ମଙ୍ଗଳଙ୍କର ସିଂହ ରାଶିରେ ଗୋଚର

ଆଷ୍ଟ୍ରୋସେଜର ଏହି ଲେଖାରେ ମଙ୍ଗଳଙ୍କର ସିଂହ ରାଶିରେ ଗୋଚର ବିଷୟରେ ଆସନ୍ତୁ ଜାଣିବା ସମସ୍ତ ସୂଚନା। ସେନା, ଯୁଦ୍ଧ, ପରାକ୍ରମ ଓ ଉତ୍ସାହ ପରି କ୍ଷେତ୍ରର କାରକ ଗ୍ରହ ମଙ୍ଗଳ 7 ଜୁନ 2025 ରାତି 01:33 ରେ ସିଂହ ରାଶିରେ ପ୍ରବେଶ କରିବେ। ଏଠାରେ 28 ଜୁଲାଇ 2025 ପର୍ଯ୍ୟନ୍ତ ରହିବେ। ମଙ୍ଗଳ ଗ୍ରହଙ୍କୁ ଗ୍ରହଙ୍କର ସେନାପତି ପଦ ମଧ୍ୟ ଦିଆଯାଇଛି। ଏହା ସ୍ବାଭାବିକ ଯେ ମଙ୍ଗଳ ଗ୍ରହ ନିଜର ନିଚ୍ଚ ରାଶି ଅର୍ଥାତ କର୍କଟ ରାଶି ଛାଡ଼ି ସିଂହ ରାଶିକୁ ଯିବେ ତେବେ ମଙ୍ଗଳ ଗ୍ରହଙ୍କ ପାଇଁ ଏହା ସକାରାତ୍ମକ ଗୋଚର ହେବ। ମଙ୍ଗଳ ଗ୍ରହ ତୁଳନାତ୍ମକ ଭାବରେ ଅଧିକ ଦୃଢ଼ତା ପ୍ରାପ୍ତ କରିବେ। କାରଣ, ଶକ୍ତି ସହିତ ଜଡ଼ିତ ହେବା ସହିତ, ମଙ୍ଗଳ ଗ୍ରହଙ୍କର ରକ୍ତ, ମଜ୍ଜା, ଯୁଦ୍ଧ, କଳହ, ବିଦ୍ୟୁତ ଏବଂ ପ୍ରଯୁକ୍ତିବିଦ୍ୟା ଭଳି କ୍ଷେତ୍ରରେ ମଧ୍ୟ ପ୍ରଭାବ ଅଛି। ଏହା ବ୍ୟତୀତ, ମଙ୍ଗଳ ଏକ ଅଗ୍ନି ତତ୍ଵ ଗ୍ରହ ଏବଂ ଯେତେବେଳେ ଏହା ଜଳୀୟ ରାଶି ଛାଡ଼ି ଅଗ୍ନି ତତ୍ଵ ରାଶିକୁ ଗତି କରନ୍ତି , ସେତେବେଳେ ମଙ୍ଗଳର ସ୍ଥିତିରେ ଉନ୍ନତି ହେବା ସ୍ୱାଭାବିକ।

ମଙ୍ଗଳଙ୍କର ସିଂହ ରାଶିରେ ଗୋଚର 07 ଜୁନ 2025 ରେ ହେବ।

ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025

ସିଂହ ରାଶିରେ ମଙ୍ଗଳଙ୍କର ଗୋଚର ହେବା ସମୟରେ ଭବିଷ୍ୟ ସହିତ ଜଡ଼ିତ ସମସ୍ଯାର ସମାଧାନ ମିଳିବ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ

ମଙ୍ଗଳ ଗ୍ରହଙ୍କର ଦୃଢ଼ତାର ଆମ ସମସ୍ତଙ୍କ ଉପରେ କି ପ୍ରଭାବ ପଡ଼ିବ, ଏଠାରେ ଆମେ ଜାଣିବା କିନ୍ତୁ ତାହା ପୂର୍ବରୁ ଏହା ଜାଣିବା ଯେ ମଙ୍ଗଳ ଗ୍ରହ ଯାହା ପାଇଁ ଅନୁକୂଳ ତାଙ୍କ ପାଇଁ ମଙ୍ଗଳ ଗ୍ରହଙ୍କର ସିଂହ ରାଶିରେ ଗୋଚର ଏବେ ଭଲ ପରିଣାମ ଦେବ। ଯଦି କାହାର କୁଣ୍ଡଳୀରେ ମଙ୍ଗଳ ଗ୍ରହ ଅଶୁଭ ସ୍ଥିତିରେ ଅଛନ୍ତି, ତେବେ ମଙ୍ଗଳ ଗ୍ରହଙ୍କର ଶକ୍ତି ସେମାନଙ୍କ ପାଇଁ କିଛି ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ଅଛି। ସିଂହ ରାଶିରେ ତାଙ୍କର ଗୋଚର ସମୟରେ, ମଙ୍ଗଳ ମଧ୍ୟ ରାହୁ ଏବଂ କେତୁଙ୍କ ପ୍ରଭାବରେ ରହିବେ। ଯାହାକୁ ଅନେକ ବିଦ୍ୱାନ ଜ୍ୟୋତିଷ ଅଙ୍ଗାରକ ପରିସ୍ଥିତି ମଧ୍ୟ ବୋଲି କୁହନ୍ତି। ଏହିପରି, ବେଳେବେଳେ ମଙ୍ଗଳ ଗ୍ରହଙ୍କର ଭୟଙ୍କର ରୂପ ମଧ୍ୟ ଦେଖାଯାଇପାରେ।

हिन्दी में पढ़ने के लिए यहां क्लिक करें: मंगल का सिंह राशि में गोचर

ସିଂହ ରାଶିରେ ମଙ୍ଗଳଙ୍କର ଗୋଚର: ଭାରତବର୍ଷ ଉପରେ ପ୍ରଭାବ

ରାହୁ ଏବଂ କେତୁଙ୍କ ପ୍ରଭାବରେ ମଙ୍ଗଳ ଗ୍ରହ ଉଗ୍ର ରୂପ ଦେଖାଇବେ। ଯଦି ଆମେ ଭାରତ ବିଷୟରେ କଥା ହେବା, ତେବେ ଭାରତର କୁଣ୍ଡଳୀର ଚତୁର୍ଥ ଘରେ ମଙ୍ଗଳ ଗ୍ରହ କେତୁ ସହିତ ସଂଯୋଗ କରିବେ ଯାହା ଆନ୍ତରିକ ଅଶାନ୍ତି ସୃଷ୍ଟି କରିପାରେ। ଏପରି ପରିସ୍ଥିତିରେ, ବାହ୍ୟ ବିରୋଧୀ ଶକ୍ତି ବଦଳରେ, ଅନ୍ତରିକ ଦ୍ୱନ୍ଦ୍ୱ; ଏହା ଦେଶ ଭିତରେ ସମସ୍ୟା ସୃଷ୍ଟି କରିପାରେ। ମଙ୍ଗଳଙ୍କର ସିଂହ ରାଶିରେ ଗୋଚର ବେଳେ ଟ୍ରାଫିକ୍ ଦୁର୍ଘଟଣା, ଅଗ୍ନିକାଣ୍ଡ ଇତ୍ୟାଦିର ସମ୍ଭାବନା ମଧ୍ୟ ଥାଇପାରେ। ସେହି ସମୟରେ, କିଛି ସ୍ଥାନରେ ଭୂମିକମ୍ପର ଝଟକା ମଧ୍ୟ ଅନୁଭୂତ ହୋଇପାରେ। ସିଂହ ରାଶିରେ ମଙ୍ଗଳଙ୍କ ଗୋଚର ଆପଣଙ୍କ ରାଶି ଉପରେ କି ପ୍ରଭାବ ପକାଇବ ଆସନ୍ତୁ ଜାଣିବା।

To Read in English Click Here: Mars Transit in Leo

ଏହି ରାଶିଫଳ ଆପଣଙ୍କର ଚନ୍ଦ୍ର ରାଶି ଉପରେ ଆଧାରିତ। ନିଜର ବ୍ୟକ୍ତିଗତ ଚନ୍ଦ୍ର ରାଶି ଜାଣିବା ପାଇଁ ଚନ୍ଦ୍ର ରାଶି କ୍ଯାଲକୁଲେଟର ବ୍ୟବହାର କରନ୍ତୁ।

ସିଂହ ରାଶିରେ ମଙ୍ଗଳଙ୍କର ଗୋଚର: ରାଶି ଅନୁସାରେ ପ୍ରଭାବ ଓ ଉପାୟ

ମେଷ ରାଶି

ମଙ୍ଗଳ ଆପଣଙ୍କର କୁଣ୍ଡଳୀରେ ଲଗ୍ନ କିମ୍ବା ରାଶିର ସ୍ବାମୀ ହେବା ସହିତ ଆପଣଙ୍କର ଅଷ୍ଟମ ଘରର ସ୍ବାମୀ ମଧ୍ୟ ଓ ବର୍ତ୍ତମାନ ମଙ୍ଗଳ ଅପଣନଳର କୁଣ୍ଡଳୀରେ ପଞ୍ଚମ ଘରେ ଗୋଚର କରିବାକୁ ଯାଉଛନ୍ତି। ଯଦିଓ ମଙ୍ଗଳ ଆପଣଙ୍କର ଲଗ୍ନ କିମ୍ବା ରାଶିର କର୍ତ୍ତା; ଯାହାର ଦାୟିତ୍ୱ ସର୍ବଦା ଆପଣଙ୍କର ମଙ୍ଗଳ କରିବା, କିନ୍ତୁ ପଞ୍ଚମ ଘରେ ରହିବା ସହିତ କେତୁ ସହିତ ସଂଯୋଗ ହେବା ଦ୍ଵାରା ଏହା ଆପଣଙ୍କର ମନକୁ ଅଶାନ୍ତ କରିପାରେ। କୌଣସି ବିଷୟରେ ଚିନ୍ତା ହୋଇପାରେ। କେତେବେଳେ ପେଟ ସମ୍ବନ୍ଧୀୟ କିଛି ସମସ୍ୟା ମଧ୍ୟ ଦେଖାଯାଇପାରେ। ମଙ୍ଗଳ ଏବଂ କେତୁଙ୍କ ଏହି ସଂଯୋଗକୁ ବିଚାରକୁ ନେଇ, ପିଲାମାନଙ୍କ ସହିତ ସମ୍ପର୍କକୁ ଅନୁକୂଳ କରିବା ପାଇଁ ଟିକିଏ ଅତିରିକ୍ତ ପ୍ରୟାସ ଆବଶ୍ୟକ ହେବ। ଯଦି ଆପଣ ବିଦ୍ୟାର୍ଥୀ ତେବେ ପଢ଼ା ଉପରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ଅଛି। ବିବାଦ କରନ୍ତୁ ନାହିଁ। ସହପାଠୀଙ୍କ ସହିତ ଭଲ ସମ୍ବନ୍ଧ ରଖନ୍ତୁ ଓ ଚିନ୍ତାଧାରାକୁ ସକାରାତ୍ମକ କରନ୍ତୁ।

ଉପାୟ: ନୀମବ ଗଛ ମୂଳରେ ଜଳ ଦେବା ଶୁଭ ହେବ।

ମେଷ ସାପ୍ତାହିକ ରାଶିଫଳ

ବୃଷ ରାଶି

ମଙ୍ଗଳ ଆପଣଙ୍କର କୁଣ୍ଡଳୀରେ ସପ୍ତମ ତଥା ଦ୍ଵାଦଶ ଘରର ସ୍ବାମୀ। ବର୍ତ୍ତମାନ ମଙ୍ଗଳଙ୍କର ସିଂହ ରାଶିରେ ଗୋଚର ଆପଣଙ୍କର ଚତୁର୍ଥ ଘରେ ହେବ। ମଙ୍ଗଳଙ୍କର ଗୋଚର ଚତୁର୍ଥ ଘରେ ଭଲ ପରିଣାମ ଦେବ ନାହିଁ। ମଙ୍ଗଳ ଗ୍ରହଙ୍କ ଉପରେ ରାହୁ ଓ କେତୁଙ୍କ ପ୍ରଭାବ ରହିବ। ଏହି କାରଣରୁ ମଙ୍ଗଳଙ୍କର ଏହି ଗୋଚର ନକରାତ୍ମକ ପରିଣାମ ଦେଇପାରେ। ଜମି, କୋଠା, ଯାନବାହନ ଇତ୍ୟାଦି ସମ୍ବନ୍ଧୀୟ ମାମଲାରେ କିଛି ଚିନ୍ତା କିମ୍ବା ଅସୁବିଧା ହୋଇପାରେ। ଯଦି ଆପଣ ପୂର୍ବରୁ କୌଣସି ହୃଦୟ କିମ୍ବା ଛାତି ସମ୍ବନ୍ଧୀୟ ସମସ୍ୟାରେ ପୀଡ଼ିତ ଅଛନ୍ତି, ତେବେ ଆପଣଙ୍କୁ ଏବେ ସେହି ବିଷୟରେ ଅଧିକ ସତର୍କ ରହିବାକୁ ପଡ଼ିବ। ପାରିବାରିକ ବିବାଦ ଏଡ଼ାଇବା ମଧ୍ୟ ବୁଦ୍ଧିମାନ କାମ ହେବ। ବିଶେଷ କରି ସ୍ଵଜନଙ୍କ ସହିତ ବିବାଦ କରନ୍ତୁ ନାହିଁ। ମାତାଙ୍କ ସହିତ ସମ୍ବନ୍ଧ ଅନୁକୂଳ ରହୁ, ସେଥିପାଇଁ ବିଶେଷ ଚେଷ୍ଟା କରନ୍ତୁ।

ଉପାୟ: ବର ଗଛ ମୂଳରେ ମିଠା କ୍ଷୀର ଅର୍ପଣ କରିବା ଶୁଭ ହେବ।

ବୃଷ ସାପ୍ତାହିକ ରାଶିଫଳ

କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

ମିଥୁନ ରାଶି

ମଙ୍ଗଳ ଆପଣଙ୍କର କୁଣ୍ଡଳୀରେ ଷଷ୍ଠ ତଥା ଲାଭ ଘରର ସ୍ବାମୀ ହୋଇଥାଆନ୍ତି ଓ ବର୍ତ୍ତମାନ ସେ ଆପଣଙ୍କର ତୃତୀୟ ଘରେ ଗୋଚର କରୁଛନ୍ତି। ସାଧାରଣତଃ, ତୃତୀୟ ଘରେ ମଙ୍ଗଳଙ୍କ ଗୋଚରକୁ ଭଲ ବିବେଚନା କରାଯାଏ। ଯଦିଓ ରାହୁ ଏବଂ କେତୁ ଦ୍ୱାରା ପ୍ରଭାବିତ ହୋଇଥିବାରୁ ମଙ୍ଗଳ ଗ୍ରହଙ୍କର ଶକ୍ତି ଟିକେ ଅସନ୍ତୁଳିତ ହେବ, ତଥାପି, ଯଦି ଆପଣ ଆପଣଙ୍କର ଶକ୍ତି ଏବଂ କ୍ଷମତାକୁ ସଠିକ୍ ଭାବରେ ବ୍ୟବହାର କରନ୍ତି, ତେବେ ଏହି ଗୋଚର ଆପଣଙ୍କୁ ବହୁତ ଭଲ ଫଳାଫଳ ଦେଇପାରିବ। ଆପଣ ନିଜର ପ୍ରତିସ୍ପର୍ଦ୍ଧୀଙ୍କ ଠାରୁ ଭଲ କରିବେ। ଆପଣଙ୍କର ପ୍ରଭାବ ବୃଦ୍ଧି ହେବ। ଶାସନ ପ୍ରଶାନ ସହିତ ଜାରି ମାମଲାରେ ମଧ୍ୟ ଅନୁକୂଳ ପରିନାମମ ମିଳିପାରେ। ଭଲ ଖବର ମଧ୍ୟ ଶୁଣିବାକୁ ମିଳିପାରେ। ଭାଇ ବନ୍ଧୁଙ୍କ ସହିତ ସମ୍ବନ୍ଧ ମେନଟେନ କରିଲେ ଆପଣଙ୍କୁ ତାଙ୍କର ସହଯୋଗ ମଧ୍ୟ ମିଳିପାରେ।

ଉପାୟ: କ୍ରୋଧ, ଅହଂକାର ଏବଂ ଜିଦ୍ଖୋରତାକୁ ଏଡ଼ାଇବା, ଏବଂ ଭାଇ ଏବଂ ବନ୍ଧୁମାନଙ୍କ ସହିତ ଭଲ ସମ୍ପର୍କ ରଖିବା ସମାଧାନ ଭାବରେ କାମ କରିବ।

ମିଥୁନ ସାପ୍ତାହିକ ରାଶିଫଳ

କର୍କଟ ରାଶି

ମଙ୍ଗଳ ଗ୍ରହକୁ ଆପଣଙ୍କ ପାଇଁ ଶୁଭ ଗ୍ରହ ଭାବରେ ବିବେଚନା କରାଯାଏ। ଜ୍ୟୋତିଷଶାସ୍ତ୍ରର ଭାଷାରେ ଏହାକୁ ଯୋଗକାରକ ଗ୍ରହ କୁହାଯାଏ, ଅର୍ଥାତ୍ ମଙ୍ଗଳ ଆପଣଙ୍କ କୁଣ୍ଡଳୀର ପଞ୍ଚମ ଏବଂ ଦଶମ ଘରର ସ୍ବାମୀ ଗ୍ରହ ଏବଂ ମଙ୍ଗଳ ଆପଣଙ୍କ ସିଂହ ରାଶିର ଦ୍ୱିତୀୟ ଘରେ ଗୋଚର କରୁଛନ୍ତି। ମଙ୍ଗଳଙ୍କର ଦ୍ଵିତୀୟ ଘରେ ଗୋଚର ଶୁଭ କୁହାଯିବ ନାହିଁ। ଏଆହୁ ଓ କେତୁଙ୍କ ପ୍ରଭାବରେ ଥିବା ଯୋଗୁଁ ମଙ୍ଗଳ ଆର୍ଥିକ ଓ ପାରିବାରିକ ମାମଲାରେ କିଛି ସମସ୍ଯା ଦେଇ ପାରନ୍ତି।

ଏହା ବ୍ଯତୀତ ଦ୍ଵିତୀୟ ଘରେ ମଙ୍ଗଳଙ୍କର ଗୋଚର ବେଳେ ଶତ୍ରୁ ଏବଂ ଅଗ୍ନିର ଭୟ ରହିବ। ଏପରି ପରିସ୍ଥିତିରେ, ଯଥାସମ୍ଭବ ବିବାଦକୁ ଏଡ଼ାଇବା ଗୁରୁତ୍ୱପୂର୍ଣ୍ଣ ହେବ। ଅଗ୍ନି କିମ୍ବା ବିଦ୍ୟୁତ୍ ସମ୍ବନ୍ଧୀୟ ଚାକିରି କରୁଥିବା ଲୋକଙ୍କୁ ସତର୍କତାର ସହ କାମ କରିବାକୁ ପଡ଼ିବ। ଏହାର ଅର୍ଥ ହେଉଛି ଏବେ ପୂର୍ବ ଅପେକ୍ଷା ଅଧିକ ସତର୍କ ରହିବାର ଆବଶ୍ୟକତା ରହିବ। ଉପଯୁକ୍ତ ଖାଦ୍ୟ ମଧ୍ୟ ଖାଇବା ଆବଶ୍ୟକ ହେବ।

ଉପାୟ: ଶିବଙ୍କର କ୍ଷୀର ଓ ଜଳ ଅଭିଷେକ କରିବା ଶୁଭ ହେବ।

କର୍କଟ ସାପ୍ତାହିକ ରାଶିଫଳ

ସିଂହ ରାଶି

ମଙ୍ଗଳ ଆପଣଙ୍କର କୁଣ୍ଡଳୀରେ ଭାଗ୍ଯ ଘର ତଥା ଚତୁର୍ଥ ଘରର ସ୍ବାମୀ ହେବା ଯୋଗୁଁ ଯୋଗକାରକ ହୋଇ ଥାଆନ୍ତି। ଅର୍ଥାତ ଆପଣଙ୍କ ପାଇଁ ବହୁତ ଭଲ ଗ୍ରହ ହୋଇଥାଆନ୍ତି। ବର୍ତ୍ତମାନ ମଙ୍ଗଳଙ୍କର ସିଂହ ରାଶିରେ ଗୋଚର ଆପଣଙ୍କର ପ୍ରଥମ ଘରେ ହେବ। ପ୍ରଥମ ଘରେ ମଙ୍ଗଳଙ୍କର ଗୋଚରକୁ ସାମାନ୍ଯ ଭାବରେ ଭଲ କୁହାଯିବ ନାହିଁ। ମଙ୍ଗଳ ଆପଣଙ୍କୁ ସମର୍ଥନ କରୁଥିବା ଗ୍ରହମାନଙ୍କ ମଧ୍ୟରୁ ଗୋଟିଏ, ଏହାକୁ ଆପଣଙ୍କ କୁଣ୍ଡଳୀ ପାଇଁ ଯୋଗକାରକ ଗ୍ରହ ଭାବରେ ବିବେଚନା କରାଯାଏ, କିନ୍ତୁ ପ୍ରଥମ ଘରେ ରାହୁ ଏବଂ କେତୁଙ୍କ ପ୍ରଭାବ ଯୋଗୁଁ, ମଙ୍ଗଳର ନକାରାତ୍ମକ ଦିଗଗୁଡ଼ିକ ମଧ୍ୟ ସାମ୍ନାକୁ ଆସିପାରେ।

ଯେପରି କି ମୁଣ୍ଡ ବିନ୍ଧା ଓ ଜର ହୋଇପାରେ। ଅଗ୍ନି କିମ୍ବା ବିଦ୍ୟୁତ ରୁ କୌଣସି କ୍ଷତି ହୋଇପାରେ। ଯଦି ଆପଣଙ୍କୁ ପୂର୍ବରୁ ରକ୍ତ ସମ୍ବନ୍ଧିତ କୌଣସି ସମସ୍ଯା ରହିଛି ତେବେ ଏହି ସମୟରେ ପୁଣି ଠାରେ ଦେଖିବାକୁ ମିଳିବ। ମଙ୍ଗଳଙ୍କର ଏହି ଗୋଚର ଯୋଗୁଁ , ଯାନ ଇତ୍ୟାଦି ସାବଧାନ ହୋଇ ଚଳାଇବାକୁ ହେବ। ଏହା ବ୍ୟତୀତ ବ୍ୟକ୍ତିଗତ ଜୀବନରେ ଖାସକରି ଦାମ୍ପତ୍ୟ ଜୀବନରେ ଅଧିକ ସାବଧାନ ରହିବାକୁ ହେବ।

ଉପାୟ: ମାଗଣାରେ କୌଣସି ଜିନିଷ ନିଅନ୍ତୁ ନାହିଁ, ତାହା ଉପହାର ହେଉ ପଛେ।

ସିଂହ ସାପ୍ତାହିକ ରାଶିଫଳ

କନ୍ୟା ରାଶି

ମଙ୍ଗଳ ଆପଣଙ୍କର କୁଣ୍ଡଳୀରେ ତୃତୀୟ ତଥା ଅଷ୍ଟମ ଘରର ସ୍ବାମୀ ଓ ବର୍ତ୍ତମାନ ଆପଣଙ୍କର ଦ୍ଵାଦଶ ଘରେ ଗୋଚର କରିବାକୁ ଯାଉଛନ୍ତି। ସାଧାରଣତଃ ଦ୍ୱାଦଶ ଘରେ ମଙ୍ଗଳଙ୍କ ଗୋଚରକୁ ଭଲ ବୋଲି ବିବେଚନା କରାଯାଏ ନାହିଁ। କୁହାଯାଏ ଯେ ଏହା ଲୋକଙ୍କୁ ଅପବ୍ୟବହାର କରିବାକୁ ବାଧ୍ୟ କରିପାରେ। ସ୍ଥାନ ହାନି କରାଏ ଅର୍ଥାତ ଯେଉଁ ଠାରେ କାମ କରୁଛନ୍ତି ତାହା ବଦଳାଇବାକୁ ପଡ଼ିପାରେ କିମ୍ବା ଦୂର ଯାତ୍ରା କରିବାକୁ ପଡ଼ିପାରେ। ଏହା ବ୍ଯତୀତ ମଙ୍ଗଳଙ୍କର ଦୃଷ୍ଟି ଆପଣଙ୍କର ସପ୍ତମ ଘର ଉପରେ ରହିବ, ଯେଉଁଠାରେ ଶନି ଗ୍ରହ ରହିବେ। ଏପରି ସ୍ଥିତିରେ ଦାମ୍ପତ୍ୟ ସମ୍ବନ୍ଧି ମାମଲାରେ ସାବଧାନ ରହିବାକୁ ହେବ। ଏବେ ସହଭାଗୀତା କାର୍ଯ୍ୟରେ ମଧ୍ୟ ଅଧିକ ଗମ୍ଭୀରତାର ସହିତ କାମ କରିବା ଆବଶ୍ୟକ ହେବ। ଅର୍ଥାତ୍, ଏହି ଗୋଚରକୁ ଧ୍ୟାନରେ ରଖି, ଆପଣଙ୍କୁ ଆପଣଙ୍କ ଜୀବନର ସମସ୍ତ ପ୍ରମୁଖ ଦିଗଗୁଡ଼ିକ ବିଷୟରେ ତୁଳନାତ୍ମକ ଭାବରେ ଅଧିକ ବୁଝାମଣା ଦେଖାଇବାକୁ ପଡ଼ିବ।

ଉପାୟ: ହନୁମାନଙ୍କ ମନ୍ଦିରରେ ମିଠା ଚଢ଼ାନ୍ତୁ ଓ ପ୍ରସାଦ ଲୋକଙ୍କ ମଧ୍ୟରେ ବାଣ୍ଟନ୍ତୁ।

କନ୍ୟା ସାପ୍ତାହିକ ରାଶିଫଳ

ଆପଣଙ୍କର ଜାତଜରେ ମଧ୍ୟ ଅଛି ରାହ ଯୋଗ? ପାଆନ୍ତୁ ନିଜର ରାଜଯୋଗ ରିପୋର୍ଟ୍

ତୁଳା ରାଶି

ମଙ୍ଗଳ ଆପଣଙ୍କର କୁଣ୍ଡଳୀରେ ଦ୍ଵିତୀୟ ତଥା ସପ୍ତମ ଘରର ସ୍ବାମୀ ଓ ବର୍ତ୍ତମାନ ଆପଣଙ୍କର ଲାଭ ଘରେ ଗୋଚର କରିବାକୁ ଯାଉଛନ୍ତି। ଲାଭ ଘରେ ମଙ୍ଗଳଙ୍କର ଗୋଚରକୁ ସାମାନ୍ଯ ଭାବରେ ଭଲ କୁହାଯିବ। ମଙ୍ଗଳ ଆପଣଙ୍କର ଧନ ଘରର ସ୍ବାମୀ ହୋଇ ଲାଭ ଘରେ ଗୋଚର କରୁଛନ୍ତି, ସ୍ବାଭାବିକ ଯେ ଆର୍ଥିକ ମାମଲାରେ ଆପଣଙ୍କୁ ବହୁତ ସପୋର୍ଟ ମିଳିବ। ସପ୍ତମ ଘରର ସ୍ବାମୀଙ୍କର ଲାଭ ଘରକୁ ଯିବା ଏହି କଥାର ସଙ୍କେତ ଦେଉଛି ଯେ ଏବେ ଆପଣଙ୍କର କାମ ଧନ୍ଦା ତୁଳନାତ୍ମକ ଭାବରେ ଭଲ ପରିଣାମ ଦେବ, ଯାହା ଦ୍ବାରା ଆପଣ ଭଲ ପ୍ରଫ଼ିଟ କରି ପାରିବେ। ମଙ୍ଗଳଙ୍କର ସିଂହ ରାଶିରେ ଗୋଚର ବେଳେ ଏହା ବ୍ଯତୀତ ସ୍ବାସ୍ଥ୍ୟ ସମ୍ବନ୍ଧିତ ମାମଲାରେ ଅନୁକୂଳ ପରିଣାମ ଦେଖିବାକୁ ମିଳିବ। ଜମି, ସମ୍ପତ୍ତି ଏବଂ ଭାଇମାନଙ୍କ ସହ ଜଡ଼ିତ ମାମଲାରେ ମଧ୍ୟ ଅନୁକୂଳତା ଦେଖାଯାଇପାରେ। ପ୍ରତିଯୋଗିତାମୂଳକ କାର୍ଯ୍ୟରେ ଆପଣ ଏବେ ତୁଳନାତ୍ମକ ଭାବରେ ଭଲ କରୁଥିବାର ଦେଖାଯିବେ।

ଉପାୟ: ଭଗବାନ ଶିବଙ୍କର ମହୁ ଅଭିଷେକ କରିବା ଶୁଭ ରହିବ।

ତୁଳା ସାପ୍ତାହିକ ରାଶିଫଳ

ବିଛା ରାଶି

ମଙ୍ଗଳ ଆପଣଙ୍କର ଲଗ୍ନ କିମ୍ବା ରାଶିର ସ୍ବାମୀ ହେବା ସହିତ ଆପଣଙ୍କର ଷଷ୍ଠ ଘରର ସ୍ବାମୀ ମଧ୍ୟ ଓ ବର୍ତ୍ତମାନ ଆପଣଙ୍କର ଦଶମ ଘରେ ରହିବେ। ଦଶମ ଘରେ ମଙ୍ଗଳଙ୍କର ଗୋଚରକୁ ବହୁତ ଭଲ କୁହାଯିବ ନାହିଁ କିନ୍ତୁ ଆପଣଙ୍କର ଲଗ୍ନ କିମ୍ବା ରାଶିର ସ୍ବାମୀ ହୋଇ ମଙ୍ଗଳ ଦଶମ ଘରେ ନିଜର ମିତ୍ରଙ୍କର ରାଶିରେ ରହିବେ। ସେଥିପାଇଁ ଆମେ ମଙ୍ଗଳଙ୍କ ଠାରୁ ଅନୁକୂଳ ପରିଣାମ ଆଶା କରି ପରିବା। କିନ୍ତୁ କେବେ କେବେ ଶକ୍ତିର ସ୍ତରର ଅସନ୍ତୁଳିତ ହୋଇପାରେ। ତାହାକୁ ସନ୍ତୁଳିତ ରଖିବା ଆବଶ୍ୟକ ହେବ। ଅର୍ଥାତ ଓ ଶାନ୍ତ ହୋଇ କାମ କରିଲେ ଆପଣଙ୍କର କାମ ହୋଇ ପଡ଼ିବ।

ଆପଣ ସାମାଜିକ କ୍ଷେତ୍ରରେ ମଧ୍ୟ ଭଲ ଫଳାଫଳ ପାଇପାରନ୍ତି କିନ୍ତୁ ନିଜକୁ ଶାନ୍ତ ରଖିବା ଗୁରୁତ୍ୱପୂର୍ଣ୍ଣ ହେବ। ଯଦି ଆପଣ ଆପଣଙ୍କର ଉପରିସ୍ଥ ଅଧିକାରୀଙ୍କ ସହିତ ନମ୍ର ବ୍ୟବହାର କରନ୍ତି, ତେବେ ଆପଣ ସେମାନଙ୍କର ସମର୍ଥନ ପାଇବେ, ତଥାପି ଆପଣଙ୍କ କାର୍ଯ୍ୟ କ୍ଷେତ୍ର ପ୍ରତି ଗମ୍ଭୀର ହେବା ଗୁରୁତ୍ୱପୂର୍ଣ୍ଣ। ପିତାଙ୍କ ସହିତ ସମ୍ବନ୍ଧିତ ମାମଲାରେ ମଧ୍ୟ ସାବଧାନ ରହିବା ଆବଶ୍ୟକ ହେବ ଓ ଶାସନ ପ୍ରଶାସନ ସମ୍ବନ୍ଧିତ କାମରେ ନିୟମବଦ୍ଧ ଭାବରେ କାମ କରିବା ଆବଶ୍ୟକ ହେବ। ସାବଧାନ ରହି ଆପଣ ସକାରାତ୍ମକ ପରିଣାମ ପାଇ ପାରିବେ।

ଉପାୟ: ନିଃସନ୍ତାନ ବ୍ୟକ୍ତିଙ୍କ ସାହାଜ୍ୟ କରନ୍ତୁ।

ବିଛା ସାପ୍ତାହିକ ରାଶିଫଳ

କୁଣ୍ଡଳୀରେ ଥିବା ରାଜ ଯୋଗ ର ସମସ୍ତ ସୂଚନା ପାଆନ୍ତୁ

ଧନୁ ରାଶି

ମଙ୍ଗଳ ଆପଣଙ୍କର କୁଣ୍ଡଳୀରେ ପଞ୍ଚମ ତଥା ଦ୍ଵାଦଶ ଘରର ସ୍ବାମୀ ଓ ବର୍ତ୍ତମାନ ଆପଣଙ୍କର ଭାଗ୍ଯ ଘରେ ଗୋଚର କରୁଛନ୍ତି। ଭାଗ୍ଯ ଘରେ ମଙ୍ଗଳଙ୍କର ଗୋଚରକୁ ଭଲ କୁହାଯିବ ନାହିଁ। ଏହି ଗୋଚରରୁ ଅଧିକ ସକାରାତ୍ମକ ପରିଣାମ ଆଶା କରିବା ଉଚିତ ନୁହେଁ। ଏହା sଅଟବେ ମଧ୍ୟ ପଞ୍ଚମ ଘରର ସ୍ବାମୀଙ୍କର ନବମ ଘରକୁ ଯିବା ସନ୍ତାନ ଓ ଶିକ୍ଷା ସହିତ ସମ୍ବନ୍ଧିତ ମାମଲାରେ ସକାରାତ୍ମକ ପରିଣାମ ଦେଇପାରେ। ଦ୍ଵାଦଶେଶଙ୍କର ଙ୍କର ନବମ ଘରକୁ ଯିବା ଦୂର ଯାତ୍ରା ଓ ବିଦେଶ ଇତ୍ୟାଦି ସମ୍ବନ୍ଧିତ ମାମଲାରେ ଅନୁକୂଳ ପରିଣାମ ଦେଇପାରେ କିନ୍ତୁ ଅନ୍ୟ ମାମଲାରେ ସାବଧାନ ହୋଇ କାମ କରିବାର ଆବଶ୍ୟକତା ଅଛି।

ଶାସନ ପ୍ରଶାସନ ସହିତ ଜଡ଼ିତ ମାମଲାରେ ନିୟମବଦ୍ଧ ଭାବରେ କାମ କରିବା ଆବଶ୍ୟକ। ଧର୍ମ ବିରୁଦ୍ଧରେ ଆଚରଣ କରିବା ଉଚିତ ନୁହେଁ। ଏପରି କିଛି କରନ୍ତୁ ନାହିଁ ଯାହା ଫଳରେ ଆଘାତ ଲାଗିବାର ଭୟ ରହିବ। ସନ୍ତାନ ଓ ଶିକ୍ଷା ମାମଲାରେ ସ୍ଥିତି ଅନୁଯାୟୀ ମଙ୍ଗଳ ଆପଣଙ୍କୁ ଅନୁକୂଳ ପରିଣାମ ଦେବାକୁ ଚାହିଁବେ କିନ୍ତୁ ଏହି ମାମଲାରେ ଅବହେଳା କରନ୍ତୁ ନାହିଁ। ଅର୍ଥାତ ଗମ୍ଭୀର ହୋଇ କାମ କରିଲେ ଭଲ ପରିଣାମ ମିଳିପାରିବ।

ଉପାୟ: ଭଗବାନ ଭୋଳାନାଥଙ୍କର କ୍ଷୀର ଅଭିଷେକ କରିବା ଶୁଭ ରହିବ।

ଧନୁ ସାପ୍ତାହିକ ରାଶିଫଳ

ମକର ରାଶି

ମଙ୍ଗଳ ଆପଣଙ୍କର କୁଣ୍ଡଳୀରେ ଚତୁର୍ଥ ତଥା ଲାଭ ଘରର ସ୍ବାମୀ। ବର୍ତ୍ତମାନ ମଙ୍ଗଳ ଆପଣଙ୍କର ଅଷ୍ଟମ ଘରେ ଗୋଚର କରୁଛନ୍ତି। ଅଷ୍ଟମ ଘରେ ମଙ୍ଗଳଙ୍କର ଗୋଚରକୁ ଭଲ କୁହାଯିବ ନାହିଁ। ଏହା ବ୍ୟତୀତ ରାହୁ ଏବଂ କେତୁଙ୍କ ପ୍ରଭାବ ଯୋଗୁଁ ମଙ୍ଗଳ ଗ୍ରହଙ୍କର ତୀବ୍ରତା ଆହୁରି ବୃଦ୍ଧି ପାଇଛି। ସେଥିପାଇଁ ମଙ୍ଗଳଙ୍କର ଏହି ଗୋଚରକୁ ଶାରୀରିକ ମାମଲାରେ ଆମେ ଦୁର୍ବଳ କହିବାକୁ ଚାହିଁବା। ଯଦି ଆପଣଙ୍କର ସ୍ବାସ୍ଥ୍ୟ ପ୍ରଥମରୁ ଦୁର୍ବଳ ଅଛି ତେବେ ଏହୋ ଅବଧିରେ ଖାଦ୍ଯ ଉପରେ ବହୁତ ଧ୍ୟାନ ଦେବା ଆବଶ୍ୟକ ହେବ।

ପିତ୍ତ ପ୍ରକୃତିର ଲୋକମାନେ, ଅର୍ଥାତ୍ ଯେଉଁମାନେ ଅଧିକ ଏସିଡ୍ ଉତ୍ପାଦନ କରନ୍ତି, ସେମାନଙ୍କର ଏସିଡିଟି ଭଳି ଅଭିଯୋଗ ଅଧିକ ଥାଏ। ମଙ୍ଗଳଙ୍କର ସିଂହ ରାଶିରେ ଗୋଚର ସମୟ ମଧ୍ୟରେ ସେମାନଙ୍କୁ ବିଶେଷ ଭାବରେ ସେମାନଙ୍କର ପ୍ରକୃତି ଅନୁଯାୟୀ ଖାଦ୍ୟ ଏବଂ ଜୀବନଶୈଳୀ ଅନୁସରଣ କରିବାକୁ ପଡ଼ିବ। ସହଜରେ ହଜମ ହେଉଥିବା ଖାଦ୍ଯ ଖାଇବା ଉଚିତ। ଅଗ୍ନି କିମ୍ବା ବିଦ୍ୟୁତ୍ ସମ୍ବନ୍ଧୀୟ କାମ ହେଉ କିମ୍ବା ଯେକୌଣସି କାମ ଯେଉଁଠାରେ ଦୁର୍ଘଟଣାର ସାମାନ୍ୟ ଭୟ ମଧ୍ୟ ଥାଏ; ସେହି ପରିସ୍ଥିତିରେ, ବହୁତ ସତର୍କତାର ସହିତ କାମ କରିବାକୁ ପଡ଼ିବ। ଭାଇ ଭଉଣୀ ଓ ମିତ୍ରଙ୍କ ସହିତ ଭଲ ସମ୍ବନ୍ଧ ରଖନ୍ତୁ।

ଉପାୟ: ମନ୍ଦିରରେ ଚଣା ଡାଲି ଦାନ କରିବା ଶୁଭ ରହିବ।

ମକର ସାପ୍ତାହିକ ରାଶିଫଳ

କୁମ୍ଭ ରାଶି

ମଙ୍ଗଳ ଆପଣଙ୍କର କୁଣ୍ଡଳୀରେ ତୃତୀୟ ତଥା ଦଶମ ଘରର ସ୍ବାମୀ ଓ ବର୍ତ୍ତମାନ ସେ ଆପଣଙ୍କର ସପ୍ତମ ଘରେ ଗୋଚର କରୁଛନ୍ତି। ମଙ୍ଗଳ ସପ୍ତମ ଘରେ ଅନୁକୂଳ ପରିଣାମ ଦେବେ। ଏହା ବ୍ୟତୀତ, ଏହି ଗୋଚର ସମୟରେ ରାହୁ ଏବଂ କେତୁଙ୍କ ପ୍ରଭାବରେ ରହିବା ଯୋଗୁଁ, ଆପଣଙ୍କୁ ଆପଣଙ୍କର ବ୍ୟକ୍ତିଗତ ବିଷୟଗୁଡ଼ିକ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ଯଦି ଆପଣ ବିବାହିତ ତେବେ ଦାମ୍ପତ୍ୟ ଜୀବନର ସମ୍ପୂର୍ଣ ଯତ୍ନ ନେବା ଜରୁରୀ। ଯଥା ସମ୍ଭବ ଯାତ୍ରା କରନ୍ତୁ ନାହିଁ। ବିଶେଷ କରି ବ୍ୟବସାୟ ପାଇଁ ଯାତ୍ରା ଟାଳିବା ଭଲ ହେବ।

ଆଧୁନିକ ସମୟରେ, ଏପରି ଅନେକ ପଦ୍ଧତି ଅଛି ଯାହା ଦ୍ବାରା ଯାତ୍ରା ନକରି ମଧ୍ୟ ଉଦ୍ଦେଶ୍ୟ ହାସଲ କରିପାରିବ। ଅର୍ଥାତ୍, କାହାକୁ ମୁହାଁମୁହିଁ ଭେଟିବା ପରିବର୍ତ୍ତେ, ଆପଣ ଭିଡିଓ କଲ୍ ମାଧ୍ୟମରେ ଏକ ବୈଠକ କରିପାରିବେ। ଆପଣ କିଣିବାକୁ ଚାହୁଁଥିବା ସାମଗ୍ରୀ କିମ୍ବା ଜିନିଷକୁ ପରୀକ୍ଷା କରିପାରିବେ ଏବଂ ଡିଲ୍ ଆଗକୁ ନେଇପାରିବେ। କିନ୍ତୁ କୌଣସି ନୂଆ ଡୀଲ କରିବା ଉଚିତ ରହିବ ନାହିଁ। ଆପଣ କେବଳ ପୁରୁଣା କାମକୁ ଆଗକୁ ବଢ଼ାଇ ପାରିବେ। ଏହିପରି ଭାବରେ ଆପଣ ମଙ୍ଗଳ ଗ୍ରହଙ୍କର ନକାରାତ୍ମକ ପ୍ରଭାବକୁ ଅଟକାଇ ପାରିବେ।

ଉପାୟ: କନ୍ୟାଙ୍କୁ ମିଠା ଖୁଆଇବା ଶୁଭ ରହିବ।

କୁମ୍ଭ ସାପ୍ତାହିକ ରାଶିଫଳ

ମୀନ ରାଶି

ମଙ୍ଗଳ ଆପଣଙ୍କର କୁଣ୍ଡଳୀରେ ଦ୍ଵିତୀୟ ତଥା ଭାଗ୍ଯ ଘରର ସ୍ବାମୀ ତଥା ବର୍ତ୍ତମାନ ମଙ୍ଗଳ ଆପଣଙ୍କର ଷଷ୍ଠ ଘରେ ଗୋଚର କରୁଛନ୍ତି। ଷଷ୍ଠ ଘରେ ମଙ୍ଗଳଙ୍କର ଗୋଚର ସାମାନ୍ଯ ଭାବରେ ଭଲ ପରିଣାମ ଦେବ। ମଙ୍ଗଳଙ୍କର ସ୍ଵରୂପ ପ୍ରଚଣ୍ଡ ଦେଖାଯାଉଛି କିନ୍ତୁ ଯଦି ଏହି ପ୍ରଚଣ୍ଡ ସ୍ଵରୂପର ସକାରାତ୍ମକ ପ୍ରୟୋଗ କରିବେ ତେବେ ଆପଣ ବହୁତ ଭଲ ପରିଣାମ ପ୍ରାପ୍ତ କରିବେ। ଆପଣ ନିଜର ପ୍ରତିସ୍ପର୍ଦ୍ଧୀଙ୍କ ଠାରୁ ବହୁତ ଆଗକୁ ଯାଇ ପାରିବେ। ଆପଣଙ୍କର ପରିଶ୍ରମର ଗ୍ରାଫ ଆହୁରି ବଢ଼ିବ। ଫଳସ୍ଵରୂପ ରୋଜଗାର ବଢ଼ିବ। ସ୍ବାସ୍ଥ୍ୟ ମଧ୍ୟ ସାମାନ୍ଯ ଭାବରେ ବହୁତ ଭଲ ରହିପାରେ। ମାନ ସମ୍ମାନରେ ବୃଦ୍ଧିର ଯୋଗ ଅଛି। ଧାତୁ ସମ୍ବନ୍ଧିତ ମାମଲାରେ ବିଶେଷ କରି ତମ୍ବା saହି ଡୀଲ କରିଲେ ଅନୁକୂଳ ପରିଣାମ ଦେଖିଆବକୁ ମିଳିପାରେ।

ଉପାୟ: ମିତ୍ରଙ୍କ ମଧ୍ୟରେ ଲୁଣିଆ ଖାଦ୍ଯ ସାମଗ୍ରୀ ବାଣ୍ଟିବା ଶୁଭ ରହିବ।

ମୀନ ସାପ୍ତାହିକ ରାଶିଫଳ

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!

ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ

1.2025 ମସିହାରେ ମଙ୍ଗଳ ସିଂହ ରାଶିରେ କେବେ ଗୋଚର କରିବ?

ଏହା 7 ଜୁନ୍ 2025 ରେ ମଙ୍ଗଳ ଗ୍ରହରେ ଗୋଚର କରିବ।

2.ମଙ୍ଗଳ ଗ୍ରହ କାହାର କାରକ?

ମଙ୍ଗଳ ଗ୍ରହଙ୍କୁ ଶକ୍ତି, ସାହସ, ବୀରତ୍ୱ, ଭୂମି, ରକ୍ତ, କ୍ରୋଧ, ଯୁଦ୍ଧ ଏବଂ ସେନାର କାରକ ଭାବରେ ବିବେଚନା କରାଯାଏ।

3.ସିଂହ ରାଶିର ପ୍ରଭୁ କିଏ?

ସିଂହ ରାଶିର ଅଧିପତି ସୂର୍ଯ୍ୟ ଅଟନ୍ତି।

Astrological services for accurate answers and better feature

33% off

Dhruv Astro Software - 1 Year

'Dhruv Astro Software' brings you the most advanced astrology software features, delivered from Cloud.

Brihat Kundli
What will you get in 250+ pages Colored Brihat Kundli.
Finance
Are money matters a reason for the dark-circles under your eyes?
Ask A Question
Is there any question or problem lingering.
Career / Job
Worried about your career? don't know what is.
AstroSage Year Book
AstroSage Yearbook is a channel to fulfill your dreams and destiny.
Career Counselling
The CogniAstro Career Counselling Report is the most comprehensive report available on this topic.

Astrological remedies to get rid of your problems

Red Coral / Moonga
(3 Carat)

Ward off evil spirits and strengthen Mars.

Gemstones
Buy Genuine Gemstones at Best Prices.
Yantras
Energised Yantras for You.
Rudraksha
Original Rudraksha to Bless Your Way.
Feng Shui
Bring Good Luck to your Place with Feng Shui.
Mala
Praise the Lord with Divine Energies of Mala.
Jadi (Tree Roots)
Keep Your Place Holy with Jadi.

Buy Brihat Kundli

250+ pages

Brihat Kundli

AstroSage on MobileAll Mobile Apps

Buy Gemstones

Best quality gemstones with assurance of AstroSage.com

Buy Yantras

Take advantage of Yantra with assurance of AstroSage.com

Buy Feng Shui

Bring Good Luck to your Place with Feng Shui.from AstroSage.com

Buy Rudraksh

Best quality Rudraksh with assurance of AstroSage.com
Call NowTalk to
Astrologer
Chat NowChat with
Astrologer