ବୁଧ କର୍କଟ ରାଶିରେ ବକ୍ରୀ

ତର୍କ-ବିତର୍କ ଓ ବ୍ୟବସାୟର ମୁଖ୍ୟ କାରକ ଗ୍ରହ ବୁଧ ଏବେ 18 ଜୁଲାଇ 2025 ସକାଳ 09:45 ରେ କର୍କଟ ରାଶିରେ ବକ୍ରୀ ହେଉଛନ୍ତି। ବୁଧ ଗ୍ରହଙ୍କୁ ବାଣୀ, ବୁଦ୍ଧି, ନେଟୱାର୍କିଂ, ଦୂରସଞ୍ଚାର ଇତ୍ୟାଦି ସହିତ ଜଡ଼ିତ ସମସ୍ତ ଜିନିଷର କାରକ ଭାବରେ ବିବେଚନା କରାଯାଏ। ବୁଧ କର୍କଟ ରାଶିରେ ବକ୍ରୀ ହୋଇ 11 ଅଗସ୍ଟ 2025 ପର୍ଯ୍ୟନ୍ତ ରହିବେ। ବୁଧ କର୍କଟ ରାଶିରେ ପାଖାପାଖି 25 ଦିନ ପର୍ଯ୍ୟନ୍ତ ବକ୍ରୀ ରହିବେ। ବୃହସ୍ପତି ତଥା ରାହୁ-କେତୁ ପରି ଗ୍ରହଙ୍କର ଗୋଚର ଠାରୁ ବୁଧ ଗ୍ରହଙ୍କ ଗୋଚରକୁ ଅଧିକ ଗୁରୁତ୍ବ ଦିଅ ଯାଏ।

ବୁଧ କର୍କଟ ରାଶିରେ ବକ୍ରୀ 18 ଜୁଲାଇ 2025 ରେ ହେବ।

ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025

କର୍କଟ ରାଶିରେ ବୁଧଙ୍କର ବକ୍ରୀ ହେବା ସମୟରେ ଭବିଷ୍ୟ ସହିତ ଜଡ଼ିତ ସମସ୍ଯାର ସମାଧାନ ମିଳିବ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ

ପ୍ରକୃତରେ, ବୁଧ ଏକ ଅତ୍ୟନ୍ତ ପ୍ରଭାବଶାଳୀ ଗ୍ରହ ଏବଂ ତାଙ୍କର ପ୍ରତିଗାମୀ ଏବଂ ପ୍ରତ୍ୟକ୍ଷ ଗତି ଆମ ସମସ୍ତଙ୍କୁ ପ୍ରଭାବିତ କରେ, ବିଶେଷକରି ସେହି କ୍ଷେତ୍ରଗୁଡ଼ିକ ଯେଉଁଥିପାଇଁ ବୁଧଙ୍କୁ କାରକ ବୋଲି ବିବେଚନା କରାଯାଏ।ସେହି ଲୋକଙ୍କ ଉପରେ ବୁଧଙ୍କର ବକ୍ରୀ ହେବାର ପ୍ରଭାବ ପଡ଼ିଥାଏ ଯାହାର କୁଣ୍ଡଳୀରେ ବୁଧ ଗ୍ରହ ମହତ୍ୱପୂର୍ଣ ଘରର ସ୍ବାମୀ ହୋଇଥାଆନ୍ତି। ଏହା ବ୍ଯତୀତ ବୁଧଙ୍କର ଦଶା-ଅନ୍ତର୍ଦଶା ଦ୍ବାରା ପ୍ରଭାବିତ ଲୋକଙ୍କ ଉପରେ ମଧ୍ୟ ବୁଧ ଗ୍ରଜଙ୍କର ବକ୍ରୀ ହେବାର ଗମ୍ଭୀର ପ୍ରଭାବ ପଡ଼ିପାରେ। ଆସନ୍ତୁ ଜାଣିବା ଯେ ବୁଧ କର୍କଟ ରାଶିରେ ବକ୍ରୀ ହେବା ସମୟରେ ସମସ୍ତ 12ଟି ରାଶିକୁ କିପରି ପ୍ରଭାବିତ କରିବେ।

To Read in English Click Here: Mercury Retrograde in Cancer

ଏହି ରାଶିଫଳ ଆପଣଙ୍କର ଚନ୍ଦ୍ର ରାଶି ଉପରେ ଆଧାରିତ। ନିଜର ବ୍ୟକ୍ତିଗତ ଚନ୍ଦ୍ର ରାଶି ଜାଣିବା ପାଇଁ ଚନ୍ଦ୍ର ରାଶି କ୍ଯାଲକୁଲେଟର ବ୍ୟବହାର କରନ୍ତୁ।

କର୍କଟ ରାଶିର ବୁଧ ବକ୍ରୀ: ରାଶି ଅନୁସାରେ ପ୍ରଭାବ ଓ ଉପାୟ

ମେଷ ରାଶି

ମେଷ ରାଶିର ଲୋକଙ୍କ ପାଇଁ ବୁଧ ଗ୍ରହ ଆପଣଙ୍କର କୁଣ୍ଡଳୀରେ ତୃତୀୟ ତଥା ଷଷ୍ଠ ଘରର ସ୍ବାମୀ ଯିଏ ଏବେ ଆପଣଙ୍କର ଚତୁର୍ଥ ଘରେ ବକ୍ରୀ ହେବାକୁ ଯାଉଛନ୍ତି। ଚତୁର୍ଥ ଘରେ ବୁଧଙ୍କର ଗୋଚର ସାମାନ୍ଯ ଭାବରେ ଭଲ ପରିଣାମ ଦିଏ। କିନ୍ତୁ କର୍କଟ ରାଶିରେ ବୁଧ ବକ୍ରୀ ହୋଇ ଆପଣଙ୍କୁ ଦୁର୍ବଳ ପରିଣାମ ଦେଇ ପାରନ୍ତି। ଚତୁର୍ଥ ଘରେ ବୁଧ ଗୋଚର ମାତାଙ୍କ ସମ୍ବନ୍ଧିତ ଖୁସି ଦିଏ କିନ୍ତୁ ବକ୍ରୀ ହେବା ଯୋଗୁଁ ଏହି ଖୁସିରେ ଅଭାବ ହୋଇପାରେ। ଜମି ବାଡ଼ି ସମ୍ବନ୍ଧିତ ମାମଲାରେ କିଛି ସମସ୍ଯା ବଢ଼ିପାରେ। ଘର ସମସ୍ଯା ମଝିରେ ମଝିରେ ହଇରାଣ କରି ପାରେ। ଯଦିଓ କୌଣସି ବଡ଼ ସମସ୍ଯା ହେବ ନାହିଁ କିନ୍ତୁ ତୁଳନାତ୍ମକ ରୂପରେ ଜିନିଷ କଠିନ ହୋଇପାରେ। ନୂଆ ନୂଆ ହୋଇଥିବା ମିତ୍ର କୌଣସି କଥାକୁ ନେଇ ଆପଣଙ୍କ ଉପରେ ସନ୍ଦେହ କରି ପାରନ୍ତି କିମ୍ବା ପୁରୁଣା ମିତ୍ର କମ ସାହାଜ୍ୟ କରି ପାରନ୍ତି।

ଉପାୟ: ପାରାଙ୍କୁ ଦାନା ଦିଅନ୍ତୁ।

ମେଷ ସାପ୍ତାହିକ ରାଶିଫଳ

हिन्दी में पढ़ने के लिए यहां क्लिक करें: कर्क राशि में वक्री बुध

ବୃଷ ରାଶି

ବୃଷ ରାଶିର ଲୋକଙ୍କ ପାଇଁ ବୁଧ ଆପଣଙ୍କର କୁଣ୍ଡଳୀରେ ଦ୍ଵିତୀୟ ତଥା ପଞ୍ଚମ ଘରର ସ୍ବାମୀ। ଏବେ ସେ ଆପଣଙ୍କର ତୃତୀୟ ଘରେ ବକ୍ରୀ ହେବାକୁ ଯାଉଛନ୍ତି। ତୃତୀୟ ଘରେ ବୁଧଙ୍କ ଗୋଚର ସାମାନ୍ଯ ଭାବରେ ଭଲ କୁହାଯାଏ ନାହିଁ। ସେଥିପାଇଁ ବୁଧ କର୍କଟ ରାଶିରେ ବକ୍ରୀ ହେବା ଯୋଗୁଁ ସମସ୍ଯା ବଢ଼ି ପାରେ। ଆପଣଙ୍କର କଥାବାର୍ତାର ଢଙ୍ଗ ମଧ୍ୟ କିଛି ବାଧାପ୍ରପ୍ତ ହୋଇପାରେ। ପରିଣାମ ଧୀରେ ଧୀରେ ମିଳିପାରେ। ଭଲ ହେବ ଯେବେ ଆପଣ ଭାଇ-ବନ୍ଧୁ କିମ୍ବା ପଡ଼ୋଶୀଙ୍କ ସହିତ କଥା ହେଉଛନ୍ତି ତେବେ ଉଚିତ ଶବ୍ଦ ବ୍ୟବହାର କରନ୍ତୁ। ଚଞ୍ଚଳ ହୋଇ କୌଣସି କାମ କରନ୍ତୁ ନାହିଁ। ଆର୍ଥିକ ମାମଲାରେ ମଧ୍ୟ କୌଣସି ପ୍ରକାର ରିସ୍କ ନିଅନ୍ତୁ ନାହିଁ, କାରଣ ଦ୍ଵିତୀୟ ଘରର ସ୍ବାମୀ ବକ୍ରୀ ରହିବେ। ଆର୍ଥିକ ମାମଲାରେ ମଧ୍ୟ କିଛି ସମସ୍ଯା ହୋଇପାରେ। ପଞ୍ଚମେଶଙ୍କର ବକ୍ରୀ ହେବା ଯୋଗୁଁ ପ୍ରେମ ସମ୍ବନ୍ଧରେ କିଛି ଦୁର୍ବଳତା ଦେଖିବାକୁ ମିଳିପାରେ। ମିତ୍ରଙ୍କର ବ୍ୟବହାର ଖରାପ ହୋଇପାରେ। ସେଥିପାଇଁ ଏହି ସମୟରେ ସମସ୍ତ କ୍ଷେତ୍ରରେ ସାବଧାନ ହୋଇ ଚାଲନ୍ତୁ।

ଉପାୟ: ଏପରି ଆସ୍ଥମା ରୋଗୀଙ୍କର ଔଷଧ କିଣିବାକୁ ସାହାଜ୍ୟ କରନ୍ତୁ ଯିଏ ନିଜେ କିଣିବାକୁ ଅସମର୍ଥ।

ବୃଷ ସାପ୍ତାହିକ ରାଶିଫଳ

କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

ମିଥୁନ ରାଶି

ମିଥୁନ ରାଶିର ଲୋକଙ୍କ ପାଇଁ ବୁଧ ଗ୍ରହ ଆପଣଙ୍କର ଲଗ୍ନ କିମ୍ବା ରାଶିର ସ୍ବାମୀ ହେବା ସହିତ ଆପଣଙ୍କର ଚତୁର୍ଥ ଘରର ସ୍ବାମୀ ଯିଏ ଏବେ ଆପଣଙ୍କର ଦ୍ଵିତୀୟ ଘରେ ବକରୀ ହେବାକୁ ଯାଉଛନ୍ତି। ଲଗ୍ନେଶଙ୍କର ବକ୍ରୀ ହେବା ଅନୁକୂଳ ନୁହେଁ। ଆପଣଙ୍କର ନିଷ୍ପତି ନେବାର ସମସ୍ଯା ହୋଇପାରେ। ଆପଣଙ୍କର କଥା ବାର୍ତ୍ତାର ଢଙ୍ଗ ମଧ୍ୟ କଠୋର ହୋଇପାରେ। କର୍କଟ ରାଶିରେ ବୁଧ ବକ୍ରୀ ସମୟରେ ଆପଣଙ୍କୁ ଆର୍ଥିକ ଓ ପାରିବାରିକ ମାମଲାରେ ସାବଧାନ ରହିବା ଆବଶ୍ୟକ। ଯେଉଁ ଲୋକଙ୍କର ହୃଦୟ ସମ୍ବନ୍ଧିତ କୌଣସି ସମସ୍ଯା ଅଛି ସେମାନେ ଏହି ସମୟରେ ଅଧିକ ସତର୍କ ରହିବା ଉଚିତ କାରଣ ବୁଧ ଗ୍ରହ ବକ୍ରୀ ହେବା ଯୋଗୁଁ ଶନି ଓ ମଙ୍ଗଳ ଗ୍ରହଙ୍କର ସଂଯୁକ୍ତ ପ୍ରଭାବ ଚତୁର୍ଥ ଘରେ ପଡ଼ିବ। ହୃଦୟ ସମ୍ବନ୍ଧିତ ସମସ୍ଯା ବଢ଼ିପାରେ।

ଉପାୟ: ପ୍ରତିଦିନ ଗଣେଶ ଚାଳିସା ପାଠ କରନ୍ତୁ।

ମିଥୁନ ସାପ୍ତାହିକ ରାଶିଫଳ

କର୍କଟ ରାଶି

କର୍କଟ ରାଶିର ଲୋକଙ୍କ ପାଇଁ ବୁଧ ଗ୍ରହ ଆପଣଙ୍କର କୁଣ୍ଡଳୀରେ ତୃତୀୟ ତଥା ଦ୍ଵାଦଶ ଘରର ସ୍ବାମୀ। ଏବେ ସେ ଆପଣଙ୍କର ପ୍ରଥମ ଘରେ ବକ୍ରୀ ହେବାକୁ ଯାଉଛନ୍ତି। ପ୍ରଥମ ଘରେ ବୁଧଙ୍କର ଗୋଚରକୁ ସାମାନ୍ଯ ଭାବରେ ଭଲ କୁହାଯିବ ନାହିଁ। ଆପଣଙ୍କର ପ୍ରଥମ ଘରେ ବୁଧ କର୍କଟ ରାଶିରେ ବକ୍ରୀ ହେବା ଯୋଗୁଁ ନକରାତ୍ମକତା ବଢ଼ି ପାରେ। ଖର୍ଚ୍ଚ ଅଧିକ ହୋଇପାରେ। ଭୁଲ ବୁଝାମଣା ଯୋଗୁଁ କିଛି କ୍ଷତି ହୋଇପାରେ। ଯଦି ଆପଣ କୌଣସି ସ୍ଥାନରୁ କୌଣସି ଅପ୍ରୀତିକର ଖବର ଶୁଣୁଛନ୍ତି, ତେବେ ଏହାକୁ ନିଶ୍ଚିତ କରିବା ବହୁତ ଗୁରୁତ୍ୱପୂର୍ଣ୍ଣ ହେବ କାରଣ ଖବରଟି ପ୍ରକୃତରେ ସତ୍ୟ ହେବା ଜରୁରୀ ନୁହେଁ, କେତେକ ସମୟରେ ଭୁଲ ଖବର ମଧ୍ୟ ଆପଣଙ୍କ ପାଖରେ ପହଞ୍ଚିପାରେ। ଯଦି ଏହି ସମୟରେ ଆପଣଙ୍କ କଥାବାର୍ତ୍ତା କରିବାର ଶୈଳୀରେ ମଧୁରତା ଥାଏ, ତେବେ ଆପଣ ନକାରାତ୍ମକତାକୁ ଏଡାଇ ପାରିବେ।

ଉପାୟ: ଶୁଦ୍ଧ ଓ ସତବ୍ୟକ ଖାଦ୍ଯ ଖାଆନ୍ତୁ।

କର୍କଟ ସାପ୍ତାହିକ ରାଶିଫଳ

ସିଂହ ରାଶି

ସିଂହ ରାଶିର ଲୋକଙ୍କ ପାଇଁ ବୁଧ ଗ୍ରହ ଆପଣଙ୍କର କୁଣ୍ଡଳୀରେ ଦ୍ଵିତୀୟ ତଥା ଲାଭ ଘରର ସ୍ବାମୀ ଯିଏ ଏବେ ଆପଣଙ୍କର ଦ୍ଵାଦଶ ଘରେ ବକ୍ରୀ ହେଉଛନ୍ତି। ଦ୍ଵାଦଶ ଘରେ ବୁଧଙ୍କର ଗୋଚରକୁ ଭଲ କୁହାଯାଏ ନାହିଁ। ପୁଣି ବକ୍ରୀ ହେବା ଯୋଗୁଁ ବୁଧ ଗ୍ରହଙ୍କର ନକରାତ୍ମକତା ବଢ଼ିପାରେ। ଭଲ ହେବ ଏହି ସମୟରେ କୌଣସି ପ୍ରାକr ଆର୍ଥିକ ରିସ୍କ ନିଅନ୍ତୁ ନାହିଁ। ବିଦେଶ ସମ୍ବନ୍ଧିତ ମାମଲାରେ କର୍କଟ ରାଶିରେ ବୁଧ ବକ୍ରୀ ସମୟରେ ଆପଣଙ୍କୁ ବହୁତ ସାବଧାନ ରହିବାକୁ ପଡ଼ିବ। ବିଦେଶ ସମ୍ବନ୍ଧିତ ମାମଲାରେ କର୍କଟ ରାଶିରେ ବୁଧ ବକ୍ରୀ ସମୟରେ ଆପଣଙ୍କୁ ବହୁତ ସାବଧାନ ରହିବାକୁ ପଡ଼ିବ। ବିବାହିତ ଲୋକ ଜୀବନସାଥୀ ସହିତ କଥାବାର୍ତ୍ତା ହେବା ସମୟରେ ଠିକ ଶବ୍ଦର ପ୍ରୟୋଗ କରିବା ଆବଶ୍ୟକ। ଯେତେବେଳେ ଆପଣଙ୍କ ଦ୍ୱିତୀୟ ଘରର ସ୍ବାମୀ ବକ୍ରୀ କରିବେ ସେହି ସମୟରେ ମଙ୍ଗଳ ଦ୍ୱିତୀୟ ଘରେ ଗୋଚର କରିବେ। ଶନିଙ୍କ ଦୃଷ୍ଟି ମଧ୍ୟ ଆପଣଙ୍କ ଦ୍ୱିତୀୟ ଘର ଉପରେ ନିରନ୍ତର ରହିବ। ଶନି ଏବଂ ମଙ୍ଗଳଙ୍କ ମିଳିତ ପ୍ରଭାବ ଏବଂ ଦ୍ୱିତୀୟ ଘରର ସ୍ବାମୀ ଦ୍ୱାଦଶ ଘରେ ବକ୍ରୀ ହେବା ହେତୁ, ଆପଣ କଠୋର ଶବ୍ଦ କହିବା ଆରମ୍ଭ କରିପାରନ୍ତି କିମ୍ବା କିଛି ଲୋକ ଅପମାନଜନକ ଶବ୍ଦ ଅଧିକ ବ୍ୟବହାର କରିପାରନ୍ତି, ଯାହା ଆପଣଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ। ବିଶେଷକରି ପାରିବାରିକ ମାମଲାରେ ଏହି ସ୍ଥିତି ବିବାଦ ସୃଷ୍ଟି କରିପାରେ। ପାରିବାରିକ ଜୀବନ ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ।

ଉପାୟ: ନିୟମିତ ମସ୍ତକରେ କେସର ତିଳକ ଲଗାଇବା ଶୁଭ ହେବ।

ସିଂହ ସାପ୍ତାହିକ ରାଶିଫଳ

କନ୍ୟା ରାଶି

କନ୍ୟା ରାଶିର ଲୋକଙ୍କ ପାଇଁ ବୁଧ ଗ୍ରହ ଆପଣଙ୍କର କୁଣ୍ଡଳୀରେ ଲଗ୍ନ କିମ୍ବା ରାଶିର ସ୍ବାମୀ ହେବା ସହିତ ଆପଣଙ୍କର କର୍ମ ଘରର ସ୍ବାମୀ ମଧ୍ୟ। ଏବେ ସେ ଆପଣଙ୍କର ଲାଭ ଘରେ ବକ୍ରୀ ହେବାକୁ ଯାଉଛନ୍ତି। ଲାଭ ଘରେ ବୁଧଙ୍କର ଗୋଚର ଭଲ ପରିଣାମ ଦେଇଥାଏ। ବୁଧ କର୍କଟ ରାଶିରେ ବକ୍ରୀ ହେବା ଯୋଗୁଁ ସକାରାତ୍ମକ ପରିଣାମରେ ହ୍ରାସ ଦେଖିବାକୁ ମିଳିପାରେ। ଏହି ସମୟରେ ଆପଣ ସ୍ବାସ୍ଥ୍ୟକୁ ନେଇ ଅଧିକ ଗମ୍ଭୀର ରହିବେ ସେଥିପାଇଁ ନିଜର ସ୍ବାସ୍ଥ୍ୟର ଯତ୍ନ ରଖନ୍ତୁ। ବରିଷ୍ଠଙ୍କ ସହିତ ତାଳମେଳ ଖରାପ ନ ହେଉ ସେହି କଥାର ଧ୍ୟାନ ରଖନ୍ତୁ। ଜମି ବାଡ଼ି ସମ୍ବନ୍ଧିତ ଯଦି କୌଣସ ବିବାଦ ଚାଲିଛି ତେବେ ଏହି ଆମେରେ ସେହି ମାମଲାରେ କୌଣସି ଚଞ୍ଚଳତା ଦେଖାନ୍ତୁ ନାହିଁ କାରଣ ଆପଣଙ୍କର ଚତୁର୍ଥ ଘର ଉପରେ ଶନି ଓ ମଙ୍ଗଳମଳର ସଂଯୁକ୍ତ ପ୍ରଭାବ ରହିବ ଓ ଦଶମ ଘରର ସ୍ବାମୀ ବକ୍ରୀ ରହିବେ। ଶାସନ-ପ୍ରଶାସନ ସହିତ ଜଡ଼ିତ ବ୍ୟକ୍ତଙ୍କ ସହିତ କୌଣସି ବିବାଦ କରିବା ଉଚିତ ନୁହେଁ।

ଉପାୟ: ନିୟମିୟତ ଭାବରେ ଗଣପତି ଅଥର୍ବଶୀର୍ଷ ପାଠ କରନ୍ତୁ।

କନ୍ୟା ସାପ୍ତାହିକ ରାଶିଫଳ

ଆପଣଙ୍କର ଜାତଜରେ ମଧ୍ୟ ଅଛି ରାହ ଯୋଗ? ପାଆନ୍ତୁ ନିଜର ରାଜଯୋଗ ରିପୋର୍ଟ୍

ତୁଳା ରାଶି

ତୁଳା ରାଶିର ଲୋକଙ୍କ ପାଇଁ ବୁଧ ଦେବ ଆପଣଙ୍କର କୁଣ୍ଡଳୀରେ ଭାଗ୍ଯ ଘର ଓ ଦ୍ଵାଦଶ ଘରର ସ୍ବାମୀ ଯିଏ ଏବେ ଆପଣଙ୍କର ଦଶମ ଘରେ ବକ୍ରୀ ହେବାକୁ ଯାଉଛନ୍ତି। ଦଶମ ଘରେ ବୁଧଙ୍କର ଗୋଚର ଭଲ ପରିଣାମ ଦିଏ। କିନ୍ତୁ କର୍କଟ ରାଶିରେ ବୁଧ ବକ୍ରୀ ହେବା ଯୋଗୁଁ ପ୍ରମୋସନରେ କିଛି ସମସ୍ଯା ଦେଖିବାକୁ ମିଳିପାରେ। କହିବାର ତାତ୍ପର୍ଯ୍ୟ ଏହା ଯେ ଆପଣଙ୍କୁ ପଦୋନ୍ନତି ମିଳିବାର ସମ୍ଭାବନା ଟିକେ କମ ରହିପାରେ କିମ୍ବା ସେଥିରେ ବିଳମ୍ବ ହୋଇପାରେ।ଆପଣ ଆପଣଙ୍କ ପ୍ରତିଯୋଗୀ କିମ୍ବା ବିରୋଧୀଙ୍କ ଉପରେ ପ୍ରଭାବ ପକାଇବେ, କିନ୍ତୁ ଅତ୍ୟଧିକ ଆତ୍ମବିଶ୍ୱାସର ସହିତ ରଣନୀତି ପ୍ରସ୍ତୁତ କରିବା ଠିକ୍ ହେବ ନାହିଁ। ଯଦି ଆପଣ ବ୍ୟବସାୟରେ ରିସ୍କ ନିଅନ୍ତି ନାହିଁ, ତେବେ ଆପଣ ଲାଭ ପାଇବା ଜାରି ରଖିବେ। ଏହା ସହିତ, ଯଦି ଆପଣ ସଠିକ୍ ଆଚରଣ ବଜାୟ ରଖିବାକୁ ଚେଷ୍ଟା କରନ୍ତି, ତେବେ ସମାଜରେ ଆପଣଙ୍କର ସମ୍ମାନ ଏବଂ ପ୍ରତିଷ୍ଠା ମଧ୍ୟ ବଜାୟ ରହିବ।

ଉପାୟ: ପାଖରେ ଥିବ ମନ୍ଦିରରେ କ୍ଷୀର ଓ ଚାଉଳ ଦାନ କରନ୍ତୁ।

ତୁଳା ସାପ୍ତାହିକ ରାଶିଫଳ

ବିଛା ରାଶି

ବିଛା ରାଶିର ଲୋକଙ୍କ ପାଇଁ ବୁଧ ଗ୍ରହ ଆପଣଙ୍କର ଅଷ୍ଟମ ତଥା ଲାଭ ଘରର ସ୍ବାମୀ। ଏବେ ସେ ଆପଣଙ୍କର ଭାଗ୍ଯ ଘରେ ବକ୍ରୀ ହେବାକୁ ଯାଉଛନ୍ତି। ଭାଗ୍ଯ ଘରେ ବୁଧଙ୍କ ଗୋଚରକୁ ଭଲ କୁହାଯିବ। ବୁଧଙ୍କର କର୍କଟ ରାଶିରେ ବକ୍ରୀ ହେବା ଯୋଗୁଁ ଭାଗ୍ଯର ସପୋର୍ଟ ଦୁର୍ବଳ ହେବ। ବକ୍ରୀ ରହିବା ସମୟରେ ଭାଗ୍ଯର ସହଯୋଗ ଆପଣଙ୍କୁ ମିଳିପାରେ। ଅଧିକ ପରିଶ୍ରମ କରିବା ଆବଶ୍ୟକ। ଡେରି ହେଉ ପଛେ ଆପଣଙ୍କର କାମ ସମ୍ପୂର୍ଣ ହେବ। ଲଭ ଡେରିରେ ମିଳିବ ସେଥିପାଇଁ ଧର୍ଯ୍ୟ ରଖନ୍ତୁ। ଆର୍ଥିକ ମାମଲାରେ କୌଣସି ପ୍ରକାରର ରିସ୍କ ନିଅନ୍ତୁ ନାହିଁ। ଆପଣଙ୍କୁ ନିଜର ମାନ-ସମ୍ନାନର ସମ୍ପୂର୍ଣ ଯତ୍ନ ନେବାକୁ ପଡ଼ିବ।

ଉପାୟ: ଗାଈକୁ ସବୁଜ ଚାରା ଖୁଆଇବା ଶୁଭ ହେବ।

ବିଛା ସାପ୍ତାହିକ ରାଶିଫଳ

କୁଣ୍ଡଳୀରେ ଥିବା ରାଜ ଯୋଗ ର ସମସ୍ତ ସୂଚନା ପାଆନ୍ତୁ

ଧନୁ ରାଶି

ଧନୁ ରାଶିର ଲୋକଙ୍କ ପାଇଁ ଆପଣଙ୍କର କୁଣ୍ଡଳୀରେ ବୁଧ ଗ୍ରହ ସପ୍ତମ ତଥା ଦଶମ ଘରର ସ୍ବାମୀ। ବ୍ୟବସାୟ ଓ ଦୈନିକ ରୋଜଗାର ସମ୍ବନ୍ଧିତ ମହତ୍ୱପୂର୍ଣ ଘରେ ବୁଧ ଗ୍ରହଙ୍କୁ ସ୍ଵାମିତ୍ଵ ପ୍ରାପ୍ତ ହୋଇଛି। ବୁଧ ଗ୍ରହ ଆପଣଙ୍କର ଅଷ୍ଟମ ଘରେ ବକ୍ରୀ ହେବାକୁ ଯାଉଛନ୍ତି। ଏହି ସ୍ଥିତିକୁ କିଛି ନକରାତ୍ମକ କୁହାଯିବ। ଅଷ୍ଟମ ଘରେ ବୁଧ କର୍କଟ ରାଶିରେ ବକ୍ରୀ ହେବା ଦ୍ବାରା ଆପଣଙ୍କୁ ସୁଯୋଗ ମିଳିପାରେ। ବିଶେଷ କରି ଧନ ପ୍ରାପ୍ତ କରିବାର ସୁଯୋଗ। ବକ୍ରୀ ହେବା ଯୋଗୁଁ ହଠାତ ବାଧା ଆସିପାରେ। ବ୍ୟବସାୟ ସମ୍ବନ୍ଧିତ ମାମଲାରେ ମଧ୍ୟ କିଛି ସମସ୍ଯା ବଢ଼ିପାରେ। ଯଦିଓ କୌଣସି ମାମଲାରେ ଆପଣ ଅନ୍ୟ ଠାରୁ ଭଲ କରି ପାରିବେ କିନ୍ତୁ ଜାଣି ଶୁଣି ବିବାଦରେ ପଡ଼ନ୍ତୁ ନାହିଁ। ସାମାଜିକ ପ୍ରତିଷ୍ଠକୁ ନେଇ ଅଧିକ ସଚେତନ ରୁହନ୍ତୁ।

ଉପାୟ: ଶିବଲିଂ ଉପରେ ମହୁ ଚଢ଼ାଇବା ଶୁଭ ହେବ।

ଧନୁ ସାପ୍ତାହିକ ରାଶିଫଳ

ମକର ରାଶି

ମକର ରାଶିର ଲୋକଙ୍କ ପାଇଁ ଆପଣଙ୍କ କୁଣ୍ଡଳୀରେ ବୁଧ ଗ୍ରହ ଷଷ୍ଠ ତଥା ଭାଗ୍ଯ ଘରର ସ୍ବାମୀ ଯିଏ ଏବେ ଆପଣଙ୍କର ସପ୍ତମ ଘରେ ବକ୍ରୀ ହେବାକୁ ଯାଉଛନ୍ତି। ସପ୍ତମ ଘରେ ବୁଧଙ୍କର ଗୋଚରକୁ ଭଲ କୁହାଯିବ ନାହିଁ। କିନ୍ତୁ ଷଷ୍ଠ ଘରର ସ୍ବାମୀଙ୍କର ସପ୍ତମ ଘରେ ବକ୍ରୀ ହେବା ବ୍ୟବସାୟ ଓ ଚାକିରି ପାଇଁ ଟିକେ ଦୁର୍ବଳ କୁହାଯିବ। ଚାକିରି କରିଥିବା ଲୋକଙ୍କ ପାଇଁ ଟାର୍ଗେଟ ଆଚିଭ କରିବା କଷ୍ଟକର ହେବ। ବ୍ୟବସାୟ ସହିତ ଜଡ଼ିତ ଲୋକଙ୍କୁ ମଧ୍ୟ ବୁଧଙ୍କର କର୍କଟ ରାଶିରେ ଗୋଚର ବେଳେ ବହୁତ ଭାବିଚିନ୍ତି ନିଷ୍ପତି ନେବାକୁ ପଡ଼ିବ। ଭଲ ହେବ କୌଣସି ନୂଆ ପ୍ରୟୋଗ କରନ୍ତୁ ନାହିଁ। ସ୍ବାସ୍ଥ୍ୟର ଯତ୍ନ ନେବା ଜରୁରୀ ହେବ। ଶାସନ-ପ୍ରଶାସନ ସହିତ ଜଡ଼ିତ ମାମଲାରେ ଆପଣଙ୍କୁ ଅପେକ୍ଷାକୃତ ଅଧିକ ସାବଧାନ ରହିବାକୁ ହେବ। ଅଯଥା ଯାତ୍ରା କରନ୍ତୁ ନାହିଁ ଓ ଅଯଥା ଧନ ଖର୍ଚ୍ଚ ନ କରିବା ବୁଦ୍ଧିମାନୀର କାମ ହେବ।

ଉପାୟ: କୌଣସି ପ୍ରକାର ରିସ୍କ ନିଅନ୍ତୁ ନାହିଁ, ତାହା ଆପଣଙ୍କର ପାଇଁ ହୀତକାରୀ ହେବ।

ମକର ସାପ୍ତାହିକ ରାଶିଫଳ

କୁମ୍ଭ ରାଶି

କୁମ୍ଭ ରାଶିର ଲୋକଙ୍କ ପାଇଁ ବୁଧ ଗ୍ରହ ଆପଣଙ୍କର ପଞ୍ଚମ ତଥା ଅଷ୍ଟମ ଘରର ସ୍ବାମୀ ଓ ଏବେ ସେ ଆପଣଙ୍କର ଷଷ୍ଠ ଘରେ ବକ୍ରୀ ହେବାକୁ ଯାଉଛନ୍ତି। ଷଷ୍ଠ ଘରେ ବୁଧ ଗ୍ରହଙ୍କର ଗୋଚରକୁ ସାମାନ୍ଯ ଭାବରେ ଭଲ କୁହାଯିବ। ବୁଧ ଗ୍ରହ ବକ୍ରୀ ହେଲେ ଭଲ ପରିଣାମ ଦିଅନ୍ତି ନାହିଁ। ସୁଯୋଗ ମିଳିବାର ସମ୍ଭାବନା ରହିବ କିନ୍ତୁ ଏବେ ପରିଷ୍ଟମ ଅଧିକ କରିବାକୁ ପଡ଼ିବ। ଏହି ଗୋଚର ସମୟରେ ସ୍ବାସ୍ଥ୍ୟ ଭଲ ରହିବା। ଗାଡ଼ି ଚଳାଇବା ବେଳେ ସାବଧାନ ରୁହନ୍ତଊ। ଯଦି ପେଟ ସମ୍ବନ୍ଧିତ କୌଣସି ସମସ୍ଯା ଚାଲିଛି ତେବେ ତାହାକୁ ନେଇ ସତର୍କ ରୁହନ୍ତୁ। ସଂଯମିତ ଭାବରେ ଖାଆନ୍ତୁ। ସୋଶଲ ମିଡିଆ କିମ୍ବା ଅନ୍ୟ ପ୍ଲୈଟ୍ଫର୍ମ୍ ରେ ଲେଖିବା ବେଳେ ଭାବି-ଚିନ୍ତି ଲେଖନ୍ତୁ।

ଉପାୟ: ଗଙ୍ଗାଜଳ ରେ ଶିବଙ୍କର ଅଭିଷେକ କରିବା ଶୁଭ ହେବ।

କୁମ୍ଭ ସାପ୍ତାହିକ ରାଶିଫଳ

ମୀନ ରାଶି

ମୀନ ରାଶିର ଲୋକଙ୍କ ପାଇଁ ବୁଧ ଗ୍ରହ ଆପଣଙ୍କର ଚତୁର୍ଥ ତଥା ସପ୍ତମ ଘରର ସ୍ବାମୀ ଯିଏ ଏବେ ଆପଣଙ୍କର ପଞ୍ଚମ ଘରେ ବକ୍ରୀ ହେବାକୁ ଯାଉଛନ୍ତି। ପଞ୍ଚାଣ ଘରେ ବୁଧଙ୍କର ଗୋଚରକୁ ଭଲ କୁହାଯାଏ ନାହିଁ। ଚତୁର୍ଥ ଘରର ସ୍ବାମୀ ପଞ୍ଚମ ଘରେ ବକ୍ରୀ ହେବା ଘର-ଗୃହସ୍ଥି ଓ ସନ୍ତାନ ପକ୍ଷ ସହିତ ସମ୍ବନ୍ଧିତ ଚିନ୍ତା ଦେଇପାରେ। ଯଦି କାହାକୁ ପ୍ରେମ କରୁଛନ୍ତି ଓ ବିବାହ କରିବାକୁ ଚାହୁଁଛନ୍ତି ତେବେ ଏହି ସମୟରେ କଥାକୁ ଆଗକୁ ବଢ଼ାଇବା ଉଚିତ ହେବ ନାହିଁ। ଆର୍ଥିକ ମାମଲାରେ ଏହି ସମୟରେ ସାବଧାନ ରହିବା ଆବଶ୍ୟକ। ଭଲ ହେବ ଏହି ସମୟରେ କୌଣସି ଯୋଜନା କରନ୍ତୁ ନାହିଁ କାରଣ ବୁଧ ବକ୍ରୀ ସମୟରେ କରାଯାଇଥିବା ଯୋଜନା ଅସଫଳ ହେବ। ବୁଧ ଗ୍ରହଙ୍କର ବକ୍ରୀ ହେବା ଆପଣଙ୍କ ପାଇଁ ଅଧିକ ଲାଭଦାୟକ ହେବ ନାହିଁ।

ଉପାୟ: ଗାଈକୁ ଦେଶୀ ଘିଅରେ ତିଆରି ରୁଟି ଖୁଆନ୍ତୁ।

ମୀନ ସାପ୍ତାହିକ ରାଶିଫଳ

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!

ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ

1. ବୁଧ କେବେ କର୍କଟ ରାଶିରେ ବକ୍ରୀ ହେବେ?

18 ଜୁଲାଇ,2025 ରେ ବୁଧ କର୍କଟ ରାଶିରେ ବକ୍ରୀ ହେବେ।

2. ବୁଧଙ୍କୁ କାହାର କାରକ ଗ୍ରହ ବୋଲି ବିବେଚନା କରାଯାଏ?

ବୁଧ ହେଉଛନ୍ତି ବୁଦ୍ଧି, ବାଣୀ, ଯୋଗାଯୋଗ ଦକ୍ଷତା ଏବଂ ବ୍ୟବସାୟର କାରକ ଗ୍ରହ।

3. କର୍କଟ ରାଶିର ସ୍ବାମୀ କିଏ?

କର୍କଟ ରାଶିର ସ୍ବାମୀ ହେଉଛନ୍ତି ଚନ୍ଦ୍ର ଦେବ।

Astrological services for accurate answers and better feature

33% off

Dhruv Astro Software - 1 Year

'Dhruv Astro Software' brings you the most advanced astrology software features, delivered from Cloud.

Brihat Kundli
What will you get in 250+ pages Colored Brihat Kundli.
Finance
Are money matters a reason for the dark-circles under your eyes?
Ask A Question
Is there any question or problem lingering.
Career / Job
Worried about your career? don't know what is.
AstroSage Year Book
AstroSage Yearbook is a channel to fulfill your dreams and destiny.
Career Counselling
The CogniAstro Career Counselling Report is the most comprehensive report available on this topic.

Astrological remedies to get rid of your problems

Red Coral / Moonga
(3 Carat)

Ward off evil spirits and strengthen Mars.

Gemstones
Buy Genuine Gemstones at Best Prices.
Yantras
Energised Yantras for You.
Rudraksha
Original Rudraksha to Bless Your Way.
Feng Shui
Bring Good Luck to your Place with Feng Shui.
Mala
Praise the Lord with Divine Energies of Mala.
Jadi (Tree Roots)
Keep Your Place Holy with Jadi.

Buy Brihat Kundli

250+ pages

Brihat Kundli

AstroSage on MobileAll Mobile Apps

Buy Gemstones

Best quality gemstones with assurance of AstroSage.com

Buy Yantras

Take advantage of Yantra with assurance of AstroSage.com

Buy Feng Shui

Bring Good Luck to your Place with Feng Shui.from AstroSage.com

Buy Rudraksh

Best quality Rudraksh with assurance of AstroSage.com
Call NowTalk to
Astrologer
Chat NowChat with
Astrologer