ମେଷ ରାଶିଫଳ 2025
ଏହି ମେଷ ରାଶିଫଳ 2025 ମଧ୍ୟମରେ ଆମେ ଜାଣିବା କି ବର୍ଷ 2025 ମେଷ ରାଶି ଲୋକଙ୍କର ସ୍ବାସ୍ଥ୍ୟ, ଶିକ୍ଷା, ବ୍ୟବସାୟ, ଚାକିରି, ପରେ, ବିବାହ, ବୈବାହିକ ଜୀବନ, ଘର ଗୃହସ୍ଥି ଇତ୍ୟାଦି ପାଇଁ କିପରି ରହିବ। ଗ୍ରହ ଗୋଚର ଉପରେ ଆଧାର କରି ଆମେ ଆପଣଙ୍କୁ କିଛି ଉପାୟ କହିବୁ, ଯାହାକୁ ଆପଣ ଆପଣାଇ ସମସ୍ଯା ଓ ଚିନ୍ତା ଦୂର କରିପାରିବେ। ତେବେ ଚାଲନ୍ତୁ ଆଗକୁ ବଢ଼ିବା ଓ ଜାଣିବା ମେଷ ରାଶି ଲୋକଙ୍କ ପାଇଁ ମେଷ ରାଶିଫଳ 2025 କ’ଣ କହୁଛି?

To Read in English click here: Aries Horoscope 2025
ବର୍ଷ 2025 ରେ ମେଷ ରାଶି ବ୍ୟକ୍ତିଙ୍କର ସ୍ବାସ୍ଥ୍ୟ
ମେଷ ରାଶି ଲୋକଙ୍କ ପାଇଁ ସ୍ବାସ୍ଥ୍ୟ ଦୃଷ୍ଟିରୁ ବର୍ଷ 2025 ଆପଣଙ୍କ ପାଇଁ ମିଶ୍ରିତ ପରିଣାମ ଆଣିବ କିମ୍ବା ଦୁର୍ବଳ ରହିପାରେ। ଏହି ବର୍ଷ ସ୍ବାସ୍ଥ୍ୟର ଅପେକ୍ଷାକୃତ ଅଧିକ ଯତ୍ନ ରଖିବା ଜରୁରୀ। ବର୍ଷର ଆରମ୍ଭରୁ ମାର୍ଚ୍ଚ ପର୍ଯ୍ୟନ୍ତ ଶନି ଆପଣଙ୍କର ଲାଭ ଘରେ ରହିବେ, କିନ୍ତୁ ଶନିଙ୍କର ତୃତୀୟ ଦୃଷ୍ଟି କୁଣ୍ଡଳୀର ପ୍ରଥମ ଘର ଉପରେ ରହିବ। ଟିକେ ସାବଧାନ ରହିବା ଜରୁରୀ ହେବ। ମାର୍ଚ୍ଚ ପର୍ଯ୍ୟନ୍ତ ସମୟ ସ୍ବାସ୍ଥ୍ୟ ପାଇଁ ଅନୁକୂଳ ରହିବ। ଏହା ପରେ ଶନି ଗୋଚର ଦ୍ଵାଦଶ ଘରେ ହେବା ଯୋଗୁଁ ଚନ୍ଦ୍ର ରାଶି ଅନୁସାରେ ସାଢ଼େସାତୀ ସ୍ଥିତି ନିର୍ମାଣ ହେବ। ଫଳସ୍ବରୂପ ଅନ୍ୟ ସମୟରେ ସ୍ବାସ୍ଥ୍ୟର ସମ୍ପୂର୍ଣ ଯତ୍ନ ରଖିବା ଜରୁରୀ ହେବ। ଯଥା ସମ୍ଭବ ଚିନ୍ତାରୁ ମୁକ୍ତ ରହି ଭଲ ନୀଦରେ ଶୋଇବାକୁ ଚେଷ୍ଟା କରନ୍ତୁ। ଶାରୀରିକ ପରିଶ୍ରମ ମଧ୍ୟ ନିଜର ସ୍ବାସ୍ଥ୍ୟ ଅନୁସାରେ କରିଲେ ସ୍ବାସ୍ଥ୍ୟ ଭଲ ରହିବ।
କୌଣସି ନିଷ୍ପତି ନେବାରେ ଆସୁଛି ସମସ୍ଯା, ତେବେ ଏବେ ହୁଅନ୍ତୁ ଆମର ବିଦ୍ବାନ ଜ୍ଯୋତିଷଙ୍କ ସହିତ ଫୋନରେ କଥା !
ବର୍ଷ 2025 ରେ ମେଷ ରାଶି ବ୍ୟକ୍ତିଙ୍କର ଶିକ୍ଷା
ମେଷ ରାଶି ଲୋକଙ୍କ ପାଇଁ ଶିକ୍ଷା ଦୃଷ୍ଟିରୁ ଏହି ବର୍ଷ 2025 ଭଲ ରହିବ। ଯଦି ଆପଣଙ୍କର ସ୍ବାସ୍ଥ୍ୟ ସମ୍ପୂର୍ଣ ଭଲ ରୁହେ ଓ ଆପଣ ମନ ଦେଇ ପଢ଼ନ୍ତି ତେବେ ପରିଣାମ ଆହୁରି ଭଲ ହେବ। ସାମାନ୍ଯ ଭାବରେ ଉଚ୍ଚ ଶିକ୍ଷାର କାରକ ବୃହସ୍ପତିଙ୍କର ସ୍ଥିତି ମଈ ମାସର ମଧ୍ୟ ଭାଗ ପର୍ଯ୍ୟନ୍ତ ଅପେକ୍ଷାକୃତ ଅଧିକ ଅନୁକୂଳ ରହିବା ଯୋଗୁଁ ଏହି ଅବଧିରେ ଅଧ୍ୟୟନର ସ୍ତର ଅଧିକ ଭଲ ରହିବ। ଏହା ପରର ସମୟ ଘରୁ ଦୂରରେ ରହି ପଢ଼ୁଥିବା ବିଦ୍ୟାର୍ଥୀଙ୍କ ପାଇଁ ଭଲ କୁହଯିବ। ଟୂର ଓ ଟ୍ରାଭେଲ ସହିତ ଜଡ଼ିତ ଶିକ୍ଷା ନେଉଥିବା ବିଦ୍ୟାର୍ଥୀ, ମାସ କମ୍ଯୁନିକେଶନ କିମ୍ବା ଦୁରସଞ୍ଚାର ଇତ୍ୟାଦି ଜଡ଼ିତ ବିଷୟର ଶିକ୍ଷା ନେଉଥିବା ବିଦ୍ୟାର୍ଥୀ ଭଲ ପରିଣାମ ପ୍ରାପ୍ତ କରିବେ। କିନ୍ତୁ ଅନ୍ୟ ବିଦ୍ୟାର୍ଥୀଙ୍କଊ ଅପେକ୍ଷାକୃତ ଅଧିକ ପରିଶ୍ରମ କରିବା ପାଇଁ ପଡ଼ିବ।
हिंदी में पढ़ने के लिए यहां क्लिक करें: मेष राशिफल 2025
ବର୍ଷ 2025 ରେ ମେଷ ରାଶି ବ୍ୟକ୍ତିଙ୍କର ବ୍ୟବସାୟ
ଏହି ମେଷ ରାଶିଫଳ 2025 ଅନୁସାରେ, ବ୍ୟବସାୟ ସହିତ ଜଡ଼ିତ ଲୋକଙ୍କ ପାଇଁ ଏହି ବର୍ଷ ମିଶ୍ରିତ ପରିଣାମ ଦେବ। ବର୍ଷର ଆରମ୍ଭରୁ ନେଇ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ବ୍ୟବସାୟରେ ଭଲ ଲାବ ହେବା ପ୍ରତି ପ୍ରତୀତ ହେଉଛି। ଆପଣ ନିଜର ପରିଶ୍ରମ ଅନୁଯାୟୀ ବ୍ୟବସାୟକୁ ଠିକ ଓ ଭଲ ଦିଗରେ ନେଇପାରିବେ। କିନ୍ତୁ ମାର୍ଚ୍ଚ ପରେ ଶନି ଗ୍ରହଙ୍କର ଦ୍ଵାଦଶ ଘରକୁ ଯିବା କିଛି ଲୋକଙ୍କପାଇଁ ସମସ୍ଯା ସୃଷ୍ଟି କରିପାରେ। ଯେଉଁ ଲୋକମନେ ନିଜର ଜନ୍ମଭୂମି କିମ୍ବା ଘରୁ ଦୂରରେ ରହି ବ୍ୟବସାୟ କରୁଛନ୍ତି ତାଙ୍କୁ ସନ୍ତୋଷ ପରିଣାମ ମିଳିବ। ବିଦେଶରେ ରହି ବ୍ୟବସାୟ କରୁଥିବା ଲୋକ କିମ୍ବା ବିଦେଶୀ କମ୍ପାନୀ ସହିତ ଜଡ଼ିତ ଲୋକ ଭଲ ପରିଣାମ ପ୍ରାପ୍ତ କରିପାରିବେ କିନ୍ତୁ ଅନ୍ୟ ଲୋକଙ୍କୁ ଅପେକ୍ଷାକୃତ କିଛି ସମସ୍ଯା ଦେଖିବାକୁ ମିଳିପାରେ।
ବୃହତ କୁଣ୍ଡଳୀ ରେ ଲୁଚି ରହିଛି, ଆପଣଙ୍କର ଜୀବନର ସମସ୍ତ ରହସ୍ୟ , ଜାଣନ୍ତୁ ଗ୍ରହଙ୍କର ଚଳନର ସମ୍ପୂର୍ଣ ବିବରଣୀ
ବର୍ଷ 2025 ରେ ମେଷ ରାଶି ବ୍ୟକ୍ତିଙ୍କର ଚାକିରି
ମେଷ ରାଶି ଲୋକଙ୍କର ଚାକିରି ଦୃଷ୍ଟିରୁ ଏହି ବର୍ଷର ଆରମ୍ଭରୁ ମାର୍ଚ୍ଚ ପର୍ଯ୍ୟନ୍ତ ସମୟ ଅପେକ୍ଷାକୃତ ଅଧିକ ଭଲ ରହିବ। ପରବର୍ତ୍ତୀ ସମୟରେ କିଛି ଅସୁବିଧା ହୋଇପାରେ। ମଈ ପରେ ରାହୁ ଗ୍ରହଙ୍କର ଗୋଚର ତୁଳନାତ୍ମକ ରୂପରେ ଭଲ ପରିଣାମ ଦେବ। କିନ୍ତୁ ଶନିଙ୍କର ସ୍ଥିତିକୁ ଦେଖି କୁହଯିବ ଯେ ଅପେକ୍ଷାକୃତ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ଯେଉଁ ଲୋକଙ୍କର ଚାକିରି ଯାତ୍ରା ସହିତ ଜଡ଼ିତ କିମ୍ବା ଯାହାକୁ ଫୀଲ୍ଡରେ ରହି କାମ କରିବାକୁ ପରେ, ତାଙ୍କୁ ପରିଶ୍ରମ ଅନୁଯାୟୀ ପରିଣାମ ମିଳୁଥିବ। କିନ୍ତୁ ଅନ୍ୟ ଲୋକଙ୍କୁ କିଛି ସମସ୍ଯା ଦେଖିବାକୁ ମିଳିପାରେ। ଦୂରସଂଚାର ବିଭାଗ, କୋରିୟାର ସର୍ଭିସ, ଓ ଯାତ୍ରା ସମ୍ବନ୍ଧିତ କାର୍ଯ୍ୟାଳୟରେ କାମ କରୁଥିବା ବୃତ୍ତିଗତ ଲୋକଙ୍କୁ ମଈ ପରେ ମଧ୍ୟ ଭଲ ପରିଣାମ ପ୍ରାପ୍ତ ହେବ କିନ୍ତୁ ଅନ୍ୟ ଲୋକଙ୍କୁ ଅପେକ୍ଷାକୃତ ଅଧିକ ପରିଶ୍ରମ କରିବାକୁ ପଡ଼ିବ।
ବର୍ଷ 2025 ରେ ମେଷ ରାଶି ବ୍ୟକ୍ତିଙ୍କର ଆର୍ଥିକ ସ୍ଥିତି
ମେଷ ରାଶି ଲୋକଙ୍କର ଆର୍ଥିକ ସ୍ଥିତି ଏହି ବର୍ଷ 2025ରେ ବହୁତ ଭଲ ରହିବ। ବର୍ଷର ଆରମ୍ଭରୁ ମଈ ମାସ ମଧ୍ୟ ଭାଗ ପର୍ଯ୍ୟନ୍ତ ବୃହସ୍ପତି ଧନର ଘରେ ରହିବେ, ସେଥିପାଇଁ ଆର୍ଥିକ ମାମଲାରେ ଭଲ ପରିଣାମ ଦେବେ। ଧନ ସଞ୍ଚୟ କରିବା ମାମଲାରେ ଆପଣଙ୍କର ପ୍ରୟାସ ସଫଳ ରହିବ। ମଈ ପରେ ବୃହସ୍ପତି ଦ୍ଵିତୀୟ ଘରୁ ନିଜର ପ୍ରଭାବ ପକାଇବା ବନ୍ଦ କରିବେ କିନ୍ତୁ ତୃତୀୟ ଘରକୁ ଯାଇ ସେ ଲାଭକୁ ଦେଖିବେ। ଫଳସ୍ବରୂପ ଲାଭ ମିଳୁଥିବ। ମଈ ପରେ ରାହୁଙ୍କର ଗୋଚର ମଧ୍ୟ ଲାଭ ଘରେ ହେବ ଓ ଲାଭର ମାତ୍ରା ବଢ଼ିବ। ଅର୍ଥାତ ସଞ୍ଚୟ ପାଇଁ 2025 ଦୁର୍ବଳ ଥିଲେ ମଧ୍ୟ ରୋଜଗାର ଦୃଷ୍ଟିରୁ ବର୍ଷ ଭଲ ରହିବ। ଆପଣ ନିଜର ପରିଶ୍ରମ ଅନୁସାରେ ନିଜର ଆର୍ଥିକ ସ୍ଥିତି ଭଲ ରଖିପାରିବେ।
ଆପଣଙ୍କର ଜାତକରେ ମଧ୍ୟ ଅଛି ରାଜଯୋଗ? ପାଆନ୍ତୁ ନିଜର ରାଜ ଯୋଗ ରିପୋର୍ଟ୍
ବର୍ଷ 2025 ରେ ମେଷ ରାଶି ବ୍ୟକ୍ତିଙ୍କର ପ୍ରେମ ଜୀବନ
ଏହି ମେଷ ରାଶିଫଳ 2025 ଅନୁସାରେ ପ୍ରେମ ସମ୍ବନ୍ଧ ମାମଲାରେ ବର୍ଷ 2025 ମିଶ୍ରିତ ପରିଣାମ ଦେବ। ବର୍ଷର ଆରମ୍ଭରୁ ନେଇ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ପଞ୍ଚମ ଘର ଉପରେ ଶନି ଗ୍ରହଙ୍କର ଦୃଷ୍ଟି ପ୍ରକୃତ ପ୍ରେମ କରୁଥିବା ଲୋକଙ୍କର କ୍ଷତି କରିବ ନାହିଁ। କିନ୍ତୁ ଅନ୍ୟ ଲୋକଙ୍କୁ କିଛି ସମସ୍ଯା ଦେଖିବାକୁ ମିଳିପାରେ। ମଈ ପରେ ପଞ୍ଚମ୍ ଘରେ କେତୁଙ୍କର ପ୍ରଭାବ ପାରସ୍ପରିକ ବୁଝାମଣାରେ ସମସ୍ଯା ଆଣିପାରେ। ଏହି ସ୍ଥିତିରେ ପ୍ରେମ ସମ୍ବନ୍ଧରେ ବିଶ୍ବାସନିୟତା ରଖିବା ଜରୁରୀ। ପରସ୍ପର ପ୍ରତି ସଚ୍ଚୋଟ ରହିବା ବହୁତ ଜରୁରୀ ହେବ ତେବେ ଯାଇ ଆପଣ ଅନୁକୂଳତା ପାଇପାରିବେ। ଅନ୍ୟଥା ସମ୍ବନ୍ଧ ଦୁର୍ବଳ ହୋଇପାରେ।
ବର୍ଷ 2025 ରେ ମେଷ ରାଶି ବ୍ୟକ୍ତିଙ୍କର ବିବାହ ଓ ବୈବାହିକ ଜୀବନ
ମେଷ ରାଶି ଲୋକ ଯେଉଁମାନେ ବିବାହ ବୟସର ହୋଇସାରିଲେଣି ଓ ବିବାହ ପାଇଁ ଇଚ୍ଚା କରୁଛନ୍ତି ଏହି ବର୍ଷ ଏହି ମାମଲାରେ ଆପଣଙ୍କର ସାହାଜ୍ୟ କରିବ। ବର୍ଷର ଆରମ୍ଭରୁ ନେଇ ମଈ ମାସର ମଧ୍ୟ ଭାଗ ପର୍ଯ୍ୟନ୍ତ ବୃହସ୍ପତି ପାରିବାରିକ ଲୋକଙ୍କ ସଂଖ୍ୟରେ ବୃଦ୍ଧି କରିବେ। ଏହି ସ୍ଥିତିରେ ବିବାହର ଯୋଗ ତିଆରି ହେଉଛି। ମଈ ମଧ୍ୟ ଭାଗ ପରେ ବୃହସ୍ପତି ପଞ୍ଚମ ଦୃଷ୍ଟିରୁ ସପ୍ତମ ଘରକୁ ଦେଖି ବିବାହ ଯୋଗ ତିଆରି କରିବେ। ବୈବାହିକ ଜୀବନ ବିଷୟରେ କହିଲେ ଏହି ବର୍ଷ ବହୁତ ଭଲ ପରିଣାମ ଦେବ। ମେଷ ରାଶ୍ୟପଃଲ୍ 2025 ଅନୁସାରେ ଆପଣଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ।
ବର୍ଷ 2025 ରେ ମେଷ ରାଶି ବ୍ୟକ୍ତିଙ୍କର ପାରିବାରିକ ଜୀବନ ଓ ଗୃହସ୍ଥ ଜୀବନ
ମେଷ ରାଶି ଲୋକଙ୍କ ପାଇଁ ପାରିବାରିକ ମାମଲାରେ 2025 ମିଶ୍ରିତ ପରିଣାମ ଦେବ।ମେଷ ରାଶିଫଳ 2025 ଅନୁସାରେବର୍ଷର ଆରମ୍ଭ ବହୁତ ପରିଣାମ ଦେବା ପରି ପ୍ରତୀତ ହେଉଛି। ବର୍ଷର ଦ୍ଵିତୀୟ ଭାଗରେ କିଛି ପାରିବାରିକ ସଦସ୍ୟଙ୍କ ମଧ୍ୟରେ ବୁଝାମଣାର ଅଭାବ ଦେଖାଯାଇ ପାରେ। ଏହି ବିବାଦ ପଛର କାରଣ କେଉଁ ଜଣେ ସଦସ୍ୟଙ୍କର ଅଯଥା ଜିଦି ହୋଇପାରେ। ଅଯଥା ଜିଦି ଓ ବିବାଦରୁ ବଞ୍ଚନ୍ତୁ, ତେବେ ପରିଣାମ ଭଲ ରହିବ। ଗୃହସ୍ଥ ସମ୍ବନ୍ଧି ମାମଲାରେ ଏହି ବର୍ଷ ମିଶ୍ରିତ ପରିଣାମ ଦେଇପାରେ। ଆପଣ ନିଜର ପରିଶ୍ରମ ଅନୁଯାୟୀ ଗୃହସ୍ଥିକୁ ସଜାଡ଼ିବାରେ ଲାଗିବେ। କୌଣସି ବଡ଼ ଖରାପ ଯୋଗ ନାହିଁ। ଆପଣଙ୍କର ନିଷ୍ଠା ଓ ପାରିବାରିକ ସଦସ୍ୟଙ୍କ ମିଳିତ ପ୍ରୟାସ ଯୋଗୁଁ ଗୃହସ୍ଥ ଜୀବନ ଭଲ ରହିବ।
ବର୍ଷ 2025 ରେ ମେଷ ରାଶି ବ୍ୟକ୍ତିଙ୍କର ଭୂମି,ଭବନ, ଯାନ ସୁଖ
ମେଷ ରାଶି ଲୋକଙ୍କୁ ଭୂମି ଓ ଭବନ ସମ୍ବନ୍ଧିତ ମାମଲାରେ 2025 ଏଭାରେଜ ପରିଣାମ ଦେବ। ଯଦି ଆପଣ ପ୍ରଥମରୁ କୌଣସି ଭୂମି କିଣିଛନ୍ତି ଓ ଟା ଉପରେ ଘର ନିର୍ମାଣ କରିବା ପାଇଁ ଚାହୁଁଛନ୍ତି ତେବେ ଚେଷ୍ଟା କରନ୍ତୁ ଏହା କରିବା ପାଇଁ। ନୂଆ ବର୍ଷରୁ କୌଣସି ବଡ଼ ସୁଯୋଗର ଯୋଗ ନାହିଁ କିନ୍ତୁ ଯଦି ଆପଣ ସଚ୍ଚୋଟ ହୋଇ କୌଣସି ମାମଲାରେ ପ୍ରୟାସ କରନ୍ତି ତେବେ କିଛି ଦିନ ପରେ ଆପଣଙ୍କର ପ୍ରୟାସ ସଫଳ ହେବ।ମେଷ ରାଶିଫଳ 2025 ଅନୁସାରେଆପଣ ଭୂମି କିମ୍ବା ଭବନ ସୁଖ ପ୍ରାପ୍ତ କରିପାରିବେ। ଜାଣ ଇତ୍ୟାଦି ସମ୍ବନ୍ଧିତ ମାମଲାରେ ମଧ୍ୟ ଏହି ବର୍ଷ ଆପଣଙ୍କୁ ମିଶ୍ରିତ ପରିଣାମ ମିଳିବ। ଯଦି ଆପଣଙ୍କର ପୁରୁଣା ଜାଣ ଭଲ ଭାବରେ କାମ କରୁଛି ତେବେ ନୂଆ ଗାଡ଼ି ଉପରେ ଖର୍ଚ୍ଚ କରିବା ଉଚିତ ହେବ ନାହିଁ। ଯଦି ଆପଣଙ୍କ ପାଖରେ ଜାଣ ନାହିଁ କିମ୍ବା ଖରାପ ହୋଇଯାଇଛି ତେବେ ଏକ୍ସଟ୍ରା ଚେଷ୍ଟା କରି ଆପଣ ନୂଆ ଜାଣ କିଣିପାରିବେ। ଅର୍ଥାତ ଭୂମି, ଭବନ, ଜାଣ ଇତ୍ୟାଦି ସମ୍ବନ୍ଧିତ ମାମଲାରେ ବର୍ଷ ବହୁତ ଅଧିକ ସପୋର୍ଟ କରୁଥିବା ପ୍ରତୀତ ହେଉ ନାହିଁ। କିନ୍ତୁ କୌଣସି ବିରୋଧ ମଧ୍ୟ କରିବ ନାହିଁ। ଆପଣ ପରିଶ୍ରମ ଅନୁଯାୟୀ ପରିଣାମ ପାଇବେ।
ବର୍ଷ 2025 ରେ ମେଷ ରାଶି ବ୍ୟକ୍ତିଙ୍କ ପାଇଁ ପ୍ରତିକାର
- ପ୍ରତ୍ଯେକ ଶନିବାର ସୁନ୍ଦରକାଣ୍ଡ ପାଠ କରନ୍ତୁ।
- ପ୍ରତ୍ଯେକ ଗୁରୁବାର ମନ୍ଦିରରେ ବେସନର ଲଡ୍ଡୁ ଚଢ଼ାନ୍ତୁ।
- ନିୟମିତ ଭାବରେ ମା ଦୂର୍ଗାଙ୍କର ପୂଜା ଆରାଧନା ଅରନ୍ତୁ ଓ ପ୍ରତ୍ଯେକ ତୃତୀୟା ମାସରେ କଁଯାଙ୍କୁ ଭୋଜନ କରାନ୍ତୁ।
ରତ୍ନ, ଜନ୍ତ୍ର ସମେତ ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ ଭିଜିଟ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ
1. 2025 ମେଷ ରାଶି ପାଇଁ କିପରି ରହିବ?
2025 ରେ ମେଷ ରାଶିର ବ୍ୟକ୍ତିଙ୍କୁ ଜୀବନର ବିଭିନ୍ନ କ୍ଷେତ୍ରରେ ଅନୁକୂଳ ପରିଣାମ ପ୍ରାପ୍ତ ହେବ। ଏହି ବର୍ଷ ଆପଣଙ୍କୁ ଯାନ ସୁଖ ମଧ୍ୟ ମିଳିପାରେ।
2. ମେଷ ରାଶିର ସବୁଠାରୁ ବଡ଼ ସମସ୍ଯା କ’ଣ?
ମେଷ ରାଶି ଲୋକଙ୍କର ସବୁଠାରୁ ବଡ଼ ସମସ୍ଯା ତାଙ୍କର ମନର ଚଞ୍ଚଳତା ଅଟେ।
3. ମେଷ ରାଶି ଲୋକଙ୍କର ସମୟ କେବେ ପର୍ଯ୍ୟନ୍ତ ଖରାପ ରହିବ?
29 ମାର୍ଚ୍ଚ 2025 ରୁ ମେଷ ରାଶି ଉପରେ ଶନିଙ୍କର ସାଢ଼େସାତୀ ଆରମ୍ଭ ହେବ। 31 ମଈ 2032 ପର୍ଯ୍ୟନ୍ତ ମେଷ ରାଶି ଉପରେ ଶନିଙ୍କର ସାଢ଼େସାତିର ପ୍ରଭାବ ରହିବ।
Astrological services for accurate answers and better feature
Astrological remedies to get rid of your problems

AstroSage on MobileAll Mobile Apps
- Sun Transit In Leo Blesses Some Zodiacs; Yours Made It To The List?
- Venus Nakshatra Transit Aug 2025: 3 Zodiacs Destined For Luck & Prosperity!
- Janmashtami 2025: Read & Check Out Date, Auspicious Yoga & More!
- Sun Transit Aug 2025: Golden Luck For Natives Of 3 Lucky Zodiac Signs!
- From Moon to Mars Mahadasha: India’s Astrological Shift in 2025
- Vish Yoga Explained: When Trail Of Free Thinking Is Held Captive!
- Kajari Teej 2025: Check Out The Remedies, Puja Vidhi, & More!
- Weekly Horoscope From 11 August To 17 August, 2025
- Mercury Direct In Cancer: These Zodiac Signs Have To Be Careful
- Bhadrapada Month 2025: Fasts & Festivals, Tailored Remedies & More!
- सूर्य का सिंह राशि में गोचर, इन राशि वालों की होगी चांदी ही चांदी!
- जन्माष्टमी 2025 पर बना दुर्लभ संयोग, इन राशियों पर बरसेगी श्रीकृष्ण की विशेष कृपा!
- अगस्त में इस दिन बन रहा है विष योग, ये राशि वाले रहें सावधान!
- कजरी तीज 2025 पर करें ये विशेष उपाय, मिलेगा अखंड सौभाग्य का वरदान
- अगस्त के इस सप्ताह मचेगी श्रीकृष्ण जन्माष्टमी की धूम, देखें व्रत-त्योहारों की संपूर्ण जानकारी!
- बुध कर्क राशि में मार्गी: इन राशियों को रहना होगा सावधान, तुरंत कर लें ये उपाय
- भाद्रपद माह 2025: त्योहारों के बीच खुलेंगे भाग्य के द्वार, जानें किस राशि के जातक का चमकेगा भाग्य!
- अंक ज्योतिष साप्ताहिक राशिफल: 10 से 16 अगस्त, 2025
- टैरो साप्ताहिक राशिफल (10 अगस्त से 16 अगस्त, 2025): इस सप्ताह इन राशि वालों की चमकेगी किस्मत!
- कब है रक्षाबंधन 2025? क्या पड़ेगा भद्रा का साया? जानिए राखी बांधने का सही समय
- Horoscope 2025
- Rashifal 2025
- Calendar 2025
- Chinese Horoscope 2025
- Saturn Transit 2025
- Jupiter Transit 2025
- Rahu Transit 2025
- Ketu Transit 2025
- Ascendant Horoscope 2025
- Lal Kitab 2025
- Shubh Muhurat 2025
- Hindu Holidays 2025
- Public Holidays 2025
- ராசி பலன் 2025
- రాశిఫలాలు 2025
- ರಾಶಿಭವಿಷ್ಯ 2025
- ਰਾਸ਼ੀਫਲ 2025
- ରାଶିଫଳ 2025
- രാശിഫലം 2025
- રાશિફળ 2025
- రాశిఫలాలు 2025
- রাশিফল 2025 (Rashifol 2025)
- Astrology 2025