ବୁଧ ମେଷ ରାଶିରେ ଅସ୍ତ
ବର୍ତ୍ତମାନ ବୁଧ ମେଷ ରାଶିରେ ଗୋଚର କରୁଛନ୍ତି କିନ୍ତୁ ଏବେ 18 ମଈ 2025 ରାତି 12:13 ରେ ବୁଧ ମେଷ ରାଶିରେ ଅସ୍ତ ହେବାକୁ ଯାଉଛନ୍ତି। ଅସ୍ତ ହେବା ଅର୍ଥ ଗ୍ରହ ଦୁର୍ବଳ ହେବା ଓ ନିଜର ଶକ୍ତି ହରାଇବା। ବୈଦିକ ଜ୍ଯୋତିଷ ଅନୁସାରେ ଏହି ସମୟ ବୁଧ ନିଜର ସମ୍ପୂର୍ଣ ପ୍ରଭାବ ପକାଇବାକୁ ଅସମର୍ଥ ହେବେ।
ଆଷ୍ଟ୍ରୋସେଜ ଏଆଇର ଏହି ଲେଖାରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ବୁଧ ମେଷ ରାଶିରେ ଅସ୍ତ ହେବା ସମସ୍ତ ରାଶିର ଲୋକଙ୍କ ର ଜୀବନ, ସଞ୍ଚାର କୌଶଳ, ନିଷ୍ପତି ନେବାର କ୍ଷମତା ଓ ସମ୍ପର୍କ ଇତ୍ୟାଦି ଉପରେ ପ୍ରଭାବ ପକାଇବ। ଏହା ସହିତ ବୁଧଙ୍କର ଅଶୁଭ ପ୍ରଭାବକୁ କମ କରିବା ଓ ତାଙ୍କର ଶୁଭ ପ୍ରଭାବକୁ ବଢ଼ାଇବା ପାଇଁ ରାଶି ଅନୁସାରେ ଉପାୟ ବିଷୟରେ ମଧ୍ୟ କହିବୁ। ଏହି ଉପାୟ ସାହାଜ୍ୟରେ ଆପଣ ବୁଧ ଅସ୍ତ ସମୟକୁ ସହଜରେ ପାର କରି ପାରିବେ ଓ ତାହାର ଅଧିକରୁ ଅଧିକ ଲାଭ ଉଠାଇ ପାରିବେ। ତେବେ ଚାଲନ୍ତୁ ଏବେ ଆଗକୁ ବଢ଼ିବା ଓ ଜାଣିବା ଯେ ମେଷ ରାଶିରେ ବୁଧ ଅସ୍ତ ହେବା ସମସ୍ତ ରାଶିକୁ କିପରି ପ୍ରଭାବିତ କରିବ।
Read Here In English: Mercury Combust in Aries
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ବୁଧଙ୍କର ମେଷ ରାଶିରେ ଅସ୍ତ ହେବା ସମୟରେ ଭବିଷ୍ୟ ସହିତ ଜଡ଼ିତ ସମସ୍ଯାର ସମାଧାନ ମିଳିବ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ
ମେଷ ରାଶିରେ ବୁଧ ଅସ୍ତ: ରାଶି ଅନୁସାରେ ପ୍ରଭାବ ଓ ଉପାୟ
ମେଷ ରାଶି
ମେଷ ରାଶିର ପ୍ରଥମ ଘରେ ଏହି ସମୟରେ ବୁଧ ଗୋଚର କରୁଛନ୍ତି ଓ ଏବେ ସେ ଶୀଘ୍ର ଏହି ରାଶିରେ ଅସ୍ତ ହେବାକୁ ଯାଉଛନ୍ତି। ଆପଣଙ୍କର ଲଗ୍ନ ଘରର ସ୍ବାମୀଙ୍କ ସହିତ ସମ୍ବନ୍ଧ ରହିବା ଓ ଆପଣଙ୍କର ତୃତୀୟ ଏବଂ ଷଷ୍ଠ ଘରର ସ୍ବାମୀ ହେବା ଯୋଗୁଁ ବୁଧ ଆପଣଙ୍କ ପାଇଁ ଶୁଭ ଗ୍ରହ ନୁହନ୍ତି। ଏହା ଦ୍ବାରା ଏବେ ମେଷ ରାଶିରେ ବୁଧ ଅସ୍ତ ହେବା ଯୋଗୁଁ ଆପଣଙ୍କୁ ମିଶ୍ରିତ ପରିଣାମ ମିଳିବାର ଆଶା ଅଛି। ଯଦି ଆପଣ ସେଲ୍ସ, ମିଡିଆ, ମାର୍କେଟିଙ୍ଗ କ୍ଷେତ୍ରରେ କାମ କରୁଛନ୍ତି ତେବେ ଆପଣଙ୍କୁ ନିଜର କାର୍ଯ୍ୟରେ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ। ବୁଧଙ୍କର ଆପଣଙ୍କ ପ୍ରଥମ ଘରେ ଅସ୍ତ ହେବା ଯୋଗୁଁ ଆପଣଙ୍କୁ ନିଜର ବିଚାରକୁ ବ୍ୟକ୍ତ କରିବାରେ ସମସ୍ଯା ହୋଇପାରେ। ଯେଉଁ ଲୋକ ସଞ୍ଚାର ଓ କଳା କ୍ଷେତ୍ରରେ କାମ କରନ୍ତି, ସେହି ସମସ୍ତ ଲୋକଙ୍କ ପାଇଁ ଏହା ଏକ ବଡ଼ ସମସ୍ଯା ଅଟେ।
ଶିକ୍ଷା, ପ୍ରେମ ସମ୍ପର୍କ ଏବଂ ପିଲାମାନଙ୍କ ପ୍ରତି ଦାୟିତ୍ୱ ଆପଣଙ୍କୁ ଆପଣଙ୍କ ହବି ଅନୁସରଣ କରିବା କିମ୍ବା ନିକଟତମ ବନ୍ଧୁ, ପଡ଼ୋଶୀ, ସାନ ଭାଇଭଉଣୀଙ୍କ ସହିତ ସମୟ ବିତାଇବାରୁ ବାଧା ଦେଇପାରେ, ଯାହା ଆପଣଙ୍କ ସମ୍ପର୍କକୁ ତିକ୍ତ କରିପାରେ। ଆପଣଙ୍କର ଷଷ୍ଠ ଘରର ଅଧିପତି ବୁଧଙ୍କ ସ୍ଥିତି ରୋଗ, ଋଣ ଏବଂ ଆପଣଙ୍କର ଶତ୍ରୁ ଏବଂ ପ୍ରତିଦ୍ୱନ୍ଦ୍ୱୀଙ୍କ ସାମ୍ନା କରିବା ବିଷୟରେ ଚିନ୍ତାକୁ ହ୍ରାସ କରିପାରେ।
ତଥାପି, ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ସମୟ ଅନୁକୂଳ ନୁହେଁ କାରଣ ବୁଧଙ୍କର ଅସ୍ତ ହେବା ଆପଣଙ୍କର ଏକାଗ୍ରତା ଏବଂ ବିଶ୍ଳେଷଣାତ୍ମକ ଦକ୍ଷତାକୁ ପ୍ରଭାବିତ କରିପାରେ। ଏହା ସହିତ, ବୁଧଙ୍କ ଦୃଷ୍ଟିର ପ୍ରଭାବ ଦୁର୍ବଳ ହେବା ଯୋଗୁଁ, ସପ୍ତମ ଘର ସହିତ ଜଡ଼ିତ ଭାଗୀଦାରୀ ଏବଂ ବୈବାହିକ ସମ୍ପର୍କରେ କୌଣସି ବିଶେଷ ଲାଭ ମିଳିବ ନାହିଁ।
ଉପାୟ: ଆପଣ ନିୟମିତ ଭାବରେ ବୁଧଙ୍କର ବୀଜ ମନ୍ତ୍ର ଜପ କରନ୍ତୁ।
हिंदी में पढ़ने के लिए यहां क्लिक करें: बुध मेष राशि में अस्त
ବୃଷ ରାଶି
ବୃଷ ରାଶିର ଦ୍ୱିତୀୟ ଏବଂ ପଞ୍ଚମ ଘରର ସ୍ୱାମୀ ବୁଧ, ଯିଏ ବର୍ତ୍ତମାନ ଆପଣଙ୍କର ଦ୍ୱାଦଶ ଘରେ ରହିବେ। ଏବେ ବୁଧ ଆପଣଙ୍କର ଦ୍ୱାଦଶ ଘରେ ଅସ୍ତ ହେବାକୁ ଯାଉଛନ୍ତି ଯାହା ହେତୁ ଆପଣଙ୍କର ଖର୍ଚ୍ଚ ନିୟନ୍ତ୍ରଣରେ ରହିବ। କିନ୍ତୁ ଏହା ସହିତ ଆପଣଙ୍କର ଦ୍ଵିତୀୟ ଘରର ସ୍ବାମୀ ମଧ୍ୟ ଅସ୍ତ ହେବାକୁ ଯାଉଛନ୍ତି ଯାହାର ଅର୍ଥ ଏହା ଯେ ଆପଣଙ୍କର ସଞ୍ଚୟରେ ହ୍ରାସ ଆସିପାରେ କିମ୍ବା ଘରର ଦାୟିତ୍ବ ଯୋଗୁଁ ଆପଣଙ୍କୁ ପଇସା ସଞ୍ଚୟ କରିବାକୁ ପଡ଼ିପାରେ।
ଯେଉଁ ଲୋକମାନେ ପୂର୍ବରୁ ଷ୍ଟକ୍ ବଜାରରେ ନିବେଶ କରିସାରିଛନ୍ତି କିମ୍ବା ଦୈନିକ ବ୍ୟବସାୟ କରୁଛନ୍ତି, ସେମାନଙ୍କୁ ମେଷ ରାଶିରେ ବୁଧ ଅସ୍ତ ସମୟରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି କାରଣ ଆପଣଙ୍କର ପଞ୍ଚମେଷ ଆପଣଙ୍କ ଦ୍ୱାଦଶ ଘରେ ପ୍ରବେଶ କରିବାକୁ ଯାଉଛନ୍ତି। ଆପଣଙ୍କ ଜୀବନସାଥୀ ଚିନ୍ତା କିମ୍ବା ଅନ୍ୟାନ୍ୟ ସ୍ନାୟୁ ସମ୍ବନ୍ଧୀୟ ସମସ୍ୟାରେ ପୀଡ଼ିତ ହୋଇପାରନ୍ତି, ତେଣୁ ଆପଣ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବା ଉଚିତ। ଆପଣଙ୍କୁ ତାଙ୍କର ଔଷଧ କିମ୍ବା ଚିକିତ୍ସା ଉପରେ ପଇସା ଖର୍ଚ୍ଚ କରିବାକୁ ପଡ଼ିପାରେ। କ୍ୟାରିଅର ବିଷୟରେ କହିଲେ, ବହୁରାଷ୍ଟ୍ରୀୟ କମ୍ପାନୀ, ହସ୍ପିଟାଲ କିମ୍ବା ଆମଦାନୀ-ରପ୍ତାନି କମ୍ପାନୀରେ କାମ କରୁଥିବା ଲୋକମାନେ ଏହି ସମୟ ମଧ୍ୟରେ ସଫଳତା ପାଇବେ।
ଉପାୟ: ଆପଣ ଭଗବାନ ଗଣେଶଙ୍କର ପୂଜା କରନ୍ତୁ ଓ ତାଙ୍କୁ ଦୂବ ଅର୍ପଣ କରନ୍ତୁ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ମିଥୁନ ରାଶି
ମିଥୁନ ରାଶିର ପ୍ରଥମ ଏବଂ ଚତୁର୍ଥ ଘରର ଶାସକ ଗ୍ରହ ବୁଧ ଏବଂ ବର୍ତ୍ତମାନ ଏହା ଏହି ରାଶିର ଏକାଦଶ ଘରେ ଉପସ୍ଥିତ ଏବଂ ସେହି ଘରେ ଅସ୍ତ ହେବାକୁ ଯାଉଛନ୍ତି। ଯେତେବେଳେ ବୁଧ ମେଷ ରାଶିରେ ଅସ୍ତ ହୁଅନ୍ତି, ମିଥୁନ ରାଶିରେ ଜନ୍ମିତ ଲୋକମାନେ ଆକ୍ରମଣାତ୍ମକ କଥାବାର୍ତ୍ତା ଯୋଗୁଁ ଅସୁବିଧାରେ ପଡ଼ିପାରନ୍ତି। ଏହି ସମୟ ମଧ୍ୟରେ ଆପଣଙ୍କୁ ଭଦ୍ର ରହିବାକୁ ପରାମର୍ଶ ଦିଆଯାଉଛି।
ଆପଣଙ୍କର ସ୍ବାସ୍ଥ୍ୟରେ ମଧ୍ୟ ହ୍ରାସ ଘଟିବ କିମ୍ବା ଆପଣ ନିଜର ଭାଇ-ଭଉଣୀଙ୍କୁ ପ୍ରାଥମିକତା ଦେବେ ଓ ନିଜର ଆବଶ୍ୟକତାକୁ ଅଣଦେଖା କରିବେ। ଏହି ସମୟରେ ଆପଣଙ୍କର ମା’ଙ୍କର ସ୍ବାସ୍ଥ୍ୟ ମଶୀ ପ୍ରଭାବିତ ହୋଇପାରେ। ଆପଣ ତାଙ୍କର ନିୟମିତ ଯାଞ୍ଚ କରାନ୍ତୁ। ଆପଣ ଆପଣଙ୍କ ଘରୋଇ ଜୀବନରେ କିଛି ଚ୍ୟାଲେଞ୍ଜର ମଧ୍ୟ ସମ୍ମୁଖୀନ ହୋଇପାରନ୍ତି। ଯଦି ଆପଣ ଠିକ୍ ଭାବରେ ନିବେଶ ନକରନ୍ତି, ତେବେ ଏହି ସମୟରେ ଆପଣଙ୍କର ଆର୍ଥିକ ଅବସ୍ଥା ମଧ୍ୟ ପ୍ରଭାବିତ ହୋଇପାରେ।
ଆପଣ ଏହି ସମୟରେ ବିନିଯୋଗ କରିବାରୁ ଦୂରେଇ ରୁହନ୍ତୁ। ବୁଧ ଆପଣଙ୍କର ଏକାଦଶ ଘରେ ଅସ୍ତ ହେବାକୁ ଯାଉଛନ୍ତି ଯାହା ଦ୍ବାରା କିଛି ଲୋକଙ୍କୁ ସାମାଜିକ ସମ୍ବନ୍ଧରେ ସମସ୍ଯା ଆସିପାରେ। ଅସ୍ତ ହେବା ଯୋଗୁଁ ଆପଣ ନିଜର ଦୃଷ୍ଟି ଦ୍ବାରା ଜୀବନର ଅନ୍ୟ କ୍ଷେତ୍ରକୁ ପ୍ରଭାବିତ କରିବାର କ୍ଷମତା ହରାଇ ଦେବେ। ଏହି କାରଣରୁ ଆପଣଙ୍କୁ ପଞ୍ଚମ ଘରେ ଶିକ୍ଷା, ସନ୍ତାନ ଓ ରୋମାନ୍ଟିକ ସମ୍ବନ୍ଧ ମାମଲାରେ ଲାଭ ମିଳିବ ନାହିଁ।
ଉପାୟ: ଆପଣ ବୁଧବାର ଦିନ ସୁନା କିମ୍ବା ରୂପାର ମୁଦିରେ 5 ରୁ 6 କେରେଟ ପନ୍ନା ରତ୍ନ ଜୋଡ଼ି ପିନ୍ଧନ୍ତୁ। ଏହା ଦ୍ବାରା ଆପଣଙ୍କୁ ଅନୁକୂଳ ପରିଣାମ ପ୍ରାପ୍ତ ହେବ।
କର୍କଟ ରାଶି
କର୍କଟ ରାଶିର ତୃତୀୟ ଓ ଦ୍ଵାଦଶ ଘରର ସ୍ବାମୀ ବୁଧ ଗ୍ରହ ଯିଏ ଏବେ ଏହି ରାଶିର ଦଶମ ଘରେ ଉପସ୍ଥିତ ଅଛନ୍ତି, ଏହି ଘରେ ଅସ୍ତ ହେବାକୁ ଯାଉଛନ୍ତି। କର୍କଟ ରାଶିର ଲୋକଙ୍କ ପାଇଁ ବୁହଡ ମେଷ ରାଶିରେ ଅସ୍ତ ହେବା ମିଶ୍ରିତ ପରିଣାମ ଦେଇପାରେ। ଏହି ସମୟରେ ଆପଣଙ୍କର ଖର୍ଚ୍ଚ ଓ କ୍ଷତି ଦୁଇଟି ଯାକ ନିୟନ୍ତ୍ରଣରେ ରହିବ ଓ ଆପଣ ପଇସା ସଞ୍ଚୟ କରିବା ଉପରେ ଧ୍ୟାନ ଦେଇପାରିବେ। କିନ୍ତୁ ଅନ୍ୟ ପଟେ, ପାରିବାରିକ ଦାୟିତ୍ବ ଯୋଗୁଁ ଆପଣଙ୍କୁ ନିଜର ଯାତ୍ରାକୁ ତଳିବାକୁ ପଡ଼ିବ। ଏହି କାରଣରୁ ଏହି ସମୟ ଆପଣଙ୍କର ସାହାସ ଓ ଆତ୍ମବିଶ୍ବାସରେ ହ୍ରାସ ଆଣିବାର ଆଶଙ୍କା ଅଛି।
ଆପଣଙ୍କୁ ନିଜର ବିଚାର ବ୍ୟକ୍ତ କରିବା ଓ ଅନ୍ୟ ସହିତ କଥା ହେବା ବେଳେ ସମସ୍ଯା ହୋଇପାରେ। ଏହି ରାଶିର ଲୋକଙ୍କୁ ନିଜର କ୍ୟାରିଅରକୁ ନେଇ ସତର୍କ ରହିବା ଉଚିତ। ଏହି ଭୁଲ ବୁଝାମଣା, କାଗଜପତ୍ର ସମସ୍ଯା ଇତ୍ୟାଦି ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ। ଏହି ସମସ୍ଯାରୁ ବଞ୍ଚିବା ପାଇଁ ଆପଣଙ୍କୁ ଏହି ସମୟରେ କଥାବାର୍ତ୍ତା କରିବା ସମୟରେ ଅଧିକ ସାବଧାନ ରହିବାକୁ କୁହାଯାଇଛି। ଆପଣ ବୁଧଙ୍କର ଅସ୍ତ ହେବା ସମୟରେ କ୍ୟାରିଅରରେ ଲାଭ ଦେଖିପାରିବେ। ଅସ୍ତ ହେବା ଯୋଗୁଁ ବୁଧ ନିଜର ଦୃଷ୍ଟି ଦ୍ବାରା ଜୀବନର ଅନ୍ୟ କ୍ଷେତ୍ରକୁ ପ୍ରଭାବିତ କରିବାର କ୍ଷମତା ହରାଇ ଦେଇ ପାରନ୍ତି। ଆପଣଙ୍କୁ ଚତୁର୍ଥ ଘର ସମ୍ବନ୍ଧିତ ସମସ୍ଯା ଯେପରି କି ମାଙ୍କର ସହଯୋଗ ମିଳିବା ଓ ଘର-ପରିବାରରେ ସନ୍ତୋଷ ଅନୁଭବ କରିବା, ଇତ୍ୟାଦିରେ କୌଣସି ସୁଧାର ଆସିବ ନାହିଁ।
ଉପାୟ: ଆପଣ ନିଜର ଘର ଓ ଅଫିସରେ ବୁଧ ଜନ୍ତ୍ର ସ୍ଥାପନା କରନ୍ତୁ।
ସିଂହ ରାଶି
ସିଂହ ରାଶିର ଦ୍ଵିତୀୟ ଓ ଏକାଦଶ ଘରର ସ୍ବାମୀ ବୁଧ ଗ୍ରହ ଅଟନ୍ତି ଅର୍ଥାତ ସେ ଆପଣଙ୍କ ପାଇଁ ଧନ ଓ ଲାଭର କାରକ। ଏବେ ସେ ଆପଣଙ୍କର ନବମ ଘରେ ପ୍ରଥମରୁ ଅଛନ୍ତି ଓ ଏବେ ସେ ଏହି ଘରେ ଅସ୍ତ ହେବାକୁ ଯାଉଛନ୍ତି। ବୁଧ ସିଂହ ରାଶି ପାଇଁ ଧନର କାରକ ସେଥିପାଇଁ ତାଙ୍କର ଅସ୍ତ ହେବା ଆପଣଙ୍କର ବୃତ୍ତିଗତ ସ୍ଥିତି ପାଇଁ ଅନୁକୂଳ ପ୍ରମାଣିତ ହେବ ନାହିଁ। ଆପଣଙ୍କୁ ନିଜର ଆର୍ଥିକ ସ୍ଥିତିକୁ ନେଇ ଚିନ୍ତା ହୋଇପାରେ। ସାଙ୍ଗରେ ବୃତ୍ତିଗତ ନିବେଶ ସହିତ ସମ୍ବନ୍ଧିତ ନିଷ୍ପତି ନେବା ପାଇଁ ମଧ୍ୟ ଏହି ସମୟ ଅନୁକୂଳ ନୁହେଁ।
ବୁଧ ମେଷ ରାଶିରେ ଅସ୍ତ ହେବା ସମୟରେ ଆପଣ ନିଜର ପରିବାର ଓ ବନ୍ଧୁଙ୍କ ସହିତ ଅହଂକାର ସମ୍ବନ୍ଧିତ ସମସ୍ଯା ଦେଖିବାକୁ ପାଇବେ। ଆପଣ ତାଙ୍କର ପରାମର୍ଶ ଶୁଣିବେ ନାହିଁ ଯାହା ଫଳରେ ତାଙ୍କ ସହିତ ଆପଣଙ୍କର ସମ୍ପର୍କ ଖରାପ ହୋଇପାରେ। ବୁଧ ଆପଣଙ୍କର ନବମ ଘରେ ଅସ୍ତ ହେଉଛନ୍ତି ସେଥିପାଇଁ ଯେଉଁ ଛାତ୍ର ପ୍ରଫେଶନାଲ କୋର୍ସରେ ଭର୍ତ୍ତି ହେବାକୁ ଚାହୁଁଛନ୍ତି କିମ୍ବା ଉଚ୍ଚ ଶିକ୍ଷା ବିଷୟରେ ଭାବୁଛନ୍ତି, ତାଙ୍କୁ ନିଜର ବିକଳ୍ପ ବିଷୟରେ ପୁନର୍ବାର ଭାବିବା ଓ ଠିକ ନିଷ୍ପତି ନେବା ପାଇଁ ଗଭୀର ଭାବରେ ଭାବିବାକୁ ପରାମର୍ଶ ଦିଆଯାଇଛି।
ନିଜର ଗୁରୁଜନ ଓ ପରିବାରର ସଦସ୍ୟଙ୍କ ସହିତ କଥା ହେବା ସମୟରେ ସାବଧାନ ରୁହନ୍ତୁ କାରଣ ଆପଣଙ୍କର କଟାକ୍ଷ କଥା ତାଙ୍କୁ କ୍ରୋଧିତ କରିପାରେ। ଅସ୍ତ ହେବା ଯୋଗୁଁ ବୁଧ ନିଜର ଦୃଷ୍ଟି ଦ୍ବାରା ପ୍ରଭାବିତ କରିବାର କ୍ଷମତା ହରାଇ ଦିଅନ୍ତି। ଏପରି ସ୍ଥିତିରେ ଆପଣଙ୍କୁ ତୃତୀୟ ଘର ସମ୍ବନ୍ଧିତ ମାମଲା ଯେପରିକି ଛୋଟ ଭାଇ-ଭଉଣୀଙ୍କର ସହଯୋଗ, ସାହାସ ଓ ପ୍ରତିବଦ୍ଧତା ଇତ୍ୟାଦିରେ କୌଣସି ବିଶେଷ ଲାଭ ମିଳିବ ନାହିଁ।
ଉପାୟ: ଆପଣ ନିଜର ପିତାଙ୍କୁ କୌଣସି ସବୁଜ ରଙ୍ଗର ବସ୍ତୁ ଉପହାର ଦିଅନ୍ତୁ।
କନ୍ୟା ରାଶି
କନ୍ୟା ରାଶିର ଲଗ୍ନ ଘରର ସ୍ବାମୀ ଅର୍ଥାତ୍ ବୁଧ ଏବଂ ତାଙ୍କର ଦଶମ ଘରର ସ୍ବାମୀ ଏବେ ତାଙ୍କର ଅଷ୍ଟମ ଘରେ ଅସ୍ତ ହେବାକୁ ଯାଉଛନ୍ତି। ଆପଣଙ୍କର ଲଗ୍ନ ଘରର ସ୍ବାମୀ ଅସ୍ତ ହେବା ଯୋଗୁଁ ଆପଣ କ୍ଳାନ୍ତ ଅନୁଭବ କରିବେ କିମ୍ବା ଅସୁସ୍ଥ ଅନୁଭବ କରିବେ। ସେଥିପାଇଁ ଆପଣଙ୍କୁ କିଛି ଦିନ ଛୁଟି ନେଇ ଆରାମ କରିବାକୁ କୁହାଯାଇଛି।
ବୁଧ ଆପଣଙ୍କର ଦଶମ ଘରର ମଧ୍ୟ ସ୍ବାମୀ ସେଥିପାଇଁ ଆପଣ ନିଜର ବୃତ୍ତିଗତ ଜୀବନକୁ ନେଇ ସନ୍ତୁଷ୍ଟ ଅନୁଭବ କରି ପାରିବେ ନାହିଁ ଓ ଆପଣଙ୍କୁ ଅନେକ ଅସୁବିଧା ଏବଂ କ୍ଷତି ସହିବାକୁ ହେବ। ସେଥିପାଇଁ ଏହି ସମୟରେ ବିଜନେସ ସହିତ ଜଡ଼ିତ କୌଣସି ମହତ୍ୱପୂର୍ଣ ନିଷ୍ପତି ନିଅନ୍ତୁ ନାହିଁ। ଏହା ବ୍ଯତୀତ ବୁଧ ଆପଣଙ୍କର ଅଷ୍ଟମ ଘରେ ଅସ୍ତ ହେବାକୁ ଯାଉଛନ୍ତି ସେଥିପାଇଁ ଆପଣଙ୍କୁ ହଠାତ ସ୍ବାସ୍ଥ୍ୟ ସମସ୍ଯା ହୋଇପାରେ କିମ୍ବା ଚର୍ମ ସମ୍ବନ୍ଧିତ ସଂକ୍ରମଣ ହେବାର ଆଶଙ୍କା ଅଛି। ନିଜର ଶରୀରର ସଫା ସୁତୁରା ଓ ଖାଇବା ଉପରେ ଧ୍ୟାନ ଦିଅନ୍ତୁ।
ଏହି ସମୟରେ ଭୁଲ ବୁଝାମଣା ଯୋଗୁଁ ଆପଣଙ୍କର ନିଜର ଶାଶୁ ଘର ଲୋକଙ୍କ ସହିତ ସମ୍ପର୍କ ଖରାପ ହୋଇପାରେ ସେଥିପାଇଁ ଆପଣଙ୍କୁ ଏହି ମାମଲାରେ ସାବଧାନ ରହିବା ଆବଶ୍ୟକ ଓ କୌଣସି ଯୁକ୍ତି କିମ୍ବା ବିବାଦରୁ ଦୂରେଇ ରହିବା ଆବଶ୍ୟକ। ଅସ୍ତ ହେବା ଯୋଗୁଁ ବୁଧ ନିଜର ଦୃଷ୍ଟି ଦ୍ବାରା ପ୍ରଭାବିତ କରିବାର କ୍ଷମତା ହରାଇ ଦିଅନ୍ତି ସେଥିପାଇଁ ଦ୍ଵିତୀୟ ଘର ସମ୍ବନ୍ଧିତ ମାମଲା ଯେପରି ସଞ୍ଚୟ କିମ୍ବା ପାରିବାରିକ ସହଯୋଗରେ କୌଣସି ବିଶେଷ ଲାଭ ମିଳିବ ନାହିଁ।
ଉପାୟ: ଆପଣ କିନ୍ନରଙ୍କର ଆଦର କରନ୍ତୁ ଓ ଯଦି ସମ୍ଭବ ହୁଏ ତେବେ ତାଙ୍କୁ ସବୁଜ ରଙ୍ଗର ବସ୍ତ୍ର ଦିଅନ୍ତୁ ଓ ତାଙ୍କର ଆଶୀର୍ବାଦ ନିଅନ୍ତୁ।
ଆପଣଙ୍କର ଜାତଜରେ ମଧ୍ୟ ଅଛି ରାହ ଯୋଗ? ପାଆନ୍ତୁ ନିଜର ରାଜଯୋଗ ରିପୋର୍ଟ୍
ତୁଳା ରାଶି
ତୁଳା ରାଶିର ନବମ ଏବଂ ଦ୍ୱାଦଶ ଘରର ଅଧିପତି ବୁଧ ଏବଂ ଏହି ସମୟରେ ଏହା ଆପଣଙ୍କର ସପ୍ତମ ଘରେ ଉପସ୍ଥିତ। ବୁଧ ଆପଣଙ୍କର ସପ୍ତମ ଘରେ ଅସ୍ତ ହେବାକୁ ଯାଉଛନ୍ତି। ଏହି ସମୟ ମଧ୍ୟରେ ଆପଣଙ୍କୁ ମିଶ୍ରିତ ଫଳାଫଳ ମିଳିବ ବୋଲି ସୂଚନା ରହିଛି। ଆପଣଙ୍କର ଖର୍ଚ୍ଚ ଏବଂ କ୍ଷତି ଉଭୟ ନିୟନ୍ତ୍ରଣରେ ରହିବ ଏବଂ ଆପଣ ଆପଣଙ୍କର ନିବେଶ ବୃଦ୍ଧି କରିବା ଉପରେ ଧ୍ୟାନ ଦେବେ। ଅନ୍ୟପକ୍ଷରେ, ନବମ ଘରର ସ୍ୱାମୀଙ୍କ ସ୍ଥିତି ଆପଣଙ୍କ ଭାଗ୍ୟକୁ ଖରାପ କରିପାରେ। ଆପଣ ନୈତିକ ମୂଲ୍ୟ ଠାରୁ ଅଧିକ ଧନ ଲାଭକୁ ପ୍ରାଥମିକତା ଦେବେ। ବୁଧ ମେଷ ରାଶିରେ ଅସ୍ତ ହେବା ସମୟରେ ଆପଣଙ୍କୁ ନିଜର ବାପାଙ୍କ ସ୍ଵାତହୀର ଧ୍ୟାନ ରଖିବାକୁ ହେବ।
ଏହା ବ୍ୟତୀତ, ଆପଣଙ୍କ ବାପା, ବଡ଼ ଭାଇଭଉଣୀ କିମ୍ବା ମାମୁଁଙ୍କ ସହ କଥା ହେବା ସମୟରେ ଆପଣଙ୍କୁ ଅସୁବିଧା ହୋଇପାରେ। ପାର୍ଟନର୍ଶିପରେ ବିଜନେସ ଆରମ୍ଭ କରିବା ପାଇଁ ଏହି ସମୟ ଅନୁକୂଳ ନୁହେଁ। ଯଦି ଆପଣ ଏପରି କରିବାକୁ ଭାବୁଛନ୍ତି ତେବେ କିଛି ସମୟ ପାଇଁ ଟାଳି ଦିଅନ୍ତୁ ଓ ଯଦି ସମ୍ଭବ ନ ହୁଏ ତେବେ କାଗଜପତ୍ରକୁ ଭଲ ଭାବରେ ପଢ଼ି ଆଗକୁ ବଢ଼ନ୍ତୁ। ଆପଣଙ୍କୁ ନ୍ଜଯର ଜୀବନସାଥୀର ସ୍ବାସ୍ଥ୍ୟର ବିଶେଷ ଯତ୍ନ ନେବାକୁ ପଡ଼ିବ। କାମର ଚାପ ଓ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ଦ୍ବାରା କରାଯାଇଥିବା ପ୍ରୟାସ ଯୋଗୁଁ ଆପଣଙ୍କର ସମ୍ପର୍କ ଓ ବୈବାହିକ ଜୀବନ ପ୍ରଭାବିତ ହୋଇପାରେ।
ଆପଣ ଜିନିଷଗୁଡ଼ିକ ମଧ୍ୟରେ ସନ୍ତୁଳନ ରଖିବାକୁ ଚେଷ୍ଟା କରିବା ଉଚିତ ଏବଂ ଆପଣ ସାଥୀଙ୍କ ସହ ବସି କଥା ହେବା ପାଇଁ ସମୟ ବାହାର କରିବା ଉଚିତ। ବୁଧ ଅସ୍ତ ଅଛନ୍ତି ସେଥିପାଇଁ ତାଙ୍କର ଦୃଷ୍ଟି ଦ୍ବାରା ଆପଣଙ୍କର ପ୍ରଥମ ଘର ଉପରେ ସକାରାତ୍ମକ ପ୍ରଭାବ ପଡ଼ିବ ନାହିଁ। ଆପଣଙ୍କୁ ସୁସ୍ଥ ଜୀବନଶୈଳୀ ରଖିବା ଓ ସନ୍ତୁଳିତ ଆହାର ଖାଇବାକୁ ପରାମର୍ଶ ଦିଆଯାଇଛି।
ଉପାୟ: ଆପଣ ନିଜର ବେଡରୁମରେ ଇନଡୋର୍ ପ୍ଳାଣ୍ଟ ଲଗାନ୍ତୁ ଓ ତାଙ୍କର ଦେଖାଚାହାଁ କରନ୍ତୁ।
ବିଛା ରାଶି
ବିଛା ରାଶିର ଅଷ୍ଟମ ଏବଂ ଏକାଦଶ ଘରର ସ୍ବାମୀ ବୁଧ ଏବଂ ବର୍ତ୍ତମାନ ସେ ଆପଣଙ୍କର ଷଷ୍ଠ ଘରେ ଉପସ୍ଥିତ ଅଛନ୍ତି। ଏବେ ବୁଧ ଆପଣଙ୍କର ଷଷ୍ଠ ଘରେ ଅସ୍ତ ହେବାକୁ ଯାଉଛନ୍ତି। ଏହି ରାଶିର ଲୋକଙ୍କ ପାଇଁ ଏକାଦଶ ଘରର ସ୍ବାମୀ ଅସ୍ତ ହେବା ବିନିଯୋଗ ଓ ବୃତ୍ତିଗତ ବିକାଶ ପାଇଁ ଅନୁକୂଳ ନୁହେଁ। ଆପଣ ନିଜର କ୍ୟାରିଅର ଓ ବିଜନେସ କ୍ଷେତ୍ରରେ ପ୍ରଗତି କରିବା ପାଇଁ ବହୁତ ପଇସା ଖର୍ଚ୍ଚ କରି ପାରନ୍ତି। ଆପଣ କୌଣସି ଆର୍ଥିକ ସମସ୍ଯାକୁ ନେଇ ଚଞ୍ଚଳତା କରନ୍ତୁ ନାହିଁ।
ଅଷ୍ଟମେଶଙ୍କର ଅସ୍ତ ହେବା ଜୀବନରେ ଅନିଶ୍ଚିତତାକୁ କମ କରି ପାରେ। ଏହା ବର୍ତ୍ତମାନ ଷଷ୍ଠ ଘରେ ଅସ୍ତ ହେବାକୁ ଯାଉଛନ୍ତି। ଏହି କାରଣରୁ ବୁଧ ମେଶ ରାଶିରେ ଅସ୍ତ ହେବା ପରେ ଆପଣଙ୍କର ବୃତ୍ତିଗତ ସ୍ଥିତି ଟିକେ ଖରାପ ହୋଇପାରେ। କିଛି ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ, ଆପଣଙ୍କର ଖର୍ଚ୍ଚ ବଢ଼ିପାରେ ଏବଂ ଅନଲାଇନ୍ କାରବାର କିମ୍ବା କାଗଜପତ୍ର ସମୟରେ ଠକାମିର ଶିକାର ହେବାର ସମ୍ଭାବନା ମଧ୍ୟ ରହିଛି।
ଏହା ବ୍ୟତୀତ ଆପଣଙ୍କୁ ଯୁକ୍ତି କରିବାରୁ ଦୂରେଇ ରହିବାକୁ ହେବ କାରଣ ଏହି ସମୟରେ ଆପଣ ବିବାଦରେ ଫସି ଯାଇ ପାରନ୍ତି। ବୁଧ ମେଷ ରାଶିରେ ଅସ୍ତ ହେଉଛନ୍ତି, ସେଥିପାଇଁ ବୁଧ ନିଜର ଦୃଷ୍ଟି ଦ୍ବାରା ଆପଣଙ୍କର ଦ୍ଵାଦଶ ଘରକୁ ପ୍ରଭାବିତ କରି ପାରିବେ ନାହିଁ। ଏହି ସମୟ ଲାଭ କାରୀ କାରଣ ଏହି ସମୟରେ ଆପଣଙ୍କର ହଠାତ ଖର୍ଚ୍ଚ ନିୟନ୍ତ୍ରଣରେ ରହିବ। ଆପଣଙ୍କୁ ତଥାପି ସାବଧାନ ରହିବା ଉଚିତ କାରଣ ଆପଣଙ୍କୁ ବୃତ୍ତିଗତ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ।
ଉପାୟ: ଆପଣ ପ୍ରତିଦିନ ଗାଈକୁ ସବୁଜ ଚାରା ଖୁଆନ୍ତୁ।
କୁଣ୍ଡଳୀରେ ଥିବା ରାଜ ଯୋଗ ର ସମସ୍ତ ସୂଚନା ପାଆନ୍ତୁ
ଧନୁ ରାଶି
ଧନୁ ରାଶିର ସପ୍ତମ ଓ ଅଷ୍ଟମ ଘରର ସ୍ବାମୀ ବୁଧ ଗ୍ରହ ଏହି ରାଶିର ପଞ୍ଚମ ଘରେ ରହିବେ ଓ ଏବେ ସେ ଆପଣଙ୍କର ପଞ୍ଚମ ଘରେ ଅସ୍ତ ହେବାକୁ ଯାଉଛନ୍ତି। ବୁଧ ଆପଣଙ୍କର ଦଶମ ଘରର ସ୍ବାମୀ ସେଥିପାଇଁ ମେଷ ରାଶିରେ ବୁଧ ଅସ୍ତ ହେବା ସମୟରେ ଆପଣ ନିଜର କ୍ୟାରିଅରକୁ ନେଇ ଅସନ୍ତୁଷ୍ଟ ଅନୁଭବ କରିବେ ଓ ଅସୁବିଧା କିମ୍ବା କ୍ଷତିର ସାମ୍ନା କରିବାକୁ ପଡ଼ିପାରେ। ଆପଣଙ୍କୁ ଏହି ସମୟରେ ବିଜନେସକୁ ନେଇ କୌଣସି ମହତ୍ୱପୂର୍ଣ ନିଷ୍ପତି ନେବାକୁ ପଡ଼ିପାରେ।
ରୋମାନ୍ସ ମାମଲାରେ ବୁଧ ଆପଣଙ୍କର ସପ୍ତମ ଘରର ସ୍ବାମୀ ଯାହା ଦ୍ବାରା ଆପଣଙ୍କୁ ନିଜର ଜୀବନସାଥୀର ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବା ଆବଶ୍ୟକ। ଏହା ବ୍ୟତୀତ ଆପଣଙ୍କ ଉପରେ କାମର ଚାପ ବଢ଼ିପାରେ ଏବଂ କାର୍ଯ୍ୟକ୍ଷେତ୍ରରେ ଅଧିକ ପରିଶ୍ରମ କରିବା ଯୋଗୁଁ ଆପଣଙ୍କର ସମ୍ପର୍କ କିମ୍ବା ବୈବାହିକ ଜୀବନ ଉପରେ ନକରାତ୍ମକ ପ୍ରଭାବ ପଡ଼ିପାରେ। ଆପଣ ନିଜର ପାର୍ଟନର ସହିତ କଥା ହେବା ପାଇଁ ସମୟ କାଢ଼ି ନିଜର କ୍ୟାରିଅର ଓ ବ୍ୟକ୍ତିଗତ ଜୀବନ ମଧ୍ଯରେ ସନ୍ତୁଳନ ରଖି ପାରିବେ।
ବୁଧ ଗ୍ରହ ପଞ୍ଚମ ଘରେ ଅସ୍ତ ହେଉଥିବାରୁ, ଏହାର ପ୍ରଭାବ ଶିକ୍ଷା, ସୃଜନଶୀଳତା ଏବଂ ପ୍ରେମ ଜୀବନକୁ ଦୁର୍ବଳ କରିପାରନ୍ତି। ଆପଣଙ୍କ ଆତ୍ମବିଶ୍ୱାସ ହ୍ରାସ ପାଇବାର ସମ୍ଭାବନା ଅଛି ଏବଂ ଆପଣ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ବିଳମ୍ବ ଯୋଗୁଁ ନିଯୁକ୍ତି ଆଶା କରୁଥିବା ଛାତ୍ରଛାତ୍ରୀମାନେ ନିରାଶ ହୋଇପାରନ୍ତି। ସମୟ ସହିତ ପରିସ୍ଥିତି ଭଲ ହୋଇଯିବ, ତେଣୁ ଆପଣ ଧର୍ଯ୍ୟବାନ ହେବା ଉଚିତ। ଅସ୍ତ ହେବା ଯୋଗୁଁ, ବୁଧଙ୍କ ଦୃଷ୍ଟି ମାଧ୍ୟମରେ ଏକାଦଶ ଘରକୁ ପ୍ରଭାବିତ କରିବାର କ୍ଷମତା ଦୁର୍ବଳ ହୋଇଯାଏ। ଏହା ଦ୍ବାରା ଆପଣଙ୍କୁ ନିଜର ସାମାଜିକ କାର୍ଯ୍ୟକଳାପରେ ଆସିବାକୁ ଥିବା ବଡ଼ ଲୋକ ଓ ବଡ଼ ଭାଇ-ଭଉଣୀଙ୍କ ସହଯୋଗ କମ ମିଳିବ, ଯାହା ଫଳରେ ଏହି ସମୟ ମଧ୍ୟରେ ଆପଣଙ୍କ ଲକ୍ଷ୍ୟ ଏବଂ ଇଚ୍ଛା ପୂରଣ କରିବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।
ଉପାୟ: ଗରିବ ପିଲା ଓ ଛାତ୍ରଙ୍କୁ ବାହିତ ଦିଅନ୍ତୁ।
ମକର ରାଶି
ମକର ରାଶିର ଷଷ୍ଠ ଏବଂ ନବମ ଘରର ସ୍ବାମୀ ବୁଧ ଗ୍ରହ ଅଟନ୍ତି। ଏହି ସମୟରେ ବୁଧ ଗ୍ରହ ଆପଣଙ୍କର ଚତୁର୍ଥ ଘରେ ଅବସ୍ଥିତ ଏବଂ ଏବେ ଏହା ସମାନ ରାଶିରେ ଅସ୍ତ ହେବାକୁ ଯାଉଛନ୍ତି। ଏହି ସମୟରେ, ଆପଣ ଆପଣଙ୍କ ପିତାମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଉଚିତ କାରଣ ସେମାନଙ୍କର କିଛି ସ୍ୱାସ୍ଥ୍ୟ ସମସ୍ୟା ହେବାର ସମ୍ଭାବନା ଅଛି। ଯାନର କ୍ଷତି କିମ୍ବା ଅନ୍ୟ କୌଣସି ସମସ୍ୟା ପାଇଁ ଅତିରିକ୍ତ ଖର୍ଚ୍ଚ ହୋଇପାରେ। ଯଦି ଆପଣ ବିଦେଶ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ କାଗଜପତ୍ର ଏବଂ ଅନ୍ୟାନ୍ୟ ଆନୁଷ୍ଠାନିକ କାର୍ଯ୍ୟ ପ୍ରତି ସତର୍କ ରୁହନ୍ତୁ କାରଣ ଅବହେଳା ଯୋଗୁଁ ବିଳମ୍ବ କିମ୍ବା ଆର୍ଥିକ କ୍ଷତି ହୋଇପାରେ। ମକର ରାଶି ପାଇଁ ବୁଧଙ୍କର ଷଷ୍ଠ ଘରର ସ୍ବାମୀ ହୋଇ ଅସ୍ତ ହେବା, ରୋଗ, ଲୋନ ଓ ଶତ୍ରୁ କିମ୍ବା ପ୍ରତିଦ୍ଵନ୍ଦୀଙ୍କ ସହିତ ମତଭେଦ ପଡ଼ି ସମସ୍ଯାକୁ ଦବି ଦେଇ ପାରେ ଯାହା ଏକ ସକାରାତ୍ମକ ସଙ୍କେତ ଅଟେ। ପ୍ରତିଯୋଗୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଙ୍କ ପାଇଁ ଏହା ଅନୁକୂଳ ସମୟ ନୁହେଁ କାରଣ ଏହି ସମୟରେ ତାଙ୍କର ଏକାଗ୍ରତା ଓ ପ୍ରଦର୍ଶନ ପ୍ରଭାବିତ ହେବ।
ଏହା ବ୍ୟତୀତ, ବୁଧ ଆପଣଙ୍କ ନବମ ଘରର ଅଧିପତି ହୋଇଥିବାରୁ, ଯେତେବେଳେ ଏହା ଅସ୍ତ ହୁଅନ୍ତି, ଆପଣଙ୍କୁ ଏପରି ଲାଗିପାରେ ଯେପରି ଭାଗ୍ୟ ଆପଣଙ୍କ ସପକ୍ଷରେ ନାହିଁ। କାରଣ ଆପଣ ଆଧ୍ୟାତ୍ମିକ ଅଭିବୃଦ୍ଧି ଅପେକ୍ଷା ଆର୍ଥିକ ଲାଭକୁ ପ୍ରାଥମିକତା ଦେଇପାରନ୍ତି। ବୁଧ ମେଷ ରାଶିରେ ଅସ୍ତ ହେଉଥିବା ସମୟରେ, ଆପଣଙ୍କୁ ଆପଣଙ୍କ ପିତାଙ୍କ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବାକୁ ପଡ଼ିବ। ବୁଧ ଅସ୍ତ ହେବା ଯୋଗୁଁ, ତାଙ୍କ ଦୃଷ୍ଟି ଦଶମ ଘରକୁ ପ୍ରଭାବିତ କରିପାରିବ ନାହିଁ, ଯାହା ଫଳରେ ଆପଣଙ୍କୁ କ୍ୟାରିଅର ଏବଂ ପ୍ରତିଷ୍ଠା ଭଳି ଦଶମ ଘର ସହିତ ଜଡ଼ିତ ମାମଲାରେ କୌଣସି ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ ନାହିଁ।
ଉପାୟ: ଆପଣ ନିୟମିତ ଭାବରେ ତୁଳସୀ ଗଛର ପୂଜା କରନ୍ତୁ ଓ ତେଲର ଦୀପ ଜାଳନ୍ତୁ।
କୁମ୍ଭ ରାଶି
କୁମ୍ଭ ରାଶିର ପଞ୍ଚମ ଓ ଅଷ୍ଟମ ଘରର ସ୍ବାମୀ ବୁଧ ଗ୍ରହ ଯିଏ ଏବେ ତୃତୀୟ ଘରେ ଅସତ ହେବାକୁ ଯାଉଛନ୍ତି। ଆପଣଙ୍କର ଯାତ୍ରା ହଠାତ ଶେଷ ମୂହୁର୍ତ୍ତରେ ବନ୍ଦ ହୋଇପାରେ। ଆପଣ ଛୋଟ ଭାଇ-ଭଉଣୀଙ୍କ ସହିତ ଅସହମତ ହେବାରୁ ଦୂରେଇ ରୁହନ୍ତୁ କାରଣ ଝଗଡ଼ା ହୋଇପାରେ। ଏହା ବ୍ୟତୀତ, ଯଦି ଆପଣ ଜଣେ ଲେଖକ ଭାବରେ କାମ କରନ୍ତି, ତେବେ ଏହି ସମୟରେ ଆପଣଙ୍କର ଏକାଗ୍ରତା ହ୍ରାସ ପାଇବାର ସଙ୍କେତ ଦେଖାଯାଉଛି। ତେଣୁ, କୌଣସି ଯାନ୍ତ୍ରିକ ତ୍ରୁଟି ହେଲେ କୌଣସି କ୍ଷତିକୁ ଏଡ଼ାଇବା ପାଇଁ ଆପଣ ଆପଣଙ୍କ ଡିଭାଇସର ବ୍ୟାକଅପ୍ ରଖିବା ଉଚିତ।
ଅଷ୍ଟମେଶଙ୍କର ଅସ୍ତ ହେବା ହେତୁ, ଆପଣଙ୍କ ଜୀବନରେ ସମସ୍ୟାଗୁଡ଼ିକ ନିୟନ୍ତ୍ରଣରେ ରହିବ। ଯେଉଁମାନେ ଷ୍ଟକ୍ ବଜାରରେ ବଡ଼ ନିବେଶ କରିଛନ୍ତି କିମ୍ବା ଦୈନିକ ବାଣିଜ୍ୟ କରୁଛନ୍ତି ସେମାନଙ୍କୁ ମେଷ ରାଶିରେ ବୁଧ ଅସ୍ତ ସମୟରେ ବିରତି ନେବାକୁ ପରାମର୍ଶ ଦିଆଯାଇଛି କାରଣ ଏହି ସମୟରେ ଯଦି ସେମାନେ ଏହି କାର୍ଯ୍ୟଗୁଡ଼ିକରେ ଜଡ଼ିତ ରୁହନ୍ତି ତେବେ ସେମାନଙ୍କର ଆର୍ଥିକ ଅବସ୍ଥା ଖରାପ ହେବାର ଭୟ ରହିଛି। ବୁଧ ପଞ୍ଚମେଶ ହୋଇ ଅସ୍ତ ହେବା ଆପଣଙ୍କୁ ସନ୍ତାନ ସମ୍ବନ୍ଧିତ ଅସୁବିଧା ଦେଇପାରେ, ଓ ଯେଉଁ ଲୋକ ପ୍ରେମ ସମ୍ବନ୍ଧରେ ଅଛନ୍ତି ତାଙ୍କୁ ବିବାହ କୁ ନିଜର ସାଥୀ ଆଡ଼ୁ ଚାପ ପଡ଼ିପାରେ। କୁମ୍ଭ ରାଶିର ଛାତ୍ରମାନଙ୍କ ଉପରେ ମଧ୍ୟ ପାଠପଢ଼ାର ଚାପ ବଢ଼ିପାରେ।
ଏହା ବ୍ୟତୀତ, ବୁଧ ଅସ୍ତ ହେଉଥିବାରୁ, ଏହା ନିଜ ଦୃଷ୍ଟି ଦ୍ୱାରା ନବମ ଘର ଉପରେ ସକାରାତ୍ମକ ପ୍ରଭାବ ପକାଇ ପାରିବେ ନାହିଁ। ତେଣୁ, ଏହି ସମୟରେ ଆପଣ ଆପଣଙ୍କ ପିତା, ଶିକ୍ଷକ କିମ୍ବା ଗାଇଡଙ୍କଠାରୁ ଅଧିକ ସମର୍ଥନ ପାଇପାରିବେ ନାହିଁ।
ଉପାୟ: ନିଜର କାକା କିମ୍ବା ଛୋଟ ଭାଇ-ଭଉଣୀଙ୍କୁ ଉପହାର ଦିଅନ୍ତୁ।
ମୀନ ରାଶି
ବୁଧ ଆପଣଙ୍କର ଚତୁର୍ଥ ଓ ସପ୍ତମ ଘରର ସ୍ବାମୀ ଓ ଏବେ ସେ ଆପଣଙ୍କର ଦ୍ଵିତୀୟ ଗହରେ ଅସତ ହେବାକୁ ଯାଉଛନ୍ତି। ବୁଧ ମେଷ ରାଶିରେ ଅସତ ହେବା ସମୟରେ ଆପଣଙ୍କ ପାଇଁ ଅଧିକ ଅନୁକୂଳ ରହିବ ନାହିଁ। ଯଦି ଆପଣ ବୃତ୍ତିଗତ ଲାଭର ଆଶା ରଖୁଛନ୍ତି ତେବେ ସେଥିରେ ଡେରି ହୋଇପାରେ। ଯଦି ଆପଣ କିଛି ନୂଆ ଆରମ୍ଭ କରିବା ବିଷୟରେ ଭାବୁଛନ୍ତି ଯେପରି କି ପାର୍ଟନର୍ଶିପରେ ବିଜନେସ ଆରମ୍ଭ କରିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କୁ ଏହି ନିଷ୍ପତି କିଛି ସମୟ ପର୍ଯ୍ୟନ୍ତ ଟାଳି ଦେବା ଉଚିତ। ନିଜର ଜୀବନସାଥୀର ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ। କଥାବାର୍ତ୍ତା କରିବା ସମୟରେ ଶବ୍ଦକୁ ସାବଧାନ ହୋଇ ବ୍ୟବହାର କରନ୍ତୁ କରଣ ଭୁଲ ବୁଝାମଣା ଓ ବିବାଦ ହୋଇପାରେ। କାମରେ ବଢ଼ୁଥିବା ଚାପ ଓ ବୃତ୍ତିଗତ ଦାୟିତ୍ବ ଆପଣଙ୍କ ସମ୍ପର୍କ ଓ ବୈବାହିକ ଜୀବନ ଉପରେ ଭାରି ପଡ଼ି ପାରେ। ଆପଣ ନିଜର ପାର୍ଟନର ସହିତ ଖୋଲା ଖୋଲି ଭାବରେ କଥା ହେବେ ଓ ବ୍ୟକ୍ତିଗତ ଓ କ୍ୟାରିଅର ମଧ୍ଯରେ ସନ୍ତୁଳନ ରଖି ପାରିବେ।
ଏହି ସମୟ ମଧ୍ୟରେ, ମାଆଙ୍କ ସ୍ୱାସ୍ଥ୍ୟ ମଧ୍ୟ ଚିନ୍ତାର କାରଣ ହୋଇପାରେ, ତେଣୁ ଆପଣ ତାଙ୍କର ନିୟମିତ ଡାକ୍ତରୀ ଯାଞ୍ଚ କରାଇବା ଉଚିତ। ଏହା ବ୍ୟତୀତ, କିଛି ଜିନିଷ ଘରର ଶାନ୍ତି ଏବଂ ଖୁସିକୁ ନଷ୍ଟ କରିପାରେ। ଏଗୁଡ଼ିକ ପ୍ରତି ଆପଣଙ୍କୁ ଧ୍ୟାନ ଦେବାକୁ ପଡ଼ିବ। ସ୍ୱାସ୍ଥ୍ୟ ଦୃଷ୍ଟିରୁ, ଆପଣଙ୍କୁ ତ୍ୱଚାର ଯତ୍ନ ଏବଂ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦେବା ଉଚିତ। ଏହି ଜିନିଷଗୁଡ଼ିକୁ ଅଣଦେଖା କରିବା ଦ୍ୱାରା ଆପଣଙ୍କୁ ଆଲର୍ଜି ସମ୍ବନ୍ଧୀୟ ସମସ୍ୟା ହୋଇପାରେ, ତେଣୁ ପୂର୍ବରୁ ସତର୍କତା ଅବଲମ୍ବନ କରିବା ଭଲ ହେବ।
ଉପାୟ: ଆପଣ ପ୍ରତିଦିନ ତୁଳସୀ ଗଛକୁ ପାଣି ଦିଅନ୍ତୁ ଓ ଏକ ତୁଳସୀ ପତ୍ର ଖାଆନ୍ତୁ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!
ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ
1. ମେଷ ରାଶିରେ ବୁଧ ଅସ୍ତ ହେବାର ଅର୍ଥ କ'ଣ?
ସୂର୍ଯ୍ୟଙ୍କ ନିକଟତର ହେବା ଯୋଗୁଁ ବୁଧ ଗ୍ରହ ନିଜର ଶକ୍ତି ହରାଇବେ।
2. ବୁଧ ଅସ୍ତ ହେବା ଯୋଗାଯୋଗକୁ କିପରି ପ୍ରଭାବିତ କରେ?
ଏହା ଭୁଲ ବୁଝାମଣା, ବିଳମ୍ବ ଏବଂ ଭୁଲ ବ୍ୟାଖ୍ୟା ଭଳି ସମସ୍ୟା ସୃଷ୍ଟି କରିପାରେ।
3. ବୁଧ ଅସ୍ତ ହେଲେ କ'ଣ କରିବା ଉଚିତ?
ସକାରାତ୍ମକ ଫଳାଫଳ ପାଇବା ପାଇଁ, ଆପଣ ନିୟମିତ ଭାବରେ ବୁଧଙ୍କର ବୀଜ ମନ୍ତ୍ର ଜପ କରିବା ଉଚିତ।
Astrological services for accurate answers and better feature
Astrological remedies to get rid of your problems
AstroSage on MobileAll Mobile Apps
- Horoscope 2026
- राशिफल 2026
- Calendar 2026
- Holidays 2026
- Shubh Muhurat 2026
- Saturn Transit 2026
- Ketu Transit 2026
- Jupiter Transit In Cancer
- Education Horoscope 2026
- Rahu Transit 2026
- ராசி பலன் 2026
- राशि भविष्य 2026
- રાશિફળ 2026
- রাশিফল 2026 (Rashifol 2026)
- ರಾಶಿಭವಿಷ್ಯ 2026
- రాశిఫలాలు 2026
- രാശിഫലം 2026
- Astrology 2026






