ମାର୍ଚ୍ଚ 2025 - ପର୍ବ ପର୍ବାଣିର ତିଥି ଓ ସମୟ

Author: Monica Rajguru | Updated Wed, 19 Feb 2025 03:13 PM IST

ମାର୍ଚ୍ଚ ଇଂରେଜୀ କୈଲନ୍ଡର୍ର ତୃତୀୟ ମାସ। ଜ୍ୟୋତିଷୀୟ ଦୃଷ୍ଟିରୁ ମାର୍ଚ୍ଚ ମାସ ବହୁତ ମହତ୍ୱପୂର୍ଣ ଅଟେ। ମାର୍ଚ୍ଚ 2025ରେ ସବୁଠାରୁ ଭଲ କଥା ଏହା ଯେ ଏହି ସମୟରେ ହୋଲି ପର୍ବ ପଡ଼େ। କେବଳ ଏତିକି ନୁହେଁ କେବେ କେବେ ମାର୍ଚ୍ଚରେ ମହାଶିବରାତ୍ରି ମଧ୍ୟ ପଡ଼େ।


ଜ୍ୟୋତିଷୀୟ ଦୃଷ୍ଟିକୋଣରୁ ମାର୍ଚ୍ଚ ମାସ ପରିବର୍ତ୍ତନ ଓ ଊର୍ଜାକୁ ଦର୍ଶାଉଛି। ମାର୍ଚ୍ଚ ମାସରେ ଫାଲ୍ଗୁନ ମାସ ସମାପ୍ତ ହେବ ଓ ଚୈତ୍ର ମାସ ଆରମ୍ଭ ହେବ। ଚୈତ୍ର ମାସର ଶୁକ୍ଳ ପକ୍ଷର ପ୍ରତିପଦାରୁ ହିନ୍ଦୁ ନବବର୍ଷ ଆରମ୍ଭ ହେବ।

ଯେତେବେଳେ ଏକ ନୂଆ ମାସ ଆରମ୍ଭ ହୁଏ, ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଉଠେ ଯେ ଏହି ମାସ ସେମାନଙ୍କ ପାଇଁ କିପରି ରହିବ କିମ୍ବା ଏହା ସେମାନଙ୍କ ପାଇଁ କ’ଣ ବିଶେଷ ନେଇ ଆସିବ। ଏହି ମାସରେ ଆପଣଙ୍କର କ୍ୟାରିୟର ଅଭିବୃଦ୍ଧି ହେବ କି? ବ୍ୟବସାୟରେ କି ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ? ପାରିବାରିକ ଜୀବନରେ ମଧୁରତା ଆସିବ ନା ଆପଣଙ୍କୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ?ଏପରି ଅନେକ ପ୍ରଶ୍ନ ଆମ ମନରେ ଘୂରି ବୁଲେ। ଏବେ ଆପଣ ଏହି ସମସ୍ତ ପ୍ରଶ୍ନର ଉତ୍ତର ଆଷ୍ଟ୍ରୋସେଜ ଏଆଇର ମାର୍ଚ୍ଚ ମାସର ଏହି ସ୍ୱତନ୍ତ୍ର ଲେଖାରେ ପାଇବେ।

ଏହା ସହିତ, ଏହି ସ୍ୱତନ୍ତ୍ର ଲେଖାରେ ଆମେ ଆପଣଙ୍କୁ ମାର୍ଚ୍ଚ ମାସରେ ପଡ଼ୁଥିବା ଗୁରୁତ୍ୱପୂର୍ଣ୍ଣ ଉପବାସ, ପର୍ବର ତାରିଖ ବିଷୟରେ ମଧ୍ୟ ଅବଗତ କରାଇବୁ। ଏହା ବ୍ୟତୀତ, ଆମେ ଏହି ମାସରେ ହେଉଥିବା ଗ୍ରହଣ ଏବଂ ପରାଗ ଏବଂବ୍ୟାଙ୍କ ଛୁଟି ବିଷୟରେ ବିସ୍ତୃତ ସୂଚନା ମଧ୍ୟ ପ୍ରଦାନ କରିବୁ।

ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025

ଭବିଷ୍ୟ ସହିତ ଜଡ଼ିତ ଯେ କୌଣସି ସମସ୍ଯାର ସମାଧାନ କରନ୍ତୁ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ

2025 ମାର୍ଚ୍ଚର ଜ୍ୟୋତିଷୀୟ ତଥ୍ୟ ଓ ହିନ୍ଦୁ ପାଞ୍ଜିର ଗଣନା

ମାର୍ଚ୍ଚ 2025 ର ଆରମ୍ଭଶତଭିଶା ନକ୍ଷତ୍ର ରେ ଶୁକ୍ଳ ପକ୍ଷ ଦ୍ଵିତୀୟ ତିଥିରେ ହେବ। ମାର୍ଚ୍ଚ 2025 ମାସର ଶେଷ ଭରଣୀ ନକ୍ଷତ୍ରରେ ଶୁକ୍ଳ ପକ୍ଷର ତୃତୀୟା ତିଥିରେ ହେବ।

2025 ମାର୍ଚ୍ଚ ରେ ବ୍ରତ ଏବଂ ପର୍ବର ତିଥି

ତିଥି ଦିନ ଛୁଟି
13 ମାର୍ଚ୍ଚ ଗୁରୁବାର ହୋଲିକା ଦହନ
14 ମାର୍ଚ୍ଚ ଶୁକ୍ରବାର ହୋଲି
30 ମାର୍ଚ୍ଚ ରବିବାର ଚୈତ୍ର ନବରାତ୍ରି, ଉଗାଦି, ଗୁଡ଼ି ପଡ଼ୱା
31 ମାର୍ଚ୍ଚ ସୋମାବର ଚେଟୀ ଚଣ୍ଡ

ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ

2025 ମାର୍ଚ୍ଚରେ ପଡ଼ୁଥିବା ସାର୍ବଜନୀକ ଛୁଟିର ସୂଚୀ

ତାରିଖ ଛୁଟି ରାଜ୍ୟ
5 ମାର୍ଚ୍ଚ, ବୁଧବାର ପଞ୍ଚାୟତି ରାଜ ଦିବସ ଓଡ଼ିଶା
14 ମାର୍ଚ୍ଚ, ଶୁକ୍ରବାର ହୋଲି ରାଷ୍ଟ୍ରୀୟ ଛୁଟି (କର୍ଣାଟକ, କେରଳ, ଲକ୍ଷଦ୍ଵିପ, ମଣିପୁର , ପୁଡୁଚେରୀ, ତାମିଲନାଡୁ, ତେଲେଙ୍ଗନାଓ ପଶ୍ଚିମ ବଙ୍ଗାଳ ଇତ୍ୟାଦି ରାଜ୍ୟକ ଛାଡ଼ି)
14 ମାର୍ଚ୍ଚ, ଶୁକ୍ରବାର ୟାଓସାଙ୍ଗ ମଣିପୁର
14 ମାର୍ଚ୍ଚ, ଶୁକ୍ରବାର ଦୋଳ ଯାତ୍ରା ପଶ୍ଚିମ ବଙ୍ଗାଳ
15 ମାର୍ଚ୍ଚ, ଶନିବାର ୟାଓସାଙ୍ଗର ଦ୍ଵିତୀୟ ଦିନ ମଣିପୁର
22 ମାର୍ଚ୍ଚ, ଶନିବାର ବିହାର ଦିବସ ବିହାର
23 ମାର୍ଚ୍ଚ, ରବିବାର ସରଦାର ଭଗତ ସିଂହ ସହାଦତ ଦିବସ ହରିୟାଣା
28 ମାର୍ଚ୍ଚ, ଶୁକ୍ରବାର ଶବ-ଏ-କଦ୍ର ଜମ୍ମୁ-କାଶ୍ମୀର
28 ମାର୍ଚ୍ଚ, ଶୁକ୍ରବାର ଜମାତ-ଉଲ-ବିଦା ଜମ୍ମୁ-କାଶ୍ମୀର
30 ମାର୍ଚ୍ଚ, ରବିବାର ଉଗାଦି ଅରୁଣାଚଳ ପ୍ରଦେଶ, ଦମନ ଓ ଦିଉ। ଦାଦାର ଓ ନାଗାର ହବେଲି, ଗୁଜରାଟ, ଗୋଆ, ଜମ୍ମୁ କାଶ୍ମୀର , କର୍ଣାଟକ, ରାଜସ୍ଥାନ ଓ ତେଲେଙ୍ଗନା
30 ମାର୍ଚ୍ଚ, ରବିବାର ତେଲୁଗୁ ନବବର୍ଷ ତାମିଲନାଡୁ
30 ମାର୍ଚ୍ଚ, ରବିବାର ଗୁଡ଼ି ପଡ଼ୱା ମହାରାଷ୍ଟ୍ର
31 ମାର୍ଚ୍ଚ, ସୋମବାର କିମ୍ବା 01 ଅପ୍ରିଲ , 2025 (ଚନ୍ଦ୍ରଙ୍କ ଆଧାରରେ) ଇଦ-ଉଲ-ଫିତର ରାଷ୍ଟ୍ରୀୟ ଛୁଟି

2025 ମାର୍ଚ୍ଚରେ ପଡ଼ୁଥିବା ବ୍ଯାଙ୍କ ଛୁଟିର ସୂଚୀ

ତିଥି ଛୁଟି ରାଜ୍ୟ
05 ମାର୍ଚ୍ଚ ପଞ୍ଚାୟତି ରାଜ ଦିବସ ଓଡ଼ିଶା

07 ମାର୍ଚ୍ଚ

ଚାପଚର କୁଟ ମିଜୋରାମ
14 ମାର୍ଚ୍ଚ ହୋଲି ରାଷ୍ଟ୍ରୀୟ ଛୁଟି ଏହି ରାଜ୍ୟକୁ ଛାଡ଼ି - କର୍ଣାଟକ, କେରଳ , ମଣିପୁର , ଲକ୍ଷଦ୍ବୀପ, ପୁଡୁଚେରୀ, ତାମିଲନାଡୁ , ପଶ୍ଚିମ ବଙ୍ଗାଳ
14 ମାର୍ଚ୍ଚ ୟାଓସାଙ୍ଗ ମଣିପୁର
14 ମାର୍ଚ୍ଚ ଦୋଳ ଯାତ୍ରା ପଶ୍ଚିମ ବଙ୍ଗାଳ
15 ମାର୍ଚ୍ଚ ୟାଓସାଙ୍ଗର ଦ୍ଵିତୀୟ ଦିନ ମଣିପୁର
22 ମାର୍ଚ୍ଚ ବିହାର ଦିବସ ବିହାର
23 ମାର୍ଚ୍ଚ ସରଦାର ଭଗତ ସିଂହ ଶହାଦତ ଦିବସ ହରିୟଣା, ପଞ୍ଜାବ
28 ମାର୍ଚ ଶବ-ଏ-କଦ୍ର ଜମ୍ମୁ-କାଶ୍ମୀର
28 ମାର୍ଚ୍ଚ ଜମାତ-ଉଲ-ବିଦା ଜମ୍ମୁ-କାଶ୍ମୀର
30 ମାର୍ଚ୍ଚ ଉଗାଦି ଆନ୍ଧ୍ରା ପ୍ରଦେଶ, ଗୋଆ, ଗୁଜରାଟ, ଜମ୍ମୁ କାଶ୍ମୀର, କର୍ଣାଟକ, ରାଜସ୍ଥାନ, ଦମନ ଓ ଦିଉ, ଦାଦାର ଓ ନାଗାର ହବେଲି , ତେଲେଙ୍ଗାନା
30 ମାର୍ଚ୍ଚ ତାମିଲ ନବ ବର୍ଷ ତାମିଲନାଡୁ
30 ମାର୍ଚ୍ଚ ଗୁଡ଼ି ପଡ଼ୱା ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ
31 ମାର୍ଚ୍ଚ ଈଦ-ଉଲ-ଫିତର ରାଷ୍ଟ୍ରୀୟ ଛୁଟି

ମାର୍ଚ୍ଚ ବିବାହ ମୁହୂର୍ତ 2025

ଦିନାଙ୍କ ଏବଂ ଦିନ ତିଥି ମୁହୂର୍ତର ସମୟ

01 ମାର୍ଚ୍ଚ, ଶନିବାର

ଦ୍ଵିତୀୟା, ତୃତୀୟା ସକାଳ 11:22 ମିନିଟ ରୁ ପରବର୍ତ୍ତୀ ସକାଳ 07:51 ମିନିଟ ପର୍ଯ୍ୟନ୍ତ
02 ମାର୍ଚ୍ଚ, ରବିବାର ତୃତୀୟା, ଚତୁର୍ଥୀ ସକାଳ 06:51ମିନିଟ ରୁ 01:13 ମିନିଟ ପର୍ଯ୍ୟନ୍ତ
05 ମାର୍ଚ୍ଚ, ବୁଧବାର ସପ୍ତମି ରାତି 01:08 ମିନିଟ ରୁ ସକାଳ 06:47 ମିନିଟ ପର୍ଯ୍ୟନ୍ତ

06 ମାର୍ଚ୍ଚ, ଗୁରୁବାର

ସପ୍ତମି ସକାଳ 06:47 ମିନିଟ ରୁ ସକାଳ 10:50 ମିନିଟ ପର୍ଯ୍ୟନ୍ତ

06 ମାର୍ଚ୍ଚ , ଗୁରୁବାର

ଅଷ୍ଟମୀ ରାତି 10 ରୁ ସକାଳ 06:46 ମିନିଟ ପର୍ଯ୍ୟନ୍ତ
7 ମାର୍ଚ୍ଚ, ଶୁକ୍ରବାର ଅଷ୍ଟମୀ, ନବମୀ ସକାଳ 06:46 ରୁ ରାତି 11:31 ମିନିଟ ପର୍ଯ୍ୟନ୍ତ
12 ମାର୍ଚ୍ଚ, ବୁଧବାର ଚତୁର୍ଦଶୀ

ସକାଳ 08:42 ରୁ ସକାଳ 04:05 ପର୍ଯ୍ୟନ୍ତ

ଫ୍ରୀ ଅନଲାଇନ ଜନ୍ମ କୁଣ୍ଡଳୀ ସଫ୍ଟୱେୟାର୍ ରୁ ଜାଣନ୍ତୁ ନିଜର କୁଣ୍ଡଳୀର ସମ୍ପୂର୍ଣ ସୂଚନା

ମାର୍ଚ୍ଚରେ ପଡ଼ିବାକୁ ଥିବା ଗ୍ରହଣ ଓ ଗୋଚର

ବର୍ଷ 2025ର ପ୍ରଥମ ସୂର୍ଯ୍ୟ ଗ୍ରହଣ 29 ମାର୍ଚ୍ଚକୁ ଲାଗୁଛି। ବର୍ଷ 2025ର ପ୍ରଥମ ଚନ୍ଦ୍ର ଗ୍ରହଣ ଶୁକ୍ରବାର, 14 ମାର୍ଚ୍ଚ 2025କୁ ଲାଗିବ। ଏହି ପ୍ରକାର ମାର୍ଚ୍ଚ ମାସରେ ଦୁଇଟି ଗ୍ରହଣ ଲାଗୁଛି।

ମାର୍ଚ୍ଚ 2025 ରେ ଗ୍ରହଙ୍କର ଗୋଚର ବିଷୟରେ କହିଲେ, ଏହି ମାସରେ 02 ମାର୍ଚ୍ଚ ଦିନ ଶୁକ୍ର ମୀନ ରାଶିରେ ବକ୍ରୀ ହେବାକୁ ଯାଉଛନ୍ତି ଓ 14 ମାର୍ଚ୍ଚ ରେ ସୂର୍ଯ୍ୟ ମୀନ ରାଶିରେ ଗୋଚର କରିବେ। 15 ମାର୍ଚ୍ଚ ରେ ବୁଧ ମୀନ ରାଶିରେ ବକ୍ରୀ କରିବେ ଓ ଅସ୍ତ ହୋଇଯିବେ ଓ 18 ମାର୍ଚ୍ଚ ରେ ଶୁକ୍ର ମୀନ ରାଶିରେ ଅସ୍ତ ହେବେ ଏବଂ 28 ମାର୍ଚ୍ଚ ରେ ଶୁକ୍ର ମୀନ ରାଶିରେ ଉଦୟ ହେବେ। ଏହା ପରେ 29 ମାର୍ଚ୍ଚ ରେ ଶନି ମୀନ ରାଶିରେ ଗୋଚର କରିବେ ଓ 31 ମାର୍ଚ୍ଚ ରେ ବୁଧ ମୀନ ରାଶିରେ ଉଦୟ ହେବେ ଏବଂ 31 ମାର୍ଚ୍ଚ ରେ ଶନି ମୀନ ରାଶିରେ ଉଦୟ ହେବେ।

ସମସ୍ତ 12 ଟି ରାଶି ପାଇଁ ମାର୍ଚ୍ଚ ମାସର ରାଶିଫଳ 2025

ମେଷ ରାଶି

ମାର୍ଚ୍ଚ ମାସିକ ରାଶିଫଳ 2025 ଅନୁସାରେ ଏହି ମାସ ମେଷ ରାଶିର ଲୋକଙ୍କଊ ଭଲ ପରିଣାମ ଦେଇପାରେ। ଆପଣଙ୍କର ଆତ୍ମବିଶ୍ବାସରେ ବୃଦ୍ଧି ଦେଖିବାକୁ ମିଳିବ ଓ ଏହା ସାହାଜ୍ୟରେ ଆପଣ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରି ପାରିବେ। ଶନି ଦେବ ଆପଣଙ୍କୁ ଅନୁକୂଳ ପରିଣାମ ଦେବେ।

କ୍ୟାରୀଅର: ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ଉନ୍ନତି ପ୍ରାପ୍ତ ହେବ କିନ୍ତୁ ମଝିରେ ମଝିରେ କିଛି ସମସ୍ଯା ଆସିପାରେ। ବ୍ୟବସାୟୀଙ୍କୁ ଏହି ମାସରେ ସାବଧାନ ରହିବାକୁ ହେବ। ଏହି ସମୟରେ ଆପଣଙ୍କୁ କୌଣସି ପ୍ରକାର ରିସ୍କ ନେବା ଉଚିତ ନୁହେଁ।

ଶିକ୍ଷା: ମେଷ ରାଶିର ଛାତ୍ରମାନଙ୍କୁ ଏହି ମାସରେ ମିଶ୍ରିତ ଫଳାଫଳ ମିଳିବ ବୋଲି ଆଶା କରାଯାଉଛି। ଏହି ସମୟରେ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ମିଡିଆ ପଢ଼ୁଥିବା ଲୋକଙ୍କୁ କିଛି ସମସ୍ଯା ହୋଇପାରେ।

ପାରିବାରିକ ଜୀବନ: ଏହି ମାସରେ ଆପଣ ଆପଣଙ୍କ ପାରିବାରିକ ଜୀବନରେ ଅନୁକୂଳ ଫଳାଫଳ ପାଇପାରନ୍ତି। ପରିବାର ସଦସ୍ୟଙ୍କ ମଧ୍ୟରେ ଭାବପ୍ରବଣତା ବୃଦ୍ଧି ପାଇବ। ଆପଣଙ୍କ ଘରେ କିଛି ଶୁଭ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇପାରିବ।

ପ୍ରେମ ଓ ବୈବାହିକ ଜୀବନ: ଶନିଙ୍କ ପ୍ରଭାବରୁ ଆପଣ କିଛି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଆପଣ ନିଜର ପ୍ରେମ ସମ୍ପର୍କ ବିଷୟରେ ସତର୍କ ରହିବା ଉଚିତ। ପରସ୍ପରର ଆତ୍ମସମ୍ମାନକୁ ଆଘାତ ଦେବାରୁ ଦୂରେଇ ରୁହନ୍ତୁ।

ଆର୍ଥିକ ଜୀବନ: ଏହି ମାସରେ ଆପଣଙ୍କୁ ପରିଶ୍ରମ ଅନୁଯାୟୀ ଭଲ ପରିଣାମ ମିଳିପାରେ। ଖର୍ଚ୍ଚ ହେବ କିନ୍ତୁ ଆପଣ ପଇସା sଅଞ୍ଚେ କରିବାକୁ ସକ୍ଷମ ହେବେ।

ସ୍ବାସ୍ଥ୍ୟ: ଏହି ସମୟରେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ଯଦି ଆପଣ ଏହି ମାସରେ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି କୌଣସି ଅସାବଧାନତା ଅବଲମ୍ବନ କରନ୍ତି ନାହିଁ, ତେବେ ଆପଣ ଉତ୍କୃଷ୍ଟ ସ୍ୱାସ୍ଥ୍ୟ ଉପଭୋଗ କରିପାରିବେ।

ଉପାୟ: ମଥାରେ ନିୟମିତ ଭାବରେ କେସର ଟୀକା ଲଗାନ୍ତୁ।

ମେଷ ରାଶିଫଳ 2025

ବୃଷ ରାଶି

ଏହି ମାସରେ ବୃଷ ରାଶିର ଲୋକଙ୍କ ପାଇଁ ବହୁତ ପରିମାଣରେ ଅନୁକୂଳ ରହିବ। ଛୋଟ ଛୋଟ ସମସ୍ଯା ଆସିପାରେ।

କ୍ୟାରୀଅର: କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ନିଜର ପରିଶ୍ରମ ଅନୁଯାୟୀ ପରିଣାମ ପ୍ରାପ୍ତ ହେବ। ବ୍ୟବସାୟୀଙ୍କୁ ଏହି ସମୟରେ ଟିକେ ସାବଧାନ ରହିବାକୁ ପରାମର୍ଶ ଦିଆଯାଇଛି। ତାଙ୍କର ନିଷ୍ପତି ଭୁଲ ପ୍ରମାଣିତ ହୋଇପାରେ।

ଶିକ୍ଷା: ଛାତଙ୍କୁ ଏହି ମାସରେ ଅଧିକ ପରିଶ୍ରମ କରିବାକୁ ହେବ। ହୋଇପାରେ ଆପଣ ଯାହା କିଛି ପଢ଼ିଛନ୍ତି, ତାହାକୁ ଭୁଲି ଯାଇ ପାରନ୍ତି। ପରିଶ୍ରମୀ ବିଦ୍ୟାର୍ଥୀଙ୍କୁ ଭଲ ପରିଣାମ ମିଳିବ।

ପାରିବାରିକ ଜୀବନ: ଆପଣଙ୍କୁ ପାରିବାରିକ ମାମଲାରେ ସତର୍କ ରହିବା ଉଚିତ। ଅନ୍ୟମାନଙ୍କ ସହିତ ସଭ୍ୟ ଏବଂ ଭଦ୍ର ଭାବରେ କଥା ହୁଅନ୍ତୁ। ଆପଣଙ୍କ ପରିବାର ସଦସ୍ୟଙ୍କ ସହିତ ଯୁକ୍ତିତର୍କ ହୋଇପାରେ।

ପ୍ରେମ ଓ ବୈବାହିକ ଜୀବନ: ଆପଣ ଓ ଆପଣଙ୍କର ପାର୍ଟନର ମଧ୍ୟରେ ବିବାଦ ଓ ଭୁଲ ବୁଝମଣା ହେବାର ଆଶଙ୍କା ଅଛି। ଆପଣଙ୍କର କଥା କହିବାର ଢଙ୍ଗ ଯୋଗୁଁ ଆପଣଙ୍କର ବୈବାହିକ ଜୀବନରେ ସମସ୍ଯା ଆସିପାରେ।

ଆର୍ଥିକ ଜୀବନ: ଆପଣଙ୍କୁ ନିଜର ପରିଶ୍ରମ ଅନୁଯାୟୀ ଲାଭ ମିଳିବ। ଆପଣଙ୍କର ଏକ ରୁ ଧିକ ସ୍ରୋତରୁ ରୋଜାଗରା ହେବାର ସଙ୍କେତ ଅଛି।

ସ୍ବାସ୍ଥ୍ୟ: ଆପଣଙ୍କୁ ଛୋଟ ଛୋଟ ସ୍ବାସ୍ଥ୍ୟ ସମସ୍ଯା ହେବାର ଆଶଙ୍କା ଅଛି। ଆପଣ ଠିକରେ ଖାଇବା ପିଇବା କରି ଏହାକୁ ଦୂର କରି ପାରିବେ।

ଉପାୟ: ପ୍ରତ୍ଯେକ ଗୁରୁବାର ଦିନ ମନ୍ଦିରରେ କ୍ଷୀର ଓ ଚିନୀ ଦାନ କରନ୍ତୁ।

ବୃଷ ରାଶିଫଳ 2025

କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

ମିଥୁନ ରାଶି

ମିଥୁନ ରାଶିର ଲୋକଙ୍କୁ ଏହି ମାସରେ ମିଶ୍ରିତ ପରିଣାମ ମିଳିବାର ଆଶା ଅଛି। ଆପଣଙ୍କୁ ନିଜର କାର୍ଯ୍ୟକ୍ଷେତ୍ର ସହିତ ଜଡ଼ିତ ମାମଲାରେ ଭଲ ପରିଣାମ ମିଳିପାରେ। ସମୟ ଆପଣଙ୍କୁ କିଛି ସ୍ବାସ୍ଥ୍ୟ ସମସ୍ଯା ମଧ୍ୟ ଦେଇପାରେ।

କ୍ୟାରୀଅର: ଯେଉଁ ଲୋକ ବିଦେଶ ସମ୍ବନ୍ଧିତ କାମ କରୁଛନ୍ତି, ଫାଇନାନ୍ସ, ବ୍ଯାଙ୍କିଂ କିମ୍ବା ବାଣୀ ସମ୍ବନ୍ଧିତ କାମ କରିବା ଲୋକଙ୍କୁ ଭଲ ପରିଣାମ ମିଳିବ। ଏହି ମାସରେ ବ୍ୟବସାୟୀ ଭଲ ପ୍ରଦର୍ଶନ କରିବେ।

ଶିକ୍ଷା: ଛାତ୍ରମାନଙ୍କୁ ଭଲ ପ୍ରଦର୍ଶନ କରିବାର ସୁଯୋଗ ମିଳିବ। ପ୍ରାଥମିକ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନେ ପଢ଼ିବା ଅପେକ୍ଷା ଖେଳ ଖେଳିବା କିମ୍ବା କାହାଣୀ ପଢ଼ିବାରେ ଅଧିକ ଆଗ୍ରହୀ ହୋଇପାରନ୍ତି।

ପାରିବାରିକ ଜୀବନ: ପରିବାରର ସଦସ୍ୟ ପରସ୍ପରର ସହଯୋଗ କରୁଥୁବ ଦେଖାଯିବେ। ଆପଣଙ୍କର ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇପାରେ।

ପ୍ରେମ ଓ ବୈବାହିକ ଜୀବନ: ଯଦି ଆପଣଙ୍କର ପ୍ରେମୀ ଅଫିସ ରେ ଅଛନ୍ତି ତେବେ ଏହି କଥାର ଧ୍ୟାନ ରଖନ୍ତୁ ଯେ ଆପଣଙ୍କ ଯୋଗୁଁ ଅଫିସର କାମ ଯେପରି ବ୍ୟାଧିତ ନ ହୁଏ। ପୂର୍ବ ମାସ ତୁଳନାରେ ଏହି ମାସରେ ଦାମ୍ପତ୍ୟ ଜୀବନ ଭଲ ରହିପାରେ।

ଆର୍ଥିକ ଜୀବନ: ଅପାଣଙ୍କ ପାଇଁ ଭଲ ରୋଜଗାର ଓ ସଞ୍ଚୟର ଯୋଗ ଅଛି। ମାର୍ଚ୍ଚ 2025ରେ ଆପଣ ଆର୍ଥିକ ମାମଲାରେ ହାରାହାରି ପରିଣାମ ପ୍ରାପ୍ତ କରିପାରିବେ।

ସ୍ବାସ୍ଥ୍ୟ: ଏହି ମାସରେ ଆପଣଙ୍କୁ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାକୁ ପଡ଼ିବ। ପାଗ ପରିବର୍ତ୍ତନ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇପାରେ। ଯଦି ଆପଣ ସଠିକ୍ ଖାଦ୍ୟ ଖାଆନ୍ତି ଏବଂ ଜୀବନଶୈଳୀ ଗ୍ରହଣ କରନ୍ତି, ତେବେ ଆପଣ ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା ପାଇବେ।

ଉପାୟ: ନିୟମିତ ଭାବରେ ହନୁମାନ ଚାଲିସା ପାଠ କରନ୍ତୁ।

ମିଥୁନ ରାଶିଫଳ 2025

କର୍କଟ ରାଶି

ଏହି ମାସରେ କର୍କଟ ରାଶିର ଲୋକଙ୍କଊ ଅଧିକ ସଂଘର୍ଷ କରିବାକୁ ପଡ଼ିପାରେ। ଏହି ମାସରେ ମିଶ୍ରିତ ପରିଣାମ ମିଳିପାରେ।

କ୍ୟାରୀଅର: ଏହି ମାସରେ ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ କିଛି ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ। ବହୁତ ଦୌଡ଼ାଦୌଡ଼ି ମଧ୍ୟ ହେବ। ଆପଣ ଠିକ୍ ଦିଗରେ କଠିନ ପରିଶ୍ରମ କରିବା ଉଚିତ।

ଶିକ୍ଷା: ଘର ଠାରୁ ଦୂରରେ ରହିବ ପଢ଼ୁଥିବା ବିଦ୍ୟାର୍ଥୀ ଭଲ ପରିଣାମ ପ୍ରାପ୍ତ କରିପାରିବେ। ପ୍ରାଥମିକ ଶିକ୍ଷା ପ୍ରାପ୍ତ କରୁଥିବା ବିଦ୍ୟାର୍ଥୀ ଏହି ମାସରେ ପଢ଼ା ପ୍ରତି ଟିକେ ଅବହେଳା କରିବେ।

ପାରିବାରିକ ଜୀବନ: ଆପଣଙ୍କର ପରିବାରର ପରିବେଶ ଟିକେ ଖରାପ ରହିବ। ଆପଣଙ୍କର ପରିବାରର ସଦସ୍ୟ ଆପଣଙ୍କ ଉପରେ ଖୁସି ରହିବେ।

ପ୍ରେମ ଓ ବୈବାହିକ ଜୀବନ: ଏହି ସମୟ ମଧ୍ୟରେ, ଆପଣ ଏବଂ ଆପଣଙ୍କ ସାଥୀ ପରସ୍ପର ପାଇଁ ସମୟ ବାହାର କରିପାରିବେ ନାହିଁ। ଗୁରୁତ୍ୱପୂର୍ଣ୍ଣ କାମ କିମ୍ବା ବ୍ୟସ୍ତତା ହେତୁ, ସାକ୍ଷାତ କରିବାର ସୁଯୋଗ କମ୍ ମିଳିବ।

ଆର୍ଥିକ ଜୀବନ: ଯଦି ଆପଣ ପୂର୍ବରୁ କିଛି କାମ କରିଥିଲେ ଏବଂ ସେତେବେଳେ ଫଳାଫଳ ପାଇ ନଥିଲେ, ତେବେ ଆପଣ ଏହି ମାସରେ ସେହି ଫଳାଫଳ ପାଇପାରନ୍ତି। ନିବେଶରୁ ଲାଭ ଆଶା କରାଯାଇ ପାରିବ।

ସ୍ବାସ୍ଥ୍ୟ: ପାଗ ପରିବର୍ତ୍ତନ ଯୋଗୁଁ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଅତ୍ୟଧିକ ଥଣ୍ଡା କିମ୍ବା ଗରମ ଜିନିଷ ଖାଇବାରୁ ଦୂରେଇ ରୁହନ୍ତୁ।

ଉପାୟ: ନିୟମିତ ଭାବରେ ଗଣପତି ଅଥର୍ବଶୀର୍ଷ ପାଠ କରନ୍ତୁ।

କର୍କଟ ରାଶିଫଳ 2025

ସିଂହ ରାଶି

ଏହି ମାସରେ ଆପଣଙ୍କ ପାଇଁ କିଛି ପରିମାଣରେ ସଂଘର୍ଷ ଆଣିପାରେ। ଏହି ମାସରେ ମିଶ୍ରିତ ପରିଣାମ ମିଳିପାରେ କିନ୍ତୁ ଏହା ସତ୍ବେ ମଧ୍ୟ କିଛି ସମସ୍ଯା ଦେଖିବାକୁ ମିଳିପାରେ।

କ୍ୟାରୀଅର: ଏହି ମାସରେ ଆପଣଙ୍କୁ ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିପାରେ। ବ୍ୟବସାୟୀଙ୍କୁ ମଧ୍ୟ ରିସ୍କ ନେବାକୁ ପଡ଼ିବ।

ଶିକ୍ଷା: ପରିଶ୍ରମି ଛାତ୍ରଙ୍କୁ ଭଲ ପରିଣାମ ମିଳିବ। କଳା ଓ ସାହିତ୍ୟ ସହିତ ଜଡ଼ିତ ବିଷୟ ପଢ଼ୁଥିବା ଛାତ୍ରଙ୍କ ପାଇଁ ମଧ୍ୟ ଅନୁକୂଳ ସମୟ ହେବ।

ପାରିବାରିକ ଜୀବନ: ପରିବାର ସଦସ୍ୟଙ୍କ ମଧ୍ୟରେ ଝଗଡ଼ାର ସମ୍ଭାବନା ଅଛି। ଆପଣ ଆପଣଙ୍କ ପରିବାର ସଦସ୍ୟଙ୍କ ସହିତ ସମନ୍ୱୟ ବଜାୟ ରଖିବାକୁ ଚେଷ୍ଟା କରିବା ଉଚିତ।

ପ୍ରେମ ଓ ବୈବାହିକ ଜୀବନ: ବ୍ୟସ୍ତତା ହେତୁ, ଆପଣଙ୍କ ସାଥୀଙ୍କୁ ଭେଟିବାର ସୁଯୋଗ କମ୍ ମିଳିବ। ଏହି କାରଣରୁ ଆପଣଙ୍କ ସାଥୀ ଆପଣଙ୍କ ଉପରେ ରାଗିପାରନ୍ତି।

ଆର୍ଥିକ ଜୀବନ: ରୋଜଗାରରେ ହ୍ରାସ ହେବାର ଆଶଙ୍କା ଅଛି। ବ୍ୟବସାୟୀଙ୍କର ପଇସା ଅଟକି ଯାଇ ପାରେ। ଚାକିରିଆ ଲୋକ ଯିଏ ଛୋଟ ସଂସ୍ଥାରେ କାମ କରୁଛନ୍ତି ତାଙ୍କୁ ଦରମା ମିଳିବାରେ ଡେରି ହୋଇପାରେ।

ସ୍ବାସ୍ଥ୍ୟ: ଆପଣଙ୍କ ସ୍ୱାସ୍ଥ୍ୟରେ କିଛି ଉତ୍ଥାନ-ପତନ ଅନୁଭବ ହୋଇପାରେ। ଏହା ବ୍ୟତୀତ ଆପଣଙ୍କର ମୁଣ୍ଡବିନ୍ଧା, ଜ୍ୱର ଭଳି ଅଭିଯୋଗ ମଧ୍ୟ ରହିପାରେ।

ଉପାୟ: ଏହି ମାସରେ ଲୁଣ କମ ଖାଆନ୍ତୁ ଓ ରବିବାର ଦିନ ଲୁଣ ଜମା ଖାଆନ୍ତୁ ନାହିଁ।

ଆଜିର ଗୋଚର

ସିଂହ ରାଶିଫଳ 2025

ଆପଣଙ୍କର ଜାତଜରେ ମଧ୍ୟ ଅଛି ରାହ ଯୋଗ? ପାଆନ୍ତୁ ନିଜର ରାଜଯୋଗ ରିପୋର୍ଟ୍

କନ୍ୟା ରାଶି

ଏହି ମାସରେ କନ୍ୟା ରାଶିର ଲୋକଙ୍କୁ ମିଶ୍ରିତ ପରିଣାମ କିମ୍ବା ହାରାହାରି ପରିଣାମ ମିଳିପାରେ। ମାସର ପ୍ରଥମ ଭାଗ ଭଲ ରହିବ।

କ୍ୟାରୀଅର :ଏହି ସମୟରେ ଆପଣଙ୍କୁ ନିଜର କାର୍ଯ୍ୟକ୍ଷେତ୍ରରେ ରିସ୍କ ନ ନେବା ଉଚିତ ହେବ। ବ୍ୟବସାୟୀଙ୍କୁ ଏହି ମାସରେ କିଛି ଲାଭ ହେବ କିନ୍ତୁ ତାଙ୍କୁ କୌଣସି ବଡ଼ ରିସ୍କ ନ ନେବା ଉଚିତ।

ଶିକ୍ଷା: ପିତାମାତା ଦୟାକରି ଛାତ୍ରଛାତ୍ରୀମାନଙ୍କୁ ସାହାଯ୍ୟ କରନ୍ତୁ। ଯଦି ପିଲାଟି କିଛି ମନେ ରଖିବାରେ ଅସୁବିଧାର ସମ୍ମୁଖୀନ ହେଉଛି, ତେବେ ଆପଣ ତାକୁ ଏଥିରେ ସାହାଯ୍ୟ କରିପାରିବେ।

ପାରିବାରିକ ଜୀବନ: କେବେ କେବେପରିବାରର ସଦସ୍ୟଙ୍କ ଭୁଲ କଥା କିମ୍ବା ପାରସ୍ପରିକ ଭୁଲ ବୁଝାମଣା ଯୋଗୁଁ କିଛି ଅସୁବିଧା ହୋଇପାରେ, କିନ୍ତୁ କୌଣସି ବଡ଼ ସମସ୍ୟା ହେବାର ସମ୍ଭାବନା ନାହିଁ।

ପ୍ରେମ ଓ ବୈବାହିକ ଜୀବନ: ଯଦି ଆପଣ ନିଜର ପ୍ରେମ ସମ୍ବନ୍ଧକୁ ବୈବାହିକ ବନ୍ଧନରେ ବଦଳାଇବାକୁ ଭାବୁଛନ୍ତି ତେବେ, ଏହି ମାସରେ ଆପଣଙ୍କୁ ସଫଳତା ମିଳିପାରେ। ଦାମ୍ପତ୍ୟ ଜୀବନରେ ମଧ୍ୟ ସୁଖ ରହିବ।

ଆର୍ଥିକ ଜୀବନ: ଆପଣଙ୍କ ପାଇଁ ଏହି ମାସରେ ଧନ ଲାଭର ଯୋଗ ଅଛି। ଆପଣଙ୍କୁ ନିଜର ପରିଶ୍ରମର ଫଳ ମିଳିବ।

ସ୍ବାସ୍ଥ୍ୟ: ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ମାସ ଅଧିକ ଭଲ ରହିବ ନାହିଁ। ମୁଣ୍ଡବିନ୍ଧା ଜର କିମ୍ବା ଶ୍ବାସ ଇତ୍ୟାଦି ସହିତ ଜଡ଼ିତ ସମସ୍ଯା ଦେଖିବାକୁ ମିଳିବ।

ଉପାୟ: କଳା ଗାଈକୁ ଗହମର ରୁଟି ଖୁଆନ୍ତୁ।

କନ୍ୟା ରାଶିଫଳ 2025

କୁଣ୍ଡଳୀରେ ଥିବା ରାଜ ଯୋଗ ର ସମସ୍ତ ସୂଚନା ପାଆନ୍ତୁ

ତୁଳା ରାଶି

ଏହି ମାସରେ ତୁଳା ରାଶିର ଲୋକଙ୍କଊ ହାରାହାରି ପରିଣାମ ମିଳିପାରେ। ଅଧିକାଂଶ ଗ୍ରହ ଏହି ମାସରେ ଦୁର୍ବଳ କିମ୍ବା ହାରାହାରି ପରିଣାମ ଦେବେ।

କ୍ୟାରୀଅର :ଏହି ମାସରେ ବ୍ୟବସାୟୀମାନଙ୍କୁ ସତର୍କତାର ସହିତ କାମ କରିବାକୁ ପଡ଼ିବ। ଏହି ସମୟରେ କୌଣସି ନିବେଶ ନ କଲେ ଭଲ ହେବ। କାହାକୁ ଟଙ୍କା ଧାର ଦିଅନ୍ତୁ ନାହିଁ। ଚାକିରି କରିଥିବା ଲୋକଙ୍କର ପଦୋନ୍ନତି ହେବାର ସମ୍ଭାବନା ଅଛି।

ଶିକ୍ଷା: ବହୁତ ପରିଶ୍ରମ କରୁଥିବା ବିଦ୍ୟାର୍ଥୀଙ୍କୁ ଏହି ମାସରେ ଭଲ ପରିଣାମ ମିଳିପାରିବ। ଏହି ଅବଧିରେ ଯଦି ଆପଣଙ୍କର କୌଣସି ପରିକ୍ଷା ଅଛି ତେବେ ସେଥିରେ କୌଣସି ଶର୍ଟକଟ କିମ୍ବା କୌଣସି ବିଶେଷ ଫର୍ମୁଲା କାମ ଆସିବ ନାହିଁ।

ପାରିବାରିକ ଜୀବନ: ଆପଣଙ୍କର ଘର ପରିବାରରେ କୌଣସି ମାଙ୍ଗଳିକ କାମ ହୋଇପାରେ। ଆପଣଙ୍କର ପରିବାରରେ କୌଣସି ସଦସ୍ୟ ଧାର୍ମିକ ଯାତ୍ରାରେ ଯାଇପାରେ।

ପ୍ରେମ ଓ ବୈବାହିକ ଜୀବନ: ଆପଣ ଆପଣଙ୍କ ପ୍ରେମ ସମ୍ପର୍କରେ କିଛି ମନ୍ଥରତା ଲକ୍ଷ୍ୟ କରିପାରନ୍ତି। ଆପଣଙ୍କ ଏବଂ ଆପଣଙ୍କ ସାଥୀଙ୍କ ମଧ୍ୟରେ ମତଭେଦ ହେବାର ସମ୍ଭାବନା ମଧ୍ୟ ଅଛି।

ଆର୍ଥିକ ଜୀବନ: ବୃତ୍ତିଗତ ସ୍ତରରେ ଆପଣଙ୍କୁ କୌଣସି ବଡ଼ ସୁଯୋଗ ମିଳିବାର ଆଶା ନାହିଁ। ଅଟକି ରହିଥିବା ପଇସା ମିଳିପାରେ। ଏହା ବ୍ୟତୀତ ଆପଣଙ୍କର ରୋଜଗାର ମଧ୍ୟ ବଢ଼ିବ।

ସ୍ବାସ୍ଥ୍ୟ: ଏହି ସମ୍ପୂର୍ଣ ମାସରେ ଆପଣଙ୍କୁ ସ୍ବାସ୍ଥ୍ୟକୁ ନେଇ ସଚେତନ ରହିବାକୁ ହେବ। ଆପଣଙ୍କୁ ଜର କିମ୍ବା ଏସିଡିଟି ହୋଇପାରେ।

ଉପାୟ: ନିୟମିତ ଭାବରେ ଗଣପତି ଅଥର୍ବଶୀର୍ଷ ପାଠ କରନ୍ତୁ।

ତୁଳା ରାଶିଫଳ 2025

ବିଛା ରାଶି

ଏହି ମାସରେ ବିଛା ରାଶିର ଲୋକଙ୍କଊ ଅଧିକ ପରିଶ୍ରମ କରିବାକୁ ହେବ। ମାର୍ଚ୍ଚ 2025 ରେ ଆପଣଙ୍କୁ ମିଶ୍ରିତ ପରିଣାମ ମିଳିପାରେ।

କ୍ୟାରୀଅର: ଚାକିରି କରୁଥିବା ଲୋକଙ୍କୁ ସଜାଗ ହୋଇ କାମ କରିବା ଆବଶ୍ୟକ। ବ୍ୟବସାୟୀ ଏହି ଆମେରେ କୌଣସି ବଡ଼ ବିନିଯୋଗ କରନ୍ତୁ ନାହିଁ। ଚାକିରି କରିଥିବା ଲୋକଙ୍କଊ ଏହି ମାସରେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ।

ଶିକ୍ଷା: ଯେଉଁ ଛାତ୍ରମାନେ ଟିକିଏ ଅଧିକ ପରିଶ୍ରମ କରିବେ, ସେମାନେ ଏହି ମାସରେ ଭଲ ଫଳାଫଳ ପାଇପାରିବେ। ଛାତ୍ରଛାତ୍ରୀମାନେ ପ୍ରତିଦିନ ଅଧ୍ୟୟନ କଲେ ହିଁ ଉପକୃତ ହେବେ। ଗୋଟିଏ ଦିନରେ ସବୁ ପାଠପଢ଼ି ପରୀକ୍ଷାରେ ପାସ୍ କରିବାର ସ୍ୱପ୍ନ ଦେଖିବା ଉଚିତ୍ ନୁହେଁ।

ପାରିବାରିକ ଜୀବନ: ଯଦି ଆପଣଙ୍କର ପରିବାରର କୌଣସି ସଦସ୍ୟଙ୍କ ସହିତ ମତଭେଦ ଅଛି, ତେବେ ଏହି ମାସଟି ଏହାର ସମାଧାନ ପାଇଁ ବହୁତ ଅନୁକୂଳ ହେବ। ଏହି ମାସରେ ଭାଇ ଭଉଣୀମାନଙ୍କ ସହିତ ଆପଣଙ୍କର ସମ୍ପର୍କ ଅନୁକୂଳ ରହିବ।

ପ୍ରେମ ଓ ବୈବାହିକ ଜୀବନ: ଆପଣ ନିଜର ପାର୍ଟନର ପାଇଁ ସମୟ ବାହାର କରିବାକୁ ପ୍ରୟାସ କରିବେ। ମଝିରେ ମଝିରେ କଥାକୁ ନେଇ ସନ୍ଦେହ ଓ ଭୁଲ ବୁଝମାନ ମଧ୍ୟ ଦେଖିବାକୁ ମିଳିପାରେ।

ଆର୍ଥିକ ଜୀବନ: ଆପଣ ଯେପରି ପରିଶ୍ରମ କରିବେ, ଆପଣଙ୍କୁ ଲାଭ ମଧ୍ୟ ସେହି ସ୍ତରର ଲାଭ ମିଳିବ। ଆପଣ ପଇସା ସଞ୍ଚୟ କରିବାରେ ସକ୍ଷମ ହେବେ।

ସ୍ବାସ୍ଥ୍ୟ: ଆପଣ ମଳଦ୍ୱାର ସମ୍ବନ୍ଧୀୟ କୌଣସି ରୋଗରେ ଆଘାତ ପାଇପାରନ୍ତି କିମ୍ବା ପୀଡ଼ିତ ହୋଇପାରନ୍ତି। ଆପଣ ଅତ୍ୟଧିକ ତେଲିଆ ଖାଦ୍ୟ ଏବଂ ମସଲାଯୁକ୍ତ ଖାଦ୍ୟ ଇତ୍ୟାଦି ଖାଇବାରୁ ଦୂରେଇ ରହିବା ଉଚିତ।

ଉପାୟ: ଯଦି ସମ୍ଭବ ହୁଏ ତେବେ ପ୍ରତିଦିନ ନଚେତ ଅତି କମରେ ଗାଈକୁ ସବୁଜ ଚାରା ଖୁଆନ୍ତୁ।

ବିଛା ରାଶିଫଳ 2025

ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ

ଧନୁ ରାଶି

ଚନ୍ଦ୍ର ଆପଣଙ୍କର ଅଷ୍ଟମ ଘରର ସ୍ବାମୀ ଓ ବୃହସ୍ପତିଙ୍କ ଠାରୁ ଅଧିକ ଅନୁକୂଳତା ଆଶା ରଖିବା ଉଚିତ ନୁହେଁ। ଶନି ଆପଣଙ୍କର ପକ୍ଷରେ ପରିଣାମ ଦେବାକୁ ଚାହିଁବେ। ଏହି ମାସରେ କିଛି ମାମଲାରେ ଭଲ ଓ କିଛି ଦୁର୍ବଳ ପରିଣାମ ମିଳିପାରେ।

କ୍ୟାରୀଅର: ଆପଣ କିଛି ସମସ୍ଯା ପରେ ସଫଳତା ପ୍ରାପ୍ତ କରିବାକୁ ସକ୍ଷମ ହେବେ। ଆପଣଙ୍କୁ କାମ ମାମଲାରେ କୌଣସି ପ୍ରକାରର ଅବହେଳା କରନ୍ତୁ ନାହିଁ। ବ୍ୟବସାୟୀଙ୍କ ପାଇଁ ଏହି ମାସ ହାରାହାରି ରହିବ।

ଶିକ୍ଷା: କଠିନ ପରିଶ୍ରମ କରୁଥିବା ଛାତ୍ରମାନେ ଭଲ ଫଳାଫଳ ପାଇବାରେ ସଫଳ ହେବେ। ପ୍ରାଥମିକ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନେ ଅପେକ୍ଷାକୃତ ଅଧିକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।

ପାରିବାରିକ ଜୀବନ: ଯଦି ପରିବାରର ସଦସ୍ୟମାନେ ପ୍ରୟାସ କରନ୍ତି, ତେବେ ସେମାନଙ୍କ ସମ୍ପର୍କ ସୌହାର୍ଦ୍ଦ୍ୟପୂର୍ଣ୍ଣ ରହିପାରିବ। ପାରିବାରିକ କ୍ଷେତ୍ରରେ, ଫଳାଫଳ ମିଶ୍ରିତ ହୋଇପାରେ।

ପ୍ରେମ ଓ ବୈବାହିକ ଜୀବନ: ପ୍ରେମ ସମ୍ପର୍କରେ ଆପଣଙ୍କୁ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଆପଣଙ୍କର ପ୍ରେମ ଜୀବନରେ ଛୋଟ ଛୋଟ କଥାକୁ ବଡ଼ ସମସ୍ୟା ହେବାକୁ ଦିଅନ୍ତୁ ନାହିଁ।

ଆର୍ଥିକ ଜୀବନ: ଏହି ସମୟରେ ଆପଣ ଯାହା ବି କାମ କରନ୍ତୁ, ସମାନ ଫଳାଫଳ ପାଇବେ। ଚାକିରି କରୁଥିବା ବ୍ୟକ୍ତିମାନଙ୍କର ଦରମା ବୃଦ୍ଧି ହୋଇପାରେ।

ସ୍ବାସ୍ଥ୍ୟ: ଏହି ମାସରେ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାର ଆବଶ୍ୟକତା ଅଛି। ଆପଣ ଆଘାତ ପାଇବାର ଆଶଙ୍କା ଅଛି। ଆପଣ ଯୋଗ ଏବଂ ବ୍ୟାୟାମ କରିବା ଉଚିତ।

ଉପାୟ: ଅଭାବି ଓ ଭୋକିଲା ଲୋକଙ୍କଊ ନିଜର ସାମର୍ଥ୍ୟ ଅନୁସାରେ ଭୋଜନ କରାନ୍ତୁ।

ଧନୁ ରାଶିଫଳ 2025

ମକର ରାଶି

ବୁଧ ଗୋଚର ଏହି ମାସରେ ଟିକେ ଦୁର୍ବଳ ପ୍ରତୀତ ହୋଇପାରେ। ବୃହସ୍ପତିଙ୍କର ଗୋଚର ପଞ୍ଚମ୍ ଘରେ ହେବା ଯୋଗୁଁ ଅନୁକୂଳ ପରିଣାମ ଦେବ। ଏହି ମାସରେ ଗୁରୁଙ୍କର ନକ୍ଷତ୍ରରେ ହେବା ଯୋଗୁଁ କିଛି ମାମଲାରେ ଆପଣଙ୍କୁ ଅନୁକୂଳ ପରିଣାମ ମିଳିପାରେ।

କ୍ୟାରୀଅର: ଆପଣ ନିଜର କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ। ଆପଣଙ୍କର କାମରେ ଭଲ ସଫଳତା ମିଳିବ। ବ୍ୟବସାୟୀମାନେ ସାମାନ୍ୟ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।

ଶିକ୍ଷା: ଏହି ମାସରେ ଛାତ୍ରମାନେ ଅନୁକୂଳ ଫଳାଫଳ ପାଇବେ ବୋଲି ଆଶା କରାଯାଉଛି। ଯେଉଁମାନେ ଯେକୌଣସି ପ୍ରତିଯୋଗିତାମୂଳକ ପରୀକ୍ଷାରେ ଯୋଗ ଦେବାକୁ ଚାହୁଁଛନ୍ତି, ସେମାନଙ୍କର ପ୍ରଦର୍ଶନ ଏହି ମାସରେ ବହୁତ ଭଲ ହୋଇପାରେ।

ପାରିବାରିକ ଜୀବନ: ଆପଣଙ୍କ ଘରେ କିଛି ଶୁଭ ଘଟଣା ଘଟିପାରେ। ଯଦି ପରିବାର ସଦସ୍ୟଙ୍କ ମଧ୍ୟରେ କିଛି ମତଭେଦ ରହିଛି, ତେବେ ଏହି ମାସରେ ଏହାକୁ ସମାଧାନ କରିବାର ସୁଯୋଗ ମିଳିପାରେ।

ପ୍ରେମ ଓ ବୈବାହିକ ଜୀବନ: ଏହି ସମୟରେ, ଆପଣଙ୍କୁ ଆପଣଙ୍କ ପ୍ରେମିକ କିମ୍ବା ସାଥୀଙ୍କ ସହିତ ଭ୍ରମଣରେ ଯିବାର ସୁଯୋଗ ମିଳିପାରେ। ପ୍ରେମ ସମ୍ପର୍କ ଏବଂ ବୈବାହିକ ମାମଲାରେ ଆପଣଙ୍କୁ ଅନୁକୂଳ ଫଳାଫଳ ମିଳିବ।

ଆର୍ଥିକ ଜୀବନ: ଏହି ମାସରେ ଆପଣ ଅଧିକ ଟଙ୍କା ସଞ୍ଚୟ କରିପାରିବେ। ଭଲ ଆୟ ହେତୁ, ଆପଣ ଟଙ୍କା ସଞ୍ଚୟ କରିପାରିବେ।

ସ୍ବାସ୍ଥ୍ୟ: ମଙ୍ଗଳ ଆପଣଙ୍କର ଇମିଉନ ସିଷ୍ଟମକୁ ଦୃଢ଼ କରିବେ, ରୋଗ ପ୍ରତିରୋଧକ କ୍ଷମତା ଭଲ କରି ଆପଣ ସୁସ୍ଥ ରହିବାକୁ ସମର୍ଥ ହେବେ। ଆପଣ ସନ୍ତୁଳିତ ଆହାର ଖାଆନ୍ତୁ।

ଉପାୟ: ନିୟମିତ ଭାବରେ ଗଣପତି ଅଥର୍ବଶୀର୍ଷ ପାଠ କରନ୍ତୁ।

ମକର ରାଶିଫଳ 2025

କୁମ୍ଭ ରାଶି

ଏହି ମାସରେ ଆପଣଙ୍କ ପାଇଁ ବୃହସ୍ପତି ଓ ଶନିଙ୍କର ସ୍ଥିତି ଭଲ ନାହିଁ। ସୂର୍ଯ୍ୟ ଅନୁକୂଳ ପରିଣାମ ଦେବାକୁ ସମର୍ଥ ହେବେ ନାହିଁ। ରାହୁ ଓ କେଟଉଙ୍କ ଠାରୁ ଅନୁକୂଳତାର ଆଶା ରଖାଯାଇ ପାରିବ ନାହିଁ।

କ୍ୟାରୀଅର: ଯଦି ବ୍ୟବସାୟୀ ସଞ୍ଜମିତ ରହୁଛନ୍ତି ତେବେ ତାଙ୍କ ପାଇଁ ସଫଳତା ପାଇବା ସହଜ ହେବ। ସେହି ସମୟରେ, ଉତ୍ତେଜନା, କ୍ରୋଧ କିମ୍ବା କ୍ରୋଧରେ ନିଆଯାଇଥିବା ନିଷ୍ପତ୍ତି କ୍ଷତି ପହଞ୍ଚାଇପାରେ।

ଶିକ୍ଷା: କଳା ଓ ସାହିତ୍ୟର ବିଦ୍ୟାର୍ଥୀଙ୍କ ପାଇଁ ଏହି ସମୟ ଅନୁକୂଳ ରହିବ। ଲଗାତର ପରିଶ୍ରମ କରିଥିବା ବିଦ୍ୟାର୍ଥୀ ଡେରିରେ ହେଉ ପଛେ ଭଲ ପରିଣାମ ପାଇବେ।

ପାରିବାରିକ ଜୀବନ: ଏହି ମାସରେ ପାରିବାରିକ ପରିବେଶ ଟିକେ ଖରାପ ରହିପାରେ। ପରିବାର ସଦସ୍ୟଙ୍କ ମଧ୍ୟରେ ମତଭେଦ ହୋଇପାରେ।

ପ୍ରେମ ଓ ବୈବାହିକ ଜୀବନ: ଲଭ ପାର୍ଟନର ସହିତ କୌଣସଈ କଥାକୁ ନେଇ ଯୁକ୍ତି ହୋଇପାରେ। ଏହି ସମୟରେ ଆପଣଙ୍କୁ ନିଜର ପାର୍ଟନର ସହିତ କଥା ହେବା ବେଳେ ଅପଶବ୍ଦ ପ୍ରୟୋଗ ନ କରିବାକୁ ପରାମର୍ଶ ଦିଆଯାଇଛି।

ଆର୍ଥିକ ଜୀବନ: କଠିନ ପରିଶ୍ରମ ପରେ ଆପଣ ଆର୍ଥିକ ଜୀବନରେ ସନ୍ତୋଷପ୍ରଦ ପରିଣାମ ପ୍ରାପ୍ତ କରିବେ। ଆପଣଙ୍କର ପରିଶ୍ରମ ବ୍ୟର୍ଥ ହେବ ନାହିଁ।

ସ୍ବାସ୍ଥ୍ୟ: ସ୍ବାସ୍ଥ୍ୟରେ କିଛି ଉତ୍ଥାନ-ପତନ ଆସିପାରେ। ମୁଣ୍ଡବିନ୍ଧା, ଅକ୍ଷୟରେ ଜଳା-ପୋଡ଼ା, କିମ୍ବା କେବେ କେବେ ଜର ପରି ଲକ୍ଷଣ ଦେଖାଯାଇ ପାରେ।

ଉପାୟ: ନିୟମିତ ଭାବରେ ଗଣେଶ ଚାଲିସା ପାଠ କରନ୍ତୁ।

କୁମ୍ଭ ରାଶିଫଳ 2025

ମୀନ ରାଶି

ଏହି ମାସରେ ଶୁକ୍ର ଗ୍ରହ ମୀନ ରାଶିର ଲୋକଙ୍କୁ ଅନୁକୂଳ ପରିଣାମ ଦେବାକୁ ଚେଷ୍ଟା କରିବେ। ଶନି ଗ୍ରହଙ୍କ ଠାରୁ ଅନୁକୂଳତା ଆଶା କରାଯାଇ ପାରିବ ନାହିଁ। ଏହି ମାସରେ ଅଧିକାଂଶ ଗ୍ରହ ଦୁର୍ବଳ ସ୍ଥିତିରେ ରହିବେ।

କ୍ୟାରୀଅର: ଆପଣଙ୍କୁ କ୍ୟାରିଅର କ୍ଷେତ୍ରରେ ପରିଶ୍ରମ କରିବାକୁ ପଡ଼ିପାରେ। ବ୍ୟବସାୟ ସହିତ ଜଡ଼ିତ ଲୋକଙ୍କଊ ସାବଧାନ ରହିବାର ଆବଶ୍ୟକତା ଅଛି।

ଶିକ୍ଷା: ଏହି ମାସରେ ଛାତ୍ରଙ୍କର ଶିଖିବା କିମ୍ବା ମନେ ରଖିବାର କ୍ଷମତାରେ ବାଧା ଆସିପାରେ। ଉଚ୍ଚ ଶିକ୍ଷା ପ୍ରାପ୍ତ କରୁଥିବା ବିଦ୍ୟାର୍ଥୀଙ୍କୁ ଭଲ ପରିଣାମ ମିଳିପାରେ।

ପାରିବାରିକ ଜୀବନ: ପରିବାରର ସଦସ୍ୟଙ୍କ ମଧ୍ୟରେ ସାମଞ୍ଜସ୍ୟରେ ଅଭାବ ଦେଖିବାକୁ ମିଳିପାରେ। ପରିବାରରେ ଛୋଟ-ଛୋଟ କଥାକୁ ନେଇ ମତଭେଦ ହୋଇପାରେ।

ପ୍ରେମ ଓ ବୈବାହିକ ଜୀବନ: ଆପଣ ନିଜର ଲଭ ପାର୍ଟନର ସହିତ ଦେଖାକରି ଆରାମରେ କଥା ହୋଇପାରିବେ। ଦାମ୍ପତ୍ୟ ଜୀବନରେ ସମସ୍ଯା ଆସିବାର ସଙ୍କେତ ଅଛି।

ଆର୍ଥିକ ଜୀବନ: ରୋଜଗାର ମାର୍ଗ ଦୁର୍ବଳ ହୋଇପାରେ। ଆପଣଙ୍କୁ ନିଜର ପରିଶ୍ରମର ପରିଣାମ ମିଳିବ।

ସ୍ବାସ୍ଥ୍ୟ: ସ୍ବାସ୍ଥ୍ୟରେ ଛୋଟ-ମୋଟ ସମସ୍ଯା ଦେଖିବାକୁ ମିଳିପାରେ କିନ୍ତୁ କୌଣସି ବଡ଼ ସମସ୍ଯା ଆସିବ ନାହିଁ। ଯାନ ଇତ୍ୟାଦି ଚଳାଇବା ସମୟରେ ଆଘାତ ଲାଗିପାରେ।

ଉପାୟ: ବରଗଛ ଚେର ପାଖରେ ମିଠା କ୍ଷୀର ଚଢ଼ାନ୍ତୁ ଓ ସେଠାରୁ ଓଦା ମାଟି ନେଇ ନାଭିରେ ଲଗାନ୍ତୁ।

ମୀନ ରାଶିଫଳ 2025

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!

ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ

1. ମାର୍ଚ୍ଚରେ ହୋଲି କେବେ ପାଳନ ହେବ?

14 ମାର୍ଚ୍ଚ, 2025 ରେ ହୋଲି ପାଳନ ହେବ।

2. ମାର୍ଚ୍ଚ 2025ରେ ଗୁଡ଼ି ପଡ଼ୱା କେବେ?

30 ମାର୍ଚ୍ଚ 2025, ରବିବାର ଦିନ।

3. କ’ଣ ମାର୍ଚ୍ଚ 2025 ରେ ବିବାହ ପାଇଁ ଶୁଭ ମୂହୁର୍ତ୍ତ ଅଛି?

ହଁ, ମାର୍ଚ୍ଚରେ ବିବାହ ପାଇଁ ଶୁଭ ମୂହୁର୍ତ୍ତ ଅଛି।

Talk to Astrologer Chat with Astrologer