ବୁଧଙ୍କର କର୍କଟ ରାଶିରେ ଗୋଚର
ଆଷ୍ଟ୍ରୋସେଜ ଏଆଇର ଏହି ବିଶେଷ ଲେଖାରେ ଆମେ ଆପଣଙ୍କୁ ବୁଧଙ୍କର କର୍କଟ ରାଶିରେ ଗୋଚର ବିଷୟରେ ବିସ୍ତୃତରେ ସୂଚନା ପ୍ରଦାନ କରିବୁ। ଏହାର ପ୍ରଭାବ ଆପଣଙ୍କର ରାଶି ଉପରେ କିପରି ପଡ଼ିବ ତାହା ବିଷୟରେ କହିବୁ। ବୁଧଙ୍କର ଗୋଚରର ପ୍ରଭାବ କିଛି ରାଶିଙ୍କ ପାଇଁ ସକାରାତ୍ମକ ହେବ ଓ କିଛି ରାଶିଙ୍କ ପାଇଁ ନକରାତ୍ମକ। ବୁଧ 22 ଜୁନ 2025ରେ କର୍କଟ ରାଶିରେ ଗୋଚର କରିବେ।
ତେବେ ଆସନ୍ତୁ ଆଗକୁ ବଢ଼ିବା ଓ ଜାଣିବା ଯେ କେଉଁ ରାଶିର ଲୋକଙ୍କ ପାଇଁ ଏହା ଶୁଭ ପରିଣାମ ଆଣି ୟାଉଛି ଓ କାହା ପାଇଁ ଅଶୁଭ। କିନ୍ତୁ ତାହା ପୂର୍ବରୁ ଜାଣିବା ଯେ କର୍କଟ ରାଶିରେ ବଉଶ କେଉଁ ପ୍ରକାର ପରିଣାମ ଦିଅନ୍ତି।
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ଭବିଷ୍ୟ ସହିତ ଜଡ଼ିତ ସମସ୍ଯାର ସମାଧାନ ମିଳିବ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ
କର୍କଟ ରାଶିରେ ବୁଧଙ୍କର ଗୋଚରର ପରିଣାମ
କର୍କଟ ରାଶି ଏକ ଭାବୁକ ରାଶି କୁହାଯାଏ ଓ ଏହା ଚନ୍ଦ୍ରଙ୍କର ଦ୍ବାରା ଶାସିତ। କର୍କଟ ଜଳ ତତ୍ଵର ରାଶି ଓ ବୁଦ୍ଧି ସହିତ ଜଡ଼ିତ ଭାବୁକ ରାଶି। ତେଣୁ ମନ ଏବଂ ହୃଦୟ ମଧ୍ୟରେ ଏକ କଳହ ଆରମ୍ଭ ହୁଏ। ଏହି ସମୟ ମଧ୍ୟରେ, ବ୍ୟକ୍ତି ଟିକେ ଅଧିକ ଭାବପ୍ରବଣ ହୋଇପାରନ୍ତି। ହୃଦୟର ବିଷୟଗୁଡ଼ିକ ଚିନ୍ତା କରିବା ଏବଂ ବୁଝିବା ପ୍ରାଧାନ୍ୟ ହୋଇପାରେ। ଆପଣ ନିଜ ଭିତରେ ଦେଖିବା ଏବଂ ଆତ୍ମନିରୀକ୍ଷଣ କରିବାରେ ଭଲ କରିପାରିବେ, ଅର୍ଥାତ୍, ଏହି ସମୟ ନିଜକୁ ବୁଝିବା ପାଇଁ ଭଲ।
କିନ୍ତୁ ଯଦି ଆପଣ ଆପଣଙ୍କ ଭାବନାର ପ୍ରଭାବରେ କୌଣସି ତ୍ୱରିତ କିମ୍ବା ପ୍ରତିଶୋଧମୂଳକ ପଦକ୍ଷେପ ନିଅନ୍ତି, ତେବେ ଆପଣଙ୍କୁ କ୍ଷତି ସହିବାକୁ ପଡ଼ିପାରେ। ସେଥିପାଇଁ ଏହି ସମୟରେ ଭାବି-ଚିନ୍ତି ଚାଲନ୍ତୁ। ଏହି ଗୋଚରର ପ୍ରଭାବ ଆପଣଙ୍କର କୁଣ୍ଡଳୀରେ ଚନ୍ଦ୍ରଙ୍କର ସ୍ଥିତି ଉପରେ ମଧ୍ୟ ନିର୍ଭର କରିବ ଯେ ଶଏ ଆପଣଙ୍କ ପାଇଁ କେତେ ଶୁଭ କିମ୍ବା ଅଶୁଭ।
କର୍କଟ ରାଶିରେ ବୁଧଙ୍କର ଗୋଚର : ସମୟ
22 ଜୁନ 2025 ରାତି 9:17 ରେ ବୁଧ ମିଥୁନ ରାଶିରୁ କର୍କଟ ରାଶିରେ ଗୋଚର କରିବେ ଯେଉଁଠାରେ ସିଏ ଲାମ୍ବା ସମୟ ପର୍ଯ୍ୟନ୍ତ ରହିବେ। ଜୁଲାଇ ପାଖାପାଖି ସିଏ 25 ଦିନ ଏହି ରାଶିରେ ବକ୍ରୀ ରହିବେ ଓ ଉଦୟ ହୋଇ 30 ଅଗଷ୍ତ 2025 ପର୍ଯ୍ୟନ୍ତ କର୍କଟ ରାଶିରେ ରହିବେ।
କର୍କଟ ରାଶିରେ ବୁଧଙ୍କର ଗୋଚର : ଏହି ଲୋକଙ୍କୁ ମିଳିବ ସକାରାତ୍ମକ ପରିଣାମ
ମେଷ ରାଶି
ବୁଧ ଆପଣଙ୍କର ତୃତୀୟ ଓ ଷଷ୍ଠ ଘରର ସ୍ବାମୀ ଓ ସେ ଆପଣଙ୍କର ଚତୁର୍ଥ ଘରେ ଗୋଚର କରିବେ। ଚତୁର୍ଥ ଘରେ ବୁଧଙ୍କର ଗୋଚର ଲାଭକାରୀ ବୋଲି କୁହାଯାଏ କିନ୍ତୁ ଲାଭରେ ଟିକେ ହ୍ରାସ ଘଟି ପାରେ କାରଣ ଶଏ ନିଜର ଶତ୍ରୁ ରାଶିରେ ରହିବେ। ଏହାର ଅର୍ଥ ଆପଣଙ୍କୁ ଲାଭର ସମ୍ଭାବନା ରହିବ କିନ୍ତୁ ତାଙ୍କର ଶକ୍ତି ଟିକେ ଦୁର୍ବଳ ହୋଇଯିବ।
ଏହି ସମୟରେ ଆପଣଙ୍କର ମାତାଙ୍କର ସ୍ବାସ୍ଥ୍ୟରେ ସୁଧାର ଆସିବ ଓ ତାଙ୍କ ସହିତ ଆପଣଙ୍କର ସମ୍ପର୍କ ଆହୁରି ଭଲ ହେବ। ଯେଉଁ ଲୋକଙ୍କର ମାତାଙ୍କ ସହିତ ସମ୍ପର୍କ ଚାପପୂର୍ଣ ଥିଲା, ତାଙ୍କ ପାଇଁ ଏହି ସମୟ ସମ୍ପର୍କ ଠିକ କରିବା ପାଇଁ ଉପଯୁକ୍ତ ହେବ। ରେଅଲ ଏସ୍ଟେଟ କିମ୍ବା ପ୍ରୋପୋର୍ଟ ସହିତ ଜଡ଼ିତ କିଛି ଭଲ ଖବର ଶୁଣିବାକୁ ମିଳିପାରେ। ଘର-ପରିବାର ମାମଲା ସହଜରେ ଚାଲିବ। ଏହା ବ୍ୟତୀତ, ଏହି ସମୟରେ ଆପଣ ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ଭଲ ସମ୍ପର୍କ ସ୍ଥାପନ କରିପାରିବେ, ଯାହା ଭବିଷ୍ୟତରେ ଆପଣଙ୍କ ପାଇଁ ସହାୟକ ହୋଇପାରେ।
ବୃହତ କୁଣ୍ଡଳୀ ରେ ଲୁଚି ରହିଛି ଆପଣଙ୍କର ଜୀବନର ସମସ୍ତ ରହସ୍ୟ, ଜାଣନ୍ତୁ ଗ୍ରହଙ୍କର ଚଳନର ସମସ୍ତ ସୂଚନା
ମିଥୁନ ରାଶି
ମିଥୁନ ରାଶିର ଲୋକଙ୍କ ପାଇଁ ବୁଧ ଚତୁର୍ଥ ଘରର ସ୍ବାମୀ ଓ ଶଏ ଆପଣଙ୍କର ଦ୍ଵିତୀୟ ଘରେ ଗୋଚର କରିବେ। ଦ୍ଵିତୀୟ ଘରେ ବୁଧଙ୍କର ଗୋଚର ଲାଭକାରୀ ଅଟେ। ଏହାତ ବ୍ଯତୀତ ଆପଣଙ୍କର ସ୍ବାମୀ ଗ୍ରହଙ୍କର ଧନ ଘରକୁ ଯିବା ଆର୍ଥିକ ଜୀବନରେ ଅନୁକୂଳ ପରିଣାମ ପ୍ରାପ୍ତ କରାଇବ। ଚତୁର୍ଥ ଘରର ସ୍ୱମୀଙ୍କର ଦ୍ଵିତୀୟ ଘରକୁ ଯିବା ଅନୁକୂଳ ସ୍ଥିତି ଘର ଓ ପରିବାର ସମ୍ବନ୍ଧିତ କ୍ଷେତ୍ରରେ ଆଣିବ।
ଆପଣଙ୍କୁ ନୂଆ ବସ୍ତ୍ର କିମ୍ବା ଗହଣା କିଣିବାର ସୁଯୋଗ ମିଳିନ। ଏହା ବ୍ୟତୀତ କଥାବାର୍ତ୍ତା ଓ ପଢ଼ା ସହିତ ଜଡ଼ିତ ଜିନିଷରେ ସୁଧାର ଆସିବ। ଆପଣଙ୍କର କଥାବର୍ତ୍ତାରେ ମଧୁରତା ଆସିବ ଓ ଆପଣ ଅନ୍ୟଙ୍କୁ କଥା ଦ୍ବାରା ପ୍ରଭାବିତ କରିବେ। ବୁଧଙ୍କର କର୍କଟ ରାଶିରେ ଗୋଚର ସମୟରେ ଆପଣ ସ୍ଵାଦିଷ୍ଟ ଭୋଜନ ଖାଇବେ।
କନ୍ୟା ରାଶି
କନ୍ୟା ରାଶିର ଲୋକଙ୍କ ପାଇଁ ବୁଧ ଦଶମ ଅର୍ଥାତ କ୍ୟାରିଅର ଘରର ସ୍ବାମୀ ଓ ସେ ଲଗ୍ନ ଘରର ସ୍ବାମୀ ମଧ୍ୟ। କର୍କଟ ରାଶିରେ ଗୋଚର ସମୟରେ ଆପଣଙ୍କର ରୋଜଗାର ବଢ଼ିବ। ଯଦି ଆପଣ ବ୍ୟବସାୟ କରନ୍ତି ତେବେ ଲାଭ ହେବ। ଚାକିରି କରୁଥିବା ଲୋକଙ୍କୁ ମଧ୍ୟ କାମରେ ଉନ୍ନତି ଓ ମାନ-ସମ୍ମାନ ପ୍ରାପ୍ତ ହେବ।
ସମାଜରେ ଆପଣଙ୍କର ପରିଚୟ ଓ ଇଜ୍ଜତ ବଢ଼ିବ। ସାଙ୍ଗରେ ରେଅଲ ଏସ୍ଟେଟ କିମ୍ବା ପ୍ରପର୍ଟି ସହିତ ଜଡ଼ିତ ମାମଲାରେ ମଧ୍ୟ ଭଲ ଖବର ମିଳିବ। ଭାଇ-ଭଉଣୀଙ୍କ ସହିତ ସମ୍ପର୍କ ଭଲ ରହିବ। ଏହି ସମୟରେ ଆପଣ କୌଣସି ମହତ୍ୱପୂର୍ଣ କାର୍ଯ୍ୟ କିମ୍ବା ଲକ୍ଷ ପୂରଣ କରିବାରେ ମଧ୍ୟ ସଫଳ ହେବେ। ଯଦି ସନ୍ତାନ ସହିତ ଜଡ଼ିତ କୌଣସି ଚିନ୍ତା ଥିଲା ତେବେ ସେଥିରେ ଆରାମ ମିଳିବ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ତୁଳା ରାଶି
ତୁଳା ରାଶିର ଲୋକଙ୍କ ପାଇଁ ବୁଧ ଆପଣଙ୍କର ଦ୍ଵାଦଶ ଘର ଓ ନବମ ଘରର ସ୍ବାମୀ। ବୁଧଙ୍କର ଗୋଚର ଆପଣଙ୍କର କ୍ୟାରିଅର ଘରେ ହେବ। ସାଧାରଣତଃ ଏପରି ଯୋଗକୁ ବହୁତ ଶୁଭ ବୋଲି ବିବେଚନା କରାଯାଏ, କାରଣ ଯେତେବେଳେ ଭାଗ୍ୟର ସ୍ୱାମୀ କ୍ୟାରିଅର ଘରେ ଆସନ୍ତି, ସେତେବେଳେ କ୍ୟାରିଅରରେ ଭାଗ୍ୟ ସହିତ ଜଡ଼ିତ ସାହାଯ୍ୟ ମିଳିଥାଏ। ଏହି ସମୟରେ ଆପଣଙ୍କୁ ପ୍ରୋମୋଶନ, ନୂଆ ଦାୟିତ୍ବ କିମ୍ବା କୌଣସି ନୂଆ ଭୂମିକା ମିଳିଥାଏ। ଯଦି ଆପଣ ଚାକିରି କରୁଛନ୍ତି ତେବେ ପ୍ରତିସ୍ପର୍ଦ୍ଧାରରେ ଆପଣ ଅନ୍ୟ ଠାରୁ ଆଗରେ ରହିବେ।
ବିଜନେସ କରୁଥିବା ଲୋକଙ୍କ ପାଇଁ ଏହି ସମୟ ଲାଭଦାୟକ ରହିବ। ଭଲ ରୋଜଗାରର ଯୋଗ ଅଛି। ଆପଣଙ୍କର ସୋଶଲ ଇମେଜ ଓ ପ୍ରତିଷ୍ଠା ବଢ଼ିବ।
ଧନୁ ରାଶି
ବୁଧ ଆପଣଙ୍କର ସପ୍ତମ ଓ ଦଶମ ଘରର ସ୍ବାମୀ ଓ ଆପଣଙ୍କର ଅଷ୍ଟମ ଘରେ ଗୋଚର କରିବାକୁ ଯାଉଛନ୍ତି। ଅଷ୍ଟମ ଘରକୁ ଟିକେ ସମସ୍ଯା ଥିବା ଘର କୁହାଯାଏ କିନ୍ତୁ ବୁଧଙ୍କର ଏଠାରେ ଗୋଚର କିଛି ଭଲ ଫଳ ଆଣିବ। ବୁଧଙ୍କର କର୍କଟ ରାଶିରେ ଗୋଚର ସମୟରେ ଆପଣଙ୍କୁ କାମରେ ଟିକେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ କିନ୍ତୁ ପରିଶ୍ରମର ଭଲ ଫଳ ମିଳିବ। ଆପଣଙ୍କର ପ୍ରତିଷ୍ଠା ଓ ଛବି ସମାଜକୁ ସଜାଡ଼ିବ। ବାଧାବିଘ୍ନକୁ ଦୂର କରିବାର ସମ୍ଭାବନା ରହିବ ଏବଂ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପ୍ରଦର୍ଶନ ଭଲ ରହିବ।
ନିଜର ଜୀବନସାଥୀର ସ୍ବାସ୍ଥ୍ୟକୁ ନେଇ ଟିକେ ସାବଧାନ ରୁହନ୍ତୁ କାରଣ ସପ୍ତମ ଘରର ସ୍ବାମୀ ଅଷ୍ଟମ ଘରେ ରହିବା ଯୋଗୁଁ କିଛି ସ୍ବାସ୍ଥ୍ୟ ସମସ୍ଯା ହୋଇପାରେ କିନ୍ତୁ ଚିନ୍ତାର ଆବଶ୍ୟକତା ନାହିଁ କାରଣ ସୁଧାର ଶୀଘ୍ର ଆସିବ। ସମୁଦାୟ ବୁଧଙ୍କର ଏହି ଗୋଚର ଧନୁ ରାଶିର ଲୋକଙ୍କ ପାଇଁ ସକାରାତ୍ମକ ପ୍ରଗତି, କ୍ୟାରିଅରରେ ସ୍ଥିରତା ଓ ସଫଳତା ଦେବ। କିନ୍ତୁ ସତର୍କ ରହିବା ଆବଶ୍ୟକ।
କର୍କଟ ରାଶିରେ ବୁଧଙ୍କର ଗୋଚର : ଏହି ରାଶିର ଲୋକଙ୍କ ଉପରେ ପଡ଼ିବ ନକରାତ୍ମକ ପ୍ରଭାବ
ବୃଷ ରାଶି
ବୃଷ ରାଶିର ଲୋକଙ୍କ ପାଇଁ ବୁଧ ଦ୍ଵିତୀୟ ଓ ପଞ୍ଚମ ଘରର ସ୍ବାମୀ ଓ ବୁଧଙ୍କର ଗୋଚର ଆପଣଙ୍କର ତୃତୀୟ ଘରେ ଅର୍ଥାତ ଭାଇ-ଭଉଣୀ, ସାହସ ଓ ପ୍ରୟାସର ଘରେ ହେବ। ଏହି ସମୟରେ ଛୋଟ ଭାଇ-ଭଉଣୀଙ୍କ ସହିତ ମତଭେଦ ହୋଇପାରେ ସେଥିପାଇଁ ସମ୍ପର୍କରେ ସନ୍ତୁଳନ ରଖିବା ଆବଶ୍ୟକ। ବ୍ୟାୟାମ କିମ୍ବା ଧ୍ୟାନ କରିବା ମାନସିକ ଶାନ୍ତି ରଖିବାରେ ସାହାଜ୍ୟ କରିବ। ଆପଣଙ୍କୁ ନିଜର କାର୍ଯ୍ୟସ୍ଥଳରେ ମାନ-ସମ୍ମାନ ରଖିବା ପାଇଁ ଚେଷ୍ଟା କରିବାକୁ ପଡ଼ିପାରେ। ସହକର୍ମୀ ଆପଣଙ୍କର ବିରୁଦ୍ଧରେ ଷଡ଼ଜନ୍ତ୍ର କରିପାରନ୍ତି। ସେଥିପାଇଁ ସାବଧାନ ରୁହନ୍ତୁ।
ଅନଲାଇନ ସଫ୍ଟୱେୟାର୍ର ମାଗଣା ଜନ୍ମ କୁଣ୍ଡଳୀ ପ୍ରାପ୍ତ କରନ୍ତୁ
କର୍କଟ ରାଶି
କର୍କଟ ରାଶିର ଲୋକଙ୍କ ପାଇଁ ବୁଧ ତୃତୀୟ ଓ ଦ୍ଵାଦଶ ଘରର ସ୍ବାମୀ। ବୁଧ ଆପଣଙ୍କର ପ୍ରଥମ ଘରେ ଗୋଚର କରିବେ। ବୁଧ ଶତ୍ରୁ ରାଶିରେ ରହିବେ ସେଥିପାଇଁ ଏହି ସମୟରେ ଆପଣଙ୍କୁ ଭାବି-ଚିନ୍ତି ଆଗକୁ ବଢ଼ିବାର ଆବଶ୍ୟକତା ଅଛି। ପ୍ରଥମ ଘରେ ବୁଧଙ୍କର ସ୍ଥିତି ପ୍ରାୟତଃ ଅନୁକୂଳ କୁହାଯାଏ ନାହିଁ। କଥା କହିବା ସମୟରେ ଧ୍ୟାନ ରଖନ୍ତୁ। ଆପଣଙ୍କର କଥା କାହାକୁ କଷ୍ଟ ନ ଦେଉ ସେଥି ପ୍ରତି ଧ୍ୟାନ ଦିଅନ୍ତୁ। ଗୋସିପ, ଗୁଜବ ଓ ପରନିନ୍ଦାରୁ ଦୂରେଇ ରୁହନ୍ତୁ।
ପାରିବାରିକ ସମ୍ବନ୍ଧରେ ମଧ୍ୟ ସାମଞ୍ଜସ୍ୟ ରଖିବା ଆବଶ୍ୟକ। ଛୋଟ-ଛୋଟ କଥା ବଡ଼ ହୋଇପାରେ, ସେଥିପାଇଁ ଧର୍ଯ୍ୟ ରଖନ୍ତୁ ଓ ଅନ୍ୟର କଥାକୁ ମଧ୍ୟ ବୁଝିବାକୁ ଚେଷ୍ଟା କରନ୍ତୁ। ବୃତ୍ତିଗତ ମାମଲାରେ ମଧ୍ୟ ରିସ୍କ ନିଅନ୍ତୁ ନାହିଁ। କାହା ଥାତୁ ପଇସା ଧାର ନିଅନ୍ତୁ ନାହିଁ ଓ ନୂଆ ବିନିଯୋଗ ବର୍ତ୍ତମାନ ପାଇଁ ଟାଳି ଦିଅନ୍ତୁ। ଅନାବଶ୍ୟକ ଖର୍ଚ୍ଚକୁ ନିୟନ୍ତ୍ରଣ କରନ୍ତୁ। ବୁଧଙ୍କର ଗୋଚର ଆପଣଙ୍କ ପାଇଁ ଅଧିକ ଲାଭଦାୟକ ରହିବ ନାହିଁ କିନ୍ତୁ ଯଦି ଆପଣ ବୁଝାମଣା ସହିତ କାମ କରିବେ ତେବେ ସମସ୍ଯାରୁ ଦୂରେଇ ରହିବେ।
ବିଛା ରାଶି
ବିଛା ରାଶିର ଲୋକଙ୍କ ପାଇଁ ବୁଧ ଅଷ୍ଟମ ଓ ଏକାଦଶ ଘରର ସ୍ବାମୀ। ବୁଧଙ୍କର ଗୋଚର ଆପଣଙ୍କର ନବମ ଘରେ ହେବ। ଅଷ୍ଟମ ଘରର ସ୍ବାମୀ ନବମ ଘରେ ଅନୁକୂଳ ନୁହନ୍ତି କାରଣ ଆପଣଙ୍କର ସଫଳତାରେ ବାଧା ଆସିପାରେ ଓ ଭାଗ୍ଯର ସାଥ ମିଳି ନ ପାରେ। ଯଦି ଆପଣ କୌଣସି ପ୍ରୋମୋଶନ କିମ୍ବା ବୋନସ ଆଶା କରୁଛନ୍ତି ତେବେ ସେଥିରେ ଡେରି ହୋଇପାରେ, ଯାହା ଦ୍ବାରା ଉତ୍ସାହରେ ଅଭାବ ଅନୁଭବ ହୋଇପାରେ।
ଆର୍ଥିକ ରୂପରେ ଟିକେ ଚାପ ଅନୁଭବ କରି ପାରନ୍ତି ଯେପରି କି ଇଏମଆଇ ଭରିବାରେ ସମସ୍ଯା ହୋଇପାରେ କିମ୍ବା ହଠାତ ପଇସା ଆବଶ୍ୟକ ହୋଇପାରେ। ଏହି ସମୟରେ ବସ କିମ୍ବା ବରିଷ୍ଠ ଅଧିକାରୀଙ୍କ ସହିତ ଭୁଲ ବୁଝାମଣା ହୋଇପାରେ ସେଥିପାଇଁ ଅଫିସରେ ଭାବି-ଚିନ୍ତି କଥା କୁହନ୍ତୁ ଓ ରାଜନୀତିରୁ ଦୂରେଇ ରୁହନ୍ତୁ। ଏହି ସମୟରେ ଭାଗ୍ଯ ଉପରେ ନିର୍ଭର କରି ରହିବା ଠିକେ ହେବ ନାହିଁ। ଆପଣଙ୍କର ସାମାଜିକ ଛବି ପ୍ରଭାବିତ ହୋଇପାରେ ସେଥିପାଇଁ ତାକୁ ଠିକ ରଖିବା ପାଇଁ ସତର୍କ ରୁହନ୍ତୁ।
ମୀନ ରାଶି
ବୁଧ ଆପଣଙ୍କର ଚତୁର୍ଥ ଓ ସପ୍ତ ଘରର ସ୍ବାମୀ ଓ ବୁଧଙ୍କର କର୍କଟ ରାଶିରେ ଗୋଚର ଆପଣଙ୍କର ପଚମ ଘରେ ହେବ। ପଞ୍ଚମ ଘରେ ବୁଧଙ୍କର ସ୍ଥିତି ବହୁତ ଅଧିକ ଅନୁକୂଳ ପ୍ରତୀତ ହେଉ ନାହିଁ କାରଣ ଏହା ଚନ୍ଦ୍ରଙ୍କର ରାଶିରେ ରହିବେ ଯାହା ତାଙ୍କର ଶତ୍ରୁ ରାଶି। ଏହି ସମୟରେ ମାନସିକ ଚାପ ବଢ଼ିପାରେ , ବିଶେଷକରି ଯଦି ଆପଣ ମାତା-ପିତା ଅଟନ୍ତି ତେବେ ସନ୍ତାନକୁ ନେଇ ଚିନ୍ତିତ ରହିବେ। ତାଙ୍କର ପଢ଼ା, ସ୍ବାସ୍ଥ୍ୟ କିମ୍ବା ବ୍ୟବହାର କୁ ନେଇ ମନରେ ଚିନ୍ତା ରହିବ। ଯଦି ଆପଣ କୌଣସି ଯୋଜନା ପ୍ରସ୍ତୁତ କରୁଛନ୍ତି ତେବେ ସେଥିରେ ବିଳମ୍ବ କିମ୍ବା ସମସ୍ଯା ଆସିପାରେ।
ଆବଶ୍ୟକ ହେବ ଯେ ଆପଣ କୌଣସି ପଦକ୍ଷେପ ଭାବି-ଚିନ୍ତି ନିଅନ୍ତୁ। ବୃତ୍ତିଗତ ମାମଲାରେ ମଧ୍ୟ ସାବଧାନ ରୁହନ୍ତୁ। ତରବର ହୋଇ କୌଣସି ବିନିଯୋଗ କରନ୍ତୁ ନାହିଁ ଓ ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। କୌଣସି ଯୋଜନା ଯଦି ସମ୍ପୂର୍ଣ ଭାବରେ ସ୍ପଶ ନାହିଁ ତେବେ ତାକୁ ଟାଳିବା ଠିକ ହେବ। ଏହି ସମୟରେ ଭାବନାରେ ଲିପ୍ତ ରହିବା ପରିବର୍ତ୍ତେ ସନ୍ତୁଳନ ରଖି ଚାଲନ୍ତୁ।
କର୍କଟ ରାଶିରେ ବୁଧଙ୍କର ଗୋଚର : ଉପାୟ
ବୁଧଙ୍କୁ ପ୍ରସନ୍ନ କରିବା ପାଇଁ ପ୍ରତ୍ଯେକ ବୁଧବାର ଦିନ ଯଜ୍ଞ କରନ୍ତୁ।
ଭଗବାନ ଗଣେଶଙ୍କର ପୂଜା କରନ୍ତୁ ଓ ପ୍ରତ୍ଯେକ ଦିନ ସକାଳେ ତାଙ୍କୁ ଦୂବ ଘାସ ଅର୍ପଣ କରନ୍ତୁ।
ଯୁବକମାନଙ୍କୁ ସମ୍ମାନ କରନ୍ତୁ ଏବଂ ଗରିବ ଏବଂ ଅସହାୟମାନଙ୍କୁ ସେମାନଙ୍କ ଶିକ୍ଷା ପାଇଁ ୟୁନିଫର୍ମ କିମ୍ବା ଷ୍ଟେସନାରୀ ଦାନ କରନ୍ତୁ।
ରୁଦ୍ରାଭିଶେଖ କରନ୍ତୁ କାରଣ ବୁଧ ବର୍ତ୍ତମାନ ଚନ୍ଦ୍ରଙ୍କର ରାଶିରେ ଅଛନ୍ତି ଓ ଭାଗବାନ ଶିବଙ୍କର ପୂଜା କରିବା ଚନ୍ଦ୍ରଙ୍କୁ ପ୍ରସନ୍ନ କରିବାର ସବୁଠାରୁ ସହଜ ଉପାୟ।
ନିଜର ଭାବନାକୁ ସନ୍ତୁଳିତ ରଖିବା ଓ ଶାନ୍ତି ପ୍ରାପ୍ତ କରିବା ପାଇଁ ଧ୍ୟାନ ଓ ନାଡ଼ି ଶୋଧନ ବ୍ୟାୟାମରେ ଲିପ୍ତ ରୁହନ୍ତୁ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଆମର ଏହି ଲେଖା ନିଶ୍ଚିତ ପସନ୍ଦ ଆସିଥିବା। ଯଦି ଏପରି ହୋଇଥାଏ ତେବେ ଆପଣ ଏହାକୁ ନିଜର ଶୁଭଚିନ୍ତକମାନଙ୍କ ସହିତ ନିଶ୍ଚିତ ଶେୟାର କରନ୍ତୁ। ଧନ୍ୟବାଦ!
ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ
1. କ’ଣ କର୍କଟ ରାଶି ବୁଧଙ୍କ ପାଇଁ ଅନୁକୂଳ?
ନାହିଁ
2. କର୍କଟ ରାଶିର ସ୍ବାମୀ କିଏ?
ଚନ୍ଦ୍ର
3. ବୁଧ ଓ ଚନ୍ଦ୍ର ପରସ୍ପର ସହିତ କିପରି ସମ୍ବନ୍ଧିତ?
ଚନ୍ଦ୍ର ଓ ବୁଧ ପିତା-ପୁତ୍ର ଅଟନ୍ତି।
Astrological services for accurate answers and better feature
Astrological remedies to get rid of your problems
AstroSage on MobileAll Mobile Apps
- Horoscope 2026
- राशिफल 2026
- Calendar 2026
- Holidays 2026
- Shubh Muhurat 2026
- Saturn Transit 2026
- Ketu Transit 2026
- Jupiter Transit In Cancer
- Education Horoscope 2026
- Rahu Transit 2026
- ராசி பலன் 2026
- राशि भविष्य 2026
- રાશિફળ 2026
- রাশিফল 2026 (Rashifol 2026)
- ರಾಶಿಭವಿಷ್ಯ 2026
- రాశిఫలాలు 2026
- രാശിഫലം 2026
- Astrology 2026






