କୁମ୍ଭ ରାଶିଫଳ 2025
ଏହି କୁମ୍ଭ ରାଶିଫଳ 2025 ମଧ୍ୟମରେ ଆମେ ଜାଣିବା କି ବର୍ଷ 2025 କୁମ୍ଭ ରାଶି ଲୋକଙ୍କର ସ୍ବାସ୍ଥ୍ୟ, ଶିକ୍ଷା, ବ୍ୟବସାୟ, ଚାକିରି, ପରେ, ବିବାହ, ବୈବାହିକ ଜୀବନ, ଘର ଗୃହସ୍ଥି ଇତ୍ୟାଦି ପାଇଁ କିପରି ରହିବ। ଗ୍ରହ ଗୋଚର ଉପରେ ଆଧାର କରି ଆମେ ଆପଣଙ୍କୁ କିଛି ଉପାୟ କହିବୁ, ଯାହାକୁ ଆପଣ ଆପଣାଇ ସମସ୍ଯା ଓ ଚିନ୍ତା ଦୂର କରିପାରିବେ। ତେବେ ଚାଲନ୍ତୁ ଆଗକୁ ବଢ଼ିବା ଓ ଜାଣିବା କୁମ୍ଭ ରାଶି ଲୋକଙ୍କ ପାଇଁ କୁମ୍ଭ ରାଶିଫଳ 2025 କ’ଣ କହୁଛି?

To Read in English Click Here: Aquarius Horoscope 2025
ବର୍ଷ 2025 ରେ କୁମ୍ଭ ରାଶି ବ୍ୟକ୍ତିଙ୍କର ସ୍ବାସ୍ଥ୍ୟ
କୁମ୍ଭ ରାଶି ଲୋକଙ୍କର ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ବର୍ଷ ମିଶ୍ରିତ ପରିଣାମ ଦେବ ଓ କେବେ କେବେ ଏଭାରେଜ କିମ୍ବା ଦୁର୍ବଳ ପରିଣାମ ଦେବ। ବର୍ଷର ଦ୍ଵିତୀୟ ଭାଗ ଅପେକ୍ଷାକୃତ ଅଧିକ ଭଲ ରହିବ। ବର୍ଷର ଆରମ୍ଭରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଆପଣଙ୍କର ଲଗ୍ନ କିମ୍ବା ରାଶିର ସ୍ବାମୀ ଶନି ନିଜର ରାଶିରେ ରହିବେ ଅର୍ଥାତ ପ୍ରଥମ ଘରେ ରହିବେ। ଶନିଙ୍କର ପ୍ରଥମ ଘରେ ଗୋଚର ଭଲ ନୁହେଁ କିନ୍ତୁ ନିଜର ରାଶିରେ ରହିବା ଯୋଗୁଁ କୌଣସି ବଡ଼ କ୍ଷତି ହେବ ନାହିଁ। ଅର୍ଥାତ କୌଣସି ବଡ଼ ସ୍ବାସ୍ଥ୍ୟ ସମସ୍ଯା ହେବ ନାହିଁ। ମାର୍ଚ୍ଚ ପରେ ଆପଣଙ୍କର ଲଗ୍ନ କିମ୍ବା ରାଶିର ସ୍ବାମୀ ଦ୍ଵିତୀୟ ଘରକୁ ଯିବେ। ଏଠାରେ ଶନିଙ୍କର ଗୋଚର ଭଲ ନୁହେଁ। ମଈ ମାସ ପର ଠାରୁ ରାହୁ ଗୋଚର ପ୍ରଥମ ଘରେ ହେବ। ଏହା ମଧ୍ୟ ସ୍ବାସ୍ଥ୍ୟ ପାଇଁ ଭଲ ନୁହେଁ।କୁମ୍ଭ ରାଶିଫଳ 2025 ଅନୁସାରେ ରାହୁ ଆପଣଙ୍କର ପେଟ ସମ୍ବନ୍ଧିତ କିମ୍ବା ମନ ସମ୍ବନ୍ଧିତ କିଛି ଚିନ୍ତା ଦେଇପାରନ୍ତି। ଅର୍ଥାତ ରାହୁ ଓ ଶନି ଆପଣଙ୍କର ସ୍ବାସ୍ଥ୍ୟକୁ ଖରାପ କରିପାରନ୍ତି କିନ୍ତୁ ଏହି ସବୁ ମଧ୍ୟରେ ଭଲ କଥା ଏହା ଯେ ମଈ ମାସର ମଧ୍ୟ ଭାଗ ରୁ ପରବର୍ତ୍ତୀ ସମୟ ଦେବଗୁରୁ ବୃହସ୍ପତି ଆପଣଙ୍କର ପଞ୍ଚମ ଘରେ ଗୋଚର କରିବେ।ବୃହସ୍ପତିଙ୍କ ପାଇଁ ଏହି ସ୍ଥିତି ବହୁତ ଭଲ କୁହାଯିବ। ପଞ୍ଚମ ଘରେ ଗୋଚର କରି ବୃହସ୍ପତି ଆପଣଙ୍କର ଭାଗ୍ୟ, ଲାଭ ଓ ପ୍ରଥମ ଘରକୁ ଦେଖିବେ। ଫଳସ୍ବରୂପ ଆପଣଙ୍କର ସ୍ବାସ୍ଥ୍ୟର ରକ୍ଷା କରିବେ। ଏହି ବର୍ଷ ସ୍ବାସ୍ଥ୍ୟ ଖରାପ ହେବାର ସମ୍ଭାବନା ଅଛି। ଯେଉଁଥିରେ ମନ ମସ୍ତିଷ୍କ ଅର୍ଥାତ ବ୍ରେନ, ମୁଖ ଇତ୍ୟାଦି ସମ୍ବନ୍ଧିତ କିଛି ସମସ୍ଯା ଓ ପେଟ ତଥା ବାହୁ ସମ୍ବନ୍ଧିତ କିଛି ସମସ୍ଯା ଦେଖିବାକୁ ମିଳିପାରେ କିନ୍ତୁ ମଈ ମାସର ମଧ୍ୟ ଭାଗ ପରେ ଚିନ୍ତା ବହୁତ କମ ରହିବ। ଏହି ପ୍ରକାର ଆମେ କହି ପାରିବା ଯେ ବର୍ଷର ଦ୍ଵିତୀୟ ଭାଗ ସ୍ବାସ୍ଥ୍ୟ ଦୃଷ୍ଟିରୁ ଭଲ ରହିବ। ତଥାପି ସମ୍ପୂର୍ଣ ବର୍ଷ ସ୍ବାସ୍ଥ୍ୟ ପ୍ରତି ସଜାଗ ରହିବା ଜରୁରୀ ହେବ।
କୌଣସି ନିଷ୍ପତି ନେବାରେ ଆସୁଛି ସମସ୍ଯା, ତେବେ ଏବେ ହୁଅନ୍ତୁ ଆମର ବିଦ୍ବାନ ଜ୍ଯୋତିଷଙ୍କ ସହିତ ଫୋନରେ କଥା !
हिंदी में पढ़ने के लिए यहां क्लिक करें: कुंभ राशिफल 2025
ବର୍ଷ 2025 ରେ କୁମ୍ଭ ରାଶି ବ୍ୟକ୍ତିଙ୍କର ଶିକ୍ଷା
କୁମ୍ଭ ରାଶି ଲୋକଙ୍କର ଶିକ୍ଷା ଦୃଷ୍ଟିରୁ ବର୍ଷ 2025 ଏଭାରେଜ କିମ୍ବା ଏଭାରେଜ ରୁ ଭଲ ପରିଣାମ ଦେବ। ବର୍ଷର ଆରମ୍ଭରୁ ନେଇ ମଈ ମଧ୍ୟ ଭାଗ ପର୍ଯ୍ୟନ୍ତ ଉଚ୍ଚ ଶିକ୍ଷାର କାରକ ବୃହସ୍ପତି ଚତୁର୍ଥ ଘରେ ରହି ଆପଣଙ୍କର ଦଶମ ଘରକୁ ଦେଖିବେ। ଏପରି ସ୍ଥିତିରେ ବ୍ଯବସାୟିକ ଶିକ୍ଷା ପ୍ରାପ୍ତ କରୁଥିବା ବିଦ୍ୟାର୍ଥୀ ବହୁତ ଭଲ ପ୍ରଦର୍ଶନ କରିବେ। ଜନ୍ମ ସ୍ଥାନରୁ ଦୂରରେ ରହି ପଢ଼ୁଥିବା କିମ୍ବା ବିଦେଶରେ ରହି ପଢ଼ୁଥିବା ବିଦ୍ୟାର୍ଥୀଙ୍କୁ ଭଲ ପରିଣାମ ମିଳିବ। ଗବେଷଣା କରୁଥିବା ବିଦ୍ୟାର୍ଥୀଙ୍କୁ ମଧ୍ୟ ଭଲ ପରିଣାମ ମିଳିବ। କୁମ୍ଭ ରାଶିଫଳ 2025 ଅନୁସାରେ, ମଈ ମାସ ପରେ ସମସ୍ତ ପ୍ରକାରର ବିଦ୍ୟାର୍ଥୀ ଭଲ ପ୍ରଦର୍ଶନ କରୁଥିବା ଦେଖାଯିବେ। ସମସ୍ତଙ୍କୁ ଭଲ ପରିଣାମ ମିଳିବ। ବିଶେଷକରି କଳା ଓ ସାହିତ୍ୟ ସହିତ ଜଡ଼ିତ ବିଦ୍ୟାର୍ଥୀଙ୍କୁ ଆହୁରି ଉତ୍କୃଷ୍ଟ ପରିଣାମ ମିଳିପାରେ। ଅର୍ଥାତ ଯଦି ଏହି ବର୍ଷ ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ ତେବେ ଶିକ୍ଷା କ୍ଷେତ୍ରରେ ଆପଣ ବହୁତ ଭଲ ପରିଣାମ ପ୍ରାପ୍ତ କରିବେ। ସ୍ବାସ୍ଥ୍ୟ ମଝିରେ ମଝିରେ ଦୁର୍ବଳ ହୋଇପାରେ ତେବେ ଆପଣ ଏଭାରେଜ କିମ୍ବା ଏଭାରେଜରୁ ଟିକେ ଭଲ ପରିଣାମ ପ୍ରାପ୍ତ କରିବେ।
ଓଡ଼ିଆରେ ପଢ଼ନ୍ତୁ: ରାଶିଫଳ 2025
ବର୍ଷ 2025 ରେ କୁମ୍ଭ ରାଶି ଲୋକଙ୍କର ବ୍ୟବସାୟ
କୁମ୍ଭ ରାଶି ଲୋକଙ୍କର ବ୍ୟବସାୟ ଦୃଷ୍ଟିରୁ ଏହି ବର୍ଷ ସାମାନ୍ଯ ଭାବରେ ଭଲ ପରିଣାମ ଦେଇପାରେ। ପରିଶ୍ରମ ଓ ଯୋଜନା କରି କାମ କରୁଥିବା ବ୍ୟକ୍ତି ଭଲ ପରିଣାମ ପ୍ରାପ୍ତ କରିବେ। କୁମ୍ଭ ରାଶିଫଳ ଅନୁସାରେ ବର୍ଷର ଆରମ୍ଭରୁ ନେଇ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଦଶମ ଘର ଉପରେ ଶନିଙ୍କର ଦୃଷ୍ଟି ଯୋଗୁଁ ବ୍ୟବସାୟ କିଛି ମାତ୍ରାରେ ଧୀର ହୋଇପାରେ କିନ୍ତୁ ପରବର୍ତ୍ତୀ ସମୟରେ ବ୍ୟବସାୟର ଗତି ବଢ଼ିବ।କିନ୍ତୁ ଲାଭ ମିଳିବାରେ କିଛି ଅସୁବିଧା ହୋଇପାରେ କିନ୍ତୁ କାମ ଚାଲିଥିବ।କାରଣ ଦେବଗୁରୁ ବୃହସ୍ପତିଙ୍କର ଦୃଷ୍ଟି ମଈ ମାସର ମଧ୍ୟ ଭାଗ ପର୍ଯ୍ୟନ୍ତ ଦଶମ ଘର ଉପରେ ରହିବ, ଯାହା ଆପଣଙ୍କର ବ୍ୟବସାୟ ବଢ଼ାଇବ। ବିଶେଷକରି ବିଦେଶ ସହିତ ସମ୍ବନ୍ଧିତ ବ୍ୟବସାୟ କରୁଥିବା ବ୍ୟକ୍ତି ଭଲ ପରିଣାମ ପାଇବେ। ମଈ ମାସର ମଧ୍ୟ ଭାଗ ପରେ ଆପଣଙ୍କର ଯୋଜନା ଆହୁରି ଅଧିକ ଫଳ ଦେବ। ବୁଧଙ୍କର ଗୋଚର ଏହି ବର୍ଷ ସାମାନ୍ଯ ଭାବରେ ଆପଣଙ୍କୁ ଫେବର କରିବ। ଦଶମ ଘରର ସ୍ବାମୀ ମଙ୍ଗଳଙ୍କର ଗୋଚର ଆପଣଙ୍କର ପାଇଁ ଏଭାରେଜ ରହିପାରେ। ଏହି ପ୍ରକାର ଆମେ କହିପାରିବା ଯେ ବ୍ୟବସାୟ ସହିତ ଜଡ଼ିତ ମାମଲାରେ ଏହି ବର୍ଷ ଆପଣ ଏଭାରେଜ କିମ୍ବା ଏଭାରେଜରୁ ଅଧିକ ପରିଣାମ ପ୍ରାପ୍ତ କରିବେ।
ବୃହତ କୁଣ୍ଡଳୀ ରେ ଲୁଚି ରହିଛି, ଆପଣଙ୍କର ଜୀବନର ସମସ୍ତ ରହସ୍ୟ , ଜାଣନ୍ତୁ ଗ୍ରହଙ୍କର ଚଳନର ସମ୍ପୂର୍ଣ ବିବରଣୀ
ବର୍ଷ 2025 ରେ କୁମ୍ଭ ରାଶି ବ୍ୟକ୍ତିଙ୍କର ଚାକିରି
କୁମ୍ଭ ରାଶି ଲୋକଙ୍କର ଚାକିରି ଦୃଷ୍ଟିରୁ ବର୍ଷ 2025 ଏଭାରେଜ କିମ୍ବା ଏଭାରେଜ ରୁ କିଛି ମାତ୍ରାରେ ଭଲ ରହିପାରେ। ଏହି ବର୍ଷ ଷଷ୍ଠ ଘର ଉପରେ ଅଧିକ ସମୟ ପର୍ଯ୍ୟନ୍ତ କୌଣସି ନକରାତ୍ମକ ପ୍ରଭାବ ନାହିଁ। ଅପନଙ୍କୁ ଆପଣଙ୍କର ପରିଶ୍ରମ ଅନୁଯାୟୀ ପରିଣାମ ମିଳିବ। ଦ୍ଵିତୀୟ ଘର ଉପରେ ବର୍ଷର ଆରମ୍ଭରୁ ନେଇ ମଈ ମାସ ପର୍ଯ୍ୟନ୍ତ ରାହୁଙ୍କର ପ୍ରଭାବ ରହିବ, ଓ ମାର୍ଚ୍ଚରୁ ନେଇ ଆଗାମୀ ସମୟରେ ଶନିଙ୍କର ପ୍ରଭାବ ରହିବ। କୁମ୍ଭ ରାଶିଫଳ 2025 ଅନୁସାରେ ଏହି ସ୍ଥିତି କହୁଛି ଯେ ସବୁ କିଛି ଭଲ ନ ରହିପାରେ କିନ୍ତୁ କୌଣସି ବଡ଼ ସମସ୍ଯା ନାହିଁ।ଏହି ବର୍ଷ ଆପଣଙ୍କୁ ନିଜର କଥାବାର୍ତା କରିବାର ଢଙ୍ଗ ସଂଶୋଧନ କରିବା ପାଇଁ ପଡ଼ିବ।ଯାହା ଦ୍ବାରା ସହକର୍ମୀଙ୍କ ସହିତ ଆପଣଙ୍କର ସମ୍ବନ୍ଧ ଭଲ ରହିବ ଓ ଚାକିରି କରିବାକୁ ଭଲ ଲାଗିବ। ଗୁରୁଜନ ଓ ବସଙ୍କ ସହିତ କଥା ବାର୍ତ୍ତା କରିବା ସମୟରେ ଭାବି ଚିନ୍ତି କୁହନ୍ତୁ। ଏହି ଛୋଟ ଛୋଟ କଥାର ଧ୍ୟାନ ରଖିଲେ ପରିସ୍ଥିତି ଭଲ ରହିବ। ଯଦି ଆପଣ ଚାକିରିରେ ପରିବର୍ତ୍ତନ କରିବା ପାଇଁ ଚାହୁଁଛନ୍ତି ତେବେ ଏହି ମାମଲାରେ ମଧ୍ୟ ସାମାନ୍ଯ ଭାବରେ ଏହି ବର୍ଷ ସାହାଜ୍ୟକାରୀ ହେବ। ଦାୟିତ୍ବ ନିର୍ବାହ କରିବା ଉଚିତ କିନ୍ତୁ ଅନ୍ୟ ମାନଙ୍କର ପ୍ରଶଂସା ପାଇବା ପାଇଁ ଚିନ୍ତା ନ କରି ନିଜର ସ୍ବାସ୍ଥ୍ୟ ଓ ନିଜର ଶାରୀରିକ କ୍ଷମତାର ଧ୍ୟାନ ରଖିବା ଜରୁରୀ ହେବ।
ବର୍ଷ 2025 ରେ କୁମ୍ଭ ରାଶି ବ୍ୟକ୍ତିଙ୍କର ଆର୍ଥିକ ସ୍ଥିତି
କୁମ୍ଭ ରାଶିଫଳ ଅନୁସାରେ, ଆର୍ଥିକ ମାମଲାରେ ଏହଇବର୍ଷ ଏଭାରେଜ ପରିଣାମ ଦେଇପାରେ। ଯଦି ଆମେ କାମ ଦୃଷ୍ଟିରୁ ଦେଖିବା ତେବେ ବର୍ଷର ଦ୍ଵିତୀୟ ଭାଗ ଭଲ ପରିଣାମ ଦେବା ପରି ପ୍ରତୀତ ହେଉଛି। ବର୍ଷର ଆରମ୍ଭରୁ ନେଇ ମଈ ମାସର ମଧ୍ୟ ଭାଗ ପର୍ଯ୍ୟନ୍ତ ଆପଣଙ୍କର ଲାଭ ଘରର ସ୍ବାମୀ ଚତୁର୍ଥ ଘରେ ରହିବେ। ରୋଜଗାର ମାମଲାରେ ଆପଣଙ୍କୁ ଏଭାରେଜ ପରିଣାମ ମିଳିପାରେ କିନ୍ତୁ ମଈ ମାସର ମଧ୍ୟ ଭାଗ ପରେ ଲାଭ ଘରର ସ୍ବାମୀ ପଞ୍ଚମ ଘରକୁ ଯାଇ ଲାଭ ଘରକୁ ଦେଖିବେ ଓ ଆପଣଙ୍କୁ ଭଲ ଲାଭ ଦେବେ। ଅର୍ଥାତ ରୋଜଗାର ଦୃଷ୍ଟିରୁ ବର୍ଷର ପ୍ରଥମ ଭାଗ ଏଭାରେଜ ହେବ ଓ ଦ୍ଵିତୀୟ ଭାଗ ବହୁତ ଭଲ ରହିବ। ସଞ୍ଚୟ ଦୃଷ୍ଟିରୁ ଏହି ବର୍ଷ ବାହୁ ପରିମାଣରେ ଦୁର୍ବଳ ରହିପାରେ।ବର୍ଷର ଆରମ୍ଭରୁ ନେଇ ମଈ ମାସ ପର୍ଯ୍ୟନ୍ତ ଧନ ଘର ଉପରେ ରାହୁଙ୍କର ପ୍ରଭାବ ରହିବ। ମାର୍ଚ୍ଚ ମାସରୁ ପରବର୍ତ୍ତୀ ସମୟ ପର୍ଯ୍ୟନ୍ତ ଧନ ଘର ଉପରେ ଶନିଙ୍କର ପ୍ରଭାବ ରହିବ। ଏହି ଦୁଇଟି ସ୍ଥିତି ଧନ ସଞ୍ଚୟ କରିବା ମାମଲାରେ ଭଲ କୁହାଯିବ ନାହିଁ। ଏପରି ସ୍ଥିତିରେ ଆମେ କହିପାରିବା ଯେ ଏହି ବର୍ଷ ସଞ୍ଚୟ କରିବା ଟିକେ କଷ୍ଟକର ହେବ। କହିବାର ତାତ୍ପର୍ଯ୍ୟ ଏହା ଯେ ଏହି ବର୍ଷ ରୋଜଗାର ଦୃଷ୍ଟିରୁ ସାମାନ୍ଯ ଭାବରେ ଭଲ ହେବ ଓ ସଞ୍ଚୟ ଦୃଷ୍ଟିରୁ ଦୁର୍ବଳ ରହିବ। ସେଥିପାଇଁ ଆର୍ଥିକ ମାମଲାରେ ଏହି ବର୍ଷ ଆପଣଙ୍କ ଏଭାରେଜ ପରିଣାମ ପ୍ରାପ୍ତ ହେବ।
ଆପଣଙ୍କର ଜାତକରେ ମଧ୍ୟ ଅଛି ରାଜଯୋଗ? ପାଆନ୍ତୁ ନିଜର ରାଜ ଯୋଗ ରିପୋର୍ଟ୍
ବର୍ଷ 2025 ରେ କୁମ୍ଭ ରାଶି ବ୍ୟକ୍ତିଙ୍କର ପ୍ରେମ ଜୀବନ
କୁମ୍ଭ ରାଶି ଲୋକଙ୍କର ପ୍ରେମ ପ୍ରସଙ୍ଗ ମାମଲାରେ ଏହି ବର୍ଷ ଏଭାରେଜ କିମ୍ବା ଏଭାରେଜରୁ ଭଲ ପରିଣାମ ଦେଇପାରେ। କିଛି ମମାଲରେ ବହୁତ ଭଲ ଅପରିଣାମ ମଧ୍ୟ ମିଳିପାରେ। ପଞ୍ଚମ ଘରର ସ୍ବାମୀ ବୁଧଙ୍କର ଗୋଚର ବର୍ଷର ଅଧିକାଂଶ ସମୟ ଆପଣଙ୍କର ପକ୍ଷରେ ରହିବ। ପ୍ରେମ ସମ୍ବନ୍ଧର କାରକ ଗ୍ରହ ଶୁକ୍ରଙ୍କର ଗୋଚର ମଧ୍ୟ ବର୍ଷର ଅଧିକାଂଶ ସମୟ ଭଲ ପରିଣାମ ଦେବ। ଏହଇବର୍ଷ କୌଣସି ନକରାତ୍ମକ ଗ୍ରହର ପ୍ରଭାବ ଅଧିକ ସମୟ ପର୍ଯ୍ୟନ୍ତ ପଞ୍ଚମ ଘର ଉପରେ ପ୍ରତ୍ୟେକ୍ଷ ରୂପରେ ପଡ଼ିବ ନାହିଁ। କିଛି ବିଦ୍ବାନ ରାହୁଙ୍କର ପଞ୍ଚମ ଦୃଷ୍ଟିକୁ ମାନନ୍ତି , ତାହା ଅନୁସାରେ ମଈ ପରେ ଆପଣ ମଝିରେ ମଝିରେ ସନ୍ଦେହ ଯୋଗୁଁ ସମ୍ପର୍କରେ ଉତ୍ଥାନ-ପତନ ଦେଖିପାରନ୍ତି। କିନ୍ତୁ କୌଣସି ବଡ଼ ଚିନ୍ତା ଆସିବ ନାହିଁ। କାରଣ ମଈ ମାସର ମଧ୍ୟ ଭାଗ ପରେ ପଞ୍ଚମ ଘରେ ବୃହସ୍ପତିଙ୍କର ଗୋଚର ହେବ ଯାହା ପ୍ରେମ ସମ୍ବନ୍ଧ ପାଇଁ ଅନୁକୂଳ। ଏହି ପ୍ରକାର 2025 ପ୍ରେମ ସମ୍ବନ୍ଧ ପାଇଁ ସାମାନ୍ଯ ଭାବରେ ଅନୁକୂଳ ରହିପାରେ। କୁମ୍ଭ ରାଶିଫଳ 2025 ଅନୁସାରେ ମଝିରେ ମଝିରେ କିଛି ସମସ୍ଯା ଆସିବାର ଯୋଗ ଅଛି। ସେଥିପାଇଁ ଆମେ ପ୍ରେମ ସମ୍ବନ୍ଧ ପାଇଁ ବର୍ଷକୁ ଏଭାରେଜ କିମ୍ବା ଏଭାରେଜରୁ ଭଲ କହିପାରିବା। ଯେଉଁ ଲୋକଙ୍କର ଦଶା ଅନୁକୂଳ ରହିବ ତାଙ୍କୁ ରୁହସ୍ପତିଙ୍କର କୃପା ରୁ ମଈ ମଧ୍ୟ ଭାଗ ପରେ ବହୁତ ଭଲ ପରିଣାମ ମିଳିପାରେ କିନ୍ତୁ ସାମାନ୍ଯ ଭାବରେ ଆମେ ଏହା କହିବାକୁ ଚାହିଁବୁ ଯେ ଏହି ବର୍ଷ ପ୍ରେମ ସମ୍ବନ୍ଧ ପାଇଁ ହାରାହାରି ଭଲ ରହିବ।
ବର୍ଷ 2025 ରେ କୁମ୍ଭ ରାଶି ବ୍ୟକ୍ତିଙ୍କର ବିବାହ ଓ ବୈବାହିକ ଜୀବନ
କୁମ୍ଭ ରାଶି ଲୋକ ଯାହାର ବିବାହ ବୟସ ହୋଇସାରିଛି କିମ୍ବା ବିବାହ କରିବା ପାଇଁ ଚେଷ୍ଟା କରୁଛନ୍ତି ତାଙ୍କ ପାଇଁ ଏହି ବର୍ଷ ସାମାନ୍ଯ ଭାବରେ ଭଲ ପରିଣାମ ଦେବ। ଯଦିଓ ବର୍ଷର ଦ୍ଵିତୀୟ ଭାଗ ଅଧିକ ଭଲ ପରିଣାମ ଦେବାକୁ ଚାହିଁବ କିନ୍ତୁ ବର୍ଷର ପ୍ରଥମ ଭାଗକୁ ଆମେ କୌଣସି ପ୍ରତିକୂଳ କିମ୍ବା ଖରାପ କହିବା ନାହିଁ। ଚେଷ୍ଟା କରିଲେ ନିର୍ବନ୍ଧ କିମ୍ବା ବିବାହ ସମ୍ବନ୍ଧ କଥା ପ୍ରଥମ ଭାଗରେ ମଧ୍ୟ ଆଗକୁ ବଢ଼ିପାରେ। କିନ୍ତୁ ମଈ ମାସର ମଧ୍ୟ ଭାଗ ପରେ ପରିଣାମ ବହୁତ ସାର୍ଥକ ଓ ଅନୁକୂଳ ରହିବାର ସମ୍ଭାବନା ଅଛି। ଅର୍ଥାତ ବିବାହ ସହିତ ସମ୍ବନ୍ଧିତ ମାମଲା ପାଇଁ ଏହି ବର୍ଷ ଭଲ ରହିବ। ତୁଳନା କରିଲେ ବର୍ଷର ଦ୍ଵିତୀୟ ଭାଗ ଅଧିକ ଭଲ ଅଛି। ବୈବାହିକ ଜୀବନ ପାଇଁ ଏହି ବର୍ଷକୁ ଆମେ ଅଳ୍ପ ଦୁର୍ବଳ କହିପାରିବା ବର୍ଷର ଆଡ଼ମ୍ବରୁ ନେଇ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଶନିଙ୍କର ସପ୍ତମ ଘରେ ପ୍ରଭାବ ବୈବାହିକ ଜୀବନରେ କିଛି ଚିନ୍ତା ଆଣିପାରେ। ଅପ୍ରିଲ ରୁ ମଈ ପର୍ଯ୍ୟନ୍ତ ସାମାନ୍ଯ ଭାବରେ ଅନୁକୂଳତା ରହିବ। କିନ୍ତୁ ପରବର୍ତ୍ତୀ ସମତେ ସପ୍ତମ ଘର ଉପରେ କେତୁଙ୍କର ପ୍ରଭାବ ଯୋଗୁଁ କିଛି ସମସ୍ଯା ଦେଖିବାକୁ ମିଳିପାରେ। ଏପରି ସ୍ଥିତିରେ ପରସ୍ପରର ସ୍ବାସ୍ଥ୍ୟ ଓ ଭାବନାର ଯତ୍ନ ନିଅନ୍ତୁ। କୁମ୍ଭ ରାଶିଫଳ ଅନୁସାରେ ଏହି ବର୍ଷ ବିବାହ ସମ୍ବନ୍ଧିତ ମାମଲା ପାଇଁ ଭଲ ଅଛି କିନ୍ତୁ ବୈବାହିକ ଜୀବନରେ ଅନୁକୂଳତା ରଖିବା ପାଇଁ ସରତଜ ପ୍ରୟାସ କରିବା ଆବଶ୍ୟକ ହେବ।
ବର୍ଷ 2025 ରେ କୁମ୍ଭ ରାଶି ବ୍ୟକ୍ତିଙ୍କର ପାରିବାରିକ ଓ ଗୃହସ୍ଥ ଜୀବନ
କୁମ୍ଭ ରାଶି ଲୋକଙ୍କର ପାରିବାରିକ ଜୀବନରେ ଏହି ବର୍ଷ ବହୁତ ସତର୍କତା ଅବଲମ୍ବନ କରିବା ପାଇଁ ପଡ଼ିବ। ବର୍ଷର ଆରମ୍ଭରୁ ନେଇ ପାଖାପାଖି ମଈ ମାସ ପର୍ଯ୍ୟନ୍ତ ଦ୍ଵିତୀୟ ଘରେ ରାହୁ କେତୁଙ୍କର ପ୍ରଭାବ ଯୋଗୁଁ ସଦସ୍ୟଙ୍କର ମଧ୍ୟରେ ଆସମଞ୍ଜସ୍ୟ ଦେଖିବାକୁ ମିଳିପାରେ। ସଦସ୍ୟ ପରସ୍ପରକୁ ସନ୍ଦେହ କରିବେ, ପରସ୍ପର ବିଷୟରେ ଖରାପ କହିବେ । ଏହି ସମସ୍ତ କାରଣ ଯୋଗୁଁ ପାରିବାରିକ ସମ୍ବନ୍ଧ ଦୁର୍ବଳ ହେବ। ମଈ ମାସ ପରେ ରାହୁ କେତୁଙ୍କର ପ୍ରଭାବ ଦ୍ଵିତୀୟ ଘରେ ସମାପ୍ତ ହେବ କିନ୍ତୁ ସେ ପର୍ଯ୍ୟନ୍ତ ମାର୍ଚ୍ଚ ପରେ ଦ୍ଵିତୀୟ ଘରେ ଶନିଦେବଙ୍କର ଗୋଚର ହୋଇସାରିଥିବ। ଅନ୍ୟ ସମୟରେ ଶନି ଦେବଙ୍କ ପାଇଁ କିଛି ସମସ୍ଯା ଆସିପାରେ। ଏହି ବର୍ଷ ପାରିବାରିକ ସମ୍ବନ୍ଧରେ ସାବଧାନ ରହିବା ଆବଶ୍ୟକ ହେବ। ଗୃହସ୍ଥ ସମ୍ବନ୍ଧିୟ ମାମଲାରେ ଏହି ବର୍ଷ ଆପଣଙ୍କୁ ମିଶ୍ରିତ ପରିଣାମ ମିଳିବ କିମ୍ବା ମଝିରେ ମଝିରେ କିଛି ଦୁର୍ବଳ ପରିଣାମ ମିଳିବ। କୁମ୍ଭ ରାଶିଫଳ 2025 ଅନୁସାରେ ବର୍ଷର ଆରମ୍ଭ ରୁ ନେଇ ମଈ ମାସର ମଧ୍ୟ ଭାଗ ପର୍ଯ୍ୟନ୍ତ ବୃହସ୍ପତିଙ୍କର ଗୋଚର ଚତୁର୍ଥ ଘରେ ହେବ।ଚତୁର୍ଥ ଘର ବୃହସ୍ପତିଙ୍କର ଗୋଚର ପାଇଁ ଭଲ କୁହାଯିବ ନାହିଁ ତଥାପି ଆମେ କହିପାରିବା ଯେ ଆପଣଙ୍କର ଗୃହସ୍ଥ ଜୀବନ ସନ୍ତୁଳିତ ରହିବ କିନ୍ତୁ ଏହି ସମୟରେ ମାର୍ଚ୍ଚ ମାସ ପରେ ଶନିଙ୍କର ତୃତୀୟ ଦୃଷ୍ଟି ଚତୁର୍ଥ ଘର ଉପରେ ରହିବ। ତେବେ ଶନିଙ୍କର ପ୍ରଭାବ ଅଧିକ ପ୍ରଭାବଶାଳୀ ହେବ।ଏହି ଅବଧିରେ ଗୃହସ୍ଥ ଜୀବନ ସମ୍ବନ୍ଧିତ ସମସ୍ଯା ବଢ଼ିପାରେ।
ବର୍ଷ 2025 ରେ କୁମ୍ଭ ରାଶି ବ୍ୟକ୍ତିଙ୍କର ଭୂମି, ଭବନ ଓ ଯାନ ସୁଖ
କୁମ୍ଭ ରାଶି ଲୋକଙ୍କ ପାଇଁ ଭୂମି ଓ ଭବନ ସମ୍ବନ୍ଧିତ ମାମଲାରେ ଏହି ବର୍ଷ ବହୁତ ଭଲ ରହିବ ନାହିଁ। ଏପରି ସ୍ଥିତିରେ ଭୂମି ଓ ଭବନ ସମ୍ବନ୍ଧିତ ମାମଲାରେ ସାବଧାନ ରୁହନ୍ତୁ । ଯଦି ନୂଆ ବର୍ଷରୁ କୌଣସି ଜମି କିମ୍ବା ପ୍ଲଟ କିନଉଛନ୍ତି ତେବେ ଭଲ ଭାବରେ ଯାଞ୍ଚ କରି କିଣନ୍ତୁ। କୌଣସି ବିବାଦୀୟ ଡୀଲ ସହିତ ଜଡ଼ିତ ହୁଅନ୍ତୁ ନାହିଁ। କୁମ୍ଭ ରାଶିଫଳ ଅନୁସାରେ ଯଦି ଜମି ଆପଣଙ୍କର ପାଖରେ ଅଛି ଓ ଆପଣ ସେଥିରେ ଘର ଟିଆରି କରିବା ପାଇଁ ଚାହୁଁଛନ୍ତ ତେବେ ଭଲ ଯୋଜନା କରନ୍ତୁ, ତାହା ପରେ ସେହି ମାମଲାରେ ଆଗକୁ ବଢ଼ନ୍ତୁ। ବର୍ଷର ଆରମ୍ଭରୁ ମାର୍ଚ୍ଚ ମାସ ମଧ୍ୟରେ ଏହି ବିଷୟରେ ଭଲ ଭାବରେ ଜାଣିନେବା ଉଚିତ ହେବ। କାରଣ ପରେ କାମରେ କିଛି ଡେରି ହୋଇପାରେ କିମ୍ବା କିଛି ସମୟ ପାଇଁ ଅଟକି ଯାଇପାରେ। ଯାନ ସକମ୍ବନ୍ଧୀତ କଥା କହିଲେ ଶୁକ୍ରଙ୍କର ଗୋଚର ବର୍ଷର ଅଧିକାଂଶ ସମୟ ଆପଣଙ୍କର ପକ୍ଷରେ ରହିବ। ସାମାନ୍ଯ ଭାବରେ ଯାନ କିମ୍ବା ନିଜର କ୍ଷମତା ଅନୁଯାୟୀ ପ୍ରୟାସ କରିବା ସ୍ଥିତିରେ ଆପଣଙ୍କର ମନୋକମାନ ପୁରାଣ ହୋଇପାରେ। କିନ୍ତୁ ବଜେଟରୁ ଅଧିକ ଖର୍ଚ୍ଚ କରି ଯାନ କିଣିବା ଉଚିତ ହେବ ନାହିଁ।
ବର୍ଷ 2025 ରେ କୁମ୍ଭ ରାଶି ବ୍ୟକ୍ତିଙ୍କ ପାଇଁ ଉପାୟ
- ନିୟମିତ ଭବରେ 43 ଦିନ ପର୍ଯ୍ୟନ୍ତ ଘରୁ ଖାଲି ପାଦରେ ମନ୍ଦିର ଯାଆନ୍ତୁ।
- ଗଳାରେ ରୂପା ଧରଣ କରନ୍ତୁ।
- ଶରୀରରେ ସବୁବେଳେ ବସ୍ତ୍ର ପିନ୍ଧନ୍ତୁ।
ରତ୍ନ, ଜନ୍ତ୍ର ସମେତ ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ ଭିଜିଟ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ
1. କୁମ୍ଭ ରାଶି ଲୋକଙ୍କର ଭଲ ସମୟ 2025 ରେ କେବେ ଆସିବ?
କୁମ୍ଭ ରାଶି ଲୋକଙ୍କ ପାଇଁ ବର୍ଷ 2025 ବହୁ କ୍ଷେତ୍ରରେ ଖାସ ରହିବ। ଏହି ବର୍ଷ ହେବାକୁ ଥିବା ଗୁରୁ ଗୋଚର, ଶନି ଗୋଚର ଆପଣଙ୍କୁ ଜୀବରର ଲକ୍ଷର ଆହୁରି ପାଖକୁ ନେଇଯିବ।
2. କୁମ୍ଭ ରାଶି ଲୋକଙ୍କର ଚିନ୍ତା କେବେ ଶେଷ ହେବ?
କୁମ୍ଭ ରାଶି ଲୋକଙ୍କ ଉପରେ ଶନିଙ୍କର ସାଢ଼େ ସାତୀ 24 ଜାନୁଆରୀ 2022 ରୁ ଆରମ୍ଭ ହୋଇଥିଲା ଓ ଏବେ 03 ଜୁନ 2027ରେ ସମାପ୍ତ ହେବ। ଶନି ସାଢ଼େସାତୀରୁ ମୁକ୍ତି 23 ଫେବ୍ରୁୟାରୀ 2028ରେ ଶନି ମାର୍ଗୀ ହେଲେ ମିଳିବ। रा
3. କୁମ୍ଭ ରାଶି ଲୋକଙ୍କର ଭାଗ୍ୟ କେବେ ଉଦୟ ହେବ?
ମଈରେ ଗୁରୁ ଗୋଚର ପରେ କୁମ୍ଭ ରାଶି ଲୋକଙ୍କର ଭାଗ୍ଯ ଉଦୟ ହେବାର ଉଚ୍ଚ ସମ୍ଭାବନା ଅଛି।
Astrological services for accurate answers and better feature
Astrological remedies to get rid of your problems

AstroSage on MobileAll Mobile Apps
- Janmashtami 2025: Date, Story, Puja Vidhi, & More!
- 79 Years of Independence: Reflecting On India’s Journey & Dreams Ahead!
- Sun Transit In Leo Blesses Some Zodiacs; Yours Made It To The List?
- Venus Nakshatra Transit Aug 2025: 3 Zodiacs Destined For Luck & Prosperity!
- Janmashtami 2025: Read & Check Out Date, Auspicious Yoga & More!
- Sun Transit Aug 2025: Golden Luck For Natives Of 3 Lucky Zodiac Signs!
- From Moon to Mars Mahadasha: India’s Astrological Shift in 2025
- Vish Yoga Explained: When Trail Of Free Thinking Is Held Captive!
- Kajari Teej 2025: Check Out The Remedies, Puja Vidhi, & More!
- Weekly Horoscope From 11 August To 17 August, 2025
- जन्माष्टमी 2025 कब है? जानें भगवान कृष्ण के जन्म का पावन समय और पूजन विधि
- भारत का 79वां स्वतंत्रता दिवस, जानें आने वाले समय में क्या होगी देश की तस्वीर!
- सूर्य का सिंह राशि में गोचर, इन राशि वालों की होगी चांदी ही चांदी!
- जन्माष्टमी 2025 पर बना दुर्लभ संयोग, इन राशियों पर बरसेगी श्रीकृष्ण की विशेष कृपा!
- अगस्त में इस दिन बन रहा है विष योग, ये राशि वाले रहें सावधान!
- कजरी तीज 2025 पर करें ये विशेष उपाय, मिलेगा अखंड सौभाग्य का वरदान
- अगस्त के इस सप्ताह मचेगी श्रीकृष्ण जन्माष्टमी की धूम, देखें व्रत-त्योहारों की संपूर्ण जानकारी!
- बुध कर्क राशि में मार्गी: इन राशियों को रहना होगा सावधान, तुरंत कर लें ये उपाय
- भाद्रपद माह 2025: त्योहारों के बीच खुलेंगे भाग्य के द्वार, जानें किस राशि के जातक का चमकेगा भाग्य!
- अंक ज्योतिष साप्ताहिक राशिफल: 10 से 16 अगस्त, 2025
- Horoscope 2025
- Rashifal 2025
- Calendar 2025
- Chinese Horoscope 2025
- Saturn Transit 2025
- Jupiter Transit 2025
- Rahu Transit 2025
- Ketu Transit 2025
- Ascendant Horoscope 2025
- Lal Kitab 2025
- Shubh Muhurat 2025
- Hindu Holidays 2025
- Public Holidays 2025
- ராசி பலன் 2025
- రాశిఫలాలు 2025
- ರಾಶಿಭವಿಷ್ಯ 2025
- ਰਾਸ਼ੀਫਲ 2025
- ରାଶିଫଳ 2025
- രാശിഫലം 2025
- રાશિફળ 2025
- రాశిఫలాలు 2025
- রাশিফল 2025 (Rashifol 2025)
- Astrology 2025