ମଙ୍ଗଳଙ୍କର ମିଥୁନ ରାଶିରେ ଗୋଚର
ମଙ୍ଗଳ ଗୋଚର 2025: ଆଷ୍ଟ୍ରୋସେଜ ଏଆଇର ସବୁବେଲେ ଏହି ଚେଷ୍ଟା କରୁଛି ଯେ କୌଣସି ମହତ୍ୱପୂର୍ଣ ଜ୍ୟୋତିଷୀୟ ଘଟଣା ଘଟିବାର ଅପଡେଟ୍ ଶୀଘ୍ର ଆମ ରୀଡର୍ସଙ୍କ ପାଖକୁ ପହଞ୍ଚାଇ ପାରିବ। ଏହି ଥର ଆମେ ଆପଣଙ୍କ ପାଇଁ ଆଣି ଆସିଚୁ ମଙ୍ଗଳଙ୍କର ମିଥୁନ ରାଶିରେ ଗୋଚର ସମ୍ବନ୍ଧିତ ଏହି ବିଶେଷ ଲେଖା। ମଙ୍ଗଳ କାର୍ଯ୍ୟ କରିବା ଓ ଉତ୍ସାହର କାରକ ଅଟନ୍ତି ଓ ଏହି ଗ୍ରହଙ୍କର ସମ୍ବନ୍ଧ ସାହାସ ଏବଂ ଦୃଢ଼ତା ସହିତ ମଧ୍ୟ ଅଛି।
ନିଜର ଗାଢ଼ ଲାଲ ରଙ୍ଗ ଯୋଗୁଁ, ମଙ୍ଗଳ ଗ୍ରହଙ୍କୁ 'ଲାଲ ଗ୍ରହ' ମଧ୍ୟ କୁହାଯାଏ। ମଙ୍ଗଳଙ୍କରମିଥୁନ ରାଶିରେ ଗୋଚର କରିବା ବେଳେ ସମ୍ପୂର୍ଣ ବିଶ୍ବର ବଡ଼ ନେତାମାନେ କଂକ୍ରିଟ୍ କିମ୍ବା ବଡ଼ ପଦକ୍ଷେପ ନେଉଥିବାର ଦେଖାଯିବେ ଯାହା ଜନସାଧାରଣ ଏବଂ ଲୋକଙ୍କ କଲ୍ୟାଣ ପାଇଁ ହେବ। ତଥାପି, ମଙ୍ଗଳ ଗ୍ରହଙ୍କର ବକ୍ରୀ ଗତି କେତେକ ସମୟରେ ଅନିଶ୍ଚିତ ଫଳାଫଳ ଦେଇପାରେ।
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ଭବିଷ୍ୟ ସହିତ ଜଡ଼ିତ ଯେ କୌଣସି ସମସ୍ଯାର ସମାଧାନ କରନ୍ତୁ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ
ମିଥୁନ ରାଶିରେ ମଙ୍ଗଳ ଗୋଚର : ସମୟ
ମଙ୍ଗଳ ପାଖାପାଖି 40 ରୁ 45 ଦିନରେ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଗୋଚର କରନ୍ତି। ବେଳେ ବେଳେ ମଙ୍ଗଳ ଗୋଟିଏ ରାଶିରେ ପାଞ୍ଚ ମିନିଟ ମଧ୍ୟ ରହିଥାନ୍ତି। ଏହି ଥର ମଙ୍ଗଳ 21 ଜାନୁଆରୀ 2025 ସକାଳ 08:04 ମିନିଟରେ ବୁଧଙ୍କର ରାଶି ମିଥୁନରେ ଗୋଚର କରିବା ଦେଶ ବିଦେଶ ଉପରେ ଓ ସ୍ଟକ ମାର୍କେଟ ଉପରେ କିପରି ପ୍ରଭାବ ପକାଇବ ତାହା ଏହି ଲେଖାରୁ ଜାଣିବେ।
ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ
ମିଥୁନ ରାଶିରେ ମଙ୍ଗଳ: ବିଶେଷ କଥା
ଯେତେବେଳେ ମଙ୍ଗଳ ମିଥୁନ ରାଶିରେ ଗୋଚର କରନ୍ତି, ସେତେବେଳେ ଶକ୍ତି, ବୁଦ୍ଧି ଏବଂ ଯୋଗାଯୋଗର ଏକ ଅନନ୍ୟ ମିଶ୍ରଣ ଦେଖିବାକୁ ମିଳେ। ମଙ୍ଗଳ ହେଉଛନ୍ତି କାର୍ଯ୍ୟ ଏବଂ ଦୃଢ଼ତାର କାରକ ଏବଂ ମିଥୁନ ରାଶି କୌତୁହଳ, ପରିବର୍ତ୍ତନକୁ ଗ୍ରହଣ କରିବା ଏବଂ ମାନସିକ ଭାବରେ ଦୃଢ଼ ହେବାର ପ୍ରତିନିଧିତ୍ୱ କରେ। ମିଥୁନ ରାଶିରେ ଥିବା ମଙ୍ଗଳ ବ୍ୟକ୍ତିର ଶକ୍ତି ବ୍ୟବହାର କରିବାର ପଦ୍ଧତି ଏବଂ ଦୃଢ଼ତା ଏବଂ ଚ୍ୟାଲେଞ୍ଜର ସମ୍ମୁଖୀନ ହେବା ପ୍ରତି ତାଙ୍କର ମନୋଭାବକୁ ପ୍ରଭାବିତ କରେ।
- ଦ୍ରୁତ ଗତିରେ ଆଗକୁ ବଢ଼ନ୍ତି
ଯେଉଁ ଲୋକଙ୍କରଜାତକରେ ମଙ୍ଗଳ ଗ୍ରହ ଥାଆନ୍ତି, ସେ ନିଜର ବୁଦ୍ଧି ବଳରେ ଆଗକୁ ବଢ଼ିଥାନ୍ତି। ଏମାନେ କାର୍ଯ୍ୟ କରିବା ଓ ନିଷ୍ପତି ନେବାରେ ତତ୍ପର ହୁଅନ୍ତି। ଏମାନେ ବିନା କୌଣସି ଦ୍ଵନ୍ଦରେ ଗୋଟିଏ କାମ ସହିତ ଅନ୍ୟ କାମ ଉପରେ ଧ୍ୟାନ ଦେଇପାରନ୍ତି।
ସେମାନେ ବୁଦ୍ଧିମାନ ଏବଂ ବହୁ କାର୍ଯ୍ୟରେ ନିପୁଣ, କିନ୍ତୁ ଦୀର୍ଘ ସମୟ ପାଇଁ ଗୋଟିଏ ଜିନିଷ ଉପରେ ଧ୍ୟାନ ଦେବାରେ ଅସୁବିଧା ସମ୍ମୁଖୀନ ହୁଅନ୍ତି। ସେମାନେ ଶାରୀରିକ କାର୍ଯ୍ୟ ଅପେକ୍ଷା ମାନସିକ କାର୍ଯ୍ୟରେ ନିଜର ଶକ୍ତିକୁ ବ୍ୟବହାର କରିବାକୁ ପସନ୍ଦ କରିପାରନ୍ତି।
- କଥା କହିବାରେ ପାରଙ୍ଗମ
ଏହି ଲୋକମାନେ ନିଜ କଥା ମାଧ୍ୟମରେ ଅନ୍ୟମାନଙ୍କ ନିକଟରେ ନିଜର ଚିନ୍ତାଧାରା ପ୍ରକାଶ କରିବାକୁ ଚାହାଁନ୍ତି। ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ ମଙ୍ଗଳ ଗ୍ରହ ତାଙ୍କୁ ନିଜର ବିଚାର ପ୍ରକାଶ କରିବା ପାଇଁ ପ୍ରେରିତ କରନ୍ତି। ଏମାନେ ନିଜର କଥା କହିବାର ଢଙ୍ଗକୁ ନିଜର ଶକ୍ତି ଭାବରେ ବ୍ୟବହାର କରିଥାନ୍ତି।
ସେମାନେ ବିତର୍କ କରିବାକୁ ଏବଂ ବୌଦ୍ଧିକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ଭଲ ପାଆନ୍ତି। ସେମାନେ ସେମାନଙ୍କର ଧାରଣାକୁ ପ୍ରକଟ କରିବାକୁ କିମ୍ବା ବିତର୍କ କରିବାକୁ ସଂକୋଚ କରନ୍ତି ନାହିଁ। ଏହି ରାଶିର ଲୋକମାନେ ବିତର୍କ କରିବାରେ ଏବଂ ଅନ୍ୟମାନଙ୍କୁ ପ୍ରେରଣା ଦେବାରେ ଭଲ ହୋଇପାରନ୍ତି, କିନ୍ତୁ ସେମାନେ କଥାବାର୍ତ୍ତାରେ ଯୁକ୍ତିତର୍କ ମଧ୍ୟ କରିପାରନ୍ତି।
- ଜିଜ୍ଞାସୁ
ମଙ୍ଗଳଙ୍କର ମିଥୁନ ରାଶିରେ ବକ୍ରୀ ହେବା ଦ୍ବାରା ବିଚଳିତ ଅନୁଭବ ହୁଏ। ଏହି ଲୋକ ଜୀବନର ପ୍ରତ୍ଯେକ କ୍ଷେତ୍ରରେ ବିବିଧତା, ପରିବର୍ତ୍ତନ ଓ ଉତ୍ସାହ ଚାହାନ୍ତି। ଏମାନଙ୍କର ଜିଜ୍ଞାସୁ ସ୍ଵଭାବ ଏମାନଙ୍କୁ ଅଲଗା ବିଚାର, ଆଗ୍ରହ ଓ ଅବୁଭାବ ବିଷୟରେ ଜାଣିବା ପାଇଁ ପ୍ରେରିତ କରିଥାଏ।
ସେମାନେ ଅନେକ ଜିନିଷରେ ଆଗ୍ରହୀ ହୋଇଥାନ୍ତି, କିନ୍ତୁ ବାରମ୍ବାର ଆସୁଥିବା କିମ୍ବା ସ୍ଥିର ପରିସ୍ଥିତିରେ ସେମାନେ ଶୀଘ୍ର ଆଗ୍ରହ ହରାଇ ଦିଅନ୍ତି ଏବଂ ଏହି କାରଣରୁ ସେମାନେ ପ୍ରାୟତଃ ଗୋଟିଏ ଜିନିଷକୁ ଉପରେ ଦୀର୍ଘ ସମୟ ପାଇଁ ଲାଗି ରହିବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି।
- ପରିବର୍ତ୍ତନକୁ ସ୍ଵୀକାର କରିବା ବାଲା ଓ ପ୍ରତିଭାଶାଳୀ
ଯେହେତୁ, ମିଥୁନ ରାଶିର ଗୁଣ ହେଉଛି ପରିବର୍ତ୍ତନଗୁଡ଼ିକୁ ସହଜରେ ଗ୍ରହଣ କରିବା, ତେଣୁ ଯଦି ମଙ୍ଗଳ ମିଥୁନ ରାଶିରେ ବକ୍ରୀ କରୁଛନ୍ତି ତେବେ ପରିବର୍ତ୍ତନ ପ୍ରତି ଅଧିକ ସକାରାତ୍ମକ ମନୋଭାବ ରଖିପାରିବେ। ଆବଶ୍ୟକ ହେଲେ ଏହି ଲୋକମାନେ ବହୁତ ଶୀଘ୍ର ସେମାନଙ୍କର ପଥ ପରିବର୍ତ୍ତନ କରିପାରିବେ ଏବଂ ହଠାତ ପରିବର୍ତ୍ତନଗୁଡ଼ିକୁ ସହଜରେ ସମ୍ଭାଳି ପାରିବେ।
ଏମାନେ ଏପରି ପରିବେଶରେ କାମ କରିପାରିବେ ଯେଉଁଠି ନମ୍ରତା, ଲଗାତାର ଶିଖିବାର ସୁଯୋଗ ଓ ଅନ୍ୟଙ୍କ ସହିତ କଥାବାର୍ତା କରିବାର ଆବଶ୍ୟକତା ଥାଏ। ଯଦି ସେମାନଙ୍କର ଏକ କଷ୍ଟକର କିମ୍ବା ବିରକ୍ତିକର ଦିନଚର୍ଯ୍ୟା ଥାଏ, ତେବେ ସେମାନେ ବହୁତ ଶୀଘ୍ର ହତାଶ ହୋଇଯାଆନ୍ତି କିମ୍ବା ସେଥିରେ ଆଗ୍ରହୀ ହୋଇପାରନ୍ତି ନାହିଁ।
- କଥା ମାଧ୍ୟମରେ ନିଜକୁ ପ୍ରକାଶ କରିବା
ଯଦିଓ ମଙ୍ଗଳ ଶାରୀରିକ କାର୍ଯ୍ୟକଳାପ ସହିତ ଜଡ଼ିତ, କିନ୍ତୁ ମିଥୁନ ରାଶିରେ ବକ୍ରୀ କଲେ, ଏହା ମାନସିକ ଶକ୍ତି ପ୍ରଦାନ କରିବା ସହିତ ଯୋଗାଯୋଗ ଦକ୍ଷତାକୁ ପ୍ରଭାବଶାଳୀ କରିଥାଆନ୍ତି। ସାଙ୍ଗରେ ଶାରୀରିକ ଗତିବିଧିର ଅଭାବ ହେବା ଯୋଗୁଁ ଆପଣ ବିଚଳିତ ଅନୁଭବ କରିପାରନ୍ତି।
ଏହି ଲୋକଙ୍କୁ ଲେଖିବା, କହିବା କିମ୍ବା ଶାରୀରିକ କାର୍ଯ୍ୟ କରିବାରେ ମଜା ଆସିଥାଏ ଯେଉଁଥିରେ ବୁଦ୍ଧିର ବ୍ୟବହାର କରିବାକୁ ପଡ଼ିଥାଏ ଯେପରି ଏପରି କୌଣସି ଖେଳ ଯେଉଁଥିରେ ରଣନୀତି କିମ୍ବା ପରସ୍ପରିକ ତାଳମେଳର ଆବଶ୍ୟକତା ଥାଏ।
- ଆକର୍ଷକ ହୋଇଥାଆନ୍ତି
ମଙ୍ଗଳଙ୍କର ମିଥୁନ ରାଶିରେ ଗୋଚର ଯୋଗୁଁ ଲୋକ ଚଞ୍ଚଳ ସ୍ଵଭାବର ଓ ହସ-ଖୁସି କରିବା ଲୋକ ହୋଇଥାଆନ୍ତି। ଏମାନେ ନିଜର ବୁଦ୍ଧି ବଳରେ ଲୋକଙ୍କ ସହିତ ସହଜରେ ମିଶିବାରେ ସକ୍ଷମ ହୁଅନ୍ତି।
ଏମାନେ ସମ୍ପର୍କରେ ଭାବନାତ୍ମକ ସ୍ତରରେ ବହୁତ ଅଧିକ ଜଡ଼ିତ ହୁଅନ୍ତି ନାହିଁ କିନ୍ତୁ ଏମାନେ ଆକର୍ଷକ ହୋଇଥାଆନ୍ତି ଓ ହସ-ଖୁସି ଏବଂ ଜିନିଷକୁ ଗମ୍ଭୀର ହେବାକୁ ନ ଦେବାକୁ ସକ୍ଷମ ଅଟନ୍ତି।
- ଫୋକସ କୁ ନେଇ ସମସ୍ଯା
ମଙ୍ଗଳଙ୍କର ମିଥୁନ ରାଶିରେ ବକ୍ରୀ ହେବା ଦ୍ବାରା ବ୍ୟକ୍ତିକୁ ଫୋକସ ରଖିବା ଓ ଲଗାତାର ଗୋଟିଏ କାମରେ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ। ହୋଇପାରେ କି ସେ କୌଣସି ପ୍ରୋଜେକ୍ଟ ଉପରେ ବଡ଼ ଉତ୍ସାହ ସହିତ କାମ କରିବା ଆରମ୍ଭ କରିବେ କିନ୍ତୁ ଯଦି ସେହି କାମ ତାଙ୍କୁ ଭଲ ଲାଗେ ନାହିଁ ତେବେ ସେଥିରୁ ବହୁ ଶୀଘ୍ର ଆଗ୍ରହ ଛାଡ଼ି ଯାଇପାରେ।
ଶକ୍ତିର ଅଭାବ କେବେ କେବେ ଆପଣଙ୍କୁ ରାସ୍ତାରେ ବାଧା ଦେଇପାରେ। ଦୀର୍ଘକାଳୀନ ଲକ୍ଷ ପୂରଣ କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିପାରେ।
ଏବେ ଘରେ ବସି ବିଶେଷଜ୍ଞ ପୁରୋହିତଙ୍କ ଦ୍ବାରା କରାନ୍ତୁ ଇଚ୍ଛାନୁସାରେ ଅନଲାଇନ ପୂଜା ଓ ପାଆନ୍ତୁ ଉତ୍ତମ ପରିଣାମ!
ଜ୍ଯୋତିଷଶାସ୍ତ୍ରରେ ବକ୍ରୀ ମଙ୍ଗଳ
ବୈଦିକ ଜ୍ୟୋତିଷରେ, ମଙ୍ଗଳ ଗ୍ରହଙ୍କର ବକ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା କାରଣ ଏହା ପ୍ରତି 26 ମାସରେ ଥରେ ଘଟେ ଏବଂ ପ୍ରାୟ ଦୁଇ ରୁ ଅଢ଼େଇ ମାସ ପର୍ଯ୍ୟନ୍ତ ରହିଥାଏ। ଏହି ସମୟ ମଧ୍ୟରେ, କାର୍ଯ୍ୟକଳାପ, ଶକ୍ତି ଏବଂ ଅଗ୍ରେସିଭ ତତ୍ଵର ମଙ୍ଗଳ ଗ୍ରହ ଆକାଶରେ ପଛକୁ ଗତି କରୁଥିବା ପରି ଦେଖାଯାଆନ୍ତି, ଯଦିଓ ବାସ୍ତବରେ ଏହା ଘଟେ ନାହିଁ। ମଙ୍ଗଳ ଗ୍ରହଙ୍କର ବକ୍ରୀ ସମୟ ହେଉଛି ଚିନ୍ତା କରିବା, ପୁନଃ କାର୍ଯ୍ୟ କିମ୍ବା ପୁନଃ ଚେଷ୍ଟା କରିବା ଏବଂ ମତଭେଦ ସମାଧାନ କରିବାର ସମୟ, ବିଶେଷକରି କାର୍ଯ୍ୟ, ଶକ୍ତି ଏବଂ ଦୃଢ଼ ନିଷ୍ପତ୍ତି ନେବା କ୍ଷେତ୍ରରେ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ମିଥୁନ ରାଶିରେ ମଙ୍ଗଳ ଗୋଚର: ବିଶ୍ବ ଉପରେ ପ୍ରଭାବ
ମିଡିଆ, ନେତା ଓ ପରାମର୍ଶଦାତା
- ମଙ୍ଗଳ ମିଥୁନ ରାଶିରେ ବକ୍ରୀ ବ୍ୟକ୍ତିଙ୍କୁ ସମାଲୋଚନାତ୍ମକ ଏବଂ ତୀକ୍ଷ୍ଣ ମନର ବ୍ୟକ୍ତି କରିବେ। ମଙ୍ଗଳଙ୍କର ବକ୍ରୀ ବିଶ୍ୱର ଲେଖକ, ସାମ୍ବାଦିକ, ଶିକ୍ଷକ ଏବଂ ସମାଲୋଚକଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ।
- ଏହି ସମୟରେ ବିଶ୍ବର ନେତାଙ୍କର ବୁଦ୍ଧିମାନୀର ସହିତ କଥା କହିବା ଓ ନେତୃତ୍ବ କରିବାର ଗୁଣ ଦେଖିବାକୁ ମିଳିବ ଯାହା ମଧ୍ୟରୁ କିଛି ନେତା ଭଲ ଉଦାହରଣ ସ୍ଥାପନ କରିବେ।
- ଏହି ସମୟରେ ସରକାର ଭବିଷ୍ୟର ଯୋଜନା ପାଇଁ ସକାରାତ୍ମକ ରଣନୀତି ଓ ଯୋଜନା ପ୍ରସ୍ତୁତ କରିପାରନ୍ତି।
ବିଜ୍ଞାନ, ଚିକିତ୍ସା ଓ ପ୍ରକାଶନ
- ଏହି ସମୟରେ ଚିକିତ୍ସା କିମ୍ବା ଅନ୍ୟ କୌଣସି କ୍ଷେତ୍ରରେ ବିଜ୍ଞାନ ଉପରେ ଆଧାରିତ ଅଧ୍ୟୟନ ଓ ପ୍ରୟୋଗରେ ବୃଦ୍ଧି ଦେଖିବାକୁ ମିଳିପାରେ।
- ମଙ୍ଗଳଙ୍କର ମିଥୁନ ରାଶିରେ ଗୋଚର କରିବା ଦ୍ବାରା ସଫ୍ଟୱେୟାର୍ ଇନଡସ୍ଟ୍ରିରେ ପ୍ରଗତି ହେବାର ସଙ୍କେତ ଅଛି।
- ଅଧ୍ୟୟନ କାର୍ଯ୍ୟ, ବିଜ୍ଞାନ କ୍ଷେତ୍ରରେ ନୂଆ ଆବିଷ୍କାର କିମ୍ବା ଥିସିଶ ପ୍ରକାଶିତ କରୁଥିବା ଲୋକ ଓ କମ୍ପାନୀଙ୍କ ପାଇଁ ଏହି ସମୟ ବହୁତ ମହତ୍ଵପୂରଣ ପ୍ରମାଣିତ ହେବ।
- ଏହା ବ୍ୟତୀତ ଟ୍ରାଭେଲ ବ୍ଲଗର, ଅନଲାଇନ ଟ୍ରାଭେଲ କମ୍ପାନୀ, ଓ ଟ୍ରାଭେଲିଙ୍ଗ କ୍ଷେତ୍ରରେ ଚାକିରି କରୁଥିବା ଲୋକଙ୍କୁ ଏହି ସମୟରେ ବଡ଼ ଲାଭ ମିଳିପାରେ। ଏହି ସମୟରେ ମଝିରେ-ମଝିରେ କିଛି ବାଧା ମଧ୍ୟ ଆସିପାରେ।
ଖେଳ, ବିଜନେସ ଓ ମାର୍କେଟିଙ୍ଗ
- ବିଶ୍ବର ଆଥେଲିଟ କିମ୍ବା ଖେଳାଳି କିମ୍ବା ଖେଳ ସମ୍ବନ୍ଧିତ କମ୍ପାନୀରେ କାମ କରୁଥିବା ଲୋକଙ୍କୁ ଲାଭ ହେବ। ତାଙ୍କ ମଧ୍ୟରୁ କିଛି ଲୋକଙ୍କୁ ବଡ଼ ସୁଯୋଗ ଓ ପୁରସ୍କାର ମିଳିପାରେ କିମ୍ବା ତାଙ୍କର ଜାତକ ଓ ଗ୍ରହଙ୍କର ସ୍ଥିତି ଉପର ନିର୍ଭର କରିପାରେ।
- ଏହି ସମୟରେ ଅନେକ ଲୋକ ବ୍ୟବସାୟ କ୍ଷେତ୍ରରେ ପ୍ରବେଶ କରିବେ ଓ ବଡ଼ ଲାଭ ରୋଜାଗର କରିବାରେ ସଫଳ ହୋଇ ପାରିବେ। ଆରମ୍ଭରେ ତାଙ୍କୁ ଟିକେ କଷ୍ଟ ହୋଇପାରେ।
- ମାର୍କେଟିଙ୍ଗ ଏଜେଂସି, ଫର୍ମ ଓ ବିଜ୍ଞାପନ କ୍ଷେତ୍ରରେ କାମ କରୁଥିବା ଲୋକଙ୍କୁ ମଙ୍ଗଳ ମିଥୁନ ରାଶିରେ ଗୋଚର କରିବା ସମୟରେ ଲାଭ ମିଳିବ କିନ୍ତୁ ମଙ୍ଗଳଙ୍କର ବକ୍ରୀ ଅବସ୍ଥା ରେ ରହିବା ଯୋଗୁଁ ଏହି କାମରେ ଉତ୍ଥାନ-ପତନ ଆସିପାରେ।
ପାଆନ୍ତୁ କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍
ମିଥୁନ ରାଶିରେ ମଙ୍ଗଳ ଗୋଚର : ସ୍ଟକ ମାର୍କେଟ ଉପରେ ପ୍ରଭାବ
ଏବେ ମଙ୍ଗଳ ବୁଧ ରାଶିରେ ଗୋଚର କରିବାକୁ ଯାଉଛନ୍ତି। ଆଗକୁ ଜାଣନ୍ତୁ ମଙ୍ଗଳ ମିଥୁନ ରାଶିରେ ପ୍ରବେଶ କରିବା ଦ୍ୱରା ସ୍ଟକ ମାର୍କେଟ କିପରି ପ୍ରଭାବିତ ହେବ।
- ମଙ୍ଗଳଙ୍କର ମିଥୁନ ରାଶିରେ ଗୋଚର କରିବା ଦ୍ବାରା କେମିକ୍ଯାଲ ସାର ଉଦ୍ଯୋଗ, ଚାହା ଓ କଫି ଉଦ୍ଯୋଗ, ସ୍ଟୀଲ ଇନଡସ୍ଟ୍ରି ବହୁତ ଲାଭ କରିବେ।
- ଏହି ସମୟରେ ଫର୍ମାଶୁଟିକାଲ ଇନଡସ୍ଟ୍ରି ଭଲ ପ୍ରଦର୍ଶନ କରିବେ କିନ୍ତୁ ମଙ୍ଗଳଙ୍କର ଗୋଚର କରିବା ସମୟରେ କିଛି ବାଧା ଆସିପାରେ।
- ସର୍ଜିକାଲ ଉପକରଣ ତିଆରି କରିବା ଓ ଏହାର ବ୍ୟବସାୟ କରୁଥିବା ଉଦ୍ଯୋଗ ମଧ୍ୟ ଭଲ ପ୍ରଦର୍ଶନ କରି ପାରନ୍ତି।
- ରିଲାଏନ୍ସ ଇନଡସ୍ଟ୍ରିଜ, ବିଜ୍ଞାପନ ଏଜେଂସି, କମ୍ପିଉଟର ସଫ୍ଟୱେୟାର୍ ଟେକ୍ନୋଲୋଜି, ସୂଚନା ପ୍ରଦ୍ୟୋଗିକୀ ଓ ଅନ୍ୟ କ୍ଷେତ୍ରରେ ମାସର ଶେଷ ପର୍ଯ୍ୟନ୍ତ ଧୀର ଗତିରେ ଲାଭ ହେବା ଜାରି ରହିବ।
- ମିଡିଆ କମ୍ପାନୀ, ଶିକ୍ଷା ସଂସ୍ଥାନ ଓ ପିଆର କମ୍ପାନୀଙ୍କୁ ଲାଭ ହେବ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!
ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ
1. ମଙ୍ଗଳଙ୍କର କେଉଁ ଗ୍ରହ ମିତ୍ର ଅଟନ୍ତି?
ସୂର୍ଯ୍ୟ, ବୃହସ୍ପତି ଓ ଚନ୍ଦ୍ର ।
2. ମଙ୍ଗଳଙ୍କ ପାଇଁ କେଉଁ ରାଶି ଉତ୍ତମ ଅଟେ?
ମେଷ, ବିଛା ଓ ମକର ରାଶି ।
3. ମଙ୍ଗଳଙ୍କ ପାଇଁ କେଉଁ ରତ୍ନ ପିନ୍ଧି ପାରିବେ?
ମୂଂଗା ମଙ୍ଗଳଙ୍କର ରତ୍ନ ଅଟେ।
Astrological services for accurate answers and better feature
Astrological remedies to get rid of your problems
AstroSage on MobileAll Mobile Apps
- Horoscope 2026
- राशिफल 2026
- Calendar 2026
- Holidays 2026
- Shubh Muhurat 2026
- Saturn Transit 2026
- Ketu Transit 2026
- Jupiter Transit In Cancer
- Education Horoscope 2026
- Rahu Transit 2026
- ராசி பலன் 2026
- राशि भविष्य 2026
- રાશિફળ 2026
- রাশিফল 2026 (Rashifol 2026)
- ರಾಶಿಭವಿಷ್ಯ 2026
- రాశిఫలాలు 2026
- രാശിഫലം 2026
- Astrology 2026






