ବୃହସ୍ପତି ମିଥୁନ ରାଶିରେ ଅସ୍ତ
ଆଷ୍ଟ୍ରୋସେଜ ଏଆଇର ଏହି ବିଶେଷ ଲେଖାରେ ଆମେ ଆପଣଙ୍କୁ ବୃହସ୍ପତି ମିଥୁନ ରାଶିରେ ଅସ୍ତ ବିଷୟରେ ବିସ୍ତୃତରେ ସୂଚନା ପ୍ରଦାନ କରିବୁ। ସାଙ୍ଗରେ, ଏହାର ପ୍ରଭାବ ସମସ୍ତ 12ଟି ରାଶିକୁ କିପରି ପ୍ରଭାବିତ କରିବ ତାହା କହିବୁ। କହି ରଖୁଛୁ ଯେ କିଛି ରାଶି ପାଇଁ ବୃହସ୍ପତି ଅସ୍ତ ରୁ ବହୁତ ଅଧିକ ଲାଭ ହେବ, ଓ କିଛି ରାଶିର ଲୋକ ଏହି ସମୟରେ ସାବଧାନ ହୋଇ ଆଗକୁ ବଢ଼ିବାର ଆବଶ୍ୟକତା ଅଛି କାରଣ ତାଙ୍କୁ ଉତ୍ଥାନ-ପତନ ସାମ୍ନା କରିବାକୁ ପଡ଼ିପାରେ। ଏହା ବ୍ୟତୀତ, ଏହି ଲେଖାରେ ଆମେ ଆପଣଙ୍କୁ ବୃହସ୍ପତିଙ୍କୁ ଶକ୍ତିଶାଳୀ କରିବା ପାଇଁ କିଛି ମହାନ ଏବଂ ସହଜ ଉପାୟ ବିଷୟରେ କହିବୁ ଏବଂ ଦେଶ, ବିଶ୍ୱ ଏବଂ ସେୟାର ବଜାର ଉପରେ ଏହାର ପ୍ରଭାବ ବିଷୟରେ ମଧ୍ୟ ଆଲୋଚନା କରିବୁ।
ବୃହସ୍ପତି 09 ଜୁନ୍ 2025 ରେ ମିଥୁନ ରାଶିରେ ଅସ୍ତ ହେବେ। ତେଣୁ ଆସନ୍ତୁ ଆଗକୁ ବଢ଼ିବା ଏବଂ ଏହି ଗୋଚର ବିଷୟରେ ସମସ୍ତ ବିସ୍ତୃତ ଭାବରେ ଜାଣିବା।
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ଭବିଷ୍ୟ ସହିତ ଜଡ଼ିତ ସମସ୍ଯାର ସମାଧାନ ମିଳିବ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ
ମିଥୁନ ରାଶିରେ ବୃହସ୍ପତି ଅସ୍ତ : ସମୟ ଓ ତିଥି
09 ଜୁନ 2025 ଦ୍ଵିପ୍ରହର 04:12 ପାଖାପାଖି ଧନ ଓ ଜ୍ଞାନର କାରକ ଗ୍ରହ ବୃହସ୍ପତ୍ୟ ମିଥୁନ ରାଶିରେ ଅସ୍ତ ହୋଇଯିବେ। ସେ 09-10 ଜୁଲାଇ ପାଖାପାଖି ଦ୍ଵିପ୍ରହର 12:18 ପର୍ଯ୍ୟନ୍ତ ଅସ୍ତ ରହିବେ।
ବୃହସ୍ପତି ଗ୍ରହ: ବିଶେଷ ଦୃଷ୍ଟି ଓ ମହତ୍ଵ
ପ୍ରତ୍ଯେକ ଗ୍ରହର ଏକ ଦୃଷ୍ଟି ହୋଇଥାଏ ଅର୍ଥାତ ସେ କୌଣସି ବି ଗ୍ରହର ପ୍ରଭାବ କିମ୍ବା ରାଶିର ପ୍ରଭାବକୁ ନିଜ ଅଧୀନରେ ନେଇପାରେ। ସାଧାରଣତଃ ପ୍ରତ୍ୟେକ ଗ୍ରହ ସାମ୍ନାରେ ଥିବା ସପ୍ତମ ଘରକୁ ଦେଖନ୍ତି, ଯେପରିକି ଯଦି କୌଣସି ଗ୍ରହ ପ୍ରଥମ ଘରେ ବସିଥାଏ ତେବେ ଏହା ସପ୍ତମ ଘରକୁ ନିଜର ଦୃଷ୍ଟି ସହିତ ପ୍ରଭାବିତ କରେ। କିନ୍ତୁ ବୃହସ୍ପତିଙ୍କୁ ସ୍ୱତନ୍ତ୍ର କରାଯାଇଛି କାରଣ ସେ କେବଳ ସପ୍ତମ ଘରକୁ ନୁହେଁ ବରଂ ପଞ୍ଚମ ଏବଂ ନବମ ଘରକୁ ମଧ୍ୟ ଦେଖିପାରନ୍ତି। ପଞ୍ଚମ, ସପ୍ତମ ଏବଂ ନବମ ଘର ଏହି ତିନୋଟି ଘର ଜୀବନ ପାଇଁ ବହୁତ ଶୁଭ ବୋଲି ବିବେଚନା କରାଯାଏ।
ଯଦି ବୃହସ୍ପତି କାହାର କୁଣ୍ଡଳୀରେ ପଞ୍ଚମ ଘରେ ସ୍ଥିତ, ତେବେ ସେ ପ୍ରଥମ ଘର, ନବମ ଘର ଓ ଏକାଦଶ ଘରକୁ ଦେଖିବେ। ଏହାକୁ ତ୍ରିକୋଣ ଦୃଷ୍ଟି କୁହାଯାଏ ଯିଏ ଜୀବନରେ ଭଲ ଫଳ ଦିଏ ବୋଲି କୁହାଯାଏ। ଏହି ପ୍ରକାର ସ୍ଥିତି କୌଣସି ମଧ୍ୟ ବ୍ୟକ୍ତି ପାଇଁ ବହୁତ ସୌଭାଗ୍ୟଶାଳୀ ହୋଇଥାଏ। ଏହା ଦ୍ବାରା ଲୋକଙ୍କୁ ନା କେବଳ ବହୁତିକ ସୁଖ-ସୁବିଧା ମିଳେ, ବରଂ ରଙ୍କର ଆଧ୍ୟାତ୍ମିକ ଉନ୍ନତିର ଯୋଗ ତିଆରି ହୁଏ।
ବୃହତ କୁଣ୍ଡଳୀ ରେ ଲୁଚି ରହିଛି ଆପଣଙ୍କର ଜୀବନର ସମସ୍ତ ରହସ୍ୟ, ଜାଣନ୍ତୁ ଗ୍ରହଙ୍କର ଚଳନର ସମସ୍ତ ସୂଚନା
ବୃହସ୍ପତିଙ୍କ ବିଷୟରେ ବିଶେଷ କଥା
ପ୍ରାକୃତିକ କୁଣ୍ଡଳୀରେ ବୃହସ୍ପତିଙ୍କୁ ନବମ ଘର ଅର୍ଥାତ୍ ଭାଗ୍ୟ ସ୍ଥାନର ଅଧିପତି ବୋଲି ବିବେଚନା କରାଯାଏ। ତେଣୁ, ସେ ଜଣେ ବ୍ୟକ୍ତିର ଭାଗ୍ୟର ସୂଚକ।
ନବମ ଘର ଧର୍ମ, ନିୟମ ଏବଂ ସତ୍ୟର ଗୃହ। ବୃହସ୍ପତି ମଧ୍ୟ ଏହି ଜିନିଷଗୁଡ଼ିକୁ ପ୍ରତିନିଧିତ୍ୱ କରନ୍ତି। ଏହା ଜଣେ ବ୍ୟକ୍ତିକୁ ଭଲ, ନୈତିକ ଏବଂ ନ୍ୟାୟବାଦୀ କରିଥାଏ।
ବୃହସ୍ପତି ସେନା, ଧନ ଓ ଋତତିଗତ ମାମଲାର ମଧ୍ୟ ପ୍ରତିନିଧିତ୍ବ କରେ। ତାଙ୍କର ସ୍ଥିତି ଭଲ ଥିଲେ ବ୍ୟକ୍ତିକୁ ଆର୍ଥିକ ରୂପରେ ଦୃଢ଼ କରିଥାଏ।
କୌଣସି ମହିଳାର କୁଣ୍ଡଳୀରେ ବୃହସ୍ପତି ସ୍ବାମୀର କାରକ ମଧ୍ୟ। ତାଙ୍କର ସ୍ଥିତିକୁ ଦେଖି ବୈବାହିକ ଜୀବନର ଆକଳନ କରାଯାଏ। ଏହି ଗ୍ରହ ସନ୍ତାନ ସହିତ ଜଡ଼ିତ କଥାର ମଧ୍ୟ ସଙ୍କେତ ଦିଏ। ଯଦି କୁଣ୍ଡଳୀରେ ବୃହସ୍ପତି ଶୁଭ ଥିବେ ତେବେ ସନ୍ତାନ ସୁଖରେ ବୃଦ୍ଧି ହୋଇଥାଏ।
ଯେତେବେଳେ ଆମେ ପ୍ରଶ୍ନ କୁଣ୍ଡଳୀ ତିଆରି କରୁ, ଉପରୋକ୍ତ କାରକଗୁଡ଼ିକ ଯଦି ଶାସକ ଗ୍ରହମାନଙ୍କରେ ଦେଖାଯାଏ, ତେବେ ସହଜରେ ସକାରାତ୍ମକ ଉତ୍ତର ନିର୍ଣ୍ଣୟ କରିବାରେ ସାହାଯ୍ୟ କରେ।
ଶରୀର ଭିତରେ ବୃହସ୍ପତିଙ୍କର ସମ୍ବନ୍ଧ ଲିଭର, ଧମନୀ, ଶୁଣିବା ଶକ୍ତି, ପେଟର ତଳ ଭାଗ, ରକ୍ତଚାପ, ରକ୍ତ ପ୍ରବାହ ଓ ଶରୀରର ଚର୍ବି ସହିତ ହୋଇଥାଏ।
ମିଥୁନ ରାଶିରେ ବୃହସ୍ପତି ଅସ୍ତ : ଏହି ରାଶି ଉପରେ ପଡ଼ିବ ସକାରାତ୍ମକ ପ୍ରଭାବ
ମେଷ ରାଶି
ମେଷ ରାଶିର ଲୋକଙ୍କ ପାଇଁ ବୃହସ୍ପତି ଆପଣଙ୍କର ନବମ oଦ୍ଵାଦଶ ଘରର ସ୍ବାମୀ ଓ ଏବେ ସେ ଆପଣଙ୍କର ତୃତୀୟ ଘରେ ଅସ୍ତ ହେବେ। ବୃହସ୍ପତି ତୃତୀୟ ଘରେ ଆପଣଙ୍କର ସପ୍ତମ ଘରେ, ନବମ ଘରେ, ଏକାଦଶ ଘର ଉପରେ ଦୃଷ୍ଟି ପକାଇବେ। ତୃତୀୟ ଘରେ ବୃହସ୍ପତି ସାଧାରଣତଃ ସକାରାତ୍ମକ ପରିଣାମ ଦିଅନ୍ତି ନାହିଁ। ଏପରି ସ୍ଥିତିରେ ବୃହସ୍ପତି ଦୁର୍ବଳ କିମ୍ବା ବିପରୀତ ପରିଣାମ ପ୍ରଦାନ କରି ପାରନ୍ତି। ବୃହସ୍ପତି ମିଥୁନ ରାଶିରେ ଅସ୍ତ ସମୟରେ ଆପଣଙ୍କୁ କୌଣସି ବଡ଼ କ୍ଷତି ହେବ ନାହିଁ, କିନ୍ତୁ ବହୁତ ଅଧିକ ଲାଭ ମଧ୍ୟ ହେବ ନାହିଁ। ଅଯଥା ଯାତ୍ରା କରନ୍ତୁ ନାହିଁ।
ସାଙ୍ଗରେ, ଭାଇ-ଭାନୁ ଓ ପାଖାପାଖି ଲୋକଙ୍କ ସମ୍ବନ୍ଧ ଭଲ ରଖିବାର ଚେଷ୍ଟା ସଫଳ ହେବ। ସରକାରୀ କାମରେ ଆଢ୍ୟ କିଛି ଆରମ କିମ୍ବା ସକାରାତ୍ମକ ପରିଣାମ ମିଳିବ। ଆପଣଙ୍କୁ କେବେ କେବେ ଏପରି ଲାଗିପାରେ ଯେ ଭାଗ୍ଯ ସାଥ ଦେଉ ନାହିଁ କିନ୍ତୁ ଯଦି ଆପଣ ଲଗାତାର ଚେଷ୍ଟା କରିବେ ତେବେ ଧୀରେ ଧୀରେ ପରିଣାମ ଆପଣଙ୍କର ପକ୍ଷରେ ରହିବ।
କର୍କଟ ରାଶି
ବୃହସ୍ପତି ଆପଣଙ୍କର ଷଷ୍ଠ ଓ ଧନ ଘରର ସ୍ବାମୀ ଓ ଏବେ ସେ ଦ୍ଵାଦଶ ଘରେ ଗୋଚର କରିବେ। ଅସ୍ତ ହେବା ପରେ ମଧ୍ୟ ବୃହସ୍ପତି କିଛି ସ୍ଥିତିରେ ଅନୁକୂଳ ଫଳ ପ୍ରଦାନ କରନ୍ତି ଯଦିଓ ଦ୍ଵାଦଶ ଘରେ ତାଙ୍କର ଗୋଚର ଭଲ କୁହାଯାଏ ନାହିଁ। ଏହି ସମୟରେ ଆପଣଙ୍କର ଖର୍ଚ୍ଚ ଯାହା ବଢ଼ିଥିଲା ତାହା ଟିକେ କମିବ। ଯଦି କୌଣସି କାମରେ ଲଗାତାର କ୍ଷତି ହେଉଥିଲା ତେବେ ଏବେ ସେଥିରେ ସୁଧାର ଆସିବ। ସ୍ବାସ୍ଥ୍ୟ ସହିତ ଜଡ଼ିତ ଯାହା ସମସ୍ଯା ଚାଲିଥିଲା ତେବେ ସେଥିରେ ସୁଧାର ଆସିପାରେ। ଯଦି ଆପଣଙ୍କ ଉପରେ କୌଣସି ମିଛ ଆରୋପ ଲାଗିଛି, ତେବେ ସେଥିରୁ ଏବେ ବାହାରି ପାରିବେ।
କେବେ କେବେ ଏପରି ଲାଗିପାରେ ଯେ ଭାଗ୍ଯ ସମ୍ପୂର୍ଣ ଭାବରେ ସାଥ ଦେଉ ନାହିଁ। ଯଦି ଆପଣ କୌଣସି ଲୋନ ନେଉଛନ୍ତି ତେବେहा ସେଥିରେ କିଛି ସମସ୍ଯା କିମ୍ବା ବିଲମ୍ପ ହୋଇପାରେ। କିନ୍ତୁ ଧୀରେ ଧୀରେ ସ୍ଥିତି ଭଲ ହେବ।
ଅନଲାଇନ ସଫ୍ଟୱେୟାର୍ର ମାଗଣା ଜନ୍ମ କୁଣ୍ଡଳୀ ପ୍ରାପ୍ତ କରନ୍ତୁ
ବିଛା ରାଶି
ବିଛା ରାଶିର ଲୋକଙ୍କ ପାଇଁ ବୃହସ୍ପତି ବର୍ତ୍ତମାନ ମିଥୁନ ରାଶିରେ ଆପଣଙ୍କର ଅଷ୍ଟମ ଘରେ ଗୋଚର କରୁଛନ୍ତି ଓ ଏହା ଦ୍ଵିତୀୟ ଏବଂ ପଞ୍ଚମ ଘରର ସ୍ବାମୀ। ଅଷ୍ଟମ ଘର ଗୋଚର ଦୃଷ୍ଟିରୁ ଶୁଭ କୁହାଯିବ ନାହିଁ, କିନ୍ତୁ ବୃହସ୍ପତିଙ୍କର ଅସ୍ତ ସ୍ଥିତି କିଛି ନକରାତ୍ମକତାକୁ କମ କରିପାରେ। ଏହି ସମୟରେ ଯଦି ଆପଣଙ୍କର ସ୍ବାସ୍ଥ୍ୟ ସମସ୍ଯା ଥିଲା ତେବେ ତାହା ଏବେ ଠିକ ହେବ। କାମ ସହିତ ଜଡ଼ିତ ସମସ୍ଯା କମ ହେବ।
ଯଦି ଆପଣ କୌଣସି ସରକାରୀ ପ୍ରକ୍ରିୟା କିମ୍ବା ଜଟିଳତା ସହିତ ସଂଘର୍ଷ କରୁଥିଲେ, ତେବେ ଏବେ ଆପଣଙ୍କୁ ଏଥିରେ ମଧ୍ୟ ଆଶ୍ୱସ୍ତି ମିଳିପାରିବ। ଅଟକି ଥିବା ଧନ ମିଳିବାର ସମ୍ଭାବନା ଅଛି। ଯଦି ପିଲାମାନଙ୍କ ସହ ଜଡ଼ିତ କୌଣସି ସମସ୍ୟା ଥିଲା, ତେବେ ଏଥିରେ ଉନ୍ନତି ଆସିପାରିବ। ଏହି ସମୟରେ ପଇସାକୁ ନେଇ ସତର୍କ ରୁହନ୍ତଊ, ଖର୍ଚ୍ଚ କିମ୍ବା ବିନିଯୋଗ ଭାବି-ଚିନ୍ତି କରନ୍ତୁ। ଯଦି ଆପଣ ଏହି କଥାର ଧ୍ୟାନ ରଖିବେ ତେବେ ବୃହସ୍ପତିଙ୍କର ଏହି ସ୍ଥିତି ଆପଣଙ୍କ ଜୀବନରେ କିଛି ସକାରାତ୍ମକ ପରିବର୍ତ୍ତନ ଆଣିପାରେ।
ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ
ମକର ରାଶି
ବୃହସ୍ପତି ଏହି ସମୟରେ ଆପଣଙ୍କର କୁଣ୍ଡଳୀରେ ଷଷ୍ଠ ଘରେ ଅସ୍ତ ହେବେ। ବୃହସ୍ପତି ତୃତୀୟ ଓ ଦ୍ଵାଦଶ ଘରର ସ୍ବାମୀ। ଷଷ୍ଠ ଘରେ ବୃହସ୍ପତିଙ୍କ ଗୋଚର ଶୁଭ ନୁହେଁ, କିନ୍ତୁ ତାଙ୍କର ଅସ୍ତ ଅବସ୍ଥା ଏହି ସମୟରେ ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ। ଏହି ସମୟରେ ଯଦି ଆପଣଙ୍କୁ ସରକାରୀ କାମରେ କୌଣସି ସମସ୍ଯା ଆସୁଛି ତେବେ ତାହା ଦୂର ହେବ। ସନ୍ତାନଙ୍କ ସହିତ ଜଡ଼ିତ ସମସ୍ଯା ମଧ୍ୟ ସମାଧାନ ହେବାର ସମ୍ଭାବନା ଅଛି। ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ। ପୁରୁଣ ରୋଗରୁ ଆରାମ ମିଳିବ। ବିବାଦ କିମ୍ବା ଝଗଡ଼ାର ସମ୍ଭାବନା କମ ଅଛି।
କାରଣ ବୃହସ୍ପତି ତୃତୀୟ ଘରର ସ୍ବାମୀ ଓ ଏବେ ଅସ୍ତ ହେଉଛନ୍ତି, ତାଙ୍କର ପ୍ରଭାବ ଆପଣଙ୍କର ଆତ୍ମବିଶ୍ବାସ ଉପରେ ପଡ଼ିପାରେ। ଏହା ଜରୁରୀ ଯେ ଆପଣ ନିଜ ଉପରେ ଧ୍ୟାନ ଦିଅନ୍ତୁ। ଯଦି ଆପଣ ଆତ୍ମବିଶ୍ବାସ ସହିତ ଆଗକୁ ବଢ଼ିବେ, ତେବେ ଲାମ୍ବା ଯାତ୍ରାରୁ ମଧ୍ୟ ଲାଭ ମିଳିବ। ସମୁଦାୟ ମିଶି ଗୋଚର ଆପଣଙ୍କୁ କ୍ଷତି ଦେବ ନାହିଁ ବରଂ ଯଦି ଆପଣ ସତର୍କ ରହିବେ ତେବେ ପୁରୁଣା ଅଟକି ରହିଥିବା କାମରେ ସୁଧାର ଆସିବ ଓ କିଛି ସକାରାତ୍ମକ ପରିଣାମ ମଧ୍ୟ ମିଳିପାରେ।
ମିଥୁନ ରାଶିରେ ବୃହସ୍ପତି ଅସ୍ତ : ଏହି ରାଶି ଉପରେ ପଡ଼ିବ ନକରାତ୍ମକ ପ୍ରଭାବ
ବୃଷ ରାଶି
ବୃଷ ରାଶିର ଲୋକଙ୍କ ପାଇଁ ବୃହସ୍ପତି ଆପଣଙ୍କର ଅଷ୍ଟମ ଓ ଲାଭ ଘରର ସ୍ବାମୀ ଓ ଏବେ ସେ ଆପଣଙ୍କର ଦ୍ଵିତୀୟ ଘରେ ଅସ୍ତ ହେବେ। ଦ୍ଵିତୀୟ ଘରେ ବୃହସ୍ପତି ଅସ୍ତ ହେବା ଭଲ ପରିଣାମ ଦେବ ନାହିଁ। ଏହି ସମୟରେ ଆପଣଙ୍କର ଆୟର ସ୍ରୋତ ଟିକେ ଦୁର୍ବଳ ରହିପାରେ। ଅର୍ଥାତ ରୋଜଗାରରେ କୌଣସି ବଡ଼ ହ୍ରାସ ଘଟିବ ନାହିଁ କିନ୍ତୁ ଆୟରେ ସ୍ଥିରତା ଟିକେ କମ ହେବ। ପାରିବାରିକ ମାମଲାରେ ଅଧିକ ସହଯୋଗ ମିଳିବ ନାହିଁ ଓ କିଛି ପୁରୁଣା ପାରିବାରିକ ସମସ୍ଯା ପୁଣି ଠାରେ ସାମ୍ନାକୁ ଆସିପାରେ। ବୃତ୍ତିଗତ ମାମଲାରେ ଆପଣଙ୍କୁ ଏବେ ସାବଧାନ ରହିବାକୁ ହେବ, ଖାସକରି ବିନିଯୋଗକୁ ନେଇ। ବୃହସ୍ପତି ମିଥୁନ ରାଶିରେ ଅସ୍ତ ସମୟରେ କୌଣଶୁ ବର କ୍ଷତି ଦେଖାଯିବ ନାହିଁ କିନ୍ତୁ ବୃହସ୍ପତିଙ୍କର ସକାରାତ୍ମକ ଊର୍ଜା ଟିକେ କମ ହୋଇପାରେ ଯାହା ଫଳରେ କାମରେ ଉତ୍ସାହ କିମ୍ବା ସଫଳତା କମ ରହିବ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ମିଥୁନ ରାଶି
ବୃହସ୍ପତି ଆପଣଙ୍କର ସପ୍ତମ ଓ କର୍ମ ଘରର ସ୍ବାମୀ। ବୃହସ୍ପତି ଅସ୍ତ ଆପଣଙ୍କର ପ୍ରଥମ ହରେ ହେବେ। ବୃହସ୍ପତିଙ୍କ ପରି ଶୁଭ ଗ୍ରହ ଆପଣଙ୍କର ଲଗ୍ନ ଘରେ ଅସ୍ତ ହେବା ଦ୍ବାରା ତାଙ୍କର ପ୍ରଭାବ ଟିକେ କମ ହୋଇପାରେ। ଏହ ସମୟରେ କାମରେ ମାନ୍ଦାବସ୍ଥା ଆସିବ। ଦାମ୍ପତ୍ୟ ଜୀବନରେ ପ୍ରଥମେ ଊର୍ଜା କିମ୍ବା ଉତ୍ସାହର ଅଭାବ ଅନୁଭବ ହେବ। ଏହାର ଅର୍ଥ ଏହା ନୁହେଁ ଯେ କୌଣସି ବଡ଼ ସଙ୍କଟ ଆସିବ, କିନ୍ତୁ ଜିନିଷ ପୂର୍ବ ପରି ରହିବ ନାହିଁ।
କାମରେ ପ୍ରଗତି ଟିକେ ଧୀର ହୋଇପାରେ, ଖାସକରି ଏଥିପାଇଁ କାରଣ ଶନି ମଧ୍ୟ ଏହି ସମୟରେ କର୍ମ ଘରେ ଗୋଚର କରୁଛନ୍ତି, ଯାହା ଆଗରୁ ହି କାମକୁ ଧୀର କରିଥିଲେ। କର୍ମ ଘରର ସ୍ବାମୀ ବୃହସ୍ପତିଙ୍କର ଅସ୍ତ ହେବା ଏହି ମନ୍ଦାବସ୍ଥାକୁ ବଢ଼ାଇ ପାରେ।
ମିଥୁନ ରାଶିରେ ବୃହସ୍ପତି ଅସ୍ତ : ଉପାୟ
ନିଜର ଗୁରୁଜନ, ଗୁରୁ ଓ ହୀତକାରୀଙ୍କ ସମ୍ମାନ କରନ୍ତି ଓ ତାଙ୍କର ସେବା କରନ୍ତୁ।
ଓଁ ନମୋ ଭଗବତେ ବାସୁଦେବାୟ ମନ୍ତ୍ର ଜପ କରନ୍ତୁ।
ଗୁରୁବାର ଦିନ ବ୍ରତ ରଖନ୍ତୁ ଓ ଗାଈକୁ ଚଣା ଡାଲି ଓ ଗୁଡ଼ ଖୁଆନ୍ତୁ।
କୌଣସି ପଶୁ ଆଶ୍ରୟକୁ ଯାଆନ୍ତୁ ଓ କୌଣସି ନା କୌଣସି ଅସହାୟ ଗାଈର ସେବା କରନ୍ତୁ।
ପ୍ରତ୍ଯେକ ଗୁରୁବାର ଦିନ ମାଛଙ୍କୁ ଚାରା ଖୁଆନ୍ତୁ।
କାମରେ ଯିବା ପୂର୍ବରୁ ପ୍ରତିଦିନ କେସର ତିଳକ ଲଗାନ୍ତୁ।
ପ୍ରତ୍ଯେକ ଗୁରୁବାର ଦିନ ବିଷ୍ଣୁ ମନ୍ଦିର ଯାଆନ୍ତୁ।
ଭଗବାନ ବିଷ୍ଣୁଙ୍କୁ ପ୍ରସନ୍ନ କରନ୍ତୁ ଓ ନିଜର ଜନ୍ମ କୁଣ୍ଡଳୀରେ ବୃହସ୍ପତିଙ୍କୁ ଦୃଢ଼ କରିବା ପାଇଁ ପ୍ରତିଦିନ ଗରିବ ପିଲା କିମ୍ବା ବୃଦ୍ଧ ଲୋକଙ୍କୁ ହଳଦିଆ ମିଠା ଦାନ କରନ୍ତୁ।
ଭଗବାନ ବିଷ୍ଣୁଙ୍କ ପାଇଁ ଯଜ୍ଞ କରିବା ପରେ ମନ୍ଦିରର ପୂଜାରୀକୁ କଦଳୀ ଦାନ କରନ୍ତୁ ଓ ତାଙ୍କୁ ହଳଦିଆ ବସ୍ତ୍ର ୁ ଦିଅନ୍ତୁ।
ମିଥୁନ ରାଶିରେ ବୃହସ୍ପତି ଅସ୍ତ : ବିଶ୍ବବ୍ଯାପୀ ପ୍ରଭାବ
ବ୍ୟାଙ୍କିଙ୍ଗ କ୍ଷେତ୍ର, ବୃତ୍ତି ଓ ଅର୍ଥବ୍ୟବସ୍ଥା
ସ୍ବତନ୍ତ୍ର ଭାରତର କୁଣ୍ଡଳୀ ଅନୁସାରେ, ବୃହସ୍ପତିଙ୍କର ମିଥୁନ ରାଶିରେ ଅସ୍ତ ଦ୍ଵିତୀୟ ଘରେ ହେବ ଓ ଏହା ଦ୍ବାରା ଭାରତର ଅର୍ଥବ୍ୟବସ୍ଥାକୁ କ୍ଷତି ହେବାର ସମ୍ଭାବନା ଅଛି। ବୃହସ୍ପତି ଭାରତର କୁଣ୍ଡଳୀରେ ଏକାଦଶ ଘରର ସ୍ବାମୀ। ତାଙ୍କର ଦ୍ଵିତୀୟ ଘରେ ଅସ୍ତ ହେବା ରୋଜଗାର, ବୃତ୍ତିଗତ ସ୍ଥିରତା ଓ ବିନିଯୋଗ ପ୍ରଣାଳୀରେ କିଛି ଅସ୍ଥିରତା ଦେଖିବାକୁ ମିଳିପାରେ କାରଣ ତାଙ୍କର ଷଷ୍ଠ ଘର, ଅଷ୍ଟମ ଘର ଓ ଦଶ ଘର ଉପରେ ଦୃଷ୍ଟ ପଡ଼ିପାରେ।
ଭାରତୀୟ ବ୍ଯାଙ୍କିଂ ସେକ୍ଟରକୁ ମଧ୍ୟ କ୍ଷତି ହୋଇପାରେ ଓ ସେଥିରେ ଉତ୍ଥାନ-ପତନ ଦେଖିବାକୁ ମିଳିପାରେ। ଏହି ସମୟରେ ଅର୍ଥବ୍ୟବସ୍ଥାର ବୋଝ ଅନୁଭବ ହୋଇପାରେ। କିନ୍ତୁ ଜୁଲାଇ ପାଖାପାଖି ବୃହସ୍ପତି ଅସ୍ତ ହେବା ପରେ ଆପଣଙ୍କର ସ୍ଥିତି ଉପରେ ନିୟନ୍ତ୍ରଣ ଆସିବ।
ବିଶେଷ କରି ନୂଆ ନୂଆ ଷ୍ଟାର୍ଟଅପ୍ ଯେଉଁମାନେ ଏବେ ନିଜ ପାଦରେ ଠିଆ ହେଉଛନ୍ତି, ସେମାନେ ପାଣ୍ଠି ଅଭାବ କିମ୍ବା ନଗଦ ସଙ୍କଟ ପରି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।
ଏହି ପ୍ରଭାବ ଅସ୍ଥାୟୀ ହେବ। ଜୁଲାଇ ପାଖାପାଖି ବୃହସ୍ପତି ପୁନର୍ବାର ଉଦୟ ହେବା ମାତ୍ରେ ପରିସ୍ଥିତିରେ ଉନ୍ନତି ଆରମ୍ଭ ହେବ। ସେପର୍ଯ୍ୟନ୍ତ, ଆର୍ଥିକ କ୍ଷେତ୍ର ଏବଂ ଷ୍ଟାର୍ଟଅପ୍ ସହିତ ଜରତ ବ୍ୟକ୍ତିମାନେ ସତର୍କତାର ସହିତ ଯୋଜନା କରିବା ଉଚିତ, ଖର୍ଚ୍ଚ ନିୟନ୍ତ୍ରଣ କରିବା ଉଚିତ ଏବଂ କିଛି ସମୟ ପାଇଁ ପ୍ରମୁଖ ନିଷ୍ପତ୍ତିଗୁଡ଼ିକୁ ସ୍ଥଗିତ ରଖିବା ଉଚିତ।
ପ୍ରାକୃତିକ ବିପର୍ଯ୍ୟୟ ଓ ପାଣିପାଗ
ଦୁନିଆରେ ଏହି ସମୟରେ ପ୍ରାକୃତିକ ଆପଦ ଓ ପାଣି ପାଗରେ ହଠାତ ପରିବର୍ତ୍ତନ ଦେଖିବାକୁ ମିଳିପାରେ।
କେଉଁଠି ଜୋରେ ବର୍ଷା ହୋଇପାରେ ଓ କେଉଁଠି ମରୁଡି ପଡ଼ିପାରେ। ଏହି ଅନିଶ୍ଚିତତା ପୂର୍ବ-ଭାରତ, ପୂର୍ବୋତ୍ତର ଏସିଆରେ ବେଶୀ ଅନୁଭବ ହେବ।
ବୃହସ୍ପତିଙ୍କ ଅସ୍ତ ଗୋଚର ଯୋଗୁଁ କୃଷି ଏବଂ ଖାଦ୍ୟ ଉତ୍ପାଦନ ମଧ୍ୟ ପ୍ରଭାବିତ ହେବ। ଚାଷୀମାନେ ଫସଲ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।
ବୃହସ୍ପତି ମିଥୁନ ରାଶିରେ ଅସ୍ତ ସମୟରେ, କିଛି ସ୍ଥାନରେ ଭୂମିକମ୍ପ, ସୁନାମି କିମ୍ବା ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟର ସମ୍ଭାବନା ରହିଛି, ଯାହା ମଣିଷ ଏବଂ ପଶୁମାନଙ୍କ ଜୀବନକୁ ପ୍ରଭାବିତ କରିପାରେ।
ଏହା ସହିତ, ଖାସକରି ପଶ୍ଚିମ ଦେଶରେ ଖାଦ୍ଯ ସଙ୍କଟ ଦେଖାଦେଇ ପାରେ। ଯାହା sଏଠାରେ ରହୁଥିବା ଲୋକଙ୍କ ଦୈନଦିନ ଜୀବନକୁ ପ୍ରଭାବିତ କରିବ।
ମିଥୁନ ରାଶିରେ ବୃହସ୍ପତି ଅସ୍ତ : ଶେୟାର ବଜାର ରିପୋର୍ଟ୍
ଶେୟାର ବଜାର ବିଷୟରେ କହିଲେ ବୃହସ୍ପତି ଏକ ମହତ୍ୱପୂର୍ଣ ଗ୍ରହ କାରଣ ସେ ଧନର କାରକ ଅଟନ୍ତି। 09 ଜୁନ 2025 ରେ ବୃହସ୍ପତି ମିଥୁନ ରାଶିରେ ଅସ୍ତ ହେବେ, ଏପରି ସ୍ଥିତିରେ ଶେୟାର ବଜାର ଉପରେ ପ୍ରଭାବ ଦେଖିବାକୁ ମିଳିବ। ଏହି ଥର ଶେୟାର ବଜାର ଉପରେ ଏହାର ପ୍ରଭାବ ସେତେ ନକରାତ୍ମକ ହେବ ନାହିଁ ଓ ଏହାର କାରଣ ହେଉଛି ବୁଧ ଓ ଶୁକ୍ରଙ୍କ ଦୃଢ଼ ସ୍ଥିତି।
ଶେୟାର ବଜାର ଭବିଷ୍ୟବାଣୀ ଅନୁସାରେ, ଜୁନର ଆରମ୍ଭରେ ଶୁକ୍ର ଓ ବୁଧଙ୍କର ଶେୟାର ବଜାର ଉପରେ ବହୁତ ପ୍ରଭାବ ପଡ଼ିବ। ରେଲାଇନ୍ସ, ମାରୁତି, ଜିଓ, ସିପ୍ଲା, ବଜାଜ ଫାଇନାନ୍ସ, ଜୁବିଲେଣ୍ଟ ଫୁଡୱାର୍କ୍ସ, ଟାଟା ମୋଟର୍ସ, କ୍ଯାଡବେରୀ, ଟ୍ରାଇଡେଣ୍ଟ, ହୀରୋ ମୋଟୋରକପ, ଆଇଟିସି, ୱିପ୍ରୋ, ଆରିହାନ୍ତ, ଓମେକ୍ସ, ହାଭେଲ୍ସ। ଜିଲେଟ, ଓ ଆର୍କେଡ ଫାର୍ମାର ଶେୟାରରେ ଦ୍ରୁତ ଗତିରେ ବୃଦ୍ଧି ହେବ।
ତୃତୀୟ ସପ୍ତାହରେ ସଂକ୍ରାନ୍ତିର ପ୍ରଭାବ ବଜାର ଉପରେ ହାଲ୍କା ଉତ୍ଥାନ-ପତନ ଆଣିବ। ପ୍ରଥମେ ଟିକେ ହ୍ରାସ ହୋଇପାରେ କିନ୍ତୁ ତାହା ପରେ ସୁଧାର ଆସିବ।
ଯଦି ଆପଣ ବିନିଯୋଗ ପାଇଁ ଭାବୁଛନ୍ତି, ତେବେ ଏହା ସବୁଠାରୁ ଅନୁକୂଳ ସମୟ। ଅଦାନୀ, ଟାଟା, ୱିପ୍ରୋ, ମାରୁତି, କୋଲଗେଟ, ଏଚଡିଏଫସି, ଇମାମି, କୋଟକ ମହିନ୍ଦ୍ରା ବ୍ଯାଙ୍କ, ବ୍ଯାଙ୍କ ଅଫ ମହାରାଷ୍ଟ୍ର, ରତ୍ନାକର ବ୍ଯାଙ୍କ , ୟେସ୍ ବ୍ୟାଙ୍କ, ଓ ବ୍ୟାଙ୍କ ଅଫ ବରୋଦା ରେ ବିନିଯୋଗ କରିବା ଏହା ଭଲ ସମୟ। ଶୁକ୍ରଙ୍କର ପ୍ରଭାବରୁ ମାସର ଶେଷରେ ରେସକାରାତ୍ମକ ବୃଦ୍ଧି ଦେଖିବାକୁ ମିଳିବ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଆମର ଏହି ଲେଖା ନିଶ୍ଚିତ ପସନ୍ଦ ଆସିଥିବା। ଯଦି ଏପରି ହୋଇଥାଏ ତେବେ ଆପଣ ଏହାକୁ ନିଜର ଶୁଭଚିନ୍ତକମାନଙ୍କ ସହିତ ନିଶ୍ଚିତ ଶେୟାର କରନ୍ତୁ। ଧନ୍ୟବାଦ!
ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ
1. ବୃହସ୍ପତି ବର୍ତ୍ତମାନ କେଉଁ ରାଶିରେ ଅଛନ୍ତି?
ମିଥୁନ ରାଶି
2. ବୁଧ କେଉଁ ରାଶିରେ ଗୋଚର କରୁଛନ୍ତି?
ମିଥୁନ ରାଶି
3. ଶୁକ୍ର ବର୍ତ୍ତମାନ କେଉଁ ରାଶିରେ ଗୋଚର କରୁଛନ୍ତି?
ମୀନ ରାଶି ଓ ଏହା ତାଙ୍କର ଉଚ୍ଚ ରାଶି
Astrological services for accurate answers and better feature
Astrological remedies to get rid of your problems
AstroSage on MobileAll Mobile Apps
- Horoscope 2026
- राशिफल 2026
- Calendar 2026
- Holidays 2026
- Shubh Muhurat 2026
- Saturn Transit 2026
- Ketu Transit 2026
- Jupiter Transit In Cancer
- Education Horoscope 2026
- Rahu Transit 2026
- ராசி பலன் 2026
- राशि भविष्य 2026
- રાશિફળ 2026
- রাশিফল 2026 (Rashifol 2026)
- ರಾಶಿಭವಿಷ್ಯ 2026
- రాశిఫలాలు 2026
- രാശിഫലം 2026
- Astrology 2026






