ସୂର୍ଯ୍ୟ ପରାଗ 2025
ଆଷ୍ଟ୍ରୋସେଜ ଏଆଇ ସମୟ ସମୟରେ ନିଜର ପାଠକଙ୍କୁ ଦୁନିଆରେ ହେବାକୁ ଥିବା ପରିବର୍ତ୍ତନ ବିଷୟରେ ସୂଚନା ଦେଉଥାଏ। ଆଜିର ଏହି ବିଶେଷ ଲେଖାରେ ଆନେ ବର୍ଷ 2025ର ପ୍ରଥମ ସୂର୍ଯ୍ୟ ପରାଗ ବିଷୟରେ ବିସ୍ତୃତରେ ଚର୍ଚା କରିବା। କହି ରଖୁଛୁ ଯେ ବର୍ଷର ପ୍ରଥମସୂର୍ଯ୍ୟ ପରାଗ 29 ମାର୍ଚ୍ଚ 2025ରେ ଲାଗିବାକୁ ଯାଉଛି ଓ ଏହି ଦିନ ଜ୍ଯୋତିଷ ଦୁନିଆର ସବୁଠାରୁ ମହତ୍ୱପୂର୍ଣ ଗୋଚର ବୋଲି ବିବେଚନା କରାଯାଉଥିବା ଶନିଙ୍କର ମୀନ ରାଶିରେ ଗୋଚର ମଧ୍ୟ ହେବାକୁ ଯାଉଛି। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ସୂର୍ଯ୍ୟ ପରାଗ 2025 ବିଷୟରେ ସବୁ କିଛି ତେବେ ଏହି ଲେଖା ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ସନ୍ତାନର ଭବିଷ୍ୟ ସହିତ ଜଡ଼ିତ ଯେ କୌଣସି ସମସ୍ଯାର ସମାଧାନ କରନ୍ତୁ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ
ସୂର୍ଯ୍ୟ ପରାଗକୁ ମହତ୍ୱପୂର୍ଣ ଜ୍ୟୋତିଷୀୟ ଘଟନା ରୂପରେ ବିବେଚନା କରାଯାଏ। ଯେବେ ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ର ଏକ ସିଧା ରେଖାରେ ଆସି ଯାଆନ୍ତି, ସେତେବେଳେ ଏହି ଘଟଣାକୁ ସୂର୍ଯ୍ୟ ପରାଗ କୁହାଯାଏ। ଯେପରି ଆମେ ଜାଣୁ ଯେ ପୃଥିବୀ ନିଜର ଅକ୍ଷରେ ବୁଲି ସୂର୍ଯ୍ୟଙ୍କର ପରିକ୍ରମା କରେ। ଏହି କ୍ରମରେ ଚନ୍ଦ୍ର ପୃଥିିର ଉପଗ୍ରହ ହେବା ଯୋଗୁଁ ପୃଥିବୀର ପରିକ୍ରମା କରେ। ଆମେ ସମସ୍ତେ ଜାଣୁ ଯେ ପୃଥିବୀରେ ଜୀବନ କେବଳ ସୂର୍ଯ୍ୟ ଦେବଙ୍କ ଆଲୋକ ଯୋଗୁଁ ସମ୍ଭବ ଏବଂ କେବଳ ସୂର୍ଯ୍ୟକିରଣ ପୃଥିବୀ ଏବଂ ଚନ୍ଦ୍ର ଉପରେ ପଡ଼େ। ପୃଥିବୀ ଏବଂ ଚନ୍ଦ୍ର ନିଜ ନିଜ କକ୍ଷପଥରେ ଗତି କରନ୍ତି ଏବଂ ଏପରି ପରିସ୍ଥିତିରେ, କେତେବେଳେ ଚନ୍ଦ୍ର ପୃଥିବୀର ଏତେ ନିକଟତର ହୋଇଯାନ୍ତି ଯେ ସୂର୍ଯ୍ୟକିରଣ ପୃଥିବୀ ପର୍ଯ୍ୟନ୍ତ ପହଞ୍ଚିପାରେ ନାହିଁ, ତେବେ ଏହି ପରିସ୍ଥିତିକୁ ସୂର୍ଯ୍ୟ ପରାଗ କୁହାଯାଏ ଯାହା ସମ୍ପୂର୍ଣ୍ଣ କିମ୍ବା ଆଂଶିକ ହୋଇପାରେ।
ସୂର୍ଯ୍ୟ ପରାଗ: ଜ୍ୟୋତିଷୀୟ ଦୃଷ୍ଟିରୁ
ଜ୍ଯୋତିଷଶାସ୍ତ୍ରରେ ସୂର୍ଯ୍ୟ ପରାହକୁ ଏକ ବିଶେଷ ଘଟଣା ବୋଲି କୁହାଯାଇଛି। ଏହା ଏପରି ଏକ ଅବଧିକୁ ଦର୍ଶାଏ ଯେତେବେଳେ ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ର ଏକ ସିଧା ରେଖାରେ ଆସି ଯାଆନ୍ତି। ଏପରି ପରିସ୍ଥିତିରେ, ଚନ୍ଦ୍ର ପୃଥିବୀ ଏବଂ ସୂର୍ଯ୍ୟ ମଧ୍ୟରେ ଆସିଯାଏ ଏବଂ କିଛି ସମୟ ପାଇଁ ସୂର୍ଯ୍ୟକିରଣକୁ ପୃଥିବୀରେ ପହଞ୍ଚି ପାରେ ନାହିଁ ଏବଂ ଏହି ଘଟଣାକୁ ପରିବର୍ତ୍ତନକାରୀ ବୋଲି ବିବେଚନା କରାଯାଏ। ବିଶ୍ବାସ ଅଛି ଯେ ସୂର୍ଯ୍ୟ ପରାଗ ସଂସାରରେ ନୂଆ ଆରମ୍ଭ ଆଣି ଆସେ ଓ ଏହାର ପ୍ରଭାବ କୌଣସି ବ୍ୟକ୍ତିର ଜୀବନରେ ବଡ଼ ପରିବର୍ତ୍ତନ ଆଣିବାରେ ସକ୍ଷମ ହୁଏ। ସୂର୍ଯ୍ୟ ଗ୍ରହ ସଙ୍କେତ କରୁଛି ଯେ ଆପଣ ନିଜ ଜୀବନରେ ଯାହା କିଛି ପାଇବାକୁ ଚାହୁଁଛନ୍ତି, ତାହା ଉପରେ ଧ୍ୟାନ କେନ୍ଦ୍ରିତ କରି ପାରିବେ କାରଣ ଆପଣଙ୍କ ସାମ୍ନାରେ ନୂଆ ସୁଯୋଗ ଆସିପାରେ। କହି ରଖୁଛୁ ଯେ ସୂର୍ଯ୍ୟପରାଗର ପ୍ରଭାବ ମଣିଷ ଜୀବନ ଏବଂ ବିଶ୍ୱ ଉପରେ ଅନେକ ମାସ ପର୍ଯ୍ୟନ୍ତ ରହିଥାଏ। ଏହା ସହିତ, ଏହାର ପ୍ରଭାବ ମଧ୍ୟ ଅନୁଭବ କରାଯାଇପାରିବ।
ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ
ସୂର୍ଯ୍ୟ ପରାଗ: ଦୃଶ୍ୟତା ଓ ସମୟ
ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଯାହା 29 ମାର୍ଚ୍ଚ 2025ରେ ଲାଗୁଛି ତାହା ଆଂଶିକ ସୂର୍ଯ୍ୟ ପରାଗ ହେବ।
| ତିଥି | ଦିନ ତଥା ଦିନାଙ୍କ | ସୂର୍ଯ୍ୟ ପରାଗ ଆରମ୍ଭ ହେବାର ସମୟ | ସୂର୍ଯ୍ୟ ପରାଗ ସମାପ୍ତ ହେବାର ସମୟ | କେଉଁଠି-କେଉଁଠି ଦେଖାଯିବ |
| ଚୈତ୍ର ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥି |
29 ମାର୍ଚ୍ଚ 2025, ଶନିବାର |
ଦ୍ଵିପ୍ରହର 14:21 ରୁ |
ସନ୍ଧ୍ୟା 18:14 ପର୍ଯ୍ୟନ୍ତ |
ବରମୁଡା, ବାରବାଡୋସ , ଡେନମାର୍କ, ଅସ୍ଟ୍ରୀୟା, ବେଲ୍ଜିୟମ, ଉତ୍ତର ବ୍ରାଜିଲ, ଫିନଲାଣ୍ଡ, ଜର୍ମାନୀ, ଫ୍ରାଂସ୍, ହଙ୍ଗାରୀ , ଆୟାରଲ୍ଯାଣ୍ଡ, ମୋରୋକ୍କୋ, ଗ୍ରୀନଲାଣ୍ଡ, କାନାଡାର ପୂର୍ବ ଭାଗ, ଲିଥୁଆନିଆ, ହୋଲଣ୍ଡ, ପର୍ତୁଗାଲ, ଊତର ଋସ, ସ୍ପେଇନ, ସୁରିନାମ, ସ୍ଵୀଡେନ, ପୋଲାଣ୍ଡ, ୟୁକ୍ରେନ, ସ୍ଵୀଜରଲ୍ଯାନ୍ଡ, ଇଂଲ୍ଯାନ୍ଡ ଓ ଆମେରିକାର ପୂର୍ବ କ୍ଷେତ୍ର (ଭାରତରେ ଦେଖା ଯିବ ନାହିଁ ) |
ନୋଟ: ଯେବେ କଥା ଆସେ 2025ରେ ଲାଗୁଥିବା ସୂର୍ଯ୍ୟ ପରାଗର ତେବେ ଉପରୋକ୍ତ ତାଲିକାରେ ଦିଆଯାଇଥିବା ସୂର୍ଯ୍ୟ ପରାଗର ସମୟ ଭାରତୀୟ ସମୟ ଅନୁସାରେ।
ପାଆନ୍ତୁ କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍
ସୂର୍ଯ୍ୟ ପରାଗ: ବିଶ୍ବ ଉପରେ ପ୍ରଭାବ
- ଯେଉଁ ଲୋକମାନଙ୍କ ଜାତକରେ ସୂର୍ଯ୍ୟ ଦେବଙ୍କ ସ୍ଥିତି ଦୁର୍ବଳ ଅଛି, ସେମାନେ ଶକ୍ତିର ଅଭାବରେ ପୀଡ଼ିତ ହୋଇପାରନ୍ତି। ଏହା ସହିତ, ଏହି ସମୟରେ, ନକାରାତ୍ମକ ଶକ୍ତି ସେମାନଙ୍କୁ ପୂର୍ବ ଅପେକ୍ଷା ଅଧିକ ପ୍ରଭାବିତ କରିପାରେ କାରଣ ଏହି ସମୟରେ, ସୂର୍ଯ୍ୟ ଏବଂ ରାହୁ ମୀନ ରାଶିରେ ଏକତ୍ର ଅବସ୍ଥାନ କରିବେ।
- ମୀନ ରାଶିରେ ସୂର୍ଯ୍ୟ ଦେବତା ଏବଂ ରାହୁଙ୍କ ସହିତ ବୃହସ୍ପତିଙ୍କ ସଂଯୋଗ ଜାତକରେ ଜୀବନଶକ୍ତିର ଅଭାବ ଏବଂ ପାଚନ ସମସ୍ୟାକୁ ସୂଚିତ କରେ।
- 27ଟି ନକ୍ଷତ୍ର ମଧ୍ୟରୁ ଉତ୍ତରଭାଦ୍ରପଦ ନକ୍ଷତ୍ରର ଅଧିପତି ଶନି ମହାରାଜ ହୋଇଥିବାରୁ, ଏହି ସମୟରେ ଗଣ୍ଠି, ଏବଂ ହାଡ଼ ସମ୍ବନ୍ଧୀୟ ସମସ୍ୟା ପ୍ରତି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
- ସୂର୍ଯ୍ୟ ମହାରାଜଙ୍କ ନିଜ ପୁତ୍ର ଶନି ଦେବଙ୍କ ନକ୍ଷତ୍ରରେ ଉପସ୍ଥିତି ଲୋକଙ୍କ ପାଇଁ ମାନସିକ ସମସ୍ୟା ସୃଷ୍ଟି କରିପାରେ।
- ଯଦିଓ 2025 ସୂର୍ଯ୍ୟ ପରାଗର ପ୍ରଭାବ କେବଳ ସେହି ସ୍ଥାନଗୁଡ଼ିକରେ ଦେଖାଯାଇପାରିବ ଯେଉଁଠାରେ ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେବ, ତଥାପି ବିଶ୍ୱର ଅନ୍ୟ ଦେଶଗୁଡ଼ିକ ଆଗାମୀ 3 ରୁ 5 ବର୍ଷ ପାଇଁ ଧୀର କିନ୍ତୁ ଦୀର୍ଘକାଳୀନ ପ୍ରଭାବ ଅନୁଭବ କରିପାରନ୍ତି।
- ବିଶ୍ୱର କିଛି ଦେଶରେ ଅଗ୍ନି ଏବଂ ବାୟୁ ସମ୍ବନ୍ଧୀୟ ବିପର୍ଯ୍ୟୟ ଏବଂ ଦୁର୍ଘଟଣା ଘଟିପାରେ କାରଣ 2025 ବର୍ଷର ପ୍ରଭୁ ମଙ୍ଗଳ ଗ୍ରହ ଅଟନ୍ତି ଏବଂ ଏପରି ପରିସ୍ଥିତିରେ, ମାର୍ଚ୍ଚ ମାସରେ ସୂର୍ଯ୍ୟ ପରାଗ କେବଳ ସମସ୍ୟାକୁ ବୃଦ୍ଧି କରିବ।
- ବିଶ୍ୱର କିଛି ଅଞ୍ଚଳରେ ମହିଳା ଏବଂ ଶିଶୁଙ୍କ ବିରୁଦ୍ଧରେ ଆତଙ୍କବାଦୀ ଆକ୍ରମଣ ଏବଂ ହିଂସା ହଠାତ୍ ବୃଦ୍ଧି ପାଇପାରେ।
- ବିଶ୍ୱର କିଛି ଦେଶରେ ସରକାର ପତନ କିମ୍ବା ସରକାର ପରିବର୍ତ୍ତନ ଭଳି ଦୃଶ୍ୟ ଦେଖିବାକୁ ମିଳିପାରେ।
- ସୂର୍ଯ୍ୟ ପରାଗ ଯୋଗୁଁ, ଭାରତରେ ଥଣ୍ଡା ପାଗ ମଝିରେ ମଝିରେ ଆସିପାରେ।
- ଏହି ସମୟ ମଧ୍ୟରେ ସୁନାର ମୂଲ୍ୟ ବୃଦ୍ଧି ପାଇପାରେ ଯେତେବେଳେ କି ପିତ୍ତଳର ମୂଲ୍ୟ ହ୍ରାସ ପାଇପାରେ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ସୂର୍ଯ୍ୟ ପରାଗ: ଏହି ରାଶିମାନଙ୍କ ଉପରେ ପଡ଼ିବ ନକରାତ୍ମକ ପ୍ରଭାବ
ମେଷ ରାଶି
ମେଷ ରାଶିର ଲୋକଙ୍କୁ ସୂର୍ଯ୍ୟ ପରାଗ ସବୁଠାରୁ ଅଧିକ ପ୍ରଭାବିତ କରିବ। ଏହା ବ୍ଯତୀତ, ଏହି ଲୋକଙ୍କୁ ନିରାଶ, ମୁଡ ସ୍ଵିଙ୍ଗ, ମୁଣ୍ଡ ବିନ୍ଧା, ବାନ୍ତି ଓ ମାଇଗ୍ରେନ ପରି ସମସ୍ଯା ହଇରାଣ କରିପାରେ। ସୂର୍ଯ୍ୟ ପରାଗ 2025 ର ପ୍ରଭାବ ଯୋଗୁଁ, ଆପଣଙ୍କ ଘର ଏବଂ ପରିବାରର ବାତାବରଣ ଅସ୍ଥିର ରହିପାରେ, ଯାହା ଦ୍ଵାରା ଆପଣ ଅସ୍ଥିର ଦେଖାଯାଇପାରନ୍ତି। ଗ୍ରହଣ ପୂର୍ବରୁ, ଗ୍ରହଣ ସମୟରେ ଏବଂ ଗ୍ରହଣ ପରେ, ଏହି ରାଶିର ଛାତ୍ରମାନଙ୍କୁ ସେମାନଙ୍କ ପାଠପଢ଼ାରେ ଧ୍ୟାନ ଦେବାରେ ଅସୁବିଧା ହୋଇପାରେ। ମାତାଙ୍କ ସହିତ ବିବାଦ କିମ୍ବା ମତଭେଦ ହେବାର ଆଶଙ୍କା ଅଛି। ଏହାର ପରିଣାମସ୍ଵରୂପ, ଆପଣଙ୍କ ପାଇଁ ଧ୍ୟାନ କରିବା ସର୍ବୋତ୍ତମ ହେବ। ଯେଉଁ ଲୋକଙ୍କ ଜାତକରେ ସୂର୍ଯ୍ୟ ମହାରାଜଙ୍କର ସ୍ଥିତି ଦୁର୍ବଳ ଅଛି, ତାଙ୍କ ପାଇଁ ଏହି ସମୟରେ ପ୍ରତିଯୋଗୀ ପରୀକ୍ଷା ପାର କରିବା ସହଜ ହେବ ନାହିଁ।
ତୁଳା ରାଶି
ତୁଳା ରାଶିର ଲୋକଙ୍କ ଜାତକରେ ସୂର୍ଯ୍ୟ ଦେବ ଆପଣଙ୍କର ଏକାଦଶ ଘରର ସ୍ବାମୀ ଯିଏ ଏବେ ଷଷ୍ଠ ଘରେ ରହୁଙ୍କ ସହିତ ରହିବେ ଯାହା ରୋଗର ଘର ଅଟେ। ଆପଣଙ୍କୁ କହି ରଖୁଛୁ ଯେ ଜାତକରେ ଷଷ୍ଠ ଘର ସରକାରକୁ ମଧ୍ୟ ଦର୍ଶାଏ ଓ ଏପରି ସ୍ଥିତିରେ ସରକାରୀ ଚାକିରି କରିଥିବା ଲୋକଙ୍କୁ ପଚରା ଉଚରା କିମ୍ବା ବସ ସହିତ କିଛି ସମସ୍ଯା ହୋଇପାରେ। ଏହି ଅବଧିରେ ଆପଣଙ୍କର ସାମାଜିକ ଜୀବନରେ, ପରିବାରର ସଦସ୍ୟ କିମ୍ବା ସହକର୍ମୀଙ୍କ ସହିତ କିଛି ମତଭେଦ ହୋଇପାରେ ଯାହା ଯୋଗୁଁ ଆପଣ ଅନ୍ୟମାନଙ୍କ ପ୍ରତି କଠୋର ହୋଇପାରନ୍ତି। ଏପରି ପରିସ୍ଥିତିରେ, ଆପଣଙ୍କ ବ୍ୟକ୍ତିଗତ ପ୍ରଗତି ପଥରେ ସମସ୍ୟା ଦେଖାଦେଇପାରେ ଯାହା ଦ୍ଵାରା ଆପଣ ସୃଜନଶୀଳ ଭାବରେ ଚିନ୍ତା କରିବାରେ ଏବଂ ପ୍ରଭାବଶାଳୀ ଭାବରେ କାର୍ଯ୍ୟ କରିବାରେ ବିଫଳ ହୋଇପାରନ୍ତି। ସୂର୍ଯ୍ୟପରାଗର ସମୟ ଆପଣଙ୍କ କଥା, କାର୍ଯ୍ୟ ଏବଂ ନିଜକୁ ବୁଝିବାର ସମୟ ହେବ।
ଆପଣଙ୍କର ଜାତଜରେ ମଧ୍ୟ ଅଛି ରାହ ଯୋଗ? ପାଆନ୍ତୁ ନିଜର ରାଜଯୋଗ ରିପୋର୍ଟ
ବିଛା ରାଶି
ବିଛା ରାଶିର ଲୋକଙ୍କୁ ସୂର୍ଯ୍ୟ ଗ୍ରହ 2025 ସମୟରେ ବହୁତ ସତର୍କ ରହିବାକୁ ହେବ କାରଣ ଏହି ସମୟରେ ଆପଣଙ୍କୁ ଅଜ୍ଞାତ ଶତ୍ରୁ, ଋଣ କିମ୍ବା ଚୋରୀ ଇତ୍ୟାଦିର ଭୟ ରହିପାରେ। ସୂର୍ଯ୍ୟ ଆପଣଙ୍କର ଦଶମ ଘରର ସ୍ବାମୀ ଅଟନ୍ତି ଓ ଆପଣଙ୍କୁ ନିଶ୍ଚିତ ଭାବରେ ଭାଗ୍ୟର ସମର୍ଥନ ନ ମିଳିବାର ଆଶଙ୍କା ଅଛି। ଏହି ଲୋକଙ୍କର ଋଣ ଲଗାତାର ବଢ଼ି ଚାଲିବ ଯାହା ଫଳରେ ଆପଣ ଆର୍ଥିକ ସମସ୍ଯା ପାଇଁ ଚିନ୍ତିତ ଦେଖାଯିବେ। କ୍ୟାରିଅର କ୍ଷେତ୍ରରେ ସହକର୍ମୀ କିମ୍ବା ପ୍ରତିଦ୍ଵନ୍ଦୀ ଆପଣଙ୍କର ଚିନ୍ତା ବଢ଼ାଇ ପାରନ୍ତି। କେବଳ ଏତିକି ନୁହେଁ ବିଛା ରାଶିର ଲୋକଙ୍କର ସୂର୍ଯ୍ୟ ପରାଗ 2025 ସମୟରେ ନିଜର ପିତା, ଟୀଚର କିମ୍ବା ମେନ୍ଟର ସହିତ ଯୁକ୍ତି ହେବାର ଆଶଙ୍କା ଅଛି ସେଥିପାଇଁ ଆପଣଙ୍କୁ ସାବଧାନ ରହିବାକୁ କୁହାଯାଇଛି।
ସୂର୍ଯ୍ୟ ପରାଗର ଅଶୁଭ ପ୍ରଭାବରୁ ବଞ୍ଚିବା ପାଇଁ କରନ୍ତୁ ଏହି ପ୍ରତିକାର
- ଗ୍ରହଣ ଆରମ୍ଭ ହେବା ପୂର୍ବରୁ ଓ ପରେ ଶରୀର ଓ ଆତ୍ମାର ଶୁଦ୍ଧି ପାଇଁ ସ୍ନାନ କରନ୍ତୁ।
- ଦିବ୍ୟ ଶକ୍ତିର ଆହ୍ବାନ ପାଇଁ ଗାୟତ୍ରୀ ମନ୍ତ୍ର କିମ୍ବା ଆଦିତ୍ୟ ହୃଦୟ ସ୍ତୋତ୍ର ଜପ କରନ୍ତୁ।
- ଏହି ଅବଧୀରେ ମନ୍ଦିରରେ କିମ୍ବା କୌଣସି ବ୍ରାହ୍ମଣକୁ ଗୁଡ଼, ଗହମ, ତମ୍ବା ଓ ଘିଅ ଦାନ କରନ୍ତୁ।
- ଦେବୀ ଦୁର୍ଗଙ୍କର ମନ୍ଦିରରେ ଚାଉଳ ଦାନ କରନ୍ତୁ।
- ଲୋକ ସତବ୍ୟକ ଭୋଜନ ରୂପରେ ଫଳ, ମଞ୍ଜି ଓ କ୍ଷୀରରେ ତିଆରି ପଦାର୍ଥ ଇତ୍ୟାଦି ସେବନ କରିପାରିବେ।
- ମାଂସ-ମଦିରା ସେବନ କରନ୍ତୁ ନାହିଁ।
- ଆପଣ ଧ୍ୟାନ ଅଭ୍ଯାସ କରନ୍ତୁ, ବିଶେଷ ରୂପରେ ମନ୍ତ୍ର ଜପ ମାଧ୍ୟମରେ।
- ଆପଣ ଓଁ କିମ୍ବା ସୋହମ ମନ୍ତ୍ର ଜପ କରନ୍ତୁ।
- ପରିବାରରୁ ନକରାତ୍ମକ ଊର୍ଜା ଦୂର କରିବା ପାଇଁ କୋଇଲା ଜଳାନ୍ତୁ।
- ଘରର ଶୁଦ୍ଧିକରଣ ପାଇଁ ସିଂଗିଂଙ୍ଗ ବାଉଲ, ଚାଇମ୍ସ କିମ୍ବା ଶାନ୍ତି ଦେଉଥିବା ସଙ୍ଗୀତର ପ୍ରୟୋଗ କରନ୍ତୁ।
- ଆପଣ ରେକି ପରି ହିଲିଙ୍ଗ ଉପଚାର ପଦ୍ଧତି ବିଷୟରେ ବିଚାର କରିପାରିବେ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!
ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ
1. ସୂର୍ଯ୍ୟ ପରାଗ କେବେ ହୁଏ?
ଯେତେବେଳେ ଚନ୍ଦ୍ର ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟରେ ଆସନ୍ତି , ଏପରି ପରିସ୍ଥିତିରେ, ସୂର୍ଯ୍ୟକିରଣ ପୃଥିବୀରେ ପହଞ୍ଚିପାରେ ନାହିଁ ଏବଂ ଏହାକୁ ସୂର୍ଯ୍ୟ ପରାଗ କୁହାଯାଏ।
2. 29 ମାର୍ଚ୍ଚ 2025 ରେ କେଉଁ ଜ୍ଯୋତିଷୀୟ ଘଟଣା ଘଟିବାକୁ ଯାଉଛି?
ଶନି 29 ମାର୍ଚ୍ଚ, 2025 ରେ ମୀନ ରାଶିରେ ଗୋଚର କରିବେ।
3. କେଉଁ ପକ୍ଷରେ ସୂର୍ଯ୍ୟଗ୍ରହଣ ହେବ?
କୃଷ୍ଣ ପକ୍ଷ ।
Astrological services for accurate answers and better feature
Astrological remedies to get rid of your problems
AstroSage on MobileAll Mobile Apps
- Horoscope 2026
- राशिफल 2026
- Calendar 2026
- Holidays 2026
- Shubh Muhurat 2026
- Saturn Transit 2026
- Ketu Transit 2026
- Jupiter Transit In Cancer
- Education Horoscope 2026
- Rahu Transit 2026
- ராசி பலன் 2026
- राशि भविष्य 2026
- રાશિફળ 2026
- রাশিফল 2026 (Rashifol 2026)
- ರಾಶಿಭವಿಷ್ಯ 2026
- రాశిఫలాలు 2026
- രാശിഫലം 2026
- Astrology 2026






