙ୍କୁ ଚଞ୍ଚଳ ହେବାକୁ ଉଚ୍ଛା ହେବ କିନ୍ତୁ ଆପଣ ସେପରି ହୁଅନ୍ତୁ ନାହିଁ ଓ ଭଲ ନିଷ୍ପତି ନେବେ ଜାରି ପରିଣାମ ଶୀଘ୍ର ମିଳିବା ଆରମ୍ଭ ହେବ। କୌଣସି କାମକୁ ସମ୍ପୂର୍ଣ କରିବା ପାଇଁ ଆପଣ ନେଉଥିବା ସମୟ ଠାରୁ ଟିକେ ଅଧିକ ସମୟ ନେଇ ଚାଲନ୍ତୁ ଓ ଧର୍ଯ୍ୟର ସହିତ କାମ କରି ଭଲ ପରିଣାମ ପାଇପାରିବେ। ଭଲ ହେବ ଏହି ସପ୍ତାହରେ କୌଣସି ନୂଆ ପ୍ରୟୋଗ କରନ୍ତୁ ନାହିଁ କିନ୍ତୁ ଯଦି ବହୁତ ଆବଶ୍ୟକ ହୁଏ ତେବେ ଏକ୍ସପର୍ଟ ଏଡଭାଇସ ନେଇପାରିବେ।ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଏହି ସପ୍ତାହରେ ଆପଣ ଏପରି କିଛି କରନ୍ତୁ ନାହିଁ ଯାହା ଫଳରେ ଆପଣଙ୍କର ମାନ-ସମ୍ମାନ ଆଘାତ ହେବ। ଯଦି ଆପଣ ଏହା କରିବାରେ ସଫଳ ହୁଅନ୍ତି, ତେବେ ଆପଣ କେବଳ ନିଜର ସମ୍ମାନ ରକ୍ଷା କରିପାରିବେ ନାହିଁ ବରଂ ସାମାଜିକ ସମ୍ମାନ ମଧ୍ୟ ପାଇପାରିବେ। ଏହି ସପ୍ତାହ ଆପଣଙ୍କୁ ପ୍ରସିଦ୍ଧ କରିପାରେ।
ଏହି ସପ୍ତାହ ଆପଣଙ୍କୁ ଚର୍ଚିତ କରିପାରେ। ଅର୍ଥାତ ଆପଣ କୌଣସି ଚର୍ଚାର କେନ୍ଦ୍ର ବିନ୍ଦୁ ହୋଇ ପାରନ୍ତି। ଭଲ ହେବ ଆପଣ କିଛି ଭଲ କରନ୍ତୁ, ଯାହା ଦ୍ବାରା ଚର୍ଚା ସକାରାତ୍ମକ ରହିବ। ଯେଉଁମାନେ ସବୁବେଳେ ଆପଣଙ୍କୁ ଅପମାନିତ କରିବା ପାଇଁ ସୁଯୋଗ ଖୋଜନ୍ତି; ଏହି ସପ୍ତାହରେ ତାଙ୍କୁ ସଫଳତା ମିଳିବ ନାହିଁ। ତଥାପି, ଜାଣିଶୁଣି ବିରୋଧୀମାନଙ୍କୁ ସୁଯୋଗ ଦେବା ଠିକ୍ ହେବ ନାହିଁ। ଅର୍ଥାତ ନିଜକୁ ଅନୁଶାସିତ ରଖନ୍ତୁ ଓ ଆଗକୁ ବଢ଼ନ୍ତୁ; ଭଲ ପରିଣାମ ମିଳିବ। ଇଣ୍ଟର୍ନେଟ ଇତ୍ୟାଦି ସହିତ ଜଡ଼ିତ ଲୋକ ଭଲ ପରିଣାମ ପ୍ରାପ୍ତ କରି ପାରିବେ।
ଉପାୟ: ଶିବଲିଂ ଉପରେ ଜଳ ଚଢ଼ାଇବା ଓ କଳା ସୋରିଷ ଅର୍ପଣ କରିବା ଶୁଭ ହେବ।
ଆପଣଙ୍କର କୁଣ୍ଡଳୀରେ ମଧ୍ୟ ଅଛି ରାଜଯୋଗ? ଜାଣନ୍ତୁ ନିଜର ରାଜଯୋଗ ରିପୋର୍ଟ୍
ଯଦି ଆପଣଙ୍କର ଜନ୍ମ କୌଣସି ମାସର 6, 15 କିମ୍ବା 24 ତାରିଖରେ ଜନ୍ମ ହୋଇଛି ତେବେ ଆପଣଙ୍କର ମୂଳାଙ୍କ 6 ହେବ। ଏହି ସପ୍ତାହର ବିଶେ କଥା ଏହା ଯେ ଏହି ସପ୍ତାହ ଆପଣଙ୍କ ପାଇଁ ମିଶ୍ରିତ ପରିଣାମ ଆଣିବ। କିଛି ମାମଲାରେ ପରିଣାମ ସୁରବଳ ମଧ୍ୟ ହୋଇପାରେ। ତଥାପି ଧର୍ଯ୍ୟ ସହିତ କାମ କରିବା ଲୋକ ନା କେବଳ ପରିଣାମ ସନ୍ତୁଳିତ ରଖି ପାରିବେ ବରଂ ଭଲ ସୁଯୋଗ ଖୋଜି ପାରିବେ ଓ ସାର୍ଥକ ପରିଣାମ ପାଇ ପାରିବେ। ଏହାର ଅର୍ଥ ହେଉଛି, ଏହି ମାସରେ ସାର୍ଥକ ଏବଂ ଅନୁକୂଳ ଫଳାଫଳ ପାଇବା ସହଜ ହେବ ନାହିଁ, କିନ୍ତୁ ଏହା ସମ୍ଭବ ହେବ। ଏହି ସପ୍ତାହରେ ଆପଣଙ୍କ ନିଷ୍ପତ୍ତିକୁ ବିରୋଧ କରୁଥିବା ଲୋକଙ୍କ ସଂଖ୍ୟା ବହୁତ ହୋଇପାରେ, ତେଣୁ ଯଦି ସମ୍ଭବ ହୁଏ, ତେବେ ଆପଣଙ୍କ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ଭବିଷ୍ୟତର ଦିନଗୁଡ଼ିକ ବାଛନ୍ତୁ। ବର୍ତ୍ତମାନର ପ୍ରତିବନ୍ଧକଗୁଡ଼ିକୁ ବିଚାର କରି, ନିଜକୁ ଶାନ୍ତ ରଖିବା ଉପଯୁକ୍ତ ହେବ। ଅଯଥା ଯାତ୍ରା କରନ୍ତୁ ନାହିଁ କିନ୍ତୁ ଜରୁରୀ ଯାତ୍ରା କରିବା ବେଳେ ସାବଧାନ ରୁହନ୍ତୁ। ମନୋରଞ୍ଜନ କରିବାର ସୁଯୋଗ ମଧ୍ୟ ମିଳିବାର ସମ୍ଭାବନା ଅଛି କିନ୍ତୁ ଅଯଥା ଖର୍ଚ୍ଚ କରି ମନୋରଞ୍ଜନ କରିବା ଉଚିତ ନୁହେଁ।
ଉପାୟ: ବୁଧବାର ଦିନ ଗଣେଶଙ୍କୁ ଦୂବ ଅର୍ପଣ କରିବା ଶୁଭ ହେବ।
ଯଦି ଆପଣଙ୍କର ମୂଳାଙ୍କ କୌଣସି ମାସର 7, 16 କିମ୍ବା 25 ତାରିଖରେ ହୋଇଛି ତେବେ ଆପଣଙ୍କର ମୂଳାଙ୍କ 7 ହେବ। ଯଦିଓ ରାସ୍ତା ବହୁତ ସହଜ ରହିବ ନାହିଁ କିନ୍ତୁ ଏତେ କଠିନ ମଧ୍ୟ ରହିବ ନାହିଁ। ଅର୍ଥାତ ଟିକେ ଚେଷ୍ଟା କରି ଆପଣ ନିଜର ଲକ୍ଷ ପର୍ଯ୍ୟନ୍ତ ପହଞ୍ଚି ପାରିବେ। ବିଶେଷ କରି ଘର ପରିବାର ସହିତ ସମ୍ବନ୍ଧିତ ମାମଲାରେ ବହୁତ ଭଲ ପରିଣାମ ମିଳିପାରେ। ପ୍ରେମ ପ୍ରସଙ୍ଗ ଦୃଷ୍ଟିରୁ ଏହି ସପ୍ତାହ ଟିକେ ଅନୁକୂଳ ପରିଣାମ ଦେବ। ଯଦି ଆପଣ ବିବାହିତ ଅଟନ୍ତି ତେବେ ଜୀବନସାଥୀ ସହିତ ଆପଣ ସମରଣୀୟ ମୂହୁର୍ତ୍ତ କଟାଇବାକୁ ସୁଯୋଗ ପାଇବେ। ଯଦି ବିବାହ ପାଇଁ କଥା ଚାଲିଛି ତେବେ ତାହା ଆଗକୁ ବଢ଼ିବ ଓ ଅନୁକୂଳ ପରିଣାମ ମିଳିବାର ଭଲ ସମ୍ଭାବନା ଅଛି। ଏହା ସତ୍ବେ କ୍ରୋଧ ଓ ବିବାଦରୁ ଦୂରେଇ ରୁହନ୍ତୁ। ଅର୍ଥାତ କୌଣସି ମାମଲାରେ ଚଞ୍ଚଳ ହୁଅନ୍ତୁ ନାହିଁ। ତାହା କାର୍ଯ୍ୟକ୍ଷେତ୍ର ବିଷୟ ହେଉ କିମ୍ବା ପ୍ରେମ ପ୍ରସଙ୍ଗ ବିଷୟ ହେଉ। ଏସବୁ ସତ୍ତ୍ୱେ, ସାମାଜିକ ମର୍ଯ୍ୟାର ଯତ୍ନ ନେବା ଗୁରୁତ୍ୱପୂର୍ଣ୍ଣ ହେବ।ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳଅନୁଯାୟୀଏହି ସପ୍ତାହଟି ସାଧାରଣତଃ ମଜା ଏବଂ ମନୋରଞ୍ଜନ ଇତ୍ୟାଦି ପାଇଁ ଭଲ ବୋଲି ବିବେଚନା କରାଯିବ। ଯଦି ସମ୍ଭବ ହୁଏ, ତେବେ ଗରିବ ଏବଂ ଅସହାୟ ଲୋକଙ୍କୁ ମଧ୍ୟ ସାହାଯ୍ୟ କରାଯିବା ଉଚିତ।
ଉପାୟ: ଶୁକ୍ରବାର ଦିନ ଶିବଲିଂ ଉପରେ ଦହି ଚିନୀ ଚଢ଼ାନ୍ତୁ।
ଯଦି ଆପଣଙ୍କର ଜନ୍ମ କୌଣସି ମାସର 8, 17 କିମ୍ବା 26 ତାରିଖରେ ହୋଇଛି ତେବେ ଆପଣଙ୍କର ମୂଳାଙ୍କ 8 ହେବ। ଏହି ସପ୍ତାହ ଆପଣଙ୍କ ପାଇଁ କିଛି ଅନୁକୂଳ ପରିଣାମ ଆଣିପାରେ ଓ କିଛି ପ୍ରତିକୂଳ ପରିଣାମ ମଧ୍ୟ ଦେଇପାରେ। ଏହି ସପ୍ତାହରେ ଆପଣଙ୍କୁ ଅନୁଭବ କରାଇପାରେ ଯେ କେଉଁ ବ୍ୟକ୍ତି ଆପଣଙ୍କ ପାଇଁ ଲାଭଦାୟକ ଏବଂ କେଉଁ ବ୍ୟକ୍ତି କେବଳ ଆପଣଙ୍କର ଶୁଭେଚ୍ଛୁ ହେବାର ଅଭିନୟ କରୁଛନ୍ତି। ତଥାପି, ଏହି ସପ୍ତାହଟି ଧର୍ମ ଏବଂ ଆଧ୍ୟାତ୍ମିକତା ଇତ୍ୟାଦି ସମ୍ବନ୍ଧୀୟ ବିଷୟ ପାଇଁ ଭଲ ବୋଲି ବିବେଚନା କରାଯିବ। ଏପରି ପରିସ୍ଥିତିରେ, ଯେଉଁମାନେ ନିଜର ଆଧ୍ୟାତ୍ମିକ ଶକ୍ତି ବୃଦ୍ଧି କରିବାକୁ ଚାହାଁନ୍ତି ସେମାନେ ବହୁତ ଭଲ ଫଳାଫଳ ପାଇପାରିବେ କିନ୍ତୁ ସାଂସାରିକ ବିଷୟ ପାଇଁ ସପ୍ତାହଟି ମିଶ୍ରିତ ଫଳାଫଳ ଦେଇପାରେ। ଏହି ସ୍ଥିତିକୁ ଧ୍ୟାନରେ ରଖି କୌଣସି ପ୍ରକାରର ରିସ୍କ ନେବା ଏହି ସପ୍ତାହରେ ଉଚିତ ହେବ ନାହିଁ। କୌଣସି ନୂଆ କାମର ଆରମ୍ଭ କରିବା କିମ୍ବା ନୂଆ ପ୍ରୟୋଗ କରିବା ମଧ୍ୟ ଉଚିତ ହେବ ନାହିଁ। କୌଣସି ଅଜଣା ବ୍ୟକ୍ତି ଉପରେ ବିଶ୍ବାସ ନ କରିବା ଠିକ ହେବ। ସାଇବର୍ ଫ୍ରଡରୁ ବଞ୍ଚିବା ପାଇଁ ଚେଷ୍ଟା ଜରୁରୀ ହେବ। ଅର୍ଥାତ ସାବଧାନ ହୋଇ ଆପଣ ନିଜର ପରିଣାମକୁ ତୁଳନାତ୍ମକ ଭାବରେ ଭଲ କରି ପାରିବେ।
ଉପାୟ: ପୋଷା କୁକର ନଥିଲେ ବୁଲା କୁକୁରକୁ ସାବଧାନ ହୋଇ ରୁଟି ଖୁଆନ୍ତୁ।
ପାଆନ୍ତୁ ନିଜର କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍
ଯଦି ଆପଣଙ୍କର ଜନ୍ମ କୌଣସି ମାସର 9, 18 କିମ୍ବା 27 ତାରିଖରେ ହୋଇଛି ତେବେ ଆପଣଙ୍କର ମୂଳାଙ୍କ 9 ହେବ। ଏପରି ସ୍ଥିତିରେ ଏହି ସପ୍ତାହ ଆପଣଙ୍କୁ ମିଶ୍ରିତ ପରିଣାମ ଦେବ।ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଏହି ସପ୍ତାହରେ ଶୀଘ୍ର ନିଷ୍ପତି ନିଅନ୍ତୁ ନାହିଁ। ଏହି ସପ୍ତାହ ଧର୍ଯ୍ୟ ଡିମାନ୍ଡ କରୁଛି। ଧର୍ଯ୍ୟ ରଖି କାମ କରିଲେ ଆପଣ ନା କେବଳ କାମ ସମ୍ପୂର୍ଣ କରି ପାରିବେ ବରଂ ସେହି କାମର ପରିଣାମ ନିଜ ସପକ୍ଷରେ କରି ପାରିବେ। ବିଶେଷ ଆର୍ଥିକ ମାମଲାରେ ଏହି ସପ୍ତାହ ଆପଣଙ୍କୁ ଭଲ ପରିଣାମ ଦେଇପାରେ। ଆପଣଙ୍କ ଭିତରର ଶକ୍ତିକୁ ବଢ଼ାଇବା ପାଇଁ ଏହି ସପ୍ତାହ ସାହାଜ୍ୟକରି ହୋଇପାରେ। ବ୍ୟବସାୟ ଇତ୍ୟାଦିରେ ଧର୍ଯ୍ୟ ରଖି ନିଷ୍ପତି ନେବା ଆପଣଙ୍କୁ ଲାଭ ଦେଇ ପାରେ। ତଥାପି, ଏହି ସପ୍ତାହ ପରିବର୍ତ୍ତନକୁ ସମର୍ଥନ କରୁଛି ଅର୍ଥାତ୍ ଆପଣ ଏକ ନୂତନ କାମ ଆରମ୍ଭ କରିପାରିବେ କିମ୍ବା କିଛି ନୂତନ ଚେଷ୍ଟା କରିପାରିବେ କିନ୍ତୁ ଚଞ୍ଚଳ ହୁଅନ୍ତୁ ନାହିଁ। ଏହି ପ୍ରକାରେ ସଂଯମତା ଅବଲମ୍ବନ କରି, ଆପଣ ଭଲ ଫଳାଫଳ ହାସଲ କରିପାରିବେ। କ୍ରୋଧ ଏବଂ ଚଞ୍ଚଳତା ଆଦୌ ଦେଖାଇବା ଉଚିତ୍ ନୁହେଁ। ଯଦିଓ ଆପଣ କୌଣସି କାମକୁ ଶୀଘ୍ର ସମ୍ପୂର୍ଣ କରିବାର ସ୍ଵଭାବ ରଖନ୍ତି କିନ୍ତୁ ଏହି ସପ୍ତାହରେ ଚଞ୍ଚଳତା ଦେଖାଇବା ଠିକ ହେବ ନାହିଁ।
ଉପାୟ: କୌଣସି ଶ୍ରମିକଙ୍କୁ ଖାଇବାକୁ ଦେବା ଶୁଭ ହେବ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ବ୍ଲଗ ନିଶ୍ଚିତ ପସନ୍ଦ ଆସିଥିବ। ଯଦି ଏପରି ହୋଇଥାଏ ତେବେ ଆପଣ ନିଜର ଅନ୍ୟ ଶୁଭଚିନ୍ତକଙ୍କ ସହିତ ନିଶ୍ଚିତ ଶେୟାର କରନ୍ତୁ । ଧନ୍ୟବାଦ !
1. ନମ୍ବର 4 ପାଇଁ ଏହି ସପ୍ତାହ କିପରି ଅଛି ?
ଏହି ସପ୍ତାହ ଆପଣଙ୍କୁ ମିଶ୍ରିତ ପରିଣାମ ଦେଉଥିବା ପ୍ରତୀତ ହେଉଛି। କିଛି କ୍ଷେତ୍ରରେ ଫଳାଫଳ ଆଶାଠାରୁ ଦୁର୍ବଳ ହୋଇପାରେ।
2. 7 ନମ୍ବର ଲୋକଙ୍କ ପାଇଁ ଏହି ସପ୍ତାହ କିପରି ରହିବ?
ଏହି ସପ୍ତାହର ବିଶେଷ କଥା ଏହା ଯେ ଏହି ସପ୍ତାହ ଆପଣଙ୍କୁ ମିଶ୍ରିତ ପରିଣାମ ଦେଇପାରେ।
3. 2 ନମ୍ବରର ସ୍ବାମୀ କିଏ?
ଅଙ୍କ ଜ୍ଯୋତିଷ ଅନୁସାରେ 2 ନମ୍ବରର ସ୍ବାମୀ ଚନ୍ଦ୍ର ଅଟେ।