ସିଂହ ରାଶିଫଳ 2025
ଏହି ସିଂହ ରାଶିଫଳ 2025 ମଧ୍ୟମରେ ଆମେ ଜାଣିବା କି ବର୍ଷ 2025 ସିଂହ ରାଶି ଲୋକଙ୍କର ସ୍ବାସ୍ଥ୍ୟ, ଶିକ୍ଷା, ବ୍ୟବସାୟ, ଚାକିରି, ପରେ, ବିବାହ, ବୈବାହିକ ଜୀବନ, ଘର ଗୃହସ୍ଥି ଇତ୍ୟାଦି ପାଇଁ କିପରି ରହିବ। ଗ୍ରହ ଗୋଚର ଉପରେ ଆଧାର କରି ଆମେ ଆପଣଙ୍କୁ କିଛି ଉପାୟ କହିବୁ, ଯାହାକୁ ଆପଣ ଆପଣାଇ ସମସ୍ଯା ଓ ଚିନ୍ତା ଦୂର କରିପାରିବେ। ତେବେ ଚାଲନ୍ତୁ ଆଗକୁ ବଢ଼ିବା ଓ ଜାଣିବା ସିଂହ ରାଶି ଲୋକଙ୍କ ପାଇଁ ସିଂହ ରାଶିଫଳ 2025 କ’ଣ କହୁଛି?

To Read in English click here: Leo Horoscope 2025
ବର୍ଷ 2025 ରେ ସିଂହ ରାଶି ବ୍ୟକ୍ତିଙ୍କର ସ୍ବାସ୍ଥ୍ୟ
ଏହି ସିଂହ ରାଶିଫଳ 2025 ଅନୁସାରେ, ସ୍ବାସ୍ଥ୍ୟ ଦୃଷ୍ଟିରୁ ବର୍ଷ 2025 ଟିକେ ଦୁର୍ବଳ ହୋଇପାରେ। ଏହି ବର୍ଷ ସ୍ବାସ୍ଥ୍ୟକୁ ନେଇ ବେପରୁଆ ଜମା ହୁଅନ୍ତୁ ନାହିଁ। ବର୍ଷର ଆରମ୍ଭରୁ ନେଇ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଶନିଙ୍କର ସପ୍ତମ ଦୃଷ୍ଟି ଆପଣଙ୍କର ପ୍ରଥମ ଘର ଉପରେ ରହିବ। ଯାହା ଶରୀରରେ ଆଳସ୍ୟ ଭରିଦେବ। କେବେ କେବେ ଶରୀର ଦରଜ କିମ୍ବା ଗଣ୍ଠି ଦରଜ ହୋଇପାରେ।ମାର୍ଚ୍ଚ ପରେ ଶନିଙ୍କର ପ୍ରଭାବ ପ୍ରତମ ଘରୁ ଦୂର ହେବ କିନ୍ତୁ ଶନି ଆପଣଙ୍କର ଅଷ୍ଟମ ଘରକୁ ଯିବେ। ଅଷ୍ଟମ ଘରେ ଶନିଙ୍କର ଗୋଚର ଭଲ କୁହାଯିବ ନାହିଁ। ସ୍ବାସ୍ଥ୍ୟ ଉପରେ ମଧ୍ୟ ଏହାର ନକରାତ୍ମକ ପ୍ରଭାବ ପଡ଼ିବ।
ଶନିଙ୍କର ଗୋଚର ସମୟରେ ଏହି ବର୍ଷ ସ୍ବାସ୍ଥ୍ୟ ପ୍ରତି ସତର୍କ ରହିବା ଉଚିତ। ମଈ ମାସ ପରେ ରାହୁ କେତୁଙ୍କର ପ୍ରଭାବ ମଧ୍ୟ ଆପଣଙ୍କର ପ୍ରତମ ଘର ଉପରେ ରହିବ। ଏହି ସ୍ଥିତି ସ୍ବାସ୍ଥ୍ୟ ପାଇଁ ଭଲ କୁହାଯିବ ନାହିଁ। ବିଶେଷକରି ପେଟର ସମୟ, ମୁଣ୍ଡ ବ୍ୟଥା, ଭ୍ରମ ପରି ସମସ୍ଯା ଅଧିକ ଦେଖିବାକୁ ମିଳିବ। ଆପଣଙ୍କର ଖାଇବା ପିଇବା ମଧ୍ୟ ଠିକ ରହିବ ନାହିଁ। ଯାହା ଫଳରେ ଗ୍ଯାସ, ବଦ୍ହଜମି ଇତ୍ୟାଦିର ଶିକାର ହୋଇପାରନ୍ତି। ସେଥିପାଇଁ ଏହି ସବୁ ମାମଳରେ ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ।
ଏହି ସବୁ ମଧ୍ୟରେ ଅନୁକୂଳ କଥା ଏହା ଯେ ମଈ ମଧ୍ୟ ଭାଗ ପରେ ବୃହସ୍ପତିଙ୍କର ପ୍ରଭାବ ଆପଣଙ୍କର ଲାଭ ଘରେ ତଥା ପଞ୍ଚମ ଘର ଉପରେ ରହିବ, ଯାହା ପେଟ ଇତ୍ୟାଦି ସମ୍ବନ୍ଧିତ ସମସ୍ଯାକୁ ନିୟନ୍ତ୍ରିତ କରିବାରେ ଆପଣଙ୍କର ସାହାଜ୍ୟ କରିବ। ଅର୍ଥାତ ଏହି ବର୍ଷ ସ୍ବାସ୍ଥ୍ୟ ଟିକେ ଦୁର୍ବଳ ହୋଇପାରେ କିନ୍ତୁ ବୃହସ୍ପତିଙ୍କର ଅନୁକୂଳତା ଆପଣଙ୍କର ରିକଭରି ରେଟକୁ ଭଲ କରିବ। ଫଳସ୍ବରୂପ ସାବଧାନ ହୋଇ ରହିବା ଲୋକ ନିଜର ସ୍ବାସ୍ଥ୍ୟକୁ ମେନଟେନ କରି ରଖିପାରିବେ।
କୌଣସି ନିଷ୍ପତି ନେବାରେ ଆସୁଛି ସମସ୍ଯା, ତେବେ ଏବେ ହୁଅନ୍ତୁ ଆମର ବିଦ୍ବାନ ଜ୍ଯୋତିଷଙ୍କ ସହିତ ଫୋନରେ କଥା !
ବର୍ଷ 2025 ରେ ସିଂହ ରାଶି ବ୍ୟକ୍ତିଙ୍କର ଶିକ୍ଷା
ସିଂହ ରାଶି ଲୋକଙ୍କର ଶିକ୍ଷା ଦୃଷ୍ଟିରୁ ବର୍ଷ 2025 ସାମାନ୍ଯ ଭାବରେ ଅନୁକୂଳ ପରିଣାମ ଦେବ। ଯଦି ଆପଣଙ୍କର ସ୍ବାସ୍ଥ୍ୟ ସାମାନ୍ଯ ଭାବରେ ଭଲ ରହୁଛି ତେବେ ଶିକ୍ଷା ସମ୍ବନ୍ଧିତ ଘର ଓ ଗ୍ରହ ଏହି ବର୍ଷ ଆପଣଙ୍କୁ ଭଲ ପରିଣାମ ଦେବେ। ଏହା ଆପଣଙ୍କର ଶିକ୍ଷ୍ୟର ସ୍ତରକୁ ଦୃଢ଼ କରିବ। ବର୍ଷର ଆରମ୍ଭରୁ ନେଇ ମଈ ମାସର ମଧ୍ୟ ଭାଗ ପର୍ଯ୍ୟନ୍ତ ବୃହସ୍ପତି ସପ୍ତମ ଦୃଷ୍ଟି ସହିତ ଚୁତର୍ଥ ଘରକୁ ଦେଖିବେ। ଯାହା ଶିକ୍ଷା ବିଶେଷକରି ଉଚ୍ଚ ଶିକ୍ଷା ମାମଲାରେ ଆପଣଙ୍କ ପାଇଁ ସାହାଜ୍ୟକାରୀ ହେବ।ସିଂହ ରାଶିଫଳ 2025 ଅନୁସାରେ, ନବମ ଦୃଷ୍ଟି ସହିତ ବୃହସ୍ପତି ଷଷ୍ଠ ଘରକୁ ଦେଖିବେ ଯାହା ପ୍ରତିଯୋଗିତା ପରୀକ୍ଷାରେ ଆପଣଙ୍କୁ ଭଲ ପରିଣାମ ଦେବ। ବ୍ଯବସାୟିକ ଶିକ୍ଷା ପ୍ରାପ୍ତ କରୁଥିବା ବିଦ୍ୟାର୍ଥୀଙ୍କ ପାଇଁ ବୃହସ୍ପତିଙ୍କର ଏହି ସ୍ଥିତି ଅନକୁଳ କୁହାଯିବ। ମଈ ମାସର ମଧ୍ୟ ଭାଗ ପରେ ହାରାହାରି ସମସ୍ତ ବିଦ୍ୟାର୍ଥୀଙ୍କୁ ବୃହସ୍ପତିଙ୍କର ଆଶୀର୍ବାଦ ପର୍ଯ୍ୟାପ୍ତ ମାତ୍ରାରେ ମିଳିବ ଓ ଆପଣ ନିଜର ଶିକ୍ଷାର ମାମଲାରେ ବହୁତ ଭଲ କରିପାରିବେ।ବୁଧଙ୍କର ଗୋଚର ମଧ୍ୟ ଅଧିକ ସମୟ ଆପଣଙ୍କ ପାଇଁ ଅନୁକୂଳ ପରିଣାମ ଦେଇ ଆପଣଙ୍କର ଶିକ୍ଷାର ସ୍ତରକୁ ସୁଧାରିବ। ଏପରି ସ୍ଥିତିରେ ବ୍ଯବସାୟିକ ଶିକ୍ଷା ନେଉଥିବା ବିଦ୍ୟାର୍ଥୀଙ୍କ ପାଇଁ ମଦ୍ୟ ଏହି ବର୍ଷ ଭଲ ପରିଣାମ ଆଣିବ। ଅର୍ଥାତ ବର୍ଷ 2025ର ଅଧିକାଂଶ ଭାଗ ଆପଣଙ୍କର ଶିକ୍ଷା ପାଇଁ ଅନୁକୂଳ ପ୍ରମାଣିତ ହେବ।
हिंदी में पढ़ने के लिए यहां क्लिक करें: सिंह राशिफल 2025
ବର୍ଷ 2025 ରେ ସିଂହ ରାଶି ବ୍ୟକ୍ତିଙ୍କର ବ୍ୟବସାୟ
ସିଂହ ରାଶି ଲୋକଙ୍କର ବ୍ୟବସାୟ ଦୃତିରୁ ବର୍ଷ 2025 ଆପଣଙ୍କୁ ମିଶ୍ରିତ ପରିଣାମ ଦେଇପାରେ। ତଥାପି ଜାଗିରଖି ରହିବା ଆବଶ୍ୟକ। ବର୍ଷର ଆରମ୍ଭରୁ ନେଇ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଶନି ପଞ୍ଚମ୍ ଘରେ ରହିବେ। ଏପରି ସ୍ଥିତିରେ ସମସ୍ଯା ପରେ ଆପଣ ନିଜର ବ୍ୟବସାୟରେ ତୁଳନାତ୍ମକ ରୂପରେ ଭଲ କରିପାରିବେ। ମାର୍ଚ୍ଚ ପରେ ଶନି ଗ୍ରହ ଅଷ୍ଟମ ଘରକୁ ଯିବେ। ଅଷ୍ଟମ ଘରେ ଶନିଙ୍କର ଗୋଚର ଭଲ କୁହାଯିବ ନାହିଁ। ବେପାର । ବାଣିଜ୍ୟ କିମ୍ବା କୌଣସି ପ୍ରକାରର ବିନିଜିଗରେ ରିସ୍କ ନେବା ଠିକ ହେବ ନାହିଁ। ।ସିଂହ ରାଶିଫଳ ଅନୁସାରେ ମଈ ମାସ ପରେ ରାହୁଙ୍କର ଗୋଚର ମଧ୍ୟ ସପ୍ତମ ଘରେ ପ୍ରଭାବ ପକାଇବ। ଏଠାରୁ ମଧ୍ୟ ଏହି ସଙ୍କେତ ମିଳୁଛି ଯେ ବ୍ଯବସାୟିକ ନିଷ୍ପତିରେ ଏବେ ଅପେକ୍ଷୀକୃତ ଅଧିକ ସତର୍କତାର ଆବଶ୍ୟକ ରହିଛି। ଅର୍ଥାତ ଏହି ବର୍ଷ ବ୍ୟବସାୟରେ କୌଣସି ନୂଆ ପ୍ରୟୋଗ କରିବା ଉଚିତ ହେବ ନାହିଁ। ଯାହା ଯେପରି ଚାଲିଛି ତାକୁ ମେନଟେନ କରି ଚାଲିବ ଆବଶ୍ୟକ। କାହା ଉପରେ ଅକ୍ଷୟ ବନ୍ଦ କରି ବିଶ୍ବାସ ଆରିବା ଉଚିତ ହେବ ନାହିଁ।
ବୃହତ କୁଣ୍ଡଳୀ ରେ ଲୁଚି ରହିଛି, ଆପଣଙ୍କର ଜୀବନର ସମସ୍ତ ରହସ୍ୟ , ଜାଣନ୍ତୁ ଗ୍ରହଙ୍କର ଚଳନର ସମ୍ପୂର୍ଣ ବିବରଣୀ
ବର୍ଷ 2025 ରେ ସିଂହ ରାଶି ବ୍ୟକ୍ତିଙ୍କର ଚାକିରି
ସିଂହ ରାଶିର ଚାକିରି କରୁଥିବା ଲୋକଙ୍କୁ ବର୍ଷ 2025 ମିଶ୍ରିତ ପରିଣାମ ଦେବ। ଷଷ୍ଠ ଘରର ସ୍ବାମୀ ବର୍ଷର ଆରମ୍ଭରୁ ନେଇ ମାର୍ଚ୍ଚ ପର୍ଯ୍ୟନ୍ତ ନିଜର ଦ୍ଵିତୀୟ ରାଶିରେ ରହିବେ। ଛୋଟ ଛୋଟ ସମସ୍ଯା ମଧ୍ୟ ରହିବ କିତୁ ମାର୍ଚ୍ଚ ପରେ ସମସ୍ଯା ଟିକେ ବଢ଼ିବଜୀବ। ଯଦି ଆପଣ ନିଶଠ ପୂର୍ବକ ମନ ଲଗାଇ କାମ କରନ୍ତି ତେବେ ସମସ୍ଯାକୁ ଅଣଦେଖା କରି ନିଜର 100% ଦେବେ, ତେବେ ଚାକିରି ସୁରକ୍ଷିତ ରହିବ।
ବୃହସ୍ପତିଙ୍କର ଗୋଚର ମଧ୍ୟେ ଏହି ମାମଲାରେ ଆପଣଙ୍କର ସାହାଜ୍ୟ କରିବ। ବର୍ଷର ଆରମ୍ଭ ରୁ ନେଇ ମଈ ମଧ୍ୟ ଭାଗ ପର୍ଯ୍ୟନ୍ତ ବୃହସ୍ପତି ନବମ ଦୃଷ୍ଟି ସହିତ ଷଷ୍ଠ ଘର ଉପରେ ପ୍ରଭାବ ପକାଇବେ ତଥା ପଞ୍ଚମ ଦୃଷ୍ଟି ସହିତ ଦ୍ଵିତୀୟ ଘର ଉପରେ ପ୍ରଭାବ ପକାଇ ନିଜର ଚାକିରିକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରିବେ। ମଈ ମଧ୍ୟ ଭାଗ ପରେ ମଧ୍ୟ ବୃହସ୍ପତି ଲାଭ ଘରେ ପହଞ୍ଚି ବିଭିନ୍ନ ମାମଲାରେ ଆପଣଙ୍କୁ ସପୋର୍ଟ କରିବେ। ଏହି ପ୍ରକାର ଆମେ କହିପାରିବା ଯେ ବର୍ଷ 2025 ଆପଣଙ୍କର ଚାକିରି ପାଇଁ କିଛି ସମସ୍ଯା ଆଣିପାରେ କିନ୍ତୁ ପରିଣାମ ସାମାନ୍ଯ ଭାବରେ ଆପଣଙ୍କ ପକ୍ଷରେ ରହିବ।
ବର୍ଷ 2025 ରେ ସିଂହ ରାଶି ବ୍ୟକ୍ତିଙ୍କର ଆର୍ଥିକ ସ୍ଥିତି
ସିଂହ ରାଶି ଲୋକଙ୍କର ଆର୍ଥିକ ମାମଲାରେ ମଧ୍ୟ ଏହି ବର୍ଷ ମିଶ୍ରିତ ପରିଣାମ ଦେଇପାରେ। ରୋଜଗାର ଦୃତିରୁ ଏହି ବର୍ଷ ସାମାନ୍ଯ ଭାବରେ ଭଲ ରହିବ। ବର୍ଷର ଆରମ୍ଭରୁ ନେଇ ମଈ ମାସର ମଧ୍ୟ ଭାଗ ପର୍ଯ୍ୟନ୍ତ ବୃହସ୍ପତି ପଞ୍ଚମ୍ ଦୃଷ୍ଟି ସହିତ ଧନ ଘରକୁ ଦେଖିବେ, ଯାହା ସଞ୍ଚୟ କରିବାରେ ସାହାଜ୍ୟ କରିବ। ସାଙ୍ଗରେ ସଞ୍ଚୟ କରାଯାଇଥିବା ପଇସାକୁ ସୁରକ୍ଷିତ ରଖିବାରେ ସାହାଜ୍ୟ କରିବେ। ମଈ ମାସର ମଧ୍ୟ ଭାଗ ପରେ ବୃହସ୍ପତି ଲାଭ ଘରେ ପହଞ୍ଚି ଆପଣଙ୍କର ଆର୍ଥିକ ପକ୍ଷକୁ ଆହୁରି ଦୃଢ଼ କରିବେ।
ରୋଜଗାରର ଶୃତ ଅପେକ୍ଷୀକୃତ ଦୃଢ଼ ହେବ କିନ୍ତୁ ବର୍ଷର ଆରମ୍ଭରୁ ମଈ ମାସ ପର୍ଯ୍ୟନ୍ତ ରାହୁ କେତୁଙ୍କର ପ୍ରଭାବ ଓ ମାର୍ଚ୍ଚ ପରେ ପରବର୍ତ୍ତୀ ସମୟରେ ଶନିଙ୍କର ଦ୍ଵିତୀୟ ଘରେ ପ୍ରଭାବ କିଛି ସମସ୍ଯା ଦେବ। ସିଂହ ରାଶିଫଳ 2025 ଅନୁସାରେ ଗୋଟେ ପଟେ ବୃହସ୍ପତି ଆର୍ଥିକ ସ୍ଥିତିକୁ ଦୃଢ଼ କରିବେ ଓ ଅନ୍ୟ ପଟେ ରାହୁ ଓ କେତୁ ଓ ଶନି ଆର୍ଥିକ ପକ୍ଷକୁ ଦୁର୍ବଳ କରିବେ। ଏହି ପ୍ରକାର ଆପଣଙ୍କୁ ନିଜର କର୍ମ ଅନୁସାରେ ଅର୍ଥ ଲାଭ ହେବ।
ଆପଣଙ୍କର ଜାତକରେ ମଧ୍ୟ ଅଛି ରାଜଯୋଗ? ପାଆନ୍ତୁ ନିଜର ରାଜ ଯୋଗ ରିପୋର୍ଟ୍
ବର୍ଷ 2025 ରେ ସିଂହ ରାଶି ବ୍ୟକ୍ତିଙ୍କର ପ୍ରେମ ଜୀବନ
ସିଂହ ରାଶି ଲୋକଙ୍କର ପ୍ରେମ ସମ୍ବନ୍ଧ ପାଇଁ ଏହି ବର୍ଷ ସାମାନ୍ଯ ଭାବରେ ଏଭାରେଜ କିମ୍ବା ଏଭାରେଜରୁ ଟିକେ ଭଲ ପରିଣାମ ଦେବ। ଆପଣଙ୍କର ପଞ୍ଚମ ଘରର ସ୍ବାମୀ ବୃହସ୍ପତି, ବର୍ଷର ଆରମ୍ଭରୁ ମଈ ମାସର ମଧ୍ୟ ଭାଗ ପର୍ଯ୍ୟନ୍ତ କର୍ମ ଘରେ ରହିବେ। ଏପରି ସ୍ଥିତିରେ ଯେଉଁ ଲୋକଙ୍କର ପ୍ରେମ ସମ୍ପର୍କ ସହକର୍ମୀଙ୍କ ସହିତ ଅଛି ସେମାନେ ଭଲ ଫଳ ପାଇବେ। ମଈ ମାସର ମଧ୍ୟ ଭାଗରେ ବୃହସ୍ପତି ଲାଭ ଘରେ ପହଞ୍ଚି ପ୍ରେମ ସମ୍ବନ୍ଧରେ ଭଲ ଅନୁକୂଳତା ଦେବାକୁ ଚାହିବେ।ସିଂହ ରାଶିଫଳ ଅନୁସାରେ ଯଦି ମାର୍ଚ୍ଚ ପରେ ଶନିଙ୍କର ଦଶମ ଦୃଷ୍ଟି ପ୍ରେମ ଘର ଉପରେ ରହିବ, ତେବେ ପ୍ରେମର ଛଳନା କରୁଥିବା ଲୋକଙ୍କୁ ମଝିରେ ମଝିରେ ଅସୁବିଧା ହୋଇପାରେ। କିନ୍ତୁ ପ୍ରକୃତ ପ୍ରେମୀଙ୍କୁ ଚିନ୍ତା ହେବ ନାହିଁ କରଣ ମଈ ମାସର ମଧ୍ୟ ଭାଗ ପରେ ବୃହସ୍ପତିଙ୍କର ଗୋଚର ଆପଣଙ୍କର ପଞ୍ଚମ ଘର ତଥା ସପ୍ତମ ଘର ଉପରେ ପ୍ରଭାବ ପକାଇବ। ଆପଣ ନିଜର ଲଭ ଲାଇଫକୁ ଇନ୍ଜଯ୍ କରିପାରିବେ। ପ୍ରେମ ବିବାହ କରିବାର ଇଚ୍ଛା ରଖୁଥିବା ଲୋକଙ୍କର ରାସ୍ତା ସହଜ ହେବ। ନୂଆ ମିତ୍ର ଓ ଲଭ ପାର୍ଟନର ପ୍ରାପ୍ତ କରିବା ସମ୍ଭବ ହେବ।
ବର୍ଷ 2025 ରେ ସିଂହ ରାଶି ବ୍ୟକ୍ତିଙ୍କର ବିବାହ ଓ ବୈବାହିକ ଜୀବନ
ସିଂହ ରାଶି ଲୋକ ଯାହାର ବିବାହ ବୟସ ହୋଇଯାଇଛି କିମ୍ବା ଯେଉଁମାନେ ବିବାହ ପାଇଁ ପ୍ରଯତ୍ନ କରୁଛନ୍ତି, ତାଙ୍କୁ ବର୍ଷ 2025 ଭଲ ସଫଳତା ଦେବ। ବିଶେଷକରି ମଈ ମଧ୍ୟ ଭାଗ ପରେ ବିବାହ ହେବାର ସମ୍ଭାବନା ଅଛି। ନିର୍ବନ୍ଧ ଓ ବିବାହ ଦୃଷ୍ଟିରୁ ଏହି ବର୍ଷ ଭଲ ରହିବ। ପ୍ରେମ ବିବାହର ଇଚ୍ଚା ରଖିଥିବା ଲୋକଙ୍କ ପାଇଁ ଏହି ବର୍ଷ ଭଲ ପରିଣାମ ଦେବ। ମଈ ମାସ ପରେ ରାହୁ କେତୁଙ୍କର ପ୍ରଭାବ ସପ୍ତମ ଘର ଉପରେ ରହିବ, ଯାହା ଇନ୍ଟର କାସ୍ଟ ବିବାହ କରିବାର ଇଚ୍ଚା ରଖିଥିବା ଲୋକଙ୍କର ମଧ୍ୟ ସାହାଜ୍ୟ କରିବ।
ସିଂହ ରାଶ୍ୟପଃଲ୍ 2025 ଅନୁସାରେ, ବୈବାହିକ ଜୀବନ ବିଷୟରେ କହିଲେ ଏହି ବର୍ଷ ଏଭାରେଜ କିମ୍ବା ଏଭାରେଜରୁ ଅଧିକ ଦୁର୍ବଳ ରହିପାରେ। ବର୍ଷର ଆରମ୍ଭରୁ ନେଇ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଶନିଙ୍କର ଗୋଚର ସପ୍ତମ ଘରେ ରହିବ। ମଈ ପରେ ରାହୁ କେତୁଙ୍କର ପ୍ରଭାବ ସପ୍ତମ ଘର ଉପରେ ଆରମ୍ଭ ହେବ। ଏହି ଦୁଇଟି ସ୍ଥିତି ଭଲ ନୁହେଁ। ଦାମ୍ପତ୍ୟ ଜୀବନରେ ମଝିରେ ମଝିରେ କିଛି ସମସ୍ଯା ଦେଖିବାକୁ ମିଳିପାରେ। ଏହି ସବୁ ମଧ୍ୟରେ ଅନୁକୂଳ କଥା ଏହା ଯେ ବୃହସ୍ପତି ମଈ ମାସର ମଧ୍ୟ ଭାଗରୁ ନବମ ଦୃଷ୍ଟି ସହିତ ସପ୍ତମ ଘରକୁ ଦେଖିବେ ଓ ସମସ୍ଯା ଦୂର କରିବେ। ଅର୍ଥାତ ସମସ୍ଯା ଆସିବ କିନ୍ତୁ ଠିକ ମଧ୍ୟ ହୋଇଯିବ।
ବର୍ଷ 2025 ରେ ସିଂହ ରାଶି ବ୍ୟକ୍ତିଙ୍କର ପାରିବାରିକ ଓ ଗୃହସ୍ଥ ଜୀବନ
ସିଂହ ରାଶି ଲୋକଙ୍କ ପାଇଁ ପାରିବାରିକ ମାମଲାରେ 2025 ମିଶ୍ରିତ ପରିଣାମ ଦେବ। ବର୍ଷର ଆରମ୍ଭରୁ ମଈ ମାସ ପର୍ଯ୍ୟନ୍ତ ରାହୁ କେତୁଙ୍କର ପ୍ରଭାବ ଦ୍ଵିତୀୟ ଘର ଉପରେ ରହିବ, ଯାହା ପାରିବାରିକ ସମ୍ବନ୍ଧରେ ମଝିରେ ମଝିରେ କିଛି ଅସୁବିଧା ଦେଇପାରେ କିନ୍ତୁ ଏହି ଏଥି ସବୁ ମଧ୍ୟରେ ଅନୁକୂଳ କଥା ଏହା ଯେ ବୃହସ୍ପତିଙ୍କର ପ୍ରଭାବ ଦ୍ଵିତୀୟ ଘର ଉପରେ ରହିବ ଯାହା ସମସ୍ଯାକୁ ଦୂର କରିଦେବ। ଅର୍ଥାତ ଘର ପରିବାର ଲୋକଙ୍କ ମଧ୍ୟରେ ପାରସ୍ପରିକ ଭୁଲ ବୁଝାମଣା ଦେଖିବାକୁ ମିଳିବ। କିଛି ଅନ୍ୟ ସମସ୍ଯା ମଧ୍ୟ ହୋଇପାରେ କିନ୍ତୁ ତାହା ଶୀଘ୍ର ଠିକ ହୋଇଯିବ।
ଏହି ଅନୁକୂଳ ପରିଣାମ ପଛରେ ଗୁରୁଜନଙ୍କର ବିଶେଷ ଆଶୀର୍ବାଦ ରହିବ। ଏପରି ସ୍ଥିତିରେ ଆପଣଙ୍କୁ ଗୁରୁଜନଙ୍କର କଥା ଶୁଣିବ ଉଚିତ। ମାର୍ଚ୍ଚ ମାସ ପରେ ଶନିଙ୍କର ପ୍ରଭାବ ଦ୍ଵିତୀୟ ଘର ଉପରେ ରହିବ। ସିଂହ ରାଶିଫଳ 2025 ଅନୁସାରେ ଏହା ମଧ୍ୟ ଦୁର୍ବଳ ସ୍ଥିତି କୁହାଯିବ। ପାରିବାରିକ ସମ୍ବନ୍ଧ ମାମଲାରେ ଏହି ବର୍ଷ କୌଣସି ପ୍ରକାରର ବେପରୁଆ ହେବା ଉଚିତ ନୁହେଁ। ଗୃହସ୍ଥ ଜୀବନ ବିଷୟରେ କହିଲେ ଏହି ମାମଲାରେ ଏହି ବର୍ଷ କିଛି ବଡ଼ ଚିନ୍ତାର ଯୋଗ ନାହିଁ।
ଚତୁର୍ଥ ଘରର ସ୍ବାମୀ ମଙ୍ଗଳ ସମ୍ପୂର୍ଣ ବର୍ଷ ଏଭାରେଜ ସପୋର୍ଟ ଦେବେ ମାନେ କେତବେଳେ ଭଲ ଓ କେତବେଳେ ଖରାପ। ଅନୁ ଗ୍ରହଙ୍କର ମଧ୍ୟ ସମର୍ଥ ମିଳିବ। ଆମେ କହିପାରିବା ଯେ ଗୃହସ୍ଥ ଜୀବନ ଆପଣଙ୍କର କର୍ମ ଅନୁସାରେ ପରିଣାମ ଦେବ।
ବର୍ଷ 2025 ରେ ସିଂହ ରାଶି ବ୍ୟକ୍ତିଙ୍କର ଭୂମି, ଭବନ ଓ ଯାନ ସୁଖ
ସିଂହ ରାଶି ଲୋକଙ୍କୁ ଭୂମି ଓ ଭବନ ସହିତ ସମ୍ବନ୍ଧିତ ମାମଲାରେ ଏହି ବର୍ଷ ନିଜର ପରିଶ୍ରମ ଓ ଚେଷ୍ଟା ଅନୁସାରେ ପରିଣାମ ପ୍ରାପ୍ତ କରିବେ କିନ୍ତୁ ଏହି ମାମଲାରେ କୌଣସି ପ୍ରକାରର ରିସ୍କ ନିଅନ୍ତୁ ନାହିଁ। ବର୍ଷର ଆରମ୍ଭରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଶନିଙ୍କର ଦଶମ ଦୃଷ୍ଟି ଚତୁର୍ଥ ଘର ଉପରେ ରହିବ। ଏହି ଦୁର୍ବଳ ସ୍ଥିତି କିନ୍ତୁ ବୃହସ୍ପତିଙ୍କର ଦୃଷ୍ଟି ମଧ୍ୟ ରହିବ ଯାହା ଅନୁକୂଳ ହେବ।
ଏହା ପରେ ଶନି ଅଷ୍ଟମ ଘରେ ଯାଇ ବିଭିନ୍ନ ମାମଲାରେ ଦୁର୍ବଳ କରିପାରନ୍ତି। ଯେତବେଳେ କିବୃହସ୍ପତି ଲାଭ ଘରକୁ ଯାଇ ବିଭିନ୍ନ ଦିଗରେ ଅନୁକୂଳ ପରିଣାମ ଦେବେ। ଏହି ପ୍ରକାର ଆମେ କହିପାରିବା ଯେ ନୂଆ ବର୍ଷରୁ କୌଣସି ଜମି କିଣିବା କିମ୍ବା ଘର କରିବା ପାଇଁ ବହୁତ ଭାବିଚିନ୍ତି ଆଗକୁ ବଢ଼ନ୍ତୁ। ଯାନ ସମ୍ବନ୍ଧିତ ମାମଲାରେ ମଧ୍ୟ ପାଖାପାଖି ଏହି ପରି ପରିଣାମ ରହିବ। ଯଦି ଆପଣଙ୍କର ପୁରୁଣା ଯାନ କାମ କରୁଛି ତେବେ ନୂଆ ଯାନ କିଣନ୍ତୁ ନାହିଁ। ଯଦି କୌଣସି ପୁରୁଣା ଯାନ କିଣିବାକୁ ଚାହୁଁଛନ୍ତି ତେବେ ତା’ର କାଗଜପତ୍ର ଭଲ ଭାବରେ ନିରୀକ୍ଷଣ ପରୀକ୍ଷଣ କରିବା ଜରୁରୀ ହେବ।
ବର୍ଷ 2025 ରେ ସିଂହ ରାଶି ବ୍ୟକ୍ତିଙ୍କ ପାଇଁ ଉପାୟ
- ପ୍ରତ୍ଯେକ ଗୁରୁବାର ଦିନ ମନ୍ଦିରରେ ବାଦାମ ଦାନ କରନ୍ତୁ।
- ମଥାରେ ନିୟମିତ ଭାବରେ କେସରର ତିଲକ ଲଗାନ୍ତୁ।
- ରୂପାର ଖଣ୍ଡ ନିଜ ପାଖରେ ରଖନ୍ତୁ
ରତ୍ନ, ଜନ୍ତ୍ର ସମେତ ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ ଭିଜିଟ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ପ୍ରାୟତଃ ପଚରାଯାଉଥିବା ପ୍ରଶ୍ନ
1. କ’ଣ 2025 ସିଂହ ରାଶି ଲୋକଙ୍କ ପାଇଁ ଭଲ ବର୍ଷ ରହିବ?
ସିଂହ ରାଶିଫଳ 2025 ଅନୁସାରେ ସିଂହ ରାଶି ଲୋକଙ୍କ ପାଇଁ ବର୍ଷ 2025 ସାମାନ୍ଯ ଭାବରେ ଭଲ ପରିଣାମ ଆଣିବ। ଏହି ବର୍ଷ ଜାନୁଆରୀର ମଧ୍ୟ ଭାଗରୁ ଆପଣଙ୍କୁ ରୋଜଗାର, କ୍ୟାରିଆର ଓ ଶିକ୍ଷା କ୍ଷେତ୍ରରେ ଭଲ ପରିଣାମ ମିଳିବ।
2. ସିଂହ ରାଶି ଲୋକଙ୍କୁ କେବେ ଯାଏଁ ସମସ୍ଯା ହେବ?
ସିଂହ ରାଶି ଲୋକଙ୍କ ଉପରେ ଶନି ସାଢ଼େସାତୀ 13 ଜୁଲାଇ 2034 ରୁ ଆରମ୍ଭ ହୋଇ 29 ଜାନୁଆରୀ 2041 ପର୍ଯ୍ୟନ୍ତ ଚାଲିବ।
3. ସିଂହ ରାଶି ଲୋକଙ୍କ ପାଇଁ କେଉଁ ଭଗବାନ ଶୁଭ?
ସିଂହ ରାଶି ଲୋକଙ୍କୁ ସୂର୍ଯ୍ୟଦେବଙ୍କର ପୂଜା କରିବା ଉଚିତ। ସୂର୍ଯ୍ୟ ଦେବଙ୍କର କୃପାରୁ ସିଂହ ରାଶି ଲୋକଙ୍କର ଜୀବନରେ ସୁଖ ମାନ ସମ୍ମାନ ଆସିବ। ଏହି ଲୋକଙ୍କୁ ଜୀବନରେ କୌଣସି ଜିନ୍ସର ଅଭାବ ରହିବ ନାହିଁ। ଏହି ଲୋନଙ୍କର ଆର୍ଥିକ ପକ୍ଷ ଦୃଢ଼ ରହିବ।
Astrological services for accurate answers and better feature
Astrological remedies to get rid of your problems

AstroSage on MobileAll Mobile Apps
- Janmashtami 2025: Date, Story, Puja Vidhi, & More!
- 79 Years of Independence: Reflecting On India’s Journey & Dreams Ahead!
- Sun Transit In Leo Blesses Some Zodiacs; Yours Made It To The List?
- Venus Nakshatra Transit Aug 2025: 3 Zodiacs Destined For Luck & Prosperity!
- Janmashtami 2025: Read & Check Out Date, Auspicious Yoga & More!
- Sun Transit Aug 2025: Golden Luck For Natives Of 3 Lucky Zodiac Signs!
- From Moon to Mars Mahadasha: India’s Astrological Shift in 2025
- Vish Yoga Explained: When Trail Of Free Thinking Is Held Captive!
- Kajari Teej 2025: Check Out The Remedies, Puja Vidhi, & More!
- Weekly Horoscope From 11 August To 17 August, 2025
- जन्माष्टमी 2025 कब है? जानें भगवान कृष्ण के जन्म का पावन समय और पूजन विधि
- भारत का 79वां स्वतंत्रता दिवस, जानें आने वाले समय में क्या होगी देश की तस्वीर!
- सूर्य का सिंह राशि में गोचर, इन राशि वालों की होगी चांदी ही चांदी!
- जन्माष्टमी 2025 पर बना दुर्लभ संयोग, इन राशियों पर बरसेगी श्रीकृष्ण की विशेष कृपा!
- अगस्त में इस दिन बन रहा है विष योग, ये राशि वाले रहें सावधान!
- कजरी तीज 2025 पर करें ये विशेष उपाय, मिलेगा अखंड सौभाग्य का वरदान
- अगस्त के इस सप्ताह मचेगी श्रीकृष्ण जन्माष्टमी की धूम, देखें व्रत-त्योहारों की संपूर्ण जानकारी!
- बुध कर्क राशि में मार्गी: इन राशियों को रहना होगा सावधान, तुरंत कर लें ये उपाय
- भाद्रपद माह 2025: त्योहारों के बीच खुलेंगे भाग्य के द्वार, जानें किस राशि के जातक का चमकेगा भाग्य!
- अंक ज्योतिष साप्ताहिक राशिफल: 10 से 16 अगस्त, 2025
- Horoscope 2025
- Rashifal 2025
- Calendar 2025
- Chinese Horoscope 2025
- Saturn Transit 2025
- Jupiter Transit 2025
- Rahu Transit 2025
- Ketu Transit 2025
- Ascendant Horoscope 2025
- Lal Kitab 2025
- Shubh Muhurat 2025
- Hindu Holidays 2025
- Public Holidays 2025
- ராசி பலன் 2025
- రాశిఫలాలు 2025
- ರಾಶಿಭವಿಷ್ಯ 2025
- ਰਾਸ਼ੀਫਲ 2025
- ରାଶିଫଳ 2025
- രാശിഫലം 2025
- રાશિફળ 2025
- రాశిఫలాలు 2025
- রাশিফল 2025 (Rashifol 2025)
- Astrology 2025