ଜ୍ୟେଷ୍ଠ ଅମାବାସ୍ୟା 2025- ତିଥି ଓ ମୂହୁର୍ତ୍ତ

Author: Monica Rajguru | Updated Fri, 16 May 2025 05:04 PM IST

ଆଷ୍ଟ୍ରୋସେଜ ଏଆଇ ନିଜର ପାଠକଙ୍କ ପାଇଁ ଜ୍ୟେଷ୍ଠ ଅମାବାସ୍ୟା 2025ର ଏହି ବିଶେଷ ଲେଖା ଆଣିଛି ଯାହା ଦ୍ବାରା ଆପଣଙ୍କୁ ଜ୍ୟେଷ୍ଠ ଅମାବାସ୍ୟା ସହିତ ଜଡ଼ିତ ସମସ୍ତ ସୂଚନା ବିସ୍ତୃତରେ ମିଳିବ ଯେପରି କି ତିଥି, ଶୁଭ ମୂହୁର୍ତ୍ତ ଓ ମହତ୍ଵ ଇତ୍ୟାଦି। ଏହା ବ୍ୟତୀତ, ଜ୍ୟେଷ୍ଠ ଅମାବାସ୍ୟା ଦିନ କେଉନକେଉଁ ପର୍ବ ପାଳନ ହେବ ଓ କାହିଁକି ଏହି ଦିନ ବ୍ରତ ପାଇଁ ବିଶେଷ ତାହା ଜାଣିବେ। ଏହା ସହିତ, ଆମେ ଏହି ଅମାବାସ୍ୟାରେ ଆପଣଙ୍କ ଜୀବନକୁ ସହଜ କରିବା ପାଇଁ ଆପଣ କ’ଣ ପଦକ୍ଷେପ ନେଇପାରିବେ ସେ ବିଷୟରେ ବିସ୍ତୃତ ଭାବରେ କହିବୁ। ତେଣୁ ଆଉ ବିଳମ୍ବ ନକରି ଆସନ୍ତୁ ଏହି ଲେଖାଟି ଆରମ୍ଭ କରିବା ଏବଂ ଜ୍ୟେଷ୍ଠ ଅମାବାସ୍ୟା ବିଷୟରେ ସବୁକିଛି ଜାଣିବା।


ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025

ଭବିଷ୍ୟ ସହିତ ଜଡ଼ିତ ସମସ୍ଯାର ସମାଧାନ ମିଳିବ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ

ହିନ୍ଦୁ ଧର୍ମରେ ଅମାବାସ୍ୟା ତିଥିର ବିଶେଷ ମହତ୍ଵ ଅଛି। ଜ୍ୟେଷ୍ଠ ମାସରେ ପଡ଼ୁଥିବା ଅମାବାସ୍ୟାକୁ ଜ୍ୟେଷ୍ଠ ଅମାବାସ୍ୟା କୁହାଯାଏ। ଏହି ତିଥି ଶ୍ରେଷ୍ଠ ହୋଇଥାଏ। ଜ୍ୟେଷ୍ଠ ଅମାବାସ୍ୟା ଦିନ dhଆର୍ମିକ କାର୍ଯ୍ୟ କରିବା ଦ୍ବାରା ଲୋକଙ୍କର ସମସ୍ତ ପାପ ନଷ୍ଟ ହୁଏ ଓ ଅପାର ପୂଣ୍ୟ ପ୍ରାପ୍ତ ହୁଏ। ଏହା ବ୍ଯତୀତ, ଏହି ଅମାବାସ୍ୟା ପିତୃଙ୍କର ଆଶୀର୍ବାଦ ପାଇବା ଓ ତାଙ୍କ ପାଇଁ ପିଣ୍ଡଦାନ, ତର୍ପଣ କରିବା ପାଇଁ ବହୁତ ଶୁଭ ଅଟେ। ପବିତ୍ର ନଦୀରେ ସ୍ନାନ ଓ ଦାନ-ପୂଣ୍ୟ ପାଇଁ ଏହି ତିଥି ଶ୍ରେଷ୍ଠ ଅଟେ। ଜ୍ୟେଷ୍ଠ ଅମାବାସ୍ୟାକୁ ନ୍ୟାୟାଧୀଶ ଓ କର୍ମଫଳ ଦାତା ଭଗବାନ ଶନିଙ୍କର ଜନ୍ମଦିନ ଭାବରେ ମଧ୍ୟ ପାଳନ କରଯାଏ। ବିଶ୍ୱାସ କରାଯାଏ ଯେ ନ୍ୟାୟର ଦେବତା ଶନି ଦେବ ଜ୍ୟେଷ୍ଠ ଅମାବାସ୍ୟାରେ ଜନ୍ମଗ୍ରହଣ କରିଥିଲେ, ତେଣୁ ଏହାକୁ ଶନି ଜୟନ୍ତୀ ଭାବରେ ପାଳନ କରାଯାଏ। ଆସନ୍ତୁ ଜାଣିବା ଶନି ଜୟନ୍ତୀର ତାରିଖ ଏବଂ ସମୟ।

ଜ୍ୟେଷ୍ଠ ଅମାବାସ୍ୟା: ତିଥି ଏବଂ ଶୁଭ ମୂହୁର୍ତ୍ତ

ହିନ୍ଦୁ ପାଞ୍ଜି ଅନୁସାରେ ଜ୍ୟେଷ୍ଠ ମାସର କୃଷ୍ଣ ପକ୍ଷ ଅମାବାସ୍ୟା ନାମରେ ଜଣାଯାଏ। ଏହି ତିଥି ଶନି ଜନ୍ମୋତ୍ସବ ରୂପରେ ମଧ୍ୟ ପାଳନ ହୁଏ। ଗ୍ରିଗୋରିୟାନ କୈଲନ୍ଡର୍ ଅନୁସାରେ, ସାମାନ୍ଯ ଭାବରେ ଏହି ତିଥି ପ୍ରତ୍ଯେକ ବର୍ଷ ମଈ କିମ୍ବା ଜୁନରେ ପଡ଼େ। ଆସନ୍ତୁ େବେ ନଜର ପକାଇବା ଜ୍ୟେଷ୍ଠ ଅମାବାସ୍ୟା 2025 କେବେ ଅଛି ଓ କ’ଣ ଏହାର ପୂଜା ମୁହୂର୍ତ।

ଜ୍ୟେଷ୍ଠ ଅମାବାସ୍ୟା 2025 ତିଥି: 27 ମଈ 2025, ମଙ୍ଗଳବାର

ଅମାବାସ୍ୟା ତିଥି ଆରମ୍ଭ: 26 ମଈ 2025 ଦ୍ଵିପ୍ରହର 12:14 ପର୍ଯ୍ୟନ୍ତ,

ଅମାବାସ୍ୟା ତିଥି ସମାପ୍ତ: 27 ମଈ 2025 ସକାଳ 08:34 ପର୍ଯ୍ୟନ୍ତ।

ନୋଟ: ଉଦୟା ତିଥି ଅନୁସାରେ, ଜ୍ୟେଷ୍ଠ ଅମାବାସ୍ୟା ଏବଂ ଶନି ଜୟନ୍ତୀ ପର୍ବ ୨୭ ମଇ ୨୦୨୫ ରେ ପାଳନ କରାଯିବ।

ବୃହତ କୁଣ୍ଡଳୀରେ ରେ ଲୁଚି ରହିଛି ଆପଣଙ୍କର ଜୀବନର ସମସ୍ତ ରହସ୍ୟ, ଜାଣନ୍ତୁ ଗ୍ରହଙ୍କର ଚଳନର ସମସ୍ତ ସୂଚନା

ଜ୍ୟେଷ୍ଠ ଅମାବାସ୍ୟା ଦିନ ତିଆରି ହେବ ଏହି ଦୁର୍ଲଭ ଯୋଗ

ଜ୍ୟେଷ୍ଠ ଅମାବାସ୍ୟାର ନିଜର ବିଶେଷ ସ୍ଥାନ ଅଛି କାରଣ ଏହି ଦିନ ଶନି ଜୟନ୍ତୀ ଓ ବଟ ସାବିତ୍ରୀ ପରି ମହତ୍ୱପୂର୍ଣ ପର୍ବ ପାଳନ ହୁଏ। ଏହି ଥର ଜ୍ୟେଷ୍ଠ ଅମାବାସ୍ୟା ଓ ଶନି ଜୟନ୍ତୀ ବିଶେଷ ହେବ କାରଣ ଏହି ଦିନ ବହୁତ ଶୁଭ ସୁକର୍ମା ଯୋଗ ତିଆରି ହେଉଛି ଯାହା 27 ମଈ 2025 ରାତି 10:53 ପର୍ଯ୍ୟନ୍ତ ରହିବ।

ଆପଣଙ୍କୁ କହି ରଖୁଛୁ ଯେ ସୁକର୍ମ ଯୋଗକୁ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ। ଏହି ଯୋଗରେ କରାଯାଇଥିବା ଧାର୍ମିକ କାର୍ଯ୍ୟ, ଦାନ-ପୂଣ୍ୟ ଓ ଶନି ପୂଜାରୁ ଅନେକ ଶୁଭ ଫଳ ମିଳିଥାଏ। ଜ୍ୟେଷ୍ଠ ଅମାବାସ୍ୟା ଦିନ ସୂର୍ଯ୍ୟ ଓ ବୁଧଙ୍କର ଗୋଟିଏ ରାଶିରେ ରହିବା ଦ୍ବାରା ଏହି ଦିନ ବୁଧାଦିତ୍ୟ ଯୋଗ ତିଆରି ହୁଏ ଯାହା ଶନି ଜୟନ୍ତୀର ମହତ୍ଵକୁ ବଢ଼ାଇଥାଏ।

ଜ୍ୟେଷ୍ଠ ଅମାବାସ୍ୟାର ଧାର୍ମିକ ମହତ୍ଵ

ହିନ୍ଦୁ ଧର୍ମରେ ଜ୍ୟେଷ୍ଠ ମାସରେ ସ୍ନାନ ଏବଂ ଦାନ-ପୂଣ୍ୟକୁ ଶୁଭ କୁହାଯାଏ। ଏହି ତିଥିରେ ପିତୃପୁରୁଷଙ୍କର ତର୍ପଣ ଓ ପିଣ୍ଡଦାନ କରିବା ଦ୍ବାରା ସେମାନଙ୍କର ଆତ୍ମା ଶାନ୍ତି ପାଇଥାଏ। ଜ୍ୟେଷ୍ଠ ଅମାବାସ୍ୟା ଦିନ କରାଯାଇଥିବା ଜଳ ଦାନ ଆପଣଙ୍କର ସୁଖ-ସୌଭାଗ୍ୟକୁ ବଢ଼ାଇ ଥାଏ। ଆପଣଙ୍କୁ ଅସୀମ ପୂଣ୍ୟ ପ୍ରାପ୍ତ ହୁଏ। ଧାର୍ମିକ ଦୃଷ୍ଟିରୁ ଦେଖିଲେ, ଜ୍ୟେଷ୍ଠ ଅମାବାସ୍ୟା ତୀର୍ଥସ୍ଥଳର ପବିତ୍ର କୁଣ୍ଡ ଓ ନଦୀରେ ସ୍ନାନ କରିବା ପାଇଁ ଉତ୍ତମ ହୋଇଥାଏ। ଏହି ଅମାବାସ୍ୟା ଦିନ ପବିତ୍ର ସ୍ନାନ କରିବା ଦ୍ବାରା ଲୋକଙ୍କୁ ପିତୃ ଦୋଷ ଓ ସାତ ଜନ୍ମର ପାପରୁ ମୁକ୍ତି ମିଳିଥାଏ। ଭାରତର ଉତ୍ତର ଭାଗରେ ଜ୍ୟେଷ୍ଠ ଅମାବାସ୍ୟାକୁ ପବିତ୍ର କୁହାଯାଏ।

ପାଆନ୍ତୁ ଯଉଁର କୁଣ୍ଡଳୀ ଅନୁସାରେ ସଠିକ ଶନି ରିପୋର୍ଟ୍

ଯଦି ଆମେ ଜ୍ୟୋତିଷ ଶାସ୍ତ୍ର ବିଷୟରେ କଥା ହେବା, ତେବେ ପୂର୍ବପୁରୁଷମାନଙ୍କୁ ଅମାବାସ୍ୟା ତିଥିର ଅଧିପତି ବୋଲି ବିବେଚନା କରାଯାଏ। ସେଥିପାଇଁ ପ୍ରତ୍ଯେକ ମାସ ଅମାବାସ୍ୟା ଦିନ ବ୍ରତ ଏବଂ ପୂଜା କରି ପିଣ୍ଡଦାନ ଓ ତର୍ପଣ କରିବା କଲ୍ୟାଣକାରୀ ହୋଇଥାଏ। ଜ୍ୟେଷ୍ଠ ଅମାବାସ୍ୟା ଦିନ ନବଗ୍ରହଙ୍କ ମଧ୍ୟରୁ ସୂର୍ଯ୍ୟପୁତ୍ର ଶନିଦେବଙ୍କର ଜନ୍ମ ହୋଇଥିଲା ଯେଉଁଥିପାଇଁ ଏହି ଦିନର ମହତ୍ଵ ବଢ଼ିଯାଏ। ଏହି ତିଥି ଶନି ଆରାଧନା ଓ ଶନି ଗ୍ରହଙ୍କର କୃପା ପ୍ରାପ୍ତ କରିବା ପାଇଁ ସର୍ବଶ୍ରେଷ୍ଠ ଅଟେ। ଜ୍ୟେଷ୍ଠ ଅମାବାସ୍ୟା ଦିନ ଶନି ଜୟନ୍ତୀ ସହିତ ବଟ ସାବିତ୍ରୀ ମଧ୍ୟ ପାଳନ ହୁଏ। ଏବେ ଆମେ କଥା ହେବା ଶନି ଜୟନ୍ତୀର ମହତ୍ଵ ବିଷୟରେ।

ଜ୍ୟେଷ୍ଠ ଅମାବାସ୍ୟା ଦିନ କ’ଣ କରିବେ ଓ କ’ଣ ନାହିଁ ?

ଜ୍ୟେଷ୍ଠ ଅମାବାସ୍ୟା 2025 ଦିନ ପିଆଜ, ରସୁଣ ଓ ମଦ ଇତ୍ୟାଦି ସେବନ କରନ୍ତୁ ନାହିଁ।

ଏହି ତିଥିରେ ଈର୍ଷା ଓ ମିଛ କୁହନ୍ତୁ ନାହିଁ।

ଏହି ଦିନ ବ୍ରହ୍ମାଚର୍ଯ୍ୟ ପାଳନ କରିବା ଉଚିତ।

ଗରିବ ଓ ଅଭାବି ଲୋକଙ୍କର ଅପମାନ କରନ୍ତୁ ନାହିଁ ଓ ନିଜ ସାମର୍ଥ୍ୟ ଅନୁସାରେ ତାଙ୍କର ସାହାଜ୍ୟ କରନ୍ତୁ।

ପିତୃପୁରୁଷଙ୍କ ପାଇଁ ଶ୍ରାଦ୍ଧ କର୍ମ କରନ୍ତୁ ଓ ତାଙ୍କ ନା’ରେ ଘରର ଦକ୍ଷିଣ ଦିଗରେ ଦେଶୀ ଘିଅରେ ଦୀପ ଜଳାନ୍ତୁ।

ଜ୍ୟେଷ୍ଠ ଅମାବାସ୍ୟା ଦିନ ବ୍ରତ କରନ୍ତୁ ଓ ଓସ୍ତ ଗଛ ସାମ୍ନାରେ ଦୀପ ଜାଳନ୍ତୁ। ସାଙ୍ଗରେ ଓସ୍ତ ଗଛର 7 କିମ୍ବା 11 ଥର ପରିକ୍ରମା କରନ୍ତୁ।

ଜ୍ୟେଷ୍ଠ ଅମାବାସ୍ୟା ଦିନ ସୂର୍ଯ୍ୟୋଦୟ ପୂର୍ବରୁ ଉଠନ୍ତୁ ଓ ପବିତ୍ର ନଦୀରେ ସ୍ନାନ କରନ୍ତୁ।

ଘର ଝାଡ଼ୁ-ପୋଛା କରିବା ପରେ ଗଙ୍ଗାଜଳ କିମ୍ବା ଗ୍ୟମୁତ୍ର ଘରେ ଛିଞ୍ଚନ୍ତୁ।

ଶନି ଜୟନ୍ତୀର ଧାର୍ମିକ ଓ ଜ୍ୟୋତିଷୀୟ ମହତ୍ଵ

ଧାର୍ମିକ ଏବଂ ଜ୍ୟୋତିଷୀୟ ଦୃଷ୍ଟିରୁ, ଶନି ଜୟନ୍ତୀକୁ ବହୁତ ବିଶେଷ କୁହାଯାଏ କାରଣ ଏହା ଭଗବାନ ଶନିଙ୍କର ଜନ୍ମୋତ୍ସବ ରୂପରେ ପାଳନ ହୁଏ। ସନାତନ ଧର୍ମରେ ଶନି ଦେବଙ୍କ ନିଜର ମହତ୍ଵ ଅଛି ଯାହା ଭଗବାନ ସୂର୍ଯ୍ୟ ଓ ଦେବୀ ଛାୟାଙ୍କର ପୁତ୍ର ଅଟନ୍ତି ଓ ନ୍ୟାୟର ଦେବତା। ଜ୍ଯୋତିଷରେ ନବଗ୍ରହଙ୍କ ମଧ୍ଯରେ ଶନି ଗ୍ରହ ମହତ୍ୱପୂର୍ଣ ସ୍ଥାନ ପାଇଛନ୍ତି ଯାହା ଲୋକଙ୍କୁ ତାଙ୍କର ଭଲ ଖରାପ କର୍ମ ଅନୁସାରେ ଫଳ ଦିଅନ୍ତି। ଭଗବାନ ଶନିଙ୍କର ଜନ୍ମ ଜ୍ୟେଷ୍ଠ ଅମାବାସ୍ୟା ରେ ହୋଇଥିଲା।

କାଳସର୍ପ ଦୋଷ- କାଳ ସର୍ପ ଯୋଗ କ୍ଯାଲକୁଲେଟର

ଶନି ଜୟନ୍ତୀ ଦିନ ଶନି ଦେବ ନିଜର ଭକ୍ତଙ୍କ ଉପରେ ବିଶେଷ କୃପା କରନ୍ତି ସେଥିପାଇଁ ଏହି ତିଥି ଶନିଙ୍କର ଉପାସନା କରିବା ପାଇଁ ଶ୍ରେଷ୍ଠ। ଶନି ଜୟନ୍ତୀ ବିଶେଷକରି ସେହି ଲୋକଙ୍କ ପାଇଁ ଫଳଦାୟୀ ପ୍ରମାଣିତ ହୁଏ ଯାହାର କୁଣ୍ଡଳୀରେ ଶନି ସାଢେ ସାତୀ, ଢୈୟା କିମ୍ବା ଶନି ମହାଡଶ ଚାଲିଛି। ଶନି ଜୟନ୍ତୀ ଦିନ ଶନି ପୂଜା, ବ୍ରତ ଏବଂ ଶନି ଶାନ୍ତି ପାଇଁ ପ୍ରତିକାର କରିବା ଦ୍ବାରା ଶୁଭ ଫଳ ମିଳିଥାଏ। ଏହି ଦିନ ଶନିଦେବଙ୍କର ପୂଜା କରିବା ଦ୍ବାରା ଶୀଘ୍ର ଆପଣଙ୍କୁ ଏହି ଅଶୁଭ ପ୍ରଭାବରୁ ମୁକ୍ତି ମିଳିପାରେ।

ଶନି ଜୟନ୍ତୀ 2025 ଦିନ କରନ୍ତୁ ନାହିଁ ଏହି କାମ

ଶନି ଦେବଙ୍କର ପୂଜା ଓ ତାଙ୍କର ଦର୍ଶନ କରିବା ସମୟରେ କେବେ ଭାଗବାନ ଶନିଙ୍କର ପୂର୍ତ୍ତି ସାମ୍ନାରେ ଠିଆ ହୁଅନ୍ତୁ ନାହିଁ।

ଶନି ପୂଜା ସମଯରେ କେବେ ଶନି ଦେବଙ୍କ ଆଖିକୁ ଦେଖନ୍ତୁ ନାହିଁ ବରଂ ତାଙ୍କର ଚରଣକୁ ଦେଖନ୍ତୁ।

ଶନି ଜୟନ୍ତୀ ଦିନ ଲୁହାରେ ତିଆରି କୌଣସି ବସ୍ତୁ ଘରକୁ ଆଣନ୍ତୁ ନାହିଁ। ଏପରି କରିବା ଦ୍ବାରା ଭଗବାନ ଶନି କ୍ରୋଧ କରିବେ।

ଏହି ଦିନ କାଠ, ସୋରିଷ ତେଲ, କଳା ହରଡ଼ ଓ ଜୋତା-ଚପଲ କିଣି ଘରକୁ ଆଣନ୍ତୁ ନାହିଁ, ନଚେତ ଆପଣଙ୍କୁ ଶନି ଦେବନରକ ଅଶୁଭ ପ୍ରଭାବ ଭୋଗିବାକୁ ହେବ।

ଅନଲାଇନ ସଫ୍ଟୱେୟାର୍ ରୁ ମାଗଣା ଜନ୍ମ କୁଣ୍ଡଳୀ ପ୍ରାପ୍ତ କରନ୍ତୁ

ଶନି ଜୟନ୍ତୀ 2025 ଦିନ ଶନି ଦେବଙ୍କୁ ପ୍ରସନ୍ନ କରିବା ପାଇଁ ରାଶି ଅନୁସାରେ କରନ୍ତୁ ଉପାୟ

ମେଷ ରାଶି: ମେଷ ରାଶିର ଲୋକ ଚାକିରିରେ ଭଲ ସୁଯୋଗ ଓ ମାନସିକ ଶାନ୍ତି ପାଇଁ ଶନି ଜୟନ୍ତୀ ଦିନ ଶନି ଦେବଙ୍କୁ ସୋରିଷ ତେଲ, ଗୁଡ଼ ଓ ସୋରିଷ ଅର୍ପଣ କରନ୍ତୁ।

ବୃଷ ରାଶି: ଧନ-ସମୃଦ୍ଧି ପାଇଁ ବୃଷ ରାଶିର ଲୋକମ ଶନି ଜୟନ୍ତୀ ଦିନ କେସର, ଗହମ ଓ ଘିଅ ଶନି ଦେବଙ୍କ ପାଖରେ ଭୋଗ କରନ୍ତୁ। ସାଙ୍ଗରେ 108 ଥର ଓଁ ନମୋ ଭାଗବତେ ବାସୁଦେବାୟ ମନ୍ତ୍ର ଜପ କରନ୍ତୁ।

ମିଥୁନ ରାଶି: ମିଥୁନ ରାଶିର ଲୋକ ସମ୍ପର୍କରେ ପ୍ରେମ ବଢ଼ାଇବା ପାଇଁ ଚାଉଳ, କଳା କପଡ଼ା ଓ କର୍ପୁର ଦାନ କରନ୍ତୁ।

କର୍କଟ ରାଶି: ଶନି ଜୟନ୍ତୀ ଦିନ କର୍କଟ ରାଶିର ଲୋକ ଭଲ କ୍ୟାରିଅର ଓ ସ୍ବାସ୍ଥ୍ୟ ପାଇଁ ଲୁହା ବାସନ, ନାଲି ରଙ୍ଗର କପଡ଼ା ଓ ସୋରିଷ ତେଲ ଦାନ କରିପାରିବେ।

ସିଂହ ରାଶି: ଜ୍ୟେଷ୍ଠ ଅମାବାସ୍ୟା 2025 ଅନୁଯାୟୀ କ୍ୟାରିଅରରେ ସଫଳତା ପାଇବା ପାଇଁ ଶନି ଜୟନ୍ତୀ ଦିନ ଆପଣଙ୍କ ପାଇଁ ଲୁହା ବାସନ, ନାଲି ରଙ୍ଗର କପଡ଼ା ଦାନ କରିବା ଓ ସୋରିଷ ତେଲରେ ଦୀପ ଜାଳିବା ଶୁଭ ହେବ।

କନ୍ୟା ରାଶି: ପରିବାରରେ ସୁଖ-ଶାନ୍ତି ପାଇଁ କନ୍ୟା ରାଶିର ଲୋକ ଶନି ଜୟନ୍ତୀ ଦିନ ଫଳ, ପନିପରିବା ଓ ମିଠା ଭଗବାନ ବିଷ୍ଣୁଙ୍କୁ ଭୋଗ ଲଗାନ୍ତୁ ଓ ତାଙ୍କର ପୂଜା କରନ୍ତୁ।

କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

ତୁଳା ରାଶି: ତୁଳା ରାଶିର ଲୋକ ଘର-ପରିବାରର ସୁଖ-ଶାନ୍ତି ପାଇଁ ଚାଉଳ, କ୍ଷୀର ଓ ଘରେ ତିଆରି ଖାଇବା ବାଣ୍ଟନ୍ତୁ।

ବିଛା ରାଶି: ଶନି ଜୟନ୍ତୀ ଦିନ ବିଛା ରାଶିର ଲୋକଙ୍କୁ ଦୃଢ଼ କରିବା ପାଇଁ ଶନି ଦେବଙ୍କୁ ଫଳ, ନୀଳ କପଡ଼ା, ଓ ତମ୍ବା ଅରପଣ କରନ୍ତୁ।

ଧନୁ ରାଶି: ଧନୁ ରାଶିର ଲୋକଙ୍କୁ ବ୍ୟବସାୟରେ ସଫଳତା ପାଇବା ପାଇଁ ଏହି ଦିନ ସୁନା, ଚାଉଳ ଓ ସବୁଜ ପନିପରିବା ଦାନ କରିବା ଉଚିତ।

ମକର ରାଶି: ଜୀବନରେ ଧନ-ସମୃଦ୍ଧି ପ୍ରାପ୍ତି ପାଇଁ ଶନି ଜୟନ୍ତୀ ଦିନ ମନ୍ଦିରରେ ଲୁହା, ଗୁଡ଼ କିମ୍ବା କେଶ ଦାନ କରନ୍ତୁ।

କୁମ୍ଭ ରାଶି: କୁମ୍ଭ ରାଶିର ଲୋକଙ୍କ ପାଇଁ ଶନି ଜୟନ୍ତୀ ଦିନ କଳା ସୋରିଷ ତେଲ ଓ ଲୁହାର ବାସନ ଦାନ କରିବା ଶୁଭ ହେବ।

ମୀନ ରାଶି: ଶନି ଜୟନ୍ତୀ ଦିନ ମୀନ ରାଶିର ଲୋକଙ୍କୁ ବିଷ୍ଣୁ ସହସ୍ରନାମ ପାଠ କରିବା ଉଚିତ। ଏହି ଦିନ ହଳଦିଆ ସୋରିଷକୁ ନିଜ ମଥା ଚାରିପଟେ ବୁଲାଇ ବହୁଥିବା ପାଣିରେ ପ୍ରବାହିତ କରନ୍ତୁ।

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ ଯେ ଆପଣଙ୍କୁ ଆମର ଏହି ଲେଖା ନିଶ୍ଚିତ ପସନ୍ଦ ଆସିଥିବା। ଯଦି ଏପରି ହୋଇଥାଏ ତେବେ ଆପଣ ଏହାକୁ ନିଜର ଶୁଭଚିନ୍ତକମାନଙ୍କ ସହିତ ନିଶ୍ଚିତ ଶେୟାର କରନ୍ତୁ। ଧନ୍ୟବାଦ!

ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ

1. 2025 ମସିହାରେ ଜ୍ୟେଷ୍ଠ ଅମାବାସ୍ୟା କେବେ ପଡ଼ୁଛି?

ଏହି ବର୍ଷ ଜ୍ୟେଷ୍ଠ ଅମାବାସ୍ୟା 27 ମଇ 2025ରେ ପାଳନ କରାଯିବ।

2. ଶନି ଜୟନ୍ତୀ ଦିନ କାହାର ଔଜୟା କରାଯାଏ?

ଶନି ଜୟନ୍ତୀ ଦିନ ନ୍ୟାୟର ଦେବତା ଶନି ଦେବଙ୍କର ପୂଜା କରିବାର ବିଧି ଅଛି।

3. 2025 ରେ ବଟ ସାବିତ୍ରୀ ବ୍ରତ କେବେ?

ବଟ ସାବିତ୍ରୀ ବ୍ରତ 26 ମଈ 2025 ସୋମବାର ଦିନ କରଯାଏ।

Talk to Astrologer Chat with Astrologer