ସୂର୍ଯ୍ୟଙ୍କର କର୍କଟ ରାଶିରେ ଗୋଚର
ଗ୍ରହଙ୍କର ରାଜା ସୂର୍ଯ୍ୟ ଦେବ 16 ଜୁଲାଇ 2025 ସନ୍ଧ୍ୟା 05:17 ରେ କର୍କଟ ରାଶିରେ ଗୋଚର କରିବାକୁ ଯାଉଛନ୍ତି। ସୂର୍ଯ୍ୟଙ୍କୁ ମାନ-ସମ୍ମାନ, ରାଜକାଜ, ଆତ୍ମା, ନେତୃତ୍ବ ଓ ଊର୍ଜା ଇତ୍ୟାଦିର କାରକ କୁହାଯାଏ। ଏପରି ମହତ୍ୱପୂର୍ଣ ଗ୍ରହ ସୂର୍ଯ୍ୟଙ୍କର କର୍କଟ ରାଶିରେ ଗୋଚର ହେବାକୁ ଯାଉଛି। କର୍କଟ ରାଶି ଚନ୍ଦ୍ରଙ୍କର ରାଶି ଓ ସୂର୍ଯ୍ୟ ଏବଂ ଚନ୍ଦ୍ରଙ୍କ ସମ୍ପର୍କ ହାରାହାରି କିମ୍ବା ମିତ୍ରତା ସମ୍ପର୍କ ଥିବା ପରି ଜଣାଯାଏ। କ୍ଷଣିକ ଏବଂ ସ୍ୱାଭାବିକ ବନ୍ଧୁତା ଅନୁସାରେ ପରିସ୍ଥିତି ପରିବର୍ତ୍ତନ ହୁଏ, କିନ୍ତୁ ସାଧାରଣତଃ ଆମେ ଏହାକୁ ଏକ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଭାବରେ ବିଚାର କରୁ।
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
କର୍କଟ ରାଶିରେ ସୂର୍ଯ୍ୟଙ୍କର ଗୋଚର ହେବା ସମୟରେ ଭବିଷ୍ୟ ସହିତ ଜଡ଼ିତ ସମସ୍ଯାର ସମାଧାନ ମିଳିବ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ
ତେଣୁ, ସୂର୍ଯ୍ୟଙ୍କ ଫଳାଫଳ ନକାରାତ୍ମକ ହେବା ଉଚିତ୍ ନୁହେଁ। କିନ୍ତୁ, ସୂର୍ଯ୍ୟ ଏକ ଅଗ୍ନି ତତ୍ତ୍ୱ ଗ୍ରହ ଏବଂ କର୍କଟ ଏକ ଜଳ ତତ୍ତ୍ୱ ରାଶି। କର୍କଟ ରାଶିରେ ଗୋଚର ସମୟରେ ସୂର୍ଯ୍ୟଙ୍କର ମୌଳିକ ଗୁଣଗୁଡ଼ିକରେ କିଛି ଦୁର୍ବଳତା ଦେଖାଯାଇପାରେ। ତଥାପି, ସୂର୍ଯ୍ୟଙ୍କ ଏହି ଗୋଚର ସୂର୍ଯ୍ୟଙ୍କ ସ୍ଥିତି ଅନୁସାରେ ବିଭିନ୍ନ ରାଶି ଉପରେ ଭିନ୍ନ ଭିନ୍ନ ପ୍ରଭାବ ପକାଇବ। ଆଷ୍ଟ୍ରୋସେଜ ଏଆଇର ଏହି ଲେଖାରେ ସୂର୍ଯ୍ୟଙ୍କର କର୍କଟ ରାଶିରେ ଗୋଚରର ପ୍ରଭାବ ବିଷୟରେ ଚର୍ଚା କରିବା ପୂର୍ବରୁ ଜାଣିବା ସୂର୍ଯ୍ୟଙ୍କର ଗୋଚର ଭାରତବର୍ଷ ଉପରେ କି ପ୍ରଭାବ ପକାଇବ।
हिंदी में पढ़ने के लिए यहां क्लिक करें : सूर्य का कर्क राशि में गोचर
କର୍କଟ ରାଶିରେ ସୂର୍ଯ୍ୟଙ୍କରେ ଗୋଚରର ଭାରତ ଉପରେ ପ୍ରଭାବ
ଭାରତର କୁଣ୍ଡଳୀରେ ସୂର୍ଯ୍ୟ ଗ୍ରହ ଚତୁର୍ଥ ଘରର ସ୍ବାମୀ ଓ ଏହି ସମୟରେ ସୂର୍ଯ୍ୟ ତୃତୀୟ ଘରେ ଗୋଚର କରିବାକୁ ଯାଉଛନ୍ତି। ସାମାନ୍ଯ ଭାବରେ ତୃତୀୟ ଘରେ ଗୋଚରକୁ ଅନୁକୂଳ ବୋଲି କୁହାଯାଏ। ବହୁ ମାତ୍ରାରେ ସୂର୍ଯ୍ୟ ଭାରତକୁ ଅନୁକୂଳ ପରିଣାମ ଦେବାକୁ ଚାହିଁବେ କିନ୍ତୁ ଚତୁର୍ଥ ଘରର ସ୍ବାମୀଙ୍କର ଦ୍ଵାଦଶ ଘରକୁ ଯିବା ଆନ୍ତରିକ ଅସନ୍ତୋଷର ମଧ୍ୟ ସଙ୍କେତ ଦେଇପାରେ। ଭାରତର ଜନତା ନିଜର ନେତାଙ୍କ ଉପରେ ରାଗି ପାରନ୍ତି ଓ ଏହି କଥାକୁ ନେଇ ବହୁ ଜାଗାରେ ରାସ୍ତାକୁ ଓଲ୍ହାଇ ପାରନ୍ତି।
ଚତୁର୍ଥ ଘର ମଧ୍ୟ ମଙ୍ଗଳ, କେତୁ ଏବଂ ରାହୁଙ୍କ ପ୍ରଭାବରେ ଥିବାରୁ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଏପରି ଅନେକ ଅସନ୍ତୋଷ ଦେଖାଯାଇପାରେ। ତୃତୀୟ ଘର ଯିବାଆସିବା ଓ କମ୍ଯୁନିକେଶନର ଘର ଅଟେ। ଏହି ସ୍ଥିତିରେ ଦୁର୍ଘଟଣା, ଇଣ୍ଟର୍ନେଟ ତଥା ମୋବାଇଲ ସେବାରେ ସମସ୍ଯା ସାମ୍ନାକୁ ଆସିପାରେ। ଆସନ୍ତୁ ଏବେ ଜାଣିବା ଜେ କର୍କଟ ରାଶିରେ ସୂର୍ଯ୍ୟଙ୍କର ଗୋଚର ସମସ୍ତ 12ତି ରାଶିକୁ କିପରି ପ୍ରଭାବିତ କରିବ।
To Read in English Click Here: Sun Transit in Cancer
ଏହି ରାଶିଫଳ ଆପଣଙ୍କର ଚନ୍ଦ୍ର ରାଶି ଉପରେ ଆଧାରିତ। ନିଜର ବ୍ୟକ୍ତିଗତ ଚନ୍ଦ୍ର ରାଶି ଜାଣିବା ପାଇଁ ଚନ୍ଦ୍ର ରାଶି କ୍ଯାଲକୁଲେଟର ବ୍ୟବହାର କରନ୍ତୁ।
କର୍କଟ ରାଶିରେ ସୂର୍ଯ୍ୟଙ୍କର ଗୋଚର: ରାଶି ଅନୁସାରେ ପ୍ରଭାବ ଓ ଉପାୟ
ମେଷ ରାଶି
ମେଷ ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟ ଗ୍ରହ ଆପଣଙ୍କର କୁଣ୍ଡଳୀରେ ପଞ୍ଚମ ଘରର ସ୍ବାମୀ ଓ ବର୍ତ୍ତମାନ ଆପଣଙ୍କର ଚତୁର୍ଥ ଘରେ ଗୋଚର କରିବାକୁ ଯାଉଛନ୍ତି। କୁଣ୍ଡଳୀରେ ଚତୁର୍ଥ ଘରେ ମାତା, ଘର, ଗୃହସ୍ଥି ସହିତ ଭୂମି, ଯାନ ଇତ୍ୟାଦି ସହିତ ଜଡ଼ିତ ଓ ଏହି ଘରେ ସୂର୍ଯ୍ୟଙ୍କର ଗୋଚର ସାମାନ୍ଯ ଭାବରେ ଭଲ ପରିଣାମ ଦେବ ନାହିଁ। ଏହି ସମୟରେ କୌଣସି ପ୍ରକାରର ଚାପ ନିଅନ୍ତୁ ନାହିଁ। ମାତାଙ୍କ sଅହିତ ସମ୍ବନ୍ଧ ଅନୁକୂଳ ରଖନ୍ତୁ। ଜମି ବାଡ଼ି ସହିତ ଘର-ପରିବାରରେ ମଧ୍ୟ କୌଣସି ବିବାଦ ହେବାକୁ ଦିଅନ୍ତୁ ନାହିଁ। ଯଦି ଆପଣଙ୍କର ହୃଦୟରେ କଷ୍ଟ ପ୍ରଥମରୁ ହେଉଛି ତେବେ ସେହି ସମସ୍ଯାକୁ ନେଇ ସଚେତନ ରହିବାକୁ ହେବ।
ଉପାୟ: ଆପଣ ନିଜର ସାମର୍ଥ୍ୟ ଅନୁସାରେ ଗରିବ ଓ ଅସହାୟ ଲୋକଙ୍କ ସାହାଜ୍ୟ କରନ୍ତୁ, ବିଶେଷ କରି ଭୋଜନ କରାନ୍ତୁ।
ବୃଷ ରାଶି
ବୃଷ ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟ ଦେବ ଆପଣଙ୍କର କୁଣ୍ଡଳୀରେ ଚତୁର୍ଥ ଘରର ସ୍ବାମୀ ଯିଏ ଏବେ ଆପଣଙ୍କର ତୃତୀୟ ଘରେ ଗୋଚର କରିବାକୁ ଯାଉଛନ୍ତି। ସୂର୍ଯ୍ୟଙ୍କର ଗୋଚର ତୃତୀୟ ଘରେ ଭଲ ପରିଣାମ ଦିଏ। କିନ୍ତୁ ଚତୁର୍ଥେଶଙ୍କର ତୃତୀୟ ଘରକୁ ଯିବା କିଛି ମାମଲାରେ ଦୁର୍ବଳ ହୋଇପାରେ। ଘର-ଗୃହସ୍ଥି ସମ୍ବନ୍ଧିତ ମାମଲାରେ ସାବଧାନ ରହିବା ଆବଶ୍ୟକ ହେବ। ଅନ୍ୟ ମାମଲାରେ ଏହି ଗୋଚର ଭଲ ପରିଣାମ ଦେବ। ଏହି ସମୟରେ ସ୍ବାସ୍ଥ୍ୟ ଭଲ ରହିବ ଓ ଶାସନ-ପ୍ରଶାସନ ସହିତ ଜଡ଼ିତ ମାମଲାରେ ଅନୁକୂଳ ପରିଣାମ ମିଳିବ। ଆପଣଙ୍କର ଆତ୍ମବିଶ୍ବାସ ଭଲ ରହିବ। ଆପଣ ନିଜର ବିରୋଧୀଙ୍କ ଠାରୁ ଭଲ ସ୍ଥିତିରେ ଥିବା ଦେଖାଯିବେ। ଚାକିରି ଖୋଜୁଥିବା ଲୋକଙ୍କୁ ଚାକିରି ପ୍ରାପ୍ତ ହେବ।
ଉପାୟ: ପିତାଙ୍କର ସ୍ବବା କରନ୍ତୁ କିମ୍ବା ପିତା ତୁଲ୍ୟ ବ୍ୟକ୍ତିଙ୍କୁ କ୍ଷୀର ଓ ଚାଉଳ ଖୁଆଇ ତାଙ୍କର ଆଶୀର୍ବାଦ ନିଅନ୍ତୁ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ମିଥୁନ ରାଶି
ମିଥୁନ ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟ ଆପଣଙ୍କର କୁଣ୍ଡଳୀରେ ତୃତୀୟ ଘରର ସ୍ବାମୀ ଓ ଏବେ ସେ ଆପଣଙ୍କର ଦ୍ଵିତୀୟ ଘରେ ଗୋଚର କରିବାକୁ ଯାଉଛନ୍ତି। ଦ୍ଵିତୀୟ ଘରେ ସୂର୍ଯ୍ୟଙ୍କର ଗୋଚରକୁ ସାମାନ୍ଯ ଭାବରେ ଅନୁକୂଳ କୁହାଯିବ ନାହିଁ। ସାଙ୍ଗରେ ତୃତୀୟ ଘରର ସ୍ବାମୀ ନିଜର ଦ୍ଵାଦଶ ଘରକୁ ଯାଉଛନ୍ତି, ସେଥିପାଇଁ ଆପଣଙ୍କର ଆତ୍ମବିଶ୍ବାସରେ ଟିକେ ହ୍ରାସ ଘଟିବ, ଯାହାକୁ ସନ୍ତୁଳିତ କରିବା ଆବଶ୍ୟକ। ଆଖି ଓ ମୁହଁ ସମ୍ବନ୍ଧିତ କିଛି ସମସ୍ଯା ହୋଇପାରେ। ସୂର୍ଯ୍ୟଙ୍କର କର୍କଟ ରାଶିରେ ଗୋଚର ବେଳେ ଆପଣଙ୍କର ଆର୍ଥିକ ସ୍ଥିତି ଭଲ ରହିବ। ପାରିବାରିକ ମାମଲାରେ କୌଣସି ସମସ୍ଯା ଉତ୍ପନ୍ନ ନ ହେଉ ସେ କଥାର ଧ୍ୟାନ ରଖନ୍ତୁ। ଆର୍ଥିକ ଓ ପାରିବାରିକ ମାମଲାରେ ସାବଧାନ ରହିବା ଆବଶ୍ୟକ ହେବ।
ଉପାୟ: କୌଣସି ମନ୍ଦିରରେ ନଡ଼ିଆ ଓ ବାଦାମ ଦାନ କାଟିବା ଶୁଭ ହେବ।
କର୍କଟ ରାଶି
କର୍କଟ ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟ ଦେବ ଧନ ଘର ସ୍ବାମୀ ଭାବରେ ଆପଣଙ୍କର ପ୍ରଥମ ଘରେ ଗୋଚର କରିବାକୁ ଯାଉଛନ୍ତି। ପ୍ରଥମ ଘରେ ସୂର୍ଯ୍ୟଙ୍କର ଗୋଚରକୁ ଭଲ କୁହାଯିବ ନାହିଁ। କିନ୍ତୁ ଧନ ଘରର ସ୍ବାମୀ ପ୍ରଥମ ଘରକୁ ଆସିବା ଆର୍ଥିକ ମାମଲାରେ ଟିକେ ଆରାମ ଦେବ। ଆପଣଙ୍କର କୁଣ୍ଡଳୀରେ ଦ୍ଵିତୀୟ ଘରେ ରାହୁ-କେତୁ ଓ ମଙ୍ଗଳଙ୍କର ପ୍ରଭାବ ରହିବ ଯାହା ଆର୍ଥିକ ମାମଲାରେ ଟିକେ ଦୁର୍ବଳତା ଦେଖାଇବ। କର୍କଟ ରାଶିରେ ସୂର୍ଯ୍ୟଙ୍କର ଗୋଚର ଆପଣଙ୍କୁ କିଛି ଆରାମ ଦେବ। ସ୍ବାସ୍ଥ୍ୟ ସମ୍ବନ୍ଧିତ କ୍ଷେତ୍ରରେ ଏହି ଗୋଚର ଭଲ ଫଳ ଦେବ ନାହିଁ। ପେଟ ସମ୍ବନ୍ଧିତ ସମସ୍ଯା ଯେପତି ପିତ୍ତ କିମ୍ବା ଏସିଡିଟି ହୋଇପାରେ। କାମରେ ବିଭ୍ରାଟ ଦେଖିବାକୁ ମିଳିବ। ଭଲ ହେବ ଏହି ସମୟରେ ନିଜକୁ ଶାନ୍ତ ରଖନ୍ତୁ।
ଉପାୟ: ଏହି ମାସରେ ଗୁଡ଼ ନ ଖାଇବା ଭଲ ହେବ।
ସିଂହ ରାଶି
ସିଂହ ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟ ଦେବ ଆପଣଙ୍କର ଲଗ୍ନ କିମ୍ବା ରାଶିର ସ୍ବାମୀ ଓ ବର୍ତ୍ତମାନ ସେ ଆପଣଙ୍କର ଦ୍ଵାଦଶ ଘରେ ଗୋଚର କରିବାକୁ ଯାଉଛନ୍ତି। ଦ୍ଵାଦଶ ଘରେ ସୂର୍ଯ୍ୟଙ୍କର ଗୋଚରକୁ ଅନୁକୂଳ କୁହାଯିବ ନାହିଁ। କିନ୍ତୁ ଲଗ୍ନ କିମ୍ବା ରାଶିର ସ୍ଵାମୀଙ୍କର ଦ୍ଵାଦଶ ଘରକୁ ଯିବା ଲୋକଙ୍କୁ ଭଲ ପରିଣାମ ମଧ୍ୟ ଦେଇପାରେ ଯାହାର ସମ୍ବନ୍ଧ ଦୂର ସ୍ଥାନ କିମ୍ବା ବ୍ୟଦେଶ ସହିତ ହୋଇପାରେ। ଅନ୍ୟ ମାମଲାରେ ସାବଧାନ ରହିବା ଆବଶ୍ୟକ। ଅଯଥା ଭ୍ରମଣ ନ କରି ସାର୍ଥକ ଯାତ୍ରା କରିବାକୁ ଚେଷ୍ଟା କରନ୍ତୁ। ଯଥାସମ୍ଭବ ଖର୍ଚ୍ଚ ଅଟକାନ୍ତୁ। ଶାସନ-ପ୍ରଶାସନ ସହିତ ଜଡ଼ିତ ମାମଲାରେ ମଧ୍ୟ ବିବାଦ କରନ୍ତୁ ନାହିଁ। ନିଜର ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ଯଦି ଆପଣଙ୍କୁ ଆଖି କିମ୍ବା ପାଦରେ ସମସ୍ଯା ଆଗରୁ ଅଛି ତେବେ ସୂର୍ଯ୍ୟଙ୍କର କର୍କଟ ରାଶିରେ ଗୋଚର ସମୟରେ ଆପଣଙ୍କୁ ଏହି ମାମଲାରେ ସଚେତନ ରହିବାକୁ ପଡ଼ିବ।
ଉପାୟ: ନିୟମିତ ଭାବରେ ମନ୍ଦିର ଯାଆନ୍ତୁ।
କନ୍ୟା ରାଶି
କନ୍ୟା ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟ ଆପଣଙ୍କର କୁଣ୍ଡଳୀରେ ଦ୍ଵାଦଶ ଘରର ସ୍ବାମୀ ଯିଏ ଏବେ ଆପଣଙ୍କର ଲାଭ ଘରେ ଗୋଚର କରିବାକୁ ଯାଉଛନ୍ତି। ଲାଭ ଘରେ ସୂର୍ଯ୍ୟଙ୍କର ଗୋଚରକୁ ସାମାନ୍ଯ ଭାବରେ ଭଲ ଓ ଅନୁକୂଳ କୁହାଯିବ। ଆପଣଙ୍କର କୁଣ୍ଡଳୀରେ ଦ୍ଵାଦଶ ଘରର ସ୍ବାମୀ ସୂର୍ଯ୍ୟ ଲାଭ ଘରକୁ ଆସିଛନ୍ତି ଓ ଏପରି ସ୍ଥିତିରେ ଦୂର ସ୍ଥାନରୁ ଲାଭ ମିଳିବ। ଯଦି ଆପଣଙ୍କର ସମ୍ବନ୍ଧ ବିଦେଶ ସହିତ ଅଛି ତେବେ ସେହି ମାମଲାରେ ଅନୁକୂଳ ପରିଣାମ ମିଳିବ। ଆପଣଙ୍କର ପ୍ରତିଷ୍ଠା ବୃଦ୍ଧି ହେବ ଓ ଲାଭ ମଧ୍ୟ ବଢ଼ି ପାରେ। ଆପଣ ଯେଉଁଠି କାମ କରୁଛନ୍ତି ସେଠାର ପଲିସି ଅନୁସାରେ ପଦୋନ୍ନତିର ସମ୍ଭାବନା ଅଛି। ପିତା ଓ ପିତା ତୁଲ୍ୟ ବ୍ୟକ୍ତିଙ୍କ ସହଯୋଗ ଜୀବନରେ ସଫଳତା ଆଣିବ।
ଉପାୟ: ମାଂସ-ମଦ, ଅଣ୍ଡା ପରି ଜିନିଷରୁ ଦୂରେଇ ରୁହନ୍ତୁ ଓ ନିଜକୁ ଶୁଦ୍ଧ ଓ ସତବ୍ୟକ ରଖନ୍ତୁ।
ଆପଣଙ୍କର ଜାତଜରେ ମଧ୍ୟ ଅଛି ରାହ ଯୋଗ? ପାଆନ୍ତୁ ନିଜର ରାଜଯୋଗ ରିପୋର୍ଟ୍
ତୁଳା ରାଶି
ତୁଳା ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟ ଆପଣଙ୍କର ଲାଭେଶ ହୋଇ ଦଶମ ଘରେ ଗୋଚର କରିବେ। ସୂର୍ଯ୍ୟଙ୍କର ଗୋଚରକୁ ଦଶମ ଘରେ ଭଲ କୁହାଯିବ। ସୂର୍ଯ୍ୟ ଆପଣଙ୍କର କୁଣ୍ଡଳୀରେ ଲାଭ ଘରର ସ୍ବାମୀ ଅଟନ୍ତି ଓ ଲାଭେଶଙ୍କ ରକର୍ମ ଘରେ ରହିବା ଭଲ କୁହାଯାଏ। କର୍କଟ ରାଶିରେ ସୂର୍ଯ୍ୟଙ୍କର ଗୋଚର ଆପଣଙ୍କୁ ଶାସନ-ପ୍ରଶାସନ ସମ୍ବନ୍ଧିତ ମାମଲାରେ ଭଲ ପରିଣାମ ଦେଇପାରେ। ପଦ-ପ୍ରତିଷ୍ଠାରେ ବୃଦ୍ଧି କରାଇବାରେ ମଧ୍ୟ ଏହି ଗୋଚର ସକାରାତ୍ମକ ପ୍ରମାଣିତ ହେବ। ପିତାଙ୍କ ସମ୍ବନ୍ଧିତ ମାମଲାରେ ଭଲ ପରିଣାମ ମିଳିପାରେ। ଆପଣଙ୍କର ଚେଷ୍ଟା ନିଷ୍ଫଳ ହେବ ନାହିଁ।
ଉପାୟ: କୌଣସି ଗରିବ ଲୋକକୁ ଶନିବାର ଦିନ କଳା ବସ୍ତ୍ର ଦାନ କରିବା ଶୁଭ ହେବ।
ବିଛା ରାଶି
ବିଛା ରାଶିର ଲୋକଙ୍କ ପାଇଁ ଦଶମ ଘରର ସ୍ବାମୀ ହୋଇ ସୂର୍ଯ୍ୟ ଆପଣଙ୍କର ଭାଗ୍ଯ ଘରକୁ ଯାଉଛନ୍ତି। ଭାଗ୍ଯ ଘରେ ସୂର୍ଯ୍ୟଙ୍କର ଗୋଚରକୁ ଭଲ କୁହାଯିବ ନାହିଁ କିନ୍ତୁ କୌଣସି ବିଶେଷ ପ୍ରତିକୂଳ ପରିସ୍ଥିତି ଆସିବ ନାହିଁ। ଏହି ଗୋଚର ସମୟରେ ଭାଗ୍ଯ ଉପରେ ଭରସା ନ କରି କର୍ମ କରନ୍ତୁ , ତେବେ ଯାଇ ଅନୁକୂଳ ପରିଣାମ ମିଳିବ। କାମରେ କିଛି ବାଧା ଆସିପାରେ କିନ୍ତୁ ଏହା ଦତବେ ସକାରାତ୍ମକ ପରିଣାମ ମିଳିପାରେ। ଭାଇ-ବନ୍ଧୁ ଓ ପଡ଼ୋଶୀଙ୍କ ସହିତ ଭଲ ସମ୍ବନ୍ଧ ରଖିବାର୍ ସ୍ଥିତିରେ ନକରାତ୍ମକତା ମିଳିବ ନାହିଁ। ସାବଧାନ ଓ ସନ୍ତୁଳିତ ଭାବରେ କାମ କରିଲେ ଭଲ ଫଳାଫଳ ମିଳିବ।
ଉପାୟ: ରବିବାର ଦିନ ଲୁଣ ସେବନ କରନ୍ତୁ ନାହିଁ।
କୁଣ୍ଡଳୀରେ ଥିବା ରାଜ ଯୋଗ ର ସମସ୍ତ ସୂଚନା ପାଆନ୍ତୁ
ଧନୁ ରାଶି
ଧନୁ ରାଶିର ଲୋକଙ୍କ ପାଇଁ ଭାଗ୍ଯ ଘରର ସ୍ବାମୀ ହୋଇ ସୂର୍ଯ୍ୟ ଆପଣଙ୍କର ଅଷ୍ଟମ ଘରେ ଗୋଚର କରିବାକୁ ଯାଉଛନ୍ତି। ଅଷ୍ଟମ ଘରେ ସୂର୍ଯ୍ୟଙ୍କର ଗୋଚରକୁ ଭଲ କୁହାଯିବ ନାହିଁ। ଏହି ଗୋଚର ସମୟରେ ସାବଧାନ ରହିବା ଆବଶ୍ୟକ। ଯଦି ଆପଣଙ୍କୁ ଆଖି ସମ୍ବନ୍ଧିତ କୌଣସି ସମସ୍ଯା ଆଗରୁ ଅଛି ତେବେ ଏହି ଅବଧିରେ ସଚେତନ ରୁହନ୍ତୁ। ସୂର୍ଯ୍ୟଙ୍କର କର୍କଟ ରାଶିରେ ଗୋଚର ସମୟରେ ନିଜର ଖାଇବା ପିଇବା ଠିକ ରଖନ୍ତୁ। ଶାସନ-ପ୍ରଶାନ ସମ୍ବନ୍ଧିତ ମାମଲାରେ ବିବାଦ କରନ୍ତୁ ନାହିଁ। ଆର୍ଥିକ ମାମଲାରେ ମଧ୍ୟ ସଚେତନ ରୁହନ୍ତୁ ଓ କୌଣସି ରିସ୍କ ନିଅନ୍ତୁ ନାହିଁ। ଗାଡ଼ି ସାବଧାନ ହୋଇ ଚଲାନ୍ତୁ।
ଉପାୟ: ନିଜକୁ କ୍ରୋଧ ଓ କଳହରୁ ଦୂରେଇ ରଖନ୍ତୁ।
ମକର ରାଶି
ମକର ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟ ଆପଣଙ୍କର ଅଷ୍ଟମେଶ ଯିଏ ଏବେ ଆପଣଙ୍କର ସପ୍ତମ ଘରେ ଗୋଚର କରିବାକୁ ଯାଉଛନ୍ତି। ସପ୍ତମ ଘରେ ସୂର୍ଯ୍ୟଙ୍କର ଗୋଚର ଭଲ ନୁହେଁ। ଅଷ୍ଟମ ଘରର ସ୍ବାମୀ ଗୋଚର କରି ଆପଣଙ୍କର ସପ୍ତମ ଘରକୁ ଯାଉଛନ୍ତି। ଏହି ସମୟରେ ଆପଣଙ୍କର ବ୍ୟକ୍ତିଗତ ସମ୍ବନ୍ଧ ପ୍ରତି ବହୁତ ସଚେତନ ରହିବା ଆବଶ୍ୟକ ହେବ। ବିଶେଷକରି ଯଦି ଆପଣ ବିବାହିତ ତେବେ ଦାମ୍ପତ୍ୟ ଜୀବନରେ କୌଣସି ପ୍ରକାରର ସମସ୍ଯା ଯେପରି ଆସିବ ନାହିଁ ସେ କଥାର ଧ୍ୟାନ ରଖନ୍ତୁ। ଯଦି ବିବାଦ ଉତ୍ପନ୍ନ ହୁଏ ତେବେ ତାହାକୁ ସମାଧାନ କରିବାକୁ ହେବ। ଯଥାସମ୍ଭବ ଯାତ୍ରା କରନ୍ତୁ ନାହିଁ କାରଣ ଯାତ୍ରା କଷ୍ଟକର ହୋଇପାରେ। ବ୍ୟବସାୟରେ ମଧ୍ୟ କୌଣସି ନୂଆ ବିନିଯୋଗ କିମ୍ବା ନୂଆ ଆରମ୍ଭ କରନ୍ତୁ ନାହିଁ। ମୁଣ୍ଡ ବିନ୍ଧା, ଆଖିରେ ଯନ୍ତ୍ରଣା ଇତ୍ୟାଦି ହୋଇପାରେ। ସୂର୍ଯ୍ୟଙ୍କର ଏହି ଗୋଚର ବେଳେ କୌଣସି ପ୍ରକାରର ରିସ୍କ ନିଅନ୍ତୁ ନାହିଁ।
ଉପାୟ: ସୂର୍ଯ୍ୟଙ୍କର ଗୋଚର ବେଳେ ଲୁଣ କମ ଖାଆନ୍ତୁ ଓ ରବିବାର ଦିନ ଲୁଣ ଜମା ଖାଆନ୍ତୁ ନାହିଁ।
କୁମ୍ଭ ରାଶି
କୁମ୍ଭ ରାଶିର ଲୋକଙ୍କ ପାଇଁ ସପ୍ତମେଶ ସୂର୍ଯ୍ୟ ଆପଣଙ୍କର ଷଷ୍ଠ ଘରେ ଗୋଚର କରିବେ। ସପ୍ତମ ଘରର ସ୍ବାମୀ ଦ୍ଵାଦଶ ଘରେ ଗୋଚର କରିଲେ ଦୁର୍ବଳ ପରିଣାମ ମିଳିପାରେ। ବିଶେଷ କରି ଦାମ୍ପତ୍ୟ ଜୀବନରେ କର୍କଟ ରାଶିରେ ସୂର୍ଯ୍ୟଙ୍କର ଗୋଚର ଆପଣଙ୍କର ସାହାଜ୍ୟ କରିବ ନାହିଁ କିନ୍ତୁ ଅନ୍ୟ ମାମଲାରେ ଆପଣଙ୍କୁ ଭଲ ପରିଣାମ ଦେଇପାରେ। ଯଦି ଆପଣ ଚାକିରି କରୁଛନ୍ତି ତେବେ ଭଲ ଅନୁକୁଳତା ଦେଖିବାକୁ ମିଳିପାରେ। ନୂଆ ଚାକିରି ଖୋଜୁଥିବା ଲୋକଙ୍କ ମନୋକମାନା ପୁରାଣ ହେବ। ଏହି ସମୟରେ ଆପଣ ବିରୋଧୀଙ୍କ ଠାରୁ ଭଲ କରି ପାରିବେ। କାମରେ ସଫଳତା ମିଳିବ। ବ୍ୟବସାୟ ବିଷୟରେ କହିଲେ ମଧ୍ୟ ଅନୁକୂଳ ପରିଣାମ ମିଳିବ। ଶାସନ-ପ୍ରଶାସନ ସହିତ ଜଡ଼ିତ ମାମଲାରେ ମଧ୍ୟ ଅନୁକୂଳତା ଦେଖିବାକୁ ମିଳିପାରେ।
ଉପାୟ: ମାଙ୍କଡ଼ଙ୍କୁ ଗହମ ଓ ଗୁଡ଼ ଖୁଆଇବା ଶୁଭ ହେବ।
ମୀନ ରାଶି
ମୀନ ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟ ଦେବ ଆପଣଙ୍କର ଷଷ୍ଠ ଘର ସ୍ବାମୀ ହୋଇ ଆପଣଙ୍କର ପଞ୍ଚମ ଘରେ ଗୋଚର କରିବାକୁ ଯାଉଛନ୍ତି। ପଞ୍ଚମ ଘରେ ସୂର୍ଯ୍ୟଙ୍କ ଗୋଚରକୁ ଭଲ କୁହାଯାଏ ନାହିଁ କିନ୍ତୁ ଏହି ଗୋଚରରୁ ହାରାହାରି ପରିଣାମ ଆଶା କରି ପାରିବେ। ପଞ୍ଚମ ଘର କାଳ ପୁରୁଷ କୁଣ୍ଡଳୀରେ ସୂର୍ଯ୍ୟଙ୍କର ନିଜର ଘର ବୋଲି କୁହାଯାଇଛି। ଏପରି ସ୍ଥିତିରେ ସୂର୍ଯ୍ୟଙ୍କର କର୍କଟ ରାଶିରେ ଗୋଚର ମନରେ ଭ୍ରମ ଆଣିବ। କିନ୍ତୁ ଗମ୍ଭୀର ଭାବରେ ଚିନ୍ତା କରି ଆପଣ ଭଲ ଯୋଜନା କରି ପାରିବେ। ସନ୍ତାନ ସହିତ ଛୋଟ-ମୋଟ ବିବାଦ ପରେ ସମସ୍ଯା ଦୂର ହେବ ଓ ବିବାଦ ଶେଷ ହେବ। ଖାଇବା ପିଇବାରେ ସଂଯମତା ରଖନ୍ତୁ କାରଣ ପାଚନ ସକ୍ତୟ ଦୁର୍ବଳ ହୋଇପାରେ। ମିତ୍ରଙ୍କ ସହିତ ବିନମ୍ରତା ଭାବ ରଖନ୍ତୁ। ଏହି ଗୋଚର ଅନୁକୂଳ ପରିଣାମ ସେତେବେଳେ ଦେବ ଯେତେବେଳ ପଞ୍ଚମ ଘର ସମ୍ବନ୍ଧିତ ମାମଲାରେ ସାବଧାନ ରହିବେ।
ଉପାୟ: ସୋରିଷ ତେଲର 8 ଟି ବୁନ୍ଦା କଞ୍ଚା ମାଟିରେ ନିୟମିତ ଭାବରେ ପକାନ୍ତୁ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!
ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ
1. ସୂର୍ଯ୍ୟ କେବେ କର୍କଟ ରାଶିରେ ଗୋଚର କରିବେ?
ସୂର୍ଯ୍ୟ 16 ଜୁଲାଇ 2025ରେ କର୍କଟ ରାଶିରେ ଗୋଚର କରିବେ।
2. କର୍କଟ ରାଶିର ସ୍ୱାମୀ କିଏ?
କର୍କଟ ରାଶିର ସ୍ବାମୀ ଚନ୍ଦ୍ର।
3. ସୂର୍ଯ୍ୟଙ୍କର ଉଚ୍ଚ ରାଶି କ’ଣ?
ମେଷ ରାଶିରେ ସୂର୍ଯ୍ୟ ଦେବତା ଉଚ୍ଚ ଅବସ୍ଥାରେ ଥାଆନ୍ତି।
Astrological services for accurate answers and better feature
Astrological remedies to get rid of your problems
AstroSage on MobileAll Mobile Apps
- Horoscope 2026
- राशिफल 2026
- Calendar 2026
- Holidays 2026
- Shubh Muhurat 2026
- Saturn Transit 2026
- Ketu Transit 2026
- Jupiter Transit In Cancer
- Education Horoscope 2026
- Rahu Transit 2026
- ராசி பலன் 2026
- राशि भविष्य 2026
- રાશિફળ 2026
- রাশিফল 2026 (Rashifol 2026)
- ರಾಶಿಭವಿಷ್ಯ 2026
- రాశిఫలాలు 2026
- രാശിഫലം 2026
- Astrology 2026






