ମହାଶିବରାତ୍ରୀ 2025 ଭୋଳାଶଙ୍କରଙ୍କର ଭକ୍ତଙ୍କ ପାଇଁ ଭକ୍ତିର ମହାପର୍ବ ଅଟେ ଯାହାର ଅପେକ୍ଷା ତାଙ୍କୁ ବର୍ଷ ସାରା ଥାଏ। ଏହି ଦିନ ଶିବଙ୍କର ଭକ୍ତ ସମ୍ପୂର୍ଣ ଶ୍ରଦ୍ଧା ଓ ବିଶ୍ବାସ ସହିତ ବ୍ରତ କରନ୍ତି ଓ ଶିବ-ଗୌରିଙ୍କର ବିଧି-ବିଧାନ ସହିତ ଆରାଧନା କରନ୍ତି। ଏପରି ବିଶ୍ବାସ ଅଛି ଯେ ମହାଦେବ ମହାଶିବରାତ୍ରୀ ଦିନ ପୃଥିବୀରେ ଅବତରଣ କରନ୍ତି ଓ ସମସ୍ତ ଶିବଲିଙ୍ଗରେ ବାସ କରନ୍ତି। ସେଥିପାଇଁ ମହାଶିବରାତ୍ରୀ ଦିନ ଶିବ ପୂଜା ଦ୍ବାରା ଅଧିକ ଶୁଭ ଫଳ ପ୍ରାପ୍ତ ହୁଏ।
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ଭବିଷ୍ୟ ସହିତ ଜଡ଼ିତ ଯେ କୌଣସି ସମସ୍ଯାର ସମାଧାନ କରନ୍ତୁ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ
ଆଷ୍ଟ୍ରୋସେଜର ଏହି ବିଶେଷ ଲେଖା ଆପଣଙ୍କୁ ମହାଶିବରାତ୍ରି 2025 ବିଷୟରେ ବିସ୍ତୃତରେ ସୂଚନା ପ୍ରଦାନ କରିବ ଯେପରିକି ତିଥି ଏବଂ ସମୟ ଇତ୍ୟାଦି। କେଉଁ ସମୟ ଶିବ ପୂଜା ପାଇଁ ଶ୍ରେଷ୍ଠ ହେବ ଓ କିପରି ତାଙ୍କର ପୂଜା କରିବେ? କେଉଁ କାମ ମହାଶିବରାତ୍ରି ଦିନ କରିବା କଥା ନୁହେଁ? ଏହି ସବୁ ବିଷୟରେ ଆମେ ଏହି ଲେଖାରେ ବିସ୍ତୃତରେ କଥା ହେବୁ। ଏହା ବ୍ଯତୀତ, ମହାଶିବରାତ୍ରୀ ଦିନ କରାଯାଇଥିବା ପ୍ରତିକାର ବିଷୟରେ ମଧ୍ୟ ଅବଗତ କରାଇବୁ। ତେବେ ଚାଲନ୍ତୁ ଆରମ୍ଭ କରିବା ମହାଶିବରାତ୍ରୀ ସ୍ପେଶାଲ ଏହି ଲେଖା।
ସନାତନ ଧର୍ମର ପ୍ରମୁଖ ପର୍ବ ପର୍ବାଣି ମଧ୍ୟରୁ ଗୋଟିଏ ହେଉଛି ମହାଶିବରାତ୍ରୀ। ଏହି ମାସର କୃଷ୍ଣ ପକ୍ଷ ଚତୁର୍ଦଶୀ ତିଥି ରେ ମାସିକ ଶିବରାତ୍ରି ପଡ଼ୁଛି, କିନ୍ତୁ ଫାଲଗୁନ ମାସର ଚତୁର୍ଦଶୀ ତିଥିରେ ମହାଶିବରାତ୍ରୀ ପାଳନ ହେବ। ମହାଶିବରାତ୍ରୀର ମହତ୍ଵ ବର୍ଷ ସାରା ପଡ଼ୁଥିବା ସମସ୍ତ ମାସିକ ଶିବରାତ୍ରି ତିଥି ଠାରୁ ବହୁ ଅଧିକ। ଏହା ଭଗବାନ ଶଙ୍କର ଓ ଆଦିଶକ୍ତି ମାତା ପାର୍ବତୀଙ୍କର ବିବାହର ଶୁଭ ରାତ୍ରି ଅଟେ। ବର୍ଷ 2025 ରେ ମହାଶିବରାତ୍ରୀ 26 ଫେବ୍ରୁୟାରୀ 2025ରେ ପାଳନ ହେବ ଓ ଏହି ଥର ମହାଶିବରାତ୍ରୀ ବହୁତ ବିଶେଷ ହେବ। ଆସନ୍ତୁ ନଜର ପକାଇବା ମହାଶିବରାତ୍ରିର ପୂଜା ମୂହୁର୍ତ୍ତ ଉପରେ।
ମହାଶିବରାତ୍ରୀ ତିଥି: 26 ଫେବ୍ରୁୟାରୀ 2025, ବୁଧବାର
ଚତୁରଦର୍ଶୀ ତିଥିର ଆରମ୍ଭ: 26 ଫେବ୍ରୁୟାରୀ 2025 ସକାଳ 11ଟା ରେ
ଚତୁର୍ଦଶୀ ତିଥିର ସମାପ୍ତି: 27 ଫେବ୍ରୁୟାରୀ 2025 ସକାଳ 08:57 ମିନିଟ ପର୍ଯ୍ୟନ୍ତ
ନିଶୀଥ କାଳ ପୂଜା ମୁହୂର୍ତ: ରାତି 12:08 ମିନିଟ ଋ ରାତି 12:58 ମିନିଟ ପର୍ଯ୍ୟନ୍ତ
ଅବଧି: 0 ଘଣ୍ଟା 50 ମିନିଟ
ମହାଶିବରାତ୍ରୀ ଉଜେଇଁବା ମୁହୂର୍ତ: ସକାଳ 06:49 ମିନିଟ ରୁ 08:57 ମିନିଟ ପର୍ଯ୍ୟନ୍ତ, 27 ଫେବ୍ରୁୟାରୀ ଦିନ
ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ
ବର୍ଷ 2025ର ମହାଶିବରାତ୍ରୀ ବହୁତ ଶୁଭ ହେବାକୁ ଯାଉଛି କାରଣ ଏହି ଦିନ ବହୁ ବର୍ଷ ପରେ ଏକ ଦୁର୍ଲଭ ଯୋଗ ସୃଷ୍ଟି ହେଉଛି। ଆମେ ସମସ୍ତେ ଜାଣୁ ଯେ 144 ବର୍ଷ ପରେ ପ୍ରୟାଗରାଜରେ ମହାକୁମ୍ଭ ଚାଲିଛି ଓ ଏବେ ମହାଶିବରାତ୍ରୀ ଦିନ 26 ଫେବ୍ରୁୟାରୀ 2025 ଦିନ ମହାକୁମ୍ଭର ଶେଷ ରାଜକୀୟ ସ୍ନାନ କରାଯିବ। ଆପଣଙ୍କୁ କହି ରଖୁଛୁ ଯେ ମହାଶିବରାତ୍ରିରେ ମହାକୁମ୍ଭ ଏବଂ ରାଜକୀୟ ସ୍ନାନର ସଂଯୋଗ ପ୍ରୟାଗରାଜରେ ବହୁ ବର୍ଷ ପରେ ଘଟୁଛି, ତେଣୁ ଏହି ଦିନର ଗୁରୁତ୍ୱ ବହୁ ଗୁଣରେ ବୃଦ୍ଧି ପାଏ।
ମହାଶିବରାତ୍ରୀ ଭଗବାନ ଶିବ ଓ ମାତା ପାର୍ବତୀଙ୍କୁ ସମର୍ପିତ ଏକ ପବିତ୍ର ହିନ୍ଦୁ ପର୍ବ। ଏହି ଦିନ ଶିବଙ୍କର ଭକ୍ତ ଭଗବାନ ଶିବଙ୍କର ବିଧି-ବିଧାନ ସହିତ ପୂଜା-ଅର୍ଚନା କରାଯାଏ। ମହାଶିବରାତ୍ରି ଦିନ ଦେଶ ସାରା ଶିବ ମନ୍ଦିରରେ ଭକ୍ତଙ୍କୁ ଭିଡ଼ ଲାଗେ। ଯଦି ଆମେ ମହାଶିବରାତ୍ରିର ଧାର୍ମିକ ମହତ୍ତ୍ୱ ବିଷୟରେ କଥା ହେବା, ତେବେ ଏହି ପର୍ବ ସହିତ ଅନେକ ବିଶ୍ୱାସ ଜଡ଼ିତ, ଯେଉଁଥିରୁ ଗୋଟିଏ ହେଉଛି ଯେ ମହାଶିବରାତ୍ରିରେ ଭଗବାନ ଶିବ ପ୍ରଥମ ଥର ପାଇଁ ଶିବଲିଙ୍ଗ ରୂପରେ ପ୍ରକଟ ହୋଇଥିଲେ। ଅନ୍ୟ ଏକ ବିଶ୍ୱାସ ଅନୁସାରେ, ମହାଦେବ ଏବଂ ଦେବୀ ପାର୍ବତୀଙ୍କ ବିବାହ ମହାଶିବରାତ୍ରିରେ ହୋଇଥିଲା।
ଆଧ୍ୟାତ୍ମିକ ରୂପରେ ଶିବ ପୂଜା ଦ୍ବାରା ଭକ୍ତଙ୍କର ଜୀବନରେ ଆଧ୍ୟାତ୍ମିକ ଊର୍ଜାର ସଞ୍ଚାର ହୁଏ। ଏପରି କୁହାଯାଏ ଯେ ଭକ୍ତ ମହାଶିବରାତ୍ରି ଦିନ ସଚ୍ଚା ମନରେ ଶିବ ପୂଜା କରନ୍ତି ତେବେ ତାଙ୍କର ସମସ୍ତ ମନୋକମାନ ପୂର୍ଣ ହୁଏ। ଏହି ବ୍ରତର ପ୍ରଭାବ ଦ୍ବାରା ବିବାହିତ ଲୋକଙ୍କୁ ଖୁସି-ସୌଭାଗ୍ୟ ପ୍ରାପ୍ତ ହୁଏ। ଯେଉଁ ଲୋକ ଅବିବାହିତ ଥାଆନ୍ତି, ତାଙ୍କର ଶୀଘ୍ର ବିବାହ ଯୋଗ ଆସେ। ଘର-ପରିବାରରେ ମଧ୍ୟ ସୁଖ-ସମୃଦ୍ଧି ଆସେ ଓ ସବୁବେଳେ ରୁହେ। ଚାଲନ୍ତୁ ଏବେ ଜାଣିବା ଯେ ମହାଶିବରାତ୍ରୀ 2025 ର ଜ୍ୟୋତିଷୀୟ ମହତ୍ଵ।
କହି ରଖୁଛୁ ଯେ ଶିବ ହି ଚତୁର୍ଦଶୀ ତିଥିର ସ୍ବାମୀ ସେଥିପାଇଁ ପ୍ରତି ମାସର କୃଷ୍ଣ ପାଖର ଚତୁର୍ଦଶି ଦିନ ମାସିକ ଶିବରାତ୍ରୀ ବ୍ରତ ରଖା ଯାଏ। ଜ୍ଯୋତିଷଶାସ୍ତ୍ରରେ ମଧ୍ୟ ଏହି ତିଥି ଅତ୍ୟନ୍ତ ଶୁଭ ବୋଲି କୁହାଯାଇଛି। ଏହି ସମୟରେ ସୂର୍ଯ୍ୟ ଉତ୍ତରାୟଣ ହୋଇଥାନ୍ତି ଓ ଋତୁ ମଧ୍ୟ ପରିବର୍ତ୍ତନ ହୁଏ। ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ
ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମହାଶିବରାତ୍ରୀ ଅବସରରେ ଅର୍ଥାତ୍ ଚତୁର୍ଦ୍ଦଶୀ ତିଥିରେ, ଚନ୍ଦ୍ର ଦୁର୍ବଳ ସ୍ଥିତିରେ ଥାଆନ୍ତି। ଆମେ ସମସ୍ତେ ଜାଣୁ ଯେ ଭଗବାନ ଶିବ ତାଙ୍କ ମସ୍ତକରେ ଚନ୍ଦ୍ର ଧାରଣ କରନ୍ତି, ତେଣୁ ଭଗବାନ ଶିବଙ୍କୁ ପୂଜା କରିବା ଦ୍ୱାରା ବ୍ୟକ୍ତିର ଚନ୍ଦ୍ର ଶକ୍ତିଶାଳୀ ହୁଅନ୍ତି ଯାହାକୁ ମନର କାରକ କୁହାଯାଏ। ସରଳ ଶବ୍ଦରେ କହିଲେ, ଶିବ ଔଜୟା ଦ୍ବାରା ବ୍ୟକ୍ତିର ଇଚ୍ଛା-ଶକ୍ତି ଦୃଢ଼ ହୁଏ।
ଫ୍ରୀ ଅନଲାଇନ ଜନ୍ମ କୁଣ୍ଡଳୀ ସଫ୍ଟୱେୟାର୍ ରୁ ଜାଣନ୍ତୁ ନିଜର କୁଣ୍ଡଳୀର ସମ୍ପୂର୍ଣ ସୂଚନା
ହିନ୍ଦୁ ଧର୍ମର ସମସ୍ତ ଦେବ-ଦେବୀଙ୍କ ମଧ୍ୟରେ ମହାଦେବଙ୍କୁ ସବୁଠାରୁ ଶୀଘ୍ର ପ୍ରସନ୍ନ ହେବାର ଦେବତା ବୋଲି କୁହାଯାଏ। ଭକ୍ତ ସତ୍ୟ ହୃଦୟରେ ଶିବଲିଙ୍ଗ ଉପରେ ଜଳ ଅର୍ପଣ କଲେ ସେ ପ୍ରସନ୍ନ ହୁଅନ୍ତି ଏବଂ ତାଙ୍କର ସମସ୍ତ ଇଚ୍ଛା ପୂରଣ କରନ୍ତି। କିନ୍ତୁ, ଏଠାରେ ଆମେ ଆପଣଙ୍କୁ ସେହି ଜିନିଷଗୁଡ଼ିକ ବିଷୟରେ କହିବାକୁ ଯାଉଛୁ ଯାହାକୁ ମହାଶିବରାତ୍ରିର ପୂଜାରେ ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକ।
ବେଲପତ୍ର: ମାହାଦେବଙ୍କୁ ବେଲପତ୍ର ବହୁତ ପସନ୍ଦ। କୁହାଯାଏ ଯେ ବେଲପତ୍ରରେ ଶିବ, ମାତା ପାର୍ବତୀ ଓ ମାତା ଲକ୍ଷ୍ମୀ ବାସ କରନ୍ତି। ସେଥିପାଇଁ ଶିବଲିଙ୍ଗରେ ବେଲପତ୍ର ଚଢ଼ାଇବା ଦ୍ବାରା ଭଗବାନ ଶିବ ପ୍ରସନ୍ନ ହୁଅନ୍ତି ଓ ଭକ୍ତର ଡାକ ଶୁଣନ୍ତି।
ଧତୁରା: ମହାଶିବରାତ୍ରୀରେ ଶିବଙ୍କୁ ପୂଜା କରିବା ସମୟରେ, ଭୋଲେନାଥଙ୍କୁ ନିଶ୍ଚିତ ଭାବରେ ଧତୁରା ଅର୍ପଣ କରନ୍ତୁ କାରଣ ଭଗବାନ ଶିବଙ୍କୁ ଧତୁରା ବହୁତ ପସନ୍ଦ। ଏପରି କରିବା ଦ୍ବାରା ମହାଦେବ ଆପଣଙ୍କର ଡାକ ଶୁଣିବେ।
କେସର: ଭଗବାନ ଶିବଙ୍କୁ ମହାଶିବରାତ୍ରୀ 2025 ଦିନ ନାଲି କେସର ଚଢ଼ାନ୍ତୁ। ମହାଶିବରାତ୍ରୀ ଦିନ ଭୋଳାବାବାଙ୍କୁ ନାଲି କେସର ଅରପଣ କରିବା ଦ୍ବାରା ଇଚ୍ଛା ପୂରଣ ହୁଏ।
ଶମୀର ଫୂଳ: ମହାଶିବରାତ୍ରିରେ ଶିବଲିଙ୍ଗ ପୂଜା କରିବା ସମୟରେ, ଭଗବାନ ଶିବଙ୍କୁ ଶମି ପତ୍ର ଏବଂ ଫୁଲ ଅର୍ପଣ କରିବା ଉଚିତ। ବିଶ୍ୱାସ କରାଯାଏ ଯେ ଶିବଲିଙ୍ଗରେ ଶମି ଫୁଲ ଚଢ଼ାଇବା ଦ୍ୱାରା, ଭୋଲେନାଥ ଆପଣଙ୍କୁ ଇଚ୍ଛିତ ବରଦାନ ଦିଅନ୍ତି।
ମହୁ: ମହାଶିବରାତ୍ରିରେ, ମହାଦେବଙ୍କ ପୂଜାରେ ମହୁ ସାମିଲ କରନ୍ତୁ ଏବଂ ତାଙ୍କୁ ଅର୍ପଣ କରନ୍ତୁ। ମହୁର ମିଠାରେ ପ୍ରସନ୍ନ ହୋଇ, ମହାଦେବ ଆପଣଙ୍କ ଜୀବନକୁ ଖୁସିରେ ପରିପୂର୍ଣ୍ଣ କରିବେ ଏବଂ ଆପଣଙ୍କୁ ସୁଖ ଏବଂ ସମୃଦ୍ଧିର ଆଶୀର୍ବାଦ ଦେବେ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ଧର୍ମଗ୍ରନ୍ଥରେ ବର୍ଣନା ହୋଇଥିବା କଥା ଅନୁସାରେ, ଥରେ ଫାଲଗୁନ ମାସର କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ତିଥିରେ ନିଷାଦରାଜ ତାଙ୍କ କୁକୁର ସହିତ ଶିକାର ପାଇଁ ବାହାରକୁ ଯାଇଥିଲେ। କିନ୍ତୁ, ସେଦିନ କୌଣସି ଶିକାର ନପାଇବାରୁ ସେ ନିରାଶ ହୋଇଥିଲେ। କ୍ଳାନ୍ତ ଏବଂ ଭୋକିଲା ହୋଇ ସେ ଏକ ପୋଖରୀ କୂଳରେ ବସିଲେ ଯେଉଁଠାରେ ଏକ ବେଲ ଗଛ ତଳେ ଏକ ଶିବଲିଙ୍ଗ ରଖାଯାଇଥିଲା। ନିଶାଦରାଜ ନିଜର ଶରୀରକୁ ଟିକେ ଆରାମ ଦେବା ପାଇଁ କିଛି ବେଲପତ୍ର ତୋଳିଲେ ଯାହା ଶିବଲିଙ୍ଗ ଉପରେ ମଧ୍ୟ ପଡ଼ିଲା। ଏହା ପରେ, ସେ ତାଙ୍କ ହାତ ସଫା କରିବା ପାଇଁ ଜଳ ଛିଞ୍ଚିଲେ ଯାହାର କିଛି ବିନ୍ଦୁ ଶିବଲିଙ୍ଗ ଉପରେ ପଡ଼ିଲା।
ଏହି ସମୟରେ ତାଙ୍କ ଧନୁରୁ ଏକ ତୀର ତଳେ ପଡ଼ିଗଲା ଏବଂ ଯେତେବେଳେ ସେ ତାହାକୁ ଉଠାଇବା ପାଇଁ ନଇଁ ପଡ଼ିଲେ, ସେ ମଧ୍ୟ ଶିବଲିଙ୍ଗ ସମ୍ମୁଖରେ ପ୍ରଣାମ କଲେ। ଏହିପରି, ନିଷାଦରାଜ ଜାଣତରେ କିମ୍ବା ଅଜାଣତରେ ଶିବରାତ୍ରିରେ ଶିବ ପୂଜା ସମାପ୍ତ କରିଥିଲେ। ମୃତ୍ୟୁ ପରେ ଯେତେବେଳେ ଯମରାଜଙ୍କ ଦୂତମାନେ ନିଷାଦରାଜଙ୍କୁ ନେବାକୁ ଆସିଲେ, ଶିବ ଗଣ ତାଙ୍କୁ ମୃତ୍ୟୁରୁ ରକ୍ଷା କରି ଘଉଡ଼ାଇ ଦେଲେ। ମହାଶିବରାତ୍ରୀ ଦିନ ଶିବ ପୂଜାର ନିଶାଦରାଜଙ୍କୁ ଶୁଭ ଫଳ ମିଳିଲା ଓ ତେବେ ସେ ଶିବରାତ୍ରୀରେ ଶିବ ପୂଜା କରିବାକୁ ଲାଗିଲେ।
ମେଷ ରାଶି: ମେଶ ରାଶିର ଲୋକ ଭଗବାନ ଶିବଙ୍କୁ କଞ୍ଚା କ୍ଷୀର, ଚନ୍ଦନ ଓ ମହୁ ଅର୍ପଣ କରି ଆଶୀର୍ବାଦ ପ୍ରାପ୍ତ କରନ୍ତୁ।
ବୃଷ ରାଶି: ମହାଶିବରାତ୍ରୀ ଦିନ ଶିବଙ୍କୁ ଚାମେଲି ଫୁଲ ଓ ବେଲ ପତ୍ର ଚଢ଼ାନ୍ତୁ। ଆପଣ ଓଁ ନାଗେଶ୍ଵରାୟ ନମଃ ମନ୍ତ୍ର ଜପ କରନ୍ତୁ।
ମିଥୁନ ରାଶି: ଏହି ରାଶିର ଲୋକ ଶିବ ପୂଜାରେ ମହାଦେବଙ୍କୁ ଆଖୁ ରସ ଅର୍ପଣ କରନ୍ତୁ।
କର୍କଟ ରାଶି: କର୍କଟ ରାଶି ମହାଶିବରାତ୍ରିରେ ଆପଣ ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ।
ସିଂହ ରାଶି: ମହାଶିବରାତ୍ରି ଦିନ ଆପଣ ଶିବଲିଂ ଉପରେ କନିଆରୀ ଫୁଲ ଚଢ଼ନ୍ତୁ। ସାଙ୍ଗରେ ଶିବ ଚାଳିସା ପଢ଼ନ୍ତୁ।
କନ୍ୟା ରାଶି: କନ୍ୟା ରାଶିର ଲୋକ ମହାଶିବରାତ୍ରିଦିନ ଶିବଶଙ୍କରଙ୍କର ଜରୂପା ପାଇବା ପାଇଁ ବେଲ ପତ୍ର ସହିତ ପଞ୍ଚାକ୍ଷରୀ ମନ୍ତ୍ର ଜପ କରନ୍ତୁ।
ତଉଲା ରାଶି: ଆପଣମହାଶିବରାତ୍ରି ଦିନ ଭୋଳାବାବାଙ୍କୁ ଦହି, ଘିଅ ଓ ମହୁ ସହିତ କେସର ଅର୍ପଣ କରନ୍ତୁ।
ବିଛା ରାଶି: ମହାଶିବରାତ୍ରି ଦିନ ଆପଣ ରୁଦ୍ରାଷ୍ଟକମ ଜପ କରନ୍ତୁ।
ଧନୁ ରାଶି: ଧନୁ ରାଶିର ଲୋକ ଏହି ଦିନ ଶିବ ପଞ୍ଚାକ୍ଷର ସ୍ତୋତ୍ର ଓ ଶିବାଷ୍ଟକମ ପାଠ କରନ୍ତୁ।
ମକର ରାଶି: ଶିବଙ୍କର ଆଶୀର୍ବାଦ ପାଇବା ପାଇଁ ଆପଣ ଶିବଲିଂ ଉପରେ ସୋରିଷ ତେଲ ଓ ବେଲ ପତ୍ର ଚଢ଼ାନ୍ତୁ।
କୁମ୍ଭ ରାଶି: କୁମ୍ଭ ରାଶିର ଲୋକ ମହାଶିବରାତ୍ରି ଦିନ ଶିବଲିଂ ର ରୁଦ୍ରାଭିଷେକ କରନ୍ତୁ। ସମ୍ଭବ ହେଲେ, ଆପଣ ଏକାଦଶ ବ୍ରାହ୍ମଣଙ୍କୁ ଭୋଜନ କରାନ୍ତୁ।
ମୀନ ରାଶି: ମୀନ ରାଶିର ଲୋକ ମହାଶିବରାତ୍ରି ଦଇବ ଶିବଙ୍କୁ କେତକୀ ଫୂଳ ଅର୍ପଣ କରନ୍ତୁ। ମନ୍ଦିରରେ ଧଳା ବସ୍ତ୍ର ଦାନ କରନ୍ତୁ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!
1. 2025 ରେ ମହାଶିବରାତ୍ରୀ କେବେ ଅଛି?
ଏହି ବର୍ଷ ମହାଶିବରାତ୍ରୀ ପର୍ବ 26 ଫେବ୍ରୁୟାରୀ 2025ରେ ପାଳନ ହେବ।
2. ମହାଶିବରାତ୍ରୀ କେବେ ପାଳନ ହୁଏ?
ପାଞ୍ଜି ଅନୁସାରେ ମହାଶିବରାତ୍ରୀ ପାର୍ଟି ବର୍ଷ ଫାଲଗୁନ ମାସରେ କୃଷ୍ଣ ପକ୍ଷର ଚତୁର୍ଦଶିରେ ପାଳନ ହୁଏ।
3. ମହାଶିବରାତ୍ରୀ ଦିନ କ’ଣ କରିବେ?
ମହାଶିବରାତ୍ରୀ ଦିନ ଭଗବାନ ଶିବ ଓ ମାତା ପାର୍ବତୀଙ୍କର ପୂଜା କରିବାର ବିଧି ଅଛି।