ବୁଧ ମିଥୁନ ରାଶିରେ ଅସ୍ତ
ଧନ ଓ ଜ୍ଞାନର କାରକ ବୃହସ୍ପତି ମିଥୁନ ରାଶିରେ 9 ଜୁନ 2025 ସନ୍ଧ୍ୟା 04:12 ରେ ଅସ୍ତ ହେବାକୁ ଯାଉଛନ୍ତି ଓ ସେ 9 ତଥା 10 ଜୁଲାଇ ପର୍ଯ୍ୟନ୍ତ ଅସ୍ତ ରହିବେ। ବୁଧ ମିଥୁନ ରାଶିରେ ଅସ୍ତ ହେବା ସମ୍ପର୍କରେ ବିଭିନ୍ନ କ୍ୟାଲେଣ୍ଡରରେ ସାମାନ୍ୟ ପାର୍ଥକ୍ୟ ଅଛି। କିଛି ଅନଲାଇନ୍ ପାଞ୍ଜି ବୃହସ୍ପତିଙ୍କ ଅସ୍ତ ସମୟକୁ 12 ଜୁନ୍ 2025 ରୁ 9 ଜୁଲାଇ 2025 ପର୍ଯ୍ୟନ୍ତ ବିଚାର କରୁଛନ୍ତି, ଯେତେବେଳେ କି ପାଞ୍ଜି ଦିବାକରଙ୍କ ଅନୁସାରେ, ବୃହସ୍ପତି 10 ଜୁନ୍ 2025 ରୁ 7 ଜୁଲାଇ 2025 ପର୍ଯ୍ୟନ୍ତ ଅସ୍ତ ହେବେ।
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ମିଥୁନ ରାଶିରେ ବୁଧଙ୍କର ଅସ୍ତ ହେବା ସମୟରେ ଭବିଷ୍ୟ ସହିତ ଜଡ଼ିତ ସମସ୍ଯାର ସମାଧାନ ମିଳିବ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ
ହୋଇପାରେ କି ପାଞ୍ଜି କର୍ତ୍ତାଙ୍କର ଗଣନା ଅନୁସାରେ ଗୁରୁ ଅସ୍ତ ଓ ଉଦୟ ହେବାର ତିଥିରେ ଗୋଟିଏ-ଦି ଦିନର ଅନ୍ତର ମଧ୍ୟ ଦେଖା ଯାଉଛି। କିନ୍ତୁ ସାମାନ୍ଯ ଭାବରେ ଏହା ବୁଝିବା ଉଚିତ ଜେ ପାଖାପାଖି 9 ଜୁନ 2025 ରୁ ନେଇ 9 ଜୁଲାଇ 2025 ମଧ୍ୟରେ ବୃହସ୍ପତି ଗ୍ରହ ଅସ୍ତ ରହି ପାରନ୍ତି। ଏଠାରେ ଆମର ଆଲୋଚନାର ମୁଖ୍ୟ ବିଷୟ ହେଉଛି ଯେ ବୃହସ୍ପତିଙ୍କ ଅସ୍ତ ଯୋଗୁଁ କି ପ୍ରକାରର ପ୍ରଭାବ ଦେଖାଯିବ?
हिन्दी में पढ़ने के लिए यहां क्लिक करें: बृहस्पति मिथुन राशि में अस्त
ବୃହସ୍ପତିଙ୍କର ପ୍ରଭାବ
ବୃହସ୍ପତି ଗ୍ରହ ବଡ଼ ଓ ମହତ୍ୱପୂର୍ଣ ଗ୍ରହଙ୍କ ମଧ୍ୟରୁ ଗୋଟିଏ। ତାଙ୍କର ଗୋଚର ବର୍ଷରେ ପାଖାପାଖି ଥରେ ପରିବର୍ତ୍ତନ ହୁଏ ଓ ଅଧିକାଂଶ ସମୟ ବର୍ଷରେ ଥରେ ବୃହସ୍ପତି ଗ୍ରହ ଅସ୍ତ ହୁଅନ୍ତି। ସେଥିପାଇଁ ବୃହସ୍ପତି ଗ୍ରହଙ୍କର ଅସ୍ତ ହେବା ସମସ୍ତ ରାଶି ଉପରେ ପ୍ରଭାବ ପକାଇବ। ବୃହସ୍ପତି ଗ୍ରହ ସନ୍ତାନ, ଶିକ୍ଷା, ଧନ-ଧାନ୍ୟ, ବିବାହ, ଧାର୍ମିକ ଆୟୋଜନ ତଥା ଭାଗ୍ଯୋଦୟ ପରି ମହତ୍ୱପୂର୍ଣ ବିଷୟର କାରକ। ସ୍ୱାଭାବିକ ଭାବରେ, ବୃହସ୍ପତିଙ୍କ ଅସ୍ତ ଜୀବନର ଏହି ଗୁରୁତ୍ୱପୂର୍ଣ୍ଣ ଦିଗଗୁଡ଼ିକ ଉପରେ ଗଭୀର ପ୍ରଭାବ ପକାଇପାରେ। ବୁଧ ମିଥୁନ ରାଶିରେ ଅସ୍ତ ହେଉଥିବା ସମୟରେ ଅଧିକାଂଶ ଲୋକ କୌଣସି ଶୁଭ କାର୍ଯ୍ୟ କରିବାକୁ ମନା କରନ୍ତି। ଏପରି ପରିସ୍ଥିତିରେ, ବୃହସ୍ପତିଙ୍କ ଅସ୍ତ ଆପଣଙ୍କ ଲଗ୍ନ କିମ୍ବା ରାଶିକୁ କିପରି ପ୍ରଭାବିତ କରିବ ତାହା ଜାଣିବା ପୂର୍ବରୁ, ପ୍ରଥମେ ଜାଣିବା ବୃହସ୍ପତିଙ୍କ ଅସ୍ତ ଭାରତକୁ କିପରି ପ୍ରଭାବିତ କରିବ।
ବୃହସ୍ପତିଙ୍କର ମିଥୁନ ରାଶିରେ ଅସ୍ତ: ଦେଶ-ବିଦେଶ ଉପରେ ପ୍ରଭାବ
ସ୍ବତନ୍ତ୍ର ଭାରତର କୁଣ୍ଡଳୀ ଅନୁସାରେ ବୃହସ୍ପତି ଭରତ୍ବରସର ଅଷ୍ଟମେଶ ଓ ଲାଭେଶ ଗ୍ରହ ତଥା ବର୍ତ୍ତମାନ ସେ ଦ୍ଵିତୀୟ ଘରେ ରହି ଅସ୍ତ ହେବାକୁ ଯାଉଛନ୍ତି। ଲାଭେଶଙ୍କର ଦ୍ଵିତୀୟ ଘରକୁ ଯିବା ସାମାନ୍ଯ ଭାବରେ ଅନୁକୂଳ ପରିଣାମ ଦେଇଥାଏ। ଦ୍ଵିତୀୟ ଘରେ ବୃହସ୍ପତି ଅସ୍ତ ହେବା ଦ୍ବାରା ଭାରତୀୟ ଅର୍ଥବ୍ୟବସ୍ଥା ଉପରେ କିଛି ନକରାତ୍ମକ ପ୍ରଭାବ ପଡ଼ିପାରେ। ଢ ବ୍ଯତୀତ ଦେଶ ଭିତରେ କିଛି ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ଦେଖିବାକୁ ମିଳିପାରେ। ଭାରତର ବ୍ଯାଙ୍କିଂ ସେକ୍ଟରରେ କିଛି ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିପାରେ। ଅର୍ଥାତ ଭାରତୀୟ ଲୋକଙ୍କ ପାଇଜନ ବୃହସ୍ପତିଙ୍କର ଅସତ ହେବା ଅନୁକୂଳ ହେବ ନାହିଁ। ବୃହସ୍ପତି ମିଥୁନ ରାଶିରେ ଅସତ ହେବା ଆପଣଙ୍କର ରାଶି ଉପରେ କିପରି ପ୍ରଭାବ ପକାଇବ ଆସନ୍ତୁ ଜାଣିବା।
To Read in English Click Here: Jupiter Combust in Gemini
ଏହି ରାଶିଫଳ ଆପଣଙ୍କର ଚନ୍ଦ୍ର ରାଶି ଉପରେ ଆଧାରିତ। ନିଜର ବ୍ୟକ୍ତିଗତ ଚନ୍ଦ୍ର ରାଶି ଜାଣିବା ପାଇଁ ଚନ୍ଦ୍ର ରାଶି କ୍ଯାଲକୁଲେଟର ବ୍ୟବହାର କରନ୍ତୁ।
ମିଥୁନ ରାଶିରେ ବୁଧ ଅସ୍ତ: ରାଶି ଅନୁସାରେ ପ୍ରଭାବ ଓ ଉପାୟ
ମେଷ ରାଶି
ବୃହସ୍ପତି ଆପଣଙ୍କର କୁଣ୍ଡଳୀରେ ଭାଗ୍ଯ ତଥା ଦ୍ଵାଦଶ ଘରର ସ୍ବାମୀ ଓ ଏବେ ଆପଣଙ୍କର ତୃତୀୟ ଘରେ ଅସ୍ତ ହେବାକୁ ଯାଉଛନ୍ତି। ତୃତୀୟ ଘରେ ବୃହସ୍ପତିଙ୍କର ଗୋଚରକୁ ସାମାନ୍ଯ ଭାବରେ ଅନୁକୂଳ କୁହାଯିବ ନାହିଁ। ଏପରି ସ୍ଥିତିରେ ବୃହସ୍ପତି କିଛି ମାତ୍ରାରେ ବିରୁଦ୍ଧ କିମ୍ବା ଦୁର୍ବଳ ପରିଣାମ ଦେବେ। ବୁଧ ମିଥୁନ ରାଶିରେ ଅସ୍ତ ହେବା ସମୟରେ ନକରାତ୍ମକତାରେ ହ୍ରାସ ଘଟିବ। ଅର୍ଥାତ ଆପଣଙ୍କୁ କୌଣସି କ୍ଷତି ହେବ ନାହିଁ ବରଂ ଅଯଥା ଯାତ୍ରା କମ ହୋଇପାରେ। ପଡ଼ୋଶୀ ଓ ଭାଇ ଭଉଣୀଙ୍କ ସହିତ ସମ୍ବନ୍ଧ ସୁଧୁରିବ। ସରକାରୀ କାମରେ ମଧ୍ୟ ସକାରାତ୍ମକତା ଆଶା କରାଯାଇ ପାରେ। କିଛି ମାମଲାରେ ଆପଣଙ୍କୁ ଲାଗି ପାରେ ଭାଗ୍ଯ ସାଥ ଦେଉ ନାହିଁ କିନ୍ତୁ କରମ ଅନୁଯାୟୀ ପରିଣାମ ମିଳିପାରେ।
ଉପାୟ: ମା ଦୁର୍ଗାଙ୍କର ପୂଜା ଅର୍ଚନା କରିବା ଶୁଭ ରହିବ।
ବୃଷ ରାଶି
ବୃହସ୍ପତି ଆପଣଙ୍କର କୁଣ୍ଡଳୀରେ ଅଷ୍ଟମ ତଥା ଲାଭ ଘରର ସ୍ବାମୀ ଓ ଏବେ ସେ ଆପଣଙ୍କର ଦ୍ଵିତୀୟ ଘରେ ଗୋଚର କରିବାକୁ ଯାଉଛନ୍ତି। ଦ୍ଵିତୀୟ ଘରେ ବୃହସ୍ପତିଙ୍କର ଗୋଚର ଭଲ ପରିଣାମ ଦେବ। ବୃହସ୍ପତିଙ୍କର ଅସ୍ତ ହେବା ଆପଣଙ୍କୁ ଟିକେ ଦୁର୍ବଳ ପରିଣାମ ଦେଇପାରେ। ବୃହସ୍ପତିଙ୍କର ଅସ୍ତ ହେବା ଯୋଗୁଁ ରୋଜଗାରର ସ୍ରୋତ ଟିକେ ପ୍ରଭାବିତ ହୋଇପାରେ। ଅର୍ଥାତ ଦୁର୍ବଳ ହୋଇପାରେ। ପାରିବାରିକ ମାମଲାରେ ମିଳୁଥିବା ଅନୁକୂଳ ପରିଣାମ କମ ହେବା ଯୋଗୁଁ କୌଣସି ପୁରୁଣା ପାରିବାରିକ ସାମାନ୍ଯ ପୁନଃ ଉତ୍ପନ୍ନ ହୋଇପାରେ। ଆର୍ଥିକ ମାମଲାରେ ମଧ୍ୟ ଏବେ ତୁଳନାତ୍ମକ ରୂପ ରେ ଅଧିକ ସାବଧାନ ରହିବା ଜରୁରୀ। ଅର୍ଥାତ କୌଣସି ନକରାତ୍ମକତା ରହିବ ନାହିଁ କିନ୍ତୁ ସକାରାତ୍ମକର ଗ୍ରାଫ ଟିକେ ଦୁର୍ବଳ ହୋଇପାରେ।
ଉପାୟ: ଯଥା ସମର୍ଥ ଅଭାବି ବୃଦ୍ଧ ଲୋକଙ୍କୁ ବସ୍ତ୍ର ଦାନ କରିବା ଶୁଭ ରହିବ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ମିଥୁନ ରାଶି
ବୃହସ୍ପତି ଆପଣଙ୍କର କୁଣ୍ଡଳୀ ପାଇଁ ସପ୍ତମ ଘରର ସ୍ବାମୀ ହେବା ସହିତ କର୍ମ ସ୍ଥାନର ସ୍ବାମୀ ମଧ୍ୟ ଓ ଏବେ ସେ ଆପଣଙ୍କର ପ୍ରଥମ ଘରେ ଗୋଚର କରି ଅସ୍ତ ହେବାକୁ ଯାଉଛନ୍ତି। ସପ୍ତମେଶଙ୍କର ଅସ୍ତ ହେବା କାରଣରୁ ଦୈନିକ ରୋଜଗାର ସମ୍ବନ୍ଧୀୟ ମାମଲାରେ ତୁଳନାତ୍ମକ ରୂପରେ ଟିକେ ମନ୍ଦାବସ୍ଥା ଦେଖିବାକୁ ମିଳିପାରେ। ବିବାହ ଇତ୍ୟାଦି କଥା ଯଦି ଚାଲିଛି ସେହି ମାମଲାରେ କିଛି ବିଳମ୍ବ ହୋଇପାରେ। ସେହି ସମୟରେ, ବୈବାହିକ କ୍ଷେତ୍ରରେ ଉତ୍ସାହ ଟିକେ କମିପାରେ। ଅର୍ଥାତ୍, ଅସ୍ତ ଯୋଗୁଁ, ଜିନିଷଗୁଡ଼ିକ ପୂର୍ବ ଅପେକ୍ଷା ଟିକେ ଧୀର ହୋଇପାରେ କିନ୍ତୁ କୌଣସି ବଡ଼ ନକାରାତ୍ମକତା ଆସିବ ନାହିଁ।
କାର୍ଯ୍ୟକ୍ଷେତ୍ର ସମ୍ବନ୍ଧିତ ମାମଲାରେ କିଛି ଏପରି ପରିଣାମ ଦେଖିବାକୁ ମିଳିପାରେ। କର୍ମ ସ୍ଥାନରେ ଶନିଙ୍କର ଗୋଚର ହେଉଛି। ସେହି କାରଣରୁ ମଧ୍ୟ କାର୍ଯ୍ୟକ୍ଷେତ୍ରରେ କିଛି ମନ୍ଦାବସ୍ଥା ଦେଖିବାକୁ ମିଳିପାରେ। କର୍ମ ସ୍ଥାନର ସ୍ବାମୀଙ୍କର ଅସ୍ତ ହେବା ମନ୍ଦାବସ୍ଥା ଅଧିକ ବଢ଼ାଇପାରେ। କାରଣ ଗୋଚର ଶାସ୍ତ୍ରରେ, ପ୍ରଥମ ଘରେ ବୃହସ୍ପତିଙ୍କ ଗୋଚରକୁ ଭଲ ବୋଲି ବିବେଚନା କରାଯାଏ ନାହିଁ, ଯଦି ସେହି ଦୃଷ୍ଟିକୋଣରୁ ଦେଖାଯାଏ, ତେବେ ଅସ୍ତ ହେବା ଯୋଗୁଁ ବୃହସ୍ପତିଙ୍କ ଗୋଚର ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ, କିନ୍ତୁ ଯଦି ଉଭୟ ଦୃଷ୍ଟିକୋଣରୁ ଦେଖାଯାଏ, ଯଥା ସ୍ଵାମିତ୍ଵ ଏବଂ ସ୍ଥିତି ଆଧାରରେ, ତେବେ ବୃହସ୍ପତିଙ୍କ ଗୋଚର ଯୋଗୁଁ ଆପଣଙ୍କ ଉପରେ କୌଣସି ବଡ଼ ନକାରାତ୍ମକ ପ୍ରଭାବ ଦେଖାଯିବ ନାହିଁ। କିଛି ମାମଲାରେ ଆପଣଙ୍କର ବିଚାର ସଫଳତା ଦେଇପାରେ।
ଉପାୟ: ଗାଈକୁ ଦେଶୀ ଘିଅରେ ତିଆରି ରୁଟି ଖୁଆଇବା ଶୁଭ ହେବ।
କର୍କଟ ରାଶି
ବୃହସ୍ପତି ଆପଣଙ୍କର କୁଣ୍ଡଳୀରେ ଷଷ୍ଠ ତଥା ଭାଗ୍ଯ ଘରର ସ୍ବାମୀ ଓ ଏବେ ସେ ଆପଣଙ୍କର ଦ୍ଵାଦଶ ଘରେ ଗୋଚର କରିବାକୁ ଯାଉଛନ୍ତି। ଦ୍ଵାଦଶ ଘରେ ବୃହସ୍ପତିଙ୍କର ଗୋଚରକୁ ଅନୁକୂଳ କୁହାଯିବ ନାହିଁ କିନ୍ତୁ ଅସତ ହେବା ଯୋଗୁଁ ବୃହସ୍ପତି କିଛି ମାମଲାରେ ଆପଣଙ୍କୁ ଅନୁକୂଳ ପରିଣାମ ଦେଇ ପାରନ୍ତି। ଅର୍ଥାତ ଯଦି ପୂର୍ବ କିଛି ଦିନରୁ ଆପଣଙ୍କର ଖର୍ଚ୍ଚ ବଢ଼ି ଯାଇଥିଲା ତେବେ ତାହା କମ ହେବ। ଯଦି କୌଣସି କାମ କ୍ଷତିରେ ଚାଲିଥିଲା ତେବେ ତାହା ମଧ୍ୟ ବନ୍ଧ ହୋଇଯିବ। ଯଦି କୌଣସି କାରଣରୁ ସ୍ବାସ୍ଥ୍ୟ ଦୁର୍ବଳ ଥିଲା ତେବେ ତାହା ଭଲ ହେବ। ଯଦି କୌଣସି ମାମଲାରେ ଆପଣଙ୍କୁ ଦୋଷୀ କୁହା ଯାଉଥିଲା ତେବେ ଏବେ ସେଥିରୁ ମୁକ୍ତ ହେବେ। ସେହି ସମୟରେ, ଯଦି ଆପଣ ଋଣ ଇତ୍ୟାଦି ନେବାକୁ ଚେଷ୍ଟା କରୁଥିଲେ, ତେବେ ଆପଣ ସେହି ପ୍ରକ୍ରିୟାରେ କିଛି ମନ୍ଥରତା ଦେଖିପାରନ୍ତି। ଅର୍ଥାତ୍, ବୃହସ୍ପତିଙ୍କ ଅସ୍ତ ହେବା ଆପଣଙ୍କୁ ଅଧିକାଂଶ କ୍ଷେତ୍ରରେ ଭଲ ଫଳାଫଳ ଦେବ, କିନ୍ତୁ କିଛି କ୍ଷେତ୍ରରେ, ମନ୍ଥରତା ମଧ୍ୟ ଦେଖାଯାଇପାରେ।
ଉପାୟ: ସାଧୁ, ସନ୍ଥ ଓ ଗୁରୁଜନଙ୍କର ସେବା କରିବା ଶୁଭ ହେବ।
ସିଂହ ରାଶି
ବୃହସ୍ପତି ଆପଣଙ୍କର କୁଣ୍ଡଳୀ ପାଇଁ ପଞ୍ଚମ ତଥା ଅଷ୍ଟମ ଘରର ସ୍ବାମୀ ଓ ବୃହସ୍ପତି ମିଥୁନ ରାଶିରେ ଅସ୍ତ ଆପଣଙ୍କର ଲାଭ ଘରେ ହେବେ। ଲାଭ ଘରେ ଗୋଚର କରିବା ଗ୍ରହଙ୍କର ଅସ୍ତ ହେବା ଲାଭର ଗ୍ରାଫକୁ ଦୁର୍ବଳ କରିପାରେ। ବୃହସ୍ପତିଙ୍କର ଅସ୍ତ ହେବା ଦ୍ବାରା ପୂର୍ବ କିଛି ଦିନରୁ ମିଳିଥିବା ଅନୁକୂଳ ପରିଣାମ ଟିକ କମ ହୋଇପାରେ। ଅର୍ଥାତ ବୃହସ୍ପତିଙ୍କର ଅସ୍ତ ହେବା ଆପଣଙ୍କ ପାଇଁ ନକରାତ୍ମକ ପରିଣାମ ଆଣିବ ନାହିଁ କିନ୍ତୁ ସକାରାତ୍ମକତାର ଗ୍ରାଫ କମ ହୋଇପାରେ। ପ୍ରେମ ସମ୍ବନ୍ଧରେ ଟିକେ ଦୁର୍ବଳତା ରହିପାରେ।
ଯଦିଓ ପ୍ରେମ ସମ୍ପର୍କ ଅକ୍ଷୁର୍ଣ୍ଣ ରହିବ ଏବଂ ଆଗକୁ ବଢ଼ିବ, କିନ୍ତୁ ଟିକିଏ ମଳିନତା ଅନୁଭବ ହୋଇପାରେ। ବୁଧ ମିଥୁନ ରାଶିରେ ଅସ୍ତ ହେବା ହେତୁ ଛାତ୍ରମାନେ ତୁଳନାତ୍ମକ ଭାବରେ ଅଧିକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଶାଶୁ ଘର ଲୋକଙ୍କ ସହିତ ସମ୍ପର୍କ ଦୁର୍ବଳ ହୋଇପାରେ। ପରିଶ୍ରମର ଫଳ ତୁଳନାତ୍ମକ ରୂପରେ କମ ମିଳିପାରେ।
ଉପାୟ: ଓସ୍ତ ଗଛରେ ଜଳ ଅର୍ପଣ କରିବା ଶୁଭ ହେବ।
କନ୍ୟା ରାଶି
ବୃହସ୍ପତି ଆପଣଙ୍କର କୁଣ୍ଡଳୀରେ ଚତୁର୍ଥ ତଥା ସପ୍ତମ ଘରର ସ୍ବାମୀ ଓ ଏବେ ବୃହସ୍ପତି ମିଥୁନ ରାଶିରେ ଅସ୍ତ ଆପଣଙ୍କର କର୍ମ ସ୍ଥାନରେ ହେବ। ଦଶମ ଘରେ ଗୁରୁଙ୍କର ଗୋଚରକୁ ଭଲ କୁହାଯିବ ନାହିଁ। ଦଶମ ଘରେ ଗୁରୁଙ୍କ ଗୋଚର ମାନ ହାନି କରିଥାଏ। କିନ୍ତୁ ଅସ୍ତ ଗୁରୁ ଅସ୍ତ ହେବା ଯୋଗୁଁ ମାନହାନିର ଡର ଦୂର ହୋଇଯିବ।
ବ୍ୟବସାୟରେ ଯଦି ପୂର୍ବ କିଛି ଦିନରୁ ବାଧା ଆସୁ ଅଛି ତେବେ ତାହା ଏବେ କମ ହେବ। ଅର୍ଥାତ ବୃହସ୍ପତିଙ୍କର ଅସ୍ତ ହେବା କିଛି ମାମଲାରେ ଆପଣଙ୍କୁ ଭଲ ପରିଣାମ ଦେବ କଇଁତି ଘର ଗୃହସ୍ଥି ସମ୍ବନ୍ଧିତ ଚିନ୍ତା ବଢ଼ିବ। ଅର୍ଥାତ ଗୁରୁଙ୍କର ଅସ୍ତ ହେବା କିଛି ଅନୁକୂଳ ଓ କିଛି ଦୁର୍ବଳ ପରିଣାମ ଦେଇପାରେ।
ଉପାୟ: ଗୁରୁବାର ଦିନ ମନ୍ଦିରରେ ବାଦାମ ଭୋଗ କରିବା ଶୁଭ ହେବ।
ଆପଣଙ୍କର ଜାତଜରେ ମଧ୍ୟ ଅଛି ରାହ ଯୋଗ? ପାଆନ୍ତୁ ନିଜର ରାଜଯୋଗ ରିପୋର୍ଟ୍
ତୁଳା ରାଶି
ବୃହସ୍ପତି ଆପଣଙ୍କ କୁଣ୍ଡଳୀରେ ତୃତୀୟ ତଥା ଷଷ୍ଠ ଘରର ସ୍ବାମୀ ଓ ଏବେ ସେ ଆପଣଙ୍କର ଭାଗ୍ଯ ଘରେ ଅସ୍ତ ହେବାକୁ ଯାଉଛନ୍ତି। ସାମାନ୍ଯ ଭାବରେ ଭାଗ୍ଯ ଘରେ ବୃହସ୍ପତିଙ୍କ ଗୋଚର ଭଲ ପରିଣାମ ଦେଇପାରେ। ବୃହସ୍ପତି ଅସ୍ତ ହେବା ଯୋଗୁଁ ଅନୁକୂଳତାର ଗ୍ରାଫ ଦୁର୍ବଳ ହୋଇପାରେ। ଧାର୍ମିକ ଯାତ୍ରାରେ ଯିବାର ପ୍ଲାନ ବନ୍ଦ ହୋଇପାରେ କିମ୍ବା ସେଥିରେ କିଛି ଡେରି ଦେଖାଦେଇ ପାରେ। ପିଲାମାନଙ୍କ ସହ ଜଡ଼ିତ ବିଷୟଗୁଡ଼ିକରେ ମଧ୍ୟ କିଛି ନୀରାସ ଦେଖାଯାଇପାରେ। ସଫଳତାର ନିକଟତର ହୋଇ ମଧ୍ୟ ଯେକୌଣସି କାମ ବନ୍ଦ ହୋଇପାରେ କିମ୍ବା ଧୀର ହୋଇପାରେ। ଏହା ବ୍ୟତୀତ, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ମଧ୍ୟ କିଛି ମନ୍ଥରତା ଆସିପାରେ କିନ୍ତୁ ଅନୁକୂଳ କଥା ହେଉଛି ଯେ ଆପଣଙ୍କ ପ୍ରତିଯୋଗୀମାନେ ମଧ୍ୟ କମ୍ ହେବେ କିମ୍ବା ଶତ୍ରୁଙ୍କ ସଂଖ୍ୟା ହ୍ରାସ ପାଇବ। ଆତ୍ମବିଶ୍ବାସ କମ ହୋଇପାରେ। ଏହା ସତ୍ବେ କୌଣସି ନକରାତ୍ମକ ପରିଣାମ ମିଳିବ ନାହିଁ।
ଉପାୟ: ନିୟମିତ ଭାବରେ ମନ୍ଦିର ଯିବା ଶୁଭ ରହିବ।
ବିଛା ରାଶି
ବୃହସ୍ପତି ଆପଣଙ୍କର କୁଣ୍ଡଳୀ ପାଇଁ ଦ୍ଵିତୀୟ ତଥା ପଞ୍ଚମ ଘରର ସ୍ବାମୀ ଓ ଏବେ ଆପଣଙ୍କର ଅଷ୍ଟମ ଘରେ ଗୋଚର କରି ବୃହସ୍ପତି ଅସ୍ତ ହେବେ। ଅଷ୍ଟମ ଘରେ ବୃହସପ୍ତିଙ୍କର ଗୋଚର ଭଲ ପରିଣାମ ଦେବ ନାହିଁ। ଯଦି ପୂର୍ବରୁ ସ୍ବାସ୍ଥ୍ୟ ଦୁର୍ବଳ ଥିଲା ତେବେ ଗୁରୁ ଅସ୍ତ ହେବା ଯୋଗୁଁ ସେହି ଦୁର୍ବଳତା ଦୂର ହୋଇଯିବ। କାମରେ ଆସୁଥିବା ବାଧା ଦୂର ହେବ। ପ୍ରଶାସନ ସହିତ ଜଡ଼ିତ ମାମଲାରେ ଯଦି କେଉଁଠି ବାଧା ଥିଲା କିମ୍ବା ଅସୁବିଧା ଥିଲା ତେବେ ତାହା ଦୂର ହେବ।
କୌଣସି ସ୍ଥାନରେ ଅଟକି ରହିଥିବା କିମ୍ବା ଫସି ରହିଥିବା ଟଙ୍କା ମଧ୍ୟ ପୁନରୁଦ୍ଧାର ସମ୍ଭବ ହେବ। ବୁଧ ମିଥୁନ ରାଶିରେ ଅସ୍ତ ହେବା ସମୟରେ ପିଲାମାନଙ୍କ ସହିତ ଚାଲିଥିବା ମତଭେଦ ସମାଧାନ ହୋଇପାରେ। ଏହା ସତ୍ବେ ଆର୍ଥିକ ମାମଲାରେ କୌଣସି ପ୍ରକାରର ଅବହେଳା ଠିକ ହେବ ନାହିଁ। ପାରିବାରିକ ସମ୍ବନ୍ଧ ମେନଟେନ କରିବାର ମଧ୍ୟ ଆବଶ୍ୟକତା ଅଛି। ଛାତ୍ରମାନେ ନିରନ୍ତର କଠିନ ପରିଶ୍ରମ କରିଚାଲିବା ଗୁରୁତ୍ୱପୂର୍ଣ୍ଣ ହେବ। ଏହି ସତର୍କତା ଅବଲମ୍ବନ କରି, ଆପଣ ବୃହସ୍ପତି ଅସ୍ତ ହେବାରୁ ସକାରାତ୍ମକତାର ଗ୍ରାଫକୁ ବୃଦ୍ଧି କରିପାରିବେ।
ଉପାୟ: ମନ୍ଦିରରେ ଘିଅ ଓ ଆଲୂ ଦାନ କରିବା ଶୁଭ ରହିବ।
କୁଣ୍ଡଳୀରେ ଥିବା ରାଜ ଯୋଗ ର ସମସ୍ତ ସୂଚନା ପାଆନ୍ତୁ
ଧନୁ ରାଶି
ବୃହସ୍ପତି ଆପଣଙ୍କର କୁଣ୍ଡଳୀ ପାଇଁ ଲଗ୍ନ କିମ୍ବା ରାଶିର ସ୍ବାମୀ ହେବା ସହିତ ଚତୁର୍ଥ ଘରର ମଧ୍ୟ ସ୍ବାମୀ ଓ ଏବେ ସପ୍ତମ ଘରେ ଅସ୍ତ ହେବାକୁ ଯାଉଛନ୍ତି। ସପ୍ତମ ଘରେ ବୃହସ୍ପତିଙ୍କର ଗୋଚରକୁ ଅନୁକୂଳ କୁହାଯିବ, ଏପରି ସ୍ଥିତିରେ ଅସ୍ତ ହେବା ଅନୁକୂଳ ପରିଣାମ ହ୍ରାସ କରିବ। ଚତୁର୍ଥ ଘରର ସ୍ବାମୀ ଅସ୍ତ ହେବା ଯୋଗୁଁ ଗୃହସ୍ଥି ସମ୍ବନ୍ଧିତ ସମସ୍ଯା ଦେଖିବାକୁ ମିଳିପାରେ। ଅର୍ଥାତ୍, ଯଦି ପରିବାର ଏବଂ ମାଆଙ୍କ ସହ ଜଡ଼ିତ ସମସ୍ୟା ପୂର୍ବରୁ ଅଛି, ତେବେ ଏହି ସମୟରେ ସେଗୁଡ଼ିକ ବଢ଼ିପାରେ। ସମ୍ପତ୍ତି ସମ୍ବନ୍ଧୀୟ ମାମଲାରେ ମଧ୍ୟ କିଛି ସମସ୍ୟା ଦେଖାଯାଇପାରେ। ଯଦିଓ ବୈବାହିକ ଜୀବନରେ କୌଣସି ବଡ଼ ଅସଙ୍ଗତି ରହିବ ନାହିଁ, କିନ୍ତୁ ଯଦି ଆପଣ ଆପଣଙ୍କ ଜୀବନସାଥୀଙ୍କ ସମ୍ପର୍କରେ କୌଣସି ବ୍ୟବସାୟ କିମ୍ବା ଗୁରୁତ୍ୱପୂର୍ଣ୍ଣ ଯୋଜନାରେ କାମ କରୁଥିଲେ, ତେବେ ଏଥିରେ କିଛି ମନ୍ଥରତା ଦେଖାଯାଇପାରେ।
ଧାର୍ମିକ ଯାତ୍ରା କିଛି ସମୟ ପାଇଁ ସ୍ଥଗିତ ରଖାଯାଇପାରେ। ଆମକୁ ଆମର ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପଡ଼ିବ, ଏବଂ ତା ସହିତ, ଆମେ ଆଲୋଚନା କରିଥିବା ଅନ୍ୟାନ୍ୟ ବିଷୟଗୁଡ଼ିକୁ ମଧ୍ୟ ସତର୍କତାର ସହ ପାଳନ କରିବାକୁ ପଡ଼ିବ; ଯାହା ଦ୍ଵାରା କୌଣସି ନୂତନ ନକାରାତ୍ମକତା ସୃଷ୍ଟି ହୋଇପାରିବ ନାହିଁ।
ଉପାୟ: ଭଗବାନ ଭୋଳାନାଥଙ୍କର ପୂଜା ଅର୍ଚନା କରିବା ସବ ହେବ।
ମକର ରାଶି
ବୃହସ୍ପତି ଆପଣଙ୍କର କୁଣ୍ଡଳୀର ତୃତୀୟ ଘରର ସ୍ବାମୀ ହେବା ସହିତ ଆପଣଙ୍କ ପାଇଁ ଦ୍ଵାଦଶ ଘରର ମଧ୍ୟ ସ୍ବାମୀ ଓ ବର୍ତ୍ତମାନ ଷଷ୍ଠ ଘରେ ଗୋଚର କରି ଅସ୍ତ ହେବାକୁ ଯାଉଛନ୍ତି। ଷଷ୍ଠ ଘରେ ବୃହସ୍ପତିଙ୍କ ଗୋଚରକୁ ଭଲ କୁହାଯିବ ନାହିଁ। ସରକାରୀ କାମକୁ ନେଇ ଯଦି କୌଣସି ପ୍ରକାର ଅସୁବିଧା ଉତ୍ପନ୍ନ ହୋଇଥିଲା ତେବେ ବୃହସ୍ପତି ଅସ୍ତ ହେବା ଯୋଗୁଁ ତାହା କମ ହେବ। ସନ୍ତାନ ସମ୍ବନ୍ଧିତ ମାମଲାରେ ମଧ୍ୟ ଯଦି କୌଣସି ସମସ୍ଯା ଆସୁଥିଲା ତେବେ ଏବେ ତାହା ଠିକ ହୋଇପାରେ। ଆପଣଙ୍କର ସ୍ବାସ୍ଥ୍ୟ ଭଲ ହୋଇପାରେ।
ବିବାଦରେ ହ୍ରାସ ହୋଇପାରେ। ତୃତୀୟେଶଙ୍କର ଅସ୍ତ ହେବା ଆତ୍ମବିଶ୍ୱାସ ସ୍ତରକୁ ସାମାନ୍ୟ ପ୍ରଭାବିତ କରିପାରେ। ଏପରି ପରିସ୍ଥିତିରେ, ଆପଣ ନିଜର ଆତ୍ମବିଶ୍ୱାସ ବଜାୟ ରଖିବାକୁ ଚେଷ୍ଟା କରି ଅନୁକୂଳ ଫଳାଫଳ ପାଇପାରିବେ। ଦୂର ଯାତ୍ରା ସମୟରେ ସତର୍କ ରହିବା ଦ୍ୱାରା, ଆପଣ ସେହି ଯାତ୍ରାରୁ ମଧ୍ୟ ଲାଭଦାୟକ ଫଳାଫଳ ପାଇପାରିବେ।
ଉପାୟ: ମନ୍ଦିରର ବରିଷ୍ଠ ପୂଜାରୀଙ୍କୁ ବସ୍ତ୍ର ଦାନ କରିବା ଶୁଭ ହେବ।
କୁମ୍ଭ ରାଶି
ବୃହସ୍ପତି ଆପଣଙ୍କର କୁଣ୍ଡଳୀରେ ଦ୍ଵିତୀୟ ତଥା ଲାଭ ଘରର ସ୍ବାମୀ ଓ ବର୍ତ୍ତମାନ ଆପଣଙ୍କର ପଞ୍ଚମ ଘରେ ଗୋଚର କରି ଅସ୍ତ ହେବେ। ପଞ୍ଚମ ଘରେ ବୃହସ୍ପତିଙ୍କ ଗୋଚର ଭଲ ପରିଣାମ ଦେଇଥାଏ କିନ୍ତୁ ବୃହସ୍ପତି ଅସ୍ତ ହେବା ପରିଣାମକୁ ଦୁର୍ବଳ କରିପାରେ। କୌଣସି ପ୍ରକାରର ନକରାତ୍ମକତା ନାହିଁ କିନ୍ତୁ ଭଲ ପରିଣାମର ଗ୍ରାଫରେ ହ୍ରାସ ହେବା ଯୋଗୁଁ ଗୁରୁ ଅସ୍ତ ହେବା ଅନୁକୂଳ ଘଟଣା ନୁହେଁ। ଶିକ୍ଷା କ୍ଷେତ୍ରରେ ଯାହା ପ୍ରଗତି ଆପଣ ଅନୁଭବ କରୁଥିଲେ ତାହା ଏବେ ହ୍ରାସ ହେବ।
ଲାଭର ଗ୍ରାଫ ଟିକେ କମ ହୋଇପାରେ। ସନ୍ତାନ ସମ୍ବନ୍ଧିତ ମାମଲାରେ ଛୋଟ ଛୋଟ ଚିନ୍ତା ଦେଖିବାକୁ ମିଳିପାରେ। ପ୍ରୋମୋଶନରେ ଡେରି ହୋଇପାରେ। ବୁଧ ମିଥୁନ ରାଶିରେ ଅସ୍ତ ହେବା ସମୟରେ ଶେୟାର ମାର୍କେଟ କିମ୍ବା ବେଟିଂ ବଜାର ଇତ୍ୟାଦି ସମ୍ବନ୍ଧିତ କୌଣସି ରିସ୍କ ନେବା ଉଚିତ ନୁହେଁ। ଆର୍ଥିକ ଏବଂ ପାରିବାରିକ ମାମଲାରେ ତୁଳନାତ୍ମକ ଭାବରେ ଅଧିକ ସତର୍କତାର ସହିତ କାର୍ଯ୍ୟ କରିବାର ଆବଶ୍ୟକତା ରହିବ। ଋଣ କାରବାରକୁ ଏଡ଼ାଇବା ମଧ୍ୟ ବୁଦ୍ଧିମାନର କାର୍ଯ୍ୟ ହେବ।
ଉପାୟ: ସାଧୁ ସନ୍ଥଙ୍କର ସେବା କରିବା ଶୁଭ ରହିବ।
ମୀନ ରାଶି
ବୃହସ୍ପତି ଆପଣଙ୍କର ଲଗ୍ନ କିମ୍ବା ରାଶିର ସ୍ବାମୀ, ସାଙ୍ଗରେ ସେ ଆପଣଙ୍କର କର୍ମ ସ୍ଥାନର ମଧ୍ୟ ସ୍ବାମୀ। ଏପରି ମହତ୍ୱପୂର୍ଣ ସ୍ଥାନର ସ୍ବାମୀଙ୍କର ଚତୁର୍ଥ ଘରେ ଅସ୍ତ ହେବା କିଛି ମାମଲାରେ ଦୁର୍ବଳ ପରିଣାମ ଦେବ ଓ କିଛି ମାମଲାରେ ଭଲ ପରିଣାମ ଦେବ। ଆପଣଙ୍କୁ ଏହି ସମୟରେ ସ୍ବାସ୍ଥ୍ୟର ସମ୍ପୂର୍ଣ ଧ୍ୟାନ ରଖିବାକୁ ହେବ। ସାଙ୍ଗରେ ନିଜର ମାନ ଓ ପ୍ରତିଷ୍ଠା ସହିତ ଇଜ୍ଜତର ଯତ୍ନ ନେବାକୁ ପଡ଼ିବ।
କାର୍ଯ୍ୟକ୍ଷେତ୍ରରେ ଅସାବଧାନତା ନାହିଁ କିନ୍ତୁ ଚତୁର୍ଥ ଘରକୁ ଯିବା ଯୋଗୁଁ ବେଉହସ୍ପତି କିଛି ଭଲ ପରିଣାମ ମଧ୍ୟ ଦେଇପାରନ୍ତି। ବିଶେଷକରି ଯଦି ଆପଣ ପୂର୍ବରୁ ମାନସିକ ଚାପ ଦେଇ ଗତି କରୁଥିଲେ ତେବେ ତାହା ଦୂର ହେବ। ଜାଗା ବାଡ଼ି ସମ୍ବନ୍ଧିତ ନୂଆ ସମସ୍ଯା ଯାହା ସୃଷ୍ଟି ହୋଇଥିଲା ତାହା ଏବେ ଠିକ ହୋଇପାରେ। ସ୍ବାସ୍ଥ୍ୟରେ ସୁଧାର ଦେଖିବାକୁ ମିଳିପାରେ। ଯଦି କାହାର ସ୍ଥାନାନ୍ତର ଆପଣଙ୍କ ଇଚ୍ଛା ବିରୁଦ୍ଧରେ ହୋଇଛି ଏବଂ ଆପଣ ମଧ୍ୟ ସ୍ଥାନାନ୍ତରକୁ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି, ତେବେ ଏହା ବହୁତ ସମ୍ଭବ ଯେ ସ୍ଥାନାନ୍ତର ଏବେ ବନ୍ଦ ହୋଇପାରିବ। ଏହାର ଅର୍ଥ ହେଉଛି ବୃହସ୍ପତିଙ୍କ ଅସ୍ତ ହେବା ଅନେକ କ୍ଷେତ୍ରରେ ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ କିନ୍ତୁ କିଛି କ୍ଷେତ୍ରରେ ଏହାକୁ ଦୁର୍ବଳ ମଧ୍ୟ କୁହାଯିବ।
ଉପାୟ: ବୃଦ୍ଧ ଲୋକଙ୍କର ସେବା କରିବା ପ୍ରତିକାର ଭାବରେ କାମ ଦେବ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!
ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ
1. 2025 ମସିହାରେ ବୃହସ୍ପତି କେବେ ମିଥୁନ ଗ୍ରହରେ ଅସ୍ତ ହେବେ?
ବୃହସ୍ପତି ମିଥୁନ ରାଶିରେ ଗୋଚର କରି 9 ଜୁନ୍ 2025 ରେ ଅସ୍ତ ହେବେ।
2. ବୃହସ୍ପତି କାହାର କାରକ?
ବୃହସ୍ପତିଙ୍କୁ ଜ୍ଞାନ, ଶିକ୍ଷା, ଧର୍ମ, ଭାଗ୍ୟ, ସନ୍ତାନ ଏବଂ ବିବାହର କାରକ ଭାବରେ ବିବେଚନା କରାଯାଏ।
3. ମିଥୁନ ରାଶିର ସ୍ବାମୀ କିଏ?
ମିଥୁନ ରାଶିର ସ୍ବାମୀ ବୁଧ ଅଟନ୍ତି।
Astrological services for accurate answers and better feature
Astrological remedies to get rid of your problems
AstroSage on MobileAll Mobile Apps
- Horoscope 2026
- राशिफल 2026
- Calendar 2026
- Holidays 2026
- Shubh Muhurat 2026
- Saturn Transit 2026
- Ketu Transit 2026
- Jupiter Transit In Cancer
- Education Horoscope 2026
- Rahu Transit 2026
- ராசி பலன் 2026
- राशि भविष्य 2026
- રાશિફળ 2026
- রাশিফল 2026 (Rashifol 2026)
- ರಾಶಿಭವಿಷ್ಯ 2026
- రాశిఫలాలు 2026
- രാശിഫലം 2026
- Astrology 2026






