ଚୈତ୍ର ନବରାତ୍ରୀ 2025

Author: Monica Rajguru | Updated Fri, 28 Mar 2025 02:58 PM IST

ହିନ୍ଦୁ ପର୍ବ ମଧ୍ୟରୁ ଚୈତ୍ର ନବରାତ୍ରୀ ଅତ୍ୟନ୍ତ ମହତ୍ଵ ରଖେ। ସମ୍ପୂର୍ଣ ଦେଶରେ ଏହି ପର୍ବକୁ ଶ୍ରଦ୍ଧା ଓ ଆଧ୍ୟାତ୍ମିକ ଉତ୍ସାହ ସହିତ ପାଳନ କରାଯାଏ। ଭାରତରେ ଅନେକ ଭାଗରେଚୈତ୍ର ନବରାତ୍ରୀ ଠାରୁ ହିନ୍ଦୁ ନବବର୍ଷ ଆରମ୍ଭ ହୁଏ ଓ ନବରାତ୍ରୀର ନଅ ଦିନ ମା ଦୂର୍ଗା ଓ ତାଙ୍କର ନଅ ସ୍ଵରୂପକୁ ସମର୍ପିତ ହୁଏ। ଶାରଦିଅ ନବରାତ୍ରୀ ଶରଦ ଋତୁ ରେ ପଡ଼େ ଯେତେବେଳେ କି ଚୈତ୍ର ନବରାତ୍ରୀ ବସନ୍ତ ଋତୁ ରେ ପଡ଼େ। ହିନ୍ଦୁ ପଞ୍ଚାଙ୍ଗର ଚୈତ୍ର ମାସ ଅର୍ଥାତ ମାର୍ଚ୍ଚ କିମ୍ବା ଅପ୍ରିଲରେ ଚୈତ୍ର ନବରାତ୍ରୀ ପାଳନ ହୁଏ। ଏହି ଥର ରବିବାର 30 ମାର୍ଚ୍ଚ 2025 ରୁ ଚୈତ୍ର ନବରାତ୍ରୀ 2025 ଆରମ୍ଭ ହେଉଛି ଓ ଏହାର ସମାପ୍ତି ସୋମବାର 07 ଅପ୍ରିଲ 2025 କୁ ହେବ। ଚୈତ୍ର ନବରାତ୍ରୀର ପ୍ରଥମ ଦିନ ବହୁତ ମହତ୍ୱପୂର୍ଣ ହୋଇଥାଏ କରଣ ଏଠାରୁ ନଅ ଦିନ ପର୍ଯ୍ୟନ୍ତ ମା ଶୈଳପୁତ୍ରୀଙ୍କୁ ସମର୍ପିତ ହୋଇଥାଏ ଯାହା କି ମା ଦୂର୍ଗାଙ୍କର ପ୍ରଥମ ସ୍ଵରୂପ ଅଟେ। ଏହି ଦିନ ଶ୍ରଦ୍ଧାଳୁ ସମୃଦ୍ଧି, ଉତ୍ତମ ସ୍ବାସ୍ଥ୍ୟ ଓ ସଫଳତା ପାଇଁ ଅନୁଷ୍ଠାନ ଓ ବିଶେଷ ପୂଜା କରନ୍ତି ଏବଂ ମା ଦୂର୍ଗାଙ୍କର ଆଶୀର୍ବାଦ ନିଅନ୍ତି।


ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025

ସନ୍ତାନର ଭବିଷ୍ୟ ସହିତ ଜଡ଼ିତ ଯେ କୌଣସି ସମସ୍ଯାର ସମାଧାନ କରନ୍ତୁ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ

ଆଷ୍ଟ୍ରୋସେଜ ଏଆଇର ବିଶେଷ ବ୍ଲଗରେ ନଅ ଦିନ ପର୍ଯ୍ୟନ୍ତ ଚଳିବାକୁ ଥିବା ଚୈତ୍ର ନବରାତ୍ରୀ 2025ର ପ୍ରଥମ ଦିନର ତିଥି ବିଷୟରେ କୁହାଯାଇଛି। ସାଙ୍ଗରେ କଳଶ ସ୍ଥାପନାର ବିଧି, ମହତ୍ଵ ଇତ୍ୟାଦି ବିଷୟରେ ମଧ୍ୟ କୁହା ଦିଆଯାଇଛି। ତେବେ ଚାଲନ୍ତୁ ଆଗକୁ ବଢ଼ିବା ଓ ଜାଣିବା ଚୈତ୍ର ନବରାତ୍ରୀର ପ୍ରଥମ ଦିନ ବିଷୟରେ।

ଚୈତ୍ର ନବରାତ୍ରୀର ପ୍ରଥମ ଦିନ: କଳଶ ସ୍ଥାପନା ପାଇଁ ସମୟ ଓ ତିଥି

ହିନ୍ଦୁ ପାଞ୍ଜି ଅନୁସାରେ ଚୈତ୍ର ନବରାତ୍ରୀ 2025ର ଆରମ୍ଭ ଚୈତ୍ର ମାସର ପ୍ରତିପଦା ତିଥିରେ ଅର୍ଥାତ 30 ମାର୍ଚ୍ଚ 2025 ରେ ହେବ। କଳଶ ସ୍ଥାପନା ପାଇଁ ଶୁଭ ସମୟ:

କଳଶ ସ୍ଥାପନା ମୁହୂର୍ତ

କଳଶ ସ୍ଥାପନା ମୁହୂର୍ତ: ସକାଳ 06 : 13 ରୁ ନେଇ 10:22 ମିନିଟ ପର୍ଯ୍ୟନ୍ତ

ସମୟାବିଧି: 4 ଘଣ୍ଟା 8 ମିନିଟ

କଳଶ ସ୍ଥାପନ ଅଭିଜିତ ମୁହୂର୍ତ: ଦ୍ଵିପ୍ରହର 12: 01 ରୁ ନେଇ ଦ୍ଵିପ୍ରହର 12: 50 ମିନିଟ ପର୍ଯ୍ୟନ୍ତ

ସମୟାବଧି : 50 ମିନିଟ

ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ

ଚୈତ୍ର ନବରାତ୍ରୀ: ମା ଦୂର୍ଗାଙ୍କର ବାହାନ

ଧାର୍ମିକ ବିଶ୍ବାସ ଅନୁସାରେ ନବରାତ୍ରୀ ସମୟରେ ମା ଦୂର୍ଗା କୌଣସି ବିଶେଷ ବାହାନ ଉପରେ ବସି ପୃଥିବୀକୁ ଆସନ୍ତି ଓ ପ୍ରତ୍ଯେକ ବାହାନର ଅଲଗା ଅର୍ଥ ଏବଂ ମହତ୍ଵ ଅଛି। ଏହି ବର୍ଷ ଚୈତ୍ର ନବରାତ୍ରୀ 2025 ରବିବାର ରୁ ଆରମ୍ଭ ହେଉଛି ସେଥିପାଇଁ ଏହି ଥର ମା ଦୂର୍ଗା ହାତୀ ଉପରେ ବସି ଆସିବେ।

ମା ଦୂର୍ଗାଙ୍କର ହାତୀ ଉପରେ ବସି ଆସିବା ବିକାଶ, ଶାନ୍ତି ଓ ସକାରାତ୍ମକ ପରିବର୍ତ୍ତନକୁ ଦର୍ଶାଉଛି। ଏହା ସଙ୍କେତ ଦେଉଛି ଜେ ଏହି ଥର ବର୍ଷା ଭଲ ହେବ ଯାହା ଦ୍ବାରା ଫସଲ ମଧ୍ୟ ଭଲ ହେବ। ଏହା କୃଷିଙ୍କ ପାଇଁ ଅନୁକୂଳ ପରିସ୍ଥିତି ଓ ଭକ୍ତଙ୍କୁ କଷ୍ଟରୁ ମୁକ୍ତି ଦେବାର ମଧ୍ୟ ପ୍ରତିକ ଅଟେ।

ଚୈତ୍ର ନବରାତ୍ରୀ: କଳଶ ସ୍ଥାପନା ପାଇଁ ପୂଜା ବିଧି

ଚୈତ୍ର ନବରାତ୍ରୀର ପ୍ରଥମ ଦିନର ଆରମ୍ଭ ପାଇଁ କଳଶ ସ୍ଥାପନା କରାଯାଏ। ଏପରି ବିଶ୍ବାସ ଅଛି ଜେ କାଲ୍ସ ସ୍ଥାପନ କରିବା ଦ୍ବାରା ଘରେ ସୁଖ-ଶାନ୍ତି ଓ ସମୃଦ୍ଧିର ଆଗମନ ହୁଏ। ତେବେ ଚାଲନ୍ତୁ ଏବେ ଆଗକୁ ବଢ଼ିବା ଓ ଜାଣିବା ଚୈତ୍ର ନବରାତ୍ରୀର ପ୍ରଥମ ଦିନ କଳଶ ସ୍ଥାପନା କରିବାର ପୂଜା ବିଧି କ’ଣ:

ଅନଲାଇନ ସଫ୍ଟୱେୟାରରୁ ମାଗଣା ଜନ୍ମ କୁଣ୍ଡଳୀ ପ୍ରାପ୍ତ କରନ୍ତୁ

ଚୈତ୍ର ନବରାତ୍ରୀର ପ୍ରଥମ ଦିନର ମହତ୍ଵ

ସଂସ୍କୃତରେ ନବରାତ୍ରୀର ଅର୍ଥ ନଅ ଦିନ ହୋଇଥାଏ ଯାହା ମା ଦୂର୍ଗାଙ୍କର ନ ସ୍ଵରୂପକୁ ସମର୍ପିତ ହୋଇଥାଏ। ନବରାତ୍ରୀର ପ୍ରତ୍ଯେକ ଦିନ ମା ଦୂର୍ଗାଙ୍କର ଅଲଗା ଅଲଗା ଅବତାରର ପୂଜା କରାଯାଏ ଯାହା ଦିବ୍ୟ ସ୍ତ୍ରୀର ବିଭିନ୍ନ ଗୁଣ ଏବଂ ଶକ୍ତିକୁ ଦର୍ଶାଏ। ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଚୈତ୍ର ନବରାତ୍ରୀ ରୁ ହିନ୍ଦୁ ନବବର୍ଷର ଆରମ୍ଭ ହୁଏ ସେଥିପାଇଁ ଏହି ପର୍ବ ଅତ୍ୟଧିକ ମହତ୍ଵ ରଖେ। ନୂଆ କାମର ଆରମ୍ଭ କରିବା, ଫସଲ ବୁଣିବା ଏବଂ ଧାର୍ମିକ ଯାତ୍ରା ପାଇଁ ଏହି ସମୟକୁ ଶୁଭ ବୋଲି ବିବେଚନା କରାଯାଏ।

ମା ଦୂର୍ଗାଙ୍କର ନଅଟି ସ୍ଵରୂପ

ଏବେ ଘରେ ବସି ବିଶେଷଜ୍ଞ ପୁରୋହିତଙ୍କ ଦ୍ବାରା କରାନ୍ତୁ ଇଚ୍ଛାନୁସାରେ ଅନଲାଇନ ପୂଜା ଓ ପାଆନ୍ତୁ ଉତ୍ତମ ପରିଣାମ!

ନବରାତ୍ରୀର ପ୍ରଥମ ଦିନ ମା ଶୈଳପୁତ୍ରୀଙ୍କର ପୂଜା

ନବରାତ୍ରିର ପ୍ରଥମ ଦିନ ଦେବୀ ଦୁର୍ଗାଙ୍କ ପ୍ରଥମ ରୂପ ଦେବୀ ଶୈଳପୁତ୍ରୀଙ୍କୁ ସମର୍ପିତ। ମା’ ଦୁର୍ଗା ହିମାଳୟର କନ୍ୟା ଭାବରେ ଦେବୀ ପାର୍ବତୀଙ୍କ ରୂପରେ ଜନ୍ମଗ୍ରହଣ କରିଥିବାରୁ, ତାଙ୍କୁ ମା’ ଶୈଳପୁତ୍ରୀ ନାମରେ 'ପର୍ବତ କନ୍ୟା' ଭାବରେ ପୂଜା କରାଯାଏ। ସେ ନନ୍ଦୀଙ୍କ ଉପରେ ବସନ୍ତି ଏବଂ ଗୋଟିଏ ହାତରେ ତ୍ରିଶୂଳ ଏବଂ ଅନ୍ୟ ହାତରେ ପଦ୍ମ ଫୁଲ ଧାରଣ କରନ୍ତି

ଦେବୀ ଶୈଳପୁତ୍ରୀ ମୂଳାଧାର ଚକ୍ର ସହିତ ଜଡ଼ିତ, ଯାହା ସ୍ଥିରତା, ସନ୍ତୁଳନ ଏବଂ ଶକ୍ତିର ପ୍ରତୀକ। ନବରାତ୍ରିର ପ୍ରଥମ ଦିନରେ ଦେବୀ ଶୈଳପୁତ୍ରୀଙ୍କ ପୂଜା କରିବା ଦ୍ୱାରା, ଭକ୍ତର ଆତ୍ମା ​​ପବିତ୍ର ହୁଏ, ତାଙ୍କର ସମସ୍ତ ପାପ ନଷ୍ଟ ହୁଏ ଏବଂ ସେ ଆଧ୍ୟାତ୍ମିକ ଭାବରେ ଆଗକୁ ବଢ଼ିବା ପାଇଁ ଅପାର ଶକ୍ତି ପାଏ। ମା ଶୈଳପୁତ୍ରୀଙ୍କର ସମ୍ବନ୍ଧ ଚନ୍ଦ୍ରଙ୍କ ସହିତ ଅଛି ସେଥିପାଇଁ ଏପରି କୁହାଯାଏ ଯେ ସଚ୍ଚା ହୃଦୟରୁ ପୂଜା କରିବା ଦ୍ୱାରା କୁଣ୍ଡଳୀରେ ଚନ୍ଦ୍ରଙ୍କର ସ୍ଥିତି ସୁଦୃଢ଼ ​​ହୁଏ, ସକାରାତ୍ମକତା ଆଣେ ଏବଂ ଚନ୍ଦ୍ରଙ୍କ ସହିତ ଜଡ଼ିତ କ୍ଷେତ୍ରରେ ଅନୁକୂଳ ଫଳାଫଳ ମିଳିଥାଏ।

ମା ଶୈଳପୁତ୍ରୀଙ୍କ ପାଇଁ ମନ୍ତ୍ର

ବୀଜ ମନ୍ତ୍ର: ଯା ଦେବୀ ସର୍ବଭୂତେଷୁ ମାଁ ଶୈଳପୁତ୍ରୀ ରୂପେଣ ସମସ୍ଥିତା।ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମ:।।

ॐ ଐଂ ହ୍ରୀଂ କ୍ଲୀଂ ଚାମୁଣ୍ଡାୟୈ ଵିଚ୍ଚୈ।ॐ ଶୈଳପୁତ୍ରୀ ଦେୱୟ ନମ:।।

ମା ଶୈଳପୁତ୍ରୀଙ୍କର ପୌରଣିକ କଥା

ନବରାତ୍ରୀର ପ୍ରଥମ ଦିନ ମା ଶୈଳପୁତ୍ରୀଙ୍କର ପୂଜା କରାଯାଏ ଯିଏ ମା ଦୂର୍ଗାଙ୍କର ପ୍ରଥମ ସ୍ଵରୂପ ଅଟନ୍ତି। ଶୈଳପୁତ୍ରୀ ନାମର ଅର୍ଥ ପର୍ବତର ପୁତ୍ରୀ। ତାଙ୍କୁ ଭଗବାନ ଶିବଙ୍କର ପ୍ରଥମ ପତ୍ନୀ ସତୀଙ୍କର ପୁନର୍ଜନ୍ମ ବୋଲି ବିଶ୍ବାସ କରାଯାଏ। ଦେବୁ ଶୈଳପୁତ୍ରୀଙ୍କୁ ଏକ ଦିବ୍ୟ ରଉପରେ ଦର୍ଶା ଯାଇଛି ଯିଏ ନନ୍ଦୀ ଉପରେ ବସିଥାନ୍ତି। ତାଙ୍କ ମଥାରେ ଚନ୍ଦ୍ରମା ବିରାଜମାନ ଓ ଗୋଟିଏ ହାତରେ ତ୍ରିଶୂଳ ଏବଂ ଅନ୍ୟ ହାତରେ ପଦ୍ମ ଫୂଳ ଥାଏ।

ତାଙ୍କ ପୁନର୍ଜନ୍ମରେ, ଦେବୀ ଶୈଳପୁତ୍ରୀ ସତୀ ଭାବରେ ଜନ୍ମଗ୍ରହଣ କରିଥିଲେ, ଯିଏ କି ଭଗବାନ ଶିବଙ୍କ ପ୍ରଥମ ପତ୍ନୀ ଓ ରାଜା ଦକ୍ଷଙ୍କ କନ୍ୟା ଥିଲେ। ସତୀ ଭଗବାନ ଶିବଙ୍କୁ ବିବାହ କରିବାକୁ ଚାହୁଁଥିଲେ କିନ୍ତୁ ତାଙ୍କ ପିତା ଦକ୍ଷ ପ୍ରଜାପତି ଭଗବାନ ଶିବଙ୍କୁ ତିରସ୍କାର କରୁଥିଲେ ଏବଂ ଶିବଙ୍କ ସହିତ ତାଙ୍କ ଝିଅର ବିବାହକୁ ଅନୁମୋଦନ କରିନଥିଲେ।

ଥରେ ରାଜା ଦକ୍ଷ ଏକ ମହାନ ଯଜ୍ଞର ଆୟୋଜନ କରିଥିଲେ ଯେଉଁଥିରେ ସେ ସମସ୍ତ ଦେବା-ଦେବୀ ଏବଂ ଋଷିମାନଙ୍କୁ ନିମନ୍ତ୍ରଣ କରିଥିଲେ କିନ୍ତୁ ଭଗବାନ ଶିବଙ୍କୁ ନିମନ୍ତ୍ରଣ କରିନଥିଲେ। ସତୀ ଏହି ଯଜ୍ଞରେ ଯୋଗ ଦେବାକୁ ଚାହୁଁଥିଲେ କିନ୍ତୁ ଭଗବାନ ଶିବ ତାଙ୍କୁ ଚେତାବନୀ ଦେଇଥିଲେ ଯେ ଯଦି ସେ ନିମନ୍ତ୍ରଣ ନ ପାଇ ଯଜ୍ଞକୁ ଗଲେ, ତେବେ ସେଠାରେ ତାଙ୍କୁ ତିରସ୍କାର କରାଯିବ। ସତୀ ଭଗବାନ ଶିବଙ୍କ ପରାମର୍ଶକୁ ଅଣଦେଖା କରି ରାଜା ଦକ୍ଷଙ୍କ ମହଲରେ ପହଞ୍ଚିଲେ। ଯଜ୍ଞ ସମୟରେ ସତୀଙ୍କୁ ଦେଖି ରାଜା ଦକ୍ଷ ତାଙ୍କୁ ବହୁତ ତିରସ୍କାର କରିଥିଲେ ଏବଂ ଭଗବାନ ଶିବଙ୍କୁ କଠୋର ନିନ୍ଦା କରିଥିଲେ। ସତୀ ତାଙ୍କ ସ୍ୱାମୀଙ୍କ ବିଷୟରେ କୁହାଯାଉଥିବା ଅପମାନଜନକ କଥାକୁ ସହ୍ୟ କରିପାରିଲେ ନାହିଁ ଏବଂ ଯଜ୍ଞର ପବିତ୍ର ଅଗ୍ନିରେ ନିଜକୁ ଜଳାଇ ଦେବାକୁ ନିଷ୍ପତ୍ତି ନେଲେ।

ସତୀଙ୍କର ଅନ୍ତ ଦ୍ବାରା ଭଗବାନ ଅତ୍ୟନ୍ତ ଦୁଃଖୀ ଓ କ୍ରୋଧିତ ହୋଇଥିଲେ। ସେ ସତୀଙ୍କର ମୃତ ଶରୀର ଉଠାଇଲେ ଓ ତାଣ୍ଡବ କରିବାକୁ ଲାଗିଲେ। ଏହା ସମ୍ପୂର୍ଣ ସୃଷ୍ଟିର ବିନାଶର ସଙ୍କେତ ଥିଲା। ଶିବଙ୍କର ଏହି ପ୍ରଳୟଙ୍କରୀ ରୂପ ଦ୍ବାରା ସୃଷ୍ଟିର ବିନାଶର ଭୟ ଉତ୍ପନ୍ନ ହୋଇଗଲା।

ଏହି ମହାବିନାଶକୁ ଅଟକାଇବା ପାଇଁ ଭଗବାନ ବିଷ୍ଣୁ ନିଜର ସୁଦର୍ଶନ ଚକ୍ର ଦ୍ବାରା ମାତାଙ୍କର ଶରୀରର ଖଣ୍ଡ କରିଦେଲେ ଯାହା ଭାରତୀୟ ମହାଦ୍ବୀପର ଅନେକ ଭାଗରେ ଯାଇ ପଢ଼ିଲା। ଯେଉଁ ଜାଗାରେ ମା ସତୀଙ୍କର ଅଙ୍ଗ ପଡ଼ିଥିଲା ତାହାକୁ ଶକ୍ତିପୀଠ ନାମ ଦିଆଗଲା ଓ ତାହା ମା ଦୂର୍ଗାଙ୍କର ପବିତ୍ର ସ୍ଥାନ ହୋଇଗଲା।

ଏହା ପରେ, ମାତା ସତୀ ପର୍ବତ ରାଜା ହିମାଳୟଙ୍କର ଘରେ ଦେବୀ ଶୈଳପୁତ୍ରୀ ରୂପରେ ପୁନର୍ବାର ଜନ୍ମଗ୍ରହଣ କରିଥିଲେ ଏବଂ ଏଠାରେ ତାଙ୍କର ନାମ ପାର୍ବତୀ ହୋଇଥିଲା। କମ ବୟସରୁ ହି ଦେବୀ ପାର୍ବତୀ ଭଗବାନ ଶିବଙ୍କର ପରମ ଭକ୍ତ ଥିଲେ ଓ ଶିବଙ୍କୁ ଦେଖିବା ପାଇଁ ପାର୍ବତୀ କଠୋର ତପସ୍ୟା କରିଥିଲେ। ତାଙ୍କର ଅସୀମ ଭକ୍ତି ରେ ପ୍ରସନ୍ନ ହୋଇ ଭଗବାନ ଶିବ ପୁଣି ଥରେ ତାଙ୍କୁ ନିଜର ପତ୍ନୀ ଭାବରେ ସ୍ଵୀକାର କରିଲେ।

ଏହି ନବରାତ୍ରୀ ସିଦ୍ଧ କୁଞ୍ଜିକା ସ୍ତୋତ୍ର ରୁ ପାଆନ୍ତୁ ଦୂର୍ଗା ମା’ଙ୍କର ବିଶେଷ କୃପା!

ଦେବୀଙ୍କର ନଅଟି ରୂପ ସହିତ ସମ୍ବନ୍ଧିତ ଗ୍ରହ

ନବରାତ୍ରୀର ଦିନ ଦେବୀଙ୍କର ରୂପ ସମ୍ବନ୍ଧିତ ଗ୍ରହ
ପ୍ରଥମ ଦିନ: ପ୍ରତିପଦା ମା ଶୈଳପୁତ୍ରୀ ଚନ୍ଦ୍ରମା
ଦ୍ଵିତୀୟ ଦିନ: ଦ୍ଵିତୀୟା ମା ବ୍ରହ୍ମାଚାରିଣୀ ମଙ୍ଗଳ
ତୃତୀୟ ଦିନ: ତୃତୀୟା ମା ଚନ୍ଦ୍ରଘଣ୍ଟା ଶୁକ୍ର
ଚତୁର୍ଥ ଦିନ: ଚତୁର୍ଥି ମା କୁଷ୍ମାଣ୍ଡା ସୂର୍ଯ୍ୟ
ପଞ୍ଚମ ଦିନ: ପଞ୍ଚମୀ ମା ସ୍କନ୍ଦମାତା ବୁଧ
ଷଷ୍ଠ ଦିନ: ଷଷ୍ଠୀ ମା କାତ୍ୟାୟନୀ ବୃହସ୍ପତି
ସପ୍ତମ ଦିନ: ସପ୍ତମୀ ମା କାଳରାତ୍ରୀ ଶନି
ଅଷ୍ଟମ ଦିନ: ଅଷ୍ଟମୀ ମାମହାଗୌରି ରହୁ
ନବମ ଦିନ : ନବମୀ ମା ସିଦ୍ଧିରାତ୍ରି କେତୁ

ଚୈତ୍ର ନବରାତ୍ରୀ ଦିନ କ’ଣ କରିବେ ଓ କ’ଣ କରିବେ ନାହିଁ

କ’ଣ କରିବେ

କ’ଣ କରିବେ ନାହିଁ

ମା ଦୂର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ଚୈତ୍ର ନବରାତ୍ରୀ ଦିନ ପ୍ରତିକାର

ଚୈତ୍ର ନବରାତ୍ରୀ ଦିନ ରାଶି ଅନୁସାରେ ପ୍ରତିକାର

ଚୈତ୍ର ନବରାତ୍ରୀ 2025 ରେ ଆପଣ ନିଜର ରାଶି ଅନୁସାରେ ନିମ୍ନ ଉପାୟ କରିପାରିବେ:

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!

ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ

1. 2025 ରେ ଚୈତ୍ର ନବରାତ୍ରୀ କେବେ?

ଏହି ବର୍ଷ ଚୈତ୍ର ନବରାତ୍ରି 2025 ମାର୍ଚ୍ଚ 30, ରବିବାରରୁ ଆରମ୍ଭ ହେବ ଏବଂ 2025 ଏପ୍ରିଲ 07 ରେ ଶେଷ ହେବ।

2. ଏହି ବର୍ଷ ଦେବୀ ଦୁର୍ଗା କେଉଁ ବାହାନରେ ଆସୁଛନ୍ତି?

ଏହି ବର୍ଷ ମା ଦୁର୍ଗା ହାତୀ ଉପରେ ଚଢ଼ି ଆସୁଛନ୍ତି।।

3. ଚୈତ୍ର ନବରାତ୍ରିର ପ୍ରଥମ ଦିନରେ ଦେବୀ ଦୁର୍ଗାଙ୍କ କେଉଁ ରୂପର ପୂଜା କରାଯାଏ?

ନବରାତ୍ରିର ପ୍ରଥମ ଦିନ ଦେବୀ ଶୈଳପୁତ୍ରୀଙ୍କୁ ସମର୍ପିତ।

Talk to Astrologer Chat with Astrologer