ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ (02 ଫେବ୍ରୁୟାରୀ 08 ଫେବ୍ରୁୟାରୀ)
ଜାନୁଆରୀ ମାସର ଏହି ସପ୍ତାହ ଅଲଗା-ଅଲଗା ମୂଳାଙ୍କର ଲୋକଙ୍କ ପାଇଁ ବହୁତ ଭଲ ସୁଯୋଗ ନେଇ ଆସିବ। ଯଦି ଆପଣ ନିଜର ମୂଳାଙ୍କ ଉପରେ ଆଧାରିତ ପ୍ରେମ ଜୀବନ, କ୍ୟାରୀଅର, ସ୍ବାସ୍ଥ୍ୟ କିମ୍ବା ଆର୍ଥିକ ସ୍ଥିତି ବିଷୟରେ ଜାଣିବାକୁ ଚାହାନ୍ତି, ତେବେ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଆର୍ଟିକଲ୍ କୁ ଶେଷ ଯାଏଁ ନିଶ୍ଚିତ ପଢ଼ନ୍ତୁ। ଏହି ଲେଖାରେ ଆମର ଅନୁଭବି ଜ୍ଯୋତିଷ ମୂଳାଙ୍କ ଉପରେ ଆଧାରିତ ଏହିରାଶିଫଳ 02 ଫେବ୍ରୁୟାରୀ 08 ଫେବ୍ରୁୟାରୀ ପାଇଁ ସଠିକ ଭବିଷ୍ୟବାଣୀ ପ୍ରଦାନ କରିଛନ୍ତି।
କିପରି ଜାଣିବେ ନିଜର ମୂଳ ସଂଖ୍ୟା (ମୂଳାଙ୍କ)?
ରାଶିଫଳ ଜାଣିବା ପାଇଁ ମୂଳାଙ୍କର ମହତ୍ଵ ରହିଛି | ମୂଳାଙ୍କ ସଂଖ୍ୟା ବ୍ୟକ୍ତିଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟା ଭାବରେ ବିବେଚନା କରାଯାଏ | ଆପଣ ଜନ୍ମ ହୋଇଥିବା ମାସର ଯେକୌଣସି ତାରିଖକୁ ୟୁନିଟ୍ ଅଙ୍କରେ ପରିଣତ କରିବା ପରେ ପ୍ରାପ୍ତ ହୋଇଥିବା ସଂଖ୍ୟାକୁ ଆପଣଙ୍କର ମୂଳାଙ୍କ କୁହାଯାଏ | ମୂଳାଙ୍କ ସଂଖ୍ୟା 1 ରୁ 9 ମଧ୍ୟରେ ଯେକୌଣସି ସଂଖ୍ୟା ହୋଇପାରେ, ଉଦାହରଣ ସ୍ୱରୂପ, ଯଦି ଆପଣ କୌଣସି ମାସର 22 ରେ ଜନ୍ମ ହୋଇଛନ୍ତି, ତେବେ ଆପଣଙ୍କର ମୂଳାଙ୍କ ନମ୍ବର 1 + 0 ଅର୍ଥାତ୍ 1 ହେବ |
ଏହି ଉପାୟରେ ଆପଣ ଜାଣିପାରିବେ ନିଜର ମୂଳାଙ୍କ ଉପରେ ଆଧାରିତ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ। ଏହି ପ୍ରକାର କୌଣସି ମାସର 1 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଜନ୍ମ ହୋଇଥିବା ଲୋକଙ୍କ ପାଇଁ 1 ରୁ 9 ପର୍ଯ୍ୟନ୍ତର ମୂଳାଙ୍କର ଗଣନା କରାଯାଏ।
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ବିଶ୍ବର ବିଦ୍ବାନ ଅଙ୍କ ଜ୍ଯୋତିଷଙ୍କ ସହିତ ହୁଅନ୍ତୁ ଫୋନରେ କଥା ଓ ଜାଣନ୍ତୁ କ୍ୟାରୀଅର ସମ୍ବନ୍ଧିତ ସମସ୍ତ ସୂଚନା
ଜାଣନ୍ତୁ ନିଜର ମୂଳାଙ୍କ ଉପରେ ଆଧାରିତ ସାପ୍ତାହିକ ରାଶିଫଳ ( 02 ଫେବ୍ରୁୟାରୀରୁ 08 ଫେବ୍ରୁୟାରୀ, 2025)
ଅଙ୍କଜ୍ଯୋତିଷ ଆମ ଜୀବନରେ ସିଧାସଳଖ ପ୍ରଭାବ ପକାଇଥାଏ କାରଣ ସମସ୍ତ ସଂଖ୍ୟା ଆମର ଜନ୍ମ ତାରିଖ ସହିତ ଜଡ଼ିତ | ନିମ୍ନରେ ଦିଆଯାଇଥିବା ଲେଖାରେ, ଆମେ କହିଛୁ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କର ମୂଳାଙ୍କ ସଂଖ୍ୟା ଅଛି ଯାହା ତାଙ୍କ ଜନ୍ମ ତାରିଖ ଅନୁଯାୟୀ ନିର୍ଣ୍ଣୟ କରାଯାଇଥାଏ ଏବଂ ଏହି ସମସ୍ତ ସଂଖ୍ୟା ବିଭିନ୍ନ ଗ୍ରହ ଦ୍ୱାରା ପରିଚାଳିତ ହୋଇଥାଏ |
ମୂଳାଙ୍କ 1 ଉପରେ ସୂର୍ଯ୍ୟ ଦେବଙ୍କର ଆଧିପତ୍ୟ ଅଛି। ଚନ୍ଦ୍ରମା ମୂଳାଙ୍କ 2 ର ସ୍ବାମୀ ଅଟନ୍ତି । ଅଙ୍କ 3 ଉପରେ ଦେବ ଗୁରୁ ବୃହସ୍ପତିଙ୍କର ସ୍ଵାମିତ୍ଵ ଅଛି ଓ ରାହୁ ଅଙ୍କ 4 ର ରାଜା ଅଟନ୍ତି । ଅଙ୍କ 5 ବୁଧ ଗ୍ରହ ଦ୍ବାରା ଶାସିତ । 6 ମୂଳାଙ୍କର ରାଜା ଶୁକ୍ର ଦେବ ଓ 7 ଅଙ୍କ କେତୁ ଗ୍ରହଙ୍କ ଦ୍ବାରା ଶାସିତ । ଶନି ଦେବଙ୍କୁ ଅଙ୍କ 8 ର ସ୍ବାମୀ ବିବେଚନା କରାଯାଏ। ଅଙ୍କ 9 ମଙ୍ଗଳ ଦେବଙ୍କର ଅଙ୍କ । ଏହି ଗ୍ରହମାନଙ୍କର ପରିବର୍ତ୍ତନ ଯୋଗୁଁ ମଣିଷ ଜୀବନରେ ପରିବର୍ତ୍ତନ ଆସେ।
ବୃହତ କୁଣ୍ଡଳୀ ରେ ଲୁଚି ରହିଛି,ଆପଣଙ୍କ ଜୀବନର ସମସ୍ତ ରହସ୍ୟ, ଜାଣନ୍ତୁ ଗ୍ରହମାନଙ୍କର ଚଳନ ବିଷୟରେ ସମସ୍ତ ସୂଚନା
ମୂଳାଙ୍କ 1
(ଯଦି ଆପଣଙ୍କ ଜନ୍ମ କୌଣସି ମାସର 1, 10, 19 କିମ୍ବା 28 ତାରିଖରେ ହୋଇଛି)
ମୂଳାଙ୍କ 1ର ଲୋକ ଏହି ସପ୍ତାହରେ ଆତ୍ମବିଶ୍ବାସ ଓ ଶକ୍ତିରେ ଭରପୁର ରହିବେ। ଯଦି ଆଓନ ଏହି ଶକ୍ତିକୁ ବ୍ୟବହାର ଠିକ ଭାବରେ କରି ପାରୁ ନାହାନ୍ତି ତେବେ ଆପଣଙ୍କର ବ୍ୟବହାର ଆକ୍ରାମକ ଓ ବିରକ୍ତିକର ହୋଇପାରେ। ଏହି ସମୟରେ ଆପଣଙ୍କୁ ପ୍ରତ୍ଯେକ କ୍ଷେତ୍ରରେ ପରିବାର, ମେଣ୍ଟର କିମ୍ବା ଗୁରୁଙ୍କର ସହଯୋଗ ମିଳିବ। ଏହା ବ୍ଯତୀତ, ଆପଣ ଭୌତିକ ଇଚ୍ଛା ପୂରଣ କରିବା ସହିତ ଅନ୍ୟଙ୍କ ସହିତ କଥାବାର୍ତା କରିବାରେ ସକ୍ଷମ ହେବେ। କ୍ୟାରୀଅର ପ୍ରଗତି ପାଇବ ଅପାୟନ ଆପଣ ନିଜର ସୋଶଲ ନେଟୱାର୍କ୍ର ବ୍ୟବହାର କରି ପାରିବେ। ଆୟରେ ବୃଦ୍ଧି ପାଇଁ ଏହି ସମୟକୁ ଭଲ କୁହାଯିବ।
ପ୍ରେମ ଜୀବନ: ପ୍ରେମ ଏବଂ ବୈବାହିକ ଜୀବନ ବିଷୟରେ କହିବାକୁ ଗଲେ, ଏହି ସପ୍ତାହରେ ମୂଳାଙ୍କ 1 ଥିବା ଲୋକମାନେ ବିବାହ ଏବଂ ପ୍ରେମ ସମ୍ପର୍କକୁ ମଜବୁତ କରିବା ଉପରେ ଧ୍ୟାନ ଦେବେ। ତଥାପି, ବିବାହିତ ଲୋକମାନେ ବିବାହରେ କିଛି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି କିନ୍ତୁ ଆପଣ ଏହି ବାଧାଗୁଡ଼ିକୁ ସମାଧାନ କରିପାରିବେ ଏବଂ ସମ୍ପର୍କରେ ପାରସ୍ପରିକ ସମନ୍ୱୟ ବଜାୟ ରଖିପାରିବେ। ଯିଏ ପ୍ରଥମରୁ କୌଣସି ସମ୍ପର୍କରେ ଅଛନ୍ତି ତାଙ୍କୁ ଭାବନାତ୍ମକ ସମସ୍ଯା ଦେଇ ଗତି କରିବାକୁ ପଡ଼ିବ ସେଥିପାଇଁ ଆପଣ ପାର୍ଟନରର ଭାବନାକୁ ମହତ୍ଵ ଦିଅନ୍ତୁ। ଆପଣଙ୍କ ପାଇଁ ଏହି ସମୟ ଭଲ ହେବ।
ଶିକ୍ଷା: ଶିକ୍ଷା କୁ ଦେଖିଲେ ମୂଳାଙ୍କ 1 ର ଛାତ୍ର ଏହି ସପ୍ତାହରେ ସମ୍ପୂର୍ଣ ମନ ଲଗାଇ ଓ ସମର୍ପଣ ସହିତ ପଢ଼ିବେ ଯାହା ଆପଣଙ୍କର ଶିକ୍ଷା ପାଇଁ ଫଳଦାୟୀ ହେବ। ଯେଉଁ ଛାତ୍ର ବିଦେଶ ଯାଇ ଉଚ୍ଚ ଶିକ୍ଷା ହାସଲ କରିବାକୁ ଚାହୁଁଛନ୍ତି, ତାଙ୍କ ପାଇଁ ଏହି ଅବଧି ଭଲ ହେବ। ଆପଣଙ୍କର ଦେଖା କୌଣସି ବିଦେଶୀ ଶିକ୍ଷକ ସହିତ ହୋଇପାରେ ଯାହାର ସାହାଜ୍ୟରେ ଆପଣଙ୍କର ଜ୍ଞାନ ବୃଦ୍ଧି ହେବ।
ବୃତ୍ତିଗତ ଜୀବନ: ଯେଉଁ ଲୋକମାନେଚାକିରି କରୁଛନ୍ତି, ସେମାନେ ଏହି ସପ୍ତାହରେ ସେମାନଙ୍କ କାମରେ ପ୍ରୟାସ ପାଇଁ ସେମାନଙ୍କ ବସ୍ ଠାରୁ ସ୍ୱୀକୃତି ପାଇବେ। ଏହା ସହିତ, ଆପଣଙ୍କୁ ପୁରସ୍କାର ମିଳିବାର ସମ୍ଭାବନା ମଧ୍ୟ ଅଛି। ସେହି ସମୟରେ, ଏହି ସପ୍ତାହଟି ସେହି ଲୋକମାନଙ୍କ ପାଇଁ ବହୁତ ଭଲ ରହିବ ଯେଉଁମାନେ ବହୁରାଷ୍ଟ୍ରୀୟ କମ୍ପାନୀରେ ଚାକିରି କରନ୍ତି କିମ୍ବା ଯେଉଁମାନେ ବିଦେଶ ସହ ଜଡ଼ିତ ବ୍ୟବସାୟ କରନ୍ତି। ଆମଦାନୀ-ରପ୍ତାନି ବ୍ୟବସାୟ କରୁଥିବା ମୂଳାଙ୍କ 1ର ବ୍ୟକ୍ତିଙ୍କୁ ଲାଭ ମିଳିବ।
ସ୍ବାସ୍ଥ୍ୟ: ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀସ୍ବାସ୍ଥ୍ୟ ଦୃଷ୍ଟିରୁ ମୂଳାଙ୍କ 1ର ଲୋକଙ୍କ ପାଇଁ ଏହି ସପ୍ତାହ ଅନୁକୂଳ ରହିବ। ଏହି ସମୟରେ ଆପଣ ଉତ୍ସାହ ଓ ଊର୍ଜା ରେ ଭରି ରହିବେ ସେଥିପାଇଁ ନିଜର ଊର୍ଜାର ଠିକ ପ୍ରୟୋଗ କରନ୍ତୁ ଅନ୍ୟଥା ଆପଣ ବିରକ୍ତ ରହି ପାରନ୍ତି କାରଣ ଏହା ଦ୍ବାରା ଆପଣଙ୍କର ବ୍ଲଡ୍ ପ୍ରେଶର୍ ବଢ଼ି ପାରେ।
ଉପାୟ: ଦେବୀ ଦୂର୍ଗାଙ୍କର ପୂଜା କରନ୍ତୁ ଓ ତାଙ୍କୁ ନାଲି ରଙ୍ଗର ପାଞ୍ଚୋଟି ଫୂଳ ଅର୍ପଣ କରନ୍ତୁ।
ମୂଳାଙ୍କ 2
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 2, 11, 20 କିମ୍ବା 29 ତାରିଖରେ ହୋଇଛି)
ମୂଳାଙ୍କ 2 ର ଲୋକ ଖୁସି ଓ ପ୍ରେମରେ ଭରପୁର ରହିବେ। ଏପରି ସ୍ଥିତିରେ ଏହି ସପ୍ତାହରେ ଆପଣ ଅନ୍ୟଙ୍କ ଉପରେ ପ୍ରେମ ବର୍ଷା କରୁଥିବା ଦେଖାଯିବେ। ମୂଳାଙ୍କ 2ର ମହିଳାଙ୍କ ଭିତରେ ମାତୃତ୍ଵ ଭାବ ବଢ଼ିବ ଓ ଆପଣ ନିଜର ପାଖାପାଖି ଲୋକଙ୍କ ଉପରେ ପ୍ରେମ ବର୍ଷା କରିବେ। ଏହି ସମୟରେ ଆପଣ ବନ୍ଧୁମଳ ସହିତ ପାର୍ଟିରେ ଲୋକଙ୍କ ସହିତ ମିଶାମିଶି କରିବାରେ ସମୟ କାଟି ପାରନ୍ତି। ଆପଣଙ୍କର ସମସ୍ତ ଭୌତିକବାଦୀ ଇଚ୍ଛା ପୂରଣ ହେବ। ଆପଣଙ୍କର ଧନ ରୋଜଗାର କରିବାର କ୍ଷମତା ମଧ୍ୟ ବଢ଼ିବ।
ପ୍ରେମ ଜୀବନ: ପ୍ରେମ ଜୀବନ ବିଷୟରେ କହିଲେ ମୂଳାଙ୍କ 2ର ଲୋକଙ୍କ ପାଇଁ ଏହି ସପ୍ତାହ ନିଜର ପାର୍ଟନର ସହିତ ଦେଖା କରିବା ପାଇଁ ଅନୁକୂଳ ରହିବ। ପରିବାର ଆପଣଙ୍କର ନିଷ୍ପତିର ସମ୍ମାନ କରିବ ଓ ସମ୍ଭାବନା ଅଛି ଯେ ଆପଣଙ୍କର ସାଥୀ ତାଙ୍କୁ ପସନ୍ଦ ଆସିବେ। ଏହା ବ୍ୟତୀତ, ଯେଉ ଲୋକ ବିବାହିତ ଅଟନ୍ତି, ସେ ନିଜର ପାର୍ଟନର ସହିତ ମିଶି ଧନ ବିନିଯୋଗ କରି ପାରନ୍ତି ଓ ଧନ ଲାଭ ହେବାର ଆଶା ଅଛି।
ଶିକ୍ଷା: ଏହି ସପ୍ତାହରେ ମୂଳାଙ୍କ 9ର ଛାତ୍ରମାନେ ଶିକ୍ଷା କ୍ଷେତ୍ରରେ ଉନ୍ନତି କରିବେ। ଏହି ସମୟରେ ଆପଣ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ରହିବେ ଏବଂ ଏପରି ପରିସ୍ଥିତିରେ, ଆପଣ ଆପଣଙ୍କର ଚିନ୍ତାଧାରା ଅନ୍ୟମାନଙ୍କ ନିକଟରେ ଉପସ୍ଥାପନ କରିପାରିବେ। ଏହା ସହିତ, ଆପଣ ଆପଣଙ୍କ କଥା ଏବଂ ଜ୍ଞାନ ଦ୍ୱାରା ଲୋକମାନଙ୍କୁ ସହଜରେ ପ୍ରଭାବିତ କରିପାରିବେ। ଆପଣଙ୍କର ଏହି ଜ୍ଞାନ ଚାକିରି ସାକ୍ଷାତକାର କିମ୍ବା ଯେକୌଣସି ଅଧ୍ୟୟନ ସମ୍ବନ୍ଧୀୟ ସାକ୍ଷାତକାର ପାଇଁ ପ୍ରସ୍ତୁତ ହେଉଥିବା ଲୋକଙ୍କ ପାଇଁ ସହାୟକ ହେବ। ଏପରି ପରିସ୍ଥିତିରେ, ଆପଣଙ୍କୁ ଭାବନାତ୍ମକ ଭାବରେ ସନ୍ତୁଳିତ ରହିବାକୁ ପରାମର୍ଶ ଦିଆଯାଉଛି, ନଚେତ୍ କିଛି ଭଲ ସୁଯୋଗ ଆପଣଙ୍କ ହାତରୁ ଖସି ଯାଇପାରେ।
ବୃତ୍ତିଗତ ଜୀବନ: ଏହି ସପ୍ତାହଟି ସେହି ଲୋକଙ୍କ ପାଇଁ ବହୁତ ଭଲ ହେବ ଯେଉଁମାନେ ଗୃହ ବିଜ୍ଞାନ, ମାନବାଧିକାର, ଓକିଲାତି, ହୋମିଓପାଥିକ, ଔଷଧ, ନର୍ସିଂ, ଡାଏଟିସିଆନ୍, ପୁଷ୍ଟିସାର ଇତ୍ୟାଦି ବୃତ୍ତି ସହିତ ଜଡ଼ିତ ପାଠ ପଢ଼ୁଛନ୍ତି କିମ୍ବା ଲୋକଙ୍କୁ ପ୍ରଦାନ କରାଯାଉଥିବା ସେବା ସହିତ ଜଡ଼ିତ।ଆପଣ ନିଜର ସମର୍ପଣ ଓ କାମ ଦ୍ବାରା ଲୋକଙ୍କୁ ପ୍ରଭାବିତ କରିବାକୁ ସକ୍ଷମ ହେବେ।
ସ୍ବାସ୍ଥ୍ୟ: ସ୍ବାସ୍ଥ୍ୟ ଦୃଷ୍ଟିରୁ ମୂଲାଙ୍କ 2ର ଲୋକଙ୍କୁ ଏହି ସପ୍ତାହରେ ମିଶ୍ରିତ ପରିଣାମ ମିଳିପାରେ। ଆପଣଙ୍କୁ କିଛି ସ୍ବାସ୍ଥ୍ୟ ସମସ୍ଯା ହୋଇପାରେ ବିଶେଷକରି ହଜମ ଜନିତ ସମସ୍ଯା କିମ୍ବା ସଂକ୍ରମଣ ହୋଇପାରେ। କିନ୍ତୁ ଯେପରି ଯେପରି ସପ୍ତାହ ଆଗକୁ ବଢ଼ିବ, ଆପଣଙ୍କର ସ୍ବାସ୍ଥ୍ୟ ଭଲ ହୋଇଚାଲିବ।
ଉପାୟ: ମୋତିର ମାଳ କିମ୍ବା ଚୁଡ଼ି ଧାରଣ କରନ୍ତୁ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ମୂଳାଙ୍କ 3
(ଯଦି ଆପଣଙ୍କ ଜନ୍ମ କୌଣସି ମାସର 3, 12, 21 କିମ୍ବା 30 ତାରିଖରେ ହୋଇଛି )
ମୂଳାଙ୍କ 3 ର ଲୋକଙ୍କ ପାଇଁ ଏହି ସପ୍ତାହରେ ଅନିଶ୍ଚିତ ଘଟନା ହୋଇପାରେ। ଆପଣ ନିଜର ମେଣ୍ଟର ଓ ଜୀବନସାଥୀ ଯୋଗୁଁ ପ୍ରତ୍ଯେକ ସମସ୍ଯାକୁ ପାର କରି ପାରିବେ। ସାଙ୍ଗରେ, ଆପଣଙ୍କୁ ଧ୍ୟାନ କରିବାକୁ ପରାମର୍ଶ ଦିଆଯାଇଛି କାରଣ ଏହା ଦ୍ବାରା ଆପଣ ବାଧା ଉପରେ ବିଜୟୀ ହୋଇପାରିବେ।
ପ୍ରେମ ଜୀବନ: ଏହି ସପ୍ତାହରେ, ମୂଳାଙ୍କ 3 ଥିବା ବ୍ୟକ୍ତିମାନଙ୍କର ପ୍ରେମ ଏବଂ ବୈବାହିକ ଜୀବନ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିବ। ଏହି ସମୟରେ ଆପଣ ଓ ସାଥୀ ମଧ୍ୟରେ ବିବାଦ କିମ୍ବା ଭୁଲ ବୁଝାମଣା ହୋଇପାରେ। ଆପଣ ନିଜର ବୁଦ୍ଧି ଓ ବୁଝାମଣା ବଳରେ ସମସ୍ଯା ଦୂର କରିପାରିବେ। ଏହି ମୂଳାଙ୍କର ବିବାହିତ ଲୋକଙ୍କ ପାଇଁ ସମୟ ଅନୁକୂଳ ରହିବ। ଆପଣଙ୍କୁ ପାର୍ଟନରର ପ୍ରତି କ୍ଷେତ୍ରରେ ସାହାଜ୍ୟ ମିଳିବ।
ଶିକ୍ଷା: ଏହି ସପ୍ତାହଟି ମୂଳାଙ୍କ 3ର ସେହି ଛାତ୍ରମାନଙ୍କ ପାଇଁ ବହୁତ ଭଲ ରହିବ ଯେଉଁମାନେ ଇଞ୍ଜିନିୟରିଂ ପଢ଼ୁଛନ୍ତି କିମ୍ବା ଇଞ୍ଜିନିୟରିଂ ପାଇଁ ପ୍ରସ୍ତୁତି କରୁଛନ୍ତି। ଏହା ବ୍ୟତୀତ, ବିଦେଶରେ ଆଇନ ପଢ଼ିବାକୁ କିମ୍ବା ସେନା ନିଯୁକ୍ତି ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରମାନଙ୍କ ପାଇଁ ସମୟ ଅନୁକୂଳ ରହିବ।
ବୃତ୍ତିଗତ ଜୀବନ: ବୃତ୍ତିଗତ ଜୀବନ ବିଷୟରେ କହିଲେ ତେବେ ଏହି ମୂଳାଙ୍କର ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଏହି ସପ୍ତାହ ଅନୁକୂଳ କୁହାଯିବ କାରଣ ଏହି ସମୟରେ ଆପଣଙ୍କୁ ସରକାରୀ କିମ୍ବା ସମାଜର ଶକ୍ତିଶାଳୀ ଲୋକଙ୍କ ସାଥ ମିଳିବ ଯାହା ଦ୍ବାରା ଆପଣ ନିଜର କମ୍ପାନୀ ବିସ୍ତାର କରିବାରେ ସକ୍ଷମ ହେବେ।ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଏହା ସହିତ, ଆପଣଙ୍କୁ ବୈଠକରେ ଯୋଗଦେବା ଏବଂ ବ୍ୟବସାୟ ପାଇଁ ଯାତ୍ରା କରିବାକୁ ପଡ଼ିପାରେ। ଯଦି ଆପଣ ଆପଣଙ୍କ ବ୍ୟବସାୟକୁ ବିସ୍ତାର କରିବା ପାଇଁ ଜଣେ ବ୍ୟବସାୟିକ ସହଯୋଗୀ କିମ୍ବା ନିବେଶକ ଖୋଜୁଛନ୍ତି, ତେବେ ଏହି ସମୟ ଆପଣଙ୍କ ପାଇଁ ଭଲ ରହିବ।
ସ୍ବାସ୍ଥ୍ୟ: ସ୍ବାସ୍ଥ୍ୟ ବିଷୟରେ କହିଲେ, ଏହି ମୂଳାଙ୍କର ଲୋକଙ୍କର ଊର୍ଜାରେ ହ୍ରାସ ଘଟିପାରେ ଓ ଏପରି ସ୍ଥିତିରେ ଆପଣଙ୍କୁ ଭାବନାତ୍ମକ ରୂପରେ ଉତ୍ଥାନ-ପତନ ସାମ୍ନା କରିବାକୁ ପଡ଼ିପାରେ ସେଥିପାଇଁ ଆପଣଙ୍କୁ ନିଜର ଭାବନାକୁ ନିୟନ୍ତ୍ରଣରେ ରଖିବାକୁ ପରାମର୍ଶ ଦିଆଯାଇଛି ବିଶେଷ ଭାବରେ ଗାଡ଼ି ଚଳାଇବା ସମୟରେ।
ଉପାୟ: ମାତାଙ୍କର ନିୟମିତ ଭାବରେ ଆଶୀର୍ବାଦ ନିଅନ୍ତୁ।
ମୂଳାଙ୍କ 4
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 4, 13, 22 କିମ୍ବା 31 ତାରିଖରେ ହୋଇଛି))
ଯେଉଁ ଲୋକଙ୍କର ଜନମ ମୂଳାଙ୍କ 4ରେ ହୋଇଛି ସେ ଏହି ସପ୍ତାହରେ ବହୁତ ସାହସ ଓ ଆତ୍ମବିଶ୍ଵାସ ରେ ଭରପୁର ରହିବେ। ଏହି ଅବଧି ବୃଦ୍ଧି ଓ ଲାଭ ପ୍ରାପ୍ତ ହେବା ଦୃଷ୍ଟିରୁ ଭଲ ରହିବ।କିନ୍ତୁ ଆପଣଙ୍କୁ ନିଜର ଭାବନା ଉପରେ ନିୟନ୍ତ୍ରଣ ରଖିବାକୁ ହେବ, ଅନ୍ୟଥା ଆପଣଙ୍କୁ ମାନସିକ ଚାପ ସାମ୍ନା କରିବାକୁ ପଡ଼ିପାରେ।
ପ୍ରେମ ଜୀବନ: ପ୍ରେମ ଜୀବନକୁ ଦେଖିଲେ, ତେବେ ମୂଳାଙ୍କ 4 ର ଲୋକ ଏହି ସପ୍ତାହରେ ସମ୍ପର୍କରେ ପାର୍ଟନର ସହିତ ଟିକେ ସମସ୍ଯା ଦେଇ ଗତି କରିବେ। ପ୍ରେମ ପ୍ରକାଶ କରି ଓ ପରସ୍ପର ସହିତ ଖୋଲି କଥା ହୋଇ ଆପଣ ଏହି ସମସ୍ଯାରୁ ବାହାରି ପାରିବେ। ଏହି ସମୟରେ ନିଜର ସାଥୀକୁ ବିବାହ ପ୍ରସ୍ତାବ ଦେବା ପାଇଁ ଉତ୍ତମ ରହିବ। ଏହା ବ୍ୟତୀତ, ବିବାହିତ ଲୋକଙ୍କୁ ନିଜର ସମ୍ପର୍କରେ ଉଚ୍ଚ ମୂଲ୍ୟ ରଖିବାକୁ ହେବ କାରଣ ଆପଣ ଏକ୍ସଟ୍ରା ମାରିଟାଲ ସମ୍ପର୍କରେ ପଡ଼ି ପାରନ୍ତି ଯାହା ଆପଣଙ୍କର ବୈବାହିକ ଜୀବନରେ ସମସ୍ଯା ଆଣିପାରେ।
ଶିକ୍ଷା: ଶିଖେ ଦୃଷ୍ଟିରୁ ମୂଳାଙ୍କ 4ର ଛାତ୍ରଙ୍କ ପାଇଁ ଏହି ସପ୍ତାହ ଭଲ ରହିବ ଓ ଆପଣ ଭଲ ପ୍ରଗତି ହାସଲ କରିବାକୁ ସକ୍ଷମ ହେବେ। ଏହି ସମୟକୁ ବିଶେଷ ଭାବରେ ଅନ୍ତରାଷ୍ଟ୍ରୀୟ ବିଜନେସ, ଫାଇନାନ୍ସ, ବିଜନେସ ଷ୍ଟୁଡ଼ିଏସ କିମ୍ବା ଡେଟା ବିଜ୍ଞାନ ପଢ଼ିବା ପାଇଁ ଶୁଭ କୁହାଯିବ। ବ୍ଯାଙ୍କିଂ,ସାର୍ଟିଫାଏଡ୍ ପବ୍ଲିକ୍ ଆକାଉଣ୍ଟିଂ କିମ୍ବା ଆର୍ଥିକ ସମ୍ପର୍କିତ ଅନ୍ୟାନ୍ୟ କ୍ଷେତ୍ରରେ ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ସପ୍ତାହଟି ଫଳପ୍ରଦ ହେବ।
ବୃତ୍ତିଗତ ଜୀବନ: ଏହି ସପ୍ତାହଟି ୪ ମୂଳାଙ୍କର ସେହି ଲୋକଙ୍କ ପାଇଁ ଲାଭଦାୟକ ହେବ ଯେଉଁମାନେ ସ୍ଥାବର ସମ୍ପତ୍ତି କିମ୍ବା ନିର୍ମାଣ ଶିଳ୍ପ ସହିତ ଜଡ଼ିତ। ଏହି ସମୟ ମଧ୍ୟରେ ଆପଣ ପର୍ଯ୍ୟାପ୍ତ ପରିମାଣର ଟଙ୍କା ମଧ୍ୟ ରୋଜଗାର କରିପାରିବେ। ସେହି ସମୟରେ, ଯେଉଁମାନେ ସରକାରୀ ଇଞ୍ଜିନିୟର କିମ୍ବା ବଡ଼ କମ୍ପାନୀରେ କାମ କରୁଛନ୍ତି ସେମାନଙ୍କୁ ଲାଭ ମିଳିବ। ଛୋଟ ଯୋଜନାରେ ଆପଣଙ୍କ ଦ୍ୱାରା କରାଯାଇଥିବା ନିବେଶ ଆପଣଙ୍କୁ ଗୁରୁତ୍ୱପୂର୍ଣ୍ଣ ଲାଭ ଦେବ ଯାହା ଯୋଗୁଁ ଆପଣ ଖୁସି ଏବଂ ସନ୍ତୁଷ୍ଟ ଦେଖାଯିବେ।
ସ୍ବାସ୍ଥ୍ୟ: ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ସପ୍ତାହ ଟିକେ ଦୁର୍ବଳ ହୋଇପାରେ। ଆପଣଙ୍କୁ ନିଜର ମନ-ମସ୍ତିକର ଧ୍ୟାନ ରଖିବାକୁ ହେବ ସେଥିପାଇଁ ଧ୍ୟାନ କରନ୍ତୁ ଓ ଅଧିକ ଭାବିବା ଠାରୁ ଦୂରେଇ ରୁହନ୍ତୁ କାରଣ ଏହି ଅବଧିରେ ଆପଣଙ୍କୁ ମାନନସିକ ସମସ୍ଯା ହଇରାଣ କରିପାରେ।
ଉପାୟ: ସୋମବାର ଦିନ ଭଗବାନ ଶିବଙ୍କର ପୂଜା କରନ୍ତୁ ଓ ଶିବଲିଙ୍ଗ ଉପରେ କ୍ଷୀର ଢାଳନ୍ତୁ।
ଏବେ ଘରେ ବାସି ବିଶେଷଜ୍ଞ ପୁରୋହିତଙ୍କ ଦ୍ବାରା କରାନ୍ତୁ ଇଚ୍ଛାନୁସାରେ ଅନଲାଇନ ପୂଜା ଓ ପାଆନ୍ତୁ ଉତ୍ତମ ପରିଣାମ!
ମୂଳାଙ୍କ 5
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 5, 14 କିମ୍ବା 23 ତାରିଖରେ ହୋଇଛି)
ମୂଳାଙ୍କ 5ର ଲୋକଙ୍କର ସମ୍ପୂର୍ଣ ଧ୍ୟାନ ଏହି ସପ୍ତାହରେ ପାର୍ଟନରଶିପ ଉପରେ ରହିବ, ତାହା ବୁଷିନେଶ ହେଉ କିମ୍ବା ବୈବାହିକ ପାର୍ଟନରଶିପ। ଆପଣ ପାର୍ଟନରଶିପରେ ଚାଲିଥିବା ସମସ୍ଯାକୁ ସମାଧାନ କରିବା ପାଇଁ ଚାହିଁବେ। ଆମେ ଆପଣଙ୍କୁ କହି ରଖୁଛୁ ଯେ ଯଦି ଆପଣ କିଛି ସମୟ ଧରି ଏହି ବାଧାଗୁଡ଼ିକର ସମ୍ମୁଖୀନ ହେଉଛନ୍ତି, ତେବେ ଏହି ସପ୍ତାହ ଶେଷ ସୁଦ୍ଧା ସେଗୁଡ଼ିକର ସମାଧାନ ହୋଇଯିବ ଏବଂ ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ଏହି ସମୟରେ, ଭାଗ୍ୟ ସହିତ, ଆପଣଙ୍କୁ ଆପଣଙ୍କ ପିତା, ଗୁରୁ ଏବଂ ପରାମର୍ଶଦାତାଙ୍କ ସମର୍ଥନ ମିଳିବ।
ପ୍ରେମ ଜୀବନ: ପ୍ରେମ ଏବଂ ବୈବାହିକ ଜୀବନ ବିଷୟରେ କହିବାକୁ ଗଲେ, ଏହି ସପ୍ତାହରେ ଆପଣଙ୍କ ସମ୍ପର୍କରେ କୌଣସି ବଡ଼ ସମସ୍ୟା ହେବ ନାହିଁ, ତଥାପି ଆପଣ ଖୁସିର ଅଭାବ ଅନୁଭବ କରିପାରନ୍ତି। ଅନ୍ୟପକ୍ଷରେ, ଏହି ମୂଳାଙ୍କର ପ୍ରେମୀଙ୍କ ମଧ୍ୟରେ ଛୋଟ ଛୋଟ କଥାରେ ମତଭେଦ ହୋଇପାରେ। ପରସ୍ପରିକ ବୁଝାମଣା ମଧ୍ୟ କମ ରହିବାର ଆଶଙ୍କା ଅଛି। ଏହା ବ୍ୟତୀତ, ବିବାହିତ ଲୋକଙ୍କୁ ହଠାତ କିଛି ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ ଯାହା ଫଳରେ ଦୁହିଙ୍କ ପରିବାରର ସଦସ୍ୟଙ୍କର ହସ୍ତକ୍ଷେପ ହୋଇପାରେ।
ଶିକ୍ଷା: ଶିକ୍ଷା କ୍ଷେତ୍ରରେ, ଏହି ସପ୍ତାହ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରମାନଙ୍କ ପାଇଁ ଅନୁକୂଳ ହେବ। ଆପଣ ଶିକ୍ଷା କ୍ଷେତ୍ରରେ, ବିଶେଷକରି ଲେଖା, ମାସ କମ୍ଯୁନିକେଶନ ଏବଂ ଭାଷା ସମ୍ବନ୍ଧୀୟ ପାଠ୍ୟକ୍ରମରେ ଆପଣଙ୍କର ପ୍ରଦର୍ଶନକୁ ଉନ୍ନତ କରିବା ପାଇଁ ଏହି ସମୟର ସର୍ବାଧିକ ଉପଯୋଗ କରିପାରିବେ।
ବୃତ୍ତିଗତ ଜୀବନ: ଏହି ସପ୍ତାହଟି 5 ଅଙ୍କ ର ଚାକିରିଆଙ୍କ ପାଇଁ ଭଲ ରହିବ, ବିଶେଷକରି ଯେଉଁମାନେ ରାଜନେତା କିମ୍ବା ଜନସାଧାରଣଙ୍କ ପ୍ରତିନିଧିତ୍ୱ କରୁଛନ୍ତି ସେମାନଙ୍କ ପାଇଁ। ଏହି ସମୟରେ ସମାଜରେ ଆପଣଙ୍କର ପ୍ରତିଛବି ଉନ୍ନତ ହେବ। ପ୍ରିଣ୍ଟ ମିଡିଆ, ଶିକ୍ଷା କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ (ଯେଉଁମାନେ ବହୁତ ଛୋଟ ପିଲାମାନଙ୍କ ସହିତ କାମ କରନ୍ତି କିମ୍ବା ସେମାନଙ୍କ ଯତ୍ନ ନେବାରେ ଜଡ଼ିତ କିମ୍ବା ଯେଉଁମାନଙ୍କୁ ବିଶେଷ ଯତ୍ନ ଆବଶ୍ୟକ) କିମ୍ବା ବ୍ୟାଙ୍କରେ ଲିକୁଇଡ ପାଣ୍ଠି ସହିତ କାରବାର କରୁଥିବା ଲୋକଙ୍କ ପାଇଁ, ଏହା ଏକ ଭଲ ସମୟ ହୋଇପାରେ।
ସ୍ବାସ୍ଥ୍ୟ: ସ୍ବାସ୍ଥ୍ୟ ବିଷୟରେ କହିଲେ ଏହି ମୂଳାଙ୍କର ଲୋକ ଙ୍କୁ ନିଜର ଖାଇବା ପଈବାର ଅଭ୍ଯାସ ଉପରେ ଧ୍ୟାନ ଦେବାକୁ ପଡ଼ିବ କାରଣ ଆସ୍ବାସ୍ଥ୍ୟ ଖାଇବା ପୀବ ଯୋଗୁଁ ଆପଣ ରୋଗରେ ପଡ଼ିପାରନ୍ତି।
ଉପାୟ: ଘରେ ଧଳା ରଙ୍ଗର ଫୂଳ ଲଗାନ୍ତୁ ଓ ନିୟମିତ ଭାବରେ ତାର ଯତ୍ନ ନିଅନ୍ତୁ।
ଆପଣଙ୍କର କୁଣ୍ଡଳୀରେ ମଧ୍ୟ ଅଛି ରାଜଯୋଗ? ଜାଣନ୍ତୁ ନିଜର ରାଜଯୋଗ ରିପୋର୍ଟ୍
ମୂଳାଙ୍କ 6
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 6, 15 କିମ୍ବା 24 ତାରିଖରେ ହୋଇଛି )
ଯେଉଁ ଲୋକ ମୂଳାଙ୍କ 6 ତଳେ ଆସନ୍ତି, ସେମାନେ ଏହୋ ସପ୍ତାହରେ ଅଧିକ ଭାବୁକ ରହିବେ। ଆପଣ ନିଜର ଶକ୍ତିର ବ୍ୟବହାର ଅନ୍ୟକୁ ସାହାଜ୍ୟ କରିବାରେ କରିବେ। ଆପଣ ପଶୁ, ବୃଦ୍ଧି ଲୋକ, ଅନାଥ ପିଲା ଓ ଦିବ୍ୟାଙ୍ଗଙ୍କର ଜୀବନକୁ ଭଲ କରିବାର ଦିଗରେ ପ୍ରୟାସ କରିବେ। ଆପଣ ଅନ୍ୟଙ୍କ ସାହାଜ୍ୟ କରିବାରେ ଏତେ ମଜିଯିବେ ଯେ ଆପଣ ନିଜ ଉପରେ ଧ୍ୟାନ ଦେବେ ନାହିଁ। ଏହା କରିବା ଭୁଲ ହେବ କାରଣ ଅନ୍ୟଙ୍କର ସାହାଜ୍ୟ ସହିତ ନିଜର ସ୍ବାସ୍ଥ୍ୟର ଯତ୍ନ ନେବାକୁ ପଡ଼ିବ। ନିଜର ଜୀବନରେ ସନ୍ତୁଳନ ରଖିବାକୁ ପରାମର୍ଶ ଦିଆଯାଇଛି।
ପ୍ରେମ ଜୀବନ: ଯେବେ କଥା ଆସେ ପ୍ରେମ ଜୀବନର ତେବେ ଏହି ସପ୍ତାହ ଆପଣଙ୍କ ପାଇଁ ଭଲ ରହିବ କାରଣ ମୂଳାଙ୍କ 6ର ଯେଉଁ ଲୋକ ପ୍ରଥମରୁ ସମ୍ପର୍କରେ ଅଛନ୍ତି ସେ ଏହି ସମୟରେ ନିଜର ସମ୍ପର୍କକୁ ସାଥୀ ସହିତ ଦୃଢ଼ କରିବାକୁ ସକ୍ଷମ ହେବେ। ଯେଉଁ ଲୋକ ନିଜର ସମ୍ପର୍କ ପ୍ରତି ଗମ୍ଭୀର କିମ୍ବା ସଚ୍ଚୋଟ ନାହାନ୍ତି ସେ ଏହି ସମୟରେ ସମସ୍ଯା ଅନୁଭବ କରିବେ ଯାହା ଫଳରେ ଆପଣଙ୍କର ସମ୍ପର୍କ ମଧ୍ୟ ଭାଙ୍ଗି ପାରେ। ଏହି କାରଣରୁ ପ୍ରତାରଣା ସାହିବାର ମଧ୍ୟ ଆଶଙ୍କା ଅଛି। ଯେଉ ଲୋକ ଶୀଘ୍ର ହି ବିବାହ କରିବାକୁ ଯାଉଛନ୍ତି ତାଙ୍କୁ ପୁନର୍ବାର ନିଜର ନିଷ୍ପତି ବିଷୟରେ ଭାବିବା ଉଚିତ ଓ ତରବର ହୋଇ ଜୀବନସାଥୀ ବାଛିବା ଉଚିତ ନୁହେଁ।
ଶିକ୍ଷା: ଶିକ୍ଷା କ୍ଷେତ୍ରରେ ଯଦି ମୂଳାଙ୍କ 6ର ଛାତ୍ର ପଢ଼ାରେ ପରିଶ୍ରମ କରିବେ ନାହିଁ ତେବେ ଆସନ୍ତା ପରୀକ୍ଷାରେ ଆପଣଙ୍କ ଉପରେ ଚାପ ବଢ଼ିପାରେ।ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଏହି ସପ୍ତାହ ଆପଣଙ୍କ ମନ ରେ କୌଣସି ବିଷୟକୁ କୌଣସି ପ୍ରଶ୍ନ ଆସିପାରେ ଓ ତାକୁ ଦୂର କରିବାରେ ଆପଣଙ୍କର ମାତା କିମ୍ବା ଶିକ୍ଷକ ସାହାଜ୍ୟ କରି ପାରନ୍ତି।
ବୃତ୍ତିଗତ ଜୀବନ: ବୃତ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ, ଏହି ସପ୍ତାହଟି ସେହି ଲୋକଙ୍କ ପାଇଁ ଫଳପ୍ରଦ ହେବ ଯେଉଁମାନେ ଚାକିରି କରୁଛନ୍ତି, ବିଶେଷକରି ଯେଉଁମାନେ ସାମାଜିକ କର୍ମୀ କିମ୍ବା ଅଣ-ସରକାରୀ ସଂଗଠନ ସହିତ ଜଡ଼ିତ ସେମାନଙ୍କ ପାଇଁ। ଏହି ଅବଧି ସେହିମାନଙ୍କ ପାଇଁ ମଧ୍ୟ ଅନୁକୂଳ ହେବ ଯିଏ ମିଡିଆ ପ୍ରତିନିଧି କିମ୍ବା ଇନଫ୍ଲୁଏନସର। ଯେଉଁ ଲୋକଙ୍କର ବ୍ୟବସାୟ ପାର୍ଟନରଶିପ ଅଛି ତନଙ୍କୁ ସାବଧାନ ରହିବାକୁ ହେବ କାରଣ ଆପଣ ପ୍ରତାରଣାର ଇକାର ହୋଇପାରନ୍ତି।
ସ୍ବାସ୍ଥ୍ୟ: ଯେବେ କଥା ଆସେ ସ୍ବାସ୍ଥ୍ୟ ବିଷୟରେ, ଏହି ଲୋକଙ୍କୁ ନିଜର ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବାକୁ କାରଣ ଏହି କଥାର ସମ୍ଭାବନା ଅଛି ଯେ ଆପଣ ସ୍ବାସ୍ଥ୍ୟକୁ ଅଣଦେଖା କରିପାରନ୍ତି।
ଉପାୟ: ଶୁକ୍ରବାର ଦିନ ଦେବୀ ଲକ୍ଷ୍ମୀଙ୍କର ପୂଜା କରନ୍ତୁ।
ମୂଳାଙ୍କ 7
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 7, 16 କିମ୍ବା 25 ତାରିଖରେ ହୋଇଛି)
ମୂଳାଙ୍କ 7ର ଲୋକଙ୍କ ପାଇଁ ଏହି ସପ୍ତାହ ଟିକେ କଠିନ ରହିବାର ଆଶଙ୍କା ଅଛି କାରଣ ଆପଣଙ୍କୁ ଭାବନାତ୍ମକ ସମସ୍ଯା ହଇରାଣ କରିପାରେ। କନଫିଉଶନ ଓ ମାନସିକ ଅସ୍ପଷ୍ଟତା ଯୋଗୁଁ ଆପଣ ନିଜର ଭାବନାକୁ ଅନ୍ୟମାନଙ୍କ ସାମ୍ନାରେ ରଖିବାକୁ ଅସକ୍ଷମ ହେବେ। ଆପଣଙ୍କୁ ମାନସିକ ଭାବରେ ଦୃଢ଼ ରହିବା ଉପରେ ଧ୍ୟାନ ଦେବାକୁ ପଡ଼ିବ। ଅଧ୍ୟାତ୍ମ ସହିତ ଜଡ଼ିତ ହେବାକୁ ପରାମର୍ଶ ଦିଆଯାଇଛି।
ପ୍ରେମ ଜୀବନ: ପ୍ରେମ ଜୀବନ ବିଷୟରେ କହିଲେ ମୂଳାଙ୍କ 7 ଯେଉଁ ଲୋକ ସିଂଗଲ ଅଛନ୍ତି ସେ ଲମ୍ବା ଯାତ୍ରା କିମ୍ବା ତୀର୍ଥ ସ୍ଥଳର ଯାତ୍ରା କରିବା ସମୟରେ କାହା ସହିତ ପ୍ରେମରେ ପଡ଼ିପାରନ୍ତି। ଏହି ମୂଳାଙ୍କର ବିବାହିତ ଲୋକ ନିଜର ସମ୍ପର୍କରେ ଦୃଢ଼ତା ରଖିବା ପାଇଁ ଲମ୍ବା ଯାତ୍ରା କିମ୍ବା ତୀର୍ଥ ସ୍ଥଳ ଯାତ୍ରା କରିପାରିବେ।
ଶିକ୍ଷା: ଶିକ୍ଷା ବିଷୟରେ କହିଲେ ମୂଳାଙ୍କ 7ର ସେହି ଛାତ୍ରଙ୍କ ପାଇଁ ଏହି ସପ୍ତାହ ଭଲ ରହିବ ଯିଏ କୌଣସି ପ୍ରତିଯୋଗିତା ପରୀକ୍ଷାର ପ୍ରସ୍ତୁତି କରୁଛନ୍ତି। କିଛି ଛାତ୍ରଙ୍କ ପାଇଁ ଏହି ସମୟ କଠିନ ରହିବାର ଆଶଙ୍କା ଅଛି। ଆପଣଙ୍କୁ ପଢ଼ା ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ହେବ ଓ ଅଧିକ ପରିଶ୍ରମ କରିବାକୁ ହେବ।
ବୃତ୍ତିଗତ ଜୀବନ: ବୃତ୍ତିଗତ ଜୀବନକୁ ଦେଖିଲେ ମୂଳାଙ୍କ 7 ର ଲୋକଙ୍କ ପାଇଁ ଏହି ସପ୍ତାହ ଭଲ ଲାଭ ଆଣିପାରେ। ଆପଣ ନିଜର କ୍ୟାରୀଅର ସହିତ ଜଡ଼ିତ ଲକ୍ଷ ପାଇବା ପାଇଁ ସମ୍ପୂର୍ଣ ସମର୍ପିତ ରହିବେ ଓ ଏହି ସମୟରେ ଆପଣ ଊର୍ଜା ଏବଂ ଆତ୍ମବିଶ୍ଵରେ ଭରପୁର ରହିବେ। ଆପଣ କେବଳ ଲକ୍ଷ ହାସଲ କରିବେ ନାହିଁ ବରଂ ଆପଣ ଅନ୍ୟଙ୍କୁ ମଧ୍ୟ ପ୍ରଭାବିତ କରିବେ। ଆପଣଙ୍କୁ ଏହି କଥାର ଧ୍ୟାନ ରଖିବାକୁ ହେବ ଯେ ଆପଣଙ୍କୁ ସହକର୍ମୀଙ୍କ ସହିତ କୌଣସ୍ୟ ପ୍ରକାରର ସମସ୍ଯା ରୁ ଦୂରେଇ ରହିବା ଉଚିତ କାରଣ ଆପଣଙ୍କ ପାଇଁ ଚିନ୍ତାର କାରଣ ହୋଇପାରେ।
ସ୍ବାସ୍ଥ୍ୟ: ସ୍ବାସ୍ଥ୍ୟ ଦୃଷ୍ଟିରୁ ମୂଳାଙ୍କ 7 ର ଲୋକଙ୍କ ପାଇଁ ଏହି ସପ୍ତାହକୁ ଭଲ କୁହାଯିବ ନାହିଁ କାରଣ ଆପଣ ଥଣ୍ଡା କାଶ ର ଶିକାର ହୋଇପାରନ୍ତି। ଏପରି ସ୍ଥିତିରେ ଆପଣଙ୍କୁ ଡାକ୍ତର ଖାନା ଯିବାକୁ ପଡ଼ିପାରେ। ଆପଣଙ୍କୁ ଡାକ୍ତରଙ୍କ ପରାମର୍ଶ ନେବାକୁ ପରାମର୍ଶ ଦିଆଯାଇଛି ଓ ନିଜର ସ୍ବାସ୍ଥ୍ୟକୁ ଅଣଦେଖା ନ କରିବାକୁ କୁହାଯାଇଛି ।
ଉପାୟ: ପ୍ରତିଦିନ ଚନ୍ଦ୍ରଙ୍କ ଆଲୋକ ରେ ଅତି କମରେ 10 ମିନିଟ ଧ୍ୟାନ କରନ୍ତୁ।
ମୂଳାଙ୍କ 8
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 8, 17 କିମ୍ବା 26 ତାରିଖରେ ହୋଇଛି)
ମୂଳାଙ୍କ 8 ର ଲୋକ ଏହି ସପ୍ତାହରେ ଟିକେ ବିରକ୍ତିକର ଅନୁଭବ କରିବେ କାରଣ ତାଙ୍କୁ ଭବିଷ୍ୟର ଚିନ୍ତା ହଇରାଣ କରିପାରେ ଯାହାର ନକରାତ୍ମକ ପ୍ରଭାବ ଆପଣଙ୍କର ସ୍ବାସ୍ଥ୍ୟ ଓ ମାନସିକ ସ୍ବାସ୍ଥ୍ୟ ଉପରେ ଦେଖାଯିବ। ଆପଣଙ୍କୁ ଧ୍ୟାନ କରିବାକୁ ଓ ଅଧିକ ଚିନ୍ତା ନ କରିବାକୁ ପରାମର୍ଶ ଦିଅଯାଇଛି।
ପ୍ରେମ ଜୀବନ: ପ୍ରେମ ଜୀବନକୁ ଦେଖିଲେ ମୂଳାଙ୍କ 8 ର ସେହି ଲୋକଙ୍କ ପାଇଁ ଏହି ସପ୍ତାହ ଉତ୍ତମ ରହିବ ଯିଏ ନିଜର ସମ୍ପର୍କକୁ ଗମ୍ଭୀର ଭାବରେ ନିଅନ୍ତି ଓ ଏହାକୁ ବିବାହରେ ବଦଳାଇବା କୁ ଚାହାନ୍ତି ସେଥିପାଇଁ ଏହି ଅବଧିରେ ସମ୍ପର୍କକୁ ଆଗକୁ ନେଇଯିବା ଅନୁକୂଳ ରହିବ। ଯେଉ ଲୋକ ବିବାହିତ ଅଟନ୍ତି, ସେ ମଧ୍ୟ ପାର୍ଟନରଙ୍କ ସହିତ ପ୍ରେମପୂର୍ଣ ସମୟର ଆନନ୍ଦ ନେଇଥିବା ଦେଖାଯିବେ।
ଶିକ୍ଷା: ଶିକ୍ଷା କ୍ଷେତ୍ରରେ ମୂଳାଙ୍କ 8 ର ଯେଉଁ ଛାତ୍ର ରଚନାତ୍ମକ କ୍ଷେତ୍ର ସହିତ ଜଡ଼ିତ ଯେପରି ଡିଜ଼ାଇନ୍ କିମ୍ବା ଆର୍ଟସ ଇତ୍ୟାଦି ସହିତ samବନ୍ଧ ରଖନ୍ତି, ତାଙ୍କ ପାଇଁ ଏହି ସପ୍ତାହ ଅନୁକୂଳ ରହିବ। ହ୍ୟୁମାନ ରାଇଟ୍ସ କିମ୍ବା ଆର୍ଟସ ପଢ଼ୁଥିବା ଛାତ୍ର ଭଲ ପ୍ରଦର୍ଶନ କରିପାରିବେ।
ବୃତ୍ତିଗତ ଜୀବନ: ବୃତ୍ତିଗତ ଜୀବନ ବିଷୟରେ କହିଲେ, ମୂଳାଙ୍କ 8ର ଚାକିରି କରିଥିବା ଲୋକଙ୍କ ପାଇଁ ଏହି ସପ୍ତାହ ଅଧିକ ଭଲ ରହିବ ନାହିଁ ବୋଲି ଆଶଙ୍କା ଅଛି କାରଣ ଆପଣ ସନ୍ତୁଷ୍ଟ ଦେଖାଯିବେ। ଯେଉଁ ଲୋକ ନିଜର ବ୍ୟବସାୟ କରୁଛନ୍ତି ତାଙ୍କ ପାଇଁ ଏହି ସମୟ ଭଲ ରହିବ। ଆପଣ ଗ୍ରହକଙ୍କୁ ଆକର୍ଷିତ କରିବାରେ ସକ୍ଷମ ହେବେ ଓ ଭଲ ଡୀଲ କରିବେ।
ସ୍ବାସ୍ଥ୍ୟ: ସ୍ବାସ୍ଥ୍ୟ ବିଷୟରେ କହିଲେ ମୂଳାଙ୍କ 8ର ଲୋକଙ୍କୁ ଏହି ସପ୍ତାହରେ ଚାପ ଓ ବ୍ଲଡ୍ ପ୍ରେଶର୍ ସହିତ ଜଡ଼ିତ ସମସ୍ଯା ହୋଇପାରେ ସେଥିପାଇଁ ଆପଣ ଚିନ୍ତିତ ରହିବେ। ଆପଣଙ୍କୁ ଚାପ ନ ନେବାକୁ ହେବ ଓ ଆପଣଙ୍କ ଧ୍ୟାନ ଏବଂ ଯୋଗ କରିବାକୁ ପରାମର୍ଶ ଦିଆଯାଇଛି।
ଉପାୟ: ପରିସ୍ଥିତିକୁ ହାଲ୍କାରେ ନିଅନ୍ତୁ ନାହିଁ।
ପାଆନ୍ତୁ ନିଜର କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍
ମୂଳାଙ୍କ 9
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 9, 18 କିମ୍ବା 27 ତାରିଖରେ ହୋଇଛି)
ମୂଳାଙ୍କ 9 ର ଲୋକଙ୍କ ପାଇଁ ହି ସପ୍ତାହ ଅନେକ ପ୍ରକାରର ଶକ୍ତି ଆଣି ଆସିବ। ଏହି ସମୟରେ କେବେ ଆପଣଙ୍କର ବ୍ୟବହାରରେ ବୁଦ୍ଧିମାନୀ ଓ ପରିପକ୍ଵତା ଦେଖିବାକୁ ମିଳିବ ତ କେବେ କେବେ ଆପଣ ମୂର୍ଖତା ଦେଖାଇବେ। ଆପଣଙ୍କୁ ନିଜର ଭାବନାକୁ ନିୟନ୍ତ୍ରଣ କରିବାକୁ ପରାମର୍ଶ ଦିଆଯାଇଛି କାରଣ ଆପଣଙ୍କୁ ଭାବନାତ୍ମକ ସମସ୍ଯା ହଇରାଣ କରିପାରେ ଓ ଛୋଟ ଛୋଟ କଥା ମଧ୍ୟ ଆପଣଙ୍କୁ ଦୁଃଖ ଦେଇପାରେ। ଏହି ପରିସ୍ଥିତିରେ ଆପଣଙ୍କର ରାଗ ବାହାରି ପାରେ ଯାହାର ପ୍ରଭାବ ଆପଣଙ୍କର ବୃତ୍ତିଗତ ଓ ବ୍ୟକ୍ତିଗତ ଜିବନରେ ମଧ୍ୟ ଦେଖାଯି।
ପ୍ରେମ ଜୀବନ: ପ୍ରେମ ଜୀବନ ବିଷୟରେ କହିଲେ ଏହି ଲୋକଙ୍କୁ ଏହି ସପ୍ତାହରେ କୌଣସି ମଧ୍ୟ କାମ ସୀମା ବାହାରକୁ ଯାଇ କରିବା ଉଚିତ ନୁହେଁ ତାହା ପ୍ରେମ ହେଉ କିମ୍ବା ସାଥୀର ଦେଖାଚାହାଁ ହେଉ କାରଣ ଆପଣ ସାଥୀକୁ ଅତ୍ୟଧିକ ସୁରକ୍ଷାତ୍ମକ କରିଦେବେ। ଏହି କଥା ପାର୍ଟନରକୁ ଚିନ୍ତିତ କରିପାରେ। ଏହାର ପରିବର୍ତ୍ତେ, ଯେଉଁ ଲୋକଙ୍କର ବିବାହ ହୋଇସାରିଛି, ତାଙ୍କୁ ନିଜର ପାର୍ଟନର ସହିତ ଟିକେ ସମସ୍ଯା ସାମନା କରିବାକୁ ପଡ଼ିପାରେ।
ଶିକ୍ଷା: ମୂଳାଙ୍କ 9ର ଯେଉଁ ଛାତ୍ର ଇଞ୍ଜିନିୟରିଂ, ମେଡ଼ିକାଲ କିମ୍ବା ଟେକ୍ନିକ୍ଯାଲ କୋର୍ସ ପଢ଼ୁଛନ୍ତି କିମ୍ବା ଏହି କ୍ଷେତ୍ରର ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ତାଙ୍କ ଆଇନ ଏହି ସପ୍ତାହ ବହୁତ ଭଲ ରହିବ। ସରକାରୀ ଚାକିରିର ପ୍ରସ୍ତୁତି କରିବା ପାଇଁ ଏହି ସମୟକୁ ଉତ୍ତମ କୁହାଯିବ।
ବୃତ୍ତିଗତ ଜୀବନ: ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀବୃତ୍ତିଗତ ଜୀବନକୁ ଦେଖିଲେ, ମୂଳାଙ୍କ 9 ର ଲୋକ ଏହି ସପ୍ତାହରେ କରାଯାଇଥିବା କାମ ପାଇଁ ସକାରାତ୍ମକ ପରିଣାମ ପ୍ରାପ୍ତ କରିବେ। ଏହା ବ୍ୟତୀତ ଯେଉଁ ଲୋକ ଦରମା ବୃଦ୍ଧି କିମ୍ବା ପ୍ରୋମୋସନର ପ୍ରତୀକ୍ଷା କରିକହନ୍ତି, ତାଙ୍କର ଅପେକ୍ଷା ସମାପ୍ତ ହେବ। ଏହି ସଫଳତା କିଛି ପରିବର୍ତ୍ତନ ସହିତ ଆସିପାରେ ଯେପରି ଟ୍ରାନ୍ସଫର କିମ୍ବା ଡିପାର୍ଟମେନ୍ଟ ରେ ପରିବର୍ତ୍ତନ।
ସ୍ବାସ୍ଥ୍ୟ: ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ସପ୍ତାହ ଆପଣଙ୍କ ପାଇଁ ଭଲ ରହିବ କାରଣ ଏହି ସମୟରେ ଆପଣଙ୍କୁ ଅନେକ ବଡ଼ ସମସ୍ଯା ହେବ ନାହିଁ। କିନ୍ତୁ ଆପଣଙ୍କୁ ନିଜ ଭିତରେ ଶକ୍ତିର ଅଭାବ ଅନୁଭବ ହୋଇପାରେ ଜହ ଫଳରେ ମୁଡ ସ୍ଵୀଙ୍ଗସ୍ ହୋଇପାରେ ସେଥିପାଇଁ ଆପଣଙ୍କୁ ନିଜର ଭାବନାକୁ ନିୟନ୍ତ୍ରଣ କରିବାକୁ ପରାମର୍ଶ ଦିଆଯାଇଛି।
ଉପାୟ: ଆପଣ ନିଜର ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ବ୍ଲଗ ନିଶ୍ଚିତ ପସନ୍ଦ ଆସିଥିବ। ଯଦି ଏପରି ହୋଇଥାଏ ତେବେ ଆପଣ ନିଜର ଅନ୍ୟ ଶୁଭଚିନ୍ତକଙ୍କ ସହିତ ନିଶ୍ଚିତ ଶେୟାର କରନ୍ତୁ । ଧନ୍ୟବାଦ !
ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ
1. ମୂଳାଙ୍କ 4 ଉପରେ କେଉଁ ଗ୍ରହର ଆଧିପତ୍ୟ ଅଛି?
ମୂଳାଙ୍କ 4 ର ସ୍ବାମୀ ରାହୁ ଗ୍ରହ ଅଟନ୍ତି।
2. ମୂଳାଙ୍କ 6 ର ସ୍ବାମୀ ଗ୍ରହ କିଏ?
6 ମୂଳାଙ୍କର ସ୍ବାମୀ ଗ୍ରହ ଶୁକ୍ର।
3. ମୂଳାଙ୍କ 2 ଲୋକ କିପରି ହୋଇଥାଆନ୍ତି?
ଏମାନେ କଳ୍ପନାଶୀଳ ଓ ଭାବୁକ ସ୍ଵଭାବର ହୋଇଥାନ୍ତି।
Astrological services for accurate answers and better feature
Astrological remedies to get rid of your problems
AstroSage on MobileAll Mobile Apps
- Horoscope 2026
- राशिफल 2026
- Calendar 2026
- Holidays 2026
- Shubh Muhurat 2026
- Saturn Transit 2026
- Ketu Transit 2026
- Jupiter Transit In Cancer
- Education Horoscope 2026
- Rahu Transit 2026
- ராசி பலன் 2026
- राशि भविष्य 2026
- રાશિફળ 2026
- রাশিফল 2026 (Rashifol 2026)
- ರಾಶಿಭವಿಷ್ಯ 2026
- రాశిఫలాలు 2026
- രാശിഫലം 2026
- Astrology 2026






