ଶୁକ୍ରଙ୍କର ବୃଷ ରାଶିରେ ଗୋଚର
ବିଳାସର କାରକ ଶୁକ୍ର 29 ଜୁ 2025 ଦ୍ଵିପ୍ରହର 01: 56 ରେ ବୃଷ ରାଶିରେ ପ୍ରବେଶକରିବେ। ଶୁକ୍ର ଗ୍ରହଙ୍କର ଏହା ନିଜ ରାଶି। ଏଠାରେ ଶୁକ୍ର 26 ଜୁଲାଇ ପର୍ଯ୍ୟନ୍ତ ରହିବେ। ଯେହେତୁ ଏହା ଶୁକ୍ରଙ୍କର ନିଜର ରାଶି ଏହା ସ୍ବାଭାବିକ ଯେ ଶୁକ୍ରଙ୍କର ସ୍ଥିତି ଏଠାରେ ଦୃଢ଼ ରହିବ। ଶୁକ୍ର ଯାହାର କୁଣ୍ଡଳୀକୁ ଫେବର କରିବେ ତାଙ୍କର ଲାଭ ବଢ଼ିବ। ଯେଉଁମାନଙ୍କ ପାଇଁ ଶୁକ୍ର ତୁରନ୍ତ ଅଶୁଭ ଫଳ ଆଣିଥାଆନ୍ତି , ସେମାନଙ୍କ ପାଇଁ ଶୁକ୍ରଙ୍କ ନକାରାତ୍ମକତାର ଗ୍ରାଫ ମଧ୍ୟ ବୃଦ୍ଧି ପାଇପାରେ। ତଥାପି, ଏହି ସମ୍ପୂର୍ଣ୍ଣ ସମୟ ମଧ୍ୟରେ, ଶନିଙ୍କର ଶୁକ୍ର ଉପରେ ତୃତୀୟ ଦୃଷ୍ଟି ମଧ୍ୟ ରହିବ। ଶୁକ୍ରଙ୍କର ବୃଷ ରାଶିରେ ଗୋଚର ବିଭିନ୍ନ ରାଶି ଉପରେ ଭିନ୍ନ ଭିନ୍ନ ପ୍ରଭାବ ପକାଇବେ।
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ବୃଷ ରାଶିରେ ଶୁକ୍ରଙ୍କର ଗୋଚର ହେବା ସମୟରେ ଭବିଷ୍ୟ ସହିତ ଜଡ଼ିତ ସମସ୍ଯାର ସମାଧାନ ମିଳିବ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ
ଜ୍ଯୋତିଷଶାସ୍ତ୍ରରେ ଶୁକ୍ର ଗ୍ରହ ସମୃଦ୍ଧି, ସୁଖ, ଆନନ୍ଦ ଓ ସୁନ୍ଦରତାର କାରକ ଅଟନ୍ତି। ଶୁକ୍ର ଗ୍ରହ ପ୍ରେମ, ବିବାହ ପରି ବିଷୟ ଉପରେ ପ୍ରଭାବ ପକାନ୍ତି। ଏପରି ସ୍ଥିତିରେ ଶୁକ୍ରଙ୍କର ବୃଷ ରାଶିରେ ଗୋଚର କରିବା ଆପଣଙ୍କ ପାଇଁ କିପରୀ ପରିଣାମ ଆଣିବ ଆସନ୍ତୁ ଦେଖିବା।
To Read in English Click Here: Venus Transit in Taurus
ଏହି ରାଶିଫଳ ଆପଣଙ୍କର ଚନ୍ଦ୍ର ରାଶି ଉପରେ ଆଧାରିତ। ନିଜର ବ୍ୟକ୍ତିଗତ ଚନ୍ଦ୍ର ରାଶି ଜାଣିବା ପାଇଁ ଚନ୍ଦ୍ର ରାଶି କ୍ଯାଲକୁଲେଟର ବ୍ୟବହାର କରନ୍ତୁ।
ବୃଷ ରାଶିରେ ଶୁକ୍ରଙ୍କର ଗୋଚର: ରାଶି ଅନୁସାରେ ପ୍ରଭାବ ଓ ଉପାୟ
ମେଷ ରାଶି
ଶୁକ୍ର ଆପଣଙ୍କର କୁଣ୍ଡଳୀରେ ଦ୍ଵିତୀୟ ଓ ସପ୍ତମ ଘରର ସ୍ବାମୀ ଓ ଶୁକ୍ର ବୃଷ ରାଶିରେ ଗୋଚର କରି ଆପଣଙ୍କର ଦ୍ଵିତୀୟ ଘରେ ରହିବେ। ସାମାନ୍ଯ ଭାବରେ ଶୁକ୍ରଙ୍କର ଗୋଚରକୁ ଦ୍ଵିତୀୟ ଘରେ ଭଲ ପରିଣାମ ଦେବ ବୋଲି କୁହାଯାଏ। କିନ୍ତୁ ଶ ଗ୍ରହଙ୍କର ତୃତୀୟ ଦୃଷ୍ଟି ଦ୍ଵିତୀୟ ଘରେ ଉପରେ ରହିବା ଏକ ଦୁର୍ବଳ ସ୍ଥିତି ଅଟେ। ଶନିଙ୍କର ପ୍ରଭାବ ଯୋଗୁଁ କିଛି ନକରାତ୍ମକ ପରିଣାମ ମିଳିପାରେ। ଶୁକ୍ରଙ୍କର ଗୋଚର ବେଳେ ଆପଣ ନୂଆ ବସ୍ତ୍ର ଓ ଅଭୂଷଣ କିଣି ପାରିବେ। ଗୀତ ସଙ୍ଗୀତରେ ଆପଣଙ୍କର ରୁଚି ବଢ଼ିପାରେ। ପରିଜନଙ୍କ ସହିତ ଗୁଣାତ୍ମକ ସମୟ କାଟିବାକୁ ସୁଯୋଗ ମିଳିପାରେ। ଆର୍ଥିକ ମାମଲାରେ ଭଲ ଲାଭ ମିଳିପାରେ। ଶାସନ ପ୍ରଶାସନ ସହିତ ଜଡ଼ିତ ମାମଲାରେ ଅନୁକୂଳତା ଦେଖିବାକୁ ମିଳିପାରେ।
ଉପାୟ: ମା ଦୁର୍ଗାଙ୍କ ମନ୍ଦିରରେ ଦେଶୀ ଗାଈ ଘିଅ ଦାନ କରିବା ଶୁଭ ହେବ।
हिंदी में पढ़ने के लिए यहां क्लिक करें: शुक्र का वृष राशि में गोचर
ବୃଷ ରାଶି
ଶୁକ୍ର ଆପଣଙ୍କର କୁଣ୍ଡଳୀରେ ଆପଣଙ୍କର ଲଗ୍ନ କିମ୍ବା ରାଶିର ସ୍ବାମୀ ହେବା ସହିତ ଆପଣଙ୍କ ଷଷ୍ଠ ଘରର ସ୍ବାମୀ ମଧ୍ୟ ଓ ବୃଷ ରାଶିରେ ଗୋଚର କରି ଆପଣଙ୍କର ପ୍ରଥମ ଘରେ ରହିବେ। ଅର୍ଥାତ ନିଜ ରାଶିରେ ରହିବେ। ପ୍ରଥମ ଘରେ ଶୁକ୍ରଙ୍କର ଗୋଚରକୁ ଭଲ ବୋଲି କୁହାଯାଏ। ଏହି ଗୋଚର ସମୟରେ ଆପଣ ସୁଖ ସମ୍ପଦ ଏକତ୍ରିତ କରି ପାରିବେ। ଆର୍ଥିକ ମାମଲାରେ ଶୁକ୍ରଙ୍କର ଏହି ଗୋଚର ବେଳେ ଆପଣଙ୍କୁ ଲାଭ ମିଳିପାରେ। ଛାତ୍ରମାନେ ସାଧାରଣତଃ ଭଲ ଫଳାଫଳ ପାଇବାେ। ବିଶେଷ କରି କଳା ଓ ସାହୀତ୍ଵାର ବିଦ୍ୟାର୍ଥୀ ବହୁତ ଭଲ ପରିଣାମ ପ୍ରାପ୍ତ କରି ପାରିବେ। ବିବାହ ସମ୍ବନ୍ଧିତ କଥାକୁ ଆଗକୁ ବଢ଼ାଇବା ପାଇଁ ଏହି ଗୋଚର ଅନୁକୂଳ ପରିଣାମ ଦେବ। ପ୍ରେମ ସମ୍ବନ୍ଧିତ ଅନୁକୂଳତା ଆସିବାର ଯୋଗ ଅଛି। ଶୁକ୍ରଙ୍କର ଗୋଚର ମଜା ଏବଂ ମନୋରଞ୍ଜନ ସହିତ ବ୍ୟବସାୟ ଇତ୍ୟାଦି କ୍ଷେତ୍ରରେ ଅନୁକୂଳ ଫଳାଫଳ ଦେଇପାରେ।
ଉପାୟ: କଳା ଗାଈର ସେବା କରିବା ଶୁଭ ହେବ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ମିଥୁନ ରାଶି
ଶୁକ୍ର ଆପଣଙ୍କର କୁଣ୍ଡଳୀରେ ପଞ୍ଚମ ଘରର ସ୍ବାମୀ ହେବା ସହିତ ଦ୍ଵାଦଶ ଘରର ସ୍ବାମୀ ମଧ୍ୟ ଓ ଶୁକ୍ରଙ୍କର ବୃଷ ରାଶିରେ ଗୋଚର ଆପଣଙ୍କର ଦ୍ଵାଦଶ ଘରେ ହେବ। ଶୁକ୍ରଙ୍କର ଗୋଚର ସାମାନ୍ଯ ଭାବରେ ଦ୍ଵାଦଶ ଘରେ ଭଲ ପରିଣାମ ଦିଏ। ଏହ ସତ୍ବେ ପଞ୍ଚମ ଘରର ସ୍ବାମୀ ଦ୍ଵାଦଶ ଘରକୁ ଯିବା ଉଚିତ ନୁହେଁ ବୋଲି କୁହାଯାଏ। ଏହି କାରଣରୁ ଆପଣ ନିଜର ପ୍ରିୟଜନଙ୍କ ଠାରୁ ଦୂରେଇ ରହିବେ। ଅର୍ଥାତ ଆପଣ କୌଣସି ଦୂର ସ୍ଥାନକୁ ନ ଚାହିଁଲେ ମଧ୍ୟ ଯାତ୍ରା କରି ପାରନ୍ତି। ବ୍ୟବସାୟକୁ ନେଇ କରାଯାଇଥିବା ଯାତ୍ରା ଲାଭଦାୟକ ହେବ। ସୁରକୁ ଯାଇ ପଢ଼ିବାର ଚେଷ୍ଟା କରୁଥିବା ବିଦ୍ୟାର୍ଥୀଙ୍କୁ ମଧ୍ୟ ସକାରାତ୍ମକ ସମାଚାର ଶୁଣିବାକୁ ମିଳିପାରେ। ଶୁକ୍ରଙ୍କ ଏହି ଗୋଚର ବିଳାସପୂର୍ଣ୍ଣ ଜିନିଷ ପାଇଁ ମଧ୍ୟ ଅନୁକୂଳ ଫଳାଫଳ ଦେଇପାରେ। ବିଶେଷକରି ମନୋରଞ୍ଜନ କ୍ଷେତ୍ରରେ, ଏହି ଗୋଚର ଅନୁକୂଳ ଫଳାଫଳ ଦେଇପାରେ। ହୁଏତ ଏହି କାରଣରୁ ଆପଣ ପାଠପଢ଼ା କିମ୍ବା ଅନ୍ୟାନ୍ୟ ବିଷୟରେ କମ୍ ଆଗ୍ରହୀ ହେବେ କିନ୍ତୁ ମନୋରଞ୍ଜନ ଏବଂ ଉପଭୋଗ ଦୃଷ୍ଟିକୋଣରୁ, ଏହି ଗୋଚରକୁ ଭଲ ବୋଲି ବିବେଚନା କରାଯିବ।
ଉପାୟ: ଆପଣଙ୍କ ସ୍ତ୍ରୀ, ଭାଉଜ କିମ୍ବା ଯେକୌଣସି ଯୁବତୀଙ୍କୁ ସମ୍ମାନର ସହିତ ପ୍ରସାଧନ ସାମଗ୍ରୀ ଉପହାର ଦେବା ଏବଂ ସେମାନଙ୍କ ଆଶୀର୍ବାଦ ନେବା ଶୁଭ ହେବ।
କର୍କଟ ରାଶି
ଶୁକ୍ର ଆପଣଙ୍କର କୁଣ୍ଡଳୀରେ ଚତୁର୍ଥ ଘରର ସ୍ବାମୀ ହେବା ସହିତ ଲାଭ ଘରର ସ୍ବାମୀ ମଧ୍ୟ ଓ ଶୁକ୍ରଙ୍କର ବୃଷ ରାଶିରେ ଗୋଚର ଆପଣଙ୍କର ଲାଭ ଘରେ ହେବ। ଲାଭ ଘରେ ଗୋଚର ସାମାନ୍ଯ ଭାବରେ ଭଲ ପରିଣା ଦେବ। ଶୁକ୍ର ଆପଣଙ୍କୁ ବିଭିନ୍ନ ମାମଲାରେ ଶୁଭ ଫଳ ଦେବେ। ବିଶେଷକରି ଭୂମି, ଘର, ଯାନ ଇତ୍ୟାଦିର ଭଲ ସୁଖ ଓ ଲାଭ ମିଳିପାରେ। ଆପଣ ଯାତ୍ରାର ଆନନ୍ଦ ନେବେ। ଧନ ଓ ଐଶ୍ଵର୍ଯ୍ୟରେ ବୃଦ୍ଧି କରାଇବେ। ଆପଣଙ୍କୁ କାର୍ଯ୍ୟରେ ସଫଳତା ମିଳିବାର ଦୃଢ଼ ସମ୍ଭାବନା ଅଛି। ଭାଇ ଓ ମିତ୍ରଙ୍କର ଭଲ ସହଯୋଗ ମିଳିପାରେ। ମାତାଙ୍କ ପକ୍ଷକୁ ନେଇ କୌଣସି ଚିନ୍ତା ଏବେ ଦୂର ହେବ।
ଉପାୟ: ଶନିବାର ଦିନ ସୋରିଷ ତେଲ ଦାନ କରିବା ଶୁଭ ହେବ।
ସିଂହ ରାଶି
ଶୁକ୍ର ଆପଣଙ୍କର କୁଣ୍ଡଳୀରେ ତୃତୀୟ ଘରର ସ୍ବାମୀ ହେବା ସହିତ ଦଶମ ଘରର ସ୍ବାମୀ ମଧ୍ୟ ଓ ଶୁକ୍ରଙ୍କର ବୃଷ ରାଶିରେ ଗୋଚର ଆପଣଙ୍କର କର୍ମ ସ୍ଥାନରେ ହେବ। ଦଶମ ଘରେ ଶୁକ୍ରଙ୍କର ଗୋଚର ସାମାନ୍ଯ ଭବରେ ଭଲ ପରିଣାମ ଦେବ ନାହିଁ। ଏହି ଗୋଚର ମାନସିକ ଚିନ୍ତା, ଝଗଡ଼ା କରାଇଥାଏ। ଚାକିରି ବ୍ୟବସାୟ ଇତ୍ୟାଦି ସମ୍ବନ୍ଧିତ ମାମଲାରେ ସମସ୍ଯା ହୋଇଥାଏ। କିନ୍ତୁ ଆପଣଙ୍କ ମାମଲାରେ ଏପରି ପରିଣାମ ଦେଖିବାକୁ ମିଳିବ ନାହିଁ, କାରଣ ଶୁକ୍ର ନିଜର ରାଶିରେ ଅଛନ୍ତି। ଚିନ୍ତା ପରେ ଚିନ୍ତାର ସମାଧାନ ମିଳିଯିବ। କୌଣସି ବିବାଦକୁ ସମାଧାନ କରି ପାରିବେ। ଚାକିରିରରେ ସମସ୍ଯା ପରେ ସମସ୍ଯା ଦୂର କରିବାର ରାସ୍ତା ମିଳିପାରେ। କାମରେ ସଫଳତା ମିଳିବ ଓ ଶାସନ ପ୍ରଶାସନରେ ଖରାପ ପରିବେଶ ଦୂର ହେବ। ଅର୍ଥାତ ସମସ୍ଯା ପରେ ସମାଧାନ ମିଳିବ।
ଉପାୟ: ମାଂସ, ମଦ୍ୟପାନ, ଅଣ୍ଡା ଇତ୍ୟାଦି ତ୍ୟାଗ କରି ସାତ୍ୱିକ ରହିବା ଶୁଭ ହେବ।
କନ୍ୟା ରାଶି
ଶୁକ୍ର ଆପଣଙ୍କର କୁଣ୍ଡଳୀରେ ଦ୍ଵିତୀୟ ଘରର ସ୍ବାମୀ ହେବା ସହିତ ଭାଗ୍ୟ ଘରର ସ୍ବାମୀ ମଧ୍ୟ ଓ ବୃଷ ରାଶିରେ ଗୋଚର କରିବା ସମଯରେ ଭାଗ୍ଯେଶ ଶୁକ୍ର ଆପଣଙ୍କର ଭାଗ୍ଯ ଘରେ ରହିବେ। ଭାଗ୍ୟ ଘରେ ଶୁକ୍ରଙ୍କ ଗୋଚର ସାଧାରଣତଃ ଭଲ ଫଳାଫଳ ଦେଉଥିବା ବିବେଚନା କରାଯାଏ। ସ୍ୱାଭାବିକ ଭାବରେ, ଏହା ଆପଣଙ୍କ ଭାଗ୍ୟକୁ ସୁଦୃଢ଼ କରିବାରେ କାମ କରିବ। ଅର୍ଥାତ୍, ଆପଣ ଆପଣଙ୍କ କର୍ମ ଅନୁସାରେ ଫଳ ପାଇବେ ଏବଂ ଭାଗ୍ୟର ଭଲ ସମର୍ଥନ ଯୋଗୁଁ, ଆପଣ ଯେକୌଣସି କାମ କରିବାରେ କିମ୍ବା କୌଣସି ଜିନିଷ ହାସଲ କରିବାରେ ସହଜ ଅନୁଭବ କରିପାରିବେ। ଶାସନ ପ୍ରଶାସନ ସମ୍ବନ୍ଧିତ ମାମଲାରେ ସହଜତା ଦେଖିବାକୁ ମିଳିବ। ଧାର୍ମିକ ଯାତ୍ରାର ଯୋଗ ତିଆରି ହେବ। ଘର ପରିବାର କିମ୍ବା ସମ୍ପର୍କୀୟଙ୍କର ମାଙ୍ଗଳିକ କାର୍ଯ୍ୟ ହେବ। ଅର୍ଥାତ ଶୁକ୍ରଙ୍କର ଏହି ଗୋଚର ସାମାନ୍ଯ ଭାବରେ ଭଲ ପରିଣାମ ଦେଇପାରେ। ଆର୍ଥିକ ଓ ପାରିବାରିକ ମାମଲାରେ ମଧ୍ୟ ଭଲ ଅନୁକୂଳତା ଦେଖିବାକୁ ମିଳିବ। ଧାର୍ମିକ ଯାତ୍ରାର ଯୋଗ ଅଛି। ଅର୍ଥାତ ଶୁକ୍ରଙ୍କର ଗୋଚର ସାମାନ୍ଯ ଭାବରେ ଭଲ ପରିଣା ଦେବାକୁ ଚାହିଁବ।
ଉପାୟ: ନିମ ଗଛ ମୂଳରେ ପାଣି ଢାଳିବା ଶୁଭ ହେବ।
ଆପଣଙ୍କର ଜାତଜରେ ମଧ୍ୟ ଅଛି ରାହ ଯୋଗ? ପାଆନ୍ତୁ ନିଜର ରାଜଯୋଗ ରିପୋର୍ଟ୍
ତୁଳା ରାଶି
ଶୁକ୍ର ଆପଣଙ୍କର କୁଣ୍ଡଳୀରେ ଆପଣଙ୍କର ଲଗ୍ନ କିମ୍ବା ରାଶିର ସ୍ବାମୀ ହେବା ସହିତ ଅଷ୍ଟମ ଘରର ସ୍ବାମୀ ମଧ୍ୟ ଓ ବୃଷ ରାଶିରେ ଗୋଚର କରି ଆପଣଙ୍କର ଅଷ୍ଟମ ଘରେ ରହିବେ। ଅଧିକାଂଶ ଗ୍ରହଙ୍କର ଗୋଚରକୁ ଅଷ୍ଟମ ଘରେ ଭଲ କୁହାଯାଏ ନାହିଁ। କିନ୍ତୁ ଶୁକ୍ରଙ୍କର ଗୋଚର ଅଷ୍ଟମ ଘରେ ଭଲ ପରିଣାମ ଦେବ। ଶୁକ୍ର ଗ୍ରହ ନିଜ ରାଶିରେ ରହିବେ। ଏହା ଆପଣଙ୍କୁ ଆରାମ ଦେବାରେ ସାହାଯ୍ୟ କରିପାରିବ। ଯଦି ଆପଣ ଗତ କିଛି ଦିନ ଧରି କୌଣସି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ସେହି ସମସ୍ୟାର ସମାଧାନ ଏବେ ମିଳିପାରିବ। ଆର୍ଥିକ ମାମଲାରେ ମଧ୍ୟ ଭଲ ଲାଭ ମିଳିପାରେ କିନ୍ତୁ ଲଗ୍ନ କିମ୍ବା ରାଶିର ସ୍ବାମୀଙ୍କର ଅଷ୍ଟମ ଘରକୁ ଯିବା ଏହି କଥାର ସଙ୍କେତ ଦେଉଛି ଯେ କୌଣସି କାମକୁ ଧାର୍ଯ୍ୟବୟାନ ହୋଇ କରିବାର ଆବଶ୍ୟକତା ଅଛି। ଅର୍ଥାତ ଯେତେ ଧାର୍ଯ୍ୟ ସହିତ ଆପଣ କାମ ପୂର୍ବରୁ କରୁଥିଲେ ଏବେ ଅଧିକ ଧର୍ଯ୍ୟ ବଢ଼ାଇବାର ଆବଶ୍ୟକ। ସାଙ୍ଗରେ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ଗାଡ଼ି ଚାଳିଆବା ବେଳେ ସାବଧାନ ରୁହନ୍ତୁ।
ଉପାୟ: ମା ଦୁର୍ଗାଙ୍କ ମନ୍ଦିରକୁ ଯାଇ ତାଙ୍କୁ ପ୍ରଣାମ କରିବା ଶୁଭ ହେବ।
ବିଛା ରାଶି
ଶୁକ୍ର ଆପଣଙ୍କର କୁଣ୍ଡଳୀରେ ସପ୍ତମ ଘରର ସ୍ବାମୀ ହେବା ସହିତ ଦ୍ଵାଦଶ ଘରର ସ୍ବାମୀ ଆଢ୍ୟ ଓ ଶୁକ୍ର ବୃଷ ରାଶିରେ ଗୋଚର କରି ସପ୍ତମ ଘରକୁ ଯିବେ। ସପ୍ତମ ଘରେ ଶୁକ୍ରଙ୍କର ଗୋଚରକୁ ଭଲ କୁହାଯିବ ନାହିଁ କାରଣ ଏପରି ଗୋଚର ବିଷୟରେ ଶାସ୍ତ୍ରରେ କୁହାଯାଇଛି ଯେ ଶୁକ୍ରଙ୍କର ସପ୍ତମ ଘରେ ଗୋଚର ସ୍ନାୟୁ ସମ୍ବନ୍ଧିତ ରୋଗ କରାଇପାରେ କିନ୍ତୁ ନିଜ ରାଶିରେ ଥିବା ଯୋଗୁଁ ଆପଣଙ୍କର ଏପରି ରୋଗ ହେବ ନାହିଁ। ସପ୍ତମ ଘରେ ଶୁକ୍ରଙ୍କ ଗୋଚର ଯାତ୍ରା ସମୟରେ ଅସୁବିଧା ସୃଷ୍ଟି କରେ ବୋଲି ବିବେଚନା କରାଯାଏ। ତେଣୁ ଏହି ସମୟ ମଧ୍ୟରେ ଯାତ୍ରା ନ କରିବାକୁ ଚେଷ୍ଟା କରନ୍ତୁ କିନ୍ତୁ ଯଦି ଏହା ଅତ୍ୟନ୍ତ ଆବଶ୍ୟକ ତେବେ ଭଲ ଭାବରେ ଯୋଜନା କରି ଯାତ୍ରା କରନ୍ତୁ। ଯଦି ଆପଣ ଆପଣଙ୍କ ଜୀବନସାଥୀଙ୍କ ସହିତ ସମନ୍ୱୟ ରଖନ୍ତି, ତେବେ ଭଲ ଫଳାଫଳ ମିଳିବ। ଛୋଟ-ଛୋଟ ସମସ୍ଯା ଆସିପାରେ କିନ୍ତୁ ଆପଣ ସେହି ସମସ୍ଯା ପାର କରି ସଫଳତା ପ୍ରାପ୍ତ କରି ପାରିବେ।
ଉପାୟ: ଲାଲ ଗାଈର ସେବା କରିବା ଶୁଭ ହେବ।
କୁଣ୍ଡଳୀରେ ଥିବା ରାଜ ଯୋଗ ର ସମସ୍ତ ସୂଚନା ପାଆନ୍ତୁ
ଧନୁ ରାଶି
ଶୁକ୍ର ଆପଣଙ୍କର କୁଣ୍ଡଳୀରେ ଷଷ୍ଠ ଘରର ସ୍ବାମୀ ହେବା ସହିତ ଲାଭ ଘରର ସ୍ବାମୀ ମଧ୍ୟ ଓ ଶୁକ୍ରଙ୍କର ବୃଷ ରାଶିରେ ଗୋଚର ଆପଣଙ୍କର ଷଷ୍ଠ ଘରେ ହେବ। ସାମାନ୍ଯ ଭବାରେ ଷଷ୍ଠ ଘରେ ଶୁକ୍ରଙ୍କର ଗୋଚରକୁ ଭଲ କୁହାଯିବ ନାହିଁ କଇଁତି ନିଜର ରାଶିରେ ଥିବା ଯୋଗୁଁ କିଛି ନକରାତ୍ମକତା ଦେବେ ନାହିଁ। ଷଷ୍ଠ ଘରେ ଶୁକ୍ରଙ୍କର ଗୋଚର ସୁତରୁ ବୃଦ୍ଧି କରାଇଥାଏ। ଏହି ସମୟରେ ଜାଣି ଶୁଣି କାହା ସହିତ ବିବାଦ କରନ୍ତୁ ନାହିଁ। ବିଶେଷକରି ଯଦି କୌଣସି ମହିଳାଙ୍କ ସହିତ ବିବାଦର ପରିସ୍ଥିତି ଉପୁଜେ, ତେବେ ସେହି ପରିସ୍ଥିତିରେ ନିଜକୁ ଶାନ୍ତ ରଖିବା ବୁଦ୍ଧିମାନର କାର୍ଯ୍ୟ ହେବ। ଆପଣଙ୍କୁ ନିଜର ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପଡ଼ିବ। ସୁସ୍ଥ ରହିବା ପାଇଁ ଆପଣଙ୍କୁ ଉପଯୁକ୍ତ ଖାଦ୍ୟ ଏବଂ ଜୀବନଶୈଳୀ ଗ୍ରହଣ କରିବାକୁ ପଡଡ଼ିବ। ଜାନ ଇତ୍ୟାଦି ଚଳାଇବା ସମୟରେ ସାବଧାନ ରହିବା ଆବଶ୍ୟକ। ଏହି ଗୋଚର ବହୁତ ଭଲ ହେବ ନାହିଁ କିନ୍ତୁ ଆପଣ ଚେଷ୍ଟା କରି ଗୋଚରରେ ନକରାତ୍ମକ ପରିଣାମକୁ ଅଟକାଇ ପାରିବେ।
ଉପାୟ: ଝିଅମାନଙ୍କୁ ପୂଜା କରିବା ଏବଂ ସେମାନଙ୍କ ଆଶୀର୍ବାଦ ନେବା ଶୁଭ ହେବ।
ମକର ରାଶି
ଶୁକ୍ର ଆପଣଙ୍କର କୁଣ୍ଡଳୀରେ ପଞ୍ଚମ ଘରର ସ୍ବାମୀ ହେବା ସହିତ ଦଶମ ଘରର ସ୍ବାମୀ ହୋଇଥାଆନ୍ତି ଓ ଶୁକ୍ରଙ୍କର ବୃଷ ରାଶିରେ ଗୋଚର ଆପଣଙ୍କର ପଞ୍ଚମ ଘରେ ହେବ। ଶୁକ୍ରଙ୍କର ଗୋଚର ସାମାନ୍ଯ ଭାବରେ ପଞ୍ଚମ ଘରେ ଭଲ ପରିଣାମ ଦିଏ। ଶୁକ୍ର ନିଜ ରାଶିରେ ରହିବେ। ଏପରି ସ୍ଥିତିରେ ବୃଷ ରାଶିରେ ପ୍ରବେଶ କରି ଶୁକ୍ର ପଞ୍ଚମ ଘର ସମ୍ବନ୍ଧିତ ସମସ୍ଯା ସୁର କରିବେ। କାରଣ ଶନିଙ୍କର ଦୃଷ୍ଟି ଲଗାତର ପଞ୍ଚମ ଘର ଉପରେ ରହିବ। ଏପରି ସ୍ଥିତିରେ ସେହି ଘରର ସମସ୍ଯାକୁ ଦୂର କରିବାର କାମ କରିବେ। ଯଦି ପ୍ରେମ ସମ୍ପର୍କରେ କୌଣସି ପ୍ରକାରର ଉତ୍ତେଜନା ଚାଲିଥିଲା, ତେବେ ଏବେ ସେହି ସମସ୍ୟାଗୁଡ଼ିକର ମଧ୍ୟ ସମାଧାନ ହୋଇଯିବ। ସନ୍ତାନ ସୁଖ ସମ୍ବନ୍ଧୀୟ ମାମଲାରେ ଭଲ ଫଳାଫଳ ମିଳିପାରେ। ଆପଣ ପରୀକ୍ଷାରେ ସଫଳତା ପାଇବେ। ମନୋରଞ୍ଜନର ସୁଯୋଗ ମିଳିବ। ପ୍ରେମ ସମ୍ପର୍କରେ ସୁସଙ୍ଗତତା ଦେଖାଯାଇପାରେ। ନିର୍ବନ୍ଧ ଇତ୍ୟାଦି ବିଷୟଗୁଡ଼ିକ ଆଗକୁ ବଢ଼ିପାରିବ। ଅର୍ଥାତ ଯଦି ଆପଣଙ୍କର ବିବାହ ବୟସ ହୋଇଯାଇଛି ତେବେ ବିବାହ ଇତ୍ୟାଦି ସମ୍ବନ୍ଧିତ କଥା ଆଗକୁ ବଢ଼ିପାରେ। କହିବାର ତାତ୍ପର୍ଯ୍ୟ ଏଯ ସେ ଶୁକ୍ରଙ୍କର ଏହି ଗୋଚର ଆପଣଙ୍କୁ ଅନୁକୂଳ ପରିଣାମ ଦେଇପାରେ।
ଉପାୟ: ଆପଣଙ୍କ ମାଆ କିମ୍ବା ମାଆ ଭଳି ମହିଳାଙ୍କ ସେବା କରିବା ଏବଂ ସେମାନଙ୍କ ଆଶୀର୍ବାଦ ନେବା ଶୁଭ ହେବ।
କୁମ୍ଭ ରାଶି
ଶୁକ୍ର ନିଜର କୁଣ୍ଡଳୀରେ ଚତୁର୍ଥ ଘରର ସ୍ବାମୀ ହେବା ସହିତ ଭାଗ୍ଯ ଘରର ସ୍ବାମୀ ମଧ୍ୟ ଓ ବୃଷ ରାଶିରେ ଗୋଚର କରିବା ସମୟରେ ଶୁକ୍ର ଦେବ ଆପଣଙ୍କର ଚତୁର୍ଥ ଘରେ ଗୋଚର କରିବେ। ଗୋଚର ଶାସ୍ତ୍ର ଅନୁସାରେ ଚତୁର୍ଥ ଘରେ ଶୁକ୍ରଙ୍କ ଗୋଚର ସାମାନ୍ଯ ଭାବରେ ଅନୁକୂଳ ପରିଣାମ ଦେବ। ଶୁକ୍ରଙ୍କର ଗୋଚର ଆପଣଙ୍କର ମାନକାମନା ପୁରୁଣ କରିବ। ଆର୍ଥିକ ମାମଲାରେ ଭଲ ପରିଣାମ ଦେଇପାରେ। ଭୂମି, ଘର, ଯାନ ଇତ୍ୟାଦି ବୃଦ୍ଧି ପାଇବ। ଆପଣ ଜନସମ୍ପର୍କ ପ୍ରତି ସଚେତନ ହୋଇପାରନ୍ତି ଏବଂ ମାନସିକ ଭାବରେ ନିଜକୁ ସଫଳ ଅନୁଭବ କରିପାରନ୍ତି। ଆପଣଙ୍କର କୌଣସି ଦୂର ସ୍ଥାନ ସହିତ ଜଡ଼ିତ ବିଷୟ ପ୍ରତି ଆଗ୍ରହ ଥାଇପାରେ କିମ୍ବା ଦୂରରେ ରହୁଥିବା କୌଣସି ସମ୍ପର୍କୀୟ କିମ୍ବା ବନ୍ଧୁ ଆପଣଙ୍କୁ ଦେଖା କରିବାକୁ ଆସିପାରନ୍ତି। ସମୁଦାୟ, ଏହି ଗୋଚର ଆପଣଙ୍କୁ ଅନୁକୂଳ ଫଳାଫଳ ଦେବାକୁ ଚେଷ୍ଟା କରିବ। ପରିବାର ଏବଂ ଘର ସମ୍ବନ୍ଧୀୟ ମାମଲାରେ ଚାଲିଥିବା ସମସ୍ୟା ଏବେ କମିବା ଆରମ୍ଭ ହେବ।
ଉପାୟ: ବହୁଥିବା ପାଣିରେ ଚାଉଳ ବୁହାଇବା ଶୁଭ ରହିବ।
ମୀନ ରାଶି
ଶୁକ୍ର ଆପଣଙ୍କର ତୃତୀୟ ଘରର ସ୍ବାମୀ ହେବା ସହିତ ଅଷ୍ଟମ ଘରର ସ୍ବାମୀ ମଧ୍ୟ ଓ ଶୁକ୍ର ଯେପର୍ଯ୍ୟନ୍ତ ବୃଷ ରାଶିରେ ଅଛନ୍ତି ସେ ପର୍ଯ୍ୟନ୍ତ ଆପଣଙ୍କର ତୃତୀୟ ଘରେ ରହିବେ। ତୃତୀୟ ଘରେ ଶୁକ୍ରଙ୍କର ଗୋଚର ସାମାନ୍ଯ ଭାବରେ ଭଲ ପରିଣାମ ଦେବ। ଏହି ଗୋଚର ଭାଇ ଓ ମିତ୍ରଙ୍କ ସହିତ ସମ୍ବନ୍ଧକୁ ଆହୁରି ପ୍ରଗାଢ଼ କରିପାରେ। ନୂଆ ମିତ୍ର ହେବେ। ଆପଣ ନିଜର ପ୍ରତିସ୍ପର୍ଦ୍ଧୀଙ୍କ ଠାରୁ ଭଲ କରୁଥିବା ଦେଖା ଯିବେ। ପ୍ରଥମ ଘରେ ବସିଥିବା ଶନି ଯେଉଁ ନକରାତ୍ମକତା ଦେଉଥିଲେ, ସେହି ନକରାତ୍ମକତାକୁ ଦୂର କରିବା ପାଇଁ ଶୁକ୍ରଙ୍କର ଏହି ଗୋଚର କାମ କରିବ। କେଉଁ ଠାରୁ ଭଲ ସମାଚାର ମଧ୍ୟ ଶୁଣିବାକୁ ମିଳିପାରେ। ସୁଖ ସମୃଦ୍ଧିରେ ବୃଷୀ ହୋଇପାରେ। ଭାଗ୍ଯର ଭଲ ସପୋର୍ଟ ମିଳିବଅ ଯୋଗୁଁ ଆପଣ ପାଖାପାଖି ସମସ୍ତ ମାମଲାରେ ଭଲ ଅନୁଭବ କରିବେ।
ଉପାୟ: ମହିଳାମାନଙ୍କୁ ସମ୍ମାନ କରିବା ଏବଂ ସେମାନଙ୍କ ଆଶୀର୍ବାଦ ନେବା ଶୁଭ ହେବ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!
ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ
1. 2025 ମସିହାରେ ଶୁକ୍ର କେବେ ବୃଷ ରାଶିରେ ଗୋଚର କରିବେ?
ଶୁକ୍ର 29 ଜୁନ୍ 2025 ରେ କର୍କଟ ରାଶିରେ ପ୍ରବେଶ କରିବେ।
2. ଶୁକ୍ର କାହାର କାରକ?
ଶୁକ୍ର ଗ୍ରହଙ୍କୁ ଧନ, ଐଶ୍ୱର୍ଯ୍ୟ, କଳା, ସଙ୍ଗୀତ, ସୌନ୍ଦର୍ଯ୍ୟ ଏବଂ ଖୁସିର କାରକ ବୋଲି ବିବେଚନା କରାଯାଏ।
3. ବୃଷ ରାଶିର ସ୍ବାମୀ କିଏ?
ବୃଷ ରାଶିର ଶାସକ ଗ୍ରହ ହେଉଛି ଶୁକ୍ର।
Astrological services for accurate answers and better feature
Astrological remedies to get rid of your problems
AstroSage on MobileAll Mobile Apps
- Horoscope 2026
- राशिफल 2026
- Calendar 2026
- Holidays 2026
- Shubh Muhurat 2026
- Saturn Transit 2026
- Ketu Transit 2026
- Jupiter Transit In Cancer
- Education Horoscope 2026
- Rahu Transit 2026
- ராசி பலன் 2026
- राशि भविष्य 2026
- રાશિફળ 2026
- রাশিফল 2026 (Rashifol 2026)
- ರಾಶಿಭವಿಷ್ಯ 2026
- రాశిఫలాలు 2026
- രാശിഫലം 2026
- Astrology 2026






