ଶୁକ୍ର ମୀନ ରାଶିରେ ମାର୍ଗୀ
ସୁଖ ସୁବିଧା ଓ ବିଳାସର ଗ୍ରହ ଶୁକ୍ର 28 ଜାନୁଆରୀ 2025ରେ ମୀନ ରାଶିରେ ଅର୍ଥାତ ନିଜର ଉଚ୍ଚ ରାଶିରେ ପ୍ରବେଶ କରିଥିଲେ। ଶୁକ୍ର ଏଠାରେ 31 ମଇ 2025 ପର୍ଯ୍ୟନ୍ତ ରହିବେ, କିନ୍ତୁ ଏହି ସମୟରେ ଶୁକ୍ର ନିଜର ସ୍ଥିତିରେ ପରିବର୍ତ୍ତନ କରି 02 ମାର୍ଚ୍ଚ 2025ରେ ବକ୍ରୀ ହୋଇଥିଲେ। ସମୁଦାୟ 43 ଦିନ ପର୍ଯ୍ୟନ୍ତ ବକ୍ରୀ ରହିବା ପରେ ଏବେ 13 ଅପ୍ରିଲ 2025 ସକାଳ 05: 45 ମିନିଟରେ ଶୁକ୍ର ମୀନ ରାଶିରେ ମାର୍ଗୀ ହେବାକୁ ଯାଉଛନ୍ତି ଅର୍ଥାତ ସିଧା ଚାଲିବେ। ଆଷ୍ଟ୍ରୋସେଜ ଏଆଇର ଏହି ବିଶେଷ ଲେଖା ଆପଣଙ୍କୁ ମୀନ ରାଶିରେ ଶୁକ୍ର ମାର୍ଗୀ ବିଷୟରେ ସମସ୍ତ ସୂଚନା ଦେବ।
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ମୀନ ରାଶିରେ ଶୁକ୍ର ମାର୍ଗୀ ହେବା ସମୟରେ ଭବିଷ୍ୟ ସହିତ ଜଡ଼ିତ ସମସ୍ଯାର ସମାଧାନ ମିଳିବ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ
ଯେଉଁ ଲୋକଙ୍କର ରୁଚି ଜ୍ଯୋତିଷଶାସ୍ତ୍ରରେ ଅଛି ତାଙ୍କୁ ଜଣା ଥିବା ଯେ ଶୁକ୍ର ଗ୍ରହ ସୁଖ-ଶାନ୍ତିର କାରକ ଅଟନ୍ତି। ଏହା ଭୌତିକ ସୁବିଧା ଦେବା ପାଇଁ ମହତ୍ୱପୂର୍ଣ ଯୋଗଦାନ ଦିଅନ୍ତି। ଶୁକ୍ର ଗ୍ରହଙ୍କୁ ଧନ, ବୈଭବ, ଐଶ୍ଵର୍ଯ୍ୟ ଓ ବିଳାସର କାରକ କୁହାଯାଏ। ଏହା ସୌନ୍ଦର୍ଯ୍ୟର କାରକ ମଧ୍ୟ। ଏପରି ସ୍ଥିତିରେ ଶୁକ୍ର ମାର୍ଗୀ ହେବା ବିଶେଷକରି ନିଜର ଉଚ୍ଚ ରାଶିରେ ମାର୍ଗୀ ହେବା ଅନେକ କ୍ଷେତ୍ରରେ ଲୋକଙ୍କୁ ଅନୁକୂଳ ପରିଣାମ ଦେଇପାରେ। କିନ୍ତୁ ଯାହାର ଜାତକରେ ଶୁକ୍ର ଶୁଭ ଘରର ସ୍ବାମୀ ନୁହନ୍ତି ତାଙ୍କୁ କିଛି ଦୁର୍ବଳ ପରିଣାମ ମଧ୍ୟ ମିଳିପାରେ। ଆପଣଙ୍କ ରାଶି ପାଇଁ ଶୁକ୍ର ଗ୍ରହ ଉଚ୍ଚ ରାଶିରେ ବସି ମାର୍ଗୀ ହୋଇ କିପରି ପରିଣାମ ଦେବେ? ଚାଲନ୍ତୁ ଜାଣିବା।
To Read in English Click Here: Venus Direct in Pisces
ଏହି ରାଶିଫଳ ଆପଣଙ୍କର ଚନ୍ଦ୍ର ରାଶି ଉପରେ ଆଧାରିତ। ନିଜର ବ୍ୟକ୍ତିଗତ ଚନ୍ଦ୍ର ରାଶି ଏବେ ଜାଣିବା ପାଇଁ ଚନ୍ଦ୍ର ରାଶି କ୍ଯାଲକୁଲେଟର ବ୍ୟବହାର କରନ୍ତୁ।
ମୀନ ରାଶିରେ ଶୁକ୍ର ମାର୍ଗୀ: ରାଶି ଅନୁସାରେ ପ୍ରଭାବ ଓ ଉପାୟ
ମେଷ ରାଶି
ମେଷ ରାଶିର ଲୋକଙ୍କ ପାଇଁ ଶୁକ୍ର ଦ୍ଵିତୀୟ ତଥା ସପ୍ତମ ଘରର ସ୍ବାମୀ ଯିଏ ଏବେ ଆପଣଙ୍କର ଦ୍ଵାଦଶ ଘରେ ମାର୍ଗୀ ହେଉଛନ୍ତି। ଶୁକ୍ର ମୀନ ରାଶିରେ ମାର୍ଗୀ ହେଉଛନ୍ତି ଯାହା ତାଙ୍କର ଉଚ୍ଚ ରାଶି ସେଥିପାଇଁ ଶୁକ୍ର ଗ୍ରହଙ୍କ ଠାରୁ ଆମକୁ ଅନୁକୂଳ ପରିଣାମ ଆଶା କରି ପାରିବା। ଶୁକ୍ର ଆପଣଙ୍କୁ ଦୂର ସ୍ଥାନ ସହିତ ଜଡ଼ିତ କାମ କରାଇ ପାରନ୍ତି। ପାରିବାରିକ ସ୍ତରରେ କିଛି ଖର୍ଚ୍ଚ ହୋଇପାରେ କିନ୍ତୁ ଯଦି ଆପଣଙ୍କର କୌଣସି ପ୍ରକାରରେ ସମ୍ବନ୍ଧ ବିଦେଶ ସହିତ ଅଛି ତେବେ ଧନ ସଞ୍ଚୟ କରିବାରେ ଶୁକ୍ର ସାହାଜ୍ୟ କରିବେ। ବ୍ୟବସାୟ ଓ ରୋଜଗାର ମାମଲାରେ ମଧ୍ୟ ଦୂର ସ୍ଥାନ ସହିତ ସମ୍ବନ୍ଧିତ ହେବା ସ୍ଥିତିରେ ଲାଭ ମିଳିପାରେ। ମନୋରଞ୍ଜନ ଦୃଷ୍ଟିରୁ ଏହି ଅବଧି ଭଲ ହେବ।
ଉପାୟ: କୌଣସି ସୌଭାଗ୍ୟଶାଳୀ ସ୍ତ୍ରୀକୁ ଶୃଙ୍ଗାର ସାମଗ୍ରୀ ଉପହାର ଦିଅନ୍ତୁ।
ବୃଷ ରାଶି
ବୃଷ ରାଶିର ଲୋକଙ୍କ ପାଇଁ ଶୁକ୍ର ଲଗ୍ନ କିମ୍ବା ରାଶିର ସ୍ବାମୀ ହେବା ସହିତ ଆପଣଙ୍କର ଷଷ୍ଠ ଘରର ସ୍ବାମୀ ମଧ୍ୟ। ବର୍ତ୍ତମାନ ସେ ଆପଣଙ୍କର ଲାଭ ଘରେ ଉଚ୍ଚ ରାଶିରେ ରହି ମାର୍ଗୀ ହେଉଛନ୍ତି। ସାମାନ୍ଯ ଭାବରେ ମୀନ ରାଶିରେ ଶୁକ୍ର ମାର୍ଗୀ ହୋଇ ଆପଣଙ୍କୁ ଅନୁକୂଳ ପରିଣାମ ଦେବାକୁ ଚାହିଁବେ ଓ ଏହାର ଫଳସ୍ଵରୂପ, ଆପଣ ଆର୍ଥିକ ମାମଲାରେ ଭଲ ଲାଭ ପ୍ରାପ୍ତ କରିବେ। ଶୁକ୍ରଙ୍କର ସ୍ଥିତି ଧନ ଏବଂ ଐଶ୍ଵର୍ଯ୍ୟର ବୃଦ୍ଧି କରିବାରେ ସାହାଜ୍ୟ କରିବ। ଆପଣଙ୍କୁ କାମରେ ସଫଳତା ମିଳିପାରେ। ମିତ୍ରଙ୍କର ସୁନ୍ଦର ସହଯୋଗ ମଧ୍ୟ ମିଳିପାରେ। ଆପଣ ପ୍ରତିସ୍ପର୍ଦ୍ଧାତ୍ମକ କାମରେ ଭଲ ପ୍ରଦର୍ଶନ କରିପାରିବେ।
ଉପାୟ: ନିୟମିତ ରୂପରେ ଲକ୍ଷ୍ମୀ ଚାଳିସା ପାଠ କରିବା ଶୁଭ ରହିବ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ମିଥୁନ ରାଶି
ମିଥୁନ ରାଶିର ଲୋକଙ୍କ ପାଇଁ, ଶୁକ୍ର ଆପଣଙ୍କ କୁଣ୍ଡଳୀର ପଞ୍ଚମ ଘର ଏବଂ ଦ୍ୱାଦଶ ଘରର ଅଧିପତି ଅଟନ୍ତି। ଆପଣଙ୍କର କର୍ମ ସ୍ଥାନରେ ରହିବା ସମୟରେ ଏହା ମାର୍ଗୀ ହେଉଛନ୍ତି। ଯଦିଓ, ଦଶମ ଘରେ ଶୁକ୍ର ଗ୍ରହଙ୍କୁ ଭଲ ବୋଲି ବିବେଚନା କରାଯାଏ ନାହିଁ, କିନ୍ତୁ ଉଚ୍ଚ ରାଶିରେ ଥିବାରୁ ଏହା ଆପଣଙ୍କୁ ଅନୁକୂଳ ଫଳାଫଳ ଦେବେ। ଏପରି କ୍ଷେତ୍ରରେ, ଆମେ ଶୁକ୍ର ଗ୍ରହଙ୍କ ଠାରୁ ହାରାହାରି କିମ୍ବା ହାରାହାରି ଠାରୁ ଟିକିଏ ଭଲ ଫଳାଫଳ ଆଶା କରିପାରିବା। ଯଦି ଆପଣ କୌଣସି ଦୂର ସ୍ଥାନ ସହିତ ଜଡ଼ିତ, ବିଶେଷକରି ତାହା ଆପଣଙ୍କ କ୍ୟାରିଅର ସହିତ ଜଡ଼ିତ, ତେବେ ଆପଣଙ୍କୁ ଭଲ ଫଳାଫଳ ମିଳିପାରେ। ଏହି ସମୟରେ ଗ୍ଲ୍ଯାମର ଓ ମିଡିଆ ସହିତ ଜଡ଼ିତ ଲୋକଙ୍କୁ ଭଲ ପରିଣାମ ମିଳିପାରେ। ଯଦି ଆପଣଙ୍କର କାମ କସମେଟିକ, କପଡ଼ା କିମ୍ବା କୌଣସି ପ୍ରକାରର ସୌନ୍ଦର୍ଯ୍ୟ ବଢ଼ାଇବା ପ୍ରଡକ୍ଟ୍ ସହିତ ଜଡ଼ିତ ତେବେ ଆପଣଙ୍କୁ ଅନୁକୂଳ ପରିଣାମ ପ୍ରାପ୍ତ ହେବ। କିଛି ଅସୁବିଧା ପରେ ଅନ୍ୟ କାମରେ ସଫଳତା ପାଇବାର ସମ୍ଭାବନା ଅଛି। ଯଦି ଆପଣ ଜଣେ ସହକର୍ମୀଙ୍କ ସହିତ ପ୍ରେମ ସମ୍ପର୍କରେ ଅଛନ୍ତି, ତଥାପି ଆପଣ ବହୁତ ଭଲ ଫଳାଫଳ ପାଇପାରନ୍ତି। ପ୍ରେମ ସମ୍ପର୍କରେ ମଧ୍ୟମ ଧରଣର ଫଳାଫଳ ମିଳିପାରେ।
ଉପାୟ: ଶିବ ମନ୍ଦିରରେ ସଫା-ସଫି କରିବା ଲାଭକାରୀ ସିଦ୍ଧ ହେବ।
କର୍କଟ ରାଶି
କର୍କଟ ରାଶି ପାଇଁ, ଶୁକ୍ର ଆପଣଙ୍କ କୁଣ୍ଡଳୀରେ ଚତୁର୍ଥ ଘର ଏବଂ ଲାଭ ଘରର ସ୍ବାମୀ ଅଟନ୍ତି ଯିଏ ବର୍ତ୍ତମାନ ଆପଣଙ୍କ ଭାଗ୍ୟ ଘରେ ମାର୍ଗୀ ହେବାକୁ ଯାଉଛନ୍ତି। ଏପରି ପରିସ୍ଥିତିରେ, ଆପଣ ଏବେ ଶୁକ୍ରଙ୍କ ଉଚ୍ଚ ସ୍ଥିତିରୁ ଭଲ ଫଳାଫଳ ପାଇପାରିବେ। ଶୁକ୍ର ମୀନ ରାଶିରେ ମାର୍ଗୀ ରହିବା ଦ୍ଵାରା ସରକାର ଏବଂ ପ୍ରଶାସନ ସମ୍ବନ୍ଧୀୟ ମାମଲାରେ ଆପଣଙ୍କୁ ଭଲ ଫଳାଫଳ ମିଳିପାରେ। ଭୂମି, ଘର ଓ ଯାନ ସହିତ ସମ୍ବନ୍ଧିତ ମାମଲାରେ ମଧ୍ୟ ଭଲ ପରିଣାମ ମିଳିପାରେ। ଆପଣଙ୍କର ଲାଭ ହାର ବଢ଼ିପାରେ। ଆପଣଙ୍କୁ ଆପଣଙ୍କର ବାପା ଏବଂ ଅନ୍ୟ ବୟସ୍କ ଲୋକଙ୍କ ଦ୍ୱାରା ସମର୍ଥନ ମିଳିପାରେ। ଧର୍ମ ଏବଂ ଆଧ୍ୟାତ୍ମିକତା ଦୃଷ୍ଟିକୋଣରୁ ମଧ୍ୟ, ଶୁକ୍ରଙ୍କର ଗୋଚର ଆପଣଙ୍କୁ ଭଲ ଫଳାଫଳ ଦେଇପାରେ। ଆପଣଙ୍କୁ ଧାର୍ମିକ ଯାତ୍ରାରେ ଯିବାର ସୁଯୋଗ ମିଳିପାରେ। ଘରେ କିମ୍ବା ସମ୍ପର୍କୀୟଙ୍କ ଘରେ ମଧ୍ୟ କିଛି ଶୁଭ କାର୍ଯ୍ୟ ହେବା ସମ୍ଭବ।
ଉପାୟ: ଭଗବାନ ଶିବଙ୍କୁ ସୁଗନ୍ଧି ମିଶ୍ରିତ ଜଳରେ ଅଭିଷେକ କରନ୍ତୁ।
हिंदी में पढ़ने के लिए यहां क्लिक करें: शुक्र मीन राशि में मार्गी
ସିଂହ ରାଶି
ସିଂହ ରାଶିର ଲୋକଙ୍କ ପାଇଁ ଶୁକ୍ର ଆପଣଙ୍କର ଜାତକରେ ତୃତୀୟ ଏବଂ ଦଶମ ଘରର ସ୍ବାମୀ ଯିଏ ଏବେ ଆପଣଙ୍କର ଅଷ୍ଟମ ଘରେ ମାର୍ଗୀ ହେବାକୁ ଯାଉଛନ୍ତି। ଶୁକ୍ର ଗ୍ରହ ଆପଣଙ୍କୁ ତୁଳନାତ୍ମକ ଭାବରେ ଭଲ ପରିଣାମ ଦେଇପାରିବେ। କ୍ୟାରିଅର ଘରର ସ୍ବାମୀଙ୍କର ଅଷ୍ଟମ ଘରକୁ ଯିବା କାର୍ଯ୍ୟକ୍ଷେତ୍ରରେ କିଛି ସମସ୍ଯା ଆଣିପାରେ। କିନ୍ତୁ ଉଚ୍ଚ ଅବସ୍ଥାରେ ଥିବା ଯୋଗୁଁ ସମସ୍ଯା ପରେ ମଧ୍ୟ ସଫଳତା ମିଳିପାରେ। ଶୁକ୍ର ମୀନ ରାଶିରେ ମାର୍ଗୀ ସମୟରେ ବ୍ୟବସାୟକୁ ନେଇ ଯାତ୍ରା ସଫାକ ରହିବ। ଆପଣ କୌଣସି ସ୍ଥାନରୁ କିଛି ଭଲ ଖବର ମଧ୍ୟ ଶୁଣି ପାରନ୍ତି। ହଠାତ ଆର୍ଥିକ ଲାଭ ମିଳିପାରେ। ଯଦି ଗତ କିଛି ଦିନ ମଧ୍ୟରେ କୌଣସି ସମସ୍ୟା ହୋଇଛି, ତେବେ ସେହି ସମସ୍ୟାର ସମାଧାନ ହୋଇପାରେ। ଆର୍ଥିକ ଲାଭ ବ୍ୟତୀତ, ଶୁକ୍ର ଗ୍ରହ ସୁଖ ଏବଂ ସମୃଦ୍ଧି ବୃଦ୍ଧି କରିବାରେ ମଧ୍ୟ ସହାୟକ ହୋଇପାରନ୍ତି।
ଉପାୟ: ଗାଈକୁ କ୍ଷୀର ଓ ଚାଉଳ ଖୁଆଇବା ଶୁଭ ହେବ।
କନ୍ୟା ରାଶି
କନ୍ୟା ରାଶିର ଲୋକଙ୍କ ପାଇଁ ଶୁକ୍ର ଗ୍ରହ ଆପଣଙ୍କର କୁଣ୍ଡଳୀରେ ଦ୍ଵିତୀୟ ଓ ଭାଗ୍ୟ ଘରର ସ୍ବାମୀ ଯିଏ ଏବେ ଆପଣଙ୍କର ସପ୍ତମ ଘରେ ମାର୍ଗୀ ହେଉଛନ୍ତି। ସପ୍ତମ ଘରେ ଶୁକ୍ରଙ୍କୁ ଭଲ ବୋଲି ବିବେଚନା କରାଯାଏ ନାହିଁ। କିନ୍ତୁ, ଉଚ୍ଚ ରାଶିରେ ମାର୍ଗୀ ଥିବାରୁ, ଶୁକ୍ର ନିଜର ନକାରାତ୍ମକ ପ୍ରଭାବକୁ ତୁଳନାତ୍ମକ ଭାବରେ ହ୍ରାସ କରିପାରିବେ ଏବଂ କିଛି କ୍ଷେତ୍ରରେ ଆପଣଙ୍କୁ ସାହାଯ୍ୟ ମଧ୍ୟ କରିପାରିବେ। ତାଙ୍କର ଏହି ସ୍ଥିତି ଜନନେନ୍ଦ୍ରିୟ ସମ୍ବନ୍ଧୀୟ ରୋଗର କାରଣ ବୋଲି ବିବେଚନା କରାଯାଏ।ଯଦି ଆପଣ ସ୍ବଚ୍ଛତାକୁ ପସନ୍ଦ କରନ୍ତି ତେବେ ଆପଣଙ୍କୁ ଏପରି ସମସ୍ଯା ହେବ ନାହିଁ। ଏହି ସମୟରେ ଆପଣଙ୍କୁ ଯାତ୍ରାରେ କିଛି ସମସ୍ଯା ଦେଖିବାକୁ ମିଳିପାରେ। ଯଦି ଆପଣ ବିବାହିତ, ତେବେ ଆପଣଙ୍କ ଜୀବନସାଥୀଙ୍କ ସହିତ ସମନ୍ୱୟ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ଆର୍ଥିକ ଓ ପାରିବାରିକ ମାମଲାରେ ପିତାଙ୍କର ପରାମର୍ଶ ନେବା ବୁଦ୍ଧିମାନ କାମ ହେବ।
ଉପାୟ: ନାଲି ଗାଈର ସେବା କରନ୍ତୁ।
ଆପଣଙ୍କର ଜାତଜରେ ମଧ୍ୟ ଅଛି ରାହ ଯୋଗ? ପାଆନ୍ତୁ ନିଜର ରାଜଯୋଗ ରିପୋର୍ଟ୍
ତୁଳା ରାଶି
ତୁଳା ରାଶିର ଲୋକଙ୍କ ପାଇଁ ଶୁକ୍ର ଆପଣଙ୍କର ଲଗ୍ନ କିମ୍ବା ରାଶିର ସ୍ବାମୀ ହେବା ସହିତ ଆପଣଙ୍କର ଅଷ୍ଟମ ଘର ମଧ୍ୟ ସ୍ବାମୀ। ଏବେ ସେ ଆପଣଙ୍କର ଷଷ୍ଠ ଘରେ ରହି ମାର୍ଗୀ ହେଉଛନ୍ତି। ଷଷ୍ଠ ଘରେ ଶୁକ୍ରଙ୍କୁ ଭଲ କୁହାଯିବ ନାହିଁ କିନ୍ତୁ ଉଚ୍ଚ ରାଶିରେ ମାର୍ଗୀ ହେବା ଯୋଗୁଁ କିଛି ମାମଲାରେ ଶୁକ୍ରଙ୍କର ନକରାତ୍ମକତା କମ ହୋଇପାରେ। ତାଙ୍କର ଏହି ଅବସ୍ଥା ସତୃ ବୃଦ୍ଧି କରିପାରେ। ତେଣୁ, ଯଥାସମ୍ଭବ ବିବାଦକୁ ଏଡ଼ାଇବା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ସମୟକୁ ଦୁର୍ବଳ କୁହାଯିବ। ଯଦି ସ୍ବାସ୍ଥ୍ୟର ଯତ୍ନ ନେବେ ତେବେ ଏହି ସମୟରେ ଅସୁସ୍ଥ ହେବେ ନାହିଁ। ଗାଡ଼ି ସାବଧାନ ହୋଇ ଚଳାନ୍ତୁ। ଏହି ସମୟରେ ସ୍ତ୍ରୀଙ୍କ ସହିତ ବିବାଦ କରନ୍ତୁ ନାହିଁ।
ଉପାୟ: ମା ଦୁର୍ଗାଙ୍କୁ ଲାଲ ଫୁଲର ମାଳା ପିନ୍ଧାଇବା ଶୁଭ ହେବ।
ବିଛା ରାଶି
ବିଛା ରାଶିର ଲୋକଙ୍କ ପାଇଁ, ଶୁକ୍ର ଆପଣଙ୍କ କୁଣ୍ଡଳୀର ସପ୍ତମ ଏବଂ ଦ୍ୱାଦଶ ଘରର ଅଧିପତି ଅଟନ୍ତି ଯାହା ବର୍ତ୍ତମାନ ଆପଣଙ୍କ ପଞ୍ଚମ ଘରେ ମାର୍ଗୀ ହେବାକୁ ଯାଉଛନ୍ତି। ସାଧାରଣତଃ ପଞ୍ଚମ ଘରେ ଶୁକ୍ର ଗ୍ରହ ଭଲ ଫଳାଫଳ ଦିଅନ୍ତି ବୋଲି କୁହାଯାଏ। ତାଙ୍କର ମୀନ ରାଶିରେ ମାର୍ଗୀ ବ୍ୟବସାୟ ଓ ରୋଜଗାରରେ ଆପଣଙ୍କର ସାହାଜ୍ୟ କରିବ। ଦୂର ସ୍ଥାନରୁ ଭଲ ଲାଭ ମିଳିବ। ପ୍ରେମ ସମ୍ବନ୍ଧରେ ଚାଲିଥିବା ନକରାତ୍ମକତା ଏବେ ଶାନ୍ତ ହେବ। ସନ୍ତାନ ପକ୍ଷରେ ଆପଣଙ୍କୁ ଆରାମ ମିଳିବ। ଯଦି ଆପଣ ବିଦ୍ୟାର୍ଥୀ ତେବେ ଆପଣ ଭଲ ପରିଣାମ ପ୍ରାପ୍ତ କରିପାରିବେ। ଶୁକ୍ରଙ୍କ ମାର୍ଗୀ ହେବା ମନୋରଞ୍ଜନ ପାଇଁ ଭଲ ବୋଲି ବିବେଚନା କରାଯିବ।
ଉପାୟ: ମା ଦୁର୍ଗାଙ୍କୁ ମଖନା ଖିରୀ ଅର୍ପଣ କରନ୍ତୁ।
କୁଣ୍ଡଳୀରେ ଥିବା ରାଜ ଯୋଗ ର ସମସ୍ତ ସୂଚନା ପାଆନ୍ତୁ
ଧନୁ ରାଶି
ଧନୁ ରାଶିର ଲୋକଙ୍କ ପାଇଁ ଶୁକ୍ର ଆପଣଙ୍କର ଜାତକରେ ଷଷ୍ଠ ଗଜର ଓ ଲାଭ ଘରର ସ୍ବାମୀ। ଏବେ ସେ ଚତୁର୍ଥ ଘରେ ମାର୍ଗୀ ହେଉଛନ୍ତି। ଉଚ୍ଚ ରାଶିରେ ମାର୍ଗୀ ହେବା ଯୋଗୁଁ ଶୁକ୍ର ଅନୁକୂଳ ପରିଣାମ ଦେବେ ଓ ଆପଣଙ୍କର ଲାଭର ମାର୍ଗ ପ୍ରଶସ୍ତ ହେବ। ଶୁକ୍ର ମୀନ ରାଶିରେ ମାର୍ଗୀ ଗତି କରି ଚାକିରି କରୁଥିବା ଲୋକଙ୍କୁ ଆଶ୍ୱସ୍ତି ଦେବେ। ଚାକିରିରେ ଚାଲିଥିବା ସମସ୍ୟାର ସମାଧାନ ହେବ। ଏବେ ଅଯଥା ନିନ୍ଦା କରୁଥିବା ଲୋକମାନେ ମଧ୍ୟ ଚୁପ୍ ରହିବା ଆରମ୍ଭ କରିବେ। ଘରୋଇ ମାମଲାକୁ ନେଇ ଚାଲିଥିବା ଉତ୍ତେଜନା ମଧ୍ୟ ଏବେ ହ୍ରାସ ପାଇବ। ଶୁକ୍ର ଆପଣଙ୍କର ଇଚ୍ଛା ପୂରଣ କରିବାକୁ ସାହାଜ୍ୟ କରିବେ। ଆର୍ଥିକ ପକ୍ଷ ଦୃଢ଼ କରିବା ପାଇଁ ଶୁକ୍ରଙ୍କର ମାର୍ଗୀ ସାହାଜ୍ୟ କରିବ।
ଉପାୟ: ମାଆ ଏବଂ ମାଆ ଭଳି ମହିଳାଙ୍କ ସେବା କରନ୍ତି ଏବଂ ସେମାନଙ୍କ ଆଶୀର୍ବାଦ ନିଅନ୍ତୁ।
ମକର ରାଶି
ମକର ରାଶିର ଲୋକଙ୍କ ପାଇଁ, ଶୁକ୍ର ଆପଣଙ୍କ କୁଣ୍ଡଳୀର ପଞ୍ଚମ ଘର ଏବଂ ଦଶମ ଘରର ଅଧିପତି ଅଟନ୍ତି ଯାହା ବର୍ତ୍ତମାନ ଆପଣଙ୍କ ତୃତୀୟ ଘରେ ମାର୍ଗୀ ହେବାକୁ ଯାଉଛନ୍ତି। ତୃତୀୟ ଘରେ ମୀନ ରାଶିରେ ଶୁକ୍ରଙ୍କ ମାର୍ଗୀ ସାଧାରଣତଃ ଅନୁକୂଳ ବୋଲି ବିବେଚନା କରାଯିବ। ଏପରି ପରିସ୍ଥିତିରେ, ଶୁକ୍ର ଗ୍ରହ ମାର୍ଗୀ ଗତି କରିବା ଦ୍ଵାରା ଆପଣଙ୍କର ସୁସଙ୍ଗତତା ଗ୍ରାଫ ବୃଦ୍ଧି ପାଇପାରେ। ଫଳସ୍ୱରୂପ, ଆପଣ ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ଭଲ କରିପାରିବେ। ଯେଉଁ ଲୋକଙ୍କର କାମ ଯାତ୍ରା ସହିତ ଜଡ଼ିତ, ତାଙ୍କୁ ତୁଳନାତ୍ମକ ରୂପରେ ଅଧିକ ଭଲ ପରିଣାମ ମିଳିପାରେ। ପ୍ରେମ ପ୍ରସଙ୍ଗ ଦୃଷ୍ଟିରୁ ମଧ୍ୟ ଶୁକ୍ରଙ୍କର ମୀନ ରାଶିରେ ମାର୍ଗୀ ହେବା ଭଲ ପରିଣାମ ଦେବ। ମିତ୍ରଙ୍କର ମଧ୍ୟ ସହଯୋଗ ମିଳିପାରେ। କେଉଁଠାରୁ ଭଲ ଖବର ଶୁଣିବାକୁ ମିଳିପାରେ।
ଉପାୟ: ସଫା ପାଣିରେ ଗୋଟା ଚାଉଳ ପ୍ରବାହିତ କରନ୍ତୁ।
କୁମ୍ଭ ରାଶି
କୁମ୍ଭ ରାଶିର ଲୋକଙ୍କ ପାଇଁ ଶୁକ୍ର ଆପଣଙ୍କର କୁଣ୍ଡଳୀରେ ଚତୁର୍ଥ ତଥତ ଭାଗ୍ଯ ଘରର ସ୍ବାମୀ। ଏବେ ସେ ଆପଣଙ୍କର ଦ୍ଵିତୀୟ ଘରେ ମାର୍ଗୀ ହେଉଛନ୍ତି। ଏହି ଘରେ ଶୁକ୍ରଙ୍କର ମାର୍ଗୀ ଅନୁକୂଳ ପରିଣାମ ଦେବେ। ଏପରି ସ୍ଥିତିରେ ଉଚ୍ଚ ରାଶିରେ ଶୁକ୍ର ମାର୍ଗୀ ହେବା ଆପଣଙ୍କୁ ଅନୁକୂଳ ପରିଣାମ ଦେବ। ଶୁକ୍ର ଭାଗ୍ଯ ବୃଦ୍ଧି କରିବେ। ଶୁକ୍ର ମୀନ ରାଶିରେ ମାର୍ଗୀ ସମୟରେ ବରିଷ୍ଠ ଅଧିକାରୀଙ୍କର ସହଯୋଗ ମିଳିବ। ଭୂମି, ଯାନ ଓ ଘର-ଗୃହସ୍ଥି ଇତ୍ୟାଦି ସହିତ ଜଡ଼ିତ ମାମଲାରେ ମଧ୍ୟ ଶୁକ୍ର ସକାରାତ୍ମକ ପରିଣାମ ଦେବାକୁ ଚାହିଁବେ। ଆର୍ଥିକ ଓ ପାରିବାରିକ ଜୀବନରେ ମଧ୍ୟ ଶୁକ୍ରଙ୍କର ମାର୍ଗୀ ଲାଭଦାୟକ ହେବ।
ଉପାୟ: ଦେଶୀ ଗାଈର ଘିଅରେ ତିଆରି ମିଠା ମା ଦୁର୍ଗାଙ୍କୁ ଭୋଗ କରନ୍ତୁ।
ମୀନ ରାଶି
ମୀନ ରାଶିର ଲୋକଙ୍କ ପାଇଁ ଶୁକ୍ର ତୃତୀୟ ତଥା ଅଷ୍ଟମ ଘରର ସ୍ବାମୀ ଯିଏ ଏବେ ଆପଣଙ୍କର ପ୍ରଥମ ଘରେ ଗୋଚର କରିବା ପାଇଁ ଯାଉଛନ୍ତି। ପ୍ରଥମ ଘରେ ଶୁକ୍ର ଭଲ ପରିଣାମ ଦେବେ। ଏପରି ସ୍ଥିତିରେ ଶୁକ୍ର ଆପଣଙ୍କୁ ଏବେ ତୁଳନାତ୍ମକ ରୂପରେ ଭଲ ପରିଣାମ ଦେଇପାରିବେ। ମୀନ ରାଶିରେ ଶୁକ୍ର ମାର୍ଗୀ ସମୟରେ ଆପଣଙ୍କର ଆତ୍ମବିଶ୍ବାସ ଭଲ ହେବ ଓ ଆପଣଙ୍କର ସମସ୍ଯା ଦୂର ହେବ। ହଠାତ କିଛି ଲାଭ ମିଳିପାରେ। ଆର୍ଥିକ ମାମଲାରେ ମଧ୍ୟ ଅନୁକୂଳ ପରିଣାମ ଦେଖିବାକୁ ମିଳିବ।
ଯଦି ଆପଣ ବିଦ୍ୟାର୍ଥୀ ଅଟନ୍ତି, ତେବେ ଶୁକ୍ରଙ୍କର ମୀନ ରାଶିରେ ମାର୍ଗୀ ହେବା ଆପଣଙ୍କ ପାଇଁ ଲାଭଦାୟକ ରହିବ। ବିଶେଷକରି କଳା ଓ ସାହିତ୍ୟର ବିଦ୍ୟାର୍ଥୀଙ୍କୁ ଭଲ ପରିଣାମ ମିଳିପାରେ। ପ୍ରେମ ସମ୍ବନ୍ଧରେ ଶୁକ୍ର ଭଲ ପରିଣାମ ଦେବାକୁ ଚାହିଁବେ। ବ୍ୟବସାୟରେ ଅନୁକୂଳ ପରିଣାମ ଶୁକ୍ର ଦେଇ ପାରନ୍ତି। ।
ଉପାୟ: କଳା ଗାଈର ସେବା କରିବା ଶୁଭ ହେବ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!
ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ
1. ମୀନ ରାଶିର ସ୍ବାମୀ କିଏ?
ରାଶି ଚକ୍ରର ଶେଷ ରାଶି ମୀନର ସ୍ବାମୀ ଗୁରୁ ଗ୍ରହ।
2. 2025 ରେ ଶୁକ୍ର ମୀନ ରାଶିରେ କେବେ ମାର୍ଗୀ ହେବ?
ଶୁକ୍ର ଦେବ 13 ଅପ୍ରିଲ 2025 ରେ ମୀନ ରାଶିରେ ମାର୍ଗୀ ହେବେ।
3. ଶୁକ୍ର କିଏ ?
ଜ୍ୟୋତିଷ ଶାସ୍ତ୍ରରେ, ଭଗବାନ ଶୁକ୍ରଙ୍କୁ ପ୍ରେମ, ସମୃଦ୍ଧି ଏବଂ ବିଳାସର କାରକ ବୋଲି ବିବେଚନା କରାଯାଏ।
Astrological services for accurate answers and better feature
Astrological remedies to get rid of your problems
AstroSage on MobileAll Mobile Apps
- Horoscope 2026
- राशिफल 2026
- Calendar 2026
- Holidays 2026
- Shubh Muhurat 2026
- Saturn Transit 2026
- Ketu Transit 2026
- Jupiter Transit In Cancer
- Education Horoscope 2026
- Rahu Transit 2026
- ராசி பலன் 2026
- राशि भविष्य 2026
- રાશિફળ 2026
- রাশিফল 2026 (Rashifol 2026)
- ರಾಶಿಭವಿಷ್ಯ 2026
- రాశిఫలాలు 2026
- രാശിഫലം 2026
- Astrology 2026






