ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ (16 ମାର୍ଚ୍ଚରୁ 22 ମାର୍ଚ୍ଚ )

Author: Monica Rajguru | Updated Fri, 07 Mar 2025 01:57 PM IST

ମାର୍ଚ୍ଚ ମାସର ଏହି ସପ୍ତାହ ଅଲଗା-ଅଲଗା ମୂଳାଙ୍କର ଲୋକଙ୍କ ପାଇଁ ବହୁତ ଭଲ ସୁଯୋଗ ନେଇ ଆସିବ। ଯଦି ଆପଣ ନିଜର ମୂଳାଙ୍କ ଉପରେ ଆଧାରିତ ପ୍ରେମ ଜୀବନ, କ୍ୟାରୀଅର, ସ୍ବାସ୍ଥ୍ୟ କିମ୍ବା ଆର୍ଥିକ ସ୍ଥିତି ବିଷୟରେ ଜାଣିବାକୁ ଚାହାନ୍ତି, ତେବେ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଆର୍ଟିକଲ୍ କୁ ଶେଷ ଯାଏଁ ନିଶ୍ଚିତ ପଢ଼ନ୍ତୁ। ଏହି ଲେଖାରେ ଆମର ଅନୁଭବି ଜ୍ଯୋତିଷ ମୂଳାଙ୍କ ଉପରେ ଆଧାରିତ ଏହିରାଶିଫଳ 16 ମାର୍ଚ୍ଚରୁ 22 ମାର୍ଚ୍ଚ ପାଇଁ ସଠିକ ଭବିଷ୍ୟବାଣୀ ପ୍ରଦାନ କରିଛନ୍ତି।


କିପରି ଜାଣିବେ ନିଜର ମୂଳ ସଂଖ୍ୟା (ମୂଳାଙ୍କ)?

ରାଶିଫଳ ଜାଣିବା ପାଇଁ ମୂଳାଙ୍କର ମହତ୍ଵ ରହିଛି | ମୂଳାଙ୍କ ସଂଖ୍ୟା ବ୍ୟକ୍ତିଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟା ଭାବରେ ବିବେଚନା କରାଯାଏ | ଆପଣ ଜନ୍ମ ହୋଇଥିବା ମାସର ଯେକୌଣସି ତାରିଖକୁ ୟୁନିଟ୍ ଅଙ୍କରେ ପରିଣତ କରିବା ପରେ ପ୍ରାପ୍ତ ହୋଇଥିବା ସଂଖ୍ୟାକୁ ଆପଣଙ୍କର ମୂଳାଙ୍କ କୁହାଯାଏ | ମୂଳାଙ୍କ ସଂଖ୍ୟା 1 ରୁ 9 ମଧ୍ୟରେ ଯେକୌଣସି ସଂଖ୍ୟା ହୋଇପାରେ, ଉଦାହରଣ ସ୍ୱରୂପ, ଯଦି ଆପଣ କୌଣସି ମାସର 22 ରେ ଜନ୍ମ ହୋଇଛନ୍ତି, ତେବେ ଆପଣଙ୍କର ମୂଳାଙ୍କ ନମ୍ବର 1 + 0 ଅର୍ଥାତ୍ 1 ହେବ |

ଏହି ଉପାୟରେ ଆପଣ ଜାଣିପାରିବେ ନିଜର ମୂଳାଙ୍କ ଉପରେ ଆଧାରିତ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ। ଏହି ପ୍ରକାର କୌଣସି ମାସର 1 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଜନ୍ମ ହୋଇଥିବା ଲୋକଙ୍କ ପାଇଁ 1 ରୁ 9 ପର୍ଯ୍ୟନ୍ତର ମୂଳାଙ୍କର ଗଣନା କରାଯାଏ।

ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025

ବିଶ୍ବର ବିଦ୍ବାନ ଅଙ୍କ ଜ୍ଯୋତିଷଙ୍କ ସହିତ ହୁଅନ୍ତୁ ଫୋନରେ କଥା ଓ ଜାଣନ୍ତୁ କ୍ୟାରୀଅର ସମ୍ବନ୍ଧିତ ସମସ୍ତ ସୂଚନା

ଜାଣନ୍ତୁ ନିଜର ମୂଳାଙ୍କ ଉପରେ ଆଧାରିତ ସାପ୍ତାହିକ ରାଶିଫଳ ( 16 ମାର୍ଚ୍ଚରୁ 22 ମାର୍ଚ୍ଚ, 2025)

ଅଙ୍କଜ୍ଯୋତିଷ ଆମ ଜୀବନରେ ସିଧାସଳଖ ପ୍ରଭାବ ପକାଇଥାଏ କାରଣ ସମସ୍ତ ସଂଖ୍ୟା ଆମର ଜନ୍ମ ତାରିଖ ସହିତ ଜଡ଼ିତ | ନିମ୍ନରେ ଦିଆଯାଇଥିବା ଲେଖାରେ, ଆମେ କହିଛୁ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କର ମୂଳାଙ୍କ ସଂଖ୍ୟା ଅଛି ଯାହା ତାଙ୍କ ଜନ୍ମ ତାରିଖ ଅନୁଯାୟୀ ନିର୍ଣ୍ଣୟ କରାଯାଇଥାଏ ଏବଂ ଏହି ସମସ୍ତ ସଂଖ୍ୟା ବିଭିନ୍ନ ଗ୍ରହ ଦ୍ୱାରା ପରିଚାଳିତ ହୋଇଥାଏ |

ମୂଳାଙ୍କ 1 ଉପରେ ସୂର୍ଯ୍ୟ ଦେବଙ୍କର ଆଧିପତ୍ୟ ଅଛି। ଚନ୍ଦ୍ରମା ମୂଳାଙ୍କ 2 ର ସ୍ବାମୀ ଅଟନ୍ତି । ଅଙ୍କ 3 ଉପରେ ଦେବ ଗୁରୁବୃହସ୍ପତିଙ୍କର ସ୍ଵାମିତ୍ଵ ଅଛି ଓ ରାହୁ ଅଙ୍କ 4 ର ରାଜା ଅଟନ୍ତି । ଅଙ୍କ 5 ବୁଧ ଗ୍ରହ ଦ୍ବାରା ଶାସିତ । 6 ମୂଳାଙ୍କର ରାଜା ଶୁକ୍ର ଦେବ ଓ 7 ଅଙ୍କ କେତୁ ଗ୍ରହଙ୍କ ଦ୍ବାରା ଶାସିତ । ଶନି ଦେବଙ୍କୁ ଅଙ୍କ 8 ର ସ୍ବାମୀ ବିବେଚନା କରାଯାଏ। ଅଙ୍କ 9 ମଙ୍ଗଳ ଦେବଙ୍କର ଅଙ୍କ । ଏହି ଗ୍ରହମାନଙ୍କର ପରିବର୍ତ୍ତନ ଯୋଗୁଁ ମଣିଷ ଜୀବନରେ ପରିବର୍ତ୍ତନ ଆସେ।

ବୃହତ କୁଣ୍ଡଳୀ ରେ ଲୁଚି ରହିଛି,ଆପଣଙ୍କ ଜୀବନର ସମସ୍ତ ରହସ୍ୟ, ଜାଣନ୍ତୁ ଗ୍ରହମାନଙ୍କର ଚଳନ ବିଷୟରେ ସମସ୍ତ ସୂଚନା

ମୂଳାଙ୍କ 1

(ଯଦି ଆପଣଙ୍କ ଜନ୍ମ କୌଣସି ମାସର 1, 10, 19 କିମ୍ବା 28 ତାରିଖରେ ହୋଇଛି)

ଏହି ମୂଳାଙ୍କର ଲୋକଙ୍କ ଭିତରେ ପ୍ରଶାସନିକ ଗୁଣ ଥାଏ ଓ ସେମାନେ ଏହାକୁ ବ୍ୟବହାର କରି ଜୀବନରେ ଆଗକୁ ବଢ଼ନ୍ତି। ଏହି ଲୋକ ସିଧା-ସାଧା ଲୋକ ହୋଇଥାନ୍ତି।

ପ୍ରେମ ଜୀବନ: ଏହି ସମୟରେ ଆପଣ ଆପଣଙ୍କ ସାଥୀଙ୍କ ପ୍ରତି ଅଧିକ ସଚ୍ଚୋଟ ହୋଇପାରିବେ। ଏହି କାରଣରୁ, ଆପଣ ଆପଣଙ୍କ ଜୀବନସାଥୀଙ୍କ ହୃଦୟରେ ନିଜର ସ୍ଥାନ ସୃଷ୍ଟି କରିବାରେ ସଫଳ ହେବେ। ଆପଣଙ୍କର ସଚ୍ଚୋଟତା ଆପଣଙ୍କର ସମ୍ପର୍କକୁ ଏକ ନୂଆ ରୂପ ଦେବ।

ଶିକ୍ଷା: ଏହି ସପ୍ତାହରେ ଛାତ୍ର ପଢ଼ାରେ ଭଲ ପ୍ରଦର୍ଶନ କରିବେ। ବିଜନେସ ଏଡମିନିଷ୍ଟ୍ରେସନ, ଫାଇନାନ୍ସିୟାଲ ଏକାଉନ୍ଟିଂ ଓ ଚାର୍ଟାର୍ଡ ଏକାଉନ୍ଟେନ୍ସି ପରି ବିଷୟରେ ଭଲ ପ୍ରଦର୍ଶନ କରୁଥିବା ଦେଖାଯିବେ। ଆପଣ ଶିକ୍ଷା କ୍ଷେତ୍ରରେ ନିଜର ଅଲଗା ପରିଚୟ ସୃଷ୍ଟି କରିବେ।

ବୃତ୍ତିଗତ ଜୀବନ: ଯଦି ଆପଣ ଚାକିରି କରନ୍ତି, ତେବେ ଆପଣ ଏହି ସପ୍ତାହରେ ଆପଣଙ୍କ କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ କରିପାରିବେ। ଏହା ସହିତ ଆପଣ ଉତ୍ତମ ଶକ୍ତି ସହିତ ଆଗକୁ ବଢ଼ିବେ। ବ୍ୟବସାୟୀମାନେ ଏହି ସମୟରେ ଉତ୍କୃଷ୍ଟ ପ୍ରଦର୍ଶନ କରିବେ ଏବଂ ଅଧିକ ଲାଭ ଅର୍ଜନ କରିପାରିବେ।

ସ୍ବାସ୍ଥ୍ୟ: ଏହି ସପ୍ତାହରେ ଆପଣ ଆପଣଙ୍କର ଶକ୍ତିରେ ବୃଦ୍ଧି ଦେଖିବେ ଯାହା ଦ୍ଵାରା ଆପଣଙ୍କର ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ। ଆପଣ ଶାରୀରିକ ଭାବରେ ଶକ୍ତିଶାଳୀ ହେବେ ଏବଂ ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ।

ଉପାୟ: ଆପଣ ରବିବାର ଦିନ ସୂର୍ଯ୍ୟ ଦେବଙ୍କର 6 ମାସ ପର୍ଯ୍ୟନ୍ତ ପୂଜା କରନ୍ତୁ।

ମୂଳାଙ୍କ 2

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 2, 11, 20 କିମ୍ବା 29 ତାରିଖରେ ହୋଇଛି)

ଏହି ସପ୍ତାହରେ ମୂଳାଙ୍କ 2ର ଲୋକ କନଫିଉଜ ରହିବେ। ତାଙ୍କ ପାଇଁ କୌଣସି ବଡ଼ କିମ୍ବା ମହତ୍ୱପୂର୍ଣ ନିଷ୍ପତି ନେବା କଠିନ ହୋଇପାରେ।

ପ୍ରେମ ଜୀବନ: ଏହି ସପ୍ତାହରେ, ଆପଣ ଏବଂ ଆପଣଙ୍କ ଜୀବନସାଥୀଙ୍କ ମଧ୍ୟରେ ସମ୍ବେଦନଶୀଳ ସମସ୍ୟା ଉପୁଜିପାରେ। ଦୁହିଁଙ୍କ ମଧ୍ୟରେ ବିବାଦ କିମ୍ବା ଯୁକ୍ତିତର୍କର ସମ୍ଭାବନା ମଧ୍ୟ ଅଛି।

ଶିକ୍ଷା: ଏହି ସମୟରେ ଛାତ୍ରଙ୍କର ପଢ଼ାରେ ଧ୍ୟାନ ରହିବ ନାହିଁ ଯାହା ଫଳରେ ସେ ଶିକ୍ଷା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବାରେ ପଛେଇ ଯିବେ। ଏହି କାରଣରୁ ଆପଣଙ୍କୁ ପଢ଼ାରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ। ଆପଣଙ୍କୁ ଭଲ ପ୍ରଦର୍ଶନ କରିବା ପାଇଁ ନିଜର କୌଶଳକୁ ଭଲ କରିବାକୁ ପଡ଼ିବ।

ବୃତ୍ତିଗତ ଜୀବନ: ଚାକିରି କରିଥିବା ଲୋକଙ୍କର କାମ ସମୟରେ ଧ୍ୟାନ ରହିବ ନାହିଁ ଓ ଏହି କାରଣରୁ ତାଙ୍କର ପ୍ରଦର୍ଶନ ଖରାପ ହେବ। ବ୍ୟବସାୟୀ ଏହି ସମୟରେ ଅଧିକ ଲାଭ ପାଇଁ ଠିକ ନିଷ୍ପତି ନେବାକୁ ଅସମର୍ଥ ହେବେ।

ସ୍ବାସ୍ଥ୍ୟ: ଏହି ସପ୍ତାହରେଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଆପଣଙ୍କୁ କାଶ ଓ ଥଣ୍ଡା ହେବାର ଆଶଙ୍କା ଅଛି। ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବା କାରଣଋ ଏପରି ହୋଇପାରେ।

ଉପାୟ: ଆପଣ ମଙ୍ଗଳବାର ଦିନ ମା ପାର୍ବତୀଙ୍କ ପାଇଁ ଯଜ୍ଞ କରନ୍ତୁ।

କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

ମୂଳାଙ୍କ 3

(ଯଦି ଆପଣଙ୍କ ଜନ୍ମ କୌଣସି ମାସର 3, 12, 21 କିମ୍ବା 30 ତାରିଖରେ ହୋଇଛି )

ଏହି ମୂଳାଙ୍କର ଲୋକଙ୍କର ଖୋଲା ମନ ଭାବ ରହିବ ଓ ଏହି ବିଚାର ଏମାନଙ୍କୁ ଆଗକୁ ବଢ଼ିବାକୁ ସାହାଜ୍ୟ କରିବ।

ପ୍ରେମ ଜୀବନ: ଏହି ସପ୍ତାହରେ ଆପଣ ଓ ଆପଣଙ୍କର ପାର୍ଟନର ମଧ୍ୟରେ ସମ୍ପର୍କରେ ଖୁସି କମ ହୋଇପାରେ। ଅହଂକାର ସମ୍ବନ୍ଧିତ ସମସ୍ଯା ଯୋଗୁଁ ଆପଣଙ୍କର ସମ୍ପର୍କ ପ୍ରଭାବିତ ହୋଇପାରେ।

ଶିକ୍ଷା: ଏହି ସମୟରେ ଛାତ୍ରଙ୍କର ପଢ଼ାରେ ରୁଚି କମ ହୋଇପାରେ ଯାହା ଦ୍ବାରା କିଛି ସମୟ ପାଇଁ ତାଙ୍କର ପ୍ରଗତି ଅଟକି ଯାଇପାରେ। ଏହା ଦ୍ବାରା ଆପଣ ଉଚ୍ଚ ଅଙ୍କ ପ୍ରାପ୍ତ କରିବାରେ ପଛେଇ ଯାଇ ପାରନ୍ତି।

ବୃତ୍ତିଗତ ଜୀବନ: ଚାକିରି କରିଥିବା ଲୋକଙ୍କୁ ଏହି ସମୟରେ ନିଜର କାମକୁ ନେଇ ସାବଧାନ ରହିବାକୁ ହେବ। ଏହି ସମୟରେ ପ୍ରଗତି ଧୀର ହୋଇପାରେ। ବ୍ୟବସାୟୀଙ୍କୁ କମ ଲାଭରେ ସନ୍ତୁଷ୍ଟ ହେବାକୁ ପଡ଼ିବ।

ସ୍ବାସ୍ଥ୍ୟ: ଶାରୀରିକ ସ୍ବାସ୍ଥ୍ୟ ବିଷୟରେ କହିଲେ, ଆପଣଙ୍କୁ କୋଲେଷ୍ଟ୍ରୋଲର ସମସ୍ଯା ହୋଇପାରେ। ଏଥିରୁ ବଞ୍ଚିବା ପାଇଁ ଆପଣଙ୍କୁ ବାୟୁଯୁକ୍ତ ଜିନିଷ ତ୍ୟାଗ କରିବାକୁ ହେବ।

ଉପାୟ: ଆପଣ ବୃହସ୍ପତିନାର ଦିନ ବୃହସ୍ପତି ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।

ମୂଳାଙ୍କ 4

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 4, 13, 22 କିମ୍ବା 31 ତାରିଖରେ ହୋଇଛି)

ଏହି ମୂଳାଙ୍କର ଲୋକ ଅଧିକ ବୁଝିବା ସୁଝିବାର ହୋଇଥାନ୍ତି। ଏମାନେ ଭୌତିକ ଜିନିଷକୁ ନେଇ ଅଧିକ ଉତ୍ସାହ ଦେଖାନ୍ତି ଓ ଏହା ଉପରେ ଦୃଢ଼ ବିଶ୍ବାସ ରଖନ୍ତି।

ପ୍ରେମ ଜୀବନ: ଏହି ସପ୍ତାହରେ ଆପଣ ନିଜର ଜୀବନସାଥୀ ସହିତ ଅଧିକ ଖୁସି ରହି ପାରିବେ ନାହିଁ। ଆପଣ ଦୁହିଙ୍କ ମଧ୍ୟରେ ଅହଂକାର ସମ୍ବନ୍ଧିତ ସମସ୍ଯା ଏହାର କାରଣ ହୋଇପାରେ। ଆପଣଙ୍କୁ ଏହି ପ୍ରକାର ସ୍ଥିତି ରୁ ବଞ୍ଚିବାକୁ ପରାମର୍ଶ ଦିଆଯାଇଛି।

ଶିକ୍ଷା: ଏହି ସମୟରେ ଛାତ୍ରଙ୍କର ପଢ଼ାରେ ରୁଚି କମହେବ ଏବଂ ଆପଣଙ୍କର ଉତ୍ସାହରେ ମଧ୍ୟ ହ୍ରାସ ଘଟିବ। ଏହି କାରଣରୁ ଆପଣ ଏହି ସପ୍ତାହରେ ଶିକ୍ଷା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ ନାହିଁ।

ବୃତ୍ତିଗତ ଜୀବନ: ଚାକିରି କରିଥିବା ଲୋକ ଏହି ସମୟରେ କାର୍ଯ୍ୟକ୍ଷେତ୍ରରେ ନିଜର ଯୋଗ୍ୟତା ଦେଖାଇବାକୁ ଅସମର୍ଥ ହେବେ ଯାହାର ପରିଣାମ ଆପଣଙ୍କର ପକ୍ଷରେ ରହିବ ନାହିଁ। ଯଦି ଆପଣ ବ୍ୟବସାୟ କରନ୍ତି, ତେବେ ଆପଣ ଲାଭ କରିବାରେ ସକ୍ଷମ ହେବେ।

ସ୍ବାସ୍ଥ୍ୟ: ଏହି ସପ୍ତାହରେ ଆପଣଙ୍କର ଶାରୀରିକ ସ୍ବାସ୍ଥ୍ୟ ଅଧିକ ଭଲ ରହିବ ନାହିଁ। ଆପଣଙ୍କର ଊର୍ଜାରେ ହ୍ରାସ ଆସିବାର ଆଶଙ୍କା ଅଛି ଯାହା ଫଳରେ ଆପଣଙ୍କର ଉତ୍ସାହରେ ମଧ୍ୟ ହ୍ରାସ ଘଟିବ।

ଉପାୟ: ଆପଣ ପ୍ରତିଦିନ 22 ଥର ଓଁ ରାହବେ ନମଃ ମନ୍ତ୍ର ଜପ କରନ୍ତୁ।

ଏବେ ଘରେ ବାସି ବିଶେଷଜ୍ଞ ପୁରୋହିତଙ୍କ ଦ୍ବାରା କରାନ୍ତୁ ଇଚ୍ଛାନୁସାରେ ଅନଲାଇନ ପୂଜା ଓ ପାଆନ୍ତୁ ଉତ୍ତମ ପରିଣାମ!

ମୂଳାଙ୍କ 5

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 5, 14 କିମ୍ବା 23 ତାରିଖରେ ହୋଇଛି)

ଏହି ମୂଳାଙ୍କର ଲୋକ ଶୀଘ୍ର ପ୍ରଗତି କରିବେ ଓ ଶେୟାର ମାର୍କେଟରୁ ଲାଭ କରିବାରେ ତାଙ୍କର ଅଧିକ ଆଗ୍ରହ ଥିବ। ଏହା ବ୍ଯତୀତ ଏହି ଲୋକଙ୍କ ଭିତରେ ଅଧିକ ଉତ୍ସାହ ଦେଖିବାକୁ ମିଳିପାରେ।

ପ୍ରେମ ଜୀବନ: ଏହି ସପ୍ତାହରେଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଆପଣ ନିଜର ପାର୍ଟନର ସହିତ ହସ-ଖୁଶିର ସମୟ କଟିବେ। ଆପଣ ଦୁହିଁକର ସମ୍ପର୍କ ଦୃଢ଼ ରହିବ।

ଶିକ୍ଷା: ପ୍ରଫେଶନାଲ ସ୍ଟଡିସ ଯେପରି ସଫ୍ଟୱେୟାର୍ ଇଞ୍ଜିନିୟରିଂ, ସଫ୍ଟୱେୟାର୍ ଟେସ୍ଟିଂ ପଢ଼ୁଥିବା ଛାତ୍ର ଭଲ ପ୍ରଦର୍ଶନ କରିବେ। ଏହି ବିଷୟରେ ଆପଣ ଉଚ୍ଚ ଅଙ୍କ ପ୍ରାପ୍ତ କରିପାରିବେ।

ବୃତ୍ତିଗତ ଜୀବନ: ଚାକିରିଆ ଲୋକ ନିଜର କୌଶଳକୁ ବିକଶିତ କରିବା ପାଇଁ ସକ୍ଷମ ହେବେ ଓ ଏହି ପ୍ରକାର ଆପଣଙ୍କୁ ଆଗକୁ ବଢ଼ିବାକୁ ସୁଯୋଗ ମିଳିବ। ଏହି ସପ୍ତାହରେ ବ୍ୟବସାୟୀ ଉଚ୍ଚ ଲାଭ କରିବାରେ ସଫଳ ହେବେ ଓ ନିଜର ପ୍ରତିଦ୍ଵନ୍ଦୀଙ୍କୁ କଠିନ ଟକ୍କର ଦେବାକୁ ସକ୍ଷମ ହେବେ।

ସ୍ବାସ୍ଥ୍ୟ: ଏହି ସପ୍ତାହରେ ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ। ଆପଣଙ୍କର ଆତ୍ମବିଶ୍ବାସ ଓ ଶକ୍ତି ବଢ଼ିବା ଯୋଗୁଁ ଏପରି ହୋଇପାରେ।

ଉପାୟ: ଆପଣ ପ୍ରତିଦିନ 41 ଥର ଓଁ ନମୋ ଭାଗବତେ ବସୁଦବାୟ ମାନତ୍ର ଜପ କରନ୍ତୁ।

ଆପଣଙ୍କର କୁଣ୍ଡଳୀରେ ମଧ୍ୟ ଅଛି ରାଜଯୋଗ? ଜାଣନ୍ତୁ ନିଜର ରାଜଯୋଗ ରିପୋର୍ଟ୍

ମୂଳାଙ୍କ 6

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 6, 15 କିମ୍ବା 24 ତାରିଖରେ ହୋଇଛି )

ମୂଳାଙ୍କ 6 ର ଲୋକଙ୍କର ସ୍ଵଭାବ ପ୍ରେମପୂର୍ଣ ହୋଇଥାଏ ଓ ଏହି କାରଣରୁ ତାଙ୍କୁ ଅଧିକ ଉତ୍ସାହ ଏବଂ ପ୍ରସନ୍ନତା ଅନୁଭବ ହୁଏ। ତାଙ୍କର ଲାମ୍ବା ଯାତ୍ରା କରିବାରେ ମଧ୍ୟ ରୁଚି ଥାଏ।

ପ୍ରେମ ଜୀବନ: ଏହି ସପ୍ତାହରେ ଆପଣ ଓ ଆପଣଙ୍କର ପାର୍ଟନରର ସମ୍ପର୍କ ଦୃଢ଼ ହେବ। ଆପଣଙ୍କୁ ନିଜର ଜୀବନସାଥୀ ସହିତ ଭଲ ସମୟ କାଟିବା ପାଇଁ ସୁଯୋଗ ମିଳିବ ଏବଂ ଆପଣଙ୍କର ସମ୍ପର୍କରେ ସୁଖ ରହିବ।

ଶିକ୍ଷା: ଏହି ସପ୍ତାହରେ ଶିକ୍ଷା କ୍ଷେତ୍ରରେ ଛାତ୍ରଙ୍କର କୌଶଳର ପ୍ରଶଂସା ହୋଇପାରେ। ପ୍ରଫେଶନାଲ ସ୍ଟଡିସ ଯେପରି ସଫ୍ଟୱେୟାର୍ ଇଞ୍ଜିନିୟରିଂ ଓ ଟେସ୍ଟିଂ ପରି ବିଷୟ ଆପଣଙ୍କ ପାଇଁ ଲାଭକାରୀ ସିଦ୍ଧ ହେବ।

ବୃତ୍ତିଗତ ଜୀବନ: ଏହି ସପ୍ତାହରେ ଆପଣଙ୍କୁ କାମ ପାଇଁ ଯାତ୍ରା କରିବାକୁ ପଡ଼ିପାରେ। ଏହି ଯାତ୍ରାଗୁଡ଼ିକ ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ ଏବଂ ଏହା ମାଧ୍ୟମରେ ଆପଣ ସଫଳତା ପାଇବେ। ଏହି ସମୟ ବ୍ୟବସାୟୀ ନିଜର ବ୍ୟବସାୟ ପାଇଁ କୌଣସି ନୂଆ ପଦ୍ଧତି ଆପଣାଇ ସନ୍ତୁଷ୍ଟ ଅନୁଭବ କରିବେ।

ସ୍ବାସ୍ଥ୍ୟ: ଏହି ସମୟରେ ଆପଣ ଫିଟ ଅନୁଭବ କରିବେ ଓ ଆପଣ ମାନସିକ ଏବଂ ଶାରୀରିକ ରୂପରେ ସ୍ଥିର ରହିବେ। ଆତ୍ମବିଶ୍ବାସରେ ଭରପୁର ହେବା ଯୋଗୁଁ ଏହା ହୋଇପାରେ।

ଉପାୟ: ଆପଣ ପ୍ରତିଦିନ 33 ଥର ଓଁ ଭାର୍ଗବାୟ ନମଃ ମନ୍ତ୍ର ଜପ କରନ୍ତୁ।

ମୂଳାଙ୍କ 7

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 7, 16 କିମ୍ବା 25 ତାରିଖରେ ହୋଇଛି)

ଏହି ସପ୍ତାହରେ ମୂଳାଙ୍କ 7ର ଲୋକଙ୍କର ଆଧ୍ୟାତ୍ମିକ କାର୍ଯ୍ୟରେ ଅଧିକ ରୁଚି ରହିବ। ଏହି ଲୋକ ଆଧ୍ୟାତ୍ମିକ ଯାତ୍ରା କରିବାକୁ ଯାଇ ପାରନ୍ତି।

ପ୍ରେମ ଜୀବନ: ଏହି ସମୟରେ ଆପଣ ଓ ଆପଣଙ୍କର ପାର୍ଟନର ମଧ୍ୟରେ ଆକର୍ଷଣ ହ୍ରାସ ପାଇବ ଓ ଏହି କାରଣଋ ସମ୍ପର୍କରୁ ସୁଖ ଶାନ୍ତି ଭଙ୍ଗ ହେବ।

ଶିକ୍ଷା: ଏହି ସପ୍ତାହରେଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀ ଛାତ୍ରଙ୍କର ପଢ଼ାରେ ଧ୍ୟାନ ନ ଲାଗିପାରେ ଯାହା ଫଳରେ ତାଙ୍କର ପ୍ରଦର୍ଶନ ଖରାପ ହୋଇପାରେ।

ବୃତ୍ତିଗତ ଜୀବନ: ଏହି ସମୟରେ ଚାକିରିଆ ଲୋକଙ୍କ ଉପରେ କାମର ଚାପ ଅଧିକ ବଢ଼ିପାରେ। ବ୍ୟବସାୟୀଙ୍କୁ ନିଜର ପ୍ରତିଦ୍ଵନ୍ଦୀଙ୍କ ସହିତ ହଠାତ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ।

ସ୍ବାସ୍ଥ୍ୟ: ଏହି ସପ୍ତାହରେ ଆପଣଙ୍କର ଶାରୀରିକ ଫିଟନେସରେ ହ୍ରାସ ଆସିବ। ସନ୍ତୁଳିତ ଆହାର ନ ନେବା ଯୋଗୁଁ ଆପଣଙ୍କୁ ହଜମ ଜନିତ ସମସ୍ଯା ଘେରି ରହିପାରେ।

ଉପାୟ: ଆପଣ ପ୍ରତିଦିନ 41 ଥର ଓଁ ଗଣେଶାୟ ନମଃ ମନ୍ତ୍ର ଜପ କରନ୍ତୁ।

କାଳସର୍ପ ଦୋଷ ରିପୋର୍ଟ୍ – କାଳ ସର୍ପ ଯୋଗ କ୍ଯାଲକୁଲେଟର

ମୂଳାଙ୍କ 8

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 8, 17 କିମ୍ବା 26 ତାରିଖରେ ହୋଇଛି)

ଏହି ମୂଳାଙ୍କର ଲୋକ ନିଜର କାର୍ଯ୍ୟ ପ୍ରତି ଅଧିକ ସତର୍କ ରୁହନ୍ତି। ଏହି ସପ୍ତାହରେ ତାଙ୍କୁ ଲାମ୍ବା ଯାତ୍ରା କରିବାକୁ ସୁଯୋଗ ମିଳିପାରେ ଏବଂ ସେମାନେ ନିଜର କାର୍ଯ୍ୟ ପ୍ରତି ଅଧିକ ପ୍ରତିବଦ୍ଧ ରହି ପାରନ୍ତି।

ପ୍ରେମ ଜୀବନ: ଏହି ସପ୍ତାହରେ ଆପଣ ନିଜର ପାର୍ଟନର ସହିତ ନିଜର ଭାବନାକୁ ବ୍ୟକ୍ତ କରିବାକୁ ଅସମର୍ଥ ହେବେ। ଆପଣଙ୍କର ପାର୍ଟନର ଆପଣଙ୍କ ଠାରୁ ଟିକେ ଦୂରେଇ ଯିବେ।

ଶିକ୍ଷା: ଏହି ସମୟରେ ଛାତ୍ର ନିଜର ପ୍ରତିଭାକୁ ଚିହ୍ନିବାରେ ସମସ୍ଯା ଅନୁଭବ କରି ପାରନ୍ତି। ଏହା ସହିତ ଆପଣଙ୍କୁ ନିଜର ଯୋଗ୍ୟତା ଓ କୌଶଳକୁ ବୁଝିବାରେ ସମସ୍ଯା ହୋଇପାରେ।

ବୃତ୍ତିଗତ ଜୀବନ: ଏହି ସମୟରେ ଚାକିରିଆ ଲୋକଙ୍କ ଉପରେ କାମର ଅଧିକ ଚାପ ରହିପାରେ। ଏହି ସପ୍ତାହରେ କ୍ୟାରିଅରରେ କମ ସଫଳତା ମିଳିପାରେ। ବ୍ୟବସାୟୀଙ୍କୁ ଅଧିଳ ଲାଭ ନ ମିଳିପାରେ।

ସ୍ବାସ୍ଥ୍ୟ: ଏହି ସପ୍ତାହରେ ମୂଳାଙ୍କ 8ର ଲୋକଙ୍କର ସ୍ବାସ୍ଥ୍ୟ ଅଧିକ ଭଲ ରହିବ ନାହିଁ କାରଣ ତାଙ୍କର ପାଦରେ ଓ ଜଙ୍ଘରେ ଦରଜ ହୋଇପାରେ। ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବା ଯୋଗୁଁ ଏପରି ହୋଇପାରେ।

ଉପାୟ: ଆପଣ ପ୍ରତିଦିନ 11 ଥର ଓଁ ହନୁମତେ ନମଃ ମନ୍ତ୍ର ଜପ କରନ୍ତୁ।

ପାଆନ୍ତୁ ନିଜର କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍

ମୂଳାଙ୍କ 9

(ଯଦି ଆପଣଙ୍କର ଜନ୍ମ କୌଣସି ମାସର 9, 18 କିମ୍ବା 27 ତାରିଖରେ ହୋଇଛି)

ଏହି ମୂଳାଙ୍କର ଲୋକ ସିଦ୍ଧାନ୍ତରେ ଚାଲିବା ପସନ୍ଦ କରନ୍ତି ଓ ଖୋଲା ମାନଭାବ ରଖନ୍ତି ଏବଂ ସିଧା କଥା କୁହନ୍ତି। ଏହି ଲୋକମାନେ ଅନୁଶାସନରେ ରୁହନ୍ତି।

ପ୍ରେମ ଜୀବନ: ଏହି ସପ୍ତାହରେ ଆପଣ ଓ ଆପଣଙ୍କର ପାର୍ଟନର ମଧ୍ୟରେ ଅହଂକାର ସମ୍ବନ୍ଧିତ ସମସ୍ଯା ଉତ୍ପନ୍ନ ହୋଇପାରେ। ଏହି କାରଣ ଯୋଗୁଁ ଆପଣ ଜୀବନସାଥୀ ସହିତ ଅଧିକ ଖୁସି ରହି ପାରିବେ ନାହିଁ।

ଶିକ୍ଷା: ଏହି ସମୟରେ ଛାତ୍ରଙ୍କର ଏକାଗ୍ରତାରେ ହ୍ରାସ ଆସିପାରେ ସେଥିପାଇଁ ନିଜର କୌଶଳ ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ ନଚେତ ଉଚ୍ଚ ଅଙ୍କ ପ୍ରାପ୍ତ କରିବା ସମ୍ଭବ ହେବ ନାହିଁ।

ବୃତ୍ତିଗତ ଜୀବନ: ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଏହି ସପ୍ତାହରେ ଆପଣ ନିଜର କାର୍ଯ୍ୟକ୍ଷେତ୍ରରେ ଭଲ କାମ କରିବାକୁ ସମର୍ଥ ହେବେ ନାହିଁ। ଏହି କାରଣରୁ ଆପଣଙ୍କୁ କ୍ୟାରିଅରରେ ସଫଳତା ପାଇବାରେ କଷ୍ଟ ହୋଇପାରେ। ଯଦି ଆପଣ ବ୍ୟବସାୟ କରନ୍ତି, ତେବେ ଏହି ସମୟରେ ଆପଣ ଅଧିକ ଲାଭ ପାଇବାରେ ଓ ବିଜନେସରେ ଅଗ୍ରଣୀ ହେବାରେ ଅସଫଳ ହୋଇ ପାରନ୍ତି।

ସ୍ବାସ୍ଥ୍ୟ: ଆପଣଙ୍କୁ ଏହି ସମୟରେ ସ୍ନାୟୁ ଓ ମାଂସପେଶୀରେ ଦରଜ ହୋଇପାରେ। ଏହି କାରଣଋ ଆପଣ ଶାରୀରିକ ରୂପରେ ଫିଟ ରହି ନ ପାରନ୍ତି।

ଉପାୟ: ଆପଣ ମଙ୍ଗଳବାର ଦିନ ମଙ୍ଗଳ ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ବ୍ଲଗ ନିଶ୍ଚିତ ପସନ୍ଦ ଆସିଥିବ। ଯଦି ଏପରି ହୋଇଥାଏ ତେବେ ଆପଣ ନିଜର ଅନ୍ୟ ଶୁଭଚିନ୍ତକଙ୍କ ସହିତ ନିଶ୍ଚିତ ଶେୟାର କରନ୍ତୁ । ଧନ୍ୟବାଦ !

ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ

1. ଲାଇଫ ପାଥ ନମ୍ବର କ’ଣ?

ଏହି ଅଙ୍କ ଜନ୍ମ ତିଥିରୁ ବାହାରିଥାଏ। ଏହା ଦ୍ବାରା ବ୍ୟକ୍ତିର ସ୍ଵଭାବ ଓ ଉଦ୍ଦେଶ୍ୟ ବିଷୟରେ ଜଣା ପଡ଼େ।

2. ନାମାଙ୍କ କ’ଣ?

ନାମାଙ୍କ ବ୍ୟକ୍ତିର ନାମ ଆଧାରରେ ବାହାରେ।

3. କ’ଣ ଅଙ୍କ ଜ୍ଯୋତିଷ ଭବିଷ୍ୟବାଣୀ କରି ପାରେ?

ହଁ, ଏହା ଦ୍ବାରା ଭବିଷ୍ୟର ସୁଯୋଗ, ସମ୍ଭାବନା ଏବଂ ସଙ୍କେତ ବିଷୟରେ ଜଣା ପଡ଼େ।

Talk to Astrologer Chat with Astrologer