ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ (06 ଅପ୍ରିଲରୁ 12 ଅପ୍ରିଲ)
ଅପ୍ରିଲ ମାସର ଏହି ସପ୍ତାହ ଅଲଗା-ଅଲଗା ମୂଳାଙ୍କର ଲୋକଙ୍କ ପାଇଁ ବହୁତ ଭଲ ସୁଯୋଗ ନେଇ ଆସିବ। ଯଦି ଆପଣ ନିଜର ମୂଳାଙ୍କ ଉପରେ ଆଧାରିତ ପ୍ରେମ ଜୀବନ, କ୍ୟାରୀଅର, ସ୍ବାସ୍ଥ୍ୟ କିମ୍ବା ଆର୍ଥିକ ସ୍ଥିତି ବିଷୟରେ ଜାଣିବାକୁ ଚାହାନ୍ତି, ତେବେ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଆର୍ଟିକଲ୍ କୁ ଶେଷ ଯାଏଁ ନିଶ୍ଚିତ ପଢ଼ନ୍ତୁ। ଏହି ଲେଖାରେ ଆମର ଅନୁଭବି ଜ୍ଯୋତିଷ ମୂଳାଙ୍କ ଉପରେ ଆଧାରିତ ଏହିରାଶିଫଳ 06 ଅପ୍ରିଲରୁ 12 ଅପ୍ରିଲ ପାଇଁ ସଠିକ ଭବିଷ୍ୟବାଣୀ ପ୍ରଦାନ କରିଛନ୍ତି।
କିପରି ଜାଣିବେ ନିଜର ମୂଳ ସଂଖ୍ୟା (ମୂଳାଙ୍କ)?
ରାଶିଫଳ ଜାଣିବା ପାଇଁ ମୂଳାଙ୍କର ମହତ୍ଵ ରହିଛି | ମୂଳାଙ୍କ ସଂଖ୍ୟା ବ୍ୟକ୍ତିଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟା ଭାବରେ ବିବେଚନା କରାଯାଏ | ଆପଣ ଜନ୍ମ ହୋଇଥିବା ମାସର ଯେକୌଣସି ତାରିଖକୁ ୟୁନିଟ୍ ଅଙ୍କରେ ପରିଣତ କରିବା ପରେ ପ୍ରାପ୍ତ ହୋଇଥିବା ସଂଖ୍ୟାକୁ ଆପଣଙ୍କର ମୂଳାଙ୍କ କୁହାଯାଏ | ମୂଳାଙ୍କ ସଂଖ୍ୟା 1 ରୁ 9 ମଧ୍ୟରେ ଯେକୌଣସି ସଂଖ୍ୟା ହୋଇପାରେ, ଉଦାହରଣ ସ୍ୱରୂପ, ଯଦି ଆପଣ କୌଣସି ମାସର 22 ରେ ଜନ୍ମ ହୋଇଛନ୍ତି, ତେବେ ଆପଣଙ୍କର ମୂଳାଙ୍କ ନମ୍ବର 1 + 0 ଅର୍ଥାତ୍ 1 ହେବ |
ଏହି ଉପାୟରେ ଆପଣ ଜାଣିପାରିବେ ନିଜର ମୂଳାଙ୍କ ଉପରେ ଆଧାରିତ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ। ଏହି ପ୍ରକାର କୌଣସି ମାସର 1 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଜନ୍ମ ହୋଇଥିବା ଲୋକଙ୍କ ପାଇଁ 1 ରୁ 9 ପର୍ଯ୍ୟନ୍ତର ମୂଳାଙ୍କର ଗଣନା କରାଯାଏ।
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ବିଶ୍ବର ବିଦ୍ବାନ ଅଙ୍କ ଜ୍ଯୋତିଷଙ୍କ ସହିତ ହୁଅନ୍ତୁ ଫୋନରେ କଥା ଓ ଜାଣନ୍ତୁ କ୍ୟାରୀଅର ସମ୍ବନ୍ଧିତ ସମସ୍ତ ସୂଚନା
ଜାଣନ୍ତୁ ନିଜର ମୂଳାଙ୍କ ଉପରେ ଆଧାରିତ ସାପ୍ତାହିକ ରାଶିଫଳ ( 06 ଅପ୍ରିଲରୁ 12 ଅପ୍ରିଲ, 2025)
ଅଙ୍କଜ୍ଯୋତିଷ ଆମ ଜୀବନରେ ସିଧାସଳଖ ପ୍ରଭାବ ପକାଇଥାଏ କାରଣ ସମସ୍ତ ସଂଖ୍ୟା ଆମର ଜନ୍ମ ତାରିଖ ସହିତ ଜଡ଼ିତ | ନିମ୍ନରେ ଦିଆଯାଇଥିବା ଲେଖାରେ, ଆମେ କହିଛୁ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କର ମୂଳାଙ୍କ ସଂଖ୍ୟା ଅଛି ଯାହା ତାଙ୍କ ଜନ୍ମ ତାରିଖ ଅନୁଯାୟୀ ନିର୍ଣ୍ଣୟ କରାଯାଇଥାଏ ଏବଂ ଏହି ସମସ୍ତ ସଂଖ୍ୟା ବିଭିନ୍ନ ଗ୍ରହ ଦ୍ୱାରା ପରିଚାଳିତ ହୋଇଥାଏ |
ମୂଳାଙ୍କ 1 ଉପରେ ସୂର୍ଯ୍ୟ ଦେବଙ୍କର ଆଧିପତ୍ୟ ଅଛି। ଚନ୍ଦ୍ରମା ମୂଳାଙ୍କ 2 ର ସ୍ବାମୀ ଅଟନ୍ତି । ଅଙ୍କ 3 ଉପରେ ଦେବ ଗୁରୁବୃହସ୍ପତିଙ୍କର ସ୍ଵାମିତ୍ଵ ଅଛି ଓ ରାହୁ ଅଙ୍କ 4 ର ରାଜା ଅଟନ୍ତି । ଅଙ୍କ 5 ବୁଧ ଗ୍ରହ ଦ୍ବାରା ଶାସିତ । 6 ମୂଳାଙ୍କର ରାଜା ଶୁକ୍ର ଦେବ ଓ 7 ଅଙ୍କ କେତୁ ଗ୍ରହଙ୍କ ଦ୍ବାରା ଶାସିତ । ଶନି ଦେବଙ୍କୁ ଅଙ୍କ 8 ର ସ୍ବାମୀ ବିବେଚନା କରାଯାଏ। ଅଙ୍କ 9 ମଙ୍ଗଳ ଦେବଙ୍କର ଅଙ୍କ । ଏହି ଗ୍ରହମାନଙ୍କର ପରିବର୍ତ୍ତନ ଯୋଗୁଁ ମଣିଷ ଜୀବନରେ ପରିବର୍ତ୍ତନ ଆସେ।
ବୃହତ କୁଣ୍ଡଳୀ ରେ ଲୁଚି ରହିଛି,ଆପଣଙ୍କ ଜୀବନର ସମସ୍ତ ରହସ୍ୟ, ଜାଣନ୍ତୁ ଗ୍ରହମାନଙ୍କର ଚଳନ ବିଷୟରେ ସମସ୍ତ ସୂଚନା
ମୂଳାଙ୍କ 1
ଯଦି ଆପଣଙ୍କର ଜନ୍ମ କୌଣସି ମାସର 1, 10, 19 କିମ୍ବା 28 ତାରିଖରେ ହୋଇଛି ତେବେ ଆପଣଙ୍କର ମୂଳାଙ୍କ 1 ହେବ। ଏହି ସପ୍ତାହ ସାମାନ୍ଯ ଭାବରେ ଅନୁକୂଳ ପରିଣାମ ଦେବାକୁ ହାହିଁବ। ଭାବନାତ୍ମକ ସମ୍ବନ୍ଧ ପାଇଁ ଏହି ସପ୍ତାହ ବହୁତ ଭଲ ପ୍ରମାଣିତ ହେବ। ପ୍ରେମ ସମ୍ବନ୍ଧ ଇତ୍ୟାଦି ମାମଲାରେ ଭଦ୍ର ଆଚରଣ କରିବା ଆବଶ୍ୟକ। ଆପଣ ଦୂର ଯାତ୍ରା କରିବାକୁ ଚାହୁଁଛନ୍ତି କିମ୍ବା କୌଣସି ପ୍ରକାରର ଯାତ୍ରା ପାଇଁ ଯୋଜନା କରୁଛନ୍ତି। ଏହି ମାମଲାରେ ମଧ୍ୟ ଏହି ସପ୍ତାହ ଆପଣଙ୍କୁ ବହୁତ ଭଲ ପରିଣାମ ଦେଇପାରେ।
କଳା ଓ ସାହିତ୍ୟ ସହିତ ଜଡ଼ିତ ଲୋକଙ୍କୁ ମଧ୍ୟ ଏହି ସପ୍ତାହରେ କିଛି ପରିଣାମ ମିଳିପାରେ। କ୍ଷୀର ଓ ପାଣିର ବ୍ୟବସାୟ କରୁଥିବା ଲୋକଙ୍କୁ ମଧ୍ୟ ଭଲ ଲାଭ ମିଳିପାରେ। ପାର୍ଟନର୍ଶିପରେ କାମ କରୁଥିବା ଲୋକଙ୍କୁ ଭଲ ପରିଣାମ ମିଳିପାରେ। ଧର୍ଯ୍ୟ ସହିତ କରାଯାଇଥିବା ପ୍ରୟାସ ସାମାନ୍ଯ ଭାବରେ ଶୁଭ ଫଳ ଦେଇଥାଏ।
ଯଦି ଆପଣ କୌଣସି ପ୍ରକାରର କ୍ରିୟେଟିଭ କାମ ସହିତ ଜଡ଼ିତ ହୋଇଥାନ୍ତି ତେବେ ଏହି ସପ୍ତାହରେ ଭଲ ପରିଣାମ ମିଳିପାରେ। ମାତା ଓ ମାତା ତୁଳୟା ସ୍ତ୍ରୀଙ୍କ ମାଧ୍ୟମରେ ଆପଣଙ୍କୁ ଭାବନାତ୍ମକ ଓ ମାର୍ଗଦର୍ଶନ ଓ ଆଶୀର୍ବାଦ ମିଳିବ।
ଉପାୟ: ସୋମବାର କିମ୍ବା ଶୁକ୍ରବାର ଦିନ ଶିବଲିଙ୍ଗରେ କ୍ଷୀର ଅର୍ପଣ କରିବା ଶୁଭ ହେବ।
ମୂଳାଙ୍କ 2
ଯଦି ଆପଣଙ୍କର ଜନମ କୌଣସି ମାସର 2, 11, 20 କିମ୍ବା 29 ତାରିଖରେ ହୋଇଛି ତେବେ ଆପଣଙ୍କର ମୂଳାଙ୍କ 2 ହେବ। ଏହି ସପ୍ତାହ ସାମାନ୍ଯ ଭାବରେ ଆପଣଙ୍କୁ ଅନୁକୂଳ ପରିଣାମ ଦେବାକୁ ଚାହିଁବ। ଯଦି ଆପଣ କୌଣସି ପ୍ରକାର ସାମାଜିକ କାର୍ଯ୍ୟ ସହିତ ଜଡ଼ିତ ତେବେ ଏହି ସପ୍ତାହ ଆପଣଙ୍କୁ ବହୁତ ଭଲ ପରିଣାମ ଦେଇପାରେ। ବ୍ଯାଙ୍କିଂ କ୍ଷେତ୍ର ସହିତ ଜଡ଼ିତ ଲୋକଙ୍କୁ ମଧ୍ୟ ଭଲ ପରିଣାମ ପ୍ରାପ୍ତ ହୋଇପାରେ। ଶିକ୍ଷା ସହିତ ଜଡ଼ିତ ଲୋକଙ୍କୁ ମଧ୍ୟ ଅନୁକୂଳ ପରିଣାମ ମିଳିବାର ସମ୍ଭାବନା ଅଛି। ଯଦି ଆପଣ ଏବେ ପାଠ ପଢ଼ୁଛନ୍ତି ତେବେ ଆପଣଙ୍କୁ ମଧ୍ୟ ଏହି ସପ୍ତାହରେ ଭଲ ଫଳ ମିଳିପାରେ।
ଯଦି ଆପଣ କେଉଁ ଥାରେ ଧନ ବିନିଯୋଗ କରୁଛନ୍ତି ତେବେ ଏହି ସପ୍ତାହରେ ସେହି ଯୋଜନାକୁ ଆହୁରି ଭଲ କରିବା ପାଇଁ ଏହି ସପ୍ତାହ ସାହାଜ୍ୟକାରୀ ହେବ।ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀକୌଣସି ବରିଷ୍ଠଙ୍କର ମାର୍ଗଦର୍ଶନ ଦ୍ବାରା ଆପଣଙ୍କର କାମରେ ନୂଆ ଶକ୍ତି ମିଳିପାରେ। ଯଦି ଆପଣ ଆପଣଙ୍କର ଚଞ୍ଚଳତାକୁ ଟିକିଏ ନିୟନ୍ତ୍ରଣ କରିପାରିବେ ଏବଂ ଅଭିଜ୍ଞତାକୁ ଗୁରୁତ୍ୱ ଦେଇପାରିବେ, ତେବେ ଏହି ସପ୍ତାହରେ ପ୍ରାପ୍ତ ଫଳାଫଳରେ ସକାରାତ୍ମକତାର ପ୍ରତିଶତ ଆହୁରି ବୃଦ୍ଧି ପାଇପାରିବ। କ୍ରେଅତିଭ କାମ ପାଇଁ ଏହି ସପ୍ତାହକୁ ଅନୁକୂଳ କୁହାଯିବ। ମିତ୍ରଙ୍କର ସହଯୋଗ ମିଳିବାର ଭଲ ସମ୍ଭାବନା ଅଛି।
ଉପାୟ: ଆପଣଙ୍କ ଗୁରୁଙ୍କୁ ଭେଟି ତାଙ୍କ ଆଶୀର୍ବାଦ ନେବା ଶୁଭ ହେବ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ମୂଳାଙ୍କ 3
ଯଦି ଆପଣଙ୍କର ଜନମ କୌଣସି ମାସର 3, 12, 21 କିମ୍ବା 30 ତାରିଖରେ ହୋଇଛି ତେବେ ଆପଣଙ୍କର ମୂଳାଙ୍କ 3 ହେବ। ଏପରି ସ୍ଥିତିରେ ଏହି ସପ୍ତାହ ସାମାନ୍ଯ ଭାବରେ ଆପଣଙ୍କୁ ମିଶ୍ରିତ ପରିଣାମ ଦେଇପାରେ। ଏହି ସପ୍ତାହ କାମରେ ସମସ୍ଯା ଅନ୍ୟପାରେ। ଆବଶ୍ୟକ କାମ ପାଇଁ କିଛି ଏକ୍ସଟ୍ରା ଟାଇମ ନେଇ ଚାଲିବା ବୁଦ୍ଧିମାନ ହେବ। ଏହି ସପ୍ତାହରେ ଆପଣ କିଛି ପରାମର୍ଶଦାତାଙ୍କୁ ପାଇପାରନ୍ତି ଯାହାଙ୍କର କୌଣସି ନିର୍ଦ୍ଦିଷ୍ଟ ବିଷୟରେ ଅଭିଜ୍ଞତା ନଥାଇପାରେ କିନ୍ତୁ ସେମାନେ ଆପଣଙ୍କୁ ଏକ ନୂତନ ପଥ ଗ୍ରହଣ କରିବାକୁ ପରାମର୍ଶ ଦେଇପାରନ୍ତି।
ଭଲ ହେବ ଯଦି ଏହି ସପ୍ତାହରେ ଆପଣ କୌଣସି ନୂଆ ପ୍ରୟୋଗ ନ କରନ୍ତି। ଏହି ସପ୍ତାହଡ଼ଏ ଏପରି କିଛି କରିବା ଉଚିତ ନୁହେଁ ଯାହା ଦ୍ବାରା ଆପଣଙ୍କର ମାନ ସମ୍ମାନକୁ କୌଣସି ପ୍ରକାରର କ୍ଷତି ପହଞ୍ଚିବ। ପ୍ରତ୍ଯେକ ମାମଲାରେ ନିଜକୁ ଅନୁଶାସିତ ରଖିବା ଆବଶ୍ୟକ। ଇଣ୍ଟର୍ନେଟ ସହିତ ଜଡ଼ିତ ଲୋକଙ୍କୁ ଏହି ସପ୍ତାହ ଭଲ ପରିଣାମ ଦେବ।
ଉପାୟ: ଶୁଦ୍ଧ ପାଣିରେ ଚାରୋଟି ନଡ଼ିଆ ଭସାଇଲେ ଶୁଭ ହେବ।
ମୂଳାଙ୍କ 4
ଯଦି ଆପଣଙ୍କର ଜନମ କୌଣସି ମାସର 4, 14, 22 କିମ୍ବା 31 ତାରିଖରେ ହୋଇଛି ତେବେ ଆପଣଙ୍କର ମୂଳାଙ୍କ 4 ହେବ। ଏହି ସପ୍ତାହ ଆପଣଙ୍କୁ ଅନୁକୂଳ ପରିଣାମ ଦେବ।ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଯଦି ଆପଣ ଧର୍ଯ୍ୟ ସହିତ କାମ କରିବେ ତେବେ ଅଧିକାଂଶ କାମରେ କୌଣସି ଅଭାବ ରହିବ ନାହିଁ ଓ ଆପଣଙ୍କୁ ଭଲ ପରିଣାମ ମିଳିବ। ଏହି ସପ୍ତାହରେ ଆପଣଙ୍କର ନିଷ୍ପତିର ବିରୋଧ କରିବା ଲୋକ ମଧ୍ୟ ବହୁତ କମ ରହିବେ। ଯଦି ଆପଣ ବର୍ତ୍ତମାନ କୌଣସି କାମ କରୁଛନ୍ତି ତେବେ ସେହି କାମକୁ ଆହୁରି ବଡ଼ କରିବା ବିଷୟରେ ଭାବୁଛନ୍ତି ତେବେ ଏହି ସପ୍ତାହ ଆପଣଙ୍କୁ ଆହୁରି ବିସ୍ତାର ଦେବାର କାମ କରିପାରେ।
ଯଦି ଆପଣ କୌଣସି କାମକୁ ଆହୁରି ବଢ଼ାଇବା ପାଇଁ ଚାହୁଁଛନ୍ତି ତେବେ ଏହି ସପ୍ତାହରେ ଆପଣଙ୍କର ମନୋକାମନା ପୂରଣ ହେବ। ଯଦି କୌଣସି ବ୍ୟକ୍ତି ସହିତ ଜରୁରୀ କଥା ହେବାର ଅଛି ତେବେ ଏହି ସପ୍ତାହରେ ଆପଣ ସେହି କଥାକୁ ଆଗକୁ ବଢ଼ାଇ ପାରିବେ। ଯାତ୍ରା ଇତ୍ୟାଦି ପାଇଁ ଏହି ସପ୍ତାହ ଭଲ ରହିବ। ମନୋରଞ୍ଜନ ପାଇଁ ଏହି ସପ୍ତାହ ବହୁତ ଭଲ ରହିବ।
ଉପାୟ: ଗାଈକୁ ସବୁଜ ଚାରା ଖୁଆଇବା ଶୁଭ ହେବ।
ଏବେ ଘରେ ବାସି ବିଶେଷଜ୍ଞ ପୁରୋହିତଙ୍କ ଦ୍ବାରା କରାନ୍ତୁ ଇଚ୍ଛାନୁସାରେ ଅନଲାଇନ ପୂଜା ଓ ପାଆନ୍ତୁ ଉତ୍ତମ ପରିଣାମ!
ମୂଳାଙ୍କ 5
ଯଦି ଆପଣଙ୍କର ଜନମ କୌଣସି ମାସର 5, 14 କିମ୍ବା 23 ତାରିଖରେ ହୋଇଛି ତେବେ ଆପଣଙ୍କର ମୂଳଙ୍କ 5 ହେବ। ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀ ଏହି ସପ୍ତାହରେ ଆପଣଙ୍କୁ ମିଶ୍ରିତ ପରିଣାମ ମିଳିବ। ଏହି ସପ୍ତାହ ପାରିବାରିକ ସମ୍ବନ୍ଧ ପାଇଁ ସମର୍ପିତ ରହିପାରେ। ଯଦି ଆପଣ ବିବାହିତ ତେବେ ଆପଣ ଜୀବନସାଥୀ ସହିତ ଭଲ ସମୟ କାଟି ପାରିବେ। ପ୍ରେମ ସମ୍ବନ୍ଧ ପାଇଁ ମଧ୍ୟ ଏହି ସପ୍ତାହ ବ ହଲ ପରିଣାମ ଦେଇପାରେ। ବିବାହ ଇତ୍ୟାଦି ସମ୍ବନ୍ଧିତ କଥାକୁ ଆଗକୁ ବଢ଼ାଇବା ପାଇଁ ଏହି ସପ୍ତାହ ଅନୁକୂଳ ରହିବ। ଏହି ସପ୍ତାହରେ କ୍ରୋଧ ଓ ବିବାଦରୁ ବଞ୍ଚିବା ବୁଦ୍ଧିମାନ କମ ହେବ। ବିଶେଷ କରି ମହିଳାନଙ୍କ ସହିତ ବିବାଦ କରନ୍ତୁ ନାହିଁ।
ଏପରି ପରିସ୍ଥିତିରେ, ଯୁବକମାନଙ୍କ ପାଇଁ ଏହା ମନେ ରଖିବା ଗୁରୁତ୍ୱପୂର୍ଣ୍ଣ ହେବ ଯେ ଯଦି କେହି ଆପଣଙ୍କୁ ପସନ୍ଦ କରନ୍ତି ନାହିଁ, ତେବେ ତାଙ୍କ ପଛରେ ଜୋରଜବରଦସ୍ତି ଦୌଡ଼ିବା ଠିକ୍ ହେବ ନାହିଁ। ଅର୍ଥାତ୍, ଯଦି ଆପଣ ସାମାଜିକ ମର୍ଯ୍ୟଦାକୁ ଧ୍ୟାନରେ ରଖି କାହାକୁ ପ୍ରେମର ପ୍ରସ୍ତାବ ଦେବାକୁ ଚାହାଁନ୍ତି, ତେବେ ଆପଣ ରିସ୍କ ନେଇପାରିବେ, ନଚେତ୍ ପ୍ରେମ ସମ୍ପର୍କର ନୂତନ ଉପାୟ ଖୋଜିବା କିମ୍ବା ଅଶ୍ଳୀଳ ଆଚରଣ ଗ୍ରହଣ କରିବା ଉପଯୁକ୍ତ ହେବ ନାହିଁ। ମନୋରଞ୍ଜନ ଇତ୍ୟାଦି ପାଇଁ ଏହି ସପ୍ତାହ ବହୁତ ବହହଳ ପରିଣାମ ଦେଇପାରେ। ସାଙ୍ଗରେ ଶାସନ ପ୍ରଶାସନ ସହିତ ଜଡ଼ିତ ମାମଲାରେ ମଧ୍ୟ ଏହି ସପ୍ତାହ ଭଲ ପରିଣାମ ଦେଇପାରେ।
ଉପାୟ: ସୌଭାଗ୍ୟବତୀ ମହିଳାଙ୍କୁ ଶୁଭ ସାମଗ୍ରୀ ଉପହାର ଦେବା ଏବଂ ତାଙ୍କ ଆଶୀର୍ବାଦ ନେବା ଶୁଭ ହେବ।
ଆପଣଙ୍କର କୁଣ୍ଡଳୀରେ ମଧ୍ୟ ଅଛି ରାଜଯୋଗ? ଜାଣନ୍ତୁ ନିଜର ରାଜଯୋଗ ରିପୋର୍ଟ୍
ମୂଳାଙ୍କ 6
ଯଦି ଆପଣଙ୍କର ଜନ୍ମ କୌଣସି ମାସର 6, 15 କିମ୍ବା 24 ତାରିଖରେ ହୋଇଛି ତେବେ ଆପଣଙ୍କର ମୂଳାଙ୍କ 6 ହେବ। ଏହି ସପ୍ତାହରେ ଆପଣଙ୍କୁ ମିଶ୍ରିତ ପରିଣାମ ମିଳିପାରେ। ଏହି ସପ୍ତାହରେ ଆପଣଙ୍କୁ କିଛି ଖଟା-ମିଠା ଅନୁଭବ ହୋଇପାରେ। ଏହି ପରି ମିଶ୍ରିତ ଘଟଣା ଆପଣଙ୍କୁ ବହୁତ କିଛି ଶିଖାଇପାରେ। ଆପଣ ଅନୁଭବ କରିପାରନ୍ତି ଯେ କେଉଁ ବ୍ୟକ୍ତି ଆପଣଙ୍କ ପାଇଁ ଲାଭଦାୟକ ଏବଂ କିଏ ଆପଣଙ୍କର କ୍ଷତି କରିବାକୁ ଚାହୁଁଛି।
ଧର୍ମ କର୍ମ ଓ ଅଧ୍ୟାତ୍ମ ସମ୍ବନ୍ଧିତ ମାମଲାରେ ଏହି ସପ୍ତାହ ଅନୁକୂଳ ପରିଣାମ ଦେଉଥିବା ପ୍ରତୀତ ହେବ। ଏପରି ପରିସ୍ଥିତିରେ, ଏହି ସମୟ ଆଧ୍ୟାତ୍ମିକ ଶକ୍ତି ବୃଦ୍ଧି କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଅନୁକୂଳ ବୋଲି ବିବେଚନା କରାଯିବ। ଏହି ସମଯରେ କୌଣସି ମାମଲାରେ କୌଣସି ପ୍ରକାର ରିସ୍କ ନେବା ଠିକ ହେବ ନାହିଁ।
ଆପଣଙ୍କ ପୁରୁଣା ଅଭିଜ୍ଞତା ସାହାଯ୍ୟରେ ପୁରୁଣା କାମକୁ ଆଗକୁ ନେବା ଭଲ ହେବ। ନୂତନ ପରୀକ୍ଷଣ କରିବା ଉଚିତ ହେବ ନାହିଁ କିମ୍ବା ନୂତନ କାମ ଆରମ୍ଭ କରିବା ଉପଯୁକ୍ତ ହେବ ନାହିଁ। କୌଣସି ଅଜଣା ବ୍ୟକ୍ତି ଉପରେ ବିଶ୍ବାସ କରିବା ଉଚିତ ନୁହେଁ। ସାବଧାନ ହୋଇ କାମ କରିଲେ ଅନୁକୂଳ ପରିଣାମ ମିଳିବାର ସମ୍ଭାବନା ଅଛି। ଅବହେଳା କରିଲେ କ୍ଷତି ହେବାର ସମ୍ଭାବନା ଅଛି।
ଉପାୟ: ଭଗବାନ ଗଣେଶଙ୍କୁ ହଳଦିଆ ଫୁଲ ଅର୍ପଣ କରିବା ଶୁଭ ହେବ।
ମୂଳାଙ୍କ 7
ଯଦି ଆପଣ କୌଣସି ମାସର 7, 16 କିମ୍ବା 25 ତାରିଖରେ ଜନ୍ମ ହୋଇଛନ୍ତି ତେବେ ଆପଣଙ୍କର ମୂଳାଙ୍କ 7 ହେବ। ଏହି ସପ୍ତାହ ସାମାନ୍ଯ ଭାବରେ ଆପଣଙ୍କ ପାଇଁ ଅନୁକୂଳ ପରିଣାମ ଦେବାକୁ ଚାହିଁବ। କେବେଳ ଅଧିକ କ୍ରୋଧ ଯୋଗୁଁ କାମ ହୋଇଯାଇଥାଏ। ସେଥିପାଇଁ ଯଦି ଆପଣ କ୍ରୋଧୀ ସ୍ଵଭାବର ବ୍ୟକ୍ତି ତେବେ ଏହି ସପ୍ତାହରେ ବହୁତ ସଞ୍ଜମ ହୋଇ କାମ କରିବା ଆବଶ୍ୟକ।
ଅନ୍ୟ ମାମଲାରେ ସାମାନ୍ଯ ଭାବରେ ଆପଣ ବହୁତ ଭଲ ପରିଣାମ ପ୍ରାପ୍ତ କରି ପାରିବେ। ବିଶେଷକରି ଆର୍ଥିକ ମାମଲାରେ ଧର୍ଯ୍ୟର ସହିତ କାମ କରିବା ସ୍ଥିତିରେ ଭଲ ପରିଣାମ ମିଳିବାର ସମ୍ଭାବନା ଅଛି। କାହାକୁ ଦେଇଥିବା ଉଧାର ଟିକେ ଚେଷ୍ଟା ପରେ ମିଳିପାରେ। ଏହି ସପ୍ତାହ ଆପଣଙ୍କର ଆତ୍ମବିଶ୍ବାସ ଓ ପାୱାରକୁ ବଢ଼ାଇବାର କାମ କରିବ। ଧର୍ଯ୍ୟର ସହିତ କିଛି ନୂଆ ଓ ଭଲ ପ୍ରୟୋଗ ମଧ୍ୟ ଏହି ସପ୍ତାହରେ କରିପାରିବେ। ଯଦି ଆପଣ ବ୍ୟବସାୟୀ ତେବେ ଆପଣଙ୍କର କାର୍ଯ୍ୟଶୈଳୀରେ କିଛି ନୂଆପଣ ଦେଖିବାକୁ ମିଳିପାରେ।
କ୍ରୋଧ ଓ ଚଞ୍ଚଳତା ଏହି ସପ୍ତାହର ସବୁଠାରୁ ବଡ଼ ଦୁର୍ବଳତା ହୋଇପାରେ। ଏହି ସପ୍ତାହରେ କେବେ କେବେ ଆପଣଙ୍କର ଇଚ୍ଛା କିଛି ଭିନ୍ନ କରିବାର ହୋଇପାରେ। ଆପଣ ଜିଦି ସ୍ଵଭାବର ବ୍ୟକ୍ତି ନୁହନ୍ତି କିନ୍ତୁ ଆପଣ ଏହି ସପ୍ତାହରେ ଜିଦି ଧରି ପାରନ୍ତି।
ଉପାୟ: କୌଣସି ଅସହାୟ ବ୍ୟକ୍ତିଙ୍କୁ ଖାଇବାକୁ ଦେବା ଶୁଭ ହେବ।
ମୂଳାଙ୍କ 8
ଯଦି ଆପଣଙ୍କର ଜନ୍ମ କୌଣସି ମାସର 8, 17 କିମ୍ବା 26 ତାରିକଖରେ ହୋଇଛି ତେବେ ଆପଣଙ୍କର ମୂଳାଙ୍କ 8 ହେବ। ଏହି ସପ୍ତାହ ଆପଣଙ୍କୁ ମିଶ୍ରିତ ପରିଣାମ ଦେଉଥିବା ପ୍ରତୀତ ହେଉଛି। କିନ୍ତୁ ଅବହେଳାର ସ୍ଥିତିରେ ପରିଣାମ ହାରାହାରି କିମ୍ବା ଦୁର୍ବଳ ରହିପାରେ। ଏହି ସପ୍ତାହରେ ବାକି ଥିବା କାମ ପୂରଣ ହୋଇପାରେ।
ଏହି ସପ୍ତାହରେ ଅଳସୁଆ ନ ହେବା ଉଚିତ କିନ୍ତୁ ଅତ୍ୟଧିକ ଚଞ୍ଚଳ ମଧ୍ୟ ହୁଅନ୍ତୁ ନାହିଁ। କାରଣ ଚଞ୍ଚଳ ହେଲେ କାମ ଖରାପ ହୋଇପାରେ। ସନ୍ତୁଳନ ରଖି ଆଗକୁ ବଢ଼ିବେ ତେବେ ଯାଇ କାମ ଶେଷ ହେବ। ଭାଇ ବନ୍ଧୁଙ୍କ ସହିତ ସମ୍ବନ୍ଧ ଖରାପ ନ ହାଉ ସେହି କଥାର ଧ୍ୟାନ ରଖନ୍ତୁ। କିଛି ସାବଧାନୀ ଅବଲମ୍ବନ କରିବା ପରେ ଆପଣ କାମକୁ ସମ୍ପୂର୍ଣ କରି ସେଥିରୁ ପରିଣାମ ପ୍ରାପ୍ତ କରି ପାରିବେ।
ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଯଦି ଆପଣ ପ୍ରପର୍ଟି ସହିତ ଜଡ଼ିତ କାମ କରୁଛନ୍ତି ତେବେ ଏହି ସପ୍ତାହରେ ସେହି ମାମଲାରେ କୌଣସି ପ୍ରକାରର ଅବହେଳା କରିବା ଉଚିତ ନୁହେଁ। କୌଣସି ବ୍ୟକ୍ତି ଉପରେ ଆବଶ୍ୟକତା ଠାରୁ ଅଧିକ ବିଶ୍ବାସ କରିବା ଉଚିତ ନୁହେଁ।
ଯଦି ଆପଣ ଗାଡ଼ି ନିଜେ ଚଲାନ୍ତି ତେବେ ଗାଡ଼ିର ଗତି ଉପରେ ନିୟନ୍ତ୍ରଣ ରଖନ୍ତୁ। ଦୁର୍ଘଟଣା କୁ ଏଡ଼ାନ୍ତୁ ଓ ଭଲ ହେବ ବ୍ୟର୍ଥ ଯାତ୍ରା କରନ୍ତୁ ନାହିଁ।
ଉପାୟ: ହନୁମାନଙ୍କ ମନ୍ଦିରରେ ନାଲି ଫଳ ଅର୍ପଣ କରିବା ଶୁଭ ହେବ।
ପାଆନ୍ତୁ ନିଜର କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍
ମୂଳାଙ୍କ 9
ଯଦି ଆପଣଙ୍କର ଜନ୍ମ କୌଣସି ମାସର 9, 18 କିମ୍ୱା 27 ତାରିଖରେ ହୋଇଛି ତେବେ ଆପଣଙ୍କର ମୂଲାଙ୍କ 9 ହେବ। ଏହି ସପ୍ତାହ ମିଶ୍ରିତ ପରିଣାମ ଦେଉଥିବା ପ୍ରତିତ ହେଉଛି l କ୍ରୋଧ ଓ ଅହଙ୍କାରରୁ ଦୂରେଇ ରୁହନ୍ତୁ। ଅନ୍ୟର ସମ୍ମାନ କରନ୍ତୁ। ଏହି ସପ୍ତାହରେ କିଛି ନୂଆ ଆରମ୍ଭ କରିପାରିବେ। ନୂତନ କାର୍ଯ୍ୟର ମୂଳଦୁଆ ସ୍ଥାପନ ହେଉ କିମ୍ବା ନୂତନ ଦିଗ ଖୋଜିବା ହେଉ, ଏହି ସପ୍ତାହଟି ଆପଣଙ୍କ ପାଇଁ ସମସ୍ତ କ୍ଷେତ୍ରରେ ସହାୟକ ହୋଇପାରେ। ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଚାକିରି ପାଇବାର ଭଲ ସମ୍ଭାବନା ଅଛି। ସରକାରି ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଲୋକଙ୍କୁ ସକାରାତ୍ମକ ପରିଣାମ ମିଳିବାର ସମ୍ଭବନା ଅଛି।
ଯଦି ଏହି ସମୟ ମଧ୍ୟରେ କୌଣସି ପରୀକ୍ଷା କରାଯାଏ, ତେବେ ସେଥିରେ ଆପଣଙ୍କର ପ୍ରଦର୍ଶନ ଭଲ ହୋଇପାରେ। ଏହି ସପ୍ତାହଟି ସରକାରୀ ପ୍ରଶାସନ ସହିତ ଜଡ଼ିତ ମାମଲାରେ ମଧ୍ୟ ଆପଣଙ୍କୁ ଅନୁକୂଳ ଫଳାଫଳ ଦେଇପାରେ। କୋର୍ଟ କଚେରୀ ସଇତ୍ୟାଦି ସମ୍ବନ୍ଧୀୟ ମାମଲାରେ ମଧ୍ୟ ଅନୁକୂଳତାର ଗ୍ରାଫ ବୃଦ୍ଧି ପାଇବ। ଯଦି ଏହି ସପ୍ତାହରେ କୌଣସି ନିଷ୍ପତ୍ତି ଆସେ ତେବେ ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ଆସିବାର ସମ୍ଭାବନା ବହୁତ ଅଧିକ। ପିତା ଇତ୍ୟାଦିଙ୍କ ସହ ଜଡ଼ିତ ବମାମଲାରେ ମଧ୍ୟ ସକାରାତ୍ମକ ଫଳାଫଳ ପାଇବାର ସମ୍ଭାବନା ଦେଖାଯାଉଛି। ଯଦି ଗତ କିଛି ଦିନ ଧରି ବାପାଙ୍କ ସ୍ୱାସ୍ଥ୍ୟ ଖରାପ ଥିଲା, ତେବେ ଏବେ, ବିଶେଷକରି ଏହି ସପ୍ତାହରେ, ତାଙ୍କ ସ୍ୱାସ୍ଥ୍ୟରେ ଶୀଘ୍ର ଉନ୍ନତି ଦେଖାଯାଇପାରିବ। ଏହାର ଅର୍ଥ ହେଉଛି, ସାଧାରଣତଃ, ଏହି ସପ୍ତାହ ଆପଣଙ୍କୁ ବହୁତ ଭଲ ଫଳାଫଳ ଦେଇପାରେ। ଆପଣଙ୍କୁ କେବଳ କ୍ରୋଧ, ଅହଂକାର ଏବଂ ଚଞ୍ଚଳତାରୁ ଦୂରରେ ରହିବାକୁ ପଡ଼ିବ; ସେହି ସମୟରେ, ବରିଷ୍ଠ ବ୍ୟକ୍ତିଙ୍କ ମାର୍ଗଦର୍ଶନ ମଧ୍ୟ ଆବଶ୍ୟକ ହେବ। ଯଦି ଆପଣ ଏହା କରନ୍ତି, ତେବେ ଫଳାଫଳ ଆଶ୍ଚର୍ଯ୍ୟଜନକ ହୋଇପାରେ।
ଉପାୟ: ମନ୍ଦିରରେ ଗୋଟା ଗହମ ଦାନ କରିବା ଶୁଭ ହେବ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ବ୍ଲଗ ନିଶ୍ଚିତ ପସନ୍ଦ ଆସିଥିବ। ଯଦି ଏପରି ହୋଇଥାଏ ତେବେ ଆପଣ ନିଜର ଅନ୍ୟ ଶୁଭଚିନ୍ତକଙ୍କ ସହିତ ନିଶ୍ଚିତ ଶେୟାର କରନ୍ତୁ । ଧନ୍ୟବାଦ !
ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ
1. ନମ୍ବର 4 ପାଇଁ ଏହି ସପ୍ତାହ କିପରି ଅଛି ?
ଏହି ସପ୍ତାହ ଆପଣଙ୍କୁ ମିଶ୍ରିତ ପରିଣାମ ଦେଉଥିବା ପ୍ରତୀତ ହେଉଛି। କିଛି କ୍ଷେତ୍ରରେ ଫଳାଫଳ ଆଶାଠାରୁ ଦୁର୍ବଳ ହୋଇପାରେ।
2. 7 ନମ୍ବର ଲୋକଙ୍କ ପାଇଁ ଏହି ସପ୍ତାହ କିପରି ରହିବ?
ଏହି ସପ୍ତାହର ବିଶେଷ କଥା ଏହା ଯେ ଏହି ସପ୍ତାହ ଆପଣଙ୍କୁ ମିଶ୍ରିତ ପରିଣାମ ଦେଇପାରେ।
3. 2 ନମ୍ବରର ସ୍ବାମୀ କିଏ?
ଅଙ୍କ ଜ୍ଯୋତିଷ ଅନୁସାରେ 2 ନମ୍ବରର ସ୍ବାମୀ ଚନ୍ଦ୍ର ଅଟେ।
Astrological services for accurate answers and better feature
Astrological remedies to get rid of your problems
AstroSage on MobileAll Mobile Apps
- Horoscope 2026
- राशिफल 2026
- Calendar 2026
- Holidays 2026
- Shubh Muhurat 2026
- Saturn Transit 2026
- Ketu Transit 2026
- Jupiter Transit In Cancer
- Education Horoscope 2026
- Rahu Transit 2026
- ராசி பலன் 2026
- राशि भविष्य 2026
- રાશિફળ 2026
- রাশিফল 2026 (Rashifol 2026)
- ರಾಶಿಭವಿಷ್ಯ 2026
- రాశిఫలాలు 2026
- രാശിഫലം 2026
- Astrology 2026






