Personalized
Horoscope
  • Talk To Astrologers
  • Talk To Astrologers
  • Talk To Astrologers
  • Brihat Horoscope
  • Personalized Horoscope 2024
  • Live Astrologers

Oriya Rashifal 2012 - Oriya Horoscope 2012 - Horoscope 2012 in Oriya


Select Your Zodiac Sign:
ମେଷ ବୃଷ ମିଥୁନି କର୍କଟ
ସିଂହ କନ୍ୟା ତୁଳା ବିଛା
ଧନୁ ମକର କୁମ୍ଭ ମୀନ

ମେଷ (ଚୁ, ଚେ, ଚୋ, ଲା, ଲୁ, ଲେ, ଲୋ, ଅ)

ଜାନୁଆରୀ- ନୂତନ ବର୍ଷରେ କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ । ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ନିଜର ଖାଦ୍ୟପେୟ ଅଭ୍ୟାସକୁ ନିୟନ୍ତ୍ରଣ କରନ୍ତୁ । ମନେ ରଖନ୍ତୁ ବନ୍ଧୁଙ୍କ ବିନା ସଫଳତା ହାସଲ କରିବା ସହଜ ନୁହେଁ, ଏଥିପାଇଁ ସେମାନଙ୍କ ସହ ଭଲ ସମ୍ପର୍କ ରଖନ୍ତୁ । ଭଗବାନଙ୍କ ପୂଜା କରନ୍ତୁ ଏହା ଫଳରେ ଆପଣଙ୍କ ମନ ଶାନ୍ତ ରହିବ ଏବଂ ଅସୁବିଧାରୁ ଆପଣ ରକ୍ଷା ପାଇବେ ।

ଫେବୃଆରୀ- ଏହି ମାସରେ ଆପଣଙ୍କୁ ସତର୍କ ରହିବାକୁ ପଡିବ । ଶତ୍ରୁ ଆପଣଙ୍କର କ୍ଷତି କରିବାରେ ସଫଳ ହୋଇପାରେ । ପତ୍ନୀ ସହ କଳହ ଲାଗିପାରେ । ଆର୍ଥିକ ଭାବେ ଏହି ମାସ ଆପଣଙ୍କ ଲାଗି ଲାଭଦାୟକ ନୁହେଁ- ବିଶେଷ କରି ମାସର ଶେଷ ସମୟରେ । ଭଗବାନଙ୍କ କୃପାରୁ କୌଣସି ବ୍ୟକ୍ତି ଦ୍ବାରା ଆପଣଙ୍କ ଜୀବନକୁ ନୂତନ ଦିଗ ମିଳିବାର ସମ୍ଭାବନା ଅଧିକ ରହିଛି । ବନ୍ଧୁ ଓ ଭାଇମାନେ ସହଯୋଗ କରିବେ ।

ମାର୍ଚ୍ଚ- ଆପଣଙ୍କର ନୂତନ ଘର ତିଆରି ହୋଇପାରେ । ବ୍ୟବସାୟରେ ସଫଳତା ସାମାନ୍ୟ ରହିବ । ରାଜନୈତିକ ମାମଲାରେ ଆପଣଙ୍କ ଗୁରୁତ୍ବ ବୃଦ୍ଧି ପାଇବ । ଆପଣଙ୍କ ବିରୋଧୀ ସମ୍ପୁର୍ଣ୍ଣ ଭାବରେ ପରାସ୍ତ ହେବେ । ବିନା କାରଣରେ ଆଇନ ମାମଲାରେ ପସନ୍ତୁ ନାହିଁ । କେତେକ ବିଶେଷ ବ୍ୟବସାୟରେ ଲାଭ ହେବାର ସମ୍ଭାବନା ରହିଛି ।

ଏପ୍ରିଲ- ଆପଣଙ୍କ ଭାଗ୍ୟ ବହୁତ ଭଲ ରହିଛି । ନୂତନ ଗାଡି କିଣିପାରନ୍ତି । ପ୍ରେମ କରିବା ଲାଗି ମାସଟି ଶୁଭଦାୟକ । କୌଣସି ପୁରୁଣା ବନ୍ଧୁଙ୍କ ସହ ହଠାତ଼୍ଙ ଦେଖା ସାକ୍ଷାତ ହୋଇପାରେ । ଏହି ସାକ୍ଷାତକାର ଲାଭଦାୟକ । ବହୁତ ପୁରୁଣା ରୋଗରୁ ମୁକ୍ତି ମିଳିବାର ସମ୍ଭାବନା ରହିଛି । କାହାକୁ ଅର୍ଥ ଧାର ଦିଅନ୍ତୁ ନାହିଁ । ନଚେତ ସେହି ଅର୍ଥକୁ ଫେରି ପାଇବା ଲାଗି ଆପଣଙ୍କୁ ବହୁ କଷ୍ଟ କରିବାକୁ ପଡିବ ।

ମେ- ଏହି ମାସରେ ଆପଣଙ୍କ ଅବସ୍ଥା ଭଲ ରହିବ ନାହିଁ । ନିର୍ଦ୍ଧ।ରିତ କାର୍ଯ୍ୟକ୍ରମ ଅନୁସାରେ କାମ କରନ୍ତୁ । ପାରିବାରିକ କଷ୍ଟ କାରଣରୁ ଅସୁବିଧାରେ ପଡି ପାରନ୍ତି, ବିଶେଷ କରି ମହିଳାମାନେ । ପ୍ରତିଦିନ ନିଜ ଧାର୍ମିକସ୍ଥଳକୁ ଯାଇ ପ୍ରାର୍ଥନା କରନ୍ତୁ । ମାସର ଶେଷ ଆଡକୁ ଭଲ ସମୟ ଆରମ୍ଭ ହୋଇଯିବ ।

ଜୁନ- ଆପଣଙ୍କର ଖରାପ ସମୟ ସରିଯାଇଛି । ପୁରୁଣା କାର୍ଯ୍ୟରୁ ଲାଭ ମିଳିବା ଆରମ୍ଭ ହେବ । ଆପଣ ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି । ବନ୍ଧୁମାନେ ଆପଣଙ୍କ ସହଯୋଗୀ ସା।ବ୍ୟସ୍ତ ହେବେ । କିନ୍ତୁ କାହାକୁ ଆଖିବନ୍ଦ କରି ବିଶ୍ବାସ କରନ୍ତୁ ନାହିଁ ନଚେତ଼୍ଙ ପରେ ଆପଣ ହଇରାଣରେ ପଡିବେ । ପରିବାରରେ ଛୋଟ-ମୋଟ ଅସୁବିଧା ଦେଖା ଦେବ । ଆର୍ଥିକ ଭାବେ ଆପଣ ସୁଦୃଢ ରହିବେ ।

ଜୁଲାଇ- ଉତ୍ସବ ପାଳନ କରିବାକୁ ପ୍ରସ୍ତୁତ ହୁଅନ୍ତୁ, ଦୀର୍ଘ ଦିନ ଧରି ପଡି ରହିଥାବା କାମ ପୁରା ହେବ । ଚାକିରୀ କ୍ଷେତ୍ରରେ ପଦୋନ୍ନତୀ ମିଳିବାର ସମ୍ଭାବନା ବହୁତ ରହିଛି । ଶଶୁରଘର ସହ ଭଲ ସମ୍ପର୍କ ରଖନ୍ତୁ । ବ୍ୟବସାୟ କ୍ଷେତ୍ରରେ ବହୁତ ଲାଭ ହେବ । ସମସ୍ତେ ଆପଣଙ୍କ କାର୍ଯ୍ୟର ପ୍ରଶଂସା କରିବେ ଓ ମାନ ସମ୍ମାନ ବୃଦ୍ଧି ପାଇବ । ଗୃହସ୍ଥ ଜୀବନ ଠିକ଼୍ଙ ଠାକ଼୍ଙ ରହିବ । ଛାତ୍ରମାନଙ୍କ ଫଳାଫଳା ଆଶାନୁରୂପ ରହିବ ।

ଅଗଷ୍ଟ- ଘରକୁ ନୂତନ ଅତିଥି ଆସିବେ ସେଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ନୂତନ ଲୋକଙ୍କୁ ଅନ୍ଧଙ୍କ ପରି ବିଶ୍ବାସ କରନ୍ତୁ ନାହିଁ । ପୁରୁଣା ସମସ୍ୟା ନୂତନ ରୂପରେ ଆପଣଙ୍କ ଆଗରେ ଉଭା ହେବ । ବନ୍ଧୁଙ୍କ ସହ ମିଶି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି । ଚାକିରୀ କ୍ଷେତ୍ରରେ ପଦୋନ୍ନତୀ ମିଳିବାର ସମ୍ଭାବନା ବହୁତ ରହିଛି ।

ସେପ୍ଟେମ୍ବର- ମନେ ରଖନ୍ତୁ କଥାବାର୍ତ୍ତା ହିଁ ମିତ୍ର ଓ ଶତ୍ରୁ ସୃଷ୍ଟି କରିଥାଏ, ସେଥିପାଇଁ ଭାବିଚିନ୍ତି କଥାବାର୍ତ୍ତ। କରନ୍ତୁ । ମହିଳାମାନଙ୍କ ନିମିନ୍ତେ ଏହି ମାସ ଅତ୍ୟନ୍ତ ଶୁଭକର । ଶତ୍ରୁଙ୍କ ଗୁପ୍ତ ଷଡଯନ୍ତ୍ରରୁ ସତର୍କ ରୁହନ୍ତି । ପରିଶ୍ରମ ଅଧିକ କରିବାକୁ ପଡିବ । ସ୍ୱାସ୍ଥପ୍ରତି ଧ୍ୟାନ ଦେବାକୁ ପଡିବ । ବିଦ୍ୟାର୍ଥିମାନଙ୍କ ନିମନ୍ତେ ପ୍ରତିଯୋଗିତାର ପଳାଫଳ ଉତ୍ତମ ରହିବ ।

ଅକ୍ଟୋବର- ଆପଣଙ୍କ ଲାଗି ଏହି ମାସ ଖଟା-ମିଠା ରହିବ । ମାସର ପ୍ରାରମ୍ଭ ଭଲ ରହିବ ଏବଂ ଅନ୍ତ ସମୟରେ କେତେକ ଅସୁବିଧା ଦେଖା ଦେବ । ଲମ୍ବା ଯାତ୍ରା ଲାଭଦାୟକ ହେବ କିନ୍ତୁ ଏଥିଲାଗି ମାତ୍ରାଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡିବ । ଶତ୍ରୁ ଆପଣଙ୍କୁ ଅସବିଧାରେ ପକାଇବାକୁ ଚେଷ୍ଟା କରିବେ କିନ୍ତୁ ସେଥିରେ ସଫଳ ହେବେନାହିଁ ।

ନଭେମ୍ବର- ଲାଭ ନାହିଁ କି କ୍ଷତି ନାହିଁ । ଏହି ମାସଟି ଏହିପରି ରହିବ । ଭୌତିକ ଆବଶ୍ୟକତା ଅନୁସାରେ ଜିନିଷ କିଣିବେ । ବୁଲାବୁଲି ଓ ମନୋରଞ୍ଜନରେ ଅଧିକ ଅର୍ଥ ଖର୍ଚ୍ଚ ହେବ । ଶତ୍ରୁମାନଙ୍କଠାରୁ ସତର୍କ ରହିବେ ।

ଡିସେମ୍ବର- ଏହି ମାସରେ ଅଚାନକ଼୍ ଆପଣଙ୍କୁ ଅର୍ଥର ମିଳିବାର ସମ୍ଭାବନା ରହିଛି । ଯଦି ଆପଣ ଋଣ କରିଛନ୍ତି ତେବେ ଏହି ମାସରେ ଏହାକୁ ପରିଶୋଧ କରିପାରିବେ । ଯେଉ କାର୍ଯ୍ୟ କେବଳ ଆପଣଙ୍କ ମନରେ ଥିଲା ତାହା ସତରେ କାର୍ଯ୍ୟକାରୀ ହେବ । ଏହା ଆପଣଙ୍କ ସଫଳତା କ୍ଷେତ୍ରରେ ଏକ ବଡ ମାଇଲଖୁଣ୍ଡ ହେବ ।

ବୃଷ (ଇ, ଉ, ଏ, ଔ, ବା, ବି, ବୁ, ବେ, ବୋ)

ଜାନୁଆରୀ- ଏହି ମାସରେ କିଛି ସ୍ୱତନ୍ତ୍ର କାର୍ଯ୍ୟ ହୋଇପାରେ । ରାଜନୀତିରେ ଇଚ୍ଛା ରଖୁଥିବା ଲୋକଙ୍କୁ ଭଲ ସଫଳତା ମିଳିବ । ପ୍ରତିଯୋଗିତାରେ ସଫଳତା ମିଳିବ, ସାହିତ୍ୟ ଓ ସଂଗୀତରେ ରୁଚି ରଖୁଥିବା ଲୋକଙ୍କୁ ଲାଭ ମିଳିବ । ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦେବ । ମାସର ପ୍ରାରମ୍ଭରେ ଅଧିକ ଖର୍ଚ୍ଚ ହେବ, ଯାହା ଫଳରେ ଧନ ସଂଚୟରେ ଅସୁବିଧା ଦେଖା ଦେବ । ଚାନ୍ଦିପାତ୍ରରେ ନଦୀଜଳ ରଖିଲେ ଏହା ଶୁଭ ହେବ ।

ଫେବୃଆରୀ- ଏହି ମାସ ଗୋଚର ଗ୍ରହ ଅନୁସାରେ ମଧ୍ୟମ ସଫଳତା ଆଣିବ, ଲଳିତ କଳାରେ ରୁଚି ବୃଦ୍ଧି ପାଇବ, ଘରକୁ ଅତିଥି ଆସିଲେ ଖୁସି ମିଳିବ । ଚିନ୍ତା କରିଥିବା କାର୍ଯ୍ୟ ଅତ୍ୟନ୍ତ କଷ୍ଟକର ହେବ, ଅଧିକାରୀଙ୍କ ଠାରୁ ଘନିଷ୍ଠତା ତ୍ୟାଗ କରିଦିଅ । ଜୀବିକା କ୍ଷେତ୍ରରେ କାର୍ଯ୍ୟ କରୁଥିବା ନିଜର ସହଯୋଗୀମାନଙ୍କ ସହ ତାଳମେଳ ଓ ଉତ୍ତମ ସମ୍ପର୍କ ରଖିବାର ଆବଶ୍ୟକତା ରହିଛି । ଆପଣ ଆପଣଙ୍କର ପରାକ୍ରମ ଫଳରେ ପରିସ୍ଥିତିକୁ ସକରାତ୍ମକ କରିବାରେ ସଫଳ ହେବେ ।

ମାର୍ଚ୍ଚ- ପରିଜନଙ୍କ ସହଯୋଗ ଫଳରେ ଜୀବନରେ ଆନନ୍ଦ ଆସିବ । ଅର୍ଥର ଅପବ୍ୟବହାରରୁ ବଞ୍ଚନ୍ତୁ । ବାହରକୁ ବୁଲିବାକୁ ଯିବାର ଯୋଜନା ହୋଇପାରେ । ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥିମାନଙ୍କ ପଢାପଢିରେ ଆଗ୍ରହ ବଢିବ । ପ୍ରେମ ସମ୍ପର୍କ ସୁଦୃଢ ହେବ । ବ୍ୟବସାୟରେ ଲାଭ ଓ ଉନ୍ନତିର ସୁଯୋଗ ରହିଛି ।

ଏପ୍ରିଲ- ପ୍ରସ୍ତୁତ ରୁହନ୍ତୁ ଭାଗ୍ୟ ଆପଣଙ୍କ ଦ୍ବାରରେ ପହଞ୍ଚିବ । ଚାକିରୀ କ୍ଷେତ୍ରରେ ପଦୋନ୍ନତି ଏବଂ ବ୍ୟବସାୟ ବୃଦ୍ଧିର ଯୋଗ ରହିଛି । ବୁଲାବୁଲିର ସୁଯୋଗ ରହିଛି କିନ୍ତୁ ଏହା ଫଳରେ ଆପଣ କ୍ଲାନ୍ତ ହୋଇଯିବେ । ସୁସମ୍ବାଦ ଶୁଣି ଆନନ୍ଦିତ ହେବେ । ବିଦ୍ୟାର୍ଥିମାନେ ପଢାପଢିରେ ଏକାଗ୍ରତା ଆଣିବାଲାଗି କଠୋର ପରିଶ୍ରମ କରିବେ ।

ମେ- ଏହି ମାସ ଆପଣଙ୍କ ଲାଗି ପ୍ରାୟତ ଠିକ଼ଠାକ଼୍ ରହିବ । ବ୍ୟବସାୟରେ ନୂତନ ଯୋଜନା ଫଳରେ ଲଭବାନ ହେବେ । ଚିନ୍ତା କରିବା ଭଲ କିନ୍ତୁ ଅଧିକ ଚିନ୍ତା କରନ୍ତୁ ନାହିଁ । ସୁଖ ଓ ଧନଲାଭର ସଂକେତ ମିଳିବ । ଗଣ୍ଠିରୋଗ କିମ୍ବା ଶଲ୍ୟ ଚିକିତ୍ସା ହେବାର ସମ୍ଭାବନା ରହିଛି । ଚାକିରୀ ଓ ବ୍ୟବସାୟରେ ପରିବର୍ତ୍ତନ ଫଳରେ ଦୁର ଯାତ୍ରା କରିବାକୁ ପଡିପାରେ ।

ଜୁନ- ସମୟ ଅନୁସାରେ ସାବଧାନ ରହିବାକୁ ପଡିବ । ଯାତ୍ରା କରିବା ପୂର୍ବରୁ ଇଷ୍ଟ ଦେବତାଙ୍କ ସ୍ମରଣ କରନ୍ତୁ । ଗାଡି ଚାଳନା କରିବା ବେଳେ ସତର୍କ ରହିବାର ଆବଶ୍ୟକତା ରହିଛି । ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ । ଶୁଭ ସମ୍ବାଦ ମିଳିବାର ସମ୍ଭାବନା ରହିଛି ।

ଜୁଲାଇ- ଇଚ୍ଛା ଅନୁସାରେ ଲାଭ ହେବା ଫଳରେ ଆନନ୍ଦିତ ହେବେ । ପ୍ରତିଯୋଗିତାର ଫଳାଫଳ ଆପଣଙ୍କୁ ଖୁସି ହେବେ । ଓଜନ ବୃଦ୍ଧି ପାଇବ । ଚାକିରୀ କ୍ଷେତ୍ରରେ ଉନ୍ନତିର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟ କିଛି ମାତ୍ରାରେ ଏପଟସେପଟ ହେବ । ଦିଦ୍ୟାର୍ଥୀମାନଙ୍କ ନିମନ୍ତେ ଶୁଭ ଖବର ରହିଛି ।

ଅଗଷ୍ଟ- ଆପଣଙ୍କ ଜୀବନରେ ନୂତନ ଉତ୍ସାହ ଓ ରଙ୍ଗ ଆସିବାର ଅଛି । ଭାଇ-ଭଉଣୀଙ୍କ ସହଯୋଗ ଫଳରେ ଜୀବନରେ ନୂତନ ଖୁସି ଆସିବ । ବ୍ୟବସାୟରେ ନୂତନ ସଫଳତା ଓ ଉନ୍ନତି ମିଳିବ । ରହିଯାଇଥିବା କାମ ପୂରଣ ହେବ । ଚାକିରୀ କରିଥିବା ଲୋକଙ୍କ ଜୀବନରେ ଉନ୍ନତି ହେବ ଓ ନୂତନ ରାସ୍ତା ଦେଖା ଦେବ ।

ସେପ୍ଟେମ୍ବର- ବର୍ଷ। ଫଳରେ ଆପଣଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟିବ । ଦୂର ସମ୍ପର୍କୀୟ ଆପଣଙ୍କ ଘରକୁ ଆସିବେ । ଆପଣଙ୍କ ଅଳ୍ପ ଦାୟିତ୍ବହୀନତା ଆପଣଙ୍କ ଅଧିକ କ୍ଷତି କରିପାରେ । ଲଟେରିରୁ ଲାଭ ମିଳିବ ।

ଅକ୍ଟୋବର- ସାବଧାନ ରୁହନ୍ତୁ, କେହି ଆପଣଙ୍କ ବିରୋଧରେ ଷଡଯନ୍ତ୍ର କରୁଛି । ଅଳ୍ପ ଅସବାଧନତା ଫଳରେ ଅଧିକ କ୍ଷତିର ସାମନା କରିବାରୁ ପଡିବ । କୌଣସି ମାଙ୍ଗଳିକ କାର୍ଯ୍ୟର ଯୋଗ ରହିଛି । ସକାରତ୍ମକ ପରିସ୍ଥିତି ରହିବ । ଅଧିକ ପରିଶ୍ରମ କରିବାକୁ ପଡିପାରେ । ସେହି ଅନୁସାରେ ସଫଳତା ମିଳିବ ।

ନଭେମ୍ବର- ଗ୍ରହ ନକ୍ଷେତ୍ର ଆପଣଙ୍କ ସହ ରହିଛି । କାର୍ଯ୍ୟକ୍ଷେତ୍ରରେ ଉତ୍ଥ।ନ ପତ୍ତନ ଦେଖିବାକୁ ମିଳିବ । କୌଣସି କାମକୁ ତରବରିଆ ଭାବରେ କରନ୍ତୁ ନାହିଁ, କଲେ କ୍ଷତିରେ ପଡିବେ । ନିଜ ମନ୍ତବ୍ୟ ଉପରେ ନିୟନ୍ତ୍ରଣ ରଖନ୍ତୁ । ଅନାବଶ୍ୟକରେ ଯୁକ୍ତି ତର୍କ କରନ୍ତୁ ନାହିଁ । ସ୍ୱାସ୍ଥବସ୍ଥା ସ୍ଥିର ରହିବ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ ।

ଡିସେମ୍ବର- ଏହି ମାସରେ ଉନ୍ନତିର ଯୋଗ ରହିଛି । ଅର୍ଥିକ ଅବସ୍ଥା ସୁଦୃଢ ରହିବ । ନୂତନ ଜିନଷ କିଣିବା ଲାଗି ସମୟ ଅନୁକୂଳ । ନୂତନ ଲାଭବାନ ସମ୍ପର୍କ ସ୍ଥାପନ ହେବ । ଧାର୍ମିକ କାର୍ଯ୍ୟରେ ଆଗ୍ରହ ବୃଦ୍ଧି ପାଇବ । ବୈବାହିକ ଜୀବନରେ ଖଟା-ମିଠା ରହିବ । ବିଦ୍ୟାର୍ଥୀମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ ।

ମିଥୁନି (କା, କି, କୁ, ଘ, ଟ, ଛ, କେ, କୋ, ହା)

ଜାନୁଆରୀ- ସମୟ ଠିକ଼୍ ନାହିଁ । ଆପଣ କାର୍ଯ୍ୟକ୍ରମ ପ୍ରତି ଆଗ୍ରହ ଅନୁଭବ କରିବେ ନାହିଁ । ପ୍ରରିଶ୍ରମ କରିବାର ଫଳ ନ ମିଳିବା ଫଳରେ ଆପଣଙ୍କ ମନରେ ହତାଶ ସୃଷ୍ଟି ହୋଇପାରେ । ଅତି ବିଶ୍ବାସ କରିବା ଫଳରେ ଆପଣ ବିଶ୍ବାସଘାତର ଶୀକାର ହେବେ ।

ଫେବୃଆରୀ- ଅନ୍ୟ କାହାର ଅସୁବିଧାରେ ହସ୍ତେକ୍ଷେପ କରିବାରୁ ଦୁରେଇ ରୁହନ୍ତୁ । ବ୍ୟବସାୟରେ ଅର୍ଥ ନିବେଶ ଲାଭଦାୟକ ହେବ । ପାରିବାରିକ ଜୀବନ ସୁଖମୟ ହେବ । ଯେତେବେଳେ ଆପଣଙ୍କ ଚିନ୍ତାଧାର କାର୍ଯ୍ୟକ୍ଷମ ହେଉ ନାହିଁ, ସେତେବେଳେ ନିଜର ଜଣେ ଯୋଗ୍ୟ ଓ ବିଶ୍ବାସୀ ବନ୍ଧୁଙ୍କ ପରାମର୍ଶ ଅନୁସାରେ କାର୍ଯ୍ୟ କରିବା ଉଚିତ ହେବ ।

ମାର୍ଚ୍ଚ- ଭଲ ସମୟ ଆସିବାର ଅଛି । ଶୁଭ ସନ୍ଦେଶ ଅପଣଙ୍କ ଜୀବନରେ ଅଧିକ ଖୁସି ଆଣିବ । ଏହି ସମୟର ସମ୍ପୁର୍ଣ୍ଣ ଲାଭ ଉଠାନ୍ତୁ । ରୋଜଗାରର ନୂତନ ପନ୍ଥା ମିଳିବ । ପରିବାରରେ ସୁଖ-ଶାନ୍ତି ରହିବ । ମନ ପ୍ରସନ୍ନ ରହିବ । ବ୍ୟପାରୀମାନଙ୍କ ନିମନ୍ତେ ସୁଯୋଗ ଆସିବ ।

ଏପ୍ରିଲ- ଜୀବନରେ କିଛି ଆଶ୍ଚର୍ଯ୍ୟ।ତ୍ମକ ଘଟଣା ଘଟିବ । ଏପରି ସମୟରେ ବନ୍ଧୁମାନେ ବହୁତ କାମରେ ଆସିବେ । ବିଦ୍ୟାର୍ଥୀମାନଙ୍କୁ ପାଠପଢାରେ ଅଧିକ ପରିଶ୍ରମ କରିବାର ଆବଶ୍ୟକତା ରହିଛି । ଆଇନ କାର୍ଯ୍ୟରେ ଅସୁବିଧା ଦେଖା ଦେଇପାରେ । ପ୍ରପଟିରେ ନିବେଶ କରିବାରୁ ଦୂରେଇ ରୁହନ୍ତୁ ।

ମେ- ଯଦି ଆପଣ ପରିଶ୍ରମ କରିବେ ତେବେ ଉନ୍ନତିର ପଥ ଖୋଲିବ । ପରିର୍ବିତ ପାଣିପାଗ ଫଳରେ ସ୍ୱାସ୍ଥ୍ୟବସ୍ଥା ଅବନତି ଘଟିପାରେ । ମାତା-ପିତାଙ୍କ ମଧ୍ୟରେ ମତାନ୍ତର ଘଟିବାର ସମ୍ଭାବନା ରହିଛି । ବାହାରକୁ ବୁଲିବାକୁ ଯିବା ପୂର୍ବରୁ ଘରର ସୁରକ୍ଷା ବ୍ୟବସ୍ଥା ସୁଦୃଢ କରନ୍ତୁ । ମନୋରଞ୍ଜନରେ ଅଧିକ ଅର୍ଥ ଖର୍ଚ୍ଚ କଲେ ଆପଣ ମାସ ଶେଷରେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।

ଜୁନ- ପରିବାର ସହ ସମୟ ଅତିବାହିତ କରିବାକୁ ସମୟ ମିଳିବ । ବାହାରକୁ ବୁଲିବାକୁ ଯାଇପାରନ୍ତି । ଶତ୍ରୁ ଆପଣଙ୍କ ଅହିତ କରିବାକୁ ଚେଷ୍ଟା କରିବେ, ସତର୍କ ରୁହନ୍ତୁ । ପରିବାରରେ ନୂତନ ଖୁସି ଆସିବ । ପ୍ରାୟତ ଏହି ମାସଟି ଆପଣଙ୍କ ପାଇଁ ଲାଭ ଦାୟକ ।

ଜୁଲାଇ- ଯେଉ ସମୟକୁ ଆପଣ ଅପେକ୍ଷା କରିବସିଥିଲେ ସେ ସମୟ ଆପଣଙ୍କ ଦ୍ବାରକୁ ଆସିବ । ପୁରୁଣା ମାମଲାରୁ ଆପଣ ମୁକ୍ତି ପାଇବେ । ସମୟର ସଦୁପୋଯୋଗ କରନ୍ତୁ । ଆପଣ ମନମୁତାବକ ଇଚ୍ଛା ପୁରଣ ହେବ । ବ୍ୟବସାୟ ବୃଦ୍ଧି ପାଇବ ।

ଅଗଷ୍ଟ- ଜୀବନରେ କିଛି ନୂତନତ୍ବ ଆସିବ । ସାମାଜିକ ସ୍ତରରେ ଆପଣଙ୍କ ମାନ-ସମ୍ମାନ ବଢିବ । ଅଧିକାରୀ ଆପଣଙ୍କ କାର୍ଯ୍ୟରେ ଖୁସି ହେବେ । ସନ୍ତାନର ମନୋଭାବ ସହଯୋଗାତ୍ମକ ରହିବ । ବ୍ୟବସାୟରେ ସଫଳତା ମିଳିବ ।

ସେପ୍ଟେମ୍ବର- ଏହି ସମୟରେ ଯୋଜନା କରିବା ସହ ତା ଉପରେ କାର୍ଯ୍ୟ କରିବା ଉଚିତ । ଅଚାନକ଼୍ଙ ଲମ୍ବା ଯାତ୍ରାରେ ଯାଇପାରନ୍ତି । ଜୀବନରେ ନୂତନ ଆନନ୍ଦ ଦେଖାଦେବେ, ହାତ ଖୋଲି ତାହାର ସ୍ୱାଗତ କରନ୍ତୁ । ଏକାଗ୍ରତାର ସହ କାର୍ଯ୍ୟ କରନ୍ତୁ ସଫଳତା ନିଶ୍ଚିତ ମିଳିବ ।

ଅକ୍ଟୋବର- ଏହି ମାସରେ କିଛି ନୂତନ ହେବ । ରୋଜଗାରର ନୂତନ ପନ୍ଥା ଦେଖାଦେବ । ପ୍ରପଟିରେ ନିବେଶ କରିବା ଲାଭଦାୟକ । ଆପଣଙ୍କ ସନ୍ତାନ ଆପଣଙ୍କୁ ସମୟ ମାଗୁଛନ୍ତି, ସେଥିପ୍ରତି ଧ୍ୟାନ ଦିଅନ୍ତୁ ।

ନଭେମ୍ବର- ଏହି ମାସରେ ସବୁକିଛି ମଧ୍ୟମ ଧରଣର ରହିବ । ଆର୍ଥିକ ସ୍ତରରେ ସମୟ ଆପଣଙ୍କ ଅନୁକୁଳ ନୁହେଁ । ମାନସିକ ସ୍ତରରେ ଆପଣ ଚିନ୍ତିତ ରହିବେ । ପରିବାରରୁ ଖରାପ ସମ୍ବାଦ ମିଳିବର ସମ୍ଭାବନା ରହିଛି ।

ଡିସେମ୍ବର- ପ୍ରେମ ଲାଗି ସମୟ ଉପଯୁକ୍ତ । ମାସର ଶେଷ ଆଡକୁ ସୁସମ୍ବାଦ ମିଳିବ । କୌଣସି ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବ । ଖାଲିରେ ବସନ୍ତୁ ନାହିଁ । ବିଦେଶ ଗସ୍ତ କରିପାରନ୍ତି ।

କର୍କଟ (ହି, ହୁ, ହେ, ହୋ, ଡା, ଡି, ଡୁ, ଡେ, ଡୁ)

ଜାନୁଆରୀ- ବହୁଦିନରୁ ବାକି ରହିଥିବା କାର୍ଯ୍ୟ ପୁରଣ ହେବ । ସମବୟସ୍କ ଲୋକଙ୍କ ସହ ପ୍ରେମଭାବ ବଢିବ । ଚାକିରୀ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହେବ । କାର୍ଯ୍ୟ।ଳୟରେ ଆପଣଙ୍କ ବିରୋଧରେ କେହି ଷଡଯନ୍ତ୍ର କରୁଛନ୍ତି ସତର୍କ ରୁହନ୍ତୁ । ବନ୍ଧୁତ୍ବ ପ୍ରେମରେ ପରିର୍ବିତ ହେବ । ବିଶ୍ବାସ ରଖୁନ୍ତୁ ସବୁ ଭଲ ହେବ ।

ଫେବୃଆରୀ- ମାସର ପ୍ରାରମ୍ଭିକ ସମୟ ଆପଣଙ୍କ ଲାଗି ଭଲ ରହିବ । ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟିବ । ସଂଚୟ କରିବେ । ପ୍ରମିକା-ପ୍ରେମିକମାନଙ୍କ ଲାଗି ସମୟ ବହୁତ ଭଲ ।

ମାର୍ଚ୍ଚ- ସେବାକାର୍ଯ୍ୟରେ କିଛି ସମୟ ବିତାନ୍ତୁ ଲାଭ ମିଳିବ । ଛୋଟ-ମୋଟ ରୋଗକୁ ଛାଡିଦେଲେ ସାଧାରଣତଃ ସ୍ୱାସ୍ଥ୍ୟବସ୍ଥା ଠିକ଼୍ ରହିବ । ଆର୍ଥିକ ଅବସ୍ଥା ସାମାନ୍ୟ ରହିବ । ପ୍ରେମ ପ୍ରସଙ୍ଗ ଓ ବିବାଦିୟ ମାମଲାରୁ ଦୁରେଇ ରୁହନ୍ତୁ ।

ଏପ୍ରିଲ- ନିଜର ଏକଛଦ୍ରବାଦୀ ପ୍ରକୃତି ଲାଗି ଆପଣ ବିରୋଧର ସମ୍ମୁଖୀନ ହୋଇପାରନ୍ତି । ନୂତନ କାର୍ଯ। ଆରମ୍ଭ କରିବାରୁ ଦୂରେଇ ରୁହନ୍ତୁ । ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ଅସନ୍ତୁଷ୍ଠ ହୋଇପାରନ୍ତି । ଅର୍ଥ ନିବେଶ କରିବା ପୂର୍ବରୁ ଜଣେ ବିଶେଷଜ୍ଞଙ୍କଠାରୁ ପରାମର୍ଶ ନିଅନ୍ତୁ ।

ମେ- ଅତିଥିଙ୍କ ସ୍ୱାଗତ ପାଇଁ ପ୍ରସ୍ତୁତ ରୁହନ୍ତୁ । ବିଦ୍ୟାର୍ଥୀମାନଙ୍କୁ ସଫଳତା ମିଳିବ । ସମ୍ପତ୍ତି ମାମଲାରେ ନିବେଶ କରନ୍ତୁ । ନିଜ ଉପରସ୍ଥ ଅଧିକାରୀଙ୍କ ସହ ଅନାବଶ୍ୟକ ଯୁକ୍ତିତର୍କ କରନ୍ତୁ ନାହିଁ । ନିବେଶ କରିବା ଲାଗି ନୂତନ ଯୋଜନା କରନ୍ତୁ ।

ଜୁନ- ଅପେକ୍ଷା କରିଥିବା ଫଳାଫଳ ମିଳିବା ପରେ ମନ ପ୍ରସନ୍ନ ହେବ । ରୋଜଗାର ବୃଦ୍ଧି ଫଳରେ ଆର୍ଥିକବସ୍ଥା ସୁଦୃଢ ହେବ । ସ୍ୱାସ୍ଥ୍ୟ ମାମଲରେ ସତର୍କ ରୁହନ୍ତୁ । ବନ୍ଧୁଙ୍କ ମନୋଭାବ ସହଯୋଗାତ୍ମକ ରହିବ । ପତ୍ନୀର ସ୍ୱାସଥ୍ୟବସ୍ଥା ଚିନ୍ତାଜନକ ରହିବାର ସମ୍ଭାବନା ଅଛି । ଲମ୍ବା ଯାତ୍ରା ଶରୀରକୁ ଭାରାକ୍ରାନ୍ତ କରିଦେବ ।

ଜୁଲାଇ- ସବୁକିଛି ସାମାନ୍ୟ ରହିବ । ଅନାବଶ୍ୟକ ଭାବରେ ଏଣେତେଣେ ଗସ୍ତରୁ ବଞ୍ଚନ୍ତୁ । ପଢାପଢିରେ ଧ୍ୟାନ ଦିଅନ୍ତୁ । ଉତ୍ଥ।ନ-ପତ୍ତନ ମଧ୍ୟରେ ଏହି ମାସଟି ଆପଣଙ୍କ ଲାଗି ଠିକ଼୍ ରହିବ ଏବଂ ବହୁଦିନରୁ ପଡିରହିଥିବା କାର୍ଯ୍ୟ ଶେଷ ହେବାର ନିକଟତର ହେବ ।

ଅଗଷ୍ଟ- ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ଆପଣଙ୍କ ଜୀବନରେ ନୂତନ ରଙ୍ଗ ଆଣିବ । ବାହାରେ ଖାଇବା ପିଇବାରୁ ଦୂରେଇ ରୁହନ୍ତୁ, ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇବାର ସମ୍ଭାବନା ରହିଛି । ପରିବାରବର୍ଗ ଏକ ସୁଦୃଢ ପାଚେରୀ ପରି ଆପଣଙ୍କ ସହିତ ରହିବେ । ବିଦ୍ୟାର୍ଥୀଙ୍କ ଲାଗି ସମୟ ଅନୁକୁଳ ।

ସେପ୍ଟେମ୍ବର- ପରିବାରବର୍ଗଙ୍କୁ ଅସନ୍ତୁଷ୍ଟ କରନ୍ତୁ ନାହିଁ ନଚେତ ଭଲ କାମ ବିଗଡିଯିବ । କୌଣସି ଦୁଖୀ ବ୍ୟକ୍ତିକୁ ସାହାଯ୍ୟ କରନ୍ତୁ ଆପଣଙ୍କ ମନକୁ ଖୁସି ମିଳିବ । ପ୍ରତିଯୋଗିତା ଲାଗି ପ୍ରସ୍ତୁତ ହେଉଛନ୍ତି ତେବେ ସଫଳତା ମିଳିବ । ସ୍ୱାସ୍ଥ୍ୟ ପ୍ରତି ଦୃଷ୍ଟି ଦିଅନ୍ତୁ । ଆଣ୍ଠୁଗଣ୍ଠିରେ ଦରଜ ହୋଇପାରେ । ବ୍ୟବସାୟରେ ଅଳ୍ପ ଲାଭ ମିଳିବ ।

ଅକ୍ଟୋବର- ଆପଣ ଚିନ୍ତିତ ରହିବେ । ଶତ୍ରୁ ଆପଣଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିପାରେ । ଭୌତିକସାଧନାରେ ଅନାବଶ୍ୟକ ଅର୍ଥ ଖର୍ଚ୍ଚ ହେବାର ସମ୍ଭାବନା ରହିଛି । ମନେରଖନ୍ତୁ କ୍ରୋଧ ନିଜର କ୍ଷତି କରେ ତେଣୁ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଜରୁରୀ । ଦାମ୍ପତ୍ତ୍ୟ ଜୀବନରେ ସନ୍ଦେହ ଘାତକ ସାବ୍ୟସ୍ତ ହୋଇପରେ । ନିଜ ଜୀବନସାଧୀ ସହ ଏସମ୍ପର୍କରେ ଆଲୋଚନା କରି ବିବାଦର ସମଧାନ କରିବା ଭଲ ହେବ ।

ନଭେମ୍ବର- ମାସର ପ୍ରାରମ୍ଭରେ କଷ୍ଟ ହେବ କିନ୍ତୁ 15ତାରିଖ ପରେ ଆର୍ଥିକବସ୍ଥା ସୁଧୁରୀଯିବ କିନ୍ତୁ ଶରୀରରେ ପେଟ ଓ ଆଣ୍ଠୁରେ ଯନ୍ତ୍ରଣା ଆପଣଙ୍କୁ ଅସୁବିଧାରେ ପକାଇପାରେ । ନିଜ ଲୋକଙ୍କ ସହଯୋଗ ଆପଣଙ୍କୁ ଜୀବନରେ ଆଗକୁ ବଢିବାଲାଗି ପ୍ରୋତ୍ସାହିତ କରିବ । ସନ୍ତାନ ପ୍ରାପ୍ତିର ସମ୍ଭାବନା ରହିଛି । କୌଣସି ପୁରୁଣା ବନ୍ଧୁଙ୍କଠାରୁ ଆପଣଙ୍କୁ ଅନେକ ସହାୟତା ମିଳିବ । ଶତ୍ରୁମାନେ ଶାନ୍ତ ରହିବେ ।

ଡିସେମ୍ବର- ଗାଡିମଟର ଓ ସମ୍ପତ୍ତି ଆଦି କିଣାବିକା ଆପଣଙ୍କ ଲାଗି ଲାଭଦାୟକ ସାବ୍ୟସ୍ତ ହେବ । ଅଧା ଓ ପଡିରହିଥିବା କାର୍ଯ୍ୟ ଆଗକୁ ବଢିବ । ସ୍ୱାସ୍ଥ୍ୟ ପ୍ରତି ଦାୟିତ୍ବହୀନତା ଆପଣଙ୍କୁ ଅସୁବିଧାରେ ପକାଇପାରେ । ଧର୍ମପ୍ରତି ଆଗ୍ରହ ବୃଦ୍ଧି ପାଇବ । ବନ୍ଧୁଙ୍କଠାରୁ ସହଯୋଗ ମିଳିବ ।

ସିଂହ (ମା, ମି, ମୁ, ମୋ, ଟି,ଟୁ, ଟେ)

ଜାନୁଆରୀ- ମାସର ଆରମ୍ଭରେ କୌଣସି କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ବ୍ୟାବସାୟୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ଲମ୍ବା ଯାତ୍ରା ଆପଣଙ୍କ ନିମନ୍ତେ ବିଶେଷ ଲାଭଦାୟକ ହେବ ନାହିଁ । ସ୍ୱାସ୍ଥ୍ୟବସ୍ଥା ଠିକ଼୍ ରହିବ ନାହିଁ । ଚାକିରୀ କରିଥିବା ଲୋକମାନେ ନିଜ ସହକର୍ମୀମା।ନଙ୍କ ଷଡଯନ୍ତ୍ରର ଶୀକାର ହେବର ସମ୍ଭାବନା ରହିଛି ।

ଫେବୃଆରୀ- ମାସରେ ପ୍ରଥମ ସମୟ ସାମାନ୍ୟ ରହିବ । ଆର୍ଥିକବସ୍ଥାକୁ ଅଣଦେଖା କରନାହିଁ । ଜମି କିଣାରେ ନିବେଶ କରିବାରୁ ଦୁରେଇ ରୁହନ୍ତୁ । ପତ୍ନୀଙ୍କ ସ୍ୱାସ୍ଥାବସ୍ଥା ଗମ୍ଭୀର ଚିନ୍ତାର କାରଣ ହୋଇପାରେ । କୌଣସି କାର୍ଯ୍ୟରେ ମନ ଲାଗିବ ନାହିଁ । ଅନାବଶ୍ୟକ କଥା ମାନସିକ ସ୍ତରରେ ଆପଣଙ୍କୁ ବ୍ୟଥିତ କରିପାରେ । ଚାକିରୀ କରିଥିବା ଲୋକ ନିଜ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ବିବାଦରେ ଫସିବାର ପାରନ୍ତି ।

ମାର୍ଚ୍ଚ- ପରିଶ୍ରମର ଫଳ ପାଇବାର ସମ୍ଭାବନା ରହିଛି କିନ୍ତୁ ଅତ୍ୟାଧିକ ମହତ୍ବାକାକ୍ଷି ହୁଅନ୍ତୁ ନାହିଁ । ଯୋଜନା କରି ଆଗକୁ ବଢନ୍ତୁ । ସ୍ୱାସ୍ଥ୍ୟବସ୍ଥା ଠିକଠାକ଼୍ ରହିବ । ଗାଡି ଚଳାଇବା ସମୟରେ ଅଧିକ ସତର୍କ ରୁହନ୍ତୁ । ମନେରଖନ୍ତୁ ପ୍ରେମର ଅର୍ଥ ଦାନ କରିବା ତେଣୁ ପ୍ରେମ ସମ୍ପର୍କରେ ତ୍ୟାଗ କରିବା ଶିଖନ୍ତୁ ।

ଏପ୍ରିଲ- ଭଗବାନଙ୍କ କୃପାରୁ ନିଜର ଜଣେ ଅତିପୁରୁଣା ବନ୍ଧୁଙ୍କୁ ସାକ୍ଷାତ କରିବେ । ପାଣିପାଗ ପରିବର୍ତ୍ତନ ଫଳରେ ହେଉଥିବା ରୋଗରୁ ବଞ୍ଚନ୍ତୁ । ଡାକ୍ତରଙ୍କ ପାଖକୁ ଯିବା ଆପଣଙ୍କ ଲାଗି ଭଲ ହେବ । ଜୀବନସାଥୀର ମନୋଭାବ ଆପଣଙ୍କ ପ୍ରତି ସହଯୋଗାତ୍ମକ ରହିବ । ପ୍ରତିଯୋଗିତାକୁ ଭୟ ନ କରି ଏଥିରୁ ଆନନ୍ଦ ଉଠାନ୍ତୁ । ତା ପରେ ଦେଖନ୍ତୁ କାମ କରିବାରେ କେତେ ମଜା ଲାଗିବ । ଧାର୍ମକ କାର୍ଯ୍ୟରେ ରୁଚି ବଢିବ ।

ମେ- ସାଧାରଣ ମାସ ଅଟେ । କାମ କରିବାକୁ ମନ ହେବ ନାହିଁ ଶରୀରରେ ଦରଜ ହେବ । ମା।ଲିମକଦ୍ଦମାର ପରିଣାମ ଆପଣ ଆଶାର ବିପରିତ ଆସିବ । କୌଣସି ସ୍ଥାନରୁ ଶୁଭ ଖବର ଆସିବ । କାର୍ଯ୍ୟକୁ ନେଇ ସକାରାତ୍ମକ ମନୋଭାବ ରଖନ୍ତୁ । ମାନସିକ ସ୍ଥିତିକୁ ସାମାନ୍ୟ ରଖନ୍ତୁ ।

ଜୁନ- କୌଣସି କାଗଜ ଉପରେ ସ୍ୱାକ୍ଷର କରିବା ପୂର୍ବରୁ ଏହାକୁ ଭଲ ଭାବରେ ପଢନ୍ତୁ । ଆପଣଙ୍କ ବ୍ୟବହାର ଫଳରେ ଆଖପାଖର ଲୋକମାନେ ଅସୁବିଧାର ସମ୍ମୁଖୀନ ହେବେ । ନିଜର କଥାର୍ବା।କୁ ନିୟନ୍ତ୍ରଣରେ ରଖନ୍ତୁ । ଅନବାଶ୍ୟକ ଭାବରେ ଅନ୍ୟ କହା ମାମଲାରେ ମୁଣ୍ଡ ଖେଳାନ୍ତୁ ନାହିଁ । ଏହି ମାସଟି ଆପଣଙ୍କ ଲାଗି ଖଟା-ମିଠା ରହିବ । ଡାକ୍ତରଙ୍କ ପାଖକୁ ଯିବାକୁ ପଡିପାରେ ।

ଜୁଲାଇ- ସମାଜରେ ଆପଣଙ୍କ ସୁନାମ ବୃଦ୍ଧି ପାଇବ ଏବଂ କ୍ୟାରିୟରରେ ପ୍ରଗତି ହେବ । ଭାଗ୍ୟ ଆପଣଙ୍କ ସହ ରହିବ । କିନ୍ତୁ ଆର୍ଥିକ କ୍ଷେତ୍ରରେ ଉ।ନପନର ସାମନା କରିବାରୁ ପଡିପାରେ । ଏହା ସହିତ ଘରୋଇ ଓ ପାରିବାରିକ ମାମଲାରେ କେତେକ ଅସୁବିଧାର ସମ୍ମୁଖିନ ହେବେ । ପରିବାରର କୌଣସି ସଦସ୍ୟଙ୍କ ସହ ବିବାଦରେ ପଡନ୍ତୁ ନାହିଁ ।

ଅଗଷ୍ଟ- ଆପଣଙ୍କ ରଚନାତ୍ମକ କାର୍ଯ୍ୟର ପ୍ରଶଂସା ହେବ । ଭୌତିକ ସାଧନା କ୍ଷେତ୍ରରେ ଅର୍ଥ ଖର୍ଚ୍ଚ ହେବ । ବନ୍ଧୁଙ୍କ ସହଯୋଗ ଫଳରେ ଆପଣଙ୍କ ଜୀବନର ଗାଡି ଦୃତ ହେବ । ଶିକ୍ଷକଙ୍କ ସହଯୋଗ କାରଣରୁ ବିଦ୍ୟାର୍ଥିମାନେ ଲାଭବାନ ହେବେ । ଚାକିରୀରେ ଉନ୍ନତି କାରିବାର ଯୋଗ ରହିଛି । ସ୍ୱାସ୍ଥ୍ୟବସ୍ଥା ପ୍ରତି ଧ୍ୟାନ ଦିଅନ୍ତୁ ।

ସେପ୍ଟେମ୍ବର- ଶତ୍ରୁମାନେ ଆପଣଙ୍କ ସଫଳତା ଉପରେ ଦୃଷ୍ଟି ରଖିଛନ୍ତି ଏବଂ ଆପଣଙ୍କ କ୍ରୋଧ ସେମାନଙ୍କ କାର୍ଯ୍ୟକୁ ଅଧିକ ସହଜ କରିପାରେ । ନିଜର ଗୁପ୍ତକଥାକୁ କାହାକୁ କୁହନ୍ତୁ ନାହିଁ । ସନ୍ତାନର ଚିନ୍ତା ଆପଣଙ୍କୁ ବ୍ୟସ୍ତ କରିଦେବ । ପାରିବାରିକ ଜୀବନରେ ଝଡ ଦେଖାଦେଇପାରେ । ସତର୍କ ରହିବେ ।

ଅକ୍ଟୋବର- ଏହି ମାସରେ ସବୁକିଛି ଆପଣଙ୍କ ଲାଗି ସାମାନ୍ୟ ରହିବ । ନୂଆ ଲୋକଙ୍କ ସହ ପରିଚୟ ହେବ, ଯେଉମାନେ ଆପଣଙ୍କ ଲାଗି ଲାଭବାନ ସାବ୍ୟସ୍ତ ହେବ । ଚାକିରୀ ନିମନ୍ତେ କୌଣସି ନୂତନ ସହରକୁ ଯାଇ ପାରନ୍ତି । ପଡି ରହିଥିବା ଧନ ଫେରିପାଇବେ । ଜୀବନସଥୀ ଆପଣଙ୍କ ଲାଗି ବହୁତ ଶୁଭ ସାବ୍ୟସ୍ତ ହେବେ ।

ନଭେମ୍ବର- ମାନସିକ ଶାନ୍ତି ମିଳିବ । ଅସୁବିଧା ବହୁତ ହ୍ରାସ ପାଇବ । ମନ ଶାନ୍ତ ରହିବ । ସନ୍ତାନ ତରଫରୁ ସୁଖ ସମ୍ବାଦ ପାଇବେ । କୌଣସି ଦୁଖୀଦରିଦ୍ରକୁ ସାହାଯ୍ୟ କରନ୍ତୁ ଆପଣଙ୍କୁ ଭଲ ଲାଗିବ । ପରିବାରରେ ଆପଣଙ୍କ ମାନସମ୍ମାନ ବୃଦ୍ଧି ପାଇବ । ଆପଣଙ୍କ କଥାକୁ ଗୁରୁତ୍ବ ମିଳିବ ।

ଡିସେମ୍ବର- ଜୀବନରେ ନୂତନ ଆନନ୍ଦ ଆସିବାର ବେଳ । ପୁରୁଣା କଥାକୁ ଭୁଲି ଆଗକୁ ବଢନ୍ତୁ । ମୌସମର ଆନନ୍ଦ ଉଠାନ୍ତୁ । ଶିକ୍ଷଣିୟ କାର୍ଯ୍ୟରେ ଅର୍ଥ ଖର୍ଚ୍ଚ ହେବ । ଜୀବନସାଥୀର ମନୋଭାବ ଆପଣଙ୍କ ପ୍ରତି ସହଯୋଗାତ୍ମକ ରହିବ ।

କନ୍ୟା (ଟୋ, ପା, ପି, ଷ, ଣ, ଠ, ପେ, ପୋ)

ଜାନୁଆରୀ- ଆପଣଙ୍କ ଜୀବନରେ ବହୁତ ଉତ୍ଥ।ନପତ୍ତନ ଦେଖା ଦେବ । ଆପଣଙ୍କ ଭାଗ୍ୟ ରହିରହି ଆଗକୁ ବଢିବ । କେଉଠି କିଛି ଅଟକି ରହିଛି ଯାହା ଆପଣଙ୍କୁ ଆଗକୁ ନେଇପାରେ । ବନ୍ଧୁମାନେ ଆପଣଙ୍କୁ ସହାୟତା ଦେବାକୁ ସବୁବେଳେ ରହିବେ । ଜୀବନସାଥୀର ଜିଦିଆ ପ୍ରକୃତି ଆପଣଙ୍କୁ ଅସୁବିଧାରେ ପକାଇବ । ଚାକିରୀ କରିଥିବା ଲୋକ ନିଜ ବରିଷ୍ଠ ଅଧିକାରୀଙ୍କ ସହ ବିବାଦରେ ପଡିପାରନ୍ତି । ସ୍ୱାସ୍ଥ୍ୟବସ୍ଥା ଠିକ଼୍ ରହିବ ନାହିଁ । ମୋଟାମୋଟି ଭାବରେ ଏହି ମାସ ଆପଣଙ୍କୁ ଶୁଭଫଳ ଦେବ ନାହିଁ ।

ଫେବୃଆରୀ- ମାସର ଆରମ୍ଭ ଭଲ ହେବ ନାହିଁ । ସନ୍ତାନ ତରଫରୁ ଅସୁବିଧାର ଦେଖାଦେବ । ଆର୍ଥିକସ୍ତରରେ ଅସୁବିଧାର ସମ୍ମୁଖିନ ହୋଇପାରନ୍ତି । ଦୂରରୁ ଆସିଥିବା କୌଣସି ଶୁଭ ସମାଚାର ଆପଣଙ୍କ ଜୀବନରେ ଉତ୍ସାହ ଭରିଦେବ । ବିଦ୍ୟାର୍ଥିମାନଙ୍କ ମନ ପଢାପଢିରେ ଲାଗିବ ।

ମାର୍ଚ୍ଚ- ଭାଗ୍ୟଚକ୍ର ପରିର୍ବନ ହେଉଛି କିନ୍ତୁ ଦୃଢ ଇଚ୍ଛାଶକ୍ତି ବିନା ଆପଣ ସଫଳ ହୋଇପାରିବେ ନାହିଁ । ଆପଣଙ୍କ ପରିଶ୍ରମର ପ୍ରଶଂସା ହେବ କିନ୍ତୁ ଶତ୍ରୁମାନେ କ୍ରୋଧ ଆପଣଙ୍କ ପ୍ରତି ଅଧିକ ବଢିବ । ସମୟ ଅନୁସାରେ ପଡିରହିଥିବା କାମକୁ ଆପଣ କରିପାରିବେ, ଏଥିପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି ।

ଏପ୍ରିଲ- ବିଦେଶ ଯାତ୍ରାର ଯୋଗ ରହିଛି । ଆପଣଙ୍କ ଲାଗି ନୂତନ ପନ୍ଥା ଖୋଲିବ । ଆପଣଙ୍କ ଶାନ୍ତ ମନ ଆପଣଙ୍କୁ ଅନେକ ଅସୁବିଧାରୁ ରକ୍ଷା କରିବ । ଜୀବନସାଥୀର ସହଯୋଗ ପ୍ରାପ୍ତି ହେବ । ସନ୍ତାନ ତରଫରୁ ଶୁଭ ସମାଚାର ମିଳିବାର ସମ୍ଭାବନା ଅଛି । ବିଦ୍ୟାର୍ଥିମାନଙ୍କ ଲାଗି ସମୟ ଅତି ଉମ ।

ମେ- ସମ୍ପତ୍ତିରେ ନିବେଶ କରିବାକୁ ଏହା ଉପଯୁକ୍ତ ସମୟ । ସଫଳତାର ରାସ୍ତା ଖୋଲୁଛି । ନୂତନ ସମ୍ପର୍କରୁ ଲାଭ ମିଳିବ । ଅଫିସରେ ସହକର୍ମୀମାନଙ୍କ ମନୋଭାବ ସହଯୋଗାତ୍ମକ ରହିବ । ବାହାରକୁ ଯିବାର କାର୍ଯ।କ୍ରମ ହୋଇପାରେ । ଜୀବନସଥୀ ସହ ସମୟ ବିତାଇବେ ।

ଜୁନ- ଧାର୍ମିକ କାର୍ଯ୍ୟ।ପ୍ରତି ଆଗ୍ରହ ବଢିବ । କୌଣସି ଧାର୍ମିକସ୍ଥଳକୁ ଯାତ୍ରା କରିପାରନ୍ତି । କୌଣସି ନୂତନ ଚୁକ୍ତି ସ୍ୱାକ୍ଷର କରିବା ପୂର୍ବରୁ କାଗଜପତ୍ରଗୁଡିକୁ ଭଲ ଭାବରେ ପଢନ୍ତୁ । ନୂତନ ଦାୟିତ୍ବ ଆପଣଙ୍କ ଉପରେ ମାନସିକ ଚାପ ପକାଇପାରେ । ମାସର ଶେଷ ସମୟରେ କେତେକ ଅତିଥି ଆପଣଙ୍କ ଘରକୁ ଆସିପାରନ୍ତି ।

ଜୁଲାଇ- ବିଦ୍ୟାର୍ଥିମାନେ ଶୁଭ ଖବର ଶୁଣିପାରନ୍ତି । ଲୁହା ବ୍ୟବସାୟିମାନଙ୍କୁ ଅତିରିକ୍ତ ଲାଭ ମିଳିବ । ଚାକିରୀ କରିଥିବା ଲୋକଙ୍କ ଦରମା ବୃଦ୍ଧି ହେବ କିନ୍ତୁ ଦରଦାମ ବୃଦ୍ଧି ଫଳରେ ଏହା ଜଣାପଡିବ ନାହିଁ । ସନ୍ତାନ ସହ କିଛି ସମୟ ବିତାଇବାକୁ ସମୟ ପାଇବେ । ଭାଇ କିମ୍ବା ଭଉଣୀ ତରଫରୁ ଏକ ଶୁଭ ସମାଚାର ଆପଣଙ୍କ ଅପେକ୍ଷା ରହିଛି ।

ଅଗଷ୍ଟ- ପଡିରହିଥିବା ଧନ ଫେରି ଆସିବ । ମାଲିମକଦ୍ଦମା ଶେଷ ହେବ । ଖୁସି ବୃଦ୍ଧି ପାଇବ । କିନ୍ତୁ ସନ୍ତାନ ତରଫରୁ କେତେକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଜୀବନସଥୀର ସ୍ୱାସ୍ଥ୍ୟ ଚିନ୍ତାଜନକ ରହିବ ।

ସେପ୍ଟେମ୍ବର- ରାଜନୈତିକ ସମ୍ପର୍କରୁ ଲାଭ ମିଳିବ । ବ୍ୟବସାୟରେ ନୂତନ ଯୋଜନା ଫଳରେ ଆପଣଙ୍କୁ ଲାଭ ମିଳିବ । ଶତ୍ରୁ ଆପଣଙ୍କୁ ଅସୁବିଧାରେ ପକାଇ ପାରନ୍ତି, ସତର୍କ ରହିବେ । ମାତାପିତାଙ୍କ ତରଫରୁ ସହଯୋଗ ମିଳିବ । ସନ୍ତାନର ସ୍ୱାସ୍ଥ୍ୟବସ୍ଥା ଆପଣଙ୍କୁ ଚିନ୍ତାରେ ପକାଇବ । ବିଦ୍ୟାର୍ଥିମାନଙ୍କ ମନ ପାଠପଢାରେ ଲାଗିବ ନାହିଁ ।

ଅକ୍ଟୋବର- ଆପଣଙ୍କ ଜୀବନରେ କିଛି ନୂଆ ଘଟିବ । ଆପଣଙ୍କ ରାସ୍ତାରେ କିଛି ବଧାଦେଖା ଦେବ କିନ୍ତୁ ଆପଣ ସେଥିରୁ ପାର ପଇବେ । ପରିବାରରେ ସବୁକିଛି ଠିକ଼୍ ଠାକ଼୍ ରହିବ । ଯାତ୍ରାର ଲାଭ ମିଳିବ ।

ନଭେମ୍ବର- ଜଣେ ନିକଟତମ ବ୍ୟକ୍ତି ଆପଣଙ୍କ ସହ ବିଶ୍ବାସଘାତକତା କରିପାରନ୍ତି । ଚାକିରୀରେ ବଦଳି ହେବାର ସମ୍ଭାବନା ରହିଛି । ବିବାହିକ ଜୀବନରେ ଝଡ ଦେଖାଦେବ । ଜୀବନସାଥୀ ପ୍ରତି ଉଦାର ମନୋଭାବ ପୋଷଣ କରିବାର ଆବଶ୍ୟକତା ରହିଛି । ଆପଣଙ୍କ କ୍ରୋଧ ଠିକ଼୍ ଠାକ଼୍ କାର୍ଯ୍ୟକୁ ନଷ୍ଟ କରିପାରେ । ମଦ୍ୟପାନରୁ ଦୁରେଇ ରହିବା ଆପଣଙ୍କ ଲାଗି ହିତକର ।

ଡିସେମ୍ବର- ଦାମ୍ପତ୍ୟ ଜୀବନରେ ଆପଣଙ୍କ ସହଯୋଗ ଓ ଜୀବନସଥୀକୁ ସମୟ ଦେବାର ଆବଶ୍ୟକତା ରହିଛି । ବନ୍ଧୁମାନଙ୍କ ସହ ବ୍ୟବସାୟ ଆରମ୍ଭ କଲେ ଲାଭବାନ ହେବେ । ସମୟର ମୂଲ୍ୟକୁ ଚିହ୍ନନ୍ତୁ । ଆପଣଙ୍କୁ ବ୍ୟବହାରରେ ପରିବର୍ତ୍ତନ ଆଣିବାକୁ ପଡିବ, ଅତ୍ୟାଧିକ ଭାବାନା ଫଳରେ ଆପଣ କ୍ଷତିରେ ପଡିପାରନ୍ତି । ପିତାଙ୍କ ସ୍ୱାସ୍ଥ୍ୟବସ୍ଥା ଆପଣଙ୍କୁ ଚିନ୍ତାରେ ପକାଇପାରେ ।

ତୁଳା (ରା, ରି, ରୁ, ରୋ, ତା, ତି, ତୁ, ତେ)

ଜାନୁଆରୀ- ଜୀବନରେ ଆଗକୁ ବଢିବା ଲାଗି ଆପଣଙ୍କୁ ସହଯୋଗର ଆବଶ୍ୟକତା ରହିଛି । ଉଚ୍ଚପଦସ୍ଥ କୌଣସି ବ୍ୟକ୍ତିଙ୍କ ସହ ଆପଣଙ୍କ ବ୍ୟକ୍ତିଗତ ସମ୍ପର୍କ ଫଳରେ ଆପଣ ଲାଭବାନ ହେବେ । ବ୍ୟବସାୟରେ ନୂତନ ରାସ୍ତା ଦେଖା ଦେବ କିନ୍ତୁ ଏଥିଲାଗି ଆପଣଙ୍କୁ ସତର୍କ ରହିବାକୁ ପଡିବ । ବାହାନ ଚାଳନା ସମୟରେ ସତର୍କ ରହିବେ ।

ଫେବୃଆରୀ- ନୂତନ ଘର କିଣିପାରନ୍ତି । ମାନସିକ ଚିନ୍ତାର ଅବସାନ ଘଟିବ । ଆର୍ଥିକ ପରିସ୍ଥିତିର ଲାଭ ହେବ । ଶତ୍ରୁମାନଙ୍କୁ ଅଣଦେଖା କରନ୍ତୁ ନାହିଁ । ମାତାଙ୍କ ତରଫରୁ କିଛି ଦୁସମ୍ବାଦ ମିଳିପାରେ ।

ମାର୍ଚ୍ଚ- ବ୍ୟବସାୟ ଦୃଷ୍ଟିକୋଣରୁ ସମୟ ଅନୁକୁଳ ଅଟେ । ନୂତନ ଚୁକ୍ତି ଲାଭଦାୟକ ହେବ । ପରିବହନ ବ୍ୟବସାୟକାରୀଙ୍କ ଲାଗି ସମୟ ବିଶେଷ ଭାବରେ ଶୁଭ । ଧନ ଆପଣଙ୍କ ପାଖକୁ ଆସିବ କିନ୍ତୁ ଏହା ବେଶି ଦିନ ରହିବ ନାହିଁ । ଯେକୌଣସି ପ୍ରକାରେ ବିବାଦରୁ ଦୁରେଇ ରୁହନ୍ତୁ ।

ଏପ୍ରିଲ- କେତେକ ଲୋକ ଆପଣଙ୍କ ଚରିଚ୍ର ଖରାପ କରିବାକୁ ପ୍ରାୟାସ କରିପାରନ୍ତି । ପଡୋଶୀଙ୍କ ଆପଣଙ୍କୁ ସହଯୋଗ କରିବେ । ଧନଲାଭର ଯୋଗ ସାମାନ୍ୟ ରହିଛି । ଧାର୍ମିକ କାର୍ଯ୍ୟରେ ସମୟ ବିତାଇଲେ ଲାଭ ହେବ । ଅବିବାହିତାଙ୍କ ଜୀବନରେ ପ୍ରେମ ସମ୍ପର୍କ ଗଢିଉଠିବ । ଦାନରୁ ଲାଭ ମିଳିବ ।

ମେ- କାରଖାନା ଓ ଫ୍ୟାକ୍ଟ୍ରିର ମାଲିକମାନେ ଆନ୍ଦୋଳନ କିମ୍ବା ଅନ୍ୟ କୌଣସି କାରଣରୁ ଅସୁବିଧାର ସାମନା କରିବାକୁ ପଡିପାରେ । ଚାକିରୀଆ ଲୋକଙ୍କ ନିମନ୍ତେ ମାସଟି ସାମାନ୍ୟ ରହିବ । ରୋଜଗାର ଓ ଖର୍ଚ୍ଚ ମଧ୍ୟରେ ସନ୍ତୁଳନ ରକ୍ଷା କରିବା କଠିକର ପାଠ ହେବ । ଜୀବନରେ କିଛି ନୂତନ କାମ କରିବାକୁ ପ୍ରୋତ୍ସାହନ ମିଳିବ ।

ଜୁନ- ଭଲ ଭାବରେ ବିଚାର କରି କୌଣସି କାମ ଆରମ୍ଭ କରନ୍ତୁ । ନୂତନ କାମ କରିବା ପୂର୍ବରୁ ଭଲ ଭାବରେ ଅନୁସନ୍ଧାନ କରିବା ଦରକାର । ମାଲିମୁକଦ୍ଦମାରୁ ଦୁରେଇ ରୁହନ୍ତୁ । କାହାକୁ ଧାରଉଧାର ଦେବାରୁ ଦୁରେଇ ରୁହନ୍ତୁ କାରଣ ଏଥିରେ ଅର୍ଥ ବୁଡିଯିବାର ସମ୍ଭାବନା ରହିଛି ।

ଜୁଲାଇ- ପାଣିପାଗ ଆପଣଙ୍କ ସ୍ୱାସ୍ଥ ଲାଗି ହିତକର ନୁହେଁ । ପେଟ ଗୋଳମାଳରୁ ବଞ୍ଚିବା ଲାଗି ବାହରେ ଖାଇବାରୁ ବଞ୍ଚନ୍ତୁ । ପୋଡେଶୀ ସହ ଝଗଡା ହେବାର ସମ୍ଭାବନାକୁ ଏଡାଇ ଦିଆଯାଇପାରିବ ନାହିଁ । କେହି ଆପଣଙ୍କ ଉପରେ ନଜର ରଖିଛି ତେଣୁ ନିଜ କାମକୁ ଭଲ ଭାବରେ କରନ୍ତୁ । ପରିଶ୍ରମର ଫଳ ଆପଣ ନିଶ୍ଚିତ ଭାବରେ ପାଇବେ ।

ଅଗଷ୍ଟ- ମନେ ରଖନ୍ତୁ କ୍ରୋଧ ଆପଣଙ୍କର କ୍ଷତି କରିପାରେ । ଆପଣଙ୍କୁ ନିଜ କଥାବାର୍ତ୍ତ।ରେ ସଂଜମତା ଆଣିବାକୁ ପଡିବ । ଆପଣଙ୍କ କୌଣସି କଥା ଫଳରେ ଆପଣଙ୍କ ଜୀବନସଥୀ ଅସନ୍ତୁଷ୍ଟ ହୋଇପାରେ । କୌଣସି ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି ତେଣୁ ଅଧିକ ସତର୍କ ରୁହନ୍ତୁ ।

ସେପ୍ଟେମ୍ବର- କୌଣସି ପାରିବାରିକ କାର୍ଯ୍ୟରେ ଯିବାକୁ ପଡିପାରେ । କେହି ଆପଣଙ୍କଠାରୁ ଅନେକ କିଛି ଆଶା ରଖିଛି ଦୟାକରି ତାକୁ ନିରାଶ କରନ୍ତୁ ନାହିଁ । ସନ୍ତାନର ବ୍ୟବହାର ଫଳରେ ଆପଣ ଆନନ୍ଦିତ ହେବେ । ଜୀବନରେ ଉତ୍ସାହ ବୃଦ୍ଧିପାଇବ । 20 ତାରିଖ ପରେ ଆର୍ଥିକ ସମସ୍ୟା ଦେଖାଦେଇପାରେ । ଶତ୍ରୁ ଆପଣଙ୍କ ଅହିତ କରିବାକୁ ପ୍ରାୟସ କରିବେ ।

ଅକ୍ଟୋବର- ବହୁଦିନରୁ ପଡି ରହିଥିବା ଏକ କାମ ଆଗକୁ ବଢିବ । କାହାକୁ ମିଥ୍ୟା ପ୍ରତିଶୃତି ଦିଅନ୍ତୁ ନାହିଁ । ଆପଣଙ୍କୁ ଇଚ୍ଛା ଅନୁସାରେ ଫଳ ମିଳିବ । ଭଲ ବର୍ଷ। ହେବା ଫଳରେ କୃଷକମାନଙ୍କୁ ଲାଭ ମିଳିବ । ବିରୋଧୀ ଶାନ୍ତ ରହିବେ । ଜୀବନ ସାଥୀ ପ୍ରସନ୍ନ ଓ ସନ୍ତୁଷ୍ଟ ରହିବ । ମୋଟା ମୋଟି ଭାବରେ ଏହି ମାସଟି ଆପଣଙ୍କ ଲାଗି ଭଲ ।

ନଭେମ୍ବର- ବ୍ୟବସାୟ ପାଇଁ ଏହି ମାସଟି ଅତ୍ୟନ୍ତ ଲାଭଦାୟକ । ବିଳାଶବ୍ୟସନ ଭୋଗର ସୁଯୋଗ ରହିଛି ତା ସହିତ ଦାୟିତ୍ବହୀନତା ଆପଣଙ୍କୁ ବହୁତ କ୍ଷତିରେ ପକାଇପାରେ । ବ୍ୟକ୍ତିଗତ ସମ୍ପର୍କର ସହାୟତାରେ ରୋଜଗାରର ନୂତନ ରାସ୍ତା ଖୋଲିବ । ମହିଳା ଓ ବୃଦ୍ଧବୃଦ୍ଧାମାନଙ୍କ ଗଣ୍ଠି ଦରଜ ଦେଖାଦେଇପାରେ ।

ଡିସେମ୍ବର- ସଘର୍ଷ ଫଳରେ ସଫଳତା ମିଳେ । ତରବରିଆ ଭାବରେ ନିଷ୍ପତ୍ତି ନିଅନ୍ତୁ ନାହିଁ । ଆପଣଙ୍କ ଏହି ନିଷ୍ପତ୍ତିର ଲାଭ ଆପଣଙ୍କ ଶତ୍ରୁମାନେ ଉଠାଇପାରନ୍ତି । ଶାନ୍ତ ରହି ଭଲ କାମ କରନ୍ତୁ । ମଦ୍ୟପାନ ଓ ଆମିଶ ଖାଇବାରୁ ଦୁରେଇ ରୁହନ୍ତୁ । ମାସର ଶେଷ ଆଡକୁ ପରିସ୍ଥିତିରେ ସୁଧାର ଆସିବ । ବର୍ଷର ଅନ୍ତ ସକାରାତ୍ମାକ ଭାବରେ ହେବ ।

ବିଛା (ନା, ନି, ନୁ, ନେ, ନୋ, ୟା, ୟି, ୟୁ)

ଜାନୁଆରୀ- ନୂତନ ବର୍ଷର ଆରମ୍ଭ ବହୁତ ବଢିଆ ହେବାର ଅଛି । ମାସର ଅନ୍ତିମ 15ଦିନ ବହୁତ ଭଲ ରହିବ । ନିଜ ହୃଦୟର କଥା ଶୁଣନ୍ତୁ ଏବଂ ମନଯୋଗ ଦେଇ କାର୍ଯ୍ୟ କରନ୍ତୁ ସଫଳତା ନିଶ୍ଚିତ ମିଳିବ । ଜୀବନସଥୀଙ୍କ ପ୍ରୋତ୍ସାହନ ଆପଣଙ୍କୁ ନୂତନ କାର୍ଯ୍ୟ କରିବାକୁ ପ୍ରେରଣା ଦେବ । କୌଣସି ମନ୍ଦିରରେ ଦାନ କରେ ଲାଭ ହେବ ।

ଫେବୃଆରୀ- ମନ ଭିତରେ ପ୍ରେମ ବୃଦ୍ଧି ପାଇବ । କୌଣସି ବାଦବିବାଦରେ ଫସିଲେ ହୋଇଯାଇଥିବା ବିଗିଡି ଯାଇପାରେ । କାହାର ମନରେ ଆଘାତ ଦିଅନ୍ତୁ ନାହିଁ । କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ସବୁ ଦିଗ ଉପରେ ଭଲ ଭାବରେ ବିଚାର ବିମର୍ଶ କରନ୍ତୁ । ଘରକୁ ଅତିଥି ଆସିବାର ସଂକେତ ରହିଛି । ମାତାପିତାଙ୍କ ଆଶୀର୍ବ।ଦରୁ ଜୀବନରେ ସୁଖ-ଶାନ୍ତି ବଳବତ୍ତର ରହିବ ।

ମାର୍ଚ୍ଚ- ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା ତ ମିଳିବ କିନ୍ତୁ ଏଥିପାଇଁ ଆପଣଙ୍କୁ ଧର୍ଯ୍ୟ ରଖିବାକୁ ପଡିବ । ସ୍ୱାସ୍ଥ୍ୟବସ୍ଥା ସାମାନ୍ୟ ରହିବ । ବରିଷ୍ଠ ଅଧିକାରୀଙ୍କ ସହ ସମ୍ପର୍କରେ ସୁଧାର ଆସିବ । ଶତ୍ରୁ ଶାନ୍ତ ରହିବେ । ସନ୍ତାନ ତରଫରୁ ସୁଖ ସମାଚାର ମିଳିବ । ବିଦ୍ୟାର୍ଥିମାନଙ୍କ ଲାଗି ସମୟ ଅନୁକୁଳ ଅଟେ ।

ଏପ୍ରିଲ- ସଫଳତା ହାସଲ ଲାଗି ଆଳସ୍ୟକୁ ତ୍ୟାଗ କରିବା ନିହାତି ଆବଶ୍ୟକ । ବିବାହିକ ଜୀବନରେ ନିରାଶା ବସା ବାନ୍ଧିବାରେ ଲାଗୁଛି । ଜୀବନସାଥୀର ଅଭିଯୋହକୁ ଅଣଦେଖା କରନ୍ତୁ ନାହିଁ । ଶତ୍ରୁମାନେ ଆପଣଙ୍କ ଦାୟିତ୍ବହୀନତାର ଲାଭ ଉଠାଇ ପାରନ୍ତି । ଆର୍ଥିକବସ୍ଥା ସାମାନ୍ୟ ରହିବ ।

ମେ- ଜୀବନରେ ସଂଘର୍ଷର ସମୟ ଆରମ୍ଭ ହେବ । ଆପଣଙ୍କ ଆତ୍ମବିଶ୍ବାସ ଆପଣଙ୍କୁ ଏହି ଅସୁବିଧାରୁ ବାହାର କରିବ । ସମ୍ପତ୍ତିରେ ନିବେଶ କରିବା ଲାଗି ସମୟ ଠିକ୍ ନୁହେଁ । ସ୍ୱାସ୍ଥ୍ୟବସ୍ଥା ପ୍ରତି ଧ୍ୟାନ ଦିଅନ୍ତୁ । ବାହାରେ ଖାଇବାପିଇବାରୁ ଦୁରେଇ ରୁହନ୍ତୁ । ଜୀବନସାଥୀ ଓ ସନ୍ତାନର ଆବଭାବ ଆପଣଙ୍କୁ ଅସୁବିଧାରେ ପକାଇପାରେ ।

ଜୁନ- ସବୁ ଚେଷ୍ଟାସତ୍ତ୍ବେ କାମ ହେବାପରି ଦେଖାଯାଉ ନାହିଁ । ପରିଶ୍ରମ ହିସାବରେ ଫଳ ମିଳିବ ନାହିଁ । ପତ୍ନୀପ୍ରତି ଆପଣଙ୍କ ମନୋଭାବ ଭଲ ରହିବ ନାହିଁ । ମାତା-ପିତାଙ୍କୁ ଖୁସି ରଖିବା ପାଇଁ ଚେଷ୍ଟା କରନ୍ତୁ । ସନ୍ତାନ ତରଫରୁ ସୁଖ ସମାଚାର ମିଳିପାରେ । ଶତ୍ରୁ ଆପଣଙ୍କ ଉପରେ ପ୍ରାଧ୍ୟାନ ବିସ୍ତାର କରିବେ ।

ଜୁଲାଇ- ମନ ଅଶାନ୍ତ ରହିବ । ବିଦ୍ୟାର୍ଥିମାନଙ୍କ ଲାଗି ସମୟ ଭଲ ନୁହେଁ । ମନ ଓ ଇଚ୍ଛା ଅନୁସାରେ ସମ୍ପର୍କ ନ ହେବାରୁ ଆପଣ ହତାଶ ରହିବେ । ପିତା ଓ ଭାଇଙ୍କ ସହ ବିବାଦ ହୋଇପାରେ । ବାହାନ ଚାଳନା ସମୟରେ ଅଧିକ ସତର୍କ ରହିବାର ଆବଶ୍ୟକତା ରହିଛି । ମଦ୍ୟପାନ କରିବା ସମୟର ନିଜ ଉପରେ ନିୟନ୍ତ୍ରଣ ରଖନ୍ତୁ ।

ଅଗଷ୍ଟ- ସମୟ ବଦଳୁଛି । 15 ତାରିଖ ପରେ ପରିସ୍ଥିତି ଆପଣଙ୍କ ସପକ୍ଷରେ ଆସିବ । ସ୍ୱାସ୍ଥ୍ୟବସ୍ଥା ଭଲ ରହିବ । ଆପଣଙ୍କ ବସ୍ ଆପଣଙ୍କ କାର୍ଯ୍ୟରେ ଖୁସି ହେବେ । ସହକର୍ମୀମାନଙ୍କ ସହଯୋଗ ମିଳିବ । କଳା ସହ ଜଡିତ ଲୋକମାନଙ୍କ ଲାଗି ସମୟ ବହୁତ ଭଲ । ନୂତନ ଗାଡି କିମ୍ବା ଘର କିଣି ପାରନ୍ତି । ଧାରକରଜ ଆଦି ମାଲିମକଦ୍ଦମାରୁ ଛାଡ ମିଳିବ ।

ସେପ୍ଟେମ୍ବର- ଏହି ମାସରେ ଆପଣ ଲାଭ ପାଇବେ । ନୂତନ ଯୋଜନା ପ୍ରସ୍ତୁତ କରନ୍ତୁ । ବନ୍ଧୁମାନେ ଆପଣଙ୍କୁ ଅସୁବିଧା ବେଳେ ସହଯୋଗ କରିବେ । ଶଶୁର ଘକର ପକ୍ଷରୁ ସହଯୋଗ ମିଳିବ । ଅର୍ଥିକବସ୍ଥା ବହୁତ ଭଲ ରହିବ । କମ୍ପ୍ୟୁଟର ବ୍ୟବସାୟରେ ସାମିଲ ଲୋକଙ୍କ ନିମନ୍ତେ ସମୟ ବହୁତ ଭଲ ରହିବ । ଶତ୍ରୁଙ୍କ ସବୁ ଷଡଯନ୍ତ୍ର ବିଫଳ ହେବ ।

ଅକ୍ଟୋବର- ସାଧାରଣ ମାସ । ସ୍ୱାସ୍ଥ୍ୟବସ୍ଥା ଠିକଠାକ ରହିବ । ପତ୍ନୀଙ୍କ ସହଯୋଗ ହାସଲ ହେବ । ଆପଣଙ୍କ କଥାର ସମ୍ମାନ କରାଯିବ । ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ । ସ୍ୱାସ୍ଥ୍ୟବସ୍ଥାକୁ ଠିକ ରଖିବା ଲାଗି ପ୍ରାତଃ ଭ୍ରମଣରେ ଯାଆନ୍ତୁ ।

ନଭେମ୍ବର- ପଡିରହିଥିବା କାର୍ଯ୍ୟ ସମ୍ପୁର୍ଣ୍ଣ ହେବ । ଗତ କିଛି ଦିନ ଧରି ଆପଣ ବାହାରକୁ ବୁଲିବାକୁ ଯିବା ଲାଗି ଯୋଜନା କରୁଛନ୍ତି, ତାହା ପୁରଣ ହେବ । କେହି ଆପଣଙ୍କ ଉପରେ ମିଥ୍ୟା ଅଭିଯୋଗ କରିବାକୁ ଷଡଯନ୍ତ୍ର କରୁଛି, ସତର୍କ ରୁହନ୍ତୁ । ଅଧିକାରୀଙ୍କ ସହ ସୁସମ୍ପର୍କ ରହିବ, ଯାହା ଆପଣଙ୍କୁ ଦୀର୍ଘକାଳୀନ ଲାଭ ଦେବ ।

ଡିସେମ୍ବର- କାର୍ଯ୍ୟର ସମୟ ପୁରଣ ହୋଇଯିବ । ଯୋଜନା ସବୁ ପୁରା ହେବ । 15 ତାରିଖ ପରେ କିଛି ନୂତନ କାମ ଆରମ୍ଭ କରନ୍ତୁ ।

ଧନୁ (ୟେ, ୟୋ, ଭ, ଭି, ଭୁ, ଧା, ଫା, ଢା, ଭେ)

ଜାନୁଆରୀ- ନୂତନ ବର୍ଷର ପ୍ରଥମ ମାସ ଅନେକ ଖୁସି ଆଣି ଆସିବ, ହାତଖୋଲି ଏହାର ସ୍ୱାଗତ କରନ୍ତୁ । ଚାକରିରୀଆଙ୍କ ଲାଗି ଖୁସି ଖବର ରହିଛି । ବ୍ୟବସାୟିମାନେ ଲାଭବାନ ହେବ । ଜବନରେ ନୂତନ ଉତ୍ସାହ ଆସିବ । ଶତ୍ରୁଙ୍କ ଉପରେ ବିଜୟ ହାସଲ କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଜୀନବସଥୀ ଆପଣଙ୍କୁ ସୁରକ୍ଷା ପ୍ରଦାନ କରିବେ । ଆପଣଙ୍କୁ ନିଜର ଚଞ୍ଚଳ ମନ ଉପରେ ନିୟନ୍ତ୍ରଣ ରଖିବାକୁ ପଡିବ ।

ଫେବୃଆରୀ- କାମ କରିବାକୁ ମନ ହେବ ନାହିଁ । ମନ ଅଶାନ୍ତ ରହିବ । ଏହି ମାସର ମାନସିକ ସ୍ଥିତି ଏପଟସେପଟ ରହିବ । ବିଦ୍ୟାର୍ଥିମାନଙ୍କୁ ବହୁତ ପରିଶ୍ରମ କରିବାକୁ ପଡିବ । ମାତାପିତାଙ୍କ ସହ ବିବାଦ ହେବାର ସମ୍ଭାବନା ରହିଛି । ଶତ୍ରୁ ବରିଷ୍ଠ ଅଧିକାରୀଙ୍କୁ ଆପଣଙ୍କ ବିରୋଧରେ ମତାଇପାରନ୍ତି । ଅଫିସ ରାଜନୀତିରୁ ଦୁରେଇ ରହିବା ଆପଣଙ୍କ ଲାଗି ଶୁଭ । ପତ୍ନୀଙ୍କ ସ୍ୱାସ୍ଥ୍ୟବସ୍ଥା ଚିନ୍ତାଜନକ ରହିବ ।

ମାର୍ଚ୍ଚ- ମାସର ପ୍ରଥମ ଭାଗ ନିରାଶାଜନକ ରହିବାର ସମ୍ଭାବନା ଅଛି । ଭଲ କାର୍ଯ୍ୟ ବିଗିଡି ଯିବ ଏବଂ ବହୁତ ପରିଶ୍ରମ କରିବା ସତ୍ତ୍ବେ ସଫଳତା ମିଳିବ ନାହିଁ । ଆଇନ ମାମଲାରେ ଫସିବାର ସମ୍ଭାବନା ରହିଛି, ତେଣୁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ସମସ୍ତ ପ୍ରକାର ବିବାଦରୁ ଦୁରେଇ ରୁହନ୍ତୁ । 15ତାରିଖ ପରେ ପରିସ୍ଥିତିରେ ସୁଧାର ଆସିବ । ରୋଜଗାରର ନୂତନ ପନ୍ଥା ଖୋଲିବ ।

ଏପ୍ରିଲ- ବିଦ୍ୟାର୍ଥିମାନଙ୍କ ଲାଗି ସମୟ ଭଲ । ଇଚ୍ଛା ଅନୁସାରେ ସଫଳତା ମିଳିବ । ଶତ୍ରୁ ପ୍ରାୟସ କରିବେ କିନ୍ତୁ ଆପଣଙ୍କର କୌଣସି କ୍ଷତି କରିପାରିବେ ନାହିଁ । ଚାକିରୀ କ୍ଷେତ୍ରରେ ସାମାନ୍ୟ ପରିସ୍ଥିତି ରହିବ । ଆପଣଙ୍କୁ ନିଜର ପ୍ରତିଭା ଦେଖାବାର ସୁଯୋଗ ମିଳିବ, ସେଥିପାଇଁ ନିଜକୁ ପ୍ରସ୍ତୁତ କରିନିଅନ୍ତୁ । ବନ୍ଧୁମାନେ ସହାୟତା କରିବାକୁ ଆଗେଇ ଆସିବେ ।

ମେ- ସାଧାରଣ ମାସ । ସବୁକିଛି ଠିକ ରହିବ । ପତ୍ନୀଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି । ଅର୍ଥିକବସ୍ଥା ସାମାନ୍ୟ ରହିବ । ସନ୍ତାନକୁ ନେଇ ଚିନ୍ତାର ବିଷୟ ଦେଖାଦଇପାରେ । ଅନାବଶ୍ୟକ ବିବାଦରୁ ଦୁରେଇ ରୁହନ୍ତୁ ।

ଜୁନ- ଆପଣଙ୍କ ଲାଗି ସବୁକିଛି ରତନାତ୍ମକ କରିବାର ସମୟ । କଳା ଓ ସାହିତ୍ୟ ସହ ଜଡିତ ଲୋକଙ୍କ ଲାଗି ସମୟ ବହୁତ ଅନୁକୁଳ । ସ୍ୱାସ୍ଥ୍ୟବସ୍ଥା ଉତ୍ତମ ରହିବ, ପତ୍ନୀ ଓ ବନ୍ଧୁଙ୍କ ସହଯୋଗ ପ୍ରାପ୍ତ ହେବ । ପରିବାରରେ ସୁଖ ଶାନ୍ତି ରହିବ ।

ଜୁଲାଇ- ଆର୍ଥିକ ପରିସ୍ଥିତି ସୁଦୃଢ ରହିବ । ନିବେଶ ଲାଗି ସମୟ ଉତ୍ତମ । ବ୍ୟବସାୟିମାନଙ୍କ ଲାଗି ସମୟ ଉପଯୁକ୍ତ ଅଟେ । ବିଦ୍ୟାର୍ଥିମାନଙ୍କ ଲାଗି ସମୟ ଭଲ । ପଡିରହିଥିବା ଧନ ଫେରିପାଇବେ ।

ଅଗଷ୍ଟ- ଆଳସ୍ୟ ଦରିଦ୍ର୍ୟତାର ଦ୍ବିତୀୟ ନାମ, ଏହି କଥା ଆପମଙ୍କୁ ମନେ ରଖିବାକୁ ପଡିବ । ଆପଣଙ୍କ ଢିଲା କାମ ଆପଣଙ୍କୁ ସଫଳତା ପ୍ରଦାନ କରିନପାରେ । ଅଧିକାରୀମାନେ ଆପଣଙ୍କ ଏପରି କାର୍ଯ୍ୟରେ ଅସନ୍ତୁଷ୍ଠ ହୋଇପାରନ୍ତି । ବାହାନ ଚାଳନା କରିବା ବେଳ ସତର୍କ ରୁହନ୍ତୁ । କୌଣସି ବୃଦ୍ଧବୃଦ୍ଧାଙ୍କୁ ଅପମାନିତ କରନ୍ତୁ ନାହିଁ ।

ସେପ୍ଟେମ୍ବର- ଆପଣ ନିଜ ସନ୍ତାନଙ୍କୁ ନେଇ ଚିନ୍ତିତ ଅଛନ୍ତି ଏହି ମାସରେ ଉକ୍ତ ସମସ୍ୟାର ସମାଧନ ହେବ । ଭବିଷ୍ୟରେ ହେବାକୁ ଥିବା ମାଙ୍ଗଳିକ କାର୍ଯ୍ୟର ଶୁଭାରମ୍ଭ ହେବ । ରାଜନୈତିକ ସମ୍ପର୍କର ଲାଭ ହେବ । ପତ୍ନୀଙ୍କ ପୂର୍ଣ୍ଣ ସହଯୋଗ ପାଇବେ ।

ଅକ୍ଟୋବର- ସବୁକିଛି ଠିକଠାକ ଚାଲୁଛି । ଛୋଟମୋଟ ସମସ୍ୟାକୁ ଛାଡିଦେଲେ ଏହି ମାସଟି ଆପଣଙ୍କ ଲାଗି ଅତି ଉତ୍ତମ । ଆପଣଙ୍କ ପରିଶ୍ରମର ଫଳ ଆପଣଙ୍କୁ ନିଶ୍ଚିତ ଭାବରେ ମିଳିବ । ନୂତନ ଗାଡି କିମ୍ବା ଘର କିଣିପାରନ୍ତି ।

ନଭେମ୍ବର- ଶତ୍ରୁ ଆପଣଙ୍କ ଅହିତ କରିବାକୁ ପ୍ରାୟସ କରୁଛନ୍ତି, ସତର୍କ ରୁହନ୍ତୁ । ଆପଣ ନିଜର ପୁରୁଣା ଅଭିଜ୍ଞତାକୁ ଆଧାର କରି ଜୀବନର ଉନ୍ନତି କରିବେ । ନିଜର ଆତ୍ମବିଶ୍ବାସ ହିଁ ସଫଳତାର ଚାବିକାଠି । ଘରେ ମାଙ୍ଗଳିକ କାର୍ଯ୍ୟ ହେବାର ସମ୍ଭାବନା ରହିଛି । ମାତାପିତା କିମ୍ବା ବଡ ଲୋକଙ୍କ ଆଶୀର୍ବ।ଦ ନେଇ ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ।

ଡିସେମ୍ବର-ସଫଳତା ଆପଣଙ୍କ ଅପେକ୍ଷାର ରହିଛି କେବଳ ଉପଯୁକ୍ତ ସମୟକୁ ଚିହ୍ନବାର ଆବଶ୍ୟକତା ରହିଛି । ମୁକଦ୍ଦମାରୁ ମୁକ୍ତି ମିଳିବ । ପ୍ରେମ ସମ୍ପର୍କ ସୁଦୃଢ ହେବ । କାହାକୁ ଦେଇଥିବା ପ୍ରତିଶୃତିକୁ ନିଶ୍ଚିତ ଭାବରେ ପାଳନ କରନ୍ତୁ ।

ମକର (ଭୋ, ଜା, ଜି, ଖି, ଖୁ, ଖେ, ଗୋ, ଗା, ଗି)

ଜାନୁଆରୀ- ବର୍ଷର ଆରମ୍ଭ ଭଲ ହେବ । ପରୁଣା ଧାରଉଧାରରୁ ମୁକ୍ତି ମିଳିବ । କିନ୍ତୁ ପୁରୁଣା ମକଦ୍ଦମା ଆପଣଙ୍କୁ ଅସୁବିଧାରେ ପକାଇପାରେ । ମନ ବିଚଳିତ ହେଉଛି ଏହାକୁ ନିୟନ୍ତ୍ରଣରେ ରଖନ୍ତୁ । ସନ୍ତାନ ତରଫରୁ ଶୁଭ ଖବର ମିଳିବ । ଶଶୁରଘର ପକ୍ଷରୁ କିଛୁ ସୁଖ ସମ୍ବାଦ ମିଳିପାରେ । ଚାକିରୀ ପରିବର୍ତ୍ତନର ଯୋଗ ରହିଛି ।

ଫେବୃଆରୀ- ଶାରୀରିକ ଯନ୍ତ୍ରଣା ହେବାର ସମ୍ଭାବନା ରହିଛି । ମହିଳା ଓ ବୁଦ୍ଧବୃଦ୍ଧାମାନଙ୍କୁ ନିଜ ସ୍ୱାସ୍ଥ୍ୟବସ୍ଥା ପ୍ରତି ଧ୍ୟାନ ଦେବା ଆବଶ୍ୟକ । ପତ୍ନୀ ସମ୍ପୁର୍ଣ୍ଣ ସହଯୋଗ ଦେବେ । ମାସର ଶେଷ ଆଡକୁ ପରିସ୍ଥିତି ସାମାନ୍ୟ ହୋଇଯିବ । ବ୍ୟବସାୟିମାନେ ଲାଭବାନ ହେବାର ଯୋଗ ରହିଛି ।

ମାର୍ଚ୍ଚ- ସାଧାରଣ ମାସ । ସପ୍ତପୁରୁଷଙ୍କ କାରଣରୁ ଲାଭ ମିଳିବ । ପଡିରହିଥିବା ଧନ ଫେରିଆସିବ । ବିଦ୍ୟାର୍ଥିମାନଙ୍କୁ ଲାଭ ମିଳିବ । ଶତ୍ରୁମାନେ ଆପଣଙ୍କ ଉପରେ ପ୍ରଧାନ୍ୟ ବିସ୍ତାର କରିବାକୁ ପ୍ରୟାସ କରୁଛନ୍ତି, ସତର୍କ ରୁହନ୍ତୁ । ଅନାବଶ୍ୟକ କଥାବାର୍ତ୍ତ।ରେ ସମୟ ନଷ୍ଟ କରନ୍ତୁ ନାହିଁ ।

ଏପ୍ରିଲ- ପ୍ରତିକୁଳ ସମୟ ଆପଣଙ୍କ ପାଇଁ ରହିଛି । ଭଲ କାମ ବିଗିଡି ଯିବାର ସମ୍ଭାବନା ରହିଛି । ଅପଣଙ୍କ ଲାଗି ଯେ ସମସ୍ତେ ଆପଣଙ୍କ ବିରୋଧର ଯାଉଛନ୍ତି । ବନ୍ଧୁମାନଙ୍କ ମନୋଭାବ ଆପଣଙ୍କୁ ଅସୁବିଧାରେ ପକାଇପାରେ । ଆଶା ଅନୁସାରେ ଫଳ ନମିଳିବା ପରେ ବିଦ୍ୟାର୍ଥିମାନେ ନିରାଶ ହେବେ ।

ମେ- ମାସର ଆରମ୍ଭ ଭଲ ହେବ ନାହିଁ । ଚିନ୍ତା ବୃଦ୍ଧି ପାଇବ । ସହକର୍ମୀମାନଙ୍କ ସହ ମତଭେଦ ହୋଇପାରେ । କିନ୍ତୁ ମାସର ଶେଷ ଭାଗ ଆପଣଙ୍କୁ ଲାଭ ପ୍ରଦାନ କରିବ । ଭୌତିକ ସାମଗ୍ରୀ କିଣିବା ଫଳରେ ଆପଣଙ୍କୁ ସମ୍ମାନ ବୃଦ୍ଧି ହେବ । ଶତ୍ରୁ ପ୍ରୟାସ କରିବା ସତ୍ତ୍ବେ ଆପମଙ୍କ ଅହିତ କରିପାରିବେ ନାହିଁ ।

ଜୁନ- ଧନ ଲାଭ ହେବାର ଯୋଗ ରହିଛି । ଶୁଶୁର ଘର ପକ୍ଷରୁ ସହଯୋଗ ମିଳିବ । ମିତ୍ରମାନଙ୍କ ସହ ସହରରୁ ବାହାରକୁ ଭ୍ରମଣର ଯିବାର ଯୋଜନା ପ୍ରସ୍ତୁତ ହେବ । ଆପଣ ପୂର୍ବରୁ ଯେଉ ପରିଶ୍ରମ କରିଥିଲେ ତାହାର ଫଳ ଖାଇବାର ସମୟ ହୋଇଯାଇଛି । କିନ୍ତୁ ତରବରିଆ ହୁଅନ୍ତୁ ନାହିଁ ନଚେତ ଆପଣଙ୍କୁ ଦୁର୍ଭ।ଗ୍ୟର ସାମନା କରିବାକୁ ପଡିବ ।

ଜୁଲାଇ- ଏହି ମାସରେ ବରିଷ୍ଠ ଅଧିକାରୀ ଓ ସହକର୍ମୀମାନଙ୍କ ଅସହଯୋଗ କାରଣରୁ କାର୍ଯ୍ୟ କ୍ଷେତ୍ରରେ ଆପଣ ଅନେତ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇପାରନ୍ତି । ଯଦି ଆପଣ ଧର୍ଯ୍ୟ ରଖନ୍ତି ତେବେ ଏବଂ କାର୍ଯ୍ୟ ଶୈଳୀ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତି ତେବେ ଖରାପ ପରିସ୍ଥିତିରେ ମଧ୍ୟ ଆପଣ ଅଧିକ କ୍ଷତି ନ ସହି ଏଥିରୁ ବାହାରି ଯିବେ ।

ଅଗଷ୍ଟ- ଏହି ସମୟ ଆପଣଙ୍କ ଜୀବନରେ ଗୁରୁତ୍ବପୂର୍ଣ୍ଣ ଶିକ୍ଷଣୀୟ ସମୟ । ବହୁତ ଅସୁବିଧାର ସମୟ ଏବଂ ଏହି ସମୟରେ ଆପଣଙ୍କୁ ଜଣାପଡିବ ଯେ ଆପଣଙ୍କର କେତେ ଜଣ ବନ୍ଧୁ ଅଛନ୍ତି । ମାନସିକ ଚିନ୍ତା ରହିବ କିନ୍ତୁ ଭଗବାନଙ୍କ ପୂଜା ଫଳରେ ଶାନ୍ତି ମିଳିବ । ମାସର ଶେଷ ସପ୍ତାହରେ ସୁଧାର ଆସିବ । ଧର୍ଯ୍ୟ ରଖନ୍ତୁ ଏହା ହିଁ ଆପଣଙ୍କୁ ସ୍ଥିରତା ପ୍ରଦାନ କରିବ ।

ସେପ୍ଟେମ୍ବର- ସମୟ ପରିବର୍ତ୍ତନ ହୋଇଛି, କିନ୍ତୁ ମନ ରଖନ୍ତୁ ପରିଶ୍ରମ କଲେ ହିଁ ଉନ୍ନତିର ଫଳ ପାଇବେ । ବନ୍ଧୁମାନେ ସବୁବେଳେ ଆପଣଙ୍କ ନିକଟରେ ସହଯୋଗ ଲାଗି ରହିବେ । ନୂତନ ଗାଡି ଆପଣଙ୍କ ଜୀବନରେ ଅଧିକ ଖୁସି ଆଣିବ ।

ଅକ୍ଟୋବର- ଏହି ମାସ ଆପଣଙ୍କ ଲାଗି ବହୁତ ଭଲ । ଆପଣ ଜୀବନରେ କିଛି ନୂଆ କରିବେ । ସାହିତ୍ୟ କ୍ଷେତ୍ରରେ ଉନ୍ନତି କରିବେ ଏବଂ ଆପଣଙ୍କ କାର୍ଯ୍ୟର ପ୍ରଶଂସା ହେବ । ଦୂର ସମ୍ପର୍କୀୟଙ୍କ ଠାରୁ ଶୁଭ ସମାଚାର ମିଳିବାର ସମ୍ଭାବନା ରହିଛି । ବିରୋଧୀମାନ ଆପଣଙ୍କ ଉପରେ ପ୍ରଧ୍ୟାନ୍ୟ ବିସ୍ତାର କରିବାକୁ ବିଫଳ ପ୍ରୟାସ କରିବ ।

ନଭେମ୍ବର- ଯଦି ଆପଣ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ ତେବେ ସବୁକିଛି ଆପଣଙ୍କ ନିନ୍ତ୍ରଣରେ ରହିବ । ଆପଣଙ୍କ ଶତ୍ରୁ ଆପଣଙ୍କ କ୍ରୋଧରୁ ଲାଭ ଉଠାଇବାକୁ ପ୍ରୟାସ କରିବ । ଲକ୍ଷ୍ୟ ନିର୍ଦ୍ଧ।ରିତ କରି ତାହା ହାସଲ କରିବାକୁ ପ୍ରୟାସ କରନ୍ତୁ ସଫଳତା ନିଶ୍ଚିତ ମିଳିବ ।

ଡିସେମ୍ବର- ଏହି ମାସରେ ଗ୍ରହ ଆପଣଙ୍କ ସହ ରହିଛି । ବିଗିଡି ଯାଇଥିବା କାମ ହୋଇଯିବ । ଘରେ ବିବାହର କାର୍ଯ୍ୟକ୍ରମ ଆୟୋଜମ ହୋଇପାରେ । ସମୟର ସଦୁପଯୋଗ କରିବା ଶିଖନ୍ତୁ । ପ୍ରାବେଶିକ ପରୀକ୍ଷା ଲାଗି ପ୍ରସ୍ତୁସ ହେଉଥିବା ବିଦ୍ୟାର୍ଥିମାନଙ୍କ ଲାଗି ଉପଯୁକ୍ତ ସମୟ ଅଛି ।

କୁମ୍ଭ (ଗୁ, ଗେ, ଗୋ, ସା, ସି, ସୁ, ସୋ, ଦ)

ଜାନୁଆରୀ- ବର୍ଷର ଆରମ୍ଭ ଆପଣଙ୍କ ଲାଗି ଅଳ୍ପ ନିରାଶାଜନକ ରହିପାରେ । ଶତ୍ରୁମାନେ ଆପଣଙ୍କ ବିରୋଧରେ ଷଡଯନ୍ତ୍ର କରୁଛନ୍ତି, ସତର୍କ ରୁହନ୍ତୁ । ବରିଷ୍ଠ ଅଧିକାରୀଙ୍କ ସହ ମତଭେଦ ହୋଇପାରେ । ସନ୍ତାନ ତରଫରୁ କଷ୍ଟ ମିଳିବାର ଯୋଗ ରହିଛି । ମାତାପିତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଚିନ୍ତିତ ରହିବେ ।

ଫେବୃଆରୀ- ରୋଜଗାରରେ ଉତ୍ଥାନପତ୍ତନ ଦେଖାଦେବ । କାହାର ଯିଦିଆ ପ୍ରକୃତି ଆପଣଙ୍କୁ ଅସୁବିଦାରେ ପକାଇପାରେ । ନିଜର ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ । ତାହା ହଜିବା କିମ୍ବା ଚୋରି ହେବାର ସମ୍ଭାବନା ରହିଛି । ଭାଗ୍ୟ ଆପଣଙ୍କ ସହିତ ନାହିଁ ତେଣୁ କଠିନ ପରିଶ୍ରମ କରିବାକୁ ପଡିବ ।

ମାର୍ଚ୍ଚ- 15ତାରିଖ ପୂର୍ବରୁ କୌଣସି ନୂତନ କାମ ଆରମ୍ଭ କରନ୍ତୁ ନାହିଁ । ମାସର ଶେଷ 15ଦିନରେ ଆପଣଙ୍କ ପରିସ୍ଥିତି ବଦଳିଯିବ । ଦୂରର କିଛି ଶୁଭସମାଚାର ମିଳିବାର ସମ୍ଭାବନା ରହିଛି । ପଡିରହିଥିବା ଧନ ପାଇବେ । ଆଇନ ମାମଲା ଆପଣଙ୍କୁ ଅଳ୍ପ ଅସୁବିଧାରେ ପକାଇବ । ନକରାତ୍ମକ ଲୋକଙ୍କଠାରୁ ଦୁରେଇ ରୁହନ୍ତୁ । ବିଦ୍ୟାର୍ଥିମାନଙ୍କୁ ପରୀକ୍ଷାରେ ସଫଳତା ମିଳିବ ।

ଏପ୍ରିଲ- କେହି ଆପଣଙ୍କ ନିଜର ହୋଇ ଆପଣଙ୍କ ସହ ବିଶ୍ବାସଘାତକ କରିବାକୁ ଚିନ୍ତା କରୁଛି । ଏହି ମାସର ଆପଣଙ୍କ ଲାଗି ରୋଜଗାରର ନୂତନ ପନ୍ଥା ଖୋଲିବ । ଚାକିରୀରେ ଉନ୍ନତି କରିବାର ଯୋଗ ରହିଛି । କିନ୍ତୁ କିଛି ଲୋକଙ୍କ ଇଚ୍ଛା ଅନୁସାରେ ଏହି କାର୍ଯ୍ୟ ହେବ ନାହିଁ । ପତ୍ନୀ ଆପଣଙ୍କ ସହ ଏକ ସୁଦୃଢ ଖମ୍ଭ ପରି ସବୁବେଳେ ରହିବେ ।

ମେ- ସମୟ ଅନୁକୁଳ ଅଟେ ଏହାର ଲାଭ ଉଠାନ୍ତୁ । ସଫଳତା ଲାଗି ନୂତନ ଚିନ୍ତାଧାରର ଆବଶ୍ୟକତା ରହିଛି । ସନ୍ତାନ ତରଫରୁ କଷ୍ଟ ପାଇବାର ଯୋଗ ରହିଛି । ପତ୍ନୀଙ୍କ ସହ ମତାନ୍ତର ଫଳରେ ଅସୁବିଧାର ସମ୍ମୁଖୀନ ହେବେ । ଅଧିକାରୀଙ୍କ ସହ ସମ୍ପର୍କ ଫଳରେ ଲାଭବାନ ହେବେ । ଚାକିରୀ କରିଥିବା ଲୋକଙ୍କ ଲାଗି ସମୟ ସାମାନ୍ୟ ରହିବ । ସ୍ୱାସ୍ଥ୍ୟବସ୍ଥା ପ୍ରତି ଧ୍ୟାନ ଦିଅନ୍ତୁ ।

ଜୁନ- ଭଗବାନଙ୍କ ଇଚ୍ଛାରେ ଭଲ କାମ ବିଗିଡି ଯିବ । ସାହିତ୍ୟ ସହ ଜଡିତ ଲୋକଙ୍କ ଲାଗି ସମୟ ବହୁତ ଭଲ । ଆପଣଙ୍କୁ ପରିଶ୍ରମର ଫଳ ମିଳିବ । ନୂତନ ତାକିରୀର ଯୋଗ ରହିଛି । ଶିକ୍ଷା ପାଇଁ ବିଦେଶ ଗସ୍ତ କରିବାର ଯୋଗ ରହିଛି ।

ଜୁଲାଇ- ସାଧାରଣ ମାସ । କୌଣସି କାଗଜ ଉପରେ ସ୍ୱାକ୍ଷର କରିବା ପୂର୍ବରୁ ଭଲ ଭାବରେ ପଢନ୍ତୁ । ଆଳସ୍ୟରୁ ଦୁରେଇ ରୁହନ୍ତୁ । ମାତାପିତାଙ୍କ ଆଶୀର୍ବ।ଦ ପ୍ରାପ୍ତ କରନ୍ତୁ । ବନ୍ଧୁଙ୍କ ସହାୟତା ଫଳରେ କିଛି କାମ ସମ୍ଭବ ହେବ ।

ଅଗଷ୍ଟ- ଉଧାର ଦିଅନ୍ତୁ ନାହିଁ କିମ୍ବା କାହାଠାରୁ ନିଅନ୍ତୁ ନାହିଁ । ଆପଣ ମାନସିକସ୍ତରରେ ନିଜକୁ ବହୁତ ସୁଦୃଢ ମନେ କରିବେ । ଧନ ଆସିବାର ନୂତନ ରାସ୍ତା ଖୋଲିବ । ସ୍ୱାସ୍ଥ୍ୟବସ୍ଥାକୁ ଠିକ୍ ରଖିବା ଲାଗି ବାହାରେ ଖାଇବାରୁ ବଞ୍ଚନ୍ତୁ । ସ୍ୱର୍ଯ୍ୟଉପାସନା ଫଳରେ ଆପଣଙ୍କୁ ଲାଭ ହେବେ ।

ସେପ୍ଟମ୍ବର- ଏହି ମାସ ଆପଣଙ୍କ ଭବିଷ୍ୟତ ଜୀବନର ଦିଗ ନିର୍ଦ୍ଧ।ରଣ କରିବ । ଭଲ ଭାବରେ ଭାବିଚିନ୍ତି ନିଷ୍ପତ୍ତି ନେବା ଆପଣଙ୍କ ଲାଗି ଭଲ । ନୂତନ ବ୍ୟବସାୟ ଆରମ୍ଭ କରିବାରେ ବନ୍ଧୁମାନଙ୍କ ସହାୟତା ନେଲେ ଲାଭରେ ରହିବେ । ମହିଳାମାନଙ୍କ ଲାଗି ସମୟ ବହୁତ ଭଲ । ସନ୍ତାନ ପ୍ରାପ୍ତିର ଯୋଗ ରହିଛି ।

ଅକ୍ଟୋବର- ଭୌତିକ ସୁଖ ବୃଦ୍ଧି ହେବ । ରୋଜଗାରର ନୂତନ ପନ୍ଥା ଖୋଲିବ । ଚାକିରୀ କିମ୍ବା ବ୍ୟବସାୟ ପାଇଁ ସହର ବାହାରକୁ ଯିବାକୁ ପଡିପାରେ । ପୁରୁଣା ଅସୁବିଧା ଏବେ ଦୁରେଇ ଯିବ । ନୂତନ ସମ୍ବନ୍ଧ ଫଳରେ ଲାଭ ହେବ ।

ନଭେମ୍ବର- ଗମନାଗମନ ନିୟମର ପାଳନ କରନ୍ତୁ । ଦୃତ ଗତିରେ ଗାଡି ଚାଳନ କରିବା ଦୀରତ୍ବ ନୁହେଁ ଏହା ମନେ ରଖିଥାନ୍ତୁ । ନିବେଶ କରିବା ଲାଗି ସମୟ ଉପଯୁକ୍ତ ଅଟେ । ନିଜ ଯୋଜନାକୁ ଅନ୍ତିମ ରୂପ ଦେବାପାଇଁ ଏହା ସଠିକ୍ ସମୟ ।

ଡିସେମ୍ବର- ଛୋଟମୋଟ ସମସ୍ୟାକୁ ଛାଡି ଦଲେ ସମୟ ଆପଣଙ୍କ ସହ ରହିଛି । ସାର୍ବଜନିନ ସ୍ଥିତିରେ ଆପଣଙ୍କ ପ୍ରତିଷ୍ଠା ଓ ସମ୍ମାନ ବୃଦ୍ଧି ପାଇବ । 15 ତାରିଖ ପରେ ପରିବାର ସଦସ୍ୟଙ୍କ ସହ ବିବାଦ ଦେଖାଦେଇପାରେ । ଅନ୍ୟମାନଙ୍କ କଥାକୁ ଭଲ ଭାବରେ ଶୁଣିବା ପରେ କିଛି ନିଷ୍ପତ୍ତି ନିଅନ୍ତୁ ।

ମୀନ (ଦି, ଟୁ, ଥ, ଝା, ଦେ, ଦୋ, ଚ, ଚୀ)

ଜାନୁଆରୀ- ଏହି ବର୍ଷର ପ୍ରାରମ୍ଭରେ ଆପଣଙ୍କୁ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ନିବେଶ ଅନୁସାରେ ଧନ ନ ମିଳିବା ଫଳରେ ମାନସିକ ଅଶାନ୍ତି ବୃଦ୍ଧି ପାଇବ । ପତ୍ନୀ ଆପଣଙ୍କ ସହ କଠୋର ବ୍ୟବହାର କରିବେ । ଆପଣଙ୍କ କ୍ରୋଧ ମାମଲାକୁ ଅଧିକ ବିଗାଡି ଦେଇପାରେ । ବାହାରେ ଖାଆନ୍ତୁ ନାହିଁ ।

ଫେବୃଆରୀ- ପ୍ରେମ ପ୍ରସଙ୍ଗ ବିବାହ ପର୍ଯ୍ୟନ୍ତ ପହଞ୍ଚତ୍ବାର ସମ୍ଭାବନା ରହିଛି । ମାତାପିତାଙ୍କ କଥାକୁ ସମ୍ମାନ ଦିଅନ୍ତୁ ନଚେତ ସେମାନେ ଆପଣଙ୍କ ଉପରେ ଅସନ୍ତୁଷ୍ଟ ହୋଇପାରନ୍ତି । କିନ୍ତୁ ଭଲ ଭାବରେ ବୁଝାଇଲେ ସେମାନଙ୍କ ଅସନ୍ତୋଷ ରହିବ ନାହିଁ । ସ୍ୱାସ୍ଥ୍ୟ ଉତ୍ତମ ରହିବ । କୌଣସି ନୂତନ କାମ କରିବା ପୂର୍ବରୁ ତା ଉପରେ ଭଲ ଭାବରେ ବିଚାର କରନ୍ତୁ । ପ୍ରେମ କରିବା ଲାଗି ଉତ୍କୃଷ୍ଟ ସମୟ, ଏହାର ଲାଭ ଉଠାନ୍ତୁ ।

ମାର୍ଚ୍ଚ- ଅଧିକାରୀଙ୍କ ସହ କୌଣସି କଥାକୁ ନେଇ ବିବାଦ ହୋଇପାରେ, ଆପଣଙ୍କ ଯିଦିଆ ପ୍ରକୃତି ଏହାକୁ ଅଧିକ ବିଗାଡି ଦେବାର ସମ୍ଭାବନା ରହିଛି । ଚାକିରୀରେ ସମସ୍ୟା ରହିବ । ଅର୍ଥିକ ରୂପେ ଚିନ୍ତାଗ୍ରସ୍ତ ରହିବ । ପତ୍ନୀଙ୍କ ଆବଭାବ ଆପଣଙ୍କୁ ଅସୁବିଧାରେ ପକାଇପାରେ ।

ଏପ୍ରିଲ- ଏହି ମାସ ଆପଣଙ୍କ ଲାଗି ମିଶାମିଶି ରହିବ । କ୍ରୋଧରେ ଆପଣ ନିଜର କ୍ଷତି କରିପାରନ୍ତି । ଅନ୍ୟମାନେ ଆପଣଙ୍କ କ୍ରୋଧକୁ ଆପଣଙ୍କ ବିରୋଧରେ ଅସ୍ତ୍ର ଭାବରେ ବ୍ୟବହାର କରିବେ । କୌଣସି ଜିନିଷକୁ ହାସଲ କରିବା ଲାଗି ଆପଣଙ୍କ ତରବରିଆ ମନୋଭାବ ଆପଣଙ୍କୁ କ୍ଷତିରେ ପକାଇପାରେ ।

ମେ- କ୍ୟାରିୟର ଦୃଷ୍ଟିକୋଣରୁ ଏହି ସମୟ ଆପଣଙ୍କ ଲାଗି ସବୁଠାରୁ ଉପଯୁକ୍ତ ସମୟ ସାବ୍ୟସ୍ତ ହୋଇପାରେ । ଆପଣ ବହୁତ ଉପରକୁ ଯିବେ । ନୂତନ ଦାୟିତ୍ବ ମିଳିବାର ସମ୍ଭାବନା ରହିଛି । ରୋଜଗାର ବୃଦ୍ଧି ପାଇବ । ଧନ ପ୍ରାପ୍ତିର ଯୋଗ ରହିଛି । ସାମାଜିକ କାର୍ଯ୍ୟରେ ଆପଣ ସବୁବେଳେ ତତ୍ପର ରହିବେ ।

ଜୁନ- ଅର୍ଥକୁ ଦେଖିଚାହିଁ ଖର୍ଚ୍ଚ କରନ୍ତୁ । ଆପଣଙ୍କ ଦାୟିତ୍ବହୀନତା ଆପଣଙ୍କୁ ବଡ କ୍ଷତିରେ ପକାଇପାରେ । ବାହରେ ବୁଲିବାର କାର୍ଯ୍ୟକ୍ରମ ହୋଇପାରେ । ଏହି ବରିତି ଆପଣଙ୍କ ଲାଗି ନିହାତି ଆବଶ୍ୟକ । ଏହା ଫଳରେ ଆପଣ ନିଜକୁ ଫ୍ରେସ ଅନୁଭବ କରିବେ ଏବଂ ନିଜ ଭବିଷ୍ୟତ କାର୍ଯ୍ୟପନ୍ଥା ପ୍ରସ୍ତୁତ କରିପାରିବେ ।

ଜୁଲାଇ- ସ୍ୱାସ୍ଥ୍ୟବସ୍ଥାକୁ ଅଣଦଖା କଲେ ଏହାର ପ୍ରଭାବ ଆପଣଙ୍କ କାର୍ଯ୍ୟ ଉପରେ ପଡିବ । ଭାଗ୍ୟ ଆପଣଙ୍କ ସହ ରହିଛି । ଏହି ସମୟରେ ଆପଣଙ୍କ ରହିଯାଇଥିବା ଏକ ପୁରଣ ହେବ । ପରିବାର ତରଫରୁ ସୁସମ୍ବାଦ ମିଳିବ । ରତନାତ୍ମକ ଓ ଧାର୍ମକ କାର୍ଯ୍ୟପ୍ରତି ଆଗ୍ରହ ବୃଦ୍ଧି ପାଇବ । ନିବେଶ ଲାଗି ସମୟ ଉପଯୁକ୍ତ ।

ଅଗଷ୍ଟ- କାର୍ଯ୍ୟର ପ୍ରଗତି କରିବେ । କିନ୍ତୁ ମାସର ଶେଷ 15ଦିନରେ କେତେକ ସମସ୍ୟା ଦେଖାଦେଇପାରେ । ପତ୍ନୀଙ୍କ ସହ ମତାନ୍ତର ହୋଇପାରେ । କିନ୍ତୁ ଧର୍ଯ୍ୟ ରଖି ଆପଣ ଏହି ମାମଲାକୁ ନିୟନ୍ତ୍ରଣର ରଖିପାରିବେ । ସନ୍ତାନଙ୍କ ତରଫରୁ ସମସ୍ୟା ଦେଖାଦେବାର ସମ୍ଭାବନା ରହିଛି ।

ସେପ୍ଟେମ୍ବର- ଆପଣଙ୍କ ଚାଲିଚଳନରେ ପରିବର୍ତ୍ତନ ସ୍ପଷ୍ଟ ଭାବରେ ପରିଲକ୍ଷିତ ହେବ । ଆପଣଙ୍କ ଜୀବନଶୈଳୀରେ ସକରାତ୍ମକ ପରିବର୍ତ୍ତନ ଅନ୍ୟମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେବ । କାର୍ଯ୍ୟ କ୍ଷେତ୍ରର ଆପଣଙ୍କୁ ନୂତନ ଦାୟିତ୍ବ ମିଳିବାର ସମ୍ଭାବନା ରହିଛି । କିନ୍ତୁ ଆପଣଙ୍କ ଏହି ଉନ୍ନତି ଫଳରେ କେହି ଆପଣଙ୍କ ଉପରେ କ୍ରୋଧାନ୍ବିତ ହୋଇପାରେ ଏବଂ ତା ସହ ଆପମଙ୍କର ଝଗଡା ମଧ୍ୟ ହେବାର ସମ୍ଭାବନା ରହିଛି । କିନ୍ତୁ ନିରନ୍ତର ବିକାଶ ଲାଗି ଆପଣଙ୍କୁ କଠୋର ପରିଶ୍ରମ କରିବାକୁ ପଡିବ ।

ଅକ୍ଟୋବର- ଆପଣଙ୍କ ଶତ୍ରୁ ଆପଣଙ୍କୁ ସମସ୍ୟାରେ ପକାଇବା ଲାଗି ପ୍ରୟାସ କରିବେ । ବ୍ୟବସାୟରେ ଜଡିତ ଲୋକମାନେ କ୍ଷତିରେ ପଡିପାରନ୍ତି । ଏସବୁ ପରେ ବି ଆପଣଙ୍କୁ ପରିବାର ସଦସ୍ୟ ଓ ବରିଷ୍ଠ ଲୋକଙ୍କ ସହଯୋଗ ପ୍ରାପ୍ତ ହେବ । ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି ପାଇପାରେ ।

ନଭେମ୍ବର- ଆପଣଙ୍କ ଜୀବନରେ ଅନାବଶ୍ୟକ ପରିବର୍ତ୍ତନ ଆସିବ । ମାସର ମଧ୍ୟ ଭାଗ ବେଳକୁ ଆପଣଙ୍କ ଭାଗ୍ୟ ଆପଣଙ୍କ ସହିତ ରହିବ । ଏହି ସମୟରେ ସୁଯୋଗର ସଦୁପଯୋଗ କରିବା ଆପଣଙ୍କ ଉପରେ ନିର୍ଭର କରେ । ପତ୍ନୀଙ୍କ ବ୍ୟବହାର ଆପଣଙ୍କ ଲାଗି ଭଲ ରହିବ ।

ଡିସେମ୍ବର- ରୋଜଗାର ବୃଦ୍ଧି ପାଇବ । ପ୍ରତିଯୋଗୀଙ୍କୁ ପରୀକ୍ଷାରେ ସଫଳତା ମିଳିବ । ଏହି ସମୟରେ ଆପଣ ବହୁତ ଉନ୍ନତି କରିବେ । ବିନାସର୍ତ୍ତରେ ଆପଣ ଏହାର ଉପଯୋଗ କରିବେ । ବନ୍ଧୁମାନଙ୍କ ସହଯୋଗ ପ୍ରାପ୍ତ ହେବ ।

Astrological services for accurate answers and better feature

33% off

Dhruv Astro Software - 1 Year

'Dhruv Astro Software' brings you the most advanced astrology software features, delivered from Cloud.

Brihat Horoscope
What will you get in 250+ pages Colored Brihat Horoscope.
Finance
Are money matters a reason for the dark-circles under your eyes?
Ask A Question
Is there any question or problem lingering.
Career / Job
Worried about your career? don't know what is.
AstroSage Year Book
AstroSage Yearbook is a channel to fulfill your dreams and destiny.
Career Counselling
The CogniAstro Career Counselling Report is the most comprehensive report available on this topic.

Astrological remedies to get rid of your problems

Red Coral / Moonga
(3 Carat)

Ward off evil spirits and strengthen Mars.

Gemstones
Buy Genuine Gemstones at Best Prices.
Yantras
Energised Yantras for You.
Rudraksha
Original Rudraksha to Bless Your Way.
Feng Shui
Bring Good Luck to your Place with Feng Shui.
Mala
Praise the Lord with Divine Energies of Mala.
Jadi (Tree Roots)
Keep Your Place Holy with Jadi.

Buy Brihat Horoscope

250+ pages @ Rs. 399/-

Brihat Horoscope

AstroSage on MobileAll Mobile Apps

AstroSage TVSubscribe

Buy Gemstones

Best quality gemstones with assurance of AstroSage.com

Buy Yantras

Take advantage of Yantra with assurance of AstroSage.com

Buy Feng Shui

Bring Good Luck to your Place with Feng Shui.from AstroSage.com

Buy Rudraksh

Best quality Rudraksh with assurance of AstroSage.com

Reports

Live Astrologers