ବିବାହ ସମୟ ଜାଣି କରନ୍ତୁ ବିବାହ, ଶୁଭ ଫଳ ପାଇଁ

Author: Monica Rajguru | Updated Wed, 16 Apr 2025 09:12 PM IST

ଆପଣ ପ୍ରାୟତଃ ନିଜର ମାତା-ପିତା କିମ୍ବା ପରିବାରର ଅନ୍ୟ ସଦସ୍ୟଙ୍କୁ ଜ୍ଯୋତିଷଙ୍କୁ ବିବାହର ସମୟ ଓ ବିବାହର ଗୁଣବତ୍ତା ବିଷୟରେ ପ୍ରଶ୍ନ କରୁଥିବା ଶୁଣିଥିବେ। ଭାରତରେ ଏବେ ମଧ୍ୟ ବିବାହକୁ ଏକ ପବିତ୍ର ବନ୍ଧନ କୁହାଯାଏ ଓ ଏହା ଜୀବନର ଏକ ମହତ୍ୱପୂର୍ଣ ଭାଗ କାରଣ ଏହା ବ୍ୟକ୍ତିର ବ୍ୟକ୍ତିଗତ ଜୀବନର ମୂଳଦୁଆ। ଭାରତୀୟ ଜ୍ଯୋତିଷ ଓ ଭାରତୀୟ ସମାଜରେ ବିବାହକୁ ଏକ ମହତ୍ୱପୂର୍ଣ ଘଟଣା ରୂପରେ ଦେଖାଯାଏ ଓ ଏପରି କୁହାଯାଏ ଜେ ଜ୍ୟୋତିଷର ବିଭିନ୍ନ କ୍ଷେତ୍ର ବିବାହ ସମୟ ଓ ସଫଳତାକୁ ପ୍ରଭାବିତ କରେ। ।


ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025

ଭବିଷ୍ୟ ସହିତ ଜଡ଼ିତ ଯେ କୌଣସି ସମସ୍ଯାର ସମାଧାନ କରନ୍ତୁ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ

ଆଜି ଆଷ୍ଟ୍ରୋଶେଯ ଏଆଇର ଏହି ବିଶେଷ ଲେଖା ମାଧ୍ୟମରେ ଏହି ବିଷୟରେ ଆମେ ଚର୍ଚ୍ଚା କରିବା ଜେ କୌଣସି ବ୍ୟକ୍ତିର କୁଣ୍ଡଳୀ ଓ ତାଙ୍କର ପୂର୍ବ ଜନ୍ମର କର୍ମ ଆଧାରରେ ଗ୍ରହଙ୍କର ସ୍ଥିତି ବିବାହର ସମୟକୁ କିପରି ପ୍ରଭାବିତ କରେ।

କୁଣ୍ଡଳୀରେ ଥିବା ବିବାହ ଯୋଗର ଗଣନା

ବିବାହ ସମୟକୁ ସ୍ପଷ୍ଟ ଭାବରେ ଜାଣିବା ଓ ତାହାର ସଠିକ ପୂର୍ବାନୁମାନ କରିବାା ପାଇଁ କିଛି ବିଶେଷ ଉପାୟ ଓ ସ୍ଥିତିକୁ ବୁଝିବାକୁ ହେବ। ଆସନ୍ତୁ ଜାଣିବା ଜଣେ ବ୍ୟକ୍ତିଙ୍କ ବିବାହ ସମୟ ଜାଣିବା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ପଦ୍ଧତି ଏବଂ ପରିସ୍ଥିତି କ’ଣ।

ଦଶା ଓ ଭୁକ୍ତି

ଜଣେ ଲୋକରକୁଣ୍ଡଳୀରେ ବିବାହର ସମ୍ଭାବନା ପାଇଁ ନିମ୍ନଲିଖିତ ସର୍ତ୍ତଗୁଡ଼ିକ ଆବଶ୍ୟକ:

ଗୋଚର

ଡବଲ ଗୋଚରର ବେଳେ ସ୍ଥିତି

ଅନେକ ଆଧୁନିକ ଜ୍ଯୋତିଷଅଧ୍ୟୟନ ଓ ବିଶ୍ଳେଷଣ ଆଧାରରେ ଏହି ନିଷ୍କର୍ଷରେ ପହଞ୍ଚିଛନ୍ତି ଜେ ଦୁଇଟି ପ୍ରମୁଖ ଗ୍ରହ ଶନି ଓ ବୃହସ୍ପତିଙ୍କର ଡବଲ ଗୋଚର ଦ୍ବାରା ବିବାହର ଭବିଷ୍ୟବାଣୀ କରାଯାଇ ପାରିବ। ଏହା ବ୍ଯତୀତ ମଙ୍ଗଳ ଓ ଚନ୍ଦ୍ରଙ୍କର ଗୋଚର ଦ୍ବାରା ବିବାହର ସମୟ ଆହୁରି ସଙ୍କୁଚିତ ହୋଇପାରିବ। ଆମେ ସମସ୍ତେ ଜାଣୁ ଜେ ଜୀବନରେ ବୃହସ୍ପତି ଓ ଶନିଙ୍କର ଆଶୀର୍ବାଦ ବିନା କିଛି ମଧ୍ୟ ଭଲ ହୁଏ ନାହିଁ ଓ ବିବାହ ଏପରି ଏକ ଘଟଣା। ସେଥିପାଇଁ ନିମ୍ନଲିଖିତ ସ୍ଥିତିଗୁଡ଼ିକ ଅଛି:

ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ

ବିବାହର ବିଶ୍ଳେଷଣ କରିବା ବେଳେ ଧ୍ୟାନ ରଖନ୍ତୁ ଏହି କଥା:

ଭାରତୀୟ ଜ୍ୟୋତିଷଶାସ୍ତ୍ରରେ ବିବାହକୁ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବରେ ବିବେଚନା କରାଯାଏ ଏବଂ ଜ୍ୟୋତିଷଶାସ୍ତ୍ରର ବିଭିନ୍ନ ଦିଗ ବିବାହର ସମୟ ଏବଂ ସଫଳତାକୁ ପ୍ରଭାବିତ କରେ। ଭାରତୀୟ ଜ୍ଯୋତିଷରେ ବିବାହ ସମ୍ବନ୍ଧିତ କିଛି ପ୍ରମୁଖ କଥା କୁହାଯାଇଛି:

  1. ଗୁଣ ମିଶାଇବା: ଏହା ଏକ ସଂଖ୍ୟା ଭିତ୍ତିକ ପ୍ରଣାଳୀ ଯେଉଁଥିରେ ପୁଅ ଏବଂ ଝିଅର ଶାରୀରିକ, ମାନସିକ ଏବଂ ଭାବପ୍ରବଣ ସୁସଙ୍ଗତତା ମୂଲ୍ୟାଙ୍କନ କରାଯାଏ।
  2. ଦୋଷ ବିଶ୍ଳେଷଣ: ବିବାହକୁ ପ୍ରଭାବିତ କରିବା ବାଲା କୌଣସି ଦୋଷକୁ ଦେଖାଯାଏ।
  3. ନାଡ଼ି ଦୋଷ: ଏଥିରେ ଦେଖାଯାଏ ଯେ ପୁଅ ଏବଂ ଝିଅଙ୍କ କୁଣ୍ଡଳୀରେ ନାଡ଼ି ଦୋଷ ଅଛି କି ନାହିଁ।

ପ୍ରାୟତଃ ଜ୍ୟୋତିଷମାନେ ବିବାହର ସଠିକ୍ ସମୟ ଜାଣିବା ପାଇଁ ବିଭିନ୍ନ ପଦ୍ଧତି ବ୍ୟବହାର କରନ୍ତି, ଯେପରିକି:

  1. ବୃହସ୍ପତି ଓ ଶନିଙ୍କର ଗୋଚର: ବୃହସ୍ପତିଙ୍କୁ ଏକ ଶୁଭ ଗ୍ରହ କୁହାଯାଇଛି ଓ ସେ ସପ୍ତମ ଘରେ ଗୋଚର କରନ୍ତି ସେଥିପାଇଁ ଏହି ଗୋଚର ବିବାହ ପାଇଁ ଅନୁକୂଳ ସମୟ ହୋଇଥାଏ। ଶନି କାଳ ଅଟନ୍ତି ସେଥିପାଇଁ ଶନି ବୃହସ୍ପତିଙ୍କ ସହିତ ଗୋଚର କରିବା ଯୋଗୁଁ କୌଣସି ଘରକୁ ସକ୍ରିୟ କରନ୍ତି, ସେହି ଘରୁ ଫଳ ମିଳିପାରି ଥାଏ।
  2. ସପ୍ତମେଶଙ୍କର ଦଶା ଓ ଅନ୍ତର୍ଦଶା: ଯେବେ ସପ୍ତମେଶଙ୍କର ଦଶା ଚାଲିଥାଏ ତେବେ ସେହି ସମୟ ବିବାହ ପାଇଁ ଶୁଭ କୁହାଯାଏ।

ଆପଣଙ୍କ କୁଣ୍ଡଳୀରେ ମଧ୍ୟ ଅଛି ରାଜଯୋଗ? ଜାଣନ୍ତୁ ନିଜର ରାଜଯୋଗ ରିପୋର୍ଟ୍

ରେଖା ଓ ତାଙ୍କର ମୁକେଶ ଅଗ୍ରୱାଲଙ୍କ ସହିତ ବିବାହର କାହାଣୀ


ଏହା ଲୋକପ୍ରିୟ ଅଭିନେତ୍ରୀ ରେଖାଙ୍କର କୁଣ୍ଡଳୀ। ରେଖା ଆଜି ମଧ୍ୟ ନିଜର ସୌନ୍ଦର୍ଯ୍ୟ ଏବଂ ଶୈଳୀରେ ହଜାର ହଜାର ହୃଦୟରେ ରାଜ କରନ୍ତି। ରେଖା ପରଦାରେ ଅନେକ ବ୍ଲକବଷ୍ଟର ଫିଲ୍ମ ଦେଇଛନ୍ତି। ରେଖା ତାଙ୍କ ସମୟର ସେହି ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଯିଏ କୌଣସି ନା କୌଣସି କାରଣରୁ ଖବରରେ ରହୁଥିଲେ କିନ୍ତୁ ସେ ସବୁବେଳେ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ଗଣମାଧ୍ୟମରେ ଚର୍ଚ୍ଚିତ ରହୁଥିଲେ।

ଅମିତାଭ ବଚ୍ଚନଙ୍କ ସହିତ ତାଙ୍କର ଅଫେୟରର ଚର୍ଚ୍ଚା ଆଜି ମଧ୍ୟ ହୁଏ ଓ ବଲୀଵୁଡ୍ର ଇତିହାସରେ ଏହା ଚର୍ଚ୍ଚିତ। ସେହି ସମୟରେ ଅମିତାଭ ବିବାହିତ ଥିଲେ ଓ ତାଙ୍କର ଦୁଇଟି ସନ୍ତାନ ଥିଲେ ସେଥିପାଇଁ ତାଙ୍କର ଏହି ପ୍ରେମ କାହାଣୀ ଅଧିକ ଆଗକୁ ବଢ଼ି ପାରି ନଥିଲା।

ରେଖା ବିଜନେସମ୍ୟାନ ମୁକେଶ ଅଗ୍ରୱାଲଙ୍କ ସହିତ ବିବାହ କରିଲେ ଓ ଏହା ମଧ୍ୟ ଚର୍ଚାର ବିଷୟ ଥିଲା:

ଏବେ ଆସନ୍ତୁ ନବମାଂଶକୁଣ୍ଡଳୀ ଉପରେ ନଜର ପକାଇବା କାରଣ ନବମାଂଶମୁଖ୍ୟତଃ ବିବାହ ଏବଂ ବିବାହ ପରେ ଜୀବନକୁ ସୂଚିତ କରେ।

ଶାହରୁଖ ଖାନଙ୍କର ବିବାହ

ଆସନ୍ତୁ ଏବେ ଏପରି ଏକ ଅଭିନେତାଙ୍କର ଉଦାହରଣ ନେବା ଯାହାର ବିବାହ ବଲୀଵୁଡ୍ରେ ଏକ ଉଦାହରଣ ରୂପରେ ପ୍ରସିଦ୍ଧ ଓ ସେ ହେଉଛନ୍ତିଶାହରୁଖ ଖାନ


ଶାହରୁଖ ଖାନ ବଲୀଵୁଡ୍ର ବାଦଶାହ ଅଟନ୍ତି ଓ ତାଙ୍କୁ ଫିଲ୍ମ ଇନଡସ୍ଟ୍ରିର ସବୁଠାରୁ ପ୍ରିୟ ଅଭିନେତାମାନଙ୍କ ମଧ୍ୟରୁ ଗୋଟିଏ ବୋଲି ଗଣାଯାଏ। ବଲୀଵୁଡ୍ରେ ତାଙ୍କ ବିବାହ ସବୁଠାରୁ ଭଲ ବୋଲି ବିବେଚନା କରାଯାଏ। ତେବେ ଚାଲନ୍ତୁ ଏବେ ଥରେ ଶାହରୁଖ ଖାନଙ୍କର କୁଣ୍ଡଳୀରେ ଦେଖିବା କି କେଉଁ ଗ୍ରହଙ୍କ ଯୋଗୁଁ ତାଙ୍କର ବିବାହ ଏତେ ଲାମ୍ବା ଚାଲିଛି ଓ ତାଙ୍କୁ ବୈବାହିକ ସୁଖ ମିଳୁଛି।

ଏବେ ଶାହରୁଖ ଖାନଙ୍କରନବମାଂଶ କୁଣ୍ଡଳୀ ଦେଖିନେବା ଯେ ଏହା ତାଙ୍କର ବୈବାହିକ ଜୀବନ ବିଷୟରେ କ’ଣ କହୁଛି।

ସେଥିପାଇଁ ବିବାହ ସମୟ ଓ ତାଙ୍କର ଗୁଣବତ୍ତାର ବାଖ୍ଯା କରି ସମୟ ଉପରୋକ୍ତ କ୍ଷେତ୍ର ଉପରେ ଧ୍ୟାନ ଦେବା ଉଚିତ।

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!

ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ

1. ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ବିବାହର ସମୟ ଏବଂ ଏହାର ଗୁଣବତ୍ତା କେଉଁ କାରଣ ଉପରେ ନିର୍ଭର କରେ?

ସେହି ସମୟରେ କେଉଁ ମହାଦଶା ଚାଲିଛି, ସପ୍ତମ ଘର କିପରି ଏବଂ ଏହାର ସ୍ବାମୀ କିଏ ଇତ୍ୟାଦି ଉପରେ ନିର୍ଭର କରେ।

2. ବିବାହ ପାଇଁ କେଉଁ ଗ୍ରହ କାରକ?

ଶୁକ୍ର ପୁରୁଷ ଏବଂ ମହିଳା ଉଭୟଙ୍କ ପାଇଁ ବିବାହର କାରକ।

3. ମହିଳାଙ୍କ କୁଣ୍ଡଳୀର କେଉଁ ଗ୍ରହ ତାଙ୍କ ସାଥୀର ସ୍ୱଭାବ ନିର୍ଣ୍ଣୟ କରେ?

ବୃହସ୍ପତି ଏବଂ ମଙ୍ଗଳ

Talk to Astrologer Chat with Astrologer