ସ୍ବାସ୍ଥ୍ୟ ରାଶିଫଳ 2025

Author: Monica Rajguru | Updated Wed, 27 Nov 2024 12:40 PM IST

ସ୍ବାସ୍ଥ୍ୟ ବ୍ୟକ୍ତିର ଜୀବନର ସବୁଠାରୁ ବଡ଼ ସମ୍ପଦ। ବ୍ୟକ୍ତିର ସ୍ବାସ୍ଥ୍ୟ ଠିକ ଥିଲେ ସେ ଜୀବନରେ କିଛି ବି ହାସଲ କରିବା ସହଜ ହୋଇଯାଏ। ଯଦି ସ୍ବାସ୍ଥ୍ୟ ଠିକ ରୁହେ ନାହିଁ ତେବେ ବ୍ୟକ୍ତିର କୌଣସି କାମରେ ମନ ଲାଗେ ନାହିଁ ଓ ଏହାର ନକରାତ୍ମକ ପ୍ରଭାବ ବ୍ୟକ୍ତିର ଜୀବନର ସମସ୍ତ କ୍ଷେତ୍ରରେ ଦେଖିବେକୁ ମିଳେ। ବର୍ଷ 2025 ଆପଣଙ୍କର ସ୍ବାସ୍ଥ୍ୟ ପାଇଁ କି ପ୍ରକାର ଖବର ଆଣିବ, ଏହି ବର୍ଷ କେଉଁ ରାଶିର ଲୋକଙ୍କର ସ୍ବାସ୍ଥ୍ୟ ଉତ୍ତମ ରହିବ ଓ କେଉଁ ଲୋକଙ୍କୁ ଏଠାରେ ଟିକେ ସମସ୍ଯା ହେବ ସେହି କଥା ଜାଣିବା ପାଇଁ ଆସନ୍ତୁ ପଢ଼ିବା ଆମର ସ୍ବାସ୍ଥ୍ୟ ରାଶିଫଳ 2025 ବିଶେଷ ଲେଖା ଓ ଜାଣିବା ମେଷ ରୁ ନେଇ ମୀନ ପର୍ଯ୍ୟନ୍ତ ଲୋକଙ୍କର ସ୍ବାସ୍ଥ୍ୟ କିପରି ରହିବ।


Read in English: Health Horoscope 2025

ଆଷ୍ଟ୍ରୋସେଜ ଦ୍ବାରା ପ୍ରସ୍ତୁତ କରାଯାଇଥିବା ସ୍ବାସ୍ଥ୍ୟ ରାଶିଫଳ 2025 ବୈଦିକ ଜ୍ଯୋତିଷ ଉପରେ ଆଧାରିତ ଯାହା ଆମର ବିଦ୍ବାନ ଏବଂ ଅନୁଭବି ଜ୍ଯୋତିଷଙ୍କ ଦ୍ବାରା ବର୍ଷ 2025 ରେ ହେବାକୁ ଥିବା ଗୋଚର, ଗ୍ରହ ନକ୍ଷତ୍ରଙ୍କର ଦଶା ଓ ସ୍ଥିତିକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି । ଏହି ରାଶିଫଳ ଲୋକଙ୍କୁ ନୂଆ ବର୍ଷର ଆନନ୍ଦ ନେବା ସହିତ ନିଜର ସ୍ବାସ୍ଥ୍ୟକୁ ଫିଟ ରଖି ସୁସ୍ଥ ଜୀବନ ପାଇଁ ପ୍ରେରିତ କରିବ।

ଭବିଷ୍ୟ ସହିତ ଜଡ଼ିତ ସମସ୍ଯାର ସମାଧାନ ମିଳିବ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ

ସ୍ବାସ୍ଥ୍ୟ ସହିତ ଜଡ଼ିତ ଜ୍ୟୋତିଷୀୟ ତଥ୍ୟ

ଜ୍ଯୋତିଷ ଶାସ୍ତ୍ର ଦୃଷ୍ଟିରୁ କହିଲେ ସମସ୍ତ ନବ ଗ୍ରହ ନିଜର ସ୍ଥିତି ଓ ସ୍ଵଭାବ ଅନୁସାରେ ଲୋକଙ୍କୁ ଭଲ ଓ ଖରାପ ଫଳ ପ୍ରଦାନ କରନ୍ତି। କୁହଯାଏ ଯେ ମାନବ ଶରୀର ପଞ୍ଚ ତତ୍ଵରେ ତିଆରି ଓ ଜ୍ଯୋତିଷଶାସ୍ତ୍ର ଅନୁସାରେ କହିଲେ,

हिंदी में पढ़ने के लिए: स्वास्थ्य राशिफल 2025

2025 ପାଇଁ ସ୍ବାସ୍ଥ୍ୟ ରାଶିଫଳ: 12ଟି ରାଶିର ଭବିଷ୍ୟଫଳ

ମେଷ ରାଶି

ମେଷ ରାଶି ଲୋକଙ୍କ ବିଷୟରେ କହିଲେ ବର୍ଷର ଆରମ୍ଭରୁ ନେଇ ମାର୍ଚ୍ଚ ପର୍ଯ୍ୟନ୍ତ ଶନି ଗ୍ରହ ଆପଣଙ୍କର ଲାଭ ଘରେ ରହିବେ ଯାହା ଏକ ଅନୁକୂଳ ସଙ୍କେତ ଅଟେ। ଦ୍ଵିତୀୟ ପଟେ ଶନିଙ୍କର ତୃତୀୟ ଦୃଷ୍ଟି ଜାତକର ପ୍ରଥମ ଘର ଉପରେ ରହିବ। ଆପଣଙ୍କୁ ନିଜର ସ୍ବାସ୍ଥ୍ୟ ବିଷୟରେ ଟିକେ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି। ମେଷ ରାଶିର ଲୋକଙ୍କୁ ବର୍ଷ 2025ରେ ସ୍ବାସ୍ଥ୍ୟ କ୍ଷେତ୍ରରେ ମିଶ୍ରିତ ପରିଣାମ ହାସଲ ହେବ। ଶନି ଯେବେ ଆପଣଙ୍କର ଦ୍ଵାଦଶ ଘରେ ଗୋଚର କରିବେ ତେବେ ଆପଣଙ୍କୁ ନିଜର ସ୍ୱାସ୍ଥ୍ୟର ଅଧିକ ଧ୍ୟାନ ରଖିବା ପାଇଁ ପଡ଼ିବ।

ପରାମର୍ଶ ଦିଅଯାଇଛି ଯେ ଯେତେ ହେଇ ପଡ଼ୁଛି ଚାପ ମୁକ୍ତ ରୁହନ୍ତୁ, ଭଲ ଭାବରେ ସୁଆନ୍ତୁ, ଦୌଡ଼ା ଦୌଡ଼ି କମ କରନ୍ତୁ, ନିଜର ଶରୀରକୁ ଆରମ ଦିଅନ୍ତୁ। ଏପରି କରି ଆପଣଙ୍କର ସ୍ବାସ୍ଥ୍ୟ 2025ରେ ଉତ୍ତମ ରହିବ।

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ମେଷ ରାଶିଫଳ 2025

ବୃଷ ରାଶି

ରାଶି ଚକ୍ରର ଦ୍ଵିତୀୟ ରାଶି ବିଷୟରେ କହିଲେ ମାର୍ଚ୍ଚ ପାରେ ଶନିଙ୍କର ଗୋଚର ଆପଣଙ୍କର ଲାଭ ଘରେ ହେବାକୁ ଯାଉଛି। ଏପରି ସ୍ଥିତିରେ ଆପଣଙ୍କର ଜୀବନରେ ଯାହା ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ଯା ଆସୁଛି ତାହା ଧୀରେ ଧୀରେ ଦୂର ହେବ। ବର୍ଷର ଆରମ୍ଭରୁ ଆପଣଙ୍କର ସ୍ବାସ୍ଥ୍ୟରେ କିଛି ପ୍ରତିକୂଳ ପରିଣାମ ମିଳିବାର ସଙ୍କେତ ଅଛି। ଏହି ରାଶିର ଯେଉଁ ଲୋକଙ୍କୁ ପୂର୍ବରୁ ହୃଦୟ କିମ୍ବା ଫୁସଫୁସ ସମ୍ବନ୍ଧିତ ସମସ୍ଯା ଅଛି ତାଙ୍କୁ ସାବଧାନ ରହିବା ପାଇଁ ପରାମର୍ଶ ଦିଅଯାଇଛି। ସ୍ବାସ୍ଥ୍ୟ ରାଶିଫଳ 2025 ଅନୁସାରେ ମଈ ପାରେ ଚତୁର୍ଥ ଘରେ କେଟଉଙ୍କର ପ୍ରଭାବ ଦେଖାଯିବ। ଏହି ସମୟରେ ସ୍ବାସ୍ଥ୍ୟ ଦୃଷ୍ଟିରୁ ଛୋଟ ଛୋଟ ସମସ୍ଯା ଆପଣଙ୍କର ଜୀବନରେ ଆସିବ। କୌଣସି ବଡ଼ ସମସ୍ଯା ହେବ ନାହିଁ ବୋଲି ନିଶ୍ଚିନ୍ତ ରୁହନ୍ତୁ।

ଆପଣଙ୍କୁ ପରାମର୍ଶ ଦିଅଯାଇଛି ଯେ ଏହି ବର୍ଷ ଅଧିକ ଯୋଗ ବ୍ୟାୟାମ କରନ୍ତୁ, ଶୁଦ୍ଧ ସାତ୍ୱିକ ଭୋଜନ ଖାଆନ୍ତୁ, ନିଜର ସ୍ବାସ୍ଥ୍ୟର ଧ୍ୟାନ ରଖନ୍ତୁ, ଉଚିତ ମାତ୍ରାରେ ଆରମ କରନ୍ତୁ। ଏପରି କରି ବର୍ଷ 2025ରେ ଆପଣଙ୍କର ସ୍ବାସ୍ଥ୍ୟ ଉତ୍ତମ ରହିବ।

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ବୃଷ ରାଶିଫଳ 2025

ମିଥୁନ ରାଶି

ରାଶି ଚକ୍ରର ତୃତୀୟ ରାଶି ମିଥୁନ ବିଷୟରେ କହିଲେ ଏହି ବର୍ଷ ବୃହସ୍ପତି ଗୋଚର ସ୍ବାସ୍ଥ୍ୟ ଦୃଷ୍ଟିରୁ ଅନୁକୂଳ ସଙ୍କେତ ଦେଉ ନାହିଁ। ବୃହସ୍ପତି ଗୋଚର ସମୟରେ ଆପଣଙ୍କର ପେଟ ଓ ଗୁପ୍ତ ଅଙ୍ଗ ସମ୍ବନ୍ଧିତ କୌଣସି ସମସ୍ଯା ହୋଇପାରେ। ଏହି ରାଶିର ଯେଉଁ ଲୋକଙ୍କୁ ଅଏହି ଦୁଇଟି ସମ୍ବନ୍ଧିତ କିଛି ସମସ୍ଯା ଅଛି ତେବେ ତାଙ୍କୁ ସାବଧାନ ରହିବାକୁ ପରାମର୍ଶ ଦିଅଯାଇଛି। ମଈ ପାରେ ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ଯା ଦୂର ହେବାକୁ ଲାଗିବ କିନ୍ତୁ ତଥାପି ଏହି ବର୍ସ ଆପଣଙ୍କୁ ନିଜର ସ୍ବାସ୍ଥ୍ୟର ଉତ୍ତମ ଲାଭ ଉଠାଇବା ପାଇଁ ଆପଣଙ୍କୁ ଯୋଗ ଧ୍ୟାନ କରିବା ପାଇଁ ପଡ଼ିବ, ନିଜର ଦିନଚର୍ଯ୍ୟା ସନ୍ତୁଳିତ କରିବା ପାଇଁ ପଡ଼ିବ। 2025 ସ୍ବାସ୍ଥ୍ୟ ରାଶିଫଳ ଅନୁସାରେ ଏହି ବର୍ଷ ମାର୍ଚ୍ଚ ପାରେ ମଧ୍ୟ ଆପଣଙ୍କୁ ସ୍ବାସ୍ଥ୍ୟ କ୍ଷେତ୍ରରେ ସତର୍କ ରହିବାକୁ ପଡ଼ିବ ଅନ୍ୟଥା ଛାତି ସମ୍ବନ୍ଧିତ କିଛି ସମସ୍ଯା ଆପଣଙ୍କୁ କଷ୍ଟ ଦେଇପାରେ। ଆରମ ବିଷୟରେ କହିଲେ କୌଣସି ନୂଆ ସମସ୍ଯା ଏହି ବର୍ଷ ଆପଣଙ୍କ ଜୀବନରେ ଆସିବ ନାହିଁ। କେବଳ ଏତିକି ପରାମର୍ଶ ଦିଅଯାଉଛି ଯେ ନିଜର ପୁରୁଣା ସମସ୍ଯାର ଧ୍ୟାନ ରଖନ୍ତୁ ଓ ନିଜର ଖାଇବା ପିଇବାର ବିଶେଷ ଯତ୍ନ ନିଅନ୍ତୁ।

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ମିଥୁନ ରାଶିଫଳ 2025

କର୍କଟ ରାଶି

ରାଶି ଚକ୍ରର ଚତୁର୍ଥ ରାଶି ବିଷୟରେ କହିଲେ ବର୍ଷର ଆରମ୍ଭରୁ ନେଇ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଶନିଙ୍କର ଗୋଚର ଆପଣଙ୍କର ଅଷ୍ଟମ ଘରେ ହେବ ଯାହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଅନୁକୂଳ ସଙ୍କେତ ଦେଉ ନାହିଁ। ଯଦି ଆପଣଙ୍କୁ ଅଣ୍ଟା, ଗୁପ୍ତଅଙ୍ଗ କିମ୍ବା ମୁହଁ ସମ୍ବନ୍ଧିତ କୌଣସି ସମସ୍ଯା ଅଛି ତେବେ ଆପଣଙ୍କୁ ତାହା ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ। ମାର୍ଚ୍ଚ ପରେ ସମସ୍ଯା ଧୀରେ ଧୀରେ ଦୂର ହେବାକୁ ଲାଗିବ । ମଈ ମାସରେ ଗୁରୁଙ୍କର ଗୋଚର ଆପଣଙ୍କର ଦ୍ଵାଦଶ ଘରେ ହେବା ଯାହା ଫଳରେ ଆପଣଙ୍କୁ ପେଟ ଓ ଅଣ୍ଟା ସମ୍ବନ୍ଧିତ କିଛି ସମସ୍ଯା ଚିନ୍ତାରେ ପକାଇପାରେ। ଏଥି ପ୍ରତି ସତର୍କ ରୁହନ୍ତୁ।

ବର୍ଷ 2025 ରେ ସ୍ବାସ୍ଥ୍ୟର ଉତ୍ତମ ଲାଭ ଉଠାଇବା ପାଇଁ ଆପଣଙ୍କୁ ଦରକାର ହେଲେ ତୁରନ୍ତ ଚିକିତ୍ସା କରାନ୍ତୁ, ନିଜର ଖାଇବା ପିଇବା ଉପରେ ଧ୍ୟାନ ଦିଅନ୍ତୁ, ନିଜର ସ୍ବାସ୍ଥ୍ୟର ଧ୍ୟାନ ରଖନ୍ତୁ, କୌଣସି ପ୍ରକାରର ବେପରୁଆ ହୁଅନ୍ତୁ ନାହିଁ। ଯଦି ଆପଣ ଏପରି କରିବେ ଓ ନିଜର ସ୍ବାସ୍ଥ୍ୟ ପ୍ରତି ସତର୍କ ରହିବେ ତେବେ ବର୍ଷ 2025ରେ ଆପଣଙ୍କର ସ୍ବାସ୍ଥ୍ୟ ଅନୁକୂଳ ରହିବ।

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: କର୍କଟ ରାଶିଫଳ 2025

ସିଂହ ରାଶି

ଏବେ ରାଶି ଚକ୍ରର ପଞ୍ଚମ ରାଶି ବିଷୟରେ କହିଲେ ଏହି ବର୍ଷ ଆପଣଙ୍କୁ ନିଜର ସ୍ବାସ୍ଥ୍ୟ ପ୍ରତି ଅଧିକ ସତର୍କ ରହିବାକୁ ପଡ଼ିବ ଓ ସାବଧାନ ରହିବା ପାଇଁ ପରାମର୍ଶ ଦିଅଯାଇଛି। ଏହି ବର୍ଷ ଆପଣଙ୍କର ଶରୀରରେ ଆଳସ୍ୟ ଭାବନା ବଢ଼ିବ। ଶରୀର ଦରଜ ଓ ଗଣ୍ଠି ଦରଜ ମଧ୍ୟ ଆପଣଙ୍କୁ ସମସ୍ଯା ଦେଇପାରେ। ମାର୍ଚ୍ଚ ପରେ ଶନିଙ୍କର ପ୍ରଭାବ ଧୀରେ ଧୀରେ ପ୍ରଥମ ଘରୁ ଦୂର ହେବାକୁ ଲାଗିବ ଓ ଏହି ସମୟରେ ଶନି ଆପଣଙ୍କର ଅଷ୍ଟମ ଘରକୁ ଯିବେ। ଏପରି ସ୍ଥିତିରେ ସ୍ବାସ୍ଥ୍ୟ ଉପରେ ଏହାର ନକରାତ୍ମକ ପ୍ରଭାବ ଦେଖିବାକୁ ମିଳିବ। ଶନି ଗୋଚର ସମୟରେ ଆପଣଙ୍କୁ ନିଜର ସ୍ବାସ୍ଥ୍ୟକୁ ନେଇ ଅଧିକ ସତର୍କ ରହିବା ପାଇଁ ପଡ଼ିବ। ମଈ ପରେ ରାହୁ କେଟଉଙ୍କର ପ୍ରଭାବ ଆପଣଙ୍କର ପ୍ରଥମ ଘର ଉପରେ ରହିବ। ସ୍ବାସ୍ଥ୍ୟ ରାଶିଫଳ 2025 ଅନୁସାରେ ଏହି ସମୟରେ ଆପଣଙ୍କର ପେଟ ସମ୍ବନ୍ଧିତ ସମସ୍ଯା, ମୁଣ୍ଡ ବିନ୍ଧା ଇତ୍ୟାଦି ହୋଇପାରେ।

ପରାମର୍ଶ ଦିଅଯାଇଛି ଯେ ନିଜର ଖାଇବା ପିଇବା କୁ ନେଇ ସତର୍କ ରୁହନ୍ତୁ। ଗ୍ଯାସ ବଦ୍ହଜମି ଇତ୍ୟାଦିର ଅଭିଯୋଗ ମଧ୍ୟ ଏହି ବର୍ଷ ରହିବ। ସେଥି ପ୍ରତି ସଚେତନ ରୁହନ୍ତୁ। ମଈ ମାସ ପରେ ସ୍ବାସ୍ଥ୍ୟ ସମସ୍ଯା ଧୀରେ ଧୀରେ ଦୂର ହେବାକୁ ଲାଗିବ। ସମୁଦାୟ ଦେଖିଲେ ସିଂହ ରାଶିର ଲୋକଙ୍କୁ ସ୍ବାସ୍ଥ୍ୟ କ୍ଷେତ୍ରରେ ବର୍ଷ 2025 ହାରାହାରି ରହିବାକୁ ଯାଉଛି।

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ସିଂହ ରାଶିଫଳ 2025

କନ୍ୟା ରାଶି

ରାଶି ଚକ୍ରର ଷଷ୍ଠ ରାଶି ବିଷୟରେ କହିଲେ କନ୍ୟା ରାଶି ଲୋକଙ୍କର ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ବର୍ଷ ଟିକେ ଦୁର୍ବଳ ରହିବ। ଜାନୁଆରୀରୁ ନେଇ ମଈ ମାସ ପର୍ଯ୍ୟନ୍ତ ରାହୁ କେତୁଙ୍କର ପ୍ରଭାବ ଆପଣଙ୍କର ପ୍ରଥମ ଘର ଉପରେ ରହିବ ଯାହା ଫଳରେ ସ୍ବାସ୍ଥ୍ୟ ଦୃଷ୍ଟିରୁ ଅନୁକୂଳ ନୁହେଁ। ମଈ ପରେ ଏହି ପ୍ରଭାବ ସମାପ୍ତ ହୋଇଯାଏ ଓ ଆପଣ ଆଗ ଅପେକ୍ଷା ନିଜର ସ୍ବାସ୍ଥ୍ୟର ଅଧିକ ଲାଭ ଉଠାଇବେ। ସ୍ବାସ୍ଥ୍ୟ ରାଶିଫଳ ଅନୁସାରେ ମାର୍ଚ୍ଚ ପରେ ଶନିଙ୍କର ଗୋଚର ସପ୍ତମ ଘରେ ହେବାକୁ ଯାଉଛି। ଏଠାରେ ମଧ୍ୟ ଆପଣଙ୍କୁ ସ୍ବାସ୍ଥ୍ୟ ସମ୍ବନ୍ଧିତ କିଛି ସମସ୍ଯା ହୋଇପାରେ। ପୂର୍ବ ବର୍ଷ କିମ୍ବା ଆଗରୁ ଯଦି ଆପଣଙ୍କୁ କୌଣସି ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ଯା ଥିଲା ତାହା ଦୂର ହେବ କିନ୍ତୁ କୌଣସି ସମସ୍ଯା ନ ହେଉ ସେଥିପାଇଁ ନିଜର ଖାଇବା ପିଇବା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ। ଯୋଗ ବ୍ୟାୟାମ କରନ୍ତୁ। ଯଦି ଆପଣଙ୍କୁ ଅଣ୍ଟା କିମ୍ବା ଅଣ୍ଟା ତଳେ କୌଣସି କଷ୍ଟ ଅନୁଭବ ହେଉଛି ତେବେ ବେପରୁଆ ନ ହୋଇ ଡକ୍ଟରଙ୍କର ପରାମର୍ଶ ନିଅନ୍ତୁ ଅନ୍ୟଥା ଚିନ୍ତା ବଢ଼ିଯାଇ ପାରେ।

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: କନ୍ୟା ରାଶିଫଳ 2025

ତୁଳା ରାଶି

ତୁଳା ରାଶି ବିଷୟରେ କହିଲେ ଜାନୁଆରୀରୁ ମଈ ମଧ୍ୟ ଭାଗ ପର୍ଯ୍ୟନ୍ତ ବୃହସ୍ପତିଙ୍କର ଗୋଚର ଅଷ୍ଟମ ଘରେ ହେବ ଯାହା ଦ୍ବାରା ଆପଣଙ୍କୁ ପେଟ, ଅଣ୍ଟା କିମ୍ବା କାନ୍ଧ ସମ୍ବନ୍ଧିତ କିଛି ସମସ୍ଯା ହେବାର ଆଶଙ୍କା ଅଛି। ଏହା ପରେ ଅର୍ଥାତ ମାର୍ଚ୍ଚ ମାସରେ ଶନିଙ୍କର ମଧ୍ୟ ଗୋଚର ହେବାକୁ ଯାଉଛି ଯାହା ଆପଣଙ୍କୁ ପେଟ ଓ ମୁହଁ ସମ୍ବନ୍ଧିତ କିଛି ସମସ୍ଯା ଦେବାର ସଙ୍କେତ ଅଛି। ମଈ ମଧ୍ୟ ଭାଗ ପରେ ଆପଣଙ୍କୁ ସ୍ବାସ୍ଥ୍ୟ ଦୃଷ୍ଟିରୁ ଅନୁକୂଳ ପରିଣାମ ପ୍ରାପ୍ତ ହେବ। ସରଳ ଶବ୍ଦରେ କହିଲେ ବର୍ଷର ପ୍ରଥମ ଭାଗରେ ଆପଣଙ୍କୁ ନିଜର ସ୍ବାସ୍ଥ୍ୟର ଅଧିକ ଧ୍ୟାନ ରଖିବାକୁ ହେବ ଓ ବର୍ଷ ଆଗକୁ ଯେପରି ବଢ଼ିବ ଆପଣଙ୍କର ସ୍ବାସ୍ଥ୍ୟରେ ସୁଧାର ଆସିବାକୁ ଲାଗିବ। ଛୋଟ କଚୋଟ ସମସ୍ଯା ନିଶ୍ଚିତ ରହିବ କିନ୍ତୁ କୌଣସି ବଡ଼ ସମସ୍ଯା ଦେଖା ଯାଉନାହିଁ। ବର୍ଷ 2025ରେ ନିଜର ସ୍ବାସ୍ଥ୍ୟର ଉତ୍ତମ ଲାଭ ଉଠାଇବା ପାଇଁ ଖାଇବା ପିଇବାର ଧ୍ୟାନ ରଖନ୍ତୁ ଓ କୌଣସି ସମସ୍ଯା ହେଲେ ଡକ୍ଟରଙ୍କର ପରାମର୍ଶ ନିଅନ୍ତୁ।

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ତୁଳା ରାଶିଫଳ 2025

ବିଛା ରାଶି

ବିଛା ରାଶି ଲୋକଙ୍କ ବିଷୟରେ କହିଲେ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଶନିଙ୍କର ଗୋଚର ଆପଣଙ୍କର ସ୍ବାସ୍ଥ୍ୟ ଦୃଷ୍ଟିରୁ ଅନୁକୂଳ ସଙ୍କେତ ଦେଉଛଇ। ଏହି ସମୟରେ ଛାତି ସମ୍ବନ୍ଧିତ କୌଣସି କଷ୍ଟ, ଅଣ୍ଟା କିମ୍ବା ମସ୍ତିଷ୍କ କିମ୍ବା ମୁଣ୍ଡ ବିନ୍ଧା ସମ୍ବନ୍ଧିତ ସମସ୍ଯା ଆପଣଙ୍କୁ କଷ୍ଟ ପକାଇପାରେ। ସ୍ବାସ୍ଥ୍ୟ ରାଶିଫଳ 2025 ଅନୁସାରେ ଏହି ରାଶିର ଯେଉଁ ଲୋକ ଏହି କ୍ଷେତ୍ରରେ ପ୍ରଥମରୁ ପୀଡ଼ିତ ତାଙ୍କୁ ଅଧିକ ସାବଧାନ ରହିବାକୁ ପରାମର୍ଶ ଦିଅଯାଉଛି। ମାର୍ଚ୍ଚ ପରେ ପୁରୁଣା ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ଯା ଦୂର କରିବା ଓ ନିଜର ସ୍ବାସ୍ଥ୍ୟକୁ ଉତ୍ତମ ରଖିବା ପାଇଁ ଅନୁକୂଳ ରହିବ। ମାର୍ଚ୍ଚ ପରେ ଶନିଙ୍କର ଗୋଚର ପେଟ ସମ୍ବନ୍ଧିତ କିଛି ସମସ୍ଯା ଆପଣଙ୍କ ଜୀବନରେ ଆଣିପାରେ।

ବର୍ଷ 2025 ପାଇଁ ପରାମର୍ଶ ଦିଅଯାଇଛି ଯେ ଏହି ରାଶିର ଯେଉଁ ଲୋକଙ୍କୁ ପେଟ, ଅଣ୍ଟା କିମ୍ବା ଛାତି ସମ୍ବନ୍ଧିତ ସମସ୍ଯା ଅଛି ସେ ନିଜର ବିଶେଷ ଧ୍ୟାନ ରଖନ୍ତୁ ଓ ଦରକାର ପଡ଼ିଲେ କିମ୍ବା କଷ୍ଟ ହେଲେ ଡକ୍ଟରଙ୍କର ପରାମର୍ଶ ନିଅନ୍ତୁ।

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ବିଛା ରାଶିଫଳ 2025

ଧନୁ ରାଶି

ଧନୁ ରାଶି ଲୋକଙ୍କ ବିଷୟରେ କହିଲେ ବର୍ଷର ଆରମ୍ଭରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ସମସ୍ଯା ସ୍ବାସ୍ଥ୍ୟ ପାଇଁ ଅନୁକୂଳ ରହିବ। ମାର୍ଚ୍ଚ ପରେ ଶନି ଗ୍ରହଙ୍କର ପ୍ରଭାବ ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇବ। ବିଶେଷକରି ସେହି ଲୋକଙ୍କୁ ଯାହାର ଆଗରୁ ଛାତି କିମ୍ବା ହୃଦୟ ସମ୍ବନ୍ଧିତ ସମସ୍ଯା ଅଛି। ଅପ୍ରିଲ ରୁ ମଈ ମାସ ମଧ୍ୟ ଭାଗ ପର୍ଯ୍ୟନ୍ତ ସ୍ବାସ୍ଥ୍ୟର ଅଧିକ ଯତ୍ନ ନିଅନ୍ତୁ। ସ୍ବାସ୍ଥ୍ୟ ରାଶିଫଳ ଅନୁସାରେ ବୃହସ୍ପତିଙ୍କର ଗୋଚର ମଈରେ ଆପଣଙ୍କର ସପ୍ତମ ଘରେ ହେବ ଓ ଏଠାରେ ବୃହସ୍ପତିଙ୍କର ଦୃଷ୍ଟି ପ୍ରଥମ ଘର ଉପରେ ରହିବ। ଏପରି ସ୍ଥିତିରେ ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ଯାରେ ହ୍ରାସ ଘଟିବ। ସମୁଦାୟ ଦେଖିଲେ ଏହି ବର୍ଷ ଆପଣଙ୍କୁ ମଝିରେ ମଝିରେ ସ୍ବାସ୍ଥ୍ୟ ସମ୍ବନ୍ଧିତ ସାମ୍ନା କରିବାକୁ ପଡ଼ିପାରେ।

ପରାମର୍ଶ କେବଳ ଏତିକି ଦିଅଯାଉଛି ଯେ ବର୍ଷ 2025ରେ ସ୍ବାସ୍ଥ୍ୟର ଉତ୍ତମ ଲାଭ ଉଠାଇବା ପାଇଁ ସଞ୍ଜମ ହୋଇ ଓ ବୁଝିଶୁଝି କାମ କରନ୍ତୁ ଓ ସ୍ବାସ୍ଥ୍ୟକୁ ପ୍ରାଥମିକତା ଦିଅନ୍ତୁ।

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ଧନୁ ରାଶିଫଳ 2025

ମକର ରାଶି

ମକର ରାଶି ଲୋକଙ୍କର ସ୍ବାସ୍ଥ୍ୟ ବିଷୟରେ କହିଲେ ବର୍ଷ 2025ରେ ଆପଣଙ୍କୁ ଭଲ ପରିଣାମ ପ୍ରାପ୍ତ ହେବ। ମାର୍ଚ୍ଚ ପରେ ଶନି ଗ୍ରହନରକ ପ୍ରଭାବ ଆପଣଙ୍କର ଦ୍ବିତୀୟ ଘରୁ ଦୂର ହେବ। ଏହି ସମୟ ସ୍ବାସ୍ଥ୍ୟ ପାଇଁ ଅନୁକୂଳ ରହିବ। ତଥାପି ନିଜର ସ୍ବାସ୍ଥ୍ୟ ସବୁବେଲେ ଭଲ ରଖିବା ପାଇଁ ନିଜର ଖାଇବା ପିଇବା ଉପରେ ଧ୍ୟାନ ଦିଅନ୍ତୁ କାରଣ ମଈ ମାସ ପରେ ଦ୍ଵିତୀୟ ଘର ଉପରେ ରାହୁ ଆପଣଙ୍କୁ ଖାଇବା ପିଇବାକୁ ନେଇ ଟିକେ ସଂଯମିତ କରି ପାରନ୍ତି। ବୃହସ୍ପତିଙ୍କର ଗୋଚର ସ୍ବାସ୍ଥ୍ୟ ପାଇଁ ଅନୁକୂଳ ସଙ୍କେତ ଦେଉଛଇ ଯେ ଏହି ସମ୍ପୂର୍ଣ ବର୍ଷ ଆପଣଙ୍କୁ ଛୋଟ ଛୋଟ ସମସ୍ଯା ହେବ ଯାହାକୁ ଦୂର କରିବା ପାଇଁ ଆପଣ ଖାଇବା ପିଇବା ଠିକ ରଖନ୍ତୁ, ନିଜର ଜୀବନଶୈଳୀ ଠିକ କରନ୍ତୁ। ବର୍ଷ 2025ରେ କୌଣସି ଗମ୍ଭୀର ସମସ୍ଯା ଜୀବନରେ ଆସିବ ନାହିଁ।

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ମକର ରାଶିଫଳ 2025

କୁମ୍ଭ ରାଶି

କୁମ୍ଭ ରାଶି ବିଷୟରେ କହିଲେ ଏହି ରାଶିର ଲୋକଙ୍କର ସ୍ବାସ୍ଥ୍ୟ ରାଶିଫଳ 2025 ଅନୁସାରେ ଜାନୁଆରୀରୁ ନେଇ ମାର୍ଚ୍ଚ ପର୍ଯ୍ୟନ୍ତ ଲଗ୍ନର ସ୍ବାମୀ ଶନି ନିଜର ରାଶିରେ ରହିବେ ଯାହା ଦ୍ବାରା ଆପଣଙ୍କୁ କୌଣସି ବଡ଼ କ୍ଷତି ହେବ ନାହିଁ। ଅର୍ଥାତ କୌଣସି ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ଯା ଆସିବ ନାହିଁ। ମଈ ପରର ସମୟ ରାହୁଙ୍କର ଗୋଚରର ହେବ ଓ ଏହା ମଧ୍ୟ ସ୍ବାସ୍ଥ୍ୟ ପାଇଁ ଅନୁକୂଳ ସଙ୍କେତ ଦେଉ ନାହିଁ। ଏହି ସମୟରେ ଆପଣଙ୍କୁ ପେଟ ସମ୍ବନ୍ଧିତ କିମ୍ବା ମନ ମସ୍ତିଷ୍କ ସମ୍ବନ୍ଧିତ କିଛି ସମସ୍ଯା ହୋଇପାରେ। ମଈ ମାସର ମଧ୍ୟ ଭାଗରୁ ନେଇ ବର୍ଷର ବାକି ସମୟ ଗୁରୁ ଗୋଚର ଆପଣଙ୍କର ପଞ୍ଚମ ଘରେ ହେବ ଯାହା ଦ୍ବାରା ଆପଣଙ୍କର ସ୍ବାସ୍ଥ୍ୟର ରକ୍ଷା ହେବ। ସରଳ ଶବ୍ଦରେ କହିଲେ ଏହି ବର୍ଷ ଆପଣଙ୍କୁ ଅଳ୍ପ ବହୁତ ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ଯା ହେବାର ଆଶଙ୍କା ଅଛି ଯାହା ଦ୍ବାରା ମନ ମସ୍ତିଷ୍କ ପ୍ରଭାବିତ ହେବ। ମଈ ମାସ ପରେ ସ୍ବାସ୍ଥ୍ୟ ସମସ୍ଯାରୁ ଆରମ ମିଳିବ। ଏପରି କହିବା ଭୁଲ ହେବ ନାହିଁ ଯେ ବର୍ଷର ଦ୍ଵିତୀୟ ଭାଗ ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କ ପାଇଁ ଅଧିକ ଅନୁକୂଳ ରହିବ।

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: କୁମ୍ଭ ରାଶିଫଳ 2025

ମୀନ ରାଶି

ଶେଷରେ ମୀନ ରାଶି ବିଷୟରେ କହିଲେ ଏହି ଲୋକଙ୍କର ସ୍ବାସ୍ଥ୍ୟ 2025 ସ୍ବାସ୍ଥ୍ୟ ରାଶିଫଳ ଅନୁଯାଇ ଏହି ବର୍ଷ ଟିକେ ଦୁର୍ବଳ ରହିବ। ଜାନୁଆରୀରୁ ନେଇ ମଈ ମାସ ପର୍ଯ୍ୟନ୍ତ ରାହୁଙ୍କର ଗୋଚର ଆପଣଙ୍କର ପ୍ରଥମ ଘରେ ପ୍ରଭାବ ପକାଇବ ଯାହା ଆପଣଙ୍କର ସ୍ବାସ୍ଥ୍ୟ ପାଇଁ ନକରାତ୍ମକ ସଙ୍କେତ ଦେଉଛି। ବିଶେଷ କରି ମୀନ ରାଶିର ସେହି ଲୋକଙ୍କ ପାଇଁ ଯାହା ଗ୍ଯାସ ଇତ୍ୟାଦି ସମସ୍ଯା ପ୍ରଥମରୁ ଅଛି। ମାର୍ଚ୍ଚ ପରେ ଶନିଙ୍କର ଗୋଚର ଆପଣଙ୍କର ପ୍ରଥମ ଘରେ ହେବ ଓ ଶନି ସମ୍ପୂର୍ଣ ବର୍ଷ ଏଠାରେ ରହିବେ ଯାହା ମଝିରେ ମଝିରେ ଆପଣଙ୍କର ସ୍ବାସ୍ଥ୍ୟ ଦୁର୍ବଳ କରିବେ। 2025 ସ୍ବାସ୍ଥ୍ୟ ରାଶିଫଳ ଅନୁସାରେ ଆପଣଙ୍କୁ ନିଜର ଖାଇବା ପିଇବାର ବିଶେଷ ଧ୍ୟାନ ରଖିବାକୁ ହେବ, ସ୍ଵଭାବ ସୁଧାରିବାକୁ ହେବ ଓ ନିଜର ଫିଟନେସ ଉପରେ ଧ୍ୟାନ ଦେବାକୁ ହେବ। ଏହି ବର୍ଷ ଆପଣଙ୍କୁ କାନ୍ଧ ସମ୍ବନ୍ଧିତ କିଛି ସମସ୍ଯା ହୋଇପାରେ। ଏପରି ସ୍ଥିତିରେ ଧ୍ୟାନ ଯୋଗ ଇତ୍ୟାଦିର ସାହାଜ୍ୟ ନେଇ ନିଜର ସ୍ବାସ୍ଥ୍ୟକୁ ଉତ୍ତମ କରି ପାରିବେ।

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ମୀନ ରାଶିଫଳ 2025

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ ଯେ ଆପଣଙ୍କୁ ଆମର ଏହି ଲେଖା ନିଶ୍ଚିତ ପସନ୍ଦ ଆସିଥିବା। ଯଦି ଏପରି ହୋଇଥାଏ ତେବେ ଆପଣ ଏହାକୁ ନିଜର ଶୁଭଚିନ୍ତକମାନଙ୍କ ସହିତ ନିଶ୍ଚିତ ଶେୟାର କରନ୍ତୁ। ଧନ୍ୟବାଦ!

ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ

2025 ରେ କେଉଁ ରାଶି ଭାଗ୍ୟଶାଳୀ ରହିବ?

ସ୍ବାସ୍ଥ୍ୟ ଦୃଷ୍ଟିରୁ ମକର ରାଶିର ଲୋକଙ୍କୁ ଏହି ବର୍ଷ ଅନୁକୂଳ ପରିଣାମ ମିଳିବ ଓ ଆପଣଙ୍କର ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଏହି ବର୍ଷ ଅନୁକୂଳ ରହିବ।

କନ୍ୟା ରାଶିର ସ୍ବାସ୍ଥ୍ୟ 2025 ରେ କିପରି ରହିବ?

2025 ରେ କନ୍ୟା ରାଶିର ଲୋକଙ୍କୁ ମିଶ୍ରିତ ପରିଣାମ ପ୍ରାପ୍ତ ହେବ। ଏହି ବର୍ଷ ଆପଣଙ୍କୁ ନିଜର ପୂର୍ବରୁ ଥିବା ରୋଗରୁ ଆରମ ମିଳିବ।

କୁମ୍ଭ ରାଶିର ଲୋକଙ୍କୁ କେଉଁ ରୋଗ ହୋଇଥାଏ?

କୁମ୍ଭ ରାଶିର ଲୋକଙ୍କୁ ଅଧିକାଂଶ ସମୟ ମୋଡ଼ି ମକଚି ହେବା, ପେଟ ଦରଜ, ରକ୍ତର ଅଭାବ, କୁଣ୍ଡିଆ, ହୃଦୟ ରୋଗ, ଚନ୍ଦାପଣ ଇତ୍ୟାଦି ସମସ୍ଯା ହୋଇଥାଏ।

2025 ରେ ମୀନ ରାଶିର ସ୍ବାସ୍ଥ୍ୟ କିପରି ରହିବ?

2025 ସ୍ବାସ୍ଥ୍ୟ ରାଶିଫଳ ଅନୁସାରେ ଏହି ବର୍ଷ ମୀନ ରାଶିର ଲୋକଙ୍କ ପାଇଁ ସ୍ବାସ୍ଥ୍ୟ ଦୃଷ୍ଟିରୁ ଟିକେ ଦୁର୍ବଳ ରହିବ।

Talk to Astrologer Chat with Astrologer