ସୂର୍ଯ୍ୟଙ୍କର ବୃଷ ରାଶିରେ ଗୋଚର (14 ମଈ 2024)
14 ମଈ 2024 ସନ୍ଧ୍ୟା 05: 41 ରେ ଜ୍ଯୋତିଷଶାସ୍ତ୍ର ଅନୁଯାୟୀ ଶକ୍ତି ଓ ଆତ୍ମାର କାରକ ଗ୍ରହ ସୂର୍ଯ୍ୟଙ୍କର ବୃଷ ରାଶିରେ ଗୋଚର ହେବ। ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ନବଗ୍ରହର ରାଜା କୁହାଯାଏ। ଯଦି ସୂର୍ଯ୍ୟ କୌଣସି ରାଶିରେ ଉଚ୍ଚ ସ୍ଥିତିରେ ଥାଆନ୍ତି , ତେବେ ବ୍ୟକ୍ତିକୁ ଜୀବନରେ ଆବଶ୍ୟକ ସନ୍ତୁଷ୍ଟି, ଭଲ ସ୍ବାସ୍ଥ୍ୟ ଓ ଦୃଢ଼ ମସ୍ତିଷ୍କ ପ୍ରଦାନ୍ କରନ୍ତି। ଏକ ଶକ୍ତିଶାଳୀ ସୂର୍ଯ୍ୟ ସକରାତ୍ମକ ଫଳାଫଳ ପ୍ରଦାନ କରିବା ସହିତ ବ୍ୟକ୍ତିଙ୍କୁ ଅପାର ସଫଳତା ପ୍ରଦାନ କରିଥାଆନ୍ତି ଏବଂ ଏହା ଆପଣଙ୍କୁ ସଠିକ୍ ନିଷ୍ପତ୍ତି ନେବାରେ ମଧ୍ୟ ମାର୍ଗଦର୍ଶନ କରିଥାଆନ୍ତି, ଯେଉଁ କାରଣରୁ ଆପଣ ଜୀବନରେ ଶୀଘ୍ର ଆଗକୁ ବଢ଼ିପାରିବେ। ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟ ଭଗବାନ ସମ୍ମାନ, ଉଚ୍ଚ ପଦବୀ ଏବଂ ନେତୃତ୍ୱ ଦକ୍ଷତା ପାଇଁ କାରକ ଗ୍ରହ ବୋଲି ବିବେଚନା କରାଯାଏ। ଏହାର ଶୁଭ ପ୍ରଭାବ ବ୍ୟକ୍ତିର ନେତୃତ୍ୱ ଦକ୍ଷତାକୁ ଦୃଢ଼ କରିଥାଏ। ଏହି ଲୋକମାନେ ଅଧ୍ୟାତ୍ମିକତା ଓ ଧ୍ୟାନ ପରି ପ୍ରଥରେ ବହୁତ ସମୃଦ୍ଧ ହୁଅନ୍ତି। ଯଦି ସୂର୍ଯ୍ୟ ରାହୁ/କେତୁ ଓ ମଙ୍ଗଳ ପରି ଗ୍ରହ ସହିତ ରୁହନ୍ତି ତେବେ ବ୍ୟକ୍ତି ଅଧିକ ସଂଘର୍ଷ ଓ ବଧାର ସାମ୍ନା କରିବାକୁ ପଡ଼ିଥାଏ।
To Read in English Click Here: Sun Transit In Taurus (14 May 2024)
ଏହି ରାଶିଫଳ ଆପଣଙ୍କ ଚନ୍ଦ୍ର ରାଶି ଉପରେ ଆଧାରିତ। ନିଜର ବ୍ୟକ୍ତିଗତ ଚନ୍ଦ୍ର ରାଶି ଏବେ ଜାଣିବା ପାଇଁ ଚନ୍ଦ୍ର ରାଶି କ୍ଯାଲକୁଲେଟର ବ୍ୟବହାର କରନ୍ତୁ।
ବୃଷ ରାଶିରେ ସୂର୍ଯ୍ୟ ଗୋଚର: ରାଶି ଅନୁସାରେ ପ୍ରଭାବ ଓ ଉପାୟ
ମେଷ ରାଶି
ମେଷ ରାଶି ଲୋକଙ୍କ ପାଇଁ ସୂର୍ଯ୍ୟ ପଞ୍ଚମ ଘରର ପ୍ରଭୁ ଓ ସୂର୍ଯ୍ୟଙ୍କର ବୃଷ ରାଶିରେ ଗୋଚର ଦ୍ବିତୀଯ ଘରେ ହେବ। ଏହାର ପରିଣାମସ୍ବରୂପ ଆପଣ ଧନ ଅର୍ଜନ କରିବ ଅପାୟନ ସକ୍ଷମ ହେବେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର କାମ୍ ଚିହ୍ନଟ ହେବ ଓ ଆପଣ ସମ୍ମାନ ପାଇବେ। ପରିବାରରେ ନୈତିକ ମୂଲ୍ୟ ସ୍ଥାପନ ହେବ, ଯାହା ଫଳରେ ଘରର ପରିବେଶ ଭଲ ରହିବ।
କ୍ୟାରୀଅର ଦୃଷ୍ଟିରୁ ଆପଣ ପରିଶ୍ରମ ଓ ସମର୍ପଣ ଯୋଗୁଁ ଭଲ ଧନ ରୋଜଗାର କରିବା ପାଇଁସକ୍ଷମ ହେବ। ଏହି ସମୟରେ ଆପଣ ନିଜର କାମ୍ ଦ୍ବାରା ବରିଷ୍ଠ ଅଧିକାରୀଙ୍କ ମନ କିଣିବାରେ ସଫଳ ହେବେ। ଯେଉଁ ଲୋକଙ୍କର ନିଜର ଭାବସାୟ ଅଛି ସେମାନେ ଭଲ ଲାଭ ପାଇବେ ଓ ସଫଳତା ପ୍ରାପ୍ତ କରିବେ। ନିବେଶରେ ଭଲ ରିଟର୍ନ ମଧ୍ୟ ମିଳିବ ଓ ଯଦି ଆପଣ ବର୍ତ୍ତମାନ କୌଣସି ନିବେଶ କରୁଛନ୍ତି ଆଗକୁ ଯାଇ ଆପଣଙ୍କୁ ଭଲ ରିଟର୍ନ ମିଳିବ। ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ। ଆର୍ଥିକ ଦୃଷ୍ଟିରୁ ଧନ ଅର୍ଜନ କରିବା ସହିତ ସଞ୍ଚୟ ମଧ୍ୟ କରିବେ। ଆପଣ ନିଜର ସନ୍ତାନ ଉପରେ ଖର୍ଚ୍ଚ କରିପାରନ୍ତି। ସମାପର୍କ ଦୃଷ୍ଟିରୁ, ଜୀବନସାଥିର ବିଶ୍ବାସ ଜିତି ପାରିବେ ଓ ସମ୍ପର୍କାରେ ବୁଝାମଣା ରହିବ। ଆପଣ ଖୋଲା ମନରେ କଥା ହେବେ। ସ୍ବାସ୍ଥ୍ୟ ଦୃଷ୍ଟିରୁ, ଆପଣଙ୍କୁ କୌଣସି ବଡ଼ ସ୍ବାସ୍ଥ୍ୟ ସମସ୍ଯା ସାମ୍ନା କରିବା ପାଇଁ ପଡ଼ିବ ନାହିଁ। କିନ୍ତୁ ଆଖି ସହିତ ପୋଡ଼ାଜଳା ଇତ୍ୟାଦି ଛୋଟ ସମସ୍ଯା ହୋଇପାରେ।
ଉପାୟ: ପ୍ରତିଦିନ 41 ଥର "ଓଁ ବୁଧାୟ ନମଃ" ଜପ କରନ୍ତୁ।
ବୃଷ ରାଶି
ବୃଷ ରାଶି ଲୋକଙ୍କ ପାଇଁ ସୂର୍ଯ୍ୟ ଚତୁର୍ଥ ଘରର ସ୍ବାମୀ ଓ ବର୍ତ୍ତମାନ ସେ ଆପଣଙ୍କର ପ୍ରଥମ ଘରେ ଗୋଚର କରିବା ପାଇଁ ଯାଉଛନ୍ତି।ସୂର୍ଯ୍ୟଙ୍କର ବୃଷ ରାଶିରେ ଗୋଚର ସଫଳତା ଓ ପ୍ରଗତି ଆଣିବ। ସମ୍ପତି କିଣିବା ପାଇଁ ଓ ବିନିଯୋଗ କରିବା ପାଇଁ ଆପଣଙ୍କର ରୁଚି ରହିବ।
କ୍ୟାରୀଅର ଦୃଷ୍ଟିରୁ, ଆପଣ କାମରେ ସଫଳତା ପାଇବେ ନାହିଁ ସେଥିପାଇଁ ଏହି ଅବଧି ଅନୁକୂଳ ହେବ ନାହିଁ। ବରିଷ୍ଠଅଧିକାରିଙ୍କ ସହିତ ସମସ୍ଯା ହୋଇପାରେ। ଆର୍ଥିକ ଜୀବନ ଦୃଷ୍ଟିରୁ, ଅଧିକ ଲାଭ ମିଳିବାର ସମ୍ଭାବନା ନାହିଁ। ଉଚ୍ଚ ସ୍ତରର ଆୟ ହେବ ନାହିଁ। ସଞ୍ଚୟ କରିବାରେ ଅସଫଳ ହେବେ। ସମ୍ପର୍କ ଦୃଷ୍ଟିରୁ, ସାଥି ସହିତ ଉତ୍ଥାନ-ପତନ ସାମ୍ନା କରିବା ପାଇଁ ପଡ଼ିପାର। ପାର୍ଟନର ସହିତ ପାରସ୍ପରିକ ବୁଝମଣାର ଅଭାବ ଯୋଗୁଁ ଯୁକ୍ତି ହୋଇପାରେ। ଆପଣଙ୍କୁ ମୁଣ୍ଡବିନ୍ଧା ଓ ଗଳା ସମ୍ବନ୍ଧୀୟ ସମସ୍ଯା ହୋଇପାରେ।
ଉପାୟ: ବୁଧବାର ଦିନ ବୁଧ ଗ୍ରହନଙ୍କ ପାଇଁ ଯଜ୍ଞ କରନ୍ତୁ।
ମିଥୁନ ରାଶି
ମିଥୁନ ରାଶି ଲୋକଙ୍କ ପାଇଁ ସୂର୍ଯ୍ୟ ତୃତୀଯ ଘରର ସ୍ବାମୀ ଓ ବର୍ତ୍ତମାନ ଏହା ଆପଣଙ୍କର ଦ୍ଵାଦଶ ଘରେ ଗୋଚର କରିବାକୁ ଯାଉଛନ୍ତି। ଏହାର ଫଳସ୍ବରୂପ ଆପଣଙ୍କର ପ୍ରୟାସରେ ହ୍ରାସ ଘଟିବ ଓ ବିକାଶରେ ଡେରି ହେବ। ଏହି ସମୟରେ ଆପଣଙ୍କର କୌଣସି ମୁଲ୍ୟବାନ ଜିନ୍ସ ହଜିଯାଇପାରେ।
କ୍ୟାରିୟର ଦୃଷ୍ଟିରୁ, ଆପଣ କାର୍ଯ୍ୟ କରୁଥିବା କମ୍ପାନୀରେ ସନ୍ତୁଷ୍ଟ ଅନୁଭବ କରିପାରିବେ ନାହିଁ, ଯେଉଁ କାରଣରୁ ଚାକିରି ବଦଳାଇବାକୁ ଚିନ୍ତା କରିବେ। ଆର୍ଥିକ ଜୀବନ ବିଷୟରେ କଥାବାର୍ତ୍ତା କରିଲେ,ସୂର୍ଯ୍ୟଙ୍କର ବୃଷ ରାଶିରେ ଗୋଚର ଅବଧି ମଧ୍ୟରେ ଆପଣଙ୍କୁ ଯୋଜନା କରିବାକୁ ପଡ଼ିବ ନଚେତ୍ ଆପଣଙ୍କୁ ଆର୍ଥିକ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିପାରେ | ଆପଣଙ୍କର ଖର୍ଚ୍ଚ ମଧ୍ୟ ବଢ଼ିପାରେ | ଏହା ବ୍ୟତୀତ, ଅବହେଳା ହେତୁ ଆପଣ ଆର୍ଥିକ କ୍ଷତି ମଧ୍ୟ ସହିପାରନ୍ତି।
ଏହି ସମୟରେ ସମ୍ପର୍କରେ ସାଥି ସହିତ ଅହଂକାର ସହିତ ଜଡ଼ିତ ସମସ୍ଯା ହୋଇପାରେ। ଯାହା ଫଳରେ ଆପଣ ଭଲ ସମ୍ପର୍କ ସ୍ଥାପନ କରିବାରେ ଅସମର୍ଥ ହେବେ। ପାରସ୍ପରିକ ବୁଝାମଣା ହ୍ରାସ ହେବ। ସ୍ବାସ୍ଥ୍ୟ ବିଷୟରେ କହିବାକୁ ଗଲେ, ଆପଣ ଗଳା ସମ୍ବନ୍ଧୀୟ ସଂକ୍ରମଣରେ ପୀଡ଼ିତ ହୋଇପାରନ୍ତି ଯାହା ରୋଗ ପ୍ରତିରୋଧକ ଶକ୍ତି ଅଭାବରୁ ହୋଇପାରେ।
ଉପାୟ: ଶନିବାର ଦିନ ଶନି ଗ୍ରହଙ୍କ ପାଇଁ ଯଜ୍ଞ କରନ୍ତୁ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
କର୍କଟ ରାଶି
କର୍କଟ ରାଶି ଲୋକଙ୍କ ପାଇଁ ସୂର୍ଯ୍ୟ ଦ୍ଵିତୀୟ ଘରର ପ୍ରଭୁ ଓ ବର୍ତ୍ତମାନ ଏହା ଆପଣଙ୍କ ଏକାଦଶ ଘରେ ଗୋଚର କରିବା ପାଇଁ ଯାଉଛନ୍ତି। ଏହାର ପରିଣାମସ୍ବରୂପ, ଆପଣ ଉଚ୍ଚ ସ୍ତରର ସନ୍ତୁଷ୍ଟି ପ୍ରାପ୍ତ କରିବେ ଓ ଭଲ ରିଟର୍ନ ପାଇ ପାରିବେ।
କ୍ୟାରିୟର ଦୃଷ୍ଟିରୁ, ଆପଣ ଉଚ୍ଚ ଅଧିକାରୀଙ୍କ ବିଶ୍ୱାସ ଏବଂ ପ୍ରଶଂସା ଜିତିବାକୁ ସମର୍ଥ ହେବେ | ଆପଣ କର୍ମକ୍ଷେତ୍ରରେ ସମ୍ମାନ ପାଇବେ। ଯଦି ଆପଣ ବ୍ୟବସାୟ କରୁଛନ୍ତି ତେବେ ଏହି ଗୋଚର ସମୟରେ ଆପଣ ଅଧିକ ଲାଭ ପାଇବାରେ ସଫଳ ହେବେ, ଯାହା ଆପଣଙ୍କୁ ସନ୍ତୁଷ୍ଟ କରିବ।
ସମ୍ପର୍କ ଦୃଷ୍ଟିରୁ, ଆପଣ ନିଜ ସାଥୀଙ୍କ ଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇପାରନ୍ତି।ସୂର୍ଯ୍ୟଙ୍କର ଗୋଚର ଅନୁଯାୟୀ ସ୍ବାସ୍ଥ୍ୟ ଦୃଷ୍ଟିୁରୁ, ସୁସ୍ଥ ରହିବା ପାଇଁ ଆପଣଙ୍କର ଦୃଢ଼ ରୋଗ ପ୍ରତିରୋଧକ ଶକ୍ତି କାର୍ଯ୍ୟ କରିବ।
ଉପାୟ: ପ୍ରତିଦିନ 11 ଥର "ଓଁ ଚନ୍ଦ୍ରାୟ ନମଃ" ଜପ କରନ୍ତୁ।
ବିଦ୍ବାନ ଜ୍ଯୋତିଷଙ୍କ ସହିତ ଫୋନରେ କଥା ହୁଅନ୍ତୁ ଓ ଜାଣନ୍ତୁ ସୂର୍ଯ୍ୟ ଗୋଚର ଆପଣଙ୍କ ଜୀବନ ଉପରେ କ’ଣ ପ୍ରଭାବ ପକାଇବ
ସିଂହ ରାଶି
ସିଂହ ରାଶି ଲୋକଙ୍କ ପାଇଁ ସୂର୍ଯ୍ୟ ପ୍ରଥମ ଘରର ପ୍ରଭୁ ଓ ବର୍ତ୍ତମାନ ଏହା ଆପଣଙ୍କ ଦଶମ ଘରେ ଗୋଚର କରିବା ପାଇଁ ଯାଉଛନ୍ତି। ଏହାର ପରିଣାମସ୍ବରୂପ ଆପଣ ନୂଆ ସାଙ୍ଗ କରିବା ସହିତ ନୂଆ ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ କରିବେ। ଏହି ଲୋକମାନେ ନିଜର ବୁଦ୍ଧି ବଳରେ ନିଜର ସାଙ୍ଗମାନଙ୍କ ସମର୍ଥନ ପାଇବେ।
କ୍ୟାରିୟର କ୍ଷେତ୍ରରେ,ସୂର୍ଯ୍ୟଙ୍କର ବୃଷ ରାଶିରେ ଗୋଚର ସମୟରେ, ଆପଣ କାର୍ଯ୍ୟରେ କରିଥିବା କଠିନ ପରିଶ୍ରମ ହେତୁ ଆପଣ ଅପାର ସଫଳତା ହାସଲ କରୁଥିବା ଦେଖାଯାଇପାରନ୍ତି।
ଯେତେବେଳେ ଏହା ଆର୍ଥିକ ଜୀବନ ବିଷୟରେ କଥା ଆସେ, ଆପଣ ଏହି ଅବଧି ମଧ୍ୟରେ ସଞ୍ଚୟ କରିବାକୁ ସମର୍ଥ ହେବେ | ପୂର୍ବ ଅପେକ୍ଷା ଟଙ୍କା ସଞ୍ଚୟ ପାଇଁ ଅଧିକ ସୁଯୋଗ ରହିବ।
ପାର୍ଟନର ସହିତ ସମ୍ପର୍କରେ ପ୍ରେମ ରହିବ ଯାହାର ଆପଣ ଆନନ୍ଦ ନେବେ। ସମ୍ପର୍କରେ ଉଚ୍ଚ ମୂଲ୍ୟ ସ୍ଥାପନ ମଧ୍ୟ କରିପାରିବେ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କର ସୁସ୍ଥ ରହିବେ ଓ ଆପଣଙ୍କର ଭିତରେ ଦୃଢ଼ ମନୋଭାବ ଓ ଉତ୍ସାହ ରହିବ।
ଉପାୟ: "ଓଁ ଭାସ୍କରାୟ ନମଃ" 41 ଥର ଜପ କରନ୍ତୁ ।
ନିଜର ଜାତକର ଶୁଭ ଯୋଗ ଜାଣିବା ପାଇଁ ଏବେ କିଣନ୍ତୁ ଆଷ୍ଟ୍ରୋସେଜ ବୃହତ କୁଣ୍ଡଳୀ
କନ୍ୟା ରାଶି
କନ୍ୟା ରାଶି ଲୋକଙ୍କ ପାଇଁ ସୂର୍ଯ୍ୟ ଦ୍ଵାଦଶ ଘରର ପ୍ରଭୁ ଓ ବର୍ତ୍ତମାନ ଏହା ଆପଣଙ୍କ ନବମ ଘରେ ଗୋଚର କରିବା ପାଇଁ ଯାଉଛନ୍ତି। ସ୍ବାସ୍ଥ୍ୟ ପ୍ରତି ସତର୍କ ରହିବା ପାଇଁ ପରାମର୍ଶ ଦିଅଯାଇଛି। ଆପଣଙ୍କର ଚିନ୍ତା ବଢ଼ିପାରେ।
କ୍ୟାରୀଅର ଦୃଷ୍ଟିରୁ, ଭଲ ସୁଯୋଗ ପାଇଁ ଅପାଣ ଛାଇକିରୀ ବଦଳାଇବା ବିଷୟରେ ଭାବି ପାରନ୍ତି ଓ ଏହା ଆପଣଙ୍କୁ ସନ୍ତୁଷ୍ଟ କରିବ। ଆର୍ଥିକ ସ୍ଥିତି ଦୃଷ୍ଟିରୁସୂର୍ଯ୍ୟଙ୍କର ଗୋଚର ସମୟରେଆପଣଙ୍କର ଦାୟିତ୍ବ ବଢ଼ିପାରେ ଓ ଏହାକୁ ପୂରଣ କରିବକୁ ଆପଣଙ୍କୁ ଋଣ ନେବାକୁ ପଡ଼ିବ।
ସମ୍ପର୍କ ଦୃଷ୍ଟିରୁ, ସନ୍ତୁଷ୍ଟତା ବଜାୟ ରଖିବା ଏବଂ ଉତ୍ତମ ସମନ୍ୱୟ ସ୍ଥାପନ କରିବା ପାଇଁ ସାଥୀ ସହିତ ଆଡଜଷ୍ଟ କରିବାକୁ ପଡ଼ିପାରେ | ଏପରି ପରିସ୍ଥିତିରେ ଆପଣଙ୍କୁ ଧର୍ଯ୍ୟବାନ ହେବାକୁ ପଡ଼ିପାରେ। ଏହି ଗୋଚର ସମୟରେ ଆପଣଙ୍କର ସ୍ବାସ୍ଥ୍ୟ ହାରାହାରି ରହିବ। ଆପଣଙ୍କର ଉତ୍ସାହ କମ ରହିବ ଓ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ରହିବ।
ଉପାୟ: ବୁଧବାର ଦିନ ବିଦ୍ଧ ଗ୍ରହ ପାଇଁ ଯଜ୍ଞ କରନ୍ତୁ ।
କୁଣ୍ଡଳୀରେ ଥିବା ରାଜ ଯୋଗର ସମସ୍ତ ସୂଚନା ପାଆନ୍ତୁ
ତୁଳା ରାଶି
ତୁଳା ରାଶି ଲୋକଙ୍କ ପାଇଁ ସୂର୍ଯ୍ୟ ଏକାଦଶ ଘରର ପ୍ରଭୁ ଓ ବର୍ତ୍ତମାନ ଏହା ଆପଣଙ୍କ ଅଷ୍ଟମ ଘରେ ଗୋଚର କରିବା ପାଇଁ ଯାଉଛନ୍ତି। ଏହାର ପରିଣାମସ୍ବରୂପ ଆପଣ ପୈତୃକ ସମ୍ପତିରୁ ଲାଭ ପ୍ରାପ୍ତ କରିବେ।
କ୍ୟାରୀଅର ଦୃଷ୍ଟିରୁ,ସୂର୍ଯ୍ୟଙ୍କର ବୃଷ ରାଶିରେ ଗୋଚରଅବଧିରେ କାମ କୁ ସମ୍ପୂର୍ଣ କରିବାରେ ଆପଣଙ୍କୁ ସଂଘର୍ଷ କରିବାକୁ ପଡ଼ିପାରେ। ଆର୍ଥିକ ଜୀବନ ବିଷୟରେ କହିଲେ, ଧ୍ୟାନର ଅଭାବ ଓ ଅବହେଳା ଯୋଗୁଁ ଧନ ହାନି ହୋଇପାରେ।
ସମ୍ପର୍କ ଦୃଷ୍ଟିରୁ, ବୁଝାମଣା ଅଭାବ ଯୋଗୁଁ ଆପଣ ଜୀବନସାଥି ସହିତ ତିକ୍ତତାର ସାମ୍ନା କରିବେ। ସ୍ବାସ୍ଥ୍ୟ ଦୃଷ୍ଟିରୁ, ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହେବ ଓ ଆପଣଙ୍କୁ ଗଳାରେ ସଂକ୍ରମଣ ହେବ।
ଉପାୟ: ପ୍ରତିଦିନ 11 ଥର "ଓଁ ଭାର୍ଗବାୟ ନମଃ" ଜପ କରନ୍ତୁ।
ବିଛା ରାଶି
ବିଛା ରାଶି ଲୋକନକ ପାଇଁ ସୂର୍ଯ୍ୟ ଦେବ ଦଶମ ଘରର ପ୍ରଭୁ ଓ ବର୍ତ୍ତମାନ ଏହା ଆପଣଙ୍କ ସପତମ ଘେର ଗୋଚର କରିବା ପାଇଁ ଯାଉଛନ୍ତି।
ଏହାର ପରିଣାମସ୍ବରୂପ ଆପଣଙ୍କୁ କ୍ୟାରୀଅରରେ ଭଲ ଓ ସକାରାତ୍ମକ ପରିଣାମ ପ୍ରାପ୍ତ ହେବ। କାମରେ ସୁଖ ଓ ସମୃଦ୍ଧି ପ୍ରାପ୍ତ ହେବ। ବ୍ୟବସାୟରେ ଭଲ ଫଳ ମିଳିବ। ଆର୍ଥିକ ସ୍ଥିତି ଦୃଷ୍ଟିରୁ ଏହି ସମୟରେ ଭାଗ୍ୟର ସମର୍ଥନ ମିଳିବ ଓ ଆପଣ ଧନ ସଞ୍ଚୟ କରିବାରେ ସକ୍ଷମ ହେବେ।
ସମ୍ପର୍କ ଦୃଷ୍ଟିରୁ,ଏହି ସମୟରେଆପଣ ଜୀବନ ସାଥୀ ସହିତ ସମ୍ପର୍କରେ ସଚ୍ଚୋଟ ରହିବେ ଏବଂ ଦୁହିଁଙ୍କ ମଧ୍ୟରେ ପ୍ରେମର ଭାବନା ରହିବ | ଆପଣ ଏହି ମୁହୂର୍ତ୍ତକୁ ଭଲ ଭାବରେ ଉପଭୋଗ କରିବେ। ଉତ୍ସାହ ଯୋଗୁଁ ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ।
ଉପାୟ: ପ୍ରତିଦିନ 11 ଥର "ଓଁ ଭୌମାୟ ନମଃ" ଜପ କରନ୍ତୁ।
ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହମାନଙ୍କର ଆପଣଙ୍କ ଜୀବନ ଉପରେ ପ୍ରଭାବ ଓ ଉପାୟ
ଧନୁ ରାଶି
ଧନୁ ରାଶି ଲୋକଙ୍କ ପାଇଁ ସୂର୍ଯ୍ୟ ନବମ ଘରର ପ୍ରଭୁ ଓ ବର୍ତ୍ତମାନ ଏହା ଆପଣଙ୍କ ଷଷ୍ଠ ଘରେ ଗୋଚର କରିବା ପାଇଁ ଯାଉଛନ୍ତି। ଏହାର ପରିଣାମସ୍ଵରୂପ ଆପଣଙ୍କୁ ଅନୁକୂଳ ପରିଣାମ ପ୍ରାପ୍ତ ହେବାର ସମ୍ଭାବନା ନାହି। ପ୍ରଗତିର ଗତି ଏହି ସମୟରେ ଧୀର ହେବ ଓ ଆଶଙ୍କା ଅଛି ଯେ ଏହି ସମୟରେ ଖର୍ଚ୍ଚ ବଢ଼ିଜୀବ ଓ ଋଣ ନେବାକୁ ପଡ଼ିପାରେ।
କ୍ୟାରିୟର ଦୃଷ୍ଟିରୁ, ଆପଣ ହାରାହାରି ସନ୍ତୋଷ ପାଇପାରନ୍ତି, ଯେଉଁ କାରଣରୁ ଆପଣ କାର୍ଯ୍ୟରୁ ଆଗ୍ରହ ହରାଇ ପାରନ୍ତି ଏବଂ ଆପଣ ଚାକିରି ବଦଳାଇବାକୁ ଚିନ୍ତା କରିପାରନ୍ତି। ଯେଉଁ ଲୋକମାନଙ୍କର ନିଜର ବ୍ୟବସାୟ ଅଛି, ସେମାନଙ୍କୁ ଏହି ସମୟରେ ପ୍ରତିଦ୍ଵନ୍ଦୀଙ୍କ ଠାରୁ କଠିନ ପ୍ରତିଯୋଗିତା ସାମ୍ନା କରିବାକୁ ପଡ଼ିବ। କ୍ଷତି ହେବାର ସମ୍ଭାବନା ଅଛି। ଆର୍ଥିକ ସ୍ଥିତି ଦୃଷ୍ଟିରୁ ଆପଣଙ୍କୁ ସଞ୍ଚୟ କରିବାରେ କଷ୍ଟ ହେବ ଓ ଆପଣଙ୍କର ଖର୍ଚ୍ଚ ଅଧିକ ବଢ଼ିପାରେ।
ସମ୍ପର୍କରେ, ଭୁଲ ଧାରଣା ଏବଂ ପାରସ୍ପରିକ ବୁଝାମଣାର ଅଭାବ ହେତୁ ଆପଣଙ୍କୁ ଯୁକ୍ତିର ସାମ୍ନା କରିବାକୁ ପଡ଼ିପାରେ, ଯାହା ସମ୍ପର୍କକୁ ଦୁର୍ବଳ କରିପାରେ। ସ୍ବାସ୍ଥ୍ୟ ଦୃଷ୍ଟିରୁ, ଏହି ଗୋଚର ସମୟରେ ଆପଣଙ୍କର ଗଳା ସମ୍ବନ୍ଧୀୟ ସଂକ୍ରମଣ ହୋଇପାରେ।
ଉପାୟ: ଗୁରୁବାର ଦିନ ଭଗବାନ ଶିବଙ୍କ ପାଇଁ ଯଜ୍ଞ କରନ୍ତୁ ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ମକର ରାଶି
ମକର ରାଶି ଲୋକଙ୍କ ପାଇଁ ସୂର୍ଯ୍ୟ ଅଷ୍ଟମ ଘରର ପ୍ରଭୁ ଓ ବର୍ତ୍ତମାନ ଏହା ଆପଣଙ୍କ ପଞ୍ଚମ ଘରେ ଗୋଚର କରିବା ପାଇଁ ଯାଉଛନ୍ତି। ଏହାର ପରିଣାମ ସ୍ବରୂପ ଆପଣଙ୍କୁ ଲାଭ ପ୍ରାପ୍ତ କରିବା ପାଇଁ ଧର୍ଯ୍ୟ ରଖିବାକୁ ପଡ଼ିବ। କ୍ଷତିର ସାମ୍ନା କରିବାକୁ ପଡ଼ିବ।
କ୍ୟାରୀଅର ଦୃଷ୍ଟିରୁ, ଏହି ଅବଧିରେ ଆଶଙ୍କା ଅଛି ଯେ ଆପଣଙ୍କର କାର୍ଯ୍ୟ କ୍ଷେତ୍ରରେ ଆପଣ ପ୍ରଶଂସିତ ନ ହୋଇପାରନ୍ତି ଯାହା ପାଇଁ ଆପଣ ଆଶା କରିଥିଲେ। ବ୍ୟବସାୟ ଦୃଷ୍ଟିରୁ ଯଦି ଆପଣ ଶେୟାର ମାର୍କେଟ ସହିତ ଜଡ଼ିତ ତେବେ ଭଲ ଲାଭ ମିଳିବ ନାହିଁ ଓ ଆପଣ ଅସନ୍ତୁଷ୍ଟ ହେବେ।
ଆର୍ଥିକ ଜୀବନ ବିଷୟରେ କହିବାକୁ ଗଲେ, ଆପଣ ଧନ ଅର୍ଜନ ଓ ସଞ୍ଚୟ କରିବାରେ ବିଫଳ ହେବେ। ଭାଗ୍ୟର ସମର୍ଥନ ମିଳିବ ନାହିଁ। ପ୍ରେମ ଜୀବନ ବିଷୟରେ କଥାବାର୍ତ୍ତା କରିଲେ,ସୂର୍ଯ୍ୟଙ୍କର ବୃଷ ରାଶିରେ ଗୋଚରସମୟ ମଧ୍ୟରେ ଆପଣ ସାଥୀ ପାଇଁ ଭାବପ୍ରବଣ ଭାବରେ ଉପଲବ୍ଧ ହୋଇନପାରନ୍ତି, ଯେଉଁ କାରଣରୁ ସମ୍ପର୍କ ବଜାୟ ରଖିବା କଷ୍ଟକର ହୋଇପାରେ।
ସ୍ବାସ୍ଥ୍ୟ ଦୃଷ୍ଟିରୁ, ଆପଣ ଏହି ସମୟ ମଧ୍ୟରେ ଉତ୍ଥାନ-ପତନର ସମ୍ମୁଖୀନ ହୋଇପାରନ୍ତି କାରଣ ଆପଣଙ୍କର ଗଳା ସମ୍ବନ୍ଧୀୟ ସମସ୍ୟା ହୋଇପାରେ।
ଉପାୟ: ଶନିବାର ଦିନ ହନୁମାନଙ୍କ ପାଇଁ ଯଜ୍ଞ କରନ୍ତୁ।
କୁମ୍ଭ ରାଶି
କୁମ୍ଭ ରାଶି ଲୋକଙ୍କ ପାଇଁ ସୂର୍ଯ୍ୟ ସପ୍ତମ ଘରର ପ୍ରଭୁ ଓ ବର୍ତ୍ତମାନ ଏହା ଚତୁର୍ଥ ଘରେ ଗୋଚର କରିବାକୁ ଯାଉଛନ୍ତି । ଏହାର ପରିଣାମସ୍ବରୂପ ଆପଣଙ୍କର ଆରମ ହ୍ରାସ ହେବ ଓ ଆପଣ ସନ୍ତୁଷ୍ଟ ରହିବେ ନାହିଁ।
କ୍ୟାରୀଅର କଥା କହିଲେ, କାମର ଚାପ ବଢ଼ିବ। ଯେଉଁମାନଙ୍କର ନିଜର ବ୍ୟବସାୟ ଅଛି ସେମାନଙ୍କୁ ଅନୁକୂଳ ପରିଣାମ ପ୍ରାପ୍ତ ହେବ। ଏକ ସମ୍ଭାବନା ଅଛି ଯେ ଆପଣ ହୁଏତ ଆପଣଙ୍କର ଖ୍ୟାତିର ହ୍ରାସ ଦେଖିପାରନ୍ତି କିମ୍ବା ଆପଣଙ୍କ ଅଂଶୀଦାରମାନଙ୍କ ସହିତ ଆପଣଙ୍କର ସମ୍ପର୍କ ଖରାପ ହୋଇପାରେ, ଯେଉଁ କାରଣରୁ ଆପଣ ମଧ୍ୟ କ୍ଷତି ସହିପାରନ୍ତି।
ଆର୍ଥିକ ସ୍ଥିତି ଦୃଷ୍ଟିରୁ, ଏହି ସମୟ ଭଲ ନୁହେଁ କାରଣ ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ କରିବାକୁ ପଡ଼ିପାରେ।ସମ୍ପର୍କ ଦୃଷ୍ଟିରୁ, ସୂର୍ଯ୍ୟ ଗୋଚର ସମୟରେ ଆପଣଙ୍କ ଧ୍ୟାନ ସମ୍ପର୍କ ଉପରେ ନ ରହିପାରେ କାରଣ ସାଥି ସହିତ ବିବାଦ ହୋଇପାରେ। ଏଥିପାଇଁ ଆପଣ ଚିନ୍ତିତ ରହିବେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ ଗଳାରେ ଦରଜ ଅନୁଭବ ହେବ ଓ ଏହା ଆପଣଙ୍କର ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଯୋଗୁଁ ହେଇପାରେ।
ଉପାୟ: ପ୍ରତିଦିନ "ଓଁ ବାୟୁପୁତ୍ରାୟ ନମଃ" ଜପ କରନ୍ତୁ।
ମୀନ ରାଶି
ମୀନ ରାଶିର ଲୋକଙ୍କ ପାଇଁ ସୂର୍ଯ୍ୟ ଷଷ୍ଠ ଘରର ପ୍ରଭୁ ଓ ବର୍ତ୍ତମାନ ଏହା ଆପଣଙ୍କ ତୃତୀୟ ଘରେ ଗୋଚର କରିବାକୁ ଯାଉଛନ୍ତି। ଏହାର ପରିଣାମସ୍ବରୂପ ଆପଣ ଅପାର ସଫଳତା ପାଇବେ ଓ ଆପଣଙ୍କର ପ୍ରୟାସ ସଫଳ ହେବ। ଏହି ଅବଧି ଆପଣଙ୍କ ପାଇଁ ବହୁତ ଅଧିକ ଅନୁକୂଳ ରହିବ।
କ୍ୟାରୀଅର ଦୃଷ୍ଟିରୁ ଆପଣଙ୍କୁ ଶୁଭ ଫଳ ପ୍ରାପ୍ତ ହେବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ସ୍ଥିତି ଭଲ ରହିବ। ବରିଷ୍ଠଅଧିକାର୍ୟ ଆପଣଙ୍କ ପ୍ରଶଂସା କରିଥିବା ଦେଖାଯିବ। ଚାକିରିରେ ଅନେକ ନୂଆ ସୁଯୋଗ ମିଳିବ ଓ ଆପଣ ନିଜର ଲକ୍ଷ ପ୍ରାପ୍ତ କରିବେ। ଆର୍ଥିକ ସ୍ଥିତି ଦୃଷ୍ଟିରୁ ଏହି ସମୟରେ ଧନର ଅଭାବ ହେବ ନାହିଁ। ପୈତୃକ ସମ୍ପତି ଓ ଅନ୍ୟାୟ ସ୍ରୋତରୁ ଧନ ଲାଭ ହେବ ଯାହା ଆପଣଙ୍କ ଆର୍ଥିକ ସ୍ଥିତିକୁ ଦୃଢ଼ କରିବ।
ବ୍ୟବସାୟ ଦୃଷ୍ଟିରୁ, ସ୍କିଲ ଓ ବୁଦ୍ଧି ଯୋଗୁଁ ଆପଣ ସଫଳତା ପାଇବେ। ଆପଣ ବ୍ୟବସାୟ ବଢ଼ାଇବାକୁ ଯାହା ପ୍ରୟାସ କରୁଛନ୍ତି ଆପଣ ସେଥିରେ ଭଲ ସଫଳତା ପ୍ରାପ୍ତ କରିବେ, ଯାହା ଆପଣଙ୍କୁ ସନ୍ତୁଷ୍ଟ କରିବ। ସମ୍ପର୍କ ଦୃଷ୍ଟିରୁ, ଜୀବନସାଥି ସହିତ ଆପଣଙ୍କର ସମ୍ପର୍କ ବହୁତ ଭଲ ଓ ଦୃଢ଼ ରହିବ। ଆପଣ ପରସ୍ପରର ନିକଟତର ହେବେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ଅବଧି ଆପଣଙ୍କ ପାଇଁ ବହୁତ ଭଲ ରହିବ। ଆପଣଙ୍କର ଭଲ ରୋଗ ପ୍ରତିରୋଧକ ଶକ୍ତି ଯୋଗୁଁ ଆପଣ ଫିଟ ଅନୁଭବ କରିବେ।
ଉପାୟ: ଗୁରୁବାର ଦିନ ବୃଦ୍ଧ ବ୍ରାହ୍ମଣଙ୍କୁ ଦାନ ଦିଅନ୍ତୁ ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ଟି ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ!
ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ
୧. ବୃଷ ରାଶିରେ ସୂର୍ଯ୍ୟ ଗୋଚରର ଅର୍ଥ କ’ଣ?
ସୂର୍ଯ୍ୟ ଅଧିକ ସକ୍ରିୟ ହୋଇଯାଆନ୍ତି ଯେତେବେଳେ ଏହା ବୃଷ ରାଶିରେ ଗୋଚର କରନ୍ତି | ଏହା ଆପଣଙ୍କର ନିଷ୍ଠା ଏବଂ ସୁରକ୍ଷା ଭାବନାକୁ ବଢ଼ାଇଥାଏ | ଏହି ରାଶିରେ ସୂର୍ଯ୍ୟଙ୍କ ଶୁଭ ସ୍ଥାନ ଆପଣଙ୍କୁ ଭଲ ଚାକିରି, ଧନ ଏବଂ ଉତ୍ତମ ସ୍ଟେଟସ ସହିତ ଆଶୀର୍ବାଦ କରିବ।
୨. ସୂର୍ଯ୍ୟ କେଉଁ ସମୟରେ ବୃଷ ରାଶିରେ ଗୋଚର କରିବେ?
14 ମଈ 2024 ସନ୍ଧ୍ୟା 05: 41 ରେ ଜ୍ଯୋତିଷଶାସ୍ତ୍ର ଅନୁଯାୟୀ ଶକ୍ତି ଓ ଆତ୍ମାର କାରକ ଗ୍ରହ ସୂର୍ଯ୍ୟଙ୍କର ବୃଷ ରାଶିରେ ଗୋଚର ହେବ। ଏହି ଗୋଚର ୨୦ ମଈ ପର୍ଯ୍ୟନ୍ତ ଚାଲିବ।
୩. କ’ଣ ବୃଷ ରାଶିରେ ସୂର୍ଯ୍ୟ ଗୋଚର ଭଲ?
ବୃଷ ରାଶିରେ ସୂର୍ଯ୍ୟଙ୍କ ଗୋଚର ବ୍ୟକ୍ତିକୁ ସୌନ୍ଦର୍ଯ୍ୟ ଏବଂ କୃତଜ୍ଞତା ପ୍ରତି ଆକର୍ଷିତ କରିଥାଏ କିନ୍ତୁ ବ୍ୟକ୍ତିର ସ୍ୱାସ୍ଥ୍ୟରେ କ୍ଷତି କରାଇଥାଏ।
୪. 2024 ବୃଷ ପାଇଁ ଭାଗ୍ୟଶାଳୀ କି?
ବୃଷ ରାଶି ରାଶିଫଳ ଅନୁଯାୟୀ 2024 ଆପଣଙ୍କ ପାଇଁ ଏକ ବହୁତ ଭଲ ବର୍ଷ, ଯେହେତୁ ଆପଣ ନିଜର ସମ୍ପର୍କକୁ ବିବାହରେ ପରିବର୍ତ୍ତନ କରିବାରେ ସକ୍ଷମ ହେବେ କିମ୍ବା ଯଦି ଆପଣ ଅବିବାହିତ, ଆପଣ ସର୍ବୋତ୍ତମ ସାଥୀ ପାଇବେ |
Astrological services for accurate answers and better feature
Astrological remedies to get rid of your problems
AstroSage on MobileAll Mobile Apps
- Rashifal 2025
- Horoscope 2025
- Chinese Horoscope 2025
- Saturn Transit 2025
- Jupiter Transit 2025
- Rahu Transit 2025
- Ketu Transit 2025
- Ascendant Horoscope 2025
- Lal Kitab 2025
- Shubh Muhurat 2025
- Hindu Holidays 2025
- Public Holidays 2025
- ராசி பலன் 2025
- రాశిఫలాలు 2025
- ರಾಶಿಭವಿಷ್ಯ 2025
- ਰਾਸ਼ੀਫਲ 2025
- ରାଶିଫଳ 2025
- രാശിഫലം 2025
- રાશિફળ 2025
- రాశిఫలాలు 2025
- রাশিফল 2025 (Rashifol 2025)
- Astrology 2025