ଫାଲଗୁନ ମାସ 2025 - ତିଥି ଓ ସମୟ

Author: Monica Rajguru | Updated Wed, 22 Jan 2025 12:59 PM IST

ଫାଲଗୁନ ମାସ 2025: ଫାଲଗୁନକୁ ଆନନ୍ଦ ଓ ଉଲ୍ଲାସର ମାସ କୁହଯାଏ। ସନତାନ ଧର୍ମରେ ଫାଲଗୁନ ମାସକୁ ବିଶେଷ ସ୍ଥାନ ପ୍ରାପ୍ତ ହୋଇଛି। ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ, ବର୍ଷର ଅନ୍ତିମ ଏବଂ ଦ୍ଵାଦଶ ମାସ ହୋଇଥାଏ ଫାଲଗୁନ ଯାହାକୁ ବହୁତ ଶୁଭ କୁହଯାଏ, ବିଶେଷ ଭାବରେ ବିବାହ, ଗୃହ ପ୍ରବେଶ ଓ ମୁଣ୍ଡନ ଇତ୍ୟାଦି କାର୍ଯ୍ୟ ପାଇଁ। ଏହି ସମୟ ପୃଥିବୀ ବଧୁ ପରି ସଜିଥାଏ କାରଣ ଫାଲଗୁନ ଓ ବସନ୍ତ ମାସ ମିଶି ପ୍ରକୃତିକୁ ସୁନ୍ଦର କରିଥାନ୍ତି। ଆଷ୍ଟ୍ରୋସେଜ ଏଆଇର ଏହି ଖାସ ଲେଖାରେ ଆମେ ଆପଣଙ୍କୁ ଫାଲଗୁନ ମାସ ସହିତ ଜଡ଼ିତ ବିଶେଷ କଥା ବିଷୟରେ କହିବୁ ଯେପରି କି ଏହି ସମୟରେ କେଉଁ କେଉଁ ବ୍ରତ ପାଳନ ହୁଏ? ଏହି ମାସରେ କେଉଁ ପ୍ରତିକାର କରିବା ଉଚିତ? କ’ଣ ଏହି ମାସର ଧାର୍ମିକ ମହତ୍ଵ ଅଛି? ଏହି ମାସରେ ଆପଣଙ୍କୁ କ’ଣ କ’ଣ କରିବା ଉଚିତ ଓ କ’ଣ ନ କରିବା ଉଚିତ? ଏପରି ଅନେକ ମହତ୍ଵପୂର୍ଣ ସୂଚନା ଆପଣଙ୍କୁ ଏହି ଲେଖାରେ ମିଳିବ, ସେଥିପାଇଁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।


ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025

ଭବିଷ୍ୟ ସହିତ ଜଡ଼ିତ ଯେ କୌଣସି ସମସ୍ଯାର ସମାଧାନ କରନ୍ତୁ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ

ଆପଣଙ୍କୁ କଃ ରଖୁଛୁ ଯେ ଫାଲଗୁନ ମାସକୁ ଧାର୍ମିକ, ବୈଜ୍ଞାନିକ ଓ ରାକୃତିକ ରୂପରେ ଏକ ବିଶେଷ ସ୍ଥାନ ପ୍ରାପ୍ତ ହୋଇଛି। ଏହି ମାସରେ ଅନେଲ ବ୍ରତ ଏବଂ ପର୍ବ ପାଳନ କରାଯାଏ, କିନ୍ତୁ ହୋଲି, ମହାଶିବରାତ୍ରି ପରି ପର୍ବ ଫଲ୍ଗୁନର ମହତ୍ଵକୁ ବଢ଼ାଇ ଦିଅନ୍ତି। ଏବେ ଆସନ୍ତୁ ଡେରି ନ କରି ଆଗକୁ ବଢ଼ିବା ଓ ଜାଣିବା ଯେ 2025ରେ ଫାଲଗୁନ ମାସ କେବେ ଆରମ୍ଭ ହେବ, ଏହି ମାସର ବିଶେଷତା କ’ଣ ଓ ଏହି ମାସ ବିଷୟରେ ସବୁ କିଛି।

କେବେ ଆରମ୍ଭ ହେଉଛି ଫାଲଗୁନ ମାସ ରେ?

ଯେପରି କି ଆମେ ଆପଣଙ୍କୁ କହି ସାରିଛି ଯେ ହିନ୍ଦୁ କୈଲନ୍ଡର୍ର ଅନ୍ତିମ ମାସ ଫାଲଗୁନ ନିଜ ସହିତ ପ୍ରକୃତିରେ ସୁନ୍ଦରତା ଆଣି ଆସେ। 2025 ବିଷୟରେ କହିଲେ ଫାଲଗୁନ ମାସ ଫେବ୍ରୁୟାରୀ 13, 2025 ରେ ଆରମ୍ଭ ହେବ ଓ 14 ମାର୍ଚ୍ଚ 2025ରେ ଶେଷ ହୋଇଯିବ। ଇଂରାଜୀ କୈଲନ୍ଡର୍ ଅନୁସାରେ, ଏହି ମାସ ଫେବ୍ରୁୟାରୀ କିମ୍ବା ମାର୍ଚ୍ଚରେ ପଡ଼େ। ଫାଲଗୁନ କୁ ଶକ୍ତି ଓ ଯୌବନର ମାସ ମଧ୍ୟ କୁହାଯାଏ ଓ ଏପରି ବିଶ୍ବାସ ଅଛି ଯିଏ ଏହି ମାସରେ ପରିବେଶରେ ଖୁସି ଓ ନୂଆ ଆଶା ରହିଥାଏ।

ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ

ଫାଲଗୁନ ମାସର ମହତ୍ଵ

ଧାର୍ମିକ ଦୃଷ୍ଟିରୁ, ଫାଲଗୁନ ମାସକୁ ବିଶେଷ ମନେ କରାଯାଏ କାରଣ ଏହି ସମୟରେ ଅନେକ ବଡ଼ ପର୍ବ ପାଳନ କରାଯାଏ। ଫାଲଗୁନ ମାସ ବିଷୟରେ କହିଲେ ଏହି ମାସର ନାମ ଫାଲଗୁନ ହେବାର ପଛରେ ଥିବା କାରଣ ଏହା ଯେ ଏହି ମାସରେ ପୁର୍ଣିମା ତିଥିରେ ଅର୍ଥାତ ଫାଲଗୁନ ପୁର୍ଣିମା ଦିନ ଚନ୍ଦ୍ର ଫାଲ୍ଗୁନୀ ନକ୍ଷତ୍ରରେ ଥାଆନ୍ତି ସେଥିପାଇଁ ଏହାକୁ ଫାଲଗୁନ ମାସ କୁହଯାଏ। ଏହି ମାସରେ ଭଗବାନ ଶିବ, ବିଷ୍ଣୁ ଓ ଶ୍ରୀକୃଶଙ୍କର ପୂଜା କରିବା ଫଳଦାୟୀ ହୋଇଥାଏ।

ଗୋଟିଏ ପଟେ, ଫାଲଗୁନ ମାସର କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ତିଥିରେ ମହାଶିବରାତ୍ରି ପର୍ବ ପାଳିତ ହୁଏ ଓ ଅନ୍ୟ ପଟେ ଏହି ମାସର ଶୁକ୍ଳ ପକ୍ଷର ଏକାଦଶୀ ତିଥିରେ ଭଗବାନ ବିଷ୍ଣୁଙ୍କୁ ସମର୍ପିତ ଆମଳକୀ ଏକାଦଶୀ ଉପବାସ ପାଳନ କରିବାର ପରମ୍ପରା ମଧ୍ୟ ରହିଛି। ତେଣୁ, ଆମେ କହିପାରିବା ଯେ ଫାଲଗୁନ ମାସରେ ଉପଯୁକ୍ତ ରୀତିନୀତି ସହିତ ପୂଜା କରିବା ଦ୍ୱାରା, ଭକ୍ତମାନେ ଭଗବାନ ଶିବ ଏବଂ ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ପାଆନ୍ତି। ସନାତନ ଧର୍ମରେ ଦାନର ବିଶେଷ ଗୁରୁତ୍ୱ ଅଛି, ତାହା ମାଘ ମାସରେ ହେଉ କିମ୍ବା ଫାଲଗୁନ ମାସରେ, ଆମେ ଏ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିବା, କିନ୍ତୁ ତା ପୂର୍ବରୁ ଆସନ୍ତୁ ଫାଲଗୁନ ମାସର ଉପବାସ ଏବଂ ପର୍ବପର୍ବାଣୀ ଉପରେ ନଜର ପକାଇବା।

ଫାଲଗୁନ ମାସରେ ପଡ଼ୁଥିବା ବ୍ରତ ଓ ପର୍ବ

ଫାଲଗୁନ ମାସ 2025 ରେ ହୋଲି, ମହାଶିବରାତ୍ରି ଓ ଆମଳକୀ ଏକାଦଶୀ ବ୍ୟତୀତ ଅନେକ ବ୍ରତ ଏବଂ ପର୍ବ ପର୍ବାଣି ପାଳନ ହୁଏ। ଏହି ମାସରେ କେବେ କ’ଣ ପଡ଼ିବ ଓ ଏମାନଙ୍କର ଠିକ ତିଥି କ’ଣ ଜାଣିବା। ଏହି ପ୍ରଶ୍ନର ଉତ୍ତର ଆପଣଙ୍କୁ ତଳେ ଦିଆଯାଇଥିବା ସୂଚୀରେ ମିଳିବ।

ଦିନ ବ୍ରତ-ପର୍ବ
16 ଫେବ୍ରୁୟାରୀ 2025, ରବିବାର ସଂକଷ୍ଟୀ ଚତୁର୍ଥୀ
24 ଫେବ୍ରୁୟାରୀ 2025, ସୋମବାର ବିଜୟା ଏକାଦଶୀ
25 ଫେବ୍ରୁୟାରୀ 2025, ମଙ୍ଗଳବାର ପ୍ରଦୋଶ ବ୍ରତ (କୃଷ୍ଣ)
26 ଫେବ୍ରୁୟାରୀ 2025, ବୁଧବାର ମହାଶିବରାତ୍ରି, ମାସିକ ଶିବରାତ୍ରି
27 ଫେବ୍ରୁୟାରୀ 2025, ଗୁରୁବାର ଫାଲଗୁନ ଅମାବାସ୍ୟା
10 ମାର୍ଚ୍ଚ 2025, ସୋମବାର ଆମଳକୀ ଏକାଦଶୀ
11 ମାର୍ଚ୍ଚ 2025, ମଙ୍ଗଳବାର ପ୍ରଦୋଶ ବ୍ରତ (ଶୁକ୍ଳ)
13 ମାର୍ଚ୍ଚ 2025, ଗୁରୁବାର ହୋଲିକା ଦହନ
14 ମାର୍ଚ୍ଚ 2025, ଶୁକ୍ରବାର ହୋଲି
14 ମାର୍ଚ୍ଚ 2025, ଶୁକ୍ରବାର ମୀନ ସଂକ୍ରାନ୍ତି
14 ମାର୍ଚ୍ଚ 2025, ଶୁକ୍ରବାର ଫାଲଗୁନ ପୁର୍ଣିମା ବ୍ରତ

ଏବେ ଘରେ ବସି ବିଶେଷଜ୍ଞ ପୁରୋହିତଙ୍କ ଦ୍ବାରା କରାନ୍ତୁ ଇଚ୍ଛାନୁସାରେ ଅନଲାଇନ ପୂଜା ଓ ପାଆନ୍ତୁ ଉତ୍ତମ ପରିଣାମ!

ଫାଲଗୁନ ମାସରେ ବିବାହ କରିବା ପାଇଁ ଶୁଭ ମୂହୁର୍ତ୍ତ

ଫାଲଗୁନ ମାସକୁ ବିବାହ ପାଇଁ ବହୁତ ଶୁଭ କୁହଯାଏ। ସେଥିପାଇଁ ଆମେ ଆପଣଙ୍କୁ ଏଠାରେ 13ଫେବ୍ରୁୟାରୀ 2025 ରୁ 14 ମାର୍ଚ୍ଚ 2025 ପର୍ଯ୍ୟନ୍ତ ଥିବା ବିବାହ ପାଇଁ ଶୁଭ ମୂହୁର୍ତ୍ତର ସୂଚୀ ପ୍ରଦାନ୍ କରୁଛୁ।

ଦିନାଙ୍କ ଏବଂ ଦିନ ନକ୍ଷତ୍ର ତିଥି ମୂହୁର୍ତ୍ତର ସମୟ
13 ଫେବ୍ରୁୟାରୀ 2025, ଗୁରୁବାର ମଘା ପ୍ରତିପଦା ସକାଳ 07:03 ମିନିଟ ରୁ ସକାଳ 07:31 ମିନିଟ ପର୍ଯ୍ୟନ୍ତ
14 ଫେବ୍ରୁୟାରୀ 2025, ଶୁକ୍ରବାର ଉତ୍ତର ଫାଲ୍ଗୁନୀ ତୃତୀୟା ରାତି 11: 09 ମିନିଟ ସକାଳ 07:03 ମିନିଟ ପର୍ଯ୍ୟନ୍ତ
15 ଫେବ୍ରୁୟାରୀ 2025, ଶନିବାର ଉତ୍ତରା ଫାଲ୍ଗୁନୀ ଓ ହସ୍ତ ଚତୁର୍ଥୀ ରାତି 11:51 ମିନିଟ ରୁ ସକାଳ 07: 02 ମିନିଟ ପର୍ଯ୍ୟନ୍ତ
16 ଫେବ୍ରୁୟାରୀ 2025, ରବିବାର ହସ୍ତ ଚତୁର୍ଥୀ ସକାଳ 07 ରୁ ସକାଳ 08:06 ମିନିଟ ପର୍ଯ୍ୟନ୍ତ
18 ଫେବ୍ରୁୟାରୀ 2025, ମଙ୍ଗଳବାର ସ୍ଵାତି ଷଷ୍ଠୀ ସକାଳ 09:52 ମିନିଟ ରୁ ପରବର୍ତ୍ତୀ ସକାଳ 07 ପର୍ଯ୍ୟନ୍ତ
19 ଫେବ୍ରୁୟାରୀ2025, ବୁଧବାର ସ୍ଵାତି ସପତମୀ, ଷଷ୍ଠୀ ସକାଳ 06:58 ମିନିଟ ରୁ ସକାଳ 07:32 ମିନିଟ ପର୍ଯ୍ୟନ୍ତ
21 ଫେବ୍ରୁୟାରୀ 2025, ଶୁକ୍ରବାର ଅନୁରାଧା ନବମୀ ସକାଳ11:59 ମିନିଟ ରୁ ଦ୍ଵିପ୍ରହର 03:54 ମିନିଟ ପର୍ଯ୍ୟନ୍ତ
23 ଫେବ୍ରୁୟାରୀ 2025, ରବିବାର ମୂଳ ଏକାଦଶୀ ଦ୍ଵିପ୍ରହର 01:55 ମିନିଟ ରୁ ସନ୍ଧ୍ୟା 06:42 ମିନିଟ ପର୍ଯ୍ୟନ୍ତ
25 ଫେବ୍ରୁୟାରୀ 2025, ମଙ୍ଗଳବାର ଉତ୍ତରଷାଢ଼ା ଦ୍ବାଦଶୀ, ତ୍ରୟୋଦଶୀ ସକାଳ 08:15 ମିନିଟ ରୁ ସନ୍ଧ୍ୟା 06:30 ମିନିଟ ପର୍ଯ୍ୟନ୍ତ

01 ମାର୍ଚ୍ଚ 2025, ଶନିବାର

ଉତ୍ତରାଭାଦ୍ରପଦ ଦ୍ଵିତୀୟା, ତୃତୀୟା ସକାଳ 11:22 ମିନିଟ ରୁ ପରବର୍ତ୍ତୀ ସକାଳ 07:51 ମିନିଟ ପର୍ଯ୍ୟନ୍ତ
02 ମାର୍ଚ୍ଚ 2025, ରବିବାର ଉତ୍ତରାଭାଦ୍ରପଦ , ରେବତୀ ତୃତୀୟା, ଚତୁର୍ଥୀ ସକାଳ 06:51 ମିନିଟ ରୁ ରାତି 01:13 ମିନିଟ ପର୍ଯ୍ୟନ୍ତ
05 ମାର୍ଚ୍ଚ 2025, ବୁଧବାର ରୋହିଣୀ ସପ୍ତମି ରାତି 01:08 ମିନିଟ ରୁ ସକାଳ 06:47 ମିନିଟ ପର୍ଯ୍ୟନ୍ତ

06 ମାର୍ଚ୍ଚ 2025, ଗୁରୁବାର

ରୋହିଣୀ ସପ୍ତମି ସକାଳ 06:47 ମିନିଟ ରୁ ସକାଳ 10:50 ମିନିଟ ପର୍ଯ୍ୟନ୍ତ

06 ମାର୍ଚ୍ଚ 2025, ଗୁରୁବାର

ରୋହିଣୀ, ମୃଗଶୀର୍ଷ ଅଷ୍ଟମୀ ରାତି 10 ରୁ ସକାଳ 06:46 ମିନିଟ ପର୍ଯ୍ୟନ୍ତ
7 ମାର୍ଚ୍ଚ 2025, ଶୁକ୍ରବାର ମୃଗଶୀର୍ଷ ଅଷ୍ଟମୀ, ନବମୀ ସକାଳ 06:46 ମିନିଟ ରୁ ରାତି 11:31 ମିନିଟ ପର୍ଯ୍ୟନ୍ତ
12 ମାର୍ଚ୍ଚ 2025, ବୁଧବର ମାଘ ଚତୁର୍ଦଶୀ ସକାଳ 08:42 ମିନିଟ ରୁ ପରବର୍ତ୍ତୀ ସକାଳ 4:05 ମିନିଟ ପର୍ଯ୍ୟନ୍ତ

ଫାଲଗୁନ ମାସରେ ଚନ୍ଦ୍ର ପୂଜା ଦ୍ବାରା ଦୂର ହେବ ଚନ୍ଦ୍ର ଦୋଷ

ଧାର୍ମିକ ବିଶ୍ୱାସ ଅନୁସାରେ, ଭଗବାନ ଚନ୍ଦ୍ର ଫାଲଗୁନ ମାସରେ ଜନ୍ମଗ୍ରହଣ କରିଥିଲେ, ତେଣୁ ଏହି ମାସରେ ଚନ୍ଦ୍ରଙ୍କୁ ପୂଜା କରିବା ଶୁଭ ବୋଲି ବିବେଚନା କରାଯାଏ। କୁହାଯାଏ ଯେ ଫାଲଗୁନ ମାସରେ ଭଗବାନ ଚନ୍ଦ୍ରଙ୍କୁ ପୂଜା କରିବା ଦ୍ୱାରା ମାନସିକ ସମସ୍ୟା ଦୂର ହୁଏ ଏବଂ ଇନ୍ଦ୍ରିୟଗୁଡ଼ିକୁ ନିୟନ୍ତ୍ରଣ କରିବାର ଶକ୍ତି ମଧ୍ୟ ବୃଦ୍ଧି ପାଏ। ଏହା ବ୍ୟତୀତ, ଯେଉଁ ଲୋକଙ୍କର ଜାତକ ରେ ଚନ୍ଦ୍ର ଦୋଷ ଥାଏ, ତାଙ୍କ ଦ୍ବାରା ଫାଲଗୁନ ମାସରେ ଚନ୍ଦ୍ରର ପୂଜା କରିବା ଦ୍ବାରା ଚନ୍ଦ୍ର ଦୋଷ ନିବାରଣ ହୋଇଯାଏ।

ଫାଲଗୁନ ରେ କ’ଣ ପାଇଁ କରାଯାଏ ଶ୍ରୀକୃଷ୍ଣଙ୍କର ପୂଜା?

କେବଳ ଏତିକି ନୁହେଁ, ଫାଲଗୁନ ମାସରେ ପ୍ରେମ ଓ ଖୁସିର ପର୍ବ ହୋଲି ପାଳନ ହୁଏ। ଏହି ମାସରେ ଭଗବାନ ଶ୍ରୀକୃଷ୍ଣଙ୍କର ତିନୋଟି ରୂପକୁ ପୂଜା କରିବାର ବିଧି ଅଛି ଯାହା ଏହି ପ୍ରକାରର: ବାଳ ରୂପ, ଯୁବକ ରୂପ ଓ ଗୁରୁ କୃଷ୍ଣଙ୍କର ରୂପ। ଏହା ବିଶ୍ବାସ କରାଯାଏ ଯେ ଫାଲଗୁନ ମାସରେ ଯେଉଁ ଲୋକ ଶ୍ରୀକୃଷ୍ଣଙ୍କର ପୂଜା ହୃଦୟ ଏବଂ ଭକ୍ତିର ସହିତ କରେ, ତାହାର ସମସ୍ତ ଇଚ୍ଛା ପୂରଣ ହୁଏ।

ଫାଲଗୁନ ମାସ 2025 ରେ ଯେଉଁ ଦମ୍ପତି ସନ୍ତାନ ପାଇବାକୁ ଚାହାଁନ୍ତି, ସେମାନଙ୍କ ପାଇଁ ରୀତିନୀତି ଅନୁସାରେ ବାଳ ଗୋପାଳଙ୍କ ପୂଜା କରିବା ଶୁଭ ହେବ। ଯେଉଁମାନେ ସୁଖୀ ବୈବାହିକ ଜୀବନ ଚାହୁଁଛନ୍ତି ସେମାନଙ୍କ ପାଇଁ ଭଗବାନ ଶ୍ରୀକୃଷ୍ଣଙ୍କ ଯୁବ ରୂପର ପୂଜା ଫଳପ୍ରଦ ହେବ। ଯେଉଁମାନେ ଶ୍ରୀକୃଷ୍ଣଙ୍କୁ ଉପଯୁକ୍ତ ଭାବରେ ଗୁରୁ ଭାବରେ ପୂଜା କରନ୍ତି, ସେମାନଙ୍କ ପାଇଁ ମୋକ୍ଷ ପ୍ରାପ୍ତିର ପଥ ପ୍ରଶସ୍ତ ହୁଏ।

ପାଆନ୍ତୁ କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍

ଫାଲଗୁନ ମାସରେ ଦାନର ମହତ୍ଵ

ଆମେ ସମସ୍ତେ ଜାଣୁ ଯେ ସନାତନ ଧର୍ମରେ ଦାନ ଏବଂ ପୁଣ୍ୟକୁ କେତେ ଗୁରୁତ୍ୱ ଦିଆଯାଇଛି। ହିନ୍ଦୁ ବର୍ଷର ପ୍ରତ୍ୟେକ ମାସରେ ଭିନ୍ନ ଭିନ୍ନ ଜିନିଷ ଦାନ କଲେ ଅପାର ପୁଣ୍ୟ ମିଳିଥାଏ। ସେହିପରି, ଫାଲଗୁନ ରେ କିଛି ନିର୍ଦ୍ଦିଷ୍ଟ ଜିନିଷ ଦାନ କରିବା ଶୁଭ ବୋଲି ବିବେଚନା କରାଯାଏ। ଶାସ୍ତ୍ରରେ ବର୍ଣନା କରାଯାଇଛି ଯେ ଫାଲଗୁନ ମାସ ସମୟରେ ଏହି ଜିନିଷର ଦାନ କରିବା ଦ୍ବାରା ଲୋକଙ୍କୁ ଅକ୍ଷୟ ପୂଣ୍ୟର ପ୍ରାପ୍ତ ହୋଇଥାଏ ଓ ପୂଣ୍ୟ କର୍ମରେ ବୃଦ୍ଧି ହୋଇଥାଏ। ଏହି ମାସ ପିତୃପୁରୁଷଙ୍କ ପାଇଁ ତର୍ପଣ କରିବା ପାଇଁ ଶ୍ରେଷ୍ଠ ହୋଇଥାଏ।

କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

ଫାଲଗୁନ ମାସରେ କେବେଠୁ ଆରମ୍ଭ ହେବ ହୋଲାଷ୍ଟକ?

ଆମେ ଆପଣଙ୍କୁ କହିଛୁ ଯେ ଫାଲଗୁନ ମାସରେ ହୋଲି ପର୍ବ ମହା ଆଡ଼ମ୍ବରରେ ପାଳନ କରାଯାଏ। କିନ୍ତୁ ଆପଣ ବୋଧେ ଏହା ଜାଣି ନାହାନ୍ତି ଯେ ଏହି ମାସରେ କିଛି ଏପରି ଦିନ ଥାଏ ଯେଉଁ ଦିନ ଶୁଭ କାର୍ଯ୍ୟ ଯେପରିକି ନିର୍ବନ୍ଧ, ବିବାହ, ମୁଣ୍ଡନ ଇତ୍ୟାଦି କରାଯାଏ ନାହିଁ। ବିଶ୍ବାସ ଅଛି ଯେ ଏହି ଅବଧିରେ ଦିଆ ଯାଇଥିବା ଆଶୀର୍ବାଦ ମଧ୍ୟ ବ୍ୟର୍ଥ ଅଟେ।

ହିନ୍ଦୁ ପାଞ୍ଜି ଅନୁସାରେ ପ୍ରତି ବର୍ଷ ହୋଲାଷ୍ଟକର ଆରମ୍ଭ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିରେ ହୋଇଥାଏ ଓ ଏହା ହୋଲିକା ଦହନ ଦିନ ଶେଷ ହୋଇଥାଏ। ବରଷ 2025ରେ ହୋଲଷ୍ଟକର ଆରମ୍ଭ 07 ମାର୍ଚ୍ଚ 2025, ଶୁକ୍ରବାରରୁ ହେବ ଓ ଏହାର ଶେଷ 13 ମାର୍ଚ୍ଚ 2025 ଗୁରୁବାର ଦିନ ହେବ। ହୋଲାଷ୍ଟକ ସମୟରେ ସମସ୍ତ ଅଠୋଟି ଗ୍ରହଙ୍କର ସ୍ଥିତି ଅଶୁଭ ହୋଇଥାଏ ସେଥିପାଇଁ ଏହି ଅବଧିରେ ଶୁଭ କାର୍ଯ୍ୟ ପାଇଁ ଅନୁକୂଳ କୁହାଯିବ। ଏହି ସମୟରେ କରାଯାଇଥିବା କାର୍ଯ୍ୟରେ ଶୁଭ ଫଳ ପ୍ରାପ୍ତ ହେବ ନାହିଁ ଓ ତାହା ଅସଫଳ ହେବ।

ଫାଲଗୁନ 2025 ରେ ନିଶ୍ଚିତ କରନ୍ତୁ ଏହି ପ୍ରତିକାର

ଚାଲନ୍ତୁ ଏବେ ଜାଣିବା ଫାଲଗୁନ 2025ରେ ଆପଣ କେଉଁ କାର୍ଯ୍ୟ କରିପାରିବେ ଓ କେଉଁ କାମ କରିବା ଠାରୁ ଦୂରେଇ ରହିବା ଉଚିତ।

ଫାଲଗୁନ ମାସରେ କ’ଣ କରିବେ?

ଫାଲଗୁନ 2025 ରେ କ’ଣ କରିବେ ନାହିଁ?

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!

ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ

1. 2025 ରେ କେବେ ଆରମ୍ଭ ହେବ ଫାଲଗୁନ ମାସ?

ଏହି ବର୍ଷ ଫାଲଗୁନ ମାସ 13 ଫେବ୍ରୁୟାରୀ 2025 ରେ ଆରମ୍ଭ ହେବ।

2. ହୋଲି 2025 ରେ କେବେ ଅଛି?

2025 ମସିହାରେ ହୋଲି 14 ଫେବୃଆରୀ 2025ରେ ପାଳନ କରାଯିବ।

3. ଫାଲଗୁନ କେଉଁ ମାସ ଅଟେ?

ହିନ୍ଦୁ ବରଷରେ ଫାଲଗୁନ ଦ୍ଵାଦଶ ମାସ ଅଟେ।

Talk to Astrologer Chat with Astrologer