ଶୁକ୍ରଙ୍କର ମିଥୁନ ରାଶିରେ ଗୋଚର

ଭୌତିକ ସୁଖ ସୁବିଧା ଦେବାରେ ଶୁକ୍ର ଗ୍ରହଙ୍କର ସବୁଠାରୁ ମହତ୍ୱପୂର୍ଣ ଯୋଗଦାନ ରହିଥାଏ। ଶୁକ୍ରଙ୍କର ସୌନ୍ଦର୍ଯ୍ୟର କାରକ ଗ୍ରହ ମଧ୍ୟ କୁହାଯାଏ। ଶୁକ୍ର ଗ୍ରହ ଧନ, ବୈଭବ, ଐଶ୍ଵର୍ଯ୍ୟ ଓ ବିଳାସ ସମ୍ବନ୍ଧିତ ବସ୍ତୁ ଦେଉଥିବା ଗ୍ରହ। 26 ଜୁଲାଇ 2025 ସକାଳ 08:45 ରେ ନିଜର ରାଶି ବୃଷକୁ ଛାଡ଼ି ଶୁକ୍ରଙ୍କର ମିଥୁନ ରାଶିରେ ଗୋଚର ହେବ।

ଶୁକ୍ରଙ୍କର ମିଥୁନ ରାଶିରେ ଗୋଚର 26 ଜୁଲାଇ 2025 ରେ ହେବେ।

ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025

ମିଥୁନ ରାଶିରେ ଶୁକ୍ରଙ୍କର ଗୋଚର ହେବା ସମୟରେ ଭବିଷ୍ୟ ସହିତ ଜଡ଼ିତ ସମସ୍ଯାର ସମାଧାନ ମିଳିବ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ

ନୈସର୍ଗିକ ଓ ତତ୍କାଳିକ ଦୃଷ୍ଟିରୁ, ବର୍ତ୍ତମାନ ଲୋକଙ୍କ ପାଇଁ ଏହା ଏକ ବହୁତ ବନ୍ଧୁତ୍ୱପୂର୍ଣ୍ଣ ପରିସ୍ଥିତି ହେବ। ଶୁକ୍ର ମଧ୍ୟ ବୃହସ୍ପତିଙ୍କ ସହିତ ସଂଯୋଗ କରୁଛନ୍ତି। ଯଦିଓ ଶୁକ୍ର ଓ ବୃହସ୍ପତି ପରସ୍ପର ମଧ୍ଯରେ ଭଲ ସମ୍ବନ୍ଧ ରଖନ୍ତି ନାହିଁ କିନ୍ତୁ ଦୁଇଟି ଶୁଭ ଗ୍ରହଙ୍କର ସଂଯୋଗ ଭଲ ପରିଣାମ ଦେବ ବୋଲି କୁହାଯାଏ। ଏପରି ସ୍ଥିତିରେ ଶୁକ୍ର ଗ୍ରହ ଆପଣଙ୍କ ପାଇଁ କିପରି ପରିଣାମ ଦେବେ ଆସନ୍ତୁ ଜାଣିବା।

Read Here In English: Venus Transit in Gemini

ଏହି ରାଶିଫଳ ଆପଣଙ୍କର ଚନ୍ଦ୍ର ରାଶି ଉପରେ ଆଧାରିତ। ନିଜର ବ୍ୟକ୍ତିଗତ ଚନ୍ଦ୍ର ରାଶି ଜାଣିବା ପାଇଁ ଚନ୍ଦ୍ର ରାଶି କ୍ଯାଲକୁଲେଟର ବ୍ୟବହାର କରନ୍ତୁ।

ମିଥୁନ ରାଶିରେ ଶୁକ୍ରଙ୍କର ଗୋଚର: ରାଶି ଅନୁସାରେ ପ୍ରଭାବ ଓ ଉପାୟ

ମେଷ ରାଶି

ମେଷ ରାଶିର ଦ୍ଵିତୀୟ ଓ ସପ୍ତମ ଘରର ସ୍ବାମୀ ଶୁକ୍ର ଓ ବର୍ତ୍ତମାନ ଶଏ ଆପଣଙ୍କର ତୃତୀୟ ଘରେ ଗୋଚର କରିବାକୁ ଯାଉଛନ୍ତି। ତୃତୀୟ ଘରେ ଶୁକ୍ରଙ୍କର ଗୋଚରକୁ ସାମାନ୍ଯ ଭାବରେ ଅନୁକୂଳ କୁହାଯାଏ। ଏପରି ପରିସ୍ଥିତିରେ, ଶୁକ୍ର ଆପଣଙ୍କୁ ବନ୍ଧୁ ପାଇବାରେ ସାହାଯ୍ୟ କରିପାରନ୍ତି କିମ୍ବା ବନ୍ଧୁମାନଙ୍କ ମାଧ୍ୟମରେ ଆପଣଙ୍କୁ ଲାଭ ଦେଇପାରନ୍ତି। ଆପଣଙ୍କର ଆତ୍ମବିଶ୍ୱାସ ଆପଣଙ୍କୁ ବିଭିନ୍ନ କ୍ଷେତ୍ରରେ ଆଗକୁ ନେଇପାରିବ। ଆପଣ ଆପଣଙ୍କ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଅପେକ୍ଷା ଭଲ କରିପାରିବେ। ଭାଗ୍ଯୋ ଦ୍ଵାଦଶ ଘରର ସ୍ବାମୀ ବୃହସ୍ପତିଙ୍କର ସଂଯୋଗ ଏହି କଥାର ସଙ୍କେତ ଦେଉଛି ଯେ ଦୂର ସ୍ଥାନରୁ କୌଣସି ଶୁଭ ସମାଚାର ମଧ୍ୟ ଶୁଣିବାକୁ ମିଳିପାରେ। ମିଥୁନ ରାଶିରେ ଶୁକ୍ରଙ୍କ ଗୋଚର ସମୟରେ, ଭାଇଭଉଣୀ ଏବଂ ପଡ଼ୋଶୀଙ୍କ ସହିତ ସମ୍ପର୍କ ସାଧାରଣତଃ ଭଲ ରହିବ। ଶୁକ୍ରଙ୍କ ଏହି ଗୋଚର ରାଜାଙ୍କ ଆଶୀର୍ବାଦ ପାଇବାରେ ମଧ୍ୟ ଆପଣଙ୍କ ପାଇଁ ସହାୟକ ହୋଇପାରେ।

ଉପାୟ: ମହିଳାଙ୍କ ସମ୍ମାନ କରନ୍ତୁ ଓ ତାଙ୍କର ଆଶୀର୍ବାଦ ନିଅନ୍ତୁ।

हिंदी में पढ़ने के लिए यहां क्लिक करें: शुक्र का मिथुन राशि में गोचर

ମେଷ ସାପ୍ତାହିକ ରାଶିଫଳ

ବୃଷ ରାଶି

ବୃଷ ରାଶି କିମ୍ବା ରାଶିର ସ୍ବାମୀ ହେବା ସହିତ ଶୁକ୍ର ଆପଣଙ୍କର ଷଷ୍ଠ ଘରର ସ୍ବାମୀ ଓ ଗୋଚର ବେଳେ ଶୁକ୍ର ଆପଣଙ୍କର ଦ୍ଵିତୀୟ ଘରେ ଗୋଚର କରିବାକୁ ଯାଉଛନ୍ତି। ଦ୍ଵିତୀୟ ଘରେ ଶୁକ୍ରଙ୍କର ଗୋଚର ଭଲ ପରିଣାମ ଦେବ। ଶୁକ୍ରଙ୍କର ଏହି ଗୋଚର ଆପଣଙ୍କୁ ନୂଆ ବସ୍ତ୍ର, ନୂଆ ଅଭୂଷଣ ଇତ୍ୟାଦି ଦେବାର କାମ କରିବ। ଆପଣଙ୍କର ରୁଚି ଗୀତ ସଙ୍ଗୀତରେ ବଢ଼ିବ। ଘର ପରିବାରରେ କୌଣସି ମନୋରଞ୍ଜକ କାର୍ଯ୍ୟ ହୋଇପାରେ। ଆର୍ଥିକ ମାମଲାରେ ମଧ୍ୟ ଶୁକ୍ରଙ୍କର ଏହି ଗୋଚରକୁ ଭଲ କୁହାଯିବ। ଲାଭ ଘରର ସ୍ବାମୀଙ୍କ ସହିତ ଶୁକ୍ରଙ୍କର ସଂଯୋଗ ଅପନଙ୍କକୁ ଭଲ ପରିଣାମ ଦେବ। ଶୁକ୍ରଙ୍କର ଏହି ଗୋଚର କିମ୍ବା ଗୁରୁଙ୍କ ସହିତ ସଂଯୋଗ ବିଭିନ୍ନ ମାଧ୍ୟମରେ ଲାଭ କରାଇପାରେ। ଅଷ୍ଟମ ଘରର ସ୍ବାମୀ ହେବା ଯୋଗୁଁ ବୃହସ୍ପତି କିଛି ମାମଲାରେ ସମସ୍ଯା ଓ କିଛି ମାମଲାରେ ଲାଭ ଦେଇପାରନ୍ତି।

ଉପାୟ: ଗାଈର ଘିଅ ମା ଦୁର୍ଗାଙ୍କ ମନ୍ଦିରରେ ଦାନ କରିବା ଶୁଭ ହେବ।

ବୃଷ ସାପ୍ତାହିକ ରାଶିଫଳ

କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

ମିଥୁନ ରାଶି

ମିଥୁନ ରାଶିର ପଞ୍ଚମ ଘରର ସ୍ବାମୀ ହେବା ସହିତ ଶୁକ୍ର ଦ୍ଵାଦଶ ଘରର ସ୍ବାମୀ ମଧ୍ୟ ଓ ଗୋଚର କରଇ ଶୁକ୍ର ଆପଣଙ୍କର ପ୍ରଥମ ଘରକୁ ଯିବେ। ପ୍ରଥମ ଘରେ ଶୁକ୍ରଙ୍କର ଗୋଚରକୁ ସାମାନ୍ଯ ଭାବରେ ଅନୁକୂଳ କୁହାଯାଏ। ଦ୍ଵାଦଶ ଘରର ସ୍ବାମୀ ହେବା ଯୋଗୁଁ କିଛି ମାମଲାରେ ଶୁକ୍ରଙ୍କର କିଛି ଦୁଷ୍ପ୍ରଭବ ଦେଖିବାକୁ ମିଳିବ। ଅର୍ଥାତ ବ୍ୟାକୀଟି ମନୋରଞ୍ଜନ ଓ ବଉଳିବାରେ ଅଧିକ ଖର୍ଚ୍ଚ କରିପାରେ କିମ୍ବା ପ୍ରିୟଜନ କିମ୍ବା ମିତ୍ରଙ୍କୁ ନେଇ କିଛି ଅଧିକ ଭାବୁକ ହୋଇପାରେ। କିନ୍ତୁ ଶୁକ୍ରଙ୍କର ଗୋଚରକୁ ପ୍ରଥମ ଘରେ ଅନୁକୂଳ କୁହାଯାଏ। କର୍ମ ସ୍ଥାନର ସ୍ବାମୀ ବୃହସ୍ପତିଙ୍କ ସହିତ ସଂଯୋଗ କରିବା ଯୋଗୁଁ ଶୁକ୍ର ଆପଣଙ୍କର କାର୍ଯ୍ୟକ୍ଷେତ୍ରରେ ସପୋର୍ଟ କରିବେ। ସୁଖ ସମ୍ପଦ ଓ ଧନ ଲାଭ କରିବାରେ ଶୁକ୍ରଙ୍କର ଏହି ଗୋଚର ଆପଣଙ୍କର ପକ୍ଷରେ କାମ କରିପାରେ। ଶୁକ୍ରଙ୍କର ମିଥୁନ ରାଶିରେ ଗୋଚର ସମୟରେ ବିଧୟାର୍ଥୀଙ୍କୁ ମଧ୍ୟ ଭଲ ପରିଣାମ ମିଳିପାରେ। କଳା ଓ ସହିତୟର ବିଦ୍ୟାର୍ଥୀ ବିଶେଷ ଭଲ ପରିଣାମ ପ୍ରାପ୍ତ କରିବେ। ବିବାହ ଓ ପ୍ରେମ ଇତ୍ୟାଦି ସମ୍ବନ୍ଧିତ କଥାକୁ ଆଗକୁ ବଢ଼ାଇବାରେ ଶୁକ୍ରଙ୍କର ଏହି ଗୋଚର ସାହାଜ୍ୟକାରୀ ହେବ। ମନୋରଞ୍ଜନ ଦୃଷ୍ଟିରୁ ମଧ୍ୟ ଏହି ଗୋହକରକୁ ଭଲ ବୋଲି ବିବେଚନା କରାଯିବ। ବ୍ୟବସାୟ ଦୃଷ୍ଟିକୋଣରୁ ମଧ୍ୟ ଏହି ଗୋଚରକୁ ଅନୁକୂଳ ବିବେଚନା କରାଯିବ।

ଉପାୟ: କଳା ଗାଈର ସେବା କରିବା ଶୁଭ ହେବ।

ମିଥୁନ ସାପ୍ତାହିକ ରାଶିଫଳ

କର୍କଟ ରାଶି

କର୍କଟ ରାଶିର ଚତୁର୍ଥ ଘରର ସ୍ବାମୀ ହେବା ସହିତ ଲାଭ ଘରର ସ୍ବାମୀ ମଧ୍ୟ ଓ ବର୍ତ୍ତମାନ ଶୁକ୍ର ଆପଣଙ୍କର ଦ୍ଵାଦଶ ଘରେ ଗୋଚର କରିବାକୁ ଯାଉଛନ୍ତି। ଦ୍ଵାଦଶ ଘରେ ସାମାନ୍ଯ ଭାବରେ ଅନୁ ଗ୍ରହଙ୍କ ଗୋଚରକୁ ଭଲ କୁହାଯାଏ ନାହିଁ କିନ୍ତୁ ଶୁକ୍ରଙ୍କର ଗୋଚରକୁ ଭଲ ପରିଣାମ ଦେଉଥିବା ଗୋଚର କୁହାଯାଏ। ଚତୁର୍ଥ ଘରର ସ୍ବାମୀଙ୍କର ଦ୍ଵାଦଶ ଘରକୁ ଯିବା ଏହି କଥାର ସଙ୍କେତ ଦେଉଛି ଯେ ନିଜ ଘର ଠାରୁ ଦୂରକୁ ଯାଇ କିଛି ଭଲ କରିବା ପାଇଁ ଏହି ଗୋଚର ସାହାଜ୍ୟକାରୀ ହେବ। କିମ୍ବା ଯଦି ଆପଣଙ୍କୁ ବିଦେଶ ଯାତ୍ରା କରିବାକୁ ପଡ଼େ କିମ୍ବା ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡ଼େ, ତେବେ ଏହି ଗୋଚର ଆପଣଙ୍କ ପାଇଁ ସହାୟକ ହୋଇପାରେ। କାରଣ ଲାଭ ଘରର ସ୍ବାମୀ ଖର୍ଚ୍ଚ ଘରକୁ ଯାଉଛନ୍ତି। ତେଣୁ, ଆୟ ସହିତ, ଖର୍ଚ୍ଚ ମଧ୍ୟ ଦେଖାଯାଇପାରେ। ଯେତେବେଳେ ଶୁକ୍ର ମିଥୁନ ରାଶିରେ ଗୋଚର କରନ୍ତି, ସେତେବେଳେ ଆପଣ ମନୋରଞ୍ଜନ ଇତ୍ୟାଦି ପାଇଁ ମଧ୍ୟ ସୁଯୋଗ ପାଇପାରିବେ। ଏହା ସତ୍ତ୍ୱେ, ବିରୋଧୀ କିମ୍ବା ପ୍ରତିଯୋଗୀମାନଙ୍କଠାରୁ ସତର୍କ ରହିବା ବୁଦ୍ଧିମାନର କାର୍ଯ୍ୟ ହେବ।

ଉପାୟ: ସମ୍ମାନର ସହିତ କୌଣସି ସ୍ତ୍ରୀଙ୍କୁ ସୌଭାଗ୍ୟ ସାମଗ୍ରୀ ଦେଇ ତାଙ୍କର ଆଶୀର୍ବାଦ ନିଅନ୍ତୁ।

କର୍କଟ ସାପ୍ତାହିକ ରାଶିଫଳ

ସିଂହ ରାଶି

ସିଂହ ରାଶିର ଲୋକଙ୍କ ପାଇଁ ଶୁକ୍ର ତୃତୀୟ ଘରର ସ୍ବାମୀ ହେବା ସହିତ ଆପଣଙ୍କର ଦଶମ ଘରର ସ୍ବାମୀ ମଧ୍ୟ ଓ ଗୋଚର କରଇ ଆପଣଙ୍କ ଲାଭ ଘରେ ପହଁଚିବେ। କର୍ମ ସ୍ଥାନର ସ୍ବାମୀ ଲାଭ ଘରକୁ ଗୋଚର କରିବା ବହୁତ ଭଲ ହୋଇଥାଏ ଓ ଶୁକ୍ରଙ୍କର ଗୋଚର ଲାଭ ଘରେ ବହୁତ ଭଲ ପରିଣାମ ଦେବ। ଏହି ଗୋଚରରୁ ଅନେକ ଭଲ ପରିଣାମ ଆଶା କରିପାରିବେ। ଶୁକ୍ର ଅଷ୍ଟମ ଘରର ସ୍ବାମୀ ବୃହସ୍ପତିଙ୍କ ସହିତ ସଂଯୋଗ କରୁଛନ୍ତି, ଏହି କାରଣରୁ ଲାଭର ଗ୍ରାଫରେ ମଧ୍ୟ କେବେ କେବେ ଉତ୍ଥାନ-ପତନ ଦେଖିବାକୁ ମିଳିପାରେ କିନ୍ତୁ ହଠାତ ଲାଭ ମଧ୍ୟ ମିଳିପାରେ। ଭାଇ ବନ୍ଧୁ ଓ ମିତ୍ରଙ୍କ ସହଯୋଗ ମିଳିପାରେ। ଅର୍ଥାତ ଏହି ଗୋଚର ଭଲ ପରିଣାମ ଦେବାର କାମ କରିବ।

ଉପାୟ: ଶନିବାର ଦିନ ସୋରିଷ ତେଲ ଦାନ କରନ୍ତୁ।

ସିଂହ ସାପ୍ତାହିକ ରାଶିଫଳ

କନ୍ୟା ରାଶି

ଶୁକ୍ର କନ୍ୟା ରାଶିର ଦ୍ଵିତୀୟ ଘରର ସ୍ବାମୀ ହେବା ସହିତ ଭାଗ୍ଯ ଘରର ସ୍ବାମୀ ମଧ୍ୟ ଓ ଗୋଚର କରଇ ଶୁକ୍ର ଆପଣଙ୍କର ଦଶମ ଘରେ ପହଁଚିବେ ଓ ଦଶମ ଘରେ ଶୁକ୍ରଙ୍କର ଗୋଚରକୁ ଭଲ କୁହାଯାଏ ନାହିଁ। କିନ୍ତୁ ଭାଗ୍ୟ ଘରର କର୍ତ୍ତା କର୍ମ ଘରକୁ ଯିବା କର୍ମ ଏବଂ ଭାଗ୍ୟର ସଂଯୋଗକୁ ସୂଚିତ କରେ। ଏହାର ଅର୍ଥ ଯଦି ଆପଣ ବୁଦ୍ଧିମାନ ଭାବରେ କାମ କରନ୍ତି, ତେବେ ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ ଏବଂ ଆପଣ କାର୍ଯ୍ୟ ସମାପ୍ତ କରିପାରିବେ। ଶୁକ୍ରଙ୍କର ମିଥୁନ ରାଶିରେ ଗୋଚର ବେଳେ ଧନ ଘରର ସ୍ବାମୀଙ୍କର କର୍ମ ସ୍ଥାନକୁ ଆସିବା ଏପରି କାମ ପାଇଁ ଲାଭଦାୟକ ହେବ ଯେଉଁ କାମରେ ପ୍ରତ୍ଯେକ ଲାଭ ଜଡ଼ିତ ଅଛି। କାରଣ ଦ୍ୱିତୀୟ ଘରର କର୍ତ୍ତା କେବଳ ବୃହସ୍ପତିଙ୍କ ସହିତ ସଂଯୋଗ କରୁନାହାଁନ୍ତି, ବୃହସ୍ପତି ଦ୍ୱିତୀୟ ଘରକୁ ମଧ୍ୟ ଦୃଷ୍ଟି ଦେଉଛନ୍ତି, ଅର୍ଥାତ, ଏହି ଗୋଚରକୁ ଭଲ ବୋଲି ବିବେଚନା କରାଯାଏ ନାହିଁ, କିନ୍ତୁ ଯଦି ଜଣେ କଠିନ ପରିଶ୍ରମ କରେ, ବରିଷ୍ଠ ଲୋକଙ୍କୁ ସମ୍ମାନ କରେ, ଏବଂ ଅଭିଜ୍ଞ ଲୋକଙ୍କ ମାର୍ଗଦର୍ଶନରେ କାମ କରେ ତେବେ ଭଲ ଫଳାଫଳ ଆଶା କରାଯାଇପାରେ।

ଉପାୟ: ମାଂସ, ମଦ, ଅଣ୍ଡା ଇତ୍ୟାଦି ତ୍ୟାଗ କରଇ ନିଜକୁ ସତବ୍ୟକ କରନ୍ତୁ।

କନ୍ୟା ସାପ୍ତାହିକ ରାଶିଫଳ

ଆପଣଙ୍କର ଜାତଜରେ ମଧ୍ୟ ଅଛି ରାହ ଯୋଗ? ପାଆନ୍ତୁ ନିଜର ରାଜଯୋଗ ରିପୋର୍ଟ୍

ତୁଳା ରାଶି

ଶୁକ୍ର ତୁଳା ରାଶିର ଲଗ୍ନ କିମ୍ବା ସ୍ବାମୀ ହେବା ସହିତ ଅଷ୍ଟମ ଘରର ସ୍ବାମୀ ମଧ୍ୟ ଓ ବର୍ତ୍ତମାନ ଗୋଚର କରଇ ଶୁକ୍ର ଆପଣଙ୍କର ଭାଗ୍ଯ ଘରକୁ ଯାଇଛନ୍ତି। ଭାଗ୍ଯ ଘରେ ଶୁକ୍ରଙ୍କର ଗୋଚରକୁ ଧାର୍ମିକ ଯାତ୍ରା ସହିତ ଜଡ଼ିତ କରାଯାଏ। ବୃହସ୍ପତିଙ୍କ ସହିତ ସଂଯୋଗ କରୁଥିବା ଯୋଗୁଁ ଆହୁରି ଭଲ ପରିଣାମ ଦେବାକୁ ଚାହିଁବେ। ସମସ୍ତ ଯାତ୍ରା ବିଶେଷ କରଇ ଧାର୍ମିକ ଯାତ୍ରା କରିବାର ଇଚ୍ଛା ପୁରୁଣ ହେବ। ଶୁକ୍ରଙ୍କର ମିଥୁନ ରାଶିରେ ଗୋଚର ବେଳେ କେଉଁଠାରୁ ଭଲ ସମାଚାର ଶୁଣିବାକୁ ମିଳିପାରେ। ଶାସନ ପ୍ରଶାସନ ସହିତ ଜଡ଼ିତ ମାମଲାରେ ମଧ୍ୟ ଅନୁକୂଳ ପରିଣାମ ମିଳିବାର ସମ୍ଭାବନା ଅଛି। ଘର ପରିବାର କିମ୍ବା ସମ୍ପର୍କୀୟଙ୍କ ଘରେ କିଛି ମାଙ୍ଗଳିକ କାର୍ଯ୍ୟହୋଇପାର। ଷଷ୍ଠ ଘରର ସ୍ବାମୀଙ୍କ ସହିତ ସଂଯୋଗ କରିବା ଯୋଗୁଁ ପ୍ରତିସ୍ପର୍ଦ୍ଧାତ୍ମକ ମାମଲାରେ ମଧ୍ୟ ଆପଣଙ୍କୁ ଲାଭ ମିଳିପାରେ କିନ୍ତୁ କାହା ସହିତ ବିବାଦ କରିବା ଠାରୁ ଦୂରେଇ ରୁହନ୍ତଊ।

ଉପାୟ: ରୂପାର ଗିନାରେ ଜଳ ଭରି ନିମ୍ବ ଗଛରେ ପାଣି ଦିଅନ୍ତୁ। के

ତୁଳା ସାପ୍ତାହିକ ରାଶିଫଳ

ବିଛା ରାଶି

ବିଛ ରାଶିରେ ଶୁକ୍ର ନିଜର କୁଣ୍ଡଳୀରେ ସପ୍ତମ ଘରର ସ୍ବାମୀ ହେବା ସହିତ ଦ୍ଵାଦଶ ଘରର ସ୍ବାମୀ ଓ ଗୋଚର ବେଳେ ଶୁକ୍ର ଆପଣଙ୍କର ଅଷ୍ଟମ ଘରକୁ ଯିବେ। ଅଧିକାଂଶ ଗ୍ରହଙ୍କର ଗୋଚରକୁ ଅଷ୍ଟମ ଘରେ ଭଲ କୁହାଯିବ ନାହିଁ କିନ୍ତୁ ଶୁକ୍ରଙ୍କର ଗୋଚର ଅଷ୍ଟମ ଘରେ ଭଲ ପରିଣାମ ଦେବ। ଏହା ଆପଣଙ୍କୁ ପୁରୁଣା ସମସ୍ଯାରୁ ଆରାମ ଦେବ। ଆର୍ଥିକ ମାମଲାରେ ମଧ୍ୟ ଏହି ଗୋଚର ଭଲ ପରିଣାମ ଦେବ। ଦ୍ଵାଦଶ ଘରର ସ୍ବାମୀଙ୍କର ଅଷ୍ଟମ ଘରକୁ ଯିବା ମଧ୍ୟ ଏକ ଅନୁକୂଳ ସ୍ଥିତି। ଏହି କାରଣରୁ ଆପଣ କଠିନ ପରିସ୍ଥିତିରେ ମଧ୍ୟ ଭଲ କରୁଥିବା ଦେଖାଯିବେ କିନ୍ତୁ ପ୍ରେମ ସମ୍ବନ୍ଧିତ ମାମଲାରେ କିଛି ଦୁର୍ବଳ ପରିଣାମ ମିଳିପାରେ। ପଞ୍ଚମ ଘରର ସ୍ବାମୀଙ୍କର ଅଷ୍ଟମ ଘରକୁ ଯିବା ଏକ ଦୁର୍ବଳ ସ୍ଥିତି। ଏହା ବ୍ୟତୀତ, ଶନି ପଞ୍ଚମ ଘରେ ଗୋକହର କରୁଛନ୍ତି, ମଙ୍ଗଳ ମଧ୍ୟ ତାଙ୍କର ଦୃଷ୍ଟିରେ ରଖିଛନ୍ତି। ମିତ୍ରତା ମାମଲାରେ ହେଉ କିମ୍ବା ପ୍ରେମ ଜୀବନ, ଏହି କ୍ଷେତ୍ରରେ ସାବଧାନ ରହିବା ଆବଶ୍ୟକ। ବିଶେଷକରି ପ୍ରେମ ସମ୍ପର୍କରେ, ମର୍ଯ୍ୟାଦା ପାଳନ କରିବା ବହୁତ ଗୁରୁତ୍ୱପୂର୍ଣ୍ଣ ହେବ। ଅର୍ଥାତ୍, ଆପଣ ସାଧାରଣତଃ ଭଲ ଫଳାଫଳ ଆଶା କରିପାରିବେ, କିନ୍ତୁ ଏହି ସତର୍କତାଗୁଡ଼ିକୁ ମଧ୍ୟ ପାଳନ କରିବା ଆବଶ୍ୟକ ହେବ।

ଉପାୟ: ନିୟମିତ ଭାବରେ ମା ଦୁର୍ଗାଙ୍କ ମନ୍ଦିର ଯିବା ଓ ତାଙ୍କୁ ପ୍ରଣାମ କରିବା ଶୁଭ ହେବ।

ବିଛା ସାପ୍ତାହିକ ରାଶିଫଳ

କୁଣ୍ଡଳୀରେ ଥିବା ରାଜ ଯୋଗ ର ସମସ୍ତ ସୂଚନା ପାଆନ୍ତୁ

ଧନୁ ରାଶି

ଶୁକ୍ର ଗ୍ରହ ଧନୁ ରାଶିର ଷଷ୍ଠ ଘରର ସ୍ବାମୀ ହେବା ସହିତ ଲାଭ ଘରର ସ୍ବାମୀ ମଧ୍ୟ ଓ ଗୋଚରରେ ଶୁକ୍ର ଆପଣଙ୍କର ସପ୍ତମ ଘରେ ରହିବେ। ସପ୍ତମ ଘରେ ଶୁକ୍ରଙ୍କର ଗୋଚରକୁ ସାମାନ୍ଯ ଭାବରେ ଭଲ କୁହାଯାଏ ନାହିଁ। ଧନୁ ରାଶିର ଲୋକଙ୍କ ପାଇଁ ଶୁକ୍ର ଭଲ ଗ୍ରହ ନୁହନ୍ତି କିନ୍ତୁ ଧନୁ ରାଶିର ସ୍ବାମୀ ବୃହସ୍ପତିଙ୍କ ସଂଯୋଗ ଯୋଗୁଁ ପରିଣାମ ସେତେ ନକରାତ୍ମକ ହେବ ନାହିଁ। ଗୋଚର ଶାସ୍ତ୍ର ଅନୁସାରେ ସପ୍ତମ ଘରେ ଶୁକ୍ରଙ୍କର ଗୋଚର ସ୍ନାୟୁ ସମ୍ବନ୍ଧିତ ରୋଗ କରାଇପାରେ। ଶୁକ୍ରଙ୍କର ମିଥୁନ ରାଶିରେ ଗୋଚର ବେଳେ କେବଳ ସ୍ନାୟୁ ନୁହେଁ ବରଂ ସମ୍ପୂର୍ଣ ଶରୀରର ସ୍ଵଚ୍ଛତା ଉପରେ ଧ୍ୟାନ ରଖିବାକୁ ପଡ଼ିବ। ଆପଣଙ୍କୁ ଆପଣଙ୍କର ଦାୟିତ୍ୱ ପ୍ରତି ସମ୍ପୂର୍ଣ୍ଣ ସଚେତନ ହେବାକୁ ପଡ଼ିବ। ଚାକିରି କ୍ଷେତ୍ରରେ କୌଣସି ପ୍ରକାରର ରିସ୍କ ନେବା ଉପଯୁକ୍ତ ହେବ ନାହିଁ। ଯଦି ଆପଣ ଏହି ସତର୍କତା ଅବଲମ୍ବନ କରନ୍ତି, ତେବେ ଶୁକ୍ରଙ୍କ ଏହି ଗୋଚର କିମ୍ବା ଶୁକ୍ର ଏବଂ ବୃହସ୍ପତିଙ୍କ ଏହି ସଂଯୋଗ ଆପଣଙ୍କୁ ନକାରାତ୍ମକ ଫଳାଫଳ ଦେବ ନାହିଁ।

ଉପାୟ: ନାଲି ଗାଈର ସେବା କରିବା ସବ ହେବ।

ଧନୁ ସାପ୍ତାହିକ ରାଶିଫଳ

ମକର ରାଶି

ଶୁକ୍ର ମକର ରାଶିର ପଞ୍ଚମ ଘରର ସ୍ବାମୀ ହେବା ସହିତ ଦଶମ ଘରର ସ୍ବାମୀ ମଧ୍ୟ ଓ ଗୋଚର କରି ଆପଣଙ୍କର ଷଷ୍ଠ ଘରେ ରହିବେ। ସାମାନ୍ଯ ଭାବରେ ଶୁକ୍ରଙ୍କର ଗୋଚରକୁ ଷଷ୍ଠ ଘରେ ଭଲ କୁହାଯିବ ନାହିଁ। ଏହି ଗୋଚର ସମୟରେ ସାବଧାନ ରହିବା ଆବଶ୍ୟକ। ଦଶମ ଘରର ସ୍ବାମୀ ଷଷ୍ଠ ଘରେ ଗୋଚର କରିବା ଲୋକଙ୍କ କାର୍ଯ୍ୟକ୍ଷେତ୍ରରେ ଦୁର୍ବଳ ପରିସ୍ଥିତି ସୃଷ୍ଟି କରିବ। ଯେଉଁ ଲୋକମାନେ କୌଣସି ସ୍ଥାନରେ କାମ କରନ୍ତି ଏବଂ ସେମାନଙ୍କର ବରିଷ୍ଠ କିମ୍ବା ବସ୍ ଜଣେ ମହିଳା, ଏପରି ଲୋକମାନେ ସେମାନଙ୍କ ଅଫିସରେ ସମନ୍ୱୟ ସହିତ କାମ କରିବା ଉଚିତ, ଏହା ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହେବ। ଅନ୍ୟ ଲୋକଙ୍କୁ ଏହି ପରି ନକରାତ୍ମକ ପରିଣାମ ମିଳିବ ନାହିଁ। ବ୍ୟବସାୟ ସହିତ ଜଡ଼ିତ ଲୋକଙ୍କୁ ମଧ୍ୟ ସାବଧାନ ରହିବା ଆବଶ୍ୟକ। ପ୍ରେମ ସମ୍ବନ୍ଧରେ ଦୁର୍ବଳତା ଦେଇପାରନ୍ତି ଶୁକ୍ର। ଆପଣଙ୍କର ପଞ୍ଚମ ଘର ଉପରେ ଶନିଙ୍କର ଦୃଷ୍ଟି ଲଗାତାର ରହିବ। ଏହି ସମସ୍ତ କାରଣ ଯୋଗୁଁ, କେବଳ ପ୍ରେମ ସମ୍ପର୍କ ନୁହେଁ ବରଂ ବନ୍ଧୁମାନଙ୍କ ସହ ଜଡ଼ିତ ମାମଲାରେ ମଧ୍ୟ ସତର୍କ ରହିବା ଆବଶ୍ୟକ। ଅର୍ଥାତ୍, ଏହି ଗୋଚର ସମୟରେ, ଫଳାଫଳକୁ ସନ୍ତୁଳିତ ରଖିବା ପାଇଁ ନିରନ୍ତର ପ୍ରୟାସ ଆବଶ୍ୟକ ହେବ।

ଉପାୟ: କନ୍ୟାଙ୍କର ପୂଜା କରି ତାଙ୍କର ଆଶୀର୍ବାଦ ନିଅନ୍ତୁ; ଶୁଭ ହେବ।

ମକର ସାପ୍ତାହିକ ରାଶିଫଳ

କୁମ୍ଭ ରାଶି

ଶୁକ୍ର କୁମ୍ଭ ରାଶିର ଚତୁର୍ଥ ଘରର ସ୍ବାମୀ ହେବା ସହିତ ଭାଗ୍ଯ ଘରର ସ୍ବାମୀ ମଧ୍ୟ ଓ ଗୋଚର କରି ଆପଣଙ୍କର ପଞ୍ଚମ ଘରକୁ ଯିବେ। ପଞ୍ଚମ ଘରେ ଶୁକ୍ରଙ୍କର ଗୋଚରକୁ ସାମାନ୍ଯ ଭାବରେ ଭଲ କୁହାଯିବ। ଲାଭେଶ ବୃହସ୍ପତିଙ୍କ ସହିତ ସଂଯୋଗ ଯୋଗୁଁ ବହୁତ ଭଲ ପରିଣାମ ପ୍ରାପ୍ତ କରି ପାରିବେ। ସନ୍ତାନ ଇତ୍ୟାଦି ସମ୍ବନ୍ଧିତ ମାମଲାରେ ଭଲ ପରିଣାମ ଦେଖିବାକୁ ମିଳିବ। ମନୋରଞ୍ଜନ ଦୃଷ୍ଟିରୁ ଭଲ ପରିଣାମ ମିଳିବ। ବିଶେଷକରି ଏପରି ଲୋକ ଯିଏ ଘର ପାଖାପାଖି ଥିବା ବ୍ୟକ୍ତିକୁ ପ୍ରେମ କରୁଛନ୍ତି ତାଙ୍କର ସମ୍ବନ୍ଧ ଅଧିକ ପ୍ରଗାଢ଼ ହେବ। ଆର୍ଥିକ ଦୃଷ୍ଟିରୁ ଶୁକ୍ରଙ୍କର ମିଥୁନ ରାଶିରେ ଗୋଚର ଭଲ ପରିଣାମ ଦେବ।

ଉପାୟ: ମାତା ଓ ମାତା ତୁଲ୍ୟ ସ୍ତ୍ରୀଙ୍କର ସେବା କରନ୍ତୁ ଓ ତାଙ୍କର ଆଶୀର୍ବାଦ ନିଅନ୍ତୁ।

କୁମ୍ଭ ସାପ୍ତାହିକ ରାଶିଫଳ

ମୀନ ରାଶି

ଶୁକ୍ର ମୀନ ରାଶିର ତୃତୀୟ ଘରର ସ୍ବାମୀ ହେବା ସହିତ ଅଷ୍ଟମ ଘରର ସ୍ବାମୀ ମଧ୍ୟ ଓ ଗୋଚର କାରୋ ଆପଣଙ୍କର ଚତୁର୍ଥ ଘରକୁ ଯିବେ। ଚତୁର୍ଥ ଘରେ ଶୁକ୍ରଙ୍କର ଗୋଚରକୁ ଭଲ କୁହାଯିବ। ଏପରି ଗୋଚର ମନୋକମାନ ପୂରଣ କରେ। ସାଙ୍ଗରେ ଧନ ଓ ଯାନର ଲାଭ କରାଇଥାଏ। ସେଥିପାଇଁ ଏହି ଗୋଚର ସମୟରେ ଏହି ମାମଲାରେ ଭଲ ପରିଣାମ ମିଳିବାର ସମ୍ଭାବନା ଅଛି। ସାଙ୍ଗରେ ଘର ଗୃହସ୍ଥି ସହିତ ଜଡ଼ିତ ମାମଲାରେ ମଧ୍ୟ ଭଲ ପରିଣାମ ମିଳି ପାରିବ। ମିତ୍ର ପ୍ରିୟଜନଙ୍କ ସହିତ ଭେଟ ହୋଇପାରେ। ଏହି ଗୋଚର ଆପଣଙ୍କର ମନୋବଳ ବଢ଼ାଇବାର କାମ କରିପାରେ।

ଉପାୟ: ବହୁ ଥିବା ପାଣିରେ ଚାଉଳ ବୁହାନ୍ତୁ; ଶୁଭ ହେବ।

ମୀନ ସାପ୍ତାହିକ ରାଶିଫଳ

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!

ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ

1. ଶୁକ୍ରଙ୍କର ମିଥୁନ ରାଶିରେ କେବେ ଗୋଚର ହେବ?

26 ଜୁଲାଇ 205 ରେ ଶୁକ୍ର ମିଥୁନ ରାଶିରେ ପ୍ରବେଶ କରିବେ।

2. ଶୁକ୍ର କେଉଁ ରାଶିର ସ୍ବାମୀ?

ତୁଳା ଓ ବୃଷ ରାଶିର ସ୍ବାମୀ ହେଉଛନ୍ତି ଶୁକ୍ର।

3. ମିଥୁନ ରାଶିର ସ୍ବାମୀ ଗ୍ରହ କିଏ?

ଏହି ରାଶିର ସ୍ଵାମୀ ଗ୍ରହ ବୁଧ ଗ୍ରହ।

Astrological services for accurate answers and better feature

33% off

Dhruv Astro Software - 1 Year

'Dhruv Astro Software' brings you the most advanced astrology software features, delivered from Cloud.

Brihat Kundli
What will you get in 250+ pages Colored Brihat Kundli.
Finance
Are money matters a reason for the dark-circles under your eyes?
Ask A Question
Is there any question or problem lingering.
Career / Job
Worried about your career? don't know what is.
AstroSage Year Book
AstroSage Yearbook is a channel to fulfill your dreams and destiny.
Career Counselling
The CogniAstro Career Counselling Report is the most comprehensive report available on this topic.

Astrological remedies to get rid of your problems

Red Coral / Moonga
(3 Carat)

Ward off evil spirits and strengthen Mars.

Gemstones
Buy Genuine Gemstones at Best Prices.
Yantras
Energised Yantras for You.
Rudraksha
Original Rudraksha to Bless Your Way.
Feng Shui
Bring Good Luck to your Place with Feng Shui.
Mala
Praise the Lord with Divine Energies of Mala.
Jadi (Tree Roots)
Keep Your Place Holy with Jadi.

Buy Brihat Kundli

250+ pages

Brihat Kundli

AstroSage on MobileAll Mobile Apps

Buy Gemstones

Best quality gemstones with assurance of AstroSage.com

Buy Yantras

Take advantage of Yantra with assurance of AstroSage.com

Buy Feng Shui

Bring Good Luck to your Place with Feng Shui.from AstroSage.com

Buy Rudraksh

Best quality Rudraksh with assurance of AstroSage.com
Call NowTalk to
Astrologer
Chat NowChat with
Astrologer