ଧନୁ ରାଶିଫଳ 2025
ଏହି ଧନୁ ରାଶିଫଳ 2025 ମଧ୍ୟମରେ ଆମେ ଜାଣିବା କି ବର୍ଷ 2025 ଧନୁ ରାଶି ଲୋକଙ୍କର ସ୍ବାସ୍ଥ୍ୟ, ଶିକ୍ଷା, ବ୍ୟବସାୟ, ଚାକିରି, ପରେ, ବିବାହ, ବୈବାହିକ ଜୀବନ, ଘର ଗୃହସ୍ଥି ଇତ୍ୟାଦି ପାଇଁ କିପରି ରହିବ। ଗ୍ରହ ଗୋଚର ଉପରେ ଆଧାର କରି ଆମେ ଆପଣଙ୍କୁ କିଛି ଉପାୟ କହିବୁ, ଯାହାକୁ ଆପଣ ଆପଣାଇ ସମସ୍ଯା ଓ ଚିନ୍ତା ଦୂର କରିପାରିବେ। ତେବେ ଚାଲନ୍ତୁ ଆଗକୁ ବଢ଼ିବା ଓ ଜାଣିବା ଧନୁ ରାଶି ଲୋକଙ୍କ ପାଇଁ ଧନୁ ରାଶିଫଳ 2025 କ’ଣ କହୁଛି?

To Read in English Click Here: Scorpio Horoscope 2025
ବର୍ଷ 2025 ରେ ଧନୁ ରାଶି ବ୍ୟକ୍ତିଙ୍କର ସ୍ବାସ୍ଥ୍ୟ
ଧନୁ ରାଶିଫଳ 2025 ଅନୁସାରେ ସ୍ବାସ୍ଥ୍ୟ ଦୃଷ୍ଟିରୁ 2025 ଆପଣଙ୍କୁ ମିଶ୍ରତ ପରିଣାମ ଦେବ। ଗୋଟେ ପଟେ ଶନିଙ୍କର ଗୋଚର ବର୍ଷର ଆରମ୍ଭରୁ ମାର୍ଚ୍ଚ ମଈ ପର୍ଯ୍ୟନ୍ତ ଭଲ ପରିନାମଦ ଦେବ। ବିଶେଷକରି ଯେଉଁ ଲୋକଙ୍କୁ ହୃଦୟ ପକ୍ଷକପକ୍ଷୀ ସମସ୍ଯା ଅଛି, ତାଙ୍କୁ ମାର୍ଚ୍ଚ ମାସ ପରେ ଆଁପେକ୍ଷାକୃତ ଅଧିକ ସାବଧାନ ହୋଇ ଚଳିବାକୁ ପଡ଼ିବ। ମଈ ପରେ ରାହୁଙ୍କର ଗୋଚର ଚତୁର୍ଥ ଘରୁ ଶେଷ ହେବ ସେଥିପାଇଁ ସମସ୍ଯା ହ୍ରାସ ପାଇବ କିନ୍ତୁ ଅପ୍ରିଲ ରୁ ମଈ ମାସ ମାସ ମଧ୍ୟ ଭାଗ ପର୍ଯ୍ୟନ୍ତ ସ୍ବାସ୍ଥ୍ୟର ଅଧିକ ଯତ୍ନ ରଖିବା ଆବଶ୍ୟକ। ମଈ ମାସର ମଧ୍ୟ ଭାଗ ପରେ ବୃହସ୍ପତିଙ୍କର ଗୋଚର ଆପଣଙ୍କର ସପ୍ତମ ଘରେ ପହଞ୍ଚି ପ୍ରଥମ ଘରକୁ ଦେଖିବେ ଓ ସମସ୍ଯାକୁ ଶେଷ କରିବେ। ଯଦିଓ ଶନିଙ୍କର ଦୃଷ୍ଟି ଯୋଗୁଁ କିଛି ସମସ୍ଯା ଆସିବ କିନ୍ତୁ ବୃହସ୍ପତି ତାକୁ ଠିକ କରିବାରେ ସାହାଜ୍ୟ କରିବେ। ଏହି ପ୍ରକାର ଆମେ କହିପାରିବା ଯେ ଏହି ବର୍ଷ ମଝିରେ ମଝିରେ କିଛି ସ୍ବାସ୍ଥ୍ୟ ସମସ୍ଯା ଦେଖିବାକୁ ମିଳିପାରେ କିନ୍ତୁ ଆପଣଙ୍କର ବୁଝାମଣା ଓ ବୃହସ୍ପତିଙ୍କର କୃପା ଦ୍ବାରା ସମସ୍ଯା ଶୀଘ୍ର ଦୂର ହୋଇଯିବ ଓ ଆପଣ ଭଲ ସ୍ବାସ୍ଥ୍ୟର ଆନନ୍ଦ ନେବେ।
କୌଣସି ନିଷ୍ପତି ନେବାରେ ଆସୁଛି ସମସ୍ଯା, ତେବେ ଏବେ ହୁଅନ୍ତୁ ଆମର ବିଦ୍ବାନ ଜ୍ଯୋତିଷଙ୍କ ସହିତ ଫୋନରେ କଥା !
हिंदी में पढ़ने के लिए यहां क्लिक करें: धनु राशिफल 2025
ବର୍ଷ 2025 ରେ ଧନୁ ରାଶି ବ୍ୟକ୍ତିଙ୍କର ଶିକ୍ଷା
ଧନୁ ରାଶି ଲୋକଙ୍କର ଶିକ୍ଷା ବିଷୟରେ କହିଲେ ବର୍ଷ 2025 ଏଭାରେଜ କିମ୍ବା ଏଭାରେଜ ରୁ ଟିକେ ଅଧିକ ଭଲ ପରିଣାମ ଦେବ। ଧନୁ ରାଶିଫଳ 2025 ଅନୁସାରେ ଗୋଟେ ପଟେ ବୃହସ୍ପତିଙ୍କର ଗୋଚର ବର୍ଷର ଆରମ୍ଭରୁ ନେଇ ମଈ ମାସର ମଧ୍ୟ ଭାଗ ପର୍ଯ୍ୟନ୍ତ ଷଷ୍ଠ ଘରେ ରହି ପ୍ରତିଯୋଗିତା ପରୀକ୍ଷାରେ ଭାଗ ନେଉଥିବା ବିଦ୍ୟାର୍ଥୀଙ୍କଊ ଭଲ ପରିଣାମ ଦେବ ଓ ଅନ୍ୟ ପଟେ ମଈ ମାସର ମଧ୍ୟ ଭାଗ ପରେ ବୃହସ୍ପତି ସବୁ ପ୍ରକାରର ବିଦ୍ୟାର୍ଥୀଙ୍କୁ ଭଲ ପରିଣାମ ଦେବା ଭଳି ପ୍ରତୀତ ହେଉଛି। ଅର୍ଥାତ ମଈ ମାସର ମଧ୍ୟ ଭାଗ ପୂର୍ବରୁ ସମୟ କେବଳ କିଛି ବିଶେଷ ବିଦ୍ୟାର୍ଥୀଙ୍କ ପାଇଁ ଅନୁକୂଳ ରହିବ କିନ୍ତୁ ପରବର୍ତ୍ତୀ ସମୟରେ ସମସ୍ତ ବିଦ୍ୟାର୍ଥୀଙ୍କ ପାଇଁ ଭଲ ରହିବ। କିନ୍ତୁ ଏହା ମଧ୍ୟରେ ଶନି ଓ ରାହୁଙ୍କର ଗୋଚର ଚାଲିଥିବା ସମୟରେ ଆପଣଙ୍କୁ ନିଜର ସବଜେକ୍ଟ ଉପରେ ଫୋକସ କରିବାରେ କିଛି ସମସ୍ଯା ହେବ। ଅର୍ଥାତ ପଢ଼ାରେ ମନ କମ ଲାଗିବ। ଏପରି ସ୍ଥିତିରେ ଚେଷ୍ଟା କରି ଆପଣ ସବଜେକ୍ଟ ଉପରେ ଧ୍ୟାନ ଦେବା ଉଚିତ ହେବ। ଯଦି ଆପଣ ସବୁବେଳେ ଏପରି ଚେଷ୍ଟା କରିବେ ତେବେ ସେହି ବିଷୟରେ ଭଲ ପ୍ରଦର୍ଶନ କରିବେ।
ବର୍ଷ 2025 ରେ ଧନୁ ରାଶି ବ୍ୟକ୍ତିଙ୍କର ବ୍ୟବସାୟ
ଧନୁ ରାଶି ଲୋକଙ୍କୁ ବ୍ୟବସାୟ ଦୃଷ୍ଟିରୁ ବର୍ଷ 2025 ମିଶ୍ରିତ ପରିଣାମ ଦେବ। ଗୋଟେ ପଟେ ଦଶମ ଘରେ ମଈ ମାସ ପର୍ଯ୍ୟନ୍ତ ରାହୁ କେତୁଙ୍କର ପ୍ରଭାବ ରହିବ, ଓ ଅନ୍ୟ ପଟେ ମାର୍ଚ୍ଚରୁ ଅବଶେଷ୍ଟ ସମୟରେ ଶନିଙ୍କର ପ୍ରଭାବ ରହିବ। ଏହି ଦୁଇଟି ସ୍ଥିତି କାର୍ଯ୍ୟକ୍ଷେତ୍ର ଦୃଷ୍ଟିରୁ ବହୁତ ଭଲ କୁହାଯିବ ନାହିଁ। ଅର୍ଥାତ କାମ ଧୀର ହେବ। ଆପଣ ଯାହା ସହିତ ମୀତୟଂ କରିବାକୁ ଯାଉଛନ୍ତି ଯାହା ଉପରେ ଆପଣଙ୍କର କାମ ନିର୍ଭର କରୁଛି ସେହି ଲୋକଙ୍କର ଅଧିକ ସପୋର୍ଟ ନ ମିଳିପାରେ। ଶାନୁ ରାଶିଫଳ 2025 ଅନୁସାରେ ଆପଣଙ୍କର ଆଗ୍ରହ ମଧ୍ୟ କାମରେ କିଛି ମାତ୍ରାରେ କମ ହୋଇପାରେ କିନ୍ତୁ ଏହି ସବୁ ମଧ୍ୟରେ ସକାରାତ୍ମକ କଥା ଏହା ହେବ ଯେ ମଈ ମାସର ମଧ୍ୟ ଭାଗ ରୁ ନେଇ ବର୍ଷର ଅବଶେଷ୍ଟ ସମୟରେ ବୃହସ୍ପତିଙ୍କର ଗୋଚର ଆପଣଙ୍କର ସପ୍ତମ ଘରେ ହେବ, ଯାହା ଆପଣଙ୍କର ବ୍ୟବସାୟକୁ ପ୍ରୋତ୍ସାହିତ କରିବ। ବୁଧଙ୍କର ଗୋଚର ମଧ୍ୟ ବର୍ଷର ଅଧିକାଂଶ ସମୟ ଫେବର କରିବ।ଏହି ସମସ୍ତ ସ୍ଥିତିକୁ ମିଶାଇ ଆମେ କହିପାରିବା ଯେ ଏହି ବର୍ଷ ବ୍ୟବସାୟ ସହଜ ହେବ ନାହିଁ। ପରିଶ୍ରମ ଅଧିକ କରିବାକୁ ପଡ଼ିପାରେ। କଷ୍ଟ ମଧ୍ୟ ଅଧିକ ହେବ କିନ୍ତୁ ସବୁବେଳେ ଚେଷ୍ଟା କରିଲେ ଆପଣ କେବଳ ନିଜର ଲକ୍ଷରେ ପହଞ୍ଚିବେ ନାହିଁ ବରଂ ବ୍ୟବସାୟରେ ମଧ୍ୟ ଉନ୍ନତି କରିବେ ଓ ଭଲ ଲାଭ ପାଇବେ। ଏହି ସୁବିଧା କେବଳ କଠିନ ପରିଶ୍ରମ ଓ ଭଲ ଯୋଜନା କରି ମିଳିପାରିବ।
ଓଡ଼ିଆରେ ପଢ଼ନ୍ତୁ: ରାଶିଫଳ 2025
ବୃହତ କୁଣ୍ଡଳୀ ରେ ଲୁଚି ରହିଛି, ଆପଣଙ୍କର ଜୀବନର ସମସ୍ତ ରହସ୍ୟ , ଜାଣନ୍ତୁ ଗ୍ରହଙ୍କର ଚଳନର ସମ୍ପୂର୍ଣ ବିବରଣୀ
ବର୍ଷ 2025 ରେ ଧନୁ ରାଶି ବ୍ୟକ୍ତିଙ୍କର ଚାକିରି
ଧନୁ ରାଶି ଲୋକଙ୍କର ଚାକିରି ଦୃଷ୍ଟିରୁ ଏହି ବର୍ଷ ମିଶ୍ରିତ ପରିଣାମ ଦେବ। ବର୍ଷର ଆରମ୍ଭରୁ ନେଇ ମଈ ମାସର ମଧ୍ୟ ଭାଗ ପର୍ଯ୍ୟନ୍ତ ଦେବଗୁରୁ ବୃହସ୍ପତିଙ୍କର ଗୋଚର ଆପଣଙ୍କର ଷଷ୍ଠ ଘରେ ହେବ। ଯେଉଁମାନେ ଚାକିରି ପାଇଁ ଚେଷ୍ଟା କରୁଛନ୍ତି ଏହି ବର୍ଷ ସାହାଜ୍ୟକାରୀ ହେବ। ପ୍ରତିଯୋଗିତା ପରୀକ୍ଷା ହେଉ କିମ୍ବା ସାକ୍ଷାତକାର, ଏହି ମାମଲାରେ ଆପଣଙ୍କୁ ସଫଳତା ମିଳିବ ଓ ଆପଣ ଚାକିରି ପ୍ରାପ୍ତ କରିଆପରିବେ। କିନ୍ତୁ ବୋଧ ହୁଏ ଆପଣ ନିଜର ସୁବିଧାକୁ ନେଇ ସମ୍ପୂର୍ଣ ସନ୍ତୁଷ୍ଟ ରହିବେ ନାହିଁ। ରାହୁଙ୍କର ଗୋଚର ମଧ୍ୟ ମଈ ମାସ ପର୍ଯ୍ୟନ୍ତ ଏପରି ସଙ୍କେତ ଦେଉଛି। ମଈ ପରେ ରାହୁ ଓ ବୃହସ୍ପତି ଦୁହିଙ୍କ ଗୋଚର ଅନୁକୂଳ ରହିବ। ଏପରି ସ୍ଥିତିରେ ଚାକିରିରେ ଆପଣ ମଧ୍ୟ ଆହୁରି ଭଲ କରିପାରିବେ। ଧନୁ ରାଶିଫଳ 2025 ଅନୁସାରେ ସମସ୍ତ ପ୍ରକାରର ଚାକିରି କରୁଥିବା ଲୋକ କିଛି ନୂଆ ପ୍ରୟାସ କରିବେ। ନୂଆ ଜାଗାର ସନ୍ଧାନ କରିବେ। ସାଙ୍ଗରେ ପ୍ରୋମୋସନ ଇତ୍ୟାଦି ମଧ୍ୟ ପ୍ରାପ୍ତ କରିବେ। ଏହି ସମୟରେ ମାର୍ଚ୍ଚ ମାସ ପରେ ଶନିଙ୍କର ଗୋଚରରେ ହୋଇଥିବା ପରିବର୍ତ୍ତନ ମନରେ ଅସନ୍ତୋଷ ଆଣିବ। ଅର୍ଥାତ ସୁବିଧା ତ ମିଳିବ କିନ୍ତୁ ସୁବିଧାକୁ ନେଇ ସନ୍ତୁଷ୍ଟ ହେବେ ନାହିଁ। ଏହି ବର୍ଷ କିଛି ସମସ୍ଯା ପରେ ଆପଣ ଚାକିରିରେ ଭଲ କରିବେ। ଚାକିରିରେ ପରିବର୍ତ୍ତନର ସମ୍ଭାବନା ମଧ୍ୟ ଅଛି। ସାଙ୍ଗରେ କିଛି ଲୋକ ପ୍ରୋମୋସନ ମଧ୍ୟ ପାଇବେ କିନ୍ତୁ ସନ୍ତୋଷର ଭାବ ରହିବ ନାହିଁ, ଯାହା ଆପଣ ଆଶା କରିଥିବେ।
ବର୍ଷ 2025 ରେ ଧନୁ ରାଶି ବ୍ୟକ୍ତିଙ୍କର ଆର୍ଥିକ ସ୍ଥିତି
ଧନୁ ରାଶି ଲୋକ, ଆର୍ଥିକ ମାମଲାରେ ବର୍ଷ 2025ରେ ଏଭାରେଜ କିମ୍ବା ଏଭାରେଜ ରୁ ଅଧିକ ପରିଣାମ ପାଇବେ। ବର୍ଷର ଆରମ୍ଭରୁ ନେଇ ମଈ ମାସର ମଧ୍ୟ ଭାଗ ପର୍ଯ୍ୟନ୍ତ ଧନର କାରକ ବୃହସ୍ପତି ଷଷ୍ଠ ଘରେ ରହିବେ। ବୃହସ୍ପତିଙ୍କର ଷଷ୍ଠ ଘରେ ଗୋଚର ଭଲ କୁହାଯିବ ନାହିଁ। କିନ୍ତୁ ବୃହସ୍ପତି ନବମ ଦୃଷ୍ଟି ସହିତ ଧନ ଘରକୁ ଦେଖି ଧନ ସଞ୍ଚୟ ମାମଲାରେ ଆପଣଙ୍କୁ ସାହାଜ୍ୟ କରିବେ। ଧନ ସ୍ଥାନର ସ୍ବାମୀ ଶନି ଦେବ ମଧ୍ୟ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ତୃତୀୟ ଘରେ ନିଜର ରାଶିରେ ରହି ଆପଣଙ୍କର ଆର୍ଥିକ ପକ୍ଷକୁ ଦୃଢ଼ କରିବେ। ମାର୍ଚ୍ଚ ପରେ ଶନିଙ୍କର ସ୍ଥିତି ଦୁର୍ବଳ ହୋଇଯିବ, ଯେତବେଳେ କି ମଈ ମାସର ମଧ୍ୟ ଭାଗ ପରେ ବୃହସ୍ପତିଙ୍କର ସ୍ଥିତି ଦୃଢ଼ ହୋଇଯିବ। ମଈ ମାସ ମଧ୍ୟ ଭାଗ ପରେ ବୃହସ୍ପତି ଲାଭ ଘରକୁ ଦେଖି ଭଲ ରୋଜଗାର ଦେବେ। ଧନୁ ରାଶିଫଳ 2025 ଅନୁସାରେ ଆର୍ଥିକ ମାମଲାରେ ଗ୍ରହ ଗୋଚର ମିଶ୍ରିତ ପରିଣାମ ଦେବେ କିନ୍ତୁ ଧନର କାରକ ବୃହସ୍ପତି ଲାଭ ଘର ସହିତ କନେକଶନ ରହିବ। ପରିଣାମ ଏଭାରେଜ ରୁ ଭଲ ରହିବ। ଆପଣ ବର୍ଷର ପ୍ରଥମ ଭାଗରେ ଭଲ ସଞ୍ଚୟ କରିପାରିବେଓ ତେବେ ଧନର ସଦୁପୟୋଗ କରିପାରିବେ ଓ ବର୍ଷର ଶେଷ ଭାଗରେ ଆପଣ ଭଲ ରୋଜଗାର କରିପାରିବେ।
ଆପଣଙ୍କର ଜାତକରେ ମଧ୍ୟ ଅଛି ରାଜଯୋଗ? ପାଆନ୍ତୁ ନିଜର ରାଜ ଯୋଗ ରିପୋର୍ଟ୍
ବର୍ଷ 2025 ରେ ଧନୁ ରାଶି ବ୍ୟକ୍ତିଙ୍କର ପ୍ରେମ ଜୀବନ
ଧନୁ ରାଶି ଲୋକଙ୍କ ପାଇଁ ବର୍ଷ 2025ର ପ୍ରଥମ ଭାଗ ବିଷୟରେ କହିଲେ ପ୍ରେମ ସମ୍ବନ୍ଧ ଟିକେ ଦୁର୍ବଳ ରହିବ। ମଈ ମାସର ମଧ୍ୟ ଭାଗ ପରେ ଦେବଗୁରୁ ବୃହସ୍ପତି ସପ୍ତମ ଘରକୁ ଯାଇ ଆପଣଙ୍କର ପ୍ରେମ ଜୀବନରେ ଭଲ ଅନୁକୂଳତା ଆଣିବେ। ପଞ୍ଚମ ଘରର ସ୍ବାମୀ ମଙ୍ଗଳଙ୍କର ସ୍ଥିତି ଏଭାରେଜ ପରିଣାମ ଦେବ। ଏହି ପ୍ରକାର ଆମେ କହି ପାରିବା ଯେ ସାମାନ୍ଯ ଭାବରେ ଏହି ବର୍ଷ ପ୍ରେମ ସମ୍ବନ୍ଧ ପାଇଁ ଭଲ ରହିବ କିନ୍ତୁ ବର୍ଷର ପ୍ରଥମ ଭାଗ ତୁଳନାତ୍ମକ ରୂପରେ କିଛି ଦୁର୍ବଳ ରହିପାରେ। ବର୍ଷର ଦ୍ଵିତୀୟ ଭାଗ ଭଲ ପରିଣାମ ପରିଣାମ ଦେବା ଭଳି ପ୍ରତୀତ ହେଉଛି। ଏପରି ସ୍ଥିତିରେ ବର୍ଷର ପ୍ରଥମ ଭାଗ ପ୍ରେମ ସମ୍ବନ୍ଧ କୁ ନେଇ ବେପରୁଆ ହୁଅନ୍ତୁ ନାହିଁ। ଛୋଟ ମୋଟ ବିବାଦ ହେବାର ସ୍ଥିତିରେ ପାର୍ଟନରକୁ ସମ୍ପୂର୍ଣ ସମୟ ଦେବାକୁ ପଡ଼ିବ। ବର୍ଷର ଦ୍ଵିତୀୟ ଭାଗ ବହୁତ ଭଲ ପରିଣାମ ଦେବ। ଧନୁ ରସହିଫାଳ 2025 ଅନୁସାରେ ସେହି ସମୟରେ ଆପଣଙ୍କର ପାର୍ଟନର ବୁଝାମଣା ସହିତ କାମ କରିବେ।
ବର୍ଷ 2025 ରେ ଧନୁ ରାଶି ବ୍ୟକ୍ତିଙ୍କର ବିବାହ ଓ ବୈବାହିକ ଜୀବନ
ଧନୁ ରାଶି ଲୋକ ଯେଉଁମାନଙ୍କର ବିବାହ ବୟସ ହୋଇସାରିଛି କିମ୍ବା ଯେଉଁ ଲୋକ ବିବାହ କରିବା ପାଇଁ ପ୍ରୟାସ କରୁଛନ୍ତି, ତାଙ୍କ ପାଇଁ ବର୍ଷର ଦ୍ଵିତୀୟ ଭାଗ ଭଲ ପରିଣାମ ଦେବ। ବର୍ଷର ପ୍ରଥମ ଭାଗରେ ପ୍ରଯତ୍ନ ଭଲ ରହିବ କିନ୍ତୁ ସେତେ ଭଲ ପରିଣାମ ନ ମିଳିପାରେ। ସମସ୍ତ ମନୋକମାନ ପୂରଣ ହୋଇ ନ ପାରେ। କିନ୍ତୁ ମଈ ମାସର ମଧ୍ୟ ଭାଗ ପରେ ଦେବଗୁରୁ ବୃହସ୍ପତି ଯିଏ ଆପଣଙ୍କର ଲଗ୍ନ ରାଶିର ସ୍ବାମୀ, ଆପଣଙ୍କର ସପ୍ତମ ଘରେ ଗୋଚର କରିବେ ଓ ଆପଣଙ୍କର ବିବାହ ପାଇଁ ଯୋଗ ଫିଟେଇବେ। ବର୍ଷର ଦ୍ଵିତୀୟ ଭାଗରେ ବିଶେଷକରି ମଈ ମାସର ମଧ୍ୟ ଭାଗ ପରେ ବିବାହ ନିର୍ବନ୍ଧ ପରି ମାମଲାରେ ଭଲ ଅନୁକୂଳତା ଦେଖିବାକୁ ମିଳିବ। ବୈବାହିକ ସମ୍ବନ୍ଧ ବିଷୟରେ କହିଲେ ବର୍ଷର ଦ୍ଵିତୀୟ ଭାଗ ଅଧିକ ଭଲ ପରିଣାମ ଦେବ। ବର୍ଷର ପ୍ରଥମ ଭାଗରେ ମଧ୍ୟ କୌଣସି ବଡ଼ ପ୍ରତିକୂଳତା ଦେଖାଯାଉନି। କିନ୍ତୁ ତୁଳନା କରିଲେ ବର୍ଷର ଦ୍ଵିତୀୟ ଭାଗରେ ଆପଣ ନିଜର ବୈବାହିକ ଜୀବନର ଆନନ୍ଦ ଉଠାଇ ପାରିବେ।
ବର୍ଷ 2025 ରେ ଧନୁ ରାଶି ବ୍ୟକ୍ତିଙ୍କର ପାରିବାରିକ ଓ ଗୃହସ୍ଥ ଜୀବନ
ଧନୁ ରାଶି ଲୋକଙ୍କର ପାରିବାରିକ ମାମଲାରେ ଏହି ବର୍ଷ ଆପଣ ସାମାନ୍ଯ ଭାବରେ ଭଲ ପରିଣାମ ପ୍ରାପ୍ତ କରିପାରିବେ। ଆପଣଙ୍କର ଦ୍ଵିତୀୟ ଘରର ସ୍ବାମୀ ଶନି ଗ୍ରହ, ମାର୍ଚ୍ଚ ମାସ ପର୍ଯ୍ୟନ୍ତ ବହୁତ ଭଲ ସ୍ଥିତିରେ ରହିବେ। ମହତ୍ଵପୂର୍ଣ ପାରିବାରିକ ନିଷ୍ପତି ଏହି ସମୟରେ ନେଲେ ଭଲ ହେବ। ପରବର୍ତ୍ତୀ ସମୟରେ ଶନି ଗ୍ରହଙ୍କର ସ୍ଥିତି ଦୁର୍ବଳ ରହିପାରେ। ଏପରି ସ୍ଥିତିରେ ପରିଣାମ ମଧ୍ୟ ଦୁର୍ବଳ ରହିପାରେ କିନ୍ତୁ ବୃହସ୍ପତି ଗ୍ରହଙ୍କର ଅନୁକୂଳତା ହାରାହାରି ମାସ ସାରା କୌଣସି ବଡ଼ ସମସ୍ଯା ଆସିବାକୁ ଦେବ ନାହିଁ। କହିବାର ତାତ୍ପର୍ଯ୍ୟ ଏହା ଯେ ବର୍ଷ ସାମାନ୍ଯ ଭାବରେ ପାରିବାରିକ ମାମଲା ପାଇଁ ଭଲ ରହିବ। ତଥାପି ମହତ୍ଵପୂର୍ଣ ନିସପ୍ତିକୁ ବର୍ଷଡ଼ା ଆରମ୍ଭରେ ନେବା ଭଲ ହେବ। ଧନୁ ରାଶିଫଳ 2025 ଅନୁସାରେ ଗୃହସ୍ଥ ଜୀବନ ବିଷୟରେ କହିଲେ ବର୍ଷର ଆରମ୍ଭ ଅର୍ଥାତ ଜାନୁଆରୀ ରୁ ମାର୍ଚ୍ଚ ପର୍ଯ୍ୟନ୍ତ ଅଧିକ ଭଲ ରହିବ। ପରବର୍ତ୍ତୀ ସମୟରେ ଶନିଙ୍କର ଚତୁର୍ଥ ଘରେ ଗୋଚର ଗୃହସ୍ଥଜୀବନରେ କିଛି ସମସ୍ଯା ଆସିପାରେ। ବିଶେଷ କରି ମାର୍ଚ୍ଚରୁ ମଈ ମଧ୍ୟରେ ପରିଣାମ ଅଧିକ ଦୁର୍ବଳ ରହିପାରେ।ପରବର୍ତ୍ତୀ ସମୟରେ ରାହୁଙ୍କର ଗୋଚର ଚତୁର୍ଥ ଘରେ ଶେଷ ହେବ। କିଛି ସମସ୍ଯା କମ ହୋଇପାରେ କିନ୍ତୁ ଶନିଙ୍କର ସ୍ଥିତି ସଙ୍କେତ ଦେଉଛି ଯେ ଏହି ବର୍ଷ ଗୃହସ୍ଥ ସମ୍ବନ୍ଧ ମାମଲାରେ ବେପରୁଆ ହୁଅନ୍ତୁ ନାହିଁ।
ବର୍ଷ 2025 ରେ ଧନୁ ରାଶି ବ୍ୟକ୍ତିଙ୍କର ଭୂମି, ଭବନ ଓ ଯାନ ସୁଖ
ଧନୁ ରାଶି ଲୋକଙ୍କର ଭୂମି ଓ ଭବନ ସମ୍ବନ୍ଧିତ ମାମଲାରେ ଏହି ବର୍ଷ ଟିକେ ଦୁର୍ବଳ ହୋଇପାରେ। ଏହି ବର୍ଷର ଦ୍ଵିତୀୟ ଭାଗ ତୁଳନାତ୍ମକ ଭାବରେ ଭଲ ରହିବ। ବର୍ଷର ଆରମ୍ଭ ରୁ ନେଇ ମଈ ମାସ ପର୍ଯ୍ୟନ୍ତ ଚତୁର୍ଥ ଘରେ ରାହୁଙ୍କର ଗୋଚର ରହିବ ଯାହା ଭୂମି ଓ ଭବନ ସମ୍ବନ୍ଧିତ ମାମଲାରେ କିଛି ସମସ୍ଯା ଦେଇପାରେ। ଭଲ ହେବ ଜମିବାଡ଼ି ସହିତ ଜଡ଼ିତ ମାମଲାକୁ ଏହି ସମୟରେ ଏଡ଼ାନ୍ତୁ। ଯଦି ଏପରି ନିଷ୍ପତି ତଥାପି ନେବା ବହୁତ ଜରୁରୀ ତେବେ ବିବାଦିୟ ଡୀଲରୁ ଦୂରେଇ ରୁହନ୍ତୁ। ଯଦି ଆପଣ କୌଣସି ପ୍ରକାରର ଫର୍ଜିର ସନ୍ଦେହ କରୁଛନ୍ତି ତେବେ ଏପରି ଡୀଲରୁ ଦୂରେଇ ରହିବା ଭଲ ହେବ। ମଈ ମାସ ପରେ ରାହୁଙ୍କର ଗୋଚର ଚତୁର୍ଥ ଘରୁ ଦଶମ ଘରକୁ ହେବ ଓ ଚତୁର୍ଥ ଘରର ସ୍ବାମୀ ବୃହସ୍ପତିଙ୍କର ସ୍ଥିତି ଦୃଢ଼ ହେବ କିନ୍ତୁ ଶନିଙ୍କର ଗୋଚର ଚତୁର୍ଥ ଘରେ ହେବ। ପରିଣାମ ଯଦିଓ ତୁଳନାତ୍ମକ ଭାବରେ ଭଲ ହେବ କିନ୍ତୁ ବର୍ଷର ପ୍ରଥମ ଭାଗ ପରିବର୍ତ୍ତେ ବର୍ଷର ଦ୍ଵିତୀୟ ଭାଗ ଅଧିକ ଭଲ ରହିବ। ଯାନ ଇତ୍ୟାଦି ସମ୍ବନ୍ଧିତ ମାମଲାରେ ଏହି ବର୍ଷର ଦ୍ଵିତୀୟ ଭାଗ ଅଧିକ ଭଲ ହେବ। ଯଥା ସମ୍ଭବ ଯାନ କିଣିବା ଠାରୁ ଦୂରେଇ ରୁହନ୍ତୁ କିନ୍ତୁ ଯାନ କିଣିବା ବହୁତ ଜରୁରୀ ଯଦି ମଈ ମାସର ମଧ୍ୟ ଭାଗ ପରେ କିଣିବା ବୁଦ୍ଧିମାନର କାମ ହେବ।
ବର୍ଷ 2025 ରେ ଧନୁ ରାଶି ବ୍ୟକ୍ତିଙ୍କ ପାଇଁ ଉପାୟ
- ଶରୀରର ଉପର ଭାଗରେ ରୂପାର ଅଭୂଷଣ ଧରଣ କରନ୍ତୁ।
- ସମ୍ଭବ ହେଲେ ପ୍ରତିଦିନ ଅନ୍ୟଥା ପ୍ରତ୍ଯେକ ଶନିବାର ଗାଈକୁ ଖୀର ଭାତ ଖୁଆନ୍ତୁ।
- ପ୍ରତ୍ଯେକ ଗୁରୁବାର ଦିନ ହଳଦିଆ ଫଳ କିମ୍ବା ହଳଦିଆ ମିଠା ମନ୍ଦିରରେ ଚଢ଼ାଇବା ଶୁଭ ରହିବ।
ରତ୍ନ, ଜନ୍ତ୍ର ସମେତ ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ ଭିଜିଟ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ
1. କ’ଣ 2025 ଧନୁ ରାଶି ଲୋକଙ୍କ ପାଇଁ ଭଲ ରହିବ?
ବର୍ଷ 2025 ରେ ଧନୁ ରାଶି ଲୋକଙ୍କୁ ଜୀବନର ବିଭିନ୍ନ ଦିଗରେ ଅନୁକୂଳ-ପ୍ରତିକୂଳ ପରିଣାମ ଉଠାଇବାକୁ ପଡ଼ିବ। ଏହି ବର୍ଷ ପରିସ୍ରମ ଆପଣଙ୍କର ସଫଳତାର ରହସ୍ୟ ହେବ।
2. ଧନୁ ରାଶି ଲୋକଙ୍କ ଭାଗ୍ୟରେ କ’ଣ ଲେଖା ଅଛି?
ଧନୁ ରାଶି ଲୋକଙ୍କର ସ୍ଵଭାବ ଚଞ୍ଚଳ, ଅର୍ଥାତ ଏହି ଲୋକ ସାଥୀଙ୍କ ସହିତ ବହୁତ ମଜା କରନ୍ତି। ଏମାନେ ପ୍ରେମରେ ସମର୍ପିତ ରୁହନ୍ତି ଓ ନିଜର ସାଥୀଙ୍କ ପାଇଁ ବହୁତ ସଚ୍ଛୟତ ଥାଆନ୍ତି।
3. ଧନୁ ରାଶି ଲୋକଙ୍କର କୁଳଦେବୀ କିଏ?
ଜୀବନରେ ସଫଳତା ଓ ସମୃଦ୍ଧି ପାଇଁ ଧନୁ ରାଶି ଲୋକଙ୍କୁ ମାତା କମଳା କିମ୍ବା ମାତା ସିଦ୍ଧିଦାତ୍ରୀଙ୍କର ଉପାସନା କରିବା ଉଚିତ।
Astrological services for accurate answers and better feature
Astrological remedies to get rid of your problems

AstroSage on MobileAll Mobile Apps
- Janmashtami 2025: Date, Story, Puja Vidhi, & More!
- 79 Years of Independence: Reflecting On India’s Journey & Dreams Ahead!
- Sun Transit In Leo Blesses Some Zodiacs; Yours Made It To The List?
- Venus Nakshatra Transit Aug 2025: 3 Zodiacs Destined For Luck & Prosperity!
- Janmashtami 2025: Read & Check Out Date, Auspicious Yoga & More!
- Sun Transit Aug 2025: Golden Luck For Natives Of 3 Lucky Zodiac Signs!
- From Moon to Mars Mahadasha: India’s Astrological Shift in 2025
- Vish Yoga Explained: When Trail Of Free Thinking Is Held Captive!
- Kajari Teej 2025: Check Out The Remedies, Puja Vidhi, & More!
- Weekly Horoscope From 11 August To 17 August, 2025
- जन्माष्टमी 2025 कब है? जानें भगवान कृष्ण के जन्म का पावन समय और पूजन विधि
- भारत का 79वां स्वतंत्रता दिवस, जानें आने वाले समय में क्या होगी देश की तस्वीर!
- सूर्य का सिंह राशि में गोचर, इन राशि वालों की होगी चांदी ही चांदी!
- जन्माष्टमी 2025 पर बना दुर्लभ संयोग, इन राशियों पर बरसेगी श्रीकृष्ण की विशेष कृपा!
- अगस्त में इस दिन बन रहा है विष योग, ये राशि वाले रहें सावधान!
- कजरी तीज 2025 पर करें ये विशेष उपाय, मिलेगा अखंड सौभाग्य का वरदान
- अगस्त के इस सप्ताह मचेगी श्रीकृष्ण जन्माष्टमी की धूम, देखें व्रत-त्योहारों की संपूर्ण जानकारी!
- बुध कर्क राशि में मार्गी: इन राशियों को रहना होगा सावधान, तुरंत कर लें ये उपाय
- भाद्रपद माह 2025: त्योहारों के बीच खुलेंगे भाग्य के द्वार, जानें किस राशि के जातक का चमकेगा भाग्य!
- अंक ज्योतिष साप्ताहिक राशिफल: 10 से 16 अगस्त, 2025
- Horoscope 2025
- Rashifal 2025
- Calendar 2025
- Chinese Horoscope 2025
- Saturn Transit 2025
- Jupiter Transit 2025
- Rahu Transit 2025
- Ketu Transit 2025
- Ascendant Horoscope 2025
- Lal Kitab 2025
- Shubh Muhurat 2025
- Hindu Holidays 2025
- Public Holidays 2025
- ராசி பலன் 2025
- రాశిఫలాలు 2025
- ರಾಶಿಭವಿಷ್ಯ 2025
- ਰਾਸ਼ੀਫਲ 2025
- ରାଶିଫଳ 2025
- രാശിഫലം 2025
- રાશિફળ 2025
- రాశిఫలాలు 2025
- রাশিফল 2025 (Rashifol 2025)
- Astrology 2025