ବୁଧ କର୍କଟ ରାଶିରେ ମାର୍ଗୀ
ବୌଦ୍ଧିକ ବଳ ଅର୍ଥାତ ବୁଦ୍ଧିମାନୀ ଓ ଚତୁରତାର କାରକ ଗ୍ରହବୁଧ 18 ଜୁଳାୟ 2025 ରେ କର୍କଟ ରାଶିରେ ରହି ବକ୍ରୀ ହୋଇଥିଲେ। ଏବେ 11 ଅଗସ୍ଟ 2025 ଦ୍ଵିପ୍ରହର 12:22 ରେ ବୁଧ କର୍କଟ ରାଶିରେ ମାର୍ଗୀ ହେଉଛନ୍ତି। ବୁଧ ଗ୍ରହ ତର୍କ ବିତର୍କ, ବ୍ୟବସାୟ, ବାଣୀ, ବୁଦ୍ଧି, ନେଟୱର୍କିଂ ଓ ଟେଲିଫୋନ ପଡ଼ି ଜିନିଷର କାରକ ଗ୍ରହ ଅଟନ୍ତି। ବୁଧ ଦୃଢ଼ ହେବା ଦ୍ବାରା ଏହି କ୍ଷେତ୍ରରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ ଓ ଦୁର୍ବଳ ହେଲେ ଏହି କ୍ଷେତ୍ରରେ ଦୁର୍ବଳତା ଦେଖିବାକୁ ମିଳିଥାଏ। ଏହା ବ୍ଯତୀତ ଯେଉଁ ଲୋକଙ୍କର ବୁଧ ଦଶା, ଅନ୍ତର୍ଦଶା ଇତ୍ୟାଦି ଚାଲିଛି ତାଙ୍କ ଉପରେ ଆଢ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିବ।
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
କର୍କଟ ରାଶିରେ ବୁଧ ମାର୍ଗୀ ହେବା ସମୟରେ ଭବିଷ୍ୟ ସହିତ ଜଡ଼ିତ ସମସ୍ଯାର ସମାଧାନ ମିଳିବ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ
ଏଠାରେ ଧ୍ୟାନ ଦେବାର କଥା ଜେ ବୁଧ ଗ୍ରହ ଯାହା ପାଇଁ ଅନୁକୂଳ ଗ୍ରହ ହୋଇଥାଆନ୍ତି ତାଙ୍କ ପାଇଁ ବୁଧ ଗ୍ରହ ମାର୍ଗୀ ହେବା ବେଳେ କିଛି ଲାଭ ଦେଖିବାକୁ ମିଳିବ। ଯେଉଁ ରାଶିରେ ବୁଧ ଗ୍ରହଙ୍କୁ ଅନୁକୂଳ ଗ୍ରହ ଭାବରେ ବିବେଚନା କରାଯାଏ ନାହିଁ, ସେହି ରାଶିର ଲୋକମାନେ ମଧ୍ୟ ବୁଧ ଗ୍ରହ ମାର୍ଗୀ ହେବା ଯୋଗୁଁ କିଛି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବୁଧ ଗ୍ରହ କର୍କଟ ରାଶିରେ ମାର୍ଗୀ ହେବା ଦ୍ୱାରା ଆପଣଙ୍କ ଲଗ୍ନ କିମ୍ବା ରାଶି ଉପରେ କ'ଣ ପ୍ରଭାବ ପଡ଼ିବ? ଆସନ୍ତୁ ଜାଣିବା…
To Read in English Click Here: Mercury Direct in Cancer
ଏହି ରାଶିଫଳ ଆପଣଙ୍କର ଚନ୍ଦ୍ର ରାଶି ଉପରେ ଆଧାରିତ। ନିଜର ବ୍ୟକ୍ତିଗତ ଚନ୍ଦ୍ର ରାଶି ଜାଣିବା ପାଇଁ ଚନ୍ଦ୍ର ରାଶି କ୍ଯାଲକୁଲେଟର ବ୍ୟବହାର କରନ୍ତୁ।
କର୍କଟ ରାଶିର ବୁଧ ମାର୍ଗୀ: ରାଶି ଅନୁସାରେ ପ୍ରଭାବ ଓ ଉପାୟ
ମେଷ ରାଶି
ବୁଧ ଗ୍ରହ ଆପଣଙ୍କର କୁଣ୍ଡଳୀରେ ତୃତୀୟ ତଥା ଷଷ୍ଠ ଘରର ସ୍ବାମୀ ଓ ବୁଧ କର୍କଟ ରାଶିରେ ମାର୍ଗୀ ହୋଇ ଆପଣଙ୍କର ଚତୁର୍ଥ ଘରେ ରହିବେ। ବୁଧଙ୍କର ଗୋଚରକୁ ଚତୁର୍ଥ ଘରେ ଭଲ କୁହାଯାଏ। ଏବେ ଜେଣେ ବୁଧ ଗ୍ରହ ଉଦୟ ହୋଇ ସାରିଛନ୍ତି ଓ ସେ ମାର୍ଗୀ ହେଉଛନ୍ତି ଏହା ସ୍ବାଭାବିକ ଯେ ଚତୁର୍ଥ ଘରକୁ ଯିବା ପରିଣାମ ଆହୁରି ଭଲ କରିବ। ବୁଧ ଗ୍ରହଙ୍କର ମରହି ହେବା ମାତାଙ୍କ ସମ୍ବନ୍ଧିତ ମାମଲାରେ ଅନୁକୂଳ ପରିଣାମ ଦେଇପାରେ। ଜମି ବାଡ଼ି ମାମଲାରେ ମଧ୍ୟ ଅନୁକୂଳ ପରିଣାମ ଦେଇପାରେ। ପାରିବାରିକ ସୁଖ ଓ ସମ୍ପଦ ଏକତ୍ର କରିବାରେ ମଧ୍ୟ ବୁଧଙ୍କର ମାର୍ଗୀ ହେବା ସାହାଜ୍ୟକାରୀ ହେବ। ଅର୍ଥାତ ଏହି ମାର୍ଗୀ ଆପଣଙ୍କର ପାଇଁ ଲାଭଦାୟକ ହେବ।
ଉପାୟ: ପାରାଙ୍କୁ ଦାନା ଦେବା ଶୁଭ ରହିବ।
हिंदी में पढ़ने के लिए यहां क्लिक करें: बुध कर्क राशि में मार्गी
ବୃଷ ରାଶି
ବୁଧ ଗ୍ରହ ଆପଣଙ୍କର କୁଣ୍ଡଳୀରେ ଦ୍ଵିତୀୟ ତଥା ପଞ୍ଚମ ଘରର ସ୍ବାମୀ ଓ ସେ ତୃତୀୟ ଘରେ ଗୋଚର କରଇ ମାର୍ଗୀ ହେଉଛନ୍ତି। ତୃତୀୟ ଘରେ ବୁଧଙ୍କର ଗୋଚର ସାମାନ୍ଯ ଭାବରେ ଭଲ କୁହାଯିବ ନାହିଁ। କିଛି ମାମଲାରେ ଭଲ ପରିଣାମ ମିଳିପାରେ ଯେପରି କି ଦ୍ଵିତୀୟ ଘରେ ଯାଉଛନ୍ତି ସେଥିପାଇଁ ଆର୍ଥିକ ମାମଲାରେ ଏହା ସାହାଜ୍ୟ କରିପାରେ କିନ୍ତୁ ତୃତୀୟ ଘରେ ବୁଧଙ୍କର ଗୋଚର ଭାଇ-ବନ୍ଧୁଙ୍କ ସହିତ ବିବାଦ କରାଇ ପାରେ। ଏପରି ପରିସ୍ଥିତିରେ, ଯଦି ସମ୍ଭବ ହୁଏ ତେବେ ଅନାବଶ୍ୟକ କଥାବାର୍ତ୍ତା ଏଡ଼ାନ୍ତୁ। ବିଶେଷକରି ଯେତେବେଳେ ଆପଣଙ୍କୁ ଆପଣଙ୍କର ଭାଇଭଉଣୀ ଏବଂ ପଡ଼ୋଶୀଙ୍କ ସହିତ ଯୋଗାଯୋଗ କରିବାକୁ ପଡ଼େ, ସେତେବେଳେ ଆପଣଙ୍କ କଥା ଗୁଡ଼ିକୁ ସତର୍କତାର ସହିତ ବାଛିବା ଗୁରୁତ୍ୱପୂର୍ଣ୍ଣ ହେବ। ଯାହା ଦ୍ବାରା ଆପଣ ପାରିବାରିକ ସାମଞ୍ଜସ୍ୟ ରଖି ପାରିବେ। ବୁଝାମଣା ସହିତ କାମ କିମ୍ବା ବିନିଯୋଗ କରିଲେ ଆର୍ଥିକ କ୍ଷତି ହେବ ନାହିଁ। ମିତ୍ର ପ୍ରାପ୍ତି କରିବା ମାମଲାରେ ଅନୁକୂଳ ପରିଣାମ ମିଳିବାର ସଙ୍କେତ ଅଛି।
ଉପାୟ: ଆସ୍ଥାମା ରୋଗୀଙ୍କର ଔଷଧ କିଣିବା ପାଇଁ ସାହାଜ୍ୟ କରନ୍ତୁ, ଯିଏ ନିଜେ ଔଷଧ କିଣିବାକୁ ସମର୍ଥ ନୁହନ୍ତି।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ମିଥୁନ ରାଶି
ବୁଧ ଗ୍ରହ ଆପଣଙ୍କର ଲଗ୍ନ କିମ୍ବା ରାଶିର ସ୍ବାମୀ ହେବା ସହିତ ଆପଣଙ୍କର ଚତୁର୍ଥ ଘରର ସ୍ବାମୀ ମଧ୍ୟ ଓ ବୁଧ କର୍କଟ ରସିରଏ ମାର୍ଗୀ ଆପଣଙ୍କର ଦ୍ଵିତୀୟ ଘରେ ହେବେ। ଦ୍ଵିତୀୟ ଘରେ ବୁଧଙ୍କର ଗୋଚରକୁ ଭଲ କୁହାଯାଏ। ଏପରି ସ୍ଥିତିରେ ବୁଧ ଗ୍ରହ ଉଦୟ ହେବା ପଡ଼େ ଏବେ ମାର୍ଗୀ ହେଉଛନ୍ତି ଜହ ସାମାନ୍ଯ ଭାବରେ ଅନୁକୂଳ ସ୍ଥିତି କୁହାଯାଇ ପାରିବ। ବସ୍ତ୍ର ଓ ଅଭୂଷଣ ପ୍ରାପ୍ତ କରାଇବାରେ ବୁଧଙ୍କର ମାର୍ଗୀ ହେବା ଆପଣଙ୍କ ପାଇଁ ସାହାଜ୍ୟକାରୀ ହେବ। ବିଦ୍ୟାର୍ଥୀଙ୍କ ମଧ୍ୟ ଭଲ ପରିଣାମ ମିଳିପାରେ। ଯଦି ଆପଣଙ୍କର କାମ ବାଣୀ ସହିତ ସମ୍ବନ୍ଧିତ ତେବେ ଆପଣଙ୍କ ବାକ୍ଶକ୍ତିରେ ଉନ୍ନତି ହେତୁ ଆପଣ ଅଧିକ ଲାଭ ପାଇପାରିବେ। ଦ୍ୱିତୀୟ ଘରେ ବୁଧଙ୍କ ଗୋଚର ଆପଣଙ୍କୁ ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ମଧ୍ୟ ବାଧ୍ୟ କରେ। ଅର୍ଥାତ ଏହି ସମୟରେ ଆପଣ ନିଜର ସ୍ବାଦ ଅନୁସାରେ ଭୋଜନ କରିବାର ସୁଯୋଗ ପାଇବେ। ସମ୍ପର୍କୀୟଙ୍କ ସହିତ ସମ୍ବନ୍ଧକୁ ଭଲ କରିବାରେ ମଧ୍ୟ ବୁଧ ଗ୍ରହ ମାର୍ଗୀ ହେବାରେ ସାହାଜ୍ୟ କରିବେ।
ଉପାୟ: ପ୍ରତିଦିନ ଗଣେଶ ଚାଳିସା ପାଠ କରିବା ଶୁଭ ରହିବ।
କର୍କଟ ରାଶି
ବୁଧ ଗ୍ରହ ଆପଣଙ୍କର କୁଣ୍ଡଳୀରେ ତୃତୀୟ ତଥା ଦ୍ଵାଦଶ ଘରର ସ୍ବାମୀ ଓ ବୁଧ କର୍କଟ ରାଶିରେ ମାର୍ଗୀ ଆପଣଙ୍କର ପ୍ରଥମ ଘରେ ହେବେ। ପ୍ରଥମ ଘରେ ବୁଧଙ୍କର ଗୋଚରକୁ ଭଲ କୁହାଯାଏ ନାହିଁ ଓ କର୍କଟ ରାଶିରେ ବୁଧ ଗ୍ରହଙ୍କର ସ୍ଥିତି ଭଲ କୁହାଯାଏ ନାହିଁ। ଏହି ସମସ୍ତ କାରଣ ଯୋଗୁଁ ବୁଧଙ୍କର ମାର୍ଗୀ ହେବା ଆପଣଙ୍କ ପାଇଁ ବିଶେଷ ଲାଭଦାୟକ ହେବ ନାହିଁ ବରଂ ଯଦି ପ୍ରଥମରୁ କିଛି ନକରାତ୍ମକ ପରିଣାମ ମିଳୁଥିଲା ତେବେ ସେହି ପରିଣାମର ଗ୍ରାଫ ବଢ଼ିପାରେ। ଯଦି କୌଣସି କାରଣରୁ ଈଶ୍ୱରଙ୍କ କୃପା କିମ୍ବା ଅନୁକୂଳ ପରିସ୍ଥିତି ଯୋଗୁଁ ଆପଣଙ୍କୁ କୌଣସି ନକାରାତ୍ମକ ଫଳାଫଳ ମିଳୁନାହିଁ, ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ କିନ୍ତୁ ସାଧାରଣତଃ ପ୍ରଥମ ଘରେ ବୁଧଙ୍କ ଗୋଚର ଦୁର୍ବଳ ଫଳାଫଳ ଦେଉଥିବା ଭାବରେ ବିବେଚନା କରାଯାଏ।
ଆର୍ଥିକ ମାମଲା ସହିତ ସମ୍ପର୍କୀୟଙ୍କ ସହିତ ସମ୍ବନ୍ଧ ମେନଟେନ କରିବା ଆବଶ୍ୟକ ରହିବ। ବାଣୀର ପ୍ରୟୋଗ ବହୁତ ଭାବିଚିନ୍ତି କରିବା ଉଚିତ। କାହାରି ନିନ୍ଦା କରିବା ଉଚିତ ନୁହେଁ। ସାବଧାନ ରହିଲେ ନକରାତ୍ମକତାକୁ ନିୟନ୍ତ୍ରଣ କରିପାରିବେ।
ଉପାୟ: ଶୁଦ୍ଧ ଓ ସତବ୍ୟକ ଭୋଜନ କରନ୍ତୁ।
ସିଂହ ରାଶି
ବୁଧ ଗ୍ରହ ଆପଣଙ୍କର କୁଣ୍ଡଳୀରେ ଦ୍ଵିତୀୟ ତଥା ଲାଭ ଘରର ସ୍ଵାମୀ ହୋଇଥାଆନ୍ତି ଓ କର୍କଟ ରାଶିରେ ବୁଧ ମାର୍ଗୀ ଆପଣଙ୍କର ଦ୍ଵାଦଶ ଘରେ ହେବେ। ଦ୍ଵାଦଶ ଘରେ ବୁଧ ଗ୍ରହଙ୍କର ଗୋଚର ସାମାନ୍ଯ ଭବରେ ଭଲ ପରିଣାମ ଦିଏ ନାହିଁ ବୋଲି କୁହାଯାଏ। ଏପରି ସ୍ଥିତିରେ ଏବେ ବୁଧ ମାର୍ଗୀ ହେବା ନକରାତ୍ମକ ପରିଣାମ ବଢ଼ାଇପାରେ। ସେଥିପାଇଁ ବୁଧ ଗ୍ରହଙ୍କର ମାର୍ଗୀ ହେବା ଆପଣଙ୍କ ପାଇଁ ଅନୁକୂଳ ସ୍ଥିତି ନୁହେଁ। କାରଣ ସୁସ୍ଥ ଅବସ୍ଥାରେ ବୁଧ ନିଜର ନକରାତ୍ମକ ପରିଣାମକୁ ବଢ଼ାଇବେ। ବରଂ ଅସତ ଓ ବକ୍ରୀ ରହିଲେ ନକରାତ୍ମକତା କମ ରୁହେ। ଏବେ ଏଯଥା ଖର୍ଚ୍ଚ ନ କରିବା ଠିକ ହେବ।
ସାଙ୍ଗରେ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟର ସମ୍ପୂର୍ଣ ଯତ୍ନ ରଖିବାକୁ ହେବ। ଯଦି ପାନ ବିଦ୍ୟାର୍ଥୀ ତେବେ ଗମ୍ଭୀରତାର ସହିତ ନିଜର ବିଷୟ ବସ୍ତୁ ଉପରେ ଫୋକସ କରିବାକୁ ଚେଷ୍ଟା କରିବାକୁ ହେବ। ପ୍ରତିସ୍ପର୍ଦ୍ଧୀଙ୍କ ଉପରେ ନଜର ରଖିବାକୁ ହେବ।
ଉପାୟ: ମଥାରେ ନିୟମିତ ଭାବରେ କେସର ତିଳକ ଲଗାଇବା ଶୁଭ ହେବ।
କନ୍ୟା ରାଶି
ବୁଧ ଗ୍ରହ ଆପଣଙ୍କର କୁଣ୍ଡଳୀରେ ଆପଣଙ୍କର ଲଗ୍ନ କିମ୍ବା ରାଶିର ସ୍ଵାମୀ ହେବା ସହିତ ଆପଣଙ୍କର କର୍ମ ସ୍ଥାନର ସ୍ବାମୀ ହୋଇଥାଆନ୍ତି ଓ ସେ ଆପଣଙ୍କର ଲାଭ ଘରେ ମାର୍ଗୀ ହେଉଛନ୍ତି। କାରଣ ଲାଭ ଘରେ ବୁଧଙ୍କର ଗୋଚରକୁ ବହୁତ ଭଲ କୁହାଯାଏ ଓ ବୁଧ ଗ୍ରହ ଆପଣଙ୍କର ଲଗ୍ନ କିମ୍ବା ରାଶିର ସ୍ବାମୀ ହୋଇ ଲାଭ ଘରେ ମାର୍ଗୀ ହେଉଛନ୍ତି। ଏହା ଏକ ଅନୁକୂଳ ସ୍ଥିତି। ସାଙ୍ଗରେ କର୍ମ ସ୍ଥାନର ସ୍ବାମୀ ହୋଇ ଲାଭ ଘରେ ମାର୍ଗୀ ହେବା ଆପଣଙ୍କ ପାଇଁ ବହୁତ ଲାଭଦାୟକ ରହିପାରେ। ଆପଣଙ୍କର ରୋଜଗାର ବଢ଼ିପାରେ। ବ୍ୟବସାୟରେ ଆସୁଥିବା ସମସ୍ଯା ଦୂର ହେବ ଓ ଆପଣଙ୍କର ବ୍ୟବସାୟ ଭଲ ହେବ। ସ୍ବାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ ବୁଧ ଗ୍ରହଙ୍କର ମାର୍ଗୀ ହେବା ଆପଣଙ୍କ ପାଇଁ ଲାଭଦାୟକ ରହିବ। ସମ୍ପର୍କୀୟଙ୍କ ସହିତ ସମ୍ବନ୍ଧକୁ ସୁଧାରିବା ପାଇଁ ବୁଧ ଗ୍ରହଙ୍କର ମାର୍ଗୀ ହେବା ଆପଣଙ୍କୁ ସାହାଜ୍ୟ କରିବ। ସନ୍ତାନ ମିତ୍ର ଇତ୍ୟାଦି ସମ୍ବନ୍ଧିତ ମାମଲାରେ ମଧ୍ୟ ବୁଧ ଗ୍ରହଙ୍କର ମାର୍ଗୀ ହେବା ସକାରାତ୍ମକ ପରିଣାମ ଦେବ।
ଉପାୟ: ନିୟମିତ ଭାବରେ ଗଣପତି ଅଥର୍ବଶୀର୍ଷ ପାଠ କରିବା ଶୁଭ ହେବ।
ଆପଣଙ୍କର ଜାତଜରେ ମଧ୍ୟ ଅଛି ରାହ ଯୋଗ? ପାଆନ୍ତୁ ନିଜର ରାଜଯୋଗ ରିପୋର୍ଟ୍
ତୁଳା ରାଶି
ଆପଣଙ୍କର କୁଣ୍ଡଳୀରେ ବୁଧ ଗ୍ରହ ଭାଗ୍ୟ ଘରର ସ୍ବାମୀ ଓ ବୁଧ କର୍କଟ ରାଶିରେ ଗୋଚର କରିଲେ ଭଲ ପରିଣାମ ଦିଅନ୍ତି ବୋଲି କୁହାଯାଏ। ଏପରି ସ୍ଥିତିରେ ବୁଧଙ୍କର ମାର୍ଗୀ ହେବା ଆପଣଙ୍କ ପାଇଁ ଅନୁକୂଳ ହେବ। ଭାଗ୍ୟ ସ୍ଥାନର ସ୍ବାମୀ ଏବେ କର୍ମ ଘରେ ସୁସ୍ଥ ଅବସ୍ଥାରେ ରହିବେ ଯାହା ଆପଣଙ୍କର କାର୍ଯ୍ୟ କ୍ଷେତ୍ରରେ ଭଲ ଫଳାଫଳ ଆଣିବ। ପଦ ପ୍ରତିଷ୍ଠାକୁ ବଢ଼ାଇବାର କାମ କରିବ। ପ୍ରତିସ୍ପର୍ଦ୍ଧିଙ୍କ ଠାରୁ ଆଗକୁ ନେଇଯିବାର କାମ କରିବ। ବ୍ୟବସାୟରେ ଲାଭ ଦେବାର କାମ କରିବ। ସାମାଜିକ ମାନ ପ୍ରତିଷ୍ଠା ଦେବାରେ ବୁଧଙ୍କର ମାର୍ଗୀ ସାହାଜ୍ୟକାରୀ ହେବ। ଅର୍ଥାତ ବହୁତ ସମ୍ଭାବନା ଅଛି ଯେ ବୁଧଙ୍କର ମାର୍ଗୀ ଆପଣଙ୍କୁ ଲାଭ ଦେବ।
ଉପାୟ: ପାଖରେ ଥିବା ମନ୍ଦିରରେ କ୍ଷୀର ଓ ଚାଉଳ ଦାନ କରିବା ଉପାୟ ଭାବରେ କାମ ଦେବ।
ବିଛା ରାଶି
ଆପଣଙ୍କର କୁଣ୍ଡଳୀରେ ବୁଧ ଗ୍ରହ ଅଷ୍ଟମ ତଥା ଲାଭ ଘରର ସ୍ବାମୀ ଓ ସେ ଆପଣଙ୍କର ଭାଗ୍ଯ ଘରେ ମାର୍ଗୀ ହେଉଛନ୍ତି। ବୁଧଙ୍କର ଗୋଚର ଭାଗ୍ଯ ଘରେ ଭଲ ପରିଣାମ ଦିଏ ନାହିଁ। ସୁସ୍ଥ ଓ ଦୃଢ଼ ହେବା ଯୋଗୁଁ ବୁଧ ଗ୍ରହଙ୍କ ଦ୍ବାରା ଦିଆଯାଇଥିବା ନକରାତ୍ମକତାର ଗ୍ରାଫ ବଢ଼ିପାରେ। ଅର୍ଥାତ ଯଦି ବୁଧଙ୍କର ଗୋଚର ଆପଣଙ୍କୁ ପ୍ରଥମରୁ କୌଣସି କ୍ଷତି କରାଉଥିଲା ତେବେ ଲାଭ ଘରର ସ୍ବାମୀଙ୍କର ଭାଗ୍ଯ ଘରକୁ ଯିବା ଆପଣଙ୍କ ପାଇଁ ସକାରାତ୍ମକ ପରିଣାମ ମଧ୍ୟ ଦେଇପାରେ। ସେଥିପାଇଁ ଆମେ ମିଶ୍ରିତ ପରିଣାମ ଆଶା କରିପାରିବା। ବୁଧ ଗ୍ରହଙ୍କର ମାର୍ଗୀ ହେବାର କୌଣସି ବିଶେଷ ଲାଭ ଆପଣଙ୍କୁ ମିଳିବ ନାହିଁ। ପରିଣାମ ପାଖାପାଖି ମିଶ୍ରିତ ରହିବ। ଭାଗ୍ଯ ଉପରେ ଭରସା ନ କରଇ ବସି କର୍ମ କରନ୍ତୁ। ଆର୍ଥିକ ମାମଲାରେ ମଧ୍ୟ ସାବଧାନ ରୁହନ୍ତୁ।
ଉପାୟ: ଗାଈକୁ ସବୁଝ ଚାରା ଖୁଆଇବା ଶୁଭ ହେବ।
କୁଣ୍ଡଳୀରେ ଥିବା ରାଜ ଯୋଗ ର ସମସ୍ତ ସୂଚନା ପାଆନ୍ତୁ
ଧନୁ ରାଶି
ଆପଣଙ୍କର କୁଣ୍ଡଳୀରେ ବୁଧ ଗ୍ରହ ସପ୍ତମ ତଥା ଦଶମ ଘରର ସ୍ବାମୀ ଗ୍ରହ ଅଟନ୍ତି। ଅର୍ଥାତ ବ୍ୟବସାୟ ଓ ଦୈନିକ ରୋଜଗାର ଇତ୍ୟାଦି ସହିତ ସମ୍ବନ୍ଧିତ ମହତ୍ୱପୂର୍ଣ ଘର ଉପରେ ବୁଧ ଗ୍ରହଙ୍କର ଆଧିପତ୍ୟ ଅଛି ଓ ବୁଧ ଗ୍ରହ ଆପଣଙ୍କର ଅଷ୍ଟମ ଘରେ ମାର୍ଗୀ ହେଉଛନ୍ତି। ବୁଧ ଗ୍ରହ ଅଷ୍ଟମ ଘରେ ଗୋଚର କରି ଆକସ୍ମିକ ଲାଭ ଦିଅନ୍ତି। ଏବେ ଯେବେ ବୁଧ ଗ୍ରହ ମାର୍ଗୀ ହେଉଛନ୍ତି ତେବେ ଆପଣଙ୍କୁ ହଠାତ ଧନ ଲାଭ ହୋଇପାରେ। ଅଳ୍ପ ପରିଶ୍ରମ ପଡ଼େ ଠିକ କାମରେ ସଫଳତା ମିଳିପାରେ।
ପଦ ପ୍ରତିଷ୍ଠା ଦେବାରେ ମଧ୍ୟ ବୁଧ ଗ୍ରହଙ୍କର ଗୋଚର ସାହାଜ୍ୟକାରୀ ହୋଇପାରେ। କାରଣ ଅଷ୍ଟମ ଘର ବଡ଼ ଗମ୍ଭୀର ଘର ତେଣୁ ଏପରି ପରିସ୍ଥିତିରେ, ଯଦି ଆପଣ ଗମ୍ଭୀରତାର ସହିତ କାମ କରନ୍ତି, ତେବେ ଏହା ସାଧାରଣତଃ ଆପଣଙ୍କୁ ଲାଭଦାୟକ ହେବ। ଅର୍ଥାତ୍, ବୁଧଙ୍କ ଗୋଚର ଆପଣଙ୍କ ପାଇଁ କୌଣସି ନା କୌଣସି ପ୍ରକାରେ ଲାଭଦାୟକ ହେବାର ସମ୍ଭାବନା ଅଛି।
ଉପାୟ: ଶିବଲିଙ୍ଗ ଉପରେ ମହୁ ଅର୍ପଣ କରିବା ସବ ହେବ।
ମକର ରାଶି
ଆପଣଙ୍କର କୁଣ୍ଡଳୀରେ ବୁଧ ଗ୍ରହ ଷଷ୍ଠ ତଥା ଭାଗ୍ୟ ଘରର ସ୍ବାମୀ ଗ୍ରହ ହୋଇଥାଆନ୍ତି ଓ ବୁଧ କର୍କଟ ରାଶିରେ ମାର୍ଗୀ ଆପଣଙ୍କର ସପ୍ତମ ଘରେ ହେବ। ସପ୍ତମ ଘରେ ବୁଧ ଗ୍ରହଙ୍କର ଗୋଚରକୁ ଭଲ କୁହାଯାଏ ନାହିଁ, ପୁଣି ଷଷ୍ଠ ଘରର ସ୍ବାମୀ ସପ୍ତମ ଘରକୁ ଆସୁଛନ୍ତି ଓ ଏବେ ପୂର୍ବ ଅପେକ୍ଷା ଦୃଢ଼ ହେଉଛନ୍ତି ତେବେ ତାଙ୍କର ନକରାତ୍ମକତାର ଗ୍ରାଫ ବଢ଼ିବ। ଯଦି ବୁଧଙ୍କର ଗୋଚର ଆଗରୁ ଆପଣଙ୍କୁ ଖରାପ ଫଳ ଦେଉଥିଲା ତେବେ ଏବେ ଏହା ଆହୁରି ବଢ଼ିଯିବ କିନ୍ତୁ ଅନୁକୂଳ ଦଶା ଚଳୁଥିଲେ କିମ୍ବା ଅନ୍ୟ ଗ୍ରହଙ୍କର ଗୋଚର ଅନୁକୂଳ ଥିଲେ ଆପଣଙ୍କୁ କୌଣସି ସମସ୍ଯା ହେବ ନାହିଁ।
ସାଧାରଣତଃ ସପ୍ତମ ଘରେ ସୁସ୍ଥ ଅବସ୍ଥାରେ ରହିବା ଯୋଗୁଁ ବୁଧ ଗ୍ରହ ଅନୁକୂଳ ପରିଣାମ ଦିଅନ୍ତି ନାହିଁ। ନିଜର ସ୍ବାସ୍ଥ୍ୟର ଯତ୍ନ ରଖିବା ଆବଶ୍ୟକ। ଶାସନ ପ୍ରଶାସନ ସହିତ ଜଡ଼ିତ ଲୋକଙ୍କ ସହିତ ଭଲ ତାଳମେଳ ରଖିବାକୁ ଚେଷ୍ଟା କରିବାକୁ ହେବ। ଅଯଥା ଯାତ୍ରାରୁ ଦୂରେଇ ରହିବାକୁ ହେବ ଓ ସାଙ୍ଗରେ କୌଣସି ବଡ଼ ଓ ନୂଆ ବ୍ଯବସାୟିକ ନିଷ୍ପତି ନ ନେଲେ ଭଲ ହେବ।
ଉପାୟ: କୌଣସି ପ୍ରାକର ରିସ୍କ ନିଅନ୍ତୁ ନାହିଁ।
କୁମ୍ଭ ରାଶି
ଆପଣଙ୍କର କୁଣ୍ଡଳୀରେ ବୁଧ ଗ୍ରହ ପଞ୍ଚମ ତଥା ଅଷ୍ଟମ ଘରର ସ୍ଵାମୀ ଓ ସେ ଆପଣଙ୍କର ଷଷ୍ଠ ଘରେ ମାର୍ଗୀ ହେବାକୁ ଯାଉଛନ୍ତି। ଷଷ୍ଠ ଘରେ ବୁଧଙ୍କର ଗୋଚରକୁ ଭଲ ବୋଲି କୁହାଯାଏ। ଯେହେତୁ ବୁଧ ମାର୍ଗୀ ହୋଇ ଦୃଢ଼ ହେଉଛନ୍ତି ତେବେ ସୁଯୋଗର ଗ୍ରାଫ ମଧ୍ୟ ଦୃଢ଼ ହେବ।ଆର୍ଥିକ ମାମଲାରେ ବୁଧଙ୍କର ଏହି ଗୋଚର ଅନୁକୂଳ ପରିଣାମ ଦେଇପାରେ। ଯଦି କୌଣସି ମିତ୍ର ସହିତ ମତଭେଦ ହୋଇଥିଲା ତେବେ ଏହି ସମୟରେ ବୁଝାମଣା କରିବାର ଭଲ ସୁଯୋଗ ମିଳିବ। ହଠାତ ଲାଭ ଦେବାରେ ବିଦ୍ଧ ସାହାଜ୍ୟକରି ହୋଇପାରନ୍ତି। ଆପଣ ନିଜର ପ୍ରତିସ୍ପର୍ଦ୍ଧୀଙ୍କ ଠାରୁ ଭଲ କରି ପାରନ୍ତି।
ବିଶେଷକରି ଆପଣଙ୍କ ବୁଦ୍ଧିମତା ଯୋଗୁଁ, ଆପଣ ଆପଣଙ୍କ ବିରୋଧୀ ଏବଂ ପ୍ରତିଯୋଗୀମାନଙ୍କଠାରୁ ଆଗକୁ ବଢ଼ିବାର ଦେଖାଯିବେ। କଳା, ସାହିତ୍ୟ, ଲେଖା, ପ୍ରକାଶନ ଇତ୍ୟାଦି ସହିତ ଜଡ଼ିତ ଲୋକ ବହୁତ ଭଲ ପରିଣାମ ପ୍ରାପ୍ତ କରଇ ପାରିବେ। ଯଦି ଆପଣଙ୍କର ଦଶା ମଧ୍ୟ ଅନୁକୂଳ ଅଛି ଓ ଅନ୍ୟ ଗ୍ରହଙ୍କ ଦ୍ବାରା ଭଲ ପରିଣାମ ମିଳୁଛି ତେବେ ବୁଧ ଗ୍ରହଙ୍କର ଷଷ୍ଠ ଘରେ ମାର୍ଗୀ ହେବା ଆପଣଙ୍କ ପାଇଁ ଭଲ ପରିଣାମ ଦେବାର କାମ କରିବ।
ଉପାୟ: ଗଙ୍ଗାଜଳ ଦ୍ବାରା ଶିବଙ୍କର ଅଭିଷେକ କରିବା ଶୁଭ ହେବ।
ମୀନ ରାଶି
ଆପଣଙ୍କର କୁଣ୍ଡଳୀରେ ବୁଧ ଗ୍ରହ ଚତୁର୍ଥ ତଥା ସପ୍ତମ ଘର ସ୍ଵାମୀ ଓ ଏବେ ବୁଧ କର୍କଟ ରାଶିରେ ମାର୍ଗୀ ଆପଣଙ୍କର ପଞ୍ଚମ ଘରେ ହେବେ। ପଞ୍ଚମ ଘରେ ବୁଧଙ୍କର ଗୋଚରକୁ ବହୁତ ଲାଭକାରୀ କୁହାଯାଏ ନାହିଁ। ବୁଧଙ୍କର ମାର୍ଗୀ ହେବା ଦ୍ବାରା କୌଣସି ବିଶେଷ ପରିଣାମ ମିଳି ନ ପାରେ। କିନ୍ତୁ ସପ୍ତମ ଘରର ସ୍ଵାମୀ ପଞ୍ଚମ ଘରେ ସୁସ୍ଥ ଓ ଦୃଢ଼ ରହିବା ପ୍ରେମ ସମ୍ବନ୍ଧରେ ଅନୁକୂଳ ପରିଣାମ ଦେବାର କାମ କରେ। ବିଶେଷକରି ଏପରି ଲୋକ ଯିଏ ପ୍ରେମ ବିବାହ କରିବାକୁ ଚେଷ୍ଟା କରୁଛନ୍ତି ତାଙ୍କୁ ଅନୁକୂଳ ପରିଣାମ ମିଳିପାରେ। ସୂର୍ଯ୍ୟଙ୍କ ଉପସ୍ଥିତି ହେତୁ ଅନ୍ୟ ଲୋକମାନେ ଯଦି ଏକ ଉତ୍ତମ ଆଚରଣ ଅନୁସରଣ କରନ୍ତି ତେବେ ହିଁ ସେମାନେ ଭଲ ଫଳାଫଳ ପାଇବେ। ଏହି ସମୟରେ ବହୁତ ବଡ଼ ନିଷ୍ପତି ନ ନେବା ଭଲ ହେବ। ଭଲ ହେବ ଏହି ସମୟରେ କୌଣସି ବିଶେଷ ଯୋଜନା କରନ୍ତୁ ନାହିଁ। ସନ୍ତାନ ସହିତ ତାଳମେଳ ରଖିବା ପାଇଁ ଚେଷ୍ଟା ଆବଶ୍ୟକ। ଆର୍ଥିକ ମାମଲାରେ ମଧ୍ୟ ଚିନ୍ତା ତ୍ୟାଗ କରିବା ଆବଶ୍ୟକ।
ଉପାୟ: ଗାଈକୁ ଘିଅ ଲାଗିଥିବା ରୁଟି ଖୁଆଇବା ଶୁଭ ହେବ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!
ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ
1. 2025 ରେ ବୁଧ କର୍କଟ ରାଶିରେ ମାର୍ଗୀ କେବେ ହେବେ?
ବୁଧ ଦେବ 11 ଅଗସ୍ଟ 2025ରେ କର୍କଟ ରାଶିରେ ମାର୍ଗୀ ହେବେ।
2. ବୁଧ କିଏ?
ଜ୍ଯୋତିଷଶାସ୍ତ୍ରରେ ବୁଧ ଗ୍ରହଙ୍କୁ ଜୀବରାଜର ଦର୍ଜା ପ୍ରାପ୍ତ ହୋଇଛି ଯିଏ ବାଣୀ, ବୁଦ୍ଧି ଓ ବ୍ୟବସାୟର କାରକ।
3. କର୍କଟ ରାଶିର ସ୍ବାମୀ କିଏ?
କର୍କଟ ରାଶିର ସ୍ବାମୀ ଚନ୍ଦ୍ର।
Astrological services for accurate answers and better feature
Astrological remedies to get rid of your problems
AstroSage on MobileAll Mobile Apps
- Horoscope 2026
- राशिफल 2026
- Calendar 2026
- Holidays 2026
- Shubh Muhurat 2026
- Saturn Transit 2026
- Ketu Transit 2026
- Jupiter Transit In Cancer
- Education Horoscope 2026
- Rahu Transit 2026
- ராசி பலன் 2026
- राशि भविष्य 2026
- રાશિફળ 2026
- রাশিফল 2026 (Rashifol 2026)
- ರಾಶಿಭವಿಷ್ಯ 2026
- రాశిఫలాలు 2026
- രാശിഫലം 2026
- Astrology 2026






