ଶନି ମୀନ ରାଶିରେ ବକ୍ରୀ
ଆଷ୍ଟ୍ରୋସେଜ ଆପଣଙ୍କ ପାଇଁ ଆଣି ଆସିଛି ଶନି ମୀନ ରାଶିରେ ବକ୍ରୀ ବିଷୟରେ ଏହି ବିଶେଷ ଲେଖା। ନ୍ୟାୟର ଦେବତା ଶନି ମହାରାଜ 13 ଜୁଲାଇ 2025 ସକାଳ 07:24 ରେ ମୀନ ରାଶିରେ ବକ୍ରୀ ହେବାକୁ ଯାଉଛନ୍ତି। ଶନି ଗ୍ରହଙ୍କୁ ଦୁଃଖର କାରକ କୁହାଯାଏ ଓ ତାଙ୍କର ସିଧା ସମ୍ବନ୍ଧ ଅନ୍ଧକାର ସହିତ ଅଛି। କିନ୍ତୁ ଜୀବନରେ ସ୍ଥାୟିତ୍ଵ ଦେବାର କାମ ମଧ୍ୟ ଶନିଦେବଙ୍କର ଦାୟିତ୍ବ। ଭଲ-ଖରାପ କର୍ମ ଅନୁସାରେ ଫଳ ଦେବାର କାମ ମଧ୍ୟ ଶନିଦେବ କରନ୍ତି। ଶନି ଗ୍ରହଙ୍କୁ କର୍ମଫଳ ଦାତା କୁହାଯାଏ। ଏପରି ସ୍ଥିତିରେ ଶନି ଗ୍ରହଙ୍କର ଉଦୟ, ଅସ୍ତ, ବକ୍ରୀ କିମ୍ବା ମାର୍ଗୀ ହେବାର ଗମ୍ଭୀର ପ୍ରଭାବ ପଡ଼ିଥାଏ। ଶନି ଦେବ 29 ମାର୍ଚ୍ଚ 2025ରେ ନିଜର ରାଶି କୁମ୍ଭ ରାଶି ଛାଡ଼ି ମୀନ ରାଶିକୁ ଯିବେ।
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ମୀନ ରାଶିରେ ଶନିଙ୍କର ଗୋଚର ହେବା ସମୟରେ ଭବିଷ୍ୟ ସହିତ ଜଡ଼ିତ ସମସ୍ଯାର ସମାଧାନ ମିଳିବ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ
ବର୍ତ୍ତମାନ, ଶନି ଦେବ ମୀନ ରାଶିରେ ଅଛନ୍ତି, ଓ ମୀନ ରାଶିରେ ରହି ଶନିଦେବ 13 ଜୁଲାଇ 2025 ରେ ବକ୍ରୀ ହେବାକୁ ଯାଉଛନ୍ତି। ଶନି ଦେବ ମୀନ ରାଶିରେ 13 ଜୁଲାଇ ରୁ ନେଇ 28 ନଭେମ୍ବର 2025 ପର୍ଯ୍ୟନ୍ତ ବକ୍ରୀ ରହିବେ। ଏହି ଲମ୍ବା ସମୟ ପର୍ଯ୍ୟନ୍ତ ଶନିଙ୍କର ବକ୍ରୀ ରହିବା ନା କେବଳ ଦେଶ-ବିଦେଶ ଉପରେ ଗମ୍ଭୀର ପ୍ରଭାବ ପକାଇବ ବରଂ ପ୍ରତ୍ଯେକ ରାଶିକୁ ମଧ୍ୟ ପ୍ରଭାବିତ କରିବ। ଶନିଙ୍କର ବକ୍ରୀ ହେବା ସମସ୍ତ ରାଶି ଉପରେ କିପରି ପ୍ରଭାବ ପକାଇବ, ଆସନ୍ତୁ ଜାଣିବା।
କ’ଣ ହୋଇଥାଏ ଗ୍ରହଙ୍କର ବକ୍ରୀ ହେବା ?
“ବକ୍ରୀ” ଶବ୍ଦ ସଂସ୍କୃତ ଭାଷାର ଶବ୍ଦ ବକ୍ର ରୁ ଆସିଛି ଯାହାର ଅର୍ଥ ହେଉଛି ତେଢା ଅର୍ଥାତ ଯେତେବେଳେ ଗ୍ରହଟି ନିଜ ପଥରେ ଗତି କରୁଥିବା ଦିଗରୁ ଦୂରେଇ ଯିବା ଆରମ୍ଭ କରେ କିମ୍ବା ସେହି ଦିଗ ବିରୁଦ୍ଧରେ ଗତି କରିବା ଆରମ୍ଭ କରେ, ସେତେବେଳେ ଏହାକୁ ଜ୍ୟୋତିଷଶାସ୍ତ୍ରର ଭାଷାରେ ବକ୍ରୀ ଗ୍ରହ କୁହାଯାଏ। କିଛି ଜ୍ୟୋତିଷ ବିଶ୍ୱାସ କରନ୍ତି ଯେ ଗ୍ରହଗୁଡ଼ିକ ପଛକୁ ଗଲେ ଅଧିକ ପ୍ରଭାବଶାଳୀ ହୋଇଯାଆନ୍ତି। କିନ୍ତୁ, ଜ୍ୟୋତିଷମାନଙ୍କର ଏକ ବଡ଼ ଗୋଷ୍ଠୀ ବିଶ୍ୱାସ କରନ୍ତି ଯେ ଯେତେବେଳେ ଗ୍ରହଗୁଡ଼ିକ ପଛକୁ ଯାଆନ୍ତି, ସେମାନେ ଦୁର୍ବଳ ଫଳାଫଳ ଦେବା ଆରମ୍ଭ କରନ୍ତି।
ଠିକ ଏହି ପ୍ରକାର ଯଦି କୌଣସି ଗ୍ରହ ଆପଣଙ୍କୁ ଖରାପ ପରିଣାମ ଦେଉଛି ଓ ତାହା ଗୋଚରରେ ରହିବକ୍ରି ହେଉଛି ତେବେ ଯେପର୍ଯ୍ୟନ୍ତ ସେ ବକ୍ରୀ ଅବସ୍ଥାରେ ଅଛି ସେପର୍ଯ୍ୟନ୍ତ ତାହା ଠାରୁ ମିଳିବାକୁ ଥିବା ପରିଣାମ ଅନୁକୂଳ ହୋଇପାରେ କିମ ପ୍ରତିକୂଳ ପରିଣାମରେ ହ୍ରାସ ଘଟିପାରେ। କୌଣସି ଗ୍ରହର ବକ୍ରୀ ହେବା କିଛି ଲୋକଙ୍କ ପାଇଁ ଭଲ ହୋଇଥାଏ ଓ କିଛି ଲୋକଙ୍କ ପାଇଁ ଖରାୟ। ଯଦି ଆମେ ଶନି ଗ୍ରହଙ୍କର ବକ୍ରୀ ହେବା ବିଷୟରେ କହିବା ତେବେ ଶନି ଗ୍ରହ ବକ୍ରୀ ହେବା ଯୋଗୁଁ କିଛି ରାଶିର ଲୋକଙ୍କୁ ଦୁର୍ବଳ ପରିଣାମ ମିଳିପାରେ। ଆସନ୍ତୁ ଏବେ ଜାଣିବା ଯେ ଶନି ଦେବ ବକ୍ରୀ ହୋଇ ଭାରତକୁ କିପରି ପରିଣାମ ଦେବେ।
हिंदी में पढ़ने के लिए यहां क्लिक करें: शनि मीन राशि में वक्री
ମୀନ ରାଶିରେ ଶନିଙ୍କର ବକ୍ରୀ ହେବାର ଭାରତବର୍ଷ ଉପରେ ପ୍ରଭାବ
ସ୍ବତନ୍ତ୍ର ଭାରତର କୁଣ୍ଡଳୀରେ ଶନି ଭାଗ୍ଯ ତଥା କର୍ମ ଘରର ସ୍ବାମୀ ଓ ଶନି ଲାଭ ଘରେ ବକ୍ରୀ ହେବାକୁ ଯାଉଛନ୍ତି। ଲାଭ ଘରେ ଶନିଙ୍କର ଗୋଚରକୁ ବହୁତ ଭଲ କୁହାଯିବ କିନ୍ତୁ ବକ୍ରୀ ହେବା ଯୋଗୁଁ ଶୁଭ ଫଳରେ ହ୍ରାସ ଦେଖିବାକୁ ମିଳିପାରେ। ବିଶେଷକରି, ଶାସକ ଦଳର କାର୍ଯ୍ୟଶୈଳୀରେ କିଛି ତ୍ରୁଟି ରହିପାରେ ଏବଂ ଫଳସ୍ୱରୂପ, ବିରୋଧୀ ଦଳ ସହିତ ଜଡ଼ିତ ଲୋକମାନେ ସରକାରରେ ଜଡ଼ିତ ଲୋକଙ୍କୁ ଘେରାଉ କରିବାକୁ ଚେଷ୍ଟା କରିପାରନ୍ତି। ଅନେକ ସମୟରେ ସରକାର କିମ୍ବା ମନ୍ତ୍ରୀ କିମ୍ବା ସରକାରଙ୍କ ସହିତ ଜଡ଼ିତ ଅନ୍ୟ ଲୋକ, ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେଇ ପାରିବେ ନାହିଁ। ଶାସକ ଦଳର ଲୋକଙ୍କ ଦୋଷ ଦୁର୍ବଳତା ମଧ୍ୟ ପ୍ରକାଶ ପାଇପାରେ। ସେମାନଙ୍କୁ ସେମାନଙ୍କର ପ୍ରତିଶ୍ରୁତି ପୂରଣ କରିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ ଏବଂ ଫଳସ୍ୱରୂପ, ସେମାନଙ୍କୁ କେବଳ ବିରୋଧୀ ଦଳ ନୁହେଁ ବରଂ ଜନସାଧାରଣଙ୍କ କ୍ରୋଧର ସମ୍ମୁଖୀନ ହେବାକୁ ପଡ଼ିପାରେ।
ଶନି ମୀନ ରାଶିରେ ବକ୍ରୀ ହେବା ସମଯରେ ଯୁବକମାନେ ସେମାନଙ୍କର ବେକାରୀ ସମସ୍ୟା ନେଇ ସରକାର ଏବଂ ପ୍ରଶାସନ ବିରୁଦ୍ଧରେ ପ୍ରତିବାଦ କରିପାରନ୍ତି। ଧାର୍ମିକ ସ୍ଥଳରେ କିଛି ସମସ୍ଯା ଆସିପାରେ। ଯିବାଆସିବାରେ ଦୁର୍ଘଟଣା ମଧ୍ୟ ଅଧିକ ହୋଇପାରେ। ଶନି ଲାଭ ଘରେ ବକ୍ରୀ ହେଉଛନ୍ତି। କୌଣସି ବଡ଼ ନକରାତ୍ମକତା ଆସିବ ନାହିଁ। ବିରୋଧୀ ଦଳ କୌଣସି ବଡ଼ ପ୍ରସଙ୍ଗରେ ସରକାରଙ୍କୁ ଘେରିବାରେ ସଫଳ ହେବେ ନାହିଁ କିମ୍ବା କୌଣସି ବଡ଼ ଘଟଣା ଘଟିବ ନାହିଁ। ଆସନ୍ତୁ ଏବେ ଦେଖିବା ଯେ ଶନିଙ୍କ ବକ୍ରୀ ସମସ୍ତ ରାଶି ଉପରେ କିପରି ପ୍ରଭାବ ପକାଇବ।
To Read in English Click Here: Saturn Retrograde in Pisces
ଏହି ରାଶିଫଳ ଆପଣଙ୍କର ଚନ୍ଦ୍ର ରାଶି ଉପରେ ଆଧାରିତ। ନିଜର ବ୍ୟକ୍ତିଗତ ଚନ୍ଦ୍ର ରାଶି ଜାଣିବା ପାଇଁ ଚନ୍ଦ୍ର ରାଶି କ୍ଯାଲକୁଲେଟର ବ୍ୟବହାର କରନ୍ତୁ।
ମୀନ ରାଶିରେ ଶନି ବକ୍ରୀ: ରାଶି ଅନୁସାରେ ପ୍ରଭାବ ଓ ଉପାୟ
ମେଷ ରାଶି
ମେଷ ରାଶିର ଲୋକଙ୍କ ପାଇଁ ଶନି ଗ୍ରହ ଆପଣଙ୍କର କୁଣ୍ଡଳୀରେ କର୍ମ ସ୍ଥାନ ଓ ଲାଭ ସ୍ଥାନର ସ୍ବାମୀ ଅଟନ୍ତି। ବର୍ତ୍ତମାନ ସେ ଆପଣଙ୍କର ଦ୍ଵାଦଶ ଘରେ ବକ୍ରୀ ହେବାକୁ ଯାଉଛନ୍ତି। ଯଦି ଆପଣ ଏହି ରାଶିଫଳ ଚନ୍ଦ୍ର କୁଣ୍ଡଳୀ ଅନୁସାରେ ଦେଖୁଛନ୍ତି ତେବେ ଦ୍ଵାଦଶ ଘରେ ଶନିଙ୍କର ଗୋଚର ସାଢ଼େସାତୀର ନିର୍ମାଣ କରୁଛି ଯାହାର ପରିଣାମ ନକରାତ୍ମକ କୁହାଯାଏ। ଏପରି ସ୍ଥିତିରେ ବକ୍ରୀ ହେବା କାରଣରୁ ଶନି ନକରାତ୍ମକ ପରିଣାମ ଦେବେ। ଯଦି ପାନ 29 ମାର୍ଚ୍ଚ ପରେ କିଛି ସମସ୍ଯା ଅନୁଭବ କରୁଛନ୍ତି ତେବେ ସେଥିରେ ହ୍ରାସ ଘଟିପାରେ କାରଣ ଦ୍ଵାଦଶ ଘରେ ବସି ଶନି ଧନ ଖର୍ଚ୍ଚ କରାଇବେ। ବିଦେଶ ସମ୍ବନ୍ଧିତ ମାମଲାରେ ମଧ୍ୟ କିଛି ଅନୁକୂଳ ପରିଣାମ ମିଳିବ କିନ୍ତୁ ପରିଜନଙ୍କ ସହିତ ରହିବାର ସମ୍ଭାବନା କମ ହେବ। ଆପଣ ପର୍ଯ୍ୟାପ୍ତ ମାତ୍ରାରେ ସ୍ଓଈ ପାରିବେ ନାହିଁ। ମୀନ ରାଶିରେ ଶନି ବକ୍ରୀ ହେବା ଦ୍ବାରା ନକରାତ୍ମକତାରେ କକିହୟ ହ୍ରାସ ଘଟିପାରେ। ଆପଣ ଆରାମ ଅନୁଭବ କରିବେ।
ଉପାୟ: ପ୍ରତ୍ଯେକ ଶନିବାର ସୁନ୍ଦରକାଣ୍ଡ ପାଠ କରନ୍ତୁ।
ବୃଷ ରାଶି
ବୃଷ ରାଶିର ଲୋକଙ୍କ ପାଇଁ ଶନି ଗ୍ରହ ଆପଣଙ୍କର ଭାଗ୍ଯ ଘର ଓ କର୍ମ ଘରର ସ୍ବାମୀ ଯିଏ ଏବେ ଆପଣଙ୍କର ଲାଭ ଘରେ ବକ୍ରୀ କରିବେ। ଲାଭ ଘରେ ଶନିଙ୍କର ଗୋଚରକୁ ଭଲ କୁହାଯାଏ। ଏପରି ସ୍ଥିତିରେ ମୀନ ରାଶିରେ ଶନି ବକ୍ରୀ ହୋଇ ସକାରାତ୍ମକ ପରିଣାମରେ ହ୍ରାସ କରି ପାରନ୍ତି। ଶନି ଲାଭ ଘରେ ଯିବାରୁ ଯାହା ଭଲ ପରିଣାମ ଆପଣଙ୍କୁ ମିଳୁଥିଲା ତାହା ଏବେ ହ୍ରାସ ପାଇବ। ଏହି ସମୟରେ ଭଲ ପରିଣାମ ମିଳୁଥିଲା, କିନ୍ତୁ ଆଗ ଅପେକ୍ଷା ସେଥିରେ ଟିକେ ହ୍ରାସ ଘଟିପାରେ କାରଣ ଲାଭ ଘରେ ଶନିଙ୍କର ଗୋଚରକୁ ବିଭିନ୍ନ ମାଧ୍ୟମରେ ଲାଭକାରୀ କୁହାଯାଇଛି। ଯଦି ସ୍ବାସ୍ଥ୍ୟ ପୂର୍ବରୁ ଖରାପ ଅଛି ତେବେ ଶନିଙ୍କର ଲାଭ ଘରକୁ ଯିବାରୁ ସ୍ବାସ୍ଥ୍ୟ ଠିକ ହେବ। କାମରେ ଅଳ୍ପ ବିଳମ୍ବ କିମ୍ବା କିଛି ସମସ୍ଯା ଦେଖିଆବକୁ ମିଳିପାରେ, କିନ୍ତୁ କାମ ସମ୍ପୂର୍ଣ ହେବାର ସମ୍ଭାବନା ରହିବ।
ଉପାୟ: ଶିବ ମଦିରରେ କଳା ସୋରିଷରେ ତିଆରି ଲଡ଼ୁ ଅର୍ପଣ କରନ୍ତୁ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ମିଥୁନ ରାଶି
ମିଥୁନ ରାଶିର ଲୋକଙ୍କ ପାଇଁ ଶନି ଗ୍ରହ ଆପଣଙ୍କର କୁଣ୍ଡଳୀରେ ଅଷ୍ଟମ ଘରର ସ୍ବାମୀ ହେବା ସହିତ ଭାଗ୍ୟ ଘରର ସ୍ବାମୀ ମଧ୍ୟ। ଏବେ ସେ ଦଶମ ଘରେ ବକ୍ରୀ ହେବାକୁ ଯାଉଛନ୍ତି। ଦଶମ ଘରେ ଶନିଙ୍କର ଗୋଚରକୁ ଭଲ କୁହାଯିବ ନାହିଁ। ମୀନ ରାଶିରେ ଶନି ବକ୍ରୀ ହେବା ଯୋଗୁଁ କୌଣସି ବଡ଼ କ୍ଷତି ହେବ ନାହିଁ, କିନ୍ତୁ ତାଙ୍କର ଏହି ଅବସ୍ଥା ଆପଣଙ୍କୁ କୌଣସି ଲାଭ ମଧ୍ୟ ଦେବ ନାହିଁ। ଶନିଙ୍କର ବକ୍ରୀ ହେବା ଆପଣଙ୍କୁ ମିଶ୍ରିତ ପରିଣାମ ଦେଇପାରେ। କେବେ କେବେ ପରିଣାମ ଧୀର ଗତିରେ ମିଳିବା ଯୋଗୁଁ ହତାଶ ଅନୁଭବ ହୋଇପାରେ। ଆପଣଙ୍କର ମାର୍ଗରେ ଆସିବାକୁ ଥିବା ସମସ୍ଯା ହ୍ରାସ ହେବ କିନ୍ତୁ କୌଣଶୁ ପ୍ରକାରରେ କିଛି ବିଳମ୍ବ ହେବ। ସାବଧାନ ହୋଇ କାମ କରିଲେ ବିଳମ୍ବ ହେଲେ ମଧ୍ୟ ସଫଳତା ମିଳିବ। ସାମାଜିକ ମାମଲାରେ ସତର୍କ ରୁହନ୍ତୁ, ତାହାଲେ ଯାଇ ଆପଣ ଅପମାନ ହେବା ସ୍ଥିତିରୁ ବଞ୍ଚି ପାରିବେ। ଶନି ମୀନ ରାଶିରେ ବକ୍ରୀ ହେବା ସମୟରେ ସରକାରୀ ଲୋକଙ୍କ ସହିତ ସମ୍ବନ୍ଧକୁ ମେନଟେନ କରିବାରେ କୌଣସି ସମସ୍ଯା ସାମ୍ନା କରିବେ ନାହିଁ।
ଉପାୟ: ସନ୍ଧ୍ୟା ବେଳେ ଓସ୍ତ ଗଛ ତଳେ ସୋରିଷ ତେଲରେ ଦୀପ ଜାଳନ୍ତୁ।
କର୍କଟ ରାଶି
କର୍କଟ ରାଶିର ଲୋକଙ୍କ ପାଇଁ କୁଣ୍ଡଳୀରେ ଶନି ସପ୍ତମ ଘର ଓ ଅଷ୍ଟମ ଘରର ସ୍ବାମୀ ଯିଏ ଏବେ ଭାଗ୍ଯ ଘରେ ବକ୍ରୀ ହେବାକୁ ଯାଉଛନ୍ତି। ନବମ ଘରେ ଶନିଙ୍କର ଗୋଚରକୁ ସାମାନ୍ଯ ଭାବରେ ଭଲ କୁହାଯିବ ନାହିଁ। ମୀନ ରାଶିରେ ଶନି ବକ୍ରୀ ହେବା ଯୋଗୁଁ ଆପଣଙ୍କ ଉପରେ କୌଣସି ବିଶେଷ ପ୍ରଭାବ ପଡ଼ିବ ନାହିଁ ଓ ଯେପରି ପରିଣାମ ମିଳୁଥିଲା ସେହିପରି ପରିଣାମ ମିଳିବ। କୌଣସି ଗ୍ରହର ଭାଗ୍ଯ ଘରେ ବକ୍ରୀ ହେବା ସକାରାତ୍ମକ ମଧ୍ୟ କୁହାଯିବ ନାହିଁ। ଆପଣ ଶନି ଗ୍ରହଙ୍କ ବକ୍ରୀ ହେବାରୁ ମିଶ୍ରିତ ପରିଣାମ ଆଶା କରି ପାରନ୍ତି। ଧାର୍ମିକ କାର୍ଯ୍ୟରେ କିଛି ସମସ୍ଯା ପଡ଼େ ଭାଗ ନେବାର ସୁଯୋଗ ମିଳିବ। ଭାବି ଚିନ୍ତି କାମ କରିଲେ ଶତ୍ରୁଙ୍କ ସହିତ ସଂଘର୍ଷରେ ହ୍ରାସ ଆସିପାରେ।
ଉପାୟ: ନିୟମିତ ଭାବରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜୟ କରନ୍ତୁ।
ସିଂହ ରାଶି
ସିଂହ ରାଶିର ଲୋକଙ୍କ ପାଇଁ ଶନି ଗ୍ରହ ଆପଣଙ୍କର ଷଷ୍ଠ ତଥା ସପ୍ତମ ଘରର ସ୍ବାମୀ। ଏବେ ସେ ଆପଣଙ୍କର ଅଷ୍ଟମ ଘରେ ବକ୍ରୀ ହେବାକୁ ଯାଉଛନ୍ତି। ଚନ୍ଦ୍ର କୁଣ୍ଡଳୀ ଅନୁସାରେ ଅଷ୍ଟମ ଘରେ ଶନିଙ୍କର ଗୋଚରକୁ ଶନି ଢୈୟା କୁହାଯାଏ ଯାହା ଅନୁକୂଳ ପରିଣାମ ଦିଏ ନାହିଁ। ବକ୍ରୀ ଗ୍ରହଙ୍କର ଅଷ୍ଟମ ଘରେ ଗୋଚର ଭଲ ନୁହେଁ। ଯଦି ପୂର୍ବରୁ ପେଟ ସମ୍ବନ୍ଧିତ କିଛି ସମସ୍ଯା ଥିଲା, ବିଶେଷ କରି ହଜମ ଜଡ଼ିତ ସମସ୍ଯା ତେବେ ଏହି ସମୟରେ ଔଷଧ ଖାଇବାରେ ଅବହେଳା କରନ୍ତୁ ନାହିଁ। କଥାରେ ମଧୁରତା ରଖନ୍ତୁ ଓ କୌଣସି ମାମଲାରେ ରିସ୍କ ନିଅନ୍ତୁ ନାହିଁ। ବିଶେଷକରି ଆର୍ଥିକ ଓ ପାରିବାରିକ ମାମଲାରେ। ଏପରି କରିବା ଦ୍ବାରା ପରିଣାମ କିଛି ମାତ୍ରାରେ ଆପଣଙ୍କ ସପକ୍ଷରେ ରହିବ। ମୀନ ରାଶିରେ ଶନି ବକ୍ରୀ ସମୟରେ କ୍ଷତିରେ ହ୍ରାସ ଦେଖିବାକୁ ମିଳିବ କିନ୍ତୁ ତୁଳନାତ୍ମକ ଭାବରେ ପରିଶ୍ରମ ଅଧିକ କରିବାକୁ ପଡ଼ିବ।
ଉପାୟ: କଳା ହରଡ଼ର ପକୋଡ଼ି ତିଆର କରି ଗରିବ ଲୋକଙ୍କ ମଧ୍ଯରେ ବାଣ୍ଟନ୍ତୁ।
କନ୍ୟା ରାଶି
କନ୍ୟା ରାଶିର ଲୋକଙ୍କ ପାଇଁ ଆପଣଙ୍କ କୁଣ୍ଡଳୀରେ ଶନି ଗ୍ରହ ପଞ୍ଚମ ତଥା ଷଷ୍ଠ ଘରର ସ୍ବାମୀ ଯିଏ ଏବେ ସପ୍ତମ ଘରେ ବକ୍ରୀ ହେବାକୁ ଯୌବହାନ୍ତି। ସପ୍ତମ ଘରେ ଶନିଙ୍କର ଗୋଚରକୁ ସାମାନ୍ଯ ଭାବରେ ଅନୁକୂଳ କୁହାଯିବ। ବକ୍ରୀ ହେବା ଦ୍ବାରା ଆପଣଙ୍କ କୌଣସି ବଡ଼ ପ୍ରଭାବ ପଡ଼ିବ ନାହିଁ। କିନ୍ତୁ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ସପ୍ତମ ଘରେ ଗ୍ରହର ବକ୍ରୀ ଭଲ ନୁହେଁ। ସପ୍ତମ ଘରେ ଶନିଙ୍କର ବକ୍ରୀ ରୋଜଗାରରେ ସମସ୍ଯା ସୃଷ୍ଟି କରିପାରେ। ଶନିଙ୍କର ବକ୍ରୀ ସମୟରେ ସମସ୍ଯା ବଢ଼ିପାରେ, କିନ୍ତୁ ଜୀବନସାଥୀ କଷ୍ଟ ଦେବା ପରିପାଇଁ କିମ୍ବା ବିଗିଡ଼ି ଯାଇଥିବା କଥା ଅଣଦେଖା କରିବା ଦ୍ବାରା ସମ୍ପର୍କରେ ବିବାଦର ସ୍ଥିତି ଉପୂଜିପାରେ। ଖାଇବା ପିଇବା ଉପରେ ସଂଯମତା ରଖିବା ଦ୍ବାରା ରୋଗକୁ ବଞ୍ଚିପାରିବେ।
ଉପାୟ: ଆପଣଙ୍କ କ୍ଷମତା ଅନୁସାରେ ଶ୍ରମିକମାନଙ୍କୁ ଖାଦ୍ୟ ଯୋଗାଇବା ଶୁଭ ହେବ।
ଆପଣଙ୍କର ଜାତଜରେ ମଧ୍ୟ ଅଛି ରାହ ଯୋଗ? ପାଆନ୍ତୁ ନିଜର ରାଜଯୋଗ ରିପୋର୍ଟ୍
ତୁଳା ରାଶି
ତୁଳା ରାଶିର ଲୋକଙ୍କ ପାଇଁ ଶନି ଆପଣଙ୍କର ଚତୁର୍ଥ ତଥା ପଞ୍ଚମ ଘରର ସ୍ବାମୀ ଯିଏ ଏବେ ଆପଣଙ୍କର ଷଷ୍ଠ ଘରେ ବକ୍ରୀ କରିବାକୁ ଯାଉଛନ୍ତି। ଷଷ୍ଠ ଘରେ ଶନି ଗ୍ରହଙ୍କର ଗୋଚର ସାମାନ୍ଯ ଭାବରେ ଅନୁକୂଳ ପରିଣାମ ଦେବ। ବକ୍ରୀ ହେବା ଯୋଗୁଁ ଶନିଙ୍କର ଅନୁକୂଳତାରେ କିଛି ହ୍ରାସ ଘଟିପାରେ। ଶନି ମୀନ ରାଶିରେ ବକ୍ରୀ ହେବା ଦ୍ବାରା ଶୁଭ ଫଳ ମିଳିବ ଜାରି ରହିବ କିନ୍ତୁ ତୁଳନାତ୍ମକ ରୂପରେ ହ୍ରାସ ହୋଇପାରେ। ସଫଳତା ପ୍ରାପ୍ତ କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ, କିନ୍ତୁ ସଫଳତା ମିଳିବାର ସମ୍ଭାବନା ରହିବ। ପ୍ରତିସ୍ପର୍ଦ୍ଧା କିମ୍ବା ଶତ୍ରୁ ହଇରାଣ କରିବାକୁ ଚେସ୍ଟ କରିବେ, କିନ୍ତୁ ଆପଣ ପରିସ୍ଥିତି ଉପରେ ନିୟନ୍ତ୍ରଣ ପ୍ରାପ୍ତ କରି ସ୍ବୟଂକୁ ଶ୍ରେଷ୍ଠ କରି ପାରିବେ। ଧନ କିମ୍ବା ସମ୍ପତି ପ୍ରାପ୍ତ ହେବ। ଏହା ପ୍ରାପ୍ତ ହେବାରେ କିଛି ବିଳମ୍ବ ଦେଖିବାକୁ ମିଳିପାରେ।
ଉପାୟ: ଶିବଲିଂ ଉପରେ କଳା ଓ ଧଳା ସୋରିଷ ଚଢ଼ାଇବା ଶୁଭ ହେବ।
ବିଛା ରାଶି
ବିଛା ରାଶିର ଲୋକଙ୍କ ପାଇଁ ଶନି ଗ୍ରହ ଆପଣଙ୍କର କୁଣ୍ଡଳୀରେ ତୃତୀୟ ତଥା ଚତୁର୍ଥ ଘରର ସ୍ବାମୀ। ଏବେ ସେ ପଞ୍ଚମ ଘରେ ବକ୍ରୀ କରିବାକୁ ଯାଉଛନ୍ତି। ପଞ୍ଚମ ଘରେ ଶନିଙ୍କର ଗୋଚରକୁ ସାମାନ୍ଯ ଭାବରେ ଅନୁକୂଳ କୁହାଯିବ। କିଛି ମାମଲାରେ ବହୁତ ସମସ୍ଯା ଆସିପାରେ କାରଣ ଏହି ସମୟରେ ଆପଣଙ୍କର ଚିନ୍ତା କରିବାର କ୍ଷମତା କିଛି ମାତ୍ରାରେ ହ୍ରାସ ପାଇବ। ଆପଣଙ୍କ ପାଇଁ ଭଲ ହେବ ମୀନ ରାଶିରେ ଶନି ବକ୍ରୀ ସମୟରେ ଯୋଜନା କରିବା ବେଳେ ଆପଣ ସାବଧାନ ରୁହନ୍ତୁ। ଏହି ସମୟରେ କୌଣସି ନୂଆ ଯୋଜନା କରନ୍ତୁ ନାହିଁ। ସନ୍ତାନ ସହିତ ସମ୍ବନ୍ଧିତ ମାମଲାରେ ଅପେକ୍ଷାକୃତ ଅଧିକ ସାବଧାନ ରହିବା ଆବଶ୍ୟକ। ଖାଇବା ପିଇବାରେ ସଂଯମତା ରଖନ୍ତୁ।
ଉପାୟ: ନିୟମିତ ଭାବରେ ହନୁମାନ ଚାଳିସା ପାଠ କରନ୍ତୁ।
କୁଣ୍ଡଳୀରେ ଥିବା ରାଜ ଯୋଗ ର ସମସ୍ତ ସୂଚନା ପାଆନ୍ତୁ
ଧନୁ ରାଶି
ଧନୁ ରାଶିର ଲୋକଙ୍କ ପାଇଁ ଆପଣଙ୍କ କୁଣ୍ଡଳୀରେ ଶନି ଗ୍ରହ ଦ୍ଵିତୀୟ ତଥା ତୃତୀୟ ଘରର ସ୍ବାମୀ ଯିଏ ଏବେ ଚତୁର୍ଥ ଘରେ ବକ୍ରୀ ହେବାକୁ ଯାଉଛନ୍ତି। ଚନ୍ଦ୍ର କୁଣ୍ଡଳୀ ଅନୁସାରେ ଚତୁର୍ଥ ଘରେ ଶନିଙ୍କର ଗୋଚରକୁ ଶନି ଢୈୟା କୁହାଯାଏ ଯାହା ସାମାନ୍ଯ ଭାବରେ ଭଲ ପରିଣାମ ଦିଏ ନାହିଁ। ମୀନ ରାଶିରେ ଶନି ବକ୍ରୀ ହେବା ଯୋଗୁଁ ଯଦି ଆପଣଙ୍କର ଏପର୍ଯ୍ୟନ୍ତ ସ୍ଥାନ ହାନି ହୋଇ ନାହିଁ ତେବେ ବର୍ତ୍ତମାନ ତାହା ପରିବର୍ତ୍ତନ ହୋଇପାରେ। କିନ୍ତୁ ଆପଣ ଯେଉଁଠି ରହୁଛନ୍ତି ସେଠାରେ ଶାନ୍ତିର ଅନୁଭବ ହେବ। ପାଖାପାଖି ଲୋକ କୌଣସି କଥା କୁ ନେଇ ରାଗି ଯାଇ ପାରନ୍ତି। ଏହି ସମୟରେ ଯାନ ଚଳାଇବା ସମୟରେ ଆପଣଙ୍କୁ ସାବଧାନ ରହିବାକୁ ହେବ।
ଉପାୟ: ଦଶରଥ କୃତ ଶନି ସ୍ତ୍ରୋତ୍ର ପାଠ କରନ୍ତୁ।
ମକର ରାଶି
ମକର ରାଶିର ଲୋକଙ୍କ ପାଇଁ ଶନି ଗ୍ରହ ଆପଣଙ୍କର ଲଗ୍ନ କିମ୍ବା ରାଶିର ସ୍ବାମୀ ହେବା ସହିତ ଦ୍ବିତୀୟ ଘରର ସ୍ବାମୀ ମଧ୍ୟ ଯିଏ ଏବେ ଆପଣଙ୍କର ତୃତୀୟ ଘରେ ବକ୍ରୀ ହେଉଛନ୍ତି। ତୃତୀୟ ଘରେ ଶନିଙ୍କର ଗୋଚରକୁ ସାମାନ୍ଯ ଭାବରେ ଅନୁକୂଳ କୁହାଯିବ। ବକ୍ରୀ ଯୋଗୁଁ ଶନି ଅଳ୍ପ ଅନୁକୂଳତା ଦେବେ। ତୃତୀୟ ଘରେ ଶନି ଆରୋଗ୍ଯ ଦିଅନ୍ତି, କିନ୍ତୁ ଲଗ୍ନ କିମ୍ବା ରାଶିର ସ୍ବାମୀର ବକ୍ରୀ ହେବା ସ୍ବାସ୍ଥ୍ୟକୁ ଟିକେ ଦୁର୍ବଳ କରିପାରେ। ଶନି ମୀନ ରାଶିରେ ବକ୍ରୀ ସମୟରେ ସ୍ବାସ୍ଥ୍ୟ ପ୍ରତି ସଚେତନ ରହିବା ଆବଶ୍ୟକ। ଯାତ୍ରା ସମୟରେ ଅଧିକ ସାବଧାନ ରୁହନ୍ତୁ। ଭଲ ଖବର ମିଳିବାର ସମ୍ଭାବନା ଅଛି। କିନ୍ତୁ ଖବର ମିଳିବାରେ କିଛି ବିଳମ୍ବ ହୋଇପାରେ। କେବେ କେବେ ଭାଇ-ବନ୍ଧୁ ଓ ପଡ଼ୋଶୀଙ୍କ ସହିତ ବିଚାରରେ ଅନ୍ତର ଦେଖାଦେଇ ପାରେ।
ଉପାୟ: ଶନିବାର ଦିନ ସୁନ୍ଦରକାଣ୍ଡ ପାଠ କରିବା ହୀତକାରୀ ହେବ।
କୁମ୍ଭ ରାଶି
କୁମ୍ଭ ରାଶିର ଲୋକଙ୍କ ପାଇଁ ଶନି ଗ୍ରହ ଆପଣଙ୍କର ଲଗ୍ନ କିମ୍ବା ରାଶିର ସ୍ବାମୀ ଗ୍ରହ ହେବା ସହିତ ଆପଣଙ୍କର ଦ୍ଵାଦଶ ଘରର ମଧ୍ୟ ସ୍ବାମୀ। ଏବେ ସେ ଆପଣଙ୍କର ଦ୍ଵିତୀୟ ଘରେ ବକ୍ରୀ କରିବାକୁ ଯାଉଛନ୍ତି। ଦ୍ଵିତୀୟ ଘରେ ଶନି ଗ୍ରହଙ୍କର ଗୋଚରକୁ ଭଲ ବୋଲି କୁହାଯିବ। ଚନ୍ଦ୍ର କୁଣ୍ଡଳୀ ଅନୁସାରେ ଏହା ଶନି ସାଢ଼େ ସାତୀର ଅନ୍ତିମ ପର୍ଯ୍ୟାୟ। ଶନିଙ୍କ ଠାରୁ ସକାରାତ୍ମକ ଆଶା ରଖିବା ଉଚିତ ହେବ ନାହିଁ କିନ୍ତୁ ଡରିବା ଉଚିତ ମଧ୍ୟ ନୁହେଁ କାରଣ ପରିଣାମ ଆପଣଙ୍କର ଦଶା ଅନୁସାରେ ମିଳିବ। ଦ୍ଵିତୀୟ ଘରେ ଶନି ରହିବା ଘର-ପରିବାରରେ ଅଶାନ୍ତି ସୃଷ୍ଟି କରିବେ। ଅଶାନ୍ତି ପ୍ରତ୍ୟେକ୍ଷ ଭାବରେ ଦେଖା ନ ଗଲେ ମଧ୍ୟ ଆନ୍ତରିକ ଅଶାନ୍ତି ରହିବ। ଆର୍ଥିକ ମାମଲାରେ ମନ୍ଦାବସ୍ଥା ଯୋଗୁଁ କିଛି ସମସ୍ଯା ସୃଷ୍ଟି ହୋଇପାରେ। ପ୍ରତ୍ଯେକ୍ଷ ଭାବରେ କୌଣସି ଖର୍ଚ୍ଚ ନ ହୋଇପାରେ କିନ୍ତୁ ଧୀରେ ଧୀରେ ହେବ। ଏହି ସମୟରେ ଆପଣଙ୍କୁ ମୁଖ ସମ୍ବନ୍ଧିତ କୌଣସି ସମସ୍ଯା ହୋଇପାରେ ସେଥିପାଇଁ ସତର୍କ ରହି ଖାଇବା ପିଇବା କରନ୍ତୁ।
ଉପାୟ: ଗଜେନ୍ଦ୍ର ମୋକ୍ଷ ସ୍ତୋତ୍ର ପାଠ କରନ୍ତୁ।
ମୀନ ରାଶି
ମୀନ ରାଶିର ଲୋକଙ୍କ ପାଇଁ ଶନି ଗ୍ରହ ଆପଣଙ୍କର ଲାଭ ଘରର ସ୍ବାମୀ ହେବା ସହିତ ଏବେ ଆପଣଙ୍କର ପ୍ରଥମ ଘରେ ବକ୍ରୀ ହେବାକୁ ଯାଉଛନ୍ତି। ଚନ୍ଦ୍ର କୁଣ୍ଡଳୀ ଅନୁସାରେ, ପ୍ରଥମ ଘରେ ଶନିଙ୍କର ଗୋଚର ସାଢ଼େସାତୀର ଦ୍ଵିତୀୟ ପର୍ଯ୍ୟାୟ କୁହାଯାଏ, ଯାହା ସାମାନ୍ଯ ଭାବରେ ଭଲ କୁହାଯିବ ନାହିଁ। ଗୋଚର ଶାସ୍ତ୍ର ଅନୁସାରେ ବକ୍ରୀ କିନ୍ତୁ ପରିଣାମରେ ଅଳ୍ପ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ପ୍ରଥମ ଘରେ ଶନିଙ୍କର ବକ୍ରୀ ହେବା ଦ୍ବାରା ଆପଣଙ୍କ ପାଇଁ ବିଚାରକୁ ସ୍ବଚ୍ଛ ରଖିବା ବହୁତ ଆବଶ୍ୟକ ହେବ। ଭଲ ହେବ ଅଯଥା କଥାରେ ନ ପଡ଼ନ୍ତୁ। ଉଚିତ ଖାଇବା-ପିଇବା କରନ୍ତୁ। ସ୍ବାସ୍ଥ୍ୟକୁ ନେଇ କୌଣସି prଆକାରର ଶିରକ ନିଅନ୍ତୁ ନାହିଁ। ଶାରୀରିକ ଓ ମାନସିକ ରୂପରେ ସୁସ୍ଥ ଓ ପ୍ରସନ୍ନ ରହିବା ପାଇଁ ଚେଷ୍ଟା କରନ୍ତୁ। ଅଳସୁଆ ହୁଅନ୍ତୁ ନାହିଁ। ଅଧିକ ତତ୍ପରତା ଦେଖନ୍ତୁ ନାହିଁ। ଆର୍ଥିକ ଓ ପାରିବାରିକ ମାମଲାରେ କୌଣସି ପ୍ରକାର ରିସ୍କ ନିଅନ୍ତୁ ନାହିଁ।
ଉପାୟ: ନିୟମିତ ଭାବରେ ହନୁମତ ସାଠିକା ପାଠ କରନ୍ତୁ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!
ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ
1. ମୀନ ରାଶିରେ ଶନି କେବେ ବକ୍ରୀ ହେବେ?
13 ଜୁଲାଇ, 2025 ରେ ଶନି ମୀନ ରାଶିରେ ବକ୍ରୀ ହେବେ।
2. ଶନି ଗ୍ରହ କେଉଁ ରାଶିରେ ସ୍ଥିତ?
ବର୍ତ୍ତମାନ ଶନି ମହାରାଜ ମୀନ ରାଶିରେ ବକ୍ରୀ କରୁଛନ୍ତି।
3. ମୀନ ରାଶିର ସ୍ବାମୀ କିଏ?
ରାଶିର ଶେଷ ରାଶି ମୀନ ରାଶିର ଶାସକ ଦେବତା ବୃହସ୍ପତି ଅଟନ୍ତି।
Astrological services for accurate answers and better feature
Astrological remedies to get rid of your problems
AstroSage on MobileAll Mobile Apps
- Horoscope 2026
- राशिफल 2026
- Calendar 2026
- Holidays 2026
- Shubh Muhurat 2026
- Saturn Transit 2026
- Ketu Transit 2026
- Jupiter Transit In Cancer
- Education Horoscope 2026
- Rahu Transit 2026
- ராசி பலன் 2026
- राशि भविष्य 2026
- રાશિફળ 2026
- রাশিফল 2026 (Rashifol 2026)
- ರಾಶಿಭವಿಷ್ಯ 2026
- రాశిఫలాలు 2026
- രാശിഫലം 2026
- Astrology 2026






