ବୁଧଙ୍କର କର୍କଟ ରାଶିରେ ଗୋଚର
ଚତୁରତା ବିଷୟରେ ହେଉ କିମ୍ବା ପ୍ରେମର ବିଷୟରେ । ବ୍ୟବସାୟ ହେଉ କିମ୍ବା ତର୍କ ବିତର୍କ, ଏହି ସମସ୍ତ ବିଷୟ ବସ୍ତୁର କାରକ ଗ୍ରହ ହେଉଛନ୍ତି ବୁଧ। ବୁଧ ଗ୍ରହ ବାଣୀ, ବୁଦ୍ଧିମ ନେଟ୍ଵର୍କିଙ୍ଗ, ଦୂରସଞ୍ଚାର ପରି ବିଷୟର କାରକ ଗ୍ରହ। 22 ଜୁନ 2025 ରାତି 09:17 ରେ ନିଜର ରାଶି ଅର୍ଥାତ ମିଥୁନ ରାଶିକୁ ଛାଡ଼ି ବୁଧଙ୍କର କର୍କଟ ରାଶିରେ ଗୋଚର ହେବ।
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
କର୍କଟ ରାଶିରେ ବୁଧଙ୍କର ଗୋଚର ହେବା ସମୟରେ ଭବିଷ୍ୟ ସହିତ ଜଡ଼ିତ ସମସ୍ଯାର ସମାଧାନ ମିଳିବ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ
ବୁଧ ଗ୍ରହ ଏଠାରେ ଲାମ୍ବା ସମୟ ପର୍ଯ୍ୟନ୍ତ ରହିବେ। କାରଣ ବୁହଡ ଗ୍ରହ ଏହି ରାଶି ଅର୍ଥାତ କର୍କଟ ରାଶିରେ ରହି 28 ଜୁଲାଇ 2025 ରୁ 11 ଅଗଷ୍ଟ 2025 ପର୍ଯ୍ୟନ୍ତ ଅର୍ଥାତ ପାଖାପାଖି 25 ଦିନ ପାଇଁ ବକ୍ରୀ ମଧ୍ୟ ହୋଇଯିବେ। ଏହି ପ୍ରକାର କର୍କଟ ରାଶିରେ 30 ଅଗଷ୍ଟ ପର୍ଯ୍ୟନ୍ତ ରହିବେ। କର୍କଟ ରାଶି ଚନ୍ଦ୍ରଙ୍କର ରାଶି ଓ ଚନ୍ଦ୍ରଙ୍କ ସହିତ ବୁଧ ଗ୍ରହଙ୍କର ଭଲ ସମ୍ବନ୍ଧ ନାହିଁ। ସାମାନ୍ଯ ଶବ୍ଦରେ ଏହାକୁ ବୁଧଙ୍କ ପାଇଁ ଶତ୍ରୁ ରାଶି କୁହାଯାଇଛି। ତେବେ ବୁଧ ଆପଣଙ୍କୁ କିପରି ପରିଣାମ ଦେବେ ଆସନ୍ତୁ ଦେଖିବା।
To Read in English Click Here: Mercury Transit in Cancer
ଏହି ରାଶିଫଳ ଆପଣଙ୍କର ଚନ୍ଦ୍ର ରାଶି ଉପରେ ଆଧାରିତ। ନିଜର ବ୍ୟକ୍ତିଗତ ଚନ୍ଦ୍ର ରାଶି ଜାଣିବା ପାଇଁ ଚନ୍ଦ୍ର ରାଶି କ୍ଯାଲକୁଲେଟର ବ୍ୟବହାର କରନ୍ତୁ।
କର୍କଟ ରାଶିରେ ବୁଧଙ୍କର ଗୋଚର: ରାଶି ଅନୁସାରେ ପ୍ରଭାବ ଓ ଉପାୟ
ମେଷ ରାଶି
ବୁଧ ଗ୍ରହ ଆପଣଙ୍କର କୁଣ୍ଡଳୀ ପାଇଁ ତୃତୀୟ ଓ ଷଷ୍ଠ ଘରର ସ୍ବାମୀ ଓ ବୁଧଙ୍କର କର୍କଟ ରାଶିରେ ଗୋଚର ଆପଣଙ୍କ ଚତୁର୍ଥ ଘରେ ହେବ। ସାମାନ୍ଯ ଭାବରେ ଚତୁର୍ଥ ଘରେ ବୁଧଙ୍କର ଗୋଚରକୁ ଭଲ ପରିଣାମ ଦେବା ବାଲା ଗୋଚର କୁହାଯାଏ କିନ୍ତୁ ଶତ୍ରୁ ରାଶି ରେ ଥିବା ଯୋଗୁଁ ବୁଧ ଗ୍ରହ ଭଲ ପରିଣାମ କମ ଦେବେ। ଏହାର ଅର୍ଥ ହେଉଛି ସାଧାରଣତଃ ଆପଣ ଅନୁକୂଳ ଫଳାଫଳ ପାଇବେ କିନ୍ତୁ ଏହା ସମ୍ଭବ ଯେ କିଛି କ୍ଷେତ୍ରରେ ଅନୁକୂଳ ଫଳାଫଳର ଗ୍ରାଫ ଟିକେ କମ୍ ହୋଇପାରେ। ମାତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବ। ସେହି ସମୟରେ, ଏପରି ସୁଯୋଗ ମଧ୍ୟ ଆସିବ ଯେତେବେଳେ ଆପଣଙ୍କ ମାଆଙ୍କ ସହିତ ସମ୍ପର୍କ ଆହୁରି ମଜବୁତ ହୋଇପାରିବ। ଏହି ପରିସ୍ଥିତି ସେମାନଙ୍କ ପାଇଁ ବିଶେଷ ଲାଭଦାୟକ ହୋଇପାରେ ଯେଉଁମାନଙ୍କର ମାଆଙ୍କ ସହିତ ସମ୍ପର୍କ ଖରାପ ଚାଲିଥିଲା, ସେମାନେ ସେମାନଙ୍କ ସମ୍ପର୍କରେ ଉନ୍ନତି ଦେଖିପାରନ୍ତି। ଘର ଗୃହସ୍ଥି ମାମଲାରେ ଅନୁକୂଳ ପରିଣାମ ମିଳିବାର ଯୋଗ ଅଛି। ବଡ଼ ଲୋକଙ୍କ ସହିତ ମିତ୍ରଟା ମଧ୍ୟ ହେବାର ସମ୍ଭାବନା ଅଛି।
ଉପାୟ: ପକ୍ଷୀଙ୍କୁ ଦାନା ଦେବା ଶୁଭ ହେବ।
ବୃଷ ରାଶି
ବୁଧ ଗ୍ରହ ଆପଣଙ୍କର କୁଣ୍ଡଳୀରେ ଦ୍ବିତୀୟ ତଥା ପଞ୍ଚମ ଘରର ସ୍ବାମୀ ଓ ଏବେ ସେ କର୍କଟ ରାଶିରେ ଗୋଚର କରିବାକୁ ଯାଉଛନ୍ତି। ସାମାନ୍ଯ ଭାବରେ ବୁଧ ଗ୍ରହଙ୍କର ଗୋଚର ତୃତୀୟ ଘରେ ମିଶ୍ରିତ ପରିଣାମ ଦେବ। ତୃତୀୟ ଘରେ ବୁଧଙ୍କର ଗୋଚର ମନରେ ଆଶଙ୍କା କିମ୍ବା ଡର ସୃଷ୍ଟି କରିବ। ଭାଇ ବନ୍ଧୁଙ୍କ ସହିତ ବିବାଦ ହୋଇପାରେ ଏହି କଥା ଧ୍ୟାନ ରଖନ୍ତୁ। ଆର୍ଥିକ ମାମଲାରେ ମଧ୍ୟ କୌଣସି ପ୍ରକାର ରିସ୍କ ନିଅନ୍ତୁ ନାହିଁ। ଅର୍ଥାତ କିଛି ସତର୍କତା ଆପଣାଇଲେ ପରିଣାମ ଅନୁକୂଳ ମିଳିପାରିବ। ବୁଧ ଗ୍ରହଙ୍କର ଏହି ଗୋଚର ନୂଆ ମିଟର ତିଆରି କରିବାରେ ଆପଣଙ୍କର ସାହାଜ୍ୟ କରିବ।
ଉପାୟ: ଶ୍ୱାସ ରୋଗୀମାନଙ୍କୁ ଔଷଧ କିଣିବାରେ ସାହାଯ୍ୟ କରିବା ଶୁଭ ହେବ।।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ମିଥୁନ ରାଶି
ବୁଧ ଗ୍ରହ ଆପଣଙ୍କର ଲଗ୍ନ କିମ୍ବା ରାଶିର ସ୍ବାମୀ ହେବା ସହିତ ଆପଣଙ୍କର ଚତୁର୍ଥ ଘରର ସ୍ବାମୀ ମଧ୍ୟ ଓ କର୍କଟ ରାଶିରେ ବୁଧଙ୍କର ଗୋଚର ଆପଣଙ୍କର ଦ୍ଵିତୀୟ ଘରେ ହେବ। ଦ୍ୱିତୀୟ ଘରେ ବୁଧଙ୍କ ଗୋଚର ସାଧାରଣତଃ ଅନୁକୂଳ ଫଳାଫଳ ଦିଏ ବୋଲି ବିବେଚନା କରାଯାଏ। ଏହା ବ୍ୟତୀତ, ଧନ ଘରକୁ ଲଗ୍ନ କିମ୍ବା ରାଶିର ସ୍ୱାମୀଙ୍କ ଯିବା ଆର୍ଥିକ କ୍ଷେତ୍ରରେ ଭଲ ଫଳାଫଳ ଦେଇପାରେ କିମ୍ବା ପ୍ରଦାନ କରିପାରେ। ଚତୁର୍ଥ ଘରର କର୍ତ୍ତା ଦ୍ୱିତୀୟ ଘରକୁ ପ୍ରବେଶ କରିବା, ଅର୍ଥାତ୍ ଲାଭ ଗୃହକୁ ଯିବା, ପରିବାର ସମ୍ବନ୍ଧୀୟ ମାମଲାରେ ମଧ୍ୟ ଅନୁକୂଳ ଫଳାଫଳ ଦେବା ପାଇଁ ବିବେଚନା କରାଯିବ। ଏପରି ପରିସ୍ଥିତିରେ, ଆପଣ ଆପଣଙ୍କ ପସନ୍ଦର ପୋଷାକ କିଣିପାରିବେ କିମ୍ବା କୌଣସି ସ୍ଥାନରୁ ଉପହାର ସ୍ୱରୂପ ପୋଷାକ ମଧ୍ୟ ପାଇପାରିବେ। ଦ୍ୱିତୀୟ ଘରେ ବୁଧଙ୍କ ଗୋଚର ଶିକ୍ଷା ଏବଂ ବାଣୀ ସମ୍ବନ୍ଧୀୟ କ୍ଷେତ୍ରରେ ମଧ୍ୟ ଅନୁକୂଳ ଫଳାଫଳ ପ୍ରଦାନ କରେ। ବୁଧ ଗ୍ରହର ଏହି ଗୋଚର ସମ୍ପର୍କୀୟମାନଙ୍କ ସହିତ ସମ୍ପର୍କକୁ ମଜବୁତ କରିବାରେ ମଧ୍ୟ ସହାୟକ ହୋଇପାରେ।
ଉପାୟ: ନିୟମିତ ଗଣେଶ ଚାଳିସା ଜପ କଲେ ଶୁଭଫଳ ମିଳିବ।
हिंदी में पढ़ने के लिए यहां क्लिक करें: बुध का कर्क राशि में गोचर
କର୍କଟ ରାଶି
ବୁଧ ଗ୍ରହ ଆପଣଙ୍କର କୁଣ୍ଡଳୀରେ ତୃତୀୟ ତଥା ଦ୍ଵାଦଶ ଘରର ସ୍ବାମୀ ଓ ବୁଧଙ୍କର କର୍କଟ ରାଶିରେ ଗୋଚର ଆପଣଙ୍କର ପ୍ରଥମ ଘରେ ହେବ। ପ୍ରଥମ ଘରେ ବୁଧଙ୍କର ଗୋଚରକୁ ଭଲ କୁହାଯିବ। ବୁଧ ଗ୍ରହ ଶତ୍ରୁ ରାଶିରେ ରହିବେ। ଏହି ଗୋଚର ସମୟରେ ଆପଣଙ୍କୁ ସାବଧାନ ରହିବାକୁ କୁହାଯାଇଛି। ଆପଣଙ୍କର ବାଣୀ ସଭ୍ଯ ଓ ସୋମ୍ୟ ରହୁ ସେହି କଥାର ଚେଷ୍ଟା କରନ୍ତୁ। ଆର୍ଥିକ ମାମଲାରେ କୌଣସି ପ୍ରକାର ରିସ୍କ ନେବା କଥା ନୁହେଁ। ସମ୍ପର୍କୀୟଙ୍କ ସହିତ ସମ୍ବନ୍ଧ ଅନୁକୂଳ ରଖିବାକୁ ଚେଷ୍ଟା କରନ୍ତୁ। ଯଦି କୌଣସି କାରଣରୁ ସମ୍ବନ୍ଧ ଖରାପ ହେଉଛି ତେବେ ନିଜକୁ ଶାନ୍ତି ରଖିବା କିମ୍ବା ବିବାଦରୁ ନିଜକୁ ଦୂରେଇ ରଖିବା ବୁଦ୍ଧିମାନର କାମ ହେବ।
ଉପାୟ: ମାଂସ, ମଦ୍ୟପାନ, ଅଣ୍ଡା ଇତ୍ୟାଦି ନ ଖାଇବା ଏକ ଉପାୟ ଭାବରେ କାମ କରିବ।
ସିଂହ ରାଶି
ବୁଧ ଗ୍ରହ ଆପଣଙ୍କର କୁଣ୍ଡଳୀରେ ଦ୍ଵିତୀୟ ତଥା ଲାଭ ଘରର ସ୍ବାମୀ ଓ କର୍କଟ ରାଶିରେ ବୁଧଙ୍କର ଗୋଚର ଆପଣଙ୍କର ଦ୍ଵାଦଶ ଘରେ ହେବ। ଦ୍ଵାଦଶ ଘରେ ବୁଧ ଗ୍ରହଙ୍କର ଗୋଚରକୁ ଭଲ କୁହାଯିବ ନାହିଁ। ବୁଧ ଗ୍ରହ ଶତ୍ରୁ ରାଶିରେ ରହିବେ, ସେଥିପାଇଁ ଏହି ଗୋଚର ସମଯରେ ଆପଣଙ୍କୁ ଅନେକ ମାମଲାରେ ସାବଧାନ ରହିବାକୁ ପଡ଼ିବ। ବିଶେଷକରି ଆର୍ଥିକ ମାମଲାରେ ବହୁତ ସତର୍କ ରହିବାର ଆବଶ୍ୟକତା ଅଛି। ଅଯଥା ପଇସା ଖର୍ଚ୍ଚ ନ କରିବାକୁ ଚେଷ୍ଟା କରନ୍ତୁ। ଲାଭେଶଙ୍କର ଦ୍ଵାଦଶ ଘରକୁ ଯିବା ଦୂର ସ୍ଥାନରୁ କିଛି ଲାଭ କରାଇ ପାରେ। ଏହା ବ୍ଯତୀତ ବିବାହିତ ଲୋକ ଜୀବନସାଥୀଙ୍କ ବିପକ୍ଷରେ ଯିବା ଠିକ ନୁହେଁ। ନିଜର ସ୍ବାସ୍ଥ୍ୟର ଧ୍ୟାନ ରଖନ୍ତୁ। ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟର ଧ୍ୟାନ ରଖନ୍ତୁ। ଯଦି ଆପଣ ବିଦ୍ୟାର୍ଥୀ ତେବେ ଶିକ୍ଷା ପ୍ରତି ଆହୁରି ଗମ୍ଭୀରତା ଦେଖାଇବା ଆବଶ୍ୟକ।
ଉପାୟ: ନିୟମିତ ଭାବରେ କପାଳରେ କେସର ତିଳକ ଲଗାଇବା ଶୁଭ ହେବ।
କନ୍ୟା ରାଶି
ବୁଧ ଗ୍ରହ ଆପଣଙ୍କର ଲଗ୍ନ କିମ୍ବା ରାଶିର ସ୍ବାମୀ ହେବା ସହିତ ଆପଣଙ୍କର କର୍ମ ସ୍ଥାନ ଅର୍ଥାତ ଦଶମ ଘରର ସ୍ବାମୀ ମଧ୍ୟ। ଏବେ ସେ ଗୋଚର କରଇ ଆପଣଙ୍କର ଲାଭ ଘରେ ରହିବେ। ସ୍ବାଭାବିକ ଭାବରେ ଲଗ୍ନ କିମ୍ବା ରାଶିର ସ୍ବାମୀଙ୍କର ଲାଭ ଘରକୁ ଯିବା ଏକ ଭଲ ସ୍ଥିତି ଅଟେ। ଏହା ବ୍ଯତୀତ କର୍ମ ସ୍ଥାନର ଲାଭ ଘରକୁ ଯିବା କାର୍ଯ୍ୟକ୍ଷେତ୍ର ଓ ସାମାଜିକ ପ୍ରତିଷ୍ଠା ସମ୍ବନ୍ଧିତ ମାମଲାରେ ଅନୁକୂଳ ପରିଣାମ ଦେବ। ବୁଧ ଗ୍ରହଙ୍କର ଏହି ଗୋଚର ଆପଣଙ୍କର ରୋଜଗାର ବଢ଼ାଇବ। ବ୍ୟବସାୟରେ ଭଲ ଲାଭ ହୋଇପାରେ। ସ୍ବାସ୍ଥ୍ୟ ସାମାନ୍ଯ ଭାବରେ ଅନୁକୂଳ ରହିବ। ଜମି ବାଡ଼ି ଅର୍ଥାତ ପ୍ରପର୍ଟି ସମ୍ବନ୍ଧିତ ମାମଲାରେ ଭଲ ପରିଣାମ ମିଳିପାରେ। ଭାଇ ବନ୍ଧୁଙ୍କ ସହିତ ଆପଣଙ୍କର ସମ୍ପର୍କ ଅନୁକୂଳ ରହିବ। କାମରେ ସଫଳତା ମିଳିବ। ସନ୍ତାନ ସମ୍ବନ୍ଧିତ ମାମଲାରେ ମଧ୍ୟ ଭଲ ପରିଣାମ ମିଳିବାର ସମ୍ଭାବନା ଅଛି।
ଉପାୟ: ନିୟମିତ ଭାବରେ ଗଣପତି ଅଥର୍ବଶୀର୍ଷ ପାଠ କରିବା ଶୁଭ ହେବ।
ଆପଣଙ୍କର ଜାତଜରେ ମଧ୍ୟ ଅଛି ରାହ ଯୋଗ? ପାଆନ୍ତୁ ନିଜର ରାଜଯୋଗ ରିପୋର୍ଟ୍
ତୁଳା ରାଶି
ବୁଧ ଗ୍ରହ ଆପଣଙ୍କର ଭାଗ୍ଯ ଘରର ସ୍ବାମୀ ହେବା ସହିତ ଆପଣଙ୍କର ଦ୍ଵାଦଶ ଘରର ସ୍ବାମୀ ଓ କର୍କଟ ରାଶିରେ ଗୋଚର କରିବା ସମୟରେ ସେ ନିଜର କର୍ମ ସ୍ଥାନରେ ରହିବେ। ଭାଗ୍ଯ ଘରର ସ୍ବାମୀଙ୍କର କର୍ମ ସ୍ଥାନରେ ଗୋଚର ସାମାନ୍ଯ ଭାବରେ ଅନୁକୂଳ ଅଟେ। ବୁଧଙ୍କର ଏହି ଗୋଚର ସମଯରେ ଆପଣଙ୍କୁ ପଦ ଲାଭ ହୋଇପାରେ। ଯଦି ଆପଣ ବ୍ୟବସାୟ ସହିତ ଜଡ଼ିତ ତେବେ ଏହୋ ଗୋଚର ସମୟରେ ବ୍ୟବସାୟରୁ ଭଲ ଲାଭ ମିଳିପାରେ। ସାମାଜିକ ପ୍ରତିଷ୍ଠା ମିଳିବାର ଯୋଗ ଦୃଢ଼ ହେବ। ଏହା ବ୍ଯତୀତ ସ୍ବାସ୍ଥ୍ୟ ମଧ୍ୟ ଅନୁକୂଳ ରହିବ। ତଥାପି ଦ୍ଵାଦଶ ଘରର ସ୍ବାମୀ କର୍ମ ସ୍ଥାନରେ ରହିବା ଯୋଗୁଁ ଆର୍ଥିକ ମାମଲାରେ ରିସ୍କ ନ ନେବା ଭଲ ହେବ। ବିଦେଶ ଇତ୍ୟାଦି ସମ୍ବନ୍ଧିତ ମାମଲାରେ ଭଲ ଲାଭ ମିଳିପାରେ।
ଉପାୟ: ମନ୍ଦିରରେ କ୍ଷୀର ଏବଂ ଚାଉଳ ଦାନ କରିବା ଶୁଭ ହେବ।
ବିଛା ରାଶି
ବୁଧ ଗ୍ରହ ଆପଣଙ୍କର କୁଣ୍ଡଳୀରେ ଅଷ୍ଟମ ଘରର ସ୍ବାମୀ ହେବା ସହିତ ଲାଭ ଘରର ସ୍ବାମୀ ମଧ୍ୟ ଓ ବୁଧଙ୍କର କର୍କଟ ରାଶିରେ ଗୋଚର ଆପଣଙ୍କର ଭାଗ୍ଯ ଘରେ ହେବ। ଭାଗ୍ଯ ଘରେ ବୁଧଙ୍କର ଗୋଚରକୁ ଭଲ କୁହାଯିବ ନାହିଁ। ଶତ୍ରୁ ରାଶିରେ ରହିବା ଯୋଗୁଁ ଏହି ମାସରେ ଆପଣଙ୍କୁ ଅନୁକୂଳ ପରିଣାମ ଦେବାକୁ ଅସମର୍ଥ ହେବେ। ଏହାର ଅର୍ଥ ହେଉଛି ଆପଣ ଯେଉଁ ରୋଜଗାର ଆଶା କରିଥିଲେ ତାହା ତୁଳନାତ୍ମକ ଭାବରେ କମ୍ ହୋଇପାରେ। ଯଦିଓ କିଛି ଭଲ ଫଳାଫଳ ହଠାତ ମିଳିପାରେ, କିନ୍ତୁ ଭାଗ୍ୟ ଉପରେ ନିର୍ଭର କରିବା ଆଦୌ ଠିକ୍ ହେବ ନାହିଁ। ଏହି ସମୟ ମଧ୍ୟରେ ସାମାଜିକ ସମ୍ମାନ ଏବଂ ପ୍ରତିଷ୍ଠାର ଯତ୍ନ ନେବା ଗୁରୁତ୍ୱପୂର୍ଣ୍ଣ ହେବ। ଆର୍ଥିକ ମାମଲାରେ କୌଣସି ପ୍ରକାରର ରିସ୍କ ନିଅନ୍ତୁ ନାହିଁ। ଯଦି ଆପଣ ଏହି ସତର୍କତା ଅବଲମ୍ବନ କରନ୍ତି, ତେବେ ଆପଣ ନକାରାତ୍ମକତାକୁ ଏଡ଼ାଇ ପାରିବେ।
ଉପାୟ: ଗାଈକୁ ସବୁଜ ଚାରା ଖୁଆଇବା ଶୁଭ ହେବ।
କୁଣ୍ଡଳୀରେ ଥିବା ରାଜ ଯୋଗ ର ସମସ୍ତ ସୂଚନା ପାଆନ୍ତୁ
ଧନୁ ରାଶି
ବୁଧ ଗ୍ରହ ଆପଣଙ୍କର କୁଣ୍ଡଳୀରେ ସପ୍ତମ ତଥା ଦଶମ ଘରର ସ୍ବାମୀ ଗ୍ରହ ଓ ବୁଧଙ୍କର କର୍କଟ ରାଶିରେ ଗୋଚର ଆପଣଙ୍କର ଅଷ୍ଟମ ଘରେ ହେବ। ବୁଧ ଗ୍ରହ ଶତ୍ରୁ ରାଶିରେ ଅଛନ୍ତି କିନ୍ତୁ ଅଷ୍ଟମ ଘରେ ବୁଧଙ୍କର ଗୋଚର ଅନୁକୂଳ ପରିଣାମ ଦେବ। କାମରେ ପରିଶ୍ରମ ଅଧିକ ହେବ କିନ୍ତୁ କାମରେ ସଫଳ ହେବାର ଭଲ ସମ୍ଭାବନା ପ୍ରତୀତ ହେଉଛି। ସପ୍ତମେଶଙ୍କର ଅଷ୍ଟମ ଘରକୁ ଯିବା ଯୋଗୁଁ ଜୀବନସାଥୀଙ୍କର ସ୍ବାସ୍ଥ୍ୟରେ କିଛି ଦୁର୍ବଳତା ଦେଖିବାକୁ ମିଳିପାରେ କିନ୍ତୁ ଚିନ୍ତାର କୌଣସି କାରଣ ନାହିଁ। କାମରେ ସଫଳତା, ବିଜୟ ପ୍ରାପ୍ତି ଓ ସାମାଜିକ ପ୍ରତିଷ୍ଠା ମିଳିବା ଯୋଗୁଁ ଆପଣ ସାମାନ୍ଯ ଭାବରେ ନିଜକୁ ଉତ୍ସାହିତ ଅନୁଭବ କରି ପାରିବେ।
ଉପାୟ: ସମାଧାନ ସ୍ୱରୂପ, ଭଗବାନ ଶିବଙ୍କୁ ମହୁରେ ଅଭିଷେକ କରିବା ଶୁଭ ହେବ।
ମକର ରାଶି
ବୁଧ ଗ୍ରହ ଆପଣଙ୍କର କୁଣ୍ଡଳୀରେ ଷଷ୍ଠ ଘରର ସ୍ବାମୀ। ଏହା ପରିବର୍ତ୍ତେ ସେ ଆପଣଙ୍କର ଭାଗ୍ଯ ଘରର ସ୍ବାମୀ ମଧ୍ୟ ଓ ବୁଧଙ୍କର କର୍କଟ ରାଶିରେ ଗୋଚର ଆପଣଙ୍କର ସପ୍ତମ ଘରେ ଗୋଚର କରିବେ। ସପ୍ତମ ଘରେ ରହି ଅନୁକୂଳ ପରିଣାମ ଦେବେ ନାହିଁ। ତେଣୁ, ଏହି ସମୟ ମଧ୍ୟରେ ସତର୍କତାର ସହିତ କାର୍ଯ୍ୟ କରିବା ଆବଶ୍ୟକ। ଜୀବନସାଥୀଙ୍କ ସହ ସମ୍ପର୍କ ଯେପରି ଦୁର୍ବଳ ନ ହୁଏ, ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ। ସେହି ସମୟରେ, ପରସ୍ପରର ସ୍ୱାସ୍ଥ୍ୟର ଯତ୍ନ ନେବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହେବ। ସରକାରୀ ପ୍ରଶାସନ ସହିତ ଜଡ଼ିତ କୌଣସି ବ୍ୟକ୍ତିଙ୍କ ସହିତ ବିବାଦରେ ପଡ଼ିବା ଠିକ୍ ହେବ ନାହିଁ। ଯଦି ସମ୍ଭବ ହୁଏ ତେବେ ଯାତ୍ରା କରିବାରୁ ଦୂରେଇ ରୁହନ୍ତୁ। ସେହି ସମୟରେ, ବ୍ୟବସାୟ ସମ୍ପର୍କରେ କୌଣସି ପ୍ରକାରର ରିସ୍କ ନେବା ଉଚିତ୍ ନୁହେଁ।
ଉପାୟ: ଯେକୌଣସି ପରିସ୍ଥିତିରେ, ବିପଦକୁ ଏଡ଼ାଇବା ଏକ ସମାଧାନ ଭାବରେ କାମ କରିବ।
କୁମ୍ଭ ରାଶି
ବୁଧ ଗ୍ରହ ଆପଣଙ୍କର କୁଣ୍ଡଳୀରେ ପଞ୍ଚମ ଘରର ସ୍ବାମୀ ହେବା ସହିତ ଅଷ୍ଟମ ଘରର ସ୍ବାମୀ ଗ୍ରହ ଓ କର୍କଟ ରାଶିରେ ଗୋଚର କରିବା ସମୟରେ ଆପଣଙ୍କର ଷଷ୍ଠ ଘରେ ରହିବେ। ଷଷ୍ଠ ଘରେ ବୁଧ ଗ୍ରହଙ୍କର ଗୋଚରକୁ ସାମାନ୍ଯ ଭାବରେ ଅନୁକୂଳ କୁହାଯିବ। ଏପରି ସ୍ଥିତିରେ ବୁଧଙ୍କର ଏହି ଗୋଚର ଆପଣଙ୍କୁ ଆର୍ଥିକ ଲାବ ଦେବାର କାମ କରିବ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ଗୋଚରକୁ ସାମାନ୍ଯ ଭାବରେ ଭଲ କୁହାଯିବ। ପ୍ରତିସ୍ପରଧାତ୍ମକ କାମରେ ଆପଣ ଭଲ କରୁଥିବା ଦେଖାଯିବେ। ଆପଣ ନିଜର ଶତ୍ରୁଙ୍କ ଠାରୁ ଭଲ ସ୍ଥିତିରେ ରହିବେ। ବୁଧଙ୍କର ଏହି ଗୋଚର ମାନ ସମ୍ମାନ ଦେବାରେ ସାହାଜ୍ୟ କରିବ। ଯଦି ଆପଣ ଲେଖକ କିମ୍ବା କୌଣସି ପ୍ରକାରର କଳାତ୍ମକ କାର୍ଯ୍ୟ କରନ୍ତି ତେବେ ଏହି ଗୋଚର ସମୟରେ ଆପଣଙ୍କୁ ଆହୁରି ଭଲ ପରିଣାମ ମିଳିପାରେ।
ଉପାୟ: ଯେକୌଣସି ତୀର୍ଥସ୍ଥଳର ଜଳରେ ଭଗବାନ ଶିବଙ୍କୁ ଅଭିଷେକ କରିବା ଶୁଭ ହେବ।
ମୀନ ରାଶି
ବୁଧ ଗ୍ରହ ଆପଣଙ୍କର କୁଣ୍ଡଳୀରେ ଚତୁର୍ଥ ଘରର ସ୍ବାମୀ ହେବା ସହିତ ସପ୍ତମ ଘରର ସ୍ବାମୀ ମଧ୍ୟ ଓ କର୍କଟ ରାଶିରେ ଗୋଚର କରି ଅପନଙ୍କେ ପଞ୍ଚମ ଘକୁ ଯିବେ। ପଞ୍ଚମ ଘରେ ବୁଧ ଅନୁକୂଳ ପରିଣାମ ଦିଅନ୍ତି ନାହିଁ। ବୁଧ ଗ୍ରହ ଚନ୍ଦ୍ର ରାଶି ଅର୍ଥାତ ଶତ୍ରୁ ରାଶିରେ ରହିବେ। ଫଳସ୍ଵରୂପ ଆପଣ କୌଣସି କଥାକୁ ନେଇ ଚିନ୍ତିତ ରହିବେ। ଯଦି ଆପଣ କୌଣସି ସନ୍ତାନର ପିତା କିମ୍ବା ସନ୍ତାନକୁ ନେଇ କିଛି ଚିନ୍ତା ରହିପାରେ। ଯୋଜନାରେ ମଧ୍ୟ ଅସଫଳତା ଦେଖା ଦେଇ ପାରେ। ଆର୍ଥିକ ମାମଲାରେ ସାବଧାନ ରହିବା ଆବଶ୍ୟକ ହେବ।
ଉପାୟ: ଗାଈର ସେବା କରିବା ଶୁଭ ରହିବ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!
ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ
1. 2025 ମସିହାରେ ବୁଧ କେବେ କର୍କଟ ଗ୍ରହରେ ପ୍ରବେଶ କରିବେ?
ବୁଧ 22 ଜୁନ୍ 2025 ରେ କର୍କଟ ରାଶିରେ ପ୍ରବେଶ କରିବେ।
2. ବୁଧ ଗ୍ରହ କାହାର କାରକ?
ବୁଧ ଗ୍ରହ ହେଉଛନ୍ତି ବାଣୀ, ଯୋଗାଯୋଗ, ତର୍କ, ଚର୍ମ ଏବଂ ବ୍ୟବସାୟର କାରକ।
3. କର୍କଟ ରାଶିର ସ୍ୱାମୀ କିଏ?
କର୍କଟ ରାଶିର ଶାସକ ଗ୍ରହ ଚନ୍ଦ୍ର।
Astrological services for accurate answers and better feature
Astrological remedies to get rid of your problems
AstroSage on MobileAll Mobile Apps
- Horoscope 2026
- राशिफल 2026
- Calendar 2026
- Holidays 2026
- Shubh Muhurat 2026
- Saturn Transit 2026
- Ketu Transit 2026
- Jupiter Transit In Cancer
- Education Horoscope 2026
- Rahu Transit 2026
- ராசி பலன் 2026
- राशि भविष्य 2026
- રાશિફળ 2026
- রাশিফল 2026 (Rashifol 2026)
- ರಾಶಿಭವಿಷ್ಯ 2026
- రాశిఫలాలు 2026
- രാശിഫലം 2026
- Astrology 2026






