ବୁଧଙ୍କର କୁମ୍ଭ ରାଶିରେ ଗୋଚର
ଆଷ୍ଟ୍ରୋସେଜ ଏଆଇର ସବୁବେଲେ ଏହି ଚେଷ୍ଟା ରହିଛି ଯେ ଯେ କୌଣସି ମହତ୍ଵପୂର୍ଣ ଜ୍ୟୋତିଷୀୟ ଘଟଣାର ନୂଆ ଅପଡେଟ୍ ଆମେ ନିଜର ରୀଡର୍ସଙ୍କୁ ସମୟ ଥାଈ ଦେଇପାରୁ ଓ ଏହି ବର୍ଷ ପାଇଁ ଆମେ ଆପଣଙ୍କ ପାଇଁ ଆଣି ଆସିଚୁ ବୁଧଙ୍କର କୁମ୍ଭ ରାଶିରେ ଗୋଚର ସମ୍ବନ୍ଧିତ ଏହି ଖାସ ଲେଖା। 11 ଫେବ୍ରୁୟାରୀ 2025 ରେ ବୁଧ ଗ୍ରହ ଶନିଙ୍କର ରାଶି କୁମ୍ଭରେ ପ୍ରବେଶ କରିବେ। ତେବେ ଚାଲନ୍ତୁ ଜାଣିବା ଯେ ବୁଧଙ୍କର କୁମ୍ଭ ରାଶିରେ ଗୋଚର ସମୟରେ ଦେଶ ବିଦେଶ ଉପରେ କିପରି ପ୍ରଭାବ ପଡ଼ିବ।
ବୈଦିକ ଜ୍ଯୋତିଷରେବୁଧ ଗ୍ରହଙ୍କୁ ସଂଚାର, ବୁଦ୍ଧି ଓ ତର୍କର କାରକ କୁହାଯାଇଛି। ଆମେ କେଉଁ ପ୍ରକାର ଭାବୁ, କହୁ, ଶିଖୁ ଓ ଜିନ୍ସ କେଉଁ ପ୍ରକାର ବୁଝୁ ଏହି ସବୁ ବୁଧଙ୍କ ଉପରେ ନିର୍ଭର କରିଥାଏ। ଏହି ଗ୍ରହ ଆମର ତର୍କ କରିବାର କ୍ଷମତା, ସ୍ମରଣଶକ୍ତି ଓ ବିଚାରକୁ ବ୍ୟକ୍ତ କରିବାର ବାଟ ନିୟନ୍ତ୍ରଣ କରନ୍ତି। ଏହି କାରଣରୁ ଏହି ଗ୍ରହ ମାନସିକ କାର୍ଯ୍ୟ ପାଇଁ ମହତ୍ଵପୂର୍ଣ କୁହଯାଏ। ବୁଧ ମିଥୁନ ଓ କନ୍ୟା ରାଶିର ସ୍ବାମୀ ଗ୍ରହ ଅଟନ୍ତି।
ମିଥୁନ ରାଶି ସଂଚାର, ଜିଜ୍ଞାସା ଓ ପରିବର୍ତ୍ତନକୁ ସ୍ଵୀକାର କରିବାର କ୍ଷମତାକୁ ଦର୍ଶାଉଛି। ଯେଉଁ ଲୋକଙ୍କର କୁଣ୍ଡଳୀରେ ମିଥୁନ ରାଶିରେ ବୁଧ ଦୃଢ଼ ସ୍ଥିତିରେ ଥାଆନ୍ତି ସେମାନେ ଚତୁର ଓ ମାନସିକ ସ୍ତରରେ ଦୃଢ଼ ହୋଇଥାଆନ୍ତି। ଯେଉଁ ଲୋକଙ୍କର କୁଣ୍ଡଳୀରେ କନ୍ୟା ରାଶିରେ ବୁଧ ଥାଆନ୍ତି ସେହି ଲୋକ ପ୍ରତ୍ଯେକ ଜିନିଷ ଉପରେ ନଜର ରଖନ୍ତି, ସ୍ପଷ୍ଟ ଓ ସୂଚନା ଖୋଜିବାରେ ପାରଙ୍ଗମ ହୋଇଥାଆନ୍ତି।
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ଭବିଷ୍ୟ ସହିତ ଜଡ଼ିତ ଯେ କୌଣସି ସମସ୍ଯାର ସମାଧାନ କରନ୍ତୁ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ
କୁମ୍ଭ ରାଶିରେ ବୁଧ ଗୋଚର : ସମୟ
ତେବେ ଚାଲନ୍ତୁ ଏବେ ଜାଣିବେ ଯେ ଫେବ୍ରୁୟାରୀ ମାସରେ ବୁଧ ଗ୍ରହ କେଉଁ ସମୟରେ ଓ ତିଥିରେ ଗୋଚର କରିବେ। ବୁଦ୍ଧି ଓ ଜ୍ଞାନର ଦେବତା ବୁଧ ଗ୍ରହ 11 ଫେବ୍ରୁୟାରୀ 2025 ଦ୍ଵିପ୍ରହର 12:41 ରେ କୁମ୍ଭ ରାଶିରେ ପ୍ରବେଶ କରିବେ।
ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ
କୁମ୍ଭ ରାଶିରେ ବୁଧ: ବିଶେଷ କଥା
ଯେଉଁ ଲୋକଙ୍କରଜାତକରେ କୁମ୍ଭ ରାଶିରେ ବୁଧ ଅଛନ୍ତି, ସେ ଲୋକ ପ୍ରଗତିଶୀଳ, ଭବିଷ୍ୟ ବିଷୟରେ ଭାବିବା ବାଲା ଓ ଜିଜ୍ଞାସୁ ସ୍ଵଭାବର ହୋଇଥାଆନ୍ତି। ଆଗକୁ ଏହି ଲୋକଙ୍କର କିଛି ପ୍ରମୁଖ ବିଶେଷ ଗୁଂ ବିଷୟରେ ଜାଣିବା।
ଭିନ୍ନ ବିଚାର କରନ୍ତି: କୁମ୍ଭ ରାଶିରେ ବୁଧ ଥିବା ଲୋକ ଅନ୍ୟଙ୍କ ଠାରୁ ଭିନ୍ନ ଭାବରେ ଚିନ୍ତା କରନ୍ତି ଏବଂ ଅପାରମ୍ପରିକ ଚିନ୍ତାଧାରା ପ୍ରତି ଆକର୍ଷିତ ହୁଅନ୍ତି। ସେମାନେ ପ୍ରାୟତଃ ଭବିଷ୍ୟତର ଧାରଣାରେ ଆଗ୍ରହୀ ଥାଆନ୍ତି ଏବଂ ପ୍ରଯୁକ୍ତିବିଦ୍ୟା କିମ୍ବା ବିଜ୍ଞାନ ଭଳି ଅତ୍ୟାଧୁନିକ କ୍ଷେତ୍ର ସହିତ ଜଡ଼ିତ ହୋଇପାରନ୍ତି।
ତର୍କ ଏବଂ ତଥ୍ୟ ଉପରେ ଧ୍ୟାନ ଦିଅନ୍ତି: ଏମାନେ ପରିସ୍ଥିତିର ମୂଲ୍ୟାଙ୍କନ କରିବା ସମୟରେ, ଭାବପ୍ରବଣତାରେ ବୁଡ଼ିଯିବା ପରିବର୍ତ୍ତେ ଯୁକ୍ତି ଏବଂ ତଥ୍ୟ ଉପରେ ଧ୍ୟାନ ଦିଅନ୍ତି। ଏହି କାରଣରୁ ଏମାନଙ୍କ ଭିତରେ ସମସ୍ଯା ସମାଧାନ କରିବାର ଉତ୍କୃଷ୍ଟ କୌଶଲ ଥାଏ ଯାହା କାରଣରୁ ସେ ନିଷ୍ପକ୍ଷ ହୋଇ ସମସ୍ଯାର ସମାଧାନ କରି ପାରନ୍ତି।
ବାସ୍ତବତାକୁ ପସନ୍ଦ କରନ୍ତି: ଏହି ଲୋକ ନିଜର ବିଚାରକୁ ଭିନ୍ନ ଭାବରେ ଭାବରେ ବ୍ୟକ୍ତ କରନ୍ତି। ଏମାନଙ୍କର କଥା କହିବାର ଢଙ୍ଗ ଅପୂର୍ବ ଓ ଅନ୍ୟଙ୍କର ଠାରୁ ଭିନ୍ନ ହୋଇପାରେ। ଏମାନେ ପରମ୍ପରା ଠାରୁ ଅଧିକ ବାସ୍ତବିକତାକୁ ମହତ୍ଵ ଦିଅନ୍ତି।
ବିଶ୍ୱକୁ ଏକ ଭଲ ସ୍ଥାନ କରିବା ପାଇଁ ଆଗ୍ରହୀ: ଏହି ଲୋକ ପ୍ରାୟ ସମୟରେ ଆଗରେ ରୁହନ୍ତି ଓ ନୂଆ ଆଦର୍ଶ ଆପଣାନ୍ତି। ଏମାନଙ୍କର ରୁଚି ଦୁନିଆକୁ ଭଲ କରିବାରେ ଥାଏ ସେଥିପାଇଁ ଏମାନେ ସାମାଜିକ ଓ ମାନବ ସେବାରେ ଭାଗ ନିଅନ୍ତି।
ବିଚାରର ସ୍ୱାଧୀନତାକୁ ପସନ୍ଦ କରନ୍ତି: ଯେଉଁ ଲୋକଙ୍କ କୁଣ୍ଡଳୀରେ କୁମ୍ଭ ରାଶିରେ ବୁଧ ଥାଆନ୍ତି, ସେମାନଙ୍କ ପାଇଁ ସ୍ୱାଧୀନତା ବହୁତ ମହତ୍ତ୍ୱପୂର୍ଣ୍ଣ। ସେମାନେ ବୌଦ୍ଧିକ ଭାବରେ ସ୍ୱାଧୀନ ହେବା ଉପରେ ବହୁତ ଗୁରୁତ୍ୱ ଦିଅନ୍ତି ଏବଂ ପରମ୍ପରା କିମ୍ବା ଅନେକ ଲୋକଙ୍କ ବିଶ୍ୱାସକୁ ଅନୁସରଣ କରିବା ପରିବର୍ତ୍ତେ ନିଜର ମତାମତ ଗଠନ କରିବାକୁ ପସନ୍ଦ କରନ୍ତି।
କଳ୍ପନାରେ ବଞ୍ଚନ୍ତି: ଏମାନେ କଳ୍ପନାର ଦୁନିଆରେ ରୁହନ୍ତି ସେଥିପାଇଁ ଦୈନଦିନ ଜୀବନରେ ହେଉଥିବା କଥା ଏମାନଙ୍କୁ ଚିନ୍ତିତ କରିପାରେ। ଏମାନଙ୍କର ସ୍ବପ୍ନ ବହୁତ ବଡ଼ ଥାଏ।
ସାମାଜିକ ଭାବରେ ସଚେତନ: ଏହି ଲୋକମାନେ ସାମାଜିକ ଦୃଷ୍ଟିରୁ ସଚେତନ ଏବଂ ସମାନତା ଏବଂ ମାନବାଧିକାର ସମ୍ବନ୍ଧୀୟ ପ୍ରସଙ୍ଗରେ ଖୋଲାଖୋଲି ଭାବରେ ସେମାନଙ୍କର ମତାମତ ପ୍ରକାଶ କରନ୍ତି।
କୁମ୍ଭ ରାଶିରେ ରେ ବୁଧ ହେବା ଯୋଗୁଁ ଲୋକ ପ୍ରାୟତଃ ବିଦ୍ରୋହୀ ସ୍ଵଭାବର ହୋଇଥାଆନ୍ତି ଯାହା ଫଳରେ ସମାଜର ପରମ୍ପରାକୁ ଚୈଲେଂଜ୍ ଦେଇ ପାରନ୍ତି। ସାଙ୍ଗରେ ଏମାନେ ନିଜର ଜ୍ଞାନକୁ ବଢ଼ାଇବାର ଇଚ୍ଛା ରଖନ୍ତି। ଏମାନେ ନୂଆ ବିଚାର, ସ୍ଵତନ୍ତ୍ରତା ଓ ସାମାଜିକ ପ୍ରଗତିକୁ ମହତ୍ଵ ଦିଅନ୍ତି।
ଏବେ ଘରେ ବସି ବିଶେଷଜ୍ଞ ପୁରୋହିତଙ୍କ ଦ୍ବାରା କରାନ୍ତୁ ଇଚ୍ଛାନୁସାରେ ଅନଲାଇନ ପୂଜା ଓ ପାଆନ୍ତୁ ଉତ୍ତମ ପରିଣାମ!
କୁମ୍ଭ ରାଶିରେ ବୁଧ ଗୋଚର: ଦେଶ ବିଦେଶ ଉପରେ ପ୍ରଭାବ
ରିସର୍ଚ ଆଣ୍ଡ ଡେଭେଲପମେନ୍ଟ
- ବୁଧଙ୍କର କୁମ୍ଭ ରାଶିରେ ଗୋଚର ସମୟରେ ଅନେକ କ୍ଷେତ୍ରରେ ଖାସକରି ଇଞ୍ଜିନିୟରିଂ ଓ ଚିକିତ୍ସା କ୍ଷେତ୍ରରେ ରିସର୍ଚ ଓ ଡେଭେଲପମେନ୍ଟକୁ ପ୍ରୋତ୍ସାହନ ମିଳିବ।
- ଯେହେତୁ ବୁଧ ଓ କୁମ୍ଭ ରାଶିର ସ୍ବାମୀ ଗ୍ରହ ଶନିଙ୍କର ସମ୍ବନ୍ଧ ଜ୍ଞାନ ଓ ଶିକ୍ଷା ସହିତ ଅଛି ସେଥିପାଇଁ ଏହି ଗୋଚର ଦ୍ବାରା ରିସର୍ଚ ଓ ଡେଭେଲପମେନ୍ଟକୁ ପ୍ରୋତ୍ସାହନ ମିଳିବ ଓ ବୈଜ୍ଞାନିକଙ୍କୁ ନିଜର ଆବିଷ୍କାର ପାଇଁ ଏକ ଦୃଢ଼ ମୂଳଦୁଆ ପ୍ରତିଷ୍ଠା କରିବାରେ ସାହାଜ୍ୟ ମିଳିବ।
- ଏହି ଗୋଚର ସମୟରେ ଦେଶ ବିଦେଶର ଚିକିତ୍ସା କ୍ଷେତ୍ରରେ ଗବେଷକ, ବୈଜ୍ଞାନିକ, ଇଞ୍ଜିନିୟର, ଡାକ୍ତର ଏବଂ ଛାତ୍ରଛାତ୍ରୀମାନେ ସାହାଯ୍ୟ ପାଇବେ।
ପାଆନ୍ତୁ କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍
ଉପଚାର ଓ ଚିକିତ୍ସା
- ବୁଧଙ୍କର କୁମ୍ଭ ରାଶିରେ ଗୋଚର କେରିବା ସମୟରେ ସ୍ମରଣଶକ୍ତି ଦୃଢ଼ ହୋଇଥାଏ। ତହିଁ ଶନି ଦେବ ଚିକିତ୍ସା ସମ୍ବନ୍ଧିତ ବ୍ୟବସାୟର ସମର୍ଥନ କରିବେ। ଏହି ପ୍ରକାର ଏହି କ୍ଷେତ୍ରରେ କାମ କରୁଥିବା ଲୋକଙ୍କୁ ଲାଭ ହେବ। ଏଥି ମଧ୍ୟରୁ ଟାରୋ ରିଡର, ଡକ୍ଟର, ଚିକିତ୍ସା କର୍ମି ଓ ହିଲର ମଧ୍ୟ ଅନ୍ତର୍ଭୁକ୍ତ।
- ଡକ୍ଟର, ନାର୍ସ ଓ ଅନ୍ୟ ଚିକିତ୍ସା ବୃତ୍ତିଗତ ନିଜର କାମରେ ଉନ୍ନତି ଦେଖିବେ।
- ମେଡିକାଲ କ୍ଷେତ୍ରରେ ନୂଆ ରିସର୍ଚ ଓ ଖାସକରି ଚିକିତ୍ସା ପାଇଁ ଲାଭକାରି ପ୍ରମାଣିତ ହେବ।
- ଏହି ଗୋଚର ପିଏଚଡ଼ି ପରି ଏଡଭାନ୍ସ ଡିଗ୍ରୀ କରୁଥିବା ଛାତ୍ରଙ୍କ ପାଇଁ ଲାଭକାରି ସିଦ୍ଧ ହେବ। ଯେଉଁ ଲୋକ ନିଜର ଯୋଗ୍ୟତାରେ ସୁଧାର ଆଣିବାକୁ ଚାହାନ୍ତି କିମ୍ବା ନିଜର ପଢ଼ା ଜାରି ରଖିବାକୁ ଚାହାନ୍ତି ତାଙ୍କୁ ସଫଳତା ଅବଶ୍ୟ ମିଳିବ।
ବିଜନେସ ଓ କାଉନ୍ସେଲିଂ
- ଏହି ଗୋଚର ସେହି ଲୋକଙ୍କ ପାଇଁ ଲାଭକାରି ସିଦ୍ଧ ହେବ ଯିଏ କୌଣସି ପ୍ରକାର କାଉନ୍ସେଲିଂ କାମ କରୁଛନ୍ତି।
- ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟର ପ୍ରୋଫେସରଙ୍କୁ ଏହି ଗୋଚରରୁ ଲାଭ ହେବ।
- ଯେଉଁ ବ୍ୟବସାୟୀ ଷ୍ଟେସନେରୀ ଜିନିଷ ବିକୁଛନ୍ତି, ତାଙ୍କୁ ମଧ୍ୟ ବୁଧଙ୍କର କୁମ୍ଭ ରାଶିରେ ଗୋଚର ସମୟରେ ଲାଭ ହେବ।
- ବୁଧଙ୍କର ଏହି ଗୋଚର ଶିକ୍ଷକ ଓ ଅଧ୍ୟାପକଙ୍କ ପାଇଁ ବହୁତ ଅଧିକ ଲାଭଦାୟକ ପ୍ରମାଣିତ ହେବ। ଆପଣ ନିଜର ଜ୍ଞାନ ଓ ବିଶେଷଜ୍ଞତାକୁ ବହୁ ଦୂର ଯାଏଁ ବାଣ୍ଟି ପାରିବେ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
କୁମ୍ଭ ରାଶିରେ ବୁଧ ଗୋଚର: ସ୍ଟକ ମାର୍କେଟ ଉପରେ ପ୍ରଭାବ
11 ଫେବ୍ରୁୟାରୀ , 2025 ରେ ବୁଧ ଗ୍ରହ କୁମ୍ଭ ରାଶିରେ ପ୍ରବେଶ କରିବେ ଓ ଏହାର ସ୍ଟକ ମାର୍କେଟ ଉପରେ ପ୍ରଭାବ ପଡ଼ିବ। ଆଗକୁ ଆଷ୍ଟ୍ରୋସେଜ ଦ୍ବାରା କୁହାଯାଇଥିବା ବୁଧଙ୍କର କୁମ୍ଭ ରାଶିରେ ଗୋଚର ସମୟରେ ସ୍ଟକ ମାର୍କେଟ ଉପରେ କ’ଣ ପ୍ରଭାବ ପଡ଼ିବ ତାହା ଜାଣି ପାରିବେ।
- ଶେୟାର ମାର୍କେଟ ରିପୋର୍ଟ୍ ଅନୁସାରେ ମିଡିଆ, ପ୍ରସାରଣ ଓ ଦୂରସଂଚାର ସମ୍ବନ୍ଧିତ ଉଦ୍ଯୋଗ ଭଲ ପ୍ରଦର୍ଶନ କରିବେ।
- ଆଟୋମୋବାଇଲ ଉଦ୍ଯୋଗରେ ଗତି ବଢ଼ିବ ଓ ଏହାର ସ୍ଟକ ମାର୍କେଟ ଉପରେ ସକାରାତ୍ମକ ପ୍ରଭାବ ପଡ଼ିପାରେ।
- ଏହି ସମୟରେ ସଂସ୍ଥାନ, ଆମଦାନୀ ଏବଂ ରପ୍ତାନି, ସମସ୍ତ କ୍ଷେତ୍ର ସମୃଦ୍ଧ ହେବ।
- ଔଷଧ ଏବଂ ସାର୍ବଜନୀନ କ୍ଷେତ୍ର ଉଭୟ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି।
- ପରିବହନ ନିଗମ ଶିଳ୍ପଗୁଡ଼ିକରେ ମଧ୍ୟ ଅଭିବୃଦ୍ଧି ହେବ ବୋଲି ଆଶା କରାଯାଉଛି।
- ଭାରୀ ଗିଅର୍ସ ଏବଂ ଯନ୍ତ୍ରପାତି ଇତ୍ୟାଦିର ଉତ୍ପାଦନ ବୃଦ୍ଧି ପାଇବ।
କୁମ୍ଭ ରାଶିରେ ବୁଧଙ୍କର ଗୋଚର: ଆସନ୍ତା ସ୍ପୋର୍ଟସ ଟୋଉର୍ଣମନେଟ ଉପରେ ପ୍ରଭାବ
11 ଫେବ୍ରୁୟାରୀ, 2025 ରୁ ଆରମ୍ଭ ହେବାକୁ ଥିବା ସ୍ପୋର୍ଟସ ଟୁର୍ନାମ୍ଯାନ୍ଟ ଏହି ପ୍ରକାରର:
| ଟୁର୍ନାମ୍ଯାନ୍ଟ | ତିଥି |
|---|---|
| ଇନଭିକ୍ଟସ୍ ଗେମ୍ସ | 08 ରୁ16 ଫେବ୍ରୁୟାରୀ, 2025 |
| ନର୍ଡିକ ବିଶ୍ୱ ସ୍କି ଚାମ୍ପିଅନସିପ୍ | 26 ଫେବ୍ରୁୟାରୀ ରୁ 09 ମାର୍ଚ୍ଚ 2025 ପର୍ଯ୍ୟନ୍ତ |
| ଆଇସିସି ଚାମ୍ପିଅନ୍ସ ଟ୍ରଫି | 19 ଫେବ୍ରୁୟାରୀ ରୁ 09 ମାର୍ଚ୍ଚ , 2025 ପର୍ଯ୍ୟନ୍ତ |
ଆମେ ମାର୍ଚ୍ଚ ଏବଂ ଫେବୃଆରୀ ମାସରେ ଗ୍ରହମାନଙ୍କର ଗୋଚର ଉପରେ ଆଧାରିତ ଜ୍ୟୋତିଷ ଗଣନା କରିଛୁ ଏବଂ ଜାଣିଛୁ ଯେ ଗ୍ରହମାନଙ୍କର ସ୍ଥିତି ଖେଳାଳିମାନଙ୍କ ପାଇଁ ଅନୁକୂଳ ହେବ ଏବଂ ଏହି ସମୟ ମଧ୍ୟରେ କିଛି ନୂତନ ଖେଳାଳି ଉଭା ହୋଇପାରନ୍ତି। ଏହି ମାସଟି କ୍ରୀଡା ପାଇଁ ବହୁତ ଭଲ ପ୍ରମାଣିତ ହେବ ଏବଂ ଖେଳାଳିମାନେ ସେମାନଙ୍କର ନେତୃତ୍ୱ ଗୁଣ ପ୍ରଦର୍ଶନ କରିବେ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!
ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ
1. କେଉଁ ରାଶିରେ ବୁଧ ଗ୍ରହ ନିଚ୍ଚରେ ଥାଆନ୍ତି?
ମୀନ ରାଶିରେ।
2. କେତେ ଡିଗ୍ରୀରେ ବୁଧ ସବୁଠାରୁ ଉଚ୍ଚ କିମ୍ବା ନିଚ୍ଚ ଥାଆନ୍ତି?
15 ଡିଗ୍ରୀ ରେ।
3. କେଉଁ ଗ୍ରହ ସହିତ ବୁଧଙ୍କର ମିତ୍ରତା ଅଛି?
ଶନି ଓ ଶୁକ୍ରଙ୍କ ସହିତ।
Astrological services for accurate answers and better feature
Astrological remedies to get rid of your problems
AstroSage on MobileAll Mobile Apps
- Horoscope 2026
- राशिफल 2026
- Calendar 2026
- Holidays 2026
- Shubh Muhurat 2026
- Saturn Transit 2026
- Ketu Transit 2026
- Jupiter Transit In Cancer
- Education Horoscope 2026
- Rahu Transit 2026
- ராசி பலன் 2026
- राशि भविष्य 2026
- રાશિફળ 2026
- রাশিফল 2026 (Rashifol 2026)
- ರಾಶಿಭವಿಷ್ಯ 2026
- రాశిఫలాలు 2026
- രാശിഫലം 2026
- Astrology 2026






