ଜୟା ଏକାଦଶୀ 2025

Author: Monica Rajguru | Updated Tue, 04 Feb 2025 10:05 AM IST

ଆଷ୍ଟ୍ରୋସେଜ ଏଆଇର ଏହି ବିଶେଷ ଲେଖା ଆପଣଙ୍କୁ ଜୟା ଏକାଦଶୀ 2025 ସହିତ ଜଡ଼ିତ ସମସ୍ତ ସୂଚନା ପ୍ରଦାନ କରିବ। ବର୍ଷ ସାରା ଆସୁଥିବା ସମସ୍ତ ଏକାଦଶୀ ତିଥି ମଧ୍ୟରୁ ଜୟା ଏକାଦଶୀ ପ୍ରତି ବର୍ଷ ମାଘ ମାସ ଶୁକ୍ଳ ପକ୍ଷର ଏକାଦଶି ତିଥିରେ ପଡ଼େ। ଏହା ଭୀଷ୍ମ ଏକାଦଶୀ ଓ ଭୂମି ଏକାଦଶୀ ନାମରେ ମଧ୍ୟ ଜଣାଯାଏ। ଆମର ଏହି ବ୍ଲଗରେ ଆମେ କଥା ହେବା ଏହି ବର୍ଷ ଜୟା ଏକାଦଶୀ ବ୍ରତ କେବେ ପଡ଼ିବ ଓ କ’ଣ ଏହି ଏକାଦଶୀର ଧାର୍ମିକ ମହତ୍ଵ। ଏହା ସହିତ, ଆମେ ଆପଣଙ୍କୁ ଜୟା ଏକାଦଶୀ ସହିତ ଜଡ଼ିତ ପୌରାଣିକ କାହାଣୀ ଏବଂ ଶ୍ବିଷ୍ଣୁଙ୍କ ଆଶୀର୍ବାଦ ପାଇବା ପାଇଁ ଏହି ଦିନରେ ଆପଣ କେଉଁ ଉପାୟ ଗ୍ରହଣ କରିପାରିବେ ସେ ବିଷୟରେ ବିସ୍ତାର ଭାବରେ କହିବୁ। କିନ୍ତୁ ତା ପୂର୍ବରୁ ଆସନ୍ତୁ ଏହି ଲେଖା ଆରମ୍ଭ କରିବା ଏବଂ ଜୟା ଏକାଦଶୀର ତାରିଖ ଏବଂ ଶୁଭ ସମୟ ବିଷୟରେ ଜାଣିବା।


ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025

ଭବିଷ୍ୟ ସହିତ ଜଡ଼ିତ ଯେ କୌଣସି ସମସ୍ଯାର ସମାଧାନ କରନ୍ତୁ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ

ହିନ୍ଦୁ ଧର୍ମର ସମସ୍ତ ଉପବାସ ମଧ୍ୟରେ ଏକାଦଶୀ ବ୍ରତକୁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ। ପାଞ୍ଜି ଅନୁସାରେ, ପ୍ରତି ମାସରେ ଦୁଇଟି ଏକାଦଶୀ ତିଥି ପଡ଼େ, ପ୍ରଥମ ଶୁକ୍ଳ ପକ୍ଷରେ ଏବଂ ଦ୍ୱିତୀୟ କୃଷ୍ଣ ପକ୍ଷରେ। ତେଣୁ, ଗୋଟିଏ ବର୍ଷରେ ମୋଟ 24ଟି ଏକାଦଶୀ ଅଛି ଏବଂ ପ୍ରତ୍ୟେକ ଏକାଦଶୀର ନିଜସ୍ୱ ସ୍ୱତନ୍ତ୍ର ସ୍ଥାନ ଅଛି। ଏହି 24ଟି ଏକାଦଶୀ ତିଥି ମଧ୍ୟରୁ ଗୋଟିଏ ହେଉଛି ଜୟା ଏକାଦଶୀ ଯାହା ମାଘ ମାସରେ ପଡ଼େ। ଏହି ଦିନ ବିଷ୍ଣୁଙ୍କ ପାଇଁ ଉପବାସ ଏବଂ ପୂଜା କରାଯାଏ। ବିଶ୍ୱାସ କରାଯାଏ ଯେ ଜୟା ଏକାଦଶୀରେ ଉପଯୁକ୍ତ ପୂଜା କରିବା ଦ୍ୱାରା ଭକ୍ତ ଭଗବାନ ବିଷ୍ଣୁଙ୍କ କୃପା ଏବଂ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଆନ୍ତି। ଆସନ୍ତୁ ଏବେ ଆଗକୁ ବଢ଼ିବା ଜାଣିବା ଯେ ଜୟା ଏକାଦଶୀର ଶୁଭ ମୁହୂର୍ତ କେବେ ପଡ଼ୁଛି।

250+ ପୃଷ୍ଠାର ବୃହତ କୁଣ୍ଡଳୀ ରୁ ପାଆନ୍ତୁ ପ୍ରଚୁର ମାତ୍ରାରେ ସଫଳତା ଓ ସମୃଦ୍ଧି ପାଇବାର ମନ୍ତ୍ର!

ଜୟା ଏକାଦଶୀର ତିଥି ଏବଂ ମୁହୂର୍ତ

ପାଞ୍ଜି ଅନୁସାରେ ଜୟା ଏକାଦଶୀ ବ୍ରତ ପ୍ରତି ବର୍ଷ ମାଘ ମାସ ଶୁକ୍ଳ ପକ୍ଷ ଏକାଦଶୀରେ ପାଳନ ହୁଏ,’ଏହି ଥର ଏହି ବ୍ରତ 08 ଫେବ୍ରୁୟାରୀ 2025 ରେ ପଡ଼ୁଛି। ଏହି ଦିନ ଭକ୍ତଗଣ ବିଷ୍ଣୁଙ୍କତ ପୂଜା ସହିତ ତାଙ୍କ ପାଇଁ ବ୍ରତ ରଖିବେ ଓ ସନ୍ଧ୍ୟାରେ ପୂଜା ପଡ଼େ ଫଳାହାର କରିବେ। ଜୟା ଏକାଦଶୀ ବ୍ରତ ଦ୍ବାଦଶୀ ତିଥିରେ ଭାଙ୍ଗିବାର ବିଧି ଅଛି। ଜୟା ଏକାଦଶୀ ବ୍ରତ ଦ୍ବାରା ଭକ୍ତଙ୍କର ଜିବାନରୁ ସମସ୍ତ ଦୁଃଖ ଶେଷ ହୁଏ। ଆସନ୍ତୁ ଏବେ ଆପଣଙ୍କୁ କହିବା ଯେ ଜୟା ଏକାଦଶୀ କେବେ ପଡ଼ୁଛି ଓ ତାହାର ଶୁଭ ମୁହୂର୍ତ କ’ଣ।

ଜୟା ଏକାଦଶୀ 2025 ବ୍ରତ ତିଥି: 8 ଫେବ୍ରୁୟାରୀ, 2025 (ଶନିବାର)

ଏକାଦଶୀ ତିଥି ପ୍ରାରମ୍ଭ: 07 ଫେବ୍ରୁୟାରୀ ରାତି 09:28 ମିନିଟ ରେ

ଏକାଦଶୀ ତିଥି ସମାପ୍ତ: 08 ଫେବ୍ରୁୟାରୀ ରାତି 08:18 ମିନିଟ ପର୍ଯ୍ୟନ୍ତ

ଜୟା ଏକାଦଶୀ 2025 ପାରଣ ମୁହୂର୍ତ: ସକାଳ 07:04 ମିନିଟ ରୁ 09:17 ମିନିଟ ପର୍ଯ୍ୟନ୍ତ, 09 ଫେବ୍ରୁୟାରୀ ଦିନ

ଅବଧି: 2 ଘଣ୍ଟା 12 ମିନିଟ

ଉଦୟା ତିଥି ଅନୁସାରେ, ଜୟା ଏକାଦଶୀ ବ୍ରତ 08 ଫେବ୍ରୁୟାରୀ 2025 ରେ କରାଯିବ। ଯଦି କହିବା ପାରଣ ମୁହୂର୍ତ ବିଷୟରେ ତେବେ ଏକାଦଶୀ ବ୍ରତ ଭାଙ୍ଗିବା ପାଇଁ ସକାଳ ସମୟ ସର୍ବଶ୍ରେଷ୍ଠ ଅଟେ। ଏହି ବ୍ରତ ଦୁଇପ୍ରହର ରେ ଭାଙ୍ଗିବା ଉଚିତ ନୁହେଁ ଓ ଯଦି ଆପଣ କୌଣସି କାରଣରୁ ଏହି ବ୍ରତ ସକଳେ ଭାଙ୍ଗି ପାରୁ ନାହାନ୍ତି ତେବେ ଆପଣ ଦ୍ଵିପ୍ରହର ପଡ଼େ ବ୍ରତ ଭାଙ୍ଗନ୍ତୁ।

ଏବେ ଘରେ ବସି ବିଶେଷଜ୍ଞ ପୁରୋହିତଙ୍କ ଦ୍ବାରା କରାନ୍ତୁ ଇଚ୍ଛାନୁସାରେ ଅନଲାଇନ ପୂଜା ଓ ପାଆନ୍ତୁ ଉତ୍ତମ ପରିଣାମ!

ଜୟା ଏକାଦଶୀର ଧାର୍ମିକ ମହତ୍ଵ

ଧର୍ମଗ୍ରନ୍ଥରେ ଜୟା ଏକାଦଶୀକୁ ଅତ୍ୟନ୍ତ ପୂଣ୍ୟ ଏବଂ କଲ୍ୟାଣକାରି କୁହାଯାଇଛି। ଏପରି ବିଶ୍ବାସ ଅଛି ଯେ ଜୟା ଏକାଦଶୀ ବ୍ରତ ମନୁଷ୍ୟକୁ ଭୂତ ପ୍ରେତ, ପିଶାଚ ପରି ନିଚ୍ଚ ଯୋନିରୁ ମୁକ୍ତି ଦେଇଥାଏ। ଜୟା ଏକାଦଶୀରେ, ଭକ୍ତମାନେ ପୂର୍ଣ୍ଣ ବିଶ୍ୱାସ ଏବଂ ଭକ୍ତିର ସହିତ ଭଗବାନ ବିଷ୍ଣୁଙ୍କ ପୂଜା କରନ୍ତି। ଭବିଷ୍ୟ ପୁରାଣ ଏବଂ ପଦ୍ମ ପୁରାଣରେ ଜୟା ଏକାଦଶୀ ବିଷୟରେ କୁହାଯାଇଛି ଯେ ବାସୁଦେବ ଶ୍ରୀକୃଷ୍ଣ ପ୍ରଥମେ ଧର୍ମରାଜ ଯୁଧିଷ୍ଠିରଙ୍କୁ ଜୟା ଏକାଦଶୀର ଗୁରୁତ୍ୱ ବୁଝାଇଥିଲେ ଏବଂ କହିଥିଲେ ଯେ ଏହି ବ୍ରତ ପାଳନ କରିବା ଦ୍ୱାରା ବ୍ୟକ୍ତି 'ବ୍ରହ୍ମହତ୍ୟା'ର ଘୋର ପାପରୁ ମୁକ୍ତି ପାଏ।

ଏହା ବ୍ୟତୀତ, ମାଘ ମାସରେ ମହାଦେବଙ୍କର ଆରାଧନା କରିବା ମଧ୍ୟ ଉତ୍ତମ। ଏହି କାରଣରୁ ଜୟା ଏକାଦଶୀ ଭାଗବା ବିଷ୍ଣୁ ଓ ଶିବଙ୍କ ଭକ୍ତଙ୍କ ପାଇଁ ମହତ୍ଵପୂର୍ଣ ହୋଇଥାଏ। ପଦ୍ମ ପୁରାଣରେ ନାରଦଙ୍କୁ ସ୍ବୟଂ ଭଗବାନ ଶିବ ଜୟା ଏକାଦଶୀର ମହତ୍ଵ କହିଛନ୍ତି। ସେ କହିଛନ୍ତି ଯେ ଏହି ଏକାଦଶୀ ଅପାର ପୂଣ୍ୟ ଦେଇଥାଏ ଓ ଯେଉଁ ଲୋକ ଜୟା ଏକାଦଶୀ ବ୍ରତ କରିଥାଏ ତାହାର ପିତୃ ପୁରୁଷଙ୍କୁ ନିଚ୍ଚ ଯୋନିରୁ ସ୍ଵର୍ଗ ଲୋକ ପ୍ରାପ୍ତ ହୋଇଥାଏ। ଆମ ଦେଶରେ ଦକ୍ଷିଣ ରାଜ୍ୟ ଯେପରି କର୍ଣାଟକ, ଆନ୍ଧ୍ରା ପ୍ରଦେଶ ଇତ୍ୟାଦିରେ ଜୟା ଏକାଦଶୀ, ଭୂମି ଏକାଦଶୀ ଓ ଭୀଷ୍ମ ଏକାଦଶୀ ନାମରେ ପ୍ରସିଦ୍ଧ। ଏହି ଏକାଦଶୀ ତିଥିକୁ ଅଜା ଏକାଦଶୀ ଓ ଭୌମି ଏକାଦଶୀ ମଧ୍ୟ କୁହାଯାଏ।

ଧାର୍ମିକ ମହତ୍ଵ ପରେ ଏବେ ଆମେ ଆପଣଙ୍କୁ ଅବଗତ କରାଇବୁ ଯେ ଜୟା ଏକାଦଶୀ 2025ର ପୂଜା ବିଧି କ’ଣ ରହିଛି।

ଜୟା ଏକାଦଶୀର ପୂଜା ବିଧି

ସନାତନ ଧର୍ମରେ, ମାଘ ମାସକୁ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ, ତେଣୁ ଏହି ମାସରେ ଉପବାସ ଏବଂ ଶୁଦ୍ଧିକରଣକୁ ସର୍ବାଧିକ ଗୁରୁତ୍ୱ ଦିଆଯାଏ। ଜୟା ଏକାଦଶୀ ମାଘ ମାସର ଶୁକ୍ଳ ପକ୍ଷର ଏକାଦଶୀରେ ପଡ଼େ ଏବଂ ଏହି ଦିନ ଭଗବାନ ବିଷ୍ଣୁଙ୍କୁ ଭକ୍ତି ସହିତ ପୂଜା କରିବା ଉଚିତ।

ପାଆନ୍ତୁ କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍

ଜୟା ଏକାଦଶୀ ବ୍ରତ କଥା

ଧାର୍ମିକ ବିଶ୍ବାସ ଅନୁସାରେ ସ୍ବୟଂ ଭଗବାନ ଶ୍ରୀକୃଷ୍ଣ ଜୟା ଏକାଦଶୀ ବିଷୟରେ ଏକ କଥା ଧର୍ମରାଜ ଯୁଧିଷ୍ଠିରଙ୍କୁ ଶୁଣାଇଥିଲେ ଯାହା ଏହି ପ୍ରକାରର: ଥରେ ନନ୍ଦନ ବନରେ ଉତ୍ସବ ପାଳନ ହେଉଥିଲା ଓ ଏହି ଉତ୍ସବରେ ସମସ୍ତ ଦେବା-ଦେବୀ ଓ ଋଷି ମୁନି ଭାଗ ନେଇଥିଲେ। ସଙ୍ଗୀତ ଓ ନୃତ୍ୟର ମଧ୍ୟ ଆୟୋଜନ ହୋଇଥିଲା ଓ ଏହି ସବୁ ମଧ୍ୟରେ ମାଲ୍ୟବାନ ନାମକ ଏକ ଗନ୍ଧର୍ବ ଗାୟକ ଓ ପୁଷ୍ୟବତୀ ନାମକ ଏକ ନୃତ୍ୟାଙ୍ଗନା ନୃତ୍ୟ କରୁଥିଲେ। ଉତ୍ସବରେ ନାଚୁଥିବା ସମୟରେ, ସେମାନେ ଦୁହେଁ ପରସ୍ପର ପ୍ରତି ଆକର୍ଷିତ ହୋଇଗଲେ ଏବଂ ଦୁହେଁ ସେମାନଙ୍କର ହୋଶ ହରାଇଲେ ଏବଂ ସେମାନଙ୍କର ତାଳ ଭୁଲିଗଲେ। ଉଭୟଙ୍କ ଏହି ଆଚରଣ ଦେଖି ଦେବରାଜ ଇନ୍ଦ୍ର କ୍ରୋଧିତ ହୋଇ ଉଭୟଙ୍କୁ ସ୍ୱର୍ଗରୁ ବାହାର କଲେ ଏବଂ ପୃଥିବୀରେ ରହିବାକୁ ଅଭିଶାପ ଦେଲେ। ଏହି କାରଣରୁ ଗନ୍ଧର୍ବ ଓ ପୁଷ୍ୟବତୀ ପୃଥିବୀରେ ପିଶାଚ ଜନ୍ମ ନେଲେ।

ମୃତ୍ଯୁ ଲୋକରେ ରହି ସେହି ଦୁଇ ଜଣଙ୍କୁ ତାଙ୍କର ଭୁଲ ପାଇଁ ପଶ୍ଚାତାପ ହେଲା ଓ ଏବେ ସେ ଏହି ପିଚାଷୁଣୀ ଜୀବନରୁ ମୁକ୍ତି ପାଇବାକୁ ଚାହୁଁଥିଲେ। ଗୋଟିଏ ଦିନ ମାଘ ଶୁକ୍ଳ ପକ୍ଷର ଜୟା ଏକାଦଶୀ ଦିନ ଦୁହେଁ ଭୋଜନ କରିଲେ ନାହିଁ ଓ ବର ଗଛ ତଳେ ରାତି କଟାଇଲେ। ନିଜ ଭୁଲ ପାଇଁ ଅନୁତାପ କରି, ସେ ଭବିଷ୍ୟତରେ ଏହାକୁ ପୁନରାବୃତ୍ତି ନ କରିବାକୁ ସଂକଳ୍ପ ନେଲେ। ଏହା ପରେ, ପରଦିନ ସକାଳେ ଦୁହେଁ ପିଶାଚ ଜୀବନରୁ ମୁକ୍ତି ପାଇଲେ। ସେହି ଦୁହିଁକୁ ଏହା ଜଣ ନଥିଲା ଯେ ସେହି ଦିନ ଜୟା ଏକାଦଶୀ ଥିଲା ଓ ଅଜାଣତରେ ଦୁହେଁ ଜୟା ଏକାଦଶୀ ବ୍ରତ ପୂରଣ କରିଥିଲେ। ଏହି କାରଣରୁ ଭଗବାନ ବିଷ୍ଣୁ ପ୍ରସନ୍ନ ହୋଇ ଦୁହିଁକୁ ପିଶାଚ ଯୋନିରୁ ମୁକ୍ତି ଦେଲେ। ଜୟା ଏକାଦଶୀ ଉପବାସର ପ୍ରଭାବରେ ଦୁହେଁ ପୂର୍ବ ଅପେକ୍ଷା ଅଧିକ ସୁନ୍ଦର ହୋଇଗଲେ ଏବଂ ତାଙ୍କୁ ପୁନର୍ବାର ସ୍ୱର୍ଗ ପ୍ରାପ୍ତ ହେଲା।

ଏହା ପରେ ଆମେ ଆପଣଙ୍କୁ ସେହି ଉପାୟ ବିଷୟରେ କହିବୁ ଯାହାକୁ ଆପଣଙ୍କୁ ଜୟା ଏକାଦଶୀ ଦିନ କରିବା ଦ୍ବାରା ଶ୍ରୀହରି ବିଷ୍ଣୁଙ୍କର କୃପା ପ୍ରାପ୍ତ ହେବ।

କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

ଜୟା ଏକାଦଶୀ ଦିନ ଏହି 5ଟି ପ୍ରତିକାର କରିବା ଦ୍ବାରା ମିଳିବ ସୁଖ-ସମୃଦ୍ଧି ଓ ଆଶୀର୍ବାଦ

  1. ଯେଉଁ ଲୋକଙ୍କର ବୈବାହିକ ଜୀବନରେ ସମସ୍ଯା ଚାଲିଛି ତାଙ୍କୁ ଜୟା ଏକାଦଶୀ ଦିନ ତୁଳସୀ ପୂଜା କରିବା ଉଚିତ। ଦେବୀ ଲକ୍ଷ୍ମୀ ଓ ତୁଳସୀ ମାତାଙ୍କୁ ଶୃଙ୍ଗାର ସାମଗ୍ରୀ ଚଢ଼ାନ୍ତୁ।
  2. ଜୟା ଏକାଦଶୀ ଦିନ ଶ୍ରୀମଦ ଭଗବତ କଥା ପାଠ କରିବା ବହୁତ ଶୁଭ ରହିବ ଓ ଏହା ଦ୍ବାରା ଆପଣଙ୍କର ଜୀବନରେ କଷ୍ଟ ଦୂର ହେବ।
  3. ଏହି ଦିନ ଲୋକଙ୍କୁ ଶ୍ରୀହରି ବିଷ୍ଣୁଙ୍କର ପଞ୍ଚାମୃତ ଦ୍ବାରା ଅଭିଷେକ କରିବା ଉଚିତ। ଏପରି କରିବା ଦ୍ବାରା କ୍ୟାରୀଅରରେ ଆସୁଥିବା ସମସ୍ତ ସମସ୍ଯା ଦୂର ହେବ ଓ ଆପଣ ନୂଆ ସୁଯୋଗ ମଧ୍ୟ ପାଇବେ।
  4. ଯେଉଁ ଲୋକଙ୍କର ଜୀବନରେ ଆର୍ଥିକ ସମସ୍ଯା ଶେଷ ହେଉ ନାହିଁ, ତାଙ୍କୁ ଜୟା ଏକାଦଶୀ ଦିନ ବ୍ରହ୍ମ ମୁହୂର୍ତରେ ଉଠି ଭଗବାନ ବିଷ୍ଣୁଙ୍କର ଶ୍ରଦ୍ଧାଭାବ ସହିତ ପୂଜା କରିବା ଉଚିତ। ପାନ ପତ୍ରରେ ଓଁ ବିଷ୍ଣବେ ନମଃ ଲେଖି ବିଷ୍ଣୁଙ୍କୁ ଅର୍ପଣ କରନ୍ତୁ। ପର ଦିନ ଏହି ପତ୍ର ହଳଦିଆ ବସ୍ତ୍ରରେ ରଖି ସିନ୍ଦୁକରେ ରଖନ୍ତୁ।
  5. ଜୟା ଏକାଦଶୀ ଦିନ ବର ଗଛ ତଳେ ଘିଅ ଦୀପ ଜଳାନ୍ତୁ ଏବଂ ଗଛକୁ ପରିକ୍ରମା କରନ୍ତୁ। ଏହା କରିବା ଦ୍ୱାରା, ଭଗବାନ ବିଷ୍ଣୁ ଏବଂ ଦେବୀ ଲକ୍ଷ୍ମୀ ଉଭୟଙ୍କ ଆଶୀର୍ବାଦ ମିଳିଥାଏ। ଏହା ବ୍ୟତୀତ, ଘରୁ ଦାରିଦ୍ର୍ୟ ମଧ୍ୟ ଦୂର ହୋଇଯାଏ।

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!

ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ

1. 2025 ରେ ଜୟା ଏକାଦଶୀ କେବେ ପଡ଼ିବ?

ଏହିବର୍ଷ ଜୟା ଏକାଦଶୀ 08 ଫେବ୍ରୁୟାରୀ 2025ରେ ପଡ଼ୁଛି।

2. ଗୋଟିଏ ବର୍ଷରେ କେତୋଟି ଏକାଦଶୀ ତିଥି ପଡ଼େ?

ହିନ୍ଦୁ ପାଞ୍ଜି ଅନୁସାରେ ପ୍ରତି ମାସରେ 2ଟି ଏକାଦଶୀ ତିଥି ପଡ଼ିଥାଏ, ଓ ଏହି ପ୍ରକାର ସମୁଦାୟ 24 ଟି ଏକାଦଶୀ ତିଥି ପଡ଼େ।

3. ଏକାଦଶୀ ଦିନ କାହାର ପୂଜା କରାଯାଏ?

ଏକାଦଶୀ ତିଥି ଭଗବାନ ବିଷ୍ଣୁଙ୍କୁ ସମର୍ପିତ ସେଥିପାଇଁ ଏହି ଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କରିବାର ବିଧି ଅଛି।

Talk to Astrologer Chat with Astrologer