26 ଜାନୁଆରୀ 2025 - ଭାରତର 76ତମ ଗଣତନ୍ତ୍ର ଦିବସ 2025 - ଯେତେବେଳେ ଗଣତନ୍ତ୍ର ଦିବସର କଥା ସାମ୍ନାକୁ ଆସେ ସମ୍ବିଧାନର କଥା ମଧ୍ୟ ସାମ୍ନାକୁ ଆସେ କାରଣ ଏହି ବିଶ୍ୱର ପ୍ରତ୍ୟେକ ଗଣତାନ୍ତ୍ରିକ ଦେଶ ପାଇଁ, ଏହାର ସମ୍ବିଧାନ ସର୍ବୋଚ୍ଚ ଏବଂ ସମ୍ବିଧାନଠାରୁ ବଡ଼ ଅଧିକ କିଛି ନାହିଁ। ସମ୍ବିଧାନର ନିର୍ମାଣ ହେବା ଓ ଏହାକୁ ଦେଶରେ ଲାଗୁ କରିବା ଦିନ ଠାରୁ ଯେ କୌଣସି ରାଷ୍ଟ୍ର ଗଣତାନ୍ତ୍ରିକ ଦେଶ ହୋଇଯାଏ। ଆମର ପ୍ରିୟ ଭାରତ ଦେଶ ମଧ୍ୟ ଏକ ଗଣତନ୍ତ୍ର ରାଷ୍ଟ୍ର ଅଟେ ଯାହାର ନିଜର ଏକ ଲିଖିତ ସମ୍ବିଧାନ ଅଛି ଓ ପ୍ରତ୍ଯେକ ଭାରତୀୟ ନାଗରିକ ପାଇଁ ତାହାର ସମିଦ୍ଧାନ ହି ସର୍ବୋତ୍ତମ ଅଟେ ଓ ତାହାର ପାଳନ କରିବା ତାହାର ଦାୟିତ୍ବ ଅଟେ କାରଣ ଏହା ଦେଶର ନାଗରିକଙ୍କର କର୍ତବ୍ୟକୁ ଦର୍ଶାଇଥାଏ ଓ ତାଙ୍କ ଅଧିକାର ବିଷୟରେ ମଧ୍ୟ ସୂଚନା ଦେଇଥାଏ।
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ଭବିଷ୍ୟ ସହିତ ଜଡ଼ିତ ଯେ କୌଣସି ସମସ୍ଯାର ସମାଧାନ କରନ୍ତୁ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ
ଭାରତର ସମ୍ବିଧାନ ହି ଭାରତର ଲୋକଙ୍କ ପାଇଁ ଭାରତର ଲୋକଙ୍କ ପାଇଁ ସର୍ବୋଚ୍ଚ ଆଇନ ଅଟେ। ସମ୍ବିଧାନ ସଭା ଦ୍ବାରା 26 ନଭେମ୍ବର 1949 ଦିନ ଭାରତୀୟ ସମ୍ବିଧାନକୁ ଗ୍ରହଣ କରାଯାଇଥିଲା ଓ 26 ଜାନୁଆରୀ 1950 ଦିନ ଏହାକୁ ଲାଗୁ କରାଯାଇଥିଲା ସେଥିପାଇଁ ଆମେ ପ୍ରତ୍ଯେକ ବର୍ଷ 26 ଜାନୁଆରୀ ଦିନ ଆମର ଗଣତନ୍ତ୍ର ଦିବସ ପାଳନ କରୁ। ଭାରତର ସମିଦ୍ଧାନର ଆହୁରି ଗୋଟିଏ ଖାସ କଥା ଅଛି ଯାହା ଏହା କି ଦୁନିଆର କୌଣସି ଗଣତନ୍ତ୍ର ଦେଶ ତୁଳନା ରେ ସବୁଠାରୁ ଲମ୍ବା ଲିଖିତ ସମ୍ବିଧାନ ଅଟେ, ଯାହା ପାଖାପାଖି 2 ବରଷ 11 ମାସ ଓ 8 ଦିନ ରେ ପ୍ରସ୍ତୁତ କରାଯାଇଥିଲା। ଏହି ସମ୍ବିଧାନର ମୂଳ କପି ଗ୍ୱାଲିୟରର କେନ୍ଦ୍ରୀୟ ପାଠାଗାରରେ ସୁରକ୍ଷିତ ଭାବରେ ରଖାଯାଇଛି। ଏହି ସମସ୍ତ ଜିନିଷ ଆମକୁ ଜଣାଏ ଯେ ଭାରତର ସମ୍ବିଧାନ କେତେ ବିଶେଷ ଏବଂ ସେଥିପାଇଁ ଆମେ ପ୍ରତିବର୍ଷ ଆମର ଗଣତନ୍ତ୍ର ଦିବସକୁ ମହା ଆଡ଼ମ୍ବରରେ ପାଳନ କରୁ।
250+ ପୃଷ୍ଠାର ବୃହତ କୁଣ୍ଡଳୀ ରୁ ପାଆନ୍ତୁ ପ୍ରଚୁର ମାତ୍ରାରେ ସଫଳତା ଓ ସମୃଦ୍ଧି ପାଇବାର ମନ୍ତ୍ର!
26 ଜାନୁଆରୀ 2025 ଦିନ ଭାରତବାସୀ ନିଜର 76 ତମ ଗଣତନ୍ତ୍ର ଦିବସ ପାଳନ କରିବେ। ଏହି ବରଷ ମଧ୍ୟ ପ୍ରତ୍ଯେକ ବର୍ଷ ପରି ଭାରତର ଗଣତନ୍ତ୍ର ଦିବସ ସମ୍ପୂର୍ଣ ଉତ୍ସାହ ସହିତ ପାଳନ ହେବ। ଏହା ଦ୍ବାରା ପାଖାପାଖି 15ତି ରାଜ୍ୟରେ ଓ ବିଭିନ୍ନ ମନ୍ତ୍ରାଳୟର ଆକର୍ଷଣୀୟ ସାରଣୀ ପରିବେଷଣ କରାଯିବ। ଏହି ସମୟରେ ଭାରତୀୟ ସେନାର ବିଭିନ୍ନ ୟୁନିଟ୍ ଦ୍ୱାରା ଅନେକ ସାହସିକ ଏବଂ ରୋମାଞ୍ଚକର କାର୍ଯ୍ୟ ପ୍ରଦର୍ଶନ କରାଯିବ ଯାହା ଦେଖି ପ୍ରତ୍ୟେକ ଭାରତୀୟ ନିଜ ଉପରେ ଗର୍ବ ଅନୁଭବ କରିବ। ଏହି ଦିନ ଦେଶର ବିଭିନ୍ନ ସେନାଙ୍କର ସୈନ୍ୟ ଅଲଗା ଅଲଗା ବେଶଭୁଷା ଓ ରଙ୍ଗ rଉପରେ ପ୍ଯାରେଡ କରିବେ।
ଗଣତନ୍ତ୍ର ଦିବସ 2025 ଏପରି ଏକ ବିଶେଷ ଦିନ ଯେଉଁ ଦିନ ପ୍ରତ୍ଯେକ ଭାରତବାସୀ ନିଜର ଦେଶ ଉପରେ ଗର୍ବ ଅନୁଭବ କରିବେ। ଦେଶର ସୈନ୍ୟ, କୃଷି, ଯୁବକ, ବିଦେଶରେ ଥିବା ଭାରତୀୟ, ସମସ୍ତେ ନିଜର ଦେଶର ଏହି ମହାନ ସମାରୋହର ସଖ୍ୟ ହେବାକୁ ଇଚ୍ଛା ରଖିବେ।
ଯେଉଁଠାରେ ଗୋଟିଏ ପଟେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି, ଅନ୍ୟପକ୍ଷରେ, ଇସ୍ରାଏଲ ମଧ୍ୟ ଯୁଦ୍ଧ ଜିତିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛି, ଏପରି ପରିସ୍ଥିତିରେ ଚାରିପାଖର ପରିସ୍ଥିତି ଆଶ୍ଚର୍ଯ୍ୟଜନକ ଏବଂ ବିଚଳିତ କରିଦେବା ଭଳି। ବାଂଲାଦେଶରେ ମଧ୍ୟ ସ୍ଥିତି ଠିକ ନାହିଁ। ଭାରତର ପଡ଼ୋଶୀ ରାଜ୍ୟ ପାକିସ୍ତାନ, ଚୀନ ଓ ବାଂଲାଦେଶର ପରିସ୍ଥିତିକୁ ଦେଖିଲେ ଆମେ ଅଧିକ ସତର୍କ ରହିବା ଆବଶ୍ୟକ। ଭାରତର 76ତମ ଗଣତନ୍ତ୍ର ଦଇବ 2025 ରେ ଆମେ ଏହା ଜାଣିବାକୁ ଚେଷ୍ଟା କରିବା ଯେ ବୈଦିକ ଜ୍ୟୋତିଶ ବରଷ 2025 ରେ ଭାରତର ଭବିଷ୍ୟ ପାଇଁ କ’ଣ କହୁଛି।
ଏବେ ଘରେ ବସି ବିଶେଷଜ୍ଞ ପୁରୋହିତଙ୍କ ଦ୍ବାରା କରାନ୍ତୁ ଇଚ୍ଛାନୁସାରେ ଅନଲାଇନ ପୂଜା ଓ ପାଆନ୍ତୁ ଉତ୍ତମ ପରିଣାମ!
ଏହି ଥର ଗଣତନ୍ତ୍ର ଦିବସ ସମାରୋହର କିଛି ବିଶେଷ କଥା, ଯାହା ଏହାକୁ ବହୁତ ବିଶେଷ କରିବାକୁ ଯାଉଛି, ତାହା ଜାଣିବା:
ପାଆନ୍ତୁ କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍
ବୈଦିକ ଜ୍ଯୋତିଷଶାସ୍ତ୍ର ଅନୁସାରେ 2025 ରେ ଭାରତ ନିଜର 76ତମ ଗଣତନ୍ତ୍ର ଦିବସ ପାଳନ କରିବାକୁ ଯାଉଛି। ଏହି ଶୁଭ ଅବସରରେ ଭାରତ ପାଇଁ ଯାହା କିଛି ଭବିଷ୍ୟବାଣୀ କରାଯାଇଛି, ତାହା ଭାରତବର୍ଷ ବିଷୟରେ ଅନେକ ପ୍ରକାରର ସ୍ଥିତି ସହିତ ଆପଣଙ୍କୁ ଅବଗତ କରାଇବାକୁ ସକ୍ଷମ ହେବ। ଭାରତରେ ରାଜନୀତି କେଉଁ ଦିଗରେ ତା’ର ରଙ୍ଗ ଦେଖାଇବ, ବିଭିନ୍ନ ଦଳ ମଧ୍ୟରେ ପରିସ୍ଥିତି କ’ଣ ହେବ, 2025 ମସିହାରେ ଭାରତୀୟ ଅର୍ଥନୀତି କେଉଁ ଦିଗରେ ଯିବ, ଧାର୍ମିକ ଏବଂ ସାଂସ୍କୃତିକ ପରିସ୍ଥିତି ବିଷୟରେ କ’ଣ ସଙ୍କେତ ମିଳିବ, ବୈଦିକ ଜ୍ୟୋତିଷ ଶାସ୍ତ୍ର ତାହା କହିପାରିବ। ଆପଣ ଏହି ଭବିଷ୍ୟବାଣୀକୁ ଭଲ ଭାବରେ ବୁଝନ୍ତୁ, ସେଥିପାଇଁ ଆମେ ସ୍ବତନ୍ତ୍ର ଭାରତର କୁଣ୍ଡଳୀ ତଳେ ଦେଇଛୁ:
ବାଦିକ ଜ୍ଯୋତିଷ ଦୃଷ୍ଟିକୋଣରୁ 2025ରେ ଭାରତର ଯାତ୍ରା
(ସ୍ବତନ୍ତ୍ର ଭାରତର କୁଣ୍ଡଳୀ)
ସ୍ବତନ୍ତ୍ର ଭାରତର କୁଣ୍ଡଳୀ ବୃଷ ଲଗ୍ନ ଓ କର୍କଟ ରାଶିର। ଲଗ୍ନରେ ରାହୁ, ଦ୍ଵିତୀୟ ଘରେ ମଙ୍ଗଳ, ତୃତୀୟ ଘରେ ଶୁକ୍ର, ବୁଧ, ସୂର୍ଯ୍ୟ, ଚନ୍ଦ୍ର ଓ ଶନି, ଷଷ୍ଠ ଘରେ ବୃହସ୍ପତି ଓ ସପ୍ତମ ଘରେ କେତୁ ରହିଛନ୍ତି। ବର୍ତ୍ତମାନ ଗୋଚର ଦେଖିଲେ, ଶନି ମହାରାଜ ଲଗ୍ନ ଠାରୁ ଦଶମ ଘରେ ଓ ଚନ୍ଦ୍ର ଅଷ୍ଟମ ଘରେ ଗୋଚର କରୁଛନ୍ତି ଯିଏ ମାର୍ଚ୍ଚରେ ଏକାଦଶ ଘରେ ମୀନ ରାଶିକୁ ଚାଲି ଯିବେ। ଯାହା ଦ୍ବାରା ସ୍ବତନ୍ତ୍ର ଭାରତର କୁଣ୍ଡଳୀରେ କଣ୍ଟକ ଶନିଙ୍କର ସମୟ ସରିଯିବ ଓ ଅନେକ ସମସ୍ଯା କମ ହୋଇଯିବ। ରାହୁଙ୍କର ଗୋଚର ଏବେ ମୀନ ରାଶିରେ ଚାଲିଛି ଯାହା ମଈରେ ଦଶମ ଘରକୁ ଯିବେ। କେତୁଙ୍କର ପଞ୍ଚମ ଘରେ ଗୋଚର ଚାଲିଛି ଯାହା ଚତୁର୍ଥ ଘରେ ହୋଇଯିବ, ଏହା ଦ୍ବାରା ସରକାରଙ୍କୁ ଆନ୍ତରିକ ମାମଲାରେ ଅଧିକ ହସ୍ତକ୍ଷେପ କରିବାକୁ ପଡ଼ିବ କାରଣ ଆନ୍ତରିକ ସଂଘର୍ଷର ସ୍ଥିତି ଉତ୍ପନ୍ନ ହୋଇପାରେ। କିଛି ପ୍ରାକୃତିକ ବିପର୍ଜୟ ଓ ସଂକ୍ରମଣ ବ୍ୟାପିବାର ବିପଦ ଉତ୍ପନ୍ନ ହୋଇପାରେ।ବୃହସ୍ପତି ମହାରାଜ ଏବେ ଭାରତର କୁଣ୍ଡଳୀର ପ୍ରଥମ ଘରେ ଗୋଚର କରୁଛନ୍ତି, ଯେଉଁଠାରେ ରାହୁ ବିରାଜମାନ ଅଛନ୍ତି। ମଈରେ ଏହା ଦ୍ଵିତୀୟା ଘରେ ମିଥୁନ ରାଶିକୁ ଚାଲିଯିବେ , ଯେଉଁଠାରେ ମଙ୍ଗଳ ଉପସ୍ଥିତ ଥିବେ ଯାହା ଫଳରେ ଆର୍ଥିକ ସମସ୍ଯାରେ ହ୍ରାସ ହେବ ଓ କିଛି କଡ଼ା ଆର୍ଥିକ ନିଷ୍ପତି ସରକାରଙ୍କର ଦ୍ବାରା ନିଆଯାଇପାରେ ଯାହାଫଳରେ ଆର୍ଥିକ ସ୍ଥିତିରେ ସୁଧାର ଦେଖିବାକୁ ମିଳିବ। ବ୍ଯାଙ୍କିଂ ସେକ୍ଟରକୁ ନେଇ ମଧ୍ୟ କିଛି ଘୋଷଣା ହୋଇପାରେ। 2025ର ଭରତୀୟ ବଜେଟ କିଛିଟା କଡ଼ା ହୋଇପାରେ, କିନ୍ତୁ ଅନେକ ଲୋକପ୍ରିୟ ଯୋଜନା ମଧ୍ୟ ଆରମ୍ଭ କରାଯିବ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ଖର୍ଚ୍ଚ ହେବ। ଏହା ବ୍ୟତୀତ, ଦୁରସଞ୍ଚାର, ପ୍ରଦ୍ୟୋଗିକୀ ଓ ଆର୍ଟିଫ଼ିଶିୟାଲ ଇନ୍ଟେଲିଜେନ୍ସ ଉପରେ ମଧ୍ୟ ଧ୍ୟାନ ଦିଆଯିବ।
(ଗଣତନ୍ତ୍ର ଭାରତ ବର୍ଷର କୁଣ୍ଡଳୀ )
ଗଣତନ୍ତ୍ର ଭାରତର କୁଣ୍ଡଳୀ ଅନୁସାରେ ଯଦି ଆମେ 76 ତମ ଗଣତନ୍ତ୍ର ଜୀବନ ଯଥା 26 ଜାନୁଆରୀ 2025ର କୁଣ୍ଡଳୀ ଦେଖିବା ତେବେ ଏହି ବର୍ଷ କୁଣ୍ଡଳୀ ମିଥୁନ ଲଗ୍ନର ଅଟେ ଯେଉଁଥିରେ ମଙ୍ଗଳ ନିଜର ଶତ୍ରୁ ରାଶିରେ ବସିଛନ୍ତି ଓ ମୂନ୍ଥା ମଧ୍ୟ ପ୍ରଥମ ଘରେ ଅଛନ୍ତି ଯେତେବେଳେ କି ବର୍ଷ କୁଣ୍ଡଳୀର ଲଗ୍ନେଶ ଓ ମୂନ୍ଥାଧିପତି ବୁଧ ଅଷ୍ଟମ ଘରେ ବିରାଜମାନ ଅଛନ୍ତି। ଚତୁର୍ଥ ସ୍ଥାନରେ କେତୁ ଓ ସପ୍ତମ ସ୍ଥାନରେ ଚନ୍ଦ୍ର ବିରାଜମାନ ଅଛନ୍ତି। ଅଷ୍ଟମ ଘରେ ବୁଧଙ୍କ ସହିତ ସୂର୍ଯ୍ୟ ଅଛନ୍ତି ତଥା ନବମ ଘରେ ଶୁକ୍ର ଓ ଶନି ଅଛନ୍ତି ଓ ଦଶମ ଘରେ ରାହୁ ଓ ଦ୍ଵାଦଶ ଘରେ ବୃହସ୍ପତି ବସିଛନ୍ତି। ଗ୍ରହଙ୍କର ଏହି ସ୍ଥିତି ବହୁତ ମହତ୍ଵପୂର୍ଣ ଅଟେ। ଆମେ ଦେଖିବା ଯେ ମାର୍ଚ୍ଚ ମାସରେ ଚତୁର୍ଗ୍ରହୀ ଯୋଗ ତିଆରି ହେଉଛି ଓ ମାର୍ଚ୍ଚ ଅପ୍ରିଲରେ ପଞ୍ଚଗ୍ରହୀ ଯୋଗ ସୃଷ୍ଟି ହେଉଛି ଓ ପରେ ଅପ୍ରିଲ-ମଈରେ ଚତୁର୍ଗ୍ରହୀ ଯୋଗ ମଧ୍ୟ ତିଆରି ହେଉଛି। ଏହି ସବୁ ଗ୍ରହଙ୍କର ପ୍ରଭାବ ଦ୍ବାରା ଦେଶ ଓ ରାଷ୍ଟ୍ରର ବିଭିନ୍ନ ଅବସ୍ଥା ଉପରେ ଅଲଗା ଅଲଗା ପ୍ରଭାବ ଦେଖାଦେଇ ପାରେ।
ବାର୍ଷିକ କୁଣ୍ଡଳୀର ଲଗ୍ନ ଘର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ କାରଣ ଏହାକୁ କେନ୍ଦ୍ର ସରକାରଙ୍କ ନେତୃତ୍ୱର ଘର ଭାବରେ ବିବେଚନା କରାଯାଏ ଯେଉଁଠାରେ ଶତ୍ରୁ ରାଶିର ମଙ୍ଗଳ ମୁନ୍ଥାଙ୍କ ସହିତ ସଂଯୋଗରେ ବସିଥାଆନ୍ତି। ବାର୍ଷିକ କୁଣ୍ଡଳୀର ଲଗ୍ନେଶ ଯିଏକି ମୁନ୍ଥାଧିପତି ମଧ୍ୟ ଅଟନ୍ତି, ବୁଧ ମହାରାଜ ଅଷ୍ଟମ ଘରେ ଅଛନ୍ତି ଏବଂ ଅଷ୍ଟମ ଘରକୁ ହଠାତ ଘଟଣା, ଯୁଦ୍ଧର ଭୟାବହତା, ପ୍ରାକୃତିକ ବିପର୍ଯ୍ୟୟ ଇତ୍ୟାଦି ରୂପରେ ମଧ୍ୟ ଦେଖାଯାଏ। ଏହି ସମସ୍ତ ପରିସ୍ଥିତି ଆଧାରରେ କୁହାଯାଇ ପାରିବ ଯେ ଗଣତନ୍ତ୍ର ଦିବସ 2025– 76ତମ ବର୍ଷ ବହୁତ ଉତ୍ଥାନ-ପତନ ଆଣିବ। ଗ୍ରହଙ୍କର ପ୍ରଭାବ ରୁ ବର୍ଷର ଆରମ୍ଭ ଦିନଗୁଡ଼ିକରେ ଦେଶର ସାମାଜିକ ପରିବେଶରେ ହଲଚଲ ଦେଖାଯିବ ଓ ରାଜନୈତିକ ବାତାବରଣ ଅତ୍ୟନ୍ତ ଅଶାନ୍ତ ଓ ବିଶୁଦ୍ଧ ରହିବ। ଅନେକ ସ୍ଥ ରେ ଚାପପୂର୍ଣ ଓ ଅନିଶ୍ଚିତ ଘଟଣା ଘଟିପାରେ। ବିଭିନ୍ନ ଶାସକ ଏବଂ ବିରୋଧୀ ଦଳ ପରସ୍ପର ବିରୁଦ୍ଧରେ ଅଭିଯୋଗ ଏବଂ ପ୍ରତିଆରୋପ ଲଗାଇବେ, ଯାହା କିଛି ସତ୍ୟ ଏବଂ କିଛି ମିଥ୍ୟା ହୋଇଥିବା , ଓ ଯାହା ଯୋଗୁଁ ପରିବେଶ ବିଷାକ୍ତ ରହିବ। ଏହି ସମୟ ମଧ୍ୟରେ, ଦିଲ୍ଲୀ ବିଧାନସଭା ନିର୍ବାଚନ ହେବାର ମଧ୍ୟ ସମ୍ଭାବନା ଅଛି ଯେଉଁଥିରେ ଶାସକ ଆମ ଆଦମୀ ପାର୍ଟିକୁ ବହୁତ କଠିନ ସମୟର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଜିତିପାରିବ ଏବଂ ସରକାର ଗଠନ କରିପାରିବ ବୋଲି ସମ୍ଭାବନା ଅଛି ଯେତେବେଳେ କଂଗ୍ରେସ ପାର୍ଟି ମଧ୍ୟ ଏକ ଶକ୍ତିଶାଳୀ ଦଳ ଭାବରେ ଉଭା ହୋଇପାରେ।
ଗଣତନ୍ତ୍ର ଦିବସର 76 ବର୍ଷର କୁଣ୍ଡଳୀରେ, ଶନି ମହାରାଜ ତାଙ୍କ ବନ୍ଧୁ ଶୁକ୍ରଙ୍କ ସହିତ ନବମ ଘରେ ନିଜ ରାଶିରେ ବସିଛନ୍ତି, ଯାହା ଯୋଗୁଁ ସରକାର ନ୍ୟାୟପାଳିକା, ଯୋଜନା, ବିକାଶ, ଦୂରସଂଚାର କ୍ଷେତ୍ରରେ ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ଚେଷ୍ଟା କରିବେ ଏବଂ ଅନେକ ଯୋଜନା ଆରମ୍ଭ କରିବେ। ଏହାକୁ ଉତ୍ତମ ଉପାୟରେ କାର୍ଯ୍ୟକାରୀ କରିବା ପାଇଁ ନିରନ୍ତର ପ୍ରୟାସ କରାଯିବ। ଏହି ସମୟ ମଧ୍ୟରେ, ଦ୍ରୁତ ଗତିର ଟ୍ରେନ୍ ମଧ୍ୟ ଚାଲିବ ଏବଂ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିବ। ଏହାର ଲୋକପ୍ରିୟତା ବୃଦ୍ଧି କରିବା ପାଇଁ, ସରକାର ସାଧାରଣ ଲୋକଙ୍କ ମଧ୍ୟରେ ସୁଶାସନ ଉପରେ ଗୁରୁତ୍ୱ ଦେବେ ଏବଂ ଏହି ସମସ୍ତ କାର୍ଯ୍ୟରେ ନିଜର ସମସ୍ତ ପ୍ରୟାସ କରିବେ।
ଚତୁର୍ଗ୍ରହୀ ଏବଂ ପଞ୍ଚଗ୍ରହୀ ଯୋଗ ଗଠନ ହେବା ହେତୁ ଭାରତ ସମେତ ବିଶ୍ୱରେ ରାଜନୈତିକ ବିକାଶ ପାଇଁ ମାର୍ଚ୍ଚ ଏବଂ ମଈ ମାସ ମଧ୍ୟରେ ସମୟ ଏକ ବହୁତ ସଂଘର୍ଷପୂର୍ଣ୍ଣ ସମୟ ଆଣିପାରେ। ଏହି ସମୟରେ ଧାର୍ମିକ ସଂଘର୍ଷ ବଢ଼ିବାର ସମ୍ଭାବନା ରହିବ। ଇରାନ-ଇସ୍ରାଏଲ ଓ ଇରାନ ସହିତ ଆମେରିକାର ଟକ୍କର ସମ୍ଭବ ହୋଇପାରେ। ପଶ୍ଚିମ ଏସିଆର ଦେଶରେ ମଧ୍ୟ ସମସ୍ଯା ବଢ଼ିବ ଯାହାର ପ୍ରଭାବ ଚୀନ, ଋସ ଓ ଇଉରୋପ ପର୍ଯ୍ୟନ୍ତ ମଧ୍ୟ ଦେଖାଯିବ। ଏହି ସମୟ ଭାରତର କେନ୍ଦ୍ର ସରକାରଙ୍କ ପାଇଁ ବହୁତ କଠିନ ହେବ ଓ ସେଥିପାଇଁ ଅଗ୍ନି ପରିକ୍ଷା ସମାନ ପ୍ରମାଣିତ ହେବ। ଦେଶ ଭିତରେ ଏବଂ ବାହାରେ ଉଭୟ ମୋର୍ଚ୍ଚାରେ ବିରୋଧୀଙ୍କୁ ଦୃଢ଼ ମୁକାବିଲା କରିବାକୁ ପ୍ରସ୍ତୁତ ରହିବାକୁ ପଡ଼ିବ।
ଗଣତନ୍ତ୍ର ଦିବସ 2025 କେନ୍ଦ୍ର ସରକାରଙ୍କ ପାଇଁ କଷ୍ଟକର ପ୍ରମାଣିତ ହେବ କାରଣ ବେରୋଜଗାରି ଏବଂ ମୁଦ୍ରାସ୍ଫୀତି ଭଳି ପ୍ରସଙ୍ଗ ବାରମ୍ବାର ଉଠାଯିବ ଏବଂ ସରକାରଙ୍କ ଛବିକୁ ଖରାପ କରିବାକୁ ପ୍ରୟାସ କରାଯିବ। ବିରୋଧୀ ଦଳ ଅନେକ ଜାତୀୟ ଏବଂ ଅନ୍ତର୍ଜାତୀୟ ମଞ୍ଚରେ ସରକାର ଏବଂ ପ୍ରଧାନମନ୍ତ୍ରୀଙ୍କ ପ୍ରତିଷ୍ଠାକୁ ଖରାପ କରିବାକୁ ବାରମ୍ବାର ଚେଷ୍ଟା କରିବେ ଏବଂ ଏଥିପାଇଁ ଯେକୌଣସି ସୀମାକୁ ଯିବାକୁ ପ୍ରସ୍ତୁତ ହେବେ। କେନ୍ଦ୍ର ସରକାରଙ୍କ ପାଇଁ ଏହା ଏକ କଷ୍ଟକର ସମୟ ହେବ, କିନ୍ତୁ ମୋଦି ସରକାର ନିଜ ଆତ୍ମବିଶ୍ୱାସର ସହିତ ଆଗକୁ ବଢ଼ିବ ଏବଂ କିଛି ନୂତନ କାର୍ଯ୍ୟ ସମାପ୍ତ କରିବା ଦିଗରେ ପ୍ରୟାସ ଜାରି ରଖିବ।
ଏହି ବର୍ଷ ବିରୋଧୀ ଶକ୍ତିମାନେ ଯୁବପିଢ଼ି, ଶ୍ରମିକ ବର୍ଗ, ଚାଷୀ ଏବଂ ମୁସଲିମ ସମ୍ପ୍ରଦାୟକୁ ଉସୁକାଇ ହିଂସା ପ୍ରସାର କରିବାକୁ ଚେଷ୍ଟା କରିପାରନ୍ତି। ଏହି ବର୍ଷ, ପ୍ରାୟ ସମସ୍ତ ରାଜନୈତିକ ଦଳ ସେମାନଙ୍କର ସଂକୀର୍ଣ୍ଣ ଚିନ୍ତାଧାରା ପୂରଣ କରିବା ଏବଂ ସେମାନଙ୍କର ରାଜନୈତିକ ସ୍ୱାର୍ଥ ହାସଲ କରିବା ପାଇଁ ଯୁବପିଢ଼ିଙ୍କୁ ପ୍ରୋତ୍ସାହିତ କରିବାକୁ ଯଥାସମ୍ଭବ ଚେଷ୍ଟା କରିବେ। କିଛି କ୍ଷେତ୍ରରେ, ସରକାରଙ୍କୁ ଏକ ଆପୋଷ ପ୍ରକ୍ରିୟା ଗ୍ରହଣ କରିବାକୁ ପଡ଼ିପାରେ, କିନ୍ତୁ କେନ୍ଦ୍ର ସରକାର ନିଜର ପୁରୁଣା ନୀତି ବିଷୟରେ ବହୁତ ଆଶ୍ଵସ୍ତ ରହିବେ।
ବର୍ଷର ଆରମ୍ଭ ରୁ ମଈ ପର୍ଯ୍ୟନ୍ତ ସମୟ କଠିନ ରହିପାରେ। ସାମ୍ପ୍ରଦାୟିକ ଅଶାନ୍ତି ବୃଦ୍ଧି ପାଇପାରେ। ଭାରତର ପଡ଼ୋଶୀ ଦେଶ ମଧ୍ୟ ଭାରତକୁ ହଇରାଣ କରିବାକୁ ଲଗାତାର ଚେଷ୍ଟା କରିବ ଯାହା ଉପରେ ସରକାର ଓ ସେନାର ଧ୍ୟାନ ଅତ୍ୟନ୍ତ ଆବଶ୍ୟକ ହେବ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ବର୍ଷ 2025ରେ ଭାରତର ଅର୍ଥବ୍ୟବସ୍ଥା ଆରମ୍ଭରେ ଉତ୍ଥାନ-ପତନ ପାରେ ଧୀରେ ଧୀରେ ବଢ଼ିବ। ଶେୟାର ବଜାର ମଧ୍ୟ ମାର୍ଚ୍ଚ-ଅପ୍ରିଲ ସମୟରେ ନୂଆ ଉଚ୍ଚତା ଛୁଇଁବାରେ ସଫଳ ହେବ ଯାହା ଐତିହାସିକ ଉଚ୍ଚତା ହୋଇପାରେ। ଭାରତର ବ୍ଯବସାୟିକ କ୍ଷେତ୍ରରେ ଅଗ୍ରଗତି ହେବ ଓ ବିଦେଶୀ ମୁଦ୍ରା ଭଣ୍ଡାରରେ ମଧ୍ୟ ବିଶେଷ ବୃଦ୍ଧି ହେବ। ଭାରତର ଉଲ୍ଲେଖନୀୟ ପ୍ରଗତି ବିଭିନ୍ନ ପ୍ରକାରର ବିକାଶ ଯୋଜନା ସହିତ ଆରମ୍ଭ ହୋଇପାରିବ। କିଛି ନୂତନ ଯୋଜନା ବଡ଼ ପରିମାଣରେ ପ୍ରସ୍ତୁତ କରାଯିବ ଏବଂ ସେଗୁଡ଼ିକ ସହିତ ଜଡ଼ିତ ନିଷ୍ପତ୍ତି ମଧ୍ୟ ନିଆଯିବ, କିନ୍ତୁ ଏଗୁଡ଼ିକୁ କିଛି ଆଞ୍ଚଳିକ ଦଳ ଏବଂ ବିରୋଧୀ ଦଳ ପକ୍ଷରୁ କଡ଼ା ବିରୋଧର ସମ୍ମୁଖୀନ ହେବାକୁ ପଡ଼ିବ। ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ସମସ୍ଯା ଦେଖିବାକୁ ପଡ଼ିବ। ଲୋକଙ୍କର ମନରେ ମଧ୍ୟ ଦର-ଦାମ ବଢ଼ିବା, ବେରୋଜଗାରି, ମୂଲ୍ୟ ବୃଦ୍ଧି ଇତ୍ୟାଦିକୁ ନେଇ କିଛି ଭୟ ମଧ୍ୟ ଦେଖାଦେଇ ପାରେ।
ଧାର୍ମିକ ଦୃଷ୍ଟିକୋଣରୁ 2025 ବର୍ଷଟି ଏକ ବହୁତ ସକ୍ରିୟ ବର୍ଷ ହେବ। ଅନେକ ନୂଆ ମନ୍ଦିର ଆବିଷ୍କାର ହେବ ଓ ଧର୍ମ ଆଧାରିତ ରାଜନୀତି ବଢ଼ିବ। ଅନେକ ଲୋକ ଧାର୍ମିକ କଣ୍ଠାବୋଧର ଫାଇଦା ଉଠାଇ ନିଜର ରାଜନୈତିକ ସ୍ୱାର୍ଥକୁ ଆଗକୁ ବଢ଼ାଇବାକୁ ଚେଷ୍ଟା କରିବେ, ଯାହା କେତେକ ସମୟରେ ଆନ୍ତରିକ ଦ୍ୱନ୍ଦ୍ୱର କାରଣ ହୋଇପାରେ। ସରକାରଙ୍କୁ ଏହି ଦିଗରେ ବହୁତ ଗମ୍ଭୀର ଭାବରେ ଭାବିବାକୁ ହେବ। ଧାର୍ମିକ ସୁଧାରକୁ ନେଇ କିଛି ନୂଆ ଆଇନ ପ୍ରସ୍ତୁତ କରିବାର କଥା ଆଗକୁ ବଢ଼ିବ। ଏହି ସମୟରେ, ୱାକଫ୍ ବିଲ୍ ଉପରେ ଆଲୋଚନା ମଧ୍ୟ ଆଗକୁ ବଢ଼ିପାରେ, ଯାହା ବହୁତ ହଙ୍ଗାମା ସୃଷ୍ଟି କରିବ, କିନ୍ତୁ ଏହି ମାମଲା ଜାରି ରହିବ ଏବଂ ଏହା ଉପରେ ସମ୍ପୂର୍ଣ ନିଷ୍ପତ୍ତି ହେବାର ସମ୍ଭାବନା ଏପର୍ଯ୍ୟନ୍ତ ନାହିଁ। ସମସ୍ତ ଲୋକଙ୍କୁ ଶାନ୍ତି ଦ୍ବାରା ଏହି ମାମଲାର ସମାଧାନ ବାହାର କରିବା ପାଇଁ ଚେଷ୍ଟା କରିବା ଉଚିତ। ଧାର୍ମିକ ରୂପରେ ଅନେକ ବଡ଼ ଆୟୋଜନ ଏହି ବର୍ଷ ହେବ ଯେଉଁଥିରେ ସମସ୍ତ ଧର୍ମର ଲୋକ ମିଶି ଆଗକୁ ବଢ଼ିବା ପାଇଁ chesଟ କରିବେ , କିନ୍ତୁ କିଛି ସ୍ଥାନରେ ଧାର୍ମିକ ବିବାଦ ବିଶେଷ ରୂପରେ ଦେଖାଯିବ। କିଛି ନୂଆ ଷଡ଼ଜନ୍ତ୍ରର ପର୍ଦ୍ଦାଫାଶ ମଧ୍ୟ ହେବ, ଯାହା ଧାର୍ମିକ ରୂପରେ ହେଉଛି।
ପ୍ରକୃତରେ, ଗଣତନ୍ତ୍ର ଦିବସ ଆମକୁ ସେହି ସାହସୀ ଲୋକଙ୍କୁ ମନେ ପକାଇବାକୁ ପ୍ରେରଣା ଦିଏ ଯେଉଁମାନେ ଆମକୁ ସ୍ୱାଧୀନତା ଦେବା ପାଇଁ ନିଜ ଜୀବନ ବିଷୟରେ ମଧ୍ୟ ଚିନ୍ତା ନକରି ହସି ହସି ବ୍ରିଟିଶଙ୍କ ଫାଶୀ ଖୁଣ୍ଟକୁ ଯାଇଥିଲେ। ଏହା ସହିତ, ଆମେ ସେହି ସାହସୀ ସୈନିକମାନଙ୍କୁ ମଧ୍ୟ ମନେ ରଖିବା ଉଚିତ ଯେଉଁମାନେ ପ୍ରତ୍ୟେକ ମୁହୂର୍ତ୍ତରେ ଆମ ଦେଶର ସୀମାକୁ ପ୍ରତ୍ୟେକ ସମ୍ଭବ ଉପାୟରେ ଜଗି ରହିଛନ୍ତି ଏବଂ ଏଥିପାଇଁ ନିଜର ଜୀବନ ହରାଇବାକୁ ମଧ୍ୟ ପଛଘୁଞ୍ଚା ଦେଉନାହାଁନ୍ତି। ଏହି ସବୁ କାରଣ ଯୋଗୁଁ ଆମେ ନିଜର ଘରେ ସୁରକ୍ଷିତ ରହିଛୁ ଓ ସେଥିପାଇଁ ଏମେ ଏପରି ଲୋକତନ୍ତ୍ରର ମହାନ ପର୍ବ ନିଜର 76ତମ ଗଣତନ୍ତ୍ର ଦିବସ କୁ 2025ରେ ସହଜରେ ପାଳନ କରି ପାରୁଛେ। ସେହି ସବୁ ମହାନ ଆତ୍ମାଙ୍କୁ କୃତଜ୍ଞତା ଜଣାଇ ଚାଲନ୍ତୁ ଏହି ପ୍ରଣ ନେବା ଯେ ନିଜର ଦେଶ କୁ ଉନ୍ନତ ଦେଶ କରିବା ଓ ସ୍ବୟଂକୁ ଏକ ଭଲ ଓ ଦାୟିତ୍ୱବାନ ନାଗରିକ କରିବାରେ ସମ୍ପୂର୍ଣ ପ୍ରୟାସ କରିବା, ତେବେ ଯାଇ ଗଣତନ୍ତ୍ର ଦିବସର ଅର୍ଥ ପୂର୍ଣ ହୋଇପାରିବ।
ଜୟ ହିନ୍ଦ! ଜୟ ଭାରତ!!
ଆଷ୍ଟ୍ରୋସେଜ ଏଆଇ ତରଫରୁ ଆପଣ ସମସ୍ତଙ୍କୁ ଗଣତନ୍ତ୍ର ଦିବସ 2025ର ବହୁତ ବହୁତ ଶୁଭକାମନ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!
1. 2025 ରେ 75ତମ କିମ୍ବା 76 ଗଣତନ୍ତ୍ର ଦିବସ ପାଳନ ହେବ?
ବର୍ଷ 2025 ର ଗଣତନ୍ତ୍ର ଦିବସ 76 ତମ ହେବ।
2. ଭାରତକୁ ଗଣତନ୍ତ୍ର କାହିଁକି କୁହଯାଏ?
ଭାରତକୁ ଗଣରାଜ୍ୟ କୁହାଯାଏ କାରଣ ଏଠାରେ ପ୍ରତିନିଧିମାନେ ଦେଶର ଜନତାଙ୍କ ଦ୍ୱାରା ନିର୍ବାଚିତ ହୁଅନ୍ତି।
3. ଭାରତର ସମ୍ବିଧାନ କେବେ ଲାଗୁ ହୋଇଥିଲା?
ଆମ ଦେଶର ସମ୍ବିଧାନ 26 ଜାନୁଆରୀ 1950ରେ ଲାଗୁ ହୋଇଥିଲା।