ବୁଧ ମିଥୁନ ରାଶିରେ ଉଦୟ
ବୁଦ୍ଧି ଓ ବ୍ୟବସାୟର କାରକ ଗ୍ରହ ବୁଧ 18 ମଈ 2025ରେ ଅସ୍ତ ହୋଇଥିଲେ ଓ ବୁଧ ଏବେ 11 ଜୁନ 2025 ସକାଳ 11:57 ରେ ଉଦୟ ହେବାକୁ ଯାଉଛନ୍ତି। ଏଠାରେ ଏହି କଥା ଉଲ୍ଲେଖନୀୟ ଯେ ବୁଧ ଅସ୍ତ ହେବା ସମୟରେ ଏହା ମେଷ ରାଶିରେ ଥିଲେ ଏବଂ ଅସ୍ତ ହେବା ସମୟରେ ଏହା ମିଥୁନ ରାଶିରେ ରହିବେ। ବର୍ତ୍ତମାନ 11 ଜୁନ୍ 2025 ରେ ବୁଧ ମିଥୁନ ରାଶିରେ ଉଦୟ ହେଉଛନ୍ତି। ମିଥୁନ ହେଉଛି ବୁଧଙ୍କର ରାଶି। ବୁଧ ଗ୍ରହ ସୂର୍ଯ୍ୟର ନିକଟତମ ଗ୍ରହମାନଙ୍କ ମଧ୍ୟରୁ ଗୋଟିଏ।
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ମିଥୁନ ରାଶିରେ ବୁଧଙ୍କର ଗୋଚର ହେବା ସମୟରେ ଭବିଷ୍ୟ ସହିତ ଜଡ଼ିତ ସମସ୍ଯାର ସମାଧାନ ମିଳିବ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ
ସୂର୍ଯ୍ୟଙ୍କର ନିକଟତର ହେବା କାରଣରୁ ବୁଧ ଗ୍ରଜ ପ୍ରାୟତଃ ଅସ୍ତ ହୋଇ ଯାଆନ୍ତି। ସେଥିପାଇଁ ବିଦ୍ବାନମାନେ ବୁଧ ଅସ୍ତ ହେବାକୁ ବହୁତ ଅଧିକ ପ୍ରଭାବଶାଳୀ ମାନନ୍ତି ନାହିଁ କିନ୍ତୁ ବୁଧ ଗ୍ରହ ଯେଉଁ ଜିନିଷର କାରକ ତାହା ଉପରେ ବୁଧଙ୍କର ଅସ୍ତ କିମ୍ବା ଉଦୟ ହେବା ପ୍ରଭାବ ପକାଇଥାଏ। ବୁଧ ଗ୍ରହଙ୍କୁ ବୁଦ୍ଧି, ବାଣୀ, ପ୍ରାଥମିକ ଶିକ୍ଷା ଓ ବ୍ୟବସାୟ ଇତ୍ୟାଦିର ମୁଖ୍ୟ କାରକ କୁହାଯାଏ, ଏପରି ସ୍ଥିତିରେ ଉଦୟ ହେବା ଏହି କ୍ଷେତ୍ରରେ ସକାରାତ୍ମକ ପ୍ରଭାବ ପକାଇ ଥାଏ।
हिन्दी में पढ़ने के लिए यहां क्लिक करें: बुध का मिथुन राशि में उदय
ଯେଉଁ ଲୋକଙ୍କ ପାଇଁ ବୁଧ ଅନୁକୂଳ ତାଙ୍କ ପାଇଁ ଏହି ଉଦୟ ଭଲ ହେବ। ସେହିପରି, ଏହା ମଧ୍ୟ ହୋଇପାରେ ଯେ ଯେଉଁମାନଙ୍କର କୁଣ୍ଡଳୀରେ ବୁଧ ଏକ ନକାରାତ୍ମକ ଗ୍ରହ କିମ୍ବା ବିପରୀତ ଫଳାଫଳ ଦେଉଥିବା ଗ୍ରହ, ସେମାନଙ୍କ ପାଇଁ ଏହା ସମ୍ଭବ ଯେ ବୁଧଙ୍କ ଉଦୟ ସହିତ, ସେହି ଲୋକମାନଙ୍କୁ କିଛି ନକାରାତ୍ମକ ଫଳାଫଳ ମିଳିପାରେ କିମ୍ବା ସେମାନଙ୍କ ଜୀବନରେ ବାଧାଗୁଡ଼ିକର ଗ୍ରାଫ ମଧ୍ୟ ବୃଦ୍ଧି ପାଇପାରେ। ଆପଣଙ୍କର ଲଗ୍ନ କିମ୍ବା ରାଶି ପାଇଁ ବୁଧ ମିଥୁନ ରାଶିରେ ଉଦୟ ହେବା କିପରି ପରିଣାମ ଦେବ, ଆସନ୍ତୁ ଜାଣିବା।
To Read in English Click Here: Mercury Rise in Gemini
ଏହି ରାଶିଫଳ ଆପଣଙ୍କର ଚନ୍ଦ୍ର ରାଶି ଉପରେ ଆଧାରିତ। ନିଜର ବ୍ୟକ୍ତିଗତ ଚନ୍ଦ୍ର ରାଶି ଜାଣିବା ପାଇଁ ଚନ୍ଦ୍ର ରାଶି କ୍ଯାଲକୁଲେଟର ବ୍ୟବହାର କରନ୍ତୁ।
ମିଥୁନ ରାଶିରେ ବୁଧଙ୍କର ଗୋଚର: ରାଶି ଅନୁସାରେ ପ୍ରଭାବ ଓ ଉପାୟ
ମେଷ ରାଶି
ବୁଧ ଗ୍ରହ ଆପଣଙ୍କର କୁଣ୍ଡଳୀର ତୃତୀୟ ତଥା ଷଷ୍ଠ ଘରର ସ୍ବାମୀ ଓ ବୁଧଙ୍କର ମିଥୁନ ରାଶିରେ ଉଦୟ ଆପଣଙ୍କର ତୃତୀୟ ଗହରେ ହେବ। ତୃତୀୟ ଘରେ ବୁଧଙ୍କର ଗୋଚରକୁ ଭଲ କୁହାଯାଏ ନାହିଁ କିନ୍ତୁ ତୃତୀୟ ଘରର ସ୍ବାମୀ ତୃତୀୟ ଘରେ ଉଦୟ ହେବା ଭଲ। ଭାଇ ବନ୍ଧୁଙ୍କ ସହିତ ବିବାଦ ତୃତୀୟ ଘରେ ବୁଧଙ୍କର ଗୋଚର କରାଇଥାଏ କିନ୍ତୁ ଆପଣଙ୍କର ମାମଲାରେ ଏପରି ହେବ ନାହିଁ। ବରଂ ଭାଇ ଭଉଣୀଙ୍କ ସହିତ କୌଣସି କଥାକୁ ନେଇ ଭୁଲ ବୁଝମଣା ଏବେ ଦୂର ହୋଇପାରେ କିନ୍ତୁ ଆର୍ଥିକ ମାମଲାରେ ସାବଧାନ ରହିବା ଆବଶ୍ୟକ। ନୂଆ ମିଟର ମଧ୍ୟ ହୋଇପାରନ୍ତି। ଯଦି ମନରେ କୌଣସି କାରଣରୁ ଭୟ ଉତ୍ପନ୍ନ ହୁଏ ତେବେ ଏହି ସମୟରେ ତାହା ଦୂର ହେବ।
ଉପାୟ: ପକ୍ଷୀଙ୍କୁ ଦାନା ଦିଅନ୍ତି ।
ବୃଷ ରାଶି
ବୁଧ ଆପଣଙ୍କର କୁଣ୍ଡଳୀରେ ଦ୍ଵିତୀୟ ତଥା ପଞ୍ଚମ ଘରର ସ୍ବାମୀ ଓ ବର୍ତ୍ତମାନ ଆପଣଙ୍କର ଦ୍ଵିତୀୟ ଘରେ ଉଦୟ ହେବାକୁ ଯାଉଛନ୍ତି। ଅର୍ଥାତ ଅନୁକୂଳତାର ଗ୍ରାଫ ବଢ଼ିବ। ବୁଧ ମିଥୁନ ରାଶିରେ ଉଦୟ ହେବା ବେଳେ ଆପଣ ବସ୍ତ୍ର ଓ ଅଭୂଷଣ କିଣି ପାରନ୍ତି। ବିଦ୍ୟାର୍ଥୀଙ୍କ ପାଇଁ ଏହି ଗୋଚର ଲାଭକାରୀ ହୋଇପାରେ। ଆପଣଙ୍କୁ ସ୍ୱାଦିଷ୍ଟ ଖାଦ୍ୟ ଖାଇବାର ସୁଯୋଗ ମିଳିବ। ପରିବାର ସଦସ୍ୟଙ୍କ ସହିତ ମଧୁର ସମ୍ପର୍କ ରହିପାରେ। ଆପଣ ନିଜର ସମ୍ପତ୍ତି ବୃଦ୍ଧି କରିବା ପାଇଁ କିଛି ପଦ୍ଧତି ପାଇବେ। ଅନ୍ୟ ସମ୍ପର୍କୀୟମାନଙ୍କ ସହିତ ଆପଣଙ୍କର ସମ୍ପର୍କ ଆହୁରି ମଜବୁତ ହୋଇପାରେ। ବୁଧଙ୍କ ଏହି ଗୋଚର ବୃହସ୍ପତିଙ୍କ ସହିତ ସଂଯୋଗ ହେତୁ କିଛି ଅପ୍ରତ୍ୟାଶିତ ଆର୍ଥିକ ଲାଭ ମଧ୍ୟ ଆଣିପାରେ।
ଉପାୟ: ମାଂସ, ମଦ, ଅଣ୍ଡା ଓ ଅଶ୍ଳୀଳତାରୁ ଦୂରେଇ ରହିବା ତଥା ଶୁଦ୍ଧ ଓ ସତବ୍ୟକ ରହିବା ଠିକ ହେବ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ମିଥୁନ ରାଶି
ବୁଧ ଗ୍ରହ ଆପଣଙ୍କର ଲଗ୍ନ କିମ୍ବା ରାଶିର ସ୍ବାମୀ ହେବା ସହିତ ଚତୁର୍ଥ ଘରର ସ୍ବାମୀ ହୋଇଥାଆନ୍ତି ଓ ବୁଧଙ୍କର ମିଥୁନ ରାଶିରେ ଉଦୟ ଆପଣଙ୍କର ପ୍ରଥମ ଘରେ ହେବ। ପ୍ରଥମେ ଘରେ ବୁଧଙ୍କର ଗୋଚରକୁ ଭଲ କୁହାଯାଏ ନାହିଁ କାରଣ ଏହି ସମୟରେ ଲୋକ ଭୁଲ କଥା କହି ପାରନ୍ତି। ଜଣେ ଅନ୍ୟ ଜଣଙ୍କୁ ସମାଲୋଚନା କରିବାକୁ ମଧ୍ୟ ବାଧ୍ୟ କରିପାରେ। ଆର୍ଥିକ କ୍ଷେତ୍ରରେ ମଧ୍ୟ ଏହି ଗୋଚରକୁ ଭଲ ବୋଲି ବିବେଚନା କରାଯାଏ ନାହିଁ। ସମ୍ବନ୍ଧ ପାଇଁ ଏହି ଗୋଚର ଭଲ ନୁହେଁ କିନ୍ତୁ ଆପଣଙ୍କର ଲଗ୍ନ କିମ୍ବା ରାଶିର ସ୍ବାମୀ ଉଦୟ ହେବାକୁ ଯାଉଛନ୍ତି ଯାହା ଆପଣଙ୍କୁ ଦୃଢ଼ କରିବ। ଏହା ସହିତ, ବୃହସ୍ପତିଙ୍କ ସହିତ ସଂଯୋଗ ହେତୁ, ନକାରାତ୍ମକ ଫଳାଫଳରେ ହ୍ରାସ ହେବ କିମ୍ବା ଆପଣ କୌଣସି ନକାରାତ୍ମକ ଫଳାଫଳ ପାଇବେ ନାହିଁ; ବରଂ, ଆପଣଙ୍କର ଜ୍ଞାନ ସହିତ ନିଜ କଥା ଉପସ୍ଥାପନ କରିବେ ଏବଂ ଲୋକଙ୍କଠାରୁ ସମ୍ମାନ ପାଇବେ।
ଉପାୟ: କୌଣସି ଗରିବ କନ୍ୟାଙ୍କୁ ପଢ଼ା ଲେଖାର ସାମଗ୍ରୀ ଉପହାର ଦିଅନ୍ତୁ।
କର୍କଟ ରାଶି
ବୁଧ ଆପଣଙ୍କର କୁଣ୍ଡଳୀରେ ତୃତୀୟ ଓ ଦ୍ଵାଦଶ ଘରର ସ୍ବାମୀ ଓ ସେ ଆପଣଙ୍କର ଦ୍ଵାଦଶ ଘରେ ଗୋଚର କରି ଉଦୟ ହେବାକୁ ଯାଉଛନ୍ତି। ଦ୍ଵାଦଶ ଘରେ ବୁଧ ଗ୍ରହଙ୍କର ଗୋଚରକୁ ଭଲ କୁହାଯାଏ ନାହିଁ। ଏପରି ସ୍ଥିତିରେ ବୁଧ ମିଥୁନ ରାଶିରେ ଉଦୟ ହେବା ଆପଣଙ୍କ ପାଇଁ ସକାରାତ୍ମକ ନୁହେଁ। ନିଜର ଆତ୍ମବିଶ୍ୱାସକୁ ସନ୍ତୁଳିତ ରଖିବା ଏବେ ଗୁରୁତ୍ୱପୂର୍ଣ୍ଣ ହେବ, କିନ୍ତୁ ଅନ୍ୟାନ୍ୟ କ୍ଷେତ୍ରରେ, ବୁଧ ଗ୍ରହଙ୍କ ଠାରୁ ପ୍ରାପ୍ତ ଫଳାଫଳ ବିଷୟରେ ଆପଣଙ୍କର ସତର୍କତା ବୃଦ୍ଧି କରିବାର ଆବଶ୍ୟକତା ପଡ଼ିପାରେ। ଯେପରି କି ଖର୍ଚ୍ଚ ତୁଳନତ୍ମକ ଭାବରେ ବଢ଼ିପାରେ। ଅଯଥା ଯାତ୍ରା କରିବାକୁ ପଡ଼ିପାରେ। ଶରୀରରେ ମଧ୍ୟ କିଛି ସମସ୍ଯା କିମ୍ବା ପିଡ଼ା ରହିପାରେ। ବିଦ୍ୟାର୍ଥୀଙ୍କର ମନ ପଢ଼ାରେ କମ ଲାଗି ପାରେ। ଅର୍ଥାତ ବୁଧଙ୍କର ଉଦୟ ହେବା ଆପଣଙ୍କୁ ବିଶେଷ ଭାବରେ ସକାରାତ୍ମକ ପରିଣାମ ନ ଦେଇ ପାରେ।
ଉପାୟ: ମଥାରେ ନିୟମିତ ଭାବରେ କେସର ତିଳକ ଲଗାଇବା ଶୁଭ ହେବ।
ସିଂହ ରାଶି
ବୁଧ ଗ୍ରହ ଆପଣଙ୍କର କୁଣ୍ଡଳୀରେ ଲାଭ ଓ ଧନ ଘରର ସ୍ବାମୀ ଓ ବୁଧ ମିଥୁନ ରାଶିରେ ଉଦୟ ହେବା ଆପଣଙ୍କର ଲାଭ ଘରେ ହେବ। ସ୍ବାଭାବିକ ଯେ ଏହା ଆପଣଙ୍କ ପାଇଁ ବହୁତ ଅନୁକୂଳ ସ୍ଥିତି ନୁହେଁ। ବୁଧ ଆପଣଙ୍କ ବ୍ୟବସାୟକୁ ବିସ୍ତାର କରିବା ପାଇଁ କାମ କରିବେ। ଯଦି ଆପଣ ଚାକିରି କରନ୍ତି, ତେବେ ଆପଣଙ୍କ କଠିନ ପରିଶ୍ରମ ଭଲ ଫଳାଫଳ ଦେବ। ଆୟ ବୃଦ୍ଧିର ଭଲ ସମ୍ଭାବନା ରହିବ। ସ୍ବାସ୍ଥ୍ୟ ଭଲ ରହିବ। ଭାଇ ଭଉଣୀ ଓ ମିତ୍ରଙ୍କର ଭଲ ସହଯୋଗ ମିଳିବ। କାମରେ ଭଲ ସଫଳତା, ସନ୍ତାନ ସୁଖ ପରି ମାମଲାରେ ଭଲ ପରିଣାମ ମିଳିବ କିନ୍ତୁ ସେହି ଲୋକଙ୍କୁ ବିଶେଷ ପରିଣାମ ମିଳିପାରେ ଯାହାର କାମ ସବୁଜ ପଦାର୍ଥ ସହିତ ସମ୍ବନ୍ଧିତ। ବୁଧ ଗ୍ରହର ଏହି ଗୋଚର କେବଳ ଆୟ ଦୃଷ୍ଟିକୋଣରୁ ଭଲ ନୁହେଁ ବରଂ ସଞ୍ଚୟ କରିବାରେ ମଧ୍ୟ ସାହାଯ୍ୟ କରିପାରିବ। ଆର୍ଥିକ ମାମଲା ବ୍ୟତୀତ, ପାରିବାରିକ ମାମଲାରେ ମଧ୍ୟ ଆପଣଙ୍କୁ ଭଲ ଫଳାଫଳ ମିଳିବାର ସମ୍ଭାବନା ଅଛି।
ଉପାୟ: ଗାଈକୁ ସବୁଜ ଶାଗ ଖୁଆଇବା ଶୁଭ ହେବ।
କନ୍ୟା ରାଶି
ବୁଧ ଆପଣଙ୍କର ଲଗ୍ନ କିମ୍ବା ରାଶିର ସ୍ବାମୀ ହେବା ସହିତ ଆପଣଙ୍କର ଦଶମ ଘର ଅର୍ଥାତ କର୍ମ ସ୍ଥାନର ସ୍ବାମୀ ଗ୍ରହ ଓ ବୁଧଙ୍କର ମିଥୁନ ରାଶିରେ ଉଦୟ ଆପଣଙ୍କର କର୍ମ ଘରେ ହେବ। ସାମାନ୍ଯ ଭାବରେ ଏହାକୁ ଅନୁକୂଳ ସ୍ଥିତି କୁହାଯିବ। ବୁଧଙ୍କର ଏହି ଗୋଚର ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅନୁକୂଳ ଫଳାଫଳ ଆଣିବ। ସେହି ସମୟରେ ଏହା ସାମାଜିକ ପ୍ରତିଛବିକୁ ସୁଦୃଢ଼ କରିବା ପାଇଁ ମଧ୍ୟ କାର୍ଯ୍ୟ କରିବ। କାର୍ଯ୍ୟ ବ୍ୟବସାୟରେ ଭଲ ଉନ୍ନତି ଦେଇପାରେ। ବିଶେଆକ୍ରୀ ଯଦି ଆପଣ ବ୍ୟବସାୟ ସହିତ ଜଡ଼ିତ ବ୍ୟକ୍ତି ତେବେ ଆପଣଙ୍କୁ ବହୁତ ଭଲ ପରିଣାମ ମିଳିପାରେ। ଚାକିରି କରିଥିବା ଲୋକ ନିଜର ବରିଷ୍ଠ ଓ ମାଲିକଙ୍କର ପ୍ରିୟ ହୋଇ ପାରନ୍ତି। ସେମାନଙ୍କ ଦୃଷ୍ଟିରେ ଆପଣଙ୍କର ପ୍ରତିଷ୍ଠା ଏବଂ କ୍ଷମତା ବୃଦ୍ଧି ପାଇପାରେ। ପ୍ରତିଯୋଗିତାମୂଳକ କାର୍ଯ୍ୟରେ ଆପଣଙ୍କୁ ବିଜୟ ମିଳିପାରେ। ସରକାରୀ ପ୍ରଶାସନ ସହ ଜଡ଼ିତ ମାମଲାରେ ଆପଣ ଭଲ କରିପାରିବେ। ସାମଗ୍ରିକ ଭାବରେ, ବୁଧଙ୍କର ଉଦୟରୁ ଆପଣଙ୍କୁ ଭଲ ଲାଭ ମିଳିପାରେ।
ଉପାୟ: ମନ୍ଦିରରେ କ୍ଷୀର ଓ ଚାଉଳ ଦାନ କରିବା ଶୁଭ ରହିବ।
ଆପଣଙ୍କର ଜାତଜରେ ମଧ୍ୟ ଅଛି ରାହ ଯୋଗ? ପାଆନ୍ତୁ ନିଜର ରାଜଯୋଗ ରିପୋର୍ଟ୍
ତୁଳା ରାଶି
ବୁଧ ଗ୍ରହ ଆପଣଙ୍କର କୁଣ୍ଡଳୀରେ ଭାଗ୍ଯ ଘରର ସ୍ବାମୀ ହେବା ସହିତ ଦ୍ଵାଦଶ ଘରର ସ୍ବାମୀ। ଅର୍ଥାତ ଗୋଟିଏ ଭଲ ଘରର ସ୍ବାମୀ ଓ ଗୋଟିଏ ଭଲ ଘରର ସ୍ବାମୀ। ଦୁର୍ବଳ କେବଳ ସେ ଖର୍ଚ୍ଚ ଓ ସ୍ବାସ୍ଥ୍ୟ ମାମଲାରେ ରହିବେ। ବିଦେଶ ଇତ୍ୟାଦି ସମ୍ବନ୍ଧିତ ମାମଲାରେ ଅନୁକୂଳ ପରିଣାମ ମିଳିପାରେ। କାମ କିମ୍ବା ବ୍ୟବସାୟ ପାଇଁ କରାଯାଇଥିବା ଯାତ୍ରା ଭଲ ଫଳାଫଳ ଦେଇପାରେ। ଗୋଚର ଶାସ୍ତ୍ର ଅନୁସାରେ ଭାଗ୍ଯ ଘରେ ବୁଧଙ୍କ ଗୋଚରକୁ ଭଲ କୁହାଯାଏ ନାହିଁ କିନ୍ତୁ ନିଜର ରାଶିରେ ଥିବା ଯୋଗୁଁ ଭାଗ୍ଯ ତୁଳନତ୍ମକ ରୂପରେ ଭଲ ସପୋର୍ଟ କରିପାରେ। ବୁଧ ମିଥୁନ ରାଶିରେ ଉଦୟ ହେବା ଆପଣଙ୍କୁ ହାରାହାରି ପରିଣାମ ଦେଇପାରେ।
ଉପାୟ: କିନ୍ନରଙ୍କୁ ସବୁଜ ଚୁଡ଼ି ଓ ବସ୍ତ୍ର ଉପହାର ଦେବା ଶୁଭ ରହିବ।
ବିଛା ରାଶି
ବୁଧ ଗ୍ରହ ଆପଣଙ୍କର କୁଣ୍ଡଳୀରେ ଅଷ୍ଟମ ଘରର ସ୍ବାମୀ ହେବା ସହିତ ଲାଭ ଘରର ମଧ୍ୟ ସ୍ବାମୀ ଓ ଏବେ ଆପଣଙ୍କର ଅଷ୍ଟମ ଘରେ ଗୋଚର କରି ଉଦୟ ହେବାକୁ ଯାଉଛନ୍ତି। ଅଷ୍ଟମ ଘରେ ବୁଧଙ୍କର ମିଥୁନ ରାଶିରେ ଉଦୟ ସାମାନ୍ଯ ଭାବରେ ଭଲ ପରିଣାମ ଦେବ। ବିଶେଷକରି ହଠାତ ଲାଭ ହୋଇପାରେ। ବୁଧଙ୍କର ଏହି ଗୋଚର ଆକସ୍ମିକ ଧନ ପ୍ରାପ୍ତି କରାଇ ପାରେ। ଅଟକି ଥିବା କାମ ହୋଇପାରେ। ଯଦି ଆପଣ କୌଶଳର ସହିତ କାମ କରନ୍ତି କିମ୍ବା ରଣନୈତିକ ପ୍ରୟାସ କରନ୍ତି, ତେବେ ଆପଣ ପ୍ରତିଯୋଗିତାମୂଳକ କାର୍ଯ୍ୟରେ ବିଜୟ ହାସଲ କରିପାରିବେ। ସାମାଜିକ ସମ୍ମାନ ମଧ୍ୟ ବୃଦ୍ଧି ପାଇପାରେ। ଆୟର ଉତ୍ସରେ ମଧ୍ୟ ବୃଦ୍ଧି ହୋଇପାରେ, ଅର୍ଥାତ୍ ବୁଧଙ୍କର ଉଦୟରୁ ଆପଣଙ୍କୁ ଲାଭ ହୋଇପାରେ।
ଉପାୟ: ନିୟମିତ ଭାବରେ ଗଣେଶଙ୍କର ପୂଜା କରିବା ଶୁଭ ହେବ।
କୁଣ୍ଡଳୀରେ ଥିବା ରାଜ ଯୋଗ ର ସମସ୍ତ ସୂଚନା ପାଆନ୍ତୁ
ଧନୁ ରାଶି
ଆପଣଙ୍କର କୁଣ୍ଡଳୀର ସପ୍ତମ ଘରର ସ୍ବାମୀ ଗ୍ରହ ହେଉଛନ୍ତି ବୁଧ। ଏହା ବ୍ୟତୀତ, ଏହା ଆପଣଙ୍କର କର୍ମସ୍ଥାନର ଶାସକ ଗ୍ରହ ମଧ୍ୟ ଏବଂ ଏହା ଆପଣଙ୍କର ସପ୍ତମ ଘରେ ଗୋଚର ସମୟରେ ଉଦୟ ହେଉଛନ୍ତି। ଆପଣଙ୍କ କୁଣ୍ଡଳୀରେ ସପ୍ତମ ଘରକୁ ଏକ ବାଧାଜନକ ଘର ଭାବରେ ବିବେଚନା କରାଯାଏ। ଏପରି ପରିସ୍ଥିତିରେ, ବାଧା ସୃଷ୍ଟି କରୁଥିବା ଘରର ମାଲିକ ଶକ୍ତିଶାଳୀ ହୋଇ ବାଧା ବୃଦ୍ଧି କରି ପାରନ୍ତି। ଆପଣଙ୍କର ଲଗ୍ନ କିମ୍ବା ରାଶିର କର୍ତ୍ତା ବୃହସ୍ପତିଙ୍କ ସହିତ ବୁଧ ଗ୍ରହଙ୍କର ସଂଯୋଗ ହେତୁ, ବୁଧ ନକାରାତ୍ମକ ଫଳାଫଳ ଦେଇପାରିବେ ନାହିଁ, ଅର୍ଥାତ୍, ଏଠାରେ ବୁଧ ଗ୍ରହ ବୃହସ୍ପତିଙ୍କ ପରି କାମ କରିବା ଆରମ୍ଭ କରିବେ ଏବଂ ଆପଣ କୌଣସି ନା କୌଣସି ପ୍ରକାରେ ସକାରାତ୍ମକ ଫଳାଫଳ ପାଇବେ। ଏହାର ଅର୍ଥ ହେଉଛି ଆପଣଙ୍କୁ ଉଦୟ ବୁଧଙ୍କର ସିଧାସଳଖ ଲାଭ ମିଳିବ ନାହିଁ କିନ୍ତୁ ବୃହସ୍ପତିଙ୍କ ସହ ସମ୍ପର୍କ ଯୋଗୁଁ, ବୁଧଙ୍କୁ ଆପଣଙ୍କ ସପକ୍ଷରେ ଫଳାଫଳ ଦେବାକୁ ପଡ଼ିବ। ବ୍ୟବସାୟରେ ଆପଣ ଭଲ କରି ପାରିବେ କିନ୍ତୁ ଏହି ମାମଲାରେ ଅବହେଳା କରନ୍ତୁ ନାହିଁ ଓ ଉଚିତ ଆଚରଣ ଆପଣାଇ ଭଲ ପରିଣାମ ପାଇ ପାରିବେ।
ଉପାୟ: କନ୍ୟାଙ୍କ ପୂଜା କରି ତାଙ୍କର ଆଶୀର୍ବାଦ ନିଅନ୍ତୁ।
ମକର ରାଶି
ବୁଧ ଗ୍ରହ ଆପଣଙ୍କର କୁଣ୍ଡଳୀରେ ଷଷ୍ଠ ତଥା ଭାଗ୍ଯ ଘରର ସ୍ବାମୀ ଓ ବୁଧ ଗ୍ରହଙ୍କର ମିଥୁନ ରାଶିରେ ଉଦୟ ଆପଣଙ୍କର ଷଷ୍ଠ ଘରେ ହେବ। ସାମାନ୍ଯ ଭାବରେ ଷଷ୍ଠ ଘରେ ବୁଧଙ୍କର ଗୋଚର ଭଲ ପରିଣାମ ଦେବ। ବୁଧ ମିଥୁନ ରାଶିରେ ଉଦୟ ହେବା ଦ୍ବାରା ଅନୁକୂଳତାର ଗ୍ରାଫ ବଢ଼ିପାରେ। ଆପଣ ଏବେ ତୁଳନାତ୍ମକ ଭାବରେ ଅଧିକ ପରିଶ୍ରମ କରିବାକୁ ସମର୍ଥ ହେବେ। ଫଳସ୍ଵରୂପ କାମରେ ଭଲ ସଫଳତା ମିଳିବ। ସ୍ବାସ୍ଥ୍ୟ ସାମାନ୍ଯ ଭାବରେ ଭଲ ରହିବ। ପ୍ରତିସ୍ପର୍ଦ୍ଧାତ୍ମକ କାମରେ ଆପଣ ଭଲ କରି ପାରିବେ। ମାନ ସାମ୍ନାନ ବୃଦ୍ଧି ହେବାର ସମ୍ଭାବନା ଅଛି। ଯେଉଁ ଲୋକଙ୍କର କଳା ଓ ସାହିତ୍ୟ ସହିତ ସମ୍ବନ୍ଧ ଅଛି ତାଙ୍କୁ ଭଲ ପରିଣାମ ମିଳିବ।
ଉପାୟ: ଭଗବାନ ଗଣେଶଙ୍କୁ ଫୂଳ ମାଳ ପିନ୍ଧାଇବା ଶୁଭ ରହିବ।
କୁମ୍ଭ ରାଶି
ବୁଧ ଗ୍ରହ ଆପଣଙ୍କର କୁଣ୍ଡଳୀରେ ପଞ୍ଚମ ତଥା ଅଷ୍ଟମ ଘରର ସ୍ବାମୀ ଅର୍ଥାତ ଏକ ଖରାପ ଘରର ସ୍ବାମୀ। ସାଙ୍ଗରେ ବୁଧଙ୍କର ମିଥୁନ ରାଶିରେ ଉଦୟ ଆପଣଙ୍କର ପଞ୍ଚମ ଘରେ ହେବ। ଏପରି ସ୍ଥିତିରେ ବୁଧ ଗ୍ରହ ଆପଣଙ୍କୁ ହାରାହାରି ପରିଣାମ ଦେଇ ପାରନ୍ତି। ପଞ୍ଚମ ଘରେ ବୁଧ ଗ୍ରହଙ୍କର ଗୋଚର ଭଲ ନୁହେଁ କାରଣ ଏହି ଗୋଚର ମାନସିକ ଅଶାନ୍ତି ଦେଇପାରେ। ସାଙ୍ଗରେ ଯୋଜନା ଅସଫଳ ହୋଇପାରେ। ସମ୍ଭବତଃ ଲାଭ ଓ ଧନ ଘରର ସ୍ବାମୀଙ୍କ ସହିତ ସଂଯୋଗ କରିବା ଯୋଗୁଁ କୌଣସି ଆର୍ଥିକ ସମସ୍ଯା ହେବ ନାହିଁ।
ଉପାୟ: ଗାଈର ସେବା କରିବା ଶୁଭ ହେବ।
ମୀନ ରାଶି
ବୁଧ ଗ୍ରହ ଆପଣଙ୍କର କୁଣ୍ଡଳୀରେ ଚତୁର୍ଥ ତଥା ସପ୍ତମ ଘରର ସ୍ବାମୀ ଓ ବୁଧଙ୍କର ମିଥୁନ ରାଶିରେ ଉଦୟ ଆପଣଙ୍କର ଚତୁର୍ଥ ଘରେ ହେବ। ସାମାନ୍ଯ ଭାବରେ ଚତୁର୍ଥ ଘରେ ବୁଧ ଗ୍ରହଙ୍କର ଗୋଚରକୁ ଭଲ କୁହାଯାଏ। ନିଜ ରାଶିରେ ଉଦୟ ହେବା କାରଣରୁ ସକାରାତ୍ମକର ଗ୍ରାଫ ଆହୁରି ବଢ଼ି ପାରେ। ଅର୍ଥାତ ତୁଳନାତ୍ମକ ରୂପରେ ଭଲ ପରିଣାମ ମିଳିପାରେ। ବିଶେଷ କରି ମାତାଙ୍କର ସମ୍ବନ୍ଧିତ ମାମଲାରେ ବିଶେଷ ଅନୁକୂଳ ପରିଣାମ ମିଳିପାରେ। ଜାଗା ବାଡ଼ି ଓ ଯାନ ଇତ୍ୟାଦି ମାମଲାରେ ମଧ୍ୟ ଭଲ ପରିଣାମ ମିଳିବାର ସମ୍ଭାବନା ଅଛି। ବୁଧ ମିଥୁନ ରାଶିରେ ଉଦୟ ହେବା ବେଳେ ଘରର ସୁଖ ସୁବିଧା ବଢ଼ିବାର ଯୋଗ ଅଛି। ବଡ଼ ଲୋକଙ୍କ ସହିତ ମିତ୍ରତା କିମ୍ବା ଆତ୍ମୀୟତା ବଢ଼ିପାରେ।
ଉପାୟ: ଆସ୍ଥମା ରୋଗୀଙ୍କର ଔଷଧ କିଣିବାରେ ସହଯୋଗ କରିବା ଶୁଭ ରହିବ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!
ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ
1. 2025 ମସିହାରେ ବୁଧ କେବେ ମିଥୁନ ରାଶିରେ ଉଦୟ ହେବେ?
11 ଜୁନ୍ 2025 ରେ ମିଥୁନ ରାଶିରେ ବୁଧ ଉଦୟ ହେବାକୁ ଯାଉଛନ୍ତି।
2. ବୁଧ ଗ୍ରହର କାରକ କ'ଣ?
ବୁଧ ଗ୍ରହଙ୍କୁ ବୁଦ୍ଧି, ବାଣୀ, ତର୍କ, ଯୋଗାଯୋଗ, ବ୍ୟବସାୟ, ଚର୍ମ ଏବଂ ଗଣିତର କାରକ ଭାବରେ ବିବେଚନା କରାଯାଏ।
3. ମିଥୁନ ରାଶିର କର୍ତ୍ତା କିଏ?
ମିଥୁନ ରାଶିର କର୍ତ୍ତା ବୁଧ ଅଟନ୍ତି।
Astrological services for accurate answers and better feature
Astrological remedies to get rid of your problems
AstroSage on MobileAll Mobile Apps
- Horoscope 2026
- राशिफल 2026
- Calendar 2026
- Holidays 2026
- Shubh Muhurat 2026
- Saturn Transit 2026
- Ketu Transit 2026
- Jupiter Transit In Cancer
- Education Horoscope 2026
- Rahu Transit 2026
- ராசி பலன் 2026
- राशि भविष्य 2026
- રાશિફળ 2026
- রাশিফল 2026 (Rashifol 2026)
- ರಾಶಿಭವಿಷ್ಯ 2026
- రాశిఫలాలు 2026
- രാശിഫലം 2026
- Astrology 2026






