ବିଜୟା ଏକାଦଶୀ 2025 - ତିଥି ଓ ସମୟ
Author: Monica Rajguru
|
Updated Mon, 24 Feb 2025 08:55 AM IST
ଭଗବାନ ବିଷ୍ଣୁଙ୍କର ଆଶୀର୍ବାଦ ପାଇବା ପାଇଁ ଏକାଦଶୀ ତିଥି କୁ ସର୍ବଶ୍ରେଷ୍ଠ କୁହାଯାଇଛି। ଏହି ମାସରେ ଦୁଇଟି ଏକାଦଶୀ ପଡ଼େ ଯାହା ମଧ୍ୟରୁ ବିଜୟା ଏକାଦଶୀ ମଧ୍ୟ ବହୁତ ମହତ୍ୱପୂର୍ଣ। ଏହି ଏକାଦଶୀ ଫାଲଗୁନ ମାସରେ ପଡ଼େ। ନିଜର ଶତ୍ରୁଙ୍କ ଉପରେ ବିଜେୟ ହେବା ପାଇଁ ଏହି ଏକାଦଶୀ ବ୍ରତ କରାଯାଏ।
ଆଷ୍ଟ୍ରୋଶେଜ ଏଆଇର ଏହି ବିଶେଷ ଲେଖା ଆପଣଙ୍କୁ ବିଜୟାଏକାଦଶୀ 2025 ବିଷୟରେ ବିସ୍ତୃତରେ ସୂଚନା ପ୍ରଦାନ କରିବ। କେବଳ ଏତିକି ନୁହେଁ, ଏହି ଲେଖା ବିଜୟା ଏକାଦଶୀର ତିଥି, ପୂଜା ମୁହୂର୍ତ ଓ ପୌରଣିକ କଥା ବିଷୟରେ ମଧ୍ୟ ସୂଚନା ଦେବ। ସାଙ୍ଗରେ ଜାଣିବେ ବିଜୟା ଏକାଦଶୀ ଦିନ ରାଶି ଅନୁସାରେ କ’ନ ପ୍ରତିକାର କରି ପାରିବେ।
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ଭବିଷ୍ୟ ସହିତ ଜଡ଼ିତ ଯେ କୌଣସି ସମସ୍ଯାର ସମାଧାନ କରନ୍ତୁ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ
କେବେ ପାଳନ ହୁଏ ବିଜୟା ଏକାଦଶୀ
ବୈଦିକ କୈଲନ୍ଡର୍ ଅନୁସାରେ ଫାଲଗୁନ ମାସର ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ ବିଜୟା ଏକାଦଶୀ ପାଳନ ହୁଏ। ନିଜର କାର୍ଯ୍ୟରେ ସଫଳତା ପାଇବା ଓ ବିଜୟୀ ହେବା ପାଇଁ ଶ୍ରଦ୍ଧାଳୁ ଏହି ଏକାଦଶୀ ବ୍ରତ କରନ୍ତି।
କେବେ ଅଛି ବିଜୟା ଏକାଦଶୀ
24 ଫେବ୍ରୁୟାରୀ, 2025 ସୋମବାର ଦିନ ବିଜୟା ଏକାଦଶୀ ପଡ଼ୁଛି। ଏହି ଦିନ ବ୍ରତ ଉଜେଇଁ ବାର ସମୟ 25 ଫେବ୍ରୁୟାରୀ 06:50 ଋ ନେଇ 09:08 ପର୍ଯ୍ୟନ୍ତ ରହିବ।
23 ଫେବ୍ରୁୟାରୀ ଦ୍ଵିପ୍ରହର 01:59 ରେ ଦଶମୀ ତିଥିର ଆରମ୍ଭ ହେବ ଓ ଏହାର ସମାପନ ପର ଦିନ 24 feବୃୟାରୀ ଦ୍ଵିପ୍ରହର 01:48 ରେ ହେବ।
ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ
ବିଜୟା ଏକାଦଶୀ ବ୍ରତର ବିଧି
ଯଦି ଆପଣ ବିଜୟା ଏକାଦଶୀ ଦିନ ବ୍ରତ ରଖିବାକୁ ଚାହାନ୍ତି ତେବେ ଆପଣଙ୍କୁ ନିମ୍ନରେ ବିଧି-ବିଧାନ ସହିତ ପୂଜା ଏବଂ ବ୍ରତ କରିବାକୁ ହେବ:
- ବିଜୟା ଏକାଦଶୀର ଗୋଟିଏ ଦିନ ପୂର୍ବରୁ, ଆପଣ ଏକ ବେଦୀ ନିର୍ମାଣ କରିବା ଉଚିତ ଏବଂ ସେଥିରେ ସପ୍ତ ଧନ୍ୟ ସ୍ଥାପନ କରିବା ଉଚିତ। ସପ୍ତ ଧାନ୍ୟରେ ହରଡ଼, ମୁଗ, ଗହମ, ଜୌ, ଚାଉଳ, ସୋରିଷ ଏବଂ ବାଜରା ଅନ୍ତର୍ଭୁକ୍ତ।
- ଏହା ପରେ, ଏଥିରେ ଏକ କଳଶ ସ୍ଥାପନ କରନ୍ତୁ ଏବଂ ପରଦିନ ଏକାଦଶୀ ତିଥିରେ, ସକାଳେ ସ୍ନାନ କରିବା ପରେ, ଭଗବାନଙ୍କ ସମ୍ମୁଖରେ ଉପବାସର ସଂକଳ୍ପ ନିଅନ୍ତୁ।
- ଏବେ ଓସ୍ତ, ଅଶୋକ,, ଆମ୍ବ ଏବଂ ବଟ କୁ କଳଶରେ ରଖନ୍ତୁ ଏବଂ ତା'ପରେ ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି ସ୍ଥାପନ କରନ୍ତୁ। ପ୍ରଭୁଙ୍କ ସମ୍ମୁଖରେ ଧୂପ ଏବଂ ଦୀପ ଜଳାନ୍ତୁ ଏବଂ ତାଙ୍କୁ ଚନ୍ଦନ, ଫଳ, ଫୂଳ ଏବଂ ତୁଳସୀ ଅର୍ପଣ କରନ୍ତୁ।
- ଏହି ଦିନ ବ୍ରତ ସହିତ କଥା ପଢ଼ିବାର ମଧ୍ୟ ବହୁତ ମହତ୍ଵ ଅଛି। ଭଗବାନ ବିଷ୍ଣୁଙ୍କର ଧ୍ୟାନ କରି ରାତି ସମୟରେ ଭଜନ-କୀର୍ତନା କରନ୍ତୁ।
- ଦ୍ଵାଦଶ ତିଥିରେ ବ୍ରାହ୍ମଣ ଭୋଜନ କରାନ୍ତୁ ଓ ଦାନ କରାନ୍ତୁ। ଏହା ପରେ ଆପଣ ଶୁଭ ମୁହୂର୍ତରେ ବ୍ରତ ଉଜେଇଁ ପାରିବେ।
ଫ୍ରୀ ଅନଲାଇନ ଜନ୍ମ କୁଣ୍ଡଳୀ ସଫ୍ଟୱେୟାର୍ ରୁ ଜାଣନ୍ତୁ ନିଜର କୁଣ୍ଡଳୀର ସମ୍ପୂର୍ଣ ସୂଚନା
ବିଜୟା ଏକାଦଶୀ ବ୍ରତ କଥା
ବିଜୟା ଏକାଦଶୀ ବ୍ରତର ପୌରଣିକ କଥାର ସମ୍ବନ୍ଧ ଭଗବାନ ରାମଙ୍କ ସହିତ ଅଛି। ଠାରେ ଦ୍ଵାପର ଯୁଗରେ ପାଣ୍ଡବଙ୍କୁ ଫଲ୍ଗୁନ ଏକାଦଶୀର ମହତ୍ଵ ବିଷୟରେ ଜାଣିବାର ଇଚ୍ଛା ହେଲା। ତେବେ ପାଣ୍ଡବ ଭଗବାନ କୃଷ୍ଣଙ୍କଊ ଫଲ୍ଗୁନ ଏକାଦଶୀ ବିଷୟରେ ପଚାରିଲେ। ଏହି ପ୍ରଶ୍ନ ଶୁଣି ଶ୍ରୀକୃଷ୍ଣ କହିଲେ ପାଣ୍ଡବ! ସର୍ବପ୍ରଥମେ, ନାରଦ ମୂନି ବ୍ରହ୍ମାଙ୍କଠାରୁ ଫାଲଗୁନ କୃଷ୍ଣ ଏକାଦଶୀ ଉପବାସର କାହାଣୀ ଏବଂ ଗୁରୁତ୍ୱ ବିଷୟରେ ଜାଣିଥିଲେ। ତାହା ପରେ ଏବେ ଆପଣ ଏହାର ମହତ୍ଵ ଜାଣିବାକୁ ଯାଉଛନ୍ତି।
ତ୍ରେତୟା ଯୁଗରେ ପ୍ରଭୁ ରାମ ମାତା ସୀତାଙ୍କୁ ରାବଣର ବନ୍ଦୀରୁ ଉଦ୍ଧାର କରିବା ପାଇଁ ତାଙ୍କର ବିଶାଳ ବାନର ସେନା ସହିତ ଲଙ୍କା ଅଭିମୁଖେ ଯାତ୍ରା କରିଥିଲେ। ସେତେବେଳେ ଲଙ୍କା ଏବଂ ଶ୍ରୀରାମଙ୍କ ମଧ୍ୟରେ ଏକ ବିରାଟ ସମୁଦ୍ର ଥିଲା। ସମସ୍ତେ ଭାବୁଥିଲେ ଯେ ଏହି ସମୁଦ୍ର କିପରି ପାର ହେବ। ଏହି ସମୁଦ୍ର ପାର ହେବାର ସମାଧାନ ପାଇଁ, ଲକ୍ଷ୍ମଣ କହିଥିଲେ, 'ବକଦାଲଭ୍ୟ ମୁନିର ଏଠାରୁ ଅଧା ବାଟର ଦୂରରେ ବାସ କରନ୍ତି, ତାଙ୍କ ପାଖରେ ଏହି ସମସ୍ୟାର ସମାଧାନ ଅବଶ୍ୟ ଥିବ।'
ଏହା ଶୁଣି ରାମ ମୁନିଙ୍କ ପାଖରେ ପହଁଚିଲେ ଓ ତାଙ୍କୁ ପ୍ରଣାମ କରି ନିଜର ସମସ୍ଯା କହିଲେ। ଭଗବାନ ରାମଙ୍କର ସମସ୍ଯା ଶୁଣି ମୁନି କହିଲେ ଯଦି ଫାଲଗୁନ ମାସର କୃଷ୍ଣ ପାଖର ଏକାଦଶୀ ଦିନ ଆପଣଙ୍କର ସେନା ବ୍ରତ ରଖିବେ ତେବେ ଆପଣଙ୍କୁ ସମୁଦ୍ର ପାର କରିବାରେ ସଫଳତା ମିଳିବ। ଏହି ବ୍ରତ କରିବା ଦ୍ବାରା ମନୁଷ୍ୟକୁ ନିଜର ଶତ୍ରୁ ଉପରେ ବିଜୟୀ ପ୍ରାପ୍ତ ହେବ।
ଫାଲଗୁନ ଏକାଦଶୀରେ, ଋଷିଙ୍କ ଦ୍ୱାରା କୁହାଯାଇଥିବା ପଦ୍ଧତି ଅନୁସାରେ, ପ୍ରଭୁ ରାମ ସମଗ୍ର ସେନା ସହିତ ଏକାଦଶୀ ଉପବାସ ପାଳନ କରିଥିଲେ। ଏହା ପରେ, ବାନର ସେନା ରାମ ସେତୁ ନିର୍ମାଣ କରି ଲଙ୍କାରେ ପ୍ରବେଶ କରିଥିଲେ।
ବିଜୟା ଏକାଦଶୀର ମହତ୍ଵ
ବିଜୟା ଏକାଦଶୀର ବର୍ଣ୍ଣନା ପଦ୍ମ ଏବଂ ସ୍କନ୍ଦ ପୁରାଣରେ ମିଳେ। ଯଦି ଜଣେ ବ୍ୟକ୍ତି ତାଙ୍କ ଶତ୍ରୁମାନଙ୍କ ଦ୍ୱାରା ଘେରି ରହିଛି, ତେବେ ସେ ତାଙ୍କ ଶତ୍ରୁମାନଙ୍କଠାରୁ ମୁକ୍ତି ପାଇବା ପାଇଁ ବିଜୟା ଏକାଦଶୀ ଉପବାସ ରଖିବା ଉଚିତ।।
ବିଜୟା ଏକାଦଶୀର ମାହାତ୍ମ୍ୟ ଶୁଣିବ ଓ ପଢ଼ିବା ମାତ୍ରେ ସବୁ ପାପ ଧୋଇ ଯାଏ ଓ ଆତ୍ମବଳ ବୃଦ୍ଧି ହୁଏ।
ଯେଉଁ ବ୍ୟକ୍ତି ବିଜୟା ଏକାଦଶୀ ଦିନ ବ୍ରତ ରଖେ ତାହାର ଶୁଭ କର୍ମରେ ବୃଦ୍ଧି ଘଟେ ଓ ତାଙ୍କୁ ଇଚ୍ଛାନୁଯାୟୀ ଫଳ ମିଳେ। ଏହା ସହିତ ତାଙ୍କର ଦୁଃଖ ମଧ୍ୟ ନାଶ ହୁଏ। ଏହଇ ଶୁଭ ଦିନରେ ବ୍ରତ କରିବା ଦ୍ବାରା ଭଗବାନ ବିଷ୍ଣୁ ପ୍ରସନ୍ନ ହୁଅନ୍ତି।
ବିଜୟା ଏକାଦଶୀ ଦିନ କ’ଣ କରିବା ଉଚିତ
ବିଜୟା ଏକାଦଶୀ 2025 ଦିନ ନିମ୍ନ କାର୍ଯ୍ୟ କରିବା ଶୁଭ ଅଟେ:
- ଆପଣ ସମ୍ପୂର୍ଣ ଶ୍ରଦ୍ଧା ଓ ଭକ୍ତିର ସହିତ ଏକାଦଶୀ ବ୍ରତ eban ପୂଜା କରନ୍ତୁ।
- ଖାସ୍କରି ଭଗବାନ ବିଷ୍ଣୁଙ୍କର ବାସୁଦେବ ଅବତାର ପୂଜା କରନ୍ତୁ।
- ପଦ୍ମପୁରାଣ ଭଳି ମହାନ ଗ୍ରନ୍ଥରୁ ବିଜୟା ଏକାଦଶୀର ମହିମା ପଢ଼ନ୍ତୁ ଏବଂ ଶୁଣନ୍ତୁ।
- ଏହି ଦିନ ଅଭାବି ଓ ଗରିବ ଲୋକଙ୍କୁ ଦାନ କରନ୍ତୁ।
- ଏହି ଶୁଭ ଦିନରେ ଭଗବାନଙ୍କର ପବିତ୍ର ନାମ ଜପ କରନ୍ତୁ।
ବିଜୟା ଏକାଦଶୀ ଦିନ କ’ଣ କରିବେ ଓ କ’ଣ ନ କରିବେ
ଏହି ଦିନ କିଛି ବିଶେଷ ନିୟମର ପାଳନ କରିବା ଆବଶ୍ୟକ, ଯେପରି କି:
- ଯଦି ସମ୍ଭବ ହୁଏ, ଏକାଦଶୀ ବ୍ରତ ସମୟରେ ପାଣି ଏବଂ ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ। ଯଦି ଆପଣ ନିର୍ଜଳ ଉପବାସ ରଖିପାରିବେ ନାହିଁ, ତେବେ ଆପଣ ପାଣି ଏବଂ ଫଳ ସେବନ କରିପାରିବେ।
- ଛୋଟ ପିଲା, ବୃଦ୍ଧ ଓ ରୋଗୀ ଲୋକଙ୍କୁ ବ୍ରତ କରିବା ଉଚିତ ନୁହେଁ।
- କୌଣସି ଏକାଦଶୀରେ ଭାତ ଖାଆନ୍ତୁ ନାହିନ କି ରାନ୍ଧନ୍ତୁ ନାହିନ।
- ଏହି ଦିନ ମିଛ କୁହନ୍ତୁ ନାହିଁ, ଖରାପ ଭାଷା ବ୍ୟବହାର କରନ୍ତୁ ନାହିଁ କିମ୍ବା ହିଂସା କରନ୍ତୁ ନାହିଁ। ଏକାଦଶୀ ଦିନ ଉପବାସ କରୁଥିବା ବ୍ୟକ୍ତି କାହାକୁ କ୍ଷତି ପହଞ୍ଚାଇବା ଉଚିତ୍ ନୁହେଁ।
- ଏକାଦଶୀ ଦିନ ମାଂସ-ମଦ ଓ କୌଣସି ପ୍ରକାରର ନିଶାଋ ଦୂରେଇ ରହିବା ଉଚିତ ଏବଂ ବ୍ରହ୍ମଚାର୍ଯ୍ୟ ପାଳନ କରିବା ଉଚିତ।
- ଏକାଦଶୀ ଦିନ ଗରିବ ଓ ଅଭାବି ଲୋକଙ୍କୁ ଦାନ କରିବାର ବହୁତ ମହତ୍ଵ ଅଛି।
ଏକାଦଶୀ ବ୍ରତ ଦିନ ସନ୍ଧ୍ୟାରେ କ’ଣ ଖାଇବେ
ବିଜୟା ଏକାଦଶୀ 2025 ବ୍ରତ 24 ଘଣ୍ଟା ପାଇଁ ହୋଇଥାଏ ଓ ଏହି ବ୍ରତ ଦ୍ଵାଦଶ ତିଥିରେ ଉଜୀଆଁ ଯାଏ। ଏକାଦଶୀ ତିଥିରେ, ଆପଣ ସନ୍ଧ୍ୟାରେ ନଡ଼ିଆ, ଆଳୁ, ସାଗୁ, ମିଠା ଆଳୁ ଏବଂ କ୍ଷୀରରୁ ତିଆରି ଫଳ ଏବଂ ଜିନିଷ ଖାଇପାରିବେ। ସନ୍ଧ୍ୟାରେ ଲୁଣ ଖାଇବାରୁ ଦୂରେଇ ରହିବା ଉଚିତ। ଆପଣ ଏକାଦଶୀ ଉପବାସରେ ବାଦାମ ଏବଂ କଳା ଗୋଲମରିଚ ବ୍ୟବହାର କରିପାରିବେ।
ବିଜୟା ଏକାଦଶୀ ବ୍ରତର ନିୟମ
- ଏକାଦଶୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିୟମ ହେଉଛି ଏହି ଦିନ ଭାତ ଖାଇବା ଉଚିତ୍ ନୁହେଁ। ଯଦିଓ ଆପଣ ଉପବାସ କରୁନାହାଁନ୍ତି, ଭାତ ଖାଇବାରୁ ଦୂରେଇ ରୁହନ୍ତୁ। ଏକାଦଶୀରେ ଭାତ ଖାଇବା ପାପ।
- ଏହି ପବିତ୍ର ଦିନରେ ବର ଗଛକୁ କ୍ଷତି ପହଞ୍ଚାଇବା ଉଚିତ୍ ନୁହେଁ। ଭଗବାନ ବିଷ୍ଣୁ ବର ଗଛରେ ବାସ କରନ୍ତି, ତେଣୁ ଏକାଦଶୀ ଦିନ ଓସ୍ତ ଗଛକୁ ପୂଜା କରିବାର ବିଶେଷ ମହତ୍ତ୍ୱ ଅଛି।
- ଏକାଦଶୀ ଦିନ ଦାନ କରିବାର ବହୁତ ମହତ୍ଵ ଅଛି ଓ ଏହି ଦିନ ଭଗବାନ ବିଷ୍ଣୁଙ୍କର ପୂଜା କରିବା ପରେ ଅଭାବି ଓ ବ୍ରହ୍ମାନଙ୍କୁ ଦାନ କରିବା ପରେ ଏହି ବ୍ରତକୁ ସମ୍ପୂର୍ଣ ହୋଇଥିବା ବୋଲି କୁହାଯାଏ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ବିଜୟା ଏକାଦଶୀ ବ୍ରତ କରିବାର ଲାଭ
ଭଗବାନ ବିଷ୍ଣୁଙ୍କୁ ସନ୍ତୁଷ୍ଟ କରିବା ଏବଂ ଶତ୍ରୁମାନଙ୍କୁ ପରାସ୍ତ କରିବା ପାଇଁ ବିଜୟା ଏକାଦଶୀ ବ୍ରତ ପାଳନ କରାଯାଏ। ଏହି ଦିନ ରୀତିନୀତି ଅନୁସାରେ ଉପବାସ ରଖିବା ଦ୍ୱାରା, ଜୀବନର ସମସ୍ତ କ୍ଷେତ୍ରରେ ଶୁଭ ଫଳ ମିଳିଥାଏ।
ବିଜୟା ଏକାଦଶୀରେ ଭଗବାନ ବିଷ୍ଣୁଙ୍କ ପୂଜା ଏବଂ ଉପବାସ କରିବା ଦ୍ୱାରା ବିଜୟ ପ୍ରାପ୍ତ ହୁଏ। ଏହି ଉପବାସ ବ୍ୟକ୍ତିର ଜୀବନରେ ସଫଳତା ଆଣିଥାଏ।
ବିଜୟା ଏକାଦଶୀ ଦିନ ସମ୍ପୂର୍ଣ ଶ୍ରଦ୍ଧା ସହିତ ବ୍ରତ ରଖିବା ଦ୍ବାରା ବ୍ୟକ୍ତି ପୂର୍ବ ଜନ୍ମର ପାପରୁ ମୁକ୍ତି ପାଇଥାଏ ଓ ତାହାର ମୋକ୍ଷର ରାସ୍ତା ଖୋଲିଯାଏ ।
ଏହି ପବିତ୍ର ଦିନରେ ଭଗବାନ ବିଷ୍ଣୁଙ୍କର ମନ୍ତ୍ର ଜପ କରାଯାଏ ଏବଂ କଥା ପଢ଼ା ଯାଏ। ଏହା ଦ୍ବାରା ସକାରାତ୍ମକ ଊର୍ଜାର ସଞ୍ଚାର ହୋଇଥାଏ ଓ ଜୀବନରେ ଶକ୍ତି ମିଳିଥାଏ।
ବିଜୟା ଏକାଦଶୀ ବ୍ରତ ରଖିବା ଦ୍ବାରା ମାନସିକ ଶାନ୍ତି ଓ ଅଧ୍ୟାତ୍ମ କ୍ଷେତ୍ରରେ ଉନ୍ନତି ମିଳିବ।
ବିଜୟା ଏକାଦଶୀ ଦିନ ଜ୍ୟୋତିଷୀୟ ଉପାୟ
- ଯଦି ଆପଣ ନିଜର ଘରେ ସୁଖ-ଶାନ୍ତି ଓ ସମୃଦ୍ଧି ପାଇବାକୁ ଚାହାନ୍ତି ତେବେ ବିଜୟା ଏକାଦଶୀ ଦିନ ପ୍ରାତଃ କାଳରେ ସ୍ନାନ କରିବା ପରେ ବର ଗଛରେ ଜଳ ଢାଳନ୍ତୁ ଓ ପ୍ରାର୍ଥନା କରନ୍ତୁ।
- ଯେଉଁ ଲୋକମାନେ ନିଜ କାମରେ ନିରନ୍ତର ପରାଜୟର ସମ୍ମୁଖୀନ ହେଉଛନ୍ତି, ସେମାନେ ବିଜୟା ଏକାଦଶୀ 2025 ଦିନ ସକାଳେ ସ୍ନାନ କରିବା ପରେ ନିଜ ଘରର ଉତ୍ତର-ପୂର୍ବ କୋଣକୁ ଭଲ ଭାବରେ ସଫା କରିବା ଉଚିତ, ସେଠାରେ ଜୌ ଦାନା ବିଛାଇ ଦେବା ଉଚିତ, ସେଥିରେ ପାଣି ଭର୍ତ୍ତି ଏକ ମାଟି ପାତ୍ର ରଖିବା ଉଚିତ ଏବଂ ସେଥିରେ କିଛି ଘାସ ରଖିବା ଉଚିତ। ଏବେ କଳଶକୁ ଘୋଡ଼ାଇ ଦେଇ ଏବଂ ତାହା ଉପରେ ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି ରଖନ୍ତୁ ଏବଂ ରୀତିନୀତି ଅନୁସାରେ ପୂଜା କରନ୍ତୁ। ପୂଜା ସମାପ୍ତ ହେବା ପରେ, କଳସ ସହିତ ମୂର୍ତ୍ତିକୁ ମନ୍ଦିରରେ ଦାନ କରନ୍ତୁ। ପୂଜା ସାମଗ୍ରୀକୁ ଜଳରେ ପ୍ରବାହିତ କରନ୍ତୁ। ଆପଣ ଏହାକୁ ବର ଗଛ ପାଖରେ ମଧ୍ୟ ରଖିପାରିବ। ଏହି ପ୍ରତିକାର କରିବା ଦ୍ୱାରା ଆପଣ ଆପଣଙ୍କ କାମରେ ସଫଳତା ପାଇବେ।
- ଯେଉଁ ଲୋକଙ୍କର ବିଜନେସ ଠିକରେ ଚାଲୁ ନାହିଁ, ସେମାନେ ବିଜୟା ଏକାଦଶୀ 2025 ଦିନ ଭଗବାନ ବିଷ୍ଣୁଙ୍କର ପୂଜା କରିବା ସମୟରେ, 5 ଟି ଧଳା କୌଡ଼ି ନେଇ ତାକୁ ଭଗବାନଙ୍କର ସାମ୍ନାରେ ରଖି ଦିଅନ୍ତୁ।
- ଯଦି କୌଣସି କଥାକୁ ନେଇ ଆପଣ ବ୍ୟସ୍ତ ଅନୁଭବ କରୁଛନ୍ତି ତେବେ ଆପଣ ବିଜୟା ଏକାଦଶୀ ବ୍ରତ ରଖନ୍ତୁ ଓ ଧୂପ, ଦୀୟ ଓ ଚନ୍ଦନ ଦ୍ବାରା ଭଗବାନ ବିଷ୍ଣୁଙ୍କର ପୂଜା କରନ୍ତୁ। କିନ୍ତୁ ଯଦି ଆପଣ କୌଣସି କରଣରୁ ବ୍ରତ ରଖି ପାରୁ ନାହାନ୍ତି ତେବେ ଏହି ଦିନ ବିଷ୍ଣୁଙ୍କର ନିଶ୍ଚିତ ପୂଜା କରନ୍ତୁ। ଏହି ପ୍ରତିକାର କରିବା ଦ୍ବାରା ଆପଣଙ୍କର ମନରେ ଥିବା ସବୁ ଦ୍ଵନ୍ଦ ଦୂର ହୋଇଯିବ।
ଆଜିର ଗୋଚର
ବିଜୟା ଏକାଦଶୀ ଦିନ ରାଶି ଅନୁସାରେ କରନ୍ତୁ ପ୍ରତିକାର
ଆପଣ ବିଜୟା ଏକାଦଶୀ ଦିନ ନିଜର ରାଶି ଅନୁସାରେ ନିମ୍ନ ପ୍ରତିକାର କରିପାରିବେ:
- ମେଶ ରାଶି: ଆପଣ ବିଜୟା ଏକାଦଶୀ ଦିନ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଦିଅନ୍ତୁ ଓ ସୂର୍ଯ୍ୟ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ । ଏହି ଉପାୟ କରି ଆପଣ ଶତ୍ରୁଙ୍କୁ ପରାସ୍ତ କରିପାରିବେ। ଆପଣ ଭଗବାନ ଶିବଙ୍କର ରୁଦ୍ରାଭିଷେକ ମଧ୍ୟ କରାନ୍ତୁ।
- ବୃଷ ରାଶି: ଆର୍ଥିକ ଭାବରେ ସମୃଦ୍ଧି ପାଇବା ପାଇଁ ଆପଣ ମା ଲକ୍ଷ୍ମୀଙ୍କର ପୂଜା କରନ୍ତୁ ଓ ଅଭାବି ଲୋକଙ୍କଊ ବସ୍ତ୍ର ଏବଂ ଅନ୍ନ ଦାନ କରନ୍ତୁ।
- ମିଥୁନ ରାଶି: ଆପଣ ଭଗବାନ ବିଷ୍ଣୁଙ୍କର ତୁଳସୀ ପତ୍ର ଦ୍ବାରା ପୂଜା କରନ୍ତୁ। ଆପଣ ବିଷ୍ଣୁ ସହସ୍ରନାମ ପାଠ କରିପାରିବେ।
- କର୍କଟ ରାଶି: ଭାବନାତ୍ମକ ଭାବରେ ସ୍ଥିରତା ପାଇବା ପାଇବ କର୍କଟ ରାଶିର ଲୋକ ଚନ୍ଦ୍ରଙ୍କୁ ଜଳ ଚଢ଼ାନ୍ତୁ। ଆପଣ ଭଗବାନ ଶିବଙ୍କର ଆରାଧନା ମଧ୍ୟ କରିପାରିବେ।
- ସିଂହ ରାଶି: ଆପଣ ଗଣେଶ ବନ୍ଦନା କିମ୍ବା ଗଣେଶ ଅଷ୍ଟକ୍ଷର ମନ୍ତ୍ର ଜପ କରନ୍ତୁ। ଏହା ଦ୍ବାରା ଆପଣଙ୍କର ସଫଳତାର ମାର୍ଗ ପ୍ରଶସ୍ତ ହେବ।
- କନ୍ୟା ରାଶି: ଆପଣ ସରସ୍ବତୀ ବନ୍ଦନା କରନ୍ତୁ। ଏହା ଦ୍ବାରା ଆପଣଙ୍କର ଜ୍ଞାନ ଓ ବୁଦ୍ଧିରେ ବୃଦ୍ଧି ଘଟିବ।
- ତୁଳା ରାଶି: ବିଜୟା ଏକାଦଶୀରେ ତୁଳା ରାଶିର ଲୋକ ଶୁକ୍ର ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ।
- ବିଛା ରାଶି: ମାନସିକ ଓ ଶାରୀରିକ ବାଧା ଦୂର କରିବା ପାଇଁ ଆପଣ ହନୁମାନଙ୍କର ପୂଜା କରନ୍ତୁ ଓ ହନୁମାନ ଚାଲିସା ଓ ହନୁମାନ ଅଷ୍ଟକ୍ଷର ମନ୍ତ୍ର ଜପ କରନ୍ତୁ।
- ଧନୁ ରାଶି: ଆପଣ ଗରିବ ଓ ଅଭାବି ଲୋକଙ୍କଊ ହଳଦିଆ ରଙ୍ଗର ଫୂଳ ଦାନ କରନ୍ତୁ।
- ମକର ରାଶି: ଆପଣ ବିଜୟା ଏକାଦଶୀ 2025 ଦିନ ସୋରିଷ ତେଲରେ ଦୀପ ଜାଳନ୍ତୁ ଓ ଶନି ଦେବଙ୍କର ପ୍ରାର୍ଥନା କରନ୍ତୁ।
- କୁମ୍ଭ ରାଶି: ଆପଣ ଭଗବାନ ବିଷ୍ଣୁଙ୍କର ପୂଜା କରନ୍ତୁ ଓ ବିଷ୍ଣୁ ସହସ୍ରନାମ ଜପ କରନ୍ତୁ।
- ମୀନ ରାଶି: ଆପଣ ବୁଧ ଗ୍ରହଙ୍କର ପୂଜା କରନ୍ତୁ ଓ ବୁଧ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!
ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ
1. ବିଜୟା ଏକାଦଶୀ କେବେ ପଡ଼ୁଛି 2025 ରେ?
24 ଫେବ୍ରୁୟାରୀରେ।
2. ବିଜୟା ଏକାଦଶୀର ମହତ୍ଵ କ’ଣ?
ଏହି ଦିନ ବ୍ରତ ରଖିଲେ ସର୍ବତ୍ର ବିଜଯ ମିଳେ।
3. ବିଜୟା ଏକାଦଶୀ ଦିନ କ’ଣ ଖାଇବା ଉଚିତ?
ଶାଗୁ ଖାଇ ପାରିବେ