ସୂର୍ଯ୍ୟଙ୍କର ମିଥୁନ ରାଶିରେ ଗୋଚର

ମାନ-ସମ୍ମାନ, ନେତୃତ୍ବ, ଆତ୍ମା, ରାଜକାଜ ଓ ଊର୍ଜାର ପ୍ରମୁଖ କାରକ ଗ୍ରହ ସୂର୍ଯ୍ୟ 15 ଜୁନ 2025 ରୁ ନେଇ 16 ଜୁଲାଇ 2025 ପର୍ଯ୍ୟନ୍ତ ମିଥୁନ ରାଶିରେ ଗୋଚର କରିବାକୁ ଯାଉଛନ୍ତି। ଗ୍ରହଙ୍କର ରାଜା ସୂର୍ଯ୍ୟ ଦେବ 15 ଜୁନ 2025 ସକାଳ 06:25 ରେ ବୃଷ ରାଶି ଛାଡ଼ି ବୁଧଙ୍କର ପ୍ରଥମ ରାଶି ମିଥୁନରେ ଗୋଚର କରିବାକୁ ଯାଉଛନ୍ତି ଯାହା କିଛି ସୂର୍ଯ୍ୟଙ୍କ ପାଇଁ ମିତ୍ର ରାଶି। 16 ଜୁଲାଇ 2025 ପର୍ଯ୍ୟନ୍ତ ସୂର୍ଯ୍ୟ ମିଥୁନ ରାଶିରେ ରହିବେ। ସୂର୍ଯ୍ୟଙ୍କର ମିଥୁନ ରାଶିରେ ଗୋଚର ଆପଣଙ୍କର ରାଶି ଉପରେ କ’ଣ ପ୍ରଭାବ ପଡ଼ିବ ଆସନ୍ତୁ ଜାଣିବା।

ସୂର୍ଯ୍ୟଙ୍କର ମିଥୁନ ରାଶିରେ ଗୋଚର 15 ଜୁନ 2025 ରେ ହେବ।

ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025

ମିଥୁନ ରାଶିରେ ସୂର୍ଯ୍ୟଙ୍କର ଗୋଚର ହେବା ସମୟରେ ଭବିଷ୍ୟ ସହିତ ଜଡ଼ିତ ସମସ୍ଯାର ସମାଧାନ ମିଳିବ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ

ସୂର୍ଯ୍ୟଙ୍କ ଗୋଚରର ଭାରତ ଉପରେ ପ୍ରଭାବ

ଭାରତବର୍ଷ ପାଇଁ ଦେଖିବାକୁ ଗଲେ ସୂର୍ଯ୍ୟଙ୍କର ଏହୋ ଗୋଚର ବେଳେ ଦେଶ ଭିତରେ ଆନ୍ତରିକ ସ୍ଥିରତା ଭାବ ଦେଖିବାକୁ ମିଳିପାରେ। ଶାସକ ଦଳଗୁଡ଼ିକ ମଧ୍ୟରେ ମଧ୍ୟ ଆନ୍ତରିକ କଳହ ଦେଖିବାକୁ ମିଳିପାରେ। ଅର୍ଥନୈତିକ ନୀତିରେ କିଛି ପରିବର୍ତ୍ତନ ମଧ୍ୟ ସମ୍ଭବ। ସୂର୍ଯ୍ୟ ବୃହସ୍ପତିଙ୍କ ସହିତ ସଂଯୋଗରେ ରହିବ, ତେଣୁ କୌଣସି ବଡ଼ ଆର୍ଥିକ ନକାରାତ୍ମକତା ଦେଖାଯିବାର ସମ୍ଭାବନା ବହୁତ ଅଧିକ। ନେତାମାନେ ପରସ୍ପର ପ୍ରତି ଅପମାନଜନକ କିମ୍ବା କଟୁ ଶବ୍ଦ ବ୍ୟବହାର କରୁଥିବାର ଦେଖାଯାଇପାରନ୍ତି। ତାପମାତ୍ରାରେ ମଧ୍ୟ ଉତ୍ଥାନ-ପତନ ଦେଖିବାକୁ ମିଳିପାରେ।

To Read in English Click Here: Sun Transit in Gemini

ଏହି ରାଶିଫଳ ଆପଣଙ୍କର ଚନ୍ଦ୍ର ରାଶି ଉପରେ ଆଧାରିତ। ନିଜର ବ୍ୟକ୍ତିଗତ ଚନ୍ଦ୍ର ରାଶି ଜାଣିବା ପାଇଁ ଚନ୍ଦ୍ର ରାଶି କ୍ଯାଲକୁଲେଟର ବ୍ୟବହାର କରନ୍ତୁ।

ମିଥୁନ ରାଶିରେ ସୂର୍ଯ୍ୟଙ୍କର ଗୋଚର: ରାଶି ଅନୁସାରେ ପ୍ରଭାବ ଓ ଉପାୟ

ମେଷ ରାଶି

ସୂର୍ଯ୍ୟ ଆପଣଙ୍କର କୁଣ୍ଡଳୀରେ ପଞ୍ଚମ ଘରର ସ୍ବାମୀ ଏବେ ସେ ଆପଣଙ୍କର ତୃତୀୟ ଘରେ ଗୋଚର କରିବା ପାଇଁ ଯାଉଛନ୍ତି। ତୃତୀୟ ଘରେ ସୂର୍ଯ୍ୟଙ୍କର ଗୋଚରକୁ ସାମାନ୍ଯ ଭାବରେ ଭଲ ପରିଣାମ ଦେବ। ବିଦ୍ୟାର୍ଥୀଙ୍କ ପାଇଁ ଏହି ଗୋଚର ଆହୁରି ଭଲ ପରିଣାମ ଦେଇପାରେ କାରଣ ପଞ୍ଚମ ଘରର ସ୍ବାମୀ ନିଜର ଲାଭ ଘରକୁ ଯିବେ ଓ ବୃହସ୍ପତିଙ୍କ ସହିତ ସଂଯୋଗ କରିବେ। ପ୍ରେମ ସମ୍ବନ୍ଧରେ ମଧ୍ୟ ଅନୁକୂଳ ପରିଣାମ ମିଳିପାରେ। ପଞ୍ଚମ ଘରେ ମଙ୍ଗଳ ଓ କେତୁଙ୍କର ପ୍ରଭାବ ହେତୁ କିଛି ସମସ୍ଯା ଆସିପାରେ। ଆପଣଙ୍କର ଆତ୍ମବିଶ୍ଵାସ ଅନୁକୂଳ ରହିବ। ଆପଣଙ୍କର ନିକଟତର ଲୋକ ସାହାଜ୍ୟ କରିବେ। ଆପଣ ଭଲ ଯୋଜନା ପ୍ରସ୍ତୁତ କରି ସଫଳତା ଆଡ଼କୁ ବଢ଼ିବେ।

ଉପାୟ: ପିତାଙ୍କ ସେବା କରିବା କିମ୍ବା ପିତା ତୁଲ୍ୟ ବ୍ୟକ୍ତିଙ୍କୁ କ୍ଷୀର ଏବଂ ଭାତ ଖୁଆଇବା ଏବଂ ତାଙ୍କ ଆଶୀର୍ବାଦ ନେବା ଶୁଭ ହେବ।

ମେଷ ସାପ୍ତାହିକ ରାଶିଫଳ

ବୃଷ ରାଶି

ସୂର୍ଯ୍ୟ ଆପଣଙ୍କର କୁଣ୍ଡଳୀରେ ଚତୁର୍ଥ ଘରର ସ୍ବାମୀ ହୋଇଥାଆନ୍ତି ଓ ବର୍ତ୍ତମାନ ସେ ଆପଣଙ୍କର ଦ୍ଵିତୀୟ ଘରେ ଗୋଚର କରିବାକୁ ଯାଉଛନ୍ତି। ଦ୍ଵିତୀୟ ଘରେ ସୂର୍ଯ୍ୟଙ୍କର ଗୋଚର ସାମାନ୍ଯ ଭାବରେ ଅନୁକୂଳ ପରିଣାମ ଦେବ ନାହିଁ କିନ୍ତୁ ମିତ୍ର ରାଶି ହେବା ଯୋଗୁଁ ସୂର୍ଯ୍ୟ ପ୍ରତିକୂଳତା ହ୍ରାସ କରିବେ। ଲାଭ ଘରର ସ୍ବାମୀ ବୃହସ୍ପତିଙ୍କ ସହିତ ଦ୍ଵିତୀୟ ଘରେ ସଂଯୋଗ କରିବା ହେତୁ ଆର୍ଥିକ ମାମଲାରେ ସୂର୍ଯ୍ୟ କୌଣସି ନକରାତ୍ମକଟା ଦେବେ ନାହିଁ। ସୂର୍ଯ୍ୟ ଆପଣଙ୍କର ଖାଇବାର ସ୍ବାଦ ଖରାପ କରି ପାରନ୍ତି। ଆଖି ସମ୍ବନ୍ଧିତ କିଛି ସମସ୍ଯା ଦେଖିବାକୁ ମିଳିପାରେ। ଆର୍ଥିକ ଓ ପାରିବାରିକ ମାମଲାରେ କିଛି ଭଲ ପରିଣାମ ପ୍ରାପ୍ତ କରି ପାରନ୍ତି।

ଉପାୟ: କୌଣସି ମନ୍ଦିରରେ ନଡ଼ିଆ ଓ ବାଦାମ ଦାନ କରିବା ଶୁଭ ହେବ।

ବୃଷ ସାପ୍ତାହିକ ରାଶିଫଳ

କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

ମିଥୁନ ରାଶି

ସୂର୍ଯ୍ୟ ଆପଣଙ୍କର କୁଣ୍ଡଳୀରେ ତୃତୀୟ ଘରର ସ୍ବାମୀ ଓ ସୂର୍ଯ୍ୟଙ୍କର ମିଥୁନ ରାଶିରେ ଗୋଚର ଆପଣଙ୍କର ପ୍ରଥମ ଘରେ ହେବାକୁ ଯାଉଛି। ପ୍ରଥମ ଘରେ ସୂର୍ଯ୍ୟଙ୍କର ଗୋଚର ସାମାନ୍ଯ ଭାବରେ ଅନୁକୂଳ ପରିଣାମ ଦେବ ନାହିଁ। ଏହି କାରଣରୁ ଆତ୍ମବିଶ୍ବାସରେ କିଛି ହ୍ରାସ ଦେଖିବାକୁ ମିଳିପାରେ। ଅହଙ୍କାରୀ ହୁଅନ୍ତୁ ନାହିଁ। କ୍ରୋଧ କରନ୍ତୁ ନାହିଁ। ଶାସନ ପ୍ରଶାସନ ସହିତ ଜଡ଼ିତ ଲୋକ ଭଲ ଢଙ୍ଗରେ ବ୍ୟବହାର କରିବା ଉଚିତ। ଖାଇବା ପିଇବା ମଧ୍ୟ ସଂଯମିତ ରଖିବାକୁ ପଡ଼ିବ। କାମରେ କିଛି ବ୍ଯବଧାନ ରହି ପାରେ କିନ୍ତୁ ବୃହସ୍ପତିଙ୍କର କୃପା ରୁ ସମସ୍ଯା ତୁଳନତ୍ମକ ରୂପରେ କମ ରହିବ। ଏହି ଗୋଚର ଭଲ ପରିଣାମ ଦେବ ବୋଲି କୁହଯାଏ କିନ୍ତୁ ବୃହସ୍ପତିଙ୍କର କୃପା ଓ ମିଟର ରାଶି ହେବା ଯୋଗୁଁ ସୂର୍ଯ୍ୟ ସାମାନ୍ଯ ଭବରେ ନକରାତ୍ମକଟା ବଢ଼ାଇବେ ନାହିଁ ।

ଉପାୟ: ଏହି ମାସରେ ଗୁଡ଼ ଖାଆନ୍ତୁ ନାହିଁ, ଏହା ଆପଣଙ୍କ ପାଇଁ ସମାଧାନ ଭାବରେ କାମ କରିବ।

ମିଥୁନ ସାପ୍ତାହିକ ରାଶିଫଳ

हिंदी में पढ़ने के लिए यहां क्लिक करें: सूर्य का मिथुन राशि में गोचर (15 जून)

କର୍କଟ ରାଶି

ସୂର୍ଯ୍ୟ ଆପଣଙ୍କର କୁଣ୍ଡଳୀରେ ଧନ ଘରର ସ୍ବାମୀ ହୋଇ ଆପଣଙ୍କର ଦ୍ଵାଦଶ ଘରେ ଗୋଚର କରିବାକୁ ଯାଉଛନ୍ତି। ଦ୍ଵିତୀୟ ଘରର ସ୍ବାମୀ ଦ୍ଵାଦଶ ଘରକୁ ଯିବା ଭଲ ପରିଣାମ ଦେବ ନାହିଁ। ଦ୍ଵିତୀୟ ଘରେ ମଙ୍ଗଳ କେତୁଙ୍କର ସଂଯୋଗ ରହିବ। ଏହି ସମସ୍ତ କାରଣରୁ ଆର୍ଥିକ ଓ ପାରିବାରିକ ମାମଲାରେ ସାବଧାନ ରହିବାକୁ କୁହାଯାଇଛି। ନବମ ଘରର ସ୍ବାମୀଙ୍କ ସହିତ ସଂଯୋଗ କରିବା କାରଣରୁ ଦୂର ଯାତ୍ରା ଓ ବିଦେଶ ଇତ୍ୟାଦି ସମ୍ବନ୍ଧିତ ମାମଲାରେ କିଛି ଅନୁକୂଳ ପରିଣାମ ଦେଖିବାକୁ ମିଳିପାରେ। ଶାସନ ପ୍ରଶାସନ ସହିତ ଜଡ଼ିତ ମାମଲାରେ ସଂଯମ ହୋଇ କାମ କରିବାର ଆବଶ୍ୟକତା ରହିବ। ଏହି ଗୋଚର ଭଲ ପରିଣାମ ଦେବ ନାହିଁ କିନ୍ତୁ ଅନୁଶାସିତ ହୋଇ କାମ କରିଲେ ସନ୍ତୋଷପ୍ରଦ ପରିଣାମ ପ୍ରାପ୍ତ ହେବ।

ଉପାୟ: ଏହି ମାସରେ ନିୟମିତ ମନ୍ଦିର ଯିବା ଏକ ସମାଧାନ ଭାବରେ କାମ କରିବ।

କର୍କଟ ସାପ୍ତାହିକ ରାଶିଫଳ

ସିଂହ ରାଶି

ସୂର୍ଯ୍ୟ ଆପଣଙ୍କର ଲଗ୍ନ କିମ୍ବା ରାଶିର ସ୍ବାମୀ ତଥା ବର୍ତ୍ତମାନ ସୂର୍ଯ୍ୟଙ୍କର ମିଥୁନ ରାଶିରେ ଗୋଚର ଆପଣଙ୍କର ଲାଭ ଘରେ ହେବାକୁ ଯାଉଛି। ସୂର୍ଯ୍ୟଙ୍କର ଏହି ଗୋଚର ଅନୁକୂଳ ପରିଣାମ ଦେବ। ପଞ୍ଚମ ଘରର ସ୍ବାମୀଙ୍କ ସହିତ ଲାଭ ଘରେ ସୂର୍ଯ୍ୟଙ୍କର ସଂଯୋଗ ବିଦ୍ୟାର୍ଥୀଙ୍କୁ ବହୁତ ଭଲ ପରିଣାମ ଦେଇପାରେ। ସନ୍ତାନ ଇତ୍ୟାଦି ସମ୍ବନ୍ଧିତ ମାମଲାରେ ଭଲ ପରିଣାମ ମିଳିବାର ସମ୍ଭାବନା ଅଛି। ପ୍ରେମ ସମ୍ବନ୍ଧରେ ମଧ୍ୟ ଭଲ ପରିଣାମ ପ୍ରାପ୍ତ ହେବ ଓ ଲୋକଙ୍କ ପ୍ରତି ଆପଣଙ୍କର ଆଚରଣ ଭଲ ରହିବ। ଯାତ୍ରା ସାମାନ୍ଯ ଭାବରେ ଲାଭଦାୟକ ହେବ। ଆର୍ଥିକ ମାମଲାରେ ଏହୋ ଗୋଚରକୁ ଭଲ କୁହାଯିବ। ଚାକିରି କରିଥିବା ଲୋକଙ୍କୁ ପଦୋନ୍ନତି ମିଳିପାରେ କିମ୍ବା ଏହି ସମୟରେ ଦରମା ବୃଦ୍ଧି ସମ୍ଭବ। ପିତା କିମ୍ବା ପିତା ତୁଲ୍ୟ ବ୍ୟକ୍ତିଙ୍କ ମାଧ୍ୟମରୁ ଲାଭ ପାଇଁ ସୂର୍ଯ୍ୟଙ୍କର ଏହି ଗୋଚର ଆପଣଙ୍କର ସାହାଜ୍ୟ କରିବ।

ଉପାୟ: ମାଂସ, ମଦ୍ୟପାନ ଏବଂ ଅଣ୍ଡା ଇତ୍ୟାଦିରୁ ଦୂରେଇ ରହି ପବିତ୍ର ଏବଂ ସାତ୍ତ୍ୱିକ ରହିବା ଏକ ସମାଧାନ ଭାବରେ କାମ କରିବ।

ସିଂହ ସାପ୍ତାହିକ ରାଶିଫଳ

କନ୍ୟା ରାଶି

ସୂର୍ଯ୍ୟ ଆପଣଙ୍କର ରାଶିରେ ଦ୍ଵିତୀୟ ଘରର ସ୍ବାମୀ ଓ ଦ୍ଵାଦଶ ଘରର ସ୍ବାମୀ ଯିଏ ଏବେ ଆପଣଙ୍କର ଦଶମ ଘରେ ଗୋଚର କରିବାକୁ ଯାଉଛନ୍ତି। ସୂର୍ଯ୍ୟଙ୍କର ଏହି ଗୋଚର ସାମାନ୍ଯ ଭାବରେ ଆପଣଙ୍କୁ ଅନୁକୂଳ ପରିଣାମ ଦେବାକୁ ଚାହିଁବ। ଦ୍ୱାଦଶ ଘରର କର୍ତ୍ତା କର୍ମ ଘରେ ପ୍ରବେଶ କରୁଛନ୍ତି; ଏହା ବିଦେଶରେ କାମ କରୁଥିବା ଲୋକଙ୍କୁ ବହୁତ ଭଲ ଫଳାଫଳ ଦେଇପାରେ। ସରକାରୀ ପ୍ରଶାସନଠାରୁ ସାହାଯ୍ୟ ପାଇବା ପାଇଁ ମଧ୍ୟ ଏହି ଗୋଚର ଆପଣଙ୍କ ପାଇଁ ଅନୁକୂଳ ହୋଇପାରେ। ସୂର୍ଯ୍ୟଙ୍କ ଏହି ଗୋଚର ସାଧାରଣତଃ ସାମାଜିକ ସମ୍ମାନ ଏବଂ ପ୍ରତିଷ୍ଠା ପାଇବାରେ ଅନୁକୂଳ ଫଳାଫଳ ଦେବ ବୋଲି ବିବେଚନା କରାଯିବ। ଯଦି ଆପଣ ଏକ ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ତେବେ ସୂର୍ଯ୍ୟଙ୍କର ଏହି ଗୋଚର ଆପଣଙ୍କ ପାଇଁ ସହାୟକ ହୋଇପାରେ। ପିତାଙ୍କ ସହ ଜଡ଼ିତ ମାମଲାରେ ଅନୁକୂଳ ଫଳାଫଳ ମିଳିବାର ସମ୍ଭାବନା ଅଛି।

ଉପାୟ: ଶନିବାର ଦିନ ଗରିବ ବ୍ୟକ୍ତିଙ୍କୁ କଳା ପୋଷାକ ଦାନ କରିବା ଶୁଭ ହେବ।

କନ୍ୟା ସାପ୍ତାହିକ ରାଶିଫଳ

ଆପଣଙ୍କର ଜାତଜରେ ମଧ୍ୟ ଅଛି ରାହ ଯୋଗ? ପାଆନ୍ତୁ ନିଜର ରାଜଯୋଗ ରିପୋର୍ଟ୍

ତୁଳା ରାଶି

ସୂର୍ଯ୍ୟ ଆପଣଙ୍କର ଲାଭେଶ ହୋଇ ଭାଗ୍ଯ ଘରେ ଗୋଚର କରିବାକୁ ଯାଉଛନ୍ତି। ସାମାନ୍ଯ ଭାବରେ ସୂର୍ଯ୍ୟଙ୍କର ମିଥୁନ ରାଶିରେ ଗୋଚର ଭଲ କୁହାଯିବ ନାହିଁ। କିନ୍ତୁ ଜ୍ୟୋତିଷ ଶାସ୍ତ୍ରର ଏକ ନୀତି ଅଛି "ଭବତ୍ ଭାବମ୍" ଏବଂ ସେହି ନୀତି ଅନୁସାରେ, ସୂର୍ଯ୍ୟଙ୍କ ଏହି ଗୋଚରରୁ ଭଲ ଫଳାଫଳ ଆଶା କରାଯାଇପାରେ। ଅର୍ଥାତ ସୂର୍ଯ୍ୟ ଲାଭ ଘରର ସ୍ବାମୀ ହୋଇ ଭାଗ୍ଯ ଘରେ ରହିବେ। ଏହି କାରଣରୁ ସୂର୍ଯ୍ୟ ଆପଣଙ୍କୁ ଭଲ ପରିଣାମ ଦେଇପାରିବେ। ଅର୍ଥାତ୍, ଗୋଟିଏ ପଟେ, ଭାଗ୍ୟ ଘରେ ସୂର୍ଯ୍ୟଙ୍କ ଗୋଚରକୁ ଭଲ ବୋଲି ବିବେଚନା କରାଯାଏ ନାହିଁ କିନ୍ତୁ ଭାଗ୍ୟ ଘରେ ଲାଭେଶ ଯିବାକୁ ଭଲ ବୋଲି ବିବେଚନା କରାଯିବ।

ଅର୍ଥାତ ଯଦି ଆପଣ ନିଜର ବରିଷ୍ଠ, ପିତା ଓ ପିତା ତୁଲ୍ୟ ବ୍ୟକ୍ତିଙ୍କର ଅନୁଭବ ଓ ମାର୍ଗଦର୍ଶନ ଅନୁସାରେ କାମ କରିବେ ତେବେ ଆପଣଙ୍କୁ କୌଣସି ବଡ଼ ସମସ୍ଯା ହେବ ନାହିଁ। ବରଂ ଆପଣ କାମରେ ସଫଳତା ପ୍ରାପ୍ତ କରିବେ। ସୂର୍ଯ୍ୟଙ୍କର ଏହି ଗୋକଗର ଭାଗ୍ୟ ହାନି କରାଇଥାଏ ବୋଲି କୁହାଯାଏ କିନ୍ତୁ ଧର୍ମ ଓ ଅଧ୍ୟାତ୍ମକୁ ମାନୁଥିବା ଲୋକଙ୍କୁ ଭାଗ୍ଯ ହାନି ସ୍ଥିତି ସାମ୍ନା କରିବାକୁ ପଡ଼ିବ ନାହିଁ। ଯଦି ଆପଣ ଆପଣଙ୍କ ଭାଇଭଉଣୀଙ୍କ ସହିତ ସମ୍ପର୍କକୁ ସମୟ ଦେବାକୁ ଚେଷ୍ଟା କରନ୍ତି, ତେବେ ଫଳାଫଳ ସାଧାରଣତଃ ଭଲ ହେବ କାରଣ ତୃତୀୟ ଘରର କର୍ତ୍ତା ବୃହସ୍ପତି ମଧ୍ୟ ସୂର୍ଯ୍ୟଙ୍କ ସହିତ ସଂଯୋଗ କରୁଛନ୍ତି। ଏହିପରି, ଆପଣ ସୂର୍ଯ୍ୟଙ୍କ ଏହି ଗୋଚରରୁ ମିଶ୍ରିତ ଫଳାଫଳ ଆଶା କରିପାରିବେ।

ଉପାୟ: ରବିବାର ଦିନ ଲୁଣ ଖାଇବା ଉଚିତ୍ ନୁହେଁ। ଏହା ଆପଣଙ୍କ ଜୀବନରେ ସକାରାତ୍ମକତାର ଗ୍ରାଫକୁ ଆହୁରି ବୃଦ୍ଧି କରିବ, ଅର୍ଥାତ୍ ଏହା ଆପଣଙ୍କ ପାଇଁ ଏକ ସମାଧାନ ଭାବରେ କାମ କରିବ।

ତୁଳା ସାପ୍ତାହିକ ରାଶିଫଳ

ବିଛା ରାଶି

ଦଶମ ଘରର ସ୍ବାମୀ ହୋଇ ସୂର୍ଯ୍ୟ ଆପଣଙ୍କର ଅଷ୍ଟମ ଘରେ ରହିବେ। ସାମାନ୍ଯ ଭାବରେ ସୂର୍ଯ୍ୟଙ୍କର ଗୋଚର ଅଷ୍ଟମ ଘରେ ଭଲ ପରିଣାମ ଦେବ ନାହିଁ ବରଂ ଏଯ ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ କିଛି ସମସ୍ଯା ଦେଇପାରେ। ସୂର୍ଯ୍ୟଙ୍କର ଏହି ଗୋଚରକୁ କାମରେ ବିଳମ୍ବ ଓ ଅସୁବିଧା ଆଣିବା ବାଲା ଗୋଚର କୁହାଯାଏ। ଏପରି ସ୍ଥିତିରେ କୌଣସି ନୂଆ କାମ ଆରମ୍ଭ କରିବା ଆପଣଙ୍କୁ ଲାଭ ଦେବ ନାହିଁ। ଚାକିରି ଇତ୍ୟାଦିରେ ପରିବର୍ତ୍ତନ ପାଇଁ ମଧ୍ୟଏହି ସମୟ ଭଲ ନୁହେଁ। ଏହି ମାମଲାରେ ମଧ୍ୟ ରିସ୍କ ନ ନେବା ବୁଦ୍ଧିମାନ କାମ ହେବ। ନିଜର ସ୍ବାସ୍ଥ୍ୟର ସମ୍ପୂର୍ଣ ଯତ୍ନ ନିଅନ୍ତୁ। ସାଙ୍ଗରେ ବ୍ୟାୟାମ କରନ୍ତୁ।

ସୂର୍ଯ୍ୟଙ୍କ ଏହି ଗୋଚର ଆଖି ସହିତ ଜଡ଼ିତ କିଛି ସମସ୍ୟା ସୃଷ୍ଟି କରେ ବୋଲି କୁହାଯାଏ। ଏପରି ପରିସ୍ଥିତିରେ, ଯଦି ଆପଣଙ୍କର ପୂର୍ବରୁ କୌଣସି ଆଖି ସମସ୍ୟା ଅଛି, ତେବେ ଏହାର ଯତ୍ନ ନେବା ଆବଶ୍ୟକ। ଏହି ଗୋଚର ସମୟରେ, ସରକାରୀ ପ୍ରଶାସନ ସହିତ ଜଡ଼ିତ ଲୋକଙ୍କ ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ବଜାୟ ରଖିବା ପାଇଁ ଚେଷ୍ଟା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ। ଅର୍ଥାତ ସାବଧାନ ରହି ଆପଣ ନକରାତ୍ମକତାକୁ ଅଟକାଇ ପାରିବେ।

ଉପାୟ: କ୍ରୋଧ ଏବଂ ଦ୍ୱନ୍ଦ୍ୱରୁ ନିଜକୁ ରକ୍ଷା କରିବା ଏକ ସମାଧାନ ଭାବରେ କାମ କରିବ।

ବିଛା ସାପ୍ତାହିକ ରାଶିଫଳ

କୁଣ୍ଡଳୀରେ ଥିବା ରାଜ ଯୋଗ ର ସମସ୍ତ ସୂଚନା ପାଆନ୍ତୁ

ଧନୁ ରାଶି

ଭାଗ୍ଯ ଘରର ସ୍ବାମୀ ହୋଇ ସୂର୍ଯ୍ୟ ଆପଣଙ୍କର ସପ୍ତମ ଘରେ ଗୋଚର କରିବାକୁ ଯାଉଛନ୍ତି। ସୂର୍ଯ୍ୟଙ୍କର ମିଥୁନ ରାଶିରେ ଗୋଚର ସପ୍ତମ ଘରେ ଭଲ ପରିଣାମ ଦେବ ନାହିଁ। କିନ୍ତୁ ଭାଗ୍ଯ ସ୍ଥାନର ସ୍ବାମୀ ସପ୍ତମ ଘରେ ଆସିବା କିଛି ମାତ୍ରାରେ ଭଲ ପରିଣାମ ଦେବାର କାମ କରିବ। ଅର୍ଥାତ ଦୈନିକ ରୋଜଗାରର ଘରୁ ଭାଗ୍ଯର କାନେକଶେନ ଜଡ଼ିତ ହେବ। ତେଣୁ ଏପରି ପରିସ୍ଥିତିରେ ଆପଣ କିଛି ଲାଭ ପାଇପାରିବେ। ଉଦାହରଣ ସ୍ୱରୂପ, ସପ୍ତମ ଘରେ ସୂର୍ଯ୍ୟଙ୍କର ଗୋଚର ଦୈନିକ କାମରେ ସମସ୍ଯା ଆଣିବ କିନ୍ତୁ ଭାଗ୍ଯର ସହଯୋଗ ମିଳିବା ଯୋଗୁଁ ସମସ୍ଯା ବହୁତ କମ ହେବ।

ବୃହସ୍ପତି ନକରାତ୍ମକକୁ ଅଟକାଇବାର କାମ କରନ୍ତି କିନ୍ତୁ ତଥାପି ଗୋଟିଏ ମାସରେ ଅର୍ଥାତ ଏହି ଗୋଚର ସମଯରେ ଜୀବନସାଥୀ ସହିତ ଭଲ ତାଳମେଳ ରଖିବାକୁ ଚେଷ୍ଟା କରିବାକୁ ହେବ। ଚେଷ୍ଟା କରନ୍ତୁ ଯେପରି ପରସ୍ପର ମଧ୍ଯରେ ବିବାଦ ନ ହେଉ। ଯାତ୍ରାକୁ ଏଡ଼ାଇବା ମଧ୍ୟ ବୁଦ୍ଧିମାନର କାର୍ଯ୍ୟ ହେବ। କାରଣ ଯାତ୍ରା ଟିକେ ଅସୁବିଧାଜନକ ହୋଇପାରେ। ତଥାପି, ବ୍ୟବସାୟ କ୍ଷେତ୍ରରେ, ଭାଗ୍ୟର କର୍ତ୍ତା ହେବା ଯୋଗୁଁ, ସୂର୍ଯ୍ୟ ଆପଣଙ୍କୁ ସାହାଯ୍ୟ କରିବାକୁ ଚାହିଁବେ, ଏହା ସତ୍ତ୍ୱେ, ଏହି ସମୟରେ ଆପଣ କୌଣସି ବଡ଼ ବ୍ୟବସାୟିକ ନିଷ୍ପତ୍ତି ନନେଲେ ଭଲ ହେବ।

ଉପାୟ: ଏହି ମାସ ସାରା କମ୍ ଲୁଣ ଖାଆନ୍ତୁ ଏବଂ ରବିବାର ଦିନ ଏହାକୁ ଆଦୌ ଖାଆନ୍ତୁ ନାହିଁ, ଏହା ଆପଣଙ୍କ ପାଇଁ ଏକ ସମାଧାନ ଭାବରେ କାମ କରିବ।

ଧନୁ ସାପ୍ତାହିକ ରାଶିଫଳ

ମକର ରାଶି

ସୂର୍ଯ୍ୟ ଆପଣଙ୍କର ଅଷ୍ଟମେଶ ହୋଇଥାଆନ୍ତି ଓ ବର୍ତ୍ତମାନ ସେ ଆପଣଙ୍କର ଷଷ୍ଠ ଘରେ ଗୋଚର କରିବାକୁ ଯାଉଛନ୍ତି। ଷଷ୍ଠ ଘରେ ଗୋଚରକୁ ସାମାନ୍ଯ ଭାବରେ ଅନୁକୂଳ ପରିଣାମ ଦେବ ବୋଲି କୁହାଯାଏ। ଅଷ୍ଟମ ଘରର ସ୍ବାମୀ ସୂର୍ଯ୍ୟ ଷଷ୍ଠ ଘରକୁ ଯିବା ବିପରୀତ ରାଜଯୋଗ ଗଠନ କରିବ। ଅରତହତ ଏହୋ ସମୟରେ ଆପଣଙ୍କୁ ଅନୁକୂଳ ପରିଣାମ ମିଳିବ। ଯଦି ଆପଣଙ୍କର ସ୍ବାସ୍ଥ୍ୟ ପୂର୍ବରୁ ଖରାପ ଥିଲା ତେବେ ତାହା ଏବେ ୟଥିକ ହେବ। ଆପଣଙ୍କର ଶରୀରର ରୋଗ ପ୍ରତିରୋଧକ ଶକ୍ତି କ୍ଷମତା ଦୃଢ଼ ହେବ।

ଏବେ କୌଣସି ସ୍ବାସ୍ଥ୍ୟ ସମସ୍ଯା ଆସିବ ନାହିଁ। ଆପଣ ନିଜର ପ୍ରତିସ୍ପର୍ଦ୍ଧାଙ୍କ ଠାରୁ ଭଲ କରୁଥିବା ଦେଖାଯିବେ। ଆପଣ ନିଜର ଶତ୍ରୁଙ୍କୁ ଶାନ୍ତ ରଖିବାକୁ ସକ୍ଷମ ହେବେ। ଏହି ସମୟରେ ଆପଣ ଭଲ ପରିଶ୍ରମ କରି ନିଜରଅ ପ୍ରଭାବକୁ ବିସ୍ତାର କରିବେ। ଶାସନ ପ୍ରଶାନ ସହିତ ଜଡ଼ିତ ମାମଲାରେ ସୂର୍ଯ୍ୟଙ୍କର ମିଥୁନ ରାଶିରେ ଗୋଚର ଆପଣଙ୍କୁ ଭଲ ପରିଣାମ ଦେଇପାର। ସରକାରୀ ଯୋଜନାରୁ ମଧ୍ୟ ଆପଣଙ୍କର ଲାଭ ହୋଇପାରେ। ଯଦି ଆପଣ ଠିକା କାମ କରନ୍ତି ଏବଂ ସରକାରୀ କାମ ପାଇଁ ଏକ ଚୁକ୍ତିନାମା, ଅର୍ଥାତ୍ ଟେଣ୍ଡର ପାଇବାକୁ ଚାହାଁନ୍ତି, ଏବଂ ଏହି ସମୟ ମଧ୍ୟରେ ଆପଣ ସରକାରଙ୍କଠାରୁ ଏପରି ସୁଯୋଗ ପାଉଛନ୍ତି, ତେବେ ଆପଣଙ୍କୁ ଏଥିରେ ସଫଳତା ପାଇବାର ଯଥେଷ୍ଟ ସମ୍ଭାବନା ରହିବ।

ଉପାୟ: ମାଙ୍କଡ଼ମାନଙ୍କୁ ଗହମ ଏବଂ ଗୁଡ଼ ଖାଇବାକୁ ଦେବା ଶୁଭ ହେବ।

ମକର ସାପ୍ତାହିକ ରାଶିଫଳ

କୁମ୍ଭ ରାଶି

ସପ୍ତମେଶ ସୂର୍ଯ୍ୟ ଆପଣଙ୍କର ପଞ୍ଚମ ଘରେ ଗୋଚର କରିବାକୁ ଯାଉଛନ୍ତି। ସୂର୍ଯ୍ୟଙ୍କର ମିଥୁବ ରାଶିରେ ଗୋଚର ପଞ୍ଚମ ଘରେ ଭଲ ପରିଣାମ ଦେବ ନାହିଁ କିନ୍ତୁ ସପ୍ତମ ଘରର ସ୍ବାମୀ ପଞ୍ଚମ ଘରକୁ ଯିବା ପ୍ରେମ ସମ୍ବନ୍ଧ ମାମଲାରେ କିଛି ଲୋକଙ୍କୁ ଭଲ ପରିଣାମ ଦେଇପାରେ। ବିଶେଷ କରି ଯେଉଁ ଲୋକ ପ୍ରେମ କୁ ବିବାହରେ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ତାଙ୍କୁ ଏହି ଗୋଚର ସାହାଜ୍ୟ କରିବ।

ମନ ଏବଂ ମସ୍ତିଷ୍କକୁ ସୁସ୍ଥ ରଖିବା ପାଇଁ ଚେଷ୍ଟା କରିବା ବହୁତ ଗୁରୁତ୍ୱପୂର୍ଣ୍ଣ ହେବ। ମନରେ ଅନେକ ଅଜବ ଚିନ୍ତା ଆସିପାରେ। ଯଦି ଆପଣ କୌଣସି ବିଷୟରେ ଦ୍ୱନ୍ଦ୍ୱ ଅନୁଭବ କରୁଛନ୍ତି, ତେବେ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। ଯଦି ଆପଣ ଭଲ ସାହିତ୍ୟ ଅଧ୍ୟୟନ କରନ୍ତି, ତେବେ ଆପଣଙ୍କର ମନ ତୁଳନାତ୍ମକ ଭାବରେ ଶାନ୍ତ ରହିପାରିବ ଏବଂ ଭଲ ଚିନ୍ତାଧାରା ମଧ୍ୟ ବୃଦ୍ଧି ପାଇପାରିବ।

ଏହି ଗୋଚର ସମୟରେ, ପିତାମାତାମାନେ ସେମାନଙ୍କ ପିଲାମାନଙ୍କ କାର୍ଯ୍ୟକଳାପ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ ଏବଂ ସେମାନଙ୍କୁ ପ୍ରେମ ଏବଂ ସମ୍ମାନର ସହିତ ବୁଝାଇବାକୁ ଚେଷ୍ଟା କରିବା ଉଚିତ, ଯାହା ଦ୍ଵାରା ଆପଣଙ୍କ ସମ୍ପର୍କ ସୌହାର୍ଦ୍ଦ୍ୟପୂର୍ଣ୍ଣ ରହିବ ଏବଂ ପିଲା ଆପଣ କ'ଣ କହୁଛନ୍ତି ତାହା ବୁଝିପାରିବେ। ଏହି ଗୋଚର ସାମାନ୍ଯ ଭାବାରେ ଅନୁକୂଳ ପରିଣାମ ଦେବ ନାହିଁ କିନ୍ତୁ କୁହାଯାଇଥିବା ସତର୍କତା ଅବଲମ୍ବନ କରିଲେ ପରିଣାମ ତୁଳନାତ୍ମକ ଭାବରେ ଭଲ ହେବ।

ଉପାୟ: ପ୍ରତିଦିନ କଞ୍ଚା ମାଟିରେ 8 ବୁନ୍ଦା ସୋରିଷ ତେଲ ପକାଇବା ଶୁଭ ହେବ।

କୁମ୍ଭ ସାପ୍ତାହିକ ରାଶିଫଳ

ମୀନ ରାଶି

ସୂର୍ଯ୍ୟ ଆପଣଙ୍କର ଷଷ୍ଠ ଘରର ସ୍ବାମୀ ହୌ ଆପଣଙ୍କର ଚତୁର୍ଥ ଘରେ ଗୋଚର କରିବାକୁ ଯାଉଛନ୍ତି। ଚତୁର୍ଥ ଘରେ ସୂର୍ଯ୍ୟଙ୍କର ଗୋଚର ଭଲ ପରିଣାମ ଦେବ ନାହିଁ। ଏହି ଗୋଚର ମାନସିକ ରୂପରେ ବ୍ୟଥିତ କରିବାର କାମ କରିବ। ଅର୍ଥାତ ଜୀବନରେ କିଛି ଏପରି ଘଟଣା ହୋଇପାରେ ଯାହା ଦ୍ବାରା ଆପଣଙ୍କୁ ଚାପ ଦେଖିବାକୁ ମିଳିବ। ଏହି ଗୋଚର ମାତୃଙ୍କୁ କଷ୍ଟ ଦେବ। ଏପରି ସ୍ଥିତିରେ ମାତାଙ୍କର ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ମାତାଙ୍କ ସମ୍ବନ୍ଧକୁ ମେନଟେନ କରିବାକୁ ଚେଷ୍ଟା କରନ୍ତି। ଯଦି ମାତା’ଙ୍କର ହୃଦୟ ସମ୍ବନ୍ଧିତ ସମସ୍ଯା ପୂର୍ବରୁ ଅଛି ତେବେ ଏହି ଗୋଚର ସମୟରେ ତାଙ୍କର ସ୍ବାସ୍ଥ୍ୟ କୁ ନେଇ କୌଣସି ଅବହେଳା କରନ୍ତୁ ନାହିଁ। ଯୋଗ୍ୟ ଚିକିତ୍ସକଙ୍କର ପରାମର୍ଶ ନିଅନ୍ତୁ।

ଏହି ସମୟ ମଧ୍ୟରେ, ଗୃହ ଗୃହସ୍ଥି ବିଷୟ ସମ୍ବନ୍ଧୀୟ କିଛି ସମସ୍ୟା କିମ୍ବା ବିବାଦ ଉପୁଜିପାରେ; ତାକୁ ଶାନ୍ତ କରିବା ବୁଦ୍ଧିମାନର କାମ ହେବ। ଏହି ସମୟ ମଧ୍ୟରେ ସମ୍ପତ୍ତି ସମ୍ବନ୍ଧୀୟ ମାମଲାରେ ବହୁତ ବୁଦ୍ଧିମାନ ଭାବରେ କାର୍ଯ୍ୟ କରିବା ଆବଶ୍ୟକ ହେବ। ପାରିବାରିକ ବିଷୟଗୁଡ଼ିକୁ ଶାନ୍ତିପୂର୍ଣ୍ଣ ଭାବରେ ପରିଚାଳନା କରିବା ବହୁତ ଗୁରୁତ୍ୱପୂର୍ଣ୍ଣ ହେବ। ଯଦିଓ ବୃହସ୍ପତିଙ୍କ କୃପା ଯୋଗୁଁ ଜିନିଷଗୁଡ଼ିକ ବହୁତ ଅସୁବିଧାଜନକ ହେବ ନାହିଁ, ତଥାପି ମିଥୁନ ରାଶିରେ ସୂର୍ଯ୍ୟଙ୍କ ଏହି ଗୋଚରରୁ ଆମେ ଅଧିକ ସକାରାତ୍ମକତା ଆଶା କରିପାରିବୁ ନାହିଁ।

ଉପାୟ: ଯଥାସମ୍ଭବ ଗରିବମାନଙ୍କୁ ସାହାଯ୍ୟ କରିବା ଏବଂ ସେମାନଙ୍କୁ ଖାଦ୍ୟ ଯୋଗାଇବା ଶୁଭ ହେବ।

ମୀନ ସାପ୍ତାହିକ ରାଶିଫଳ

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!

ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ

1. 2025 ମସିହାରେ ସୂର୍ଯ୍ୟ କେବେ ମିଥୁନ ରାଶିରେ ପ୍ରବେଶ କରିବେ?

15 ଜୁନ୍ 2025 ରେ ସୂର୍ଯ୍ୟଙ୍କ ମିଥୁନ ରାଶିରେ ଗୋଚର ହେବାକୁ ଯାଉଛି।

2. ସୂର୍ଯ୍ୟ କାହାର କାରକ?

ସୂର୍ଯ୍ୟଙ୍କୁ ଆତ୍ମା, ପିତା, ନେତୃତ୍ୱ, କର୍ତ୍ତୃପକ୍ଷ ଏବଂ ଉଚ୍ଚ ପଦବୀର କାରକ ଭାବରେ ବିବେଚନା କରାଯାଏ।

3. ମିଥୁନ ରାଶିର କର୍ତ୍ତା କିଏ?

ମିଥୁନ ରାଶିର କର୍ତ୍ତା ବୁଧ ଅଟନ୍ତି।

Astrological services for accurate answers and better feature

33% off

Dhruv Astro Software - 1 Year

'Dhruv Astro Software' brings you the most advanced astrology software features, delivered from Cloud.

Brihat Kundli
What will you get in 250+ pages Colored Brihat Kundli.
Finance
Are money matters a reason for the dark-circles under your eyes?
Ask A Question
Is there any question or problem lingering.
Career / Job
Worried about your career? don't know what is.
AstroSage Year Book
AstroSage Yearbook is a channel to fulfill your dreams and destiny.
Career Counselling
The CogniAstro Career Counselling Report is the most comprehensive report available on this topic.

Astrological remedies to get rid of your problems

Red Coral / Moonga
(3 Carat)

Ward off evil spirits and strengthen Mars.

Gemstones
Buy Genuine Gemstones at Best Prices.
Yantras
Energised Yantras for You.
Rudraksha
Original Rudraksha to Bless Your Way.
Feng Shui
Bring Good Luck to your Place with Feng Shui.
Mala
Praise the Lord with Divine Energies of Mala.
Jadi (Tree Roots)
Keep Your Place Holy with Jadi.

Buy Brihat Kundli

250+ pages

Brihat Kundli

AstroSage on MobileAll Mobile Apps

Buy Gemstones

Best quality gemstones with assurance of AstroSage.com

Buy Yantras

Take advantage of Yantra with assurance of AstroSage.com

Buy Feng Shui

Bring Good Luck to your Place with Feng Shui.from AstroSage.com

Buy Rudraksh

Best quality Rudraksh with assurance of AstroSage.com
Call NowTalk to
Astrologer
Chat NowChat with
Astrologer