କନ୍ୟା ରାଶିଫଳ 2025
ଏହି କନ୍ୟା ରାଶିଫଳ 2025 ମଧ୍ୟମରେ ଆମେ ଜାଣିବା କି ବର୍ଷ 2025 କନ୍ୟା ରାଶି ଲୋକଙ୍କର ସ୍ବାସ୍ଥ୍ୟ, ଶିକ୍ଷା, ବ୍ୟବସାୟ, ଚାକିରି, ପରେ, ବିବାହ, ବୈବାହିକ ଜୀବନ, ଘର ଗୃହସ୍ଥି ଇତ୍ୟାଦି ପାଇଁ କିପରି ରହିବ। ଗ୍ରହ ଗୋଚର ଉପରେ ଆଧାର କରି ଆମେ ଆପଣଙ୍କୁ କିଛି ଉପାୟ କହିବୁ, ଯାହାକୁ ଆପଣ ଆପଣାଇ ସମସ୍ଯା ଓ ଚିନ୍ତା ଦୂର କରିପାରିବେ। ତେବେ ଚାଲନ୍ତୁ ଆଗକୁ ବଢ଼ିବା ଓ ଜାଣିବା କନ୍ୟା ରାଶି ଲୋକଙ୍କ ପାଇଁ କନ୍ୟା ରାଶିଫଳ 2025 କ’ଣ କହୁଛି?

To Read in English click here: Virgo Horoscope 2025
ବର୍ଷ 2025 ରେ କନ୍ୟା ରାଶି ବ୍ୟକ୍ତିଙ୍କର ସ୍ବାସ୍ଥ୍ୟ
କନ୍ୟା ରାଶି ଲୋକଙ୍କର ସ୍ବାସ୍ଥ୍ୟ ଦୃଷ୍ଟିରୁ ବର୍ଷ 2025ର ଆରମ୍ଭ ଟିକେ ଦୁର୍ବଳ ହେବ କିନ୍ତୁ ପରବର୍ତ୍ତୀ ସମୟ ଭଲ ପରିଣାମ ଦେବ। ବର୍ଷର ଆରମ୍ଭରୁ ନେଇ ମଈ ମାସ ପର୍ଯ୍ୟନ୍ତ ଆପଣଙ୍କର ପ୍ରଥମ ଘରେ ରାହୁ କେତୁଙ୍କର ପ୍ରଭାବ ରହିବ, ଯାହା ସ୍ବାସ୍ଥ୍ୟ ଦୃଷ୍ଟିରୁ ଭଲ କୁହାଯିବ ନାହିଁ। କିନ୍ତୁ ମଈ ପରେ ଏହାର ପ୍ରଭାବ ସମାପ୍ତ ହେବ ଓ ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ହୋଇଯିବ। କିନ୍ତୁ ମଝିରେ ମାର୍ଚ୍ଚ ପରେ ଶନିଙ୍କର ଗୋଚର ସପ୍ତମ ଘରେ ହୋଇ ପ୍ରଥମ ଘର ଉପରେ ଦୃଷ୍ଟି ପକାଇବେ। ଏହି କରଣରୁ ସ୍ବାସ୍ଥ୍ୟ ସମ୍ପୂର୍ଣ ଭାବରେ ଠିକ ରହିବ ନାହିଁ।
ଅର୍ଥାତ ଏହି ବର୍ଷ ପୂର୍ବ ସ୍ବାସ୍ଥ୍ୟ ସମସ୍ଯା ଦୂର କରିବ କିନ୍ତୁ ନୂଆ ସମସ୍ଯା ନ ଆସୁ ସେଥିପାଇଁ ଠିକ ରେ କହିବ ପିଇବା କରନ୍ତୁ ଓ ଯୋଗ ବ୍ୟାୟାମ ଇତ୍ୟାଦି କରନ୍ତୁ। ବିଶେଷକରି ଅଣ୍ଟା କିମ୍ବା ଅଣ୍ଟାର ତଳ ଭାଗରେ କାଉଅଂଶୀ ପ୍ରକାରର କାଷ୍ଟ ହୁଏ ତେବେ ବେପରୁଆ ନ ହୋଇ ଉଚିତ ଚିକିତ୍ସା କରାନ୍ତୁ।
କୌଣସି ନିଷ୍ପତି ନେବାରେ ଆସୁଛି ସମସ୍ଯା, ତେବେ ଏବେ ହୁଅନ୍ତୁ ଆମର ବିଦ୍ବାନ ଜ୍ଯୋତିଷଙ୍କ ସହିତ ଫୋନରେ କଥା !
ବର୍ଷ 2025 ରେ କନ୍ୟା ରାଶି ବ୍ୟକ୍ତିଙ୍କର ଶିକ୍ଷା
ଏହି କନ୍ୟା ରାଶିଫଳ 2025 ଅନୁସାରେ ଶିକ୍ଷା ଦୃଷ୍ଟିରୁ ସାମାନ୍ଯ ଭାବରେ ବର୍ଷ 2025 ଭଲ କୁହାଯିବ। କୌଣସି ବଡ଼ ବ୍ଯବଧାନର ଯୋଗ ନଜର ଅସୁନାହିଁ। ଆପଣଙ୍କର ପରିଶ୍ରମ ଅନୁସାରେ ଆପଣଙ୍କୁ ଶିକ୍ଷା କ୍ଷେତ୍ରରେ ଲାଭ ମିଳିବ। ବର୍ଷର ଆରମ୍ଭରୁ ନେଇ ମଈ ମାସ ପର୍ଯ୍ୟନ୍ତ ଉଚ୍ଚ ଶିକ୍ଷାର କାରକ ବୃହସ୍ପତିଙ୍କର ଗୋଚର ଆପଣଙ୍କର କର୍ମ ସ୍ଥାନରେ ହେବ। ଏପରି ସ୍ଥିତିରେ ବ୍ଯବସାୟିକ ଶିକ୍ଷା ନେଉଥିବା ବିଦ୍ୟାର୍ଥୀ ଟିକେ ପରିଶ୍ରମ ପରେ ଭଲ ପରିଣାମ ପାଇବେ।
ଉଚ୍ଚ ଶିକ୍ଷା ପ୍ରାପ୍ତ କରୁଥିବା ବିଦ୍ୟାର୍ଥୀଙ୍କ ପାଇଁ ଏହି ଗୋଚର ଭଲ କୁହାଯିବ କରଣ ଅନ୍ୟ ବିଦ୍ୟାର୍ଥୀଙ୍କୁ ଅପେକ୍ଷାକୃତ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଅର୍ଥାତ ସାମାନ୍ଯ ଭାବରେ ଏହି ବାର ଶିକ୍ଷ୍ୟ ପାଇଁ ଭଲ ଅଛି କିନ୍ତୁ ମଈ ମାସର ମାଧ୍ୟ ଭାଗ ପରେ ଆପଣଙ୍କର ପରିଶ୍ରମର ଗ୍ରାଫକୁ ବଢ଼ାଇବାର ଆବଶ୍ୟକତା ରହିବ। ଏପରି କରିବା ଦ୍ବାରା ପରିଣାମ ଭଲ ରହିବ।
हिंदी में पढ़ने के लिए यहां क्लिक करें: कन्या राशिफल 2025
ବର୍ଷ 2025 ରେ କନ୍ୟା ରାଶି ବ୍ୟକ୍ତିଙ୍କର ବ୍ୟବସାୟ
କନ୍ୟା ରାଶି ଲୋକଙ୍କର ବ୍ୟବସାୟ ଦୃଷ୍ଟିରୁ ବର୍ଷ 2025 ଆପଣଙ୍କୁ ମିଶ୍ରିତ ପରିଣାମ ଦେଇପାରେ। ଯଦିଓ ଦଶମ ଘରର ସ୍ଥିତି ଏହି ବର୍ଷ କୌଣସି ନକରାତ୍ମକ ପ୍ରଭାବ ପକାଇବା ନାହିଁ କିନ୍ତୁ ମଈ ମାସର ମଧ୍ୟ ଭାଗ ପରେ ବୃହସ୍ପତିଙ୍କର ଗୋଚର ଅଶ୍ମ ଘରେ ହେବ। ସାମାନ୍ଯ ଭାବରେ ଦଶମ ଘରେ ବୃହସ୍ପତିଙ୍କର ଗୋଚର ଭଲ କୁହାଯିବ ନାହିନ କିନ୍ତୁ ପରୁଣ ଅନୁଭବର ସାହାଜ୍ୟରେ କାମ କରିବାର ସ୍ଥିତିରେ ଆପଣଙ୍କୁ ଭଲ ପରିଣାମ ମିଳିବ।
ଦ୍ଵିତୀୟ ପଟେ ମାର୍ଚ୍ଚ ମାସ ପରେ ଶନି ଗୋଚର ସପ୍ତମ ଘରେ ହେବ, ଯାହା ବ୍ୟବସାୟକୁ ଧୀର କରିଦେବ କିନ୍ତୁ ଏହି ସବୁ ମଧ୍ୟରେ ଅନୁକୂଳ କଥା ଏହା ଯେ ସପ୍ତମ ଘରୁ ରାହୁ କେତୁଙ୍କର ପ୍ରଭାବ ସମାପ୍ତ ହେବ। କନ୍ୟା ରାଶିଫଳ 2025 ଅନୁସାରେ ଏହି ସବୁ ସ୍ଥିତିକୁ ଧ୍ୟାନରେ ରଖି ଆମେ କହିପାରିବା ଯେ ବ୍ୟବସାୟରେ କିଛି ଧୀର ସ୍ଥିତି ସୃଷ୍ଟି ହୋଇପାରେ କିନ୍ତୁ ଅନୁଭବ, ଯୁକ୍ତି ଓ ବରିଷ୍ଠଙ୍କ ମାର୍ଗଦର୍ଶନ କୁ ନେଇ କାମ କରିଲେ ଧୀର ଗତି ରେ ହେଉ ପଛେ କାମ ଆଗକୁ ବଢ଼ିବ। ଓ ସେଥିରୁ ଭଲ ପରିଣାମ ମିଳିବ।
ବୃହତ କୁଣ୍ଡଳୀ ରେ ଲୁଚି ରହିଛି, ଆପଣଙ୍କର ଜୀବନର ସମସ୍ତ ରହସ୍ୟ , ଜାଣନ୍ତୁ ଗ୍ରହଙ୍କର ଚଳନର ସମ୍ପୂର୍ଣ ବିବରଣୀ
ବର୍ଷ 2025 ରେ କନ୍ୟା ରାଶି ବ୍ୟକ୍ତିଙ୍କର ଚାକିରି
କନ୍ୟା ରାଶି ଲୋକଙ୍କର ଚାକିରି ଦୃଷ୍ଟିରୁ ବର୍ଷ 2025 ଆପଣଙ୍କ ପାଇଁ କଷ୍ଟକର ରହିବ। ମଝିରେ ମଝିରେ କିଛି ସମସ୍ଯା ଦେଖିବାକୁ ମିଳିବ କିନ୍ତୁ ଉନ୍ନତିର ଯୋଗ ମଧ୍ୟ ଅଛି। ବର୍ଷର ଆରମ୍ଭ ରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଶନି ଗ୍ରହଙ୍କର ଗୋଚରର ଅନୁକୂଳ ପ୍ରଭାବ ଚାକିରିକୁ ଦୃଢ଼ କରିବ। ଅଧିକ ପରିଶ୍ରମ କରିବା ପାଇଁ ପଡ଼ିବ କିନ୍ତୁ ବରିଷ୍ଠ ଅଧିକାରୀ ଆପଣଙ୍କ କାମରେ ପ୍ରସନ୍ନ ହେବେ। କମ୍ପାନୀ ସାମର୍ଥ୍ୟ ଓ ଆପଣଙ୍କର ପରିଶ୍ରମ ଅନୁସାରେ ଆପଣଙ୍କର ଉନ୍ନତ ମଧ୍ୟ ହେବ। କନ୍ୟା ରାଶିଫଳ 2025 ଅନୁସାରେ ଯଦି ଆପଣ ଚାକିରିରେ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ତେବେ ଏହି ମମମଳରେ ଏହି ବର୍ଷ ଆପଣଙ୍କର ସାହାଜ୍ୟ କରିବ। ମାର୍ଚ୍ଚ ପରେ ମଈ ପର୍ଯ୍ୟନ୍ତ ଆପଣଙ୍କର ଷଷ୍ଠ ଘରେ କୌଣସି ନକରାତ୍ମକ ପ୍ରଭାବ ନଜର ଆସିବ ନାହିଁ। ଏହି ସମୟରେ ଆପଣ ନିଜର ଜବରେ ବହୁତ ଆରମ ଅନୁଭବ କରିବେ। ମଈ ମାସ ପରେ ରାହୁଙ୍କର ଗୋଚର ଛୋଟ ମୋଟ ଅସୁବିଧା ଦେଇପାରେ କିନ୍ତୁ ଅନୁକୂଳ କଥା ଏହା ଯେ ସମସ୍ଯା ପରେ ସବୁ ଭଲ ହେବ ଓ ଆପଣ ସମ୍ମାନ ପ୍ରାପ୍ତ କରିବେ।
ବର୍ଷ 2025 ରେ କନ୍ୟା ରାଶି ବ୍ୟକ୍ତିଙ୍କର ଆର୍ଥିକ ସ୍ଥିତି
କାଣୀ ରାଶି ଲୋକଙ୍କର ଆର୍ଥିକ ମାମଲାରେ ବର୍ଷ 2025 ସାମାନ୍ଯ ଭାବରେ ଅନୁକୂଳ ରହିବ। ଆପଣ ନିଜର ପରିଶ୍ରମ ଅନୁଯାୟୀ ଆର୍ଥିକ ସୁବିଧା ପ୍ରାୟ କରିବେ। ଆପଣଙ୍କର ଲାଭ ଘରେ ଉପରେ ଅନେକ ସମୟ ଜୈନ କୌଣସି ନକରାତ୍ମକ ପ୍ରଭାବ ନାହିଁ। ଆପଣ ବ୍ୟବସାୟ କିମ୍ବା ଚାକିରିରେ ଯେତେ ଭଲ ପ୍ରଦର୍ଶନ କରିପାରିବେ ସେହି ଅନୁଜେୟ ଆପଣଙ୍କୁ ଆର୍ଥିକ ଲାଭ ମିଳିବ ଓ ଆପଣ ଧନ ସଞ୍ଚୟ କରିପାରିବେ।
ବର୍ଷର ଆରମ୍ଭରୁ ମଈ ମାସ ମଧ୍ୟ ଭାଗ ପର୍ଯ୍ୟନ୍ତ ଧନର କାରକ ବୃହସ୍ପତିଙ୍କର ଗୋଚର ଆପଣଙ୍କ ପାଇଁ ଭଲ ଅନୁକୂଳ ପରିଣାମ ଆଣିବ। ଏହା ପରେ ବୃହସ୍ପତି କର୍ମ ଘରେ ରହି ଧନ ଘରକୁ ଦେଖିବେ ଯାହା ଧନ ସଞ୍ଚୟ କରିବାରେ ସାହାଜ୍ୟ କରିବେ। ଅର୍ଥାତ ଆପଣ ନିଜର ରୋଜଗାର ଅନୁଯାୟୀ ପର୍ଯ୍ୟାପ୍ତ ଧନ ସଞ୍ଚୟ କରିପାରିବେ। ପ୍ରଥମରୁ ସଞ୍ଚୟ କରାଯାଇଥିବା ଧନର ରକ୍ଷାରେ ବୃହସ୍ପତି ସାହାଜ୍ୟ କରିବେ। ଏହି ପ୍ରକାର ଆମେ କହିପାରିବା ଯେ ଆର୍ଥିକ ମାମଲାରେ 2025 ସାମାନ୍ଯ ଭାବରେ ଅନୁକୂଳ ପରିଣାମ ଦେବ।
ଆପଣଙ୍କର ଜାତକରେ ମଧ୍ୟ ଅଛି ରାଜଯୋଗ? ପାଆନ୍ତୁ ନିଜର ରାଜ ଯୋଗ ରିପୋର୍ଟ୍
ବର୍ଷ 2025 ରେ କନ୍ୟା ରାଶି ବ୍ୟକ୍ତିଙ୍କର ପ୍ରେମ ଜୀବନ
କନ୍ୟା ରାଶି ଲୋକଙ୍କର ଲଭ ଲାଇଫ ପାଇଁ ଏହି ବର୍ଷ 2025 ମିଶ୍ରିତ ପରିଣାମ ଦେବ। ପଞ୍ଚମ ଘରର ସ୍ବାମୀ ଶନି ଗ୍ରହ ବର୍ଷର ଆରମ୍ଭରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଷଷ୍ଠ ଘରେ ରହିବେ। ଯଦିଓ ପଞ୍ଚମ ଘରର ସ୍ବାମୀ ଷଷ୍ଠ ଘରକୁ ଯିବା ଭଲ କଥା ନୁହେଁ କିନ୍ତୁ ଶନିଙ୍କର ଷଷ୍ଠ ଘରେ ଗୋଚର ଭଲ କୁହଯିବ। ସ୍ବାଭାବିକ ଭାବରେ ଏହା ସାର୍ଥକ ପ୍ରେମରେ ସାହାଜ୍ୟକାରୀ ହେବ। ମାର୍ଚ୍ଚ ପରେ ଶନିଙ୍କର ଗୋଚର ସପ୍ତମ ଘରକୁ ଯିବେ ଯାହା ପ୍ରେମ ବିବାହ କରିବାର ଇଚ୍ଛା ରଖିଥିବା ଲୋକଙ୍କୁ ସାହାଜ୍ୟ କରିବ। ଅର୍ଥାତ ଯାହାର ପ୍ରେମ ସଚ୍ଚୋଟ ଓ ସେ ପ୍ରେମ ବିବାହ କରିବାକୁ ଚାହୁଁଛନ୍ତି, ଏହି ମାମଲାରେ ପଞ୍ଚମ ଘରର ସ୍ବାମୀ ଶନି ଆପଣଙ୍କୁ ସାହାଜ୍ୟ କରିବେ।
ଏହା ବ୍ୟତୀତ ଟାଇମ ପାସ କରୁଥିବା ଲୋକଙ୍କ ପାଇଁ ଶନିଙ୍କର ଗୋଚର ଭଲ କୁହାଯିବ ନାହିଁ। କନ୍ୟା ରାଶିଫଳ 2025 ଅନୁସାରେ ଦେବଗୁରୁ ବୃହସ୍ପତିଙ୍କର ଗୋଚର ପ୍ରେମ ପ୍ରସଙ୍ଗ ପାଇଁ ମଈ ମାସର ମଧ୍ୟ ଭାଗ ପର୍ଯ୍ୟନ୍ତ ଅନୁକୂଳ ରହିବ। ଶୁକ୍ରଙ୍କର ଗୋଚର ଅଧିକାଂଶ ସମୟ ସମର୍ଥ କରିବ। କିଛି ବିଶେଷ ସ୍ଥିତିରେ ଆପଣ ନିଜର ଲଭ ଲାଇଫର ଭଲ ଆନନ୍ଦ ନେବେ। କିନ୍ତୁ କିଛି ଲୋକ ପ୍ରେମ ସମ୍ବନ୍ଧକୁ ନେଇ ନିରାଶ ମଧ୍ୟ ହୋଇପାରନ୍ତି। ଏହି ପ୍ରକାର ପ୍ରେମ ସମ୍ବନ୍ଧ ପାଇଁ ବର୍ଷ 2025 ଆପଣଙ୍କୁ ମିଶ୍ରିତ ପରିଣାମ ଦେବ।
ବର୍ଷ 2025 ରେ କନ୍ୟା ରାଶି ବ୍ୟକ୍ତିଙ୍କର ବିବାହ ଓ ବୈବାହିକ ଜୀବନ
କନ୍ୟା ରାଶି ଲୋକନ ଯାହାର ବିବାହ ବୟସ ହୋଇସାରିଲାଣି ଓ ଯେଉଁମାନେ ବିବାହ ପରିବାର ଚେଷ୍ଟା କରିବାକୁ ଚାହୁଁଛନ୍ତି, ତାଙ୍କ ପାଇଁ ଏହି ବର୍ଷର ପ୍ରଥମ ଭାଗ ଅପେକ୍ଷାକୃତ ଅଧିକ ସାହାଜ୍ୟକାରୀ ହେବ। ସପ୍ତମ ଘରର ସ୍ବାମୀ ବୃହସ୍ପତି ଭାଗ୍ୟ ଘରେ ରହିବେ। ସ୍ବାଭାବିକ ଯେ ଆପଣଙ୍କର ପୂଣ୍ୟ କର୍ମ ଦ୍ବାରା ଆପଣଙ୍କର ଜାତକ ଅନୁସାରେ ଆପଣଙ୍କୁ ଯୋଗ୍ୟ ଓ ଧାର୍ମିକ ସ୍ଵଭାବର ଜୀବନସାଥୀ କିମ୍ବା ଜୀବନ ସଂଗିନୀ ମିଳିବାର ଯୋଗ ଦୃଢ଼ ହେବ। ମଈ ମାସର ମଧ୍ୟ ଭାଗ ପରେ ବିବାହର ଯୋଗ ତୁଳନନତ୍ମକ ରୂପରେ କମ ରହିବ। ପ୍ରଯତ୍ନ କରି ମଈ ମାସର ମଧ୍ୟ ଭାଗର ପ୍ରଥମ ଭାଗରେ ବିବାହର କଥା ଆଗକୁ ବଢ଼ାନ୍ତୁ।
ବୈବାହିକ ଜୀବନ ବିଷୟରେ କହିଲେ ଏହି ମାମଲାରେ ଏହି ବର୍ଷ ମିଶ୍ରିତ ପରିଣାମ ଦେଇପାରେ। ଗୋଟେ ପଟେ ମଈ ମାସ ପରେ ରାହୁ କେତୁଙ୍କର ପ୍ରଭାବ ସପ୍ତମ ଘରୁ ଦୂର ହୋଇ ପାରସ୍ପରିକ ଭୁଲବୁଝମାନକୁ ଦୂର କରିବ, ଓ ଅନ୍ୟ ପଟେ ମାର୍ଚ୍ଚ ମାସ ପରେ ଶନିଙ୍କର ସପ୍ତମ ଘରେ ହେବ ଯାହା କିଛି ସମସ୍ଯା ଆଣିପାରେ। ଅର୍ଥାତ ଭୁଲବୁଝାମଣା ଯୋଗୁଁ ସମ୍ପର୍କରେ ଆସିଥିବା ଦୁର୍ବଳତା ଏହି ବର୍ଷ ଦୂର ହେବ କିନ୍ତୁ ଶନିଙ୍କର ଉପସ୍ଥିତି ଯୋଗୁଁ କୌଣସି କଥା କୁ ନେଇ ଜିଦି ରହିପାରେ କିମ୍ବା ଜୀବନସଥୀ କିମ୍ବା ଜୀବନ ସଂଗିନୀଙ୍କର ସ୍ବାସ୍ଥ୍ୟରେ କିଛି ପ୍ରତିକୂଳ ପରିଣାମ ଦେଖିବାକୁ ମିଳିପାରେ।
ପୁରୁଣା ସମସ୍ଯା ଦୂର ହେବାର ଯୋଗ ତିଆରି ହେଉଛି କିନ୍ତୁ ନୂଆ ବର୍ଷରୁ କୌଣସି ସମସ୍ଯା ଆସିପାରେ। ଏପରି ସ୍ଥିତିରେ ଚେଷ୍ଟା କରି କୌଣସି ନୂଆ ସମସ୍ଯା କୁ ବଡ଼ ହେବାକୁ ଦିଅନ୍ତୁ ନାହିଁ।
ବର୍ଷ 2025 ରେ କନ୍ୟା ରାଶି ବ୍ୟକ୍ତିଙ୍କର ପାରିବାରିକ ଓ ଗୃହସ୍ଥ ଜୀବନ
ଏହି କନ୍ୟା ରାଶିଫଳ 2025 ଅନୁସାରେ ପାରିବାରିକ ମାମଲାରେ ଏହି ବର୍ଷ କୌଣସି ବଡ଼ ସମସ୍ଯା ହେବ ନାହିଁ। ଆପଣଙ୍କର ଦ୍ଵିତୀୟ ଘରର ସ୍ବାମୀ ଶୁକ୍ର ବର୍ଷର ଅଧିକାଂଶ ସମୟରେ ଭଲ ସ୍ଥିତିରେ ରହିବେ। ଫଳସ୍ବରୂପ ପାରିବାରିକ ଜୀବନରେ ଭଲ ପରିଣାମ ମିଳିବ। ପରିବାର ସଦସ୍ୟ ପରସ୍ପର ସହିତ ସାମଞ୍ଜସ୍ୟ ରଖିବାକୁ ଚେଷ୍ଟା କରିବେ।ମଈ ମାସ ମଧ୍ୟ ଭାଗରେ ଦେବଗୁରୁ ବୃହସ୍ପତି ପଞ୍ଚମ ଦୃଷ୍ଟି ସହିତ ଦ୍ଵିତୀୟ ଘରକୁ ଦେଖିବେ ଓ ଘର ପରିବାରର ପରିବେଶ ଭଲ ରଖିବାକୁ ଚେଷ୍ଟା କରିବେ।ଏହି ପ୍ରକାର ଆମେ କହିପାରିବା ଯେ ଏହି ବର୍ଷ ପାରିବାରିକ ମାମଲାରେ କୌଣସି ବଡ଼ ସମସ୍ଯାର ଯୋଗ ନାହିଁ। ଜାଣିଶୁଣି କୌଣସି ସମସ୍ଯାକୁ ବଢ଼ାନ୍ତୁ ନାହିଁ। ଗୃହସ୍ଥ ସମ୍ବନ୍ଧି ମାମଲା ବିଷୟରେ କହିଲେ ଏହି ବର୍ଷ ଆପଣଙ୍କୁ ମିଶ୍ରିତ ପରିଣାମ ମିଳିବ।
ମାର୍ଚ ମାସ ପର୍ଯ୍ୟନ୍ତ ଚତୁର୍ଥ ଘରେ କୌଣସି ନକରାତ୍ମକ ପ୍ରଭାବ ନାହିଁ। ସାଙ୍ଗରେ ଚତୁର୍ଥ ଘରର ସ୍ବାମୀ ବୃହସ୍ପତି ମଈ ମାସର ମଧ୍ୟ ଭାଗ ପରଜଯ୍ୟନ୍ତ ଭଲ ସ୍ଥିତିରେ ରହିବେ। ସେପର୍ଯ୍ୟନ୍ତ ସାମାନ୍ଯ ଭାବରେ ଗୃହସ୍ଥ ଜୀବନ ମଧ୍ୟ ଅନୁକୂଳ ରହିବ କିନ୍ତୁ ମାର୍ଚ୍ଚ ପରେ ଶନିଙ୍କର ପ୍ରଭାବ ଆରମ୍ଭ ହୋଇଯିବ ଯାହା ଧୀରେ ଧୀର କିଛି ସମସ୍ଯା ବଢ଼ାଇପାରେ। ମଈ ମାସର ମଧ୍ୟ ଭାଗ ମଧ୍ୟ ବୃହସ୍ପତି ଚତୁର୍ଥ ଘରକୁ ଦେଖି ଅନୁକୂଳ ପରିଣାମ ଦେବାକୁ ଚେଷ୍ଟା କରିବେ କିନ୍ତୁ କୌଣସି ନୂଆ ସମସ୍ଯା ମଝିରେ ମଝିରେ ହଇରାଣ କରିପାରେ। ଏପରି ସ୍ଥିତିରେ ଆମେ କହିପାରିବା ଯେ ଗୃହସ୍ଥ ସମ୍ବନ୍ଧିୟ ମାମଲାରେ ମଈ ମଧ୍ୟ ଭାଗ ପର୍ଯ୍ୟନ୍ତ କୌଣସି ବଡ଼ ସମୟର ଯୋଗ ନାହିଁ। କିନ୍ତୁ ମଈ ମଧ୍ୟ ଭାଗ ପରେ ବେପରୁଆ ହେବା ଯୋଗୁଁ ଗୃହସ୍ଥ ଜୀବନରେ କିଛି ସମସ୍ଯା ଆସିପାରେ। ଘର ଗୃହସ୍ଥି ସହିତ ଜଡ଼ିତ କାମକୁ ସମୟରେ ସାରିବା ଜରୁରୀ ହେବ।
ଅତି ଜରୁରୀ ଜିନ୍ସ କିଣିବାରେ ବେପରୁଆ ହୁଅନ୍ତୁ ନାହିଁ। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ଏପରି କରିବା ଆପଣଙ୍କର ଗୃହସ୍ଥ ଜୀବନରେ ଅନୁକୂଳତା ରଖିବାରେ ସାହାଜ୍ୟ କରିବ।
ବର୍ଷ 2025 ରେ କନ୍ୟା ରାଶି ବ୍ୟକ୍ତିଙ୍କର ଭୂମି, ଭବନ ଓ ଯାନ ସୁଖ
କନ୍ୟା ରାଶି ଲୋକଙ୍କୁ ଭୂମି ଓ ଭବନ ସମ୍ବନ୍ଧିତ ମାମଲାରେ ଏହି ବର୍ଷର ପ୍ରଥମ ଭାଗ ଅଧିକ ଭଲ ରହିବ। ଚତୁର୍ଥ ଘରର ସ୍ବାମୀ ବୃହସ୍ପତି,ମଈ ମାସର ମଧ୍ୟ ଭାଗ ପର୍ଯ୍ୟନ୍ତ ଭାଗ୍ଯ ଘରେ ରହି ଭୂମି ଓ ଭବନ ସମ୍ବନ୍ଧିତ ସୁଖ ଦେବେ। ଯଦି ଆପଣ କୌଣସି ଜମି କିଣିବାକୁ ଚାହୁଁଛନ୍ତି ତେବେ ମଈ ମାସର ମଧ୍ୟ ଭାଗ ପୂର୍ବରୁ କିଣନ୍ତୁ ତାହା ଅଧିକ ଭଲ ରହିବ। କନ୍ୟା ରାଶିଫଳ 2025 ଅନୁସାରେ ମାର୍ଚ୍ଚ ମାସ ପରେ ଶନିଙ୍କର ଦୃଷ୍ଟି ଏହି ମାମଲାରେ କିଛି ଧୀର ପରିଣାମ ଦେଇପାରେ। କିନ୍ତୁ ମଈ ମାସର ମଧ୍ୟ ଭାଗ ପୂର୍ବରୁ ସମୟ ଅଧିକ ଭଲ କୁହା ଯିବ। ଏହା ପରେ ବୃହସ୍ପତି ନିଜର ଘରକୁ ଦେଖି ଏହି ମାମଲାରେ ସୁବିଧା ଦେବାକୁ ଚେଷ୍ଟା କରିବେ କିନ୍ତୁ ଛୋଟ ଛୋଟ ସମସ୍ଯା ରହିବ ଓ ଏଠିପାଇଁ ଆପଣଙ୍କର ମନ ଦୁଖିତ ରହିପାରେ।
ଯାନ ସମ୍ବନ୍ଧିତ ମାମଲାରେ କହିଲେ ଏହି ବର୍ଷର ଆରମ୍ଭରୁ ନେଇ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ସମୟ ଭଲ ରହିବ। ମାର୍ଚ୍ଚ ମାସରୁ ମଈ ମାସର ମଧ୍ୟ ଭାଗ ମଧ୍ୟରେ ଭଲ ପରିଣାମ ମିଳିପାରେ ଓ ସୁବିଧା ମିଳିପାରେ କିନ୍ତୁ ଏହା ପରେ ଯଦି ଜାଣ କିଣିବା ବହୁତ ଜରୁରୀ ତେବେ ଭଲ ଭାବରେ ଚିନ୍ତା କରି ଆଗକୁ ବଢ଼ିବା ଉଚିତ ହେବ। ଉତ୍ସାହିତ ହୋଇ କାମ କରିବା ଦ୍ବାରା ଆପଣ ଭୁଲ ଯାନ କିଣିପାରନ୍ତି। ମଈ ମାସର ମଧ୍ୟ ଭାଗ ପରେ ଜାଣ ସମ୍ବନ୍ଧିତ ସତର୍କତା ସହିତ ନିଷ୍ପତି ନେବା ବହୁତ ଉଚିତ ହେବ।
ବର୍ଷ 2025 ରେ କନ୍ୟା ରାଶି ବ୍ୟକ୍ତିଙ୍କ ପାଇଁ ଉପାୟ
- କଳା ଗାଈର ନିୟମିତ ରୂପରେ ସେବା କରନ୍ତୁ।
- ଗଣେଶଙ୍କର ପୂଜା ଆରାଧନା ନିୟମିତ ରୂପରେ କରନ୍ତୁ।
- ମଥାରେ ନିୟମିତ ରୂପରେ କେସର ତିଲକ ଲଗାନ୍ତୁ।
ରତ୍ନ, ଜନ୍ତ୍ର ସମେତ ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ ଭିଜିଟ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ
1. 2025 ରେ କନ୍ୟା ରାଶି ଲୋକଙ୍କର ଭବିଷ୍ୟ କିପରି ରହିବ?
ବର୍ଷ 2025 ରେ କନ୍ୟା ରାଶି ଲୋକଙ୍କର ଜୀବନର୍ ବିଭିନ୍ନ ଦିଗରେ ପରିଶ୍ରମ ଅନୁଯାୟୀ ଶୁଭ ଓ ଅନୁକୂଳ ଫଳ ମିଳିବ।
2. କନ୍ୟା ରାଶିର ସମୟ କେବେ ଯାଏଁ ଖରାପ ରହିବ?
କନ୍ୟା ରାଶିରେ ଶନି ସାଢ଼େ ସାତୀର ଆରମ୍ଭ 27 ଅଗସ୍ଟରେ 2036 ଆରମ୍ଭ ହେବ ଓ ଏହାର ଅନ୍ତ 12 ଡିସେମ୍ବର 2043 ରେ ହେବ।
3. କନ୍ୟା ରାଶିର ଦେବୀ କିଏ?
ନିଜର ଜୀବନରେ ଶୁଭ ପରିଣାମ ହାସଲ କରିବା ପାଇଁ କନ୍ୟା ରାଶି ଲୋକଙ୍କୁ ମାତା ଭୁବନେଶ୍ଵରୀ କିମ୍ବା ମାତା ଚନ୍ଦ୍ରଘଣ୍ଟାଙ୍କର ଉପାସନା କରିବା ଉଚିତ।
Astrological services for accurate answers and better feature
Astrological remedies to get rid of your problems

AstroSage on MobileAll Mobile Apps
- Venus Nakshatra Transit 2025: 3 Zodiacs Destined For Wealth & Prosperity!
- Lakshmi Narayan Yoga in Cancer: A Gateway to Emotional & Financial Abundance!
- Aja Ekadashi 2025: Read And Check Out The Date & Remedies!
- Venus Transit In Cancer: A Time For Deeper Connections & Empathy!
- Weekly Horoscope 18 August To 24 August, 2025: A Week Full Of Blessings
- Weekly Tarot Fortune Bites For All 12 Zodiac Signs!
- Simha Sankranti 2025: Revealing Divine Insights, Rituals, And Remedies!
- Sun Transit In Leo: Bringing A Bright Future Ahead For These Zodiac Signs
- Numerology Weekly Horoscope: 17 August, 2025 To 23 August, 2025
- Save Big This Janmashtami With Special Astrology Deals & Discounts!
- शुक्र-बुध की युति से बनेगा लक्ष्मीनारायण योग, इन जातकों की चमकेगी किस्मत!
- अजा एकादशी 2025 पर जरूर करें ये उपाय, रुके काम भी होंगे पूरे!
- शुक्र का कर्क राशि में गोचर, इन राशि वालों पर पड़ेगा भारी, इन्हें होगा लाभ!
- अगस्त के इस सप्ताह राशि चक्र की इन 3 राशियों पर बरसेगी महालक्ष्मी की कृपा, धन-धान्य के बनेंगे योग!
- टैरो साप्ताहिक राशिफल (17 अगस्त से 23 अगस्त, 2025): जानें यह सप्ताह कैसा रहेगा आपके लिए!
- सिंह संक्रांति 2025 पर किसकी पूजा करने से दूर होगा हर दुख-दर्द, देख लें अचूक उपाय!
- बारह महीने बाद होगा सूर्य का सिंह राशि में गोचर, सोने की तरह चमक उठेगी इन राशियों की किस्मत!
- अंक ज्योतिष साप्ताहिक राशिफल: 17 अगस्त से 23 अगस्त, 2025
- जन्माष्टमी स्पेशल धमाका, श्रीकृष्ण की कृपा के साथ होगी ऑफर्स की बरसात!
- जन्माष्टमी 2025 कब है? जानें भगवान कृष्ण के जन्म का पावन समय और पूजन विधि
- Horoscope 2025
- Rashifal 2025
- Calendar 2025
- Chinese Horoscope 2025
- Saturn Transit 2025
- Jupiter Transit 2025
- Rahu Transit 2025
- Ketu Transit 2025
- Ascendant Horoscope 2025
- Lal Kitab 2025
- Shubh Muhurat 2025
- Hindu Holidays 2025
- Public Holidays 2025
- ராசி பலன் 2025
- రాశిఫలాలు 2025
- ರಾಶಿಭವಿಷ್ಯ 2025
- ਰਾਸ਼ੀਫਲ 2025
- ରାଶିଫଳ 2025
- രാശിഫലം 2025
- રાશિફળ 2025
- రాశిఫలాలు 2025
- রাশিফল 2025 (Rashifol 2025)
- Astrology 2025