ମାସିକ ଅଙ୍କ ଫଳ 2025- ମଈ

Author: Monica Rajguru | Updated Thu, 17 Apr 2025 04:43 PM IST

ମାସିକ ଅଙ୍କ ଫଳ 2025 ପଢ଼ି ଜାଣନ୍ତୁ ନିଜର ମଈ ମାସ ପାଇଁ ଅଙ୍କ ରାଶିଫଳ।ଅଙ୍କ ଶାସ୍ତ୍ର ଅନୁସାରେ, ମଇ ମାସ ବର୍ଷର ପଞ୍ଚମ ମାସ ଅଟେ ତେଣୁ ଏହା ଉପରେ 5 ସଂଖ୍ୟାର ପ୍ରଭାବ ରହିଛି। ଆପଣଙ୍କୁ କହି ରଖୁଛୁ ଯେ ଏହି ବର୍ଷର ଅଙ୍କ 9, ଏପରି ସ୍ଥିତିରେ ମଈ 2025 ମାସ ଉପରେ ବୁଧଙ୍କ ବ୍ୟତୀତମଙ୍ଗଳଙ୍କର ପ୍ରଭାବ ମଧ୍ୟ ପଡ଼ିବ। ମୂଳାଙ୍କ ଅନୁସାରେ ଅଲଗା-ଅଲଗା ଲୋକଙ୍କ ଉପରେବୁଧଓ ମଙ୍ଗଳଙ୍କର ଅଲଗା-ଅଲଗା ପ୍ରଭାବ ପଡ଼ିବ କିନ୍ତୁ ମଈ 2025 ମାସ ସାମାନ୍ଯ ଭାବରେ ସାଧାରଣତଃ ଗର୍ବୀ ଏବଂ ଅଜବ ବକ୍ତବ୍ୟ ପାଇଁ ଜଣାଶୁଣା ହୋଇପାରେ। କିଛି ଗଣମାଧ୍ୟମ ସଂଗଠନଗୁଡ଼ିକ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ। ଯେକୌଣସି କଥା ବାଚକ କିମ୍ବା ପ୍ରେରଣାଦାୟକ ବକ୍ତାଙ୍କ ବିରୁଦ୍ଧରେ ମଧ୍ୟ ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ। ଶେୟାର, ସଟ୍ଟା ଏବଂ ସଫ୍ଟୱେର୍ ଇତ୍ୟାଦି କ୍ଷେତ୍ରରେ ମଧ୍ୟ ଉପର ତଳ ଦେଖାଯାଇପାରେ। ଆପଣଙ୍କ ନମ୍ବର ପାଇଁ 2025 ମଈ ମାସ କିପରି ରହିବ, ଅର୍ଥାତ୍, 2025 ମଈ ଆପଣଙ୍କ ପାଇଁ କି ଫଳାଫଳ ଆଣିଛି ତାହା ଆପଣଙ୍କୁ କହିବୁ।


ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025

ବିଶ୍ବର ବିଦ୍ବାନ ଅଙ୍କ ଜ୍ଯୋତିଷଙ୍କ ସହିତ ହୁଅନ୍ତୁ ଫୋନରେ କଥା ଓ ଜାଣନ୍ତୁ ଭବିଷ୍ୟ ସମ୍ବନ୍ଧିତ ସମସ୍ତ ସୂଚନା

ମୂଳାଙ୍କ 1

ଯଦି ଆପଣ କୌଣସି ମାସର 1,10, 19 କିମ୍ବା 28 ତାରିଖରେ ଜନ୍ମ ହୋଇଛନ୍ତି ତେବେ ଆପଣଙ୍କର ମୂଳାଙ୍କ 1 ହେବ ଓ ଏହି ମୂଳାଙ୍କ ପାଇଁ ମଈ ମାସ କ୍ରମଶଃ 6, 9, 5, 5, 6 ଓ 5 ଅଙ୍କ ଦ୍ବାରା ପ୍ରଭାବିତ। ଅର୍ଥାତ ଏହି ମାସରେ ଅଙ୍କ 6କୁ ଛାଡ଼ି ଅନ୍ୟ ସମସ୍ତ ଅଙ୍କ ଆପଣଙ୍କୁ ସପୋର୍ଟ କରିବେ। କିନ୍ତୁ ବିଶେଷ କଥା ହେଉଛି ଏହି ମାସରେ ସଂଖ୍ୟା 6 ସର୍ବାଧିକ ପ୍ରଭାବ ପକାଇବ। ଏପରି ପରିସ୍ଥିତିରେ, ଆମେ କହିପାରିବା ଯେ ଏହି ମାସ ଆପଣଙ୍କୁ ମିଶ୍ରିତ ଫଳାଫଳ ଦେଇପାରେ। ପରିଣାମ ହାରାହାରି ରହିଲେ ଆପଣ ଚେସ୍ଟ କରି ଆହୁରି ଭଲ କରିପାରିବେ ସାମାନ୍ଯ ଭାବରେ ଏହି ମାସ ଘର-ଗୃହସ୍ଥିକୁ ସଜାଇବା ଓ ସୁଧାରିବାରେ କଟି ଯିବ। ଯଦି ଆପଣ ବହୁତ ଦିନ ଧରି ଘରକରଣା ଜିନିଷ କିଣିବା ପାଇଁ ଚିନ୍ତା କରୁଛନ୍ତି, ତେବେ ଏହି ମାସରେ ସେଗୁଡ଼ିକୁ କିଣିବା ସମ୍ଭବ ହେବ। ଏହି ମାସଟି ପାରିବାରିକ ଜୀବନ ପାଇଁ ମଧ୍ୟ ଭଲ ବୋଲି ବିବେଚନା କରାଯିବ।

ମାମଲା ପ୍ରେମର ହେଉ କିମ୍ବା ବିବାହର, ଏହି ସମସ୍ତ ମାମଲାରେ ମଈ 2025 ମାସ ଆପଣଙ୍କୁ ବହୁତ ଭଲ ପରିଣାମ ଦେଇପାରେ କିନ୍ତୁ ସ୍ତ୍ରୀଙ୍କ ସମ୍ବନ୍ଧିତ ମାମଲାରେ ଏହି ମାସରେ ବହୁତ ସାବଧାନ ହୋଇ କାମ କରିବାର ଆବଶ୍ୟକତା ରହିବ। କୌଣସି ସ୍ତ୍ରୀର ଅପମାନ କରନ୍ତୁ ନାହିଁ। ଯଦି ଆପଣଙ୍କର ସିନିୟର କିମ୍ବା ବସ ଜଣେ ସ୍ତ୍ରୀ ତେବେ ତାଙ୍କ ସହିତ ସମ୍ମାନପୂର୍ବକ ଆଚରଣ କରିବା ଆବଶ୍ୟକ ହେବ। କୌଣସି ମହିଳାଙ୍କ ସହିତ କୌଣସି ବିବାଦକୁ ଏଡ଼ାଇବା ପାଇଁ ଆମକୁ ଯଥାସମ୍ଭବ ଚେଷ୍ଟା କରିବା ଉଚିତ। ସେହି ସମୟରେ, କୌଣସି ଅଜଣା ମହିଳାଙ୍କୁ ବିଶ୍ୱାସ କରିବା ଠିକ୍ ହେବ ନାହିଁ। ଏହି ସତର୍କତା ଅବଲମ୍ବନ କରିବା ପରେ ଆପଣ ଏହି ମାସରେ ସନ୍ତୋଷଜନକ ଫଳାଫଳ ପାଇପାରିବେ।

ଉପାୟ: କନ୍ୟାଙ୍କର ପୂଜା କରି ତାଙ୍କର ଆଶୀର୍ବାଦ ନିଅନ୍ତୁ।

ବୃହତ କୁଣ୍ଡଳୀ ରେ ଲୁଚି ରହିଛି ଆପଣଙ୍କର ଜୀବନର ସମସ୍ତ ରହସ୍ୟ, ଜାଣନ୍ତୁ ଗ୍ରହ ଚଳନର ସମ୍ପୂର୍ଣ ବିବରଣୀ

ମୂଳାଙ୍କ 2

ଯଦି ଆପଣ କୌଣସି ମାସର 2, 11, 20 କିମ୍ବା 29 ତାରିଖରେ ଜନ୍ମ ହୋଇଛନ୍ତି ତେବେ ଆପଣଙ୍କର ମୂଳାଙ୍କ 3 ହେବ ଓ ଏହି ମୂଳାଙ୍କ ପାଇଁ ମଈ ମାସ କ୍ରମଶଃ 7, 9, 5, 5, 6 ଓ 5 ଅଙ୍କ ଦ୍ବାରା ପ୍ରଭାବିତ। ଏହାର ଅର୍ଥ ହେଉଛି ଏହି ମାସରେ ଅଙ୍କ 7 ଏବଂ 9 ଆପଣଙ୍କ ସପକ୍ଷରେ ନାହାନ୍ତି। ବାକି ଅଙ୍କଗୁଡ଼ିକ ଆପଣଙ୍କ ସପକ୍ଷରେ ଅଛନ୍ତି ଏବଂ ପୂର୍ଣ୍ଣ ସହଯୋଗ କରିବାକୁ ଇଚ୍ଛୁକ। ତେଣୁ, ଏହି ମାସରେ ଆପଣଙ୍କୁ ମିଶ୍ରିତ ଫଳାଫଳ ମିଳିପାରେ। ଏହି ମାସରେ ଅଙ୍କ 7 ର ସବୁଠାରୁ ଅଧିକ ପ୍ରଭାବ ଅଛି। ଏପରି ପରିସ୍ଥିତିରେ, ଏହି ମାସ ଆପଣଙ୍କୁ ସଙ୍କେତ ଦେବ ଯେ କେଉଁ ବ୍ୟକ୍ତି ଆପଣଙ୍କର ଶୁଭେଚ୍ଛୁ ଏବଂ କିଏ କେବଳ ଆପଣଙ୍କର ଶୁଭେଚ୍ଛୁ ହେବାର ଅଭିନୟ କରୁଛି।

ମାସିକ ଅଙ୍କ ଫଳ 2025 କହୁଛି ଯେଆପଣ ଠିକ ଓ ଭୁଲ ବୁଝିପାରିବେ କିନ୍ତୁ ଏହା ସତ୍ବେ ଆପଣ ବୁଦ୍ଧି ପରିବର୍ତ୍ତେ ମନ କଥା ଶୁଣି କିଛି ମାମଲାରେ ପ୍ରତାରଣା ସହି ପାରନ୍ତି। ଆପଣଙ୍କୁ ନିଜର ମନ ଓ ମସ୍ତିଷ୍କ ଦୁଇଟି ମଧ୍ଯରେ ସାମଞ୍ଜସ୍ୟ ରଖି ଚଳିବାକୁ ହେବ। ଖାସକରି ସ୍ତ୍ରୀଙ୍କ ସମ୍ବନ୍ଧିତ ମାମଲାରେ ବହୁତ ସାବଧାନ ରହିବା ଆବଶ୍ୟକ। ଧର୍ମ ଓ ଅଧ୍ୟାତ୍ମ ଦୃଷ୍ଟିରୁ ଏହି ମାସକୁ ଭଲ କୁହାଯିବ। 9 ଅଙ୍କ ସୂଚାଇ ଦେଉଛି ଯେ ଅନାବଶ୍ୟକ କ୍ରୋଧ ଏବଂ ବିବାଦକୁ ଏଡ଼ାଇବା ଗୁରୁତ୍ୱପୂର୍ଣ୍ଣ। ଏହି ସତର୍କତା ଅବଲମ୍ବନ କରିବା ପରେ, ଆପଣ ନକାରାତ୍ମକ ଫଳାଫଳକୁ ରୋକି ସକାରାତ୍ମକ ଫଳାଫଳକୁ ସନ୍ତୁଳିତ କରିପାରିବେ।

ଉପାୟ: ଗୁରୁବାର ଦିନ ମନ୍ଦିରରେ ଚଣା ଡାଲି ଦାନ କରିବା ଶୁଭ ହେବ।

ମୂଳାଙ୍କ 3

ଯଦି ଆପଣ କୌଣସି ମାସର 3,12, 21 କିମ୍ବା 30 ତାରିଖରେ ଜନ୍ମ ହୋଇଛନ୍ତି ତେବେ ଆପଣଙ୍କର ମୂଳାଙ୍କ 3 ହେବ। ଏହି ମୂଳାଙ୍କ ପାଇଁ ମଈ ମାସ କ୍ରମଶଃ 8, 9, 5, 5, 6 ଓ 5 ଅଙ୍କ ଦ୍ବାରା ପ୍ରଭାବିତ। ଏହି ମାସର ମାସିକ ଅଙ୍କ ଅର୍ଥାତ୍ 5 ଏବଂ 6 ବ୍ୟତୀତ, ଅନ୍ୟ ସମସ୍ତ ଅଙ୍କ ଆପଣଙ୍କ ସପକ୍ଷରେ ଅଛନ୍ତି। ବିଶେଷ କଥା ହେଉଛି ଯେ ଏହି ମାସରେ 8 ଏବଂ 9 ଅଙ୍କ ଆପଣଙ୍କୁ ପୂର୍ଣ୍ଣ ସମର୍ଥନ କରୁଛନ୍ତି। ଏହି କାରଣରୁ ଆପଣ ଏହି ମାସରେ ବହୁତ ପରିମାଣରେ ଅନୁକୂଳ ଫଳାଫଳ ପାଇପାରିବେ। ଯଦିଓ 5 ଓ 6 ମଧ୍ୟରେ ବିରୋଧ ହେତୁ କିଛି ଅସୁବିଧା ହେବ, ତଥାପି ଆପଣ ଆପଣଙ୍କ ବୁଦ୍ଧିମତା ସାହାଯ୍ୟରେ ସେହି ଅସୁବିଧାଗୁଡ଼ିକୁ ଦୂର କରିପାରିବେ।

ଆର୍ଥିକ ଦୃଷ୍ଟିରୁ ଏହି ମାସକୁ ବହୁତ ଭଲ କୁହାଯିବ। ଆପଣ କେଉଁଠି ଭଲ ବିନିଯୋଗ କରିପାରିବେ କିମ୍ବା କେଉଁଠାରେ ବିନିଯୋଗ କରିଥିବା ପଇସାରୁ ଭଲ ଲାଭ ପାଇବେ। ବ୍ୟବସାୟ ଦୃଷ୍ଟିରୁ ମଧ୍ୟ ଏହି ମାସକୁ ସାମାନ୍ଯ ଭାବରେ ଭଲ କୁହାଯିବ। ନୂଆ ବ୍ୟବସାୟର ଆରମ୍ଭ କରିବା ହେଉ କିମ୍ବା ପୁରୁଣା ବ୍ୟବସାୟରେ କିଛି ନୂଆ ପ୍ରୟୋଗ କରିବା ହେଉ, ଏହି ସମସ୍ତ ମାମଲା ପାଇଁ ମଈ 2025 ମାସ ବହୁତ ଭଲ ପରିଣାମ ଦେଇପାରେ। ଏସବୁ ସତ୍ତ୍ୱେ, ଅଙ୍କ 8 ର ପ୍ରକୃତିକୁ ବିଚାରକୁ ନେଇ, ଅଳସୁଆ ହୁଅନ୍ତୁ ନାହିଁ। ଏହାର ଅର୍ଥ ହେଉଛି ଯେ କୌଣସି କ୍ଷେତ୍ରରେ ଅସାବଧାନ ହେବା ଉଚିତ୍ ନୁହେଁ। ଆପଣ ଆପଣଙ୍କର ସ୍ୱଭାବ ଅନୁସାରେ ଯୋଜନାବଦ୍ଧ ଭାବରେ କାମ କରିବା ଉଚିତ ଏବଂ ସମୟ ମଧ୍ୟରେ କାମ ସମାପ୍ତ କରିବା ଉଚିତ; ଫଳାଫଳ ବହୁତ ଭଲ ହୋଇପାରେ। ଏହାର ଅର୍ଥ ହେଉଛି କିଛି ଅସୁବିଧା ପରେ ମଧ୍ୟ, ଏହି ମାସରୁ ବହୁତ ଭଲ ଫଳାଫଳ ପାଇବାର ସମ୍ଭାବନା ଅଛି।

ଉପାୟ: ଗରିବ ଓ ଅଭାବି ଲୋକଙ୍କୁ ନିଜର ସାମର୍ଥ୍ୟ ଅନୁସାରେ ଭୋଜନ କରାନ୍ତୁ।

ଫ୍ରୀ ଅନଲାଇନ ଜନ୍ମ କୁଣ୍ଡଳୀ ସଫ୍ଟୱେୟାର୍ ରୁ ଜାଣନ୍ତୁ ନିଜର କୁଣ୍ଡଳୀର ସମ୍ପୂର୍ଣ ବିବରଣୀ

ମୂଳାଙ୍କ 4

ଯଦି ଆପଣ କୌଣସି ମାସର 4,13, 22 କିମ୍ବା 31 ତାରିଖରେ ଜନ୍ମ ହୋଇଛନ୍ତି ତେବେ ଆପଣଙ୍କର ମୂଳାଙ୍କ 4 ହେବ। ଏହି ମୂଳାଙ୍କ ପାଇଁ ମଈ ମାସ କ୍ରମଶଃ 9, 9, 5, 5, 6 ଓ 5 ଅଙ୍କ ଦ୍ବାରା ପ୍ରଭାବିତ। ଅର୍ଥାତ ଏହି ମାସରେ ଅଙ୍କ 6 ବ୍ୟତୀତ ଦିଆ ଯାଇଥିବା ଅନ୍ୟ ସମସ୍ତ ଅଙ୍କ ଆପଣଙ୍କର ସମର୍ଥନରେ ଅଛନ୍ତି। ଏହି ମାସରେ ଆପଣ ନିଜର ଚେଷ୍ଟା ଅନୁସାରେ ସୁଯୋଗ ପ୍ରାପ୍ତ କରିବେ। ଅଙ୍କ 6ର ଉପସ୍ଥିତି କହୁଛି ଯେ ମାସର ପ୍ରଥମ ଭାଗରେ କିଛି ସମସ୍ଯା ଦେଖିବାକୁ ମିଳିପାରେ। ବିଶେଷ କରି ସ୍ତ୍ରୀଙ୍କ ସହିତ ଜଡ଼ିତ କିଛି ସମସ୍ଯା ରହିପାରେ କିମ୍ବା କୌଣସି ଲକ୍ସରି ଜିନିଷ କିଣିବାରେ ବାଧା ସୃଷ୍ଟି ହୋଇପାରେ। ଏହା ବ୍ଯତୀତ ସାମାନ୍ଯ ଭାବରେ ଆପଣଙ୍କୁ ଭଲ ପରିଣାମ ମିଳିବାର ସମ୍ଭାବନା ଅଛି।

ଅଙ୍କ 9 ଆପଣଙ୍କୁ ହାରାହାରି ପରିଣାମ ଦିଏ କିନ୍ତୁ 4 ଓ 9ର ସଂଯୋଗ ବିସ୍ଫୋଟକ ସ୍ଥିତି ଉଟପନ୍ନ କରିବ। ଏହି ମାସରେ କୌଣସି ବଡ଼ ରିସ୍କ ନିଅନ୍ତୁ ନାହିଁ।ମାସିକ ଅଙ୍କ ଫଳ 2025 କହୁଛି ଯେନିଜର ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ଯାନ ଇତ୍ୟାଦି ଚଳାଇବା ବେଳେ ସାବଧାନ ରୁହନ୍ତୁ। ନିଆଁ କିମ୍ବା ବିଜୁଳି ସମ୍ବନ୍ଧିତ ମାମଲାରେ ଭଲ ପରିଣାମ ମଧ୍ୟ ପ୍ରାପ୍ତ କରିପାରିବେ। ଆପଣ ଅଟକି ଥିବା କାମକୁ ପୂରଣ କରି ପାରିବେ। ସମସ୍ତ ବିକ୍ଷିପ୍ତ କାର୍ଯ୍ୟ କିମ୍ବା ସମ୍ପର୍କରେ ସତର୍କତାର ସହ କାମ କଲେ ଭଲ ଫଳାଫଳ ମିଳିପାରିବ।

ଉପାୟ: ନିୟମିତ ଭାବରେ ହନୁମାନ ଚାଳିସା ପାଠ କରନ୍ତୁ।

ମୂଳାଙ୍କ 5

ଯଦି ଆପଣ କୌଣସି ମାସର 5, 14 କିମ୍ବା 23 ତାରିଖରେ ଜନ୍ମ ହୋଇଛନ୍ତି ତେବେ ଆପଣଙ୍କର ମୂଳାଙ୍କ 5 ହେବ। ଏହି ମୂଳାଙ୍କ ପାଇଁ ମଈ ମାସ କ୍ରମଶଃ 1, 9, 5, 5, 6 ଓ 5 ଅଙ୍କ ଦ୍ବାରା ପ୍ରଭାବିତ। ଅର୍ଥାତ ଏହି ମାସରେ ଅଙ୍କ 9 ବ୍ୟତୀତ ଅନ୍ୟ ସମସ୍ତ ଅଙ୍କ ଆପଣଙ୍କର ସମର୍ଥନ କରିବେ କିମ୍ବା ଆପଣଙ୍କୁ ହାରାହାରି ପରିଣାମ ଦେବେ। ଆମେ କହି ପାରିବା ଯେ ଏହି ମାସରେ ଧର୍ଯ୍ୟ ରଖି କାମ କରିବାର ଆବଶ୍ୟକତା ୟାକ। ଯଦି ଆପଣ କ୍ରୋଧ, ଓ ଚଞ୍ଚଳତାରୁ ଦୂରେଇ ରହିବେ ତେବେ ପରିଣାମ ବହୁତ ଭଲ ରହିବ। ବିଶେଷକରି ଶାସନ-ପ୍ରଶାସନ ସହିତ ଜଡ଼ିତ ମାମଲାରେ ମଧ୍ୟ ପରିଣାମ ବହୁତ ଭଲ ରହିବ। ପିତା ଇତ୍ୟାଦିଙ୍କ ସହିତ ସମ୍ବନ୍ଧିତ ମାମଲାରେ ମଧ୍ୟ ପରିଣାମ ଭଲ ରହିବ। କୌଣସି ନୂଆ କାମର ଆରମ୍ଭ ପାଇଁ ଏହି ମାସ ଭଲ ସାହାଜ୍ୟ କରିପାରେ କିମ୍ବା ପୁରୁଣା କାମରେ କିଛି ନୂଆ କରିବା ପାଇଁ ଏହି ମାସ ସାହାଜ୍ୟକାରୀ ରହିପାରେ। କହିବାର ତାତ୍ପର୍ଜ୍ଯ ଏହା ମର୍ଜାଦା ସହିତ କାମ କରିବା ସ୍ଥିତିରେ ଏହି ମାସ ନା କେବଳ ପାରିବାରିକ ମାମଲାରେ ଭଲ ପରିଣାମ ଦେବ ବରଂ ଆର୍ଥିକ ଓ ସାମାଜିକ ମାମଲାରେ ମଧ୍ୟ ଆପଣଙ୍କୁ ଭଲ ପରିଣାମ ମିଳିପାରେ।

ଉପାୟ: ସୂର୍ଯ୍ୟୋଦୟ ପୂର୍ବରୁ ଉଠି ସ୍ନାନ ଇତ୍ୟାଦି ଶାଢ଼ୀ ସୂର୍ଯ୍ୟ ଭଗବାନଙ୍କୁ କୁକୁମ ମିଶ୍ରିତ ଜଳ ଚଢ଼ାଇବା ଉଚିତ।

ମୂଳାଙ୍କ 6

ଯଦି ଆପଣ କୌଣସି ମାସର 6। 15 କିମ୍ବା 24 ତାରିଖରେ ଜନ୍ମ ହୋଇଛନ୍ତି ତେବେ ଆପଣଙ୍କର ମୂଳାଙ୍କ 6 ହେବ। ଏହି ମୂଳାଙ୍କ ପାଇଁ ମଈ ମାସ କ୍ରମଶଃ 2, 9, 5, 5, 6 ଓ 5 ଅଙ୍କ ଦ୍ବାରା ପ୍ରଭାବିତ। ଅର୍ଥାତ ଅଙ୍କ 9 ବ୍ୟତୀତ ଅନ୍ୟ ସମସ୍ତ ଅଙ୍କ ଆପଣଙ୍କ ସମର୍ଥନରେ ରହିବେ କିମବା ହାରାହାରି ପରିଣାମ ଦେବ। ହାରାହାରି ଭାବରେ ସବୁଠାରୁ ଅଧିକ ପ୍ରଭାବ ଅଙ୍କ 2ର ରହିବ। ଆପଣଙ୍କୁ ମଧ୍ୟ ଆପଣଙ୍କର ପ୍ରୟାସରେ ହାରାହାରି ସଫଳତା ମିଳିବ। ଚାହୁଁଥିବା ସଫଳତା ପାଇବା ପାଇଁ ଅଧିକ ପ୍ରୟାସ କରିବା ଆବଶ୍ୟକ ହେବ। ଏହି ମାସ ସମ୍ବନ୍ଧକୁ ସୁଧାରିବାରେ ଆପଣଙ୍କର ସାହାଜ୍ୟ କରିବ। ସାଙ୍ଗରେ ପାର୍ଟନର୍ଶିପରେ କାମ କରୁଥିବା ଲୋକଙ୍କୁ ଭଲ ପରିଣାମ ଦେଇପାରେ। ଧର୍ଯ୍ୟର ସହିତ କାମ କରିବା ଆବଶ୍ୟକ ହେବ।

ସାମାଜିକ ଓ ପାରିବାରିକ ମାମଲାରେ ଏହି ମାସ ଭଲ ପରିଣାମ ଦେବ। ଆର୍ଥିକ ଓ ବ୍ଯବସାୟିକ ମାମଲାରେ ସାବଧାନ ହୋଇ କାମ କରିବା ଆବଶ୍ୟକ। ଏପରି ସ୍ଥିତିରେ ଭଲ ପରିଣାମ ମିଳିବାର ସମ୍ଭାବନା ଆହୁରି ଦୃଢ଼ ହେବ।

ଉପାୟ: ଶିବଲିଙ୍ଗ ଉପରେ ଖୀର ମିଶ୍ରିତ ଜଳ ଅଭିଷେକ କରନ୍ତୁ।

ପାଆନ୍ତୁ ନିଜର କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍

ମୂଳାଙ୍କ 7

ଯଦି ଆପଣ କୌଣସି ମାସର 7, 16 କିମ୍ବା 25 ତାରିଖରେ ଜନ୍ମ ହୋଇଛନ୍ତି ତେବେ ଆପଣଙ୍କର ମୂଳାଙ୍କ 7 ହେବ। ଏହି ମୂଳାଙ୍କ ପାଇଁ ମଈ ମାସ କ୍ରମଶଃ 3, 9, 5, 5, 6 ଓ 5 ଅଙ୍କ ଦ୍ବାରା ପ୍ରଭାବିତ। ଅର୍ଥାତ ଅଙ୍କ 9କୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ଅଙ୍କ ଆପଣଙ୍କର ସମର୍ଥନ କରିବେ।ମାସିକ ଅଙ୍କ ଫଳ 2025 କହୁଛି ଯେ ଏହି ମାସରେ ଆପଣ ବହୁ ମାତ୍ରାରେ ଭଲ ପରିଣାମ ପ୍ରାପ୍ତ କରିବେ କାରଣ ଅଙ୍କ 9ର ପ୍ରଭାବ ବର୍ଷସାରା ଆପଣଙ୍କ ଉପରେ ରହିବ। ଏହି ବର୍ଷ ଆପଣଙ୍କୁ ନିଜର ଖର୍ଚ୍ଚ ଉପରେ ଧ୍ୟାନ ଦେବାକୁ କହୁଛି। ଶାନ୍ତ ଚିତ୍ତ ରାହୁ କାର୍ଯ୍ୟ କରିଲେ ଆପଣଙ୍କୁ ଭଲ ପରିଣାମ ମିଳିବ। ଏହି ମାସର ବିଶେଷ କଥା ଏହା ଯେ ପାଖାପାଖି ବହୁ ମାତ୍ରାରେ ଆପଣଙ୍କୁ ଅନୁକୂଳ ପରିଣାମ ପ୍ରାପ୍ତ ହେବ।

ଏହି ମାସ ସାମାଜିକ ମାମଲାରେ ମଧ୍ୟ ଭଲ ସାହାଜ୍ୟ କରିବ। ଯଦି ଆପଣ ସାମାଜିକ ଗତିବିଧିରେ ନିରନ୍ତର ଭାଗ ନେଉ ଥିବା ବ୍ୟକ୍ତି ତେବେ ଏହି ମାସରେ ଆପଣଙ୍କର ଭଲ ପ୍ରତିମୂର୍ତ୍ତି ରହିବ। ରଚନାତ୍ମକ କାର୍ଯ୍ୟରେ ମଦ୍ୟ ଏହି ମାସ ଆପଣଙ୍କ ପାଇଁ ସାହାଜ୍ୟକାରୀ ରହିବ। ମିତ୍ରଙ୍କ ସହିତ ସମ୍ବନ୍ଧକୁ ଦୃଢ଼ କରିବାରେ ମଧ୍ୟ ଏହି ମାସ ସକାରାତ୍ମକ ପରିଣାମ ଦେବ। ଅର୍ଥାତ ସାମାଜିକ, ପାରିବାରିକ ଓ ଆର୍ଥିକ ମାମଲାରେ ଆପଣଙ୍କୁ ଭଲ ପରିଣାମ ମିଳିପାରିବ।

ଉପାୟ: ମନ୍ଦିରରେ ହଳଦିଆ ରଙ୍ଗର ଫଳ ଚଢ଼ାଇବା ଶୁଭ ହେବ।

ମୂଳାଙ୍କ 8

ଯଦି ଆପଣ କୌଣସି ମାସର 8, 17 କିମ୍ବା 26 ତାରିଖରେ ଜନ୍ମ ହୋଇଛନ୍ତି ତେବେ ଆପଣଙ୍କର ମୂଳାଙ୍କ 8 ହେବ। ଏହି ମୂଳାଙ୍କ ପାଇଁ ମଈ ମାସ କ୍ରମଶଃ 4, 9, 5, 5, 6 ଓ 5 ଅଙ୍କ ଦ୍ବାରା ପ୍ରଭାବିତ। ଅର୍ଥାତ ଏହି ମାସରେ ସବୁଠାରୁ ଅଧିକ ପ୍ରଭାବ ପକାଉଥିବା ଅଙ୍କ 4 ଆପଣଙ୍କର ପକ୍ଷରେ ନାହିଁ ଯେତେବେଳେ କି ଦୁଇ ଥର ଆସୁଥିବା ଅଙ୍କ 5 ଆପଣଙ୍କ ପାଇଁ ଏଭାରେଜ ଅଛି। ଏପରି ସ୍ଥିତିରେ ଏହି ମାସ କିଛି ମାତ୍ରାରେ ସଂଘର୍ଷ ଦେଖିବାକୁ ମିଳିପାରେ। ସଂଘର୍ଷ ପରେ ଆପଣଙ୍କୁ ସନ୍ତୋଷପ୍ରଦ ପରିଣାମ ମିଳିପାରିବ। ଅଙ୍କ 4ର ଉପସ୍ଥିତି ଏହି କଥାର ସଙ୍କେତ ଦେଉଛି ଯେ ଏହି ମାସ ଆପଣଙ୍କ ଦ୍ବାରା କିଛି ପରିଶ୍ରମ ହୋଇପାରେ। ସେହି ପରିଶ୍ରମକୁ କମ କରିବା ପାଇଁ ଆପଣଙ୍କୁ ଅନୁଶାସିତ ଭାବରେ କାମ କରିବା ଆବଶ୍ୟକ। ଅର୍ଥାତ ବ୍ୟକ୍ତିଗତ ଅନୁଶାସନ ଆପଣଙ୍କ ପାଇଁ ହିତକାରୀ ରହିବ। ଏହି ମାସରେ ଚହଳ କପଟ ପାଇଁ ଜଣା ଯାଉଛି। ଏହି ମାସରେ କାହା ଉପରେ ଅକ୍ଷୟ ବନ୍ଦ କରି ବିଶ୍ବାସ ନ କରିବାା ଉଚିତ ହେବ।

ବିନିଯୋଗ ଇତ୍ୟାଦି ମାମଲାରେ ମଧ୍ୟ ସାବଧାନ ରହିବା ଆବଶ୍ୟକ। ସମ୍ଭବ ହେଲେ ଏହି ମାସରେ ବିନିଯୋଗ କରିବାରୁ ଦୂରେଇ ରୁହନ୍ତୁ, ଯଦି ଆପଣ ଅନଲାଇନ କିଣାକିଣି କରିବାକୁ ଅଧିକ ପସନ୍ଦ କରନ୍ତି ତେବେ କୌଣସି ବିଶ୍ୱାସନୀୟ ଜାଗାରୁ କିଣନ୍ତୁ। ସାଙ୍ଗରେ ଯେଉଁଥିରେ ରିଟର୍ନ କରିବାର ପଲିସି ଅଛି, ସେହି ପ୍ରଡକ୍ଟ୍ କିଣିବା ଉଚିତ ରହିବ କାରଣ ଆପଣଙ୍କୁ ଖରାପ ପ୍ରଡକ୍ଟ୍ ମିଳିବାର ଆଶଙ୍କା ଅଛି। ଅର୍ଥାତ ସାବଧାନ ରହି ଆପଣ ଠକେଇ ରୁ ବଞ୍ଚି ପାରିବେ। ଅନ୍ୟ ମାମଲାରେ ମଧ୍ୟ ସତର୍କ ରହି ଆପଣ ଭଲ ପରିଣାମ ପାଇ ପାରିବେ।

ଉପାୟ: ମଥାରେ ନିୟମିତ ଭାବରେ ହଳଦୀର ଟୀକା ଲଗାନ୍ତୁ।

ନୂଆ ବର୍ଷରେ କ୍ୟାରିଅର ସହିତ ଜଡ଼ିତ ସମସ୍ଯା କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍ ସାହାଜ୍ୟରେ ଦୂର କରନ୍ତୁ

ମୂଳାଙ୍କ 9

ଯଦି ଆପଣ କୌଣସି ମାସର 9। 18 କିମ୍ବା 27ରେ ଜନ୍ମ ହୋଇଛନ୍ତି, ତେବେ ଆପଣଙ୍କର ମୂଳାଙ୍କ 9 ହେବ। ମୂଳାଙ୍କ 9 ପାଇଁ ମଈ ମାସ କ୍ରମଶଃ 5, 9, 5, 5, 6 ଓ 5 ଅଙ୍କର ପ୍ରଭାବ ନେଇ ହୋଇଥାଏ। ଅର୍ଥାତ ଏହି ମାସରେ ଅଙ୍କ 9 ବ୍ଯତୀତ ଅନ୍ୟ ଅଙ୍କ ଆପଣଙ୍କ ସପକ୍ଷରେ ଥିବା ନଜର ଆସୁ ନାହାନ୍ତି।ମାସିକ ଅଙ୍କ ଫଳ 2025 କହୁଛି ଯେଏହି ମାସରେ ଜୀବନର କିଛି କ୍ଷେତ୍ରରେ ସଂଘର୍ଷ ଦେଖିବାକୁ ମିଳିବ। ଯଦିଓ ଅଙ୍କ 5 ସନ୍ତୁଳନର ଅଙ୍କ ବିବେଚନା କରାଯାଏ। ସେଥିପାଇଁ ସନ୍ତୁଳିତ ଭାବରେ କାମ କରିବାର ସ୍ଥିତିରେ ସଫଳତା ମିଳିବାର ସମ୍ଭାବନା ରହିବ କିନ୍ତୁ ଅବହେଳା କିମ୍ବା ଅସନ୍ତୁଳନ ସଫଳତାର ମାର୍ଗରେ ସମସ୍ଯା ସୃଷ୍ଟି କରିପାରେ। ସନ୍ତୁଳିତ ଭାବରେ ଚଳିଲେ ସଫଳତା ମିଳିବାର ସମ୍ଭାବନା ଅଛି। ଯୋଜନାବଦ୍ଧ ହୋଇ କାମ କରିଲେ ପରିଣାମ ଭଲ ମିଳିବ। ଯଦି ଆପଣ କାମରେ ଆର୍ଥିକ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ତେବେ ସାବଧାନ ହୋଇ କରିପାରିବେ। ଯଦି ଚାକିରିରେ ପରିବର୍ତ୍ତନ ବହୁତ ଆବଶ୍ୟକ ତେବେ କିଛି ସମସ୍ଯା ପରେ ଆପଣ ପରିବର୍ତ୍ତନ କରି ପାରିବେ। ଯଦି ଯାତ୍ରାରେ ଯିବା ବହୁତ ଆବଶ୍ୟକ ତେବେ ଯୋଜନା କରି ଯାଇ ପାରିବେ। ସୁସ୍ଥ ଓ ସୌମ୍ଯ ମଜା କରିପାରିବେ। ଅର୍ଥାତ କିଛି ମାମଲାରେ ସାବଧାନ ହୋଇ ଏହି ମାସରେ ଆପଣ କିଛି ଭଲ ପରିଣାମ ଆଶା କରିପାରିବେ। ଅବହେଳା କରିଲେ ପରିଣାମ ଦୁର୍ବଳ ହୋଇପାରେ।

ଉପାୟ: ନିୟମିତ ଭାବରେ ଗଣପତିଙ୍କର ଚାଳିସା ପାଠ କରନ୍ତୁ।

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ବ୍ଲଗ ନିଶ୍ଚିତ ପସନ୍ଦ ଆସିଥିବ। ଯଦି ଏପରି ହୋଇଥାଏ ତେବେ ଆପଣ ନିଜର ଅନ୍ୟ ଶୁଭଚିନ୍ତକଙ୍କ ସହିତ ନିଶ୍ଚିତ ଶେୟାର କରନ୍ତୁ । ଧନ୍ୟବାଦ !

ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ

1. କେତୁଙ୍କର ଅଙ୍କ କ’ଣ?

ଅଙ୍କ ଜ୍ଯୋତିଷରେ ଅଙ୍କ 7 ଉପରେ କେତୁଙ୍କର ସ୍ଵାମିତ୍ଵ ଅଛି।

2. ଅଙ୍କ 1ର ସ୍ବାମୀ କିଏ?

ସୂର୍ଯ୍ୟ ଦେବ ଅଙ୍କ 1ର ଅଧିପତି।

3. ମୂଳାଙ୍କ 6 ପାଇଁ ଅପ୍ରିଲ କିପରି ରହିବ?

ଯେଉଁ ଲୋକଙ୍କର ମୂଳାଙ୍କ 6 ତାଙ୍କୁ ଅପ୍ରିଲ ମାସ ହାରାହାରି ପରିଣାମ ଦେବ।

Talk to Astrologer Chat with Astrologer