ହୋଲି 2025 - ତିଥି ଓ ସମୟ

Author: Monica Rajguru | Updated Fri, 28 Feb 2025 05:03 PM IST

ହୋଲି 2025ର ପର୍ବ ଧାର୍ମିକ, ସାଂସ୍କୃତିକ ଓ ଜ୍ୟୋତିଷୀୟ ଦୃଷ୍ଟି ମହତ୍ଵ ରଖେ ଯାହା ପ୍ରତିପଦା ତିଥି ରଏ ପାଳନ ହୁଏ। ବସନ୍ତ ମାସର ଆରମ୍ଭ ହେବା ସହିତ ହୋଲିର ଅପେକ୍ଷା ଥାଏ। ହୋଲି ପର୍ବ ଦୁଇ ଦିନ ପାଳନ ହୁଏ। ହିନ୍ଦୁ ଧର୍ମରଏ ହୋଲିକା ଦହନକୁ ମନ୍ଦ ଉପରେ ଭଲର ବିଜଯର ପ୍ରତିକ ବିବେଚନା କରାଯାଏ। ଭାରତ ସହିତ ଦେଶ ବିଦେଶରଏ ଏହାକୁ ନେଇ ଅନନ୍ୟ ଆକର୍ଷଣ ଏବଂ ଉତ୍ସାହ ଦେଖାଯାଏ। ହୋଲି ପାରସ୍ପରିକ ପ୍ରେମ ଏବଂ ଖୁସିର ପର୍ବ, ତେଣୁ ଏହି ଦିନ ଲୋକମାନେ ପରସ୍ପରକୁ ରଙ୍ଗ ଲଗାଇ ନିଜର ପୁରୁଣା ଅଭିଯୋଗକୁ ଭୁଲି ଯାଆନ୍ତି। ହୋଲିରେ, ଘରେ ଘରେ ଶର୍ବତ ଏବଂ ଭୁଜିଆ ଇତ୍ୟାଦି ଅନେକ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ। ଲୋକମାନେ ପରସ୍ପରକୁ ରଙ୍ଗ ଲଗାଇ ହୋଲି ପାଳନ କରନ୍ତି ଏବଂ ହୋଲିର ଶୁଭେଚ୍ଛା ଜଣାନ୍ତି।


ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025

ଭବିଷ୍ୟ ସହିତ ଜଡ଼ିତ ଯେ କୌଣସି ସମସ୍ଯାର ସମାଧାନ କରନ୍ତୁ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ

ପ୍ରତିବର୍ଷ ପ୍ରତିପଦା ତିଥିରେ ହୋଲିକୁ ବସନ୍ତ ପର୍ବ ଭାବରେ ପାଳନ କରାଯାଏ। ସରଳ ଭାଷାରେ କହିବାକୁ ଗଲେ, ଏହି ପର୍ବ ବସନ୍ତର ଆଗମନ ଏବଂ ଶୀତର ଶେଷକୁ ସୂଚିତ କରେ। ଏହି ବର୍ଷ ହୋଲି 2025 ଦିନ ଚନ୍ଦ୍ର ଗ୍ରହଣ ଲାଗିବ। ଆଷ୍ଟ୍ରୋସେଜ ଏଆଇର ହୋଲି 2025 ସ୍ପେଶାଲ ଲେଖାରଏ ଆମେ ହୋଲି କେବେ ପଡ଼ୁଛି ଓ ଏହାର ଶୁଭ ମୂହୁର୍ତ୍ତ କ’ଣ କହିବୁ। ଏହା ବ୍ଯତୀତ, କ’ଣ ଚନ୍ଦ୍ର ଗ୍ରହଣ ଭାରତରଏ ଦେଖା ଯିବ? ହୋଲି ଦିନ ରାଶି ଅନୁସାରେ କରିବାକୁ ଥିବା ପ୍ରତିକାର ବିଷୟରେ କହିବୁ। ତେବେ ଆସନ୍ତୁ ଡେରି ନ କରି ଆଗକୁ ବଢ଼ିବା ଓ ଜାଣିବା ହୋଲି ବିଷୟରେ ସବୁ କିଛି।

ହୋଲି: ତିଥି ଏବଂ ଶୁଭ ମୂହୁର୍ତ୍ତ

ହିନ୍ଦୁ ପାଞ୍ଜି ଅନୁସାରେ, ପ୍ରତ୍ଯେକ ବର୍ଷ ଚୈତ୍ର ମାସର କୃଷ୍ଣ ପକ୍ଷର ପ୍ରତିପଦା ତିଥିରେ ହୋଲିର ପର୍ବ ପାଳନ ହୁଏ। ଏହାର ପ୍ରଥମ ଦିନ ଧୁଲଣ୍ଡୀ କିମ୍ବା ହୋଲିକା ଦହନ ରୂପରେ ପାଳନ ହୁଏ। ଆସନ୍ତୁ ନଜର ପକାଇବା ଏବେ ବର୍ଷ 2025ରେ ହୋଲିର ତିଥି ଓ ଏହାର ଶୁଭ ମୂହୁର୍ତ୍ତ ଉପରେ।

ହୋଲି 2025 ତିଥି: 14 ମାର୍ଚ୍ଚ 2025, ଶୁକ୍ରବାର

ପୁର୍ଣିମା ତିଥିର ଆରମ୍ଭ: 13 ମାର୍ଚ୍ଚ 2025 ସକାଳ 10:38 ରୁ

ପୁର୍ଣିମା ତିଥିର ସମାପ୍ତି: 14 ମାର୍ଚ୍ଚ 2025 ଦ୍ଵିପ୍ରହର 12:27 ପର୍ଯ୍ୟନ୍ତ।

ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ

ହୋଲି ଦିନ ଛାୟା ଚନ୍ଦ୍ର ଗ୍ରହଣର ପ୍ରଭାବ

ପୂର୍ବ ବର୍ଷ ପରି ଏହି ବର୍ଷ ମଧ୍ୟ ହୋଲି ଦିନ ଚନ୍ଦ୍ର ଗ୍ରହଣ ଲାଗିବ। ହୋଲି ଦିନଚନ୍ଦ୍ର ଗ୍ରହଣ ଲାଗିବା ଦ୍ବାରା ଲୋକଙ୍କ ମନରେ ଏହି ପର୍ବ ପାଳନ କରିବା ପାଇଁ ସନ୍ଦେହ ସୃଷ୍ଟି ହୋଇପାରେ। ତେବେ କହି ରଖୁଛୁ ଯେ ଫାଲ୍ଗୁନ ଶୁକ୍ଳ ପକ୍ଷ ପୁର୍ଣିମା ତିଥିରଏ ଅର୍ଥାତ 14 ମାର୍ଚ୍ଚ 2025 ଦିନ ଚନ୍ଦ୍ର ଗ୍ରହଣ ଲାଗିବ। ଏହି ଗ୍ରହଣର ଆରମ୍ଭ ସକାଳ 10:41 ରଏ ହେବ ଓ ଏହାର ଅନ୍ତ ଦ୍ଵିପ୍ରହର 02:18 ରେ ହେବ। ଏହି ଗ୍ରହଣ ଦୁନିଆର ବିଭିନ୍ନ ଦେଶ ଯେପରି ଅଧହୟକଂଶ ଅସ୍ଟ୍ରେଲିୟା, ଇଉରୋପ, ଅଧିକାଂଶ ଆଫ୍ରିକା, ଉତ୍ତର ଓ ଦକ୍ଷିଣା ଆମେରିକା, ପ୍ରଶାନ୍ତ, ଆଟଲାଣ୍ଟିକ ଅର୍କଟିକ ମହାସାଗର, ପୂର୍ବ ଏସିଆ ଇତ୍ୟାଦିରଏ ଦେଖା ଯିବ। ବର୍ଷ 2025ରଏ ପ୍ରଥମ ଚନ୍ଦ୍ର ଗ୍ରହଣ ଭାରତରଏ ଦେଖା ଯିବ ନାହିଁ।

ନୋଟ: ୨୦୨୫ ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ ତେଣୁ ସୂତକ ସମୟ ବୈଧ ହେବ ନାହିଁ। ଏପରି ପରିସ୍ଥିତିରେ, ଦେଶରେ ହୋଲି ପର୍ବ ଉତ୍ସାହର ସହିତ ପାଳନ କରାଯାଇପାରିବ।

ଏବେ ଆମେ ଆଗକୁ ବଢ଼ିବା ଓ ଜାଣିବା ହୋଲି ସମ୍ବନ୍ଧିତ ପରମ୍ପରା ବିଷୟରେ।

ଚନ୍ଦ୍ର ଗ୍ରହଣ ବିଷୟରେ ବିସ୍ତୃତରେ ପଢ଼ିବା ପାଇଁ, କ୍ଲିକ କରନ୍ତୁ ।

ହୋଲିର ଇତିହାସ

ସମୟ ସହିତ, ହୋଲି ପାଳନ କରିବାର ପଦ୍ଧତି ବଦଳିଛି ଏବଂ ପ୍ରତ୍ୟେକ ଯୁଗ ସହିତ, ଏହାର ପାଳନର ରୂପ ମଧ୍ୟ ବଦଳିଛି। କିନ୍ତୁ, ସବୁଠାରୁ ପ୍ରାଚୀନ ପର୍ବ ହୋଇଥିବାରୁ, ହୋଲି ବିଭିନ୍ନ ନାମରେ ଜଣାଶୁଣା ଏବଂ ଏହା ସହିତ ଅନେକ ପରମ୍ପରା ଜଡ଼ିତ।

ଆର୍ଯ୍ୟଙ୍କର ହୋଲକା

ପ୍ରାଚୀନ କାଳରେ ହୋଲିକୁ ହୋଲକା କୁହାଯାଉଥିଲା ଏବଂ ଏହି ଅବସରରେ ଆର୍ଯ୍ୟମାନଙ୍କ ଦ୍ୱାରା ନବତ୍ରୈଷ୍ଟି ଯଜ୍ଞ କରାଯାଉଥିଲା। ହୋଲି ଦିନ ହୋଲକା ନାମକ ଖାଦ୍ୟ ସହିତ ଯଜ୍ଞ କରିବା ପରେ ପ୍ରସାଦ ଗ୍ରହଣ କରିବାର ପରମ୍ପରା ଥିଲା। ହୋଲକା କ୍ଷେତରେ ପଡ଼ିଥିବା ଅଧା କଞ୍ଚା ଓ ଅଧା ପାଚିଲା ଅନ୍ନ ଅଟେ ସେଥିପାଇଁ ଏହି ପର୍ବର ନାମ ହୋଲିକା ଉତ୍ସବ ମଧ୍ୟ। ସେହି ସମୟରେ ନୂଆ ଫସଲର କିଛି ଭାଗ ଦେବୀ-ଦେବତାଙ୍କୁ ଅର୍ପଣ କରାଯାଏ। କେବଳ ଏତିକି ନୁହେଁ, ସିନ୍ଧୁ ଘାଟୀ ସଭ୍ୟତାରଏ ମଧ୍ୟ ହୋଲି ଓ ଦୀପାବଳି ପାଳନ ହେଉଥିଲା।

ହୋଲିକା ଦହନ

ଧାର୍ମିକ ଗ୍ରନ୍ଥ ଅନୁସାରେ, ହୋଲିକା ଦହନ ଦିନ ଅସୁର ହିରଣକାଶ୍ୟପଙ୍କର ଭଉଣୀ ହୋଲିକା ପ୍ରହ୍ଲାଦଙ୍କର ମାରିବା କରିବା ପାଇଁ ତାଙ୍କୁ କୋଳରେ ଧରି ଅଗ୍ନିରଏ ବସିଥିଲେ ଓ ସ୍ବୟଂ ଜଳି ଭସ୍ମ ହୋଇଯାଇଥିଲେ। ଏହାର ପ୍ରତିକ ରୂପରେ ହୋଲିକା ଦହନ ପାଳନ ହୁଏ ଯାହା ହୋଲିର ପ୍ରଥମ ଦିନ ଅଟେ।

ମହାଦେବ କରିଥିଲେ କାମଦେବଙ୍କୁ ଭସ୍ମ

ହୋଲି ପର୍ବ ସହିତ ଅନେକ କାହାଣୀ ଜଡ଼ିତ ଏବଂ ସେଥିମଧ୍ୟରୁ ଗୋଟିଏ ହେଉଛି କାମଦେବଙ୍କ କାହାଣୀ। କୁହାଯାଏ ଯେ ହୋଲି ଦିନ ଭଗବାନ ଶିବ କ୍ରୋଧରେ କାମଦେବଙ୍କୁ ଜାଳି ଦେଇଥିଲେ ଏବଂ ପରେ ତାଙ୍କୁ ପୁନର୍ଜୀବିତ କରିଥିଲେ। ଆଉ ଏକ ବିଶ୍ୱାସ ଅଛି ଯେ ହୋଲି ଦିନ, ରାଜା ପୃଥୁ ତାଙ୍କ ରାଜ୍ୟର ସନ୍ତାନମାନଙ୍କ ସୁରକ୍ଷା ପାଇଁ ଧୁଣ୍ଡି ରାକ୍ଷସକୁ କାଠରେ ଜାଳି ହତ୍ୟା କରିଥିଲେ। ଏହି ଦୁଇଟି କାରଣଋ ହୋଲିଙ୍କୁ ବସନ୍ତ ମହୋତ୍ସବ କିମ୍ବା କାମ ମହୋସ୍ତବ ମଧ୍ୟ କୁହାଯାଏ।

ଫ୍ରୀ ଅନଲାଇନ ଜନ୍ମ କୁଣ୍ଡଳୀ ସଫ୍ଟୱେୟାର୍ ରୁ ଜାଣନ୍ତୁ ନିଜର କୁଣ୍ଡଳୀର ସମ୍ପୂର୍ଣ ସୂଚନା

ଫାଗ ଉତ୍ସବ

କୁହାଯାଏ ଯେ ତ୍ରେତାଯୁଗର ଆରମ୍ଭରେ ଭଗବାନ ବିଷ୍ଣୁ ଧୂଳି ବନ୍ଦନା କରିଥିଲେ ଓ ସେହି ଦିନରୁ ଧୁଲେଣ୍ଡିର ପର୍ବ ପାଳନ ହୁଏ। ହୋଲିକା ଦହନ ପରେ ରଙ୍ଗ ଉତ୍ସବ ପାଳନ କରିବାର ପରମ୍ପରା ଦ୍ଵାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ଆରମ୍ଭ କରିଥିଲେ ଓ ସେହି ସମୟଋ ଫଗୁଣ ମାସରେ ପାଳନ ହେଉଥିବାରୁ ହୋଲିକୁ ଫଗବାହ ନାମରେ ମଧ୍ୟ ଜଣା ଯାଏ। ବିଶ୍ବାସ ଅଛି ଯେ ଶ୍ରୀକୃଷ୍ଣ ରାଧା ରାଣୀଙ୍କ ଉପରେ ରଙ୍ଗ ଢାଳି ଥିଲେ ଓ ସେବେ ଠାରୁ ରଙ୍ଗ ପଞ୍ଚମୀର ପର୍ବ ପାଳନ ହୁଏ। ହୋଲି ପର୍ବରେ ରଙ୍ଗକୁ ଯୋଡ଼ିବାର ଶ୍ରେୟ ଶ୍ରୀକୃଷ୍ଣଙ୍କୁ ଦିଆଯାଏ।

ପ୍ରାଚୀନ ଚିତ୍ରରେ ହୋଲିର ବର୍ଣନା

ଯଦି ଆମେ ପ୍ରାଚୀନ କାଳରେ ନିର୍ମିତ ଭାରତୀୟ ମନ୍ଦିରର କାନ୍ଥଗୁଡ଼ିକୁ ଦେଖିବା, ତେବେ ଆମେ ହୋଲି ଉତ୍ସବକୁ ବର୍ଣ୍ଣନା କରୁଥିବା ଅନେକ ଚିତ୍ର କିମ୍ବା ବିଭିନ୍ନ ମୂର୍ତ୍ତି ପାଇବା। ସେହିପରି, ଷୋଡ଼ଶ ଶତାବ୍ଦୀରେ ବିଜୟନଗରର ରାଜଧାନୀ ହମ୍ପିରେ ନିର୍ମିତ ଏକ ମନ୍ଦିର, ଅହମଦନଗର ଚିତ୍ରକଳା ଏବଂ ମେୱାଡର ଚିତ୍ରକଳାରେ ହୋଲି ପର୍ବକୁ ଚିତ୍ରଣ କରାଯାଇଛି।

ହୋଲି ସହିତ ଜଡ଼ିତ ପୌରଣିକ କଥା

ଧର୍ମ ଗ୍ରନ୍ଥରେ ହୋଲି ସମ୍ବନ୍ଧିତ ଅନେକ କଥା ବର୍ଣନା କରାଯାଇଛି ଯାହା ବିଷୟରେ ଆମେ ବିସ୍ତୃତରେ ଚର୍ଚା କରିବା।

ଦ୍ଵାପର ଯୁଗରେ ରାଧା-କୃଷ୍ଣଙ୍କର ହୋଲି

ହୋଲି ପର୍ବକୁ ସବୁବେଳେ ଭଗବାନ କୃଷ୍ଣ ଓ ରାଧାଙ୍କ ସହିତ ଜଡ଼ିତ କରାଯାଏ ଯାହା ତାଙ୍କର ଅତୁଟ ପ୍ରେମକୁ ଦର୍ଶାଏ। ଶାସ୍ତ୍ର ଅନୁସାରେ, ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ଏବଂ ରାଧା ଖେଳୁଥିବା ହୋଲି ଦିନକୁ ହୋଲି ଉତ୍ସବର ଆରମ୍ଭ ବୋଲି ବିବେଚନା କରାଯାଏ। ଏହି ପରମ୍ପରାର ପାଳନ କରି ଆଜି ମଧ୍ୟ ବରସାନେ ଓ ନନ୍ଦଗାଁରେ ଲାଠିମାଡ଼ ହୋଲି ଖେଳା ଯାଏ ଯାହା ସମ୍ପୂର୍ଣ ଦୁନିଆରେ ପ୍ରସିଦ୍ଧ।

ଭକ୍ତ ପ୍ରହ୍ଲାଦଙ୍କର ଭକ୍ତି କଥା

ଧର୍ମ ଗ୍ରନ୍ଥରେ ହୋଲି କଥା ସମ୍ବନ୍ଧ ଭକ୍ତ ପ୍ରହ୍ଲାଦ ସହିତ ଅଛି ବୋଲି ଲେଖା ହୋଇଛି। ଏହି କଥା ଅନୁସାରେ, ଭକ୍ତ ପ୍ରହ୍ଲାଦଙ୍କର ଜନ୍ମ ରାକ୍ଷାସ କୁଳରେ ହୋଇଥିଲା, କିନ୍ତୁ ତାଙ୍କର ମନ ପିଲାବେଳୁ ଭଗବାନ ବିଷ୍ଣୁଙ୍କର ଭକ୍ତିରେ ଲାଗିଥିଲା ଓ ସମୟ ସହିତ ସେ ଭଗବାନ ବିଷ୍ଣୁଙ୍କର ବଡ଼ ଭକ୍ତ ହୋଇଥିଲେ। ପ୍ରହ୍ଲାଦଙ୍କର ପିତା ହିରଣ୍ୟକଶ୍ୟପ ରାକ୍ଷାସ କୁଳର ରାଜା ଥିଲେ ଓ ଅତ୍ୟନ୍ତ ଶକ୍ତିଶାଳୀ ଥିଲେ। ହିରଣ୍ୟକାଶ୍ୟପଙ୍କୁ ନିଜର ପୁଅର ବିଷ୍ଣୁ ଭକ୍ତି ପସନ୍ଦ ନଥିଲା ଓ ତାଙ୍କର ଭକ୍ତି ଦେଖି ବହୁତ କ୍ରୋଧିତ ହେଇଥିଲେ। ଏହି କାରଣରୁ, ହିରଣ୍ୟକାଶ୍ୟପ ପ୍ରହ୍ଲାଦଙ୍କ ଉପରେ ଅନେକ ପ୍ରକାରର ଅତ୍ୟାଚାର କରିଥିଲେ। ପ୍ରହ୍ଲାଦଙ୍କ ପିଉସୀ ଏବଂ ହିରଣ୍ୟକାଶ୍ୟପଙ୍କ ଭଉଣୀ ହୋଲିକାଙ୍କୁ ଏକ ବର ମିଳିଥିଲା ​​ଯେ ତାଙ୍କୁ ଅଗ୍ନିରେ ପୋଡ଼ି ହେବ ନାହିଁ। ହିରଣ୍ୟକାଶ୍ୟପଙ୍କ ଆଦେଶରେ, ହୋଲିକା ପ୍ରହ୍ଲାଦଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ତାଙ୍କୁ କୋଳରେ ରଖି ଅଗ୍ନିରେ ବସିଥିଲେ, ଯାହାଫଳରେ ପ୍ରହ୍ଲାଦଙ୍କୁ ହତ୍ୟା କରାଯାଇପାରିବ। କିନ୍ତୁ, ଭଗବାନ ବିଷ୍ଣୁଙ୍କର ଆଶୀର୍ବାଦ ଋ ହୋଲିକା ସେହି ଅଗ୍ନିରେ ଜଳି ଭସ୍ମ ହୋଇଗଲା ଓ ପ୍ରହ୍ଲାଦ ବଞ୍ଚି ଗଲେ, ସେହି ଦିନ ଠାରୁ ହୋଲିକା ଦହନକୁ ମନ୍ଦ ଉପରେ ଭଲର ବିଜୟର ପର୍ବ ଭାବରେ ପାଳନ କରାଯାଏ।

ଶିବ-ଗୌରିଙ୍କର କଥା

ହୋଲି ସମ୍ବନ୍ଧରେ ଏକ କଥାର ବର୍ଣନା ଶିବ ପୁରାଣରେ ମଧ୍ୟ ହୋଇଛି। ଏହି କାହାଣୀ ଅନୁସାରେ, ପର୍ବତ ରାଜା ହିମାଳୟର କନ୍ୟା ମାତା ପାର୍ବତୀ ଭଗବାନ ଶଙ୍କରଙ୍କୁ ବିବାହ କରିବା ପାଇଁ କଠୋର ତପସ୍ୟା କରିଥିଲେ। ଭଗବାନ ଇନ୍ଦ୍ର ଚାହୁଁଥିଲେ ଯେ ଦେବୀ ପାର୍ବତୀ ଏବଂ ଭଗବାନ ଶିବଙ୍କ ବିବାହ କରନ୍ତୁ କାରଣ କେବଳ ଶିବ-ପାର୍ବତୀଙ୍କ ପୁତ୍ର ତାରକାସୁର ନାମକ ରାକ୍ଷସକୁ ବଧ କରିପାରିବେ, ତେଣୁ ଭଗବାନ ଇନ୍ଦ୍ର ଏବଂ ସମସ୍ତ ଦେବୀଦେବୀ ଭଗବାନ ଶିବଙ୍କ ତପସ୍ୟାକୁ ବିଚଳିତ କରିବାର ଦାୟିତ୍ୱ କାମଦେବଙ୍କୁ ଦେଇଥିଲେ। ମହାଦେବଙ୍କ ତପସ୍ୟାକୁ ବିଚଳିତ କରିବା ପାଇଁ, କାମଦେବ ତାଙ୍କର 'ପୁଷ୍ପ' ତୀରରେ ଭଗବାନ ଶିବଙ୍କୁ ପ୍ରହାର କରିଥିଲେ।

କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

ହୋଲି ସହିତ ଜଡ଼ିତ ପରମ୍ପରା କରିଦେବ ଆପଣଙ୍କୁ ଆଶ୍ଚର୍ଯ୍ୟ

ବିବାହ ପାଇଁ ରାଜି: ମଧ୍ୟପ୍ରଦେଶରେ ଏକ ସମୁଦାୟରେ ପୁଆ ନିଜର ପସନ୍ଦର ଝିଅ ସହିତ ବିବାହ କରିବାକୁ ରାଜି ହେଲେ ମାନ୍ଦଳ ନାମକ ଏକ ବାଦ୍ୟ ଜନ୍ତ୍ର ବଜାଏ ଓ ନାଚି ନାଚି ଝିଅକୁ ଅବିର ଲଗାଏ। ଝିଅ ରାଜି ହେଲେ ସେ ମଧ୍ୟ ପୁଅକୁ ଅବିର ଲଗାଏ।

ପଥର ମାଡ଼ ହୋଲି: ରାଜସ୍ଥାନର ବାଂଶୱାଡ଼ା ଓ ଦୁଙ୍ଗରପୁରରେ ଆଦିବାସୀ ସମୁଦାୟ ପଥର ପକାଇ ହୋଲି ଖେଳିବାର ପରମ୍ପରା ଅଛି। ଏହି ସମ୍ପ୍ରଦାୟ ପରସ୍ପର ଉପରେ ପଥର ଫିଙ୍ଗି ହୋଲି ଖେଳନ୍ତି। ଏହି ସମୟ ମଧ୍ୟରେ ଯଦି କେହି ଆଘାତ ପାଆନ୍ତି ତେବେ ଏହାକୁ ଶୁଭ ବୋଲି ବିବେଚନା କରାଯାଏ।

ଅଙ୍ଗାର ରଏ ହୋଲି: ହୋଲି ରଙ୍ଗ ଏବଂ ଫୁଲ ସହିତ ଖେଳାଯାଏ, କିନ୍ତୁ ମଧ୍ୟପ୍ରଦେଶର ମାଲୱା ଅଞ୍ଚଳରେ ହୋଲିରେ ପରସ୍ପର ଉପରେ ଜଳନ୍ତା ଅଙ୍ଗାର ଫିଙ୍ଗାଯାଏ। ବିଶ୍ୱାସ କରାଯାଏ ଯେ ଅଙ୍ଗାର ସହିତ ହୋଲି ଖେଳିବା ଦ୍ୱାରା ରାକ୍ଷସୀ ହୋଲିକାର ବିନାଶ ହୁଏ।

ହୋଲି ଦିନ ଏହି ପରି ରହିପାରିବେ ସାବଧାନ

ଚର୍ମର କରନ୍ତୁ ଦେଖାଚାହାଁ ହୋଲିରେ ରଙ୍ଗ ସହିତ ଖେଳିବା ପୂର୍ବରୁ, ଆପଣଙ୍କ ଦେହରେ ତେଲ, ଘିଅ, କ୍ରିମ୍ କିମ୍ବା ଯେକୌଣସି ତେଲିଆ କ୍ରିମ୍ ଲଗାନ୍ତୁ ଯାହା ଦ୍ୱାରା ଏହାର ଚର୍ମ ଉପରେ କୌଣସି ଖରାପ ପ୍ରଭାବ ପଡ଼ିବ ନାହିଁ।

କେଶର ସୁରକ୍ଷା: ରଙ୍ଗ ଠାରୁ ଆପଣଙ୍କ କେଶକୁ ରକ୍ଷା କରିବା ପାଇଁ, ଆପଣଙ୍କ କେଶରେ ତେଲ ଠିକ୍ ଭାବରେ ଲଗାନ୍ତୁ କାରଣ ରଙ୍ଗ ଲଗାଇବା ଦ୍ୱାରା ଆପଣଙ୍କ କେଶ ଶୁଷ୍କ ଏବଂ ଦୁର୍ବଳ ହୋଇପାରେ।

ଆଖିର ରଖନ୍ତୁ ଧ୍ୟାନ: ହୋଲି ଦିନ ରଙ୍ଗ ଖେଳିବା ସମୟରେ ଯଦି ଅକ୍ଷୟରେ ରଙ୍ଗ ପଶିଯାଏ ତେବେ ଆଖିକୁ ତୁରନ୍ତ ପାଣିରେ ଧୁଅନ୍ତୁ। ଅଧିକ ସମସ୍ଯା ହେଲେ ଡେରି ନ କରି ଡକ୍ଟରଙ୍କୁ ଦେଖାନ୍ତୁ।

ହର୍ବଲ ରଙ୍ଗର ପ୍ରୟୋଗ: ହୋଲି ଦିନ କେମିକ୍ଯାଲ ଯୁକ୍ତ ରଙ୍ଗ ପରିବର୍ତ୍ତେ ହର୍ବଲ ଓ ଅର୍ଗାନିକ ରଙ୍ଗ ବ୍ୟବହାର କରନ୍ତୁ ଯାହା ଦ୍ବାରା ଆପଣ ବିନା କୌଣସି ଚିନ୍ତାରେ ହୋଳୀର ଆନନ୍ଦ ନେଇ ପାରିବେ।

ଆପଣଙ୍କର ଜାତଜରେ ମଧ୍ୟ ଅଛି ରାହ ଯୋଗ? ପାଆନ୍ତୁ ନିଜର ରାଜଯୋଗ ରିପୋର୍ଟ୍

ହୋଲି ଦିନ ରାଶି ଅନୁସାରେ କରନ୍ତୁ ପ୍ରତିକାର, ଧନ-ସମୃଦ୍ଧିରଏ ହେବ ବୃଦ୍ଧି

ମେଷ ରାଶି

ମେଷ ରାଶିର ଲୋକ ହୋଲି ଦିନ ମଙ୍ଗଳ ଗ୍ରହଙ୍କ ସହିତ ଜଡ଼ିତ ବସ୍ତୁ ଯେପରି ପାନମହୁରି, ମସୁର ଡାଲି ଇତ୍ୟାଦି ଦାନ କରନ୍ତୁ। ଆପଣଙ୍କ ଘରୁ ପୁରୁଣା ତମ୍ବା ଜିନିଷ ବାହାର କରି ନୂଆ ଜିନିଷ ଲଗାନ୍ତୁ। ପ୍ରଭୁ କୃଷ୍ଣଙ୍କୁ ପ୍ରସାଦ ଭାବରେ ଶୁଦ୍ଧ ଦେଶୀ ଘିଅରୁ ତିଆରି ମିଠା ଅର୍ପଣ କରନ୍ତୁ।

ମେଷ ରାଶିଫଳ 2025

ବୃଷ ରାଶି

ବୃଷ ରାଶିର ଲୋକ ହୋଲି 2025 ଦିନ ଦହି, ଚାଉଳ ଓ ଚିନୀ ଇତ୍ୟାଦି ଦାନ କରନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କର ଶୁକ୍ର ଗ୍ରହ ଦୃଢ଼ ହେବେ। ଘରଏ ଶ୍ରୀକୃଷ୍ଣଙ୍କ ପାଇଁ ଭଜନ-କୀର୍ତ୍ତନ କିମ୍ବା ସତସଙ୍ଗ ଆୟୋଜନ କରନ୍ତୁ।

ବୃଷ ରାଶିଫଳ 2025

କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

ମିଥୁନ ରାଶି

ମିଥୁନ ରାଶିର ଲୋକଙ୍କ ପାଇଁ ହଳଦିଆ ରଙ୍ଗରେ ହୋଲି ଖେଳିବା ଶୁଭ ରହିବ। ସାଙ୍ଗରେ, ମସ୍ତକରେ କେସରର ତିଳକ ଲଗାନ୍ତୁ ଓ ଭଗବାନ କୃଷ୍ଣ ଓ ରାଧାଙ୍କୁ ମଧ୍ୟ କେସରରେ ତିଆରି ତିଳକ ଲଗାନ୍ତୁ।

ମିଥୁନ ରାଶିଫଳ 2025

କର୍କଟ ରାଶି

କର୍କଟ ରାଶିର ଲୋକମାନେ ହୋଲି ଦିନ ମଥାରେ ଚନ୍ଦନ ତିଳକ ଲଗାଇବା ଉଚିତ ଏବଂ ଚେନ, ମୁଦି ଇତ୍ୟାଦି ରୂପା ଅଳଙ୍କାର ପିନ୍ଧିବା ଉଚିତ। ଏହା ସହିତ, ଭଗବାନ କୃଷ୍ଣଙ୍କୁ ଘରେ ତିଆରି ଲହୁଣୀ ଅର୍ପଣ କରନ୍ତୁ।

କର୍କଟ ରାଶିଫଳ 2025

ସିଂହ ରାଶି

ସିଂହ ରାଶିର ଲୋକମାନେ ହୋଲି ଅବସରରେ ଗୁଡ଼ ଏବଂ ଶସ୍ୟରୁ ତିଆରି ଖାଦ୍ୟ ଖାଇବା ଉଚିତ। ଆପଣଙ୍କ ସାମର୍ଥ୍ୟ ଅନୁସାରେ ଗୁଡ଼ କିମ୍ବା ପିତ୍ତଳ ଜିନିଷ ଦାନ କରନ୍ତୁ ଏବଂ ରାଧା-କୃଷ୍ଣଙ୍କ ମନ୍ଦିର ଦର୍ଶନ ପାଇଁ ଯାଆନ୍ତୁ।

ଆଜିର ଗୋଚର

ସିଂହ ରାଶିଫଳ 2025

ଆପଣଙ୍କର ଜାତଜରେ ମଧ୍ୟ ଅଛି ରାହ ଯୋଗ? ପାଆନ୍ତୁ ନିଜର ରାଜଯୋଗ ରିପୋର୍ଟ୍

କନ୍ୟା ରାଶି

କନ୍ୟା ରାଶିର ଲୋକ ନିଜ ଘର ଓ ଘର ପାଖାପାଖି ସଫା-ସଫି କରନ୍ତୁ। ମନ୍ଦିରର ପୁରୁଣା ବସ୍ତୁକୁ ବଦଳାନ୍ତୁ ଓ ଭଗବାନ କୃଷ୍ଣଙ୍କୁ ହଳଦିଆ ଫୂଳ ଚଢ଼ାନ୍ତୁ।

କନ୍ୟା ରାଶିଫଳ 2025

କୁଣ୍ଡଳୀରେ ଥିବା ରାଜ ଯୋଗ ର ସମସ୍ତ ସୂଚନା ପାଆନ୍ତୁ

ତୁଳା ରାଶି

ତୁଳା ରାଶିର ଲୋକ ହୋଲି ଦିନ ସ୍ନାନ କରିବା ପରେ ରୂପାର ଏକ ଖଣ୍ଡ, ଏକ ପୁରୁଣା କୋଇନ, ଚାଉଳ ଦାନା ଓ ପଞ୍ଚ ଗୋମତୀ ଚକ୍ର ନେଇ ନାଲି ବସ୍ତ୍ରରେ ବାନ୍ଧନ୍ତୁ ଓ ନିଜ ମୁଣ୍ଡ ଉପରୁ 7 ଥର ବୁଲାଇ ପାଣିରେ ପ୍ରବାହିତ କରନ୍ତୁ।

ତୁଳା ରାଶିଫଳ 2025

ବିଛା ରାଶି

ବିଛା ରାଶିର ଲୋକ କ୍ୟାରିଅରରେ ଶୁଭ ପରିଣାମ ପାଇବା କିମ୍ବା ବରିଷ୍ଠ ଏବଂ ସହକର୍ମୀଙ୍କ ସହଯୋଗ ପ୍ରାପ୍ତ କରିବା ପାଇଁ ହୋଲି ଦିନ ସକାଳେ ଓଁ ନମୋ ଭାଗବତେ ବସୁଦେବାୟ ନମଃ ମନ୍ତ୍ର1 11 ମାଳା ଜପ କରନ୍ତୁ।

ବିଛା ରାଶିଫଳ 2025

ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ

ଧନୁ ରାଶି

ଧନୁ ରାଶିର ଯେଉଁ ଲୋକ ଖରାପ ନଜର ଲାଗିବା ଯୋଗୁଁ ଚିନ୍ତିତ ଅଛନ୍ତି କିମ୍ବା ବ୍ୟବସାୟରେ ସମସ୍ଯା ଆସୁଛି, ସେ ହୋଲି 2025 ଦିନ ଶ୍ରୀକୃଷ୍ଣ ଙ୍କ ମନ୍ଦିରରେ ଧୂପ, ଦୀପ ଓ ନଡ଼ିଆ ନେଇ ଯାଆନ୍ତୁ। ଏହା ପରେ, ଏହି ସବୁ ଜିନିଷ ନିଜ ମୁଣ୍ଡ ଉପରେ 7 ଥର ବୁଲାଇ ପାଣିରେ ପ୍ରବାହିତ କରନ୍ତୁ।

ଧନୁ ରାଶିଫଳ 2025

ମକର ରାଶି

ମକର ରାଶିର ଲୋକ ହୋଲି ଦିନ ସ୍ନାନ କରିବା ପରେ ଓସ୍ତ ଗଛରେ ତ୍ରିକୋଣିଆ ଧଳା ରଙ୍ଗର ପତକା ଲଗାନ୍ତୁ।

ମକର ରାଶିଫଳ 2025

କୁମ୍ଭ ରାଶି

କୁମ୍ଭ ରାଶିର ଲୋକଙ୍କ ପାଇଁ ହୋଲି ଦିନ ସନ୍ଧ୍ୟା ସମୟରେ ଓସ୍ତ ଗଛ ରେ ପାଣି ଦେବା ଶୁଭ ରହିବ ଓ ଏହା ପରେ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ।

କୁମ୍ଭ ରାଶିଫଳ 2025

ମୀନ ରାଶି

ମୀନ ରାଶିର ଲୋକଙ୍କୁ ହୋଲି 2025 ଦିନ ଘିଅ ଓ ଅତର ପବିତ୍ର ସ୍ଥାନରେ ଦାନ କରିବା ଉଚିତ। ସାଙ୍ଗରେ, ଗାଈର ସେବା କରନ୍ତୁ କାରଣ ଏପରି କରିବା ଦ୍ବାରା ଆପଣଙ୍କର ସୌଭାଗ୍ୟରେ ବୃଦ୍ଧି ହେବ।

ମୀନ ରାଶିଫଳ 2025

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!

ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ

1. 2025 ରଏ ହୋଲି କେବେ ପଡ଼ୁଛି?

ଏହି ବର୍ଷ ହୋଲିର ପର୍ବ 14 ମାର୍ଚ୍ଚ 2025ରଏ ପାଳନ ହେବ।

2. ହୋଲି କାହିଁକି ପାଳନ ହୁଏ?

ହୋଲିକୁ ମନ୍ଦ ଉପରେ ଭଲର ବିଜୟର ପ୍ରତିକ ରୂପରେ ପାଳନ କରାଯାଏ।

3. ହୋଲି ଦିନ କ’ଣ କରିବେ?

ହୋଲି ଖୁଶିର ପର୍ବ ସେଥିପାଇଁ ଏହି ଦିନ ମତଭେଦ ଭୁଲି ପରସ୍ପରକୁ ରଙ୍ଗ ଲଗାନ୍ତୁ।

Talk to Astrologer Chat with Astrologer