ଶନି କୁମ୍ଭ ରାଶିରେ ଅସ୍ତ
ଆଷ୍ଟ୍ରୋସେଜ ଏଆଇ ନିଜର ଲେଖା ମାଧ୍ୟମରେ ନିଜର ପାଠକମାନଙ୍କୁ ଜ୍ଯୋତିଷ ଦୁନିଆରେ ହେବାକୁ ଥିବା ଛୋଟ-ବଡ଼ ପରିବର୍ତ୍ତନ ବିଷୟରେ ସମୟ ସମୟରେ ସୂଚନା ପ୍ରଦାନ କରେ। ଜ୍ଯୋତିଷରେ ଶନି ଦେବଙ୍କୁ ନ୍ୟାୟର ଦେବତା କୁହେ ଓ ଏବେ 22 ଫେବ୍ରୁୟାରୀ 2025ରେ କୁମ୍ଭ ରାଶିରେ ଅସ୍ତ ହେବାକୁ ଯାଉଛନ୍ତି। ଆମର ଏହି ଲେଖା ଆପଣଙ୍କୁ “ଶନି କୁମ୍ଭ ରାଶିରେ ଅସ୍ତ” ସହିତ ଜଡ଼ିତ ସମସ୍ତ ସୂଚନା ପ୍ରଦାନ କରିବ। ଶନିଙ୍କର ଚଳନରେ ହେବାକୁ ଥିବା ଏହି ପରିବର୍ତ୍ତନ ସମସ୍ତ ରାଶିର ଲୋକଙ୍କୁ ପ୍ରଭାବିତ କରିବ, କିନ୍ତୁ ଏଠାରେ ଆମେ କହିବୁ ଯେ କୁମ୍ଭ ରାଶିରେ ଶନି ଅସ୍ତ ହୋଇ ଦେଶ ବିଦେଶକୁ କିପରି ପ୍ରଭାବିତ କରିବେ। ତେବେ ଆସନ୍ତୁ ଡେରି ନ କରି ଆରମ୍ଭ କରିବା ଓ ଜାଣିବା ଶନିଙ୍କର କୁମ୍ଭ ରାଶିରେ ଅସ୍ତ ବିଷୟରେ।
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ସନ୍ତାନର ଭବିଷ୍ୟ ସହିତ ଜଡ଼ିତ ଯେ କୌଣସି ସମସ୍ଯାର ସମାଧାନ କରନ୍ତୁ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ
ବୈଦିକ ଜ୍ଯୋତିଷରେ ଶନି ଦେବଙ୍କୁ କର୍ମଫଳର ଦାତା କୁହଯାଏ ଯିଏ ସମସ୍ତ ରାଶିର ଲୋକଙ୍କଊ ଜୀବନରେ ଅନୁଶାସନ, ସଂରଚନା, ଦାୟିତ୍ବ ଓ ସୀମାର ପ୍ରତିନିଧିତ୍ବ କରନ୍ତି। ଶନି ଏପରି ଏକ ଗ୍ରହ ଯିଏ କଠିନ ପରିଶ୍ରମ, ପ୍ରତିବଦ୍ଧତା ଓ ଜୀବନରେ ପ୍ରଗତି ଏବଂ ପରିପକ୍ଵ ହେବା ପାଇଁ ଆମକୁ ନିଶ୍ଚିତ ଭାବରେ ଶିକ୍ଷା ଦେଇଥାନ୍ତି। ମଣିଷ ଜୀବନରେ ଶନି ଦେବଙ୍କର ପ୍ରଭାବ ଆପଣଙ୍କୁ ପ୍ରତି କ୍ଷେତ୍ରରେ ଚୈଲେଂଜ୍ ଦେଇଥାଏ। ଏହି ସମସ୍ଯାର ସାମ୍ନା କରିବା ଓ ଏଥିରୁ ବାହାରିବା ସହିତ ଏକ ଦୃଢ଼ ମୂଳଦୁଆ ନିର୍ମାଣ ହୁଏ। ଶନି ଏକ କଠୋର ଗ୍ରହ ସେଥିପାଇଁ ତାଙ୍କର ଶକ୍ତି ଜୀବନରେ କଠୋରତା ଆଣିଥାଏ, କିନ୍ତୁ ଲୋକଙ୍କଊ ଜୀବନରେ ଧର୍ଯ୍ୟ, ପରିଶ୍ରମ ଓ ଅନୁଶାସନ ପରି ମୁଲ୍ୟବାନ ଗୁଣ ମଧ୍ୟ ଆଶୀର୍ବାଦ ମିଳିଥାଏ। ଏହା ଆମର ଭବିଷ୍ୟତର ମୂଳଦୁଆ ଗଢ଼ିବାରେ ସାହାଜ୍ୟ କରନ୍ତି।
ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ
କୁମ୍ଭ ରାଶିରେ ଶନି ଅସ୍ତ: ସମୟ
ବର୍ତତମନ ସମୟରେ ଶନି ମହାରାଜ ନିଜର ରାଶି କୁମ୍ଭରେ ଗୋଚର କରୁଛନ୍ତି। ଏହି ରାଶିରେ ସୂର୍ଯ୍ୟ ଦେବଙ୍କର ସ୍ଥିତି ଯୋଗୁଁ ଶନି ଦେବ 2025 ସକାଳ 11:23 ମିନିଟ ରେ କୁମ୍ଭ ରାଶିରେ ଅସ୍ତ ହେବେ। ଏପରି ସ୍ଥିତିରେ ଶନି ଗ୍ରହ ଅସ୍ତ ହେବା ଦ୍ବାରା ସଂସାରର କିଛି ମହତ୍ୱପୂର୍ଣ କ୍ଷେତ୍ର ଉପରେ ଏହାର ପ୍ରଭାବ ପଡ଼ିବା ନିଶ୍ଚିତ।
ଜ୍ଯୋତିଷଙ୍କ ଅନୁସାରେ ଶନିଙ୍କର ଅସ୍ତ ଅବସ୍ଥା
ଜ୍ଯୋତିଷ ଶାସ୍ତ୍ରରେ କୌଣସି ଗ୍ରହର ଅସ୍ତ ହେବା ସେହି ଅବସ୍ଥାକୁ ସୁଚାଇ ଥାଏ ଯେବେ କୌଣସି ଗ୍ରହ ସୂର୍ଯ୍ୟଙ୍କର ବହୁତ ନିକଟତର ଚାଲିଯାଏ। ସରଳ ଶବ୍ଦରେ କହିଲେ, ସେ ସୂର୍ଯ୍ୟଙ୍କ ଠାରୁ 8 ଡିଗ୍ରୀ ମଧ୍ୟରେ ପ୍ରବେଶ କରିଯାନ୍ତି। ଯେବେ କୌଣସି ଗ୍ରହ ଅସ୍ତ ହୁଏ ତେବେ ସେ ସୂର୍ଯ୍ୟଙ୍କର ତୀବ୍ର ଶକ୍ତି ଯୋଗୁଁ ନିଜର ଶକ୍ତି ହରାଇ ଥାଏ ଯାହା ଦ୍ବାରା ବ୍ୟକ୍ତିର ଜାତକରେ ଗ୍ରହ ଦୁର୍ବଳ ହୋଇ ଅଶୁଭ ପରିଣାମ ଦେଇଥାନ୍ତି।
କଥା ହେବା ଶନି ଦେବଙ୍କ ବିଷୟରେ, ଯେବେ ଏହା ଅସ୍ତ ହୁଅନ୍ତି, ତେବେ ତାଙ୍କର ଅନୁଶାସନ, ସଂରଚନା, ଦାୟିତ୍ବ ଓ ଅଧିକାର ପରି ଗୁଂ ପ୍ରଭାବିତ ହୋଇଥାଏ ଓ ଏହି କାରଣରୁ ବ୍ୟକ୍ତି ଭିତରେ ଏହି ଗୁଣର ଅଭାବ ଦେଖାଯାଏ କିମ୍ବା ସେ ଏହି ଗୁଣକୁ ଠିକ ଭାବରେ ବ୍ୟବହାର କରିବାରେ ଅସମର୍ଥ ହୋଇଥାଏ। ଜ୍ୟୋତିଶଙ୍କ ଅନୁସାରେ ଶନିଙ୍କର ଅସ୍ତ ଅବସ୍ଥାର ପ୍ରଭାବ ଯୋଗୁଁ ନିମ୍ନଲିଖିତ ତଥ୍ୟରୁ ଜଣାପଡ଼ିବ ଯେ ବ୍ୟକ୍ତିର ଗୁଣ କି ପ୍ରକାର ହେବ।
ଅଧିକାର ଏବଂ ପ୍ରତିବଦ୍ଧତା ସହିତ ଜଡ଼ିତ ସମସ୍ଯା: ଯେଉଁ ଲୋକମାନଙ୍କ ପାଖରେ କିଛି ବିଶେଷ ଶକ୍ତି ଅଛି, ସେମାନେ ସେଗୁଡ଼ିକୁ ବ୍ୟବହାର କରିବାରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି କିମ୍ବା ଆପଣ ଦାୟିତ୍ୱରେ ବୋଝ ଅନୁଭବ କରିପାରନ୍ତି। ଶନି ଦେବଙ୍କ ଅନୁଶାସନ ଏବଂ ପରିପକ୍ୱତା ଭଳି ଗୁଣଗୁଡ଼ିକ ବିଶେଷ ଭାବରେ ପ୍ରଭାବିତ ହୋଇପାରେ ଏବଂ ସେଥିପାଇଁ, ଆପଣଙ୍କୁ ଦୀର୍ଘକାଳୀନ ଯୋଜନା କିମ୍ବା ଦାୟିତ୍ୱ ପୂରଣ କରିବାରେ ଅସୁବିଧା ହୋଇପାରେ।
ବାନ୍ଧି ହୋଇଥିବା କିମ୍ବା ଫସି ରହିଥିବା ଭଳି ଅନୁଭବ କରିବା: ଶନି ଦେବ ପ୍ରତିବନ୍ଧ, ସୀମା ଓ ଜୀବନରେ ମିଳିବାକୁ ଥିବା ଶିକ୍ଷା ମଧ୍ୟ ପ୍ରତିନିଧିତ୍ବ କରନ୍ତି। କିନ୍ତୁ ଶନି ଯେବେ ଅସ୍ତ ହୋଇ ଯାଆନ୍ତି, ତେବେ ବ୍ୟକ୍ତି ଫାଶୀ ରହିଥିବା ଅନୁଭବ କରିପାରେ।
ଆନ୍ତରିକ ସଂଘର୍ଷ: ଲୋକଙ୍କୁ ଜୀବନରେ ଆନ୍ତରିକ ସଂଘର୍ଷ ଯେପରି ନିଜ ଉପରେ ସନ୍ଦେହ କରିବା, ନକରାତ୍ମକ ଅନୁଭବ କରିବା କିମ୍ବା କଠିନ ପରିଶ୍ରମ ମାଧ୍ୟମରେ ନିଜର କ୍ଷମତାକୁ ଠିକ ଭାବରେ ବ୍ୟବହାର ନ କରିପାରିବା ଇତ୍ୟାଦି ସାମ୍ନା କରିବାକୁ ପଡ଼ିପାରେ।
ପାଆନ୍ତୁ କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍
ସଫଳତାରେ ଡେରି: ଶନି ଅସ୍ତ ହେବା ଦ୍ବାରା ଜୀବନରେ ସଫଳତା କିମ୍ବା କାର୍ଯ୍ୟରେ ପ୍ରଶଂସା ମିଳିବାରେ ଡେରି ହୋଇପାରେ କାରଣ ଶନି ଦେବଙ୍କର ଧୀର ଗତି ପରିଣାମ ଦେବା ବାଲା ଶକ୍ତି ଅସ୍ତ ହେବା ଦ୍ବାରା ଡେରିରେ ଫଳ ଦେଇପାରେ।
ଚାପ ବଢ଼ିବା: ଶନିଙ୍କ ଅସ୍ତ ସମୟରେ, ଲୋକମାନେ ସେମାନଙ୍କ ଜୀବନରେ ଚାପ ବୃଦ୍ଧି ଅନୁଭବ କରିପାରନ୍ତି କିମ୍ବା ଆରାମ କରିବାରେ କିମ୍ବା ଦାୟିତ୍ୱ ତୁଲାଇବାରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।
ଶନିଙ୍କ ଅସ୍ତ ସମୟର ପ୍ରଭାବ କୁଣ୍ଡଳୀର କିଛି ଦିଗ ଉପରେ ନିର୍ଭର କରେ ଯେପରିକି ଘରେ ସୂର୍ଯ୍ୟ ଏବଂ ଶନିଙ୍କ ସ୍ଥିତି, ଅନ୍ୟ ଗ୍ରହ ଉପରେ ସେମାନଙ୍କର ଦୃଷ୍ଟି ଏବଂ ବ୍ୟକ୍ତିର କୁଣ୍ଡଳୀରେ ଅନ୍ୟ ଗ୍ରହମାନଙ୍କର ସ୍ଥିତି ଇତ୍ୟାଦି। କିଛି ବିଶେଷ ମାମଲାରେ, ଶନି ଗ୍ରହଙ୍କର ଅସ୍ତ ଅବସ୍ଥା ସମୟରେ ଲୋକଙ୍କ ଜୀବନରେ ସମସ୍ଯା ସାମ୍ନା କରିବା ଶିଖାଇ ଥାଏ ଓ ଜୀବନରେ ଶନି ଦେବଙ୍କର ଗୁଣ ଯେପରି ଅନୁଶାସନ, ପରିପକ୍ଵତା ଓ ଦୃଢ଼ତା ଇତ୍ୟାଦିକୁ ନିଜର ଜୀବନରେ ଆପଣାଇବାରେ ସକ୍ଷମ ହେବେ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
କୁମ୍ଭ ରାଶିରେ ଶନି ଅସ୍ତ: ବିଶ୍ବ ଉପରେ ପ୍ରଭାବ
ଅଟୋମୋବାଇଲ୍ ଏବଂ ପରିବହନ
- ଶନି କୁମ୍ଭ ରାଶିରେ ଅସ୍ତ ସମୟରେ, ଅଟୋମୋବାଇଲର ବିକ୍ରୟ ପ୍ରଭାବିତ ହୋଇପାରେ ଏବଂ ଏହା ଯୋଗୁଁ ଅଟୋମୋବାଇଲର ଚାହିଦାରେ ସାମାନ୍ୟ ହ୍ରାସ ହେବାର ସମ୍ଭାବନା ରହିଛି।
- ବଡ଼ ବଡ଼ ଅଟୋମୋବାଇଲ୍ କମ୍ପାନୀଗୁଡ଼ିକ ସେମାନଙ୍କ ଗବେଷଣାରେ କିଛି ତ୍ରୁଟି ସାମ୍ନା କରିପାରନ୍ତି ଯାହାର ସମାଧାନ ଖୋଜିବାକୁ ସେମାନେ ଚେଷ୍ଟା କରିବେ।
- ସରକାର ଡିଜେଲ ଯାନବାହାନ ବ୍ୟବହାର ଉପରେ କିଛି କଟକଣା ଲଗାଇବା ପାଇଁ ନିୟମ ଆଣିପାରନ୍ତି।
ଆଇନ ଶୃଙ୍ଖଳା, ବାଣିଜ୍ୟ ଏବଂ ବିଦେଶୀ ଦେଶ ସହିତ ସମ୍ପର୍କ
- ଶନି କୁମ୍ଭ ରାଶିରେ ଅସ୍ତ ହେବା ସମୟରେ କିଛି ଘଟଣା ଯୋଗୁଁ ଭାରତୀୟ ଆଇନ ବ୍ୟବସ୍ଥାର ତ୍ରୁଟି ସାମ୍ନାକୁ ଆସିପାରେ।
- ସୋଶଲ ମିଡିଆ ବ୍ୟବହାରକୁ ନେଇ ବିଶେଷ ନିୟମ-କାନୁନ ଲାଗୁ କରାଯାଇ ପାରେ।
- ଏହି ଅବଧିରେ ଦକ୍ଷିଣ-ପୂର୍ବ ଦିଗ କିମ୍ବା ଦକ୍ଷିଣ-ପୂର୍ବ ଦେଶ ଆଡ଼ୁ ବ୍ୟବସାୟ ସହିତ ଜଡ଼ିତ ନୂଆ ସୁଯୋଗ ପ୍ରାପ୍ତ ହୋଇପାରେ।
ଏବେ ଘରେ ବସି ବିଶେଷଜ୍ଞ ପୁରୋହିତଙ୍କ ଦ୍ବାରା କରାନ୍ତୁ ଇଚ୍ଛାନୁସାରେ ଅନଲାଇନ ପୂଜା ଓ ପାଆନ୍ତୁ ଉତ୍ତମ ପରିଣାମ!
କୁମ୍ଭ ରାଶିରେ ଶନି ଅସ୍ତ: ଶେୟାର ବଜାର ଉପରେ ପ୍ରଭାବ
ଆସନ୍ତୁ ଏବେ ଆମେ ଶନି କୁମ୍ଭ ରାଶିରେ ଅସ୍ତ ହେବା ଦ୍ବାରା ଭାରତୀୟ ଶେୟାର ବଜାରକୁ କେଉଁ ପ୍ରକାର ପ୍ରଭାବିତ କରିବ।
- ଶେୟାର ବଜାରରେ ମାସର ଦ୍ଵିତୀୟ ସପ୍ତାହରେ ବୃଦ୍ଧି ଘଟିବ ଓ ଏହାର ଫଳସ୍ବରୂପ, ମାର୍କେଟରେ ବୃଦ୍ଧି ଜାରି ରହିବ।
- ଶନିର କୁମ୍ଭ ରାଶିରେ ଅସ୍ତ ହେବା ସମୟରେ ଏମଆରଏଫ ଟାୟର୍ସ, ଆଇଚର ମେସିନାରୀ, ଆଦାନୀ ଗ୍ରୁପ୍, କୋଲ୍ ଇଣ୍ଡିଆ, ସିମେଣ୍ଟ, କଫି, କେମିକାଲ୍ସ ଏବଂ ବ୍ୟାଙ୍କିଂ ଶିଳ୍ପ ଇତ୍ୟାଦିର ସେୟାରର ମୂଲ୍ୟ ବୃଦ୍ଧି ପାଇବାର ଆଶା କରାଯାଉଛି।
- ଏହି ମାସର ତୃତୀୟ ସପ୍ତାହରେ ଶନି ଦେବଙ୍କ ପ୍ରଭାବ ଯୋଗୁଁ, ବଜାରର ଗତି ମନ୍ଥର ହୋଇପାରେ ଯାହା ବଜାର ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ, ତେଣୁ ଏହି ଲୋକମାନଙ୍କୁ ବହୁତ ସତର୍କତାର ସହିତ ଆଗକୁ ବଢ଼ିବାକୁ ପଡ଼ିବ।
- କୃଷି ବ୍ୟବସାୟ ସମ୍ପୃକ୍ତ ଉପକରଣ, ଏକ୍ସାଇଡ୍, ଜୋମାଟୋ, କିର୍ଲୋସ୍କର, ଗୋଲଡେନ୍ ଟବାକୋ, ଆଗ୍ରୋଟେକ୍, ଡାବର, ଆଦାନୀ ପାୱାର ଏବଂ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା କମ୍ପାନୀଗୁଡ଼ିକର ସେୟାର ହ୍ରାସ ପାଇପାରେ।
- ଏହି ଅବଧିରେ ଚାହା, ଷ୍ଟେସନାରୀ, ବସ୍ତ୍ର ଏବଂ ଔଷଧ ଇତ୍ୟାଦି କ୍ଷେତ୍ରର ଶେୟାରରେ ସାମାନ୍ୟ ବୃଦ୍ଧି ହେବାର ସମ୍ଭାବନା ରହିବ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!
ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ
1. କ’ଣ ଶନି ଗ୍ରହ କୁମ୍ଭ ରାଶିରେ ଦୃଢ଼ ସ୍ଥିତିରେ ଥାଆନ୍ତି?
ହଁ, ଶନି ଦେବ କୁମ୍ଭ ରାଶିରେ ଥାଆନ୍ତି ସେଥିପାଇଁ ଏହି ରାଶିରେ ତାଙ୍କର ସ୍ଥିତି ଦୃଢ଼ ଥାଏ।
2. ଶନିଙ୍କର ଦ୍ଵିତୀୟ ରାଶି କ’ଣ?
ରାଶି ଚକ୍ରରେ କୁମ୍ଭ ରାଶି ବ୍ୟତୀତ ଶନି ଗ୍ରହ ମକର ରାଶିର ସ୍ବାମୀ ମଧ୍ୟ।
3. କେଉଁ ଘରେ ଶନିଙ୍କୁ ଶକ୍ତି ମିଳିଥାଏ?
କୁଣ୍ଡଳୀର ସପ୍ତମ ଘରେ ଶନି ଦେବଙ୍କୁ ଶକ୍ତି ପ୍ରାପ୍ତ ହୋଇଥାଏ।
Astrological services for accurate answers and better feature
Astrological remedies to get rid of your problems
AstroSage on MobileAll Mobile Apps
- Horoscope 2026
- राशिफल 2026
- Calendar 2026
- Holidays 2026
- Shubh Muhurat 2026
- Saturn Transit 2026
- Ketu Transit 2026
- Jupiter Transit In Cancer
- Education Horoscope 2026
- Rahu Transit 2026
- ராசி பலன் 2026
- राशि भविष्य 2026
- રાશિફળ 2026
- রাশিফল 2026 (Rashifol 2026)
- ರಾಶಿಭವಿಷ್ಯ 2026
- రాశిఫలాలు 2026
- രാശിഫലം 2026
- Astrology 2026






