ଜୁନ ଓଭରଭ୍ୟୁ 2025- ପର୍ବ ପର୍ବାଣିର ତିଥି ଓ ସମୟ

Author: Monica Rajguru | Updated Fri, 16 May 2025 05:04 PM IST

ଗ୍ରିଗୋରିୟାନ କୈଲନ୍ଡର୍ ଅନୁସାରେ ଜୁନ ମାସ ବର୍ଷର ଷଷ୍ଠ ମାସ ଯାହା ଊର୍ଜା, ପରିବର୍ତ୍ତନ ଓ ବିକାଶର ପ୍ରତିକ ଅଟେ। ଏହି ମାସରେ ସୂର୍ଯ୍ୟଙ୍କର ମିଥୁନ ରାଶିରେ ଗୋଚର ହୋଇଥାଏ ଯାହା ଦ୍ବାରା ମାନସିକ ସକ୍ରିଯତା, ନୂଆ ବିଚାର ଆସିଥାଏ। ଜ୍ୟୋତିଷୀୟ ଦୃଷ୍ଟିରୁ ଜୁନ ମାସ ବିଚାର କରିବା, ଆତ୍ମବିଶ୍ଳେଷଣ କରିବା ଏବଂ ଭାବନାତ୍ମକ ବୁଝାମଣା ପାଇଁ ମହତ୍ୱପୂର୍ଣ। ଜୁନ ଓଭରଭ୍ୟୁ 2025 ଅନୁଯାୟୀ ଏହି ମାସରେ ଗ୍ରହଙ୍କର ସ୍ଥିତି ଏବଂ ପ୍ରଭାବ ଯୋଗୁଁ ବ୍ୟକ୍ତି ନିଜର ବିଚାରକୁ ସ୍ପଷ୍ଟ ଭାବରେ ବ୍ୟକ୍ତ କରିପାରେ।


ଜୁନ 2025 ରେ ମୋଟ 30 ଦିନ ଥାଏ ଏବଂ ଏହା ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଋତୁର ପ୍ରଥମ ମାସ। ଜୁନମାସର ନାମ ଲାଟିନ୍ ଶବ୍ଦ 'ଜୁନୋ' ରୁ ଆସିଛି, ଯିଏ ରୋମାନ ପୌରାଣିକ କାହାଣୀରେ ବିବାହ, ସନ୍ତାନ ପ୍ରସବ ଏବଂ ପାରିବାରିକ ଜୀବନର ଦେବୀ।

ଏହି ମାସଟି କିପରି ରହିବ ତାହା ଜାଣିବାକୁ ଅନେକ ଲୋକ ଆଗ୍ରହୀ। ଏହି ମାସ ବିଷୟରେ ଲୋକଙ୍କ ମନରେ ଅନେକ ପ୍ରକାରର ପ୍ରଶ୍ନ ଆସେ, ଯେପରିକି ସେମାନଙ୍କ କ୍ୟାରିୟର କିପରି ରହିବ, ସେମାନଙ୍କ ସ୍ୱାସ୍ଥ୍ୟ ଭଲ ରହିବ କି ନାହିଁ, ପରିବାରରେ ଖୁସି ରହିବ କି ଟେନସନ୍ ରହିବ ନା ନାହିଁ, ଇତ୍ୟାଦି।

ଜୁନ2025 ର ଏହି ସ୍ୱତନ୍ତ୍ର ବ୍ଲଗରେ ଆପଣ ଏହି ସମସ୍ତ ପ୍ରଶ୍ନର ଉତ୍ତର ପାଇବେ। ଏହା ସହିତ, ଜୁନମାସରେ କେଉଁ ତାରିଖରେ କେଉଁ ଗ୍ରହମାନେ ଗୋଚର କରିବାକୁ ଯାଉଛନ୍ତି ଏବଂ ଜୁନମାସରେ କେଉଁ ତାରିଖରେ ବ୍ୟାଙ୍କ ଛୁଟି ରହିବ ଏବଂ ବିବାହ ମୁହୂର୍ତ୍ତଗୁଡ଼ିକ କ’ଣ ସେ ବିଷୟରେ ମଧ୍ୟ ଏହି ବ୍ଲଗରେ ସୂଚନା ଦିଆଯାଇଛି।

ତେବେ ଆସନ୍ତୁ ଏବେ ଆଗକୁ ବଢ଼ିବା ଏବଂ ଜାଣିବା ଜୁନମାସରେ କ’ଣ ବିଶେଷ ଅଛି।

ଭବିଷ୍ୟତ ସହ ଜଡିତ ଯେକୌଣସି ସମସ୍ୟାର ସମାଧାନ ଜ୍ଞାନୀ ଜ୍ୟୋତିଷଙ୍କ ସହ କଥା ହୋଇ ହେବ।

ଜୁନ ରେ ଜନ୍ମ ହୋଇଥିବା ଲୋକଙ୍କ ପାଖରେ ଥାଏ ଏହି ଗୁଣ

ଜିଦ୍ଖୋର: ଏହା ବିଶ୍ୱାସ କରାଯାଏ ଯେ ଜୁନମାସରେ ଜନ୍ମିତ ଲୋକମାନେ ବହୁତ ଜିଦ୍ଖୋର ହୋଇଥାନ୍ତି। ଏହି ଲୋକମାନେ ନିଜ ଇଚ୍ଛାରେ ବଞ୍ଚିବାକୁ ପସନ୍ଦ କରନ୍ତି। ସେମାନେ ସେମାନଙ୍କ ବନ୍ଧୁମାନଙ୍କ ମଧ୍ୟରେ ବହୁତ ଲୋକପ୍ରିୟ। ସେମାନଙ୍କର ବ୍ୟକ୍ତିତ୍ୱ ଏପରି ଯେ ସେମାନେ ସହଜରେ ଲୋକମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରିପାରନ୍ତି।

ସେମାନେ ସାହାଯ୍ୟ କରନ୍ତି: ଜୁନମାସରେ ଜନ୍ମିତ ଲୋକମାନେ ସ୍ୱଭାବରେ ବହୁତ ଦୟାଳୁ ଏବଂ ସାହାଜ୍ୟକରି ହୋଇଥାନ୍ତି। ସେମାନେ ସବୁବେଳେ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ଥାଆନ୍ତି।

ସେମାନେ ଜିଜ୍ଞାସୁ: ଏହି ଲୋକମାନଙ୍କର ଜିଜ୍ଞାସୁ ପ୍ରକୃତି ଏବଂ ସେମାନଙ୍କ ମନରେ ସବୁବେଳେ କିଛି ନା କିଛି ଧାରଣା ଘୂରି ବୁଲୁଥାଏ। ସେମାନେ ନୂଆ କିଛି ଶିଖିବାକୁ ଅଧିକ ସମୟ ନିଅନ୍ତି ନାହିଁ ଏବଂ ସେମାନଙ୍କର ଜିଜ୍ଞାସା ଯୋଗୁଁ ସେମାନେ ସାହସିକ ହୋଇଯାଆନ୍ତି।।

ସେମାନେ ରୋମାଣ୍ଟିକ ଏବଂ ଭାବପ୍ରବଣ ହୋଇଥାନ୍ତି: ଏହି ମାସରେ ଜନ୍ମିତ ଲୋକମାନେ ବହୁତ ରୋମାଣ୍ଟିକ ସ୍ୱଭାବର ହୋଇଥାନ୍ତି। ସେମାନେ ସହଜରେ ଭାବପ୍ରବଣ ସମ୍ପର୍କ ସ୍ଥାପନ କରନ୍ତି ଏବଂ ଦୃଢ଼ ସମ୍ପର୍କ ଗଢ଼ିପାରନ୍ତି।

ସ୍ୱାଧୀନତାକୁ ଭଲ ପାଆନ୍ତି: ଏହି ଲୋକମାନେ ସ୍ୱାଧୀନତାକୁ ଭଲ ପାଆନ୍ତି, ଏବଂ ଭ୍ରମଣ, ପରିବର୍ତ୍ତନ ଏବଂ ଅନୁସନ୍ଧାନ ସେମାନଙ୍କ ଖୁସି ପାଇଁ ଗୁରୁତ୍ୱପୂର୍ଣ୍ଣ।

ଭାଗ୍ୟଶାଳୀ ଅଙ୍କ: 3 ଓ 6

ଭାଗ୍ୟଶାଳୀ ରଙ୍ଗ: ହଳଦିଆ , ହଲ୍କା ସବୁଜ, ଆକାଶ ନୀଳ, କ୍ରିମ୍ ଏବଂ ରୂପା

ଭାଗ୍ୟଶାଳୀ ରତ୍ନ:ମୋତି ଓ ମୁନସ୍ଟୋନ ।

ଭାଗ୍ୟଶାଳୀ ଫୂଳ: ଗୋଲାପ, ଲ୍ଯାଭେନ୍ଡାର, ଲିଲୀ।

ଶୁ ଦିନ: ବୁଧବାର, ଶୁକ୍ରବାର, ଶନିବାର।

ସ୍ଵାମ ଗ୍ରହ: ବୁଧ ଓ ଚନ୍ଦ୍ର

ଜୁନ 2025 ର ଜ୍ୟୋତିଷୀୟ ତଥ୍ୟ ଓ ହିନ୍ଦୁ ପଞ୍ଚାଙ୍ଗର ଗଣନା

ଜୁନ2025 ଆଶ୍ଳେଷା ନକ୍ଷତ୍ର ଅଧୀନରେ ଶୁକ୍ଳ ପକ୍ଷର ଷଷ୍ଠୀ ତିଥିରୁ ଆରମ୍ଭ ହେବ | ଯେତେବେଳେ କି, ଜୁନ2025 ପୂର୍ବ ଫାଲଗୁନି ନକ୍ଷତ୍ରର ଶୁକ୍ଳ ପକ୍ଷର ଷଷ୍ଠ ତିଥିରେ ଶେଷ ହେବ।

ଫ୍ରୀ ଅନଲାଇନ ଜନ୍ମ କୁଣ୍ଡଳୀ ସଫ୍ଟୱେୟାର୍ ରୁ ଜାଣନ୍ତୁ କୁଣ୍ଡଳୀ ବିଷୟରେ ସମ୍ପୂର୍ଣ ସୂଚନା

ଜୁନ 2025 ରେ ହିନ୍ଦୁ ବ୍ରତ ଓ ପର୍ବପର୍ବାଣି

ତିଥି

ଦିନ

ପର୍ବ ଓ ବ୍ରତ

06 ଜୁନ 2025

ଶୁକ୍ରବାର

ନିର୍ଜଳା ଏକାଦଶୀ

08 ଜୁନ 2025

ରବିବାର

ପ୍ରଦୋଷ ବ୍ରତ (ଶୁକ୍ଳ)

11 ଜୁନ 2025

ବୁଧବାର

ଜ୍ୟେଷ୍ଠ ପୁର୍ଣିମା ବ୍ରତ

14 ଜୁନ 2025

ଶନିବାର

ସଂକଷ୍ଟୀ ଚତୁର୍ଥି

15 ଜୁନ 2025

ରବିବାର

ମିଥୁନ ସଂକ୍ରାନ୍ତି

21 ଜୁନ 2025

ଶନିବାର

ଯୋଗୀନୀ ଏକାଦଶୀ

23 ଜୁନ 2025

ସୋମବାର

ମାସିକ ଶିବରାତ୍ରି

23 ଜୁନ 2025

ସୋମବାର

ପ୍ରଦୋଷ ବ୍ରତ (କୃଷ୍ଣ)

25 ଜୁନ 2025

ବୁଧବାର

ଅଶାର୍ହ ଅମାବାସ୍ୟା

27 ଜୁନ 2025

ଶୁକ୍ରବାର

ଜଗନ୍ନାଥ ରଥ ଯାତ୍ରା

ଜୁନ 2025 ରେ ପଡ଼ୁଥିବା ମହତ୍ୱପୂର୍ଣ ବ୍ରତ ଓ ପର୍ବପର୍ବାଣି

ଜୁନ ମାସରେ ଅନେକ ଉପବାସ ଏବଂ ପର୍ବପର୍ବାଣୀ ଅଛି କିନ୍ତୁ କିଛି ପ୍ରମୁଖ ଉପବାସ ବିଷୟରେ ଜୁନ ଓଭରଭ୍ୟୁ 2025 ରେ ନିମ୍ନରେ ବିସ୍ତାରିତ ଭାବରେ ବର୍ଣ୍ଣନା କରାଯାଇଛି:

ନିର୍ଜାଲା ଏକାଦଶୀ: ଏହି ଦିନ ଭଗବାନ ବିଷ୍ଣୁ ଏବଂ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରାଯାଏ। ନିର୍ଜଳା ଏକାଦଶୀରେ ନିର୍ଜଳା ଉପବାସ ରଖିବାର ନିୟମ ଅଛି। ଏହାକୁ ସମସ୍ତ ଏକାଦଶୀ ମଧ୍ୟରେ ସବୁଠାରୁ କଷ୍ଟକର କିନ୍ତୁ ପୁଣ୍ୟ ବୋଲି ବିବେଚନା କରାଯାଏ।

ଜ୍ୟେଷ୍ଠ ପୂର୍ଣ୍ଣିମା ବ୍ରତ: ଏହି ଦିନରେ ପବିତ୍ର ନଦୀଗୁଡ଼ିକରେ ସ୍ନାନ, ଦାନ ଏବଂ ଉପବାସର ବହୁତ ମହତ୍ତ୍ୱ ଅଛି। ଏହି ଦିନ ସତ୍ୟନାରାୟଣଙ୍କ କଥା ଏବଂ ପୂଜା ମଧ୍ୟ କରାଯାଏ।

ସଂକଷ୍ଟୀ ଚତୁର୍ଥି: ଏହି ଦିନ ଭଗବାନ ଗଣେଶଙ୍କୁ ପୂଜା କରାଯାଏ। ସନ୍ଧ୍ୟାରେ ଚନ୍ଦ୍ରଙ୍କୁ ଅର୍ଘ୍ୟ ଅର୍ପଣ କରିବା ପରେ ହିଁ ଉପବାସ ଭାଙ୍ଗିଥାଏ।

ଆଷାଢ଼ ଅମାବାସ୍ୟା: ଏହି ଦିନକୁ ପୂର୍ବପୁରୁଷମାନଙ୍କୁ ପ୍ରାର୍ଥନା କରିବା ପାଇଁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ। ଏହି ଦିନରେ ଶ୍ରାଦ୍ଧ, ଦାନ ଏବଂ ପବିତ୍ର ନଦୀରେ ସ୍ନାନର ବିଶେଷ ମହତ୍ତ୍ୱ ରହିଛି।

ଜଗନ୍ନାଥ ଯାତ୍ରା: ଓଡ଼ିଶାର ପୁରୀ ରାଜ୍ୟରେ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଆୟୋଜିତ ହୁଏ। ଏହି ସମୟରେ, ପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରା ସେମାନଙ୍କ ରଥରେ ବସି ସମଗ୍ର ନଗର ପରିକ୍ରମା କରନ୍ତି।

ଜୁନ 2025 ରେ ପଡ଼ୁଥିବା ବ୍ଯାଙ୍କ ଛୁଟି

ତିଥି

ଦିନ

ଛୁଟି

ରାଜ୍ୟ

07 ଜୁନ

ଶନିବାର

ବକ୍ର ଈଦ/ଈଦ ଉଲ ଅଜହା

ଚଣ୍ଡୀଗଡ଼, ଦମନ ଓ ଦିଉ, ଦଦରା ଓ ଙ୍ଗର ହବେଲି , ଅରୁଣାଚଳ ପ୍ରଦେଶ, ସିକ୍କିମ, ଇତ୍ୟାଦି କୁ ଛାଡ଼ି ଅନ୍ୟ ସମସ୍ତ ରାଜ୍ୟରେ ଛୁଟି

08 ଜୁନ

ରବିବାର

ବକ୍ର ଈଦ/ଈଦ ଉଲ ଅଜହା ଛୁଟି

ଜମ୍ମୁ କାଶ୍ମୀର

11 ଜୁନ

ବୁଧବାର

ସନ୍ଥ ଗୁରୁ କବିର ଜୟନ୍ତୀ

ପଞ୍ଜାବ, ହାରୀୟାଣା, ହିମାଚଳ ପ୍ରଦେଶ, ଛତିଶଗଢ଼

12 ଜୁନ

ଗୁରୁବାର

ଗୁରୁ ହରଗୋବିନ୍ଦ ଜୟନ୍ତୀ

ଜମ୍ମୁ କାଶ୍ମୀର

14 ଜୁନ

ଶନିବାର

ପହିଲି ରଜ

ଓଡ଼ିଶା

15 ଜୁନ

ରବିବାର

ରଜ ସଂକ୍ରାନ୍ତି

ଓଡ଼ିଶା

15 ଜୁନ

ରବିବାର

ୱାଇଏମଏ ଦିବସ

ମିଜୋରାମ

27 ଜୁନ

ଶୁକ୍ରବାର

ରଥ ଯାତ୍ରା

ଓଡ଼ିଶା

30 ଜୁନ

ସୋମାବର

ରେମନୋ ନି

ମିଜୋରାମ

ଜୁନ 2025 ବିବାହ ମୂହୁର୍ତ୍ତ

ଦିନ ଏବଂ ବାର

ନକ୍ଷତ୍ର

ତିଥି

ମୂହୁର୍ତ୍ତର ସମୟ

02 ଜୁନ 2025, ସୋମବାର

ମାଘ

ସପ୍ତମୀ

ସକାଳ 08:20 ରୁ ରାତି 08:34 ପର୍ଯ୍ୟନ୍ତ

03 ଜୁନ 2025, ମଙ୍ଗଳବାର

ଉତ୍ତରାଫାଲ୍ଗୁନୀ

ନବମୀ

ରାତି 12:58 ରୁ ସକାଳ 05:44 ପର୍ଯ୍ୟନ୍ତ

04 ଜୁନ 2025 (ବୁଧବାର)

ଉତ୍ତରାଫାଲ୍ଗୁନୀ ଓ ହସ୍ତ

ନବମୀ, ଦଶମୀ

ସକାଳ 05:44 ରୁ ସକାଳ 05:44 ପର୍ଯ୍ୟନ୍ତ

05 ଜୁନ 2025, ଗୁରୁବାର

ହସ୍ତ

ଦଶମୀ

ସକାଳ 05:18 ରୁ ସକାଳ 09:14 ପର୍ଯ୍ୟନ୍ତ

07 ଜୁନ 2025, ଶନିବାର

ସ୍ଵାତି

ଦ୍ବାଦଶୀ

ସକାଳ 09:40 ରୁ ସକାଳ 11:18 ପର୍ଯ୍ୟନ୍ତ

08 ଜୁନ 2025, ରବିବାର

ବିଶାଖା, ସ୍ଵାତି

ଟ୍ରାୟାଦଶୀ

ଦ୍ଵିପ୍ରହର 12:18 ରୁ ଦ୍ଵିପ୍ରହର 12:42 ପର୍ଯ୍ୟନ୍ତ

ଜୁନ 2025 ମୁଣ୍ଡନ ମୁହୂର୍ତ

ଦିନ

ସମୟ

5 ଜୁନ 2025

08:51-15:45

6 ଜୁନ 2025

08:47-15:41

8 ଜୁନ 2025

10:59-13:17

15 ଜୁନ 2025

17:25-19:44

16 ଜୁନ 2025

08:08-17:21

20 ଜୁନ 2025

05:55-10:12

12:29-19:24

21 ଜୁନ 2025

10:08-12:26

14:42-18:25

26 ଜୁନ 2025

14:22-16:42

27 ଜୁନ 2025

07:24-09:45

12:02-18:56

ଜୁନ ରେ ପଡ଼ୁଥିବା ଗ୍ରହଣ ଓ ଗୋଚର

ବୁଧଙ୍କର ମିଥୁନ ରାଶିରେ ଗୋଚର: 06 ଜୁନ 09:15 ରେ ବୁଧ ମିଥୁନ ରାଶିରେ ଗୋଚର କରିବେ।

ମଙ୍ଗଳଙ୍କର ସିଂହ ରାଶିରେ ଅସ୍ତ: 07 ଜୁଏନ ରାତି 01:33 ରେ ମଙ୍ଗଳ ଚନ୍ଦ୍ରଙ୍କର ରାଶି ସିଂହ ରେ ପ୍ରବେଶ କରିବେ।

ବୃହସ୍ପତି ମିଥୁନ ରାଶିରେ ଅସ୍ତ: 09 ଜୁନ ସନ୍ଧ୍ୟା 04:12 ରେ ବୃହସ୍ପତି ମିଥୁନ ରାଶିରେ ଅସ୍ତ ହେବେ।

ବୁଧଙ୍କର ମିଥୁନ ରାଶିରେ ଉଦୟ: 11 ଜୁନ ସକାଳ 11:57 ରେ ବୁଧ ମିଥୁନରେ ଉଦୟ ହେବେ।

ସୂର୍ଯ୍ୟଙ୍କର ମିଥୁନ ରାଶିରେ ଗୋଚର: 15 ଜୁନ 06:25 ରେ ସୂର୍ଯ୍ୟ ମିଥୁନ ରାଶିରେ ଗୋଚର କରିବେ।

ବୁଧଙ୍କର କର୍କଟ ରାଶିରେ ଗୋଚର: 22 ଜୁଏନ ରାତି 09:17 ରେ ବୁଧ କର୍କଟ ରାଶିରେ ଗୋଚର କରିବେ।

ଶୁକ୍ରଙ୍କର ବୃଷ ରାଶିରେ ଗୋଚର: ଦ୍ଵିପ୍ରହର 01: 56 ରେ ଶୁକ୍ର ଗ୍ରହ ବୃଷ ରାଶିରେ ପ୍ରବେଶ କରିବେ।

ସମସ୍ତ 12ଟି ରାଶି ପାଇଁ ଜୁନ 2025ର ରାଶିଫଳ

ମେଷ ରାଶି

ଜୁନ ମାସିକ ରାଶିଫଳ 2025 ଅନୁସାରେ ଏହି ମାସ ମେଷ ରାଶିର ଲୋକଙ୍କ ପାଇଁ ଅନୁକୂଳ ରହିବ। ଏହି ରାଶିର ସ୍ବାମୀ ମଙ୍ଗଳ ଗ୍ରହ ମାସର ଆରମ୍ଭରେ ନିଜର ନିଚ୍ଚ ରାଶି କର୍କଟରେ ଚତୁର୍ଥ ଘରେ ରହିବେ ଯାହା ଦ୍ବାରା ଆପଣଙ୍କୁ ସ୍ବାସ୍ଥ୍ୟ ସମସ୍ଯା ହେବାର ଆଶଙ୍କା ଅଛି। ଏହି ସମୟରେ ଆପଣ ନିଜର କାର୍ଯ୍ୟରେ ଅତ୍ୟଧିକ ବ୍ୟସ୍ତ ରହିବେ। କାର୍ଯ୍ୟକ୍ଷେତ୍ରରେ ଭଲ ସଫଳତା ଓ ଧନ ଲାଭର ଯୋଗ ଅଛି। ଛାତ୍ରଙ୍କ ପାଇଁ ଏହି ମାସ ସମସ୍ଯା ରେ ଭାରି ରହିବ। ସ୍ବାସ୍ଥ୍ୟ ସମସ୍ଯା ଛାତ୍ରଙ୍କର ହୋଇପାରେ। ଆପଣଙ୍କର ନିଜର ମା’ଙ୍କ ଝଗଡ଼ା ହୋଇପାରେ। ଆପଣ ଓ ଆପଣଙ୍କର ପାର୍ଟନର ମଧ୍ଯରେ ଭୁଲ ବୁଝାମଣା ହୋଇପାରେ। ଜୁନ ଓଭରଭ୍ୟୁ 2025 ମାସିକ ରାଶିଫଳ 2025 ଅନୁସାରେ ଏହି ମାସରେ ଆପଣଙ୍କର ରୋଜଗାର ଭଲ ରହିବ। ଆୟ ଲଗାତ ହେବ। ଏହି ମାସରେ ମେଷ ରାଶିର ଲୋକଙ୍କୁ ଛାତିରେ ଜଳା ପୋଡ଼ା ହେବାର ଆଶଙ୍କା ଅଛି।

ଉପାୟ : ଆପଣ ବୃହସ୍ପତିବାର ଦିନ କଦଳୀ ଗଛରେ ଜଳ ଛିଞ୍ଚନ୍ତୁ।

ମେଷ ସାପ୍ତାହିକ ରାଶିଫଳ

ବୃଷ ରାଶି

ଜୁନ ମାସିକ ରାଶିଫଳ 2025 ଅନୁସାରେ ବୃଷ ରାଶିର ଲୋକଙ୍କୁ ଏହି ମାସରେ ମିଶ୍ରିତ ପରିଣାମ ମିଳିପାରେ। ଏହି ସମୟରେ ଆପଣଙ୍କୁ ଲମ୍ବା ଯାତ୍ରା କିମ୍ବା ବିଦେଶ ଯିବାର ସୁଯୋଗ ମିଳିପାରେ। ରାହୁର ପ୍ରଭାବ କାରଣରୁ ଆପଣ କାମକୁ ଅଧିକ ଗମ୍ଭୀରତା ନେବେ ନାହିଁ ଓ ଏହି କାରଣରୁ ଆପଣଙ୍କୁ ନିଜର କାର୍ଯ୍ୟକ୍ଷେତ୍ରରେ କିଛି ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ। ଏହି ସମୟରେ ଛାତ୍ର ନିଜ ପଢ଼ା ଉପରେ ଧ୍ୟାନ ଦେବେ। ପ୍ରତିଯୋଗୁ ପରୀକ୍ଷାର ପ୍ରସ୍ତୁତି କରୁଥିବା ଛାତ୍ର ପାଇଁ ଏହି ସମୟ ଭଲ ହେବ। ଆପଣଙ୍କୁ ନିଜର ପାରିବାରିକ ଜୀବନରେ ସୁଖ-ଶାନ୍ତି ମିଳିବ। ଆପଣଙ୍କୁ ନିଜ ପ୍ରେମର ପରୀକ୍ଷା ଦେବାକୁ ପଡ଼ିବ। ପତି-ପତ୍ନୀଙ୍କର ସମ୍ପର୍କ ଦୃଢ଼ ହେବ। ଏହି ମାସରେ ଆପଣଙ୍କ ପାଖରେ ପର୍ଯ୍ୟାପ୍ତ ଧନ ରହିବ। ଏହି ମାସରେ ବୃଷ ରାଶିର ଲୋକଙ୍କୁ ଛାତିରେ ଜଳା-ପୋଡ଼ା ଓ ବ୍ଲଡ୍ ପ୍ରେଶର୍ ସମସ୍ଯା ହୋଇପାରେ।

ଉପାୟ : ଶନିବାର ଦିନ ଗରିବ ଲୋକଙ୍କୁ ଭୋଜନ କରାନ୍ତୁ।

ବୃଷ ସାପ୍ତାହିକ ରାଶିଫଳ

କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

ମିଥୁନ ରାଶି

ଏହି ମାସରେ ବୃହସ୍ପତି ଗ୍ରହ ମିଥୁନ ରାଶିର ଲୋକଙ୍କୁ ପରିଶ୍ରମୀ କରିବେ। ଏହି ମାସରେ ଆପଣଙ୍କର ବ୍ୟବସାୟର ସ୍ଥିତି ମଧ୍ୟ ଭଲ ରହିବ। ପ୍ରେମ ସମ୍ବନ୍ଧ ମାମଲାରେ ଏହି ମାସ ଅନୁକୂଳତା ଆଣିବ। ଏହି ସମୟରେ ଚାକିରି କରିଥିବା ଲୋକଙ୍କୁ ସଫଳତା ମିଳିବ। ଏହି ମାସରେ ସମ୍ପୂର୍ଣ ଧ୍ୟାନ କାମରେ ରହିବ। ଛାତ୍ରଙ୍କର ପଢ଼ା ଉପରେ ଧ୍ୟାନ ରହିବ। ପରିବାରର ସଦସ୍ୟଙ୍କ ମଧ୍ଯରେ ଦୂରତା ବଢ଼ିପାରେ। ପ୍ରେମ ସମ୍ବନ୍ଧ ପାଇଁ ଏହି ମାସ ବହୁତ ଭଲ ରହିବ। ଆପଣ ଦୁହେଁ ପରସ୍ପର ପାଇଁ ଅଧିକ ସମୟ କାଢ଼ିବେ। ଏହି ମାସରେ ଆପଣଙ୍କର ଖର୍ଚ୍ଚ ବଢ଼ିବ। ଏହି ମାସରେ ସ୍ବାସ୍ଥ୍ୟ ଭଲ ରହିବ। ଆଖିରେ ସମସ୍ଯା , ବ୍ଲଡ୍ ପ୍ରେଶର୍ ସମ୍ବନ୍ଧିତ ସମସ୍ଯା ହୋଇପାରେ।

ଉପାୟ : ଆପଣ ବୁଧବାର ଦିନ କିନ୍ନରଙ୍କର ଆଶୀର୍ବାଦ ନିଅନ୍ତୁ।

ମିଥୁନ ସାପ୍ତାହିକ ରାଶିଫଳ

କର୍କଟ ରାଶି

ମାସର ଆରମ୍ଭରେ ମଙ୍ଗଳ କର୍କଟ ରାଶିର ରହି ଆପଣଙ୍କର କ୍ରୋଧକୁ ବଢ଼ାଇବାର କାମ କରିବ। ଆପଣଙ୍କୁ ନିଜର ବାଣୀ ଉପରେ ସଂଯମ ରଖିବା ଉଚିତ। ଆପଣଙ୍କର ଆୟରେ ବୃଦ୍ଧି ହେବ। ଆପଣ ସମ୍ପୂର୍ଣ ପରିଶ୍ରମ ସହିତ କାମ କରିବେ। ଆପଣଙ୍କୁ ଶିକ୍ଷା କ୍ଷେତ୍ରରେ ଇଚ୍ଛାନୁଯାୟୀ ପରିଣାମ ମିଳିବ। ସ୍ବାସ୍ଥ୍ୟ ସମସ୍ଯା ହେବା ଯୋଗୁଁ ଆପଣଙ୍କର ଶିକ୍ଷାରେ ସମସ୍ଯା ଆସିପାରେ। ପାରୁବାରର ସଦସ୍ୟଙ୍କ ଅଧ୍ୟରେ ପ୍ରେମ ବଢ଼ିବ। ଆପଣ ଓ ଆପଣଙ୍କର ପାର୍ଟନର ପରସ୍ପରକୁ ବୁଝିପାରିବେ। ଆପଣଙ୍କର ରୋଜଗାର ବଢ଼ିବ। ଏହି ମାସରେ ଆପଣଙ୍କର ସ୍ବାସ୍ଥ୍ୟ ସମସ୍ଯା ବଢ଼ିପାରେ।

ଉପାୟ : ଗୁରୁବାର ଦିନ ବାଦାମି ରଙ୍ଗର ଗାଈକୁ କିଛି ଖୁଆନ୍ତୁ।

କର୍କଟ ସାପ୍ତାହିକ ରାଶିଫଳ

ସିଂହ ରାଶି

ଜୁନ ମାସରେ ଆପଣଙ୍କର ସ୍ଵଭାବରେ ବୃଦ୍ଧି ହୋଇପାରେ। ଆପଣଙ୍କୁ ନିଜର କାର୍ଯ୍ୟକ୍ଷେତ୍ରରେ ଭଲ ସଫଳତା ମିଳିପାରେ। ଆପଣଙ୍କର ରୋଜଗାର ବଢ଼ିବ। ବ୍ୟବସାୟୀ ଏହି ମାସରେ ଶର୍ଟକଟ ନେବା ଉଚିତ ନୁହେଁ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ସ୍ଥିତି ଦୃଢ଼ ହେବ। ଏହି ମାସରେ ଶନି ଦେବ ଆପଣଙ୍କର ପରୀକ୍ଷା ନେବେ। ଏହି କାରଣରୁ ଆପଣଙ୍କୁ ଲଗାତର ପରିଶ୍ରମ କରିବା ଉଚିତ। ଆପଣଙ୍କର ପାରିବାରିକ ଜୀବନରେ କିଛି ଉତ୍ଥାନ-ପତନ ଆସିପାରେ। ଏହି ମାସରେ ଆପଣଙ୍କୁ ସ୍ବାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ।

ଉପାୟ : ଆପଣ ପ୍ରତ୍ଯେକ ରବିବାରକୁ ଶ୍ରୀ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ।

ସିଂହ ସାପ୍ତାହିକ ରାଶିଫଳ

କନ୍ୟା ରାଶି

କନ୍ୟା ରାଶିର ଲୋକଙ୍କ ପାଇଁ ଏହି ମାସ ହାରାହାରି ରହିବ। ଆପଣଙ୍କୁ ନିଜର କାର୍ଯ୍ୟରେ ସଫଳତା ମିଳିବ। ଚାକିରି କରିଥିବା ଲୋକଙ୍କର ସ୍ଥିତି ଭଲ ରହିବ। ଏହି ମାସରେ ଛାତ୍ରଙ୍କୁ ଶିକ୍ଷା କ୍ଷେତ୍ରରେ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ। ଏହି ସମୟରେ ଆପଣଙ୍କର ପାରିବାରିକ ସମ୍ବନ୍ଧ ଦୃଢ଼ ହେବ। ମଙ୍ଗଙ୍କର ଯୋଗୁଁ ଆପଣଙ୍କର ପ୍ରେମ ସମ୍ବନ୍ଧରେ ଚାପ ସୃଷ୍ଟି ହେବ। ଆପଣଙ୍କର ହଠାତ ଖର୍ଚ୍ଚ ବଢ଼ିପାରେ। ଏହି ମାସରେ ସ୍ବାସ୍ଥ୍ୟର ଧ୍ୟାନ ରଖନ୍ତୁ। ଆପଣଙ୍କୁ ଆଘାତ ଲାଗିବାର ସମ୍ଭାବନା ଅଛି।

ଉପାୟ: ଆପଣଙ୍କୁ ବୁଲା କୁକରଙ୍କୁ ଭୋଜନ କରାଇବା ଉଚିତ।

କନ୍ୟା ସାପ୍ତାହିକ ରାଶିଫଳ

ଆପଣଙ୍କର ଜାତଜରେ ମଧ୍ୟ ଅଛି ରାହ ଯୋଗ? ପାଆନ୍ତୁ ନିଜର ରାଜଯୋଗ ରିପୋର୍ଟ୍

ତୁଳା ରାଶି

ଶୁକ୍ରଙ୍କର ବୃଷ ରାଶିରଏ ଗୋଚର ହେବା ଦ୍ବାରା ଆପଣଙ୍କର ଗଉଅତ ବିଦ୍ୟାରେ ରୁଚି ବଢ଼ିବ। ଆପଣ ଗବେଷଣା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ। ଜୁନ ଓଭରଭ୍ୟୁ 2025 ରେ କୁହାଯାଇଛି ଯେ ଚାକିରି କରୁଥିବା ଲୋକଙ୍କୁ କିଛି ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିପାରେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର କାହା ସହିତ ଝଗଡ଼ା ହୋଇପାରେ। ଛାତ୍ରଙ୍କୁ ଏହି ସମୟରେ ଏକାଗ୍ରତାର ସମସ୍ଯା ଦେଇ ଗତି କରିବାକୁ ହେବ। ଏହି ମାସରେ ଆପଣଙ୍କର ପାରିବାରିକ ସମ୍ବନ୍ଧରେ ଅବୁଝାମଣା ହୋଇପାରେ। ନିଜର ପ୍ରେମୀ ସହିତ ନିଜର ମନର କଥା କହିବାରେ ଦ୍ଵନ୍ଦ ଅନୁଭବ କରିପାରନ୍ତି। ଆପଣ ଠିକ ନିସପ୍ତି ନେଇ ନିଜର ଆର୍ଥିକ ସ୍ଥିତିକୁ ଦୃଢ଼ କରିବାରେ ନିଜକୁ ସାହାଜ୍ୟ କରିବେ। ଆପଣଙ୍କୁ ଖାଇବା-ପିଇବାର ଅଭ୍ଯାସ କୁ ନେଇ ସତର୍କ ରହିବାକୁ ହେବ।

ଉପାୟ : ଏହି ରାଶିର ଲୋକ ବୁଧବାର ଦିନ କିନ୍ନରଙ୍କୁ କୌଣସି ବସ୍ତୁ ଉପହାର ଦିଅନ୍ତୁ ଓ ତାଙ୍କର ଆଶୀର୍ବାଦ ନିଅନ୍ତୁ।

ତୁଳା ସାପ୍ତାହିକ ରାଶିଫଳ

ବିଛା ରାଶି

ବିଛା ରାଶିର ଲୋକଙ୍କ ପାଇଁ ଜୁନ ମାସ ଉତ୍ଥାନ-ପତନରେ ଭାରି ରହିବ। ଆପଣଙ୍କୁ ନିଜର ସ୍ବାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ଆପଣଙ୍କୁ ନିଜର କାର୍ଯ୍ୟକ୍ଷେତ୍ରରେ ମନ ଲାଗି କାମ କରିବାକୁ ହେବ। ଏହି ମାସରେ ଆପଣଙ୍କୁ ନିଜର କ୍ୟାରିଅରକୁ ନେଇ ସମ୍ଭାଳି ରହିବାକୁ ପଡ଼ିବ। ଆପଣଙ୍କର ମନରେ ବିରକତି ଭାବ ଆସିପାରେ। ଛାତ୍ରଙ୍କୁ ପଢ଼ା ମାମଲାରେ କିଛି ସମସ୍ଯା ଆସିପାରେ। ଆପଣଙ୍କୁ ନିଜର ଏକାଗ୍ରତା ବଢ଼ାଇବା ପାଇଁ ଚେଷ୍ଟା କରିବାକୁ ପଡ଼ିବ। ପରିବାରର ସଦସ୍ୟଙ୍କ ମଧ୍ଯରେ ପାରସ୍ପରିକ ତାଳମେଳର ଅଭାବ ହୋଇପାରେ। ଜୁନ ଓଭରଭ୍ୟୁ 2025 ଅନୁଯାୟୀ ଯେଉଁ ଲୋକ ପ୍ରେମ ସମ୍ବନ୍ଧରେ ଅଛନ୍ତି, ତାଙ୍କୁ ବାରମ୍ବାର ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ। ଆପଣଙ୍କର ରୋଜଗାର ଲଗାତାର ବଢ଼ିପାରେ। ଏହି ସମୟରେ ସ୍ବାସ୍ଥ୍ୟ ସମସ୍ଯା ଅଣଦେଖା କରିବା ଉଚିତ ହେବ ନାହିଁ।

ଉପାୟ : ଆପଣ ଏହି ମାସରେ ଅନୁକୂଳ ପରିଣାମ ପ୍ରାପ୍ତ କରିବା ପାଇଁ ଶନିବାର ଦିନ ଗୋଟା ହରଡ଼ ଡାଲି ଶନି ଦେବଙ୍କର ମନ୍ଦିରରେ ଦାନ କରନ୍ତୁ।

ବିଛା ସାପ୍ତାହିକ ରାଶିଫଳ

କୁଣ୍ଡଳୀରେ ଥିବା ରାଜ ଯୋଗ ର ସମସ୍ତ ସୂଚନା ପାଆନ୍ତୁ

ଧନୁ ରାଶି

ଧନୁ ରାଶିର ଲୋକଙ୍କର ବ୍ୟବସାୟ ଓ ବୈବାହିକ ଜୀବନରେ ଉତ୍ଥାନ-ପତନ ଦେଖିବାକୁ ପଡ଼ିପାରେ। ଆପଣଙ୍କୁ ସ୍ବାସ୍ଥ୍ୟ ସମସ୍ଯା ହଇରାଣ କରିପାରେ। ଆପଣଙ୍କ ପାଇଁ ଲମ୍ବା ଯାତ୍ରା ଓ ଧାର୍ମିକ ତୀର୍ଥ ଯାତ୍ରାର ଯୋଗ ସୃଷ୍ଟି ହେଉଛି। ଚାକିରି କରିଥିବା ଲୋକଙ୍କୁ କାର୍ଯ୍ୟକ୍ଷେତ୍ରରେ କଠିନ ପରିଶ୍ରମ କରିବାକୁ ପଡ଼ିପାରେ। ଏହି ମାସରେ ଛାତ୍ରଙ୍କର ଏକାଗ୍ରତା ବାରମ୍ବାର ଭଙ୍ଗ ହେବ। ଏହି ସମୟରେ ଆପଣଙ୍କର ପାରିବାରିକ ଜୀବନରେ ଅସନ୍ତୁଳନ ଆସିପାରେ। ପରିବାର ସମ୍ପତିରୁ ଆପଣଙ୍କୁ ଧନ ଓ ସୁଖ ପ୍ରାପ୍ତ ହୋଇପାଟେ। ଆପଣଙ୍କୁ ନିଜର ସ୍ବାସ୍ଥ୍ୟର ବିଶେଷ ଧ୍ୟାନ ରଖିବା ଆବଶ୍ୟକ।

ଉପାୟ : ଆପଣ ବୃହସ୍ପତିବାର ଦିନ କଦଳୀ ଓ ଓସ୍ତ ଗଛ ଲଗାନ୍ତୁ।

ଧନୁ ସାପ୍ତାହିକ ରାଶିଫଳ

ମକର ରାଶି

ଆପଣଙ୍କୁ ଏହି ମାସରେ ଅଳସୁଆମୀରୁ ଦୂରେଇ ରହିବାକୁ ହେବ। ବ୍ୟବସାୟ ଓ ବୈବାହିକ ସମ୍ବନ୍ଧରେ ଚାପ ଉତ୍ପନ୍ନ ହୋଇପାରେ। ଆପଣଙ୍କର କ୍ରୋଧ ବଢ଼ିପାରେ। ଆପଣ ନିଜର କାର୍ଯ୍ୟକ୍ଷେତ୍ରରେ ପ୍ରତ୍ଯେକ କାମକୁ ହଲ ଭାବରେ କରିବେ। ଆପଣଙ୍କୁ ଏହି ସମୟରେ ନୂଆ ସୁଯୋଗ ମିଳିପାରେ। ଆପଣଙ୍କୁ ଶିକ୍ଷାରେ ଇଚ୍ଛାନୁଯାୟୀ ପରିଣାମ ମିଳିବାର ସୁଯୋଗ ମିଳିପାରେ। ଆପଣଙ୍କର ପାରିବାରରେ ଖୁସି ରହିବ। ଯଦି ଆପଣ ପ୍ରେମ ସମ୍ବନ୍ଧରେ ଅଛନ୍ତି ତେବେ ଆପଣଙ୍କ ପାଇଁ ମାସର ଆରମ୍ଭ ସମୟ ଭଲ ରହିବ। ରୋଜାଗାର ବଢ଼ିବାର ଯୋଗ ଅଛି। ଆପଣଙ୍କର ଖର୍ଚ୍ଚ ମଧ୍ୟ ବଢ଼ିବ ସେଥିପାଇଁ ଆର୍ଥିକ ସ୍ଥିତି ଉପରେ ଧ୍ୟାନ ଦିଅନ୍ତୁ। ଆପଣଙ୍କୁ ଅଳସୁଆମୀ ନ କରିବାକୁ ପରାମର୍ଶ ଦିଆଯାଇଛି।

ଉପାୟ : ଆପଣ ଶୁକ୍ରବାର ଦିନ ଛୋଟ କନ୍ୟାଙ୍କୁ ଧଳା ରଙ୍ଗର କୌଣସି ବସ୍ତୁ ଉପହାର ଦିଅନ୍ତୁ ଓ ତାଙ୍କର ଆଶୀର୍ବାଦ ନିଅନ୍ତୁ।

ମକର ସାପ୍ତାହିକ ରାଶିଫଳ

କୁମ୍ଭ ରାଶି

ଏହି ମାସ ଆପଣଙ୍କ ପାଇଁ ଉତ୍ଥାନ-ପତନ ରେ ଭାରି ରହିବ। ଆପଣଙ୍କର ପଞ୍ଚମ ଘରେ ସମ୍ପୂର୍ଣ ମାସ ବୃହସ୍ପତି ମହାରାଜ ବିରାଜମାନ ରହି ଆପଣଙ୍କର ପ୍ରତମ ଘର ଉପରେ ଦୃଷ୍ଟି ପକାଇବେ ଯାହା ଦ୍ବାରା ଆପଣଙ୍କୁ ଅନୁଭବି ବ୍ୟକ୍ତିଙ୍କର ସହଯୋଗ ମିଳିବ। ଜୁନ ଓଭରଭ୍ୟୁ 2025 ଅନୁଯାୟୀ ଆପଣ ନିଜର ପରିଶ୍ରମ ଦ୍ବାରା ନିଜର କାର୍ଯ୍ୟକ୍ଷେତ୍ରରେ ନିଜର ସ୍ଥାନ ତିଆରି କରିପାରିବେ। ଏହି ମାସରେ ଆପଣ ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଆପଣଙ୍କୁ ସଫଳତା ମିଳିବ। ଏହି ମାସରେ ଆପଣଙ୍କର ଘରେ କୌଣସି ଖୁସି ଖବର ଆସିପାରେ। ଆପଣଙ୍କର ଭାଇ-ଭଉଣୀଙ୍କୁ ସୁଖ ପ୍ରାପ୍ତ ହେବ। ଆପଣ ଓ ଆପଣଙ୍କର ପାର୍ଟନର ମଧ୍ଯରେ ପ୍ରେମ ବଢ଼ିବ। ବିବାହିତ ଲୋକଙ୍କ ପାଇଁ ଏହି ମାସ ଉତ୍ଥାନ-ପତନ ରେ ଭାରି ରହିବ। ଆପଣଙ୍କର ରୋଜଗାର ବଢ଼ିବ। ଆର୍ଥିକ ସ୍ଥିତି ଦୃଢ଼ ରହିବ। ଏହି ମାସରେ ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ଯା ପ୍ରତି ସାବଧାନ ରହିବାର ଆବଶ୍ୟକତା ଅଛି।

ଉପାୟ : ଆପଣ ବୁଧବାର ଦିନ ସନ୍ଧ୍ୟା ସମୟରେ କଳା ସୋରିଷ ଦାନ କରନ୍ତୁ।

କୁମ୍ଭ ସାପ୍ତାହିକ ରାଶିଫଳ

ମୀନ ରାଶି

ଜୁନ ମାସିକ ରାଶିଫଳ 2025 ଅନୁସାରେ ଏହି ମାସରେ ଆପଣଙ୍କୁ ନିଜର ଖର୍ଚ୍ଚକୁ ନେଇ ବାହିତ ଅଧିକ ବୁଦ୍ଧିମାନୀ ଦେଖାଇବାକୁ ହେବ। ଆପଣଙ୍କୁ ସ୍ବାସ୍ଥ୍ୟକୁ ନେଇ ସତର୍କ ରହିବାକୁ ହେବ। ଆପଣ ନିଜର ପରିଶ୍ରମ ଓ ବୁଝାମଣା ଦ୍ବାରା କାର୍ଯ୍ୟକ୍ଷେତ୍ରରେ ଯଶ ଅର୍ଜନ କରିବେ। ଅନ୍ୟ ଗତିବିଧି ଯୋଗୁଁ ଆପଣଙ୍କୁ ପଢ଼ାରେ ଧ୍ୟାନ ଦେବାକୁ ସମସ୍ଯା ହେବ। ପରିବାରରେ ବଡ଼ ଗୁରୁଜନଙ୍କୁ ସମ୍ନାନ ମିଳିବ। ଆପଣଙ୍କର ଘରର ପରିବେଶ ଭଲ ରହିବ। ପ୍ରେମ ସମ୍ବନ୍ଧରେ ଏହି ମାସ ସମସ୍ଯା ଆଣିପାରେ। ଆପଣଙ୍କର ରୋଜଗାର କିଛି ମାତ୍ରାରେ ବଢ଼ିପାରେ। ମାସର ଆରମ୍ଭରେ ସୂର୍ଯ୍ୟ ଓ ବୁଧଙ୍କର ତୃତୀୟ ଘରେ ରହିବା ଆପଣଙ୍କର ସ୍ବାସ୍ଥ୍ୟ ସମସ୍ଯା ହ୍ରାସ କରିବ।

ଉପାୟ : ଆପଣଙ୍କୁ ମାଛକୁ ଦାନା ପକାଇବା ଉଚିତ।

ମୀନ ସାପ୍ତାହିକ ରାଶିଫଳ

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!

ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ

1. ଜୁନ ମାସରେ କେଉଁ ରାଶିରେ ବୁଧ ଗ୍ରହ ଉଦୟ ହେଉଛନ୍ତି?

ଜୁନ୧୧ ତାରିଖ ସକାଳ ୧୧:୫୭ ସମୟରେ ବୁଧ ମିଥୁନ ରାଶିରେ ଉଦୟ ହେବ।

2. ଜୁନମାସରେ ଜଗନ୍ନାଥ ଯାତ୍ରା କେବେ ହେବ?

ଜଗନ୍ନାଥ ଯାତ୍ରା ୨୭ ଜୁନ୨୦୨୫ ରେ ଆରମ୍ଭ ହେବ।

3. ଜୁନମାସରେ ଜନ୍ମ ହୋଇଥିବା ଲୋକଙ୍କ ପାଇଁ ଭାଗ୍ୟବାନ ସଂଖ୍ୟା କ’ଣ?

ଭାଗ୍ୟବାନ ସଂଖ୍ୟା ହେଉଛି 3 ଏବଂ 6।

Talk to Astrologer Chat with Astrologer