ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ (29 ଜୁନ ରୁ 05 ଜୁଲାଇ)
ଜୁନ ମାସର ଏହି ସପ୍ତାହ ଅଲଗା-ଅଲଗା ମୂଳାଙ୍କର ଲୋକଙ୍କ ପାଇଁ ବହୁତ ଭଲ ସୁଯୋଗ ନେଇ ଆସିବ। ଯଦି ଆପଣ ନିଜର ମୂଳାଙ୍କ ଉପରେ ଆଧାରିତ ପ୍ରେମ ଜୀବନ, କ୍ୟାରୀଅର, ସ୍ବାସ୍ଥ୍ୟ କିମ୍ବା ଆର୍ଥିକ ସ୍ଥିତି ବିଷୟରେ ଜାଣିବାକୁ ଚାହାନ୍ତି, ତେବେ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଆର୍ଟିକଲ୍ କୁ ଶେଷ ଯାଏଁ ନିଶ୍ଚିତ ପଢ଼ନ୍ତୁ। ଏହି ଲେଖାରେ ଆମର ଅନୁଭବି ଜ୍ଯୋତିଷ ମୂଳାଙ୍କ ଉପରେ ଆଧାରିତ ଏହିରାଶିଫଳ 29 ଜୁନ ରୁ 05 ଜୁଲାଇ ପାଇଁ ସଠିକ ଭବିଷ୍ୟବାଣୀ ପ୍ରଦାନ କରିଛନ୍ତି।
କିପରି ଜାଣିବେ ନିଜର ମୂଳ ସଂଖ୍ୟା (ମୂଳାଙ୍କ)?
ରାଶିଫଳ ଜାଣିବା ପାଇଁ ମୂଳାଙ୍କର ମହତ୍ଵ ରହିଛି | ମୂଳାଙ୍କ ସଂଖ୍ୟା ବ୍ୟକ୍ତିଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟା ଭାବରେ ବିବେଚନା କରାଯାଏ | ଆପଣ ଜନ୍ମ ହୋଇଥିବା ମାସର ଯେକୌଣସି ତାରିଖକୁ ୟୁନିଟ୍ ଅଙ୍କରେ ପରିଣତ କରିବା ପରେ ପ୍ରାପ୍ତ ହୋଇଥିବା ସଂଖ୍ୟାକୁ ଆପଣଙ୍କର ମୂଳାଙ୍କ କୁହାଯାଏ | ମୂଳାଙ୍କ ସଂଖ୍ୟା 1 ରୁ 9 ମଧ୍ୟରେ ଯେକୌଣସି ସଂଖ୍ୟା ହୋଇପାରେ, ଉଦାହରଣ ସ୍ୱରୂପ, ଯଦି ଆପଣ କୌଣସି ମାସର 22 ରେ ଜନ୍ମ ହୋଇଛନ୍ତି, ତେବେ ଆପଣଙ୍କର ମୂଳାଙ୍କ ନମ୍ବର 1 + 0 ଅର୍ଥାତ୍ 1 ହେବ |
ଏହି ଉପାୟରେ ଆପଣ ଜାଣିପାରିବେ ନିଜର ମୂଳାଙ୍କ ଉପରେ ଆଧାରିତ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ। ଏହି ପ୍ରକାର କୌଣସି ମାସର 1 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଜନ୍ମ ହୋଇଥିବା ଲୋକଙ୍କ ପାଇଁ 1 ରୁ 9 ପର୍ଯ୍ୟନ୍ତର ମୂଳାଙ୍କର ଗଣନା କରାଯାଏ।
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ବିଶ୍ବର ବିଦ୍ବାନ ଅଙ୍କ ଜ୍ଯୋତିଷଙ୍କ ସହିତ ହୁଅନ୍ତୁ ଫୋନରେ କଥା ଓ ଜାଣନ୍ତୁ କ୍ୟାରୀଅର ସମ୍ବନ୍ଧିତ ସମସ୍ତ ସୂଚନା
ଜାଣନ୍ତୁ ନିଜର ମୂଳାଙ୍କ ଉପରେ ଆଧାରିତ ସାପ୍ତାହିକ ରାଶିଫଳ (29 ଜୁନ ରୁ 05 ଜୁଲାଇ, 2025)
ଅଙ୍କଜ୍ଯୋତିଷ ଆମ ଜୀବନରେ ସିଧାସଳଖ ପ୍ରଭାବ ପକାଇଥାଏ କାରଣ ସମସ୍ତ ସଂଖ୍ୟା ଆମର ଜନ୍ମ ତାରିଖ ସହିତ ଜଡ଼ିତ | ନିମ୍ନରେ ଦିଆଯାଇଥିବା ଲେଖାରେ, ଆମେ କହିଛୁ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କର ମୂଳାଙ୍କ ସଂଖ୍ୟା ଅଛି ଯାହା ତାଙ୍କ ଜନ୍ମ ତାରିଖ ଅନୁଯାୟୀ ନିର୍ଣ୍ଣୟ କରାଯାଇଥାଏ ଏବଂ ଏହି ସମସ୍ତ ସଂଖ୍ୟା ବିଭିନ୍ନ ଗ୍ରହ ଦ୍ୱାରା ପରିଚାଳିତ ହୋଇଥାଏ |
ମୂଳାଙ୍କ 1 ଉପରେ ସୂର୍ଯ୍ୟ ଦେବଙ୍କର ଆଧିପତ୍ୟ ଅଛି। ଚନ୍ଦ୍ରମା ମୂଳାଙ୍କ 2 ର ସ୍ବାମୀ ଅଟନ୍ତି । ଅଙ୍କ 3 ଉପରେ ଦେବ ଗୁରୁ ବୃହସ୍ପତିଙ୍କର ସ୍ଵାମିତ୍ଵ ଅଛି ଓ ରାହୁ ଅଙ୍କ 4 ର ରାଜା ଅଟନ୍ତି । ଅଙ୍କ 5 ବୁଧ ଗ୍ରହ ଦ୍ବାରା ଶାସିତ । 6 ମୂଳାଙ୍କର ରାଜା ଶୁକ୍ର ଦେବ ଓ 7 ଅଙ୍କ କେତୁ ଗ୍ରହଙ୍କ ଦ୍ବାରା ଶାସିତ । ଶନି ଦେବଙ୍କୁ ଅଙ୍କ 8 ର ସ୍ବାମୀ ବିବେଚନା କରାଯାଏ। ଅଙ୍କ 9 ମଙ୍ଗଳ ଦେବଙ୍କର ଅଙ୍କ । ଏହି ଗ୍ରହମାନଙ୍କର ପରିବର୍ତ୍ତନ ଯୋଗୁଁ ମଣିଷ ଜୀବନରେ ପରିବର୍ତ୍ତନ ଆସେ।
ବୃହତ କୁଣ୍ଡଳୀ ରେ ଲୁଚି ରହିଛି,ଆପଣଙ୍କ ଜୀବନର ସମସ୍ତ ରହସ୍ୟ, ଜାଣନ୍ତୁ ଗ୍ରହମାନଙ୍କର ଚଳନ ବିଷୟରେ ସମସ୍ତ ସୂଚନା
ମୂଳାଙ୍କ 1
(ଯଦି ଆପଣଙ୍କ ଜନ୍ମ କୌଣସି ମାସର 1, 10, 19 କିମ୍ବା 28 ତାରିଖରେ ହୋଇଛି)
ଏହି ସପ୍ତାହର ବିଶେଷ କଥା ଏହା ଯେ ଆପଣଙ୍କୁ ମିଶ୍ରିତ ପରିଣାମ ମିଳିବ। ଏହି ସପ୍ତାହରେ ଆପଣଙ୍କର ଶକ୍ତି ସ୍ତର ବହୁତ ଭଲ ରହିବ।
ପ୍ରତ୍ଯେକ କାମକୁ ଶାନ୍ତି ଓ ଧର୍ଯ୍ୟ ସହିତ କରିବାକୁ ହେବ। ଆପଣଙ୍କର ଯେଉଁ କାମ ଶେଷ ହୋଇନି ତାହା ଶେଷ କରିବା ବହୁତ ଆବଶ୍ୟକ। ନୂଆ କମର ପ୍ରାପ୍ତି ପାଇଁ ପୁରୁଣା କାମ ଶେଷ କରିବା ଆବଶ୍ୟକ। ଭଲ ହେବ ବିବାଦ ରୁ ଦୂରେଇ ରୁହନ୍ତୁ। ଯଦି ଆପଣ ନିଜର ପାଇଁ ଜାଗା କିଣିବାକୁ ଚାହୁଛନ୍ତି ତେବେ ଆପଣଙ୍କୁ ଏହି କଥାର ଧ୍ୟାନ ରଖିବାକୁ ହେବ ଯେ କୌଣସି ବିବାଦୀୟ ଜାଗା ନ କିଣନ୍ତୁ। ଭାଇ ବନ୍ଧୁଙ୍କ ସହିତ ସମ୍ବନ୍ଧ ଭଲ ରଖିବାକୁ ଚେଷ୍ଟା କରନ୍ତୁ। ମିଟରଙ୍କର ସହିତ ସମ୍ବନ୍ଧକୁ ମେନଟେନ କରିବା ଆବଶ୍ୟକ। ଘରର ଏଲେକ୍ଟ୍ରୋନିକ ଜିନିଷ ସମସ୍ଯା ଦେଇପାରେ। କିଛି ସତର୍କତା ଆପଣାଇବା ବହୁତ ଆବଶ୍ୟକ।
ଉପାୟ: ହନୁମାନ ମନ୍ଦିରରେ ନାଲି ଫୂଳ ଚଢ଼ାଇବା ଶୁଭ ହେବ।
ମୂଳାଙ୍କ 2
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 2, 11, 20 କିମ୍ବା 29 ତାରିଖରେ ହୋଇଛି)
ଏହି ସପ୍ତାହରେ ଆପଣଙ୍କୁ ମିଶ୍ରିତ କିମ୍ବା ହାରାହାରି ଠାରୁ ଭଲ ପରିଣାମ ମିଳିପାରେ। ଯଦି ଆପଣ ନିଜର ବାରୁଷତଃଙ୍କ ସହିତ ଭଲ ତାଳମେଳ ରଖି ଚାଲନ୍ତି ତେବେ ତାଙ୍କର ସହଯୋଗ ମିଳିବ କାରଣ ଆପଣ ସ୍ବୟଂ ଶକ୍ତିଶାଳୀ ଅନୁଭବ କରିବେ। ପିତା କିମ୍ବା ପିତା ତୁଲ୍ୟ ବ୍ୟକ୍ତିଙ୍କ ସହୋତ ସମ୍ବନ୍ଧ ଭଲ ନଥିଲେ ସେମାନେ ଆପଣଙ୍କର ସପୋର୍ଟ ମଧ୍ୟ କରିବେନି। ସେଥିପାଇଁ ଏହି ସ୍ଥିତିରେ ସୁଯୋଗ ପ୍ରାପ୍ତ କରିବାକୁ ଅଧିକ ଚେଷ୍ଟା କରିବାକୁ ପଡ଼ିବ।
ଏକ ନୂଆ କାମର ଆରମ୍ଭ ପାଇଁ ଏହି ସପ୍ତାହ ଭଲ କୁହାଯିବ। ଅନୁଭବି ଲୋକଙ୍କର ମାର୍ଗଦାରସାହ୍ନ ନେବା ସହିତ ଏହି ସପ୍ତାହ ଭଲ ପରିଣାମ ଦେଉଥିବା ପ୍ରତୀତ ହେଉଛି। ଆର୍ଥିକ ମାମଲାରେ ଏହି ସପ୍ତାହ ଆପଣଙ୍କ ପାଇଁ ସାହାଜ୍ୟକରି ହେବ। ଆପଣଙ୍କୁ ବିନିଯୋଗରୁ ଲାଭ ମିଳିବ।
ଯଦି କୌଣସି ବଡ଼ ବିସଂଗତି ପାରିବାରିକ ମାମଲାରେ ଚାଲି ନାହିଁ ତେବେ ଘରର କୌଣସି ସଦସ୍ୟର କଥାକୁ ନେଇ ଅସନ୍ତୁଷ୍ଟ ହେବେ। ସମ୍ଭାବନା ଅଛି ଯେ ସେହି ଅସନ୍ତୋଷ ଦୂର କରିବା ପାଇଁ ପ୍ରୟାସ କରନ୍ତୁ। ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀ ଏହି ସପ୍ତାହ ସମ୍ବନ୍ଧ ସୁଧାରିବା ପାଇଁ ଆପଣଙ୍କ ପାଇଁ ସାହାଜ୍ୟକରି ହେବ। ସ୍ତ୍ରୀଙ୍କ ସହତ ସମ୍ବନ୍ଧିତ ମାମଲାରେ ସାବଧାନ ରହିବା ଆବଶ୍ୟକ। କାହାକୁ ଅକ୍ଷୟ ବନ୍ଦ କରି ବିଶ୍ବାସ କରିବା ଉଚିତ ନୁହେଁ। କାହା ଉପରେ ଭରସା କରି ରହିବଅା ମଧ୍ୟ ଉଚିତ ନୁହେଁ।
ଉପାୟ: ମନ୍ଦିରରେ ଗୋଟା ଗହମ ଦାନ କରିବା ସବ ହେବ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ମୂଳାଙ୍କ 3
(ଯଦି ଆପଣଙ୍କ ଜନ୍ମ କୌଣସି ମାସର 3, 12, 21 କିମ୍ବା 30 ତାରିଖରେ ହୋଇଛି )
ଏହି ସପ୍ତାହ ଆପଣଙ୍କୁ ବହୁତ ଭଲ ପରିଣାମ ଦେଇପାରେ। କୌଣସି ପ୍ରକାରର ନକରାତ୍ମକତା ଦେଖାଯିବ ନାହିଁ। କେବଳ ଅଙ୍କ 6 ର ସପୋର୍ଟ ମିଳିବ ନାହିଁ। ଏପରି ପରିସ୍ଥିତିରେ, ବିଳାସପୂର୍ଣ୍ଣ ଜିନିଷ ଉପରେ ଅତ୍ୟଧିକ ଖର୍ଚ୍ଚ କରିବା ଠିକ୍ ହେବ ନାହିଁ। ଏହାର ଅର୍ଥ ହେଉଛି ଅନାବଶ୍ୟକ ଖର୍ଚ୍ଚକୁ ଏଡ଼ାଇବା। କୌଣସି ମହିଳାଙ୍କ ସହିତ କୌଣସି ପ୍ରକାରର ବିବାଦ ହେବା ଉଚିତ୍ ନୁହେଁ। ଯଦି ସମ୍ଭବ ହୁଏ, ତେବେ ମହିଳାମାନଙ୍କ ସହ ଜଡ଼ିତ ବିଷୟଗୁଡ଼ିକରୁ ଦୂରରେ ରହିବା ଭଲ ହେବ। କ୍ରେଅଟିଭ କାମ ପାଇଁ ଏହି ସମୟ ବହୁତ ଭଲ ଅଟେ।
ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀ ସମ୍ବନ୍ଧ ପାଇଁ ଏହି ସପ୍ତାହ ବହୁତ ଭଲ ପରିଣାମ ଦେବ। ଯଦି ଆପଣଙ୍କର କୌଣସି ସମ୍ବନ୍ଧ ଦୁର୍ବଳ ଅଛି ତେବେ ଏହି ସପ୍ତାହ ସେହି ସମ୍ବନ୍ଧ ସୁଧାରିବା ପାଇଁ ଭଲ ହେବ।ପାର୍ଟନର୍ଶିପ କାମ ପାଇଁ ଏହି ସପ୍ତାହ ଭଲ ହେବ କିନ୍ତୁ ଧର୍ଯ୍ୟ ଟିକେ କମ ରହିବ। ଆର୍ଥିକ ମାମଲାରେ ସାମାନ୍ଯ ଭାବରେ ଏହି ସପ୍ତାହ ଭଲ ପରିଣାମ ଦେଇପାରେ। ଧର୍ମ କର୍ମ ଓ ଅଧ୍ୟାତ୍ମ ଦୃଷ୍ଟିରୁ ମଧ୍ୟ ଏହି ସପ୍ତାହ ଅନୁକୂଳ ପରିଣାମ ଦେବ।
ଉପାୟ: ସୋମବାର କିମ୍ବା ଶୁକ୍ରବାର ଦିନ ଶିବଲିଙ୍ଗ ଉପରେ କ୍ଷୀର ଅଭିଷେକ କରିବା ଶୁଭ ହେବ।
ମୂଳାଙ୍କ 4
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 4, 13, 22 କିମ୍ବା 31 ତାରିଖରେ ହୋଇଛି )
ସାମଗ୍ରିକ ଭାବରେ, ଏହି ସପ୍ତାହଟି ଆପଣଙ୍କ ପାଇଁ ମିଶ୍ରିତ ହୋଇପାରେ। ସେହି ସମୟରେ, ଫଳାଫଳ କେତେବେଳେ ହାରାହାରି ଅପେକ୍ଷା ଦୁର୍ବଳ ହୋଇପାରେ। ତେଣୁ, ଏହି ସପ୍ତାହରେ ଅନେକ ବିଷୟରେ ସତର୍କତାର ସହ କାମ କରିବାର ଆବଶ୍ୟକତା ରହିବ। ବରିଷ୍ଠଙ୍କର ସହଯୋଗ ଓ ମାର୍ଗଦର୍ଶନ ଆପଣଙ୍କୁ ମିଳିବ।
ସାମାଜିକ ମାମଲାରେ ଆପଣ ବହୁତ ପରିମାଣରେ ଭଲ କରି ପାରିବେ। କୌଣସି ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେଇ ଆପଣ ସମ୍ମାନିତ ମଧ୍ୟ ହୋଇ ପାରନ୍ତି। ଯଦି ଆପଣ କୌଣସି ପ୍ରକାରର କ୍ରେଅଟିଭ କାମ କରନ୍ତି ତେବେ ସେହି ମାମଲାରେ ମଧ୍ୟ ଆପଣଙ୍କୁ ସାମାନ୍ଯ ଭାବରେ ଅନୁକୂଳ ପରିଣାମ ମିଳିପାରେ। ଗୁରୁଜନ ଓ ବରିଷ୍ଠଙ୍କର ଅନାଦର କରନ୍ତୁ ନାହିଁ। ଏହି ସତର୍କତା ଆପଣାଇବା ପରେ ହି ଆପଣ ସାମାଜିକ ମାମଲାରେ ଭଲ କରି ପାରିବେ ଓ କ୍ରେଅଟିଭ ମାମଲାରେ ମଧ୍ୟ ଭଲ କରି ପାରିବେ। ମିଟରଙ୍କ ସମ୍ବନ୍ଧିତ ମାମଲାରେ ମଧ୍ୟ ଏହି ସପ୍ତାହରେ ଭଲ ପରିଣାମ ମିଳିପାରିବ। କିଛି ନୂଆ ମିଟର ମଧ୍ୟ ହେବେ।
ଉପାୟ: ନିଜର ଶିକ୍ଷକଙ୍କୁ ଦେଖା କରି ତାଙ୍କର ଆଶୀର୍ବାଦ ନିଅନ୍ତୁ।
ଏବେ ଘରେ ବାସି ବିଶେଷଜ୍ଞ ପୁରୋହିତଙ୍କ ଦ୍ବାରା କରାନ୍ତୁ ଇଚ୍ଛାନୁସାରେ ଅନଲାଇନ ପୂଜା ଓ ପାଆନ୍ତୁ ଉତ୍ତମ ପରିଣାମ!
ମୂଳାଙ୍କ 5
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 5, 14 କିମ୍ବା 23 ତାରିଖରେ ହୋଇଛି )
ସାମାନ୍ଯ ଭାବରେ ଏହି ସପ୍ତାହ ଆପଣଙ୍କୁ ମିଶ୍ରିତ ପରିଣାମ ଦେଇପାରେ। ଏହି ସପ୍ତାହରେ କିଛି କାମକୁ ଅଳସୁଆ ହୋଇ କରିଲେ ଡେରି ହେବ। ଭଲ ହେବ ଆଳସ୍ୟ ତ୍ୟାଗ କରିବା। କୌଣସି କାମ କରିବା ପୂର୍ବରୁ ଯୋଜନା ପ୍ରସ୍ତୁତ କରନ୍ତୁ। ଅନ୍ୟଥା ହାରାହାରି ପରିଣାମ ମିଳିପାରେ। ଏହି ସପ୍ତାହରେ ଟିକେ ଅଧିକ ଓରିଶ୍ରମ କରିବାକୁ ପଡ଼ିପାରେ କିନ୍ତୁ ସେହି ପରିଶ୍ରମ ସାର୍ଥକ ହେବ। ଏହି ସପ୍ତାହରେ କିଛି ପ୍ରୋପୋଜାଲ ମିଳିପାରେ ଯାହା ଆପଣଙ୍କୁ ବଡ଼ ବଡ଼ ସ୍ବପ୍ନ ଦେଖାଇବ।
ଏହାର ଅର୍ଥ ହେଉଛି ଏହା ସମ୍ଭବ ଯେ ସେହି ପ୍ରସ୍ତାବଗୁଡ଼ିକ ସତ୍ୟ ନ ହୋଇପାରେ, ସେଥିରେ ଅଧିକ ସ୍ୱପ୍ନ ଏବଂ କମ୍ ବାସ୍ତବତା ଥାଇପାରେ। ସ୍ୱପ୍ନ ଦେଖିବା ପରିବର୍ତ୍ତେ ବାସ୍ତବତା ଉପରେ ନିର୍ଭର କରିବା ଭଲ ହେବ। ନିଜକୁ ଶୃଙ୍ଖଳିତ ରଖିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହେବ। ସମ୍ବନ୍ଧକୁ ଠିକ କରିବା ପାଇଁ ଏହି ସପ୍ତାହ ସାହାଜ୍ୟକାରୀ ହେବ। ଏହି ସପ୍ତାହରେ କୌଣସି ଏପରି ବଡ଼ ସମସ୍ଯା ଦେଖାଯାଉ ନାହିଁ କିନ୍ତୁ ଟିକେ ଏକ୍ସଟ୍ରା ପରିଶ୍ରମ କରିଲେ, ନିଜକୁ ପ୍ରସ୍ତୁତ ରଖିଲେ, ଅନୁଶାସନ ପାଳନ କରିଲେ, ପରିଣାମ ସାର୍ଥକ ରହି ପାରିବ।
ଉପାୟ: ପ୍ରବାହିତ ହେଉଥିବା ଶୁଦ୍ଧ ପାଣିରେ ଚାରୋଟି ନଡ଼ିଆ ଭସାଇଲେ ଶୁଭ ହେବ।
ଆପଣଙ୍କର କୁଣ୍ଡଳୀରେ ମଧ୍ୟ ଅଛି ରାଜଯୋଗ? ଜାଣନ୍ତୁ ନିଜର ରାଜଯୋଗ ରିପୋର୍ଟ୍
ମୂଳାଙ୍କ 6
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 6, 15 କିମ୍ବା 24 ତାରିଖରେ ହୋଇଛି )
ଏହି ସପ୍ତାହର ବିଶେଷ କଥା ଏହା ଯେ ଏହି ସପ୍ତାହକୌଣସି ପ୍ରକାରର ଆପଣଙ୍କର ବିରୋଧ କରିବ ନାହିଁ। କିନ୍ତୁ କିଛି ମାମଲାରେ ଖୋଲିକରି ସପୋର୍ଟ ମଧ୍ୟ କରିବ ନାହିଁ। କହି ପାରିବା ଯେ କ୍ଷତି ତ ହେବ ନାହିଁ କିନ୍ତୁ ଲାଭ ମଧ୍ୟ ହେବ ନାହିଁ। ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀ ପରିଶ୍ରମ ଅନୁସାରେ ପରିଣାମ ମିଳିବ କିନ୍ତୁ କେବେ କେବେ ପ୍ରରବ୍ଧ ଅନୁରୂପ ମଧ୍ୟ ପରିଣାମ ମିଳିବ।
ହଁ, ଯଦି ଆପଣ କୌଣସି ପ୍ରକାରର ପରିବର୍ତ୍ତନ କରିବାକୁ ଭାବୁଛନ୍ତି, ତେବେ ଏହି ସପ୍ତାହ ଆପଣଙ୍କ ପାଇଁ ସେହି ପରିବର୍ତ୍ତନ ଆଣିବାରେ ସହାୟକ ହୋଇପାରେ। ଗଭୀର ଭାବରେ ଚିନ୍ତା କରି, ଆପଣ ସକାରାତ୍ମକ ପରିବର୍ତ୍ତନ ଆଡ଼କୁ ଅଗ୍ରସର ହୋଇପାରିବେ। ସେହି ସମୟରେ, ବ୍ୟବସାୟ ସହ ଜଡ଼ିତ ଯାତ୍ରା ମଧ୍ୟ ସଫଳ ହୋଇପାରେ। ମନୋରଞ୍ଜନ ଉଦ୍ଦେଶ୍ୟରେ ଅର୍ଥାତ୍ ପର୍ଯ୍ୟଟନ ଇତ୍ୟାଦି ଯାତ୍ରା ପାଇଁ ମଧ୍ୟ ସମୟ ଅନୁକୂଳ ରହିବ। ଅନ୍ୟାନ୍ୟ ଉପାୟରେ ମଧ୍ୟ ମଜା ଏବଂ ମନୋରଞ୍ଜନର ସମ୍ଭାବନା ସୃଷ୍ଟି ହେଉଛି।
ନିଜକ ବିସ୍ତାର ଦେବାରେ ମଧ୍ୟ ଏହି ସପ୍ତାହ ସହାୟକ ହେବ କିନ୍ତୁ ସମସ୍ତ ମାମଲାରେ ଉଜୋଗ ଆପଣଙ୍କର କର୍ମ ଅନୁସାରେ ପ୍ରାପ୍ତ ହେବ। କୌଣସି ଚମତ୍କାରିକ ପରିଣାମ ମିଳିବ ନାହିଁ। ସେଥିପାଇଁ ଏହି ସପ୍ତାହ ହାରାହାରି ଥର ଟିକେ ଭଲ ପରିଣାମ ଦେବ।
ଉପାୟ: ଗାଈକୁ ସବୁଜ ଚାରା ଖୁଆଇବା ଶୁଭ ହେବ।
ମୂଳାଙ୍କ 7
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 7, 16 କିମ୍ବା 25 ତାରିଖରେ ହୋଇଛି )
ଏହି ସପ୍ତାହ ଆପଣଙ୍କ ପାଇଁ ଭଲ ଫଳାଫଳ ସୂଚାଉଛି। ଏହା ସହିତ, ଏହି ସପ୍ତାହରେ ଆପଣଙ୍କର ଦୁର୍ବଳତା ଆପଣଙ୍କର ଭାବନାତ୍ମକ ଅସନ୍ତୁଳନ ହୋଇପାରେ। ଅର୍ଥାତ୍, ଯେଉଁ କ୍ଷେତ୍ରରେ ଆପଣଙ୍କୁ ବ୍ୟବହାରିକ ଭାବରେ କାମ କରିବାକୁ ପଡ଼େ, ସେଠାରେ ଭାବପ୍ରବଣ ହେବାରୁ ଦୂରେଇ ରହିବା ବୁଦ୍ଧିମାନର କାର୍ଯ୍ୟ ହେବ। ସମୟ ବାହାର କରି ଆତ୍ମୀୟମାନଙ୍କ ସହିତ ସମ୍ପର୍କ ସ୍ଥାପନ କରିବାକୁ ଚେଷ୍ଟା କରିବା ଏକ ଭଲ କଥା, କିନ୍ତୁ ଏହି ସମୟରେ, ଗୁରୁତ୍ୱପୂର୍ଣ୍ଣ କାମ ଛାଡ଼ି କାହାକୁ ଭାବପ୍ରବଣ ଭାବରେ ଭେଟିବାକୁ ଯିବା କିମ୍ବା ଭାବପ୍ରବଣ ହୋଇ ନିଜକୁ କ୍ଷତି ପହଞ୍ଚାଇ କାହାକୁ ଲାଭ ଦେବାକୁ ଚେଷ୍ଟା କରିବା; ଏହାକୁ ଏଡ଼ାଇବା ଗୁରୁତ୍ୱପୂର୍ଣ୍ଣ ହେବ।
ଅନ୍ୟ ମାମଲାରେ ପରିଣାମ ବହୁତ ଭଲ ରହିପାରେ। ଘର ଗୃହସ୍ଥି ସହିତ ଜଡ଼ିତ ମାମଲାକୁ ସମ୍ପୂର୍ଣ କରିବା ପାଇଁ ଏହି ସପ୍ତାହ ଆପଣଙ୍କର ସମ୍ପୂର୍ଣ ଭାବରେ ସୁପୂରତ କରିବ। ଘରର କୌଣସି ଜରୁରୀ ଜିନିଷ କିଣିବା ପାଇଁ କିମ୍ବା ଘରର ସାଜସଜା ପାଇଁ ଏହି ସପ୍ତାହ ଭଲ ହେବ।
ଯଦି ବିବାହ ବୟସ ଆସିଯାଇଛି ଏବଂ କୌଣସି ସ୍ଥାନରେ ବିବାହ ପାଇଁ ଆଲୋଚନା ଚାଲିଛି, ତେବେ ସେହି ଆଲୋଚନାଗୁଡ଼ିକ ଏକ ସକାରାତ୍ମକ ଦିଗରେ ଆଗକୁ ବଢ଼ିପାରିବ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସାମାନ୍ଯ ଭାବରେ ଭଲ ରହି ପାରେ। ବସ୍ତ୍ର ଅଭୂଷଣ ଇତ୍ୟାଦି କିଣିବା ମାମଲାରେ ମଧ୍ୟ ଏହି ସପ୍ତାହ ଆପଣଙ୍କର ସାହାଜ୍ୟ କରିବ। ଦେଖାଯାଏ ଯେ ସନ୍ତୁଳିତ ମସ୍ତିଷ୍କ ସହିତ କାମ କରିବା ଲୋକଙ୍କୁ ବହୁତ ଭଲ ପରିଣାମ ମିଳିବ।
ଉପାୟ: ଭାଗ୍ୟବତୀ ମହିଳାଙ୍କୁ ଶୁଭ ଜିନିଷ ଉପହାର ଦେବା ଏବଂ ତାଙ୍କ ଆଶୀର୍ବାଦ ନେବା ଶୁଭ ହେବ।
ମୂଳାଙ୍କ 8
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 8, 17 କିମ୍ବା 26 ତାରିଖରେ ହୋଇଛି)
ଏହି ସପ୍ତାହରେ ଆପଣଙ୍କୁ ଏଭାରେଜ ଲେଭେଲର ପରିଣାମ ମିଳିପାରେ। ଏହି ସପ୍ତାହରେ କୌଣସି ନକରାତ୍ମକତା ପ୍ରତୀତ ହେଉ ନାହିଁ। କିନ୍ତୁ କୌଣସି ଗ୍ରହ ସମ୍ପୂର୍ଣ ଭାବରେ ଆପଣଙ୍କର ସୁପୂରତ କରିବେ ନାହିଁ। ଆପଣଙ୍କର ମୂଳାଙ୍କ 8କୁ ସପୋର୍ଟ କରିବା ପାଇଁ ଅଙ୍କ 8 ଏହି ସପ୍ତାହରେ ଭଲ ସ୍ଥିତି ଅଟେ। ଅର୍ଥାତ 8 କୁ ଛାଡ଼ି ଅନ୍ୟ ସମସ୍ତ ଗ୍ରହ କିମ୍ବା ଅଙ୍କ ହାରାହାରି ପରିଣାମ ଦେବେ।
ଯଦି ଆପଣ ଆତ୍ମନିର୍ଭରଶୀଳ, ତେବେ ଆପଣ ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ଭଲ ଫଳାଫଳ ପାଇପାରିବେ। ସେହି ସମୟରେ, ଯଦି ଆପଣ ବାସ୍ତବରେ କାମ କରନ୍ତି, ତେବେ ଆପଣ ଆପଣଙ୍କ ବ୍ୟବସାୟରେ ଭଲ କରିପାରିବେ। ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁସାରେ ଧର୍ମ କର୍ମ ଆଡ଼କୁ ମନ ଯାଇପାରେ। କୌଣସି ଧାର୍ମିକ ଯାତ୍ରାରେ ଯିବାକୁ ଇଚ୍ଛା ହୋଇପାରେ। ଘର ପରିବାର କିମ୍ବା ସମ୍ପର୍କୀୟଙ୍କ ସହିତ କୌଣସି ଧାର୍ମିକ ଆୟୋଜନ ମଧ୍ୟ ହୋଇପାରେ ଓ ଆପଣ ସେଥିରେ ଭାଗ ନେଇ ପାରନ୍ତି। ଆତ୍ମିକ ସୁଖର ଅନୁଭବ କରି ପାରନ୍ତି। ଅର୍ଥାତ କାର୍ଯ୍ୟକ୍ଷେତ୍ର, ଅର୍ଥବ୍ୟବସ୍ଥା ଓ ପାରିବାରିକ ମାମଲା ପାଇଁ ଏହି ସପ୍ତାହ ହାରାହାରି ଅଟେ।
ଉପାୟ: ଭଗବାନ ଗଣେଶଙ୍କୁ ହଳଦିଆ ଫୁଲ ଅର୍ପଣ କରିବା ଶୁଭ ହେବ।
ପାଆନ୍ତୁ ନିଜର କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍
ମୂଳାଙ୍କ 9
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 9, 18 କିମ୍ବା 27 ତାରିଖରେ ହୋଇଛି)
ଏହି ସପ୍ତାହ ଆପଣଙ୍କୁ ଅନୁକୂଳ ପରିଣାମ ଦେଇପାରେ। କେବଳ ଅଙ୍କ 6 ଆପଣଙ୍କର ସପୋର୍ଟ ରେ ଥିବା ଦେଖାଯାଉ ନାହିଁ। ଏପରି ସ୍ଥିତିରେ ସ୍ତ୍ରୀଙ୍କ ସମ୍ବନ୍ଧିତ ମାମଲାରେ ସାବଧାନ ରୁହନ୍ତୁ। ଲକ୍ସରି ଆଇଟମ୍ ଉପରେ ଅଯଥା ଖର୍ଚ୍ଚ କରନ୍ତୁ ନାହିଁ। ଅନ୍ୟ ମାମଲାରେ ପରିଣାମ ଭଲ ରହିପାରେ। ଆର୍ଥିକ ମାମଲାରେ ମଧ୍ୟ ଆପଣ ଭଲ ପ୍ରଦର୍ଶନ କରିବେ।
ବ୍ୟବସାୟ ସମ୍ବନ୍ଧୀୟ ମାମଲାରେ ମଧ୍ୟ ଅନୁକୂଳତା ଦେଖାଯିବ। ଯଦି ଆପଣ ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି, ବିଶେଷକରି ଯଦି ଆପଣ ଜଣେ ବ୍ୟବସାୟୀ ଏବଂ ଆପଣଙ୍କ ବ୍ୟବସାୟରେ କିଛି ନୂତନ ପ୍ରୟୋଗ କରିବାକୁ ଚାହୁଁଛନ୍ତି, ତେବେ ଏହି ସପ୍ତାହରେ ଆପଣଙ୍କୁ ସେହି ପ୍ରୟୋଗ କରିବାର ସୁଯୋଗ ମିଳିପାରେ। ଏହି ସବୁ ବ୍ଯତୀତ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ ହେବ। ଗୁରୁଜନମାନଙ୍କର ସମ୍ମାନ କରିବା ଆବଶ୍ୟକ। ଏହି ପରି ସତର୍କ ରହି ଆପଣ ବହୁ ମାତ୍ରାରେ ଅନୁକୂଳ ପରିଣାମ ପାଇ ପାରିବେ।
ଉପାୟ: ଜଣେ ଅସହାୟ ବ୍ୟକ୍ତିଙ୍କୁ ଖାଇବାକୁ ଦେବା ଶୁଭ ହେବ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ବ୍ଲଗ ନିଶ୍ଚିତ ପସନ୍ଦ ଆସିଥିବ। ଯଦି ଏପରି ହୋଇଥାଏ ତେବେ ଆପଣ ନିଜର ଅନ୍ୟ ଶୁଭଚିନ୍ତକଙ୍କ ସହିତ ନିଶ୍ଚିତ ଶେୟାର କରନ୍ତୁ । ଧନ୍ୟବାଦ !
ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ
1. ସଂଖ୍ୟା 3 ପାଇଁ ଏହି ସପ୍ତାହଟି କିପରି ଅଛି?
ସାଧାରଣତଃ, ଏହି ସପ୍ତାହ ଆପଣଙ୍କୁ ବହୁତ ଭଲ ଫଳାଫଳ ଦେଇପାରେ।
2. ୫ ମୂଳାଙ୍କ ଥିବା ଲୋକଙ୍କ ପାଇଁ ଏହି ସପ୍ତାହଟି କିପରି ରହିବ?
ଏହି ସପ୍ତାହ ଆପଣଙ୍କୁ ମିଶ୍ରିତ କିମ୍ବା ହାରାହାରି ଫଳାଫଳ ଦେଇପାରେ।
3. ସଂଖ୍ୟା 1 ର ସ୍ବାମୀ କିଏ?
ଅଙ୍କ ଜ୍ଯୋତିଷଶାସ୍ତ୍ର ଅନୁସାରେ, ସଂଖ୍ୟା 1ର ସ୍ୱାମୀ ସୂର୍ଯ୍ୟ ଅଟନ୍ତି।
Astrological services for accurate answers and better feature
Astrological remedies to get rid of your problems
AstroSage on MobileAll Mobile Apps
- Horoscope 2026
- राशिफल 2026
- Calendar 2026
- Holidays 2026
- Shubh Muhurat 2026
- Saturn Transit 2026
- Ketu Transit 2026
- Jupiter Transit In Cancer
- Education Horoscope 2026
- Rahu Transit 2026
- ராசி பலன் 2026
- राशि भविष्य 2026
- રાશિફળ 2026
- রাশিফল 2026 (Rashifol 2026)
- ರಾಶಿಭವಿಷ್ಯ 2026
- రాశిఫలాలు 2026
- രാശിഫലം 2026
- Astrology 2026






