ବସନ୍ତ ପଞ୍ଚମୀ 2025: ମାଘ ମାସ ନିଜ ସହିତ ଅନେକ ବଡ଼ ପର୍ବ ନେଇ ଆସେ ଓ ସେହି ମଧ୍ୟରୁ ଗୋଟିଏ ହେଉଛି ବସନ୍ତ ପଞ୍ଚମୀ। ହିନ୍ଦୁ ଧର୍ମରେ ଏହି ପର୍ବକୁ ବିଶେଷ ସ୍ଥାନ ପ୍ରାପ୍ତ ହୋଇଛି। ଏହି ପର୍ବ ସମଗ୍ର ଦେଶରେ ବହୁ ଧୂମଧାମରେ ପାଳନ ହୁଏ। ଏହାକୁ ଶ୍ରୀ ପଞ୍ଚମୀ ଓ ସରସ୍ବତୀ ପୂଜା ନାମରେ ମଧ୍ୟ ଜଣାଯାଏ। ଏହି ପର୍ବ ଜ୍ଞାନର ଦେବୀ ମାତା ସରସ୍ବତୀଙ୍କୁ ସମର୍ପିତ ହୋଇଥାଏ। ବସନ୍ତ ପଞ୍ଚମୀକୁ ଅତ୍ୟନ୍ତ ଶୁଭ କୁହାଯାଏ ଓ ଏହି ତିଥିରେ କିଛି କାର୍ଯ୍ୟକୁ କରାଯାଇ ପାରିବ ଯାହା ଆମେ ଆପଣଙ୍କୁ ଆଗକୁ କହିବୁ।
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ଭବିଷ୍ୟ ସହିତ ଜଡ଼ିତ ଯେ କୌଣସି ସମସ୍ଯାର ସମାଧାନ କରନ୍ତୁ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ
ଆଷ୍ଟ୍ରୋସେଜ ଏଆଇ ନିଜର ପାଠକଙ୍କ ପାଇଁ ବସନ୍ତ ପଞ୍ଚମୀ 2025ର ଏହି ବିଶେଷ ଲେଖା ଆଣି ଆସିଛି ଯାହା ମାଧ୍ୟମରେ ଆପଣଙ୍କୁ କେବଳ ପର୍ବର ତିଥି, ମହତ୍ଵ ଓ ମୁହୂର୍ତ ବିଷୟରେ ସୂଚନା ମିଳିବ ନାହିଁ, ବରଂ ଏହି ଦିନ କ’ଣ କରିବେ ଓ କ’ଣ ନ କରିବେ, କେଉଁ ଉପାୟ କରିବା ଦ୍ବାରା ଦେବୀ ସରସ୍ବତୀଙ୍କର କୃପା ପ୍ରାପ୍ତ ହେବ, ସେହି ବିଷୟରେ ଆମେ ଆପଣଙ୍କୁ ବିସ୍ତୃତରେ କହିବୁ। ବସନ୍ତ ପଞ୍ଚମୀ ଦିନ ଥିବା ଶୁଭ ଯୋଗ ବିଷୟରେ ମଧ୍ୟ ଆପଣଙ୍କୁ ଜଣାଇବୁ। ତେବେ ଆସନ୍ତୁ ଡେରି ନ କରି ଆରମ୍ଭ କରିବା ଏହି ଲେଖା ଓ ସର୍ବପ୍ରଥମେ ଜାଣିବା ଏହି ପର୍ବର ତିଥି ଓ ମୁହୂର୍ତ ବିଷୟରେ।
ହିନ୍ଦୁ ପାଞ୍ଜି ଅନୁସାରେ ଏହି ପର୍ବ ପ୍ରତି ବର୍ଷ ମାଘ ମାସର ଶୁକ୍ଳ ପକ୍ଷର ପଞ୍ଚମୀ ଦିନ ପାଳନ ହୁଏ। ବସନ୍ତ ପଞ୍ଚମୀ ପ୍ରତ୍ଯେକ ବର୍ଷ ଜାନୁଆରୀର ଶେଷ କିମ୍ବା ଫେବ୍ରୁୟାରୀର ଆରମ୍ଭରେ ପଡ଼େ। ହୁଏତ ଆପଣ ଜାଣି ନ ଥିବେ ଯେ ବସନ୍ତ ପଞ୍ଚମୀର ତାରିଖ ସକାଳ ସମୟ ଆଧାରରେ ନିର୍ଣ୍ଣୟ କରାଯାଏ। ତେଣୁ, ବସନ୍ତ ପଞ୍ଚମୀ ସେହି ସମୟରୁ ଆରମ୍ଭ ହୁଏ ଯେତେବେଳେ ସକାଳ ସମୟରେ ପଞ୍ଚମୀ ତିଥି ପ୍ରବଳ ଥାଏ। ଆସନ୍ତୁ ଏବେ ଜାଣିବା ବସନ୍ତ ପଞ୍ଚମୀ 2025 ସମୟ ଏବଂ ତାରିଖ ବିଷୟରେ।
ବସନ୍ତ ପଞ୍ଚମୀର ତିଥି: 02 ଫେବ୍ରୁୟାରୀ 2025, ରବିବାର
ସରସ୍ବତୀ ପୂଜାର ମୁହୂର୍ତ: ସକାଳ 09:16 ରୁ ଦ୍ଵିପ୍ରହର 12:35 ପର୍ଯ୍ୟନ୍ତ
ସମୟ: 3 ଘଣ୍ଟା 18 ମିନିଟ
ପଞ୍ଚମୀ ତିଥିର ଆରମ୍ଭ: 02 ଫେବ୍ରୁୟାରୀ 2025 ସକାଳ 09:16 ମିନିଟ ରୁ,
ପଞ୍ଚମୀ ତିଥିର ଅନ୍ତ: 03 ଫେବ୍ରୁୟାରୀ 2025 ସକାଳ 06:54 ମିନିଟ ପର୍ଯ୍ୟନ୍ତ।
ବସନ୍ତ ପଞ୍ଚମୀର ତିଥି ଓ ମୁହୂର୍ତ ଜାଣିବା ପଡ଼େ ଏବେ ଆପଣଙ୍କୁ ଜଣାଇବୁ ଏହି ଦିନ ପଡ଼ୁଥିବା ଶୁଭ ଯୋଗ ବିଷୟରେ।
250+ ପୃଷ୍ଠାର ବୃହତ କୁଣ୍ଡଳୀ ରୁ ପାଆନ୍ତୁ ପ୍ରଚୁର ମାତ୍ରାରେ ସଫଳତା ଓ ସମୃଦ୍ଧି ପାଇବାର ମନ୍ତ୍ର!
ସନାତନ ଧର୍ମରେ ଶୁଭ ଯୋଗକୁ ବହୁତ ମହତ୍ଵ ଦିଆଯାଏ ଓ ଯେବେ କୌଣସି ଶୁଭ ଯୋଗ କୌଣସି ବଡ଼ ପର୍ବ ଦିନ ତିଆରି ହୁଏ, ତେବେ ସେହି ପର୍ବର ମହତ୍ଵ ବହୁ ଗୁଣରେ ବଢ଼ିଯାଏ। ବସନ୍ତ ପଞ୍ଚମୀ 2025 ବହୁତ ବିଶେଷ ହେବାକୁ ଯାଉଛି କାରଣ ଏହି ଦିନ ଗୋଟିଏ ନୁହେଁ ବରଂ ଅନେକ ଶୁଭ ଯୋଗ ନିର୍ମାଣ ହେଉଛି ଯାହା ମଧ୍ୟରୁ ଶିବ ଯୋଗ, ସିଦ୍ଧ ଯୋଗ ଓ ବୁଧାଦିତ୍ୟ ଯୋଗ ଅନ୍ତର୍ଭୁକ୍ତ। ଶିବ ଯୋଗ ଓ ସିଦ୍ଧ ଯୋଗକୁ ବହୁତ ଶୁଭ କୁହାଯାଏ। ଶିବ ଯୋଗରେ ଭଗବାନ ଶିବଙ୍କର ପୂଜା କରିବା ଶୁଭ ଫଳ ପ୍ରଦାନ କରେ। ବୁଧଦିତ୍ୟ ଯୋଗ ସୂର୍ଯ୍ୟ ଓ ବୁଧଙ୍କର ଗୋଟିଏ ରାଶି କିମ୍ବା ଘରେ ହେବା ଦ୍ବାରା କାର୍ଯ୍ୟରେ ସଫଳତା ଓ ସକାରାତ୍ମକ ପରିଣାମ ପ୍ରାପ୍ତ ହୁଏ।
ସର୍ବପ୍ରତାହମେ ଆମେ କଥା ହେବା ବସନ୍ତ ପଞ୍ଚମୀର ଅର୍ଥ ବିଷୟରେ। ବସନ୍ତ ଶବ୍ଦର ସମ୍ବନ୍ଧ ବସନ୍ତ ଋତୁ ସହିତ ଅଛି ଓ ପଞ୍ଚମୀର ତାତ୍ପର୍ଯ୍ୟ ପଞ୍ଚମ ଦିନ ସହିତ। ବସନ୍ତ ପଞ୍ଚମୀକୁ ବ୍ଷଣାତ ଋତୁର ଆଗମାନର ପ୍ରତୀକ କୁହାଯାଇଛି ଓ ଏହି ଦିନ ବିଦ୍ୟାର ଦେବୀ ମାତା ସରସ୍ବତୀଙ୍କର ପୂଜା-ଅର୍ଚନା କରାଯାଏ। ବସନ୍ତ ପଞ୍ଚମୀ ଦିନ ସରସ୍ବତୀ ପୂଜା କରିବାର ବିଧି ଅଛି ସେଥିପାଇଁ ଏହି ତିଥିରେ ସରସ୍ବତୀ ପୂଜା ମଧ୍ୟ କରାଯାଏ।
ବସନ୍ତ ପଞ୍ଚମୀ ପର୍ବକୁ ଜ୍ଞାନ, ବିଦ୍ୟା ଓ କଳା ପାଇଁ ବିଶେଷ କୁହଯାଏ। ପୌରଣିକ ବିଶ୍ବାସ ଅନୁସାରେ ଏହି ଦିନ ଦେବୀ ସରସ୍ବତୀଙ୍କର ଜନ୍ମ ହୋଇଥିଲା ଯିଏ ଜ୍ଞାନ, ସଙ୍ଗୀତ ଓ କଳାର ଦେବୀ। ବସନ୍ତ ପଞ୍ଚମୀ ଦିନ ଛାତ୍ର, କଳାକାର, ଲେଖକ ଓ ସଂଗୀତକାର ବିଶେଷ ଭାବରେ ମାତା ସରସ୍ବତୀଙ୍କର ପୂଜା କରନ୍ତି ଯାହା ଦ୍ବାରା ସେମାନେ ନିଜର ପଢ଼ା ଓ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିପାରିବେ।
ବସନ୍ତର ମହତ୍ଵ ବିଷୟରେ କହିଲେ, ବସନ୍ତର ମହାକବି କାଳିଦାସ ଋତିସଂହାର କାବ୍ଯରେ “ସର୍ବପ୍ରିୟେ ଚାରୁତର ବସନ୍ତେ” ରୂପରେ ବର୍ଣନା କରିଛନ୍ତି। ଶ୍ରୀହଋ ବିଷ୍ଣୁଙ୍କର ଅବତାର ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଥିଲେ ଯେ ଋତୁନାଂ କୁସୁମାକରଃ” ଅର୍ଥାତ ‘ଋତୁଙ୍କ ମଧ୍ୟରେ ବସନ୍ତ ଋତୁ’ କହି ନିଜକୁ ବସନ୍ତର ସ୍ବରୂପ କହିଛନ୍ତି। ଏହା ବ୍ୟତୀତ, ବସନ୍ତ ପଞ୍ଚମୀ ଦିନ କାମଦେବ ଓ ରାତି ପ୍ରଥମ ଥର ପାଇଁ ମାନବ ହୃଦୟରେ ପ୍ରେମର ସଞ୍ଚାର କରିଥିଲେ ସେଥିପାଇଁ ଏହି ଦିନ ମାତା ସରସ୍ବତୀଙ୍କ ବ୍ୟତୀତ କାମଦେବ ଓ ରାତିଙ୍କର ମଧ୍ୟ ପୂଜା କରାଯାଏ। ତାଙ୍କର କୃପା ବୈବାହିକ ଜୀବନରେ ଖୁସି ଆଣିଥାଏ। ସରସ୍ବତୀ ମାତାଙ୍କର ପୂଜା ଦ୍ବାରା ଲୋକଙ୍କର ଜୀବନରେ ଜ୍ଞାନ ପ୍ରକାଶିତ ହୋଇଥାଏ।
ଏବେ ଘରେ ବସି ବିଶେଷଜ୍ଞ ପୁରୋହିତଙ୍କ ଦ୍ବାରା କରାନ୍ତୁ ଇଚ୍ଛାନୁସାରେ ଅନଲାଇନ ପୂଜା ଓ ପାଆନ୍ତୁ ଉତ୍ତମ ପରିଣାମ!
ଜ୍ଯୋତିଷଙ୍କର ଦୃଷ୍ଟିରୁ ମଧ୍ୟ ବସନ୍ତ ପଞ୍ଚମୀର ଅଲଗା ସ୍ଥାନ ଅଛି । କୁହଯାଏ ଯେ ଏହି ତିଥିରେ ସରସ୍ବତୀଙ୍କର ପୂଜା ଦ୍ବାରା ଗୁରୁ, ବୁଧ, ଚନ୍ଦ୍ର ଓ ଶୁକ୍ରଙ୍କର ଅଶୁଭ ପ୍ରଭାବ ବହୁତ ମାତ୍ରାରେ କମ ହୋଇଯାଏ। ଏହି ଦିନ ଦେବୀ ସରସ୍ବତୀଙ୍କର ପୂଜା ସେହି ଲୋକଙ୍କ ପାଇଁ ଶୁଭ ହୋଇଥାଏ ଯିଏ ଏହି ଚାରି ଗ୍ରହଙ୍କର ମହାଦଶା ଓ ଅନ୍ତର୍ଦଶା ଦେଇ ଗତି କରୁଥାନ୍ତି। ବସନ୍ତ ପଞ୍ଚମୀ ଦିନ ମାତା ସରସ୍ବତୀଙ୍କର କୃପା ଆପଣଙ୍କୁ ଏହି ଗ୍ରହଙ୍କର ନକରାତ୍ମକ ପ୍ରଭାବରୁ ମୁକ୍ତି ଦେଇଥାଏ।
ହିନ୍ଦୁ ଧର୍ମରେ ଶୁଭ ଏବଂ ମାଙ୍ଗଳିକ କାର୍ଯ୍ୟ ପାଇଁ ମୁହୂର୍ତକୁ ମହତ୍ଵପୂର୍ଣ କୁହଯାଏ ସେଥିପାଇଁ କୌଣସି ମଧ୍ୟ ଶୁଭ କାର୍ଯ୍ୟ କରିବା ପୂର୍ବରୁ ମୁହୂର୍ତ ଦେଖାଯାଏ। ସନାତନ ଧର୍ମରେ ଅଢ଼େଇ ଟି ଶୁଭ ମୁହୂର୍ତ୍ତ ବିଷୟରେ ଉଲ୍ଲେଖ କରାଯାଇଛି, ଯେଉଁଥିରେ ବସନ୍ତ ପଞ୍ଚମୀ ଦିନକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ବସନ୍ତ ପଞ୍ଚମୀରେ ଏକ ବିଶେଷ ମୁହୂର୍ତ୍ତ ଅଛି ଏବଂ ଏହି ତାରିଖରେ ଗ୍ରହ ଏବଂ ନକ୍ଷତ୍ରମାନଙ୍କର ସ୍ଥିତି ଅନୁକୂଳ ଥିବାରୁ ମୁହୂର୍ତ୍ତ ବିନା ଯେକୌଣସି ଶୁଭ କାର୍ଯ୍ୟ କରାଯାଇପାରିବ।
ବସନ୍ତ ପଞ୍ଚମୀ ଦିନ, ଭଗବାନ ଚନ୍ଦ୍ରଙ୍କ ସ୍ଥିତି ମଧ୍ୟ ଶୁଭ ହୋଇଥାଏ ଯାହା ବ୍ୟକ୍ତିକୁ ଆଧ୍ୟାତ୍ମିକ ବିକାଶ ଏବଂ ମାନସିକ ଶାନ୍ତିର ଆଶୀର୍ବାଦ ଦେଇଥାଏ। ଏହା ସହିତ, ଏହି ଦିନ ହଳଦିଆ ବସ୍ତ୍ର ପିନ୍ଧିବା ବହୁତ ଶୁଭ। ବସନ୍ତ ପଞ୍ଚମୀ ଦିନକୁ ଶିକ୍ଷା ଆରମ୍ଭ କରିବା, ନୂତନ ଜ୍ଞାନ ଆହରଣ କରିବା, ବିବାହ ଏବଂ ଗୃହ ନିର୍ମାଣ ଇତ୍ୟାଦି ପାଇଁ ଶୁଭ ବୋଲି ବିବେଚନା କରାଯାଏ।
ଆସନ୍ତୁ ଏବେ ଆପଣଙ୍କୁ ଆମେ କହିବୁବସନ୍ତ ପଞ୍ଚମୀ 2025 ଦିନ ସରସ୍ବତୀ ପୂଜାର ବିଧି ବିଷୟରେ।
ପାଆନ୍ତୁ କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍
ବସନ୍ତ ପଞ୍ଚମୀ ଦିନ ସରସ୍ବତୀ ପୂଜା ପରେ ତଳେ ଦିଆଯାଇଥିବା ଶ୍ଳୋକ ଦ୍ବାରା ସରସ୍ବତୀ ବନ୍ଦନା କରନ୍ତୁ।
ଯା କୁଦେନ୍ଦୁତୁଷାରହାରଧବଳା କିମ୍ବା ଶୁଭ୍ରବସ୍ତ୍ରାବୃତା।
ଯା ବୀଣାବରଦନ୍ଡମଣ୍ଡିତକରା ଯା ଶ୍ଵେତପଦ୍ମାସନା॥
ଯା ବ୍ରହ୍ମାଚ୍ୟୁତ ଶଙ୍କରପ୍ରଭୃତିଭିର୍ଦେବୈଃ ସଦା ବନ୍ଦିତା।
ସା ମାଂ ପାତୁ ସରସ୍ବତୀ ଭଗବତୀ ନିଃଶେଷଜାଡ୍ୟାପହା॥1॥
ଶୁକ୍ଲାଂ ବ୍ରହ୍ମବିଚାର ସାର ପରମାମଦ୍ୟାଂ ଜଗଦ୍ବ୍ୟାପିନିଂ।
ବୀଣା-ପୁସ୍ତକ-ଧାରିଣୀମଭୟଦାଂ ଜାଡ୍ୟାନ୍ଧକାରାପହାମ୍॥
ହସ୍ତେ ସ୍ପଟିକମାଲିକାଂ ପଦ୍ମାସନେ ସଂସ୍ଥିତାମ୍।
ବନ୍ଦେ ତାଂ ପରମେଶ୍ଵରୀ ଭଗବତୀ ବୁଦ୍ଧିପ୍ରଦାଂ ଶାରଦାମ୍॥2॥
ଧର୍ମ ଗ୍ରନ୍ଥରେ ବର୍ଣନା ହୋଇଥିବା କଥାା ଅନୁସାରେ, ଥର ସଂସାରର ଭ୍ରମଣ କରିବାକୁ ବ୍ରହ୍ମା ବାହାରିଲେ। ଯେତେବେଳେ ସେ ସମ୍ପୂର୍ଣ ବ୍ରହ୍ମାଣ୍ଡ ଦେଖିଲେ, ତେବେ ତାଙ୍କୁ ସଂସାର ମୁକ ଦେଖାଗଲା। ସଂସାରରେ ବହୁତ ନୀରବତା ଥିଲା। ଏହାକୁ ଦେଖି ବ୍ରହ୍ମାଙ୍କୁ ଅନୁଭବ ହେଲା ଯେ ସଂସାରର ରଚନାରେ ଅଭାବ ରହିଗଲା।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ଏହା ପରେ ବ୍ରହ୍ମା କିଛି ସମୟ ପାଇଁ ଗୋଟିଏ ସ୍ଥାନରେ ଅଟକିଗଲେ ଏବଂ ତାଙ୍କ କମଣ୍ଡଳୁରୁ କିଛି ପାଣି ବାହାର କରି ଛିଞ୍ଚିଲେ। ଯେଉଁଠାରେ ବ୍ରହ୍ମା ଜଳ ସିଞ୍ଚନ କରିଥିଲେ, ସେହି ଜ୍ୟୋତିରୁ ଜଣେ ଦେବୀ ତାଙ୍କ ହାତରେ ବୀଣା ଧରି ଆବିର୍ଭାବ ହୋଇଥିଲେ ଏବଂ ତାଙ୍କ ମୁଖମଣ୍ଡଳ ଅତ୍ୟନ୍ତ ଉଜ୍ଜ୍ୱଳ ଥିଲା। ଏହି ଦେବୀ ଥିଲେ ମାତା ସରସ୍ୱତୀ, ଆବିର୍ଭାବ ହେବା ପରେ ସେ ଭଗବାନ ବ୍ରହ୍ମାଙ୍କୁ ପ୍ରଣାମ କରିଥିଲେ ଏବଂ ସେବେଠାରୁ ବସନ୍ତ ପଞ୍ଚମୀକୁ ଦେବୀ ସରସ୍ୱତୀଙ୍କ ଜନ୍ମ ଦିନ ଭାବରେ ପାଳନ କରାଯିବା ଆରମ୍ଭ ହୋଇଥିଲା।
ଏହା ପରେ ବ୍ରହ୍ମା ମାତା ସରସ୍ୱତୀଙ୍କୁ କହିଥିଲେ ଯେ ବିଶ୍ୱର ସମସ୍ତ ଲୋକ ମୂକ ଏବଂ ସେମାନଙ୍କ ମଧ୍ୟରୁ କେହି ଯୋଗାଯୋଗ କରି ପାରନ୍ତି ନାହିଁ। ମାତା ସରସ୍ୱତୀ ପଚାରିଲେ, ପ୍ରଭୁ! ମୋର କ’ଣ ଆଜ୍ଞା ଅଛି? ବ୍ରହ୍ମା କହିଲେ, ଦେବୀ ସେମାନଙ୍କୁ ନିଜ ବୀଣାରୁ ଶବ୍ଦ ପ୍ରଦାନ କରନ୍ତୁ ଯାହା ଦ୍ୱାରା ଲୋକମାନେ ପରସ୍ପର ସହିତ ଯୋଗାଯୋଗ କରିପାରିବେ। ଏହା ପରେ, ମାତା ସରସ୍ୱତୀ ବିଶ୍ୱକୁ ସ୍ୱର ପ୍ରଦାନ୍ କରିଥିଲେ।
ମେଷ ରାଶି: ବସନ୍ତ ପଞ୍ଚମୀ ଦିନ ଆପଣ ଘରେ କିମ୍ବା ଦେବୀ ସରସ୍ବତୀଙ୍କ ମନ୍ଦିରରେ ସରସ୍ବତୀ ନମସ୍ତୁତଂ ବରଦେ କାମରୂପୀଣୀ। ବିଦ୍ୟାରମ୍ଭଂ ସିଦ୍ଧିର୍ଭବତୁ ମେ ସଦା।। ମନ୍ତ୍ର 108 ଥର ଜପ କରନ୍ତୁ।
ବୃଷ ରାଶି: ବୃଷ ରାଶିର ଲୋକ ଏହି ଦିନ ଦେବୀ ସରସ୍ବତୀଙ୍କୁ ହଳଦିଆ ଫୂଳ ଅର୍ପଣ କରନ୍ତୁ। ପରିବାରର ସଦସ୍ୟଙ୍କର ସୁଖ ଓ କ୍ୟାରୀଅରରେ ଉନ୍ନତି ପାଇଁ ପ୍ରାର୍ଥନା କରନ୍ତୁ।
ମିଥୁନ ରାଶି: କ୍ଷୀରରେ କେସର ମିଶାଇ ଦେବୀ ସରସ୍ବତୀଙ୍କୁ ପ୍ରସାଦ ଚଢ଼ାନ୍ତୁ ଓ କନ୍ୟାଙ୍କୁ ଦିଅନ୍ତୁ।
କର୍କଟ ରାଶି: କର୍କଟ ରାଶିର ଛାତ୍ର ନିଜର ପଢ଼ା ଘରେ ଉତ୍ତର ଦିଗରେ ଟେବୁଲ ଲଗାନ୍ତୁ। ଆପଣ ନିଜର ସ୍ଟଡି ରୁମରେ ହାଲ୍କା ରଙ୍ଗର ରାକ୍ କିମ୍ବା କ୍ଯାବିନେଟ ଉତ୍ତର କିମ୍ବା ପୂର୍ବ ଦିଗରେ ରଖନ୍ତୁ।
ସିଂହ ରାଶି: ମା ସରସ୍ବତୀଙ୍କର କୃପା ପାଇବା ପାଇଁ ବସନ୍ତ ପଞ୍ଚମୀ ଦିନ ପୂଜା ସମୟରେ ଓଁ ଏଂ ହ୍ରୀଂ କ୍ଲୀଂ ମହା ସରସ୍ଵତୟେ ନମଃ ମନ୍ତ୍ର ଜପ କରନ୍ତୁ ଓ ତାଙ୍କୁ ପାନ କିମ୍ବା ଜଳ ଚଢ଼ାନ୍ତୁ।
କନ୍ୟା ରାଶି: ଏହି ରାଶିର ଲୋକ ବସନ୍ତ ପଞ୍ଚମୀ ଦିନ ଦେବୀ ସରସ୍ବତୀଙ୍କୁ ମିଠା ଅର୍ପଣ କରନ୍ତୁ। ତାଙ୍କୁ ବେସନ ଲଡ଼ୁ, କୁକୁମ ଓ ଅତର ଚଢ଼ାନ୍ତୁ।
ତୁଳା ରାଶି: ବସନ୍ତ ପଞ୍ଚମୀ 2025ଦିନ ଘରେ ଧୂପ ଜାଳନ୍ତୁ ଓ ଗରିବଙ୍କୁ ଦାନ କରନ୍ତୁ।
ବିଛା ରାଶି: ଦେବୀ ସରସ୍ବତୀ ଏବଂ ହନୁମାନଙ୍କର ପୂଜା-ଅର୍ଚନା କରନ୍ତୁ ଓ ଅନାଥଙ୍କୁ ମିଠା ବାଣ୍ଟନ୍ତୁ।
ଧନୁ ରାଶି: ଜୀବନସାଥୀ ସହିତ ନିଜର ସମ୍ପର୍କକୁ ମଧୁର କରିବା ପାଇଁ ବସନ୍ତ ପଞ୍ଚମୀ ଦିନ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧନ୍ତୁ।
ମକର ରାଶି: ଗରିବ କିମ୍ବା ଅଭବ୍ୟ ପିଲାଙ୍କୁ ବହି, ପେନ, ଖାତା, କପି, ପେନସିଲ ଓ ପଢ଼ା ସାମଗ୍ରୀ ଦାନ କରନ୍ତୁ।
କୁମ୍ଭ ରାଶି: ବସନ୍ତ ପଞ୍ଚମୀ ଦିନ ଦେବୀ ସରସ୍ବତୀଙ୍କର ଆଶୀର୍ବାଦ ପାଇବା ପାଇଁ ଗରିବ ଏବଂ ଅଭବ୍ୟ ଲୋକଙ୍କୁ ଭୋଜନ କରାନ୍ତୁ।
ମୀନ ରାଶି: ଏହି ଦିନ ମୀନ ରାଶିର ଲୋକ ମାତା ସରସ୍ବତୀଙ୍କୁ ଧୂପ, ଦୀପ ଦେଇ ପ୍ରସାଦ ଭୋଗ କରିବା ଉଚିତ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!
1. 2025 ରେ କେବେ ପଡ଼ୁଛି ବସନ୍ତ ପଞ୍ଚମୀ?
ବର୍ଷ 2025 ରେ ବସନ୍ତ ପଞ୍ଚମୀ 02 ଫେବ୍ରୁୟାରୀ 2025, ରବୁବାର ଦିନ ପଡ଼ୁଛି।
2. ବସନ୍ତ ପଞ୍ଚମୀ ଦିନ କାହାର ପୂଜା କରାଯାଏ?
ବସନ୍ତ ପଞ୍ଚମୀ ଦିନ ଦେବୀ ସରସ୍ବତୀଙ୍କର ପୂଜା କରିବାର ବିଧି ଅଛି।
3. କ’ଣ ବସନ୍ତ ପଞ୍ଚମୀ ଦିନ ବିବାହ କରାଯାଇ ପାରିବ?
ହଁ ବସନ୍ତ ପଞ୍ଚମୀ ଦିନ ବିବାହ ପାଇଁ ଶୁଭ ମୁହୂର୍ତ ଅଛି।