ରାମ ନବମୀ 2025

Author: Monica Rajguru | Updated Fri, 04 Apr 2025 01:42 PM IST

ହିନ୍ଦୁ ଧର୍ମରେ ନବରାତ୍ରୀ ପର୍ବ ବର୍ଷରେ ଦୁଇ ଥର ଚୈତ୍ର ଓ ଅଶ୍ଵିନ ମାସରେ ପାଳନ ହୁଏ। ଏହି ଦିନ ନବରାତ୍ରୀରେ ଦୁର୍ଗା ଅଷ୍ଟମୀ ଓ ମହାନବମୀକୁ ଅତ୍ୟନ୍ତ ମହତ୍ୱପୂର୍ଣ କୁହାଯାଏ। ଏହି ଥର ଚୈତ୍ର ନବରାତ୍ରୀ 30 ମାର୍ଚ୍ଚ 2025 ଦିନ ଆରମ୍ଭ ହୋଇଥିଲା ଓ ଏବେ ଶୀଘ୍ର ନବମୀ ସହିତ ନବରାତ୍ରୀ ମଧ୍ୟ ସମାପ୍ତ ହୋଇଯିବ। ସନାତନ ଧର୍ମରେ ଚୈତ୍ର ନବରାତ୍ରୀର ଆରମ୍ଭ ହୁଏ ଓ ନବମୀ ତିଥି ସହିତ ଏହା ଶେଷ ହୁଏ। ଏହି ନଅ ଦିନରେ ଦେବୀଙ୍କର ଅଲଗା-ଅଲଗା ସ୍ଵରୋପପ ପୂଜା ହୁଏ। ଦେବୀଙ୍କୁ ଭକ୍ତ ଶକ୍ତି, ଧନ-ସମ୍ପଦ ଓ ସୁଖର ଆଶୀର୍ବାଦ ମାଗନ୍ତି। ଚୈତ୍ର ନବରାତ୍ରୀର ନବମୀ ତିଥିରେ ରାମ ନବମୀ 2025 ପର୍ବ ପାଳନ ହୁଏ।


ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025

ସନ୍ତାନର ଭବିଷ୍ୟ ସହିତ ଜଡ଼ିତ ଯେ କୌଣସି ସମସ୍ଯାର ସମାଧାନ କରନ୍ତୁ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ

ଆଷ୍ଟ୍ରୋସେଜ ଏଆଇର ଏହି ବିଶେଷ ଲେଖା ଆପଣଙ୍କୁ ଚୈତ୍ର ନବରାତ୍ରୀ 2025 ମହାନବମୀ ଓ ରାମନବମୀ ପର୍ବ ସହିତ ଜଡ଼ିତ ସୂଚାନ ପ୍ରଦାନ କରିବ। ଏହି ଦିନ ମାଁଙ୍କର କେଉଁ ସ୍ଵରୂପଙ୍କର ପୂଜା ହେବ। ନବମୀର ମହତ୍ଵ, କନ୍ୟା ପୂଜା ସମୟରେ କରାଯାଉଥିବା ବିଧି, କଥା ଇତ୍ୟାଦି ବିଷୟରେ କହିବ। କେବଳ ଏତିକି ନୁହେଁ ରାମ ନବମୀ ପର୍ବ ସହିତ ସମ୍ବନ୍ଧିତ ମହତ୍ୱପୂର୍ଣ ସୂଚନା ପ୍ରଦାନ କରିବ। ତେବେ ଆସନ୍ତୁ ଡେରି ନ କରି ଆଗକୁ ବଢ଼ିବା ଓ ସର୍ବପ୍ରଥମେ ନଜର ପକାଇବା ରାମ ନବମୀ 2025 ତିଥି ଓ ମୂହୁର୍ତ୍ତ ଉପରେ।

ଚୈତ୍ର ନବରାତ୍ରୀ 2025ର ନବମ ଦିନ: ତିଥି ଓ ମୂହୁର୍ତ୍ତ

ହିନ୍ଦୁ ପାଞ୍ଜିରେ ଚୈତ୍ର ମାସର ଶୁକ୍ଳ ପକ୍ଷ ନବମୀ ତିଥିକୁ ମହାନବମୀ ରୂପରେ ପାଳନ କରାଯାଏ। ଏହି ତିଥିକୁ ରାମ ନବମୀ ମଧ୍ୟ କୁହାଯାଏ। ଚୈତ୍ର ନବରାତ୍ରିର ନବମ ଦିନ ଦେବୀ ଦୁର୍ଗାଙ୍କ ନବମ ରୂପ, ମାଆ ସିଦ୍ଧିଦାତ୍ରୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ, ଏବଂ ଏହି ଦିନରେ ତାଙ୍କର ପୂଜା କରିବାର ପରମ୍ପରା ରହିଛି। ସେହି ସମୟରେ, କନ୍ୟାମାନଙ୍କୁ ଦେବୀଙ୍କ ରୂପ ବୋଲି ବିବେଚନା କରାଯାଏ, ତେଣୁ ମହାନବମୀରେ କନ୍ୟାମାନଙ୍କ ପୂଜାର ବିଶେଷ ଗୁରୁତ୍ୱ ରହିଛି। କୁହାଯାଏ ଯେ ଅଷ୍ଟମୀ ଏବଂ ନବମୀ ତିଥିରେ କନ୍ୟା ସନ୍ତାନର ପୂଜା କରିବା ଦ୍ୱାରା, ମାତା ଆଦିଶକ୍ତି ପ୍ରସନ୍ନ ହୋଇ ଭକ୍ତଙ୍କୁ ସୁଖ ଏବଂ ସମୃଦ୍ଧିର ଆଶୀର୍ବାଦ ଦିଅନ୍ତି। ତେବେ ଚାଲନ୍ତୁ ଦେଇ ନ କରି ଏବେ ଜାଣିବା ମହାନବମୀର ତିଥି ଓ ପୂଜା ମୂହୁର୍ତ୍ତ।

ଚୈତ୍ର ନବରାତ୍ରୀ 2025ର ନବମ ଦିନ: 06 ଅପ୍ରିଲ 2025, ରବିବାର

ନବମୀ ତିଥିର ଆରମ୍ଭ: 05 ଅପ୍ରିଲ ସନ୍ଧ୍ୟା 07:29 ମିନିଟ ରୁ

ନବମୀ ତିଥି ସମାପ୍ତ: 06 ଅପ୍ରିଲ 2025 ସନ୍ଧ୍ୟା 07:26 ମିନିଟ ପର୍ଯ୍ୟନ୍ତ

ଆମେ ଆପଣଙ୍କୁ କହିଛୁ ଯେ ଏହି ଦିନ ରାମନବମୀ ପର୍ବ ମଧ୍ୟ ପାଳନ କରାଯିବ। ଏପରି ପରିସ୍ଥିତିରେ, ଆମେ ଆପଣଙ୍କୁ 2025 ରାମ ନବମୀର ମୁହୂର୍ତ୍ତ ପ୍ରଦାନ କରୁଛୁ।

ରାମନବମୀର ପୂଜା ମୂହୁର୍ତ୍ତ ଓ ଶୁଭ ଯୋଗ

ଆମେ ଆପଣଙ୍କୁ କହି ସାରିଛୁ ଯେ ଚୈତ୍ର ନବରାତ୍ରୀ ଦିନ ଆଦିଶକ୍ତିର ନବମ ସ୍ଵରୂପ ମା ସିଦ୍ଧିଦାତ୍ରୀଙ୍କର ପୂଜା କରାଯାଏ ଓ ତାଙ୍କର କୃପା ପାଇବା ପାଇଁ ଭକ୍ତ ବ୍ରତ ମଧ୍ୟ କରନ୍ତି। ଅନ୍ୟ ପଟେ, ଧାର୍ମିକ ବିଶ୍ବାସ ଅନୁସାରେ, ଭଗବାନ ବିଷ୍ଣୁଙ୍କର ସପ୍ତମ ଅବତାର ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କର ଜନ୍ମ ଚୈତ୍ର ମାସର ଶୁକ୍ଳ ପକ୍ଷ ନବମୀ ତିଥିରେ ଜନ୍ମ ହୋଇଥିଲା ଯାହା ଚୈତ୍ର ନବରାତ୍ରୀର ଅନ୍ତିମ ଦିନ ଥିଲା। ଏହି ଦିନ ମହାନବମୀ ଓ ରାମ ନବମୀକୁ ଧୂମଧାମରେ ପାଳନ କରାଯାଏ। 2025 ମସିହାର ନବମୀ ତିଥିରେ, ମା ଦୁର୍ଗା ଏବଂ ରାମଙ୍କୁ ସୁକର୍ମା ଯୋଗରେ ପୂଜା କରାଯିବ, ଯାହାକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଏବେ ଆସନ୍ତୁ ଜାଣିବା ଭଗବାନ ରାମଙ୍କ ଭକ୍ତମାନଙ୍କ ପାଇଁ କେଉଁ ସମୟରେ ସେମାନଙ୍କ ମୂର୍ତ୍ତି ପୂଜା କରିବା ସର୍ବୋତ୍ତମ ହେବ।

ରାମ ନବମୀର ତିଥି: 06 ଅପ୍ରିଲ 2025, ରବିବାର

ରାମ ନବମୀର ମଧ୍ୟାହ୍ନ ପୂଜା ମୂହୁର୍ତ୍ତ: ସକାଳ 11:08 ରୁ ଦ୍ଵିପ୍ରହର 01:39 ମିନିଟ ପର୍ଯ୍ୟନ୍ତ।

ରାମ ନବମୀ ମଧ୍ୟାହ୍ନର କ୍ଷଣ: ଦ୍ଵିପ୍ରହର 12:23

2025 ମସିହାର ରାମନବମୀର ତିଥି ଏବଂ ପୂଜା ମୁହୂର୍ତ୍ତ ବିଷୟରେ ଆପଣଙ୍କୁ ଅବଗତ କରାଇବା ପରେ, ଆସନ୍ତୁ ଆଗକୁ ବଢ଼ିବା ଏବଂ ମା ଦୁର୍ଗାଙ୍କ ନବମ ଶକ୍ତି ଦେବୀ ସିଦ୍ଧିଦାତ୍ରୀଙ୍କ ରୂପ ବିଷୟରେ ଆଲୋଚନା କରିବା।

ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ

ମା ସିଦ୍ଧିଦାତ୍ରୀଙ୍କର ସ୍ଵରୂପ

ସିଦ୍ଧିଦାତ୍ରୀଙ୍କର ସ୍ଵରୂପ ବିଷୟରେ କହିଲେ, ମାତା ସିଦ୍ଧିଦାତ୍ରୀ ପଦ୍ମ ଉପରେ ବିରାଜମାନ ଓ ତାଙ୍କର ବାହାନ ସିଂହ ଅଟେ। ଦେବୀଙ୍କର ଚାରୋଟି ହାତ ଅଛି ଓ ସେ ଡାହାଣ ପଟେ ଗୋଟିଏ ହାତରେ ଗଦା ଓ ଅନ୍ୟ ହାତରେ ଚକ୍ର ଧାରଣ କରିଛନ୍ତି। ବାମ ପାଟର ଗୋଟିଏ ହାତରେ ଶଙ୍ଖ ଓ ଅନ୍ୟ ହାତରେ ପଦ୍ମ ଧରଣ କରିଛନ୍ତି। ମା ସିଦ୍ଧିଦାତ୍ରୀଙ୍କର ସ୍ଵରୋପପ ଅତ୍ୟନ୍ତ କୋମଳ ଓ ନିଜର ଭକ୍ତଙ୍କୁ ବିଶେଷ ସିଦ୍ଧି ପ୍ରଦାନ କରନ୍ତି।

ଯଦି ଆମେ ତାଙ୍କ ନାମର ଅର୍ଥ ବିଷୟରେ କଥା ହେବା, ତେବେ ଦେବୀ ସିଦ୍ଧିଦାତ୍ରୀଙ୍କ ନାମର ଅର୍ଥ ସିଦ୍ଧି ପ୍ରଦାନକାରୀ ଦେବୀ। ମା’ ଦୁର୍ଗାଙ୍କ ନବମ ରୂପ ତାଙ୍କ ଭକ୍ତମାନଙ୍କୁ ସମସ୍ତ ପ୍ରକାରର ଅନ୍ଧକାରରୁ ମୁକ୍ତି ଦିଅନ୍ତି ଏବଂ ସେମାନଙ୍କୁ ଜ୍ଞାନ ପ୍ରଦାନ କରନ୍ତି। ଭକ୍ତଙ୍କର ଜୀବନରେ ସୁଖ-ଶାନ୍ତି ପୂର୍ଣ କରିବା ସହିତ ତାଙ୍କର ସମସ୍ତ ମନୋକାମନା ପୂରଣ କରନ୍ତି।

କ’ଣ ପାଇଁ କରାଯାଏ ମା ସିଦ୍ଧିଦାତ୍ରୀଙ୍କର ପୂଜା?

ଚୈତ୍ର ନବରାତ୍ରୀ 2025ର ଅନ୍ତିମ ଦିନ ଅର୍ଥାତ ନବମ ତିଥିରେ ମା ସିଦ୍ଧିଦାତ୍ରୀଙ୍କର ପୂଜା ବିଧି-ବିଧାନ ସହିତ କରାଯାଏ। ସେ ନବଦୁର୍ଗାଙ୍କର ନବମ ଓ ଶେଷ ସ୍ଵରୂପ ଅଟନ୍ତି ଓ ତାଙ୍କର ଉପାସନା ଦ୍ବାରା ଲୋକଙ୍କର ଜୀବନରୁ ସମସ୍ତ ସଙ୍କଟ ନାଶ ହୋଇଥାଏ। ମା ସିଦ୍ଧିଦାତ୍ରୀଙ୍କର ପୂଜା ଦ୍ବାରା ଯକ୍ଷ, ଗନ୍ଧର୍ବ, କିନ୍ନର, ନାଗ, ଦେବୀ-ଦେବତା ଓ ମନୁଷ୍ୟଙ୍କୁ ବିଶେଷ ସିଦ୍ଧି ପ୍ରାପ୍ତ ହୁଏ। ବିଶ୍ୱାସ କରାଯାଏ ଯେ ଯେଉଁମାନେ ନବରାତ୍ରିର ନଅ ଦିନ ଉପବାସ ରଖିପାରିବେ ନାହିଁ, ସେମାନେ ନବମୀ ତିଥିରେ ଉପବାସ ରଖି ସିଦ୍ଧିଦାତ୍ରୀଙ୍କ ପୂଜା କରିପାରିବେ ଏବଂ ନବରାତ୍ରିର ନଅ ଦିନ ପୂଜା କରିବା ପରି ସମାନ ଲାଭ ପାଇପାରିବେ।

ମା ସିଦ୍ଧିଦାତ୍ରୀଙ୍କର ଜ୍ୟୋତିଷୀୟ ମହତ୍ଵ

ଗୋଟିଏ ପଟେ, ମା ସିଦ୍ଧିଦାତ୍ରୀଙ୍କୁ ହିନ୍ଦୁ ଧର୍ମରେ ମାତା ଜଗଦମ୍ବାଙ୍କର ଶକ୍ତିଶାଳୀ ସ୍ଵରୂପ କୁହାଯାଏ ସେଥିପାଇଁ ତାଙ୍କର ବିଶେଷ ଧାର୍ମିକ ମହତ୍ଵ ଅଛି। କିନ୍ତୁ, ଦେବୀଙ୍କର ଧାର୍ମିକ ସହିତ ନିଜର ଜ୍ୟୋତିଷୀୟ ମହତ୍ଵ ମଧ୍ୟ ଅଛି। କହି ରଖୁଛୁ ଯେ ଜ୍ଯୋତିଷ ଶାସ୍ତ୍ରରେ ଦେବୀ ସିଦ୍ଧିଦାତ୍ରୀଙ୍କର ସମ୍ବନ୍ଧ କେତୁ ଗ୍ରହ ସହିତ ଅଛି ଓ ଏହି ଗ୍ରହ ମାଙ୍କ ଦ୍ବାରା ନିୟନ୍ତ୍ରିତ ହୁଏ। ତେଣୁ, ଯେଉଁ ଲୋକଙ୍କ କୁଣ୍ଡଳୀରେ କେତୁ ଗ୍ରହର ଅଶୁଭ ସ୍ଥିତି ଅଛି କିମ୍ବା ଯେଉଁମାନେ କେତୁଙ୍କର ନକାରାତ୍ମକ ଫଳାଫଳ ସହିତ ସଂଘର୍ଷ କରୁଛନ୍ତି, ସେମାନଙ୍କ ପାଇଁ ନବମୀ ତିଥିରେ ମାତା ସିଦ୍ଧିଦାତ୍ରୀଙ୍କ ପୂଜା କରିବା ଶୁଭ ଅଟେ।

ମା ସିଦ୍ଧିଦାତ୍ରୀଙ୍କର ପୂଜା ବିଧି

ଏବେ ଘରେ ବସି ବିଶେଷଜ୍ଞ ପୁରୋହିତଙ୍କ ଦ୍ବାରା କରାନ୍ତୁ ଇଚ୍ଛାନୁସାରେ ଅନଲାଇନ ପୂଜା ଓ ପାଆନ୍ତୁ ଉତ୍ତମ ପରିଣାମ!

ଦେବୀ ସିଦ୍ଧିଦାତ୍ରୀଙ୍କର ପୂଜାରେ କରନ୍ତୁ ଏହି ମନ୍ତ୍ର ଜପ

ଓଁ ଦେବୀ ସିଦ୍ଧିଦାତ୍ର୍ୟୈ ନମଃ॥

ପ୍ରାର୍ଥନା ମନ୍ତ୍ର

ସିଦ୍ଧ ଗନ୍ଧର୍ବ ଯକ୍ଷାଦ୍ୟୈରସୁରୈରମରୈରପି।

ସେବ୍ୟମାନା ସଦା ଭୂୟାତ୍ ସିଦ୍ଧିଦା ସିଦ୍ଧିଦାୟିନୀ॥

ସ୍ତୁତି

ଯା ଦେବୀ ସର୍ବଭୂତେଷୁ ମାଁ ସିଦ୍ଧିଦାତ୍ରୀ ରୂପେଣ ସଂସ୍ଥିତା।

ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ॥

ଏହି ନବରାତ୍ରୀ ସିଦ୍ଧ କୁଞ୍ଜିକା ସ୍ତୋତ୍ର ରୁ ପାଆନ୍ତୁ ଦୂର୍ଗା ମା’ଙ୍କର ବିଶେଷ କୃପା!

ମହାନବମୀ ଦିନ କନ୍ୟା ପୂଜାର ବିଧି

ଯଦି ଆପଣ ମହାନବମୀ ଦିନ କନ୍ୟା ପୂଜା କରିବେ ତେବେ ଦେବୀଙ୍କର କୃପା ପାଇବା ପାଇଁ ପୂଜା କରିବେ, ତେବେ ଦେବୀଙ୍କର କୃପା ପାଇବା ପାଇଁ ଏହି ବିଧି ରେ କନ୍ୟା ପୂଜା କରନ୍ତୁ।

କନ୍ୟା ପୂଜା ସମୟରେ କରନ୍ତୁ ଏହି ନିୟମର ପାଳନ

ଅନଲାଇନ ସଫ୍ଟୱେୟାରରୁ ମାଗଣା ଜନ୍ମ କୁଣ୍ଡଳୀ ପ୍ରାପ୍ତ କରନ୍ତୁ

ଚୈତ୍ର ନବରାତ୍ରୀ 2025 ପାରଣ ମୂହୁର୍ତ୍ତ

ଯଦି ଆପଣ ମଧ୍ୟ ଚୈତ୍ର ନବରାତ୍ରୀର ନବମୀ ତିଥିର ପାରଣ ମୂହୁର୍ତ୍ତ ଜାଣିବାକୁ ଚାହୁଁଛନ୍ତି ତେବେ ଆମେ ଆପଣଙ୍କୁ ଚୈତ୍ର ନବରାତ୍ରୀ 2025ର ପାରଣ ସମୟ କହିବାକୁ ଯାଉଛୁ ଯାହା ଏହି ପ୍ରକାରର:

ଚୈତ୍ର ନବରାତ୍ରୀର ପାରଣ ତିଥି: 07 ଅପ୍ରିଲ 2025, ସୋମବାର

ପାରଣ ସମୟ: ସକାଳ 06:05 ମିନିଟ ପରେ

ଚୈତ୍ର ନବରାତ୍ରୀ 2025 ମହାନବମୀ ଦିନ କରନ୍ତୁ ଏହି ପ୍ରତିକାର

ରାମ ନବମୀ 2025 ଦିନ କିଛି ବିଶେଷ ପ୍ରତିକାର ଅବଲମ୍ବନ କରି ଆପଣ ଦେବୀ ଦୁର୍ଗାଙ୍କୁ ପ୍ରସନ୍ନ କରିପାରିବେ। ତେବେ ଆସନ୍ତୁ ଜାଣିବା ମହାନବମୀର ବିଶେଷ ପ୍ରତିକାର ବିଷୟରେ।

ଆମେ ଚୈତ୍ର ନବରାତ୍ରି ବିଷୟରେ ଆହୁରି ଆଲୋଚନା କରିବା, କିନ୍ତୁ ତା ପୂର୍ବରୁ ଆସନ୍ତୁ ଜାଣିବା ରାମ ନବମୀର ଗୁରୁତ୍ୱ ଏବଂ ଏହି ଦିନରେ କ’ଣ ପଦକ୍ଷେପ ନିଆଯିବ।

କ୍ୟାରିଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

ରମ ନବମୀର ଧାର୍ମିକ ମହତ୍ଵ

ହିନ୍ଦୁ ଧର୍ମରେ ଚୈତ୍ର ନବରାତ୍ରୀର ମହାନବମୀ ଓ ରାମ ନବମୀ ଦୁଇଟି ପର୍ବ ଯାହାକୁ ଅତ୍ୟନ୍ତ ଉତ୍ସାହ ଓ ଧୂମଧାମ ରେ ପାଳନ କରଯାଏ। ବିଶ୍ବାସ ଅନୁସାରେ, ଚୈତ୍ର ଶୁକ୍ଳ ନବମୀ ଦିନ ଭଗବାନ ରାମଙ୍କର ଜନ୍ମ ହୋଇଥିଲା ଏବଂ ସେହି ସମୟଠାରୁ, ପ୍ରଭୁ ଶ୍ରୀରାମଙ୍କୁ ମା ସିଦ୍ଧିଦାତ୍ରୀଙ୍କ ସହିତ ପୂଜା କରାଯାଏ। ଆଜି ମଧ୍ୟ ଏହି ଦୁଇଟି ବଡ଼ ପର୍ବ ଗୋଟିଏ ଦିନରେ ଏକାଠି ପାଳନ କରାଯାଏ। ଭକ୍ତମାନେ ରାମ ନବମୀ ଦିନ ଭଗବାନ ରାମଙ୍କୁ ପୂଜା କରନ୍ତି। ଏହି ଅବସରରେ, ରାମ ମନ୍ଦିରଗୁଡ଼ିକରେ ପୂଜା ଏବଂ ଯଜ୍ଞଇତ୍ୟାଦି ଧାର୍ମିକ କାର୍ଯ୍ୟ କରାଯାଏ। ଏହା ସହିତ, ଲୋକମାନେ ଦେଶର ଅନେକ ସ୍ଥାନରେ ଭୋଜି ଆୟୋଜନ କରନ୍ତି। ଏହି ତାରିଖ ଚୈତ୍ର ନବରାତ୍ରିର ମଧ୍ୟ ଶେଷ ତାରିଖ।

ଯଦି ଆମେ ଧାର୍ମିକ ମହତ୍ତ୍ୱ ବିଷୟରେ କଥା ହେବା, ତେବେ ଧାର୍ମିକ ଗ୍ରନ୍ଥ ଅନୁସାରେ, ତ୍ରେତ ଯୁଗରେ, ଭଗବାନ ବିଷ୍ଣୁ ରାବଣର ଅତ୍ୟାଚାରରୁ ବିଶ୍ୱକୁ ମୁକ୍ତ କରିବା ପାଇଁ ପ୍ରଭୁ ଶ୍ରୀରାମଙ୍କ ରୂପ ନେଇଥିଲେ। ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମ ରାଜା ଦଶରଥ ଏବଂ ମାତା କୌଶଲ୍ୟାଙ୍କଠାରୁ ଜନ୍ମ ହୋଇଥିଲେ। ରାମଙ୍କର ଜନ୍ମ ମଧ୍ୟାହ୍ନ କାଳରେ ହୋଇଥିଲା ପ ପାଖାପାଖି 2: 24 ରେ ହୋଇଥିଲା। ରାମ ନବମୀ ଦିନ ଭଗବାନ ରମଙ୍କର ଭକ୍ତ ପବିତ୍ର ନଦୀରେ ସ୍ନାନ କରନ୍ତି ଓ ଭଗବାନ ଶ୍ରୀରାମଙ୍କର ଆରାଧନା ମନରୁ କରନ୍ତି।

ଏଠାରେ ଜାଣନ୍ତୁ ବର୍ଷ 2025ର ସମସ୍ତ ବିଶେଷ ଶୁଭ ମୁହୂର୍ତ ଏବଂ ତିଥି !

ରାମନବମୀ ଦିନ ଏହି ପ୍ରତିକାର କଡ଼ି ପାଆନ୍ତୁ ଶ୍ରୀରାମଙ୍କର ଆଶୀର୍ବାଦ

ମା ସିଦ୍ଧିଦାତ୍ରୀଙ୍କ ସହିତ ଜଡ଼ିତ ପୌରଣିକ କଥା

ଧର୍ମ ଶାସ୍ତ୍ରରେ ମା ସିଦ୍ଧିଦାତ୍ରୀଙ୍କର କଥା ବର୍ଣନା କରାଯାଇଛି ଯାହା ଅନୁସାରେ ମାତା ସିଦ୍ଧିଦାତ୍ରୀଙ୍କର କଠୋର ତପସ୍ୟା ପରେ ଭଗବାନ ଶିବ ଆଠଟି ସିଦ୍ଧି ପ୍ରାପ୍ତ କରିଥିଲେ। ମା ସିଦ୍ଧିଦାତ୍ରୀଙ୍କର କୃପା ଦ୍ବାରା ମହାଦେବଙ୍କର ଅଧା ଶରୀର ଦେବୀଙ୍କର ହୋଇଯାଇଥିଲା ଓ ସେହି ସମୟରୁ ଭଗବାନ ଶିବ ଅର୍ଦ୍ଧନାରୀଶ୍ଵର କୁହାଯାଆନ୍ତି। ଦେବୀ ଦୁର୍ଗାଙ୍କର ଏହି ନଅଟି ସ୍ଵରୂପ ଅନ୍ୟ ଆଠଟି ସ୍ଵରୂପ ତୁଳନାରେ ସର୍ବାଧିକ ଶକ୍ତିଶାଳୀ କୁହାଯାଏ।

ବିଶ୍ୱାସ କରାଯାଏ ଯେ ଆଦିଶକ୍ତିର ଏହି ରୂପ ଦେବା-ଦେବୀଙ୍କ ତେଜରୁ ଅବତାରିତ ହୋଇଛି। ଥରେ ଯେବେ ଦେବୀ-ଦେବତା ଏବଂ ମାନବମାନେ ମହିଷାସୁରର ଆତଙ୍କରେ ଅସ୍ତବ୍ୟସ୍ତ ଥିଲେ, ସେହି ସମୟରେ ସମସ୍ତ ଦେବତା ଭଗବାନ ଶିବ ଏବଂ ବିଷ୍ଣୁଙ୍କ ନିକଟକୁ ଶରଣ ପାଇଁ ଯାଇଥିଲେ ଏବଂ ସେଠାରେ ଉପସ୍ଥିତ ଜଣେ ଦେବତାଙ୍କଠାରୁ ଏକ ଆଲୋକ ବହରିଥିଲା ଏବଂ ଏହି ଦିବ୍ୟ ଆଲୋକରୁ ଏକ ଦିବ୍ୟ ଶକ୍ତି ଉତ୍ପନ୍ନ ହେଲା ଏବଂ ଏହାକୁ ବିଶ୍ୱରେ ସିଦ୍ଧିଦାତ୍ରୀ ଭାବରେ ପରିଚିତ କରାଗଲା। ଦେବୀ ନବମୀ ତିଥିରେ ଦୈତ୍ୟ ମହିଷାସୁରର ବଧ କରି ତିନି ଲୋକକୁ ତାହା ଭୟରୁ ମୁକ୍ତ କରିଥିଲେ।

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!

ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ

1. 2025 ରେ ଚୈତ୍ର ନବରାତ୍ରୀ ମହାନବମୀ କେବେ?

ଏହି ବର୍ଷ ମହାନବମୀ ପର୍ବ ୦୬ ଏପ୍ରିଲ ୨୦୨୫ ରେ ପାଳନ କରାଯିବ।

2. ମହାନବମୀରେ ଦେବୀଙ୍କ କେଉଁ ରୂପର ପୂଜା କରାଯାଏ?

ଚୈତ୍ର ନବରାତ୍ରିର ନବମ ଦିନରେ ମାତା ସିଦ୍ଧିଦାତ୍ରୀଙ୍କ ପୂଜା କରାଯାଏ।

3. 2025 ମସିହାରେ ରାମ ନବମୀ କେବେ?

୨୦୨୫ ମସିହାରେ ରାମ ନବମୀ ୬ ଏପ୍ରିଲ ୨୦୨୫ ରେ ପଡ଼ୁଛି।

Talk to Astrologer Chat with Astrologer