ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ (20 ଅପ୍ରିଲରୁ 26 ଅପ୍ରିଲ)

Author: Monica Rajguru | Updated Mon, 17 Mar 2025 02:38 PM IST

ଅପ୍ରିଲ ମାସର ଏହି ସପ୍ତାହ ଅଲଗା-ଅଲଗା ମୂଳାଙ୍କର ଲୋକଙ୍କ ପାଇଁ ବହୁତ ଭଲ ସୁଯୋଗ ନେଇ ଆସିବ। ଯଦି ଆପଣ ନିଜର ମୂଳାଙ୍କ ଉପରେ ଆଧାରିତ ପ୍ରେମ ଜୀବନ, କ୍ୟାରୀଅର, ସ୍ବାସ୍ଥ୍ୟ କିମ୍ବା ଆର୍ଥିକ ସ୍ଥିତି ବିଷୟରେ ଜାଣିବାକୁ ଚାହାନ୍ତି, ତେବେ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଆର୍ଟିକଲ୍ କୁ ଶେଷ ଯାଏଁ ନିଶ୍ଚିତ ପଢ଼ନ୍ତୁ। ଏହି ଲେଖାରେ ଆମର ଅନୁଭବି ଜ୍ଯୋତିଷ ମୂଳାଙ୍କ ଉପରେ ଆଧାରିତ ଏହିରାଶିଫଳ 20 ଅପ୍ରିଲରୁ 26 ଅପ୍ରିଲ ପାଇଁ ସଠିକ ଭବିଷ୍ୟବାଣୀ ପ୍ରଦାନ କରିଛନ୍ତି।


କିପରି ଜାଣିବେ ନିଜର ମୂଳ ସଂଖ୍ୟା (ମୂଳାଙ୍କ)?

ରାଶିଫଳ ଜାଣିବା ପାଇଁ ମୂଳାଙ୍କର ମହତ୍ଵ ରହିଛି | ମୂଳାଙ୍କ ସଂଖ୍ୟା ବ୍ୟକ୍ତିଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟା ଭାବରେ ବିବେଚନା କରାଯାଏ | ଆପଣ ଜନ୍ମ ହୋଇଥିବା ମାସର ଯେକୌଣସି ତାରିଖକୁ ୟୁନିଟ୍ ଅଙ୍କରେ ପରିଣତ କରିବା ପରେ ପ୍ରାପ୍ତ ହୋଇଥିବା ସଂଖ୍ୟାକୁ ଆପଣଙ୍କର ମୂଳାଙ୍କ କୁହାଯାଏ | ମୂଳାଙ୍କ ସଂଖ୍ୟା 1 ରୁ 9 ମଧ୍ୟରେ ଯେକୌଣସି ସଂଖ୍ୟା ହୋଇପାରେ, ଉଦାହରଣ ସ୍ୱରୂପ, ଯଦି ଆପଣ କୌଣସି ମାସର 22 ରେ ଜନ୍ମ ହୋଇଛନ୍ତି, ତେବେ ଆପଣଙ୍କର ମୂଳାଙ୍କ ନମ୍ବର 1 + 0 ଅର୍ଥାତ୍ 1 ହେବ |

ଏହି ଉପାୟରେ ଆପଣ ଜାଣିପାରିବେ ନିଜର ମୂଳାଙ୍କ ଉପରେ ଆଧାରିତ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ। ଏହି ପ୍ରକାର କୌଣସି ମାସର 1 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଜନ୍ମ ହୋଇଥିବା ଲୋକଙ୍କ ପାଇଁ 1 ରୁ 9 ପର୍ଯ୍ୟନ୍ତର ମୂଳାଙ୍କର ଗଣନା କରାଯାଏ।

ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025

ବିଶ୍ବର ବିଦ୍ବାନ ଅଙ୍କ ଜ୍ଯୋତିଷଙ୍କ ସହିତ ହୁଅନ୍ତୁ ଫୋନରେ କଥା ଓ ଜାଣନ୍ତୁ କ୍ୟାରୀଅର ସମ୍ବନ୍ଧିତ ସମସ୍ତ ସୂଚନା

ଜାଣନ୍ତୁ ନିଜର ମୂଳାଙ୍କ ଉପରେ ଆଧାରିତ ସାପ୍ତାହିକ ରାଶିଫଳ ( 20 ଅପ୍ରିଲରୁ 26 ଅପ୍ରିଲ, 2025)

ଅଙ୍କଜ୍ଯୋତିଷ ଆମ ଜୀବନରେ ସିଧାସଳଖ ପ୍ରଭାବ ପକାଇଥାଏ କାରଣ ସମସ୍ତ ସଂଖ୍ୟା ଆମର ଜନ୍ମ ତାରିଖ ସହିତ ଜଡ଼ିତ | ନିମ୍ନରେ ଦିଆଯାଇଥିବା ଲେଖାରେ, ଆମେ କହିଛୁ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କର ମୂଳାଙ୍କ ସଂଖ୍ୟା ଅଛି ଯାହା ତାଙ୍କ ଜନ୍ମ ତାରିଖ ଅନୁଯାୟୀ ନିର୍ଣ୍ଣୟ କରାଯାଇଥାଏ ଏବଂ ଏହି ସମସ୍ତ ସଂଖ୍ୟା ବିଭିନ୍ନ ଗ୍ରହ ଦ୍ୱାରା ପରିଚାଳିତ ହୋଇଥାଏ |

ମୂଳାଙ୍କ 1 ଉପରେ ସୂର୍ଯ୍ୟ ଦେବଙ୍କର ଆଧିପତ୍ୟ ଅଛି। ଚନ୍ଦ୍ରମା ମୂଳାଙ୍କ 2 ର ସ୍ବାମୀ ଅଟନ୍ତି । ଅଙ୍କ 3 ଉପରେ ଦେବ ଗୁରୁବୃହସ୍ପତିଙ୍କର ସ୍ଵାମିତ୍ଵ ଅଛି ଓ ରାହୁ ଅଙ୍କ 4 ର ରାଜା ଅଟନ୍ତି । ଅଙ୍କ 5 ବୁଧ ଗ୍ରହ ଦ୍ବାରା ଶାସିତ । 6 ମୂଳାଙ୍କର ରାଜା ଶୁକ୍ର ଦେବ ଓ 7 ଅଙ୍କ କେତୁ ଗ୍ରହଙ୍କ ଦ୍ବାରା ଶାସିତ । ଶନି ଦେବଙ୍କୁ ଅଙ୍କ 8 ର ସ୍ବାମୀ ବିବେଚନା କରାଯାଏ। ଅଙ୍କ 9 ମଙ୍ଗଳ ଦେବଙ୍କର ଅଙ୍କ । ଏହି ଗ୍ରହମାନଙ୍କର ପରିବର୍ତ୍ତନ ଯୋଗୁଁ ମଣିଷ ଜୀବନରେ ପରିବର୍ତ୍ତନ ଆସେ।

ବୃହତ କୁଣ୍ଡଳୀ ରେ ଲୁଚି ରହିଛି,ଆପଣଙ୍କ ଜୀବନର ସମସ୍ତ ରହସ୍ୟ, ଜାଣନ୍ତୁ ଗ୍ରହମାନଙ୍କର ଚଳନ ବିଷୟରେ ସମସ୍ତ ସୂଚନା

ମୂଳାଙ୍କ 1

ଯଦି ଆପଣ ଜନ୍ମ ଯେ କୌଣସି ମାସର 1, 10, 19 କିମ୍ଵା 28 ତାରିଖରେ ହୋଇଛି ତେବେ ଆପଣଙ୍କର ମୂଳାଙ୍କ 1 ହେବ। ଏହି ସପ୍ତାହର ବିଶେଷ କଥା ଏହା ଯେ ଆପଣଙ୍କୁ ମିଶ୍ରିତ ପରିଣାମ ମିଳିବ। ସକାରାତ୍ମକ କଥା ଏହା ଯେ ପରିଣାମ ହାରାହାରି ରୁ ଭଲ ହେବ। ଯଦିଓ କାମରେ କିଛି ସମସ୍ଯା ଦେଖିବାକୁ ମିଳିପାରେ କିନ୍ତୁ ସମସ୍ଯା ଅଧିକ ହେବ ନାହିଁ। ଅର୍ଥାତ ସଚ୍ଚୋଟ ହୋଇ ଲଗାତର ପ୍ରୟାସ କରିଲେ ଆପଣ ନିଜର ଲକ୍ଷ ପର୍ଯ୍ୟନ୍ତ ପହଞ୍ଚି ପାରିବେ। ଯଦି ଆପଣ ଚାକିରି କରିଛନ୍ତି ତେବେ ଆପଣ ନିଜର ଟାର୍ଗେଟ ହାସଲ କରିବେ। ବ୍ୟବସାୟ ସହିତ ଜଡ଼ିତ ଲୋକଙ୍କୁ ମଧ୍ୟ ତାଙ୍କର ପ୍ରୟାସ ଅନୁଯାୟୀ ପରିଣାମ ମିଳୁଥିବ କିନ୍ତୁ କାହା ଉପରେ ଆଖି ବନ୍ଦ କରି ବିଶ୍ବାସ କରନ୍ତୁ ନାହିଁ। ବିଶେଷ କରି ବ୍ୟବସାୟ ସହିତ ଜଡ଼ିତ ହୋଇଥିବା ଲୋକଙ୍କ ପାଇଁ ଏହି ସମୟରେ କୌଣସି ନୂଆ ପ୍ରୟୋଗ କରିବା ଉଚିତ ନୁହେଁ।

ଧର୍ମ କର୍ମ ଓ ଅଧ୍ୟାତ୍ମ ଇତ୍ୟାଦି ପାଇଁ ସମୟ ଅନୁକୂଳ ଅଟେ। ଯଦି ଆପଣ ଧାର୍ମିକ ଯାତ୍ରାରେ ଯିବାକୁ ଚାହୁଁଛନ୍ତି ତେବେ ଏହି ସମୟ ଆପଣଙ୍କ ପାଇଁ ସାହାଜ୍ୟକାରୀ ହେବ। ପରୋପକାର ପାଇଁ ମଧ୍ୟ ଏହି ସମୟ ଅବଧି ଆପଣଙ୍କ ପାଇଁ ଠିକ ଅଛି। ଯଦିଓ ଭାବନାତ୍ମକ ସମ୍ପର୍କ ପାଇଁ ସମୟ ଅନୁକୂଳ ଅଟେ କିନ୍ତୁ ସାମ୍ନା ଲୋକ ଠାରୁ କିଛି ଆଶା ରଖିବା ଉଚିତ ନୁହେଁ। ଆର୍ଥିକ ମାମଲାରେ ମଧ୍ୟ କୌଣସି ପ୍ରକାର ୟସ୍କ ନେବା ଠିକ ହେବ ନାହିଁ।

ଉପାୟ: ମଥାରେ କେସର ତିଳକ ଲଗାଇବା ଶୁଭ ଅଟେ।

ମୂଳାଙ୍କ 2

ଯଦି ଆପଣଙ୍କର ଜନ୍ମ କୌଣସି ମାସର 2, 11, 20 କିମ୍ବା 29 ତାରିଖରେ ହୋଇଛି ତେବେ ଆପଣଙ୍କର ମୂଳାଙ୍କ 2 ହେବ। ଏହି ଲୋକଙ୍କୁ ଏହି ସପ୍ତାହ ସାମାନ୍ୟ ଭାବରେ ଅନୁକୂଳ ପରିଣାମ ଦେଇପାରେ। ଯଦିଓ ଛୋଟ ଛୋଟ ବାଧା ରହିବ, ପରିଶ୍ରମ ଅନୁସାରେ ପରିଣାମ ମିଳିବ। ପରିଣାମ ଉତ୍କୃଷ୍ଟ ଲେଭେଲର ନ ହେଲେ ମଧ୍ୟ ବହୁ ପରିମାଣରେ ଅନୁକୂଳ ରହିବ। ପରିଶ୍ରମୀ ବ୍ୟକ୍ତି ଏହି ସମୟରେ ବହୁତ ଭଲ ପରିଣାମ ପ୍ରାପ୍ତ କରିବେ। ଏହି ସପ୍ତାହରେ ଧୀରେ ଧୀରେ କାମ କାମ ସମ୍ପୂର୍ଣ ହେବ ଓ ଭଲ ପରିଣାମ ମିଳିବ। ଆର୍ଥିକ ଦୃଷ୍ଟିରୁ ଏହି ସପ୍ତାହକୁ ବହୁତ ଭଲ କୁହାଯିବ।

ବ୍ୟବସାୟ କରିବା ଲୋକଙ୍କୁ ଧର୍ଯ୍ୟର ସହିତ କାମ କରିବା ଦ୍ବାରା ଭଲ ପରିଣାମ ପ୍ରାପ୍ତ ହେବ। କିଛି ନୂଆ ଲୋକଙ୍କ ସହିତ ମିଶିବାକୁ ପଡ଼ିପାରେ, ଯାହା ଆପଣଙ୍କ ପାଇଁ ଲାଭଦାୟକ ହେବ। ଏହା ବ୍ୟତୀତ କାହା ଉପରେ ଆବଶ୍ୟକ ଠାରୁ ବିଶ୍ବାସ କରିବା ଉଚିତ ନୁହେଁ। ଅର୍ଥାତ ନୂଆ ବ୍ୟକ୍ତି ଉପରେ ସାମାନ୍ଯ ଭାବରେ ବିଶ୍ବାସ ରଖନ୍ତୁ ଓ ଧୀରେ ଧୀରେ ତାଙ୍କୁ ଜାଣିବାକୁ ଚେଷ୍ଟା କରନ୍ତୁ। ତେବେ ଯାଇ ଭଲ ପରିଣାମ ମିଳିବ। ସ୍ତ୍ରୀ ଇତ୍ୟାଦି ମାମଲାରେ ଆପଣଙ୍କୁ ସନ୍ତୋଷପ୍ରଦ ପରିଣାମ ମିଳିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ।

ଉପାୟ: ଶିବଲିଙ୍ଗ ଉପରେ କଳା ସୋରିଷ ଚଢ଼ାଇବା ଶୁଭ ରହିବ।

କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

ମୂଳାଙ୍କ 3

ଯଦି ଆପଣଙ୍କର ଜନମ କୌଣସି ମାସର 3, 12, 21 କିମ୍ବା 30 ତାରିଖରେ ଜନ୍ମ ହୋଇଛି ତେବେ ଆପଣଙ୍କର ମୂଳାଙ୍କ 3 ହେବ। ଏହି ସପ୍ତାହରେ ଆପଣଙ୍କୁ ଅନୁକୂଳ ପରିଣାମ ଦେବାକୁ ଚାହିଁବ। ଅର୍ଥାତ ନୂଆ ଭାବନା ନୂଆ ଚିନ୍ତାଧାରା ସହିତ ଆପଣ ନିଜର ପୁରୁଣା କାମକୁ ସମ୍ପୂର୍ଣ କରି ପାରିବେ।ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀପ୍ରପର୍ଟି ଇତ୍ୟାଦି ସହିତ ଜଡ଼ିତ କାମରେ ଆସୁଥିବା ସମସ୍ଯା ମଧ୍ୟ କମ ହେବ। ଭାଇମାନଙ୍କର ଭଲ ସହଯୋଗ ମିଳିପାରେ। ମିତ୍ର ମଧ୍ୟ ଆପଣଙ୍କର ଆବଶ୍ୟକତା ଅନୁଯାୟୀ ଆପଣଙ୍କ ସହିତ ଠିଆ ହେବେ। ପଡ଼ୋଶୀ ଲୋକଙ୍କର ମଧ୍ୟ ଭଲ ସହଯୋଗ ମିଳିପାରେ। ଏହି ସମସ୍ତ କାରଣରୁ ଆପଣଙ୍କର ଆତ୍ମବିଶ୍ବାସ ବହୁତ ଭଲ ହେବ।

ଏପରି ସ୍ଥିତିରେ ପୁରୁଣା ଅନୁଭବ ଓ ନୂଆ ଜୋଶ ତଥା ନୂଆ ଆତ୍ମବିଶ୍ବାସ ସହିତ କାମକୁ ସମ୍ପୂର୍ଣ କରିବେ ଓ ଆସନ୍ତା ସମୟ ପାଇଁ ନିଜକୁ ପ୍ରସ୍ତୁତ କରିବେ। ଏହି ସବୁ ବ୍ୟତୀତ ବିବାଦରୁ ଦୂରେଇ ରହିବା ପାଇଁ ଚେଷ୍ଟା କରନ୍ତୁ। ଯାନ ଇତ୍ୟାଦି ସତର୍କ ହୋଇ ଚଳାଇବା ଠିକ ହେବ।

ଉପାୟ: ମଙ୍ଗଳବାର ଦିନ ହନୁମାନଙ୍କ ମନ୍ଦିରରେ ସିନ୍ଦୁର ଚଢ଼ାଇବା ଶୁଭ ରହିବ।

ମୂଳାଙ୍କ 4

ଯଦି ଆପଣଙ୍କର ଜନ୍ମ କୌଣସି ମାସର 4, 14, 22 କିମ୍ବା 31 ତାରିଖରେ ହୋଇଛି ତେବେ ଆପଣଙ୍କର ମୂଳାଙ୍କ 4 ହେବ। ଏହି ସପ୍ତାହ ଆପଣଙ୍କୁ ମିଶ୍ରିତ ପରିଣାମ ଦେବା ଭଳି ପ୍ରତୀତ ହେଉଛି। କିଛି ମାମଲାରେ ପରିଣାମ ଆଶା ଠାରୁ କମ ହୋଇପାରେ। ଯଦି ଆପଣ କୌଣସି ପ୍ରକାର ରିସ୍କ ନେବେ ନାହିଁ ତେବେ ଆପଣ ନିଜକୁ ବଞ୍ଚାଇ ପାରିବେ। ଆପଣଙ୍କ କାର୍ଯ୍ୟ ଶୈଳୀ ପାଇଁ ପରିବେଶ ଉପଯୁକ୍ତ ହେବ ନାହିଁ, କିନ୍ତୁ ଯଦି ଆପଣ ସମୟ ଅନୁସାରେ ଆଚରଣ କରି କୌଣସି କାମ କରନ୍ତି, ତେବେ ଆପଣଙ୍କୁ ସେଥିରେ ସଫଳତା ମିଳିବ। ଯଦି ଆପଣ ଜଣେ କର୍ମଜୀବୀ ବ୍ୟକ୍ତି, ତେବେ ଆପଣଙ୍କ ଉଚ୍ଚ ଅଧିକାରୀଙ୍କ ସହିତ ସମ୍ପର୍କ ବଜାୟ ରଖିବାକୁ ଚେଷ୍ଟା କରିବା ବହୁତ ଗୁରୁତ୍ୱପୂର୍ଣ୍ଣ ହେବ। ଯଦି ଆପଣ ବ୍ୟବସାୟ ସହିତ ଜଡ଼ିତ ଜଣେ ବ୍ୟକ୍ତି, ତେବେ ସରକାରୀ ପ୍ରଶାସନର ନିୟମ, ଆଇନ ଇତ୍ୟାଦି ପାଳନ କରିବା ଆବଶ୍ୟକ ହେବ।

କୌଣସି ପ୍ରକାରର ଶର୍ଟକଟ ଅପଣାନ୍ତୁ ନାହିଁ। ସାବଧାନ ରହିଲେ ପରିଣାମ ସାମାନ୍ୟ ଭାବରେ ଅନୁକୂଳ ରହିପାରେ। ଆପଣ ନକାରାତ୍ମକତା ଉପରେ ନିୟନ୍ତ୍ରଣ ପାଇପାରିବେ। ସବୁ କିଛି ଆପଣଙ୍କର ଅନୁଯାୟୀ ହେବ ନାହିଁ କିନ୍ତୁ ଆପଣ ଏହି ପରିସ୍ଥିତିର ମଧ୍ୟ ଅତିକ୍ରମ କରିପାରିବେ। ଅବହେଳା ପାଇଁ, ଆପଣଙ୍କର କ୍ଷତି ହୋଇପାରେ ଏବଂ ଆପଣଙ୍କ ଉପରେ କିଛି ପ୍ରକାରର ଜରିମାନା ମଧ୍ୟ ଲାଗୁ ହୋଇପାରେ।

ଏପରି ସ୍ଥିତିରେ କୌଣସି ପ୍ରକାରର ବେଆଇନ କିମ୍ବା ଅସମାଜିକ କାମ କରନ୍ତୁ ନାହିଁ । ନିଜର ପ୍ରତିଷ୍ଠାକୁ ମେନଟେନ କରିବାକୁ ଚେଷ୍ଟା କରନ୍ତୁ। ନୂଆ ବର୍ଷରୁ କିଛି ନୂଆ କରିବା ପାଇଁ ସୁଯୋଗ ମିଳିପାରେ, ଏପରି ସ୍ଥିତିରେ ଏକ୍ସପର୍ଟ ଏଡଭାଇସ ନେଇ ଆପଣ ଆଗକୁ ବଢ଼ିପାରିବେ।

ଉପାୟ: ମନ୍ଦିରରେ ଗୁଡ଼ ଓ ଚଣା ଡାଲି ଦାନ କରିବା ଶୁଭ ରହିବ।

ଏବେ ଘରେ ବାସି ବିଶେଷଜ୍ଞ ପୁରୋହିତଙ୍କ ଦ୍ବାରା କରାନ୍ତୁ ଇଚ୍ଛାନୁସାରେ ଅନଲାଇନ ପୂଜା ଓ ପାଆନ୍ତୁ ଉତ୍ତମ ପରିଣାମ!

ମୂଳାଙ୍କ 5

ଯଦି ଆପଣଙ୍କର ଜନମ କୌଣସି ମାସର 5, 14 କିମ୍ବା 23 ତାରିଖରେ ହୋଇଛି ତେବେ ଆପଣଙ୍କର ମୂଳାଙ୍କ 5 ହେବ। ଏହି ସପ୍ତାହର ବିଶେଷ କଥା ଏହା ଯେ ଏହି ସପ୍ତାହ ଆପଣଙ୍କୁ ମିଶ୍ରିତ ପରିଣାମ ଦେବ। ଆପଣ ସବୁବେଳେ ସାମଞ୍ଜସ୍ୟ ରଖି କାମ କରିବାକୁ ଚେଷ୍ଟା କରନ୍ତି କିନ୍ତୁ ଏପରି କିଛି ଜିନିଷ ଥାଇ ପାରେ ଯାହାକୁ ଆପଣ କିଛି ଦିନରୁ ସମୟ ଦେଇପାରୁ ନାହାନ୍ତି। ତେବେ ଏହି ସପ୍ତାହ ସେହି ସମ୍ବନ୍ଧକୁ ମେନଟେନ କରିବାକୁ ସାହାଜ୍ୟ କରିବ। ଆପଣଙ୍କୁ ଭାବନାତ୍ମକ ଭାବରେ ସନ୍ତୁଷ୍ଟ କରିପାରେ। ବିଶେଷକରି ପ୍ରେମ ପ୍ରସଙ୍ଗ ପାଇଁ ଏହି ସମୟକୁ ଆମେ ଭଲ କହି ପାରିବା।

ଏହି ସମୟ ମହିଳାମାନଙ୍କ ସହ ଜଡ଼ିତ ଯେକୌଣସି କ୍ଷେତ୍ରରେ ଆପଣଙ୍କ ପାଇଁ ସହାୟକ ହୋଇପାରେ ଏବଂ ଆପଣଙ୍କ ପ୍ରୟାସ ଅନୁଯାୟୀ ଫଳାଫଳ ଦେଇପାରେ। ମାତାଙ୍କ ସମ୍ବନ୍ଧିତ ମାମଲାକୁ ସମ୍ପୂର୍ଣ କରିବା ପାଇଁ ଏହି ସମୟକୁ ଭଲ କୁହାଯିବ। ଯଦି ମାତାଙ୍କର ସ୍ବାସ୍ଥ୍ୟ କିଛି ଦିନରୁ ଖରାପ ଅଛି ତେବେ ଏହି ସମୟରେ ଆପଣଙ୍କୁ ତାଙ୍କୁ ଭଲ ଚିକିତ୍ସକଙ୍କୁ ଦେଖାଇବାକୁ ପଡ଼ିବ।ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀସମ୍ଭାବନା ଅଛି ଯେ ଆପଣଙ୍କର ଭଲ ଚିକିତ୍ସକଙ୍କର ସନ୍ଧାନ ସମ୍ପୂର୍ଣ ହେବ ଓ ସେଥିରୁ ମାତାଙ୍କୁ ଭଲ ଲାଭ ମିଳିବ। ପୁରୁଣା କାମକୁ ଆଗକୁ ନେଇଯିବାରେ ଆପଣ ସଫଳ ହେବେ। ଏହି ସମୟରେ ଆପଣଙ୍କର ପରିଶ୍ରମ ଅନୁଯାୟୀ ଆପଣଙ୍କୁ ଫଳ ମିଳିବ।

ଉପାୟ: କଞ୍ଚା ଚାଉଳ ଓ କ୍ଷୀର ଶିବ ମନ୍ଦିରର ପୂଜାରୀ କିମ୍ବା କୌଣସି ବୃଦ୍ଧ ସ୍ତ୍ରୀକୁ ଦାନ କରିବା ଶୁଭ ରହିବ।

ଆପଣଙ୍କର କୁଣ୍ଡଳୀରେ ମଧ୍ୟ ଅଛି ରାଜଯୋଗ? ଜାଣନ୍ତୁ ନିଜର ରାଜଯୋଗ ରିପୋର୍ଟ୍

ମୂଳାଙ୍କ 6

ଯଦି ଆପଣଙ୍କର ଜନ୍ମ କୌଣସି ମାସର 6, 15 କିମ୍ବା 24 ତାରିଖରେ ଜନ୍ମ ହୋଇଛି ତେବେ ଆପଣଙ୍କର ମୂଳାଙ୍କ 6 ହେବ। ମୂଳାଙ୍କ 6 ର ଲୋକଙ୍କ ପାଇଁ ଏହି ସପ୍ତାହ ହାରାହାରି ହେବ ଓ କିଛି ମାତ୍ରାରେ ଭଲ ପରିଣାମ ଦେଇପାରେ। ଯଦିଓ ଏହି ସମୟରେ କିଛି ପରିସ୍ଥିତି ଆପଣଙ୍କର ବିରୁଦ୍ଧରେ ରହିପାରେ ଆପଣ ତଥାପି ତାହାକୁ ନିଜ ଆଡ଼କୁ କରିପାରିବେ। ହୋଇପାରେ କିଛି ଲୋକ ଆପଣଙ୍କର ବିଚାରର ସମର୍ଥନ କରିବେ ନାହିଁ କିନ୍ତୁ ଆପଣ ନିଜକୁ ଠିକ ପ୍ରମାଣିତ କରିପାରିବେ। ସାମାଜିକ ଗତିବିଧିକୁ ସମ୍ପୂର୍ଣ କରିବା ପାଇଁ ଏହି ସପ୍ତାହ ଆପଣଙ୍କ ପାଇଁ ସାହାଜ୍ୟକାରୀ ହେବ।

ଯଦି ଆପଣ ବାସ୍ତବରେ ସମାଜ ପାଇଁ କୌଣସି କାମ କରୁଛନ୍ତି ତେବେ ଏହି କଥା ଜଣ ସାଧାରଣଙ୍କ ପାଖରେ ପହଞ୍ଚିବ ଓ ବଦଳରେ ଆପଣଙ୍କୁ ସମର୍ଥନ ମିଲିବ। ଏହି ସମୟକୁ ସୃଜନଶୀଳ କାର୍ଯ୍ୟ ସମାପ୍ତ କରିବା ପାଇଁ ମଧ୍ୟ ଅନୁକୂଳ ବୋଲି ବିବେଚନା କରାଯିବ। ଏହି ସମୟ ଆପଣଙ୍କୁ ନୂତନ ବନ୍ଧୁମାନଙ୍କୁ ଭେଟିବାରେ ମଧ୍ୟ ସାହାଯ୍ୟ କରିପାରେ କିମ୍ବା ଆପଣଙ୍କ ବନ୍ଧୁମାନଙ୍କ ସହିତ ସମ୍ପର୍କ ଆହୁରି ମଜବୁତ ହୋଇପାରେ। ଫଳସ୍ୱରୂପ, ଆପଣଙ୍କ ପ୍ରୟାସ ଅନୁସାରେ, ଆପଣ କେବଳ କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ କରିପାରିବେ ନାହିଁ ବରଂ ସାମାଜିକ ଏବଂ ପାରିବାରିକ କ୍ଷେତ୍ରରେ ମଧ୍ୟ ଭଲ ଫଳାଫଳ ପାଇପାରିବେ। ଆର୍ଥିକ ଦୃଷ୍ଟିକୋଣରୁ ମଧ୍ୟ ଏହି ସମୟକୁ ଅନୁକୂଳ କୁହାଯିବ।

ଉପାୟ: କଦଳୀ ଗଛରେ ପାଣି ଦେବା ଶୁଭ ରହିବ।

ମୂଳାଙ୍କ 7

ଯଦି ଆପଣଙ୍କର ଜନ୍ମ କୌଣସି ମାସର 7, 16 କିମ୍ବା 25 ତାରିଖରେ ହୋଇଛି ତେବେ ଅପନଙ୍କେ ମୂଳାଙ୍କ 7 ହେବ। ଏହି ସପ୍ତାହ ଆପଣଙ୍କୁ ମିଶ୍ରିତ ପରିଣାମ ଦେବ। ପରିଣାମ କେବେ କେବେ ଦୁର୍ବଳ କିମ୍ବା ହାରାହାରି ହୋଇପାରେ। ଏହି ସପ୍ତାହରେ ପ୍ରତ୍ଯେକ କାମକୁ ସାବଧାନ ହୋଇ ସମ୍ପୂର୍ଣ କରିବା ଆବଶ୍ୟକ ହେବ। ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଏହି ସପ୍ତାହରେ ଆପଣଙ୍କଠାରୁ କିଛି ଅତିରିକ୍ତ ପରିଶ୍ରମର ଆବଶ୍ୟକତା ମଧ୍ୟ ପଡ଼ିପାରେ। ଏହି ସପ୍ତାହରେ କୌଣସି ପ୍ରକାରର ସର୍ଟକଟ୍ ଉପାୟ ଗ୍ରହଣ ନ କରିବା ଭଲ ହେବ। କାରଣ ଏହି ସପ୍ତାହରେ ଆପଣଙ୍କ ଦ୍ବାରା ପରିଶ୍ରମ ଆବଶ୍ୟକ ହେବ। କମ ପରିଶ୍ରମ କରିବା ଯୋଗୁଁ ପରିଣାମ ଆପଣଙ୍କ ବିରୁଦ୍ଧରେ ଯାଇପାରେ। ନିୟମ କାନୁନ ଇତ୍ୟାଦିର ପାଳନ କରିବା ବହୁତ ଜରୁରୀ।

ସରକାରୀ ପ୍ରଶାସନ ବିରୁଦ୍ଧରେ କୌଣସି ପ୍ରକାରର କାର୍ଯ୍ୟକଳାପରେ ଲିପ୍ତ ହେବା ଉଚିତ୍ ନୁହେଁ। ଏହି ସତର୍କତା ଅବଲମ୍ବନ କରିଲେ ପରିଣାମ ଅନୁକୂଳ ରହିପାରେ ଅନ୍ୟଥା ଆପଣଙ୍କୁ କୌଣସି ପ୍ରକାରର ଜରିମାନା ଲାଗିପାରେ ଓ ଆପଣଙ୍କର ଛଣି ଦୁର୍ବଳ ହୋଇପାରେ କିନ୍ତୁ ଯଦି ଆପଣ ଲଗାତାର ପ୍ରାୟ କରି ଆଗକୁ ବଢ଼ନ୍ତି ତେବେ ଆପଣଙ୍କର କାମ ଶେଷ ହେବ ଓ ଆପଣଙ୍କୁ ଭଲ ପରିଣାମ ମଧ୍ୟ ମିଳିବ। ନିଜକୁ ଶୃଙ୍ଖଳିତ କରିବା ଦ୍ୱାରା ଆପଣ ନକାରାତ୍ମକତାକୁ ମଧ୍ୟ ନିୟନ୍ତ୍ରଣ କରିପାରିବେ। ଯଦିଓ ଇଣ୍ଟରନେଟ୍ ଇତ୍ୟାଦି ସମ୍ବନ୍ଧିତ କ୍ଷେତ୍ରରେ କାମ କରୁଥିବା ଲୋକମାନେ ଭଲ ଫଳାଫଳ ପାଇପାରନ୍ତି, ତଥାପି ଏହି ସମସ୍ତ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ହେବ।

ଉପାୟ: ଶିବଲିଙ୍ଗ ଉପରେ ନୀଳ ପୁଷ୍ପ ଅରପଣ କରିବା ଶୁଭ ରହିବ।

କାଳସର୍ପ ଦୋଷ ରିପୋର୍ଟ୍ – କାଳ ସର୍ପ ଯୋଗ କ୍ଯାଲକୁଲେଟର

ମୂଳାଙ୍କ 8

ଯଦି ଆପଣଙ୍କର ଜନ୍ମ କୌଣସି ମାସର 8, 17 କିମ୍ବା 26 ତାରିଖରେ ହୋଇଛି ତେବେ ଆପଣଙ୍କର ମୂଳାଙ୍କ 8 ହେବ। ଏହି ସପ୍ତାହ ଆପଣଙ୍କୁ ମିଶ୍ରିତ କିମ୍ବା ହରହରି ପରିଣାମ ଦେଇପାରେ। ଏପରି ସ୍ଥିତିରେ ଯେପରି ଯାହା ଚାଲିଛି ସେମିତି ଚଳିବାକୁ ଦେବା ଠିକ ହେବ। ନିଜକୁ ବିସ୍ତାର କରିବାର ସୁଯୋଗ ମଧ୍ୟ ମିଳିପାରେ। ସେହି ସମୟରେ, ଆପଣଙ୍କୁ ପରିବର୍ତ୍ତନ ଆଣିବାର ସୁଯୋଗ ମଧ୍ୟ ମିଳିପାରେ, କିନ୍ତୁ ଆପଣଙ୍କ ଚାରିପାଖର ପରିସ୍ଥିତି ଅନୁସାରେ ପରିବର୍ତ୍ତନ କିମ୍ବା ବିସ୍ତାର ପ୍ରକ୍ରିୟାକୁ ଆଗକୁ ବଢାଇଲେ ଏହା ଭଲ ହେବ। ଏହି ସପ୍ତାହର ଅଙ୍କ ଆପଣଙ୍କର ବିରୋଧ ମଧ୍ୟ କରୁ ନାହିଁ କିନ୍ତୁ ସମ୍ପୂର୍ଣ ଭାବରେ ଆପଣଙ୍କର ସମର୍ଥନ ମଧ୍ୟ କରୁ ନାହିଁ।

ଯଦି ଆପଣ ପ୍ରାଥମରୁ ଯୋଜନା ପ୍ରସ୍ତୁତ କରି କୌଣସି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ଓ ସେହି ଅନୁଯାୟୀ ନିଜର ପ୍ରସ୍ତୁତି ଜାରି ରଖୁଛନ୍ତି ତେବେ ଆପଣ ପରିବର୍ତ୍ତନ କରି ପାରିବେ। ହଠାତ୍ କୌଣସି କାମରେ ସାମିଲ ହେବା ପାଇଁ ବହୁତ କଠିନ ପରିଶ୍ରମ କରିବାକୁ ପଡ଼ିପାରେ ଏବଂ ଆପଣ ଏତେ ପରିଶ୍ରମ କରିପାରିବେ ନାହିଁ ଏବଂ ଫଳାଫଳ ଆପଣଙ୍କ ଆଶା ଅନୁଯାୟୀ ନ ହୋଇପାରେ। ଆପଣଙ୍କୁ ପରିସ୍ଥିତି ଅନୁସାରେ ଆଗକୁ ବଢ଼ିବା ଉଚିତ।

ସଂଯମ ଓ ବୁଝାମଣା ଦ୍ବାରା ଆଗକୁ ବଢ଼ିବା ସ୍ଥିତିରେ ଆପଣ ବ୍ୟବସାୟରେ ମଧ୍ୟ ଭଲ କରି ପାରିବେ। ଚାକିରିଆ ଲୋକ ମଧ୍ୟ ନିଜର ଟାର୍ଗେଟ ହାସଲ କରି ପାରିବେ। ଦେବା-ନେବା ଓ ମନୋରଞ୍ଜନର ସୁଯୋଗ ମଧ୍ୟ ମିଳିପାରେ। ଅର୍ଥାତ ଏହି ସପ୍ତାହ ଠାରୁ ଆପଣ ସନ୍ତୋଷପ୍ରଦ ପରିଣାମ ଆଶା କରି ପାରିବେ।

ଉପାୟ: ତୁଳସୀ ଗଛ ଉପରେ ଜଳ ଚଢ଼ାଇବା ଶୁଭ ହେବ।

ପାଆନ୍ତୁ ନିଜର କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍

ମୂଳାଙ୍କ 9

ଯଦି ଆପଣଙ୍କର ଜନମ କୌଣସି ମାସର 9, 18 କିମ୍ବା 27 ତାରିଖରେ ହୋଇଛି ତେବେ ଆପଣଙ୍କର ମୂଳାଙ୍କ 9 ହେବ। ଏହି ସପ୍ତାହର ପରିଣାମ ବିଷୟରେ କହିଲେ ଆପଣଙ୍କୁ ମିଶ୍ରିତ ପରିଣାମ ମିଳିବ। ଅନେକ ଥର ପରିଣାମ ଆଶା ଅନୁଯାୟୀ ମିଳିବ ନାହିଁ। ଅର୍ଥାତ ଯେପରି ଆପଣ ଭାବୁଛନ୍ତି ସେହିପରି କିଛି ନ ମିଳିପାରେ ସେଥିପାଇଁ ଭଲ ହେବ ଆପଣ କାମରେ ତରବର ହୁଅନ୍ତୁ ନାହିଁ। ବରଂ ଧର୍ଯ୍ୟ ସହିତ କାମ କରନ୍ତୁ। ଯଦି ଆପଣଙ୍କର କାମ କସମେଟିକ କିମ୍ବା ରେଡି ମେଡ ବସ୍ତ୍ର ଇତ୍ୟାଦି ଜାରି ଜଡ଼ିତ ତେବେ ଏହି ସପ୍ତାହରେ କୌଣସି ନୂଆ ପ୍ରୟୋଗ କିମ୍ବା ବିନିଯୋଗ କରିବା ଉଚିତ ନୁହେଁ। ଅନ୍ୟ କ୍ଷେତ୍ରସହିତ ଜଡ଼ିତ ଲୋକ ପୁରୁଣା ଜିନିଷକୁ ମେନଟେନ କରି ଆଗକୁ ବଢ଼ି ପାରିବେ।

ଯଦି ଆମେ ସମ୍ପର୍କ ବିଷୟରେ କଥା ହେବା, ତେବେ ଏହି ସପ୍ତାହରେ ଆପଣ ଆପଣଙ୍କ ପରିବାର ସଦସ୍ୟଙ୍କୁ ସାମୌରଣ ସମୟ ଦେବାକୁ ଚେଷ୍ଟା କରିବା ଉଚିତ। ବିଶେଷକରି, କୌଣସି ଝିଅ କିମ୍ବା ମହିଳାଙ୍କୁ ଅସମ୍ମାନ କରନ୍ତୁ ନାହିଁ, ବରଂ ବିଗିଡ଼ିଯାଇଥିବା ସମ୍ପର୍କକୁ ସୁଧାରିବାକୁ ଚେଷ୍ଟା କରନ୍ତୁ। ଯଦି ସମ୍ପର୍କରେ ଉନ୍ନତି ହେଉନାହିଁ, ତେବେ ସମ୍ପର୍କ ଯେପରି ଖରାପ ନ ହୁଏ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଏହା କରିବା ଦ୍ୱାରା ଆପଣ ତୁଳନାତ୍ମକ ଭାବରେ ଭଲ ଫଳାଫଳ ପାଇପାରିବେ। ବିବାହ କଥା ଆଗକୁ ବଢ଼ାଇବା ପାଇଁଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଏହି ସମୟ ଭଲ ହେବ କିନ୍ତୁ ବ୍ୟକ୍ତିଗତ ବିଷୟଗୁଡ଼ିକୁ ବ୍ୟକ୍ତିଗତ ରଖିବା ଗୁରୁତ୍ୱପୂର୍ଣ୍ଣ ହେବ। ନଚେତ୍, ଆପଣଙ୍କ ମତାମତକୁ ଭିନ୍ନ ଉପାୟରେ ଉପସ୍ଥାପନ କରିବା ଦ୍ୱାରା ସମ୍ପର୍କ ବିକାଶ ହେବାରେ ବାଧା ସୃଷ୍ଟି ହୋଇପାରେ। ବସ୍ତ୍ର କିମ୍ବା ଗହଣା କିଣିବା ପାଇଁ ଏହି ସମୟ ଅନୁକୂଳ ନୁହେଁ। ବିଶେଷ କରି ଅନଲାଇନ ବସ୍ତ୍ର କିଣିବା ଠିକ ହେବ ନାହିଁ।

ଉପାୟ: ଧଳା ଗାଈକୁ ଚାରା ଖୁଆଇବା ଶୁଭ ରହିବ।

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ବ୍ଲଗ ନିଶ୍ଚିତ ପସନ୍ଦ ଆସିଥିବ। ଯଦି ଏପରି ହୋଇଥାଏ ତେବେ ଆପଣ ନିଜର ଅନ୍ୟ ଶୁଭଚିନ୍ତକଙ୍କ ସହିତ ନିଶ୍ଚିତ ଶେୟାର କରନ୍ତୁ । ଧନ୍ୟବାଦ !

ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ

1. ନମ୍ବର 4 ପାଇଁ ଏହି ସପ୍ତାହ କିପରି ଅଛି ?

ଏହି ସପ୍ତାହ ଆପଣଙ୍କୁ ମିଶ୍ରିତ ପରିଣାମ ଦେଉଥିବା ପ୍ରତୀତ ହେଉଛି। କିଛି କ୍ଷେତ୍ରରେ ଫଳାଫଳ ଆଶାଠାରୁ ଦୁର୍ବଳ ହୋଇପାରେ।

2. 7 ନମ୍ବର ଲୋକଙ୍କ ପାଇଁ ଏହି ସପ୍ତାହ କିପରି ରହିବ?

ଏହି ସପ୍ତାହର ବିଶେଷ କଥା ଏହା ଯେ ଏହି ସପ୍ତାହ ଆପଣଙ୍କୁ ମିଶ୍ରିତ ପରିଣାମ ଦେଇପାରେ।

3. 2 ନମ୍ବରର ସ୍ବାମୀ କିଏ?

ଅଙ୍କ ଜ୍ଯୋତିଷ ଅନୁସାରେ 2 ନମ୍ବରର ସ୍ବାମୀ ଚନ୍ଦ୍ର ଅଟେ।

Talk to Astrologer Chat with Astrologer