ବୃହସ୍ପତିଙ୍କର ମିଥୁନ ରାଶିରେ ଉଦୟ
ଆଷ୍ଟ୍ରୋସେଜ ଏଆଇ ସବୁବେଳେ ପାଠକଙ୍କୁ ଜ୍ୟୋତିଷର ରହସ୍ୟମୟୀ ଦୁନିଆ ସହିତ ଜଡ଼ିତ ତାଜା ଓ ମହତ୍ୱପୂର୍ଣ ଘଟଣାର ସୂଚନା ଦେବାର ପ୍ରୟାସ କରେ। ଏଥର ଆମେ ଆଣି ଆସିଚୁ ଆପଣଙ୍କ ପାଇଁ ଏକ ବିଶେଷ ଘଟଣା; ବୃହସ୍ପତିଙ୍କର ମିଥୁନ ରାଶିରେ ଉଦୟ, ଯାହା 09 ଜୁଲାଇ 2025 ରାତି 10:50 ରେ ହେବାକୁ ଯାଉଛି।
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ଭବିଷ୍ୟ ସହିତ ଜଡ଼ିତ ସମସ୍ଯାର ସମାଧାନ ମିଳିବ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ
ଗୁରୁ ଗ୍ରହ ଯାହାଙ୍କୁ ବୈଦିକ ଜ୍ୟୋତିଷରେ ବୃହସ୍ପତି ମଧ୍ୟ କୁହାଯାଏ। ଏକ ବହୁତ ମହତ୍ୱପୂର୍ଣ ଗ୍ରହ ଅଟନ୍ତି। ସେ ଜ୍ଞାନ, ବୁଝାମଣା, ଅଧ୍ୟାତ୍ମିକତା ଓ ଭାଗ୍ଯ ସହିତ ଜଡ଼ିତ। ଗୁରୁଙ୍କର ସମ୍ବନ୍ଧ ବିକାଶ, ଉନ୍ନତି ଓ ଆଗକୁ ବଢ଼ିବାର ସୁଯୋଗ ସହିତ ଥାଏ। କୌଣସି ବ୍ୟକ୍ତିଙ୍କର କୁଣ୍ଡଳୀରେ ଗୁରୁଙ୍କର ସ୍ଥିତି ଏହା କୁହେ ଯେ ବ୍ୟକ୍ତି ଜୀବନର କେଉଁ କ୍ଷେତ୍ରରେ ସବୁଠାରୁ ଧିକ ଉନ୍ନତି କରିବ, କେଉଁଥାରେ ତାହାକୁ ଶିଖିବାକୁ ମିଳିବ ଓ ବୁଝିବାକୁ ସୁଯୋଗ ମିଳିବ ଓ କିପରି ସେ ଆଧ୍ୟାତ୍ମିକ ଭାବରେ ଆଗକୁ ବଢ଼ିବ। ଆସନ୍ତୁ ଜାଣିବା ଯେ ବୃହସ୍ପତିଙ୍କର ଉଦୟ ଆପଣଙ୍କର ରାଶିରେ କ’ଣ ପ୍ରଭାବ ପକାଇବ। ତେବେ ଚାଲନ୍ତୁ ଆଗକୁ ବଢ଼ିବା।
ମିଥୁନ ରାଶିରେ ଗୁରୁଙ୍କର ଉଦୟ: ଏହି ରାଶି ଉପରେ ପଡ଼ିବ ସକାରାତ୍ମକ ପ୍ରଭାବ
ମେଷ ରାଶି
ମେଷ ରାଶିର ଲୋକଙ୍କ ପାଇଁ ବୃହସ୍ପତି, ନବମ ଓ ଦ୍ଵାଦଶ ଘରର ସ୍ବାମୀ, ବୃହସ୍ପତିଙ୍କର ମିଥୁନ ରାଶିରେ ଉଦୟ ଆପଣଙ୍କର ତୃତୀୟ ଘରେ ହେବ। ଏହାର ପରିଣାମସ୍ଵରୂପ ଆପଣଙ୍କର ପରିଶ୍ରମ ଫଳ ଆଣିବ ଓ ଜୀବନରେ ଅନେକ ଉନ୍ନତି ଓ ପରିବର୍ତ୍ତନ ଦେଖିବେ। କ୍ୟାରିଅରରେ ଆପଣଙ୍କର କଠିନ ପରିଶ୍ରମ ଦ୍ବାରା ଆପଣଙ୍କୁ ଭଲ ସୁଯୋଗ ମିଳିବ ଓ ଆପଣ ବିଦେଶ ଯାତ୍ରା କରି ପାରନ୍ତି। ବିଜନେସ କରୁଥିବା ଲୋକଙ୍କୁ ଏହି ସମୟରେ କିଛି ଚାପକୁ ସମ୍ଭାଳିବାକୁ ପଡ଼ିବ, ତେବେ ଯାଇ ଲାଭ ମିଳିବ।
ଆର୍ଥିକ ଜୀବନରେ ଖର୍ଚ୍ଚ ବଢ଼ିପାରେ ସେଥିପାଇଁ ଆପଣଙ୍କୁ ଫାଇନାନ୍ସିୟାଲ ପ୍ଲାନିଂ ଉପରେ ଧ୍ୟାନ ଦେବାକୁ ହେବ ଯାହା ଫଳରେ ସନ୍ତୁଳନ ରହିବ।
ବୃହତ କୁଣ୍ଡଳୀ ରେ ଲୁଚି ରହିଛି ଆପଣଙ୍କର ଜୀବନର ସମସ୍ତ ରହସ୍ୟ, ଜାଣନ୍ତୁ ଗ୍ରହଙ୍କର ଚଳନର ସମସ୍ତ ସୂଚନା
ମିଥୁନ ରାଶି
ବୃହସ୍ପତି ମିଥୁନ ରାଶିର ଲୋକଙ୍କ ପାଇଁ ସପ୍ତମ ଓ ଦଶମ ଘରର ସ୍ଵାମୀ। ବୃହସ୍ପତିଙ୍କର ମିଥୁନ ରାଶିରେ ଉଦୟ ଆପଣଙ୍କର ପ୍ରଥମ ଘରେ ହେବ। ଏହାର ପରିଣାମସ୍ଵରୂପ ଏହି ସମୟ ଆତ୍ମବିଶ୍ଳେଷଣ ଓ ଚିନ୍ତାର, କିନ୍ତୁ ଆପଣଙ୍କୁ ନକରାତ୍ମକ ବିଚାରରୁ ଦୂରେଇ ରହିବାକୁ ହେବ। କ୍ୟାରିଅର ଦୃଷ୍ଟିରୁ, ଆପଣଙ୍କୁ ଚାକିରିରେ ପରିବର୍ତ୍ତନ କିମ୍ବା କାମ ପାଇଁ ଯାତ୍ରା କରିବାକୁ ପଡ଼ିପାରେ। କିନ୍ତୁ ଏଗୁଡ଼ିକ ସେତେ ଲାଭକାରୀ ହେବ ନାହିଁ ଯେତେ ଆପଣ ଆଶା କରିଥିବେ।
ବିଜନେସ କରୁଥିବା ଲୋକଙ୍କୁ ମଧ୍ୟ ଏହି ସମୟରେ ଲାଭ କମ ହେବ ଯେଉଁଥିପାଇଁ ଚିନ୍ତା ବଢ଼ିପାରେ। ଆର୍ଥିକ ଜୀବନ ମାମଲାରେ ଆପଣ ଧନ ରୋଜଗାର କରିବାକୁ ଚେଷ୍ଟା କରିବେ କିନ୍ତୁ ତଥାପି ଏପରି ଲାଗି ପାରେ ଯେ ରୋଜଗାର କମ ଓ ଖର୍ଚ୍ଚ ଅଧିକ ହେଉଛି।
ସିଂହ ରାଶି
ବୃହସ୍ପତି ଆପଣଙ୍କର ପଞ୍ଚମ ଓ ଅଷ୍ଟମ ଘରର ସ୍ଵାମୀ ଓ ବୃହସ୍ପତିଙ୍କର ମିଥୁନ ରାଶିରେ ଉଦୟ ଆପଣଙ୍କର ଏକାଦଶ ଘରେ ହେବ। ଏହାର ପରିଣାମସ୍ଵରୂପ ଆପଣ ନିଜର ଜୀବନରେ ହଠାତ କିଛି ଭଲ ଅନୁଭବ କରିବେ। ଆପଣଙ୍କର ଇଚ୍ଛା ପୂରଣ ହେବ ଓ ଆପଣ ନିଜର କାମରେ ସ୍ଥାୟୀ ସୁଦ୍ଧା ଦେଖିବେ। କ୍ୟାରିଅରରେ ଆପଣଙ୍କର ପ୍ରୟାସକୁ ପ୍ରଶଂସା କରାଯିବ ଓ ଆପଣ ଧୀରେ ଧୀରେ ସଫଳତା ଆଡ଼କୁ ବଢ଼ିବେ।
ଯଦି ଆପଣ ବ୍ୟବସାୟ କିମ୍ବା ଶେୟାର ବଜାର ସହିତ ଜଡ଼ିତ ଅଛନ୍ତି, ତେବେ ଏହି ସମୟ ଆପଣଙ୍କ ପାଇଁ ଲାଭ ଓ ନୂଆ ସୁଯୋଗ ଆଣିପାରେ। ଆର୍ଥିକ ରୂପରେ ଆପଣ ଭଲ ଧନ ରୋଜଗାର କରିବେ ଓ ସଞ୍ଚୟ କରିପାରିବେ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
କନ୍ୟା ରାଶି
କନ୍ୟା ରାଶିର ଲୋକଙ୍କ ପାଇଁ ବୃହସ୍ପତି ଆପଣଙ୍କର ଦଶମ ଘରେ ଉଦୟ ହେବେ ଓ ସେ ଆପଣଙ୍କର ଚତୁର୍ଥ ଓ ସପ୍ତମ ଘରର ସ୍ବାମୀ। ଏହି ସମୟରେ ଆପଣଙ୍କୁ ଟିକେ ମାନସିକ ଅସନ୍ତୁଳନ କିମ୍ବା ଅସହଜ ଅନୁଭବ ହୋଇପାରେ କିନ୍ତୁ ସମ୍ପର୍କ ଓ ପ୍ରଫେଶନ ଉପରେ ଆପଣଙ୍କର ଫୋକସ ବଢ଼ିବ। କ୍ୟାରିଅରରେ ଆପଣଙ୍କୁ ନୂଆ ଓ ଭଲ ପରିବର୍ତ୍ତନ ଦେଖିବାକୁ ମିଳିବମ ଯାହା ଆପଣଙ୍କ ପାଇଁ ଲାଭଦାୟକ ହେବ। ଯେଉଁ ଲୋକ ବ୍ୟବସାୟ କରୁଛନ୍ତିମ ତାଙ୍କ ପାଇଁ ଏହି ସମୟ ଭଲ ଲାଭ ଓ ନୂଆ ସୁଯୋଗ ଆଣିବ। ଆର୍ଥିକ ରୂପରେ ଆପଣଙ୍କର ଆୟ ବଢ଼ିବ ଓ ଭାଗ୍ଯ ସାଥ ଦେବ।
ତୁଳା ରାଶି
ତୁଳା ରାଶିର ଲୋକଙ୍କ ପାଇଁ ବୃହସ୍ପତି ତୃତୀୟ ଓ ଷଷ୍ଠ ଘରର ସ୍ବାମୀ ଓ ଏବେ ସେ ଆପଣଙ୍କର ନବମ ଘରେ ଉଦୟ ହେବେ। ଏହାର ପରିଣାମସ୍ଵରୂପ ଆପଣଙ୍କର ପରିଶ୍ରମର ଫଳ ଆପଣଙ୍କୁ ମିଳିବ। ସାଙ୍ଗରେ ଯାତ୍ରାର ଭଲ ଯୋଗ ଅଛି। କ୍ୟାରିଅରରେ ଆପଣଙ୍କର ବିଦେଶ ସହିତ ଜଡ଼ିତ ଜବ ଅଫର୍ ମିଳିପାରେ, ଯାହା ଆପଣଙ୍କ ପାଇଁ ଲାଭଦାୟକ ହେବ। ବ୍ୟବସାୟରେ ଆପଣ ନୂଆ ରଣନୀତି ଆପଣାଇ ଭଲ ଲାଭ କରିବେ। ବିଶେଷ କରି ଯଦି ଆପଣ ସ୍ଵ-ବ୍ୟବସାୟ ସହିତ ଜଡ଼ିତ ଅଛନ୍ତି। ଆର୍ଥିକ ରୂପରେ ଏହି ସମୟରେ ଆୟର ଭଲ ଯୋଗ ଅଛି ଓ ଯାତ୍ରା ଦ୍ବାରା ରୋଜଗାରର ସୁଯୋଗ ଅଛି।
ଅନଲାଇନ ସଫ୍ଟୱେୟାର୍ର ମାଗଣା ଜନ୍ମ କୁଣ୍ଡଳୀ ପ୍ରାପ୍ତ କରନ୍ତୁ
କୁମ୍ଭ ରାଶି
କୁମ୍ଭ ରାଶିର ଲୋକଙ୍କ ପାଇଁ ବୃହସ୍ପତି ଏହି ସମୟରେ ଏକାଦଶ ଘରର ସ୍ବାମୀ ଓ ବୃହସ୍ପତିଙ୍କର ମିଥୁନ ରାଶିରେ ଉଦୟ ପଞ୍ଚମ ଘରେ ହେବ। ଏହାର ପରିଣାମସ୍ଵରୂପ ଆପଣଙ୍କୁ ଅନୁକୂଳ ପରିଣାମ ପ୍ରାପ୍ତ ହେବ ଓ ଲାଭ ମିଳିବ। କ୍ୟାରିଅରରେ ଆପଣ ଏପରି ପଦରେ ପହଁଚିବେ ଯେଉଁଠି ଆପଣଙ୍କୁ ସନ୍ତୋଷ ଓ ପରିଚୟ ଦୁଇଟି ଯାକ ମିଳିବ। ଆପଣଙ୍କର ପରିଶ୍ରମର ପ୍ରଶଂସା କରାଯିବ।
ବିଜନେସରେ ଖାସକରି ଯଦି ଆପଣ ଟ୍ରେଡିଂ କିମ୍ବା ଶେୟାର ବଜାର ଇତ୍ୟାଦି ସହିତ ଜଡ଼ିତ ଅଛନ୍ତି ତେବେ ଏହି ସମୟ ଭଲ ଲାଭ ଦେବ। ନୂଆ ଯୋଜନାରୁ ଲାଭ ବଢ଼ିବ। ଆର୍ଥିକ ରୂପରେ ଆପଣଙ୍କର ଆୟ ଭଲ ବୃଦ୍ଧି ହେବ ଓ ଆପଣ ସଞ୍ଚୟ କରିବାକୁ ସକ୍ଷମ ହେବେ।
ମିଥୁନ ରାଶିରେ ଗୁରୁଙ୍କର ଉଦୟ : ଏହି ରାଶିର ଲୋକଙ୍କ ଉପରେ ପଡ଼ିବ ନକରାତ୍ମକ ପ୍ରଭାବ
କର୍କଟ ରାଶି
କର୍କଟ ରାଶିର ଲୋକଙ୍କ ପାଇଁ ବୃହସ୍ପତି ଦ୍ଵାଦଶ ଘରେ ଉଦୟ ହେବେ ଓ ସେ ଆପଣଙ୍କର ଷଷ୍ଠ ଓ ନବମ ଘରେ ରହିବେ। ଏହି ସ୍ଥିତି କିଛି ସମସ୍ଯା ଓ ସମ୍ଭାବନା ଦୁଇଟି ଯାକ ଆଣିପାରେ। କ୍ୟାରିଅର ବିଷୟରେ କହିଲେ, ଅଫିସରେ କାମ ପରେ ଚାପ ବଢ଼ିପାରେ ଓ ତାହାକୁ ସମ୍ଭାଳିବା ଆପଣଙ୍କ ପାଇଁ କଷ୍ଟକର ହୋଇପାରେ। ମାନସିକ ଚାପ ଓ କ୍ଳାନ୍ତ ଅନୁଭବ ହୋଇପାରେ।
ବିଜନେସରେ ଏହି ସମୟ ଆପଣଙ୍କୁ ନୂଆ ପ୍ରୟୋଗ କରିବା ପାଇଁ ପ୍ରେରିତ କରିବ, ଯାହା ଫଳରେ ଧନ ଆସିବାର ରାସ୍ତା ଖୋଲିଯିବ। କିନ୍ତୁ ଏଠାରେ ସଠିକ ପ୍ଲାନିଂ ଓ ସତର୍କତା ବହୁତ ଆବଶ୍ୟକ। ବୃତ୍ତିଗତ ମାମଲାରେ ଖର୍ଚ୍ଚରେ ବୃଦ୍ଧି ହେବ। କିଛି ଲୋକ ଲୋନ ନେବାର ସ୍ଥିତିରେ ରହି ପାରନ୍ତି, ସେଥିପାଇଁ ଅଯଥା ଖର୍ଚ୍ଚ କରନ୍ତୁ ନାହିଁ। ଏକ ଛୋଟ ଅବହେଳା ଆର୍ଥିକ କ୍ଷତି କରାଇ ପାରେ।
ବିଛା ରାଶି
ବିଛା ରାଶିର ଲୋକଙ୍କ ପାଇଁ ବୃହସ୍ପତି ଦ୍ଵିତୀୟ ଓ ପଞ୍ଚମ ଘରର ସ୍ବାମୀ ଓ ବୃହସ୍ପତି ଅଷ୍ଟମ ଘରେ ଉଦୟ ହେବେ। ଏହାର ପରିଣାମସ୍ଵରୂପ ଅଅପନଙ୍କୁ କଠିନ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ। କ୍ୟାରିଅର ବିଷୟରେ କହିଲେ ଏହି ସମୟରେ ନୂଆ ଚାକିରିର ଭଲ ସୁଯୋଗ ହାତଛଡ଼ା ହୋଇପାରେ। ଅଫିସରେ ବସ କିମ୍ବା ସିନିୟରଙ୍କ ସହିତ କଥା ହେବା ସମୟରେ ସାବଧାନ ରୁହନ୍ତୁ ନଚେତ କଥା ଖରାପ ହୋଇପାରେ।
ବିଜନେସରେ ବୃହସ୍ପତିଙ୍କର ମିଥୁନ ରାଶିରେ ଉଦୟ ସମୟରେ କମ ଲାଭ ଓ ସୁଯୋଗର ଅଭାବ ଦେଖିବାକୁ ମିଳିପାର। ସେଥିପାଇଁ ଠିକ ରଣନୀତି ଓ ଯୋଜନା କରି ଆଗକୁ ବଢ଼ନ୍ତୁ। ଆର୍ଥିକ ଜୀବନ ମାମଲାରେ ଆୟ ସାମାନ୍ଯ ରହିପାରେ କିନ୍ତୁ ଖର୍ଚ୍ଚ କିମ୍ବା କ୍ଷତି ହେବାର ସମ୍ଭାବନା ଅଛି। ଯେତେ ପଇସା ଆସିଲେ ତାହାକୁ ସଞ୍ଚୟ କରିବା କଷ୍ଟକର ହୋଇପାରେ।
ମିଥୁନ ରାଶିରେ ଗୁରୁଙ୍କର ଉଦୟ : ଉପାୟ
ପ୍ରତ୍ଯେକ ଗୁରୁବାର ଦିନ ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ।
ଗରିବଙ୍କୁ କଳା ଓ କ୍ଷୀର ଦାନ କରନ୍ତୁ।
ଗାଈକୁ ଗୁଡ଼ ଓ ଚଣା ଡାଲି ଖୁଆନ୍ତୁ।
ଗୁରୁବାର ଦିନ ବ୍ରତ ରଖନ୍ତୁ।
ନିଜର ଗୁରୁଙ୍କର ସମ୍ମାନ କରନ୍ତୁ।
ବିଷ୍ଣୁଙ୍କୁ ପ୍ରସନ୍ନ କରିବା ପାଇଁ ପ୍ରତିଦିନ ଓଁ ନମୋ ଭଗବତେ ବାସୁଦେବାୟ ମନ୍ତ୍ର ଜପ କରନ୍ତୁ।
ପ୍ରତ୍ଯେକ ଗୁରୁବାର ଦିନ ସତ୍ୟନାରାୟଣ କଥା ପାଠ କରନ୍ତୁ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଆମର ଏହି ଲେଖା ନିଶ୍ଚିତ ପସନ୍ଦ ଆସିଥିବା। ଯଦି ଏପରି ହୋଇଥାଏ ତେବେ ଆପଣ ଏହାକୁ ନିଜର ଶୁଭଚିନ୍ତକମାନଙ୍କ ସହିତ ନିଶ୍ଚିତ ଶେୟାର କରନ୍ତୁ। ଧନ୍ୟବାଦ!
ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ
1. ବୃହସ୍ପତି କେଉଁ ରାଶିରେ ଉଚ୍ଚ ହୁଅନ୍ତି?
କର୍କଟ
2. ବୃହସ୍ପତି କେଉଁ ଦୁଇଟି ରାଶିକୁ ଶାସନ କରନ୍ତି?
ଧନୁ ଓ ମୀନ
3. ବୃହସ୍ପତି କେଉଁ ଘରେ ଦିଗ୍ବଳ ପ୍ରାପ୍ତ କରନ୍ତି?
ପ୍ରଥମ ଘରେ
Astrological services for accurate answers and better feature
Astrological remedies to get rid of your problems
AstroSage on MobileAll Mobile Apps
- Horoscope 2026
- राशिफल 2026
- Calendar 2026
- Holidays 2026
- Shubh Muhurat 2026
- Saturn Transit 2026
- Ketu Transit 2026
- Jupiter Transit In Cancer
- Education Horoscope 2026
- Rahu Transit 2026
- ராசி பலன் 2026
- राशि भविष्य 2026
- રાશિફળ 2026
- রাশিফল 2026 (Rashifol 2026)
- ರಾಶಿಭವಿಷ್ಯ 2026
- రాశిఫలాలు 2026
- രാശിഫലം 2026
- Astrology 2026






